Chronological
ପଲେଷ୍ଟୀୟମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ
28 କିଛିଦିନ ପରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସୈନ୍ୟମାନଙ୍କୁ ଏକତ୍ରିତ କରୁଥିଲେ। ଆଖୀଶ୍ ଦାଉଦଙ୍କୁ କହିଲା, “ତୁମ୍ଭେ ବୁଝି ପାରୁଛ କି ଯେ ତୁମ୍ଭେ ଏବଂ ତୁମ୍ଭର ଲୋକମାନେ ନିଶ୍ଚିତ ମୋ’ ସହିତ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଯିବ।”
2 ଦାଉଦ ଆଖୀଶ୍କୁ କହିଲେ, “ତାହାହେଲେ ଆପଣଙ୍କ ଦାସ କ’ଣ କରିବ ଆପଣ ଜାଣିବେ।”
ତେଣୁ ଆଖୀଶ୍ ଦାଉଦଙ୍କୁ କହିଲା, “ଠିକ୍ ଅଛି, ମୁଁ ତୁମ୍ଭକୁ ଜୀବନସାରା ମୋର ଦେହରକ୍ଷୀ ସ୍ୱରୂପେ ନିଯୁକ୍ତ କରିବି।”
ଶାଉଲ ଓ ଐନଠାରେ ଥିବା ସ୍ତ୍ରୀଲୋକ
3 ଶାମୁୟେଲ ମରି ଯାଇଥିଲେ, ସମସ୍ତ ଇସ୍ରାଏଲୀୟବାସୀ ଶାମୁୟେଲଙ୍କର ମୃତ୍ୟୁ ପ୍ରତି ଦୁଃଖର ସହ ସମବେଦନା ଜଣାଇ ଶୋକ କରି ତାଙ୍କର ନିଜ ସ୍ଥାନ ରାମାଠାରେ କବର ଦେଇଥିଲେ।
ଶାଉଲ ଭୂତୁଡ଼ିୟା ଓ ଗୁଣିଆମାନଙ୍କୁ ଦେଶରୁ ବିତାଡ଼ିତ କରି ଦେଇଥିଲେ।
4 ପଲେଷ୍ଟୀୟମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିଲେ। ସେମାନେ ଶୂନେମରେ ତାଙ୍କର ସେନା ଛାଉଣି ପ୍ରସ୍ତୁତ କରୁଥିଲେ। ଶାଉଲ ସମସ୍ତ ଇସ୍ରାଏଲୀୟବାସୀଙ୍କୁ ଏକତ୍ରିତ କରି ଗିଲ୍ବୋୟରେ ସେନା ଛାଉଣି ସ୍ଥାପନ କଲେ। 5 ଶାଉଲ ପଲେଷ୍ଟୀୟମାନଙ୍କର ସେନା ଛାଉଣିକି ଦେଖି ଭୟ କଲେ। ତାଙ୍କର ହୃଦୟ ଭୟରେ ଚୁର୍ମାର ହୋଇଗଲା। 6 ଯେତେବେଳେ ଶାଉଲ ସଦାପ୍ରଭୁଙ୍କୁ ପଗ୍ଭରିଲେ, ସଦାପ୍ରଭୁ ତାଙ୍କୁ କିଛି ଉତ୍ତର କଲେ ନାହିଁ। ସଦାପ୍ରଭୁ ସ୍ୱପ୍ନଦ୍ୱାରା କିମ୍ବା ଊରୀମ୍ ଦ୍ୱାରା ନା ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ମଧ୍ୟ ତାଙ୍କୁ ଉତ୍ତର କଲେ ନାହିଁ। 7 ତା'ପରେ ଶାଉଲ ନିଜର ଦାସମାନଙ୍କୁ ଆଦେଶ ଦେଲେ, “ମୋ’ ପାଇଁ ଏକ ସ୍ତ୍ରୀଲୋକ ଖୋଜ ଯେ କି ମୃତ ଲୋକମାନଙ୍କର ଆତ୍ମା ସହିତ କଥା ହୋଇ ପାରିବ। ମୁଁ ତାକୁ ପଗ୍ଭରିବି ଯାହାସବୁ ଘଟିବାକୁ ଯାଉଛି।”
ତାଙ୍କର ଦାସମାନେ ତାଙ୍କୁ କହିଲେ, “ଐନ ନଗରରେ ଏହିପରି ଏକ ସ୍ତ୍ରୀଲୋକ ଅଛି।”
8 ଶାଉଲ ଛଦ୍ମ ବେଶରେ ଅଲଗା ବସ୍ତ୍ର ପିନ୍ଧି ତାଙ୍କର ଦୁଇଜଣ ଲୋକଙ୍କ ସହିତ ସେହି ସ୍ତ୍ରୀଲୋକକୁ ରାତିରେ ଦେଖା କରିବାକୁ ଗଲେ। ଶାଉଲ ତାଙ୍କୁ କହିଲେ, “ତୁମ୍ଭେ ମୋ’ ପାଇଁ ଗୋଟିଏ ଆତ୍ମାକୁ ଡାକ ଯିଏ କି ଭବିଷ୍ୟତରେ କ’ଣ ହେବାକୁ ଯାଉଛି ମୋତେ କହି ପାରିବ। ତୁମ୍ଭେ ଏକ ଆତ୍ମାକୁ ଆଣ ଯାହାର ନାମ ମୁଁ କହୁଅଛି।”
9 କିନ୍ତୁ ସ୍ତ୍ରୀଲୋକଟି ଶାଉଲଙ୍କୁ କହିଲା, “ତୁମ୍ଭେ ଜାଣ ଶାଉଲ ଯାହା କରିଅଛି। କିପରି ସେ ଭୂତୁଡ଼ିଆ ଓ ଗୁଣିଆମାନଙ୍କୁ ଇସ୍ରାଏଲ ଦେଶରୁ ବିତାଡ଼ିତ କରିଛି। ତୁମ୍ଭେ ମୋତେ ଫାନ୍ଦରେ ପକାଇ ମାରିବା ପାଇଁ ଗ୍ଭହୁଁଛ।”
10 ଶାଉଲ ସଦାପ୍ରଭୁଙ୍କର ନାମ ନେଇ ପ୍ରତିଜ୍ଞା କରି କହିଲା, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଏହି କଥା ପାଇଁ ତୁମ୍ଭକୁ କୌଣସି ଦଣ୍ତ ମିଳିବ ନାହିଁ।”
11 ସ୍ତ୍ରୀଲୋକଟି କହିଲା, “ମୁଁ କାହାକୁ ତୁମ୍ଭ ନିକଟକୁ ଉଠାଇ ଆଣିବି।”
ସେ କହିଲେ, “ମୋ’ ପାଖକୁ ଶାମୁୟେଲଙ୍କୁ ଉଠାଇ ଆଣ।”
12 ସେ ସ୍ତ୍ରୀଲୋକଟି ଶାମୁୟେଲଙ୍କୁ ଦେଖି ରଡ଼ି କରିବାକୁ ଲାଗିଲା। ସେ ସ୍ତ୍ରୀଲୋକଟି ଶାଉଲଙ୍କୁ କହିଲା, “ତୁମ୍ଭେ ମୋତେ କାହିଁକି ପ୍ରତାରଣା କଲ? ତୁମ୍ଭେ ଶାଉଲ।”
13 ରାଜା ସ୍ତ୍ରୀଲୋକଟିକୁ କହିଲେ, “ଭୟ କର ନାହିଁ, ତୁମ୍ଭେ କ’ଣ ଦେଖୁଛ?”
ସ୍ତ୍ରୀଲୋକ ଜଣକ କହିଲା, “ମୁଁ ଦେଖୁଛି ଏକ ଶକ୍ତି ଭୂମିରୁ ବାହାରୁଛି।”
14 ଶାଉଲ ତାଙ୍କୁ ପଗ୍ଭରିଲେ, “ସେ କିପରି ଦେଖିବାକୁ!”
ସେ ସ୍ତ୍ରୀଲୋକ ଜଣକ ଉତ୍ତର ଦେଲା, “ସେ ଜଣେ ବୃଦ୍ଧଙ୍କ ପରି ଦେଖା ଯାଉଛି ଓ ସେ ରାଜକୀୟ ପୋଷାକ ପିନ୍ଧିଛନ୍ତି।”
ତେଣୁ ଶାଉଲ ଜାଣିଲେ ଏ ହେଉଛନ୍ତି ଶାମୁୟେଲ, ତେଣୁ ସେ ଶାମୁୟେଲଙ୍କୁ ଭୂମିଷ୍ଟ ପ୍ରଣାମ କଲେ। 15 ଶାମୁୟେଲ ଶାଉଲଙ୍କୁ କହିଲେ, “ମୋତେ କାହିଁକି ତୁମ୍ଭେ ବ୍ୟସ୍ତ କଲ? ମୋତେ କାହିଁକି ତୁମ୍ଭେ ଉଠାଇଲ?”
