Chronological
ଦାଉଦ ଏକ ମନ୍ଦିର ନିର୍ମାଣ କରିବାକୁ ଗ୍ଭହିଁଲେ
7 ଏହା ପରେ ଦାଉଦ, ଯେତେବେଳେ ନୂତନ ଗୃହକୁ ଗମନ କଲେ, ସଦାପ୍ରଭୁ ତାଙ୍କୁ ତାଙ୍କର ଚତୁର୍ଦ୍ଦିଗସ୍ଥିତ ଶତ୍ରୁମାନଙ୍କଠାରୁ ଶାନ୍ତି ପ୍ରଦାନ କଲେ। 2 ରାଜା ଦାଉଦ ଭବିଷ୍ୟଦ୍ବକ୍ତା ନାଥନଙ୍କୁ କହିଲେ, “ଦେଖ ମୁଁ ଏବେ ଏରସ ନିର୍ମିତ କାଠ ଘରେ ବାସ କରୁଅଛି କିନ୍ତୁ ପରମେଶ୍ୱରଙ୍କର ପବିତ୍ର ସିନ୍ଦୁକ ସେହି ତମ୍ବୁ ତଳେ ରହି ଅଛି। ଆମ୍ଭେମାନେ ପବିତ୍ର ସିନ୍ଦୁକ ପାଇଁ ଏକ ସୁନ୍ଦର ପ୍ରାସାଦ ତିଆରି କରିବା କଥା।”
3 ନାଥନ ରାଜା ଦାଉଦଙ୍କୁ କହିଲେ, “ତୁମ୍ଭର ଯାହା ଇଚ୍ଛା ତାହା କର, କାରଣ ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି।”
4 କିନ୍ତୁ ସେହି ରାତ୍ରିରେ ସଦାପ୍ରଭୁଙ୍କର ବାର୍ତ୍ତା ନାଥନଙ୍କ ନିକଟକୁ ଆସିଲା: ଏହା ଥିଲା,
5 “ତୁମ୍ଭେ ଯାଅ ଓ ମୋର ଦାସ ଦାଉଦଙ୍କୁ କୁହ, ‘ସଦାପ୍ରଭୁ ଏହି କଥା କହିଛନ୍ତି। ତୁମ୍ଭେ ମୋର ବାସସ୍ଥାନ ଗୃହ ନିର୍ମାଣ କରିବାକୁ ଉଦ୍ଧିଷ୍ଟ ବ୍ୟକ୍ତି ନୁହଁ। 6 ମୁଁ ଇସ୍ରାଏଲୀୟ ସନ୍ତାନଗଣକୁ ମିଶରରୁ ବାହାର କରି ଆଣିବାଠାରୁ ଆଜି ପର୍ଯ୍ୟନ୍ତ କୌଣସି ଗୃହରେ ବାସ କରି ନାହିଁ। ମାତ୍ର ମୁଁ ଏକ ତମ୍ବୁ ମଧ୍ୟରେ ଯାତାୟାତ କଲି। 7 ମୁଁ ସମୁଦାୟ ଇସ୍ରାଏଲ ସନ୍ତାନ ସହିତ ଯେ ସବୁ ସ୍ଥାନକୁ ଗମନାଗମନ କଲି, ମୁଁ ମୋର ଇସ୍ରାଏଲର ଏହିପରି କୌଣସି ପରିବାରବର୍ଗ ମୋ’ ପାଇଁ ଏରସ କାଠରେ ଏକ ସୁନ୍ଦର ଗୃହ ନିର୍ମାଣ କରିବାକୁ କହି ନାହିଁ।’
