Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ବଂଶାବଳୀର ପ୍ରଥମ ପୁସ୍ତକ 23-25

ଲେବୀୟମାନେ ମନ୍ଦିରରେ ସେବାକାର୍ଯ୍ୟ କରିବାର ଯୋଜନା

23 ଦାଉଦ ବୃଦ୍ଧ ହେଲେ, ତେଣୁ ସେ ତାଙ୍କର ପୁତ୍ର ଶଲୋମନଙ୍କୁ ଇସ୍ରାଏଲର ନୂତନ ରାଜା କଲେ। ଦାଉଦ ଇସ୍ରାଏଲର ସମସ୍ତ ନେତାମାନଙ୍କୁ ଏକତ୍ରିତ କଲେ। ସେ ଯାଜକ ଓ ଲେବୀୟମାନଙ୍କୁ ମଧ୍ୟ ଏକତ୍ର କଲେ। ଯେଉଁ ଲେବୀୟମାନେ 30 ବର୍ଷ ବୟସ୍କ ଓ ତତୁର୍ଦ୍ଧ୍ୱ ଥିଲେ, ଦାଉଦ ସେମାନଙ୍କୁ ଗଣନା କଲେ। ସମୁଦାୟ 38,000 ଲେବୀୟ ହେଲେ। ଦାଉଦ କହିଲେ, “24,000 ଲେବୀୟ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ତଦାରଖ କରିବେ। 6,000 ଲେବୀୟ ପୋଲିସ୍ ଓ ବିଗ୍ଭରକର୍ତ୍ତା ହେବେ। 4,000 ଲେବୀୟ ଦ୍ୱାରପାଳ ହେବେ ଏବଂ 4,000 ଲେବୀୟ ବାଦ୍ୟକାର ହେବେ। ମୁଁ ସେମାନଙ୍କ ନିମନ୍ତେ ବିଶେଷ ବାଦ୍ୟଯନ୍ତ୍ରସବୁ ନିର୍ମାଣ କରିଅଛି। ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବା ନିମନ୍ତେ ସେହି ବାଦ୍ୟଯନ୍ତ୍ରଗୁଡ଼ିକୁ ବ୍ୟବହାର କରିବେ।”

ଦାଉଦ ଲେବୀୟମାନଙ୍କୁ ତିନି ଗୋଟି ଦଳରେ ବିଭକ୍ତ କଲେ। ସେମାନେ ଲେବୀୟଙ୍କ ତିନିପୁତ୍ର ଗେର୍ଶୋନ, କହାତ୍ ଓ ମରାରିଙ୍କ ପରିବାରବର୍ଗର ଥିଲେ।

ଗେର୍ଶୋନ ପରିବାରବର୍ଗ

ଗେର୍ଶୋନଙ୍କ ବଂଶର ଲାଦନ୍ ଓ ଶିମିୟି। ଲାଦନଙ୍କର ତିନିପୁତ୍ର ଥିଲେ। ତାଙ୍କର ଜ୍ୟେଷ୍ଠପୁତ୍ର ଥିଲେ ଯିହୀୟେଲ। ତାଙ୍କର ଅନ୍ୟ ପୁତ୍ରମାନେ ଥିଲେ, ଯିହୀୟେଲ, ସେଥମ୍ ଓ ଯୋୟେଲ। ଶିମିୟିଙ୍କ ପୁତ୍ରମାନେ ଥିଲେ ଶଲୋମୀତ୍, ହସୀୟେଲ ଓ ହାରୋଣ। ଏହି ତିନିପୁତ୍ର ଲାଦନଙ୍କ ପରିବାରର ମୁଖ୍ୟ ଥିଲେ।

10 ଶିମିୟିଙ୍କର ଗ୍ଭରିପୁତ୍ର ଥିଲେ। ସେମାନେ ହେଲେ, ଯହତ୍, ସୀଷ, ଯିୟୂଶ୍ ଓ ବରୀୟ। 11 ଯହତ୍ ଜ୍ୟେଷ୍ଠ ପୁତ୍ର ଓ ସୀଷ ଦ୍ୱିତୀୟ ପୁତ୍ର ଥିଲେ। କିନ୍ତୁ ଯିୟୁଶ୍ ଓ ବରୀୟର ଅନେକ ସନ୍ତାନ ନ ଥିଲେ। ତେଣୁ ଯିୟୂଶ୍ ଓ ବରୀୟଙ୍କୁ ଗୋଟିଏ ପରିବାର ରୂପେ ଗଣ୍ୟ କରାଯାଉ ନ ଥିଲା।