ଶାଉଲ ଉତ୍ତର ଦେଲେ, “ମୁଁ ବିପଦରେ ପଡ଼ିଛି, ପଲେଷ୍ଟୀୟମାନେ ମୋ’ ସହିତ ଯୁଦ୍ଧ କରିବାକୁ ଆସିଛନ୍ତି ଏବଂ ପରମେଶ୍ୱର ମୋତେ ତ୍ୟାଗ କରିଛନ୍ତି। ପରମେଶ୍ୱର ମୋତେ ଆଉ ଉତ୍ତର ଦେଉ ନାହାନ୍ତି। ସେ ମୋତେ ସ୍ୱପ୍ନରେ କିମ୍ବା ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ମଧ୍ୟ ମୋତେ ଉତ୍ତର ଦେଉ ନାହାନ୍ତି। ଏଥିପାଇଁ ମୁଁ ତୁମ୍ଭକୁ ଡାକିଲି ଯେ, ମୋତେ କ’ଣ କରିବାକୁ ହେବ କୁହନ୍ତୁ।”
16 ଶାମୁୟେଲ କହିଲେ, “ସଦାପ୍ରଭୁ ତୁମ୍ଭକୁ ପରିତ୍ୟାଗ କରିଛନ୍ତି। ବର୍ତ୍ତମାନ ସେ ତୁମ୍ଭର ପଡ଼ୋଶୀ ଦାଉଦଙ୍କ ପକ୍ଷରେ ଅଛନ୍ତି। ତେଣୁ ତୁମ୍ଭେ ମୋତେ କାହିଁକି ବ୍ୟସ୍ତ କରୁଅଛ? 17 ସଦାପ୍ରଭୁ ମୋ’ ଦ୍ୱାରା ଯେପରି କହିଥିଲେ, ସେ ନିଜ ପାଇଁ ସେହିପରି କରିଅଛନ୍ତି। ବର୍ତ୍ତମାନ ସଦାପ୍ରଭୁ ତୁମ୍ଭଠାରୁ ରାଜ୍ୟ ଛଡ଼ାଇ ନେଇ ତୁମ୍ଭର ପଡ଼ୋଶୀ ଦାଉଦଙ୍କୁ ଦେଇଛନ୍ତି। 18 ତୁମ୍ଭେ ସଦାପ୍ରଭୁଙ୍କୁ ଅମାନ୍ୟ କରିଅଛ। ତୁମ୍ଭେ ଅମାଲେକୀୟମାନଙ୍କୁ ଧ୍ୱଂସ କଲ ନାହିଁ ଏବଂ ସେମାନଙ୍କୁ ଘଟୁଥିବା ପରମେଶ୍ୱରଙ୍କ କୋପଦୃଷ୍ଟି ସେମାନଙ୍କୁ ତୁମ୍ଭେ ଦେଖାଇଲ ନାହିଁ। ସେଥିପାଇଁ ଆଜି ସଦାପ୍ରଭୁ ତୁମ୍ଭକୁ ଏପରି କରୁଛନ୍ତି। 19 ସଦାପ୍ରଭୁ ତୁମ୍ଭ ସହିତ ଇସ୍ରାଏଲକୁ ପଲେଷ୍ଟୀୟମାନଙ୍କ ଦ୍ୱାରା ପରାସ୍ତ କରାଇବେ। ତୁମ୍ଭେ ଓ ତୁମ୍ଭର ପୁତ୍ରମାନେ ଆସନ୍ତା କାଲି ମୋ’ ସହିତ ଏହିଠାରେ ରହିବ।”
20 ଶାଉଲ ସେହିକ୍ଷଣି ଭୂମିରେ ଲମ୍ବ ହୋଇ ପଡ଼ିଗଲେ ଓ ଶାମୁୟେଲଙ୍କ କଥାରେ ତାଙ୍କର ବହୁତ ଭୟ ଜାତ ହେଲା। ଶାଉଲ ମଧ୍ୟ ବହୁତ ଦୁର୍ବଳ ଥିଲେ। କାରଣ ସେ ସେଦିନ ଓ ରାତି କିଛି ଆହାର କରି ନ ଥିଲେ।
21 ସେହି ସ୍ତ୍ରୀଲୋକଟି ଶାଉଲଙ୍କ ନିକଟକୁ ଆସି ଦେଖିଲା ଯେ, ସେ ଅତି ଭୟଭୀତ ଥିଲା। ସେ କହିଲା, “ଦେଖ, ମୁଁ ତୁମ୍ଭର ଦାସୀ ମୁଁ ତୁମ୍ଭକୁ ସମ୍ମାନ କରୁଛି। ମୁଁ ମୋର ଜୀବନକୁ ସଙ୍କଟାପୂର୍ଣ୍ଣ କରି ତୁମ୍ଭେ ଯାହା କହିଲ, ମୁଁ ତାହା କଲି। 22 ଦୟା ପୂର୍ବକ ମୋ’ କଥା ଟିକେ ଶୁଣନ୍ତୁ। ଆପଣଙ୍କୁ କିଛି ଖାଦ୍ୟ ଦେବା ପାଇଁ ଅନୁମତି ଲୋଡ଼ୁଛି। ଆପଣ ନିଶ୍ଚିତ ଖାଇବେ, ତା'ପରେ ଆପଣ ଶକ୍ତି ପାଇ ଆପଣା ବାଟରେ ଗ୍ଭଲିଯିବେ।”
23 କିନ୍ତୁ ସେ କହିଲେ, ଶାଉଲ ମନା କଲେ, “ମୁଁ କିଛି ଖାଇବି ନାହିଁ।”
ଶାଉଲର ଦାସମାନେ ଓ ସେହି ସ୍ତ୍ରୀଲୋକଟି ସହ ମିଶି ତାଙ୍କୁ କିଛି ଖାଇବା ପାଇଁ ପ୍ରସ୍ତୁତ କଲେ। ଶେଷରେ ଶାଉଲ ସେମାନଙ୍କର କଥା ରକ୍ଷା କଲେ ଓ ଭୂମିରୁ ଉଠିଲେ ଓ ବସିଲେ। 24 ସେହି ସ୍ତ୍ରୀଲୋକଟାର ଏକ ସୁସ୍ଥସବଳ ବାଛୁରି ତା'ର ଗୃହରେ ଥିଲା। ସେ ତାଙ୍କୁ ମାରିଲା ଓ ଅଟା ନେଇ ଦଳିଲା ଓ ତାକୁ ତାଡ଼ିଶୂନ୍ୟ ରୋଟୀ ପ୍ରସ୍ତୁତ କଲା। 25 ସେହି ସ୍ତ୍ରୀଲୋକଟି ଖାଦ୍ୟଦ୍ରବ୍ୟ ନେଇ ଶାଉଲ ଓ ତା'ର ଦାସମାନଙ୍କୁ ପରଷିଲା, ଶାଉଲ ଏବଂ ଦାସମାନେ ଖାଇଲେ। ସେହି ରାତ୍ରିରେ ସେମାନେ ସେ ସ୍ଥାନ ପରିତ୍ୟାଗ କଲେ।
“ଦାଉଦ ଆମ ସହିତ ଯାଇ ପାରିବ ନାହିଁ!”
29 ପଲେଷ୍ଟୀୟମାନେ ସେମାନଙ୍କର ସୈନ୍ୟସାମନ୍ତଙ୍କ ସହିତ ଅଫେକରେ ଏକତ୍ରିତ ହେଲେ ଓ ଇସ୍ରାଏଲୀୟମାନେ ଯିଷ୍ରିୟେଲସ୍ଥ ଝରଣା ନିକଟରେ ଛାଉଣି ସ୍ଥାପନ କଲେ। 2 ପଲେଷ୍ଟୀୟମାନଙ୍କ ଅଧିପତିମାନେ ଶହ ଶହ, ହଜାର ହଜାର ସୈନ୍ୟ ନେଇ କ୍ରମେ କ୍ରମେ ଅଗ୍ରସର ହେଲେ। ଦାଉଦ ଏବଂ ତାଙ୍କର ସୈନ୍ୟମାନେ ଆଖୀଶ୍ ସହିତ ପଛେ ପଛେ ଆଗେଇଲେ।
3 ପଲେଷ୍ଟୀୟ ଅଧିପତିମାନେ କହିଲେ, “ଏବ୍ରୀୟମାନେ ଏଠାରେ କ’ଣ କରୁଛନ୍ତି?”
