Chronological
ବତ୍ଶେବା ସହିତ ଦାଉଦଙ୍କର ସାକ୍ଷାତ
11 ଯେତେବେଳେ ବସନ୍ତ ଆସିଲା, ସେତେବେଳେ ରାଜାଗଣ ଯୁଦ୍ଧକୁ ଯାଆନ୍ତି। ରାଜା ଦାଉଦ ଯୋୟାବ ଓ ତାଙ୍କର ଲୋକମାନଙ୍କୁ ଏବଂ ସମସ୍ତ ଇସ୍ରାଏଲୀୟ ସୈନ୍ୟମାନଙ୍କୁ ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ପଠାଇଲେ ଏବଂ ସେମାନେ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କଲେ ଓ ରବ୍ବା ନଗର ଅଧିକାର କଲେ।
କିନ୍ତୁ ଦାଉଦ ଯିରୁଶାଲମରେ ରହିଲେ। 2 ଥରେ ସନ୍ଧ୍ୟା ସମୟରେ ଦାଉଦ ବିଛଣାରୁ ଉଠି ଛାତ ଉପରେ ବୁଲିବା ସମୟରେ ଜଣେ ସ୍ତ୍ରୀଲୋକ ଗାଧୋଉ ଥିବାର ଦେଖିଲେ। ସେହି ସ୍ତ୍ରୀ ଜଣକ ଅତି ସୁନ୍ଦରୀ ଥିଲା। 3 ତେଣୁ ଦାଉଦ ତାଙ୍କର କର୍ମଗ୍ଭରୀମାନଙ୍କୁ ପଠାଇ ସେହି ସ୍ତ୍ରୀ ବିଷୟରେ ବୁଝିଲେ। ସେ ଜାଣିବାକୁ ପାଇଲେ ଯେ, “ସେ ହେଉଛନ୍ତି ଇଲିୟାମର ଝିଅ ହିତ୍ତୀୟ ଊରିୟର ସ୍ତ୍ରୀ, ବତ୍ଶେବା।”
4 ଦାଉଦ ବତ୍ଶେବାକୁ ଡାକିବା ପାଇଁ ଦୂତ ପଠାଇଲେ ଏବଂ ଯେତେବେଳେ ସେ ଆସିଲେ। ସେହି ସ୍ତ୍ରୀ ସହିତ ଶୟନ କଲେ। ସେ ସମୟରେ ସେହି ସ୍ତ୍ରୀଲୋକଟି ଋତୁସ୍ନାନ[a] କରିଥିଲା। ତେଣୁ ସେ ନିଜର ଗୃହକୁ ଫେରିଗଲା। 5 କିନ୍ତୁ ବତ୍ଶେବା ଗର୍ଭବତୀ ହୁଅନ୍ତେ ଦାଉଦଙ୍କ ନିକଟକୁ ବାର୍ତ୍ତା ପଠାଇ କହିଲା, “ମୁଁ ଗର୍ଭବତୀ ହୋଇଛି।”
ଦାଉଦ ନିଜର ପାପକୁ ଲୁଗ୍ଭଇବାକୁ ଚେଷ୍ଟା କଲେ
6 ତା'ପରେ ଦାଉଦ ଯୋୟାବ ନିକଟକୁ ଏକ ବାର୍ତ୍ତା ପଠାଇଲେ, “ଊରିୟ ଓ ହିତ୍ତୀୟକୁ ମୋ’ ପାଖକୁ ପଠାଅ।”
ତେଣୁ ଯୋୟାବ ଊରିୟକୁ ଦାଉଦଙ୍କ ନିକଟକୁ ପଠାଇଲେ। 7 ତେଣୁ ଊରିୟ ଆସି ପହଞ୍ଚିବା ପରେ ଦାଉଦ ତାଙ୍କୁ ଯୋୟାବର କୁଶଳବାର୍ତ୍ତା ଓ ଲୋକମାନଙ୍କର କୁଶଳବାର୍ତ୍ତା ଓ ଯୁଦ୍ଧର କୁଶଳବାର୍ତ୍ତା ପଗ୍ଭରିଲେ। 8 ତା'ପରେ ଦାଉଦ ଊରିୟକୁ କହିଲେ ଠିକ୍ ଅଛି, “ବର୍ତ୍ତମାନ ତୁମ୍ଭେ ଗୃହକୁ ଯାଇ ବିଶ୍ରାମ ନିଅ।”
ତା'ପରେ ଊରିୟ ରାଜାଙ୍କ ପାଖରୁ ଗ୍ଭଲିଗଲା। ରାଜା ଊରିୟଙ୍କ ପାଖକୁ କିଛି ଉପହାର ପଠାଇଲେ। 9 କିନ୍ତୁ ଊରିୟ ଗୃହକୁ ଗଲା ନାହିଁ। ସେ ରାଜାଙ୍କର ଦାସମାନଙ୍କ ସହିତ ରାଜ ଗୃହ ଦ୍ୱାରରେ ଶୟନ କଲା। 10 ଦାସମାନେ ଦାଉଦଙ୍କୁ କହିଲେ, “ଊରିୟ ଘରକୁ ଯାଇ ନାହାନ୍ତି।”
ତା'ପରେ ଦାଉଦ ଊରିୟକୁ କହିଲେ, “ତୁମ୍ଭେ ଦୂର ଯାତ୍ରାରୁ ଆସିଲ। ତୁମ୍ଭେ ଗୃହକୁ ଗଲ ନାହିଁ କାହିଁକି?”
