Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 65-67

ପ୍ରଧାନ ବାଦ୍ୟକର ନିମନ୍ତେ, ଦାଉଦଙ୍କର ଏକ ପ୍ରଶଂସାର ଗୀତ।

65 ହେ ସିୟୋନର ପରମେଶ୍ୱର, ତୁମ୍ଭେ ପ୍ରଶଂସିତ ହେବାର ହ‌କ୍‌ଦାର।
    ଆମ୍ଭେମାନେ ତୁମ୍ଭଠାରେ କରିଥିବା ପ୍ରତିଜ୍ଞା ପୂରଣ କରିବୁ।
ଯିଏକି ଆମ୍ଭର ପ୍ରାର୍ଥନା ଶୁଣନ୍ତି,
    ସମସ୍ତ ଲୋକମାନେ ତୁମ୍ଭ ପାଖକୁ ଆସିବେ।
ଯେତେବେଳେ ଆମ୍ଭର ପାପ ଆମ୍ଭ ଉପରେ ଅତ୍ୟଧିକ ହୁଏ ଓ ସହି ହୁଏ ନାହିଁ,
    ସେତେବେଳେ ତୁମ୍ଭେ ହିଁ ଏକ ଯିଏ ଆମ୍ଭର ପାପକୁ କ୍ଷମା କରିବ।
କେତେ ଭାଗ୍ୟବାନ୍ ସେମାନେ,
    ଯେଉଁମାନଙ୍କୁ ତୁମ୍ଭେ ତୁମ୍ଭ ମନ୍ଦିରର ଅଗଣାରେ
ରଖିବା ପାଇଁ ମନୋନୀତ କର।
    ତୁମ୍ଭ ପବିତ୍ର ମନ୍ଦିରରେ ଆମ୍ଭେ ଆଶୀର୍ବାଦର ଗୃହସହ ପରିପୂର୍ଣ୍ଣ ହେଉ।
ହେ ପରମେଶ୍ୱର, ଆମ୍ଭମାନଙ୍କର ରକ୍ଷାକର୍ତ୍ତା,
    ତୁମ୍ଭେ ଆଶ୍ଚର୍ଯ୍ୟ କାର୍ଯ୍ୟ ମାଧ୍ୟମରେ ଉତ୍ତର ଦିଅ
ଓ ଯାହା ଯଥାର୍ଥ ତାହା କର।
    ସମଗ୍ର ବିଶ୍ୱର ଲୋକମାନେ ତୁମ୍ଭଠାରେ ବିଶ୍ୱାସ ରଖନ୍ତି।
ପରମେଶ୍ୱର, ତୁମ୍ଭେ ମହାଶକ୍ତିର ସହ ପର୍ବତ ତିଆରି କରିଅଛ।
    ତୁମ୍ଭେ ଆପଣା ଶକ୍ତିରେ ବସ୍ତ୍ରାବୃତ କରିବ।
ପରମେଶ୍ୱର “ଅଶାନ୍ତ ସମୁଦ୍ରକୁ” ଓ ଉତ୍ତାଳ ତରଙ୍ଗକୁ ଶାନ୍ତ କର।
    ଏପରିକି ଆମ୍ଭ ଚତୁର୍ପାର୍ଶ୍ୱର ଭୟଙ୍କର ଦେଶଗୁଡ଼ିକୁ।
ଯେଉଁସବୁ ଅ‌ଦ୍‌ଭୂତ କାର୍ଯ୍ୟ ତୁମ୍ଭେ କର, ତାହା ଦେଖି ସମଗ୍ର ପୃଥିବୀର ଲୋକମାନେ ଭୟରେ ଛିଡ଼ା ହୋଇଯାଆନ୍ତି।
    ତୁମ୍ଭେ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ଆନନ୍ଦରେ ଗୀତ ଗାନ କରାଅ।
    ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଆମ୍ଭମାନଙ୍କୁ ଖୁସୀ କରେ।
ତୁମ୍ଭେ ପୃଥିବୀର ଯତ୍ନ ନିଅ।
    ତୁମ୍ଭେ ପୃଥିବୀରେ ବର୍ଷା କରାଇ ଭୂମିକୁ ବହୁତ ଉର୍ବର କରାଅ।
ହେ ପରମେଶ୍ୱର, ତୁମ୍ଭେ ଝରଣାରେ ଜଳ ସୃଷ୍ଟି କର।
    ତୁମ୍ଭେ ଶସ୍ୟକ୍ଷେତ୍ରମାନ ବଢ଼ାଇ ଥାଅ।
10 ତୁମ୍ଭେ କୃଷିକ୍ଷେତ୍ରକୁ ଯଥେଷ୍ଟ ପରିମାଣରେ ବୃଷ୍ଟି ପଠାଅ।
    ତୁମ୍ଭେ ଲଙ୍ଗଳ ଗାରକୁ ଶୋଷିଲ।
ତୁମ୍ଭେ ପୃଥିବୀର ମାଟିକୁ ନରମ କର।
    ତୁମ୍ଭେ ପୃଥିବୀରେ ଶସ୍ୟକ୍ଷେତ୍ରକୁ ବୃଦ୍ଧି କରାଅ।
11 ତୁମ୍ଭେ ପ୍ରତ୍ୟେକ ନୂତନ ବର୍ଷରେ ଉତ୍ତମ ଶସ୍ୟଅମଳ କରାଅ।
    ଉତ୍ତମ ଶସ୍ୟରେ ଶଗଡ଼ ଭରିଦିଅ।
12 ମରୁଭୂମି ଓ ପର୍ବତଗୁଡ଼ିକୁ ତୁମ୍ଭେ ସବୁଜ ଘାସରେ ଆଚ୍ଛାଦିତ କର।
13 ଗ୍ଭରଣଭୂମି ସବୁ ମେଷପଲରେ ପୁରି ଉଠନ୍ତି।
    ଉପତ୍ୟକା ସକଳ ଶସ୍ୟରେ ଆଚ୍ଛନ୍ନ ହୁଅନ୍ତି।
    ପ୍ରତ୍ୟେକେ ଆନନ୍ଦରେ ଗୀତ ଗାଆନ୍ତି ଓ ଜୟଧ୍ୱନି କରନ୍ତି।

