Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 17

ଦାଉଦଙ୍କର ପ୍ରାର୍ଥନା

17 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଥରେ ଶୁଣ ଓ ମୋତେ ନ୍ୟାୟ ପ୍ରଦାନ କର।
    ମୁଁ ତୁମ୍ଭକୁ ଉଚ୍ଚ ସ୍ୱରରେ ଡାକୁ ଅଛି।
ଯେହେତୁ ମୁଁ ନିଷ୍କପଟ, ତେଣୁ ଯାହା ମୁଁ କହୁଛି,
    ଦୟାକରି ମୋର ପ୍ରାର୍ଥନାକୁ ଗ୍ରହଣ କର।
ତୁମ୍ଭେ ନିଶ୍ଚୟ ମୋ’ ବିଷୟରେ ଉଚିତ୍ ନ୍ୟାୟ ପ୍ରଦର୍ଶନ କରିବ,
    ତୁମ୍ଭେ ନିଶ୍ଚୟ ସତ୍ୟକୁ ଦେଖୁଅଛ।
ତୁମ୍ଭେ ମୋର ହୃଦୟର ଅନ୍ତଃସ୍ଥଳକୁ ଭଲ ଭାବରେ ଜାଣ।
    ତୁମ୍ଭେ ସାରାରାତ୍ରି ମୋ’ ସହିତ ଥିଲ।
ତୁମ୍ଭେ ମୋତେ ପ୍ରଶ୍ନ କରିଛ ଏବଂ ମୋ'ଠାରେ କିଛି ଭୁଲ ଦେଖି ନାହଁ।
    ମୁଁ କିଛି ମନ୍ଦ ଯୋଜନା କରେ ନାହିଁ।
ମୁଁ ଯଥାସାଧ୍ୟ ଚେଷ୍ଟା କରିଛି
    ତୁମ୍ଭର ଆଦେଶ ମାନିବାକୁ।
ମୁଁ ତୁମ୍ଭର ମାର୍ଗ ଅନୁସରଣ କରୁଅଛି।
    ମୋର ପାଦ ସେହି ପଥରୁ କେବେ ବିଚ୍ୟୁତ ହେବ ନାହିଁ।
ମୁଁ ଯେତେବେଳେ ତୁମ୍ଭକୁ ଡାକେ, ହେ ପ୍ରଭୁ ତୁମ୍ଭେ ମୋତେ ଉତ୍ତର ଦିଅ।
    ତେଣୁ ବର୍ତ୍ତମାନ ମୋର କଥା ଶୁଣ।
ପରମେଶ୍ୱର ତୁମ୍ଭର ଅ‌ଦ୍‌ଭୂତ କରୁଣା ଦେଖାଅ
    ଏବଂ ଯେଉଁମାନେ ତୁମ୍ଭଠାରେ ନିର୍ଭର କରନ୍ତି ସେମାନଙ୍କୁ ଉଦ୍ଧାର କର।
ସେମାନଙ୍କର ପ୍ରତିପକ୍ଷମାନଙ୍କୁ ପରାସ୍ତ କରିବା ପାଇଁ, ତୁମ୍ଭେ ତୁମ୍ଭର ମହାନ ଶକ୍ତି ବ୍ୟବହାର କର।
    ତେଣୁ ଏହି ପ୍ରାର୍ଥନାଟିକୁ ଗ୍ରହଣ କର।
    ଏହା ଜଣକର ପ୍ରାର୍ଥନା ଯିଏ ତୁମ୍ଭଠାରେ ଆଶ୍ରୟ ନେଇଛି ଏବଂ ଯିଏ ତୁମ୍ଭର ଅନୁସରଣକାରୀ ଅଟେ।
    ମୋତେ ତୁମ୍ଭେ ଆପଣା ଚକ୍ଷୁର ପିତୁଳା ଭଳି ରକ୍ଷା କର,
    ଓ ତୁମ୍ଭର ବାହୁଛାୟା ତଳେ ଲୁଗ୍ଭଇ ରଖ।
ହେ ସଦାପ୍ରଭୁ, ମୋତେ ସେହି ଦୁଷ୍ଟ ଲୋକଙ୍କଠାରୁ ବଞ୍ଚାଇ ରଖ।
ଯେଉଁମାନେ କି ମୋତେ ଧ୍ୱଂସ କରିବାକୁ ଗ୍ଭହୁଁଛନ୍ତି।
ମୋର ଗ୍ଭରିକଡ଼ରେ ଥିବା ସେହି ଦୁଷ୍ଟ ଲୋକଙ୍କ କବଳରୁ ମୋତେ ରକ୍ଷା କର।
ଯେଉଁମାନେ ମୋତେ ଆଘାତ କରିବାକୁ ଗ୍ଭହୁଁଛନ୍ତି।
10 ସେହି ଦୁଷ୍ଟ ଲୋକମାନେ ଅତ୍ୟନ୍ତ ଅହଂକାର ବଶତଃ ପରମେଶ୍ୱରଙ୍କ କଥା ଶୁଣନ୍ତି ନାହିଁ।
    ସେମାନେ କେବଳ ନିଜ ବିଷୟ ଚିନ୍ତା କରନ୍ତି।
11 ସେହି ଦୁଷ୍ଟ ଲୋକମାନେ ମୋତେ ଅନୁସରଣ କରୁଛନ୍ତି।
    ସେମାନେ ମୋର ଚତୁର୍ଦ୍ଦିଗରେ ଘେରି ଗଲେଣି
ଓ ସେମାନେ ମୋତେ ଆକ୍ରମଣ କରିବାକୁ ପ୍ରସ୍ତୁତ।
12 ସେହି ଦୁଷ୍ଟ ଲୋକମାନେ ସିଂହ ସଦୃଶ ଯିଏକି ଅନ୍ୟ ପ୍ରାଣୀମାନଙ୍କୁ ଶିକାର କରି ଖାଇବାକୁ ଅପେକ୍ଷା କରିଥାଏ।
    ସେମାନେ ସିଂହ ଭଳି ଲୁଚି ରହି ଆକ୍ରମଣ କରିବାକୁ ସର୍ବଦା ପ୍ରସ୍ତୁତ ଥା’ନ୍ତି।

