Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ 8-9

ଦାଉଦ ଅନେକ ଯୁଦ୍ଧରେ ବିଜୟ ହେଲେ

ଏହା ପରେ ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ ଓ ସେମାନଙ୍କଠାରୁ ତାଙ୍କ ରାଜଧାନୀର କର୍ତ୍ତୃତ୍ୱ ନେଲେ। ଦାଉଦ ମଧ୍ୟ ମୋୟାବକୁ ପରାସ୍ତ କଲେ। ସେ ସେମାନଙ୍କୁ ଭୂମିରେ ପଡ଼ି ରହିବା ପାଇଁ ବାଧ୍ୟ କଲେ, ସେ ସେମାନଙ୍କୁ ଏକ ଦଉଡ଼ି ଦ୍ୱାରା ଦୁଇ ଦଳରେ ବିଭକ୍ତ କଲେ। ଦୁଇ ଧାଡ଼ିର ପୁରୁଷ ଲୋକମାନଙ୍କୁ ହତ୍ୟା କରାଗଲା, କିନ୍ତୁ ତୃତୀୟ ଧାଡ଼ିଟିକୁ ଜୀବନ୍ତ ଛାଡ଼ି ଦିଆଗଲା। ତା'ପରେ ମୋୟାବୀୟମାନେ ଦାଉଦଙ୍କର ସେବକ ହେଲେ ଓ ତାକୁ କର ଦେଲେ।

ସୋବାରର ରାଜା ରହୋବର ପୁତ୍ର, ହଦଦେଷର ଫରାତ୍ ନଦୀ ନିକଟରେ ନିଜର ରାଜ୍ୟ ପୁନର୍ବାର ହସ୍ତଗତ କରିବାକୁ ଯିବା ସମୟରେ ଦାଉଦ ତାହାକୁ ପରାସ୍ତ କଲେ। ଦାଉଦ ତା'ଠାରୁ 1,700 ଅଶ୍ୱାରୋହୀ ଏବଂ 20,000 ପଦାତିକ ସୈନ୍ୟ ନେଲେ। ଦାଉଦ 100ଟି ଅଶ୍ୱ ରଖିଲେ କିନ୍ତୁ ସେ ଅନ୍ୟ ଅଶ୍ୱଗୁଡ଼ିକୁ ପଙ୍ଗୁ କରିଦେଲେ।

ଦମ୍ମେଶକର ଅରାମୀୟମାନେ ସୋବାର ହଦଦେଷର ରାଜାଙ୍କୁ ସାହାଯ୍ୟ କରିବାକୁ ଆସିଲେ। କିନ୍ତୁ ଦାଉଦ ସେହି 22,000 ଅରାମୀୟମାନଙ୍କୁ ପରାସ୍ତ କଲେ। ତା'ପରେ ଦାଉଦ ଦମ୍ମେଶକର ଅରାମ ସୀମାରେ ସୈନ୍ୟଦଳମାନଙ୍କୁ ମୁତୟନ କଲେ। ଏବଂ ଅରାମୀୟମାନେ ଦାଉଦଙ୍କର ସେବକ ହୋଇଗଲେ। ସେମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ। ଏହିଭଳି ଭାବରେ ଦାଉଦ ଯେଉଁ ଆଡ଼କୁ ଗଲେ ସଦାପ୍ରଭୁ ତାଙ୍କୁ ବିଜୟୀ କଲେ।

ଦାଉଦ ହଦଦେଷର ଅଧିକାରୀମାନଙ୍କ ପାଖରେ ଥିବା ସୁବର୍ଣ୍ଣ ଢାଲଗୁଡ଼ିକ ଛଡ଼ାଇ ଆଣିଲେ। ଦାଉଦ ସେହି ସୁବର୍ଣ୍ଣ ଢାଲଗୁଡ଼ିକ ଯିରୁଶାଲମକୁ ନେଇ ଆସିଲେ। ଦାଉଦ ମଧ୍ୟ ହଦଦେଷର ସହର ବେଟହ ଓ ବେରୋଥାରୁ ବହୁତ ଦ୍ରବ୍ୟ ଓ ଅପାର ପିତ୍ତଳ ନେଇ ଆସିଲେ।

