Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ 5:11-6:23

11 ସୋରର ରାଜା ହୀରମ୍ ଦାଉଦଙ୍କ ନିକଟକୁ ଦୂତଗଣ ପଠାଇଲେ। ହୀରମ୍ ମଧ୍ୟ ଏରସ କାଠ, ବଢ଼ାଇ ଓ ରାଜମିସ୍ତ୍ରୀମାନଙ୍କୁ ପଠାଇଲେ। ସେମାନେ ଦାଉଦଙ୍କ ପାଇଁ ଏକ ଘର ତିଆରି କଲେ। 12 ସଦାପ୍ରଭୁ ଦାଉଦଙ୍କୁ ଇସ୍ରାଏଲର ରାଜା କଲେ ଓ ତାଙ୍କର ଇସ୍ରାଏଲର ଲୋକମାନଙ୍କ ପାଇଁ ରାଜ୍ୟକୁ ଅତ୍ୟଧିକ କ୍ଷମତା ଦେଲେ। ଏହା ଦାଉଦ ବୁଝି ପାରିଲେ।

13 ଦାଉଦ ହିବ୍ରୋଣରୁ ଯିରୁଶାଲମକୁ ଗଲେ। ସେଠାରେ ସେ ଅନେକ ସ୍ତ୍ରୀମାନଙ୍କୁ ଓ ଅନେକ ଉପପତ୍ନୀମାନଙ୍କୁ ବିବାହ କଲେ ଏବଂ ସେଠାରେ ତାଙ୍କଠାରୁ ଅନେକ ପିଲା ଜନ୍ମ ହେଲେ। 14 ଏହିସବୁ ପୁତ୍ର ଯେଉଁମାନେ ଯିରୁଶାଲମରେ ଦାଉଦଙ୍କ ଔରସରୁ ଜନ୍ମ ହେଲେ। ସେମାନେ ହେଲେ, ଶମ୍ମୂୟ, ଶୋବବ୍, ନାଥନ୍ ଓ ଶଲୋମନ୍। 15 ୟିଭର, ଇଲୀଶୂୟ, ନେଫଗ୍ ଓ ଯାଫିୟ, 16 ଇଲୀଶାମା, ଇଲୀୟାଦା ଓ ଇଲୀଫେଲଟ ନାମରେ ଜଣା।

ଦାଉଦ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ

17 ପଲେଷ୍ଟୀୟମାନେ ଜାଣିବାକୁ ପାଇଲେ ଯେ, ସମଗ୍ର ଇସ୍ରାଏଲୀୟମାନଙ୍କ ରାଜା ଭାବରେ ଦାଉଦଙ୍କୁ ବଚ୍ଛା ଯାଇଛି। ତେଣୁ ଦାଉଦଙ୍କୁ ମାରିବା ପାଇଁ ସମସ୍ତ ପଲେଷ୍ଟୀୟ ଦାଉଦଙ୍କୁ ଖୋଜିଲେ। ତେଣୁ ଦାଉଦ ଏହା ଜାଣି ପାରି ଯିରୁଶାଲମରେ ଥିବା ଗଡ଼ ଭିତରେ ଯାଇ ଲୁଚିଲେ। 18 ପଲେଷ୍ଟୀୟମାନେ ଫେରି ରଫାୟିମ୍ ଉପତ୍ୟକାରେ ସେନାଛାଉଣି ପକାଇଲେ।

19 ଦାଉଦ ସଦାପ୍ରଭୁଙ୍କ ସମ୍ମୁଖରେ ପଗ୍ଭରିଲେ, “ମୋର ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରିବା ଉଚିତ୍ କି? ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବା ପାଇଁ ଆପଣ ମୋତେ ସାହାଯ୍ୟ କରିବେ କି?”

ସଦାପ୍ରଭୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ନିଶ୍ଚିତ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବାରେ ସାହାଯ୍ୟ କରିବି।”

20 ତା'ପରେ ଦାଉଦ ବାଲ୍-ପରାସୀମକୁ ଗଲେ, ଏବଂ ସେଠାରେ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ। ଦାଉଦ କହିଲେ, “ସଦାପ୍ରଭୁ ମୋର ଶତ୍ରୁମାନଙ୍କୁ ଛିନ୍ନ ବିଛିନ୍ନ କଲେ, ଯେପରି ନଦୀ ଭଙ୍ଗାବନ୍ଧକୁ ଭାଙ୍ଗି ବହି ନେଇଯାଏ।” ଯେଉଁଥିପାଇଁ ଦାଉଦ ଉକ୍ତ ସ୍ଥାନର ନାମ “ବାଲ୍-ପରାସୀମ[a] ରଖିଥିଲେ। 21 ସେହି ସ୍ଥାନରେ ପଲେଷ୍ଟୀୟମାନେ ସେମାନଙ୍କର ମୂର୍ତ୍ତିଗୁଡ଼ିକୁ ଛାଡ଼ି ଗ୍ଭଲିଗଲେ। ଦାଉଦ ଓ ତାଙ୍କର ପୁରୁଷମାନେ ସେହିସବୁ ମୂର୍ତ୍ତିଗୁଡ଼ିକୁ ଦୂରେଇ ଦେଲେ।

22 ଆଉଥରେ ପଲେଷ୍ଟୀୟମାନେ ରଫାୟିମ ଉପତ୍ୟକାରେ ଛାଉଣି ପକାଇଲେ।

23 ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ ଏବଂ ତା'ପରେ ସଦାପ୍ରଭୁ ତାଙ୍କୁ କହିଲେ, “ସେଠାରେ ଆଗକୁ ଯାଅ ନାହିଁ। ତୁମ୍ଭେମାନେ ସେମାନଙ୍କ ପଛରେ ଯାଅ ଏବଂ ତୂ‌ତ୍‌ବୃକ୍ଷ ଆର ପାର୍ଶ୍ୱରେ ସେମାନଙ୍କୁ ପଛପଟୁ ଆକ୍ରମଣ କର। 24 ତୁମ୍ଭେମାନେ ସେହି ତୂ‌ତ୍‌ବୃକ୍ଷ ତୋଟା ଉପରେ ସୈନ୍ୟମାନଙ୍କର ପଦାଗ୍ଭରଣର ଶବ୍ଦ ପରି ଶବ୍ଦ ଶୁଣି ପାରିବ। ତେବେ ତୁମ୍ଭେମାନେ ସେମାନଙ୍କୁ ଶୀଘ୍ର ଆକ୍ରମଣ କରିବ, କାରଣ ସେହି ସମୟରେ ସଦାପ୍ରଭୁ ତୁମ୍ଭମାନଙ୍କ ଆଗରେ ଯିବେ ଏବଂ ତୁମ୍ଭମାନଙ୍କ ସକାଶେ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବେ।”

25 ସଦାପ୍ରଭୁ ଯେପରି ଆଜ୍ଞା ଦେଲେ, ଦାଉଦ ସେହିପରି କଲେ ଓ ଗେବାଠାରୁ ଗେଷର୍ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ।

ପରମେଶ୍ୱରଙ୍କର ପବିତ୍ର ସିନ୍ଦୁକ ଯିରୁଶାଲମକୁ ନିଆଗଲା

ଦାଉଦ ଆଉ ଥରେ ବଛା ବଛା 30,000 ସୈନ୍ୟମାନଙ୍କୁ ଇସ୍ରାଏଲରେ ଏକତ୍ରିତ କଲେ। ଦାଉଦ ଏବଂ ତାଙ୍କର ଲୋକମାନେ ଯିହୁଦାର ବାଲିକୁ ଗଲେ। ସେମାନେ ବାଲିର ଯିହୁଦାଠାରୁ ପ୍ରଭୁଙ୍କର ପବିତ୍ର ସିନ୍ଦୁକ ଯିରୁଶାଲମକୁ ଆଣିବାକୁ ଗଲେ। ସେହି ପବିତ୍ର ସିନ୍ଦୁକ ସଦାପ୍ରଭୁଙ୍କର ସିଂହାସନ ତୁଲ୍ୟ ଥିଲା। ସେହି ପବିତ୍ର ସିନ୍ଦୁକ ଉପରେ କିରୁବଦୂତମାନଙ୍କର ପ୍ରତିମୂର୍ତ୍ତିମାନ ଥିଲା ଏବଂ ସଦାପ୍ରଭୁ ସେମାନଙ୍କ ଉପରେ ବସୁଥିଲେ। ଦାଉଦର ଲୋକମାନେ ସେହି ପବିତ୍ର ସିନ୍ଦୁକକୁ ଅବୀନାଦବର ଗୃହରୁ ବାହାରକୁ ଆଣିଲେ। ସେଇ ଗୃହଟି ପର୍ବତ ଉପରେ ଅବସ୍ଥିତ ଥିଲା। ସେମାନେ ଏହି ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଏକ ନୂଆ ଶଗଡ଼ରେ ଲଦିଲେ ଏବଂ ଅବୀନାଦବର ପୁତ୍ର ଉଷ ଅହୀୟୋ ସେହି ନୂଆ ଶଗଡ଼କୁ ଚଲେଇଲେ।

