Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 119:89-176

ଲାମଦ୍

89 ହେ ସଦାପ୍ରଭୁ, ତୁମ୍ଭର ବାକ୍ୟ ସର୍ବଦା ପାଇଁ ସ୍ୱର୍ଗରେ ସଂସ୍ଥାପିତ ଅଛି।
90 ତୁମ୍ଭର ବିଶ୍ୱସ୍ତତା ବଂଶାନୁକ୍ରମେ ଗ୍ଭଲିବ।
    ତୁମ୍ଭେ ପୃଥିବୀକୁ ଉଚିତ୍ ଜାଗାରେ ରଖିଛ ଏବଂ ଏହା ଏଠାରେ ସବୁବେଳେ ରହିଅଛି।
91 ତୁମ୍ଭର ବ୍ୟବସ୍ଥା ଯୋଗୁଁ ସ୍ୱର୍ଗ ଓ ପୃଥିବୀ ଆଜି ପର୍ଯ୍ୟନ୍ତ ଗ୍ଭଲୁ ରହିଛି।
    କାରଣ ସବୁକିଛି ତୁମ୍ଭର ଦାସମାନେ।
92 ଯଦି ମୁଁ ଶିକ୍ଷାଗୁଡ଼ିକ ପସନ୍ଦ କରି ନ ଥା’ନ୍ତି,
    ମୁଁ ଆପଣା କଷ୍ଟରେ ବିନଷ୍ଟ ହୋଇଥା’ନ୍ତି।
93 ସଦାପ୍ରଭୁ, ତୁମ୍ଭର ନିର୍ଦ୍ଦେଶକୁ ମୁଁ କଦାପି ପାଶୋରିବି ନାହିଁ।
    କାରଣ ସେମାନଙ୍କ ଦ୍ୱାରା ମୋତେ ତୁମ୍ଭେ ଜୀବିତ ରହିବାକୁ ଦିଅ।
94 ମୁଁ ତୁମ୍ଭର, ତେଣୁ ମୋତେ ରକ୍ଷା କର।
    କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁର ଅନ୍ୱେଷଣ କରିଅଛ।
95 ଦୁଷ୍ଟ ଲୋକମାନେ ମୋତେ ଧ୍ୱଂସ କରିବାକୁ ଅପେକ୍ଷା କରୁଛନ୍ତି,
    କିନ୍ତୁ ମୁଁ ତୁମ୍ଭର ବାକ୍ୟ ବିଷୟରେ ଭାବିବି।
96 ମୁଁ ଦେଖିଅଛି ଯେ, ସବୁ ଜିନିଷର ତା'ର ସୀମା ରହିଅଛି,
    ତୁମ୍ଭର ବ୍ୟବସ୍ଥା ଛଡ଼ା।

ମେମ୍

97 ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ।
    ତାହା ମୁଁ ଦିନସାରା ଭାବେ।
98 ତୁମ୍ଭର ନିର୍ଦ୍ଦେଶ ମୋତେ ମୋର ଶତ୍ରୁମାନଙ୍କଠାରୁ ବୁଦ୍ଧିମାନ୍ କରିଛି।
    ତୁମ୍ଭର ନିୟମ ସର୍ବଦା ମୋ’ ସହିତ ଅଛି।
99 ମୋର ସମସ୍ତ ଗୁରୁଙ୍କଠାରୁ ମୁଁ ଅଧିକ ବୁଦ୍ଧିମାନ୍।
    କାରଣ ମୁଁ ତୁମ୍ଭର ବାକ୍ୟସବୁ ଶିକ୍ଷା କରେ।
100 ମୁଁ ପ୍ରାଚୀନବର୍ଗମାନଙ୍କଠାରୁ ଅଧିକ ବୁଝେ।
    କାରଣ ମୁଁ ତୁମ୍ଭର ନିର୍ଦ୍ଦେଶ ରକ୍ଷା କରେ।
101 ସଦାପ୍ରଭୁ, ପ୍ରତ୍ୟେକ କୁପଥଠାରୁ ମୁଁ ଦୂରେଇ ରହିବି,
    ଯେପରିକି ମୁଁ ତୁମ୍ଭର ବାକ୍ୟ ରକ୍ଷା କରି ପାରିବି।
102 ସଦାପ୍ରଭୁ ମୁଁ ତୁମ୍ଭର ଶାସନରୁ ଫେରି ନାହିଁ,
    କାରଣ ତୁମ୍ଭେ ନିଜେ ମୋତେ ଶିକ୍ଷା ଦେଇଅଛ।
103 ତୁମ୍ଭର ପ୍ରତିଜ୍ଞା ସର୍ବଦା ମୋ’ ପାଟିକୁ
    ମହୁଠାରୁ ଅଧିକ ମଧୁର ଲାଗେ।
104 ତୁମ୍ଭର ଶିକ୍ଷା ମୋତେ ବୁଦ୍ଧିମାନ କରେ।
    ତେଣୁ ମୁଁ ସବୁ ମିଥ୍ୟା ଶିକ୍ଷାକୁ ଘୃଣା କରେ।