ହମାତର ରାଜା ତୋହି ଶୁଣିବାକୁ ପାଇଲେ ଯେ ଦାଉଦ ହଦଦେଷର ସମସ୍ତ ସୈନ୍ୟମାନଙ୍କୁ ପରାସ୍ତ କରିଛନ୍ତି। 10 ତେଣୁ ତୋହି ତାଙ୍କର ପୁତ୍ର ଯୋରାମକୁ ରାଜା ଦାଉଦଙ୍କୁ ଅଭ୍ୟର୍ଥନା କରିବା ପାଇଁ ଓ ଯୁଦ୍ଧରେ ହଦଦେଷର ବିରୁଦ୍ଧରେ ଜୟଲାଭ କରିଥିବାରୁ ଶୁଭେଚ୍ଛା ଜଣାଇବା ପାଇଁ ପଠାଇଲେ। ପୂର୍ବରୁ ହଦଦେଷର ତୋହି ସହିତ ଯୁଦ୍ଧରେ ରତ ଥିଲେ। ଯୋରାମ ନିଜ ସଙ୍ଗରେ ସୁନା, ରୂପା ଓ ପିତ୍ତଳ ଉପହାରମାନ ମଧ୍ୟ ଆଣିଥିଲେ। 11 ଦାଉଦ ସେସବୁ ଦ୍ରବ୍ୟକୁ ଗ୍ରହଣ କଲେ ଓ ସଦାପ୍ରଭୁଙ୍କୁ ସେଗୁଡ଼ିକୁ ଅର୍ପଣ କଲେ। ସେ ସେଗୁଡ଼ିକୁ ଅନ୍ୟ ସୁନା, ରୂପାର ଦ୍ରବ୍ୟ ପାଖରେ ରହିଲେ, ଯାହା ସେ ସଦାପ୍ରଭୁଙ୍କୁ ଅର୍ପଣ କଲେ। ଦାଉଦ ସେଗୁଡ଼ିକୁ ଯେଉଁ ଦେଶକୁ ପରାସ୍ତ କରୁଥିଲେ, ସେହି ଦେଶରୁ ଦ୍ରବ୍ୟମାନ ଆଣୁଥିଲେ। 12 ଦାଉଦ ଅରାମ, ମୋୟାବ, ଅମ୍ମୋନ, ପଲେଷ୍ଟୀୟ, ଅମାଲେକୀୟ ଏବଂ ସେ ମଧ୍ୟ ସୋବାର ରାଜା ରେହବର ପୁତ୍ର ହଦଦେଷରକୁ ପରାସ୍ତ କରିଥିଲେ। 13 ଦାଉଦ ଲବଣ ନାମକ ଉପତ୍ୟକାରେ ଅରାମୀୟମାନଙ୍କର 18,000 ସୈନ୍ୟଙ୍କୁ ବଧ କରିଥିଲେ ଓ ସେ ଯେତେବେଳେ ଘରକୁ ଫେରିଲେ ସେତେବେଳେ ବହୁତ ଖ୍ୟାତି ଅର୍ଜ୍ଜନ କରିଥିଲେ। 14 ଦାଉଦ ଦୁର୍ଗ ରକ୍ଷକ ସେନାଙ୍କୁ ଇଦୋମରେ ମୁତୟନ କଲେ। ସେ ଇଦୋମ ସାରା ବହୁତ ଦୁର୍ଗ ରକ୍ଷକ ସେନାଙ୍କୁ ମୁତୟନ କଲେ। ସମସ୍ତ ଇଦୋମୀୟଗଣ ଦାଉଦଙ୍କର ଦାସ ହେଲେ। ଦାଉଦ ଯେଉଁଠିକି ଗଲେ ସଦାପ୍ରଭୁ ତାଙ୍କୁ ବିଜୟୀ କଲେ।