13 ହେ ସଦାପ୍ରଭୁ, ତୁମ୍ଭେ ଉଠ ଏବଂ ଶତ୍ରୁମାନଙ୍କ ପାଖକୁ ଯାଇ
    ତାଙ୍କୁ ଆତ୍ମା ସମର୍ପଣ କରିବାକୁ ବାଧ୍ୟ କର।
    ତୁମ୍ଭେ ଆପଣା ଖ‌ଡ଼୍‌ଗ ପ୍ରୟୋଗ କରି ସେହି ଦୁଷ୍ଟ ଲୋକଙ୍କ କବଳରୁ ମୋତେ ଉଦ୍ଧାର କର।
14 ହେ ସଦାପ୍ରଭୁ, ତୁମ୍ଭେ ଆପଣା ଶକ୍ତି ପ୍ରୟୋଗ କରି
    ଏ ସଂସାରରୁ ଦୁଷ୍ଟ ଲୋକମାନଙ୍କୁ ନିପାତ କର।
ହେ ସଦାପ୍ରଭୁ, ବହୁତ ଲୋକ ତୁମ୍ଭ ପାଖକୁ ସାହାଯ୍ୟ ପାଇଁ ଆସନ୍ତି।
    ସେମାନଙ୍କ ମଧ୍ୟରୁ ଅନେକଙ୍କର ଏହି ଇହଲୋକରେ ଅଧିକ କିଛି ଆଶା ନ ଥାଏ।
    ସେହି ଲୋକମାନଙ୍କୁ ପ୍ରଚୁର ଖାଦ୍ୟ ପ୍ରଦାନ କର।
    ସେମାନଙ୍କର ଶିଶୁମାନଙ୍କର ଆବଶ୍ୟକତାକୁ ପୂରଣ କର।
    ସେମାନଙ୍କର ଶିଶୁମାନଙ୍କୁ ଏତେ ଖାଦ୍ୟ ପ୍ରଦାନ କର ଯେ, ଯାହା ସବୁଦିନ ପାଇଁ ସେମାନଙ୍କର ଆବଶ୍ୟକତା ପୂରଣ କରିବ।