8 “ତେଣୁ ଏବେ ତୁମ୍ଭେ ମୋ’ ଦାସ ଦାଉଦକୁ ଏପରି କୁହ, ‘ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହନ୍ତି, ମୁଁ ତୁମ୍ଭକୁ ଆଣିଲି। ଯେତେବେଳେ ତୁମ୍ଭେ ଗ୍ଭରଣଭୂମିରେ ମେଷପଲଗୁଡ଼ିକ ପଛରେ ଅନୁସରଣ କରୁଥିଲ। ମୁଁ ତୁମ୍ଭକୁ ମୋର ଇସ୍ରାଏଲୀୟ ଲୋକମାନଙ୍କ ଉପରେ ନେତା କରିବା ପାଇଁ ନେଇ ଆସିଲି। 9 ଏହା ପରେ ତୁମ୍ଭେ ଯେଉଁ ସ୍ଥାନକୁ ଗଲ, ମୁଁ ତୁମ୍ଭ ସହିତ ଗଲି ଓ ତୁମ୍ଭର ସମସ୍ତ ଶତ୍ରୁମାନଙ୍କୁ ଧ୍ୱଂସ କଲି ଏବଂ ମୁଁ ତୁମ୍ଭକୁ ପୃଥିବୀର ବିଖ୍ୟାତ ଲୋକମାନଙ୍କ ମଧ୍ୟରୁ ଜଣେ କରିବି। 10-11 ମୁଁ ମୋର ଇସ୍ରାଏଲୀୟ ଲୋକମାନଙ୍କ ନିମନ୍ତେ ଗୋଟିଏ ସ୍ଥାନ ମନୋନୀତ କଲି ଏବଂ ସେଠାରେ ସେମାନଙ୍କୁ ସ୍ଥାପିତ କଲି। ଏବଂ ସେମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ଯିବାକୁ ପଡ଼ିବ ନାହିଁ। ପୂର୍ବରୁ ମୁଁ ବିଗ୍ଭରକଗଣଙ୍କୁ ପଠାଇ ଅଛି। ଅତୀତରେ ମନ୍ଦ ଲୋକମାନେ ତୁମ୍ଭମାନଙ୍କୁ ଅସୁବିଧାରେ ପକାଉଥିଲେ, କିନ୍ତୁ ତାହା ଆଉ କେବେ ହେବ ନାହିଁ। ପରମେଶ୍ୱର ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ସମସ୍ତ ଶତ୍ରୁମାନଙ୍କଠାରୁ ଆଶ୍ୱସ୍ତି କରିବେ। ଆଉ ସଦାପ୍ରଭୁ କହନ୍ତି, ସେ ତୁମ୍ଭମାନଙ୍କ ବଂଶରୁ ଓ ପରିବାରରୁ ରାଜାଗଣ କରିବେ[a]।
12 “‘ଯେତେବେଳେ ତୁମ୍ଭେ ମୃତ୍ୟୁବରଣ କରିବ, ତୁମ୍ଭକୁ ତୁମ୍ଭର ପୂର୍ବପୁରୁଷମାନଙ୍କ ମଧ୍ୟରେ କବର ଦିଆଯିବ। ତା'ପରେ ମୁଁ ତୁମ୍ଭର ଔରଷରୁ ରାଜା କରିବି ଏବଂ ତାଙ୍କର ରାଜ୍ୟ ସ୍ଥାପନ କରିବି। 13 ସେ ମୋ’ ନାମରେ ଏକ ମନ୍ଦିର ନିର୍ମାଣ କରିବ। ଏବଂ ମୁଁ ତା'ର ରାଜ୍ୟକୁ ଚିରଦିନ ପାଇଁ ଶକ୍ତିଶାଳୀ କରିବି। 14 ମୁଁ ତା'ର ପିତା ହେବି ଓ ସେ ମୋର ପୁତ୍ର ହେବ। ଯେତେବେଳେ ସେ ପାପ କରେ ମୁଁ ତାକୁ ଦଣ୍ତ ଦେବି, ଯେପରି ଲୋକମାନେ ସେମାନଙ୍କର ପୁତ୍ରମାନଙ୍କୁ ଦଣ୍ତ ଦିଅନ୍ତି। 