Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ 5:1-10

ଇସ୍ରାଏଲୀୟମାନେ ଦାଉଦଙ୍କୁ ରାଜା କଲେ

ତା'ପରେ ଇସ୍ରାଏଲର ସମସ୍ତ ପରିବାରବର୍ଗ ହିବ୍ରୋଣଠାରେ ଦାଉଦଙ୍କ ନିକଟକୁ ଆସିଲେ। ସେମାନେ କହିଲେ, “ଆମ୍ଭେମାନେ ତୁମ୍ଭର ନିଜ ପରିବାର। ଏପରିକି ଯେତେବେଳେ ଶାଉଲ ରାଜା ଥିଲେ ସେତେବେଳେ ଆପଣ ଆମ୍ଭମାନଙ୍କୁ ଯୁଦ୍ଧରେ ଆଗେଇ ନେଇଥିଲେ। ଆଉ ଆପଣ ହେଉଛନ୍ତି ସେହି ଲୋକ ଯେ କି ଯୁଦ୍ଧରୁ ଇସ୍ରାଏଲକୁ ନିରାପଦରେ ଫେରାଇ ଆଣିଥିଲେ ଏବଂ ସଦାପ୍ରଭୁ ଆପଣଙ୍କୁ କହିଛନ୍ତି, ‘ତୁମ୍ଭେ ମୋର ଲୋକମାନଙ୍କର ମେଷପାଳକ ହେବ। ଇସ୍ରାଏଲ ଓ ତୁମ୍ଭେ ଇସ୍ରାଏଲର ଲୋକମାନଙ୍କ ଉପରେ ଶାସନ କରିବ।’”

ତେଣୁ ଇସ୍ରାଏଲର ସମସ୍ତ ନେତାମାନେ ରାଜା ଦାଉଦଙ୍କ ସାକ୍ଷାତ ପାଇଁ ହିବ୍ରୋଣକୁ ଆସିଲେ। ତହିଁରେ ରାଜା ଦାଉଦ ହିବ୍ରୋଣରେ ସଦାପ୍ରଭୁ ସମ୍ମୁଖରେ ସେମାନଙ୍କ ସହିତ ଚୁକ୍ତି କଲେ ଓ ସେମାନେ ଇସ୍ରାଏଲର ରାଜା ରୂପେ ଦାଉଦଙ୍କୁ ଅଭିଷିକ୍ତ କଲେ।

ଯେତେବେଳେ ଦାଉଦଙ୍କୁ ତିରିଶ୍ ବର୍ଷ ବୟସ ହୋଇଥିଲା, ସେ ରାଜତ୍ୱ କରିବା ଆରମ୍ଭ କଲେ। ସେ ଗ୍ଭଳିଶ୍ ବର୍ଷ ଧରି ରାଜତ୍ୱ କଲେ। ହିବ୍ରୋଣରେ ସେ ଯିହୁଦା ଉପରେ ସାତ ବର୍ଷ ଓ ଛଅ ମାସ ରାଜତ୍ୱ କଲେ; ପୁଣି ସେ ଯିରୁଶାଲମରେ ସମସ୍ତ ଇସ୍ରାଏଲ ଓ ଯିହୁଦା ଉପରେ ତେତିଶ ବର୍ଷ ରାଜତ୍ୱ କଲେ।

ଦାଉଦ ଯିରୁଶାଲମ ନଗରକୁ ଜୟ କଲେ

ଏହା ପରେ ରାଜା ଓ ତାଙ୍କର ଲୋକମାନେ ଯିରୁଶାଲମରେ ବାସ କରୁଥିବା ଯିବୂଷୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। ଏହି ଯିବୂଷୀୟମାନେ ଦାଉଦଙ୍କୁ କହିଲେ, “ତୁମ୍ଭେ ଏହି ସ୍ଥାନକୁ ଆସି ପାରିବ ନାହିଁ। ଏପରିକି ଆମ୍ଭମାନଙ୍କର ଅନ୍ଧ ଓ ଅର୍ଥବ ଲୋକମାନେ ତୁମ୍ଭକୁ ଅଟକାଇ ପାରିବେ।” ସେମାନେ ଏହି ଚିନ୍ତାଧାରା ପ୍ରକାଶ କଲେ ଯେ, ସେମାନଙ୍କର ନଗରରେ ପ୍ରବେଶ କରିବା ପାଇଁ ଦାଉଦ ଅକ୍ଷମ ହେବେ। ତଥାପି ଦାଉଦ ସିୟୋନର ଦୃଢ଼ ଗଡ଼ ଅଧିକାର କଲେ। ତାହା ହେଲା ଦାଉଦ ନଗର।

ସେହି ଦିନ ଦାଉଦ ତାଙ୍କର ଲୋକମାନଙ୍କୁ କହିଲେ, “ଯେଉଁମାନେ ଯିବୂଷୀୟମାନଙ୍କୁ ଆକ୍ରମଣ କରିବା ପାଇଁ ଇଚ୍ଛା କରୁଛନ୍ତି ସେମାନେ ପାଣିନଳ[a] ମଧ୍ୟଦେଇ ଯିବା ଉଚିତ୍ ଓ ସେହିସବୁ ଛୋଟା ଓ ଅନ୍ଧ ଲୋକମାନଙ୍କ ପାଖକୁ ପହଞ୍ଚିବା ଉଚିତ୍।” ସେଥିପାଇଁ ଲୋକମାନେ କହନ୍ତି, “ଅନ୍ଧ ଓ ଛୋଟାମାନେ ଗୃହ ଭିତରକୁ ଆସି ପାରିବେ ନାହିଁ।”

ଦାଉଦ ସେହି ଦୁର୍ଗରେ ବାସ କଲେ, ଏବଂ ସେହି ସହରକୁ, “ଦାଉଦ ସହର ନାମରେ ନାମିତ କଲେ।” ଦାଉଦ ମିଲ୍ଲୋ ସ୍ଥାନକୁ ନିର୍ମାଣ କରିବାକୁ ଆରମ୍ଭ କଲେ। ସେ ମଧ୍ୟ ନଗର ଭିତରେ ବହୁତ ପକ୍କାଘର ନିର୍ମାଣ କଲେ। 10 ଆଉ ସର୍ବଶକ୍ତିମାନ ସଦାପ୍ରଭୁ ଦାଉଦଙ୍କର ସହାୟ ହେବାରୁ ଦାଉଦ ଆହୁରି ଅଧିକରୁ ଅଧିକ ଶକ୍ତିଶାଳୀ ହେଲେ।