15 ମୁଁ ନ୍ୟାୟ ପାଇଁ ଏସବୁ ପ୍ରାର୍ଥନା କରୁଛି।
ତେଣୁ ମୁଁ ନିଶ୍ଚୟ ତୁମ୍ଭର ମୁଖ ଦର୍ଶନ କରିବି
    ଓ ହେ ସଦାପ୍ରଭୁ, ତୁମ୍ଭକୁ ଦର୍ଶନ କରି ଅତ୍ୟନ୍ତ ତୃପ୍ତ ହେବି।

ଗୀତସଂହିତା 35

ଦାଉଦଙ୍କର ଗୀତ

35 ସଦାପ୍ରଭୁ, ଯେଉଁମାନେ ମୋ’ ସହିତ ବିବାଦ କରୁଛନ୍ତି
    ତୁମ୍ଭେ ସେମାନଙ୍କ ସହିତ ମୋ’ ନିମନ୍ତେ ଯୁଦ୍ଧ କର।
ସଦାପ୍ରଭୁ, ତୁମ୍ଭେ ଢାଲ ଓ ସାଞ୍ଜୁ[a] ଉଠାଅ।
    ଜାଗ୍ରତ ହୁଅ, ମୋର ସହାୟ ହୁଅ।
ଏକ ବର୍ଚ୍ଛା ଓ କୁନ୍ତ ଧର
    ଓ ଯେଉଁମାନେ ମୋ’ ପଛରେ ଗୋଡ଼ାଇଛନ୍ତି ତାଙ୍କ ସହିତ ଯୁଦ୍ଧ କର।
ସଦାପ୍ରଭୁ ମୋର ପ୍ରାଣକୁ କୁହ, “ଯେ ତୁମ୍ଭେ ମୋତେ ରକ୍ଷା କରିବ।”