15 ମୁଁ କେବେ ତା’ ପ୍ରତି ମୋର କରୁଣା ଓ ପ୍ରେମ ବନ୍ଦ କରିବି ନାହିଁ। ମୁଁ ଶାଉଲଠାରୁ ମୋର ପ୍ରେମ ଓ କରୁଣା ଦୂର କଲି, କିନ୍ତୁ ମୁଁ ତୁମ୍ଭକୁ ସେପରି କରିବି ନାହିଁ। 16 ତୁମ୍ଭ ପରିବାର ଓ ତୁମ୍ଭ ରାଜତ୍ୱ ଓ ତୁମ୍ଭ ସମ୍ମୁଖରେ ଅନନ୍ତକାଳ ସ୍ଥିରିକୃତ ହେବ। ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ ହେବ।’”
17 ନାଥନ ଏ ସମସ୍ତ ବାକ୍ୟ ଦର୍ଶନ ଅନୁସାରେ ସେ ପରମେଶ୍ୱରଙ୍କର ବାକ୍ୟଗୁଡ଼ିକ ଅନୁସାରେ ଦାଉଦଙ୍କୁ କହିଲେ।
ଦାଉଦ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ
18 ତା'ପରେ ରାଜା ଦାଉଦ ସଦାପ୍ରଭୁଙ୍କ ସମ୍ମୁଖକୁ ଯାଇ ବସିଲେ ଏବଂ କହିଲେ,
ସଦାପ୍ରଭୁ ମୋର ପ୍ରଭୁ, “କାହିଁକି ମୁଁ ତୁମ୍ଭ ପକ୍ଷରେ ଏତେ ଗୁରୁତ୍ୱପୂର୍ଣ୍ଣ? କାହିଁକି ମୋର ପରିବାର ଏତେ ଗୁରୁତ୍ୱପୂର୍ଣ୍ଣ? କାହିଁକି ମୋତେ ଏତେ ଗୁରୁତ୍ୱପୂର୍ଣ୍ଣ କରିଛ? 19 ସଦାପ୍ରଭୁ ମୋର ମୁନିବ, କେବଳ ମୁଁ ଜଣେ ତୁମ୍ଭର ସେବକ। ତଥାପି ତୁମ୍ଭେ ମୋର ଭବିଷ୍ୟଦ୍ ବଂଶଧର ପ୍ରତି ଏହି ସହାନୁଭୁତି ବାକ୍ୟ କହିଲ। ସଦାପ୍ରଭୁ ମୋର ପ୍ରଭୁ, ତୁମ୍ଭେ ସର୍ବଦା ଏପରି ଲୋକମାନଙ୍କୁ କୁହ ନାହିଁ, କୁହ କି? 20 ଏଣୁ ଦାଉଦ ତୁମ୍ଭକୁ ଆଉ କ’ଣ କହିପାରେ? କାରଣ ହେ ପ୍ରଭୁ, ତୁମ୍ଭେ ଆପଣା ଦାସକୁ ଜାଣୁ ଅଛ। 21 ତୁମ୍ଭେ ତୁମ୍ଭର ସେବକ ପାଇଁ ଏହିସବୁ ମହାନ କାର୍ଯ୍ୟ କରିବ କାରଣ ତୁମ୍ଭେ ତାହା କରିବା ପାଇଁ ଇଚ୍ଛା ଓ ପ୍ରତିଜ୍ଞା କରିଅଛ। ଏବଂ ତୁମ୍ଭେ ଏହି ବିଷୟ ଜାଣିବା ନିମନ୍ତେ ମୋତେ ନିର୍ଦ୍ଧାରଣ କରିଅଛ। 22 ହେ! ପରମେଶ୍ୱର, ତୁମ୍ଭେ ମହାନ। ତୁମ୍ଭପରି ଅନ୍ୟ କେହି ନୁହେଁ। ତୁମ୍ଭ ବ୍ୟତୀତ ଅନ୍ୟ ପରମେଶ୍ୱର କେହି ନୁହନ୍ତି। ଆମ୍ଭେ ତାହା ଜାଣୁ, ଯେହେତୁ ଆମ୍ଭେମାନେ ତୁମ୍ଭର କାର୍ଯ୍ୟକଳାପ ବିଷୟରେ ଶୁଣିଅଛୁ।
