Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ 10

ହାନୂନ୍ ଦାଉଦଙ୍କର ଲୋକଙ୍କୁ ଲଜ୍ଜିତ କଲେ

10 ଏହା ପରେ ଅମ୍ମୋନ ସନ୍ତାନଗଣର ରାଜା ମରିଗଲା ପରେ ତା'ର ପୁତ୍ର ହାନୂନ୍ ରାଜ ପଦରେ ଅଭିଷିକ୍ତ ହେଲା। ଦାଉଦ କହିଲେ, “ମୁଁ ହାନୂନ୍ ପ୍ରତି ବିଶେଷ କରୁଣା ପ୍ରକାଶ କରିବାକୁ ଯାଉଅଛି କାରଣ ତା'ର ପିତା ନାହଶ ମୋ’ ପ୍ରତି ବହୁତ ବିଶ୍ୱସ୍ତ ଓ ଦୟାବାନ ଥିଲା।” ତେଣୁ ତାକୁ ପିତୃ ଶୋକରୁ ସାନ୍ତ୍ୱନା ଦେବା ପାଇଁ ଦାଉଦ ନିଜର ପଦାଧିକାରୀ କର୍ମଗ୍ଭରୀମାନଙ୍କୁ ତାଙ୍କ ନିକଟକୁ ପଠାଇଲେ।

ସେମାନେ ଅମ୍ମୋନର ଭୂମିରେ ପହଞ୍ଚିଲେ। କିନ୍ତୁ ଅମ୍ମୋନୀୟ ଅଧିକାରୀଗଣ ହାନୂ‌‌ନ୍‌‌‌‌‌କୁ କହିଲେ, “ତୁମ୍ଭେ ଭାବୁଛ କି ତୁମ୍ଭକୁ ସାନ୍ତ୍ୱନା ଦେବା ପାଇଁ ଓ ତୁମ୍ଭର ପିତାଙ୍କୁ ସମ୍ମାନ ଦେବା ପାଇଁ ଏହି ଲୋକମାନଙ୍କୁ ଦାଉଦ ପଠାଇଛନ୍ତି? ଦାଉଦ ନଗରକୁ ଆକ୍ରମଣ କରିବା ପୂର୍ବରୁ ସେମାନଙ୍କୁ ନିରୀକ୍ଷଣ କରିବାକୁ ପଠାଇଛନ୍ତି।”

ଏଥିରେ ହାନୂନ୍ ଦାଉଦର କର୍ମଗ୍ଭରୀମାନଙ୍କର ଦାଢ଼ିର ଅଧେ କ୍ଷୌର କଲା ଓ ସେମାନଙ୍କ ଅଣ୍ଟାରୁ ତଳକୁ ଥିବା ବସ୍ତ୍ର କାଟି ଦେଲା। ତା'ପରେ ସେ ସେମାନଙ୍କୁ ବିଦା କଲା।

ଏହି ଲୋକମାନଙ୍କୁ ପରେ ଦାଉଦ କହିଲେ ଓ ସେ ସେମାନଙ୍କୁ ଭେଟିବା ପାଇଁ ପୁରୁଷମାନଙ୍କୁ ପଠାଇଲେ, କାରଣ ସେମାନେ ଅତି ଲଜ୍ଜିତ ହୋଇଥିଲେ। ରାଜା ସେମାନଙ୍କୁ କହିଲେ, “ତୁମ୍ଭର ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ତୁମ୍ଭେମାନେ ଯିରୀହୋରେ ଥାଅ। ଏହା ପରେ ଯିରୁଶାଲମକୁ ଫେରି ଆସିବ।”

ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ

ଅମ୍ମୋନୀୟମାନେ ହୃଦୟଙ୍ଗମ କଲେ ଯେ, ରାଜା ଦାଉଦ ସେମାନଙ୍କୁ ବର୍ତ୍ତମାନ ତାଙ୍କର ଶତ୍ରୁ ବୋଲି ବିବେଚନା କଲେ। ତେଣୁ ସେମାନେ 20,000 ଅରାମୀୟ ସୈନ୍ୟମାନଙ୍କୁ ବୈଥ-ରହୋବ ଓ ସୋବାରୁ 1,000 ଜଣ ମାଖାର ରାଜାଙ୍କଠାରୁ ଏବଂ ଟୋବରୁ 12,000 ସୈନ୍ୟ ଭଡ଼ାରେ ଆଣିଲେ।

