Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ପ୍ରଥମ ପୁସ୍ତକ 1-2

ଅଦୋନିୟ ରାଜା ହେବାକୁ ଇଚ୍ଛା କଲେ

ରାଜା ଦାଉଦ ଅତ୍ୟନ୍ତ ବୃଦ୍ଧ ହେଲେ। ତାଙ୍କର ପରିଗ୍ଭରକଗଣ ତାଙ୍କୁ ଉଷ୍ଣ କରିବା ପାଇଁ ବହୁତ କମ୍ବଳ ଓ ବହୁ ବସ୍ତ୍ରରେ ଆଚ୍ଛାଦାନ କଲେ। କିନ୍ତୁ ସେ କିଛି ଉଷ୍ଣତା ପାଇଲେ ନାହିଁ। ତେଣୁ ତାଙ୍କର ଦାସମାନେ ତାଙ୍କୁ କହିଲ, “ଆମ୍ଭେମାନେ ଆପଣଙ୍କ ସେବା ନିମନ୍ତେ ଏକ ଯୁବତୀ କନ୍ୟା ଖୋଜି ଆଣିବୁ। ସେ ଆପଣଙ୍କୁ ଉଷ୍ଣତା ଦେବାକୁ ଆପଣଙ୍କ କୋଳରେ ଶୟନ କରିବ।” ଏଣୁ ରାଜାଙ୍କର ଦାସମାନେ ଇସ୍ରାଏଲର ସମସ୍ତ ଅଞ୍ଚଳରେ ସୁନ୍ଦରୀ କନ୍ୟାର ଅନ୍ୱେଷଣ କରିବା ଆରମ୍ଭ କରିଦେଲେ। ଶେଷରେ ସେ ଶୁନେମୀୟା ନଗରରୁ ଅବୀଶଗ ନାମକ ଏକ ସୁନ୍ଦରୀ ଯୁବତୀ ପାଇଲେ ଓ ତାକୁ ରାଜାଙ୍କ ନିକଟକୁ ଘେନି ଆସିଲେ। ସେହି ଯୁବତୀ ଅତି ସୁନ୍ଦରୀ ଥିଲା। ସେ ରାଜାଙ୍କର ସେବା ଓ ପରିଚର୍ଯ୍ୟା କଲା। ମାତ୍ର ରାଜା ଦାଉଦ ତା’ ସହିତ ଯୌନ ସମ୍ପର୍କ ରଖିଲେ ନାହିଁ।

5-6 ରାଜା ଦାଉଦ ଓ ପତ୍ନୀ ହଗୀତଙ୍କର ପୁତ୍ର ଅଦୋନିୟ ଅତି ସୁନ୍ଦର ଥିଲେ। ସେ ତାଙ୍କର ଭାଇ ଅବଶାଲୋମଙ୍କ ପରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ସେ ଅତ୍ୟନ୍ତ ଗର୍ବୀ ଥିଲେ ଓ ନିଜେ ପରବର୍ତ୍ତୀ ରାଜା ହେବାକୁ ସ୍ଥିର କଲେ। ସେ ଗୋଟିଏ ରଥ, ଅଶ୍ୱାରୋହୀଗଣ ଓ ସମ୍ମୁଖରେ ଦୌଡ଼ିବା ପାଇଁ ପଗ୍ଭଶ୍ ଜଣ ଲୋକ ପାଇଲେ। ମାତ୍ର ରାଜା ଦାଉଦ କେବେ ଅଦୋନିୟଙ୍କୁ ଠିକ୍ କରିବାକୁ ଚେଷ୍ଟା କରି ନ ଥିଲେ। “ଏପରିକି ସେ ତାଙ୍କୁ ପଗ୍ଭରିଲେ ନାହିଁ ଯେ କାହିଁକି ସେ ଏହିସବୁ କରୁଥିଲେ?”

ପୁଣି ସେ ସରୁୟାର ପୁତ୍ର ଯୋୟାବ ଓ ଅବିୟାଥର ଯାଜକ ସହିତ ପରାମର୍ଶ କଲେ। ସେମାନେ ଅଦୋନିୟର ଅନୁଗତ ହୋଇ ତାଙ୍କୁ ରାଜା କରିବାକୁ ସାହାଯ୍ୟ କଲେ। ମାତ୍ର ସାଦୋକ ଯାଜକ, ଯିହୋୟାଦାର ପୁତ୍ର ବନାୟ, ନାଥନ ଭବିଷ୍ୟ‌ଦ୍‌ବକ୍ତା, ଶିମିୟି, ରେୟି ଓ ଦାଉଦଙ୍କର ସ୍ୱତନ୍ତ୍ର ପ୍ରହରୀଗଣ ଅଦୋନିୟଙ୍କୁ ସମର୍ଥନ କରି ନ ଥିଲେ। ସେମାନେ ଦାଉଦଙ୍କର ବିଶ୍ୱସ୍ତ ଥିଲେ।

ଥରେ ଅଦୋନିୟ ଐନରୋଗଲେର ପାର୍ଶ୍ୱସ୍ଥ ସୋହେଲତ ପଥର ନିକଟରେ ମେଷ, ବୃଷ ଓ ପୁଷ୍ଟ ବାଛୁରି ମାରି ନିଜର ଭ୍ରାତା ରାଜପୁତ୍ରମାନଙ୍କୁ ଓ ଯିହୁଦା ରାଜାଙ୍କର ସମସ୍ତ କର୍ମଗ୍ଭରୀମାନଙ୍କୁ ଉତ୍ସର୍ଗ କରିଥିବା ପଶୁର ମାଂସ ଖାଇବା ପାଇଁ ନିମନ୍ତ୍ରଣ କଲେ। 10 ମାତ୍ର ସେ ନାଥନ ଭବିଷ୍ୟ‌ଦ୍‌ବକ୍ତାଙ୍କୁ, ବନାୟଙ୍କୁ, ପିତାଙ୍କର ସ୍ୱତନ୍ତ୍ର ବୀରମାନଙ୍କୁ ଓ ନିଜର ଭାଇ ଶଲୋମନଙ୍କୁ ନିମନ୍ତ୍ରଣ କଲେ ନାହିଁ।

ନାଥନ ଓ ବ‌ତ୍‌ଶେବା ଶଲୋମନ ସପକ୍ଷରେ କହିଲେ

11 ଏଥିରେ ନାଥନ ଶଲୋମନଙ୍କର ମାତା ବ‌ତ୍‌ଶେବାଙ୍କୁ କହିଲେ, “ଆମ୍ଭମାନଙ୍କର ପ୍ରଭୁ ଦାଉଦଙ୍କ ଅଜ୍ଞାତସାରରେ ହଗୀତଙ୍କର ପୁତ୍ର ଅଦୋନିୟ ନିଜକୁ ରାଜା କରିଅଛନ୍ତି। ଏହା କ’ଣ ତୁମ୍ଭେ ଶୁଣି ନାହଁ? 12 ଏଣୁ ତୁମ୍ଭର ଓ ତୁମ୍ଭ ପୁତ୍ର ଶଲୋମନର ଜୀବନ ବିପଦପୂର୍ଣ୍ଣ। ତୁମ୍ଭେ ନିଜର ଓ ନିଜ ପୁତ୍ର ଶଲୋମନର ଜୀବନ କିପରି ରକ୍ଷା କରି ପାରିବ, ମୁଁ ତୁମ୍ଭକୁ ମନ୍ତ୍ରଣା ଦେବି। 13 ତୁମ୍ଭେ ରାଜା ଦାଉଦଙ୍କ ନିକଟକୁ ଯାଇ କୁହ, ‘ହେ ମୋର ମହାଶୟ ମହାରାଜ, ଆପଣ କ’ଣ ପ୍ରତିଜ୍ଞା କରି ଏ ଦାସୀକୁ କହି ନ ଥିଲ, ମୋ’ ଉତ୍ତାରେ ତୁମ୍ଭର ପୁତ୍ର ଶଲୋମନ ରାଜ୍ୟ ଶାସନ କରିବ ଓ ସେ ମୋ’ ସିଂହାସନରେ ବସିବ? ତେବେ ଅଦୋନିୟ କିପରି ରାଜ୍ୟ କରୁଅଛି?’ 14 ତୁମ୍ଭେ ଯେତେବେଳେ ରାଜାଙ୍କ ସହିତ କଥାବାର୍ତ୍ତା କରୁଥିବ, ମୁଁ ସେଠାରେ ପହଞ୍ଚିବି ଏବଂ ତୁମ୍ଭେ ସେ ସ୍ଥାନ ଛାଡ଼ିଲା ପରେ ମୁଁ ତୁମ୍ଭର କଥାଗୁଡ଼ିକ ନିଶ୍ଚିତ କରିବି।”

15 ଏଥିରେ ବ‌ତ୍‌ଶେବା ଶୟନାଗାର ଭିତରକୁ ଯାଇ ରାଜାଙ୍କୁ ଦେଖିଲେ। ସେତେବେଳେ ରାଜା ଅତ୍ୟନ୍ତ ବୃଦ୍ଧ ଥିଲେ। ଶୁନେମୀୟା ଯୁବତୀ ଅବୀଶଗ ରାଜାଙ୍କର ପରିଚର୍ଯ୍ୟା କରୁଥିଲା। 16 ବ‌ତ୍‌ଶେବା ମୁଣ୍ତ ନୁଆଁଇ ରାଜାଙ୍କୁ ପ୍ରଣାମ କଲେ। ତା'ପରେ ରାଜା ପଗ୍ଭରିଲେ, “ତୁମ୍ଭେ କ’ଣ ଇଚ୍ଛା କରୁଛ?”

17 ବ‌ତ୍‌ଶେବା କହିଲେ, “ହେ ମୋର ମହାଶୟ, ଆପଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ନାମରେ ଏ ଦାସୀ ନିକଟରେ ପ୍ରତିଜ୍ଞା କରିଥିଲେ ଯେ, ‘ମୋ’ ଉତ୍ତାରେ ତୁମ୍ଭ ପୁତ୍ର ଶଲୋମନ ନିଶ୍ଚୟ ରାଜା ହେବ ଓ ସେ ମୋ’ ସିଂହାସନରେ ବସିବ’। 18 ମାତ୍ର ବର୍ତ୍ତମାନ ଆପଣଙ୍କ ଅଜ୍ଞାତରେ ଅଦୋନିୟ ରାଜ୍ୟ କରୁଅଛି। ଅଥଚ ଆପଣ ଜାଣନ୍ତି ନାହିଁ। 19 ଆଉ ସେ ଅନେକ ମେଷ, ବୃଷ ଓ ପୁଷ୍ଟ ପଶୁ ମାରି ମହାରାଜାଙ୍କ ସମସ୍ତ ପୁତ୍ରମାନଙ୍କୁ, ଅବିୟାଥର ଯାଜକଙ୍କୁ ଓ ଯୋୟାବ ସେନାପତିଙ୍କୁ ନିମନ୍ତ୍ରଣ କରିଅଛି, ମାତ୍ର ଆପଣଙ୍କ ବିଶ୍ୱସ୍ତ ପୁତ୍ର ଶଲୋମନଙ୍କୁ ଡାକି ନାହିଁ। 20 ହେ ମୋର ମହାଶୟ ମହାରାଜା, ବର୍ତ୍ତମାନ ସମଗ୍ର ଇସ୍ରାଏଲବାସୀ ଆପଣଙ୍କ ଉପରେ ଦୃଷ୍ଟି ରଖିଛନ୍ତି। ସେମାନେ ଦେଖିବା ପାଇଁ ଅପେକ୍ଷା କରିଛନ୍ତି। ଆପଣଙ୍କ ଅନ୍ତେ କାହାକୁ ଆପଣ ସିଂହାସନରେ ବସାଇ ରାଜା କରିବେ। 21 ତେଣୁ ଆପଣ ମୃତ୍ୟୁ ପୂର୍ବରୁ କିଛି ଗୋଟିଏ ସ୍ଥିର କରନ୍ତୁ। ତା'ପରେ ନ ହେଲେ ଆପଣ ଆପଣଙ୍କ ପିତୃପୁରୁଷଙ୍କ ସହିତ ସମାଧିସ୍ଥ ହେଲା ପରେ ମୁଁ ଓ ମୋର ପୁତ୍ର ଶଲୋମନ ଦୋଷୀ ବୋଲି ପରିଗଣିତ ହେବୁ।”