ନୂନ୍

105 ସଦାପ୍ରଭୁ, ତୁମ୍ଭର ବାକ୍ୟ ମୋର ପାଦ ପାଇଁ ବତୀ ସଦୃଶ,
    ଓ ମୋର ପଥ ପାଇଁ ଆଲୋକ ଅଟେ।
106 ତୁମ୍ଭର ବିଗ୍ଭର ଉତ୍ତମ
    ଏବଂ ମୁଁ ତାହା ସବୁ ମାନିବା ପାଇଁ ଶପଥ କରେ।
107 ହେ ସଦାପ୍ରଭୁ, ମୁଁ ବହୁତ ଯନ୍ତ୍ରଣା ଭୋଗି ଅଛି।
    ଦୟାପୂର୍ବକ ମୋତେ ନିର୍ଦ୍ଦେଶ ଦିଅ ଓ ମୋତେ ଆଉଥରେ ବଞ୍ଚିବାକୁ ଦିଅ।
108 ସଦାପ୍ରଭୁ, ମୋର ପ୍ରଶଂସା ଗ୍ରହଣ କର।
    ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ।
109 ମୋ’ ଜୀବନ ବିପଦପୂର୍ଣ୍ଣ ସବୁବେଳେ ଥାଏ,
    କିନ୍ତୁ ମୁଁ ଏବେ ପର୍ଯ୍ୟନ୍ତ କଦାପି ତୁମ୍ଭ ଶିକ୍ଷା ପଥରୁ ନିବୃତ୍ତ ହୋଇ ନାହିଁ।
110 ଦୁଷ୍ଟ ଲୋକମାନେ ସର୍ବଦା ମୋତେ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି।
    କିନ୍ତୁ ମୁଁ ତୁମ୍ଭର ନିର୍ଦ୍ଦେଶ କେବେ ଅବମାନନା କରି ନାହିଁ।
111 ସଦାପ୍ରଭୁ, ମୁଁ ତୁମ୍ଭର ନିୟମକୁ ସବୁଦିନ ଦେଖାଇବାକୁ ଉପହାର ଆକାରରେ ଗ୍ରହଣ କରିଅଛି।
    ଏହା ମୋତେ ବହୁ ଆନନ୍ଦ ଦିଏ।
112 ତୁମ୍ଭର ନିୟମସବୁ ମାନିବା ପାଇଁ ମୁଁ ଆପଣା ମନକୁ ପ୍ରବର୍ତ୍ତାଇଛି,
    ତାହା ମୋର ପୁରସ୍କାର ହେବ।