କହାତ୍ ପରିବାରବର୍ଗ

12 କହାତଙ୍କର ଗ୍ଭରିପୁତ୍ର ଥିଲେ। ସେମାନେ ହେଲେ ଅମ୍ରାମ୍, ଯି‌ଷ୍‌ହର, ହିବ୍ରୋଣ ଓ ଉଷୀୟେଲ। 13 ଅମ୍ରାମଙ୍କ ପୁତ୍ରମାନେ ଥିଲେ ହାରୋଣ ଓ ମୋଶା। ହାରୋଣ ବିଶେଷ ରୂପେ ମନୋନୀତ କରାଯାଇଥିଲେ। ହାରୋଣ ଓ ତାଙ୍କର ବଂଶଧରମାନେ ଚିରକାଳ ନିମନ୍ତେ, ବିଶେଷ ରୂପେ ମନୋନୀତ ହୋଇଥିଲେ। ସଦାପ୍ରଭୁଙ୍କ ସେବାକାର୍ଯ୍ୟ ନିମନ୍ତେ ସବୁଠାରୁ ମହାପବିତ୍ର ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ସେମାନଙ୍କୁ ମନୋନୀତ କରାଯାଇଥିଲା। ସଦାପ୍ରଭୁ ସମ୍ମୁଖରେ ସୁଗନ୍ଧି ଧୂପ ଜଳାଇବା ନିମନ୍ତେ ହାରୋଣ ଓ ତାହାଙ୍କ ବଂଶ ମନୋନୀତ ହୋଇଥିଲେ। ସେମାନେ ଯାଜକରୂପେ ସଦାପ୍ରଭୁଙ୍କର ସେବାକାର୍ଯ୍ୟ କରିବା ନିମନ୍ତେ ମନୋନୀତ ହୋଇଥିଲେ। ଚିରକାଳ ପାଇଁ ସଦାପ୍ରଭୁଙ୍କ ନାମକୁ ବ୍ୟବହାର କରିବା ଓ ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ସେମାନେ ମନୋନୀତ ହୋଇଥିଲେ।

14 ମୋଶା ପରମେଶ୍ୱରଙ୍କ ଲୋକ ଥିଲେ। ମୋଶାଙ୍କ ପୁତ୍ରମାନେ ଲେବୀୟ ଗୋଷ୍ଠୀର ଅନ୍ତର୍ଭୁକ୍ତ ଥିଲେ। 15 ମୋଶାଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ ଓ ଇଲୀୟେଷର। 16 ଗେର୍ଶୋନଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ ଶବୂୟେଲ। 17 ଇଲୀୟେଷରଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ ରହବିୟ। ଇଲୀୟେଷରଙ୍କ ଆଉ କୌଣସି ପୁତ୍ର ସନ୍ତାନ ନ ଥିଲେ। କିନ୍ତୁ ରହବିୟଙ୍କର ଅନେକ ପୁତ୍ର ଥିଲେ।

18 ଯି‌ଷ୍‌ହରର ଜ୍ୟେଷ୍ଠପୁତ୍ର ଥିଲେ ଶଲୋମୀତ୍।

19 ହିବ୍ରୋଣଙ୍କ ଜ୍ୟେଷ୍ଠପୁତ୍ର ଥିଲେ ଯିରୀୟ। ହିବ୍ରୋଣଙ୍କ ଦ୍ୱିତୀୟ ପୁତ୍ର ଥିଲେ ଅମରିୟ। ଯହସୀୟେଲ ତୃତୀୟ ପୁତ୍ର ଓ ଯି‌କ୍‌ମିୟାମ୍ ଚତୁର୍ଥ ପୁତ୍ର ଥିଲେ।

20 ଉଷୀୟେଲଙ୍କ ଜ୍ୟେଷ୍ଠପୁତ୍ର ଥିଲେ ମୀଖା ଓ ଯିଶିୟ ତାଙ୍କର ଦ୍ୱିତୀୟ ପୁତ୍ର ଥିଲେ।

ମରାରି ପରିବାରବର୍ଗ

21 ମରାରିଙ୍କ ପୁତ୍ରମାନେ ଥିଲେ ମହଲି ଓ ମୂଶି। ମହଲିଙ୍କ ପୁତ୍ରମାନେ ଥିଲେ ଇଲୀୟାସର ଓ କୀଶ୍। 22 ଇଲୀୟାସର ଅପୁତ୍ରିକ ହୋଇ ମୃତ୍ୟୁବରଣ କଲେ। ତାଙ୍କର କେବଳ କନ୍ୟାମାନେ ଥିଲେ। ଇଲୀୟାସରଙ୍କ କନ୍ୟାମାନେ ସେମାନଙ୍କର ନିଜ ଆତ୍ମୀୟମାନଙ୍କୁ ବିବାହ କଲେ। କୀଶଙ୍କର ପୁତ୍ରମାନେ ସେମାନଙ୍କର ଆତ୍ମୀୟ ଥିଲେ। 23 ମୂଶିଙ୍କ ପୁତ୍ରମାନେ ଥିଲେ, ମହଲି, ଏଦର ଓ ଯିରେମୋତ୍। ସମୁଦାୟ ତିନି ଜଣ ପୁତ୍ର ଥିଲେ।