22 ବ‌ତ୍‌ଶେବା ରାଜାଙ୍କ ସହିତ କଥାବାର୍ତ୍ତା କରୁଥିବା ବେଳେ ଭବିଷ୍ୟ‌ଦ୍‌ବକ୍ତା ନାଥନ ସେଠାରେ ଉପସ୍ଥିତ ହେଲେ। 23 ରାଜାଙ୍କର ଦାସମାନେ ରାଜାଙ୍କୁ କହିଲେ, “ଭବିଷ୍ୟ‌ଦ୍‌ବକ୍ତା ନାଥନ ଏଠାରେ ଉପସ୍ଥିତ।” ତା'ପରେ ନାଥନ ରାଜାଙ୍କ ସମ୍ମୁଖକୁ ଯାଇ ତାଙ୍କୁ ନତମସ୍ତକ ହୋଇ ପ୍ରଣାମ କଲେ। 24 ନାଥନ କହିଲେ, ହେ” ମୋର ମହାରାଜ, ଆପଣ କ’ଣ ଘୋଷଣା କରିଛନ୍ତି କି ଆପଣଙ୍କ ପରେ ଅଦୋନିୟ ରାଜ୍ୟ କରିବେ ଓ ଆପଣଙ୍କ ସିଂହାସନକୁ ଅଧିକାର କରିବେ? 25 କାରଣ ସେ ଆଜି ଯାଇ ଉପତ୍ୟକାରେ ଅନେକ ମେଷ, ବୃଷ ଓ ପୁଷ୍ଟ ପଶୁ ମାରି ସମସ୍ତ ରାଜପୁତ୍ରମାନଙ୍କୁ ଓ ସେନାପତିମାନଙ୍କୁ ଏବଂ ଅବିୟାଥର ଯାଜକଙ୍କୁ ନିମନ୍ତ୍ରଣ କରିଅଛନ୍ତି। ସେମାନେ ଏକତ୍ରିତ ହୋଇ ଭୋଜନ ପାନ କରୁଛନ୍ତି ଓ କହୁଛନ୍ତି, ‘ରାଜା ଅଦୋନିୟ ଚିରଜୀବି ହୁଅନ୍ତୁ।’ 26 କିନ୍ତୁ ସେ ମୋତେ, ସାଦୋକ ଯାଜକଙ୍କୁ, ଯିହୋୟାଦାର ପୁତ୍ର ବନାୟକୁ ଓ ଆପଣଙ୍କ ପୁତ୍ର ଶଲୋମନକୁ ନିମନ୍ତ୍ରଣ କରି ନାହାନ୍ତି। 27 ମୋର ମହାରାଜ, ଆପଣ ଆମ୍ଭମାନଙ୍କୁ ନ ଜଣାଇ ଏହି କାର୍ଯ୍ୟ କରିଛନ୍ତି କି? ଦୟାକରି କୁହନ୍ତୁ କିଏ ଆପଣଙ୍କ ଅନ୍ତେ ସିଂହାସନରେ ବସିବ?”

28 ତା'ପରେ ରାଜା ଦାଉଦ କହିଲେ, “ବ‌ତ୍‌ଶେବାକୁ ମୋ’ ପାଖକୁ ଡାକ!” ତେଣୁ ସେ ରାଜାଙ୍କ ନିକଟକୁ ଯାଇ ତାଙ୍କ ସମ୍ମୁଖରେ ଛିଡ଼ା ହେଲେ।

29 ତା'ପରେ ରାଜା ଶପଥ କଲେ, “ଯେପର୍ଯ୍ୟନ୍ତ ସଦାପ୍ରଭୁ ଜୀବିତ ଅଛନ୍ତି ପରମେଶ୍ୱର ମୋତେ ସମସ୍ତ ବିପଦରୁ ରକ୍ଷା କରିଛନ୍ତି। ମୁଁ ଏହି ପ୍ରତିଜ୍ଞା କରୁଅଛି। 30 ଯାହା ପୂର୍ବରୁ ମୁଁ ତୁମ୍ଭ ନିକଟରେ ପ୍ରତିଜ୍ଞା କରିଥିଲି ଆଜି ମୁଁ ତାହା କରିବି। ତୁମ୍ଭର ପୁତ୍ର ଶଲୋମନ ରାଜ୍ୟ ଶାସନ କରିବ ଓ ମୋ’ ଅନ୍ତେ ମୋ’ ପଦରେ ସିଂହାସନରେ ବସିବ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ମୁଁ ପ୍ରତିଜ୍ଞା କରି କହୁଛି, ମୁଁ ମୋର ପ୍ରତିଜ୍ଞା ରଖିବି ଓ ଆଜି ତାହା ପାଳନ କରିବି।”

31 ତା'ପରେ ବ‌ତ୍‌ଶେବା ରାଜାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିଲେ, “ମୋ’ ମହାରାଜ ଦାଉଦ, ଦୀର୍ଘଜୀବୀ ହୁଅନ୍ତୁ!”

ଶଲୋମନ ନୂତନ ରାଜାରୂପେ ମନୋନୀତ

32 ତା'ପରେ ରାଜା ଦାଉଦ କହିଲେ, “ସାଦୋକ ଯାଜକକୁ, ନାଥନ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଓ ଯିହୋୟାଦାର ପୁତ୍ର ବନାୟକୁ ମୋ’ ନିକଟକୁ ଡାକ।” ଏଣୁ ସେ ତିନି ଜଣ ରାଜାଙ୍କ ସମ୍ମୁଖକୁ ଆସିଲେ। 33 ତା'ପରେ ରାଜା ସେମାନଙ୍କୁ କହିଲେ, “ମୋର ସମସ୍ତ ଦାସମାନଙ୍କୁ ତୁମ୍ଭମାନଙ୍କ ସଙ୍ଗରେ ନେଇ ଓ ମୋର ପୁତ୍ର ଶଲୋମନକୁ ମୋ’ ନିଜ ଖଚରରେ ବସାଇ ଗୀହୋନ ଝରଣା ନିକଟକୁ ଆଣ। 34 ଆଉ ସେଠାରେ ଯାଜକ ସାଦୋକ ଓ ଭବିଷ୍ୟ‌ଦ୍‌ବକ୍ତା ନାଥନ ଶଲୋମନକୁ ଇସ୍ରାଏଲର ନୂତନ ରାଜା ରୂପେ ନିଶ୍ଚୟ ଅଭିଷିକ୍ତ କରିବେ। ପୁଣି ତୁମ୍ଭେମାନେ ତୂରୀ ବଜାଇ କୁହ, ‘ରାଜା ଶଲୋମନ ଦୀର୍ଘଜୀବୀ ହୁଅନ୍ତୁ।’ 35 ତହିଁ ଉତ୍ତାରେ ତୁମ୍ଭେମାନେ ତା’ ସହିତ ଫେରି ଆସ। ଶଲୋମନ ମୋର ସିଂହାସନରେ ବସୁ ଓ ମୋ’ ସ୍ଥାନରେ ସେ ନୂଆ ରାଜା ହେଉ। ମୁଁ ଇସ୍ରାଏଲ ଓ ଯିହୁଦାର ନୂତନ ଶାସକ ରୂପେ ତାକୁ ମନୋନୀତ କରିଅଛି।”

36 ଏଥିରେ ଯିହୋୟାଦାର ପୁତ୍ର ବନାୟ ରାଜାଙ୍କୁ ଉତ୍ତର କରି କହିଲା, “ଏମନ୍ତ ହେଉ, ମୋ’ ମହାରାଜାଙ୍କୁ ସଦାପ୍ରଭୁ ପରମେଶ୍ୱର ମଧ୍ୟ ଏପରି କୁହନ୍ତୁ। 37 ସଦାପ୍ରଭୁ ଯେପରି ମୋର ମହାରାଜାଙ୍କର ସହବର୍ତ୍ତୀ ହୋଇଅଛନ୍ତି, ସେହିପରି ସଦାପ୍ରଭୁ ଶଲୋମନଙ୍କର ମଧ୍ୟ ସହବର୍ତ୍ତୀ ହୁଅନ୍ତୁ। ରାଜା ଶଲୋମନଙ୍କର ରାଜ୍ୟ ମୋର ମହାରାଜଙ୍କର ରାଜ୍ୟଠାରୁ ଅଧିକ ବଡ଼ ଓ ଅଧିକ ଶକ୍ତିଶାଳୀ ହେଉ।”

38 ତେଣୁ ଯାଜକ ସାଦୋକ, ଭବିଷ୍ୟ‌ଦ୍‌ବକ୍ତା ନାଥନ ଓ ଯିହୋୟାଦାର ପୁତ୍ର ବନାୟ ଏବଂ ରାଜାଙ୍କର ଦାସମାନେ ତାଙ୍କର ରାଜକୀୟ ଆଦେଶ ପାଳନ କଲେ। ସେମାନେ ଶଲୋମନଙ୍କୁ ରାଜା ଦାଉଦଙ୍କର ଗଧ ଉପରେ ବସାଇ ଗୀହୋନ ଝରଣା ନିକଟକୁ ନେଇଗଲେ। 39 ପୁଣି ଯାଜକ ସାଦୋକ ପବିତ୍ର ତମ୍ବୁ ମଧ୍ୟରୁ ଶିଙ୍ଗାଏ ପବିତ୍ର ତୈଳ ନେଇ ଶଲୋମନଙ୍କୁ ଅଭିଷେକ କଲେ। ତା'ପରେ ସେମାନେ ଉଚ୍ଚ ସ୍ୱରରେ ତୂରୀ ବଜାଇଲେ ଏବଂ ସମସ୍ତ ଲୋକମାନେ ଉଚ୍ଚ ସ୍ୱରରେ କହିଲେ, “ରାଜା ଶଲୋମନ ଚିରଜୀବି ହୁଅନ୍ତୁ।” 40 ତତ୍ପରେ ସମସ୍ତ ଲୋକ ଶଲୋମନଙ୍କ ପଛେ ପଛେ ନଗରକୁ ଗଲେ। ସେମାନେ ବହୁତ ଖୁସୀ ଥିଲେ ଓ ବଂଶୀ ବାଦନ କରି ଏପରି ମହାହର୍ଷନାଦ କଲେ ଯେ ପୃଥିବୀ ପ୍ରକମ୍ପିତ ହେଲା।

41 ଏହି ସମୟରେ ଅଦୋନିୟ ଓ ତାହାର ସମସ୍ତ ନିମନ୍ତ୍ରିତ ଅତୀଥି ଭୋଜନ ସମାପ୍ତ କରିବା ସମୟରେ ସେମାନେ ତୂରୀ ଶବ୍ଦ ଶୁଣିଲେ। ଯୋୟାବ ପଗ୍ଭରିଲେ, “ନଗରରେ ଏହି କୋଳାହଳ ଶବ୍ଦ କାହିଁକି ହେଉଅଛି?”