ବଂଶାବଳୀର ପ୍ରଥମ ପୁସ୍ତକ 11-12

ଦାଉଦ ଇସ୍ରାଏଲର ରାଜା ହେଲେ

11 ଇସ୍ରାଏଲର ସମସ୍ତ ଲୋକ ହିବ୍ରୋଣ ସହରରେ ଦାଉଦଙ୍କ ନିକଟକୁ ଆସିଲେ। ସେମାନେ ଦାଉଦଙ୍କୁ କହିଲେ, “ଆମ୍ଭେମାନେ ତୁମ୍ଭର ନିଜ ମାଂସ ଓ ରକ୍ତ। ଯେତେବେଳେ ଶାଉଲ ରାଜା ଥିଲେ, ତୁମ୍ଭେ ଆମ୍ଭମାନଙ୍କର ନେତୃତ୍ୱ ନେଇ ଇସ୍ରାଏଲକୁ ଆଣିଲ। ସଦାପ୍ରଭୁ ତୁମ୍ଭକୁ କହିଲେ, ‘ଦାଉଦ, ତୁମ୍ଭେ ଆମ୍ଭର ଲୋକମାନଙ୍କର ମୁଖ୍ୟ ହେବ।’”

ଇସ୍ରାଏଲର ସମସ୍ତ ନେତାମାନେ ହିବ୍ରୋଣରେ ରାଜା ଦାଉଦଙ୍କ ପାଖକୁ ଆସିଲେ। ଦାଉଦ ହିବ୍ରୋଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସହିତ ଏକ ଚୁକ୍ତି କଲେ। ତା'ପରେ ନେତାମାନେ ଦାଉଦଙ୍କୁ ଇସ୍ରାଏଲର ରାଜା ରୂପେ ଅଭିଷିକ୍ତ କଲେ। ସଦାପ୍ରଭୁ ପ୍ରତିଜ୍ଞା କରିଥିଲେ ଯେ, ଶାମୁୟେଲଙ୍କ ଭବିଷ୍ୟ‌ଦ୍‌ବାଣୀ ଅନୁସାରେ ଏହା ଅବଶ୍ୟ ଘଟିବ।

ଦାଉଦ ଯିରୁଶାଲମ ଅଧିକାର କଲେ

ଦାଉଦ ଓ ଇସ୍ରାଏଲର ସମସ୍ତ ଲୋକ ଯିରୁଶାଲମକୁ ଗଲେ। ସେହି ସମୟରେ ଯିରୁଶାଲମକୁ ଯିବୂଷ ବୋଲି କୁହାଯାଉଥିଲା। ସେହି ନଗରରେ ବାସ କରୁଥିବା ଲୋକମାନଙ୍କୁ ଯିବୂଷୀୟ ନାମରେ ନାମିତ କରାଯାଇଥିଲା। ଯିବୂଷରେ ବାସ କରୁଥିବା ଲୋକମାନେ ଦାଉଦଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ନଗର ମଧ୍ୟରେ ପ୍ରବେଶ କରି ପାରିବ ନାହିଁ।” କିନ୍ତୁ ଦାଉଦ ସେମାନଙ୍କୁ ପରାସ୍ତ କରିଦେଲେ। ଦାଉଦ ସିୟୋନ ଦୁର୍ଗକୁ ଅଧିକାର କରି ନେଲେ। ଯାହା ଦାଉଦଙ୍କ ନଗର ନାମରେ ଜଣାଗଲା।

ଦାଉଦ କହିଲେ, “ଯେଉଁ ବ୍ୟକ୍ତି ଯିବୂଷୀୟ ଲୋକମାନଙ୍କ ଉପରେ ଆକ୍ରମଣର ନେତୃତ୍ୱ ନେବ, ସେ ମୋର ସମଗ୍ର ସେନାବାହିନୀର ସେନାପତି ହେବ।” ତେଣୁ ଯୋୟାବ୍ ଏହି ଆକ୍ରମଣର ନେତୃତ୍ୱ ନେଲେ। ଯୋୟାବ୍ ସରୁୟାଙ୍କ ପୁତ୍ର ଥିଲେ। ଯୋୟାବ୍ ସୈନ୍ୟଦଳର ସେନାପତି ହେଲେ।

ଏହା ପରେ ଦାଉଦ ଦୁର୍ଗ ମଧ୍ୟରେ ଆପଣାର ଗୃହ ନିର୍ମାଣ କଲେ। ତେଣୁ ତାହାକୁ ଦାଉଦଙ୍କ ନଗର ବୋଲି ନାମିତ କରାଗଲା। ଦାଉଦ ଦୁର୍ଗର ଚତୁର୍ଦ୍ଦିଗରେ ନଗର ନିର୍ମାଣ କଲେ। ସେ ମିଲ୍ଲୋଠାରୁ ନଗରର ଚତୁର୍ଦ୍ଦିଗସ୍ଥ ପ୍ରାଚୀର ପର୍ଯ୍ୟନ୍ତ ତାହା ନିର୍ମାଣ କଲେ। ଯୋୟାବ୍ ନଗରର ଅନ୍ୟ ଅଂଶଗୁଡ଼ିକର ମରାମତି କାର୍ଯ୍ୟ କଲେ। ଦାଉଦ ବୃଦ୍ଧି ପାଇବାକୁ ଲାଗିଲେ। ଏବଂ ସୈନ୍ୟାଧିପତି ସଦାପ୍ରଭୁ ତାଙ୍କ ସହିତରେ ଥିଲେ।

ତିନି ବୀର

10 ଦାଉଦଙ୍କ ବିଶେଷ ସୈନ୍ୟଗଣଙ୍କର ନେତାମାନଙ୍କର ଏହା ଏକ ତାଲିକା ଅଟେ। ଦାଉଦଙ୍କ ସହିତ ତାଙ୍କ ରାଜ୍ୟରେ ଏହି ତିନି ବୀର ଅତ୍ୟନ୍ତ ପରାକ୍ରମୀ ହୋଇ ଉଠିଲେ। ସେମାନେ ଓ ଇସ୍ରାଏଲର ସମସ୍ତ ଲୋକ ଦାଉଦଙ୍କୁ ସମର୍ଥନ କଲେ ଓ ତାହାଙ୍କୁ ରାଜା କଲେ, ପରମେଶ୍ୱର ଯେପ୍ରକାର ପ୍ରତିଜ୍ଞା କରିଥିଲେ, ଠିକ୍ ସେ ପ୍ରକାରେ ଏ ସମସ୍ତ ଘଟିଲା।