ସେମାନେ ପର୍ବତସ୍ଥ ଶିର୍ଷଦେଶରେ ଅବୀନାଦବର ଗୃହରୁ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଆଣିଲେ ଓ ଉଷ ପବିତ୍ର ସିନ୍ଦୁକ ପାର୍ଶ୍ୱରେ ଗ୍ଭଲିଲା ଏବଂ ଅହୀୟୋ ପବିତ୍ର ସିନ୍ଦୁକ ଆଗେ ଆଗେ ଗ୍ଭଲିଲା। ଦାଉଦ ଓ ଇସ୍ରାଏଲର ସମସ୍ତ ଲୋକମାନେ ସଦାପ୍ରଭୁଙ୍କ ଆଗରେ ଦେବଦାରୁ କାଠରେ ତିଆରି ନାନା ପ୍ରକାର ବାଦ୍ୟଯନ୍ତ୍ର ବୀଣା ଓ ନେବଲ ଓ ଦାରା, ମନ୍ଦିରା ଓ କରତାଳି ବଜାଇ ନାଚୁ ଥିଲେ। ସେମାନେ ନାଖୋନ ନାମକ ଶସ୍ୟ ମର୍ଦ୍ଦନ ସ୍ଥାନରେ ପହଞ୍ଚିଲେ। ବଳଦମାନେ ଅମଣା ହେବାରୁ ଉଷ ହସ୍ତ ବଢ଼ାଇ ପ୍ରଭୁଙ୍କର ପବିତ୍ର ସିନ୍ଦୁକକୁ ଧରି ନେଲେ। ଉଷ ସଦାପ୍ରଭୁଙ୍କୁ ଯଥା ସମ୍ମାନ ପ୍ରଦର୍ଶନ ନ କରିବାରୁ ସଦାପ୍ରଭୁ ତାଙ୍କ ଉପରେ ରାଗିଲେ ଓ ତାଙ୍କୁ ଆଘାତ କଲେ[b]। ଉଷ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ପାଖରେ ମୃତ୍ୟୁବରଣ କଲେ। ସଦାପ୍ରଭୁ ଉଷକୁ ମାରି ଦେଇଥିବାରୁ ଦାଉଦ ବ୍ୟତିବ୍ୟସ୍ତ ହେଲେ ଓ ସେହି ସ୍ଥାନର ନାମ “ପେରସ୍ଉଷ” ରଖିଲେ। ଆଜି ପର୍ଯ୍ୟନ୍ତ ସେହି ସ୍ଥାନର ନାମ ପେରସ୍ଉଷ ରହିଅଛି।

ସେହି ଦିନ ଦାଉଦ ସଦାପ୍ରଭୁଙ୍କୁ ଭୟ କଲେ। ଦାଉଦ ଭାବିଲେ, “ମୁଁ କିପରି ପ୍ରଭୁଙ୍କର ପବିତ୍ର ସିନ୍ଦୁକକୁ ମୋ’ ପାଖକୁ ଆଣିବି।” 10 ତେଣୁ ଦାଉଦ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକକୁ ଦାଉଦ ନଗରକୁ ଆଣିଲେ ନାହିଁ। ଦାଉଦ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକକୁ ନେଇ ଗାଥ୍‌ର ଓବେଦଇଦୋମର ଗୃହରେ ରଖିଲେ। 11 ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ସେଠାରେ ତିନି ମାସ ରହିଲା। ସଦାପ୍ରଭୁ ଓବେଦଇଦୋମ ଓ ତାଙ୍କର ପରିବାରକୁ ଆଶୀର୍ବାଦ କଲେ।

12 ତା'ପରେ ଲୋକମାନେ ଦାଉଦକୁ କହିଲେ, “ଓବେଦଇଦୋମ, ତା'ର ପରିବାର ଓ ତା'ର ନିଜର ସବୁକିଛି ସଦାପ୍ରଭୁଙ୍କ ଆଶୀର୍ବାଦ ପାଇଛନ୍ତି କାରଣ ସେଠାରେ ପରମେଶ୍ୱରଙ୍କର ପବିତ୍ର ସିନ୍ଦୁକ ଅଛି।” ତେଣୁ ଦାଉଦ ଓବେଦଇଦୋମଙ୍କ ଘରୁ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକକୁ ଦାଉଦ ନଗରକୁ ଆଣିବାକୁ ଗଲେ। ସେ ଆନନ୍ଦିତ ଓ ଉଲ୍ଲସିତ ହୋଇ ଏହା କଲେ। 13 ଯେଉଁ ଲୋକମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ବହିଥିଲେ ସେମାନେ ଛଅ ପାହୁଣ୍ଡ ଆସିଲା ପରେ ସେଠାରେ ଅଟକିଲେ ଓ ଦାଉଦ ସେଠାରେ ଏକ ଗୋରୁ ବଳି ଦେଲେ ଓ ଏକ ମୋଟା ବାଛୁରି ମଧ୍ୟ ବଳି ଦେଲେ। 14 ଦାଉଦ ଏକ ଶୁକ୍ଳ ଏଫୋଦ ପିନ୍ଧିଥିଲେ। ସଦାପ୍ରଭୁଙ୍କ ସମ୍ମୁଖରେ ତାଙ୍କର ସମସ୍ତ ସାମର୍ଥ୍ୟ ସହ ନାଚୁଥିଲେ।

15 ଏହିପରି ଭାବରେ ଦାଉଦ ଓ ଇସ୍ରାଏଲୀୟମାନେ ଆନନ୍ଦ ଉଲ୍ଲାସରେ ଜୟଧ୍ୱନି କରି ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ନଗର ମଧ୍ୟକୁ ନେଇ ଆସିଲେ। 16 ଶାଉଲଙ୍କ ଝିଅ ମୀଖଲ ଝରକାରେ ଗ୍ଭହିଁ ଥିଲେ। ଯେତେବେଳେ ସେ ଦେଖିଲେ, ପବିତ୍ର ସିନ୍ଦୁକ ଦାଉଦ ନଗରକୁ ଆସିଲା, ଏବଂ ସେ ଯେତେବେଳେ ଦେଖିଲେ ଦାଉଦ ନିଜେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ସମ୍ମୁଖରେ ନାଚୁଛନ୍ତି, ସେ ବ୍ୟତିବ୍ୟସ୍ତ ହେଲେ। ସେ ହୃଦୟରେ ତାଙ୍କୁ ତୁଚ୍ଛ ବୋଲି ଭାବିବାକୁ ଲାଗିଲେ।

17 ଦାଉଦ ପବିତ୍ର ସିନ୍ଦୁକ ରଖିବା ପାଇଁ ଏକ ତମ୍ବୁ ତିଆରି କଲେ ଓ ସଦାପ୍ରଭୁଙ୍କର ପବିତ୍ର ସିନ୍ଦୁକକୁ ନେଇ ସେହି ତମ୍ବୁ ମଧ୍ୟରେ ରଖିଲେ। ତା'ପରେ ଦାଉଦ ସଦାପ୍ରଭୁଙ୍କ ସମ୍ମୁଖରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।

18 ଦାଉଦ ହୋମବଳି ଏବଂ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ସାରିଲା ପରେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନାମରେ ଲୋକମାନଙ୍କୁ ଆଶୀର୍ବାଦ କଲେ। 19 ଦାଉଦ ମଧ୍ୟ ଇସ୍ରାଏଲର ସମସ୍ତ ସ୍ତ୍ରୀ ଓ ପୁରୁଷ ଲୋକମାନଙ୍କୁ ଏକ ଏକ ଖଣ୍ତ ରୋଟୀ, ଏକ ଏକ ଅଂଶ ମାଂସ ଓ ଏକ ଏକ ଶୁଷ୍କ ଦ୍ରାକ୍ଷା ଦେଲେ ଓ ତା'ପରେ ଲୋକମାନେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କଲେ।

ମୀଖଲ ରାଜା ଦାଉଦଙ୍କୁ ଗାଳି ଦେଲେ

20 ଦାଉଦ ଆଶୀର୍ବାଦ ଦେବାକୁ ନିଜର ଘରକୁ ଗଲେ, କିନ୍ତୁ ଶାଉଲଙ୍କ କନ୍ୟା ମୀଖଲ ବାହାରକୁ ଆସି ତାଙ୍କୁ ସାକ୍ଷାତ କଲେ ଓ କହିଲେ, “ଆଜି ଇସ୍ରାଏଲର ରାଜା ନିଜକୁ ନିଜେ ସମ୍ମାନ କଲେ ନାହିଁ। ତୁମ୍ଭେ ତୁମ୍ଭର ଦାସୀମାନଙ୍କ ସମ୍ମୁଖରେ ଲୁଗା କାଢ଼ି ପକାଇଲ। ତୁମ୍ଭେ ଜଣେ ନିର୍ବୋଧପରି କାର୍ଯ୍ୟ କଲ, ଯିଏ ନିଜର ବସ୍ତ୍ର ବିନା ଲଜ୍ଜାରେ କାଢ଼ି ପକାଏ।”