42 ଯୋୟାବ ଏହିକଥା କହୁଥିବା ବେଳେ ଯାଜକ ଅବିୟାଥରର ପୁତ୍ର ଯୋନାଥନ ସେଠାରେ ପହଞ୍ଚିଲା। ଅଦୋନିୟ, “ଭିତରକୁ ଡାକିଲା, ତୁମ୍ଭେ ଯୋଗ୍ୟ ପୁରୁଷ, ତୁମ୍ଭେ ନିଶ୍ଚିତ ସୁସମାଗ୍ଭର ଆଣିଥିବ।”

43 ମାତ୍ର ଯୋନାଥନ ଉତ୍ତର କଲେ, “ଏହା ତୁମ୍ଭ ପାଇଁ ସୁସମାଗ୍ଭର ନୁହେଁ। ରାଜା ଦାଉଦ ଶଲୋମନଙ୍କୁ ନୂଆ ରାଜା କରିଛନ୍ତି। 44 ପୁଣି ରାଜା ଯାଜକ ସାଦୋକକୁ, ଭବିଷ୍ୟ‌ଦ୍‌ବକ୍ତା ନାଥନଙ୍କୁ, ଯିହୋୟାଦାର ପୁତ୍ର ବନାୟକୁ ଓ ରାଜାଙ୍କର ସମସ୍ତ କର୍ମଗ୍ଭରୀଗଣଙ୍କୁ ତାଙ୍କ ସହିତ ପଠାଇଲେ ଓ ସେମାନେ ତାଙ୍କୁ ରାଜାଙ୍କ ନିଜ ଖଚରରେ ଆରୋହଣ କରାଇଲେ। 45 ତା'ପରେ ସାଦୋକ ଯାଜକ ଓ ନାଥନ ଭବିଷ୍ୟ‌ଦ୍‌ବକ୍ତା ଶଲୋମନଙ୍କୁ ଗୀହୋନ ଝରଣା ନିକଟରେ ଅଭିଷେକ କରାଇଲେ। ତା'ପରେ ସେମାନେ ନଗରରେ ପ୍ରବେଶ କଲେ ଓ ଲୋକମାନେ ତାଙ୍କ ପଶ୍ଚା‌ତ୍‌ଧାବନ କଲେ। ବର୍ତ୍ତମାନ ସମସ୍ତ ନଗରବାସୀ ମହାଆନନ୍ଦିତ ଓ ସେହି ଆନନ୍ଦଧ୍ୱନି ତୁମ୍ଭେ ଶୁଣୁଥିଲ। 46-47 ଶଲୋମନ ସିଂହାସନ ଉପରେ ବସିଛନ୍ତି, ଏପରିକି ରାଜକର୍ମଗ୍ଭରୀଗଣ ରାଜା ଦାଉଦଙ୍କୁ ଅଭିବାଦନ ଜଣାଉଛନ୍ତି। ସେମାନେ କହୁଛନ୍ତି, ‘ରାଜା ଦାଉଦ, ତୁମ୍ଭେ ଜଣେ ମହାନ ରାଜା। ଆମ୍ଭେମାନେ ତୁମ୍ଭର ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛୁ, ଶଲୋମନକୁ ତୁମ୍ଭ ଅପେକ୍ଷା ମହାନ କରନ୍ତୁ। ମହାନ ରାଜା ତୁମ୍ଭର ପରମେଶ୍ୱର ତୁମ୍ଭଠାରୁ ତାଙ୍କୁ ଅଧିକ ଖ୍ୟାତ କରନ୍ତୁ ଓ ତାଙ୍କର ସାମ୍ରାଜ୍ୟ ତୁମ୍ଭ ଅପେକ୍ଷା ଅଧିକ ବଡ଼ ଓ ଶକ୍ତିଶାଳୀ ହେଉ।’ ରାଜା ଦାଉଦ ମଧ୍ୟ ଶଯ୍ୟାରେ ଥାଇ ମଥାନତ କଲେ। 48 ରାଜା କହିଲେ, ‘ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ପ୍ରଶଂସା କର, ସେ ଆଜି ମୋର ସିଂହାସନରେ ମୋର ପୁତ୍ରମାନଙ୍କ ମଧ୍ୟରୁ ଜଣକୁ ବସାଇଲେ, ଏହା ଦେଖିବା ପାଇଁ ସେ ମୋତେ ଜୀବିତ ରଖିଲେ।’”

49 ଏଥିରେ ଅଦୋନିୟ ଦ୍ୱାରା ନିମନ୍ତ୍ରିତ ଲୋକମାନେ ଭୟଭୀତ ହେଲେ ଓ ପ୍ରତ୍ୟେକ ଶୀଘ୍ର ଗ୍ଭଲିଗଲେ। 50 ଅଦୋନିୟ ମଧ୍ୟ ଭୟ କଲା। କାରଣ ସେ ଶଲୋମନଙ୍କୁ ଭୟ କରୁଥିଲା। ତେଣୁ ସେ ଉଠିଯାଇ ଯଜ୍ଞବେଦିର ଶିଙ୍ଗକୁ ଅବଲମ୍ବନ କଲା[a] 51 ତା'ପରେ କେହି ଜଣେ ଶଲୋମନକୁ ସମ୍ବାଦ ଦେଲା, “ଅଦୋନୀୟ ତୁମ୍ଭକୁ ଭୟ କରୁଅଛି। ତେଣୁ ସେ ଯଜ୍ଞବେଦିର ଶିଙ୍ଗକୁ ଅବଲମ୍ବନ କରିଅଛି। ସେ ଛାଡ଼ିବା ପାଇଁ ମନା କରି କହୁଅଛି, ‘ଶଲୋମନ ରାଜା ଆପଣା ଦାସ ଅଦୋନିୟକୁ ହତ୍ୟା କରିବେ ନାହିଁ ବୋଲି ପ୍ରତିଜ୍ଞା କରି କୁହନ୍ତୁ।’”

52 ତହିଁରେ ଶଲୋମନ ଉତ୍ତର କଲେ, “ଯଦି ଅଦୋନିୟ ନିଜକୁ ଜଣେ ଉତ୍ତମ ଲୋକ ବୋଲି ପ୍ରମାଣ କରିବ ତେବେ ମୁଁ ପ୍ରତିଜ୍ଞା କରୁଛି ତା'ର କେଶ ମଧ୍ୟ କେହି ସ୍ପର୍ଶ କରିବେ ନାହିଁ। କିନ୍ତୁ ଯଦି ସେ କୁକର୍ମ କାର୍ଯ୍ୟ କରେ ସେ ନିଶ୍ଚିତ ବଧ ହେବ।” 53 ତା'ପରେ ରାଜା ଶଲୋମନ କେତେକ ଲୋକଙ୍କୁ ଅଦୋନିୟ ନିକଟକୁ ପଠାଇଲେ। ସେମାନେ ଅଦୋନିୟକୁ ଶଲୋମନ ନିକଟକୁ ଆଣିଲେ। ଅଦୋନିୟ ରାଜା ଶଲୋମନଙ୍କୁ ପ୍ରଣାମ କଲା। ଶଲୋମନ ତାହାକୁ କହିଲେ, “ନିଜ ଘରକୁ ଯାଅ।”

ରାଜା ଦାଉଦଙ୍କ ମୃତ୍ୟୁ

ଅନନ୍ତର ରାଜା ଦାଉଦଙ୍କର ମୃତ୍ୟୁ ସନ୍ନିକଟ ହେବାରୁ ସେ ପୁତ୍ର ଶଲୋମନକୁ ଆଜ୍ଞା ଦେଇ କହିଲେ, “ମୁଁ ପାର୍ଥିବ ମଣିଷ ପରି ମୃତ୍ୟୁବରଣ କରିବାକୁ ଯାଉଛି। ଏଣୁ ତୁମ୍ଭେ ବଳବାନ୍ ହୁଅ ଓ ପୁରୁଷତ୍ୱ ପ୍ରକାଶ କର। ବର୍ତ୍ତମାନ ତୁମ୍ଭେ ସାବଧାନତାର ସହ ଓ ବିଶ୍ୱସ୍ତତାର ସହ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ସମସ୍ତ ଆଦେଶ ପାଳନ କରିବାର ସମୟ। ତାଙ୍କର ସମସ୍ତ ବ୍ୟବସ୍ଥା, ସମସ୍ତ ଆଜ୍ଞା, ନିଷ୍ପତ୍ତି ଓ ନିୟମକୁ ମାନି ଚଳ। ମୋଶାଙ୍କ ଲିଖିତ ସମସ୍ତ ନିୟମକୁ ପାଳନ କର। ତାହାହେଲେ ତୁମ୍ଭେ ସବୁ କ୍ଷେତ୍ରରେ ସଫଳ ହେବ ଓ ଯେଉଁ ସ୍ଥାନକୁ ଯିବ କୁଶଳ ପ୍ରାପ୍ତ ହେବ। ଯଦି ତୁମ୍ଭେ ସଦାପ୍ରଭୁଙ୍କର ଏହି ନିୟମ ପାଳନ କରିବ, ତେବେ ସଦାପ୍ରଭୁ ମୋ’ ବିଷୟରେ ଯାହା ପ୍ରତିଜ୍ଞା କରିଛନ୍ତି ତାହା ନିଶ୍ଚୟ ହେବ। ସଦାପ୍ରଭୁ କହିଥିଲେ, ‘ଯଦି ତୁମ୍ଭର ସନ୍ତାନମାନେ ସମସ୍ତ ମନ ଓ ପ୍ରାଣ ସହିତ ମୁଁ ଦେଇଥିବା ଆଜ୍ଞାନୁସାରେ ଜୀବନ ଧାରଣ କରିବେ, ତେବେ ଇସ୍ରାଏଲର ସିଂହାସନରେ ତୁମ୍ଭ ବଂଶରୁ ହିଁ ବସିବେ। ସଦାପ୍ରଭୁ ତାଙ୍କର ଏହି ବାକ୍ୟ ପୂରଣ କରିବେ।’”

ଦାଉଦ ପୁଣି କହିଲେ, “ସରୁୟାର ପୁତ୍ର ଯୋୟାବ ମୋ’ ବିରୁଦ୍ଧରେ ଯାହା କରିଅଛି, ତୁମ୍ଭେ ଭଲଭାବରେ ଜାଣ। ସେ ଇସ୍ରାଏଲର ଦୁଇ ସେନାପତିଙ୍କୁ ହତ୍ୟା କରିଛି, ନରର ପୁତ୍ର ଅ‌‌ବ୍‌‌ନର‌ ଓ ଯେଥରର ପୁତ୍ର ଅମାସାଙ୍କୁ ଶାନ୍ତି ସମୟରେ ଈର୍ଷାନ୍ୱିତ ହୋଇ ହତ୍ୟା କଲା। ସେହି ରକ୍ତରେ ତା'ର କଟିବନ୍ଧନୀ ଓ ପାଦୁକାକୁ ସିକ୍ତ କଲା। ମୋର ଦଣ୍ତ ଦେବାର ଉଚିତ୍ ଥିଲା। ମାତ୍ର ବର୍ତ୍ତମାନ ତୁମ୍ଭେ ରାଜା। ତେଣୁ ତୁମ୍ଭେ ଆପଣା ଜ୍ଞାନ ଅନୁସାରେ ତାହା ପ୍ରତି ବ୍ୟବହାର କର ଓ ତାହାର ବୃଦ୍ଧାବସ୍ଥାରେ ତାକୁ ଶାନ୍ତିରେ ମରିବାକୁ ଦିଅ ନାହିଁ।