ପ୍ରଧାନ ବାଦ୍ୟକର ନିମନ୍ତେ ଗାନାର୍ଥକ ଗୀତ।

66 ହେ ପୃଥିବୀର ସକଳ ବସ୍ତୁ, ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର!
ତାହାଙ୍କ ନାମର ମହିମା ଗାନ କର।
    ସ୍ତୁତି ଗାନ କରି ଗୌରବାନ୍ୱିତ କର।
ପରମେଶ୍ୱରଙ୍କୁ କୁହ, “ତୁମ୍ଭର କାର୍ଯ୍ୟ ଆଶ୍ଚର୍ଯ୍ୟଜନକ ଅଟେ।
    ପରମେଶ୍ୱର, ତୁମ୍ଭର ଶକ୍ତି ମହାନ! ତୁମ୍ଭର ଶତ୍ରୁମାନେ ତୁମ୍ଭ ସମ୍ମୁଖରେ ନତମସ୍ତକ ହୁଅନ୍ତି।
    ସେମାନେ ତୁମ୍ଭକୁ ଭୟ କରନ୍ତି।
ସମୁଦାୟ ପୃଥିବୀ ତୁମ୍ଭର ପ୍ରଣାମ କରୁ ଏବଂ ସମୁଦାୟ ଲୋକ ତୁମ୍ଭର ନାମ ପ୍ରଶଂସା ଗାନ କରନ୍ତୁ।
    ପ୍ରତ୍ୟେକ ବ୍ୟକ୍ତି ଗୀତ ଦ୍ୱାରା ତୁମ୍ଭର ନାମକୁ ପ୍ରଶଂସା କରନ୍ତୁ।” ସେଲା