11 ଦାଉଦଙ୍କ ବିଶେଷ ସୈନ୍ୟଗଣଙ୍କର ତାଲିକା ଏହି ପ୍ରକାରରେ ଥିଲା:

ହ‌କ୍‌ମୋନୀୟ ଯା‌ଶ୍‌ବିୟାମ୍। ଯା‌ଶ୍‌ବିୟାମ୍ ରଥାଧିକାରୀମାନଙ୍କ ନେତା ଥିଲା। ଯା‌ଶ୍‌ବିୟାମ୍ ନିଜର ବର୍ଚ୍ଛା ଦ୍ୱାରା ଏକା ଥରକେ 300 ଲୋକଙ୍କୁ ବଧ କରିଥିଲା।

12 ତା'ପରେ ଅହୋହୀୟ ଦୋଦୟର ପୁତ୍ର ଇଲିୟାସର। ଇଲିୟାସର ଏହି ତିନି ବୀରଙ୍କ ମଧ୍ୟରେ ଜଣେ ଥିଲେ। 13 ଇଲିୟାସର ଦାଉଦଙ୍କ ସହିତ ପଶଦମ୍ମୀମରେ ଥିଲେ। ପଲେଷ୍ଟୀୟମାନେ ଯୁଦ୍ଧ କରିବା ନିମନ୍ତେ ସେହି ସ୍ଥାନକୁ ଆସିଥିଲେ। ସେହି ସ୍ଥାନରେ ଯବରେ ପରିପୂର୍ଣ୍ଣ କ୍ଷେତଟିଏ ଥିଲା। ଇସ୍ରାଏଲର ଲୋକମାନେ ପଲେଷ୍ଟୀୟମାନଙ୍କୁ ଡରି ପଳାୟନ କଲେ। 14 କିନ୍ତୁ ସେହି ତିନି ବୀର ସେହି କ୍ଷେତ ମଧ୍ୟରେ ଠିଆ ହୋଇ ରହିଲେ ଓ ସେମାନଙ୍କର ପ୍ରତିରୋଧ କଲେ। ସେମାନେ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ। ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କୁ ଏକ ମହାବିଜୟ ପ୍ରଦାନ କଲେ।

15 ଥରେ, ଦାଉଦ ଅଦୁଲ୍ଲମ ଗୁମ୍ଫାରେ ଥିବା ବେଳେ, ଯେତେବେଳେ ପଲେଷ୍ଟୀୟ ସୈନ୍ୟମାନେ ରଫାୟୀମ ଉପତ୍ୟକାରେ ଛାଉଣି ପକାଇ ଥିଲେ, ତିରିଶ୍ ଜଣ ବୀରଙ୍କ ମଧ୍ୟରୁ ତିନି ଜଣ ଭୂମିରେ ସମ୍ପୂର୍ଣ୍ଣ ପେଟେଇ ପେଟେଇ ଦାଉଦଙ୍କ ନିକଟରେ ପହଞ୍ଚିଲେ।

16 ଆଉଥରେ, ଦାଉଦ ଦୁର୍ଗ ମଧ୍ୟରେ ଥିଲେ ଓ ପଲେଷ୍ଟୀୟ ସୈନ୍ୟମାନଙ୍କର ଏକ ଦଳ ବୈ‌ଥ୍‌ଲେହମରେ ଥିଲେ। 17 ଦାଉଦ କହିଲେ, “ବୈଥଲହମର ଫାଟକ ନିକଟରେ ଥିବା କୂଅରୁ କେହି ମୋତେ ପାଣି ପିଇବାକୁ ଦିଅନ୍ତା କି?” 18 କିନ୍ତୁ ଏହି ତିନି ଜଣ ପଲେଷ୍ଟୀୟ ସୈନ୍ୟମାନଙ୍କ ସହିତ ଯୁଦ୍ଧ କରି କରି ସେମାନଙ୍କ ମଧ୍ୟଦେଇ ଗଲେ। ଏହି ତିନି ବ୍ୟକ୍ତି ବୈ‌ଥ୍‌ଲେହମ ନଗରର ଦ୍ୱାର ନିକଟରେ ଥିବା କୂପରୁ କିଛି ଜଳ ନେଲେ। ଏହା ପରେ ଏହି ତିନି ବୀର ସେହି ଜଳକୁ ନେଇ ଦାଉଦଙ୍କ ନିକଟକୁ ଆସିଲେ। କିନ୍ତୁ ଦାଉଦ ସେହି ଜଳପାନ କରିବାକୁ ମନା କଲେ। ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ସ୍ୱରୂପେ ସେହି ଜଳକୁ ଭୂମିରେ ଢାଳିଲେ। 19 ଦାଉଦ କହିଲେ, “ହେ ପରମେଶ୍ୱର, ମୁଁ ଏହି ଜଳକୁ ପାନ କରି ନ ପାରେ। କାରଣ ଯେଉଁ ଲୋକମାନେ ନିଜ ଜୀବନକୁ ବିପନ୍ନ କରି ଏହି ଜଳ ମୋ’ ନିମନ୍ତେ ଆଣି ଅଛନ୍ତି, ମୁଁ ତାହା ପାନ କରିବା ଦ୍ୱାରା ସେମାନଙ୍କ ରକ୍ତ ପାନ କରିବା ସଦୃଶ ହେବ।” ସେଥି ନିମନ୍ତେ ଦାଉଦ ସେହି ଜଳପାନ କରିବାକୁ ମନା କଲେ। ଏହିପରି ଏହି ତିନି ବୀର ଅନେକ ଦୁଃସାହସିକ କାର୍ଯ୍ୟମାନ କରିଥିଲେ।

ଅନ୍ୟାନ୍ୟ ସାହସୀ ସୈନ୍ୟଗଣ

20 ଯୋୟାବଙ୍କ ଭ୍ରାତା ଅବୀଶୟ, ଏହି ତିନି ବୀରଙ୍କର ନେତା ଥିଲେ। ସେ ନିଜର ବର୍ଚ୍ଛା ଦ୍ୱାରା 300 ଲୋକଙ୍କ ସହିତ ଯୁଦ୍ଧ କରିଥିଲେ ଓ ସେମାନଙ୍କୁ ବଧ କରିଥିଲେ। ଅବୀଶୟ ମଧ୍ୟ ଏହି ତିନି ବୀରଙ୍କ ତୁଲ୍ୟ ସୁପ୍ରସିଦ୍ଧ ଥିଲେ। 21 ଅବୀଶୟ ତିରିଶ୍ ଜଣ ବୀରଙ୍କଠାରୁ ଦ୍ୱିଗୁଣ ପ୍ରସିଦ୍ଧ ଥିଲେ। ସେ ତିନି ବୀରଙ୍କ ମଧ୍ୟରୁ ଅନ୍ୟତମ ନ ହୋଇଥିଲେ ସୁଦ୍ଧା ସେମାନଙ୍କର ନେତା ହୋଇପାରିଥିଲେ।