ଦାଉଦ ଏହା ଶୁଣି ଯୋୟାବଙ୍କ ସହିତ ସାହସୀ ସୈନ୍ୟଦଳକୁ ଯୁଦ୍ଧ ପାଇଁ ପଠାଇଲେ। ସେହି ଦିନ ଅମ୍ମୋନୀୟମାନେ ବାହାରି ଆସିଲେ ଏବଂ ନଗରର ଫାଟକ ନିକଟରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଲେ। ସୋବା ଓ ରହୋବର ଅରାମୀୟ ଲୋକମାନେ, ଟୋବର ସୈନ୍ୟମାନେ ଏବଂ ମାଖା ନଗର ବାହାର କ୍ଷେତ୍ରରେ ଏକତ୍ରିତ ହେଲେ।

ଯୋୟାବ ନିଜ ଆଗେ ଶତ୍ରୁମାନଙ୍କୁ ଦେଖିଲେ, ତେଣୁ ସେ ଇସ୍ରାଏଲର କୁଶଳୀ ଯୋଦ୍ଧାମାନଙ୍କୁ ମନୋନୀତ କଲେ ଏବଂ ସେମାନଙ୍କୁ ଅରାମୀୟମାନଙ୍କ ବିରୁଦ୍ଧରେ ପ୍ରସ୍ତୁତ କଲେ। 10 ସେ ଅବଶିଷ୍ଟ ଲୋକମାନଙ୍କୁ ନିଜର ଭାଇ ଅବୀଶୟ ହସ୍ତରେ ସମର୍ପଣ କଲେ, ତହିଁରେ ସେ ସେମାନଙ୍କୁ ନେଇ ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ସୈନ୍ୟ ସଜାଇଲା। 11 ଯୋୟାବ ଅବିଶୟକୁ କହିଲେ, “ଯଦି ଅରାମୀୟମାନେ ମୋ’ ପାଇଁ ଯୁଦ୍ଧରେ ବହୁତ ଶକ୍ତିଶାଳୀ ହୁଅନ୍ତି, ତେବେ ତୁମ୍ଭେ ମୋତେ ସାହାଯ୍ୟ କରିବ। କିନ୍ତୁ ଯଦି ଅମ୍ମୋନୀୟ ତୁମ୍ଭ ପାଇଁ ଶକ୍ତିଶାଳୀ ହୁଅନ୍ତି, ତେବେ ମୁଁ ଆସିବି ଏବଂ ତୁମ୍ଭଙ୍କୁ ସାହାଯ୍ୟ କରିବି। 12 ବଳବାନ ହୁଅ, ଏବଂ ସାହସର ସହିତ ଯୁଦ୍ଧ କର, ଆମ୍ଭର ପ୍ରଭୁଙ୍କ ସହର ପାଇଁ ଓ ଆମ୍ଭର ଲୋକମାନଙ୍କ ପାଇଁ ସଦାପ୍ରଭୁଙ୍କ ଆଖିରେ ଯାହା ଠିକ୍ ସେ ତାହା କରିବେ।”

13 ତା'ପରେ ଯୋୟାବ ଏବଂ ତାଙ୍କର ସୈନ୍ୟମାନେ ଅରାମୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ଅରାମୀୟମାନେ ଯୋୟାବଙ୍କ ସୈନ୍ୟମାନଙ୍କଠାରୁ ପରାସ୍ତ ହୋଇ ଛାଡ଼ି ପଳାଇଲେ। 14 ଅରାମୀୟମାନଙ୍କୁ ପଳାଇବାର ଦେଖି ଅମ୍ମୋନୀୟମାନେ ଅବୀଶୟଙ୍କ ସମ୍ମୁଖରୁ ନିଜର ନଗରକୁ ପଳାୟନ କଲେ।

ତା'ପରେ ଯୋୟାବ ଅମ୍ମୋନୀୟଙ୍କୁ ଆକ୍ରମଣ କରି ସାରିବା ପରେ ଯିରୁଶାଲମକୁ ଫେରି ଆସିଲା।

ଅରାମୀୟମାନେ ପୁନର୍ବାର ଯୁଦ୍ଧ ପାଇଁ ନିଷ୍ପତ୍ତି ନେଲେ

15 ଏହା ପରେ ଅରାମୀୟମାନେ ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଏକତ୍ର ହେଲେ। 16 ହଦଦେଷର ପୁରୁଷ ଲୋକ ପଠାଇ ଫରାତ୍ ନଦୀ ଆରପାରିରେ ଅରାମୀୟମାନଙ୍କୁ ଅଣାଇଲେ। ତେଣୁ ସେମାନେ ହେଲେମକୁ ଆସିଲେ। ହଦଦେଷର ସେନାପତି ଶୋବକ ସେମାନଙ୍କର ନେତା ଥିଲା।