23 “ତୁମ୍ଭର ଇସ୍ରାଏଲୀୟ ଲୋକମାନଙ୍କ ପରି ଆଉ କୌଣସି ଦେଶ ନାହିଁ। ସେମାନେ ଗୋଟିଏ ବିଶେଷ ଲୋକ ଅଟନ୍ତି। ସଦାପ୍ରଭୁ ସେମାନଙ୍କୁ ମିଶରର ଦାସତ୍ୱରୁ ମୁକ୍ତ କରିଅଛନ୍ତି, ତାଙ୍କର ଲୋକ କରିବା ପାଇଁ ଏବଂ ସେମାନଙ୍କ ପାଇଁ ମହତ କର୍ମ ଓ ତୁମ୍ଭ ଦେଶ ପାଇଁ ଆଶ୍ଚର୍ଯ୍ୟ କର୍ମ କରନ୍ତି। 24 ତୁମ୍ଭେ ଇସ୍ରାଏଲର ଲୋକମାନଙ୍କୁ ଚିରଦିନ ପାଇଁ ତୁମ୍ଭର ନିଜର ଲୋକ କଲ ଏବଂ ତୁମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ହୋଇଅଛ।
25 “ହେ ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ତୁମ୍ଭର ଦାସ ବିଷୟରେ ଓ ତାହାର ପରିବାର ବିଷୟରେ ଯେଉଁ କଥା କହିଅଛ, ଦୟାକରି ତୁମ୍ଭେ ପ୍ରତିଜ୍ଞା ପୂରଣ କର। ରାଜାମାନଙ୍କର ଚିରଦିନ ପାଇଁ ମୋର ପରିବାରକୁ ଗୋଟିଏ ରାଜ ବଂଶରେ ପ୍ରତିଷ୍ଠା କର। 26 ତା'ହେଲେ ତୁମ୍ଭର ନାମ ଚିରଦିନ ପାଇଁ ସମ୍ମାନିତ ହେବ। ଲୋକମାନେ କହିବେ, ‘ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲରେ ଶାସନ କରନ୍ତି। ଏବଂ ତୁମ୍ଭର ସେବକ ଦାଉଦର ବଂଶଧର ତୁମ୍ଭର ସେବା କରିବାରେ ଶକ୍ତିଶାଳୀ ହୁଅନ୍ତୁ।’
27 “ତୁମ୍ଭ ସକାଶେ, ସର୍ବଶକ୍ତିମାନ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ଏହା ମୋତେ ପ୍ରକାଶ କରିଛନ୍ତି। ତୁମ୍ଭେ କହିଲ, ‘ମୁଁ ତୁମ୍ଭର ପରିବାରକୁ ମହାନ କରିବି।’ ସେଥିପାଇଁ ମୁଁ ତୁମ୍ଭର ସେବକ, ଏହି ପ୍ରାର୍ଥନା କରିବାକୁ ତୁମ୍ଭକୁ ପ୍ରାର୍ଥନା କରୁଅଛି। 28 ହେ ସଦାପ୍ରଭୁ! ମୋର ପ୍ରଭୁ, ତୁମ୍ଭେ ହେଉଛ ପରମେଶ୍ୱର ଓ ଆପଣଙ୍କର ବାକ୍ୟ ସତ୍ୟ। ପୁଣି ନିଜେ ଆପଣ ନିଜର ଦାସ ପ୍ରତି ଏହି ମଙ୍ଗଳ ପ୍ରତିଜ୍ଞା କରିଅଛ। 