ସାମକ୍

113 ହେ ସଦାପ୍ରଭୁ, ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି, ମୁଁ ସେମାନଙ୍କୁ ଘୃଣା କରେ।
    କିନ୍ତୁ ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ।
114 ତୁମ୍ଭେ ହେଉଛ ମୋର ଲୁଚିବା ସ୍ଥାନ ଏବଂ ସୁରକ୍ଷା ବ୍ୟକ୍ତି।
    ମୁଁ ତୁମ୍ଭ ବାକ୍ୟରେ ସର୍ବଦା ଭରସା କରେ।
115 ମନ୍ଦ ଲୋକମାନେ, ମୋ’ ନିକଟକୁ ଆସନ୍ତି ନାହିଁ,
    ଯେପରିକି ମୁଁ ମୋର ପରମେଶ୍ୱରଙ୍କର ଆଜ୍ଞାମାନ ପାଳନ କରି ପାରିବି।
116 ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ମନୋନୀତ କଲ, ଯେପରି ମୁଁ ବଞ୍ଚିପାରିବି।
    ମୁଁ ତୁମ୍ଭ ଉପରେ ଭରସା ରଖେ, ମୋତେ ହତୋତ୍ସାହ କର ନାହିଁ।
117 ମୋର ସହାୟ ହୁଅ, ସଦାପ୍ରଭୁ, ମୁଁ ସୁରକ୍ଷିତ ହେବି।
    ମୁଁ ସର୍ବଦା ତୁମ୍ଭର ନିୟମ ମାନିବି।
118 ସଦାପ୍ରଭୁ ଯେଉଁମାନେ ତୁମ୍ଭ ବ୍ୟବସ୍ଥାରୁ ଦୂରେଇ ଯାଆନ୍ତି ତୁମ୍ଭେ ତାଙ୍କୁ ଗ୍ରହଣ କର ନାହିଁ।
    କାରଣ ସେମାନେ ମିଥ୍ୟାବାଦୀ ଏବଂ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି।
119 ହେ ସଦାପ୍ରଭୁ, ପୃଥିବୀର ଦୁଷ୍ଟଗଣଙ୍କୁ ତୁମ୍ଭେ ଆବର୍ଜ୍ଜନା ପରି ଫିଙ୍ଗିଦିଅ।
    ଯେପରି ମୁଁ ତୁମ୍ଭର ନିୟମକୁ ସ୍ନେହ କରିବି।
120 ତୁମ୍ଭ ପ୍ରତି ଭୟ ଯୋଗୁଁ ମୁଁ ଥରେ।
    ମୁଁ ତୁମ୍ଭର ବ୍ୟବସ୍ଥାକୁ ଭୟ କରେ ଓ ସମ୍ମାନ କରେ।

ଅଇନ୍

121 ମୁଁ ନ୍ୟାୟ ଓ ଧର୍ମାଚରଣ କରିଅଛି।
    ହେ ସଦାପ୍ରଭୁ, ଉପଦ୍ରବ କରୁଥିବା ଲୋକମାନଙ୍କ ହସ୍ତରେ ମୋତେ ସମର୍ପଣ କର ନାହିଁ।
122 ମୋତେ ସାହାଯ୍ୟ କରିବାକୁ ପ୍ରତିଜ୍ଞା କର।
    ମୁଁ ତୁମ୍ଭର ସେବକ।
    ହେ ସଦାପ୍ରଭୁ, ଅହଙ୍କାରୀମାନଙ୍କୁ ମୋ’ ପ୍ରତି କ୍ଷତି କରିବାକୁ ଦିଅ ନାହିଁ।
123 ସଦାପ୍ରଭୁ ତୁମ୍ଭର ବିଶ୍ୱସ୍ତ ପ୍ରତିଜ୍ଞା ସତ୍ୟ ହେବାକୁ,
    ତୁମ୍ଭର ପରିତ୍ରାଣ ପଥକୁ ଗ୍ଭହିଁ ଗ୍ଭହିଁ ମୋର ଚକ୍ଷୁ କ୍ଷୀଣ ହୋଇଯାଏ।
124 ମୁଁ ତୁମ୍ଭର ସେବକ ଅଟେ।
    ମୋ’ ପ୍ରତି ତୁମ୍ଭର ପ୍ରେମ ଦେଖାଅ।
    ତୁମ୍ଭର ବ୍ୟବସ୍ଥାମାନ ଶିଖାଅ।
125 ମୁଁ ତୁମ୍ଭର ଦାସ,
    ତୁମ୍ଭର ବ୍ୟବସ୍ଥାସବୁ ବୁଝିବାରେ ମୋତେ ସାହାଯ୍ୟ କର।
126 ହେ ସଦାପ୍ରଭୁ, ତୁମ୍ଭର କାର୍ଯ୍ୟ କରିବାର ସମୟ ଏହି।
    କାରଣ ଲୋକମାନେ ତୁମ୍ଭ ନିୟମ ଭାଙ୍ଗିଛନ୍ତି।
127 ସଦାପ୍ରଭୁ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା
    ମୁଁ ତୁମ୍ଭର ନିର୍ଦ୍ଦେଶକୁ ସ୍ନେହ କରେ।
128 ମୁଁ ଯତ୍ନର ସହକାରେ ତୁମ୍ଭର ନିର୍ଦ୍ଦେଶକୁ ଅନୁସରଣ କରେ।
    ମୁଁ ମିଥ୍ୟା ଉପଦେଶକୁ ଘୃଣା କରେ।