ଲେବୀୟମାନଙ୍କର କାର୍ଯ୍ୟ

24 ଏହିମାନେ ଲେବୀଙ୍କ ଗୋଷ୍ଠୀର ଥିଲେ। ସେମାନେ ସେମାନଙ୍କର ପରିବାର ଦ୍ୱାରା ତାଲିକାଭୁକ୍ତ ହୋଇଥିଲେ। ସେମାନେ ପରିବାରର ମୁଖ୍ୟ ଥିଲେ। ପ୍ରତ୍ୟେକ ଲୋକର ନାମ ତାଲିକାଭୁକ୍ତ କରାଗଲା। ଯେଉଁ ଲୋକମାନଙ୍କର ନାମ ତାଲିକାଭୁକ୍ତ କରାଗଲା, ସେମାନେ କୋଡ଼ିଏ ବର୍ଷ ବା ତତୁର୍ଦ୍ଧ୍ୱ ବୟସର ଥିଲେ। ସେମାନେ ସଦାପ୍ରଭୁଙ୍କ ମନ୍ଦିରରେ ସେବାକାର୍ଯ୍ୟ କଲେ।

25 ଦାଉଦ କହିଥିଲେ, “ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ତାହାଙ୍କ ଲୋକମାନଙ୍କୁ ଶାନ୍ତି ପ୍ରଦାନ କରିଅଛନ୍ତି। ସଦାପ୍ରଭୁ ଯିରୁଶାଲମରେ ଚିରକାଳ ନିମନ୍ତେ ବାସ କରିବାକୁ ଆସିଅଛନ୍ତି। 26 ତେଣୁ ଲେବୀୟମାନଙ୍କୁ ଆଉ ପବିତ୍ର ତମ୍ବୁ କିଅବା ସେଥିରେ ବ୍ୟବହୃତ ସାମଗ୍ରୀଗୁଡ଼ିକୁ ବୋହିକରି ନେବାକୁ ପଡ଼ିବ ନାହିଁ।”

27 ଇସ୍ରାଏଲୀୟମାନଙ୍କୁ ଦାଉଦଙ୍କର ଶେଷ ଆଦେଶ ଥିଲା ଲେବୀୟ ଗୋଷ୍ଠୀର ବଂଶଧରମାନଙ୍କୁ ଗଣିବାକୁ କହିବା। ଯେଉଁ ଲେବୀୟ ବ୍ୟକ୍ତି 20 ବର୍ଷ ବା ତତୁର୍ଦ୍ଧ୍ୱ ବୟସର ଥିଲେ, ସେମାନେ ସେମାନଙ୍କୁ ଗଣନା କଲେ।

28 ସଦାପ୍ରଭୁଙ୍କ ମନ୍ଦିରର ସେବାକାର୍ଯ୍ୟରେ ହାରୋଣଙ୍କ ବଂଶଧରମାନଙ୍କୁ ସାହାଯ୍ୟ କରିବା ଲେବୀୟମାନଙ୍କ କାର୍ଯ୍ୟ ଥିଲା। ଲେବୀୟମାନେ ଆହୁରି ମଧ୍ୟ ମନ୍ଦିରର ପ୍ରାଙ୍ଗଣ ଓ ପାର୍ଶ୍ୱବର୍ତ୍ତୀ କୋଠରୀଗୁଡ଼ିକର ଯତ୍ନ ନେଉଥିଲେ। ସମସ୍ତ ପବିତ୍ର ସାମଗ୍ରୀକୁ ଶୁଚି କରିବା ସେମାନଙ୍କର କାର୍ଯ୍ୟ ଥିଲା। ପରମେଶ୍ୱରଙ୍କ ମନ୍ଦିରର ସେବା କରିବା କାର୍ଯ୍ୟ ସେମାନଙ୍କର ଥିଲା। 29 ମନ୍ଦିରର ମେଜ ଉପରେ ବିଶେଷରୋଟୀ ରଖିବାର ଦାୟିତ୍ୱ ସେମାନଙ୍କର ଥିଲା। ଆହୁରି ମଧ୍ୟ, ସେମାନଙ୍କର ମଇଦା, ଶସ୍ୟ ନୈବେଦ୍ୟ ଓ ଖମୀରଶୂନ୍ୟ ରୋଟୀ ପ୍ରସ୍ତୁତ କରିବାର ଦାୟିତ୍ୱ ଥିଲା। ପିଠା ପାକ କରିବା ଓ ମିଶ୍ରିତ ନୈବେଦ୍ୟ ଉତ୍ସର୍ଗ କରିବା ଦାୟିତ୍ୱ ମଧ୍ୟ ସେମାନଙ୍କର ଥିଲା। ସେମାନେ ସବୁ ପ୍ରକାର ମାପ ତୌଲି କରୁଥିଲେ। 30 ଲେବୀୟମାନେ ପ୍ରତି ପ୍ରଭାତରେ ଛିଡ଼ା ହେଉଥିଲେ ଓ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରୁଥିଲେ। ସେମାନେ ପ୍ରତିଦିନ ସନ୍ଧ୍ୟାରେ ମଧ୍ୟ ଏହିପରି କରୁଥିଲେ। 31 ବିଶେଷ ବିଶ୍ରାମବାର, ଅମାବାସ୍ୟାର ଉତ୍ସବ ଓ ସମସ୍ତ ବିଶେଷ ରୋଟୀମାନଙ୍କରେ ଲେବୀୟମାନେ ସବୁପ୍ରକାର ହୋମବଳି ପ୍ରସ୍ତୁତ କରୁଥିଲେ। ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରତିଦିନ ସେବାକାର୍ଯ୍ୟ କରୁଥିଲେ। ପ୍ରତିଥର କେତେଜଣ ଲେବୀୟ ସେବାକାର୍ଯ୍ୟ କରିବେ, ଏଥିନିମନ୍ତେ ବିଶେଷ ନିୟମମାନ ଥିଲା। 32 ତେଣୁ ଲେବୀୟମାନେ ଯେଉଁ କାର୍ଯ୍ୟ କରିବା ଉଚିତ୍, ସେମାନେ ସେହିସବୁ କାର୍ଯ୍ୟ କରୁଥିଲେ। ସେମାନେ ପବିତ୍ର ତମ୍ବୁର ଯତ୍ନ ନେଉଥିଲେ। ସେମାନେ ପବିତ୍ର ସ୍ଥାନର ଯତ୍ନ ନେଉଥିଲେ। ଆଉ, ସେମାନେ ସେମାନଙ୍କର ଆତ୍ମୀୟ (ଯାଜକମାନେ) ହାରୋଣଙ୍କ ବଂଶଧରମାନଙ୍କୁ ସାହାଯ୍ୟ କରୁଥିଲେ। ସଦାପ୍ରଭୁଙ୍କ ମନ୍ଦିରର ସେବାକାର୍ଯ୍ୟ କରିବା ସହିତ ଲେବୀୟମାନେ ଯାଜକମାନଙ୍କୁ ସାହାଯ୍ୟ କରୁଥିଲେ।