22 ଯିହୋୟାଦାରଙ୍କ ପୁତ୍ର ବନାୟ ଜଣେ ପରାକ୍ରମୀ ବ୍ୟକ୍ତିଙ୍କର ପୁତ୍ର ଥିଲେ। ସେ କବସେଲୀୟ ଲୋକ ଥିଲେ। ବନାୟ ସାହସୀ କାର୍ଯ୍ୟମାନ କଲେ। ବନାୟ ମୋୟାବ ଦେଶର ସର୍ବୋତ୍ତମ ଲୋକମାନଙ୍କ ମଧ୍ୟରୁ ଦୁଇ ଜଣକୁ ବଧ କଲେ। ଦିନେ, ତୁଷାରପାତ ହେଉଥିବା ସମୟରେ ବନାୟ ଭୂମି ମଧ୍ୟସ୍ଥ ଏକ ଗାତ ମଧ୍ୟରେ ପଶି ଗୋଟିଏ ସିଂହକୁ ବଧ କଲେ। 23 ବନାୟ ଜଣେ ଅତିକାୟ ମିସ୍ରୀୟ ସୈନ୍ୟକୁ ବଧ କଲେ। ସେହି ବ୍ୟକ୍ତି ପାଞ୍ଚ ହାତ ଦୀର୍ଘ ଉଚ୍ଚ ଥିଲା। ସେହି ମିସ୍ରୀୟ ନିକଟରେ ଏକ ବଡ଼ ଓ ଓଜନିଆ ବର୍ଚ୍ଛା ଥିଲା। ତାହା ଏକ ବୁଣାକାରର ତନ୍ତର ଦଣ୍ଡପରି ବିରାଟ ଥିଲା। ବନାୟ ନିକଟରେ କେବଳ ଠେଙ୍ଗାଟିଏ ଥିଲା। ବନାୟ ସେହି ମିସ୍ରୀୟ ବ୍ୟକ୍ତିର ହସ୍ତରୁ ବର୍ଚ୍ଛା ଧରି ଛଡ଼େଇ ନେଲେ। ଏହା ପରେ ବନାୟ ସେହି ମିସ୍ରୀୟକୁ ତାହାର ନିଜ ବର୍ଚ୍ଛା ଦ୍ୱାରା ବିଦ୍ଧ କରି ହତ୍ୟା କଲେ। 24 ଯିହୋୟାଦାଙ୍କ ପୁତ୍ର ବନାୟ ଏହି ତିନି ବୀରଙ୍କ ତୁଲ୍ୟ ସୁପ୍ରସିଦ୍ଧ ଥିଲେ। 25 ବନାୟ ତିରିଶ୍ ଜଣ ବୀରଙ୍କଠାରୁ ମଧ୍ୟ ବିଖ୍ୟାତ ଥିଲେ, କିନ୍ତୁ ସେ ତିନି ବୀରଙ୍କ ମଧ୍ୟରୁ ଜଣେ ନ ଥିଲେ। ଦାଉଦ ବନାୟଙ୍କୁ ତାଙ୍କର ଅଙ୍ଗରକ୍ଷୀମାନଙ୍କ ନେତା ଭାବରେ ମନୋନୀତ କଲେ।

ତିରିଶ୍ ଜଣ ବୀର

26 ବୀର ସୈନ୍ୟ, ତିରିଶ୍ ଜଣ ବୀରମାନେ ଥିଲେ:

ଯୋୟାବର ଭ୍ରାତା ଅସାହେଲ୍,

ବୈ‌ଥ୍‌ଲେହମସ୍ଥ ଦୋଦୟର ପୁତ୍ର ଇଲହାନନ୍;

27 ହରୋରୀୟ ଶମ୍ମୋତ୍,

ପଲୋନୀୟ ହେଲସ୍,

28 ତକୋୟୀୟ, ଇ‌କ୍‌କୋଶର ପୁତ୍ର ଇରା,

ଅନାଥୋତୀୟ ଅବିୟେଷର;

29 ହୁଶାତୀୟ ସିବ୍ବଖୟ,

ଅହୋହୀୟ ଈଲୟ;

30 ନଟୋଫାତୀୟ ମହରୟ,

ନଟୋଫାତୀୟ ବାନାଙ୍କର ପୁତ୍ର ହେଲଦ୍;

31 ବିନ୍ୟାମୀନସ୍ଥ ଗିବିୟାର ରୀବିୟଙ୍କ ପୁତ୍ର ଇତ୍ତୟ,

ପିରିୟାଥୋନୀୟ ବନାୟ;

32 ଗାଶ୍ ନଦୀ ତୀରସ୍ଥ ହୂରୟ,

ଅର୍ବ୍ବତୀୟ ଅବୀୟେଲ;

33 ବାହରୁମୀୟ ଅ‌‌‌ସ୍‌ମାବତ୍,

ଶାଲବେନୀୟ ଇଲୀୟହବ;

34 ଗିଷୋନୀୟ ହାଷେମଙ୍କ ପୁତ୍ରଗଣ,

ହରାରୀୟ ଶାଗିର ପୁତ୍ର ଯୋନାଥନ;

35 ହରାରୀୟ ସାଖରଙ୍କ ପୁତ୍ର ଅହୀୟାମ୍,

ଉରର ପୁତ୍ର ଇଲୀଫାଲ;

36 ମଖେରାତୀୟ ହେଫର୍,

ପଲୋନୀୟ ଅହିୟ;

37 କର୍ମିଲୀୟ ହିଷ୍ରୟ,

ଇଷବୟଙ୍କ ପୁତ୍ର ନାରୟ;

38 ନାଥନଙ୍କ ଭ୍ରାତା ଯୋୟେଲ,

ହଗ୍ରିଙ୍କ ପୁତ୍ର ମିଭର;

39 ଅମ୍ମୋନୀୟ ସେଲକ,

ବେରୋତୀର ନହରୟ (ନହରୟ ସରୁୟାଙ୍କ ପୁତ୍ର ଯୋୟାବର ଅସ୍ତ୍ରବାହକ ଥିଲା)