ଦେଖ, ଯେଉଁସବୁ କାର୍ଯ୍ୟ ପରମେଶ୍ୱର କରିଛନ୍ତି।
    ସେ ସମସ୍ତ କାର୍ଯ୍ୟ ଆମ୍ଭମାନଙ୍କୁ ଆଶ୍ଚର୍ଯ୍ୟ କରେ।
ପରମେଶ୍ୱର ପର୍ଯ୍ୟାୟକ୍ରମେ ସମୁଦ୍ରକୁ ଶୁଖାଇ ଥିଲେ।
    ତାଙ୍କର ଲୋକ ନଦୀକୁ ଅତିକ୍ରମ କରି ଗ୍ଭଲିଲେ।
ପରମେଶ୍ୱର ତାଙ୍କର ମହାନ ଶକ୍ତିରେ ପୃଥିବୀରେ ଶାସନ କରନ୍ତି।
    ପରମେଶ୍ୱର ଜାତିଗଣକୁ ନିରୀକ୍ଷଣ କରନ୍ତି।
    ତାଙ୍କ ବିପକ୍ଷରେ ଜି‌ଦ୍‌ଖୋର ହୋଇ ବିଦ୍ରୋହୀ ଭାବେ ଛିଡ଼ା ହେବା ଉଚିତ୍ ନୁହେଁ। ସେଲା

ହେ ମାନବ ସମାଜ, ଆମ୍ଭ ପରମେଶ୍ୱରଙ୍କର ପ୍ରଶଂସା ଗାନ କର।
    ଉଚ୍ଚ ସ୍ୱରରେ ତାଙ୍କର ମହିମା ଗାନ କର।
ପରମେଶ୍ୱର ଆମ୍ଭମାନଙ୍କୁ ଜୀବନ ଦେଲେ
    ଏବଂ ଆମ୍ଭକୁ ଖସିଯିବାକୁ ଅନୁମତି ଦେଇ ନାହାନ୍ତି।
10 ହେ ପରମେଶ୍ୱର, ତୁମ୍ଭେ ଆମ୍ଭକୁ ଲୋକ ବୋଲି ପରୀକ୍ଷା କରିଅଛ।
    ଯେପରି ଅଗ୍ନିରେ ଲୋକମାନେ ରୂପାକୁ ପରୀକ୍ଷା କରନ୍ତି।
11 ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ଜାଲରେ ପକାଇଅଛ।
    ତୁମ୍ଭେ ଆମ୍ଭକୁ ଭାରୀ ବୋଝ ଦେଇଅଛ।
12 ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ସେମାନଙ୍କର ଘୋଡ଼ାରେ ଚଢ଼ି ଆମ୍ଭମାନଙ୍କ ମସ୍ତକ ଉପରେ ଯିବାକୁ ଦେଇଛ।
    ତୁମ୍ଭେ ଅଗ୍ନି ଓ ଜଳ ମଧ୍ୟଦେଇ ଗ୍ଭଲିବାକୁ କହିଛ।
    କିନ୍ତୁ ତୁମ୍ଭେ ଆମ୍ଭମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଆସିଛ।
13-14 ତେଣୁ, ମୁଁ ତୁମ୍ଭ ପବିତ୍ର ମନ୍ଦିରକୁ ହୋମବଳି ନେଇ ଆସିବି।
ଯେତେବେଳେ ମୁଁ ସଂଙ୍କଟରେ ଥିଲି, ମୁଁ ତୁମ୍ଭର ସାହାଯ୍ୟ ପାଇଁ ଅନୁରୋଧ କରିଥିଲି।
    ମୁଁ ତୁମ୍ଭ ଆଗରେ ଶପଥ କରିଛି।
ବର୍ତ୍ତମାନ ମୁଁ କରିଥିବା ଶପଥ ତୁମ୍ଭକୁ ସମର୍ପଣ କରୁଛି।
15     ମୁଁ ତୁମ୍ଭକୁ ମାଂସାଳ ପଶୁମାନଙ୍କୁ ପାପାର୍ଥକବଳି ଆକାରରେ ପ୍ରଦାନ କରିବି।
ମୁଁ ମେଷ ସହିତ ସେମାନଙ୍କର ସୁଗନ୍ଧି ପ୍ରଦାନ କରିବି।
    ମୁଁ ଛାଗ ସଙ୍ଗେ ବୃଷ ବଳିଦାନ କରିବି। ସେଲା