ଅଖୀଶ୍ ପଲେଷ୍ଟୀୟ ଶାସକମାନଙ୍କୁ କହିଲେ, “ଏ ହେଉଛନ୍ତି ଦାଉଦ। ଦାଉଦ ହେଉଛନ୍ତି ଜଣେ ଇସ୍ରାଏଲର ରାଜା ଶାଉଲଙ୍କର ଦାସମାନଙ୍କ ମଧ୍ୟରୁ ଜଣେ। ଦାଉଦ ମୋ’ ସହିତ ବହୁତ ଦିନ ହେଲା ରହିଲେଣି। ସେ ଶାଉଲଙ୍କୁ ଛାଡ଼ି ମୋ’ ପାଖରେ ରହିବା ଦିନଠାରୁ ମୁଁ ତାଙ୍କଠାରେ କୌଣସି ଦୋଷ ପାଇ ନାହିଁ।”
4 କିନ୍ତୁ ପଲେଷ୍ଟୀୟ ଶାସକଗଣ ଆଖୀଶ୍ ଉପରେ ରାଗିଲେ। ସେମାନେ କହିଲେ, “ଦାଉଦକୁ ଫେରାଇ ଦିଅ। ତୁମ୍ଭେ ତା’ ପାଇଁ ଯେଉଁ ସ୍ଥାନ ନିରୂପଣ କରିଅଛ, ସେ ନିଜର ସେହି ସ୍ଥାନକୁ ଫେରି ଯାଉ। ସେ ଆମ୍ଭ ସହିତ ଯୁଦ୍ଧକୁ ଯାଇ ପାରିବ ନାହିଁ। ସେ ଯଦି ଆମ୍ଭ ସହିତ ରହେ, ତେବେ ସେ ଆମ୍ଭ ନିଜ ଛାଉଣି ମଧ୍ୟରେ ଜଣେ ଶତ୍ରୁ ହୋଇ ରହିବ। ସେ ତା'ର ରାଜା ଶାଉଲଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆମ୍ଭ ନିଜର ଲୋକଙ୍କୁ ମାରିବ। 5 ଦାଉଦ ହେଉଛନ୍ତି ସେହି ଲୋକ ଯାହା ପାଇଁ ଇସ୍ରାଏଲୀୟ ଲୋକମାନେ ତାଙ୍କ ସମ୍ବନ୍ଧରେ ଗୀତଟିଏ ବୋଲନ୍ତି, ତାହା ହେଲା,
‘ଶାଉଲ ହତ୍ୟା କଲେ ସହସ୍ର ସହସ୍ର,
ଦାଉଦ ହତ୍ୟା କଲେ ଅୟୁତ ଅୟୁତ’”
6 ତେଣୁ ଆଖୀଶ୍ ଦାଉଦଙ୍କୁ ଡାକି କହିଲେ, “ନିଶ୍ଚିତ ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ, ତୁମ୍ଭେ ମୋର ଅନୁଗତ ରହିବ। ତୁମ୍ଭେ ମୋର ସୈନ୍ୟବାହିନୀରେ ଯୋଗ ଦେଲେ ମୁଁ ବହୁତ ଖୁସୀ ହେବି। ମୋ’ ସହିତ ରହିବା ଦିନଠାରୁ ମୁଁ ତୁମ୍ଭର କୌଣସି ଦୋଷ ପାଇ ନାହିଁ। ତଥାପି ପଲେଷ୍ଟୀୟ ଅଧିପତିମାନଙ୍କ ଦୃଷ୍ଟିରେ ତୁମ୍ଭେ ଉତ୍ତମ ନୁହଁ। 7 ଶାନ୍ତିରେ ଫେରିଯାଅ। ପଲେଷ୍ଟୀୟ ଶାସକମାନଙ୍କ ବିରୁଦ୍ଧରେ କିଛି କର ନାହିଁ।”
8 ତେଣୁ ଦାଉଦ ଆଖୀଶ୍କୁ କହିଲେ, “ମୁଁ କ’ଣ ତୃଟି କରିଅଛି କି? ମୁଁ ତୁମ୍ଭର ଦାସ ତୁମ୍ଭ ପାଖକୁ ଆସିଲା ଦିନରୁ ମୋର କିଛି ଭୁଲ୍ କାମ ତୁମ୍ଭେ ଦେଖିଛ କି? ନାଁ, କାହିଁକି ମୁଁ ମୋର ସଦାପ୍ରଭୁଙ୍କ ବିରୁଦ୍ଧରେ ଥିବା ଶତ୍ରୁମାନଙ୍କ ସହିତ ଯୁଦ୍ଧ କରି ପାରିବି ନାହିଁ?”
9 ଆଖୀଶ୍ ଉତ୍ତର ଦେଲେ, “ମୁଁ ବିଶ୍ୱାସ କରୁଛି ତୁମ୍ଭେ ଜଣେ ଉତ୍ତମ ଲୋକ। ତୁମ୍ଭେ ଜଣେ ପରମେଶ୍ୱରଙ୍କର ଦୂତ ସ୍ୱରୂପ। ତଥାପି ପଲେଷ୍ଟୀୟ ଶାସକମାନେ କହୁଛନ୍ତି, ‘ଦାଉଦ କେବେ ଆମ୍ଭମାନଙ୍କ ସହିତ ଯୁଦ୍ଧକୁ ଯାଇ ପାରିବେ ନାହିଁ।’ 10 ଆସନ୍ତା କାଲି ସକାଳେ ତୁମ୍ଭେ ଓ ତୁମ୍ଭର ଲୋକମାନେ ମୁଁ ଦେଇଥିବା ଜାଗାକୁ ଫେରିଯିବା ଉଚିତ୍। ଦୟାକରି ଅଧିପତିମାନେ କହିଥିବା କଥା ପ୍ରତି ଦୃଷ୍ଟି ଦେବ ନାହିଁ। ତୁମ୍ଭେ ଜଣେ ଭଲ ଲୋକ, ତେଣୁ ତୁମ୍ଭେ ସୂର୍ଯ୍ୟୋଦୟ ମାତ୍ରେ ଫେରିଯିବା ଭଲ।”
11 ଦାଉଦ ଏବଂ ତାଙ୍କର ଲୋକମାନେ ପ୍ରତ୍ୟୁଷରୁ ଉଠି ପଲେଷ୍ଟୀୟ ଦେଶକୁ ଫେରିଗଲେ ଆଉ ପଲେଷ୍ଟୀୟମାନେ ଯିଷ୍ରିୟେଲକୁ ଗମନ କଲେ।
ଅମାଲେକୀୟମାନେ ସିକ୍ଳଗ୍ ଆକ୍ରମଣ କଲେ
30 ତୃତୀୟ ଦିନ ଦାଉଦ ଏବଂ ତାଙ୍କର ଲୋକମାନେ ସିକ୍ଳଗ୍ରେ ପହଞ୍ଚିଲେ। ସେମାନେ ଦେଖିଲେ ଅମାଲେକୀୟମାନେ ସିକ୍ଳଗ ଆକ୍ରମଣ କରିଥିଲେ। ଅମାଲେକୀୟ ଲୋକମାନେ ନେଗେଭ ଆକ୍ରମଣ କରି ଓ ସିକ୍ଳଗ୍କୁ ଆକ୍ରମଣ କରି ସହରରେ ନିଆଁ ଲଗାଇ ଦେଇଥିଲେ। 2 ସେମାନେ ସିକ୍ଳଗ୍ର ସମସ୍ତ ସ୍ତ୍ରୀଲୋକମାନଙ୍କୁ ବନ୍ଦୀକରି ଆଣିଥିଲେ ଏବଂ ସେମାନେ ସମସ୍ତ ବୃଦ୍ଧ ଓ ସମସ୍ତ ଯୁବକମାନଙ୍କୁ ବନ୍ଦୀ କରି ଆଣିଥିଲେ। ସେମାନେ କାହାରିକୁ ମାରି ଦେଇ ନ ଥିଲେ। ସେମାନଙ୍କୁ ହତ୍ୟା କରିବା ପରିବର୍ତ୍ତେ ସେମାନଙ୍କୁ ନିଜ ନିଜ ପଥରେ ନେଇ ଯାଇଥିଲେ।
3 ଯେତେବେଳେ ଦାଉଦ ଓ ତା'ର ଲୋକମାନେ ସିକ୍ଳଗ୍କୁ ଆସିଲେ। ସେମାନେ ଦେଖିବାକୁ ପାଇଲେ, ସହର ଜଳୁଅଛି। ସେମାନଙ୍କର ସ୍ତ୍ରୀ, ପିଲା, ଭଉଣୀ, ଝିଅ, ସମସ୍ତଙ୍କୁ ବନ୍ଦୀ କରି ନେଇ ଯାଇଛନ୍ତି। ଅମାଲେକୀୟମାନେ ସେମାନଙ୍କୁ ନେଇ ଯାଇଛନ୍ତି। 4 ଦାଉଦ ଏବଂ ତାଙ୍କର ଅନ୍ୟ ଯେଉଁ ଲୋକମାନେ ତାଙ୍କର ସୈନିକ ଥିଲେ, ସମସ୍ତେ କ୍ରନ୍ଦନ କରିବାକୁ ଲାଗିଲେ। ସେମାନେ ଏତେ କାନ୍ଦିଲେ ଯେ, ଆଉ କାନ୍ଦିବାକୁ ଦୁର୍ବଳ ହୋଇ ପଡ଼ିଲେ। 5 ଅମାଲେକୀୟମାନେ ମଧ୍ୟ ଦାଉଦଙ୍କର ଦୁଇ ସ୍ତ୍ରୀକୁ ନେଇ ଯାଇଅଛନ୍ତି। ଅହୀନମ୍ ଯିଷ୍ରିୟେଲୀୟା ଓ କର୍ମିଲୀୟ ନାବଲର ସ୍ତ୍ରୀ ଅବୀଗଲ।
6 ଯେତେ ଲୋକ ସେ ସୈନ୍ୟଦଳରେ ଥିଲେ ସମସ୍ତେ ଦୁଃଖ ଓ କ୍ରୋଧି ଥିଲେ, କାରଣ ସେମାନଙ୍କର ପିଲାମାନେ ବନ୍ଦୀ ହୋଇ ଯାଇଥିଲେ। ଲୋକମାନେ ଦାଉଦକୁ ପଥରରେ ମାରିବାକୁ କଥାବାର୍ତ୍ତା ହେଉଥିଲେ। କିନ୍ତୁ ଦାଉଦ ନିଜକୁ ସଦାପ୍ରଭୁ ତାଙ୍କ ପରମେଶ୍ୱରଙ୍କଠାରେ ସବଳ କଲେ। 7 ଦାଉଦ ଅହୀମେଲକର ପୁତ୍ର ଅବିୟାଥର ଯାଜକକୁ କହିଲେ, ମୋ’ ପାଖକୁ “ଏଫୋଦ ଆଣ।”
8 ତା'ପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ମୁଁ ଏହି ସୈନ୍ୟଦଳ ପଛେ ପଛେ ଗୋଡ଼ାଇଲେ, ମୁଁ ସେମାନଙ୍କୁ ଧରି ପାରିବି କି?”