କିଛି ଲୋକ ମୋତେ ହତ୍ୟା କରିବାକୁ ଗ୍ଭହୁଁଛନ୍ତି।
    ସେମାନଙ୍କୁ ନିରାଶ କର ଓ ସେମାନଙ୍କୁ ଲଜ୍ଜିତ କର।
    ସେମାନଙ୍କୁ ଘଉଡ଼ାଇ ଦିଅ।
    ସେହି ଲୋକମାନେ ମୋତେ ବଧ କରିବାକୁ ଯୋଜନା କରୁଥିଲେ ସେମାନଙ୍କୁ ପରାସ୍ତ କର ଓ ହତୋତ୍ସାହ କର।
ସେହି ଲୋକମାନଙ୍କୁ ତୁଷ ତୁଲ୍ୟ ପବନରେ ଉଡ଼ାଇ ନିଅ।
    ସେମାନଙ୍କୁ ସଦାପ୍ରଭୁଙ୍କର ଦୂତ ଘଉଡ଼ାଇ ଦିଅନ୍ତୁ।
ସେମାନଙ୍କ ରାସ୍ତାକୁ ଅନ୍ଧକାର ଓ ପିଚ୍ଛିଳ କରିଦିଅ,
    ଯାହା ଫଳରେ ସଦାପ୍ରଭୁଙ୍କ ଦୂତମାନେ ସେମାନଙ୍କୁ ସହଜରେ ଧରି ପାରିବେ।
ମୁଁ କୌଣସି ଭୁଲ୍ କାର୍ଯ୍ୟ କରି ନାହିଁ।
    ତଥାପି ସେ ଲୋକମାନେ ବିନା କାରଣରେ ମୋତେ ଯନ୍ତାରେ ପକାଇବାକୁ ଚେଷ୍ଟା କରିଥିଲେ।
    ସେମାନେ ମୋତେ ଯନ୍ତାରେ ପକାଇବାକୁ ଉଦ୍ୟମ କରିଥିଲେ।
ସଦାପ୍ରଭୁ, ସେମାନଙ୍କୁ ସେମାନଙ୍କ ଯନ୍ତାରେ ପକାଇ ଦିଅ।
    ସେମାନେ ତାଙ୍କ ବାନ୍ଧିଥିବା ଜାଲରେ ନିଜେ ଧରା ପଡ଼ନ୍ତୁ।
    ସେମାନଙ୍କ ଉପରେ ଅଜଣା ବିପଦ ମାଡ଼ି ଆସୁ।
ତା'ପରେ ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦିତ ହେବି।
    ମୁଁ ଅଧିକ ଖୁସୀ ହେବି ଯେତେବେଳେ ସେ ମୋତେ ରକ୍ଷା କରିବେ।
10 ସେତେବେଳେ ମୋର ସମ୍ପୂର୍ଣ୍ଣ ଶରୀର କହିବ, “ହେ ସଦାପ୍ରଭୁ, ତୁମ୍ଭ ଭଳି ଆଉ କେହି ନାହିଁ।
    ତୁମ୍ଭେ ଜଣେ ଦୁଃଖୀ ଲୋକକୁ ତା'ଠାରୁ ଅଧିକ ବଳଶାଳୀ ଶତ୍ରୁ କବଳରୁ ଉଦ୍ଧାର କରିଛ।
ତୁମ୍ଭେ ଦୁଃଖୀ ଲୋକଟିକୁ ମନ୍ଦ ଲୋକଙ୍କ ପାଖରୁ ରକ୍ଷା କରିଛ,
    ଯେଉଁମାନେ ତାକୁ ଲୁଣ୍ଠନ କରିବା ପାଇଁ ଗ୍ଭହୁଁଥିଲେ।”