16 ହେ ସମସ୍ତ ଲୋକ, ଯେଉଁମାନେ ପରମେଶ୍ୱରଙ୍କୁ ଉପାସନା କର,
    ଆସ ଏବଂ ମୁଁ ତୁମ୍ଭମାନଙ୍କୁ କହିବି ପରମେଶ୍ୱର ମୋ’ ପାଇଁ କ’ଣ ସବୁ କରିଛନ୍ତି।
17 ମୁଁ ତାଙ୍କୁ ପ୍ରାର୍ଥନା କରିଥିଲି।
    ମୁଁ ତାଙ୍କର ପ୍ରଶଂସା କରିଥିଲି।
18 ମୁଁ ଯେବେ ମୋର ମନ ମଧ୍ୟରେ ଅଧର୍ମକୁ ଆଦର କରେ।
    ତେବେ ମୋର ପ୍ରଭୁ ମୋର କଥା ଶୁଣିବେ ନାହିଁ।
19 ପରମେଶ୍ୱର ମୋର କଥା ଶୁଣିଅଛନ୍ତି।
    ପରମେଶ୍ୱର ମୋର ପ୍ରାର୍ଥନା ଗ୍ରହଣ କରିଛନ୍ତି।
20 ପରମେଶ୍ୱରଙ୍କର ପ୍ରଶଂସା କର! ପରମେଶ୍ୱର ମୋ’ ପାଖରୁ ମୁହଁ ଫେରାଇ ନାହାନ୍ତି।
    ସେ ମୋର ପ୍ରାର୍ଥନା ଶୁଣିଛନ୍ତି।
    ପରମେଶ୍ୱର ତାଙ୍କର ପ୍ରେମ ମୋତେ ଦେଖାଇଛନ୍ତି।

ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଗାନାର୍ଥକ ଗୀତ।

67 ହେ ପରମେଶ୍ୱର, ଆମ୍ଭମାନଙ୍କ ଉପରେ ଦୟା କରନ୍ତୁ, ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ
    ଏବଂ ଦୟାକରି ଆମ୍ଭମାନଙ୍କ ଉପରେ ଆପଣା ମୁଖ ପ୍ରସନ୍ନ କରନ୍ତୁ। ସେଲା

ତା'ପରେ ପୃଥିବୀର ଲୋକେ ତୁମ୍ଭ ବିଷୟରେ ଜାଣିବେ
    ଏବଂ ସମସ୍ତ ଜାତିଗଣ ତୁମ୍ଭର ଲୋକମାନଙ୍କୁ ରକ୍ଷା କରିବାର ତୁମ୍ଭର ଶକ୍ତିର କ୍ଷମତା ଜାଣିବେ।
ହେ ପରମେଶ୍ୱର, ଗୋଷ୍ଠୀୟମାନେ ତୁମ୍ଭର ପ୍ରଶଂସା କରନ୍ତୁ।
    ସମସ୍ତ ଲୋକମାନେ ତୁମ୍ଭର ପ୍ରଶଂସା କରନ୍ତୁ।
ଜାତିଗଣ ଖୁସୀ ହୁଅ ଓ ଆନନ୍ଦରେ ଜୟଗାନ କର,
    କାରଣ ତୁମ୍ଭେ ଲୋକମାନଙ୍କୁ ପରଖିବାରେ ସକ୍ଷମ ଅଟ
    ଓ ତୁମ୍ଭେ ପୃଥିବୀରେ ରାଷ୍ଟ୍ରମାନଙ୍କୁ ଆଗେଇ ନିଅ। ସେଲା

ହେ ପରମେଶ୍ୱର, ଗୋଷ୍ଠୀୟମାନେ ତୁମ୍ଭର ପ୍ରଶଂସା କରନ୍ତୁ।
    ସମସ୍ତ ଗୋଷ୍ଠୀ ତୁମ୍ଭର ପ୍ରଶଂସା କରନ୍ତୁ।
ଭୂମି ତା'ର ଫସଲ ଦିଏ।
    ହେ ପରମେଶ୍ୱର, ଆମ୍ଭର ପରମେଶ୍ୱର, ଆମ୍ଭକୁ ଆଶୀର୍ବାଦ କରିବା ଗ୍ଭଲୁ ରଖ।
ପରମେଶ୍ୱର ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ
    ଏବଂ ପୃଥିବୀର ସମସ୍ତ ଲୋକ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରନ୍ତୁ।