ଯାଜକମାନଙ୍କର ଦଳ

24 ହାରୋଣଙ୍କ ପୁତ୍ରମାନଙ୍କର ଦଳ ଏହି ପ୍ରକାର ଥିଲା: ହାରୋଣଙ୍କ ପୁତ୍ରମାନେ ଥିଲେ ନାଦବ୍, ଅବୀହୂ, ଇଲିୟାସର ଓ ଈଥାମର। କିନ୍ତୁ ନାଦବ୍ ଓ ଅବୀହୂ ସେମାନଙ୍କ ପିତାଙ୍କ ମୃତ୍ୟୁ ପୂର୍ବରୁ ମରଣ ଲଭିଥିଲେ। ଆଉ ନାଦବ୍ ଓ ଅବୀହୂଙ୍କର କୌଣସି ପୁତ୍ର ସନ୍ତାନ ନ ଥିଲେ। ତେଣୁ ଇଲିୟାସର ଓ ଈଥାମର ଯାଜକରୂପେ ସେବାକାର୍ଯ୍ୟ କଲେ। ଦାଉଦ ଇଲିୟାସରଙ୍କ ପରିବାରବର୍ଗ ଓ ଈଥାମରଙ୍କ ବଂଶକୁ ଦୁଇଟି ଭିନ୍ନ ଦଳରେ ବିଭକ୍ତ କରିଥିଲେ। ସେହି ଦଳମାନେ ସେମାନଙ୍କୁ ଦତ୍ତ କାର୍ଯ୍ୟ ଯେପରି ସୂଗ୍ଭରୁରୂପେ କରି ପାରନ୍ତି, ସେଥିନିମନ୍ତେ ଦାଉଦ ଏହିପରି କରିଥିଲେ। ସାଦୋକ୍ ଓ ଅହୀମେଲ‌କ୍‌ଙ୍କ ସାହାଯ୍ୟରେ ଏହା କରିଥିଲେ। ସାଦୋକ୍ ଇଲିୟାସରଙ୍କ ବଂଶଧର ଓ ଅହୀମେଲକ୍ ଈଥାମରଙ୍କ ବଂଶଧର ଥିଲେ। ଈଥାମରଙ୍କ ପରିବାରଠାରୁ ଇଲିୟାସରଙ୍କ ପରିବାରର ଅଧିକ ନେତା ଥିଲେ। ଇଲିୟାସରଙ୍କ ପରିବାରରୁ ଷୋହଳ ଜଣ ଓ ଈଥାମରଙ୍କ ପରିବାରର ଆଠ ଜଣ ନେତା ଥିଲେ। ପ୍ରତି ପରିବାରରୁ ଲୋକମାନେ ମନୋନୀତ ହୋଇଥିଲେ। ସେମାନେ ଗୁଲିବାଣ୍ଟ ଦ୍ୱାରା ମନୋନୀତ ହୋଇଥିଲେ। ପବିତ୍ର ସ୍ଥାନର ଦାୟିତ୍ୱରେ ରହିବା ନିମନ୍ତେ କେତେଜଣ ବ୍ୟକ୍ତିଙ୍କୁ ମନୋନୀତ କରାଯାଇଥିଲା। ଆଉ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଯାଜକକର୍ମ ନିମନ୍ତେ ମନୋନୀତ କରାଯାଇଥିଲା। ଏହି ସମସ୍ତ ବ୍ୟକ୍ତିମାନେ ଇଲିୟାସର ଓ ଈଥାମରଙ୍କ ବଂଶରୁ ଆସିଥିଲେ।