29 ବର୍ତ୍ତମାନ, ମୋର ପରିବାରକୁ ଆଶୀର୍ବାଦ କର। ପରମେଶ୍ୱର, ସେମାନେ ତୁମ୍ଭର ଚିରଦିନ ସେବା କରିବା ପାଇଁ ଓ ତୁମ୍ଭ ସମ୍ମୁଖରେ ଛିଡ଼ା ହେବା ପାଇଁ ସୁଯୋଗ ଦିଅନ୍ତୁ। ହେ ସଦାପ୍ରଭୁ! ମୋର ପ୍ରଭୁ, ତୁମ୍ଭେ ଏହିସବୁ କହିଅଛ। ତୁମ୍ଭେ ମୋର ପରିବାରକୁ ଆଶୀର୍ବାଦ କଲ, ତାହା ଚିରଦିନ ପାଇଁ ରହୁ।”
ଦାଉଦଙ୍କୁ ପରମେଶ୍ୱରଙ୍କ ଦତ୍ତ ପ୍ରତିଜ୍ଞା
17 ଦାଉଦ ନିଜ ଗୃହକୁ ଫେରିଯିବା ପରେ, ନାଥନ୍ ଭବିଷ୍ୟଦ୍ବକ୍ତାଙ୍କୁ କହିଲେ, “ଦେଖ, ମୁଁ ଦେବଦାରୁ କାଠରେ ନିର୍ମିତ ଗୃହରେ ବାସ କରୁଅଛି, କିନ୍ତୁ ନିୟମସିନ୍ଦୁକ ଏକ ତମ୍ବୁ ମଧ୍ୟରେ ରହିଅଛି। ମୁଁ ପରମେଶ୍ୱରଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାକୁ ଗ୍ଭହୁଁଅଛି।”
2 ନାଥନ୍ ଦାଉଦଙ୍କୁ ଉତ୍ତର ଦେଲେ, “ତୁମ୍ଭେ ଯାହା ଇଚ୍ଛା କରୁଅଛ, ତାହା କରିପାର। ପରମେଶ୍ୱର ତୁମ୍ଭ ସହିତରେ ଅଛନ୍ତି।”
3 କିନ୍ତୁ ସେହି ରାତ୍ରିରେ ପରମେଶ୍ୱରଙ୍କ ବାକ୍ୟ ନାଥନଙ୍କ ନିକଟକୁ ଆସିଲା। 4 ପରମେଶ୍ୱର କହିଲେ,
“ଯାଅ ଓ ଏହିସବୁ ବିଷୟ ମୋହର ଦାସ ଦାଉଦକୁ ଜଣାଅ; ସଦାପ୍ରଭୁ କହନ୍ତି, ‘ଦାଉଦ, ଆମ୍ଭେ ଯେଉଁ ଗୃହରେ ବାସ କରିବା, ସେହି ଗୃହକୁ ନିର୍ମାଣ କରିବା ଲୋକ ତୁମ୍ଭେ ନୁହଁ। 5-6 ଇସ୍ରାଏଲକୁ ମିଶରରୁ ବାହାର କରି ଆଣିବା ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମ୍ଭେ ଗୃହ ମଧ୍ୟରେ ‘ବାସ କରି ନାହୁଁ। ମୁଁ ତମ୍ବୁ ମଧ୍ୟରେ ରହୁଅଛି। ମୁଁ ଇସ୍ରାଏଲ ନିମନ୍ତେ ନେତା ମନୋନୀତ କରିଥିଲି ସେମାନେ ମେଷପାଳକ ତୁଲ୍ୟ ଥିଲେ। ଆମ୍ଭେ ଇସ୍ରାଏଲୀୟମାନଙ୍କ ସହିତ ଗଲା ସମୟରେ କେବେହେଲେ ଜଣେ ସୁଦ୍ଧା ନେତାଙ୍କୁ କହି ନାହୁଁ: ତୁମ୍ଭେ ଆମ୍ଭ ନିମନ୍ତେ କାହିଁକି ଦେବଦାରୁ କାଠରେ ଗୃହ ନିର୍ମାଣ କରି ନାହଁ?