ଗୀତସଂହିତା 69-70

ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍ ସ୍ୱରରେ ଦାଉଦଙ୍କର ଗୀତ।

69 ହେ ପରମେଶ୍ୱର, ମୋତେ ମୋର ସମସ୍ତ ବିପଦରୁ ବଞ୍ଚାଅ।
    ମୋର ପ୍ରାଣ ପର୍ଯ୍ୟନ୍ତ ଜଳରାଶି ମାଡ଼ି ଯାଇଛି।
ଯେଉଁଠାରେ ମୁଁ ଠିଆ ହୋଇ ପାରିବି ଏପରି କୌଣସି ବସ୍ତୁ ନାହିଁ।
    ମୁଁ ଗଭୀର ପଙ୍କ ଭିତରକୁ ଭାସି ଯାଉଛି।
ମୁଁ ଅଗାଧ ଜଳରେ ଅଛି ଓ ମୋର ଚତୁର୍ପାର୍ଶ୍ୱରେ ଲହଡ଼ି ଭାଙ୍ଗୁଛି।
    କେବଳ ମୁଁ ବୁଡ଼ିଯିବା ଉପରେ।
ସାହାଯ୍ୟ ପାଇଁ ଡାକି ଡାକି ମୁଁ ଦୁର୍ବଳ ହେବାକୁ ଯାଉଛି।
    ମୋର କଣ୍ଠ ଯନ୍ତ୍ରଣା ହେଉଛି।
ମୁଁ ତୁମ୍ଭର ସହାୟତା ପାଇବା ପାଇଁ ବାଟ ଗ୍ଭହିଁଛି।
    ଏବଂ ଗ୍ଭହିଁ ଗ୍ଭହିଁ ମୋର ଆଖିଦ୍ୱୟ ଯନ୍ତ୍ରଣା କରୁଛି।
ମୋର ଶତ୍ରୁମାନେ, ମୋର ମୁଣ୍ଡବାଳଠାରୁ ଅଧିକ।
    ସେମାନେ ବୃଥାରେ ମୋ’ ସହିତ ଶତ୍ରୁତା କରନ୍ତି।
    ସେମାନେ ମୋର ବିନାଶର କାମନା ବହୁତ କରୁଛନ୍ତି।
ମୋର ଅନେକ ଶତ୍ରୁଗଣ ମୋ’ ବିଷୟରେ ମିଛ କଥା କହନ୍ତି।
    ସେମାନେ ମିଛରେ ମୋତେ ଗ୍ଭେର କହିଲେ
    ଏବଂ ସେହି ବସ୍ତୁଗୁଡ଼ିକ ମୋତେ ଦେବାକୁ କହିଲେ, ଯାହା ମୁଁ ଗ୍ଭେରି କରି ନାହିଁ।
ହେ ପରମେଶ୍ୱର, ମୋର ମୂର୍ଖାମୀ ପାପଗୁଡ଼ିକ ତୁମ୍ଭେ ଜାଣ।
    ମୁଁ ମୋର ପାପଗୁଡ଼ିକ ତୁମ୍ଭଠାରେ ଲୁଗ୍ଭଇ ପାରିବି ନାହିଁ।
ହେ ମୋର ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ, ଯେଉଁମାନେ ତୁମ୍ଭ ନିକଟରେ ଆଶା ରଖନ୍ତି, ସେମାନଙ୍କୁ ମୋ’ ପାଇଁ ଲଜ୍ଜିତ ହେବାକୁ ଅନୁମତି ଦିଅ ନାହିଁ।
    ହେ ଇସ୍ରାଏଲର ପରମେଶ୍ୱର, ତୁମ୍ଭର ଉପାସକମାନେ ମୋ’ ପାଇଁ ଅପମାନିତ ନ ହୁଅନ୍ତୁ।
ମୋର ମୁହଁ ଲଜ୍ଜାରେ ନଇଁ ପଡ଼ୁଛି।
    ମୁଁ ଏହି ଲଜ୍ଜା ପାଇଁ ତୁମ୍ଭ ନିକଟରେ ସହ୍ୟ କରିଛି।
ମୋ’ ନିଜ ଭାଇମାନେ ମୋ’ ସହିତ ଅଚିହ୍ନା ଲୋକ ପରି ବ୍ୟବହାର କଲେ।
    ମୋର ମା’ଙ୍କର ପୁଅମାନେ ମୋତେ ବିଦେଶୀ ପରି ବ୍ୟବହାର କଲେ।
ମୋର ମତରେ ତୁମ୍ଭ ମନ୍ଦିର ପାଇଁ ମୁଁ ଧ୍ୱଂସ ହୋଇଛି।
    ଯେଉଁମାନେ ତୁମ୍ଭର ଉପହାସ କରନ୍ତି ତାହା ମୋତେ ବାଧେ।
10 ମୁଁ କାନ୍ଦେ ଏବଂ ଉପବାସ କରେ,