ଦାଉଦଙ୍କର ଶାସନ

15 ଦାଉଦ ସମଗ୍ର ଇସ୍ରାଏଲ ଉପରେ ରାଜତ୍ୱ କଲେ। ଦାଉଦ ମଧ୍ୟ ନିଜର ସମସ୍ତ ଲୋକମାନଙ୍କ ପ୍ରତି ସୁବିଗ୍ଭର କଲେ। 16 ସରୁୟାର ପୁତ୍ର ଯୋୟାବ ସୈନ୍ୟମାନଙ୍କ ଉପରେ ପ୍ରଧାନ ଥିଲା, ଅହୀଟୂବର ପୁତ୍ର ଯିହୋଶାଫଟ୍ ମଧ୍ୟ ଇତିହାସ ଲେଖକ ଥିଲେ। 17 ଅହୀଟୂବର ପୁତ୍ର ସାଦୋକ୍ ଓ ଅବିୟାଥରର ପୁତ୍ର ଅହୀମେଲକ ଯାଜକ ଥିଲେ। ସରାୟ ଲେଖକ ଥିଲେ। 18 ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ଦାୟିତ୍ୱରେ ଥିଲେ। ଏବଂ ଦାଉଦଙ୍କର ପୁତ୍ରମାନେ ମହତ୍ତ୍ୱପୂର୍ଣ୍ଣ ନେତୃବର୍ଗ[a] ଥିଲେ।

ଶାଉଲଙ୍କର ପରିବାର ପ୍ରତି ଦାଉଦଙ୍କର ଦୟା

ଦାଉଦ ପଗ୍ଭରିଲେ, “ଆଉ ଶାଉଲ ପରିବାରର କୌଣସି ଲୋକ ରହିଲେ କି? ମୁଁ ସେମାନଙ୍କ ଉପରେ ଦୟା କରିବାକୁ ଗ୍ଭହେଁ। ମୁଁ ଏ ସବୁ ଯୋନାଥନଙ୍କ ପାଇଁ କରିବାକୁ ଗ୍ଭହୁଁଛି।”

ସୀବଃ ନାମକ ଏକ ଗ୍ଭକର ଶାଉଲ ପରିବାରର ଥିଲା। ସେ ଦାଉଦଙ୍କ ସମ୍ମୁଖକୁ ଡକା ହୋଇଥିଲା। ଏବଂ ରାଜା ପଗ୍ଭରିଲେ, “ତୁମ୍ଭେ କ’ଣ ସୀବଃ?”

ସେ ଉତ୍ତର ଦେଇ କହିଲା, “ହଁ ଆଜ୍ଞା, ମୁଁ ଆପଣଙ୍କର ଦାସ ସୀବଃ।”

ରାଜା କହିଲେ, “ଆଉ ଶାଉଲ ପରିବାରର କେହି ଅଛନ୍ତି କି? ପରମେଶ୍ୱରଙ୍କର ଦୟା ସେମାନଙ୍କୁ ଦେବାକୁ ଗ୍ଭହୁଁଛି।”

ସୀବଃ ରାଜା ଦାଉଦକୁ କହିଲା, “ଯୋନାଥନର ଏକ ପୁତ୍ର ଏବେ ମଧ୍ୟ ବଞ୍ଚିଛି। ସେ ଛୋଟା ଅଟେ।”

ରାଜା ଦାଉଦ ସୀବଃଙ୍କୁ କହିଲେ, “ସେ ପୁତ୍ର କେଉଁଠାରେ ଅଛି?”