ସଦାପ୍ରଭୁ ଉତ୍ତର ଦେଲେ, “ତାଙ୍କ ପଛେ ଗୋଡ଼ାଅ। ତୁମ୍ଭେ ତାଙ୍କୁ ଧରି ପାରିବ। ତୁମ୍ଭେ ତୁମ୍ଭର ପରିବାରକୁ ତାଙ୍କ ନିକଟରୁ ଉଦ୍ଧାର କରି ପାରିବ।”
ଦାଉଦ ଓ ତାଙ୍କ ଲୋକମାନେ ଜଣେ ମିଶରୀୟ ଦାସକୁ ପାଇଲେ
9-10 ଦାଉଦ ଓ ତାଙ୍କର 600 ଲୋକମାନଙ୍କୁ ନେଇ ବିଷୋର ନଦୀ ନିକଟରେ ପହଞ୍ଚିଲେ। ସେଠାରେ 200 ଲୋକ ରହିଲେ, କାରଣ ସେମାନେ ସେଠାରେ ଅତ୍ୟନ୍ତ କ୍ଳାନ୍ତ ଓ ଦୁର୍ବଳ ହୋଇ ପଡ଼ିଥିଲେ। ତେଣୁ ଦାଉଦ ତାଙ୍କର ଅନ୍ୟ 400 ଜଣ ଲୋକମାନଙ୍କୁ ନେଇ ଅମାଲେକୀୟମାନଙ୍କ ପଛରେ ଗୋଡ଼ାଇଲେ।
11 ଦାଉଦଙ୍କର ଲୋକମାନେ କ୍ଷେତରେ ଜଣେ ମିଶରୀୟକୁ ପାଇଲେ। ତାଙ୍କୁ ସେମାନେ ଦାଉଦଙ୍କ ନିକଟକୁ ଆଣିଲେ। ସେମାନେ ତାହାକୁ ଖାଦ୍ୟ ଓ ପାନୀୟ ଦେଲେ। 12 ସେମାନେ ମିଶରୀୟଙ୍କୁ ଡିମ୍ବିରି ଚକ୍ତିରୁ ଖଣ୍ଡେ ଓ ଦୁଇ ପେଣ୍ଡା କିସ୍ମିସ୍ ଦେଲେ। ସେ ଖାଇ ସାରିବା ପରେ ଶାନ୍ତି ଅନୁଭବ କଲା। ସେ ତିନି ଦିନ ଏବଂ ତିନି ରାତି କିଛି ଖାଇ ନ ଥିଲା, ପାଣି ପିଇଲା ନାହିଁ।
13 ଦାଉଦ ମିଶରୀୟଙ୍କୁ ପଗ୍ଭରିଲେ, “ତୁମ୍ଭର ମାଲିକ କିଏ? ତୁମ୍ଭେ କେଉଁଠାରୁ ଆସିଛ?”
ସେ କହିଲା, “ମୁଁ ଜଣେ ମିଶରୀୟ। ମୁଁ ଏକ ଅମାଲେକୀୟର ଜଣେ ଦାସ ଅଟେ। ତିନି ଦିନ ପୂର୍ବରୁ ମୁଁ ଅସୁସ୍ଥ ହୋଇଗଲି, ତେଣୁ ମୋର ପ୍ରଭୁ ମୋତେ ଛାଡ଼ି ଗ୍ଭଲିଗଲେ। 14 ଆମ୍ଭେମାନେ କରେଥୀୟମାନେ ବାସ କରୁଥିବା ନେଗେଭ ଆକ୍ରମଣ କଲୁ। ଆମ୍ଭେମାନେ ସିକ୍ଳଗ୍କୁ ଅଗ୍ନିରେ ଦଗ୍ଧ କଲୁ ଓ ଯିହୁଦାର କାଲେବ୍ମାନଙ୍କର ବସତି ଉପରେ ଆକ୍ରମଣ କଲୁ।”
15 ଦାଉଦ ତାଙ୍କୁ ପଗ୍ଭରିଲେ, “ତୁମ୍ଭେ ମୋତେ ସେହି ସୈନ୍ୟଦଳ ନିକଟକୁ ନେଇ ପାରିବ କି ଯେଉଁମାନେ ଆମ୍ଭର ପରିବାରକୁ ସାଙ୍ଗରେ ନେଇ ଯାଇଛନ୍ତି।”
ମିଶରୀୟ ଜଣକ କହିଲା, “ତୁମ୍ଭେ ପରମେଶ୍ୱରଙ୍କ ନାମରେ ପ୍ରତିଜ୍ଞା କରି କୁହ ଯେ ତୁମ୍ଭେ ମୋତେ ମାରିଦେବ ନାହିଁ କି ମୋର ମୁନିବ ନିକଟରେ ମୋତେ ସମର୍ପଣ କରିବ ନାହିଁ। ତେବେ ମୁଁ ଅଭିଯାନରେ ନେତୃତ୍ୱ କରିବି।”
ଦାଉଦ ଅମାଲେକୀୟମାନଙ୍କୁ ପରାଜିତ କଲେ
16 ସେହି ମିଶରୀୟ ଜଣକ ଦାଉଦଙ୍କୁ ସେମାନଙ୍କ ନିକଟକୁ ନେଇଗଲା। ଯେଉଁଠାରେ ସେମାନେ ଗୋଟିଏ ଜାଗାରେ ଏକତ୍ରିତ ଭାବରେ ବସି ଖିଆପିଆ କରୁଥିଲେ। ସେମାନେ ପଲେଷ୍ଟୀୟମାନଙ୍କର ଓ ଯିହୁଦାରୁ ଲୁଣ୍ଠନ କରିଥିବା ବହୁତ ସାମଗ୍ରୀମାନ ଉପଭୋଗ କଲେ ଓ ସେଠାରେ ଉତ୍ସବ କରୁଥିଲେ। 17 ଦାଉଦ ସେମାନଙ୍କୁ ଆକ୍ରମଣ କଲେ ଓ ସେମାନଙ୍କୁ ବଧ କଲେ। ସେମାନେ ସୂର୍ଯ୍ୟୋଦୟରୁ ପରଦିନ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସେମାନଙ୍କ ସହିତ ଯୁଦ୍ଧ କଲେ। ଯେଉଁ 400 ଲୋକ ଓଟ ଚଢ଼ିଲେ ଏବଂ ପଳାଇଲେ ସେହି ଅମାଲେକୀୟ ବ୍ୟତୀତ କେହି ରକ୍ଷା ପାଇଲେ ନାହିଁ।
18 ଦାଉଦ ପ୍ରତ୍ୟେକ ଜିନିଷ ଫେରି ପାଇଲେ, ଯେଉଁଗୁଡ଼ିକୁ ଅମାଲେକୀୟମାନେ ନେଇଯାଇ ଥିଲେ। ଏପରିକି ତାଙ୍କର ଦୁଇ ସ୍ତ୍ରୀଙ୍କୁ ମଧ୍ୟ। 19 ତାଙ୍କର କୌଣସି ଜିନିଷ କିମ୍ବା ବ୍ୟକ୍ତି ହରାଇ ନ ଥିଲେ। ସେମାନଙ୍କର ସମସ୍ତ ଦ୍ରବ୍ୟ, ବୟସ୍କ ଲୋକ, ପିଲା, ସମସ୍ତଙ୍କ ପୁତ୍ରକନ୍ୟା ସମସ୍ତଙ୍କୁ ଦାଉଦ ରକ୍ଷା କଲେ। ଏବଂ ସେମାନଙ୍କର ମୂଲ୍ୟବାନ ବସ୍ତୁକୁ ମଧ୍ୟ ଦାଉଦ ନେଇ ଆସିଲେ। 20 ଦାଉଦ ସମସ୍ତ ମେଷ ଓ ଗାଈମାନ ପୁନର୍ବାର ପାଇଲେ। ଦାଉଦଙ୍କର ଲୋକମାନେ ଏହି ପଶୁଗୁଡ଼ିକୁ ସେମାନଙ୍କ ଆଗେ ଆଗେ ନେଲେ ଓ ସେମାନେ କହିଲେ, “ଏହା ହେଉଛି ଦାଉଦଙ୍କର ଲାଭ।”
ସମସ୍ତ ଲୋକଙ୍କର ସମାନ ଭାଗ ହେବ
21 ଦାଉଦ ବିଷୋର ନଦୀ ନିକଟରେ ଥିବା 200 ଜଣ ଲୋକଙ୍କ ନିକଟକୁ ଗଲେ ଓ ରହିଲେ। ଯେଉଁ ଲୋକମାନେ ତାଙ୍କର ଦୁର୍ବଳତା ହେତୁ ତାଙ୍କ ପଛେ ଆସି ପାରି ନ ଥିଲେ, ସେମାନେ ଦାଉଦ ଓ ତାଙ୍କ ଲୋକମାନଙ୍କୁ ଭୋଟିବାକୁ ବାହାରି ଆସିଲେ। ଦାଉଦ ସେମାନଙ୍କ ନିକଟକୁ ଯାଇ ତାଙ୍କର କୁଶଳବାର୍ତ୍ତା ପଗ୍ଭରିଲେ। 22 କିଛି ଦୁଷ୍ଟ, ଖଳ ପ୍ରକୃତିର ଲୋକମାନେ ଦାଉଦଙ୍କ ସଙ୍ଗରେ ଯାଇଥିଲେ। ସେହି ଖଳ ପ୍ରକୃତିର ଲୋକମାନେ କହିଲେ, “ଏହି ଯେଉଁ 200 ଜଣ ଲୋକ ଆମ୍ଭ ସଙ୍ଗେ ଯାଇ ନ ଥିଲେ, ଆମ୍ଭେ ଆଣିଥିବା ଦ୍ରବ୍ୟ ସେମାନଙ୍କୁ ଦେବା ନାହିଁ। ସେମାନଙ୍କୁ କେବଳ ସେମାନଙ୍କର ପିଲା ଓ ସ୍ତ୍ରୀ ଫେରାଇ ଦିଅ।”