11 ଊରିୟ ଦାଉଦଙ୍କୁ କହିଲା, “ପବିତ୍ର ସିନ୍ଦୁକ, ଇସ୍ରାଏଲ ଓ ଯିହୁଦାର ସୈନ୍ୟବାହିନୀ ଏବଂ ମୋର ରାଜାଙ୍କର ଅଧିକାରୀଗଣ ଖୋଲା ପଦାରେ ତମ୍ବୁ କରିଛନ୍ତି। ତେଣୁ ମୁଁ କିପରି ଭୋଜନ କରିବାକୁ ଘରକୁ ଯିବି ଏବଂ ତା'ପରେ ମୋର ସ୍ତ୍ରୀଙ୍କ ସହିତ ଶୟନ କରିବି? ତୁମ୍ଭେ ଓ ମୁଁ ବଞ୍ଚିଥିବା ଯାଏ ସେପରି କରିବି ନାହିଁ।”
12 ଦାଉଦ ଊରିୟକୁ କହିଲେ, “ଆଜି ତୁମ୍ଭେ ଏହିଠାରେ ରୁହ। ଆସନ୍ତା କାଲି ମୁଁ ତୁମ୍ଭକୁ ଯୁଦ୍ଧ କ୍ଷେତ୍ରକୁ ପଠାଇ ଦେବି।”
ଊରିୟ ସେଦିନ ସକାଳ ହେବା ପର୍ଯ୍ୟନ୍ତ ଯିରୁଶାଲମରେ ରହିଲେ। 13 ତା'ପରେ ଦାଉଦ ଊରିୟକୁ ଡାକି କହିଲେ ଏବଂ ଊରିୟ ଦାଉଦଙ୍କ ସଙ୍ଗେ ଖିଆପିଆ କଲା। ଦାଉଦ ଊରିୟକୁ ମଦ୍ୟପାନ କରାଇଲେ, ତା'ପରେ ମଧ୍ୟ ଊରିୟ ଗୃହକୁ ନ ଯାଇ ରାଜାଙ୍କର ଦାସମାନଙ୍କ ସହିତ ରାଜଗୃହର ଦ୍ୱାର ଦେଶରେ ଶୟନ କଲା।
ଦାଉଦ ଊରିୟଙ୍କର ମୃତ୍ୟୁ ଯୋଜନା କଲେ
14 ତା'ପରେ ସକାଳେ ଯୋୟାବଙ୍କ ନିକଟକୁ ଏକ ପତ୍ର ଲେଖିଲେ। ଦାଉଦ ସେହି ଚିଠିକୁ ଊରିୟଙ୍କ ହାତରେ ପଠାଇଲେ। 15 ଦାଉଦ ଏହା ପତ୍ରରେ ଲେଖି ଥିଲେ, “ଯେଉଁ କ୍ଷେତ୍ରରେ ଘମାଘୋଟ ଯୁଦ୍ଧ ହୁଏ, ସେଠାରେ ଊରିୟକୁ ଆଗଧାଡ଼ିରେ ରଖ। ତା'ପରେ ତାକୁ ସେଠାରେ ଏକା ଛାଡ଼ିଦିଅ, ଯେପରି ସେ ଯୁଦ୍ଧରେ ହତ୍ୟା ହେବ।”
16 ଯୋୟାବ ନଗର ନିରୀକ୍ଷଣ କରିବା ବେଳେ ଅମ୍ମୋନୀୟ ସାହସୀ ସୈନ୍ୟମାନେ ଯେଉଁଠାରେ ଥିଲେ ସେ ଦେଖିଲେ ଏବଂ ସେ ଊରିୟକୁ ସେହି ସ୍ଥାନକୁ ଯିବା ପାଇଁ ଆଦେଶ ଦେଲେ। 17 ନଗରର ଲୋକମାନେ ବାହାରେ ଯାଇ ଯୋୟାବ ସଙ୍ଗେ ଯୁଦ୍ଧ କଲେ ଓ ତହିଁରେ ଦାଉଦଙ୍କ ଦାସମାନଙ୍କ ମଧ୍ୟରୁ କେତେକ ଲୋକ ମୃତ୍ୟୁବରଣ କଲେ ଓ ହିତ୍ତୀୟ ଊରିୟ ମଧ୍ୟ ମୃତ୍ୟୁବରଣ କଲେ।
18 ତା'ପରେ ଯୋୟାବ ଯାହାସବୁ ଯୁଦ୍ଧରେ ହେଲା ସେ ଖବର ଦାଉଦଙ୍କ ନିକଟକୁ ପଠାଇଲେ। 19 ସେ ଦୂତକୁ ଆଜ୍ଞା ଦେଲେ, ଯୁଦ୍ଧରେ ଘଟୁଥିବା ସବୁ ଘଟଣା ରାଜାଙ୍କୁ କୁହ। 20 “ରାଜା ଏଥିରେ ରାଗ କରି ପାରନ୍ତି। ଏବଂ ସେ ତୁମ୍ଭକୁ କହିପାରନ୍ତି, ‘ଆମ୍ଭର ସୈନ୍ୟଗଣ କାହିଁକି ଯୁଦ୍ଧ କରିବା ପାଇଁ ନଗରର ଏତେ ନିକଟକୁ ଗଲେ? ସେମାନେ ପ୍ରାଚୀରରୁ ତୀର ମାରିବେ ବୋଲି ତୁମ୍ଭେ ଜାଣିଥିଲ କି? 21 ଯିରୁବ୍ବେଶତର ପୁତ୍ର ଅବୀମେଲକକୁ କିଏ ମାରିଲା? ଜଣେ ସ୍ତ୍ରୀଲୋକ ପ୍ରାଚୀରରୁ ତାହା ଉପରକୁ ଚକିର ଉପର ପଟ ପକାନ୍ତେ ସେ କ’ଣ ତେବେସରେ ମଲା ନାହିଁ? କାହିଁକି ତୁମ୍ଭେମାନେ ପ୍ରାଚୀରର ଏତେ ନିକଟକୁ ଗଲ?’ ତେବେ ତୁମ୍ଭେ କହିବ, ‘ନିଜର ଦାସ ହିତ୍ତୀୟ ଊରିୟ ମଧ୍ୟ ମରିଅଛି।’”