17 ଦାଉଦ ଏହା ଜାଣିବା ପରେ ସେ ସମୁଦାୟ ଇସ୍ରାଏଲୀୟମାନଙ୍କୁ ଏକତ୍ର କରି ଯର୍ଦ୍ଦନ ପାର ହୋଇ ହେଲେମକୁ ଆସିଲେ।

ତହିଁରେ ଅରାମୀୟମାନେ ଦାଉଦଙ୍କ ଆଗରେ ସୈନ୍ୟ ସଜ୍ଜାଇ ତାଙ୍କ ସାଙ୍ଗରେ ଯୁଦ୍ଧ କଲେ। 18 ଅରାମୀୟମାନେ ଯୁଦ୍ଧ କରି ନ ପାରି ଇସ୍ରାଏଲୀୟମାନଙ୍କ ଆଗରୁ ପଳାୟନ କଲେ। ଦାଉଦ ଅରାମୀୟମାନଙ୍କ 700 ରଥାରୂଢ଼ ଓ 40,000 ଅଶ୍ୱାରୂଢ଼ ସୈନ୍ୟଙ୍କୁ ହତ୍ୟା କଲେ। ପୁଣି ସେ ସେମାନଙ୍କର ସେନାପତି ଶୋବକକୁ ଆଘାତ କଲେ ଓ ସେ ସେହିଠାରେ ମୃତ୍ୟୁବରଣ କଲା।

19 ହଦଦେଷରଙ୍କର ସେବା କରୁଥିବା ରାଜାମାନେ ଦେଖିଲେ ଯେ ଇସ୍ରାଏଲୀୟମାନେ ସେମାନଙ୍କୁ ପରାସ୍ତ କଲେଣି ଓ ସେ ଇସ୍ରାଏଲୀୟମାନଙ୍କ ସହିତ ସନ୍ଧି କଲେ ଓ ସେମାନଙ୍କର ସେବକ ହେଲେ। ଅରାମୀୟମାନେ ପୁନ୍ନରାୟ ଅମ୍ମୋନୀୟମାନଙ୍କୁ ସାହାଯ୍ୟ କରିବାକୁ ଭୟ କଲେ।

ବଂଶାବଳୀର ପ୍ରଥମ ପୁସ୍ତକ 19

ଅମ୍ମୋନୀୟମାନେ ଦାଉଦଙ୍କ ଲୋକମାନଙ୍କୁ ଅପମାନିତ କଲେ

19 ନାହଶ୍ ଅମ୍ମୋନୀୟ ଲୋକଙ୍କର ରାଜା ଥିଲେ। ନାହଶ୍ ମୃତ୍ୟୁ ଭୋଗ କଲେ ଓ ତାଙ୍କର ପୁତ୍ର ନୂତନ ରାଜା ହେଲେ। ଏ ଉତ୍ତାରେ ଦାଉଦ କହିଲେ, “ନାହଶ୍ ମୋ’ ପ୍ରତି ଦୟାଳୁ ହୋଇଥିଲେ, ତେଣୁ ମୁଁ ନାହଶଙ୍କ ପୁତ୍ର ହାନୂନ୍ ପ୍ରତି ଦୟାଳୁ ହେବି।” ତେଣୁ ହାନୂନଙ୍କୁ ତାହାଙ୍କ ପିତାଙ୍କ ମୃତ୍ୟୁ ବିଷୟକ ସାନ୍ତ୍ୱନା ଦେବା ନିମନ୍ତେ ଦାଉଦ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ଦାଉଦଙ୍କ ବାର୍ତ୍ତାବାହକମାନେ ହାନୂନଙ୍କୁ ସାନ୍ତ୍ୱନା ଦେବା ନିମନ୍ତେ ଅମ୍ମୋନ ଦେଶକୁ ଗଲେ।