21 ତା'ପରେ ଦାଉଦ ମୀଖଲକୁ କହିଲେ, “ତାହାତ ସଦାପ୍ରଭୁଙ୍କ ସମ୍ମୁଖରେ ହେଲା। ସେତ ତୁମ୍ଭ ପିତା ଓ ତାଙ୍କର ସମସ୍ତ ବଂଶ ଅପେକ୍ଷା ସଦାପ୍ରଭୁଙ୍କ ଲୋକ ଇସ୍ରାଏଲ ଉପରେ ଅଗ୍ରଣୀ ରୂପେ ନିଯୁକ୍ତି କରିବାକୁ ମୋତେ ମନୋନୀତ କରିଛନ୍ତି। ଏହି ହେତୁ ମୁଁ ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦ କରିବି। 22 ମୁଁ ଏପରିକି ଏହାଠାରୁ ଆହୁରି ମର୍ଯ୍ୟାଦାହୀନ ଓ ନିଜକୁ ଅପମାନିତ କରିବି। ତା'ପରେ ତୁମ୍ଭେ ଯେଉଁ ଦାସୀମାନଙ୍କ ବିଷୟରେ କହିଲ, ମୋତେ ସମ୍ମାନ କରିବେ ଓ ମୋ’ ପାଇଁ ଗର୍ବ ଅନୁଭବ କରିବେ।”

23 ଏହି ଯୋଗୁଁ ଶାଉଲଙ୍କର କନ୍ୟା ମୀଖଲଙ୍କର କୌଣସି ସନ୍ତାନ ନ ଥିଲା। ସେ ମୃତ୍ୟୁ ପର୍ଯ୍ୟନ୍ତ ନିସନ୍ତାନ ଥିଲେ।

ବଂଶାବଳୀର ପ୍ରଥମ ପୁସ୍ତକ 13-16

ନିୟମସିନ୍ଦୁକ ଫେରାଇ ଅଣାଗଲା

13 ଦାଉଦ ତାଙ୍କ ସୈନ୍ୟଦଳର ସମସ୍ତ ସେନାଧ୍ୟକ୍ଷମାନଙ୍କ ସହିତ କଥାବାର୍ତ୍ତା ହେଲେ। ଏହା ପରେ ଦାଉଦ ଇସ୍ରାଏଲର ସମସ୍ତ ଲୋକଙ୍କୁ ଏକତ୍ର କରି ଆପଣା ନିକଟକୁ ଡାକିଲେ। ସେ ସେମାନଙ୍କୁ କହିଲେ, “ଯଦି ତୁମ୍ଭେମାନେ ଭାବୁଛ ଯେ ଏହା ଏକ ଉତ୍ତମ ବିଷୟ ଓ ସଦାପ୍ରଭୁ ଯଦି ତାହା ହିଁ ଇଚ୍ଛା କରନ୍ତି, ତେବେ ଆସ, ଇସ୍ରାଏଲର ସମସ୍ତ ଅଞ୍ଚଳରେ ଥିବା ଆମ୍ଭମାନଙ୍କର ଭ୍ରାତାମାନଙ୍କ ନିକଟକୁ ଗୋଟିଏ ବାର୍ତ୍ତା ପ୍ରେରଣ କରିବା। ଆମ୍ଭମାନଙ୍କ ଭ୍ରାତାମାନଙ୍କ ସହିତ ସେମାନଙ୍କ ସହରରେ ଓ ସହର ନିକଟସ୍ଥ କ୍ଷେତ୍ରମାନଙ୍କରେ ବାସ କରୁଥିବା ଯାଜକ ଓ ଲେବୀୟମାନଙ୍କ ନିକଟକୁ ମଧ୍ୟ ବାର୍ତ୍ତା ପଠାଇବା। ଏହି ବାର୍ତ୍ତା ସେମାନଙ୍କୁ ଜଣାଉ ଯେ, ସେମାନେ ଆସି ଆମ୍ଭମାନଙ୍କ ସହିତ ଯୋଗ ଦିଅନ୍ତୁ। ଆମ୍ଭେମାନେ ଯିରୁଶାଲମରେ ଆମ୍ଭମାନଙ୍କ ନିକଟକୁ ନିୟମ-ସିନ୍ଦୁକକୁ ଫେରାଇ ଆଣିବା। ଶାଉଲ ରାଜା ଥିବା ସମୟରେ ଆମ୍ଭେମାନେ ନିୟମସିନ୍ଦୁକ ପ୍ରତି ଯତ୍ନଶୀଳ ହୋଇ ନାହୁଁ।” ଇସ୍ରାଏଲର ସମସ୍ତ ଲୋକ ଦାଉଦଙ୍କ ସହିତ ଏକମତ ହେଲେ। ସେମାନଙ୍କର ହୃ‌ଦ୍‌ବୋଧ ହେଲା ଯେ, ଏହା ହିଁ ଯଥାର୍ଥ କର୍ମ ଅଟେ।

ତେଣୁ ଦାଉଦ ମିଶରର ଶିୟୋରନଦୀଠାରୁ ହମାତର ସହର ପର୍ଯ୍ୟନ୍ତ ଇସ୍ରାଏଲର ଲୋକମାନଙ୍କୁ ଏକତ୍ର କଲେ। ସେମାନେ କିରିୟତ୍-ଯିୟାରୀମ ସହରରୁ ନିୟମସିନ୍ଦୁକ ଫେରାଇ ଆଣିବା ନିମନ୍ତେ ଏକତ୍ର ହେଲେ। ଦାଉଦ ଓ ତାଙ୍କ ସହିତ ଇସ୍ରାଏଲର ସମସ୍ତ ଲୋକ ଯିହୁଦାର ବାଲାକୁ ଗଲେ। ବାଲା କିରିୟତ୍-ଯିୟାରୀମର ଅନ୍ୟ ଏକ ନାମ ଅଟେ। ସେମାନେ ନିୟମସିନ୍ଦୁକ ଆଣିବା ନିମନ୍ତେ ସେଠାକୁ ଗଲେ। ସେହି ନିୟମସିନ୍ଦୁକ ସଦାପ୍ରଭୁ ପରମେଶ୍ୱରଙ୍କ ସିନ୍ଦୁକ ଅଟେ। ସେ କିରୂବ ଦୂତଗଣ ଉପରେ ବିଦ୍ୟମାନ ଥା’ନ୍ତି। ଏହି ସିନ୍ଦୁକ ହିଁ ସଦାପ୍ରଭୁଙ୍କ ନାମରେ ନାମିତ ଅଟେ।

ଲୋକମାନେ ନିୟମସିନ୍ଦୁକକୁ ଅବୀନାଦବଙ୍କ ଗୃହରୁ କାଢ଼ି ଆଣିଲେ। ସେମାନେ ତାହାକୁ ଏକ ନୂତନ ଶଗଡ଼ ଗାଡ଼ିରେ ରଖିଲେ। ଉଷ ଓ ଅହିୟୋ ସେହି ଶଗଡ଼କୁ ଚଲାଇଲେ।

ଦାଉଦ ଓ ଇସ୍ରାଏଲ ସମସ୍ତ ଲୋକ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ ଉତ୍ସବ କରୁଥିଲେ। ସେମାନେ ପରମେଶ୍ୱରଙ୍କ ପ୍ରଶଂସା କରୁଥିଲେ ଓ ସଂଗୀତମାନ ଗାନ କରୁଥିଲେ। ସେମାନେ ବୀଣା, ସାରଙ୍ଗ, ଢୋଲ, ଗିନି ଓ ତୂରୀ ବାଦ୍ୟସବୁ ବଜାଇଲେ।

ସେମାନେ କୀଦୋନସ୍ଥିତ ଶସ୍ୟ ଝାଡ଼ିବା ସ୍ଥାନକୁ ଆସିଲେ। ଶଗଡ଼ ଗାଡ଼ିକୁ ଟାଣୁଥିବା ବଳଦମାନେ ଝୁଣ୍ଟିପଡ଼ିଲେ। ଏବଂ ନିୟମସିନ୍ଦୁକ ପ୍ରାୟ ପଡ଼ିଯିବା ତୁଲ୍ୟ ହେଲା। ତେଣୁ ଉଷ ସିନ୍ଦୁକଟିକୁ ଧରିବା ନିମନ୍ତେ ନିଜର ହାତ ବଢ଼ାଇଲା। 10 ସଦାପ୍ରଭୁ ଉଷ ପ୍ରତି ଅତ୍ୟନ୍ତ କ୍ରୋଧାନ୍ୱିତ ହେଲେ। ସଦାପ୍ରଭୁ ଉଷକୁ ବଧ କଲେ, କାରଣ ସେ ସିନ୍ଦୁକକୁ ସ୍ପର୍ଶ କଲା। ତେଣୁ ଉଷ ସେହିଠାରେ ପରମେଶ୍ୱରଙ୍କ ସମ୍ମୁଖରେ ମୃତ୍ୟୁ ଭୋଗ କଲା। 11 ପରମେଶ୍ୱର ଉଷଙ୍କ ପ୍ରତି ଆପଣାର କ୍ରୋଧ ପ୍ରକାଶିତ କଲେ। ଏଥିନିମନ୍ତେ ଦାଉଦ ଅସନ୍ତୁଷ୍ଟ ହେଲେ। ସେହି ସମୟଠାରୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନ “ପେରସ-ଉଷ” ନାମରେ ନାମିତ ହୋଇଅଛି।