22 ସେ ଦୂତ ଯାଇ ଯୋୟାବ କହିଥିବା କଥା ରାଜା ଦାଉଦଙ୍କୁ ଜଣାଇଲେ। 23 ସେହି ଦୂତ ଜଣକ ରାଜା ଦାଉଦଙ୍କୁ କହିଲା, “ସେହି ଅମ୍ମୋନୀୟ ଲୋକମାନେ ଆମ୍ଭମାନଙ୍କୁ ଖୋଲା ପଡ଼ିଆରେ ଆକ୍ରମଣ କଲେ, ତା'ପରେ ଆମ୍ଭେ ନଗରର ଫାଟକ ପର୍ଯ୍ୟନ୍ତ ସେମାନଙ୍କୁ ଘଉଡ଼େଇ ନେଲୁ। 24 ଏଥିରେ ଧନୁର୍ଦ୍ଧାରୀମାନେ ପ୍ରାଚୀରରୁ ଆପଣଙ୍କର ଦାସମାନଙ୍କ ଉପରେ ତୀର ନିକ୍ଷେପ କଲେ। ତେଣୁ ମହାରାଜଙ୍କର କିଛି ଦାସ ମୃତ୍ୟୁବରଣ କଲେ ଓ ଆପଣଙ୍କର ଦାସ ହିତ୍ତୀୟ ଊରିୟ ମଧ୍ୟ ମୃତ୍ୟୁବରଣ କଲେ।”
25 ଦାଉଦ ଦୂତକୁ କହିଲେ, “ଯୋୟାବକୁ ଏହି ବାର୍ତ୍ତା ଦିଅ: ‘ଏଥିରେ ତୁମ୍ଭେ ଦୁଃଖିତ ହୁଅ ନାହିଁ କାରଣ ଖଣ୍ତା ଜଣକ ପରେ ଅନ୍ୟ ଜଣକୁ ଆଖିବୁଜା ଭାବରେ ହତ୍ୟା କରି ପାରିବ। ରବ୍ବା ବିରୁଦ୍ଧରେ ଏକ ଜୋର୍ଦାର ଆକ୍ରମଣ କର ଏବଂ ତୁମ୍ଭେ ଜୟଲାଭ କରିବ।’ ଏହିସବୁ ବାକ୍ୟରେ ଯୋୟାବକୁ ଉତ୍ସାହିତ କର।”
ଦାଉଦ ବତ୍ଶେବା ସହିତ ବିବାହ କଲେ
26 ଏହା ପରେ ଊରିୟର ଭାର୍ଯ୍ୟା ତା'ର ସ୍ୱାମୀର ମୃତ୍ୟୁ ସମ୍ବାଦ ପାଇ କାନ୍ଦିଲା ଓ ଶୋକ କଲା। 27 ଶୋକ କରିବାର ସମୟ ଗତ ହେବାପରେ ଦାଉଦ ଲୋକ ପଠାଇ ବତ୍ଶେବାକୁ ନିଜ ଗୃହକୁ ଡକାଇଲେ। ତା'ପରେ ସେ ଦାଉଦଙ୍କର ସ୍ତ୍ରୀ ହୋଇ ରହିଲା ଓ ସେ ଦାଉଦ ପାଇଁ ଏକ ପୁତ୍ରକୁ ଜନ୍ମ ଦେଲା। ମାତ୍ର ଦାଉଦ ଏପରି ଯେଉଁ କାର୍ଯ୍ୟ କଲେ, ସେଥିରେ ସଦାପ୍ରଭୁ ସନ୍ତୁଷ୍ଟ ହେଲେ ନାହିଁ।
ନାଥନ ଦାଉଦଙ୍କ ସହିତ ଆଳାପ କଲେ
12 ସଦାପ୍ରଭୁ ଦାଉଦଙ୍କ ନିକଟକୁ ନାଥନକୁ ପଠାଇଲେ। ନାଥନ ଯାଇ ଦାଉଦଙ୍କୁ କହିଲେ, “ଏକ ନଗରରେ ଦୁଇଜଣ ଲୋକ ଥିଲେ। ସେଥି ମଧ୍ୟରୁ ଜଣେ ଥିଲେ ଧନୀ ଓ ଅନ୍ୟ ଜଣକ ଥିଲେ ଗରିବ। 2 ଧନୀ ଲୋକର ବହୁତ ଗାଈ, ବଳଦ ଓ ମେଣ୍ଢାପଲ ଥିଲା। 3 ମାତ୍ର ଦରିଦ୍ର ଲୋକଟିର ଗୋଟିଏ ସାନ ମେଣ୍ଢା ଛୁଆ ବ୍ୟତୀତ ଆଉ କିଛି ନ ଥିଲା। ସେ ମଧ୍ୟ ତାକୁ କିଣି ପାଳୁଥିଲା। ତା’ ସଙ୍ଗେ ଓ ତା'ର ବାଳକମାନଙ୍କ ସଙ୍ଗେ ସେ ଏକତ୍ର ବଢ଼ିଲା। ମେଣ୍ଢା ଛୁଆଟି ତା'ର ନିଜ ତୁଣ୍ଡରୁ ଆହାର ଖାଇଲା ଓ ତାହାର ନିଜ ପାତ୍ରରୁ ପାନ କଲା ଓ ତା'ର କୋଳରେ ମଧ୍ୟ ଶୟନ କଲା। ସେହି ମେଣ୍ଢା ଛୁଆଟି ସେ ଗରିବ ଲୋକଟିର ଝିଅପରି ବଢ଼ିଲା।