    ଏଥିପାଇଁ ଲୋକମାନେ ମୋର ଉପହାସ କରନ୍ତି।
11 ମୁଁ ଶୋକରେ ଚଟବସ୍ତ୍ର ପରିଧାନ କରେ
    ଏବଂ ଲୋକମାନେ ମୋତେ ପରିହାସ କରନ୍ତି।
12 ସେମାନେ, ସର୍ବସାଧାରଣ ସ୍ଥାନରେ ମୋର ଚର୍ଚ୍ଚା କରୁଛନ୍ତି
    ଏବଂ ମଦୁଆମାନେ ମୋ’ ବିଷୟରେ ତାଚ୍ଛଲ୍ୟଭରା ଗୀତ ଗାଉଛନ୍ତି।
13 ହେ ସଦାପ୍ରଭୁ, ମୋ’ ଜାଣିବାରେ ମୁଁ ପ୍ରାର୍ଥନା କରେ
    ତୁମ୍ଭେ ମୋତେ ଗ୍ରହଣ କରିନିଅ।
ହେ ପରମେଶ୍ୱର, ମୁଁ ଆଶାକରେ ତୁମ୍ଭେ ମୋତେ ତୁମ୍ଭର ପରିତ୍ରାଣର ସତ୍ୟତା ଅନୁସାରେ ଉତ୍ତର ଦିଅ।
    ମୁଁ ଜାଣେ, ପରିତ୍ରାଣ ପାଇଁ ମୁଁ ତୁମ୍ଭଠାରେ ଭରସା କରି ପାରିବି।
14 ମୋତେ ପଙ୍କ ସ୍ଥାନରୁ ବଞ୍ଚାଅ।
    ମୋତେ ପଙ୍କ ମଧ୍ୟରେ ବୁଡ଼ିବାକୁ ଦିଅ ନାହିଁ।
ଯେଉଁମାନେ ମୋତେ ଘୃଣା କରନ୍ତି, ସେମାନଙ୍କଠାରୁ ମୋତେ ରକ୍ଷା କର।
    ମୋତେ ଏହି ଗଭୀର ପାଣିରୁ ବଞ୍ଚାଅ।
15 ବନ୍ୟା ଲହରୀ ମୋତେ ଯେମିତି ବୁଡ଼ାଇ ନ ଦେଉ।
    ଗଭୀର ସମୁଦ୍ର ମୋତେ ଗ୍ରାସ ନ କରୁ।
    କବର ମୋତେ ଗିଳି ନ ଦେଉ।
16 ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଉତ୍ତମ।
    ତେଣୁ ମୋତେ ଉତ୍ତର ଦିଅ।
    ମୋର ସହାୟତା ପାଇଁ କୃପାସହକାରେ ମୋତେ ଗ୍ଭହଁ।
17 ତୁମ୍ଭର ଦାସପ୍ରତି ମୁହଁ ଫେରାଅ ନାହିଁ।
    ମୁଁ ବିପଦରେ ପଡ଼ିଛି, ମୋତେ ଶୀଘ୍ର ଉତ୍ତର ଦିଅ।
18 ଆସ ମୋର ପ୍ରାଣ ରକ୍ଷା କର,
    ଆସ ଓ ମୋର ଶତ୍ରୁମାନଙ୍କଠାରୁ ମୋତେ ବଞ୍ଚାଅ।
19 ତୁମ୍ଭେ ଜାଣ ମୋର ଶତ୍ରୁମାନେ ମୋତେ ନିନ୍ଦା
    ଓ ଅପମାନିତ କରିଛନ୍ତି।
    ସେମାନେ ମୋ’ ସହିତ ଏହା କରିବାର ତୁମ୍ଭେ ଦେଖିଛ।
20 ଲଜ୍ଜା ମୋତେ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେଇଛି।
    କାରଣ ଲଜ୍ଜା ଯୋଗୁଁ ମୁଁ ମୃତ୍ୟୁବରଣ କରିବା ଉପରେ, ମୁଁ ସହାନୁଭୂତି ପାଇଁ ଡାକିଲି,
କେହି ସହାନୁଭୂତି ଦେଖାଇଲେ ନାହିଁ।
    ମୁଁ ଲୋକମାନଙ୍କୁ ଖୋଜିଲି,
କିନ୍ତୁ ଯେଉଁମାନେ ମୋତେ ସାନ୍ତ୍ୱନା ଦେଇ ପାରିବେ,
    କେହି ସହାନୁଭୂତି ଦେଖାଇଲେ ନାହିଁ।
21 ସେମାନେ ମୋତେ ଖାଦ୍ୟ ବଦଳରେ ତୁଷ
    ଏବଂ ଦ୍ରାକ୍ଷାରସ ବଦଳରେ ଅମ୍ଳରସ ଦେଲେ।
22 ସେମାନଙ୍କର ମେଜ ଖାଦ୍ୟରେ ପୂର୍ଣ୍ଣ ଥିଲା।