11 କେତେକ ଲୋକ ଯେଉଁମାନେ ବିଗ୍ଭରାଳୟରେ ମିଥ୍ୟା କହନ୍ତି, ମୋତେ ଆଘାତ କରିବାକୁ ମନ୍ତ୍ରଣା କରୁଛନ୍ତି।
    ସେମାନେ ମୋତେ ଅନେକ ପ୍ରଶ୍ନ ପଗ୍ଭରିବେ ମୁଁ ସେସବୁ ବିଷୟରେ କିଛି ଜାଣେ ନାହିଁ।
12 ମୁଁ କେବଳ ଭଲ କାର୍ଯ୍ୟ କରିଛି।
କିନ୍ତୁ ସେହି ଲୋକମାନେ ମୋ’ ବିରୁଦ୍ଧରେ କେବଳ ମନ୍ଦକାର୍ଯ୍ୟ କରିଛନ୍ତି।
    ସଦାପ୍ରଭୁ ଦୟାକରି ମୋତେ କେବଳ ଭଲ ଜିନିଷ ଦିଅ, ଯାହା ମୋର ପ୍ରାପ୍ୟ ଅଟେ।
13 ଯେତେବେଳେ ସେହି ଲୋକମାନେ ପୀଡ଼ିତ ଥିଲେ, ମୁଁ ସେମାନଙ୍କ ପାଇଁ ଦୁଃଖିତ ହୋଇଥିଲି।
    ମୁଁ କିଛି ନ ଖାଇ ମୋର ସମବେଦନା ଜଣାଇ ଥିଲି।
    ଏହା କ’ଣ ମୋ’ ପାଇଁ ସେମାନଙ୍କର ଉପଯୁକ୍ତ ପ୍ରତିଦାନ?
14 ମୁଁ ସେମାନଙ୍କ ପାଇଁ ଶୋକାତୁର ପୋଷାକ ପିନ୍ଧିଥିଲି।
ମୁଁ ସେମାନଙ୍କୁ ମୋର ଭାଇ ବନ୍ଧୁ ପରି ବ୍ୟବହାର କରିଥିଲି।
    ମୁଁ ଦୁଃଖିତ ହୋଇଥିଲି ଯେପରି ଜଣେ ବ୍ୟକ୍ତି ତା'ର ମା’ର ମୃତ୍ୟୁରେ ଅଧୀର ହୋଇ କ୍ରନ୍ଦନ କରେ।
    ମୁଁ ସେହି ଲୋକମାନଙ୍କ ପାଇଁ କଳା ପୋଷାକ ପରିଧାନ କରିଥିଲି, ଯାହା ଶୋକର ପ୍ରତୀକ ଅଟେ।
    ମୁଁ ନତ ମସ୍ତକ ହୋଇ ଶୋକରେ ଅଧୀର ହୋଇ ଗ୍ଭଲିଥିଲି।
15 ମୁଁ ଯେତେବେଳେ ଗୋଟିଏ ଭୁଲ୍ କରି ବସିଲି, ସେହି ଲୋକମାନେ ମୋତେ ଦେଖି ହସିଲେ।
    ସେହି ଲୋକମାନେ ପ୍ରକୃତ ବନ୍ଧୁ ନୁହନ୍ତି।
ମୁଁ ସେମାନଙ୍କୁ ସତେ ଯେମିତି ଜାଣେ ନାହିଁ।
    ସେମାନେ ମୋତେ ଗ୍ଭରିଆଡ଼ୁ ଘେରି ଆକ୍ରମଣ କଲେ।
16 ସେମାନେ ମୋ’ ପ୍ରତି ଅଭଦ୍ର ଭାଷା ପ୍ରୟୋଗ କରି ମୋତେ ପରିହାସ କରୁଥିଲେ।
    ସେହି ଲୋକମାନେ ରାଗରେ ଦାନ୍ତ କଡ଼ମଡ଼ କରି ମୋ’ ଉପରେ ରାଗରେ ଜଳି ଯାଉଥିଲେ।