12 ସେହି ଦିନ ଦାଉଦ ପରମେଶ୍ୱରଙ୍କୁ ଭୟ କଲେ। ଦାଉଦ କହିଲେ, “ମୁଁ ଏଠାକୁ ମୋ’ ନିକଟକୁ ନିୟମସିନ୍ଦୁକକୁ ଆଣିପାରିବି ନାହିଁ।” 13 ତେଣୁ ଦାଉଦ ନିୟମସିନ୍ଦୁକକୁ ତାଙ୍କ ସହିତ ଦାଉଦ ନଗରକୁ ନେଲେ ନାହିଁ। ସେ ନିୟମସିନ୍ଦୁକକୁ ଓବେଦ୍-ଇଦୋମର ଗୃହରେ ଛାଡ଼ିଦେଇ ଗଲେ। ଓବେଦ୍-ଇଦୋମ ଗାଥ୍ ନଗରର ଲୋକ ଥିଲେ। 14 ନିୟମସିନ୍ଦୁକ ଓବେଦ୍-ଇଦୋମଙ୍କର ପରିବାର ସହିତ ତାହାଙ୍କ ଗୃହରେ ତିନି ମାସ ରହିଲା। ସଦାପ୍ରଭୁ ଓବେଦ୍-ଇଦୋମଙ୍କର ପରିବାରକୁ ଓ ଓବେଦ୍-ଇଦୋମଙ୍କର ନିଜସ୍ୱ ସମସ୍ତ ସମ୍ପତ୍ତି ଉପରେ ଆଶୀର୍ବାଦ କଲେ।

ଦାଉଦଙ୍କ ରାଜ୍ୟ ବୃଦ୍ଧି ପାଇଲା

14 ହୀରମ୍ ସୋର ନଗରର ରାଜା ଥିଲେ। ହୀରମ୍ ଦାଉଦଙ୍କ ନିକଟକୁ ବାର୍ତ୍ତାବହକମାନଙ୍କୁ ପ୍ରେରଣ କଲେ। ହୀରମ୍ ଆହୁରି ମଧ୍ୟ ଏରସ ବୃକ୍ଷର ବଡ଼ ବଡ଼ କାଠଗଣ୍ଡି, ପଥର କଟାଳୀ ଓ ବଢ଼େଇମାନଙ୍କୁ ଦାଉଦଙ୍କ ନିକଟକୁ ପଠାଇଲେ। ଦାଉଦଙ୍କ ନିମନ୍ତେ ଏକ ଗୃହ ନିର୍ମାଣ କରିବା ନିମନ୍ତେ ହୀରମ୍ ସେମାନଙ୍କୁ ପଠାଇଲେ। ଦାଉଦ ଜାଣି ପାରିଲେ ଯେ, ସଦାପ୍ରଭୁ ତାଙ୍କୁ ଇସ୍ରାଏଲ ଉପରେ ରାଜା କରାଇଛନ୍ତି। ସଦାପ୍ରଭୁ ତାଙ୍କର ଲୋକମାନଙ୍କ, ଇସ୍ରାଏଲ ପାଇଁ ଦାଉଦଙ୍କ ରାଜ୍ୟକୁ ଏକ ବିଶାଳ ରାଜ୍ୟରେ ପରିଣତ କଲେ।

ଦାଉଦ ଯିରୁଶାଲମରେ ଆହୁରି ସ୍ତ୍ରୀମାନଙ୍କୁ ବିବାହ କଲେ। ତାଙ୍କର ଆହୁରି ପୁତ୍ର ଓ କନ୍ୟାମାନ ଜନ୍ମିଲେ। ଯିରୁଶାଲମରେ ଜନ୍ମ ହୋଇଥିବା ଦାଉଦଙ୍କର ସନ୍ତାନମାନଙ୍କର ନାମ ଏହି: ଶମ୍ମୁୟ, ଶୋବବ, ନାଥନ, ଶଲୋମନ, ଯିଭର, ଇଲୀଶୂୟ, ଇ‌ଲ୍‌ପେଲଟ୍, ନୋଗହ, ନେଫରା, ଯାଫିୟ, ଇଲୀଶମା, ବିଲିୟାଦା ଓ ଇଲୀଫେଲଟ।

ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ

ପଲେଷ୍ଟୀୟ ଲୋକମାନେ ଶୁଣିବାକୁ ପାଇଲେ ଯେ, ଦାଉଦ ଇସ୍ରାଏଲର ରାଜା ହେବା ନିମନ୍ତେ ମନୋନୀତ ହୋଇଅଛନ୍ତି। ତେଣୁ ସମସ୍ତ ପଲେଷ୍ଟୀୟ ଲୋକେ ଦାଉଦଙ୍କୁ ଦେଖିବାକୁ ଗଲେ। ଦାଉଦ ତାହା ଶୁଣିଲେ। ତେଣୁ ସେ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। ପଲେଷ୍ଟୀୟମାନେ ରଫାୟିମ ଉପତ୍ୟକାରେ ବାସ କରୁଥିବା ଲୋକମାନଙ୍କୁ ଆକ୍ରମଣ କରି ସେମାନଙ୍କର ଜିନିଷପତ୍ର ଗ୍ଭେରି କରି ନେଇଗଲେ। 10 ଦାଉଦ ପରମେଶ୍ୱରଙ୍କୁ ପଗ୍ଭରିଲେ, “ମୁଁ ଯାଇ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରିବି କି? ତୁମ୍ଭେ ମୋତେ ସେମାନଙ୍କ ଉପରେ ବିଜୟ ପ୍ରଦାନ କରିବ କି?”

ସଦାପ୍ରଭୁ ଦାଉଦଙ୍କୁ ଉତ୍ତର ଦେଲେ, “ଯାଅ, ଆମ୍ଭେ ତୁମ୍ଭକୁ ପଲେଷ୍ଟୀୟ ଲୋକଙ୍କ ଉପରେ ବିଜୟ ପ୍ରଦାନ କରାଇବା।”

11 ଏହା ପରେ ଦାଉଦ ଓ ତାଙ୍କ ଲୋକମାନେ ବାଲ୍-ପରାସୀମ ସହରକୁ ଗଲେ ଓ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ। ଦାଉଦ କହିଲେ, “ପରମେଶ୍ୱର ମୋ’ ଦ୍ୱାରା ମୋ’ ଶତ୍ରୁମାନଙ୍କୁ ବନ୍ୟା ବ୍ୟାପିବା ତୁଲ୍ୟ ଧ୍ୱଂସ କରିଅଛନ୍ତି।” ତେଣୁ ସେହି ସ୍ଥାନର ନାମ ବାଲ୍-ପରାସୀମ୍ ରଖାଗଲା। 12 ପଲେଷ୍ଟୀୟ ଲୋକମାନେ ବାଲ୍-ପରାସୀ‌‌ମ୍‌‌ଠାରେ ସେମାନଙ୍କର ପ୍ରତିମାମାନଙ୍କୁ ଛାଡ଼ି ପଳାଇଗଲେ। ସେହି ପ୍ରତିମାମାନଙ୍କୁ ଜ୍ୱଳାଇ ଦେବା ନିମନ୍ତେ ଦାଉଦ ତାଙ୍କର ଲୋକମାନଙ୍କୁ ଆଦେଶ ଦେଲେ।