“ସେ ପୁତ୍ର ଲୋ-ଦବାରରେ ଅମ୍ମୀୟେଲର ପୁତ୍ର ମାଖୀରର ଘରେ ଅଛି।”

ଯୋନାଥନର ପୁତ୍ରକୁ ଆଣିବା ପାଇଁ ରାଜା ଦାଉଦ ତାଙ୍କର ପଦସ୍ଥ କର୍ମଗ୍ଭରୀମାନଙ୍କୁ ଲୋ-ଦବାରରେ ମାଖୀରଙ୍କ ଅମ୍ମୀୟେଲର ପୁତ୍ର ଘରକୁ ପଠାଇଲେ। ଯୋନାଥନର ପୁତ୍ର ମଫୀବୋଶତ୍ ଆସି ରାଜା ଦାଉଦଙ୍କୁ ଭୂମିଷ୍ଟ ପ୍ରଣାମ କଲା।

ଦାଉଦ କହିଲେ, “ତୁମ୍ଭେ ମଫୀବୋଶତ୍।”

ସେ କହିଲା, “ହଁ, ମହାପ୍ରଭୁ, ମୁଁ ହେଉଛି ଆପଣଙ୍କର ଦାସ ମଫୀବୋଶତ୍,”

ଦାଉଦ ମଫୀବୋଶ‌‌ତ୍‌‌କୁ କହିଲେ, “ଭୟ କର ନାହିଁ, ମୁଁ ତୁମ୍ଭ ପ୍ରତି ଦୟା କରୁଛି। ତୁମ୍ଭର ବାପା ଯୋନାଥନଙ୍କ ପାଇଁ ମୁଁ ତୁମ୍ଭକୁ ଦୟା ଦେଖାଉଛି। ମୁଁ ତୁମ୍ଭକୁ ତୁମ୍ଭ ଜେଜେ ବାପା ଶାଉଲଙ୍କର ସମସ୍ତ ସମ୍ପତ୍ତି ତୁମ୍ଭକୁ ଫେରାଇ ଦେବି। ତୁମ୍ଭେ ମଧ୍ୟ ମୋ’ ପାଖରେ ସବୁଦିନ ଭୋଜନ କରିବ।”

ମଫୀବୋଶତ୍ ପୁନରାୟ ଦାଉଦଙ୍କୁ ପ୍ରଣାମ କଲା, ଏବଂ କହିଲା, “ମୁଁ ତ ଏକ ମଲା କୁକୁରଠାରୁ ଭଲ ନୁହେଁ। କିନ୍ତୁ ଆପଣ ମୋ’ ପ୍ରତି ଚଳିତ ବହୁତ ଦୟା ଦେଖାଇଛନ୍ତି।”

ତା'ପରେ ରାଜା ଦାଉଦ ଶାଉଲଙ୍କର ଗ୍ଭକର ସୀବଃକୁ ପାଖକୁ ଡାକିଲେ ଏବଂ କହିଲେ, “ମୁଁ ତୁମ୍ଭର ମୁନିବର ନାତିକୁ ଶାଉଲଙ୍କର ଓ ତାହାଙ୍କ ପରିବାରକୁ ସମସ୍ତ ସମ୍ପତ୍ତି ଦେଲି। 10 ତୁମ୍ଭେ ଓ ତୁମ୍ଭର ପୁତ୍ରମାନେ ଓ ତୁମ୍ଭର ସେବକଗଣ ତୁମ୍ଭମାନଙ୍କର ମୁନିବର ନାତୀ ମଫୀବୋଶତଙ୍କ ପାଇଁ ଏହି ଜମିକୁ ଗ୍ଭଷ କରିବ ଓ ସେଥିରୁ ଉତ୍ପନ୍ନ ଶସ୍ୟ ଆଣି ତାଙ୍କୁ ଦେବ। କିନ୍ତୁ ସେ ମୋ’ ସହିତ ସବୁ ବେଳେ ଭୋଜନ କରିବ।”