କିନ୍ତୁ ଅମ୍ମୋନୀୟ ନେତାମାନେ ହାନୂନଙ୍କୁ କହିଲେ, “ଆପଣ ବିଶ୍ୱାସ କରୁଛନ୍ତି କି, ପ୍ରକୃତରେ ଦାଉଦ ଆପଣଙ୍କ ପିତାଙ୍କୁ ସମ୍ମାନ ଦେବା ପାଇଁ କିମ୍ୱା ସାନ୍ତ୍ୱନା ଦେବା ପାଇଁ ଲୋକମାନଙ୍କୁ ଆପଣଙ୍କ ପାଖକୁ ପଠାଇଛନ୍ତି? ନା, ତାଙ୍କର ଦାସମାନେ ଆପଣଙ୍କ ବିଷୟରେ ଓ ଆପଣଙ୍କ ଦେଶ ବିଷୟରେ ତଥ୍ୟ ଅନୁସନ୍ଧାନ କରିବା ନିମନ୍ତେ ଆସିଛନ୍ତି।” ତେଣୁ ହାନୂନ୍ ଦାଉଦଙ୍କ ଦାସମାନଙ୍କୁ ବନ୍ଦୀ କଲେ ଓ ସେମାନଙ୍କ ଦାଢ଼ି କାଟି ପକାଇଲେ। ଆହୁରି ମଧ୍ୟ, ହାନୂନ୍ ସେମାନଙ୍କ ନିତମ୍ବ ନିକଟରୁ ବସ୍ତ୍ର କାଟି ପକାଇଲେ। ଏହା ପରେ ସେ ସେମାନଙ୍କୁ ପଠାଇ ଦେଲେ।

ଦାଉଦଙ୍କର ଦାସମାନେ ଗୃହକୁ ଫେରିଯିବା ନିମନ୍ତେ ଅତ୍ୟନ୍ତ ଲଜ୍ଜାବୋଧ କଲେ। କେତେକ ଲୋକ ଦାଉଦଙ୍କ ନିକଟକୁ ଗଲେ ଓ ତାଙ୍କ ଲୋକମାନଙ୍କ ପ୍ରତି କ’ଣ ଘଟିଛି, ତାହା ତାଙ୍କୁ ଜଣାଇଲେ। ତେଣୁ ଦାଉଦ ତାଙ୍କର ଲୋକମାନଙ୍କ ନିକଟକୁ ଏହି ବାର୍ତ୍ତା ପଠାଇ କହିଲେ, “ତୁମ୍ଭର ଦାଢ଼ି ଆଉ ଥରେ ବଢ଼ିବା ପର୍ଯ୍ୟନ୍ତ ଯିରୀହୋ ସହରରେ ରୁହ। ଏହା ପରେ ତୁମ୍ଭେ ଗୃହକୁ ଫେରି ଆସିବ।”

ଅମ୍ମୋନୀୟ ଲୋକମାନେ ଦେଖିଲେ ଯେ, ସେମାନେ ନିଜକୁ ଦାଉଦଙ୍କର ଅତ୍ୟନ୍ତ ଘୃଣ୍ୟ ଶତ୍ରୁ କରିଅଛନ୍ତି। ଏହା ପରେ ହାନୂନ୍ ଓ ଅମ୍ମୋନୀୟ ଏକ ସହସ୍ର ତାଳନ୍ତ ରୂପା ଦେଇ ମେସୋପଟେମିୟାର ଅରାମସ୍ଥ ମାଖାରୁ ଓ ସୋବାରୁ ରଥ ଓ ରଥଗ୍ଭଳକମାନଙ୍କୁ କିଣିଲେ। ଅମ୍ମୋନୀୟ ଲୋକେ 32,000 ରଥ କିଣିଲେ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସେମାନେ ମାଖାର ରାଜା ଓ ତାଙ୍କର ଲୋକମାନଙ୍କୁ ଅର୍ଥ ଦେଲେ। ମାଖାର ରାଜା ଓ ତାଙ୍କର ଲୋକମାନେ ମେଦବା ସହର ନିକଟରେ ଛାଉଣି ସ୍ଥାପନ କଲେ। ଅମ୍ମୋନୀୟ ଲୋକମାନେ ନିଜେ ମଧ୍ୟ ସହରରୁ ବାହାରି ଆସିଲେ ଓ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇ ରହିଲେ।