ପଲେଷ୍ଟୀୟ ଲୋକଙ୍କ ଉପରେ ଆଉ ଏକ ବିଜୟ

13 ପଲେଷ୍ଟୀୟମାନେ ରଫାୟୀମ୍ ଉପତ୍ୟକାରେ ରହୁଥିବା ଲୋକମାନଙ୍କ ଉପରେ ଆଉଥରେ ଆକ୍ରମଣ କଲେ। 14 ଦାଉଦ ପରମେଶ୍ୱରଙ୍କ ନିକଟରେ ଆଉଥରେ ପ୍ରାର୍ଥନା କଲେ। ପରମେଶ୍ୱର ଦାଉଦଙ୍କ ପ୍ରାର୍ଥନାର ଉତ୍ତର ଦେଲେ। ପରମେଶ୍ୱର କହିଲେ, “ଦାଉଦ, ତୁମ୍ଭେ ଯେତେବେଳେ ଆକ୍ରମଣ କରିବ, ସେତେବେଳେ ପଲେଷ୍ଟୀୟମାନଙ୍କ ପଛେ ପଛେ ପର୍ବତ ଉପରକୁ ଯିବ ନାହିଁ। ବରଂ ସେମାନଙ୍କ ଚତୁର୍ଦ୍ଦିଗରେ ଯାଇ ତୂ‌ତ୍‌ବୃକ୍ଷ ଆଢ଼ୁଆଳରେ ନିଜକୁ ଲୁଗ୍ଭଅ। 15 ଜଣେ ଜଗୁଆଳୀକୁ ଗଛ ଉପରେ ଚଢ଼ି ଜଗି ରହିବାକୁ କୁହ। ସେ ଯୁଦ୍ଧ ଯାତ୍ରାର ଶବ୍ଦ ଶୁଣିବା ମାତ୍ରକେ ତୁମ୍ଭେ ପଲେଷ୍ଟୀୟମାନଙ୍କ ଉପରେ ଆକ୍ରମଣ କରିବ। ଆମ୍ଭେ ପରମେଶ୍ୱର, ତୁମ୍ଭ ସମ୍ମୁଖରେ ଯିବା ଓ ପଲେଷ୍ଟୀୟ ସୈନ୍ୟଦଳକୁ ପରାସ୍ତ କରିବା।” 16 ପରମେଶ୍ୱର ତାଙ୍କୁ ଯେପରି କରିବାକୁ କହିଲେ, ଦାଉଦ ଠିକ୍ ସେହିପରି କଲେ। ତେଣୁ ଦାଉଦ ଓ ତାଙ୍କର ଲୋକମାନେ ପଲେଷ୍ଟୀୟ ସୈନ୍ୟଦଳଙ୍କୁ ପରାସ୍ତ କଲେ। ସେମାନେ ଗିବିୟୋନ୍ ସହରଠାରୁ ଗେଷର୍ ସହର ପର୍ଯ୍ୟନ୍ତ ପଡ଼ିଥିବା ସାରା ପଥରେ ପଲେଷ୍ଟୀୟମାନଙ୍କୁ ବଧ କଲେ। 17 ତେଣୁ ଦାଉଦ ସବୁଦେଶରେ ବିଖ୍ୟାତ ହୋଇ ଉଠିଲେ। ସଦାପ୍ରଭୁ ସମସ୍ତ ଦେଶଗଣଙ୍କୁ ଦାଉଦଙ୍କ ପ୍ରତି ଭୟଭୀତ କରାଇଲେ।

ଯିରୁଶାଲମରେ ନିୟମସିନ୍ଦୁକ

15 ଦାଉଦ ଆପଣା ନିମନ୍ତେ ଦାଉଦ ନଗରରେ ଗୃହମାନ ନିର୍ମାଣ କଲେ। ଏହା ପରେ ସେ ନିୟମସିନ୍ଦୁକ ରଖିବା ନିମନ୍ତେ ଏକ ସ୍ଥାନ ନିର୍ମାଣ କଲେ। ସେ ସେଥି ନିମନ୍ତେ ଏକ ତମ୍ବୁ ନିର୍ମାଣ କଲେ। ଏହା ପରେ ଦାଉଦ କହିଲେ, “କେବଳ ଲେବୀୟମାନେ ନିୟମସିନ୍ଦୁକକୁ ବହି ନେଇ ପାରିବେ। କାରଣ ସଦାପ୍ରଭୁ ସେମାନଙ୍କୁ ନିୟମସିନ୍ଦୁକ ବହିନେବା ନିମନ୍ତେ ଓ ଚିରକାଳ ତାଙ୍କର ସେବା କରିବା ନିମନ୍ତେ ମନୋନୀତ କରିଅଛନ୍ତି।”

ଲେବୀୟମାନେ ନିୟମସିନ୍ଦୁକକୁ ଦାଉଦଙ୍କ ଦ୍ୱାରା ପ୍ରସ୍ତୁତ ସ୍ଥାନକୁ ବହିନେବା ସମୟରେ ଇସ୍ରାଏଲର ସମସ୍ତ ଲୋକଙ୍କୁ ଯିରୁଶାଲମରେ ଏକତ୍ରିତ ହେବା ନିମନ୍ତେ ଦାଉଦ କହିଲେ। ଦାଉଦ ହାରୋଣ ଓ ଲେବୀୟମାନଙ୍କ ବଂଶଧରମାନଙ୍କୁ ଏକତ୍ର ଡାକିଲେ।

କହାତଙ୍କ ପରିବାରବର୍ଗରୁ 120 ଜଣ ଲୋକ ଆସିଲେ। ଉରିୟେଲ ସେମାନଙ୍କର ନେତା ଥିଲେ।

ମରାରି ପରିବାରବର୍ଗରୁ 220 ଜଣ ଲୋକ ଆସିଲେ। ଅସାୟ ସେମାନଙ୍କର ନେତା ଥିଲେ।

ଗେର୍ଶୋନଙ୍କ ପରିବାରବର୍ଗରୁ 130 ଜଣ ଲୋକ ଆସିଲେ। ଯୋୟେଲ ସେମାନଙ୍କର ନେତା ଥିଲେ।

ଇଲୀଶାଫନଙ୍କ ପରିବାରବର୍ଗରୁ 200 ଜଣ ଲୋକ ଆସିଲେ। ଶମୟିୟ ସେମାନଙ୍କର ନେତା ଥିଲେ।

ହିବ୍ରୋଣଙ୍କ ପରିବାରବର୍ଗରୁ 80 ଜଣ ଲୋକ ଆସିଲେ। ଇଲୀୟେଲ ସେମାନଙ୍କର ନେତା ଥିଲେ।

10 ଉଷୀୟେଲଙ୍କ ପରିବାରବର୍ଗରୁ 112 ଜଣ ଲୋକ ଆସିଲେ। ଅମ୍ମୀନାଦବ ସେମାନଙ୍କର ନେତା ଥିଲେ।

ଦାଉଦ ଯାଜକ ଓ ଲେବୀୟମାନଙ୍କ ସହିତ କଥା ହେଲେ

11 ଏହା ପରେ ଦାଉଦ, ଯାଜକ ସାଦୋକ ଓ ଅବିୟାଥରଙ୍କୁ ଆପଣା ନିକଟକୁ ଡାକିଲେ। ଦାଉଦ ଏହିସବୁ ଯାଜକଗଣ ଓ ଲେବୀୟମାନଙ୍କୁ ମଧ୍ୟ ଡାକିଲେ: ଉରିୟେଲ, ଅସାୟ, ଯୋୟେଲ, ଶମୟିୟ, ଇଲୀୟେଲ ଓ ଅମ୍ମୀନାଦବ। 12 ଦାଉଦ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଲେବୀ ଗୋଷ୍ଠୀର ନେତା ଅଟ। ତୁମ୍ଭେ ଓ ଅନ୍ୟ ଲେବୀୟମାନେ ନିଜକୁ ପବିତ୍ର କରିବା ନିତାନ୍ତ ଆବଶ୍ୟକ। ଏହା ପରେ ମୁଁ ନିୟମସିନ୍ଦୁକ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛି, ତୁମ୍ଭେମାନେ ତାହାକୁ ସେହି ସ୍ଥାନକୁ ଆଣିବ। 13 ନିୟମସିନ୍ଦୁକକୁ କିପରି ବହି ନେବାକୁ ହେବ, ତାହା କ’ଣ ଆମ୍ଭେ ଗତଥର ସଦାପ୍ରଭୁଙ୍କୁ ପଗ୍ଭରି ନ ଥିଲୁ? ତୁମ୍ଭେ କ’ଣ ଲେବୀୟମାନେ ତାହାକୁ ବହନ କରି ନ ଥିଲ, ସେଥିନିମନ୍ତେ ସଦାପ୍ରଭୁ ଆମ୍ଭମାନଙ୍କୁ ଦଣ୍ଡ ଦେଲେ।”

14 ଏହା ପରେ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନିୟମସିନ୍ଦୁକକୁ ବହି ନେଇଯିବା ନିମନ୍ତେ ଯାଜକ ଓ ଲେବୀୟମାନେ ନିଜକୁ ପବିତ୍ର କଲେ। 15 ମୋଶା ଯେଉଁପରି ଆଦେଶ ଦେଇଥିଲେ, ସେହିପରି ଭାବରେ ନିୟମସିନ୍ଦୁକକୁ ବହି ନେଇଯିବା ନିମନ୍ତେ ଲେବୀୟମାନେ ବିଶେଷ କାଷ୍ଠଦଣ୍ଡ ବ୍ୟବହାର କଲେ। ସଦାପ୍ରଭୁ ଯେଉଁପରି କହିଥିଲେ, ଠିକ୍ ସେହିପରି ସେମାନେ ନିୟମସିନ୍ଦୁକକୁ ବହି ନେଲେ।