    ସେମାନେ ଏମିତି ସହଭାଗିତାର ଖାଦ୍ୟ ଖାଉଥିଲେ ଯେ, ମୁଁ ଆଶଙ୍କା କଲି ସେହି ଖାଦ୍ୟ ସେମାନଙ୍କୁ ନଷ୍ଟ କରିବ।
23 ସେମାନେ ଅନ୍ଧ ହୁଅନ୍ତୁ।
    ସେମାନଙ୍କ ଅଣ୍ଟା ନଇଁ ଯାଉ।
24 ସେମାନଙ୍କ ଉପରେ ତୁମ୍ଭର ବଡ଼ କ୍ରୋଧ ଢାଳି ଦିଅ।
    ତୁମ୍ଭର କ୍ରୋଧ ସେମାନଙ୍କୁ ଗ୍ରାସ କରୁ।
25 ସେମାନଙ୍କର ଗୃହଗୁଡ଼ିକୁ ଶୂନ୍ୟ କର।
    କେହି ଜୀବିତ ନ ରୁହନ୍ତୁ।
26 ତୁମ୍ଭେ ଆଘାତ କରିଥିବା ଲୋକମାନଙ୍କୁ, ସେମାନେ ଯାତନା ଦିଅନ୍ତି।
    ସେମାନେ ଯନ୍ତ୍ରଣା ବିଷୟରେ କଥାବାର୍ତ୍ତା ହୁଅନ୍ତି, ଯେଉଁମାନଙ୍କୁ ତୁମ୍ଭେ କ୍ଷତାକ୍ତ କରିଅଛ।
27 ସେମାନେ କରିଥିବା ମନ୍ଦକାର୍ଯ୍ୟ ପାଇଁ ସେମାନଙ୍କୁ ଦଣ୍ଡ ଦିଅ।
    ତୁମ୍ଭର ଦୟା ପରାୟଣତା ତାଙ୍କୁ ଦେଖାଅ ନାହିଁ।
28 ଜୀବନ-ପୁସ୍ତକରୁ ସେମାନଙ୍କର ନାମ ପୋଛି ଦିଅ
    ଓ ସେମାନଙ୍କ ନାମ ଧାର୍ମିକମାନଙ୍କ ସହିତ ଲେଖ ନାହିଁ।
29 ମୁଁ ଦୁଃଖୀ ଓ ଶୋକାକୁଳ ଅଟେ।
    ହେ ପରମେଶ୍ୱର, ମୋତେ ଉଦ୍ଧାର କର।
    ମୋତେ ରକ୍ଷା କର।
30 ମୁଁ ଗୀତରେ ପରମେଶ୍ୱରଙ୍କ ନାମର ପ୍ରଶଂସା ଗାନ କରିବି
    ଓ ଧନ୍ୟବାଦ ସହ ତାଙ୍କର ଗୌରବ ଗାନ କରିବି।
31 ସଦାପ୍ରଭୁ ଏଥିରେ ପ୍ରସନ୍ନ ହେବେ।
    ଏକ ଶିଙ୍ଗ ଓ ଖୁରା ସହିତ ଷଣ୍ଢ କିଅବା ପଶୁ ବଳି ଦେବା ଅପେକ୍ଷା ଏହା ଅଧିକ ଉତ୍ତମ ଅଟେ।
32 ହେ ଗରିବ ଲୋକମାନେ, କିଏ ପରମେଶ୍ୱରଙ୍କ ଆରାଧନା କରିବା ପାଇଁ ଆସିଅଛି,
    ତୁମ୍ଭେ ଏହି କଥା ଜାଣିବା ପାଇଁ ଆନନ୍ଦିତ ହୋଇଯିବ।
33 ସଦାପ୍ରଭୁ ଅସହାୟମାନଙ୍କର ଗୁହାରି ଶୁଣନ୍ତି।
    ସେ ତାଙ୍କର ବନ୍ଦୀଥିବା ଲୋକମାନଙ୍କୁ ଘୃଣା କରନ୍ତି ନାହିଁ।
34 ଆକାଶ ଓ ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସକଳ ଜଙ୍ଗମ
    ତାଙ୍କର ପ୍ରଶଂସା କରନ୍ତୁ।
35 ସଦାପ୍ରଭୁ ସିୟୋନକୁ ପରିତ୍ରାଣ କରିବେ
    ଓ ଯିହୁଦାର ନଗରସବୁ ପୁନଃନିର୍ମାଣ କରିବେ।
ତାଙ୍କର ଲୋକମାନେ ସେଠାରେ ରହିବେ ଏବଂ ଦେଶ ପୁଣି ଥରେ ତାଙ୍କର ହେବ।
36     ତାହାଙ୍କ ଦାସମାନଙ୍କ ବଂଶଧର ତାହା ଭୋଗ କରିବେ।
    ଆଉ ତାହାଙ୍କ ନାମର ସ୍ନେହକାରୀଗଣ ତହିଁ ମଧ୍ୟରେ ବାସ କରିବେ।