ଅମ୍ମୋନୀୟ ଲୋକମାନେ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହେଉଛନ୍ତି ବୋଲି ଦାଉଦ ଶୁଣିବାକୁ ପାଇଲେ। ତେଣୁ ଅମ୍ମୋନୀୟ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ସେ ଯୋୟାବ ଓ ଇସ୍ରାଏଲର ସମସ୍ତ ସୈନ୍ୟବାହିନୀକୁ ପଠାଇଲେ। ଅମ୍ମୋନୀୟ ଲୋକମାନେ ବାହାରି ଆସିଲେ ଓ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇଗଲେ। ସେମାନେ ନଗର-ଦ୍ୱାର ନିକଟରେ ଥିଲେ। ଯେଉଁ ରାଜାମାନେ ସାହାଯ୍ୟ କରିବାକୁ ଆସିଥିଲେ, ସେମାନେ ବାହାରେ ଥିବା କ୍ଷେତ୍ରଗୁଡ଼ିକ ମଧ୍ୟରେ ରହିଲେ।

10 ଯୋୟାବ ଦେଖିଲେ ଯେ, ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ଦୁଇ ଗୋଟି ସୈନ୍ୟଦଳ ପ୍ରସ୍ତୁତ ହୋଇଅଛନ୍ତି। ଗୋଟିଏ ଦଳ ତାଙ୍କର ସମ୍ମୁଖରେ ଅଛନ୍ତି ଓ ଅନ୍ୟଟି ପଶ୍ଚାତରେ ଅଛନ୍ତି। ତେଣୁ ଯୋୟାବ ଇସ୍ରାଏଲର କେତେଜଣ ସର୍ବୋତ୍କୃଷ୍ଟ ଯୋଦ୍ଧାଙ୍କୁ ବାଛିଲେ। ସେ ସେମାନଙ୍କୁ ଅରାମର ସୈନ୍ୟଦଳ ବିରୁଦ୍ଧରେ ଯୁଦ୍ଧ କରିବାକୁ ପଠାଇଲେ। 11 ଯୋୟାବ ଅବୀଶୟଙ୍କ ଅଧୀନରେ ଇସ୍ରାଏଲର ଅବଶିଷ୍ଟ ସୈନ୍ୟଦଳକୁ ରଖିଲେ। ଅବୀଶୟ ଯୋୟାବଙ୍କ ଭ୍ରାତା ଥିଲେ। ସେହି ସୈନ୍ୟମାନେ ଅମ୍ମୋନୀୟ ସୈନ୍ୟଦଳ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ଗଲେ। 12 ଯୋୟାବ ଅବୀଶୟଙ୍କୁ କହିଲେ, “ଯଦି ଅରାମର ସୈନ୍ୟଦଳ ମୋ’ ନିମନ୍ତେ ପ୍ରବଳ ହୁଅନ୍ତି, ତେବେ ତୁମ୍ଭେ ମୋତେ ନିତାନ୍ତ ସାହାଯ୍ୟ କରିବ। କିନ୍ତୁ ଯଦି ଅମ୍ମୋନୀୟ ସୈନ୍ୟଦଳ ତୁମ୍ଭ ନିମନ୍ତେ ପ୍ରବଳ ହୁଅନ୍ତି, ତେବେ ମୁଁ ତୁମ୍ଭକୁ ସାହାଯ୍ୟ କରିବି। 13 ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗର ଓ ଆମ୍ଭମାନଙ୍କର ଲୋକମାନଙ୍କ ନିମନ୍ତେ ଯୁଦ୍ଧ କରିବାକୁ ଆସିଅଛୁ, ଆମ୍ଭେମାନେ ସାହସୀ ଓ ବଳବାନ ହେଉ! ସଦାପ୍ରଭୁ ଯାହା ଉତ୍ତମ ମନେ କରନ୍ତି, ତାହା କରନ୍ତୁ।”

14 ଯୋୟାବଙ୍କ ସୈନ୍ୟବାହିନୀ ଅରାମର ସୈନ୍ୟଦଳକୁ ଆକ୍ରମଣ କଲେ। ଅରାମର ସୈନ୍ୟଦଳ ଯୋୟାବ ଓ ତାଙ୍କର ସୈନ୍ୟବାହିନୀଠାରୁ ପଳାୟନ କଲେ। 15 ଅମ୍ମୋନୀୟ ସୈନ୍ୟଦଳ ଦେଖିଲେ ଯେ, ଅରାମର ସୈନ୍ୟଦଳ ପଳାୟନ କରୁଅଛନ୍ତି, ତେଣୁ ସେମାନେ ମଧ୍ୟ ପଳାୟନ କଲେ। ସେମାନେ ଅବୀଶୟ ଓ ତାଙ୍କର ସୈନ୍ୟଦଳଠାରୁ ପଳାୟନ କଲେ। ଅମ୍ମୋନୀୟମାନେ ସେମାନଙ୍କ ନଗରକୁ ଫେରିଗଲେ ଓ ଯୋୟାବ ଯିରୁଶାଲମକୁ ଫେରି ଆସିଲେ।