ଶମୟିୟ ସମ୍ପାଦକ ଥିଲେ। ସେ ନଥନେଲଙ୍କ ପୁତ୍ର ଥିଲେ। ଶମୟିୟ ଲେବୀ ଗୋଷ୍ଠୀରୁ ଆସିଥିଲେ। ଶମୟିୟ ସେହି ବଂଶଧରମାନଙ୍କ ନାମ ଲେଖିଲେ। ସେ ସେହି ନାମଗୁଡ଼ିକୁ ରାଜା ଦାଉଦ ଓ ସେହି ନେତାଗଣ: ଯାଜକ ସାଦୋକ, ଅହୀମେଲକ, ଯାଜକମାନଙ୍କର ବଂଶଜ ନେତା ଓ ଲେବୀ ବଂଶଜ ନେତାମାନଙ୍କ ସମ୍ମୁଖରେ ଲେଖିଲେ। ଅହୀମେଲକ ଅବିୟାଥରଙ୍କ ପୁତ୍ର ଥିଲେ। ପ୍ରତିଥର ଗୁଲିବାଣ୍ଟ ଦ୍ୱାରା ସେମାନେ ଜଣେ ବ୍ୟକ୍ତିକୁ ମନୋନୀତ କଲେ ଓ ଶମୟିୟ ସେହି ଲୋକର ନାମ ଲେଖି ରଖିଲେ। ତେଣୁ ସେମାନେ ଇଲିୟାସର ଓ ଈଥାମରଙ୍କ ପରିବାରର ବ୍ୟକ୍ତିମାନଙ୍କର ମଧ୍ୟ କାମକୁ ଭାଗ କରିଦେଲେ।