ଏହି ସୀବଃର ପନ୍ଦର ପୁତ୍ର ଓ କୋଡ଼ିଏ ଗ୍ଭକର ଥିଲେ। 11 ତେବେ ସୀବଃ ରାଜାଙ୍କୁ କହିଲା, “ମୁଁ ଆପଣଙ୍କର ଦାସ ଆପଣଙ୍କର ଆଜ୍ଞାକୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି। ଯାହା ଆପଣଙ୍କର ଆଦେଶ ହେବ।”

ତେଣୁ ମଫୀବୋଶତ୍ ସର୍ବଦା ରାଜାଙ୍କ ପାଖରେ ତାଙ୍କର ପୁତ୍ର ତୁଲ୍ୟ ସର୍ବଦା ଭୋଜନ କରି ରହିଲେ। 12 ମଫୀବୋଶ‌‌ତ୍‌‌ର ଏକ ସାନ ପୁତ୍ର ଥିଲା। ଯାହାର ନାମ ଥିଲା ମୀଖା। ସୀବଃ ବଂଶର ପ୍ରତ୍ୟେକ ଲୋକ ମଫୀବୋଶ‌‌ତ୍‌‌ର ଦାସ ହୋଇ ରହିଲେ। 13 ମଫୀବୋଶ‌‌ତ୍‌‌ଙ୍କର ଦୁଇ ଗୋଡ଼ ଛୋଟା ଥିଲା। ସେ ସର୍ବଦା ଯିରୁଶାଲମରେ ବାସ କରୁଥିଲେ ଓ ରାଜା ଦାଉଦଙ୍କ ପାଖରେ ସର୍ବଦା ତାଙ୍କ ଟେବୁଲରେ ଖାଉଥିଲେ।

ବଂଶାବଳୀର ପ୍ରଥମ ପୁସ୍ତକ 18

ଦାଉଦ ବିଭିନ୍ନ ଦେଶ ଉପରେ ବିଜୟଲାଭ କଲେ

18 ପରେ ଦାଉଦ ପଲେଷ୍ଟୀୟ ଲୋକଙ୍କୁ ଆକ୍ରମଣ କଲେ। ସେ ସେମାନଙ୍କୁ ପରାସ୍ତ କଲେ। ସେ ପଲେଷ୍ଟୀୟମାନଙ୍କଠାରୁ ଗାଥ୍ ସହର ଓ ତାହାର ଚତୁର୍ଦ୍ଦିଗରେ ଥିବା କ୍ଷୁଦ୍ର ସହରଗୁଡ଼ିକୁ ଚ୍ଛିନ୍ନ କରି ନେଇଗଲେ।

ଏହା ପରେ ଦାଉଦ ମୋୟାବ ଦେଶକୁ ପରାସ୍ତ କଲେ। ମୋୟାବୀୟ ଲୋକମାନେ ଦାଉଦଙ୍କ ଦାସ ହେଲେ। ସେମାନେ ଦାଉଦଙ୍କୁ ରାଜଦେୟ ଅର୍ପଣ କଲେ।

ଦାଉଦ ଆହୁରି ମଧ୍ୟ ହଦରେଷରଙ୍କ ସୈନ୍ୟବାହିନୀ ସହିତ ଯୁଦ୍ଧ କଲେ। ହଦରେଷର ସୋବର ରାଜା ଥିଲେ। ଦାଉଦ ହମାତ ସହର ପର୍ଯ୍ୟନ୍ତ ପଥରେ ସେହି ସୈନ୍ୟବାହିନୀ ସହିତ ଯୁଦ୍ଧ କଲେ। ହଦରେଷର ଫରାତ୍ ନଦୀ ପର୍ଯ୍ୟନ୍ତ ତାହାଙ୍କ ରାଜ୍ୟ ବିସ୍ତାର କରିବାକୁ ଚେଷ୍ଟା କରିବାରୁ ଦାଉଦ ଏହିପରି କଲେ। ଦାଉଦ ହଦରେଷରଙ୍କଠାରୁ 1,000 ରଥ, 7,000 ରଥଗ୍ଭଳକ, ଓ 20,000 ସୈନ୍ୟ ନେଇଗଲେ। ରଥ ଟାଣିବା ନିମନ୍ତେ ବ୍ୟବହୃତ ହେଉଥିବା ହଦରେଷରଙ୍କ ଅଧିକାଂଶ ଅଶ୍ୱକୁ ଦାଉଦ ପଙ୍ଗୁ କରି ଦେଲେ। କିନ୍ତୁ ଦାଉଦ 100 ଗୋଟି ରଥକୁ ଟାଣିବା ନିମନ୍ତେ ଯଥେଷ୍ଟ ଅଶ୍ୱକୁ ସୁରକ୍ଷିତ ରଖିଲେ।