“ଗିଲିୟଦୀୟରୁ ବର୍ସିଲ୍ଲୟର ପୁତ୍ରମାନଙ୍କ ପ୍ରତି ଦୟା କର। ତୁମ୍ଭର ଖାଇବା ମେଜ ନିକଟରେ ସେମାନଙ୍କ ପାଇଁ ଜାଗା କର। କାରଣ ମୁଁ ତୁମ୍ଭ ଭ୍ରାତା ଅବଶାଲୋମଠାରୁ ପଳାୟନ କଲାବେଳେ ସେମାନେ ମୋତେ ସାହାଯ୍ୟ କରିଥିଲେ।

“ସ୍ମରଣ କର, ବିନ୍ୟାମୀନୀୟ ଗେରାର ପୁତ୍ର ବହୁରୀମ ନିବାସୀ ଶିମିୟି ତୁମ୍ଭ ସହିତ ଅଛି। ମୁଁ ମହନୟିମକୁ ପଳାୟନ କଲା ଦିନ ସେ ମୋତେ ଏକ ଜଘନ୍ୟ ଅଭିଶାପ ଦେଲା। ସେ ଯର୍ଦ୍ଦନ ନିକଟରେ ମୋତେ ଦେଖିବାକୁ ଆସିଥିଲା, “କିନ୍ତୁ ମୁଁ ତାକୁ ହତ୍ୟା ନ କରିବା ପାଇଁ ସଦାପ୍ରଭୁଙ୍କ ନାମରେ ପ୍ରତିଜ୍ଞା କରିଥିଲି। ବର୍ତ୍ତମାନ ତୁମ୍ଭେ ତାକୁ ବିନା ଶାସ୍ତିରେ ଛାଡ଼ ନାହିଁ। ତୁମ୍ଭେ ତ ଜଣେ ଜ୍ଞାନୀ ଲୋକ। ତା’ ପ୍ରତି ତୁମ୍ଭର କର୍ତ୍ତବ୍ୟ କ’ଣ ତୁମ୍ଭେ ଜାଣ। ତାକୁ ବାର୍ଦ୍ଧକ୍ୟରେ ଶାନ୍ତିରେ ମରିବାକୁ ଦେବ ନାହିଁ।”

10 ତା'ପରେ ଦାଉଦଙ୍କର ମୃତ୍ୟୁ ହେଲା ଓ ସେ ଦାଉଦ ନଗରରେ କବରପ୍ରାପ୍ତ ହେଲେ। 11 ଦାଉଦ ଇସ୍ରାଏଲରେ ଗ୍ଭଳିଶ୍ ବର୍ଷ ରାଜତ୍ୱ କରିଥିଲେ। ସେ ହିବ୍ରୋଣରେ ସାତ ବର୍ଷ ଓ ଯିରୁଶାଲମରେ ତେତିଶ ବର୍ଷ ରାଜତ୍ୱ କରିଥିଲେ।

ଶଲୋମନ ତାଙ୍କର ରାଜ୍ୟକୁ ନିୟନ୍ତ୍ରଣରେ ନେଲେ

12 ଶଲୋମନ ନିଜ ପିତା ଦାଉଦଙ୍କର ସିଂହାସନରେ ଉପବିଷ୍ଟ ହୋଇ ଇସ୍ରାଏଲ ଉପରେ ରାଜତ୍ୱ କଲେ। ଓ ତାଙ୍କର ରାଜ୍ୟ ଅତିଶୟ ଦୃଢ଼ ହେଲା।

13 ତା'ପରେ ହଗୀତର ପୁତ୍ର ଅଦୋନିୟ ଶଲୋମନଙ୍କର ମାତା ବ‌ତ୍‌ଶେବା ନିକଟକୁ ଆସିଲେ। ବ‌ତ୍‌ଶେବା ତାଙ୍କୁ ପଗ୍ଭରିଲେ, “ଶାନ୍ତିରେ ଆସିଲ ତ?”

ଅଦୋନିୟ ଉତ୍ତର ଦେଲେ, “ହଁ, ଶାନ୍ତିରେ ଆସିଲି। 14 ମୋର ତୁମ୍ଭକୁ କିଛି କହିବାର ଅଛି।”

ବ‌ତ୍‌ଶେବା କହିଲେ, “କୁହ।”

15 ଅଦୋନିୟ କହିଲେ, “ତୁମ୍ଭେ ଜାଣ ଏକ ସମୟରେ ଏ ରାଜ୍ୟ ମୋର ଥିଲା। ସମସ୍ତ ଇସ୍ରାଏଲୀୟଗଣ ମୋତେ ରାଜା ହେବା ପାଇଁ ପସନ୍ଦ କରିଥିଲେ। କିନ୍ତୁ ମୋର ଭାଇ ରାଜା ହୋଇ ଯାଇଛି। ଏହା ସଦାପ୍ରଭୁଙ୍କର ଇଚ୍ଛା। 16 ଏଣୁ ବର୍ତ୍ତମାନ ମୁଁ ତୁମ୍ଭକୁ ଗୋଟିଏ ନିବେଦନ କରୁଅଛି। ମୋତେ ନାସ୍ତି କରିବ ନାହିଁ।”

ବ‌ତ୍‌ଶେବା କହିଲେ, “କ’ଣ ଇଚ୍ଛା କରୁଛ?”

17 ଅଦୋନିୟ କହିଲେ, “ତୁମ୍ଭେ ଅନୁଗ୍ରହ କରି ଶୁନେମୀୟା ଅବୀଶଗକୁ ମୋ’ ସହିତ ବିବାହ ଦେବା ପାଇଁ ଶଲୋମନ ରାଜାଙ୍କୁ କୁହ, ସେ ତ ତୁମ୍ଭକୁ ନାସ୍ତି କରିବେ ନାହିଁ।”

18 ତା'ପରେ ବ‌ତ୍‌ଶେବା କହିଲେ, “ଭଲ କଥା, ମୁଁ ତୁମ୍ଭ ପାଇଁ ରାଜାଙ୍କୁ କହିବି।”

19 ତେଣୁ ବ‌ତ୍‌ଶେବା ଅଦୋନିୟ ପାଇଁ କହିବାକୁ ଶଲୋମନ ରାଜାଙ୍କ ନିକଟକୁ ଗଲେ। ରାଜା ଶଲୋମନ ତାଙ୍କୁ ଭେଟିବା ପାଇଁ ଉଠି ପ୍ରଣାମ କଲେ ଓ ନିଜ ସିଂହାସନରେ ବସି ରାଜମାତାଙ୍କ ନିମନ୍ତେ ଦାସମାନଙ୍କ ଦ୍ୱାରା ଅନ୍ୟ ଏକ ଆସନ ରଖାଇଲେ। ତହିଁରେ ସେ ରାଜାଙ୍କ ଦକ୍ଷିଣ ପାର୍ଶ୍ୱରେ ବସିଲେ।

20 ବ‌ତ୍‌ଶେବା କହିଲେ, “ତୁମ୍ଭ ନିକଟରେ ମୋର ଏକ ଛୋଟ ନିବେଦନ ଅଛି, ମୋତେ ନାସ୍ତି କରିବ ନାହିଁ।”

ତହୁଁ ରାଜା କହିଲେ, “ହେ ମାତା, କୁହ, ମୁଁ ତୁମ୍ଭକୁ ନାସ୍ତି କରିବି ନାହିଁ।”

21 ତେଣୁ ବ‌ତ୍‌ଶେବା କହିଲେ, “ଶୁନେମୀୟା ଅବୀଶଗକୁ ତୁମ୍ଭ ଭାଇ ଅଦୋନିୟ ସହିତ ବିବାହ ଦିଆଯାଉ।”

22 ରାଜା ଶଲୋମନ ତାଙ୍କ ମାତାଙ୍କୁ ପଗ୍ଭରିଲେ, “ତୁମ୍ଭେ ମୋତେ କାହିଁକି ଅବୀଶଗ ସହିତ ଅଦୋନିୟକୁ ବିବାହ ଦେବା ପାଇଁ କହୁଛ? ତୁମ୍ଭେ ମୋତେ କାହିଁକି ପଗ୍ଭରୁ ନାହଁ ତାକୁ ରାଜା କରିବା ପାଇଁ? କାରଣ ସେ ତ ମୋର ବଡ଼ଭାଇ। ଯାଜକ ଅବିୟାଥର ଓ ସରୁୟାର ପୁତ୍ର ଯୋୟାବ ତାକୁ ସମର୍ଥନ କରନ୍ତି।”

23 ରାଜା ଶଲୋମନ ସଦାପ୍ରଭୁଙ୍କ ନାମରେ ପ୍ରତିଜ୍ଞା କରି କହିଲେ, “ମୁଁ ଶପଥ କରୁଛି ଯେ, ମୁଁ ଅଦୋନିୟକୁ ଏଥିପାଇଁ ମୂଲ୍ୟ ଦିଆ କରାଇବି ଏବଂ ତା'ର ଜୀବନ ନେବି। ଅଦୋନିୟ ଏହି କଥା ଆପଣା ପ୍ରାଣ ବିରୁଦ୍ଧରେ କହି ନ ଥାଏ। 24 ସଦାପ୍ରଭୁ ମୋତେ ଇସ୍ରାଏଲର ରାଜା କରିଛନ୍ତି, ସେ ମୋତେ ମୋର ପିତା ଦାଉଦଙ୍କ ସିଂହାସନରେ ଅଧିଷ୍ଠିତ କରିଛନ୍ତି। ସଦାପ୍ରଭୁ ତାଙ୍କର ପ୍ରତିଜ୍ଞା ରଖିଛନ୍ତି ଓ ମୋତେ ମୋର ପରିବରକୁ ରାଜ୍ୟ ଦେଇଛନ୍ତି। ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରି କହୁଛି, ଯେକୌଣସି ମତେ ଅଦୋନିୟ ଆଜି ନିଶ୍ଚୟ ହତ ହେବ।”

25 ରାଜା ଶଲୋମନ ଯିହୋୟାଦାର ପୁତ୍ର ବନାୟକୁ ପଠାଇଲେ ଓ ସେ ଯାଇ ଅଦୋନିୟକୁ ହତ୍ୟା କଲା।

26 ତା'ପରେ ରାଜା ଯାଜକ ଅବିୟାଥରକୁ କହିଲେ, “ତୁମ୍ଭେ ଅନାଥୋତ ସ୍ଥିତ ତୁମ୍ଭର ଗୃହକୁ ଯାଅ। କାରଣ ତୁମ୍ଭେ ଯଦିଓ ମୃତ୍ୟୁ ଯୋଗ୍ୟ, ମୁଁ ତୁମ୍ଭକୁ ବର୍ତ୍ତମାନ ବଧ କରିବାକୁ ଯାଉ ନାହିଁ, କାରଣ ତୁମ୍ଭେ ମୋର ପିତା ଦାଉଦଙ୍କ ସମ୍ମୁଖରେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ବହନ କରିଥିଲ ଓ ତୁମ୍ଭେ ମୋ’ ପିତାଙ୍କର କଠିନ ସମୟରେ ସେହି ପ୍ରକାର ବିପଦ ଗୁଡ଼ିକରେ ଭାଗୀ ହୋଇଥିଲ।” 27 ସଦାପ୍ରଭୁ ଶୀଲୋରେ ଏଲିର ବଂଶ ବିଷୟରେ ଯାହା କହିଥିଲେ, ତାଙ୍କର ସେହି ବାକ୍ୟ ସିଦ୍ଧ କରିବା ପାଇଁ ଶଲୋମନ ଅବିୟାଥରକୁ ଯାଜକ କର୍ମରୁ ନିବୃତ୍ତ କଲେ।