ଗାୟକ ଦଳ

16 ଦାଉଦ, ଲେବୀୟ ନେତାମାନଙ୍କୁ ସେମାନଙ୍କ ଭ୍ରାତାଗଣ ଗାୟକମାନଙ୍କୁ ଆଣିବା ନିମନ୍ତେ କହିଲେ। ଗାୟକମାନେ ସେମାନଙ୍କର ବୀଣା, ସାରଙ୍ଗ ଓ ଗିନି ଆଣିବେ ଓ ଆନନ୍ଦରେ ଗୀତ ଗାନ କରିବେ।

17 ଏହା ପରେ ଲେବୀୟମାନେ ହେମନ ଏବଂ ତାଙ୍କ ଭ୍ରାତାଗଣ ଆସଫ ଓ ଏଥନଙ୍କୁ ଆଣିଲେ। ହେମନ ଯୋୟେଲଙ୍କ ପୁତ୍ର ଥିଲେ। ଆସଫ ବେରିଖିୟଙ୍କ ପୁତ୍ର ଥିଲେ। ଏଥନ କୁଶାୟାଙ୍କ ପୁତ୍ର ଥିଲେ। ଏହି ଲୋକମାନେ ମରାରି ପରିବାରବର୍ଗର ଥିଲେ। 18 ସେହି ଲେବୀୟମାନଙ୍କର ଆଉ ଏକ ଦ୍ୱିତୀୟ ଦଳ ମଧ୍ୟ ଥିଲେ। ସେମାନେ ଥିଲେ ଯିଖରିୟ, ବେନ, ଯାସୀୟେଲ, ଶମୀରାମୋତ, ଯିହୀୟେଲ, ଉନ୍ନିକି, ଇଲୀୟାବ, ବନାୟ, ମାସେୟ, ମତ୍ତଥିୟ, ଇଲୀଫଲେହୁ, ମି‌କ୍‌ନେୟ, ଓବେଦ-ଇଦୋମ ଓ ଯିୟୂୟେଲ। ଏହିମାନେ ଦ୍ୱାରପାଳ ଥିଲେ।

19 ଗାୟକ ହେମନ୍, ଆସଫ ଓ ଏଥନ ପିତ୍ତଳ ନିର୍ମିତ ଗିନି ବଜାଉଥିଲେ। 20 ଯିଖରିୟ, ଅସୀୟେଲ, ଶମୀରାମୋତ୍, ଯିହିୟେଲ, ଉନ୍ନି, ଇଲୀୟାବ, ମାସେୟ ଓ ବନାୟ ଆଲାମୋତ୍[a] ବୀଣା ବଜାଉଥିଲେ। 21 ମତ୍ତଥିୟ, ଇଲୀଫଲେହୁ, ମ‌କ୍‌ନେୟ, ଓବେଦ୍-ଇଦୋମ୍, ଯିୟୂୟେଲ ଓ ଅସରିୟ ଶିମିନୀତ୍[b] ତମ୍ବୁରା ବଜାଉଥିଲେ। ଚିରକାଳ ନିମନ୍ତେ ସେମାନଙ୍କର ଏହି କାର୍ଯ୍ୟ ଥିଲା। 22 ଲେବୀୟ ନେତା କନନିୟ ଗାୟନ ଦାୟିତ୍ୱରେ ଥିଲେ। କନନିୟ ସଙ୍ଗୀତ ବିଦ୍ୟାରେ ଅତ୍ୟନ୍ତ ପ୍ରବୀଣ ଥିବାରୁ ତାହାଙ୍କୁ ଏହି କାର୍ଯ୍ୟ ଦତ୍ତ ହୋଇଥିଲା।

23 ନିୟମସିନ୍ଦୁକକୁ ଜଗିବା ନିମନ୍ତେ ମନୋନୀତ ହୋଇଥିବା ରକ୍ଷୀମାନଙ୍କ ମଧ୍ୟରେ ଦୁଇଜଣ ଥିଲେ ବେଶଖିୟ ଓ ଇ‌ଲ୍‌କାନା। 24 ଶବନିୟ, ଯୋଶାଫଟ୍, ନଥନେଲ, ଅମାସୟ, ଯିଖରିୟ, ବନାୟ ଓ ଇଲୀୟେଷର, ଏମାନଙ୍କର କାର୍ଯ୍ୟ ଥିଲା, ନିୟମସିନ୍ଦୁକର ସମ୍ମୁଖରେ ତୂରୀ ବଜାଇବା। ଓବେଦ୍-ଇଦୋମ୍ ଓ ଯିହିୟ ନିୟମସିନ୍ଦୁକର ଦ୍ୱାରପାଳ ଥିଲେ।

25 ଦାଉଦ, ଇସ୍ରାଏଲର ପ୍ରାଚୀନବର୍ଗ ଓ ସେନାଧ୍ୟକ୍ଷମାନେ ନିୟମସିନ୍ଦୁକ ଆଣିବା ନିମନ୍ତେ ଗଲେ। ସେମାନେ ତାହାକୁ ଓବେଦ୍-ଇଦୋ‌ମ୍‌ଙ୍କ ଗୃହରୁ ନେଇଆସିଲେ। ସମସ୍ତେ ବହୁତ ଆନନ୍ଦିତ ଥିଲେ। 26 ପରମେଶ୍ୱର ନିୟମସିନ୍ଦୁକ ବହିନେଇ ଯାଉଥିବା ଲେବୀୟମାନଙ୍କୁ ସାହାଯ୍ୟ କଲେ। ସେମାନେ ସାତ ଗୋଟି ବଳଦ ଓ ସାତୋଟି ମେଣ୍ଢାକୁ ଉତ୍ସର୍ଗ କଲେ। 27 ଦାଉଦ ଓ ନିୟମସିନ୍ଦୁକ ବହୁଥିବା ସମସ୍ତ ଲେବୀୟମାନେ ଓ ଗାୟକ କିଣାନୀୟମାନେ ସୂକ୍ଷ୍ମ ନାଇଲନ୍ ବସ୍ତ୍ର ପିନ୍ଧିଥିଲେ। ଦାଉଦ ମଧ୍ୟ ଏକ ନାଇଲନ୍ ଏଫୋଦ ପିନ୍ଧିଥିଲେ।

28 ଏହିପରି, ଇସ୍ରାଏଲର ସମସ୍ତ ଲୋକ ନିୟମସିନ୍ଦୁକକୁ ନେଇଆସିଲେ। ସେମାନେ ଉଚ୍ଚସ୍ୱର କଲେ, ସେମାନେ ମେଣ୍ଢା ଶିଙ୍ଗରୁ ନିର୍ମିତ ବାଦ୍ୟ ଓ ତୂରୀ ବଜାଇଲେ, ଆହୁରି ମଧ୍ୟ ସେମାନେ ଗିନି, ସାରଙ୍ଗ ଓ ବୀଣା ବଜାଇଲେ।

29 ନିୟମସିନ୍ଦୁକ ଯେତେବେଳେ ଦାଉଦଙ୍କ ନଗରରେ ପହଞ୍ଚିଲା, ମୀଖଲ୍ ଏକ ଝରକା ଦେଇ ଅନାଇଲେ। ମୀଖଲ୍ ଶାଉଲଙ୍କ ଝିଅ ଥିଲେ। ସେ ଦେଖିଲେ ଯେ, ରାଜା ଦାଉଦ ନୃତ୍ୟ ଓ ଆନନ୍ଦ କରୁଅଛନ୍ତି। ସେ ହୃଦୟରେ ତାଙ୍କୁ ଘୃଣା କଲେ। ସେ ଭାବିଲେ, ଦାଉଦ ଏକ ମୂର୍ଖ ପରି ଆଚରଣ କରୁଅଛନ୍ତି।

16 ତା'ପରେ ସେମାନେ ନିୟମସିନ୍ଦୁକକୁ ବୋହି ଆଣିଲେ ଓ ତମ୍ବୁ ଭିତରେ ରଖିଲେ, ଯାହାକି ଦାଉଦ ପ୍ରସ୍ତୁତ କରିଥିଲେ। ଏହା ପରେ ସେମାନେ ପରମେଶ୍ୱରଙ୍କ ଆଗରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ଦାଉଦ ହୋମବଳି ଓ ମଙ୍ଗଳାର୍ଥକ ନୈବେଦ୍ୟ ଉତ୍ସର୍ଗ କରି ସାରିବା ପରେ ସଦାପ୍ରଭୁଙ୍କ ନାମରେ ଲୋକମାନଙ୍କୁ ଆଶୀର୍ବାଦ କଲେ। ଏହା ପରେ ସେ ପ୍ରତ୍ୟେକ ଇସ୍ରାଏଲୀୟ ପୁରୁଷ ଓ ସ୍ତ୍ରୀଙ୍କୁ ପାଉଁରୋଟୀର ଏକ ଖଣ୍ଡ, କିଛି ଖଜୁରୀ କୋଳି ଓ କି‌‌‌ସ୍‌ମିସ୍ ଦେଲେ।