ପ୍ରଥମ ଦଳ ଥିଲା ଯିହୋୟାରୀବଙ୍କ ଦଳ।

ଦ୍ୱିତୀୟ ଦଳ ଥିଲା ଯିଦୟିୟଙ୍କ ଦଳ।

ତୃତୀୟ ଦଳ ଥିଲା ହାରୀମଙ୍କ ଦଳ।

ଚତୁର୍ଥ ଦଳ ଥିଲା ସୀୟୋରୀମଙ୍କ ଦଳ।

ପଞ୍ଚମ ଦଳ ଥିଲା ମ‌ଲ୍‌କିୟଙ୍କ ଦଳ।

ଷଷ୍ଠ ଦଳ ଥିଲା ମିୟାମୀନଙ୍କ ଦଳ।

10 ସପ୍ତମ ଦଳ ଥିଲା ହ‌କ୍‌କୋସଙ୍କ ଦଳ।

ଅଷ୍ଟମ ଦଳ ଥିଲା ଅବିୟାଙ୍କ ଦଳ।

11 ନବମ ଦଳ ଥିଲା ଯେଶୂୟଙ୍କ ଦଳ।

ଦଶମ ଦଳ ଥିଲା ଶଖନିୟଙ୍କ ଦଳ।

12 ଏକାଦଶ ଦଳ ଥିଲା ଇଲୀୟାଶୀବଙ୍କ ଦଳ।

ଦ୍ୱାଦଶ ଦଳ ଥିଲା ଯାକୀମଙ୍କ ଦଳ।

13 ତ୍ରୟୋଦଶ ଦଳ ଥିଲା ହୁପ୍ପଙ୍କ ଦଳ।

ଚତୁର୍ଦ୍ଦଶ ଦଳ ଥିଲା ଯେଶବାଙ୍କ ଦଳ।

14 ପଞ୍ଚଦଶ ଦଳ ଥିଲା ବିଲଗାଙ୍କ ଦଳ।

ଷୋଡ଼ଶ ଦଳ ଥିଲା ଇମ୍ମେରଙ୍କ ଦଳ।

15 ସପ୍ତଦଶ ଦଳ ହେଷୀରଙ୍କ ଦଳ ଥିଲା।

ଅଷ୍ଟାଦଶ ଦଳ ହିପ୍ପିଙ୍କ ଦଳ ଥିଲା।

16 ଊନବିଂଶ ଦଳ ଥିଲା ପଥାହିୟଙ୍କ ଦଳ।

ବିଂଶ ଦଳ ଥିଲା ଯିହିଷ୍କେଲଙ୍କ ଦଳ।

17 ଏକବିଂଶ ଦଳ ଥିଲା ଯାଖୀନଙ୍କ ଦଳ।

ଦ୍ୱାବିଂଶ ଦଳ ଥିଲା ଗାମୂଲଙ୍କ ଦଳ।

18 ତ୍ରୟୋବିଂଶ ଦଳ ଥିଲା ଦଲାୟଙ୍କ ଦଳ।

ଚତୁର୍ବିଂଶ ଦଳ ଥିଲା ମାସିୟଙ୍କ ଦଳ।

19 ମନ୍ଦିରରେ ସେବାକାର୍ଯ୍ୟ କରିବା ନିମନ୍ତେ ଏହି ଦଳଗୁଡ଼ିକ ମନୋନୀତ ହୋଇଥିଲେ। ମନ୍ଦିରର ସେବାକାର୍ଯ୍ୟ ପାଇଁ ହାରୋଣଙ୍କ ଦତ୍ତ ନିୟମର ସେମାନେ ବାଧ୍ୟ ହେଲେ। ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ହାରୋଣଙ୍କୁ ଏହି ନିୟମଗୁଡ଼ିକ ପ୍ରଦାନ କରିଥିଲେ।

ଅନ୍ୟ ଲେବୀୟଗଣ

20 ଲେବୀଙ୍କ ଅବଶିଷ୍ଟ ବଂଶଧରଙ୍କ ନାମ ଏହା ଥିଲା:

ଅମ୍ରାମଙ୍କ ବଂଶଧରମାନଙ୍କ ମଧ୍ୟରୁ: ଶୂୟେଲ,

ଶବୂୟେଲଙ୍କ ବଂଶଧରମାନଙ୍କ ମଧ୍ୟରୁ: ଯେହଦିୟ

21 ରହବିୟରୁ: ଯିଶିୟ (ଯିଶିୟ ଜ୍ୟେଷ୍ଠ ପୁତ୍ର ଥିଲେ)