4 “ତା'ପରେ ଜଣେ ଯାତ୍ରୀ ଆସିଲେ ଓ ସେହି ଧନୀ ଲୋକଙ୍କୁ ଦେଖିଲେ। ତହିଁରେ ସେହି ଧନୀ ଲୋକଟି, ତା’ ନିକଟକୁ ଆସିଥିବା ଅତିଥି ପାଇଁ ରାନ୍ଧିବାକୁ ନିଜ ପଲରୁ ଓ ନିଜ ଗୋଠରୁ ନେଇ ମେଣ୍ଢା ଖାଇବାକୁ ଦେବାକୁ ଇଚ୍ଛା କଲା ନାହିଁ। ମାତ୍ର ସେହି ଦରିଦ୍ର ଲୋକଟିର ମେଣ୍ଢା ଛୁଆଟିକୁ ନେଇ ଅତିଥିଙ୍କ ପାଇଁ ରାନ୍ଧିଲା।”
5 ଏ କଥା ଶୁଣି, ଧନୀ ଲୋକଟି ଉପରେ ଦାଉଦ ରାଗିଗଲେ, ପୁଣି ଦାଉଦ ନାଥନଙ୍କୁ କହିଲେ, “ଯେଉଁ ବ୍ୟକ୍ତିଟି ଏପରି କରିଅଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ନିଶ୍ଚିତ ମରିବ। 6 ସେ ଏପରି କର୍ମ କରିବାରୁ ଓ ସେ କିଛି ଦୟା ନ କରିବାରୁ ସେହି ମେଣ୍ଢାର ଗ୍ଭରିଗୁଣ ଫେରାଇ ଦେବ।”
ନାଥନ ଦାଉଦଙ୍କୁ ତାଙ୍କ ପାପ ବିଷୟରେ କହିଲେ
7 ନାଥନ ଦାଉଦଙ୍କୁ କହିଲେ, “ତୁମ୍ଭେ ହେଉଛ ସେହି ଧନୀ ଲୋକ, ଯାହାକି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହିଛନ୍ତି, ‘ମୁଁ ତୁମ୍ଭକୁ ଇସ୍ରାଏଲର ରାଜା କରିବାକୁ ପସନ୍ଦ କଲି। ମୁଁ ତୁମ୍ଭକୁ ଶାଉଲଠାରୁ ରକ୍ଷା କଲି। 8 ମୁଁ ତୁମ୍ଭକୁ ତୁମ୍ଭ ପ୍ରଭୁର ଗୃହ ଓ ତା'ର ସ୍ତ୍ରୀମାନଙ୍କୁ ଦେଲି। ଇସ୍ରାଏଲ ଓ ଯିହୁଦାକୁ ଶାସନ କରିବା ପାଇଁ ମଧ୍ୟ ତୁମ୍ଭଙ୍କୁ ଦେଲି। ଯଦି ଏହା ଅଳ୍ପ ହେଲା, ତେବେ ମୁଁ ତୁମ୍ଭକୁ ଅଧିକ ଦେଇଥା’ନ୍ତି। 9 ତେଣୁ ତୁମ୍ଭେ କାହିଁକି ସଦାପ୍ରଭୁଙ୍କର ଆଦେଶକୁ ଅବଜ୍ଞା କଲ? ସେ ଯାହା ଭୁଲ୍ ବୋଲି କହନ୍ତି ତୁମ୍ଭେ ତାହା କାହିଁକି କଲ? ତୁମ୍ଭେ ହିତ୍ତୀୟ ଊରିୟକୁ ମାରି ତା’ ସ୍ତ୍ରୀକୁ ତୁମ୍ଭେ ସ୍ତ୍ରୀ କରିଅଛ। ତୁମ୍ଭେ ଅମ୍ମୋନୀୟମାନଙ୍କ ଖଣ୍ତାଦ୍ୱାରା ଊରିୟକୁ ମାରି ଅଛ। 10 ତେଣୁ ଖଡ଼୍ଗ ତୁମ୍ଭର ପରିବାରର ଜୀବନ ନେବା ଚିରଦିନ ଗ୍ଭଲୁରଖିବ। କାରଣ ହିତ୍ତୀୟ ଊରିୟର ସ୍ତ୍ରୀକୁ ନେଇ ତୁମ୍ଭର ସ୍ତ୍ରୀ କରି ମୋତେ ତୁଚ୍ଛ ଜ୍ଞାନ କରିଅଛ।’