23 ଦାଉଦ ଉତ୍ତର ଦେଲେ, “ହେ ମୋର ଭାଇମାନେ, ସେପରି କର ନାହିଁ। ସଦାପ୍ରଭୁ ଯାହା ଦେଲେ, ସେ ବିଷୟରେ ଭାବ। ସଦାପ୍ରଭୁ ଆମ୍ଭମାନଙ୍କୁ ରକ୍ଷା କରି, ଆମ୍ଭକୁ ଆକ୍ରମଣ କରୁଥିବା ସୈନ୍ୟମାନଙ୍କୁ ପରାସ୍ତ କରାଇଲେ। 24 ତୁମ୍ଭମାନଙ୍କର କଥା କିଏ ଶୁଣିବ? ସମସ୍ତେ ଯୁଦ୍ଧରୁ ଆଣିଥିବା ସାମଗ୍ରୀରେ ଯିଏ ଯୁଦ୍ଧକୁ ଯାଇଥିଲା ସେ ମଧ୍ୟ ଓ ଯିଏ ଭଣ୍ତାରର ଦାୟିତ୍ୱରେ ଥିଲା ସେ ମଧ୍ୟ ସମାନ ଭାଗ ପାଇବ।” 25 ଦାଉଦ ସେହି ଦିନଠାରୁ ଏହି ନିୟମ ପ୍ରଚଳନ କଲେ। ଯାହା ଆଜି ପର୍ଯ୍ୟନ୍ତ ଇସ୍ରାଏଲରେ ଚଳୁଅଛି।
26 ଦାଉଦ ସିକ୍ଳଗରେ ଉପସ୍ଥିତ ହେଲେ। ତା'ପରେ ସେ ଆଣିଥିବା ଦ୍ରବ୍ୟ ତାଙ୍କର ବନ୍ଧୁମାନଙ୍କ ନିକଟକୁ ପଠାଇଲେ ଯିହୁଦାର ନେତାଙ୍କ ନିକଟକୁ। ଦାଉଦ କହିଲେ, “ଏହିଠାରେ କିଛି ଉପହାର ଅଛି ଯାହା ସଦାପ୍ରଭୁଙ୍କ ଶତ୍ରୁମାନଙ୍କ ନିକଟରୁ ଅଣା ଯାଇଅଛି।”
27 ଅମାଲେକୀୟମାନଙ୍କ ନିକଟରୁ ଆଣିଥିବା ଦ୍ରବ୍ୟ ଦାଉଦ କିଛି ବୈଥେଲ୍ର ପ୍ରାଚୀନମାନଙ୍କୁ, ନେଗେଭର ରାମା ଓ ଯତ୍ତୀର ନେତାମାନଙ୍କ ନିକଟକୁ ପଠାଇଲେ। 28 ଅରୋୟର, ଶିଫମୋତ୍ ଓ ଇଷ୍ଟିମୋୟମାନଙ୍କ ନିକଟକୁ କିଛି ପଠାଇଲେ। 29 ସେ କେତେକଙ୍କୁ ରାଖଲ୍ ଓ ଯିରହମେଲୀୟମାନଙ୍କ ସହର କେନିତ୍ ସହର ପଠାଇଲେ। 30 ହର୍ମା, କୋରାଶନ୍, ଅଥାକ୍, 31 ଓ ହିବ୍ରୋଣକୁ ଦାଉଦ ଆଣିଥିବା ଦ୍ରବ୍ୟ ଏହି ନେତାମାନଙ୍କ ନିକଟକୁ ପଠାଇଲେ। ଏବଂ ଅନ୍ୟ ସ୍ଥାନ ନିକଟକୁ ପଠାଇଲେ। ଯେଉଁଠାରେ ଦାଉଦ ଓ ତାଙ୍କର ଲୋକମାନେ ଗମନାଗମନ ହେଉଥିଲେ।
ଶାଉଲଙ୍କର ମୃତ୍ୟୁ
31 ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ ଏବଂ ଇସ୍ରାଏଲୀୟମାନେ ଭୟରେ ସେଠାରୁ ଦୌଡ଼ି ପଳାୟନ କଲେ। ଗିଲ୍ବୋୟ ପର୍ବତ ଉପରେ ବହୁତ ଇସ୍ରାଏଲୀୟମାନଙ୍କୁ ମାରି ଦିଆଗଲା। 2 ପଲେଷ୍ଟୀୟମାନେ ଶାଉଲ ଓ ତାଙ୍କର ପୁତ୍ର ବିରୁଦ୍ଧରେ ଭୟଙ୍କର ଯୁଦ୍ଧ କଲେ। ପଲେଷ୍ଟୀୟମାନେ ଶାଉଲଙ୍କର ପୁତ୍ର ଯୋନାଥନ, ଅବୀନାଦବ ଏବଂ ମଲକୀଶୂୟଙ୍କୁ ହତ୍ୟା କଲେ।
3 ଯୁଦ୍ଧ ଭୟଙ୍କର ରୂପ ଧାରଣ କଲା, ଶାଉଲଙ୍କ ବିରୁଦ୍ଧରେ ଧନୁର୍ଦ୍ଧାରିମାନେ ଅତି ଦୟନୀୟ ଭାବେ ତୀରମାରି ଶାଉଲକୁ ଆଘାତ କଲେ। 4 ଶାଉଲ ତାଙ୍କର ଅସ୍ତ୍ରବାହକକୁ କହିଲେ, “ତୁମ୍ଭର ଖଣ୍ତା ବାହାର କରି ତୁମ୍ଭର ଖଣ୍ଡାରେ ମୋତେ ହତ୍ୟା କର। ତାହାହେଲେ ଅସୁନ୍ନତ ଲୋକମାନେ ଆସି ମୋତେ ଗାଳି ଦେବେ ନାହିଁ କିମ୍ବା ହତ୍ୟା କରି ପାରିବେ ନାହିଁ।” କିନ୍ତୁ ଶାଉଲଙ୍କର ଅସ୍ତ୍ରବାହକ ଦାସ ବହୁତ ଭୟଭୀତ ହୋଇଗଲା ଏବଂ ଶାଉଲଙ୍କୁ ହତ୍ୟା କରିବାକୁ ମନା କଲା। ତେଣୁ ଶାଉଲ ତାଙ୍କର ନିଜର ଖଣ୍ତା ବାହାର କଲେ ଓ ନିଜେ ନିଜକୁ ହତ୍ୟା କଲେ।
5 ତେଣୁ ଶାଉଲଙ୍କର ଦାସ ଦେଖିଲା ଯେ ଶାଉଲ ମରିଯାଇଛନ୍ତି। ତେଣୁ ସେ ତା'ର ଖଣ୍ତା ବାହାର କରି ନିଜ ଖଣ୍ଡାରେ ଶାଉଲଙ୍କ ନିକଟରେ ମୃତ୍ୟୁବରଣ କଲା। 6 ତେଣୁ ଶାଉଲ, ତାଙ୍କର ତିନି ପୁତ୍ର ଓ ତାଙ୍କର ଅସ୍ତ୍ରବାହକ ସମସ୍ତେ ସେଦିନ ଗୋଟିଏ ଜାଗାରେ ଏକତ୍ରିତ ଭାବରେ ମଲେ।
ପଲେଷ୍ଟୀୟମାନେ ଶାଉଲଙ୍କ ମୃତ୍ୟୁରେ ଆନନ୍ଦ କଲେ
7 ଇସ୍ରାଏଲୀୟମାନେ ଯେଉଁମାନେ ଯିଷ୍ରିୟେଲ ଉପତ୍ୟକାର ଅପରପାର୍ଶ୍ୱରେ ଓ ଯର୍ଦ୍ଦନ ନଦୀର ଅପରପାର୍ଶ୍ୱରେ ବାସ କରୁଥିଲେ। ସେମାନେ ଦେଖିଲେ, ଇସ୍ରାଏଲୀୟ ସୈନ୍ୟମାନେ ଦୌଡ଼ି ପଳାଉଛନ୍ତି। ଏବଂ ସେମାନେ ଦେଖିଲେ, ଶାଉଲ ଓ ତାଙ୍କର ପୁତ୍ରମାନେ ମରିଛନ୍ତି। ତେଣୁ ସେମାନେ ସମସ୍ତେ ସେ ସହର ପରିତ୍ୟାଗ କରି ଦୌଡ଼ି ପଳାଇଲେ। ତା'ପରେ ପଲେଷ୍ଟୀୟମାନେ ସେହି ସହରକୁ ଆସିଲେ, ଓ ସେଠାରେ ବାସ କଲେ।