22 ଯି‌ଶ୍‌ହରିୟ ପରିବାରବର୍ଗ ଶଲୋମୀତ୍।

ଶଲୋମୀତ୍ ପରିବାରରୁ: ଯହତ୍।

23 ହିବ୍ରୋଣଙ୍କ ଜ୍ୟେଷ୍ଠପୁତ୍ର ଥିଲେ ଯିରିୟ।

ଅମରିୟ ତାଙ୍କର ଦ୍ୱିତୀୟ ପୁତ୍ର ଥିଲେ।

ଯହସୀୟେଲ ତାଙ୍କର ତୃତୀୟ ପୁତ୍ର ଥିଲେ।

ଓ ଯି‌କ୍‌ମିୟାମ୍ ତାଙ୍କର ଚତୁର୍ଥ ପୁତ୍ର ଥିଲେ।

24 ଉଷୀୟେଲଙ୍କ ପୁତ୍ର ଥିଲେ ମୀଖା।

ମୀଖାଙ୍କ ପୁତ୍ର ଥିଲେ ଶାମୀର୍।

25 ଯିଶିୟ ମୀଖାଙ୍କ ଭ୍ରାତା ଥିଲେ।

ଯିଶିୟଙ୍କ ପୁତ୍ର ଥିଲେ ଯିଖରିୟ।

26 ମରାରିଙ୍କ ବଂଶଧରମାନେ ଥିଲେ ମହଲି ଓ

ମୂଶି ଓ ଯାସିୟ ତାଙ୍କର ପୁତ୍ର ଥିଲେ।

27 ମରାରିଙ୍କ ପୁତ୍ର ଯାସିୟଙ୍କ ପୁତ୍ରମାନେ ଥିଲେ: ବିନୋ, ଶୋହମ୍, ସକୂର ଓ ଇବ୍ରି।

28 ମହଲିଙ୍କ ପୁତ୍ର ଥିଲେ ଇଲିୟାସର। କିନ୍ତୁ ଇଲିୟାସରଙ୍କ ପୁତ୍ର ସନ୍ତାନ ନ ଥିଲେ।

29 କୀଶଙ୍କ ପୁତ୍ର ଥିଲେ ଯିରହମେଲ।

30 ମୂଶିଙ୍କ ପୁତ୍ରମାନେ ଥିଲେ ମହଲି, ଏଦର ଓ ଯିରେମୋତ୍।

ଏହିମାନେ ଲେବୀୟ ଗୋଷ୍ଠୀର ନେତାଗଣ ଥିଲେ। ସେମାନେ ସେମାନଙ୍କର ପରିବାରବର୍ଗ ଦ୍ୱାରା ତାଲିକାଭୁକ୍ତ ହେଲେ। 31 ସେମାନେ ବିଶେଷ କର୍ମ କରିବା ନିମନ୍ତେ ମନୋନୀତ ହୋଇଥିଲେ। ସେମାନେ ସେମାନଙ୍କର ଆତ୍ମୀୟ, ଯାଜକମାନଙ୍କ ପରି ଗୁଲିବାଣ୍ଟ କଲେ। ଯାଜକମାନେ ହାରୋଣଙ୍କ ବଂଶଧର ଥିଲେ। ସେମାନେ ରାଜା ଦାଉଦ, ସାଦୋକ, ଅହୀମେଲକ, ଯାଜକ ଏବଂ ଲେବୀୟ ବଂଶର ନେତାମାନଙ୍କ ସମ୍ମୁଖରେ ଗୁଲିବାଣ୍ଟ କଲେ। ଜ୍ୟେଷ୍ଠ ପରିବାର ଓ କନିଷ୍ଠ ପରିବାର ନିମନ୍ତେ ଯେତେବେଳେ କାର୍ଯ୍ୟ ସ୍ଥିର କରାଗଲା, ସେତେବେଳେ ସେମାନଙ୍କ ପ୍ରତି ସମାନ ବ୍ୟବହାର କରାଗଲା।

ବାଦ୍ୟକାରୀ ଦଳ

25 ଦାଉଦ ଓ ସେନାଧ୍ୟକ୍ଷମାନେ ଆସଫର ପୁତ୍ରମାନଙ୍କୁ ଏକ ବିଶେଷ ସେବାକାର୍ଯ୍ୟ କରିବା ନିମନ୍ତେ ପୃଥକ କଲେ। ଆସଫଙ୍କର ପୁତ୍ରମାନେ ଥିଲେ ହେମନ ଓ ଯିଦୂଥୂନ। ବୀଣା, ସାରଙ୍ଗ ଓ ଗିନି ବଜାଇ ପରମେଶ୍ୱରଙ୍କ ବାର୍ତ୍ତା ଘୋଷଣା କରିବା ହିଁ ସେମାନଙ୍କର ବିଶେଷ କାର୍ଯ୍ୟ ଥିଲା। ଯେଉଁମାନେ ଏହି ପ୍ରକାର ଭାବରେ ସେବାକାର୍ଯ୍ୟ କରୁଥିଲେ, ସେମାନଙ୍କର ତାଲିକା ଏହି:

ଆସଫଙ୍କ ପରିବାରରୁ: ସ‌କ୍‌କୁର, ଯୋଷେଫ, ଓ ଅସାରେଲ। ପରମେଶ୍ୱରଙ୍କ ବାର୍ତ୍ତା ଘୋଷଣା କରିବା ନିମନ୍ତେ ରାଜା ଦାଉଦ ଆସଫଙ୍କୁ ମନୋନୀତ କରିଥିଲେ। ଆଉ ଆସଫ ତାଙ୍କର ପୁତ୍ରମାନଙ୍କୁ ପରିଗ୍ଭଳନା କଲେ।

ଯିଦୂଥୂନଙ୍କ ପରିବାରରୁ: ଗଦଲିୟ, ସରୀ, ଯିଶାୟାହ, ହଶବିୟ ଓ ମତ୍ତଥିୟ। ସେମାନେ ସମୁଦାୟ ଛଅ ଜଣ ଥିଲେ ଯିଦୂଥୂନ ତାଙ୍କର ପୁତ୍ରମାନଙ୍କୁ ନିର୍ଦ୍ଦେଶ ଦେଲେ। ପରମେଶ୍ୱରଙ୍କ ବାର୍ତ୍ତା ଘୋଷଣା କରିବା ଓ ସଦାପ୍ରଭୁଙ୍କର ଧନ୍ୟବାଦ, ପ୍ରଶଂସା କରିବା ନିମନ୍ତେ ଯିଦୂଥୂନ ବୀଣାଯନ୍ତ୍ରର ବ୍ୟବହାର କରୁଥିଲେ।

ହେମନଙ୍କର ଯେଉଁ ପୁତ୍ରମାନେ ସେବାକାର୍ଯ୍ୟ କରୁଥିଲେ, ସେମାନେ ହେଲେ: ବୁ‌କ୍‌କିୟ, ମତ୍ତନିୟ, ଉଷୀୟେଲ, ଶବୂୟେଲ ଓ ଯିରେମୋତ୍, ହନାନିୟ, ହନାନି, ଇଲୀୟାଥା, ଗିଦ୍ଦଲତି ଓ ରୋମା‌‌ମ୍‌‌ତି-ଏଷର, ଯ‌ଶ୍‌ବକାଶା, ମଲ୍ଲୋଥି, ହୋଥୀର, ମହସୀୟୋତ୍। ଏମାନେ ସମସ୍ତେ ହେମନଙ୍କର ପୁତ୍ରଗଣ ଥିଲେ। ହେମନ ଦାଉଦଙ୍କ ଭବିଷ୍ୟ‌ଦ୍‌ବକ୍ତା ଥିଲେ। ପରମେଶ୍ୱର ପ୍ରତିଜ୍ଞା କରିଥିଲେ ଯେ, ସେ ହେମନଙ୍କୁ ବଳବାନ କରିବେ। ତେଣୁ ହେମନଙ୍କର ଅନେକ ପୁତ୍ର ଜାତ ହେଲେ। ପରମେଶ୍ୱର ହେମନଙ୍କୁ ଚଉଦ ପୁତ୍ର ଓ ତିନି କନ୍ୟା ଦେଲେ।