11 “ସଦାପ୍ରଭୁ ଏ କଥା କହନ୍ତି, ‘ମୁଁ ତୁମ୍ଭ ବିରୁଦ୍ଧରେ ବିପତ୍ତି ଆଣିବାକୁ ଯାଉଅଛି ଏବଂ ଏବା ତୁମ୍ଭ ପରିବାରରୁ ଆସିବ। ମୁଁ ତୁମ୍ଭର ସ୍ତ୍ରୀମାନଙ୍କୁ ନେଇଯିବି ଓ ତୁମ୍ଭର ଅତି ନିଜର ଲୋକକୁ ଦେବି। ସେ ସେମାନଙ୍କ ସହିତ ଶୟନ କରିବ ଏବଂ ପ୍ରତ୍ୟେକ ତାହା ଜାଣିବେ। 12 ତୁମ୍ଭେ ବତ୍ଶେବା ସହିତ ଗୋପନରେ ଶୟନ କଲ, କିନ୍ତୁ ମୁଁ ତୁମ୍ଭକୁ ଦଣ୍ତ ଦେବି ସମସ୍ତ ଇସ୍ରାଏଲଙ୍କ ସମ୍ମୁଖରେ ଯେପରି ସମସ୍ତ ଲୋକ ଏହା ଦେଖି ପାରିବେ।’”
13 ଦାଉଦ ନାଥନକୁ କହିଲେ, “ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ଅପରାଧ କରିଅଛି।”
ନାଥନ ଦାଉଦଙ୍କୁ କହିଲେ, “ଏଥିରେ ସଦାପ୍ରଭୁ ତୁମ୍ଭର ଅପରାଧ କ୍ଷମା କରିଅଛନ୍ତି, ତୁମ୍ଭେ ମରିବ ନାହିଁ। 14 କିନ୍ତୁ ତୁମ୍ଭେ ଏହି କୁକର୍ମ କରି ସଦାପ୍ରଭୁଙ୍କୁ ବହୁତ ଅସମ୍ମାନ ଦେଖାଇଅଛ। ତେଣୁ ଜନ୍ମ କରୁଥିବା ପୁତ୍ରଗଣ ନିଶ୍ଚୟ ମରିବ।”
ଦାଉଦ ଓ ବତ୍ଶେବାଙ୍କ ପିଲାର ମୃତ୍ୟୁ
15 ତା'ପରେ ନାଥନ ଗୃହକୁ ଫେରିଗଲେ। ସଦାପ୍ରଭୁ ଊରିୟର ସ୍ତ୍ରୀଠାରୁ ଜନ୍ମ ଦାଉଦର ସନ୍ତାନକୁ ଅତ୍ୟନ୍ତ ପୀଡ଼ିତ କରି ଦେଲେ। 16 ଦାଉଦ ବାଳକ ନିମନ୍ତେ ପରମେଶ୍ୱରଙ୍କ ନିକଟରେ ନିବେଦନ କଲେ ଓ ଦାଉଦ ଉପବାସ କଲେ ଓ ଭିତରେ ଯାଇ ରାତ୍ରିଯାକ ଭୂମି ଉପରେ ପଡ଼ି ରହିଲେ।
17 ଦାଉଦଙ୍କ ପରିବାରର ବୟସ୍କମାନେ ଦାଉଦଙ୍କୁ ଭୂମିରୁ ଉଠାଇବାକୁ ଗ୍ଭହିଁଲେ। କିନ୍ତୁ ଦାଉଦ ଉଠିଲେ ନାହିଁ କି ସେମାନଙ୍କ ସହିତ ଭୋଜନ କଲେ ନାହିଁ। 18 ଏହିପରି ସପ୍ତମ ଦିନରେ ପିଲାଟି ମରିଗଲା, କିନ୍ତୁ ସେମାନେ ଭୟରେ ଦାଉଦଙ୍କୁ ଏ କଥା ଜଣାଇଲେ ନାହିଁ, ସେମାନେ ନିଜ ଭିତରେ କୁହାକୁହି ହେଲେ, “କାରଣ ପିଲାଟି ବଞ୍ଚିଥିବା ସମୟରେ ସେ ଆମ୍ଭ କଥା ଶୁଣିଲେ ନାହିଁ। ଯଦି ଆମ୍ଭେ ପିଲାଟିର ମୃତ୍ୟୁ ବିଷୟରେ କହିଥା’ନ୍ତୁ, ସେ ତା'ର ନିଜର କ୍ଷତି କରିଥା’ନ୍ତା। ସେଥିପାଇଁ ସେମାନେ ଏହା କହିଲେ ନାହିଁ।”
19 କିନ୍ତୁ ଦାଉଦ ଦେଖିଲେ ଲୋକମାନେ ଫୁସରୁଫାସର ହେଉଛନ୍ତି। ତେଣୁ ଦାଉଦ ବୁଝିପାରିଲେ ଯେ ପିଲାଟି ମରି ଯାଇଛି। ତେଣୁ ଦାଉଦ ତାଙ୍କର ଦାସମାନଙ୍କୁ ପଗ୍ଭରିଲେ, “କ’ଣ ପିଲାଟି ମରିଗଲା?”