28 ଯୋୟାବ ଯେତେବେଳେ ଏହା ଶୁଣିଲା, ସେ ଭୟଭୀତ ହୋଇ ପଡ଼ିଲା। କାରଣ ସେ ଅବଶାଲୋମର ଅନୁଗାମୀ ନ ହୋଇ ଅଦୋନିୟର ଅନୁଗାମୀ ହୋଇଥିଲା। ତେଣୁ ସେ ସଦାପ୍ରଭୁଙ୍କ ତମ୍ବୁକୁ ଯାଇ ଯଜ୍ଞବେଦିର ଶିଙ୍ଗକୁ ଅବଲମ୍ବନ କଲା। 29 ରାଜା ଶଲୋମନଙ୍କୁ ସମ୍ବାଦ ଦିଆଗଲା ଯେ, ଯୋୟାବ ସଦାପ୍ରଭୁଙ୍କ ତମ୍ବୁକୁ ଯାଇ ଯଜ୍ଞବେଦି ନିକଟରେ ଅଛି। ଶଲୋମନ ଯିହୋୟାଦାର ପୁତ୍ର ବନାୟକୁ ଆଦେଶ ଦେଲେ, ଯାଅ, ତାକୁ ହତ୍ୟା କର।

30 ତା'ପରେ ବନାୟ ସଦାପ୍ରଭୁଙ୍କ ତମ୍ବୁକୁ ଗଲା ଏବଂ ତାକୁ କହିଲା, “ରାଜା କହନ୍ତି, ‘ବାହାରକୁ ଆସ।’”

କିନ୍ତୁ ସେ କହିଲା, “ନା, ମୁଁ ଏଠାରେ ମରିବି।”

ତେଣୁ ବନାୟ ରାଜାଙ୍କ ପାଖକୁ ଗଲେ ଏବଂ ସେ ଯାହା କହିଥିଲେ ତାହାର ତଥ୍ୟ ଦେଲେ। 31 ତା'ପରେ ରାଜା ବନାୟକୁ ଆଦେଶ ଦେଲେ, “ସେ ଯେପରି କହିଅଛି, ସେହିପରି କର। ସେହିଠାରେ ତାକୁ ହତ୍ୟା କର ଓ କବର ଦିଅ। ତାହାହେଲେ ଯୋୟାବ ନିରୀହମାନଙ୍କର ଯେଉଁ ରକ୍ତପାତ କରିଥିଲା, ସେହି ପାପରୁ ମୁଁ ଓ ମୋର ପରିବାର ମୁକ୍ତ ହେବୁ। 32 ଯୋୟାବ ଆପଣାଠାରୁ ଅଧିକ ଉତ୍ତମ ଦୁଇଟି ଲୋକଙ୍କୁ ହତ୍ୟା କରିଥିଲେ। ସେମାନେ ହେଲେ ଇସ୍ରାଏଲର ସେନାପତି ନରର ପୁତ୍ର ଅ‌‌ବ୍‌‌ନର‌ ଓ ଯିହୁଦାର ସେନାପତି ଯେଥରର ପୁତ୍ର ଅମାସା। ସେ ମୋ’ ପିତା ଦାଉଦଙ୍କ ଅଜ୍ଞାତସାରରେ ଏହି ଉତ୍ତମ ଦୁଇଜଣଙ୍କୁ ହତ୍ୟା କରିଥିଲା। ତେଣୁ ସେହି ରକ୍ତପାତର ଅପରାଧ ପାଇଁ ସଦାପ୍ରଭୁ ତାକୁ ଦଣ୍ତ ଦେବେ। 33 ତେଣୁ ସେମାନଙ୍କର ରକ୍ତପାତର ଅପରାଧ ଯୋୟାବର ମସ୍ତକରେ ଓ ଚିରକାଳ ତା'ର ବଂଶ ମସ୍ତକରେ ରହିବ। ମାତ୍ର ପରମେଶ୍ୱର ଶାନ୍ତି ଆଣିବେ ଦାଉଦଙ୍କ ପ୍ରତି, ତାଙ୍କ ବଂଶଧରମାନଙ୍କ ପ୍ରତି, ତାଙ୍କ ପରିବାର ପ୍ରତି ଓ ତାଙ୍କ ରାଜ୍ୟ ପ୍ରତି।”

34 ଏହା ପରେ ଯିହୋୟାଦାର ପୁତ୍ର ବନାୟ ଯାଇ ଯୋୟାବକୁ ବଧ କଲା ଓ ପ୍ରାନ୍ତରସ୍ଥ ତାହାର ନିଜର ଗୃହରେ ତାହାର କବର ଦିଆଗଲା। 35 ପୁଣି ରାଜା ତାହାର ସ୍ଥାନରେ ଯିହୋୟାଦାର ପୁତ୍ର ବନାୟକୁ ସେନାପତି ପଦରେ ନିଯୁକ୍ତ କଲେ ଓ ଅବିୟାଥର ପଦରେ ସାଦୋକକୁ ଯାଜକ କରି ନିଯୁକ୍ତ କଲେ। 36 ତା'ପରେ ରାଜା ଲୋକ ପଠାଇ ଶିମିୟିକି ଡକାଇ କହିଲେ, “ଯିରୁଶାଲମରେ ନିଜ ପାଇଁ ଏକ ଗୃହ ନିର୍ମାଣ କର। ଆଉ ଏହି ନଗର ଛାଡ଼ି କୁଆଡ଼େ ଯାଅ ନାହିଁ। 37 ଯଦି ଏହି ନଗର ପରିତ୍ୟାଗ କରି କିଦ୍ରୋଣ ନଦୀ ଅତିକ୍ରମ କରିବ, ତେବେ ତୁମ୍ଭେ ନିଶ୍ଚିତ ନିହତ ହେବ ଏବଂ ତୁମ୍ଭର ଏହି ମୃତ୍ୟୁ ପାଇଁ ତୁମ୍ଭେ ହିଁ ଦାୟୀ ରହିବ।”

38 ତେଣୁ ଶିମିୟି ରାଜାଙ୍କୁ କହିଲା, “ଏହା ଉତ୍ତମ କଥା, ମୋର ପ୍ରଭୁ ମହାରାଜ ଯେପରି କହିଅଛନ୍ତି, ମୁଁ ତାହା ନିଶ୍ଚୟ ପାଳନ କରିବି।” ଏଣୁ ଶିମିୟି ଦୀର୍ଘକାଳ ଯିରୁଶାଲମରେ ବାସ କଲା। 39 ତିନି ବର୍ଷ ପରେ ଶିମିୟିର ଦାସମାନଙ୍କ ମଧ୍ୟରୁ ଦୁଇଜଣ ଗାଥୀୟ ରାଜା ମାଖାର ପୁତ୍ର ଆଖୀଶ୍ ନିକଟକୁ ଗଲେ। ଲୋକମାନେ ଶିମିୟିକି ଖବର ଦେଲେ, ଦେଖ, ତୁମ୍ଭର ଦାସମାନେ ଗାଥ୍-ନଗରରେ ଅଛନ୍ତି। 40 ତେଣୁ ଶିମିୟି ନିଜ ଗର୍ଦ୍ଦଭକୁ ସଜାଇ ଆପଣା ଦାସମାନଙ୍କ ଅନ୍ୱେଷଣରେ ଗାଥ୍-ନଗରରେ ଆଖୀଶ୍ ନିକଟକୁ ଗଲେ ଓ ସେଠାରୁ ନିଜର ଦାସମାନଙ୍କୁ ଫେରାଇ ଆଣିଲେ।

41 ତହୁଁ ଶଲୋମନଙ୍କୁ ଏହି ସମ୍ବାଦ ଦିଆଗଲା ଯେ, ଶିମିୟି ଯିରୁଶାଲମରୁ ଗା‌ଥ୍‌କୁ ଯାଇଥିଲା ଓ ପୁଣି ଫେରି ଆସିଲା। 42 ତେଣୁ ରାଜା ଲୋକ ପଠାଇ ଶିମିୟିକୁ ଡକାଇ ତାକୁ କହିଲେ, “ମୁଁ ତୁମ୍ଭକୁ ସତର୍କ କଲି ଏବଂ ଶପଥ କଲି ଯେ, ଯଦି ତୁମ୍ଭେ ଯିରୁଶାଲମ ଛାଡ଼ି ଅନ୍ୟ କୌଣସି ସ୍ଥାନକୁ ଯାଅ, ତେବେ ତୁମ୍ଭକୁ ହତ୍ୟା କରାଯିବ। ତୁମ୍ଭେ ମୋତେ ପ୍ରତିଶୃତି ଦେଇଥିଲ ଯେ, ତୁମ୍ଭେ ମୋ’ କଥା ମାନିବ। 43 ତୁମ୍ଭେ ସଦାପ୍ରଭୁଙ୍କ ପ୍ରତିଜ୍ଞା ଓ ମୋର ଆଜ୍ଞା କାହିଁକି ପାଳନ କଲ ନାହିଁ? 44 ମୋର ପିତା ଦାଉଦଙ୍କ ବିପକ୍ଷରେ ତୁମ୍ଭେ ବହୁ ମନ୍ଦ କର୍ମ କରିଛ, ଏହା ତୁମ୍ଭେ ଜାଣ। ସେହି ଦୁଷ୍ଟତା ପାଇଁ ସଦାପ୍ରଭୁ ତୁମ୍ଭ ପ୍ରତି ଶାସ୍ତି ବିଧାନ କରିବେ। 45 ମାତ୍ର ମୁଁ ସଦାପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ ହେବି ଓ ସେ ଦାଉଦଙ୍କ ସିଂହାସନକୁ ଅନନ୍ତକାଳ ନିରାପଦ ରଖିବେ।”

46 ତେଣୁ ରାଜା ବନାୟକୁ ଏକ ଆଦେଶ ଦେଲେ, ଶିମିୟକୁ ମାରିବା ପାଇଁ ଏବଂ ସେ ଏହା କଲା। ତା'ପରେ ଶଲୋମନ ନିଜ ରାଜ୍ୟ ଉପରେ ପୁରା ଅଧିକାର ପାଇଲେ।