ଏହା ପରେ ନିୟମସିନ୍ଦୁକ ସମ୍ମୁଖରେ ସେବାକାର୍ଯ୍ୟ କରିବା ନିମନ୍ତେ ଦାଉଦ କେତେଜଣ ଲେବୀୟଙ୍କୁ ମନୋନୀତ କଲେ। ଇସ୍ରାଏଲର ପରମେଶ୍ୱର, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଓ ଧନ୍ୟବାଦ କରିବା ଏବଂ ଆନନ୍ଦ ଉତ୍ସବ କରିବା ସେହି ଲେବୀୟମାନଙ୍କ କାର୍ଯ୍ୟ ଥିଲା। ଆସଫ ପ୍ରଥମ ଦଳର ନେତା ଥିଲେ। ଆସଫଙ୍କ ଦଳ ଗିନି ବଜାଉଥିଲେ। ଯିଖରିୟ ଦ୍ୱିତୀୟ ଦଳର ନେତା ଥିଲେ। ଅନ୍ୟ ଲେବୀୟମାନେ ଥିଲେ: ଯିୟୟେଲ, ଶମୀରାମୋତ୍, ଯିହୀୟେଲ, ମତ୍ତଥିୟ, ଇଲୀୟାବ, ବନାୟ, ଓବେଦ୍-ଇଦୋମ୍ ଓ ଯିୟୂୟେଲ। ଏହି ବ୍ୟକ୍ତିମାନେ ତମ୍ବୁରା ଓ ବୀଣା ବଜାଉଥିଲେ। ବନାୟ ଓ ଯହସୀୟେଲ, ଏହି ଦୁଇଜଣ ଯାଜକ ସର୍ବଦା ନିୟମସିନ୍ଦୁକ ସମ୍ମୁଖରେ ତୂରୀ ବଜାଉଥିଲେ। ଏହି ସମୟରେ ଦାଉଦ ପ୍ରଥମେ ଆସଫ ଓ ତାଙ୍କର ଭ୍ରାତାମାନଙ୍କୁ ସଦାପ୍ରଭୁଙ୍କ ନିକଟରେ ପ୍ରଶଂସାଗୀତ ଗାନ କରିବାର ଦାୟିତ୍ୱ ଅର୍ପଣ କଲେ।

ଦାଉଦଙ୍କର ଧନ୍ୟବାଦର ଗୀତ

ପରମେଶ୍ୱରଙ୍କର ପ୍ରଶଂସା କର, ତାହାଙ୍କ ନାମରେ ବିନତି କର।
    ସଦାପ୍ରଭୁ ଯେଉଁସବୁ ମହାନ କର୍ମମାନ କରିଅଛନ୍ତି, ତାହା ଲୋକମାନଙ୍କୁ କୁହ।
ପରମେଶ୍ୱରଙ୍କ ନିକଟରେ ଗାୟନ କର, ସଦାପ୍ରଭୁଙ୍କ ନିକଟରେ ପ୍ରଶଂସା ଗାନ କର,
    ସମସ୍ତଙ୍କୁ ତାଙ୍କର ମହତ୍ କାର୍ଯ୍ୟସକଳ ଜଣାଅ।
10 ପରମେଶ୍ୱରଙ୍କ ପବିତ୍ର ନାମ ପାଇଁ ଗର୍ବ କର।
    ହେ ସଦାପ୍ରଭୁଙ୍କ ନିକଟକୁ ଆସୁଥିବା ଜନବୃନ୍ଦ, ଆନନ୍ଦିତ ହୁଅ।
11 ପରମେଶ୍ୱର ଓ ତାଙ୍କ ପରାକ୍ରମକୁ ଦେଖ,
    ସର୍ବଦା ତାଙ୍କର ସାହାଯ୍ୟ ଲୋଡ଼।
12 ସଦାପ୍ରଭୁ ଯେଉଁ ସମସ୍ତ ମହତ୍ କର୍ମମାନ କରିଅଛନ୍ତି, ସେହିସବୁ ସ୍ମରଣ କର।
    ତାଙ୍କର ସିଦ୍ଧାନ୍ତ ସକଳ ଓ ତାହାଙ୍କ କୃତ ପରାକ୍ରମର କାର୍ଯ୍ୟମାନ ସ୍ମରଣ କର।
13 ଇସ୍ରାଏଲର ଲୋକମାନେ, ସଦାପ୍ରଭୁଙ୍କର ଦାସ ଅଟନ୍ତି।
    ଯାକୁବର ବଂଶଧରମାନେ, ସଦାପ୍ରଭୁଙ୍କର ମନୋନୀତ ଲୋକ ଅଟନ୍ତି।
14 ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି।
    ତାଙ୍କର ପରାକ୍ରମ ସର୍ବବ୍ୟାପୀ।
15 ଚିରକାଳ ନିମନ୍ତେ ତାହାଙ୍କ ଦତ୍ତ ନିୟମ ସ୍ମରଣ କର।
    ସେ ସହସ୍ର ପୁରୁଷ ନିମନ୍ତେ ସେହି ଆଜ୍ଞାମାନ ଦେଇଅଛନ୍ତି।
16 ସଦାପ୍ରଭୁ ଅବ୍ରହାମଙ୍କ ସହିତ ଯେଉଁ ପାରମ୍ପାରିକ ନିୟମ କରିଅଛନ୍ତି
    ଏବଂ ଇ‌ସ୍‌ହାକଙ୍କ ସହିତ ଯେଉଁ ପ୍ରତିଜ୍ଞା କରିଅଛନ୍ତି, ତାହା ସ୍ମରଣ କର।
17 ସଦାପ୍ରଭୁ ଯାକୁବ ନିମନ୍ତେ ଏକ ନିୟମ କରିଛନ୍ତି।
    ଇସ୍ରାଏଲ ସହିତ ସେହି ନିୟମ, ଅନନ୍ତକାଳୀନ ଅଟେ।
18 ସଦାପ୍ରଭୁ ଇସ୍ରାଏଲକୁ କହିଲେ, “ଆମ୍ଭେ କିଣାନ୍ ଦେଶ ତୁମ୍ଭକୁ ଦେବା,
    ସେହି ପ୍ରତିଜ୍ଞାତ ଭୂମି ତୁମ୍ଭର ହେବ।”