ପେ

129 ସଦାପ୍ରଭୁ, ତୁମ୍ଭର ବାକ୍ୟସକଳ ଆଶ୍ଚର୍ଯ୍ୟଜନକ ଅଟେ।
    ସେଥିପାଇଁ ମୁଁ ତାହା ଅନୁସରଣ କରେ।
130 ତୁମ୍ଭର କଥାର ବିସ୍ତାରତା ମସ୍ତକକୁ ଆଲୋକ ପ୍ରଦାନ କରେ।
    ଏପରିକି ଏହା ମୂର୍ଖ ଲୋକମାନଙ୍କୁ ମଧ୍ୟ ବୁଦ୍ଧିମାନ କରେ।
131 ହେ ସଦାପ୍ରଭୁ, ମୁଁ ତୁମ୍ଭର ସମସ୍ତ ନିର୍ଦ୍ଦେଶ ଶିକ୍ଷା କରିବାକୁ ଗ୍ଭହେଁ।
    ମୁଁ ସେସବୁ ପାଇଁ ଧୈର୍ଯ୍ୟଶୀଳ ହୋଇ ଅପେକ୍ଷା କରୁଅଛି, ମୁଁ ପ୍ରାୟ ନିଶ୍ୱାସ ଅପ୍ରଚଳିତ।
132 ହେ ପରମେଶ୍ୱର, ମୋତେ ଦେଖ ଓ ମୋ’ ପ୍ରତି ଦୟା କର।
    ତୁମ୍ଭର ନାମକୁ ଭଲପାଉଥିବା ଲୋକମାନଙ୍କ ପାଇଁ ଯାହା କରିବା ଉଚିତ୍ ତାହା କର।
133 ହେ ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ପରିଗ୍ଭଳିତ କର।
    ମୋ’ ପ୍ରତି କୌଣସି ଅଘଟଣ ଘଟିବାକୁ ଦିଅ ନାହିଁ।
134 ହେ ସଦାପ୍ରଭୁ, ଯେଉଁମାନେ ମୋତେ ଆହତ କରନ୍ତି ସେମାନଙ୍କଠାରୁ ମୋତେ ରକ୍ଷା କର
    ଯେପରିକି ମୁଁ ତୁମ୍ଭର ନିର୍ଦ୍ଦେଶ ସକଳ ମାନିବି।
135 ହେ ସଦାପ୍ରଭୁ, ତୁମ୍ଭର ଦାସକୁ ଗ୍ରହଣ କର।
    ଏବଂ ତୁମ୍ଭର ବ୍ୟବସ୍ଥାମାନ ମୋତେ ଶିକ୍ଷା ଦିଅ।
136 ମୋ’ ଚକ୍ଷୁରୁ ଅଶ୍ରୁ ନଦୀପରି ବହୁଛି।
    କାରଣ ଲୋକମାନେ ତୁମ୍ଭର ବ୍ୟବସ୍ଥାମାନ ପାଳନ କରୁ ନାହାନ୍ତି।