7 “ବର୍ତ୍ତମାନ, ଏହିସବୁ ବିଷୟ ମୋର ଦାସ ଦାଉଦକୁ କୁହ: ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, ‘ଆମ୍ଭେ ତୁମ୍ଭକୁ କ୍ଷେତ୍ର ମଧ୍ୟରୁ ଓ ମେଷ ଚରାଇବା ସ୍ଥାନରୁ ଆଣିଲୁ। ଆମ୍ଭେ ତୁମ୍ଭକୁ ଆପଣା ଲୋକ ଇସ୍ରାଏଲ ଉପରେ ରାଜା କଲୁ। 8 ତୁମ୍ଭେ ଯେଉଁଆଡ଼େ ଗଲ, ଆମ୍ଭେ ତୁମ୍ଭ ସହିତରେ ରହିଲୁ। ଆମ୍ଭେ ତୁମ୍ଭ ସମ୍ମୁଖରେ ତୁମ୍ଭର ଶତ୍ରୁଗଣକୁ ବଧ କଲୁ। ବର୍ତ୍ତମାନ ଆମ୍ଭେ ତୁମ୍ଭକୁ ପୃଥିବୀର ସବୁଠାରୁ ବିଖ୍ୟାତ ଲୋକଙ୍କ ମଧ୍ୟରେ ଜଣେ କରିବା। 9 ଆମ୍ଭେ ଆମ୍ଭର ଲୋକ ଇସ୍ରାଏଲକୁ ଏହି ସ୍ଥାନ ଦେଇଅଛୁ। ସେମାନେ ବୃକ୍ଷ ରୋପଣ କରିବେ ଓ ସେହି ବୃକ୍ଷସବୁର ତଳେ ଶାନ୍ତିରେ ବସିବେ। ସେମାନେ ଆଉ କୌଣସି ବିଷୟରେ ଚିନ୍ତିତ ହେବେ ନାହିଁ। ପୂର୍ବ ପରି ମନ୍ଦ ଲୋକେ ଆଉ ସେମାନଙ୍କୁ ଆଘାତ କରିବେ ନାହିଁ। 10 ସେହି ଅମଙ୍ଗଳର ଘଟଣାସବୁ ଘଟିଲା, କିନ୍ତୁ ଆମ୍ଭର ଲୋକ ଇସ୍ରାଏଲର ଯତ୍ନ ନେବା ନିମନ୍ତେ ଆମ୍ଭେ ନେତାମାନଙ୍କୁ ମନୋନୀତ କଲୁ। ଏବଂ ଆମ୍ଭେ ତୁମ୍ଭର ସମସ୍ତ ଶତ୍ରୁଗଣକୁ ମଧ୍ୟ ପରାଜିତ କରିବା।
“‘ଆମ୍ଭେ ତୁମ୍ଭକୁ କହୁଅଛୁ, ସଦାପ୍ରଭୁ ତୁମ୍ଭ ନିମନ୍ତେ ଏକ ଗୃହ ନିର୍ମାଣ କରିବେ। 11 ତୁମ୍ଭେ ଯେତେବେଳେ ମୃତ୍ୟୁଭୋଗ କରିବ ଓ ତୁମ୍ଭର ପୂର୍ବପୁରୁଷମାନଙ୍କ ପାଖକୁ ଯିବ, ସେତେବେଳେ ଆମ୍ଭେ ତୁମ୍ଭର ପୁତ୍ରକୁ ନୂତନ ରାଜା କରିବା। ତୁମ୍ଭର ପୁତ୍ରଗଣଙ୍କ ମଧ୍ୟରୁ ଜଣେ ନୂତନ ରାଜା ହେବ, ଏବଂ ଆମ୍ଭେ ତା'ର ରାଜ୍ୟକୁ ଶକ୍ତିଶାଳୀ କରିବା। 12 ତୁମ୍ଭର ପୁତ୍ର ଆମ୍ଭ ନିମନ୍ତେ ଏକ ଗୃହ ନିର୍ମାଣ କରିବ। ଆମ୍ଭେ ତୁମ୍ଭ ପୁତ୍ରର ବଂଶକୁ ଚିରକାଳ ନିମନ୍ତେ ରାଜ୍ୟଭାର ଦେବା। 13 ଆମ୍ଭେ ତାହାର ପିତା ହେବା ଓ ସେ ଆମ୍ଭର ପୁତ୍ର ହେବ। ଶାଉଲ ତୁମ୍ଭ ପୂର୍ବରୁ ରାଜା ଥିଲେ ଓ ଆମ୍ଭେ ଶାଉଲଠାରୁ ଆମ୍ଭର ସମର୍ଥନ ପ୍ରତ୍ୟାହାର କରିନେଲୁ। କିନ୍ତୁ ଆମ୍ଭେ କଦାପି ତୁମ୍ଭ ପ୍ରତି ଆମ୍ଭର ପ୍ରେମକୁ ପରିତ୍ୟାଗ କରିବା ନାହିଁ। 14 ଆମ୍ଭେ ତାକୁ ଆମ୍ଭର ଗୃହର ଓ ଆମ୍ଭର ରାଜ୍ୟର ଦାୟିତ୍ୱ ଦେବା ଓ ତା'ର ସିଂହାସନ ଚିରକାଳ ତିଷ୍ଠି ରହିବ।’”
