Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଆୟୁବ ପୁସ୍ତକ 32-34

ଇଲୀହୂ ଆଲୋଚନାରେ ଭାଗ ନେଲା

32 ଏହା ପରେ ଆୟୁବର ତିନି ବନ୍ଧୁ ଉତ୍ତର ଦେବାକୁ କ୍ଷାନ୍ତ ହେଲେ। କାରଣ ସେମାନେ ଦେଖିଲେ, ଆୟୁବ ନିଜ ଆଖିରେ ଧାର୍ମିକ ଅଟେ। କିନ୍ତୁ ସେଠାରେ ଜଣେ ଯୁବକ ଇଲୀହୂ ଉପସ୍ଥିତ ଥିଲା। ସେ ବାରେଖଲର ପୁଅ ଥିଲା। ବାରେଖଲ ବୂଷୀୟ ନାମକ ଜଣେ ବ୍ୟକ୍ତିର ବଂଶଧର ଥିଲା। ଇଲୀହୂ ରାମ୍ ପରିବାରର ଲୋକ ଥିଲା। ଇଲୀହୂ ଆୟୁବ ଉପରେ ରାଗ କରିଥିଲା। କାରଣ ଆୟୁବ ନିଜେ ଠିକ୍ ବୋଲି ଘୋଷଣା କରୁଥିଲା। ଆୟୁବ କହୁଥିଲା ସେ ଠିକ୍ ଏବଂ ପରମେଶ୍ୱର ଭୁଲ୍। ଇଲୀହୂ ମଧ୍ୟ ଆୟୁବର ତିନି ବନ୍ଧୁ ଉପରେ ରାଗି ଥିଲା। କାରଣ ଆୟୁବର ତିନିବନ୍ଧୁ ଆୟୁବର ଯୁକ୍ତିର ଉତ୍ତର ଦେଇପାରିଲେ ନାହିଁ। ତଥାପି ସେମାନେ ଆୟୁବକୁ ଦୋଷ ଦେଲେ। ଇଲୀହୂ ସେଠାରେ ସବୁଠାରୁ ସାନ ଥିଲା। ସେ ମଧ୍ୟ ସବୁ କଥା ଶୁଣିସାରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲା। ତା'ପରେ ସେ ଭାବିଲା ସେ ବର୍ତ୍ତମାନ ଆୟୁବ ସହିତ କଥା କହିପାରିବ। କିନ୍ତୁ ତା'ପରେ ଇଲୀହୂ ଦେଖିଲା ଆୟୁବର ତିନୋଟି ସାଙ୍ଗଙ୍କର ଅଧିକ କିଛି କହିବାର ନାହିଁ। ତେଣୁ ସେ ରାଗିଗଲା। ତା'ପରେ ଇଲୀହୂ କହିବାକୁ ଆରମ୍ଭ କଲା। ସେ କହିଲା,

“ମୁଁ ଜଣେ ଯୁବକ ମାତ୍ର ଏବଂ ଆପଣମାନେ ବୟସ୍କ ଲୋକ।
    ସେଥିପାଇଁ ମୁଁ ଯାହା ଚିନ୍ତା କରୁଛି ତାହା ଆପଣଙ୍କୁ କହିବାକୁ ଭୟ କରୁଛି।
ମୁଁ ନିଜେ ଚିନ୍ତା କରୁଥିଲି, ‘ବୟସ୍କ ଲୋକମାନେ ପ୍ରଥମେ କହିବା ଉଚିତ୍।
    ସେମାନେ ଅନେକ ଦିନ ହେଲା ବଞ୍ଚିଛନ୍ତି।
    ସେମାନେ ଅନେକ କଥା ଶିଖିଛନ୍ତି।’
କିନ୍ତୁ ମଣିଷ ଭିତରେ ଏକ ଆତ୍ମା ଅଛି ଏବଂ ଏହା ସର୍ବଶକ୍ତିମାନଙ୍କର ନିଶ୍ୱାସ
    ଯାହା ସେମାନଙ୍କୁ ସମସ୍ତ ବୁଝାମଣା ଦେଇଥାଏ।
ବୟସ୍କ ଲୋକମାନେ କେବଳ ଜ୍ଞାନୀ ନୁହନ୍ତି,
    ଏହା ନୁହେଁ ଯେ କେବଳ ବୃଦ୍ଧ ଲୋକମାନେ ଠିକ୍ ବୁଝନ୍ତି।