40 ଯିତ୍ରୀୟ ଗାରେବ୍;

41 ହିତ୍ତୀୟ ଊରିୟ,

ଅହଲୟର ପୁତ୍ର ସାବଦ୍;

42 ରୁବେ‌ନଙ୍କ ପରିବାରବର୍ଗରୁ ଶୀଷାଙ୍କ ପୁତ୍ର ଅଦୀନା। (ସେ ରୁବେନ୍ ପରିବାର ବର୍ଗର ମୁଖ୍ୟ ଥିଲେ, ଏବଂ ତାଙ୍କ ସହିତ ତିରିଶ୍ ଜଣ ସୈନ୍ୟ ଥିଲେ।);

43 ମାଖାର ପୁତ୍ର ହାନନ୍,

ମିତ୍ନୀୟ ଯୋଶାଫଟ;

44 ଅଷ୍ଟାରୋତୀୟ ଉଷିୟ;

ଅରୋୟେରୀୟ ହୋଥମଙ୍କ ପୁତ୍ରଗଣ ଶାମ୍ ଓ ଯିୟୀୟେଲ,

45 ଶିମ୍ରିଙ୍କ ପୁତ୍ର ଯିଦୀୟେଲ,

ତୀଷୀୟ ଯୋହା ଓ ତାଙ୍କ ଭ୍ରାତା ଯୋହା;

46 ମହବୀୟ ଇଲୀୟେଲ,

ଇ‌ଲ୍‌ନାମଙ୍କ ପୁତ୍ରଗଣ ଯିରୀବୟ ଓ ଯୋଶବୀୟ;

ମୋୟାବୀୟ ଯିତ୍‌ମା;

47 ଇଲୀୟେଲ ଓ ଓବେଦ୍ ଓ ମସୋବାୟିୟ ଯାସୀୟେଲ।

ଦାଉଦଙ୍କ ସହିତ ଯୋଗ ଦେଇଥିବା ସାହସୀ ବୀରଗଣ

12 ଦାଉଦ ସିକ୍ଳଗରେ ଥିବା ସମୟରେ ଯେଉଁ ବ୍ୟକ୍ତିମାନେ ତାହାଙ୍କ ନିକଟକୁ ଆସିଥିଲେ, ସେମାନଙ୍କର ତାଲିକା ଏହା ଥିଲା। ଦାଉଦ ଯେତେବେଳେ କୀଶଙ୍କ ପୁତ୍ର ଶାଉଲଙ୍କଠାରୁ ଲୁଚି ରହିଥିଲେ, ସେତେବେଳେ ଏହା ଘଟିଥିଲା। ଏହି ଲୋକମାନେ ଦାଉଦଙ୍କୁ ଯୁଦ୍ଧ ସମୟରେ ସାହାଯ୍ୟ କରିଥିଲେ। ଏହି ଲୋକମାନେ ଧନୁର୍ଦ୍ଧର ଥିଲେ, ଯେଉଁମାନେ ଡାହାଣ ଓ ବାମ ଉଭୟ ହସ୍ତଦ୍ୱାରା ଧନୁରୁ ତୀର ମାରିପାରୁଥିଲେ। ଆହୁରି ମଧ୍ୟ, ସେମାନେ ସେମାନଙ୍କ ଡାହାଣ ଓ ବାମ, ଉଭୟ ହସ୍ତଦ୍ୱାରା ବାଟୁଳି ଦ୍ୱାରା ପଥର ମାରିପାରୁଥିଲେ। ସେମାନେ ବିନ୍ୟାମୀନୀୟ ଗୋଷ୍ଠୀବର୍ଗ ଓ ଶାଉଲଙ୍କ ଆତ୍ମୀୟ ଥିଲେ।

ଅହୀୟେଷର, ସେମାନଙ୍କ ନେତା ଓ ଯୋୟାଶ (ଅହୀୟେଷର ଓ ଯୋୟାଶ, ଗିବିୟାଥୀୟରୁ ଶମାୟରଙ୍କ ପୁତ୍ର ଥିଲେ)। ଯିଷୀୟେଲ ଓ ପେ‌ଲ୍‌ଟ ଅ‌‌‌ସ୍‌ମାବତଙ୍କର ପୁତ୍ର ଥିଲେ; ଅନାଥୋତୀୟରୁ ବରାଖା ଓ ଯେହୂ ଥିଲେ। ଗିବିୟୋନ ଯିଶ୍ମୟିୟ ତିରିଶ୍ ଜଣ ବୀରଙ୍କ ମଧ୍ୟରେ ବଳଶାଳୀ ଥିଲେ ଓ ସେ ଏହି ତିରିଶ୍ ଜଣ ବୀରଙ୍କର ଜଣେ ନେତା ଥିଲେ। ଗଦେରାଥୀୟ ଲୋକମାନଙ୍କ ମଧ୍ୟରୁ ଯିରିମିୟ, ଯହସୀୟେଲ, ଯୋହାନନ୍ ଓ ଯୋଷାବଦ୍ ଥିଲେ। ଇଲିୟୁଷୟ, ଯିରେମୋତ୍, ବାଲିୟା, ଶମରିୟ ଓ ହରୂଫୀୟ, ଶଫଟିୟ; ଇ‌ଲ୍‌କାନା, ଯିଶିୟ, ଅସରେଲ, ଯୋୟେଷର ଓ ଯା‌ଶ୍‌ବିୟାମ୍, କୋରହ ପରିବାରବର୍ଗର ସମସ୍ତ ଲୋକ, ଗଦୋର ସହରର ଯିରୋହମଙ୍କ ପୁତ୍ର ଯୋୟେଲା ଓ ସବଦିୟ ସାହସୀ ଥିଲେ।

ଗାଦୀୟଗଣ

ଦାଉଦଙ୍କର ମରୁଭୂମିସ୍ଥ ଦୁର୍ଗରେ ଗାଦ୍ ପରିବାର ବର୍ଗର କେତେଜଣ ଆସି ସେଠାରେ ବାସ କଲେ। ସେମାନେ ଯୁଦ୍ଧ ବିଦ୍ୟାରେ ତାଲିମପ୍ରାପ୍ତ ଅତି ସାହସୀ ସୈନ୍ୟଗଣ ଥିଲେ। ସେମାନେ ବର୍ଚ୍ଛା ଓ ଢାଲ ଗ୍ଭଳନାରେ ଦକ୍ଷ ଥିଲେ। ସେମାନେ ସିଂହ ପରି ଅତି ଭୟଙ୍କର ଥିଲେ। ପର୍ବତରେ ହରିଣ ସଦୃଶ ଦ୍ରୁତ ଗତିରେ ଦୌଡ଼ି ମଧ୍ୟ ପାରୁଥିଲେ।