ଗୀତସଂହିତା 37

ଦାଉଦଙ୍କର ଗୀତ।

37 ଦୁଷ୍ଟ ଲୋକମାନଙ୍କ କଥାରେ ହତାଶ ହେବାର ଆବଶ୍ୟକତା ନାହିଁ।
    ଯେଉଁମାନେ କୁକର୍ମ କରିଛନ୍ତି, ସେହି ଲୋକମାନଙ୍କ ଉପରେ ଈର୍ଷା କର ନାହିଁ।
ଦୁଷ୍ଟ ଲୋକମାନେ ଘାସ ଓ ସବୁଜ ଲତା ତୁଲ୍ୟ
    ଯାହା ଖୁବ୍ ଶୀଘ୍ର ଧୂସର ହୋଇ ମରିଯାଏ।
ଯଦି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖିବ ଓ ସୁକର୍ମ କରିବ ତୁମ୍ଭେ ତା'ହେଲେ ଆନନ୍ଦରେ ରହିବ
    ଓ ଅନେକ ଜିନିଷ ଉପଭୋଗ କରିବ ଯାହା ସେହି ଭୂମିରୁ ତୁମ୍ଭେ ପାଇବ।
ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କରିବାର ସୁଖଭୋଗ କର
    ତହିଁରେ ସେ ତୁମ୍ଭର ଇଚ୍ଛା ପୂରଣ କରିବେ।
ସଦାପ୍ରଭୁଙ୍କ ଉପରେ ନିର୍ଭର ରଖ।
    ତାଙ୍କୁ ବିଶ୍ୱାସ କର ଓ ସେ ନିଶ୍ଚୟ ଯାହା କରିବା କଥା ସଫଳ କରିବେ।
ତୁମ୍ଭର ସାଧୁତା ଓ ନ୍ୟାୟପ୍ରିୟତା ମଧ୍ୟାହ୍ନର ସୂର୍ଯ୍ୟ କିରଣ ଭଳି
    ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁ।
ସଦାପ୍ରଭୁଙ୍କୁ ବିଶ୍ୱାସ କର ଓ ତାଙ୍କ ସାହାଯ୍ୟ ପାଇଁ ଅପେକ୍ଷା କର।
ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନଙ୍କ ମନ୍ଦକାର୍ଯ୍ୟ ସଫଳ ହୁଏ।
    ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ମନ୍ତ୍ରଣା କରି ସେମାନଙ୍କର ଯୋଜନାରେ ସଫଳ ହୁଅନ୍ତି।
କ୍ରୋଧ ତ୍ୟାଗ କର, କୋପ ତ୍ୟାଗ କର।
ଏତେ ଅଧୈର୍ଯ୍ୟ ହୁଅ ନାହିଁ, ଯାହା ଫଳରେ ତୁମ୍ଭେ ମଧ୍ୟ ମନ୍ଦକାର୍ଯ୍ୟ କରି ବସିବ।
କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ କିନ୍ତୁ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରନ୍ତି,
    ସେମାନେ ସମଗ୍ର ଭୂମିକୁ ନିୟନ୍ତ୍ରଣ କରି ପାରିବେ।
    ଏହା ପରମେଶ୍ୱର ସେମାନଙ୍କଠାରେ ପ୍ରତିଜ୍ଞା କରିଛନ୍ତି।
10 ଆଉ ଅଳ୍ପ ଦିନପରେ ଦୁଷ୍ଟ ଲୋକମାନେ ନ ଥିବେ।
    ତୁମ୍ଭେ ସେମାନଙ୍କୁ ଖୋଜିଲେ ବି ଆଉ ପାଇବ ନାହିଁ, କାରଣ ସେମାନେ ଆଉ ନ ଥିବେ।
11 ପରମେଶ୍ୱର ସେମାନଙ୍କୁ ପ୍ରତିଜ୍ଞା କରିଥିଲେ ଯେ, ନମ୍ର ଲୋକମାନେ ଭୂମି ପାଇବେ
    ଓ ସେମାନେ ଶାନ୍ତି ଉପଭୋଗ କରିବେ।

12 ପାପୀଷ୍ଠ ଲୋକମାନେ ଧର୍ମାତ୍ମାମାନଙ୍କ ବିରୁଦ୍ଧରେ କୁମନ୍ତ୍ରଣା କରନ୍ତି।
    ସେହି ଅଧର୍ମୀ ଲୋକମାନେ ଧାର୍ମିକମାନଙ୍କୁ ଦେଖି ସେମାନଙ୍କ କ୍ରୋଧ ଦେଖାନ୍ତି ଓ ରାଗରେ ଦାନ୍ତ କଡ଼ମଡ଼ କରିଥା’ନ୍ତି।
13 କିନ୍ତୁ ଆମ୍ଭମାନଙ୍କର ପ୍ରଭୁ ସେହି ଦୁଷ୍ଟ ଲୋକମାନଙ୍କୁ ଦେଖି ପରିହାସ କରିବେ।
    ସେ ଦେଖନ୍ତି ଯେ ସେହି ଦୁଷ୍ଟ ଲୋକମାନଙ୍କର ଦିନ ସରି ଆସୁଛି।
14 ଦୁଷ୍ଟ ଲୋକମାନେ ଖଣ୍ଡା, ଧନୁ ଓ ତୀର ଧରି ବାହାରି ପଡ଼ନ୍ତି।
    ସେମାନେ ଦୁଃଖୀ ଓ ଅସହାୟ ଲୋକମାନଙ୍କୁ ହତ୍ୟା କରିବାକୁ ଗ୍ଭହାନ୍ତି।
    ସେମାନେ ସିଦ୍ଧ ଓ ଧାର୍ମିକ ଲୋକମାନଙ୍କୁ ନିପାତ କରିବାକୁ ଗ୍ଭହାନ୍ତି।
15 କିନ୍ତୁ ସେମାନଙ୍କର ଧନୁ ଭାଙ୍ଗିଯିବ।
    ସେମାନଙ୍କର ଖଣ୍ଡା ସେମାନଙ୍କର ନିଜ ହୃଦୟରେ ପ୍ରବେଶ କରିବ।
16 ଧାର୍ମିକ ଲୋକମାନଙ୍କ ମଧ୍ୟରେ ଅଳ୍ପ ଥିଲେ ବି
    ତାହା ଦୁଷ୍ଟ ଲୋକମାନଙ୍କ ମଧ୍ୟରେ ଥିବା ଧନୀ ଲୋକମାନଙ୍କ ଅପେକ୍ଷା ଉତ୍ତମ ଅଟେ।
17 କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ।
    କିନ୍ତୁ ସଦାପ୍ରଭୁ ଧାର୍ମିକ ବ୍ୟକ୍ତିମାନଙ୍କୁ ରକ୍ଷା କରିବେ।
18 ସଦାପ୍ରଭୁ ସର୍ବଦା ସିଦ୍ଧ ଲୋକମାନଙ୍କୁ ସାହାଯ୍ୟ ଓ ସେମାନଙ୍କର ସାରା ଜୀବନ ରକ୍ଷା କରନ୍ତି।
    ସେମାନଙ୍କର ଅଧିକାର ଅନନ୍ତକାଳ ସ୍ଥାୟୀ ରୁହେ।
19 ଯେତେବେଳେ ବିପଦ ଆସେ
    ସେତେବେଳେ ଧାର୍ମିକ ଲୋକମାନେ ଧ୍ୱଂସ ହେବେ ନାହିଁ।
ଯେତେବେଳେ ଦୁର୍ଭିକ୍ଷ ପଡ଼ିବ
    ସେତେବେଳେ ଧାର୍ମିକ ଲୋକ ପ୍ରଚୁର ଖାଦ୍ୟ ପାଇବେ।
20 କିନ୍ତୁ ଦୁଷ୍ଟ ଲୋକମାନେ ହେଉଛନ୍ତି ସଦାପ୍ରଭୁଙ୍କର ଶତ୍ରୁ
    ଓ ସେହି ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ।
ସେମାନଙ୍କର ଉପତ୍ୟକା ସବୁ ଶୁଖି ଜଳିଯିବ।
    ସେମାନେ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ପାଇବେ।
21 ଦୁଷ୍ଟ ଲୋକ ଖୁବ୍ ଶୀଘ୍ର ଟଙ୍କା ଋଣ କରେ ଓ କେବେ ତାକୁ ପରିଶୋଧ କରେ ନାହିଁ।
    କିନ୍ତୁ ଧାର୍ମିକ ବ୍ୟକ୍ତି ତାକୁ ଅନ୍ୟମାନଙ୍କୁ ବାଣ୍ଟି ଦିଏ।
22 ଯଦି ଜଣେ ଧାର୍ମିକ ବ୍ୟକ୍ତି ଲୋକମାନଙ୍କୁ ଆଶୀର୍ବାଦ କରେ ତା'ହେଲେ ପରମେଶ୍ୱରଙ୍କ ପ୍ରତିଜ୍ଞା ମୁତାବକ ସେମାନେ ଭୂମି ପାଇବେ।
    କିନ୍ତୁ ଯଦି ସେମାନେ କୁକର୍ମ ସବୁ ଘଟୁ ବୋଲି କୁହନ୍ତି, ସେହି ଲୋକମାନେ ଧ୍ୱଂସ ହେବେ।
23 ସଦାପ୍ରଭୁ ଧାର୍ମିକ ବ୍ୟକ୍ତିକୁ ସ‌‌‌ତ୍‌‌‌ମାର୍ଗରେ ଜୀବନ ଧାରଣ କରିବା ପାଇଁ ସାହାଯ୍ୟ କରନ୍ତି।
    ଯେତେବେଳେ ସେ ତାହା କରେ, ସଦାପ୍ରଭୁ ଖୁସୀ ହୁଅନ୍ତି।
24 ସେମାନେ ଝୁଣ୍ଟି ପଡ଼ିବେ ନାହିଁ
    କାରଣ ସଦାପ୍ରଭୁ ସେମାନଙ୍କୁ ସମର୍ଥନ କରନ୍ତି।
25 ମୁଁ ଯୁବା ଥିଲି ଓ ବର୍ତ୍ତମାନ ବୁଢ଼ା ହେଲିଣି
    ଓ ମୁଁ କେବେ ଦେଖି ନାହିଁ ପରମେଶ୍ୱର ଧାର୍ମିକ ଲୋକଙ୍କୁ ପରିତ୍ୟାଗ କରନ୍ତି।
    ମୁଁ କେବେ ଦେଖି ନାହିଁ ଯେ, ଧାର୍ମିକ ବ୍ୟକ୍ତିଙ୍କର ପିଲାମାନେ ଖାଦ୍ୟ ପାଇଁ ଭିକ୍ଷାବୃତ୍ତି କରନ୍ତି।
26 ଧାର୍ମିକ ବ୍ୟକ୍ତି ସବୁକିଛି ଅନ୍ୟମାନଙ୍କୁ ଦେଇଦିଏ।
    ତେଣୁ ତା'ର ପିଲାମାନେ ଏକ ଆଶୀର୍ବାଦସୂଚକ।
27 ତୁମ୍ଭେ ଯଦି ମନ୍ଦକାର୍ଯ୍ୟ କରିବାକୁ ମନା କର ଓ ଯଦି ତୁମ୍ଭେ ଭଲକାର୍ଯ୍ୟ କର,
    ତା'ହେଲେ ତୁମ୍ଭେ ନିଶ୍ଚୟ ଚିରଦିନ ପାଇଁ ବଞ୍ଚି ରହିବ।
28 ସଦାପ୍ରଭୁ ନ୍ୟାୟକୁ ଭଲ ପାଆନ୍ତି
    ଓ ତାଙ୍କର ବିଶ୍ୱସ୍ତ ଅନୁସରଣକାରୀମାନଙ୍କୁ ପରିତ୍ୟାଗ କରନ୍ତି ନାହିଁ,
ତେଣୁ ସେମାନେ ଚିରଦିନ ସୁରକ୍ଷିତ।
    କିନ୍ତୁ ଦୁଷ୍ଟ ଲୋକମାନେ ଧ୍ୱଂସ ହେବେ।
29 ଧାର୍ମିକ ଲୋକମାନେ ପରମେଶ୍ୱରଙ୍କ ମୁତାବକ ରାଜ୍ୟ ପାଇବେ।
    ସେମାନେ ସେଠାରେ ଚିରଦିନ ବାସ କରିବେ।
30 ଧାର୍ମିକ ବ୍ୟକ୍ତି ଜ୍ଞାନର ଉପଦେଶ ଦିଏ।
    ତା'ର ନିଷ୍ପତ୍ତି ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରେ।
31 ସେ ସଦାପ୍ରଭୁଙ୍କ ଉପଦେଶ ସବୁ ଶିଖିଥାଏ।
    ତେଣୁ ସେ କେବେହେଲେ ସେହି ପଥରୁ ବିଚ୍ୟୁତ ହେବ ନାହିଁ।