17 ମୋର ପ୍ରଭୁ, ଆଉ କେତେଦିନ ଏପରି ଘଟଣା ମୋ’ ଉପରେ ଘଟୁଥିବ?
ସେହି ଲୋକମାନେ ମୋତେ ଧ୍ୱଂସ କରିଦେବାକୁ ଗ୍ଭହୁଁଛନ୍ତି।
    ସଦାପ୍ରଭୁ ମୋର ପ୍ରାଣକୁ ବଞ୍ଚାଅ।
    ମୋର ଅତି ପ୍ରିୟ ଆତ୍ମାକୁ ସେହି ଦୁଷ୍ଟ ଲୋକମାନଙ୍କ କବଳରୁ ଉଦ୍ଧାର କର।
    ସେମାନେ ସିଂହ ତୁଲ୍ୟ ଅଟନ୍ତି।

18 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ବିରାଟ ସମ୍ମିଳନୀ କକ୍ଷରେ ପ୍ରଶଂସା କରିବି।
    ମୁଁ ତୁମ୍ଭକୁ ପ୍ରଶଂସା କରିବି ମୁଁ ଯେତେବେଳେ ଶକ୍ତିଶାଳୀ ଲୋକମାନଙ୍କ ସଙ୍ଗରେ ଥାଏ।
19 ମୋର ଶତ୍ରୁମାନେ ବିନା କାରଣରେ ମୋ’ ସହିତ ଆଉ ପରିହାସ କରିବେ ନାହିଁ।
    ସେମାନେ ନିଶ୍ଚୟ ତାଙ୍କର ଗୋପନ ମନ୍ତ୍ରଣା ପାଇଁ ଦଣ୍ଡିତ ହେବେ।
20 ମୋର ଶତ୍ରୁମାନେ କେବେହେଲେ ଶାନ୍ତିର କଥା କହନ୍ତି ନାହିଁ।
    ସେମାନେ ଗୋପନରେ ଶାନ୍ତି ପ୍ରିୟ ଲୋକମାନଙ୍କ ବିରୁଦ୍ଧରେ ମନ୍ଦକାର୍ଯ୍ୟ କରିବାକୁ କଳ୍ପନା କରନ୍ତି।
21 ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ମନ୍ଦ କଥାମାନ କହନ୍ତି।
    ସେମାନେ ମିଛରେ କହନ୍ତି, “ଆମ୍ଭେ ଜାଣୁ ତୁମ୍ଭେ କ’ଣ କରୁଛ।”
22 ହେ ସଦାପ୍ରଭୁ, ନିଶ୍ଚୟ ତୁମ୍ଭେ ତାହା ଦେଖୁଅଛ, ଯାହାସବୁ ଘଟି ଯାଉଛି।
    ତେଣୁ ତୁମ୍ଭେ ନୀରବ ରୁହ ନାହିଁ।
    ମୋତେ ପରିତ୍ୟାଗ କର ନାହିଁ।
23 ହେ ସଦାପ୍ରଭୁ, ଜାଗ୍ରତ ହୁଅ, ଉଠ।
    ମୋର ପରମେଶ୍ୱର ଓ ମୋର ସଦାପ୍ରଭୁ, ମୋ’ ପାଇଁ ସଂଗ୍ରାମ କର ଏବଂ ମୋତେ ନ୍ୟାୟ ପ୍ରଦାନ କର।
24 ହେ ସଦାପ୍ରଭୁ, ମୋର ପରମେଶ୍ୱର, ତୁମ୍ଭର ନ୍ୟାୟରେ ମୋର ବିଗ୍ଭର କର।
    ସେହି ଲୋକମାନଙ୍କୁ ମୋତେ ପରିହାସ କରିବାକୁ ଦିଅ ନାହିଁ।
25 ସେହି ଲୋକମାନଙ୍କୁ କହିବାକୁ ଦିଅ ନାହିଁ, “ଯାହା ଆମ୍ଭେ ଗ୍ଭହିଁଥିଲୁ ତାହା ଆମ୍ଭେ ପାଇଲୁ।”
    ସଦାପ୍ରଭୁ, ସେମାନେ କୁହନ୍ତୁ ନାହିଁ, “ଆମ୍ଭେ ତାକୁ ଧ୍ୱଂସ କରିଛୁ।”
26 ମୁଁ ଆଶା କରୁଛି ମୋର ଶତ୍ରୁମାନେ ଲଜ୍ଜିତ ହେବେ ଓ ନିରାଶ ହେବେ।
    ଯେତେବେଳେ ମୋ’ ଉପରେ ବିପଦ ପଡ଼େ ସେହି ଲୋକମାନେ ଖୁସୀ ହୁଅନ୍ତି।
ସେମାନେ ଭାବନ୍ତି ସେମାନେ ମୋ'ଠାରୁ ଭଲ।
    ତେଣୁ ସେହି ଲୋକମାନଙ୍କର ମୁହଁ ଲଜ୍ଜା ଓ କାଳିମାରେ ଘୋଡ଼ାଇ ହୋଇଯାଉ।
27 କିଛି ଲୋକ ଗ୍ଭହାନ୍ତି ଭଲ ଘଟଣା ମୋ’ ଜୀବନରେ ଘଟୁ।
    ମୁଁ ଆଶା କରେ, ସେହି ଲୋକମାନେ ଅତି ଆନନ୍ଦିତ ଅଟନ୍ତି।
କାରଣ ସେହି ଲୋକମାନେ ସର୍ବଦା କୁହନ୍ତି, “ସଦାପ୍ରଭୁ ହେଉଛନ୍ତି ମହାନ।
    ସେ ଗ୍ଭହାନ୍ତି ତାଙ୍କର ଭୃତ୍ୟମାନଙ୍କର ସର୍ବଦା ମଙ୍ଗଳ ହେଉ।”