ଅରାମୀୟ ଲୋକମାନେ ଦମ୍ମେଶକରୁ ହଦରେଷରଙ୍କୁ ସାହାଯ୍ୟ କରିବାକୁ ଆସିଲେ। ମାତ୍ର ସେହି ଅରାମୀୟର 22,000 ସୈନ୍ୟଙ୍କୁ ଦାଉଦ ମାରି ଦେଲେ। ତା'ପରେ ଦାଉଦ ଦମ୍ମେଶକ ସହରର ଅରାମରେ ପ୍ରହରୀ ସ୍ଥାପନ କଲେ। ଅରାମୀୟ ଲୋକମାନେ ଦାଉଦଙ୍କର ଦାସ ହେଲେ ଓ ଦର୍ଶନୀ ଆଣିଲେ। ତେଣୁ ଦାଉଦ ଯେଉଁଆଡ଼େ ଗଲେ ସଦାପ୍ରଭୁ ତାଙ୍କୁ ବିଜୟ ପ୍ରଦାନ କଲେ।

ଦାଉଦ ହଦରେଷରଙ୍କ ସେନାପତିମାନଙ୍କଠାରୁ ସୁବର୍ଣ୍ଣ ଢାଲଗୁଡ଼ିକ ନେଇଗଲେ ଓ ସେଗୁଡ଼ିକୁ ଯିରୁଶାଲମକୁ ଆଣିଲେ। ଦାଉଦ ଆହୁରି ମଧ୍ୟ ହଦରେଷରର ଟିଭତ୍ ଓ କୂନ୍ ସହରରୁ ବହୁତ ପିତ୍ତଳ ଆଣିଲେ। ଶଲୋମନ ସେହି ପିତ୍ତଳରୁ ପିତ୍ତଳ ଜଳଧାର, ପିତ୍ତଳ ସ୍ତମ୍ଭ ଓ ଅନ୍ୟାନ୍ୟ ବସ୍ତୁ ନିର୍ମାଣ କଲେ।

ତୟି ହମାତ ନଗରୀର ରାଜା ଥିଲେ। ହଦରେଷର ସୋବାର ରାଜା ଥିଲେ। ତୟି ଶୁଣିବାକୁ ପାଇଲେ ଯେ, ଦାଉଦ ହଦରେଷରଙ୍କ ସମସ୍ତ ସୈନ୍ୟବାହିନୀକୁ ପରାସ୍ତ କରିଛନ୍ତି। 10 ତେଣୁ ତୟି ଅଭ୍ୟର୍ଥନା ଜଣାଇବା ନିମନ୍ତେ ଓ ତାଙ୍କ ସହିତ ସନ୍ଧି କରିବା ନିମନ୍ତେ ନିବେଦନ କରି ଆପଣା ପୁତ୍ର ହଦୋରାମଙ୍କୁ ଦାଉଦଙ୍କ ପାଖକୁ ପଠାଇଲେ। ସେ ଏପରି କଲେ, କାରଣ ତୟି ହଦରେଷରଙ୍କ ବିରୁଦ୍ଧରେ ଯୁଦ୍ଧରେ ଥିଲେ। ତୟି ଦାଉଦଙ୍କୁ ସୁବର୍ଣ୍ଣ, ରୌପ୍ୟ ଓ ପିତ୍ତଳ ନିର୍ମିତ ଉପହାର ପ୍ରଦାନ କଲେ। 11 ରାଜା ଦାଉଦ ସେହିସବୁ ବସ୍ତୁକୁ ପବିତ୍ର କଲେ ଓ ସଦାପ୍ରଭୁଙ୍କୁ ଅର୍ପଣ କଲେ। ଦାଉଦ ଇଦୋମ, ମୋୟାବ ଓ ଅମ୍ମୋନୀୟ, ପଲେଷ୍ଟୀୟ ଓ ଅମାଲେକୀୟମାନଙ୍କଠାରୁ ଆଣିଥିବା ରୂପା ଓ ସୁନାରେ ଠିକ୍ ସେହି ପ୍ରକାର ସାମଗ୍ରୀ ତିଆରି କଲେ।