32 ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ସବୁବେଳେ ମାରିବାକୁ ଜଗି ବସିଥା’ନ୍ତି।
33 ସଦାପ୍ରଭୁ କେବେହେଲେ ଦୁଷ୍ଟ ଲୋକମାନଙ୍କ ହସ୍ତରେ ଧାର୍ମିକ ଲୋକମାନଙ୍କୁ ଛାଡ଼ି ଦେବେ ନାହିଁ।
    ପରମେଶ୍ୱର କେବେହେଲେ ଧାର୍ମିକ ଲୋକମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ ନାହିଁ।
34 ସଦାପ୍ରଭୁଙ୍କର ଅନୁସରଣ କର ଓ ତାଙ୍କ ସାହାଯ୍ୟ ପାଇଁ ଅପେକ୍ଷା କର।
    ସଦାପ୍ରଭୁ ତୁମ୍ଭକୁ ନିଶ୍ଚିତ ବିଜୟୀ କରାଇବେ ଓ ପରମେଶ୍ୱରଙ୍କ ପ୍ରତିଜ୍ଞା ମୁତାବକ ତୁମ୍ଭେ ତୁମ୍ଭର ରାଜ୍ୟ ଫେରି ପାଇବ, ସେତେବେଳେ ଦୁଷ୍ଟ ଲୋକମାନେ ସେ ରାଜ୍ୟ ଛାଡ଼ି ଗ୍ଭଲିଯିବେ।

35 ମୁଁ ଜଣେ ଦୁଷ୍ଟ ଲୋକଙ୍କୁ ଦେଖିଲି ଯିଏକି ଅତି ଶକ୍ତିଶାଳୀ ଥିଲା।
    ସେ ଏକ ପୂର୍ଣ୍ଣାଙ୍ଗ ବୃକ୍ଷ ଭଳି ଶକ୍ତିଶାଳୀ ଥିଲା।
36 କିନ୍ତୁ ସେ ଆଜି ନାହିଁ।
    ମୁଁ ତାଙ୍କୁ ଅନେକ ସ୍ଥାନରେ ଖୋଜିଲି କିନ୍ତୁ ତାଙ୍କୁ ପାଇଲି ନାହିଁ।
37 ସିଦ୍ଧ ଓ ଧାର୍ମିକ ଲୋକ ହୁଅ।
    ଯେଉଁମାନେ ଶାନ୍ତିକୁ ଭଲପାଆନ୍ତି ସେମାନଙ୍କର ଅନେକ ବଂଶଧର ବଢ଼ି ଗ୍ଭଲିବେ।
38 କିନ୍ତୁ ଅଧର୍ମାଗ୍ଭରୀ ଲୋକମାନେ ସମ୍ପୂର୍ଣ୍ଣ ଧ୍ୱଂସ ପାଇବେ
    ଓ ସେମାନଙ୍କର ବଂଶଧରମାନେ ସେହି ସ୍ଥାନ ଛାଡ଼ିବାକୁ ବାଧ୍ୟ ହେବେ।
39 ସଦାପ୍ରଭୁ ସର୍ବଦା ଧାର୍ମିକ ଲୋକକୁ ରକ୍ଷା କରନ୍ତି।
    ସଦାପ୍ରଭୁ ହିଁ ସେହି ଧାର୍ମିକ ଲୋକମାନଙ୍କର ସଙ୍କଟ ସମୟରେ ଏକମାତ୍ର ବଳ।
    ଯେତେବେଳେ ସେମାନେ ଅସୁବିଧାରେ ପଡ଼ନ୍ତି।
40 ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ ସାହାଯ୍ୟ କରନ୍ତି ଓ ସେମାନଙ୍କୁ ରକ୍ଷା କରନ୍ତି।
    ସଦାପ୍ରଭୁ ସେହି ଲୋକମାନଙ୍କୁ ଦୁଷ୍ଟ ଲୋକଙ୍କ କବଳରୁ ରକ୍ଷା କରନ୍ତି କାରଣ ସେମାନେ ତାଙ୍କ ଉପରେ ନିର୍ଭରଶୀଳ।

ଗୀତସଂହିତା 71

71 ହେ ସଦାପ୍ରଭୁ, ମୁଁ ଉଦ୍ଧାର ପାଇଁ ତୁମ୍ଭ ପାଖକୁ ଯାଉଛି।
    ମୋତେ ନିରାଶ ହେବାକୁ ଦିଅ ନାହିଁ।
କାରଣ ତୁମ୍ଭେ ଯଥାର୍ଥ ଅଟ।
    ମୋତେ ଉଦ୍ଧାର କର ଓ ବଞ୍ଚାଅ।
    ମୋହର ଗୁହାରି ଶୁଣ ଓ ମୋତେ ଉଦ୍ଧାର କର।
ମୋର ଦୁର୍ଗ ହୁଅ।
    ତୁମ୍ଭେ ମୋ’ ପ୍ରତି ଶୈଳ ସ୍ୱରୂପ ସୁରକ୍ଷାର ଗଡ଼ ଯାହା ନିକଟକୁ ମୁଁ ଦୌଡ଼ି ଯିବି।
ମୋର ନିରାପଦର ସ୍ଥାନ,
    ତୁମ୍ଭେ ମୋତେ ପରିତ୍ରାଣ କରିବାକୁ ଆଜ୍ଞା ଦିଅ।
ହେ ମୋର ପରମେଶ୍ୱର, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
    ଅନ୍ୟାୟକାରୀ ଓ ନିର୍ଦ୍ଦୟଲୋକ ହାତରୁ ମୋତେ ରକ୍ଷା କର।
ହେ ମୋର ପ୍ରଭୁ ସଦାପ୍ରଭୁ, ତୁମ୍ଭେ ହିଁ ମୋର ଭରସା।
    ମୋର ବାଲ୍ୟକାଳରୁ ତୁମ୍ଭେ ହିଁ ମୋର ବିଶ୍ୱାସ ଭୂମି।
ଗର୍ଭରେ ଥିବା ସମୟରେ ମୁଁ ତୁମ୍ଭ ଉପରେ ନିର୍ଭରଶୀଳ ଥିଲି।
    ମାତାର ଗର୍ଭରୁ ତୁମ୍ଭେ ମୋତେ ନିରାପତ୍ତା ସହିତ ଆଣିଲ।
    ମୁଁ ତୁମ୍ଭକୁ ପ୍ରତିଦିନ ପ୍ରଶଂସା କରିଛି।
ତୁମ୍ଭେ ହେଉଛି ମୋର ଦୃଢ଼ ଆଶ୍ରୟ,
    ତେଣୁ ମୁଁ ଅନେକ ଲୋକମାନଙ୍କର ଉଦାହରଣ ହୋଇଅଛି।
ମୁଁ ସର୍ବଦା, ତୁମ୍ଭେ କରିଥିବା ଆଶ୍ଚର୍ଯ୍ୟ କର୍ମ ବିଷୟରେ ଗାନ କରୁଛି।
ବୃଦ୍ଧା ଅବସ୍ଥା ହେତୁ ମୋତେ ପରିତ୍ୟାଗ କର ନାହିଁ।
    ମୁଁ ଦୁର୍ବଳ ହେବା ସମୟରେ ମୋତେ ପରିତ୍ୟାଗ କର ନାହିଁ।
10 ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ଯୋଜନା କରିଛନ୍ତି।
    ସେହି ଲୋକମାନେ ଏକତ୍ରିତ ହେଲେ ଏବଂ ମୋତେ ମାରିବା ପାଇଁ ଯୋଜନା କଲେ।
11 ମୋର ଶତ୍ରୁମାନେ କହିଲେ, “ତାଙ୍କୁ ଅନୁଧାବନ କର ଏବଂ ଧରିଆଣ।
    ପରମେଶ୍ୱର ତାଙ୍କୁ ପରିତ୍ୟାଗ କରିଛନ୍ତି।
    ତେଣୁ ତାଙ୍କୁ କୌଣସି ଲୋକ ଉଦ୍ଧାର କରିବେ ନାହିଁ।”
12 ହେ ପରମେଶ୍ୱର, ମୋ’ ପାଖରୁ ଦୂରେଇ ଯାଅ ନାହିଁ,
    ହେ ପରମେଶ୍ୱର ଶୀଘ୍ର ମୋତେ ଉଦ୍ଧାର କର।
13 ମୋର ଶତ୍ରୁମାନଙ୍କୁ ପରାସ୍ତ କର!
    ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କର।
ସେମାନେ ମୋତେ ମାରିବା ପାଇଁ ଚକ୍ରାନ୍ତ କରୁଛନ୍ତି।
    ସେମାନେ ଅପମାନିତ ହୁଅନ୍ତୁ।
14 କିନ୍ତୁ ମୋ’ ପକ୍ଷରେ ମୁଁ ନିରନ୍ତର ତୁମ୍ଭ ଉପରେ ବିଶ୍ୱାସ ରଖିବି।
    ଏବଂ ମୁଁ ତୁମ୍ଭକୁ ଅଧିକ ପ୍ରଶଂସା କରିବା ପାଇଁ ପ୍ରସ୍ତୁତ ହେବି।
15 ମୁଁ ଲୋକମାନଙ୍କୁ କହିବି ତୁମ୍ଭେ କିପରି ଉତ୍ତମ ଅଟ।
    ତୁମ୍ଭେ ମୋତେ କିପରି ଅଗଣିତ ଥର ରକ୍ଷା କରିଥିଲ,
    ଯେପରିକି କେତେଥର ଗଣତି କରି ପାରିବ ନାହିଁ।
16 ହେ ସଦାପ୍ରଭୁ, ମୋର ପ୍ରଭୁ, ମୁଁ ତୁମ୍ଭର ମହାନତା ବିଷୟରେ କହିବି।
    ମୁଁ କେବଳ ତୁମ୍ଭର ଉତ୍ତମତା ବିଷୟ ବର୍ଣ୍ଣନା କରିବି।
17 ହେ ପରମେଶ୍ୱର, ତୁମ୍ଭେ ମୋତେ ବାଲ୍ୟକାଳରୁ ଶିକ୍ଷା ଦେଇ ଆସୁଅଛି।
    ମୁଁ ଏପର୍ଯ୍ୟନ୍ତ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟାସବୁ ଲୋକମାନଙ୍କୁ କହିଛି।
18 ବର୍ତ୍ତମାନ ମୁଁ ବୃଦ୍ଧ ଓ ମୋର ବାଳ ପାଚିଯାଇଛି।
ମୋତେ ପରିତ୍ୟାଗ କର ନାହିଁ, ପରମେଶ୍ୱର।
    ମୋ’ ସାଙ୍ଗରେ ରୁହ, ମୁଁ ଯେପରି ତୁମ୍ଭର ଶକ୍ତି ଏବଂ ମହାନତା ବିଷୟରେ ଭବିଷ୍ୟତ ବଂଶଧରଙ୍କ ଆଗରେ କହି ପାରିବି।
19 ହେ ପରମେଶ୍ୱର, ତୁମ୍ଭର ଧର୍ମ ବହୁତ ଉଚ୍ଚ।
    ହେ ପରମେଶ୍ୱର, ତୁମପରି ଆଉ କେହି ପରମେଶ୍ୱର ନାହିଁ।
    ତୁମ୍ଭେ ଅନେକ ଆଶ୍ଚର୍ଯ୍ୟ କର୍ମମାନ କର।
20 ତୁମ୍ଭେ ମୋ’ ପାଇଁ ବହୁତ ଖରାପ ସମୟ ଓ ଅସୁବିଧା ଦେଇଛ।
    ମୋ’ ଜୀବନକୁ ପୁନଃସ୍ଥାପନ କର।
    ଯେତେବେଳେ ମୁଁ ପ୍ରାୟ ମୃତ ପରି ଥିଲି, ମୋ’ ଜୀବନକୁ ରକ୍ଷା କଲ।
21 ମୋତେ ସମ୍ମାନ ସହିତ ବିଶାଳ ଆକାରରେ ପୁନଃସ୍ଥାପନ କର
    ଏବଂ ମୋତେ ପୁଣି ଥରେ ସାନ୍ତ୍ୱନା ଦିଅ।
22 ତା'ପରେ ହେ ମୋର ପରମେଶ୍ୱର, ମୁଁ ତ୍ରିକୋଣାକାର ବୀଣା ସହିତ ତୁମ୍ଭର ପ୍ରଶଂସା କରିବି।
    ତୁମ୍ଭ ଉପରେ ଭରସା ରଖାଯାଇ ପାରିବ ବୋଲି ମୁଁ ଗୀତ ଗାଇବି।
ତୁମ୍ଭେ ଇସ୍ରାଏଲର ପବିତ୍ର ସଦାପ୍ରଭୁ ବୋଲି
    ମୁଁ ତୁମ୍ଭଙ୍କୁ ବୀଣା ବାଦନ କରି ପ୍ରଶଂସା ଗାନ କରିବି।
23 ତୁମ୍ଭେ ମୋତେ ରକ୍ଷା କଲ, ମୁଁ ବହୁତ ଖୁସୀ ଅଟେ।
    ମୁଁ ନିଜ ଓଷ୍ଠ ଦ୍ୱାରା ତୁମ୍ଭ ପ୍ରଶଂସାର ଗୀତ ଗାଇବି।
24 ମୋର ଜିହ୍ୱା ତୁମ୍ଭର ସର୍ବଦା ଉତ୍ତମତା ଗାନ କରିବ,
    କାରଣ ମୋତେ ହତ୍ୟା କରିବାକୁ ଗ୍ଭହିଁଥିବା ଲୋକମାନେ
    ପରାସ୍ତ ଓ ଅପମାନିତ ହେବେ।