16 ଅରାମୀୟ ନେତାମାନେ ଦେଖିଲେ ଯେ, ଇସ୍ରାଏଲ ସେମାନଙ୍କୁ ପରାଜିତ କରିଅଛି। ତେଣୁ ସେମାନେ ଫରାତ୍ ନଦୀର ପୂର୍ବଆଡ଼େ ବାସ କରୁଥିବା ଅରାମୀୟ ଲୋକମାନଙ୍କଠାରୁ ସାହାଯ୍ୟ ମାଗିବା ନିମନ୍ତେ ବାର୍ତ୍ତାବାହକମାନଙ୍କୁ ପ୍ରେରଣ କଲେ। ଶୋଫକ୍ ଅରାମରୁ ଆସିଥିବା ହଦରେଷରଙ୍କ ସୈନ୍ୟଦଳର ସେନାପତି ଥିଲେ। ଶୋଫକ୍ ଅନ୍ୟ ଅରାମୀୟ ସୈନ୍ୟଦଳକୁ ମଧ୍ୟ ପରିଗ୍ଭଳିତ କରୁଥିଲେ।

17 ଅରାମୀୟ ଲୋକମାନେ ଯୁଦ୍ଧ ନିମନ୍ତେ ଏକତ୍ର ହେଉଅଛନ୍ତି ବୋଲି ଦାଉଦ ଶୁଣିଲେ। ତେଣୁ ଦାଉଦ ଇସ୍ରାଏଲର ସମସ୍ତ ଲୋକଙ୍କୁ ଏକତ୍ର କଲେ। ଦାଉଦ ସେମାନଙ୍କୁ ଯର୍ଦ୍ଦନ ନଦୀ ପାର କରାଇ ନେଲେ। ସେମାନେ ଅରାମୀୟମାନଙ୍କ ସହିତ ସମ୍ମୁଖାସମ୍ମୁଖୀ ହେଲେ। ଦାଉଦ ଯୁଦ୍ଧ ନିମନ୍ତେ ନିଜ ସୈନ୍ୟଦଳକୁ ପ୍ରସ୍ତୁତ କଲେ ଓ ସେମାନେ ଅରାମୀୟମାନଙ୍କୁ ଆକ୍ରମଣ କଲେ। 18 ଦାଉଦ ଓ ତାଙ୍କର ସୈନ୍ୟବାହିନୀ 7,000 ଅରାମୀୟ ରଥଗ୍ଭଳକ ଓ 40,000 ଅରାମୀୟ ସୈନ୍ୟଙ୍କୁ ହତ୍ୟା କଲେ। ଦାଉଦ ଓ ତାଙ୍କର ସୈନ୍ୟବାହିନୀ ଅରାମୀୟ ସୈନ୍ୟଦଳର ସେନାପତି ଶୋଫକକୁ ମଧ୍ୟ ହତ୍ୟା କଲେ।

19 ହଦରେଷରଙ୍କ ପଦାଧିକାରୀମାନେ ଯେତେବେଳେ ଦେଖିଲେ ଯେ, ଇସ୍ରାଏଲ ସେମାନଙ୍କୁ ପରାଜିତ କରିଅଛି, ସେମାନେ ଦାଉଦଙ୍କ ସହିତ ଶାନ୍ତି ସ୍ଥାପନ କଲେ। ସେମାନେ ଦାଉଦଙ୍କର ଦାସ ହେଲେ। ତେଣୁ ଅରାମୀୟମାନେ ଅମ୍ମୋନୀୟମାନଙ୍କୁ ଆଉ ସାହାଯ୍ୟ କରିବାକୁ ରାଜି ହେଲେ ନାହିଁ।