ତାଙ୍କର ଦାସମାନେ ଉତ୍ତର ଦେଲେ, “ହଁ ସେ ପିଲାଟି ମରିଗଲା।”
20 ତା'ପରେ ଦାଉଦ ଉଠିଲେ, ଗାଧୋଇଲେ, ତାଙ୍କର ପୋଷାକ ପରିବର୍ତ୍ତନ କରି ପୋଷାକ ପିନ୍ଧିଲେ ଏବଂ ସଦାପ୍ରଭୁଙ୍କର ମନ୍ଦିରକୁ ଉପାସନା ପାଇଁ ଗଲେ। ତା'ପରେ ଘରକୁ ଯାଇ ଖାଇବାକୁ ଖାଦ୍ୟ ମାଗିଲେ। ତାଙ୍କର ଦାସମାନେ ତାଙ୍କୁ ଯାହା ଖାଦ୍ୟ ଦେଲେ ଓ ସେ ତାହା ଖାଇଲେ।
21 ଦାଉଦଙ୍କୁ ତାଙ୍କର ଦାସମାନେ ପଗ୍ଭରିଲେ, “ଆପଣ ଏପରି ବ୍ୟବହାର କାହିଁକି କଲେ? ଯେତେବେଳେ ପିଲାଟି ବଞ୍ଚିଥିଲା ଆପଣ ଖାଇବାକୁ ମନା କଲେ ଓ କାନ୍ଦିଲେ କିନ୍ତୁ ପିଲାଟି ମରିଯିବା ପରେ ଉଠିଲେ ଓ ଖାଦ୍ୟ ଖାଇଲେ।”
22 ଦାଉଦ କହିଲେ, “ପିଲାଟି ବଞ୍ଚିଥିବା ସମୟରେ ମୁଁ ଖାଇବାକୁ ମନାକଲି କାରଣ ମୁଁ କ୍ରନ୍ଦନ କଲି, ‘ଯଦି ପରମେଶ୍ୱରଙ୍କୁ ମୋର ଦୁଃଖ ଜଣାଏ କାଳେ ସେ ମୋ’ ଉପରେ ଦୟା କରିବେ ଏବଂ ପିଲାଟିକୁ ବଞ୍ଚିବାକୁ ଦେବେ।’ 23 କିନ୍ତୁ ବର୍ତ୍ତମାନ ପିଲାଟି ମରିଅଛି, ମୁଁ କାହିଁକି ଆଉ ଉପବାସ କରିବି। ମୁଁ କ’ଣ ପିଲାଟିର ଜୀବନ ଫେରାଇ ଆଣି ପାରିବି। ଦିନେ ମୁଁ ତା’ ନିକଟକୁ ଯିବି କିନ୍ତୁ ସେ ମୋ’ ନିକଟକୁ ଆସି ପାରିବ ନାହିଁ।”
ଶଲୋମନର ଜନ୍ମ
24 ତା'ପରେ ଦାଉଦ ବତ୍ଶେବାକୁ ସାନ୍ତ୍ୱନା ଦେଲେ ଓ ତାଙ୍କ ସହିତ ଯୌନ ସମ୍ପର୍କ ରଖିଲେ ଓ ସେ ଗର୍ଭବତୀ ହେଲେ ଓ ସେ ଆଉ ଏକ ପୁତ୍ରକୁ ଜନ୍ମ ଦେଲେ। ଦାଉଦ ସେ ପିଲାଟିର ନାମ ଶଲୋମନ ରଖିଲେ। ସଦାପ୍ରଭୁ ଶଲୋମନଙ୍କୁ ପ୍ରେମ କଲେ। 25 ସଦାପ୍ରଭୁ ନାଥନ ନାମକ ଏକ ଭବିଷ୍ୟଦ୍ବକ୍ତାଙ୍କ ମାଧ୍ୟମରେ କହି ପଠାଇଲେ ଏବଂ ସଦାପ୍ରଭୁ ନାଥନ ତା'ର ନାମ ଶଲୋମନ ଯିଦୀଦିୟପରି ଦେଲେ। ନାଥନ ସଦାପ୍ରଭୁଙ୍କ ପାଇଁ ଏହା କଲେ।
ଦାଉଦ ରବ୍ବାକୁ ଆୟତ୍ତ କଲେ