28 ତେଣୁ ସଦାପ୍ରଭୁ, ମୁଁ ଲୋକମାନଙ୍କୁ କହେ, ତୁମ୍ଭେ କେତେ ମହାନ ଅଟ।
    ମୁଁ ପ୍ରତିଦିନ ତୁମ୍ଭକୁ ପ୍ରଶଂସା କରେ।

ଗୀତସଂହିତା 54

ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍। ଯେତେବେଳେ ସୀଫୀୟମାନେ ଶାଉଲଠାକୁ ଗଲେ ଓ ଏହି କଥା କହିଲେ, “ଆମ୍ଭେମାନେ ଭାବୁଛୁ ଦାଉଦ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି।” ସେହି ସମୟରେ ଏହା ରଚିତ।

54 ହେ ପରମେଶ୍ୱର, ତୁମ୍ଭ ଶକ୍ତି ପ୍ରଦର୍ଶନ କରି, ମୋତେ ରକ୍ଷା କର।
    ତୁମ୍ଭ ମହାପରାକ୍ରମ ଶକ୍ତି ବ୍ୟବହାର କରି ପ୍ରମାଣ କର ଯେ, ମୁଁ ନିରୀହ।
ହେ ପରମେଶ୍ୱର, ମୋର ପ୍ରାର୍ଥନା ଶୁଣ।
    ମୋହର ଗୁହାରି ଶୁଣ।
ଅପରିଚିତ ଲୋକମାନେ କେହି ପରମେଶ୍ୱରଙ୍କୁ ଉପାସନା କରନ୍ତି ନାହିଁ।
    ପରାକ୍ରମଶାଳୀ ଲୋକମାନେ ମୋତେ ହତ୍ୟା କରିବା ପାଇଁ ଚେଷ୍ଟା କରୁଛନ୍ତି। ସେଲା

ଦେଖ, ପରମେଶ୍ୱର ମୋତେ ସାହାଯ୍ୟ କରିବେ,
    ମୋର ପ୍ରଭୁ ମୋର ସମର୍ଥନ କରିବେ।
ପରମେଶ୍ୱର, ମୋର ଶତ୍ରୁମାନଙ୍କୁ ସେମାନଙ୍କର କୁକର୍ମ ପାଇଁ ପ୍ରତିରୋଧ କର।
    ପରମେଶ୍ୱର, ଦେଖାଇ ଦିଅ ଯେ, ତୁମ୍ଭେ ମୋ’ ପାଇଁ ସତ୍ୟ ଅଟ ଏବଂ ସେମାନଙ୍କୁ ଧ୍ୱଂସ କର।

ମୁଁ ସ୍ୱଇଚ୍ଛାରେ ନୈବେଦ୍ୟ ନେଇ ତୁମ୍ଭ ଉଦ୍ଦେଶ୍ୟରେ ଦେବି।
    ସଦାପ୍ରଭୁ, ମୁଁ ତୁମ୍ଭର ନାମର ଗୁଣଗାନ କରିବି, କାରଣ ତୁମ୍ଭେ ଉତ୍ତମ ଅଟ।
ତୁମ୍ଭେ ମୋତେ ମୋର ସବୁ ବିପଦରୁ ରକ୍ଷା କଲ।
    ମୋ’ ଶତ୍ରୁଗଣ ପରାଜିତ ହେବାର ମୁଁ ଦେଖିଛି।