ଗୀତସଂହିତା 20

ଦାଉଦଙ୍କର ଏକ ଗୀତ।

20 ତୁମ୍ଭେ ଯେତେବେଳେ ବିପଦରେ ପଡ଼ିଥାଅ, ସେହି ସଦାପ୍ରଭୁ ତୁମ୍ଭର ଡାକ ଶୁଣି ତୁମ୍ଭକୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ।
    ଯାକୁବଙ୍କର ପରମେଶ୍ୱର ତୁମ୍ଭକୁ ରକ୍ଷା କରନ୍ତୁ।
ପରମେଶ୍ୱର ତାଙ୍କର ପବିତ୍ର ସ୍ଥାନରୁ ତୁମ୍ଭକୁ ସାହାଯ୍ୟ ପଠାନ୍ତୁ।
    ସିୟୋନ ପର୍ବତରୁ ସେ ତୁମ୍ଭକୁ ସାହାଯ୍ୟ କରନ୍ତୁ।
ତୁମ୍ଭର ଉପହାର ସବୁ ଯାହା ତାଙ୍କ ଉଦ୍ଦେଶ୍ୟରେ ଅର୍ପିତ, ପରମେଶ୍ୱର ତାକୁ ଗ୍ରହଣ କରନ୍ତୁ।
    ତୁମ୍ଭର ହୋମବଳିକୁ ସେ ଗ୍ରହଣ କରନ୍ତୁ। ସେଲା

ତୁମ୍ଭେ ଯାହା ଗ୍ଭହୁଁଛ, ପରମେଶ୍ୱର ତୁମ୍ଭକୁ ତାହା ପ୍ରଦାନ କରନ୍ତୁ।
    ସେ ତୁମ୍ଭର ସକଳ ମନସ୍କାମନା ପୂରଣ କରନ୍ତୁ ଓ ତୁମ୍ଭର ସକଳ ଯୋଜନାକୁ ସଫଳ କରନ୍ତୁ।
ଆମ୍ଭେ ସମସ୍ତେ ଖୁସୀ ହେବୁ ଯେତେବେଳେ ପରମେଶ୍ୱର ତୁମ୍ଭକୁ ସାହାଯ୍ୟ କରିବେ।
    ଆସ ସମସ୍ତେ ପରମେଶ୍ୱରଙ୍କ ନାମର ଜୟଗାନ କରିବା।
ଯାହା ତୁମ୍ଭେ ଗ୍ଭହୁଁଛ, ସଦାପ୍ରଭୁ ତୁମ୍ଭର ସେହି ସକଳ କାମନା ପୂରଣ କରନ୍ତୁ।

ବର୍ତ୍ତମାନ ମୁଁ ଜାଣେ ସଦାପ୍ରଭୁ ତାଙ୍କ ଅଭିଷିକ୍ତ ରାଜାକୁ ସାହାଯ୍ୟ କରନ୍ତି।
    ପରମେଶ୍ୱର ତାଙ୍କର ପବିତ୍ର ସ୍ୱର୍ଗ ରାଜ୍ୟରେ ଥା’ନ୍ତି ଓ ତାଙ୍କ ଅଭିଷିକ୍ତ ରାଜାକୁ ଉତ୍ତର ଦିଅନ୍ତି।
    ସେ ତାଙ୍କର ମହାନ ଶକ୍ତିରେ ରାଜାଙ୍କୁ ତ୍ରାଣ କରନ୍ତି।

କେତେକ ଲୋକ ସେମାନଙ୍କ ରଥ ଉପରେ ବିଶ୍ୱାସ ରଖନ୍ତି।
ଅନ୍ୟ ଲୋକମାନେ ସେମାନଙ୍କ ସୈନିକଙ୍କ ଉପରେ ରଖନ୍ତି
    କିନ୍ତୁ ଆମ୍ଭେ ଆମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ନାମକୁ ଉଚ୍ଚସ୍ୱରରେ ଡାକୁ।
ସେହି ଅନ୍ୟ ଲୋକମାନେ ପରାସ୍ତ ହୋଇ ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁବରଣ କଲେ କିନ୍ତୁ ଆମ୍ଭେ ଜିତିଲୁ।
    ଆମ୍ଭେ ବିଜୟୀ ଦଳ।

ସଦାପ୍ରଭୁ ତାଙ୍କର ମନୋନୀତ ରାଜାଙ୍କୁ ଉଦ୍ଧାର କଲେ
    କାରଣ ପରମେଶ୍ୱରଙ୍କ ମନୋନୀତ ରାଜା ତାଙ୍କୁ ସାହାଯ୍ୟ ପାଇଁ ନିବେଦନ କଲେ ଓ ପରମେଶ୍ୱର ତାକୁ ଉଦ୍ଧାର ଦେଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center