12 ଲବଣ ଉପତ୍ୟକାରେ ସରୁୟାଙ୍କ ପୁତ୍ର ଅବୀଶୟ 18,000 ଇଦୋମୀୟ ଲୋକଙ୍କୁ ହତ୍ୟା କଲେ। 13 ଅବୀଶୟ ଇଦୋମରେ ମଧ୍ୟ ଦୁର୍ଗମାନ ନିର୍ମାଣ କଲେ ଓ ସମସ୍ତ ଇଦୋମୀୟ ଲୋକ ଦାଉଦଙ୍କ ଦାସ ହେଲେ। ଦାଉଦ ଯେଉଁସବୁ ସ୍ଥାନକୁ ଗଲେ, ସେହିଠାରେ ସଦାପ୍ରଭୁ ତାଙ୍କୁ ବିଜୟ ପ୍ରଦାନ କଲେ।

ଦାଉଦଙ୍କର ବିଶିଷ୍ଟ ପଦାଧିକାରୀଗଣ

14 ଦାଉଦ ସମଗ୍ର ଇସ୍ରାଏଲର ଉପରେ ରାଜା ଥିଲେ। ଏବଂ ସେ ସମସ୍ତଙ୍କ ପାଇଁ ନ୍ୟାୟବାନ ଥିଲେ। 15 ସରୁୟାର ପୁତ୍ର ଯୋୟାବ ଦାଉଦଙ୍କ ସୈନ୍ୟଦଳର ସେନାପତି ଥିଲେ। ଦାଉଦ ଯେଉଁସବୁ କର୍ମ କରୁଥିଲେ, ତାହାକୁ ଅହୀଲୂଦଙ୍କ ପୁତ୍ର ଯିହୋଶାଫଟ୍ ଲେଖି ରଖୁଥିଲେ। 16 ସାଦୋକ୍ ଓ ଅହୀମେଲକ୍ ଯାଜକ ଥିଲେ। ସାଦୋକ୍ ଅହୀଟୂବର ପୁତ୍ର ଏବଂ ଅହୀମେଲକ୍ ଅବିୟାଥରଙ୍କ ପୁତ୍ର ଥିଲେ। ଶା‌ବ୍‌ଶା ଲିପିକାର ଥିଲେ। 17 ବନାୟ, କରେଥୀୟ ଓ ପଲେଥୀୟ ରକ୍ଷୀମାନଙ୍କର ଦାୟିତ୍ୱରେ ଥିଲେ। ବନାୟ ଯିହୋୟାଦାଙ୍କ ପୁତ୍ର ଥିଲେ। ଆଉ ଦାଉଦଙ୍କ ପୁତ୍ରମାନେ ରାଜା ଦାଉଦଙ୍କର ସେବା ନିମନ୍ତେ ମୁଖ୍ୟ ପଦାଧିକାରୀ ଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center