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ସ୍ମରୋଣ ପାୟ।

70 ହେ ପରମେଶ୍ୱର, ମୋତେ ରକ୍ଷା କର!
    ହେ ପରମେଶ୍ୱର, ମୋତେ ଶୀଘ୍ର ଉଦ୍ଧାର କର!
ଲୋକମାନେ ମୋତେ ମାରିବା ପାଇଁ ଚେଷ୍ଟା କରୁଛନ୍ତି।
    ସେମାନଙ୍କୁ ନିରାଶ ଓ ଅପମାନିତ କର!
ଲୋକମାନେ ମୋର କ୍ଷତି କରିବା ପାଇଁ ଗ୍ଭହୁଁଛନ୍ତି।
    ମୁଁ ଆଶାକରେ ସେମାନଙ୍କୁ ଲଜ୍ଜା ଦେଇ ବିଦାକର।
ଲୋକମାନେ ମୋତେ ପରିହାସ କରନ୍ତି।
    ସେମାନେ ସେମାନଙ୍କର ଲଜ୍ଜାର କାରଣ ପାଇଁ ଆସିପାରନ୍ତି।
ମୁଁ ଆଶାକରେ ଯେଉଁମାନେ ତୁମ୍ଭଙ୍କୁ ଅନ୍ୱେଷଣ କରନ୍ତି,
    ସେମାନେ ବହୁତ ଉଲ୍ଲସିତ ଓ ଖୁସୀ ହୁଅନ୍ତି।
ଯେଉଁମାନେ ତୁମ୍ଭର ପରିତ୍ରାଣକୁ ଆଶା କରନ୍ତି,
    ସର୍ବଦା କହିବେ, “ପରମେଶ୍ୱର ମହାନ ଅଟନ୍ତି।”

ମୁଁ ଏକ ନିଃସହାୟ ଲୋକ।
    ହେ ପରମେଶ୍ୱର, ଶୀଘ୍ର ମୋତେ ଉଦ୍ଧାର କର!
ହେ ପରମେଶ୍ୱର! ତୁମ୍ଭେ ହିଁ କେବଳ ମୋର ସହାୟ ଓ ରକ୍ଷକ।
    ସଦାପ୍ରଭୁ ବିଳମ୍ବ କର ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center