ସାଦେ

137 ହେ ସଦାପ୍ରଭୁ, ତୁମ୍ଭେ ଧାର୍ମିକ ଅଟ।
    ଏବଂ ତୁମ୍ଭର ନିୟମ ସବୁ ଧର୍ମମୟ।
138 ତୁମ୍ଭେ ଆପଣା ନିୟମ ଦେଇଅଛ।
    ସେଗୁଡ଼ିକ ଧର୍ମମୟ ଓ ଆମ୍ଭେ ତା'ଉପରେ ସମ୍ପୂର୍ଣ୍ଣ ରୂପେ ଭରସା କରି ପାରିବୁ।
139 ମୋର ଦୃଢ଼ ଅନୁଭବ ମୋତେ ଗ୍ରାସ କରିଅଛି।
ମୁଁ ବହୁତ ମାନସିକ ଅଶାନ୍ତିରେ ଅଛି।
    କାରଣ ମୋର ଶତ୍ରୁଗଣ ତୁମ୍ଭର ବାକ୍ୟସବୁ ପାଶୋରି ଯାଇଛନ୍ତି।
140 ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ପରୀକ୍ଷା ହୋଇଅଛି ଏବଂ ବିଶ୍ୱସ୍ତ ବାହାରିଲା,
    ମୁଁ ତୁମ୍ଭର ଦାସ, ଏହାକୁ ଭଲ ପାଏ।
141 ମୁଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ଏବଂ ଲୋକମାନେ ମୋତେ ସମ୍ମାନ କରନ୍ତି ନାହିଁ।
    କିନ୍ତୁ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଭୁଲି ନାହିଁ।
142 ହେ ସଦାପ୍ରଭୁ, ତୁମ୍ଭର ଧାର୍ମିକତା ଅନନ୍ତକାଳସ୍ଥାୟୀ।
    ତୁମ୍ଭର ବ୍ୟବସ୍ଥାସବୁକୁ ଭରସା କରାଯାଇ ପାରିବ।
143 କ୍ଳେଶ ଓ ଯନ୍ତ୍ରଣା ମୋ’ ଉପରେ ଆସିଅଛି।
    କିନ୍ତୁ ମୁଁ ତୁମ୍ଭର ଆଜ୍ଞାରେ ଆନନ୍ଦିତ ହୁଏ।
144 ସଦାପ୍ରଭୁ, ତୁମ୍ଭର ପ୍ରମାଣ ବାକ୍ୟଗୁଡ଼ିକ ଚିରକାଳ ଉତ୍ତମ।
    ତାହା ସବୁ ବୁଝିବାରେ ସହାୟ ହୁଅ, ଯେପରିକି ମୁଁ ବଞ୍ଚିପାରିବି।

କଫ

145 ହେ ସଦାପ୍ରଭୁ, ମୁଁ ହୃଦୟ ସହକାରେ ତୁମ୍ଭକୁ ପ୍ରାର୍ଥନା କରେ।
    ମୋତେ ଉତ୍ତର ଦିଅ! ମୁଁ ତୁମ୍ଭର ନିୟମସବୁ ଅନୁସରଣ କରିବି।
146 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଡାକ ପକାଉଛି,
    ମୋତେ ରକ୍ଷା କର, ଏବଂ ମୁଁ ତୁମ୍ଭର ବାକ୍ୟ ଅନୁସରଣ କରିବି।
147 ମୁଁ ପ୍ରଭାତରୁ ଉଠିଲି ଏବଂ ମୁଁ ତୁମ୍ଭକୁ ପ୍ରାର୍ଥନା କଲି।
    ମୁଁ ତୁମ୍ଭ ବାକ୍ୟରେ ଭରସା କରେ।
148 ମୁଁ ତୁମ୍ଭର ପ୍ରତିଜ୍ଞା ଧ୍ୟାନ କରିବା ପାଇଁ
    ରାତ୍ରି ଉଜାଗର ରହିଲି।
149 ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ସହକାରେ ମୋର ପ୍ରାର୍ଥନା ଶୁଣ।
    ତୁମ୍ଭ ଶାସନ ଦ୍ୱାରା ମୋତେ ବଞ୍ଚିବାକୁ ଦିଅ।
150 ମନ୍ଦ ଯୋଜନା ସହିତ ଲୋକମାନେ ମୋତେ ଆକ୍ରମଣ କରିବା ପାଇଁ ମୋ’ ପାଖକୁ ଆସନ୍ତି।
    ସେମାନେ ତୁମ୍ଭର ଶିକ୍ଷାଠାରୁ ବହୁ ଦୂରରେ।
151 ହେ ସଦାପ୍ରଭୁ, ତୁମ୍ଭେ ମୋର ନିକଟବର୍ତ୍ତୀ।
    ତୁମ୍ଭର ଆଦେଶ ସକଳ ଭରସା ଯୋଗ୍ୟ।
152 ବହୁତ ଦିନ ପୂର୍ବରୁ ମୁଁ ଜାଣେ ଯେ, ତୁମ୍ଭର ଶାସନ ଅଛି।
    ମୁଁ ଜାଣେ ଯେ, ତୁମ୍ଭେ ସେମାନଙ୍କୁ ଅନନ୍ତକାଳ ପାଇଁ ଶେଷ କରିପକାଇଲ।