ଏସର, ଗାଦ୍ ଗୋଷ୍ଠୀର ସୈନ୍ୟଦଳର ସେନାପତି ଥିଲେ। ଓବଦିୟ ଦ୍ୱିତୀୟ ସେନାଧ୍ୟକ୍ଷ ଥିଲେ। ଇଲିୟାବ୍ ତୃତୀୟ ସେନାଧ୍ୟକ୍ଷ ଥିଲେ। 10 ମି‌ଶ୍‌ମନ୍ନା ଚତୁର୍ଥ ସେନାଧ୍ୟକ୍ଷ ଥିଲେ, ଯିରିମିୟ ପଞ୍ଚମ ସେନାଧ୍ୟକ୍ଷ ଥିଲେ, 11 ଅତ୍ତୟ ଷଷ୍ଠ ସେନାଧ୍ୟକ୍ଷ ଥିଲେ, ଇଲୀୟେଲ ସପ୍ତମ ସେନାଧ୍ୟକ୍ଷ ଥିଲେ, 12 ଯୋହାନନ୍ ଅଷ୍ଟମ ସେନାଧ୍ୟକ୍ଷ ଥିଲେ, ଇ‌ଲ୍‌ସାବଦ୍ ନବମ ସେନାଧ୍ୟକ୍ଷ ଥିଲେ, 13 ଯିରିମିୟ ଦଶମ ସେନାଧ୍ୟକ୍ଷ ଥିଲେ, ମ‌ଗ୍‌ବନ୍ନୟ ଏକାଦଶ ସେନାଧ୍ୟକ୍ଷ ଥିଲେ।

14 ଏହି ବ୍ୟକ୍ତିମାନେ ଗା‌ଦ୍‌ର ସୈନ୍ୟଦଳର ନେତା ଥିଲେ। ସେହି ଦଳର ସବୁଠାରୁ ଦୁର୍ବଳ ବ୍ୟକ୍ତି 100 ଜଣ ଶତ୍ରୁ ସୈନ୍ୟଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ସମର୍ଥ ଥିଲା। ଆଉ ସେହି ଦଳର ସବୁଠାରୁ ପରାକ୍ରମୀ ବ୍ୟକ୍ତି 1,000 ଜଣ ଶତ୍ରୁ ସୈନ୍ୟଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ସାମର୍ଥ ଥିଲା। 15 ଗାଦ୍ ଗୋଷ୍ଠୀର ଏହି ସୈନ୍ୟମାନେ ବର୍ଷର ପ୍ରଥମ ମାସରେ ଯର୍ଦ୍ଦନ ନଦୀ ପାର ହୋଇଯାଇଥିଲେ। ବର୍ଷର ଏହି ସମୟରେ ଯର୍ଦ୍ଦନ ନଦୀ ବନ୍ୟା ଜଳରେ ପୂର୍ଣ୍ଣ ହୋଇ ରହିଥିଲା। ସେମାନେ ଉପତ୍ୟକାରେ ବାସ କରୁଥିବା ସମସ୍ତ ଲୋକଙ୍କୁ ତଡ଼ି ପକାଇଥିଲେ। ସେମାନେ ସେହି ଲୋକମାନଙ୍କୁ ପୂର୍ବ ଓ ପଶ୍ଚିମ ଦିଗକୁ ତଡ଼ି ପଠାଇ ଦେଇଥିଲେ।

ଅନ୍ୟ ସୈନ୍ୟମାନେ ଦାଉଦଙ୍କ ସହିତ ଯୋଗ ଦେଲେ

16 ସେହି ଦୁର୍ଗରେ ବିନ୍ୟାମୀନ ଓ ଯିହୁଦା ଗୋଷ୍ଠୀର ଲୋକମାନେ ମଧ୍ୟ ଆସି ଦାଉଦଙ୍କ ସହିତ ଯୋଗ ଦେଲେ। 17 ଦାଉଦ ସେମାନଙ୍କୁ ସାକ୍ଷାତ କରିବାକୁ ଗଲେ। ଦାଉଦ ସେମାନଙ୍କୁ କହିଲେ, “ଯଦି ତୁମ୍ଭେ ଶାନ୍ତି ସହକାରେ ମୋତେ ସାହାଯ୍ୟ କରିବାକୁ ଆସିଅଛ, ତେବେ ମୁଁ ତୁମ୍ଭକୁ ସ୍ୱାଗତ କରୁଅଛି। ମୋ’ ସହିତ ସହଯୋଗ କର। କିନ୍ତୁ ମୁଁ କୌଣସି ଭୁଲ୍ କାର୍ଯ୍ୟ କରି ନ ଥିବା ସତ୍ତ୍ୱେ ଯଦି ତୁମ୍ଭେ ମୋ’ ବିରୁଦ୍ଧରେ ଗୁପ୍ତଚର ବୃତ୍ତି କରିବାକୁ ଆସିଅଛ, ତେବେ ଆମ୍ଭମାନଙ୍କ ପୂର୍ବପୁରୁଷଗଣଙ୍କର ପରମେଶ୍ୱର ତାହା ଦେଖନ୍ତୁ ଓ ସେ ତୁମ୍ଭକୁ ଦଣ୍ଡ ଦିଅନ୍ତୁ।”

18 ଅମାସୟ ତିରିଶ୍ ବୀରଙ୍କର ନେତା ଥିଲେ। ଏହା ପରେ, ଆତ୍ମା ଅମାସୟଙ୍କ ଉପରେ ଅବତରଣ କଲେ, ଓ ସେ କହିଲେ,

“ହେ ଦାଉଦ, ଆମ୍ଭେମାନେ ତୁମ୍ଭର ଅଟୁ!
    ହେ ଯିଶୀଙ୍କ ପୁତ୍ର, ଆମ୍ଭେମାନେ ତୁମ୍ଭ ସହିତରେ ଅଛୁ!
ତୁମ୍ଭ ପ୍ରତି, ଶାନ୍ତି ବର୍ତ୍ତୁ!
    ଯେଉଁ ଲୋକମାନେ ତୁମ୍ଭକୁ ସାହାଯ୍ୟ କରନ୍ତି, ସେହି ସମସ୍ତଙ୍କ ପ୍ରତି ଶାନ୍ତି ବର୍ତ୍ତୁ।
    କାରଣ ତୁମ୍ଭର ପରମେଶ୍ୱର ତୁମ୍ଭକୁ ସାହାଯ୍ୟ କରନ୍ତି!”