26 ଅମ୍ମୋନୀୟମାନଙ୍କର ରାଜଧାନୀ ସହର ରବ୍ବାକୁ ଯୋୟାବ ଯୁଦ୍ଧ କରି କରଗତ କଲେ। 27 ଯୋୟାବ ଦାଉଦଙ୍କ ନିକଟକୁ ଦୂତଗଣ ସହିତ ଏହି ବାର୍ତ୍ତା ପଠାଇଲେ: “ମୁଁ ରବ୍ବା ବିରୁଦ୍ଧରେ ଯୁଦ୍ଧ କରିଛି ଏବଂ ଏହାର ଜଳ ଯୋଗାଣକୁ ସୁରକ୍ଷା ଦେଉଥିବା ଦୁର୍ଗକୁ ଅକ୍ତିଆର କରିଛି। 28 ଆପଣ ଅବଶିଷ୍ଟ ଲୋକମାନଙ୍କୁ ଏକତ୍ରିତ କରି ନଗର ନିକଟରେ ଛାଉଣି ସ୍ଥାପନ କରି ତାହା ହସ୍ତଗତ କରନ୍ତୁ। ନୋହିଲେ ମୁଁ ଏହାକୁ ହସ୍ତଗତ ଓ ମୋ’ ନାମାନୁସାରେ ଖ୍ୟାତ କରିବି।”
29 ଏଣୁ ଦାଉଦ ସମସ୍ତ ଲୋକଙ୍କୁ ଏକତ୍ର କରି ରବ୍ବାକୁ ଗଲେ ଓ ତହିଁ ବିରୁଦ୍ଧରେ ଯୁଦ୍ଧ କରି ତାହା ହସ୍ତଗତ କଲେ। 30 ସେ ସେମାନଙ୍କ ରାଜାର ମସ୍ତକରୁ ମୁକୁଟ କାଢ଼ି ନେଲେ। ତାହା ଏକ ମହଣ ପରିମିତ ସୁନା ଓ ତହିଁରେ ବହୁମୂଲ୍ୟ ପ୍ରସ୍ତରମାନ ଖଚିତ ହୋଇଥିଲା। ଆଉ ତାହା ଦାଉଦଙ୍କର ମସ୍ତକରେ ଦିଆଗଲା। ପୁଣି ସେ ମଧ୍ୟ ସେହି ନଗରରୁ ଲୁଟ୍ କରି ବହୁମୂଲ୍ୟ ସାମଗ୍ରୀ ନେଇଗଲେ।
31 ସେ ସହରର ଲୋକମାନଙ୍କୁ ବାହାର କରି ଆଣି ସେମାନଙ୍କୁ କରତ ଓ ଲୁହାମଇ ଓ ଲୁହା କୁହ୍ରାଡ଼ି ଦ୍ୱାରା କଠିନ କାର୍ଯ୍ୟ କରାଇ ଦଣ୍ତ ଦେଲେ ଓ ସେମାନଙ୍କୁ ଇଟା ତିଆରି କରାଇଲେ। ସେ ଅମ୍ମୋନୀୟମାନଙ୍କ ସମୁଦାୟ ନଗର ପ୍ରତି ଏପରି କଲେ। ଏହା ପରେ ଦାଉଦ ଓ ସମସ୍ତ ଲୋକ ଯିରୁଶାଲମକୁ ଫେରି ଆସିଲେ।
ଯୋୟାବ ଅମ୍ମୋନୀୟମାନଙ୍କୁ ବିନାଶ କଲେ
20 ବସନ୍ତକାଳରେ, ଯୋୟାବ ଇସ୍ରାଏଲର ସୈନ୍ୟବାହିନୀକୁ ଯୁଦ୍ଧ ନିମନ୍ତେ କଢ଼ାଇ ନେଲେ। ବର୍ଷର ସେହି ସମୟରେ ରାଜାମାନେ ଯୁଦ୍ଧ କରିବା ନିମନ୍ତେ ବାହାରି ଆସୁଥିଲେ, କିନ୍ତୁ ଦାଉଦ ଯିରୁଶାଲମରେ ରହିଲେ। ଇସ୍ରାଏଲର ସୈନ୍ୟବାହିନୀ ଅମ୍ମୋନ ଦେଶକୁ ଗଲେ ଓ ତାକୁ ବିନାଶ କଲେ। ସେମାନେ ରବ୍ବା ନଗରୀକୁ ଗଲେ ଓ ତା'ର ଚତୁର୍ଦ୍ଦିଗରେ ଛାଉଣି ସ୍ଥାପନ କଲେ। ନଗର ମଧ୍ୟରୁ ବାହାରକୁ କିଅବା ନଗର ମଧ୍ୟକୁ କାହାରିକୁ ଯିବାକୁ ଅନୁମତି ଦେଲେ ନାହିଁ। ଯୋୟାବ ଓ ଇସ୍ରାଏଲ ସୈନ୍ୟଗଣ ରବ୍ବା ନଗରୀକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କଲେ।