8 ତା’ ପରଦିନ, ପଲେଷ୍ଟୀୟମାନେ ମୃତ ଲୋକମାନଙ୍କ ପାଖରେ ରହିଯାଇଥିବା ପଦାର୍ଥଗୁଡ଼ିକ ନେବାକୁ ଆସିଲେ। ସେମାନେ ଦେଖିବାକୁ ପାଇଲେ ଯେ ଗିଲ୍ବୋୟ ପର୍ବତ ଉପରେ ଶାଉଲ ଏବଂ ତା'ର ତିନି ପୁତ୍ର ନିହତ ହୋଇ ପଡ଼ି ରହିଛନ୍ତି। 9 ପଲେଷ୍ଟୀୟମାନେ ଶାଉଲଙ୍କର ମସ୍ତକ କାଟି ତାଙ୍କର କବଚ ଇତ୍ୟାଦିକୁ ନେଇଗଲେ। ପଲେଷ୍ଟୀୟମାନେ ନିଜ ନିଜର ଦେବଗଣ ଗୃହ ବା ମନ୍ଦିରକୁ ଓ ଲୋକମାନଙ୍କୁ ଦେଶର ଗ୍ଭରି ଆଡ଼କୁ ଖବର ଦେଇ ପଠାଇଲେ। 10 ପଲେଷ୍ଟୀୟମାନେ ଶାଉଲଙ୍କର କବଚ ସାଞ୍ଜୁଆ ଇତ୍ୟାଦିକୁ ଆଷ୍ଟାରୋତ୍ ଦେବୀଙ୍କ ମନ୍ଦିରରେ ରଖିଲେ। ପଲେଷ୍ଟୀୟମାନେ ମଧ୍ୟ ଶାଉଲଙ୍କ ଶରୀରକୁ ବୈଥ୍ଶାନ୍ କାନ୍ଥରେ ଟାଙ୍ଗି ରଖିଲେ।
11 ଯାବେଶ୍-ଗିଲିୟଦ ନିବାସୀମାନେ, ଶାଉଲଙ୍କ ପ୍ରତି ପଲେଷ୍ଟୀୟମାନଙ୍କ କୃତ କର୍ମର ସମ୍ବାଦ ପାଇଲେ। 12 ତେଣୁ ଯାବେଶ୍ର ସୈନ୍ୟମାନେ ବୈଥ୍ଶାନ୍କୁ ଗଲେ, ସେମାନେ ରାତ୍ରି ତମାମ ଯାତ୍ରା କଲେ, ତା'ପରେ ସେମାନେ ସେଠାରେ ପହଞ୍ଚି ଶାଉଲଙ୍କର ଶରୀରକୁ ବୈଥ୍ଶାନ୍ କାନ୍ଥରୁ ତଳକୁ କାଢ଼ିଲେ, ସେମାନେ ମଧ୍ୟ ଶାଉଲର ପୁତ୍ରମାନଙ୍କର ଶରୀରକୁ ଯାବେଶ୍କୁ ଆଣିଲେ। ଯାବେଶ୍ର ଏହିସବୁ ଲୋକମାନେ ଶାଉଲ ଓ ତାଙ୍କର ପୁତ୍ରମାନଙ୍କର ଶରୀରକୁ ସେହିଠାରେ ପୋଡ଼ି ଦେଲେ। 13 ତା'ପରେ ସେହି ଲୋକମାନେ ଶାଉଲ ଓ ତାଙ୍କର ପୁତ୍ରମାନଙ୍କର ଅସ୍ଥି ସଂଗ୍ରହ କରି ଆଣି ଯାବେଶ୍ଠାରେ ଥିବା ଏକ ଝାଉଁ ବୃକ୍ଷ ତଳେ ତାହାକୁ ସମାଧି ଦେଲେ। ତା'ପରେ ଯାବେଶ୍ର ଲୋକମାନେ ଶୋକ ସନ୍ତାପ୍ତ ଭାବରେ ଦୁଃଖରେ ଶୋକ ପାଳନ ନିମନ୍ତେ ସାତ ଦିନ ବିନା ଆହାରରେ ଶୋକ ପାଳନ କଲେ।
ପ୍ରଧାନ ବାଦ୍ୟକର ନିମନ୍ତେ ସଦାପ୍ରଭୁଙ୍କ ଦାସ ଦାଉଦଙ୍କ ଗୀତ। ସଦାପ୍ରଭୁ ଶତ୍ରୁମାନଙ୍କ ହସ୍ତରୁ ଓ ଶାଉଲଙ୍କ ହସ୍ତରୁ ତାଙ୍କୁ ଉଦ୍ଧାର କରିବା ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ନିବେଦନ କରିଥିଲେ।
18 ସେ କହିଲେ, “ହେ ସଦାପ୍ରଭୁ, ତୁମ୍ଭେ ହିଁ ମୋର ଶକ୍ତିସ୍ୱରୂପ,
ମୁଁ ତୁମ୍ଭକୁ ଭଲ ପାଏ।”
2 ହେ ସଦାପ୍ରଭୁ, ତୁମ୍ଭେ ମୋର ଶୈଳ, ମୋ’ ନିରାପତ୍ତାରେ ଆଶ୍ରୟସ୍ଥଳ।
ମୋର ପରମେଶ୍ୱର ମୋ’ ପାଇଁ ଶୈଳ ସଦୃଶ ଦୃଢ଼।
ମୁଁ ତାଙ୍କରି ନିକଟକୁ ରକ୍ଷା ପାଇଁ ଦୌଡ଼ି ଯାଏ।
ପରମେଶ୍ୱର ମୋର ଢାଲ ସଦୃଶ।
ତାଙ୍କର ଶକ୍ତି ମୋର ରକ୍ଷା ଶୃଙ୍ଗ।
ସଦାପ୍ରଭୁ ଉଚ୍ଚ ପର୍ବତରେ ମୋର ଲୁଚିବା ସ୍ଥାନର ଆଶ୍ରୟସ୍ଥଳ।
3 ସେମାନେ ମୋତେ ପରିହାସ କଲେ,
କିନ୍ତୁ ଯେତେବେଳେ ମୁଁ ସଦାପ୍ରଭୁଙ୍କୁ ଡାକିଲି,
ସେ ମୋତେ ମୋର ଶତ୍ରୁମାନଙ୍କଠାରୁ ରକ୍ଷା କଲେ।
4 ମୋର ଶତ୍ରୁମାନେ ଯେତେବେଳେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ, ମୃତ୍ୟୁର ରଶି ମୋତେ ସେତେବେଳେ ବାନ୍ଧିବାକୁ ଯାଉଥିଲା ମୋର ଗ୍ଭରିଆଡ଼ୁ।
ମୁଁ ବନ୍ୟାରେ କବଳିତ ହୋଇ ମୃତ୍ୟୁ ଆଡ଼କୁ ଭାସି ଗ୍ଭଲିଥିଲି,
5 କବରର ରଶି ମୋର ଗ୍ଭରିଆଡ଼େ ଥିଲା,
ମୃତ୍ୟୁର ଯନ୍ତା ମୋ’ ସମ୍ମୁଖରେ ଥିଲା।
6 ସେହି ଯନ୍ତାରେ ପଡ଼ି ସହାୟତା ପାଇଁ ମୁଁ ସଦାପ୍ରଭୁଙ୍କୁ ଡାକିବାକୁ ଲାଗିଲି।
ହଁ, ମୁଁ ମୋର ପରମେଶ୍ୱରଙ୍କୁ ଡାକିଲି,
ସେ ଆପଣା ମନ୍ଦିରରେ ଥାଇ ମୋ’ ଡାକ ଶୁଣିଲେ।
ସେ ମୋର ସହାୟତା ପାଇଁ ଆର୍ତ୍ତନାଦ ଶୁଣିବାକୁ ପାଇଲେ।
7 ସେତିକି ବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା।
ସ୍ୱର୍ଗରାଜ୍ୟର ଭିତ୍ତିଭୂମି ଥରି ଉଠିଲା, କାରଣ ସଦାପ୍ରଭୁ କ୍ରୋଧିତ ହେଲେ।
8 ତାଙ୍କ ନାକରୁ ଧୂଆଁ ନିର୍ଗତ ହେଲା।
ଜ୍ୱଳନ୍ତ ଅଗ୍ନିଶିଖା ତାଙ୍କ ମୁଖରୁ ବାହାରିଲା।
ଜ୍ୱଳନ୍ତା ଅଙ୍ଗାର ସବୁ ତାଙ୍କଠାରୁ ନିର୍ଗତ ହେବାକୁ ଲାଗିଲା।
9 ସଦାପ୍ରଭୁ ଆକାଶର ବକ୍ଷ ଚିରି ତଳକୁ ଓହ୍ଲାଇ ଆସିଲେ।
ସେ ଘନ ଅନ୍ଧକାର ବାଦଲ ଖଣ୍ଡ ଉପରେ ଦଣ୍ଡାୟମାନ ହେଲେ।
10 ସଦାପ୍ରଭୁ ସେହି ଆକାଶ ବକ୍ଷର ଉଚ୍ଚରେ କିରୂବଦୂତମାନଙ୍କ ସହିତ ଉଡ଼ିବାକୁ ଲାଗିଲେ।
ସେ ବାୟୁର ଗତିରେ ଉଡ଼ିବାକୁ ଲାଗିଲେ।
11 ପରମେଶ୍ୱର କଳା, ଘନ ବାଦଲଖଣ୍ଡ ଭିତରେ ଲୁଚି ଗଲେ।