ଗୀତସଂହିତା 63

ଦାଉଦଙ୍କର ଏକ ଗୀତ, ସେ ଯିହୁଦା ମରୁଭୂମିରେ ଥିବା ବେଳେ ରଚିତ।

63 ହେ ପରମେଶ୍ୱର, ତୁମ୍ଭେ ମୋର ପରମେଶ୍ୱର।
    ମୁଁ ତୁମ୍ଭକୁ ବହୁତ ଗ୍ଭହୁଁଛି।
ମୋର ସମସ୍ତ ପ୍ରାଣ ତୁମ୍ଭ ପାଇଁ
    ଶୁଷ୍କ ଭୂମି ତୁଲ୍ୟ ତୃଷାର୍ତ୍ତ।
ହଁ, ମୁଁ ତୁମ୍ଭକୁ ପବିତ୍ର ମନ୍ଦିରରେ ଦେଖିଅଛି।
    ମୁଁ ତୁମ୍ଭର ପରାକ୍ରମ ଓ ଗୌରବ ଦେଖିଅଛି।
ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଜୀବନ ଅପେକ୍ଷା ଉତ୍ତମ।
    ମୋର ଓଷ୍ଠାଧର ତୁମ୍ଭର ପ୍ରଶଂସା ଗାନ କରେ।
ହଁ, ମୁଁ ଜୀବନସାରା ତୁମ୍ଭର ପ୍ରଶଂସା କରିବି।
    ମୁଁ ତୁମ୍ଭର ନାମ ଡାକି ପ୍ରାର୍ଥନା କରିବା ସମୟରେ ମୋର ହସ୍ତ ଉଠାଇବି।
ଯେମନ୍ତ ମେଦ ଓ ମଜ୍ଜା, ସେହିପରି ମୋର ପ୍ରାଣ ପରିତୃପ୍ତ ହେବ।
    ମୋ’ ଆନନ୍ଦିତ ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରିବି।
ମୁଁ ଶଯ୍ୟା ଉପରେ ଗଡ଼ୁଥିବା ସମୟରେ ତୁମ୍ଭକୁ ମନେ କରିବି।
    ରାତି ସମୟରେ ମଧ୍ୟ ମୁଁ ତୁମ୍ଭ ବିଷୟରେ ଭାବିବି।
ପ୍ରକୃତରେ ତୁମ୍ଭେ ମୋତେ ସାହାଯ୍ୟ କଲ।
    ମୁଁ ତୁମ୍ଭର ପକ୍ଷ ତଳେ ଆଶ୍ରୟ ନେଇ ଆନନ୍ଦରେ ଗାନ କରିବି।
ମୁଁ ତୁମ୍ଭଠାରେ ଲାଗିରହେ।
    ତୁମ୍ଭର ଡାହାଣ ହସ୍ତ ମୋତେ ସମର୍ଥନ କରେ।

କେତେଲୋକ ମୋର ପ୍ରାଣ ନେବା ପାଇଁ ଚେଷ୍ଟା କରୁଛନ୍ତି।
    କିନ୍ତୁ ସେମାନଙ୍କୁ ଧ୍ୱଂସ କରାଯିବ।
    ସେମାନେ ନିଜ କବରରେ ମିଶି ଯିବେ।
10 ସେମାନଙ୍କୁ ଖ‌ଡ଼୍‌ଗରେ ହତ୍ୟା କରାଯିବ।
    ସେମାନଙ୍କର ଶବକୁ ଜଙ୍ଗଲି ଶୃଗାଳ ଖାଇବେ।
11 କିନ୍ତୁ ରାଜା ପରମେଶ୍ୱରଙ୍କଠାରେ ଆନନ୍ଦ କରିବେ।
    ଯେଉଁମାନେ ପରମେଶ୍ୱରଙ୍କ ନାମରେ ଶପଥ କରନ୍ତି, ସେମାନେ ଆନନ୍ଦିତ ହେବେ କାରଣ ମିଥ୍ୟାବାଦୀମାନଙ୍କର ମୁଖ ବନ୍ଦ ହୋଇଯିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center