15 ପରମେଶ୍ୱର ଯେଉଁ ସମସ୍ତ ବିଷୟ ଓ ଦର୍ଶନ କରାଇଥିଲେ, ନାଥନ ସେହିସବୁ ଦାଉଦଙ୍କୁ ଜଣାଇଲେ।
ଦାଉଦଙ୍କ ପ୍ରାର୍ଥନା
16 ଏହା ପରେ ରାଜା ଦାଉଦ ପବିତ୍ର ତମ୍ବୁକୁ ଗଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ବସିଲେ। ଦାଉଦ କହିଲେ,
“ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ମୋ’ ନିମନ୍ତେ ଓ ମୋର ପରିବାର ନିମନ୍ତେ ଅନେକ ମହାନ କାର୍ଯ୍ୟମାନ କରିଅଛ। ଆଉ ମୁଁ ଜାଣେନା କାହିଁକି। 17 ସର୍ବୋପରି, ଭବିଷ୍ୟତରେ ମୋ’ ପରିବାର ପ୍ରତି କ’ଣ ଘଟିବ, ତାହା ମଧ୍ୟ ତୁମ୍ଭେ ମୋତେ ଜାଣିବାକୁ ଦେଲ। ସତେ ଯେପରି ମୁଁ ଜଣେ ଅତି ମହାନ ବ୍ୟକ୍ତି ଅଟେ, ତୁମ୍ଭେ ମୋ’ ପ୍ରତି ସେ ପ୍ରକାର ବ୍ୟବହାର କଲ। 18 ମୁଁ ଆଉ ଅଧିକ କ’ଣ ବା କହିବି? ତୁମ୍ଭେ ମୋ’ ନିମନ୍ତେ ବହୁତ ମହାନ କାର୍ଯ୍ୟମାନ କରିଅଛ। ଏବଂ ତୁମ୍ଭେ ଜାଣ ଯେ, ମୁଁ କେବଳ ତୁମ୍ଭର ଜଣେ ଦାସ ମାତ୍ର ଅଟେ। 19 ହେ ସଦାପ୍ରଭୁ, ତୁମ୍ଭେ ମୋ’ ନିମନ୍ତେ ଏହି ଆଶ୍ଚର୍ଯ୍ୟଜନକ କାର୍ଯ୍ୟଟି କରିଅଛ। ଆଉ, ତୁମ୍ଭେ ନିଜ ଇଚ୍ଛାରେ ତାହା କରିଅଛ। 20 ହେ ସଦାପ୍ରଭୁ, ତୁମ୍ଭ ତୁଲ୍ୟ ଆଉ କେହି ନାହାନ୍ତି। ଆଉ କୌଣସି ପରମେଶ୍ୱର ନାହାନ୍ତି। ଆଉ କୌଣସି ଦେବାଦେବୀ ଏପରି ମହତ୍ କର୍ମମାନ କରିବା ଆମ୍ଭେମାନେ କେବେ ଶୁଣି ନାହୁଁ। 