ସତେ ଯେମିତି ଏକ ଘନ ଅନ୍ଧକାର ଏକ ତମ୍ବୁ ଭିତରେ ଲୁଚି ରହିଲେ।
ସେ ଘନ ବିଜୁଳିଯୁକ୍ତ ମେଘ ଖଣ୍ଡ ଭିତରେ ଲୁଚି ଗଲେ।
12 ତା'ପରେ ସଦାପ୍ରଭୁଙ୍କ ଜ୍ୟୋତିରୁ ଉଜ୍ଜ୍ୱଳ ଆଲୋକ ମେଘଖଣ୍ଡ ଦେଇ ନିର୍ଗତ ହେଲା।
ତାହା ଆକାଶ ମଧ୍ୟରେ ବିଜୁଳିର ଆଲୋକ ପରି ଆଲୋକିତ ହୋଇ ଉଠିଲା।
13 ସଦାପ୍ରଭୁ ଆକାଶ ମଧ୍ୟରୁ ଗର୍ଜନ କଲେ।
ସର୍ବୋପରିସ୍ଥ ସେ ଆପଣା ଶବ୍ଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ କଲେ।
14 ସଦାପ୍ରଭୁ ଆପଣା ବାଣ ପ୍ରୟୋଗ କଲେ ଓ ଶତ୍ରୁମାନଙ୍କୁ ବିନାଶ କଲେ।
ସେ ବିଜୁଳି ମାରି ସେମାନଙ୍କୁ ଉଚ୍ଛିନ୍ନ କଲେ।
ଲୋକେ ବୁଝି ପାରିଲେ ନାହିଁ କ’ଣ ସବୁ ଘଟୁଛି।
15 ହେ ସଦାପ୍ରଭୁ, ତୁମ୍ଭେ ଚିତ୍କାର କରି ତୁମ୍ଭର ଆଦେଶ ଘୋଷଣା କଲ
ଓ ପ୍ରବଳ ବେଗରେ ପବନ ବହିବାକୁ ଲାଗିଲା।
ହଠାତ୍ ସମୁଦ୍ର ଗର୍ଭର ଜଳ ଅପସାରିତ ହୋଇ ସମୁଦ୍ରର ନିମ୍ନ ଭାଗ ଦିଶିବାକୁ ଲାଗିଲା।
ଆମ୍ଭେ ପୃଥିବୀର ଆଭ୍ୟନ୍ତରର ଭିତ୍ତି ଭୂମିକୁ ଦେଖିବାକୁ ଲାଗିଲୁ।
16 ସଦାପ୍ରଭୁ ଊର୍ଦ୍ଧ୍ୱରୁ ହସ୍ତ ବଢ଼ାଇ ମୋତେ ଉଦ୍ଧାର କଲେ।
ସେ ମୋତେ ସେହି ଗଭୀର ଜଳରୁ ହାତ ବଢ଼ାଇ ଟେକି ଆଣିଲେ।
17 ମୋର ଶତ୍ରୁମାନେ ମୋ'ଠାରୁ ଶକ୍ତିଶାଳୀ ଥିଲେ।
ସେମାନେ ମୋତେ ଘୃଣା କରୁଥିଲେ।
ମୋର ଶତ୍ରୁମାନେ ମୋ’ ଅପେକ୍ଷା ଅଧିକ ଶକ୍ତିଶାଳୀ ଥିଲେ।
ତେଣୁ ପରମେଶ୍ୱର ମୋତେ ରକ୍ଷା କଲେ।
18 ମୁଁ ବିପଦରେ ପଡ଼ିଥିଲି ମୋର ଶତ୍ରୁମାନେ ମୋତେ ଆକ୍ରମଣ କରୁଥିଲେ,
କିନ୍ତୁ ସଦାପ୍ରଭୁ ମୋତେ ରକ୍ଷା କରିବାକୁ ସେଠାରେ ଉପସ୍ଥିତ ହେଲେ।
19 ସଦାପ୍ରଭୁ ମୋତେ ଭଲ ପାଆନ୍ତି।
ତେଣୁ ସେ ମୋତେ ଉଦ୍ଧାର କଲେ, ସେ ମୋତେ ନିରାପଦ ସ୍ଥାନକୁ ନେଇଗଲେ।
20 ମୁଁ ନିରପରାଧ ତେଣୁ ସଦାପ୍ରଭୁ ମୋତେ ନିଶ୍ଚୟ ମୋର ପୁରସ୍କାର ଦେବେ।
ମୁଁ କିଛି ଭୁଲ୍ କରି ନାହିଁ, ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ।
21 କାରଣ ମୁଁ ସଦାପ୍ରଭୁଙ୍କ ଆଦେଶକୁ ପାଳନ କରେ।
ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ କୌଣସି ପାପ କରି ନାହିଁ।
22 ମୁଁ ସବୁବେଳେ ସଦାପ୍ରଭୁଙ୍କ ନିଷ୍ପତ୍ତିକୁ ମାନି ଆସିଛି।
ମୁଁ ତାଙ୍କ ବ୍ୟବସ୍ଥାଗୁଡ଼ିକୁ ପାଳନ କରେ।
23 ମୁଁ ତାଙ୍କ ଉଦ୍ଦେଶ୍ୟରେ ପବିତ୍ର ତଥା ସତ୍ ଚରିତ୍ର ଥିଲି।
ମୁଁ ନିଜକୁ ଅପରାଧ କରିବାକୁ ନିବୃତ୍ତ କଲି।
24 ତେଣୁ ମୋର ସଦାପ୍ରଭୁ ମୋତେ ପୁରସ୍କୃତ କଲେ କାରଣ ମୁଁ ତାଙ୍କ ଦୃଷ୍ଟିରେ ସରଳ ତଥା ନିରପରାଧ ଅଟେ।
ମୁଁ କିଛି ଭୁଲ୍ କରି ନାହିଁ, ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ।
25 ହେ ସଦାପ୍ରଭୁ, ଯଦି କେହି ତୁମ୍ଭକୁ ପ୍ରକୃତରେ ଭଲ ପାଏ, ତୁମ୍ଭେ ନିଶ୍ଚୟ ତାକୁ ଭଲ ପାଇବ।
ଯଦି ଜଣେ ବ୍ୟକ୍ତି ତୁମ୍ଭ ପ୍ରତି ନିର୍ମଳ ଅନୁରକ୍ତି ପ୍ରକାଶ କରେ, ତୁମ୍ଭେ ମଧ୍ୟ ତାକୁ ସେହିପରି ପ୍ରତିଦାନ ଦେଇଥାଅ।
26 ସଦାପ୍ରଭୁ ତୁମ୍ଭେ ମହାନ ଓ ଯେଉଁମାନେ ଉତ୍ତମ ତଥା ନିର୍ମଳ ହୃଦୟର, ତୁମ୍ଭେ ସେହିମାନଙ୍କ ପାଇଁ ପବିତ୍ର ଅଟ।
କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକ ପ୍ରତି ଆପଣାକୁ ଚତୁର ଦେଖାଇବ।
27 ହେ ସଦାପ୍ରଭୁ, ତୁମ୍ଭେ ଦୁଃଖୀ ଲୋକମାନଙ୍କୁ ସାହାଯ୍ୟ କର।
କିନ୍ତୁ ଅହଂକାରୀର ଗର୍ବ ଓ ଦର୍ପକୁ ଚୂର୍ଣ୍ଣ କର।
28 ହେ ସଦାପ୍ରଭୁ, ତୁମ୍ଭେ ମୋର ଦୀପକୁ ଆଲୋକିତ କର।
ମୋ’ ଚତୁର୍ଦ୍ଦିଗରେ ଥିବା ଅନ୍ଧକାରକୁ ଦୂର କର।
29 ହେ ସଦାପ୍ରଭୁ, ତୁମ୍ଭର ସାହାଯ୍ୟରେ ମୁଁ ସୈନ୍ୟମାନଙ୍କ ସହିତ ଲଢ଼ିପାରେ।
ପରମେଶ୍ୱରଙ୍କ ସାହାଯ୍ୟରେ ମୁଁ ଶତ୍ରୁର ପ୍ରାଚୀରକୁ ଚଢ଼ିଯାଇପାରେ।
30 ପରମେଶ୍ୱରଙ୍କ ଶକ୍ତି ଅତୁଳନୀୟ।
ସଦାପ୍ରଭୁଙ୍କ ବାକ୍ୟ ସୁପରୀକ୍ଷିତ,
ସେ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।