ହେମନ ସଦାପ୍ରଭୁଙ୍କ ମନ୍ଦିରରେ ଗୀତଗାୟନ କରିବାକୁ ତାଙ୍କର ପୁତ୍ରମାନଙ୍କୁ ନିର୍ଦ୍ଦେଶ ଦେଲେ। ସେହି ପୁତ୍ରମାନେ ଗିନି, ସାରଙ୍ଗ ଓ ବୀଣା ବଜାଉଥିଲେ। ସେମାନେ ଏହି ପ୍ରକାରେ ପରମେଶ୍ୱରଙ୍କ ମନ୍ଦିରରେ ସେବାକାର୍ଯ୍ୟ କରୁଥିଲେ। ରାଜା ଦାଉଦ ଏହିସବୁ ବ୍ୟକ୍ତିମାନଙ୍କୁ ମନୋନୀତ କରିଥିଲେ: ଆସଫ, ଯିଦୁଥୂନ ଓ ହେମନ। ଲେବୀ ଗୋଷ୍ଠୀର ସେହି ବ୍ୟକ୍ତିମାନେ ଓ ସେମାନଙ୍କର ଆତ୍ମୀୟମାନେ ଗାୟନ ବିଦ୍ୟାରେ ତାଲିମପ୍ରାପ୍ତ ହୋଇଥିଲେ। 288 ଜଣ ବ୍ୟକ୍ତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସାର ଗୀତ ଗାନ କରିବା ଶିକ୍ଷା କଲେ। ସେମାନେ ଗୁଲିବାଣ୍ଟ ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ନିମନ୍ତେ ବିଭିନ୍ନ କାର୍ଯ୍ୟ ନିରୂପଣ କଲେ। ପ୍ରତ୍ୟେକ ଲୋକ ପ୍ରତି ସମାନ ବ୍ୟବହାର କରାଗଲା। ଯୁବା ଓ ବୃଦ୍ଧ ଉଭୟଙ୍କ ପ୍ରତି ସମବ୍ୟବହାରା କରାଗଲା। ଛାତ୍ର ପ୍ରତି ଯେପ୍ରକାର ବ୍ୟବହାର, ଶିକ୍ଷକ ପ୍ରତି ମଧ୍ୟ ସେ ପ୍ରକାର ବ୍ୟବହାର କରାଗଲା।

ପ୍ରଥମରେ, ଆସଫଙ୍କ ପରିବାରରୁ ଯୋଷେଫଙ୍କୁ ମନୋନୀତ କରାଗଲା।

ଦ୍ୱିତୀୟରେ, ଗଦଲିୟଙ୍କର ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।

10 ତୃତୀୟରେ, ସ‌କ୍‌କୁରଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।

11 ଚତୁର୍ଥରେ ଯିଷ୍ରିଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।

12 ପଞ୍ଚମରେ, ନଥନିୟଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।

13 ଷଷ୍ଠରେ ବୁ‌କ୍‌କିୟଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।

14 ସପ୍ତମରେ ଯିଶାରେଲାଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।

15 ଅଷ୍ଟମରେ ଯିଶାୟାହଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।

16 ନବମରେ ମତ୍ତନୀୟଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।

17 ଦଶମରେ ଶିମିୟିଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।

18 ଏକାଦଶରେ, ଅସାରେଲଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।

19 ଦ୍ୱାଦଶରେ, ହଶବିୟଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।

20 ତ୍ରୟୋଦଶରେ, ଶବୂୟେଲଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।

21 ଚତୁର୍ଦ୍ଦଶରେ, ମତ୍ତଥିୟଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।

22 ପଞ୍ଚଦଶରେ, ଯିରେମୋ‌ତ୍‌ଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।

23 ଷୋଡ଼ଶରେ, ହନାନିୟଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।

24 ସପ୍ତଦଶରେ, ଯ‌ଶ୍‌ବକାଶାଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।

25 ଅଷ୍ଟଦଶରେ, ହନାନିଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।

26 ଊନବିଂଶରେ, ମଲ୍ଲୋଥିଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।

27 ବିଶଂରେ, ଇଲୀୟାଥାଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।

28 ଏକବିଶଂରେ, ହୋଥୀରଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।

29 ଦ୍ୱାବିଶଂରେ, ଗିଦ୍ଦଲତିଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।

30 ତ୍ରୟୋବିଶଂରେ, ମହସୀୟୋତ୍‌ଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।

31 ଚତୁର୍ବିଶଂରେ, ରୋମା‌ମ୍‌ତି-ଏଷରଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center