ରେଶ୍

153 ହେ ସଦାପ୍ରଭୁ, ମୋର ଯନ୍ତ୍ରଣାକୁ ଦେଖ ଓ ମୋତେ ଉଦ୍ଧାର କର।
    କାରଣ ମୁଁ ତୁମ୍ଭର ଶିକ୍ଷାମାନ ଭୁଲି ନାହିଁ।
154 ହେ ସଦାପ୍ରଭୁ, ତୁମ୍ଭେ ମୋ’ ପାଇଁ ନିଷ୍ପତ୍ତି କର ଏବଂ ମୋତେ ରକ୍ଷା କର।
    ତୁମ୍ଭର ପ୍ରତିଜ୍ଞାନୁସାରେ ମୋତେ ବଞ୍ଚିବାକୁ ଦିଅ।
155 ଦୁଷ୍ଟଗଣ କେବେ ବିଜୟୀ ହେବେ ନାହିଁ।
    କାରଣ ସେମାନେ ତୁମ୍ଭର ବ୍ୟବସ୍ଥା ଅନୁସରଣ କରନ୍ତି ନାହିଁ।
156 ହେ ସଦାପ୍ରଭୁ, ତୁମ୍ଭେ ମହାନ ଦୟାଳୁ।
    ତୁମ୍ଭର ଶାସନ ନିୟମାନୁସାରେ କାମ କର ଓ ମୋତେ ବଞ୍ଚିବାକୁ ଦିଅ।
157 ମୋତେ କଷ୍ଟ ଦେବାକୁ ଚେଷ୍ଟା କରନ୍ତି, ସେହିପରି ମୋର ବହୁତ ଶତ୍ରୁ ଅଛନ୍ତି,
    କିନ୍ତୁ ମୁଁ ତୁମ୍ଭର ବାକ୍ୟରୁ ବିଚ୍ୟୁତ ହୋଇ ନାହିଁ।
158 ମୁଁ ବିଶ୍ୱାସଘାତକମାନଙ୍କୁ ଦେଖେ।
    ସେମାନେ ତୁମ୍ଭର ବାକ୍ୟ ମାନନ୍ତି ନାହିଁ।
    ମୁଁ ସେମାନଙ୍କୁ ଘୃଣାକରେ।
159 ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶସବୁ ପାଳନ କରିବା ପାଇଁ କଠିନ ଚେଷ୍ଟା କରୁଛି।
    ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ମୋତେ ବଞ୍ଚିବାକୁ ଦିଅ।
160 ଆରମ୍ଭରୁ ତୁମ୍ଭର ସମୁଦାୟ ବାକ୍ୟ ଭରସା ଯୋଗ୍ୟ
    ଓ ତୁମ୍ଭର ସବୁ ଧର୍ମମୟ ବ୍ୟବସ୍ଥା ନିତ୍ୟସ୍ଥାୟୀ ପାଇଁ ସୁନ୍ଦର ହୋଇ ରହିବ।