19 ସେଠାରେ ଅଳ୍ପ ସଂଖ୍ୟକ ଲୋକ ଥିଲେ,
    ଏକ ବିଦେଶୀ ଭୂମିରେ ଖୁବ୍ ଅଳ୍ପସଂଖ୍ୟକ ଅଜ୍ଞାତ ବ୍ୟକ୍ତି ଥିଲେ।
20 ସେମାନେ ଗୋଟିଏ ଦେଶରୁ ଆଉ ଏକ ଦେଶକୁ ଗଲେ,
    ସେମାନେ ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟକୁ ଗଲେ।
21 କିନ୍ତୁ ସଦାପ୍ରଭୁ କାହାରିକୁ ସେମାନଙ୍କୁ ଆଘାତ କରିବାକୁ ଅନୁମତି ଦେଲେ ନାହିଁ,
    ସେମାନଙ୍କୁ ଆଘାତ ନ କରିବାକୁ ସଦାପ୍ରଭୁ ରାଜାଗଣଙ୍କୁ ସତର୍କ କରାଇ ଦେଲେ।
22 ସଦାପ୍ରଭୁ ସେହି ରାଜାମାନଙ୍କୁ କହିଲେ, “ଆମ୍ଭର ମନୋନୀତ ବ୍ୟକ୍ତିଙ୍କୁ ସ୍ପର୍ଶ କର ନାହିଁ।
    ଆମ୍ଭର ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ଆଘାତ କର ନାହିଁ।”
23 ସକଳ ପୃଥିବୀବାସୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାୟନ କର।
    ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି, ଏହି ଶୁଭବାର୍ତ୍ତା ପ୍ରତିଦିନ କୁହ।
24 ସବୁ ଦେବଗଣ ନିକଟରେ ସଦାପ୍ରଭୁଙ୍କ ମହିମା ବର୍ଣ୍ଣନା କର।
    ସେ ଯେ ଅତ୍ୟନ୍ତ ମହତ୍ ଅଟନ୍ତି, ଏହା ସମସ୍ତଙ୍କୁ କୁହ।
25 ସଦାପ୍ରଭୁ ଅତ୍ୟନ୍ତ ମହାନ ଅଟନ୍ତି ଓ ସେ ପ୍ରଶଂସାର ଯୋଗ୍ୟ ଅଟନ୍ତି।
    ଅନ୍ୟ ସବୁ “ଦେବତାଗଣଙ୍କ” ଅପେକ୍ଷା ସଦାପ୍ରଭୁ ଅଧିକ ଭୟଙ୍କର ଅଟନ୍ତି।
26 କାରଣ ପୃଥିବୀର ସମସ୍ତ “ଦେବତାଗଣ” କେବଳ ମୂଲ୍ୟହୀନ ପ୍ରତିମାସକଳ ଅଟନ୍ତି।
    କିନ୍ତୁ ସଦାପ୍ରଭୁ ଆକାଶକୁ ନିର୍ମାଣ କଲେ।
27 ଗୌରବ ଓ ମହିମା ତାଙ୍କ ପାଇଁ ଅଛି।
    ଶକ୍ତି ଓ ଉଲ୍ଲାସ ତାଙ୍କ ସ୍ଥାନରେ ଅଛି।
28 ପରିବାର ସକଳ ଓ ଜନବୃନ୍ଦ
    ସଦାପ୍ରଭୁଙ୍କ ମହିମା ଓ ପରାକ୍ରମର ପ୍ରଶଂସା ଗାନ କର।
29 ସଦାପ୍ରଭୁଙ୍କ ମହିମାର ପ୍ରଶଂସା ଗାନ କର।
    ତାଙ୍କ ନାମକୁ ସମ୍ମାନ କର।
ତାଙ୍କ ନିକଟକୁ ତୁମ୍ଭର ନୈବେଦ୍ୟ ଆଣ।
    ସୁନ୍ଦରତାରେ ଓ ପବିତ୍ରତାରେ ସଦାପ୍ରଭୁଙ୍କର ଉପାସନା କର।
30 ତାଙ୍କ ସମ୍ମୁଖରେ ସମସ୍ତ ପୃଥିବୀ କମ୍ପମାନ ହୁଅ।
    କିନ୍ତୁ ସେ ପୃଥିବୀକୁ ସଶକ୍ତ କଲେ, ଯେପରି ଏହା ନ ହଲେ।
31 ପୃଥିବୀ ଓ ଆକାଶ ଆନନ୍ଦିତ ହୁଅନ୍ତୁ।
    ସର୍ବତ୍ର ଲୋକମାନେ ଏହା କୁହନ୍ତୁ, “ସଦାପ୍ରଭୁ ରାଜ୍ୟ କରନ୍ତି।”
32 ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ପ୍ରାଣୀ ଉଚ୍ଚସ୍ୱର କରନ୍ତୁ।
    କ୍ଷେତ୍ରସବୁ ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ସେମାନଙ୍କର ଆନନ୍ଦ ପ୍ରକାଶ କରନ୍ତୁ।
33 ସଦାପ୍ରଭୁଙ୍କ ସମ୍ମୁଖରେ ଅରଣ୍ୟର ବୃକ୍ଷଗଣ ଆନନ୍ଦରେ ଜୟଗାନ କରିବେ।
    କାରଣ ସଦାପ୍ରଭୁ ଆସୁଅଛନ୍ତି।
    ସେ ଏହି ପୃଥିବୀର ବିଗ୍ଭର କରିବା ନିମନ୍ତେ ଆସୁଅଛନ୍ତି।
34 ଓଃ, ସଦାପ୍ରଭୁଙ୍କର ଧନ୍ୟବାଦ କର, ସେ ଅତି ଉତ୍ତମ ଅଟନ୍ତି।
    ସଦାପ୍ରଭୁଙ୍କର ପ୍ରେମ ଅନନ୍ତକାଳୀନ ଅଟେ।
35 ସଦାପ୍ରଭୁଙ୍କୁ କୁହ,
    “ହେ ପରମେଶ୍ୱର, ଆମ୍ଭମାନଙ୍କର ଉଦ୍ଧାରକର୍ତ୍ତା, ଆମ୍ଭମାନଙ୍କୁ ଉଦ୍ଧାର କର।
ଆମ୍ଭମାନଙ୍କୁ ଏକତ୍ର କର
    ଓ ଅନ୍ୟ ଦେଶଠାରୁ ଆମ୍ଭମାନଙ୍କୁ ରକ୍ଷା କର।
ତେବେ, ଆମ୍ଭେମାନେ ତୁମ୍ଭ ପବିତ୍ର ନାମର ପ୍ରଶଂସା ଗାନ କରିବା।
    ତେବେ ଆମ୍ଭେମାନେ ସଙ୍ଗୀତ ଗାନ କରି ତୁମ୍ଭର ପ୍ରଶଂସା କରିବା।”
36 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ
    ଯୁଗେ ଯୁଗେ ପ୍ରଶଂସା କର।

ତା'ପରେ ସମସ୍ତ ଲୋକ କହିଲେ, “ଆମେନ୍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ।

37 ଏହା ପରେ, ଦାଉଦ ଆସଫ ଓ ତାଙ୍କର ଭ୍ରାତାମାନଙ୍କୁ ନିୟମସିନ୍ଦୁକ ସମ୍ମୁଖରେ ଛାଡ଼ି ଗ୍ଭଲିଗଲେ। ଦାଉଦ ସେମାନଙ୍କୁ ପ୍ରତିଦିନ ତାହା ସମ୍ମୁଖରେ ସେବାକାର୍ଯ୍ୟ କରିବା ନିମନ୍ତେ ଛାଡ଼ି ଗଲେ। 38 ଓବେଦ୍-ଇଦୋମ ଓ ଅନ୍ୟ ଅଠଷଠି ଜଣ ଭ୍ରାତାମାନଙ୍କୁ ମଧ୍ୟ ସେ ସେହି ସ୍ଥାନରେ ଛାଡ଼ିଗଲେ। ଯିଦୂଥୂ‌ନଙ୍କ ପୁତ୍ର ଓବେଦ୍-ଇଦୋମ୍ ଓ ହୋଷ ରକ୍ଷୀ ଥିଲେ।

39 ଦାଉଦ, ସାଦୋକ ଯାଜକ ଓ ତାଙ୍କ ସହିତ ଗିବିୟୋନସ୍ଥିତ ଉଚ୍ଚ ସ୍ଥାନରେ ସଦାପ୍ରଭୁଙ୍କ ତମ୍ବୁ ସମ୍ମୁଖରେ ସେବାକାର୍ଯ୍ୟ କରୁଥିବା ଅନ୍ୟ ଯାଜକମାନଙ୍କୁ ସେଠାରେ ଛାଡ଼ି ଗଲେ। 40 ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ସାଦୋକ୍ ଓ ଅନ୍ୟ ଯାଜକମାନେ ଯଜ୍ଞବେଦି ଉପରେ ହୋମବଳି ଉତ୍ସର୍ଗ କରୁଥିଲେ। ସଦାପ୍ରଭୁ ଇସ୍ରାଏଲକୁ ଦେଇଥିବା ସଦାପ୍ରଭୁଙ୍କ ନିୟମରେ ଲିଖିତ ବିଧିକୁ ପାଳନ କରି ସେମାନେ ଏହିପରି କରୁଥିଲେ। 41 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସାର ଗୀତ ଗାନ କରିବା ନିମନ୍ତେ ହେମନ୍, ଯିଦୂଥୂ‌ନଙ୍କୁ ଓ ଅନ୍ୟ ସମସ୍ତ ଲେବୀୟଗଣଙ୍କୁ ନାମଧରି ମନୋନୀତ କରାଯାଇଥିଲା, “କାରଣ ସଦାପ୍ରଭୁଙ୍କ ପ୍ରେମ ଅନନ୍ତକାଳସ୍ଥାୟୀ।” 42 ହେମନ୍ ଓ ଯିଦୂଥୂନ୍ ସେମାନଙ୍କ ସହିତ ଥିଲେ। ତୂରୀ ଓ ଗିନି ବଜାଇବା ସେମାନଙ୍କର କାର୍ଯ୍ୟ ଥିଲା। ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସଂଗୀତମାନ ଗାନ କରାଯିବା ସମୟରେ ସେମାନେ ଅନ୍ୟାନ୍ୟ ବାଦ୍ୟ ମଧ୍ୟ ବଜାଉଥିଲେ। ଯିଦୂଥୂ‌ନଙ୍କ ପୁତ୍ରମାନେ ଦ୍ୱାର ଜଗି ରହୁଥିଲେ।

43 ଉତ୍ସବ ଶେଷ ହେଲା ପରେ, ସବୁ ଲୋକମାନେ ଫେରିଗଲେ। ପ୍ରତ୍ୟେକ ଲୋକ ନିଜ ଗୃହକୁ ଫେରିଗଲେ। ଏବଂ ଦାଉଦ ମଧ୍ୟ ନିଜ ପରିବାରକୁ ଆଶୀର୍ବାଦ କରିବା ନିମନ୍ତେ ଗୃହକୁ ଫେରିଗଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center