2 ଦାଉଦ ସେମାନଙ୍କ ରାଜାର ମସ୍ତକରୁ ମୁକୁଟ କାଢ଼ି ନେଲେ। ସେହି ସୁବର୍ଣ୍ଣ ମୁକୁଟର ଓଜନ ଥିଲା ଏକ ତାଳନ୍ତ। ସେହି ମୁକୁଟରେ ଅତି ମୂଲ୍ୟବାନ ପଥରସବୁ ଲାଗିଥିଲା। ଦାଉଦଙ୍କ ମସ୍ତକରେ ସେହି ମୁକୁଟ ପିନ୍ଧାଗଲା। ଏହା ପରେ ଦାଉଦ ରବ୍ବା ନଗରୀରୁ ମିଳିଥିବା ଅନେକ ମୂଲ୍ୟବାନ ବସ୍ତୁ ପ୍ରାପ୍ତ ହେଲେ। 3 ଦାଉଦ ରବ୍ବାର ଲୋକମାନଙ୍କୁ ବାହାର କରି ଆଣିଲେ ଓ ସେମାନଙ୍କୁ କରତ, ଶାବଳ ଓ କୁହ୍ରାଡ଼ି ଦ୍ୱାରା କାର୍ଯ୍ୟ କରିବାକୁ ବାଧ୍ୟ କଲେ। ଦାଉଦ ଅମ୍ମୋନୀୟ ଲୋକମାନଙ୍କର ସମସ୍ତ ନଗରଗୁଡ଼ିକରେ ସେହି ପ୍ରକାର କଲେ। ଏହା ପରେ ଦାଉଦ ଓ ସମସ୍ତ ସୈନ୍ୟବାହିନୀ ଯିରୁଶାଲମକୁ ଫେରିଗଲେ।
ପଲେଷ୍ଟୀୟ ସୈନ୍ୟମାନେ ନିହତ ହେଲେ
4 ଏହା ପରେ ଗେଷର୍ ସହରରେ ଇସ୍ରାଏଲୀୟମାନେ ପଲେଷ୍ଟୀୟ ଲୋକଙ୍କ ସହିତ ଯୁଦ୍ଧ କଲେ। ସେହି ସମୟରେ ହୂଶାତୀୟ ସିବ୍ବଖୟ ସିପ୍ପୟକୁ ବଧ କଲେ। ଏହି ସିପ୍ପୟ ଦୈତ୍ୟପୁତ୍ରମାନଙ୍କ ମଧ୍ୟରୁ ଜଣେ ଥିଲା। ତେଣୁ ପଲେଷ୍ଟୀୟ ଲୋକମାନେ ଇସ୍ରାଏଲୀୟମାନଙ୍କର କ୍ରୀତଦାସ ତୁଲ୍ୟ ହୋଇଗଲେ।
5 ଆଉ ଏକ ସମୟରେ ଇସ୍ରାଏଲର ଲୋକମାନେ ପଲେଷ୍ଟୀୟ ଲୋକମାନଙ୍କ ସହିତ ଆଉଥରେ ଯୁଦ୍ଧ କଲେ। ଯାୟୀରଙ୍କ ପୁତ୍ର ଇଲହାନନ୍ ଲହମି କି ବଧ କଲେ। ଲହମି ଗଲିୟାତର ଭ୍ରାତା ଥିଲେ। ଗଲିୟାତ ଗାଥ୍ ସହରବାସୀ ଥିଲେ। ଲହମିଙ୍କ ବର୍ଚ୍ଛା ବହୁତ ବଡ଼ ଓ ଭାରୀ ଥିଲା। ତାହା ଗୋଟିଏ ଲୁଗାତନ୍ତ ଉପରେ ଲାଗିଥିବା ବିରାଟ ଖମ୍ବ ସଦୃଶ ଥିଲା।
6 ଗାଥ୍ ସହରରେ ପୁଣି ଏକ ଯୁଦ୍ଧ ହେଲା। ସେଠାରେ ଜଣେ ବିରାଟକାୟ ଲୋକ ଥିଲା, ଯାହାର ପ୍ରତ୍ୟେକ ହାତରେ ଛଅଟି ଅଙ୍ଗୁଳି ଓ ପ୍ରତ୍ୟେକ ପାଦରେ ମଧ୍ୟ ଛଅଟି ଅଙ୍ଗୁଳି ଥିଲା। ସେ ମଧ୍ୟ ଜଣେ ଦୈତ୍ୟପୁତ୍ର ଥିଲା। 7 ସେହି ଲୋକ ଇସ୍ରାଏଲକୁ ବିଦ୍ରୂପ କରିବାରୁ ଯୋନାଥନ ତାହାକୁ ବଧ କଲେ। ଯୋନାଥନ ଶିମିୟିଙ୍କ ପୁତ୍ର ଥିଲେ। ଶିମିୟି ଦାଉଦଙ୍କ ଭ୍ରାତା ଥିଲେ।
8 ସେହି ପଲେଷ୍ଟୀୟ ଲୋକମାନେ ଗାଥ୍ ସହରବାସୀ ଦୈତ୍ୟମାନଙ୍କର ପୁତ୍ର ଥିଲେ। ଦାଉଦ ଓ ତାଙ୍କର ଦାସମାନେ ସେହି ଦୈତ୍ୟମାନଙ୍କୁ ବଧ କଲେ।
2010 by World Bible Translation Center