31 ସଦାପ୍ରଭୁଙ୍କ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି।
ଆମ୍ଭମାନଙ୍କ ପରମେଶ୍ୱରଙ୍କ ବ୍ୟତୀତ ଅନ୍ୟ ଶୈଳ ନାହିଁ।
32 ପରମେଶ୍ୱର ଆମ୍ଭକୁ ବଳ ପ୍ରଦାନ କରନ୍ତି।
ସେ ମୋତେ ଶୁଦ୍ଧ ଜୀବନଯାପନ କରିବା ପାଇଁ ସାହାଯ୍ୟ କରନ୍ତି।
33 ପରମେଶ୍ୱର ମୋତେ ହରିଣଠାରୁ ଅଧିକ ବେଗରେ ଦୌଡ଼ିବାକୁ ସାହାଯ୍ୟ କରନ୍ତି।
ସେ ମୋତେ ଉଚ୍ଚସ୍ଥଳୀରେ ସ୍ଥାପନ କରନ୍ତି।
34 ପରମେଶ୍ୱର ମୋତେ ଯୁଦ୍ଧ କରିବା ପାଇଁ ଶିକ୍ଷା ଦିଅନ୍ତି।
ସେଥିପାଇଁ ମୋର ବାହୁଗୁଡ଼ିକ ଶକ୍ତ ଧନୁକୁ ବଙ୍କେଇବା ପାଇଁ ଯଥେଷ୍ଟ ବଳିଷ୍ଠ।
35 ହେ ପରମେଶ୍ୱର, ମୋତେ ତୁମ୍ଭେ ରକ୍ଷା କରିଛ ଓ ଜୟଲାଭ କରିବାକୁ ସାହାଯ୍ୟ କରିଛ।
ତୁମ୍ଭେ ମୋତେ ତୁମ୍ଭର ଦକ୍ଷିଣ ବାହୁ ଦ୍ୱାରା ସାହାଯ୍ୟ କରିଛ।
ତୁମ୍ଭେ ମୋତେ ମୋର ଶତ୍ରୁକୁ ପରାଜିତ କରିବାରେ ସାହାଯ୍ୟ କରିଛ।
36 ମୋର ଗୋଡ଼ ଓ ଆଣ୍ଠୁକୁ ଅଧିକ ଶକ୍ତିଶାଳୀ କର,
ଯାହା ଫଳରେ ମୁଁ ଦୁର୍ବଳ ହେବି ନାହିଁ ଏବଂ ପଡ଼ିବି ନାହିଁ।
37 ତା'ପରେ ମୁଁ ମୋର ଶତ୍ରୁ ପଛରେ ଗୋଡ଼ାଇ ପାରିବି ଓ ସେମାନଙ୍କୁ ଧରି ପାରିବି।
ମୁଁ ସେମାନଙ୍କୁ ଧ୍ୱଂସ ନ କଲା ପର୍ଯ୍ୟନ୍ତ ଫେରି ଆସିବି ନାହିଁ।
38 ମୁଁ ମୋର ଶତ୍ରୁମାନଙ୍କୁ ପରାଜିତ କରିବି।
ସେମାନେ ଆଉ ପୁନର୍ବାର ଉଠିପାରିବେ ନାହିଁ।
ମୋର ଶତ୍ରୁମାନେ ମୋର ପାଦ ତଳେ ପାତିତ ହେବେ।
39 ହେ ପରମେଶ୍ୱର, ତୁମ୍ଭେ ମୋତେ ଯୁଦ୍ଧ କ୍ଷେତ୍ରରେ ବଳଶାଳୀ କରିଛ।
ତୁମ୍ଭେ ମୋର ଶତ୍ରୁମାନଙ୍କୁ ମୋ’ ନିକଟରେ ପକାଇ ଦେଇଛ।
40 ତୁମ୍ଭେ ମୋତେ ସୁଯୋଗ ଦେଇଛ, ମୋର ଶତ୍ରୁମାନଙ୍କୁ ଧରିବା ପାଇଁ
ଓ ମୁଁ ମୋର ଶତ୍ରୁମାନଙ୍କୁ ଧ୍ୱଂସ କରିଅଛି।
41 ମୋର ଶତ୍ରୁମାନେ ସାହାଯ୍ୟ ପାଇଁ ଚିତ୍କାର କଲେ,
କିନ୍ତୁ କେହି ସେମାନଙ୍କୁ ରକ୍ଷା କରିବାକୁ ଆଗେଇ ଆସି ନ ଥିଲେ।
ସେମାନେ ସଦାପ୍ରଭୁଙ୍କୁ ମଧ୍ୟ ଡାକିଲେ
କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ ନାହିଁ।
42 ମୁଁ ମୋର ଶତ୍ରୁମାନଙ୍କୁ ପରାସ୍ତ କରିଛି।
ସେମାନେ ଧୂଳି ସଦୃଶ ପବନରେ ଉଡ଼ିଯାଇଛନ୍ତି।
ମୁଁ ସେମାନଙ୍କୁ ଛୋଟ ଛୋଟ ଖଣ୍ଡ କରି ପେଶି ଦେଇଛି।
43 ଯେଉଁମାନେ ମୋ’ ବିରୁଦ୍ଧରେ ଲାଗିଛନ୍ତି, ସେମାନଙ୍କଠାରୁ ମୋତେ ରକ୍ଷା କର।
ମୋତେ ସେହିସବୁ ରାଜ୍ୟର ନେତା କର।
ଯେଉଁ ଲୋକମାନଙ୍କୁ ମୁଁ ଜାଣି ନାହିଁ, ସେମାନେ ମୋର ସେବା କରିବେ।
44 ସେହି ଲୋକମାନେ ମୋ’ କଥା ଶୁଣିବେ ଓ ଖୁବ୍ ଶୀଘ୍ର ମୋତେ ମାନିବେ।
ସେହି ବିଦେଶୀମାନେ ମୋତେ ଦେଖି ଭୟଭୀତ ହେବେ।
45 ସେମାନେ ଭୟରେ ଦୁର୍ବଳ ହୋଇଯିବେ।
ସେମାନେ ଲୁଚିଥିବା ଗୁପ୍ତ ସ୍ଥାନମାନଙ୍କରୁ ଭୟରେ ଥରହର ହୋଇ ବାହାରି ଆସିବେ।
46 ସଦାପ୍ରଭୁ ଜୀବନ୍ତ ଅଟନ୍ତି।
ମୁଁ ସେହି ଶୈଳକୁ ପ୍ରଶଂସା କରେ।
ପରମେଶ୍ୱର ମୋତେ ରକ୍ଷା କରନ୍ତି।
ସେ ମହାନ ଅଟନ୍ତି।
47 ପରମେଶ୍ୱର ମୋ’ ପାଇଁ ମୋର ଶତ୍ରୁମାନଙ୍କୁ ଦଣ୍ଡ ଦିଅନ୍ତି।
ସେ ଲୋକମାନଙ୍କୁ ମୋର ନିୟନ୍ତ୍ରଣରେ ରଖନ୍ତି।
48 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଶତ୍ରୁମାନଙ୍କ କବଳରୁ ରକ୍ଷା କରିଅଛ।
ଯେଉଁମାନେ ମୋ’ ବିରୁଦ୍ଧରେ ଲାଗିଥିଲେ ତାଙ୍କୁ ପରାସ୍ତ କରି ମୋତେ ସାହାଯ୍ୟ କରିଛ।
ତୁମ୍ଭେ ନିଷ୍ଠୁର ଲୋକମାନଙ୍କ କବଳରୁ ମୋତେ ବଞ୍ଚାଇଛ।
49 ହେ ସଦାପ୍ରଭୁ, ସେଥିପାଇଁ ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରେ।
ସେହି କାରଣରୁ ତୁମ୍ଭ ନାମରେ ଜୟଗାନ କରି ଗୀତ ବୋଲେ।
50 ସଦାପ୍ରଭୁ ତାଙ୍କର ରାଜାଙ୍କୁ ଅନେକ ଯୁଦ୍ଧରେ ଜୟଲାଭ କରିବାକୁ ସାହାଯ୍ୟ କରିଛନ୍ତି।
ସେ ତାଙ୍କର ମନୋନୀତ ରାଜାଙ୍କ ପ୍ରତି ପ୍ରେମ ଦେଖାଇଛନ୍ତି।
ସେଥିପାଇଁ ସେ ଦାଉଦ ଓ ତାଙ୍କର ବଂଶଧରମାନଙ୍କ ପ୍ରତି ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳ ପାଇଁ ଦେଖାଇଛନ୍ତି।
2010 by World Bible Translation Center