ଗୀତସଂହିତା 94

94 ହେ ସଦାପ୍ରଭୁ, ପ୍ରତିଫଳ ଦାତା ପରମେଶ୍ୱର, ଯିଏ ଦଣ୍ଡ ଦିଅନ୍ତି,
    ତୁମ୍ଭର ମହାନତା ଦେଖାଅ।
ତୁମ୍ଭେ ହେଉଛ ସାରା ପୃଥିବୀର ବିଗ୍ଭରକର୍ତ୍ତା।
    ଜାଗି ଉଠ ଏବଂ ଅହଙ୍କାରୀ ଲୋକମାନଙ୍କୁ ତାଙ୍କର କର୍ମାନୁସାରେ ଫଳ ଦିଅ, ଯାହା ସେମାନେ ଗ୍ଭହାନ୍ତି।
ହେ ସଦାପ୍ରଭୁ, ଦୁଷ୍ଟମାନେ କେତେ କାଳଯାଏ ଶାସନ କରିବେ?
    ସଦାପ୍ରଭୁ ଆଉ କେତେ କାଳ?
ସେହି ଦାଗିମାନେ ଆଉ କେତେ କାଳ ଅହଙ୍କାର କଥା କହିବେ?
    ସେହି ଅଧର୍ମାଗ୍ଭରୀମାନେ କେତେ କାଳ ଦର୍ପ କରିବେ?
ହେ ସଦାପ୍ରଭୁ, ସେମାନେ ତୁମ୍ଭ ଲୋକମାନଙ୍କୁ ନିରାଶ କରନ୍ତି।
    ସେମାନେ ତୁମ୍ଭର ଲୋକମାନଙ୍କୁ ଯନ୍ତ୍ରଣା ଦିଅନ୍ତି।
ସେହି ଲୋକମାନେ ବିଧବାମାନଙ୍କୁ ଓ ନିଜ ଦେଶରେ ଥିବା ଅତିଥିମାନଙ୍କୁ ବାଧ୍ୟ କରନ୍ତି।
    ସେମାନେ ଅନାଥ ପିଲାମାନଙ୍କୁ ମଧ୍ୟ ହତ୍ୟା କରନ୍ତି।
ସେମାନେ ଏହିପରି କହନ୍ତି ଯେ, ସଦାପ୍ରଭୁ ସେମାନଙ୍କର କୁକର୍ମକୁ ଦେଖି ପାରିବେ ନାହିଁ।
    କିଅବା ଯାକୁବର ପରମେଶ୍ୱର ବିବେଚନା କରିବେ ନାହିଁ।

ହେ ପଶୁବତ୍ ଲୋକମାନେ,
    ତୁମ୍ଭେ କେବେ ବୁଦ୍ଧି ପାଇବ?
ହେ ନିର୍ବୋଧ ଅଧର୍ମକାରୀ ଲୋକ,
    ଚେଷ୍ଟା କର ଏବଂ ବୁଝ।
ପରମେଶ୍ୱର ଆମ୍ଭର କର୍ଣ୍ଣ ସୃଷ୍ଟି କଲେ,
    ସେ କ’ଣ ଶୁଣିପାରୁ ନାହାନ୍ତି!
ପରମେଶ୍ୱର ଆମ୍ଭମାନଙ୍କର ଚକ୍ଷୁ ସୃଷ୍ଟି କରିଛନ୍ତି।
    ସେ କ’ଣ ଦେଖି ପାରିବେ ନାହିଁ! ଯାହାସବୁ ଘଟିଯାଉଛି।
10 ଜଣେ ଯିଏକି ଜାତିଗଣକୁ ସଂଶୋଧନ କରନ୍ତି, ତୁମ୍ଭକୁ ଦଣ୍ଡ ଦେବେ?
    ସେ ମାନବମାନଙ୍କୁ ଜ୍ଞାନ ବିଷୟରେ ଶିକ୍ଷା ଦିଅନ୍ତି।
11 ସଦାପ୍ରଭୁ ଜାଣନ୍ତି
    ଲୋକମାନଙ୍କର ଚିନ୍ତାଧାରା ଅସାର ମାତ୍ର।

12 ହେ ସଦାପ୍ରଭୁ, ଯେଉଁ ଲୋକମାନଙ୍କୁ ତୁମ୍ଭେ ଶାସନ କର, ସେମାନେ ଆଶୀର୍ବାଦ ପ୍ରାପ୍ତ ହେବେ।
    ତୁମ୍ଭେ ଆପଣା ନିୟମରେ ସେମାନଙ୍କୁ ବଞ୍ଚିବାର ଠିକ୍ ମାର୍ଗ ଶିକ୍ଷା ଦିଅ।
13 ବିପଦ ବେଳେ ସେମାନଙ୍କୁ ସୁସ୍ଥିର କର,
    ଦୁଷ୍ଟମାନେ ବିନାଶ ହେବା ପର୍ଯ୍ୟନ୍ତ ତୁମ୍ଭର ଅନୁଗାମୀମାନଙ୍କୁ ସାହାଯ୍ୟ କର।
14 ସଦାପ୍ରଭୁ ଆପଣା ଲୋକମାନଙ୍କୁ ଦୂର କରିବେ ନାହିଁ।
    ସେ ନିଜର ପ୍ରାଧାନ୍ୟତ୍ୱକୁ ପରିତ୍ୟାଗ କରିବେ ନାହିଁ।
15 ନ୍ୟାୟ ଫେରିବ ଏବଂ ଏହା ସ୍ୱଚ୍ଛତା ଆଣିବ
    ଏବଂ ଯେଉଁ ସମସ୍ତ ବ୍ୟକ୍ତି ସତ୍ୟପ୍ରିୟ ଅଟନ୍ତି, ନ୍ୟାୟର ଅନୁଗାମୀ ହେବେ।

16 ଦୁଷ୍ଟ ଲୋକମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ କିଏ ମୋତେ ସାହାଯ୍ୟ କରିବ?
    ଦୁଷ୍ଟ ଲୋକମାନଙ୍କ ବିପକ୍ଷରେ କିଏ ମୋ’ ସହିତ ଠିଆ ହେବ?
17 ଯଦି ମୋତେ ସଦାପ୍ରଭୁ ସାହାଯ୍ୟ କରି ନ ଥା’ନ୍ତେ,
    ତେବେ ମୃତ୍ୟୁ ମୋର ପ୍ରାଣକୁ ଅତିକ୍ରମ କରି ଯାଇଥା’ନ୍ତା।
18 ମୁଁ ଭାବିଲି, ମୁଁ ତଳକୁ ଖସିବା ଅବସ୍ଥାରେ ଥିଲି
    କିନ୍ତୁ ପ୍ରଭୁ ତୁମ୍ଭର ପ୍ରେମ, ମୋତେ ସକ୍ଷମ ହେଲା।
19 ମୁଁ ଅତି ବ୍ୟସ୍ତ ଓ ଚିନ୍ତିତ ଥିଲା ବେଳେ,
    ସଦାପ୍ରଭୁ ମୋତେ ଆନନ୍ଦ ଓ ଖୁସୀ ଦେଲେ।

20 ହେ ପରମେଶ୍ୱର, ତୁମ୍ଭେ ନିଷ୍ଠୁର ବିଗ୍ଭରକମାନଙ୍କୁ ସାହାଯ୍ୟ କର ନାହିଁ।
    ସେହି ଅଧର୍ମୀ ବିଗ୍ଭରକମାନେ ଲୋକମାନଙ୍କର ଜୀବନକୁ ଦୁର୍ବିସହ କରିବା ପାଇଁ ନିୟମକୁ ବ୍ୟବହାର କରନ୍ତି।
21 ଯେଉଁ ବିଗ୍ଭରକଗଣ ଭଲ ଲୋକମାନଙ୍କୁ ନ୍ୟାୟ ଦିଅନ୍ତି ନାହିଁ,
    ସେମାନେ କହନ୍ତି ନିରୀହ ଲୋକମାନେ ଦୋଷୀ ଏବଂ ସେମାନଙ୍କୁ ମରଣର ଆରୋପ କର।
22 ମାତ୍ର ସଦାପ୍ରଭୁ ଉଚ୍ଚ ପର୍ବତରେ ମୋର ଉଚ୍ଚ ଦୁର୍ଗ
    ଓ ମୋର ପରମେଶ୍ୱର ମୋର ଆଶ୍ରୟଶୈଳ ହୋଇଅଛନ୍ତି।
23 ପରମେଶ୍ୱର ସେହି ଅଧର୍ମୀ ବିଗ୍ଭରକମାନଙ୍କୁ
    ତାଙ୍କର କୃତ କର୍ମ ପାଇଁ ଦଣ୍ଡ ଦେବେ।
    ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ଧ୍ୱଂସ କରିବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center