21 ଇସ୍ରାଏଲ ପରି ଆଉ କୌଣସି ଦେଶ ଅଛି କି? ନା! ଇସ୍ରାଏଲ ହିଁ ପୃଥିବୀର ଏକମାତ୍ର ଦେଶ ଅଟେ। ଯାହା ନିମନ୍ତେ ତୁମ୍ଭେ ଏପ୍ରକାର ଆଶ୍ଚର୍ଯ୍ୟ କର୍ମମାନ କରିଅଛ। ତୁମ୍ଭେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲ ଓ ତୁମ୍ଭେ ଆମ୍ଭମାନଙ୍କୁ ମୁକ୍ତ କଲ। ତୁମ୍ଭେ ଆପଣାକୁ ମହାନ କରିଅଛ। ତୁମ୍ଭେ ତୁମ୍ଭର ଲୋକମାନଙ୍କ ଅଗ୍ରତରେ ଗମନ କଲ ଓ ଆମ୍ଭମାନଙ୍କ ନିମନ୍ତେ ଅନ୍ୟ ଦେଶୀୟମାନଙ୍କୁ ସେମାନଙ୍କ ଦେଶରୁ ତଡ଼ି ଦେଲ। 22 ତୁମ୍ଭେ ଚିରକାଳ ନିମନ୍ତେ ଇସ୍ରାଏଲକୁ ଆପଣାର ଲୋକ କରିନେଲ। ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କର ପରମେଶ୍ୱର ହେଲ।
23 “ହେ ସଦାପ୍ରଭୁ, ତୁମ୍ଭେ ମୋ’ ନିକଟରେ ଓ ମୋର ପରିବାର ନିକଟରେ ଏହି ପ୍ରତିଜ୍ଞା କରିଅଛ, ବର୍ତ୍ତମାନ ଚିରକାଳ ନିମନ୍ତେ ତୁମ୍ଭର ସେହି ପ୍ରତିଜ୍ଞାକୁ ତୁମ୍ଭେ ରକ୍ଷା କରିବ। ପ୍ରଭୁ, ତୁମ୍ଭେ ଯାହା କରିବାକୁ କହିଅଛ, ତାହା କର। 24 ଲୋକମାନେ ଯେପରି ଚିରକାଳ ତୁମ୍ଭ ନାମକୁ ଭକ୍ତି କରିବେ, ଏଥିନିମନ୍ତେ ତୁମ୍ଭର ପ୍ରତିଜ୍ଞା ରକ୍ଷା କର। ତେବେ ଲୋକମାନେ ଏହା କହିବେ, ‘ସର୍ବଶକ୍ତିମାନ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅଟନ୍ତି।’ ମୁଁ ତୁମ୍ଭର ଦାସ ଅଟେ, ଦୟାକରି ମୋର ପରିବାରକୁ ସଦାସର୍ବଦା ତୁମ୍ଭର ସେବା କରିବା ନିମନ୍ତେ ବଳିଷ୍ଠ କର।
25 “ହେ ମୋର ସଦାପ୍ରଭୁ, ମୁଁ ତୁମ୍ଭର ଦାସ, ମୋତେ ତୁମ୍ଭେ ପରିଷ୍କାର ଭାବରେ କହିଲ। ତୁମ୍ଭେ କହିଲ ଯେ, ତୁମ୍ଭେ ମୋ’ ପାଇଁ ଏକ ଗୃହ ନିର୍ମାଣ କରିବ, ଏଥିପାଇଁ ତୁମ୍ଭ ଆଗରେ ପ୍ରାର୍ଥନା କରିବା ପାଇଁ ମୁଁ ସାହସ ପାଇଛି। 26 ହେ ସଦାପ୍ରଭୁ, ତୁମ୍ଭେ ପରମେଶ୍ୱର ଅଟ। ଆଉ ହେ ପରମେଶ୍ୱର, ତୁମ୍ଭେ ମୋ’ ନିମନ୍ତେ ଏହି ସମସ୍ତ ଉତ୍ତମ କର୍ମ କରିବ ବୋଲି ପ୍ରତିଜ୍ଞା କରିଅଛି। 27 ହେ ସଦାପ୍ରଭୁ, ତୁମ୍ଭେ ସ୍ୱୟଂ ମୋର ପରିବାରକୁ ଆଶୀର୍ବାଦ କରିଅଛ, ତେଣୁ ମୋର ପରିବାର ପ୍ରକୃତରେ ଚିରକାଳ ନିମନ୍ତେ ଆଶୀର୍ବାଦ ପ୍ରାପ୍ତ ହେବ।”
2010 by World Bible Translation Center