ଶିନ୍

161 ସଦାପ୍ରଭୁ ଶକ୍ତିଶାଳୀ ଅଧିପତିମାନେ ବିନା କାରଣରେ ମୋତେ ଆକ୍ରମଣ କରନ୍ତି।
    କିନ୍ତୁ ମୁଁ କେବଳ ତୁମ୍ଭର ବାକ୍ୟକୁ ଭୟ ଓ ସମ୍ମାନ କରେ।
162 ତୁମ୍ଭର ପ୍ରତିଜ୍ଞା ମୋତେ ଆନନ୍ଦ ଦିଏ,
    ଯେପରି ଜଣେ ବ୍ୟକ୍ତି ବହୁତ ଲୁଟ୍ ଧନ ପାଇବା ପରେ ଖୁସୀ ହୁଏ।
163 ମୁଁ ମିଥ୍ୟାକୁ ଘୃଣା କରେ ଓ ଏହାକୁ ଅଶ୍ରଦ୍ଧା କରେ।
    ମାତ୍ର ମୁଁ ତୁମ୍ଭ ଶିକ୍ଷାସବୁ ସ୍ନେହ କରେ।
164 ତୁମ୍ଭର ଯଥାର୍ଥ ବିଗ୍ଭର ପାଇଁ,
    ମୁଁ ଦିନରେ ସାତଥର ତୁମ୍ଭର ପ୍ରଶଂସା କରେ।
165 ଯେଉଁ ବ୍ୟକ୍ତି ତୁମ୍ଭର ଶିକ୍ଷାକୁ ଭଲ ପାଏ, ସେ ଶାନ୍ତି ପାଇବ।
    ତାକୁ କୌଣସି ବସ୍ତୁ ପକେଇ ପାରିବ ନାହିଁ।
166 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଗ୍ଭହିଁ ଅଛି, ମୋତେ ରକ୍ଷା କର।
    ମୁଁ ତୁମ୍ଭର ଆଦେଶସବୁ ପାଳନ କଲି।
167 ମୁଁ ତୁମ୍ଭର ବାକ୍ୟକୁ ଅନୁସରଣ କରିଅଛି।
    ଏବଂ ସେଗୁଡ଼ିକୁ ବହୁଳ ପରିମାଣରେ ଭଲ ପାଏ।
168 ମୁଁ ତୁମ୍ଭର ନିୟମ ଓ ନିର୍ଦ୍ଦେଶ ପାଳନ କରିଅଛି।
    ତୁମ୍ଭେ ସବୁ ଜାଣ, ଯାହା ମୁଁ କରିଅଛି।

ତୌ

169 ହେ ସଦାପ୍ରଭୁ, ମୋର ସାହାଯ୍ୟ ପାଇଁ କାକୂକ୍ତି ଶୁଣ।
    ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ବୁଦ୍ଧିମାନ କର।
170 ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣ।
    ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ରକ୍ଷା କର।
171 ମୁଁ ତୁମ୍ଭର ପ୍ରଶଂସା ଗାନ କରିବି।
    କାରଣ ତୁମ୍ଭେ ଆପଣା ବ୍ୟବସ୍ଥାମାନ ମୋତେ ଶିଖାଇଅଛ।
172 ସଦାପ୍ରଭୁ, ମୁଁ ତୁମ୍ଭର ପ୍ରତିଜ୍ଞା ବିଷୟରେ ଗାନ କରିବି।
    କାରଣ ତୁମ୍ଭର ବ୍ୟବସ୍ଥାମାନ ଉତ୍ତମ।
173 ତୁମ୍ଭର ନିର୍ଦ୍ଦେଶ ଗୁଡ଼ିକୁ ମାନିବା ପାଇଁ ମୁଁ ମନୋନୀତ କରିଅଛି।
    ତେଣୁ ମୋର ସାହାଯ୍ୟ ପାଇଁ ବାହାରି ଆସ।
174 ହେ ସଦାପ୍ରଭୁ, ମୁଁ ଗ୍ଭହେଁ ତୁମ୍ଭେ ମୋତେ ରକ୍ଷା କର।
    ତୁମ୍ଭର ଶିକ୍ଷାସବୁ ମୋତେ ଉଲ୍ଲାସ ପ୍ରଦାନ କରେ।
175 ମୋତେ ବଞ୍ଚିବାକୁ ଦିଅ, ଯେପରିକି ମୁଁ ତୁମ୍ଭକୁ ପ୍ରଶଂସା କରିପାରେ।
    ତୁମ୍ଭର ବ୍ୟବସ୍ଥା ମୋର ସହାୟ ହେଉ।
176 ମୁଁ ହଜି ଯାଇଥିବା ମେଷପରି, ଏଣେତେଣେ ବୁଲୁଅଛି,
    ହେ ସଦାପ୍ରଭୁ, ଆପଣା ଦାସକୁ ଖୋଜ।
    କାରଣ ମୁଁ ତୁମ୍ଭର ଆଜ୍ଞା ସକଳ ପାଶୋରି ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center