ତେଣୁ ଦାଉଦ ଏହି ଲୋକମାନଙ୍କୁ ତାଙ୍କ ଦିନରେ ସ୍ୱାଗତ କଲେ ଓ ସେମାନଙ୍କୁ ବିଭିନ୍ନ ସେନାଦଳର ଦାୟିତ୍ୱରେ ରଖିଲେ।

19 ମନଃଶୀୟ ଗୋଷ୍ଠୀର କେତେକ ବ୍ୟକ୍ତି ମଧ୍ୟ ଦାଉଦଙ୍କ ସହିତ ଯୋଗ ଦେଲେ। ଦାଉଦ ଯେତେବେଳେ ପଲେଷ୍ଟୀୟମାନଙ୍କ ସହିତ ଶାଉଲଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯାଇଥିଲେ, ସେତେବେଳେ ସେମାନେ ତାହାଙ୍କ ସହିତ ଯୋଗ ଦେଇଥିଲେ। କିନ୍ତୁ ଦାଉଦ ଓ ତାଙ୍କ ଲୋକମାନେ ପ୍ରକୃତରେ ପଲେଷ୍ଟୀୟମାନଙ୍କୁ ସାହାଯ୍ୟ କରି ନ ଥିଲେ। ଦାଉଦ ଯେ ସେମାନଙ୍କୁ ସାହାଯ୍ୟ କରୁଅଛନ୍ତି, ଏହା ପଲେଷ୍ଟୀୟ ନେତାମାନେ କଥାବାର୍ତ୍ତା ହେଉଥିଲେ, କିନ୍ତୁ ତା'ପରେ ସେମାନେ ତାହାଙ୍କୁ ପଠାଇଦେବା ନିମନ୍ତେ ସ୍ଥିର କଲେ। ସେହି ଶାସକମାନେ କହିଲେ, “ଯଦି ଦାଉଦ ତାଙ୍କ ମୁନିବ ଶାଉଲଙ୍କ ପାଖକୁ ଫେରିଯାଏ, ତେବେ ଆମ୍ଭମାନଙ୍କର ମୁଣ୍ଡକାଟ ହେବ!” 20 ଦାଉଦ ସିକ୍ଳଗ ସହରକୁ ଯିବା ବେଳେ ମନଃଶିର ଏହି ଲୋକମାନେ ତାଙ୍କ ସହିତ ଯୋଗ ଦେଇଥିଲେ; ଅ‌ଦ୍‌ନହ, ଯୋଷାବଦ୍, ଯିଦୀୟେଲ, ମୀଖାୟେଲ, ଯୋଷାବଦ୍, ଇଲିହୂ, ଓ ସିଲ୍ଲଥୟ। ଯେଉଁମାନେ ମନଃଶିର 1,000 ଜଣ ସୈନ୍ୟଙ୍କର ମୁଖ୍ୟ ଥିଲେ। 21 ସେମାନେ ମନ୍ଦ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ଦାଉଦଙ୍କୁ ସାହାଯ୍ୟ କରୁଥିଲେ। ଏହି ମନ୍ଦ ଲୋକମାନେ ଦେଶସାରା ବ୍ୟାପି ଯାଇଥିଲେ ଓ ଲୋକମାନଙ୍କର ଜିନିଷପତ୍ର ଗ୍ଭେରି କରିନେଇ ଯାଉଥିଲେ। ମନଃଶିର ଏହି ଲୋକମାନେ ଦୁଃସାହସୀ ସୈନ୍ୟ ଥିଲେ। ସେମାନେ ଦାଉଦଙ୍କ ସୈନ୍ୟଦଳର ସେନାଧ୍ୟକ୍ଷ ହେଲେ।

22 ଦାଉଦଙ୍କୁ ସାହାଯ୍ୟ କରିବା ନିମନ୍ତେ ପ୍ରତ୍ୟେକ ଦିନ ଅଧିକରୁ ଅଧିକ ସଂଖ୍ୟକ ଲୋକ ଆସିବାକୁ ଲାଗିଲେ। ତେଣୁ ଦାଉଦଙ୍କର ଏକ ବିଶାଳ ଓ ମହାପରାକ୍ରମୀ ସୈନ୍ୟଦଳ ହେଲା।

ଅନ୍ୟ ଲୋକମାନେ ହିବ୍ରୋଣଠାରେ ଦାଉଦଙ୍କ ସହିତ ଯୋଗ ଦେଲେ

23 ହିବ୍ରୋଣ ସହରରେ ଦାଉଦଙ୍କ ନିକଟକୁ ଆସିଥିବା ଲୋକମାନଙ୍କର ସଂଖ୍ୟା ଏହିପରି ଥିଲା। ଏହି ଲୋକମାନେ ଯୁଦ୍ଧ ନିମନ୍ତେ ସଦା ପ୍ରସ୍ତୁତ ଥିଲେ। ସେମାନେ ଶାଉଲଙ୍କ ରାଜ୍ୟକୁ ଦାଉଦଙ୍କ ହସ୍ତରେ ଅର୍ପଣ କରିବାକୁ ଆସିଥିଲେ। ଏହା ହିଁ ଘଟିବ ବୋଲି ସଦାପ୍ରଭୁ କହିଥିଲେ। ସେମାନଙ୍କ ସଂଖ୍ୟା ଏହିପରି ଥିଲା।

24 ଯିହୁଦା ଗୋଷ୍ଠୀରୁ 6,800 ଲୋକ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ଥିଲେ। ସେମାନେ ଢାଲ ଓ ବର୍ଚ୍ଛା ବହନ କରୁଥିଲେ।

25 ଶିମିୟୋନ ଗୋଷ୍ଠୀରୁ 7,100 ଲୋକ ଥିଲେ। ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ସେମାନେ ସାହସୀ ସୈନ୍ୟଗଣ ଥିଲେ।

26 ଲେବୀ ଗୋଷ୍ଠୀରୁ 4,600 ଲୋକ ଥିଲେ। 27 ଯିହୋୟାଦା ସେହି ଦଳରେ ଥିଲେ। ସେ ହାରୋଣଙ୍କ ପରିବାରର ମୁଖ୍ୟ ଥିଲେ। ଯିହୋୟାଦାଙ୍କ ସହିତ 3,700 ଲୋକ ଥିଲେ। 28 ସାଦୋକ୍ ମଧ୍ୟ ସେହି ଦଳରେ ଥିଲେ। ସେ ଜଣେ ସାହସୀ ଯୁବା ସୈନ୍ୟ ଥିଲେ। ସେ ତାଙ୍କ ପରିବାରର ବାଇଶ ଜଣ କାର୍ଯ୍ୟକାରୀଙ୍କ ସହିତ ଆସିଲେ।

29 ବିନ୍ୟାମୀନ ଗୋଷ୍ଠୀରୁ 3,000 ଲୋକ ଥିଲେ। ସେମାନେ ଶାଉଲଙ୍କ ଆତ୍ମୀୟ ଥିଲେ। ସେହି ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ ଅଧିକାଂଶ ଶାଉଲଙ୍କ ପରିବାର ପ୍ରତି ବିଶ୍ୱସ୍ତ ଥିଲେ।

30 ଇଫ୍ରୟିମ ଗୋଷ୍ଠୀରୁ 20,800 ଲୋକ ଥିଲେ। ସେମାନେ ସାହସୀ ସୈନ୍ୟ ଥିଲେ। ସେମାନେ ନିଜର ପରିବାରରେ ଅତି ପ୍ରସିଦ୍ଧ ଥିଲେ।

31 ମନଃଶିର ଅର୍ଦ୍ଧେକ ଗୋଷ୍ଠୀରୁ 18,000 ଲୋକ ଥିଲେ। ଦାଉଦଙ୍କୁ ରାଜା କରିବା ପାଇଁ ସେମାନଙ୍କୁ ନାମ ଧରି ଡକା ଯାଇଥିଲା।

32 ଇଷାଖର ଗୋଷ୍ଠୀରୁ 200 ଜଣ ଜ୍ଞାନୀ ନେତା ଥିଲେ। ସେହି ବ୍ୟକ୍ତିମାନେ ଇସ୍ରାଏଲ ନିମନ୍ତେ ଯଥାର୍ଥ ସମୟରେ କି ପ୍ରକାର କର୍ମ କରିବା ଉଚିତ୍, ତାହା ବୁଝିପାରୁଥିଲେ। ସେମାନଙ୍କର ଆତ୍ମୀୟମାନେ ସେମାନଙ୍କ ସହିତରେ ଓ ସେମାନଙ୍କ ଅଧୀନରେ ଥିଲେ।

33 ସବୂଲୂନ ଗୋଷ୍ଠୀରୁ 50,000 ସୈନ୍ୟ ଥିଲେ। ସେମାନେ ସବୁପ୍ରକାର ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ନିମନ୍ତେ ତାଲିମପ୍ରାପ୍ତ ହୋଇଥିଲେ। ଏବଂ ଦାଉଦଙ୍କୁ ବିନା ସନ୍ଦେହରେ ସାହାଯ୍ୟ କଲେ।

34 ନପ୍ତାଲି ଗୋଷ୍ଠୀରୁ 1,000 କାର୍ଯ୍ୟକାରୀ ଥିଲେ। ସେମାନଙ୍କ ସହିତ 37,000 ଲୋକ ଥିଲେ। ଏହି ଲୋକମାନେ ଢାଲ ଓ ବର୍ଚ୍ଛାଧାରୀ ଥିଲେ।

35 ଦାନ୍ ଗୋଷ୍ଠୀରୁ 28,600 ଲୋକ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇ ରହିଥିଲେ।

36 ଆଶେର ଗୋଷ୍ଠୀରୁ 40,000 ତାଲିମପ୍ରାପ୍ତ ସୈନ୍ୟ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇ ରହିଥିଲେ।

37 ଯର୍ଦ୍ଦନ ନଦୀର ପୂର୍ବ ଦିଗରୁ ରୁବେନ୍, ଗାଦ୍ ଓ ମନଃଶିର ଅର୍ଦ୍ଧେକ ପରିବାରବର୍ଗର 120,000 ଲୋକ ଥିଲେ। ଏହି ଲୋକମାନଙ୍କ ନିକଟରେ ସବୁ ପ୍ରକାରର ଅସ୍ତ୍ରଶସ୍ତ୍ର ଥିଲା।

38 ସେହି ସମସ୍ତ ଲୋକମାନେ ସାହସୀ ସୈନ୍ୟ ଥିଲେ। ସେମାନେ ସମ୍ପୂର୍ଣ୍ଣ ଏକମତ ହୋଇ ଦାଉଦଙ୍କୁ ଇସ୍ରାଏଲର ରାଜା କରିବା ନିମନ୍ତେ ହିବ୍ରୋଣ ସହରକୁ ଆସିଥିଲେ। ଇସ୍ରାଏଲର ଅବଶିଷ୍ଟ ସମସ୍ତ ଲୋକ ମଧ୍ୟ ଦାଉଦଙ୍କୁ ରାଜା କରିବା ନିମନ୍ତେ ସମ୍ମତ ହୋଇଥିଲେ। 39 ସେହି ଲୋକମାନେ ଦାଉଦଙ୍କ ସହିତ ହିବ୍ରୋଣରେ ତିନି ଦିନ କଟାଇଲେ। ସେମାନେ ଭୋଜନ କଲେ ଓ ପାନ କଲେ, କାରଣ ସେମାନଙ୍କର ଆତ୍ମୀୟମାନେ ସେମାନଙ୍କ ନିମନ୍ତେ ଖାଦ୍ୟ ପ୍ରସ୍ତୁତ କରୁଥିଲେ। 40 ଆହୁରି ମଧ୍ୟ ସେମାନଙ୍କର ପଡ଼ୋଶୀ ଇଷାଖର, ସବୁଲୂନ୍ ଓ ନପ୍ତାଲି ଗୋଷ୍ଠୀର ଲୋକମାନେ ଗଧ, ଓଟ, ଖଚର ଓ ବଳଦ ଉପରେ ଖାଦ୍ୟଦ୍ରବ୍ୟ ଲଦି ସେମାନଙ୍କ ନିକଟକୁ ଆଣୁଥିଲେ। ସେମାନେ ବହୁତ ପରିମାଣରେ ମଇଦା, ଡିମ୍ବିରି ଫଳରୁ ପ୍ରସ୍ତୁତ ପିଠା, କି‌‌‌ସ୍‌ମିସ୍, ଦ୍ରାକ୍ଷାରସ, ତୈଳ, ଗୋପଲ ଓ ମେଷପଲ ନେଇ ଆସୁଥିଲେ। ଇସ୍ରାଏଲ ଲୋକମାନେ ଅତ୍ୟନ୍ତ ଆନନ୍ଦିତ ଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center