10 “ତେଣୁ ଦୟାକରି ମୋ’ କଥା ଶୁଣନ୍ତୁ।
    ଏବଂ ମୁଁ କ’ଣ ଭାବୁଛି ତାହା କହିବି।
11 ଆପଣମାନେ ଯାହା କଥାବାର୍ତ୍ତା ହେଉଥିଲେ ତାହା ମୁଁ ଧୈର୍ଯ୍ୟର ସହ ଶୁଣିଲି।
    ଆପଣ ଆୟୁବକୁ ଯେଉଁ ଉତ୍ତର ଦେଲେ ତାହା ଶୁଣିଲି।
12 ଆପଣ ଯେଉଁ ଜିନିଷ କହିଲେ ତାହା ସାବଧାନ ହୋଇ ଶୁଣିଲି।
    ଆପଣମାନଙ୍କ ମଧ୍ୟରୁ ଜଣେ କେହି ଆୟୁବଙ୍କୁ ଭୁଲ୍ ବୋଲି ପ୍ରମାଣ କରି ପାରିଲା ନାହିଁ,
    କିମ୍ବା ତାଙ୍କର ଯୁକ୍ତିର ଉତ୍ତର ଦେଇପାରିଲ ନାହିଁ।
13 ଆପଣ ତିନି ଜଣ କହିପାରିବେ ନାହିଁ ଯେ ଆପଣମାନେ ଜ୍ଞାନ ଲାଭ କରିଅଛନ୍ତି।
    ଆୟୁବର ଯୁକ୍ତିର ଉତ୍ତର ପରମେଶ୍ୱର ନିଶ୍ଚୟ ଦେବା ଉଚିତ୍, ଲୋକମାନେ ନୁହନ୍ତି।
14 ଆୟୁବ, ତାଙ୍କ ଯୁକ୍ତି ମୋ’ ଆଗରେ ଉପସ୍ଥାପିତ କରି ନାହାନ୍ତି।
    ଆପଣ ତିନି ଜଣ ବ୍ୟବହାର କରିଥିବା ଯୁକ୍ତିକୁ ମୁଁ ବ୍ୟବହାର କରିବି ନାହିଁ।

15 “ଆୟୁବ, ଏହି ଲୋକମାନେ ଯୁକ୍ତିରେ ହାରିଗଲେ।
    ସେମାନଙ୍କର ଅଧିକ କିଛି କହିବାର ନାହିଁ।
    ସେମାନଙ୍କର କୌଣସି ଅତିରିକ୍ତ ଉତ୍ତର ମଧ୍ୟ ନାହିଁ।
16 ଆୟୁବ ଏହି ଲୋକମାନଙ୍କର ଉତ୍ତରକୁ ମୁଁ ଅପେକ୍ଷା କଲି
    କିନ୍ତୁ ବର୍ତ୍ତମାନ ସେମାନେ ନୀରବ।
    ସେମାନେ ତୁମ୍ଭସହ ଯୁକ୍ତି କରିବା ବନ୍ଦ କରି ଦେଇଛନ୍ତି।
17 ସେଥିପାଇଁ ମୁଁ ବର୍ତ୍ତମାନ ମୋର ଉତ୍ତର ଦେବି।
    ହଁ, ମୁଁ ଯାହା ଚିନ୍ତା କରୁଛି ମୁଁ କହିବି।
18 ମୋର ବହୁତ କିଛି କହିବାର ଅଛି ଯେ,
    ମୁଁ ପ୍ରାୟତଃ ବିସ୍ଫୋରଣ କରିଯିବି।
19 ମୁଁ ନୂଆ ଭରା ପାଇଥିବା ଗୋଟିଏ ମଦ ବୋତଲ, ଯାହା ଏପର୍ଯ୍ୟନ୍ତ ଖୋଲା ଯାଇ ନାହିଁ।
    ମୁଁ ଏକ ନୂଆ ମଦ୍ୟ କୁମ୍ଫା ପରି ଯାହା ଫାଟିଯିବା ପାଇଁ ପ୍ରସ୍ତୁତ।
20 ତେଣୁ ମୁଁ ନିଶ୍ଚୟ କହିବି।
    ତା'ପରେ ମୁଁ ବିଶ୍ୱାସ ଅନୁଭବ କରିବି।
    ଆୟୁବର ଯୁକ୍ତିର ମୁଁ ଉତ୍ତର ଦେବି ଓ ନିଶ୍ଚୟ କହିବି।
21 ଅନ୍ୟ ବ୍ୟକ୍ତିମାନଙ୍କୁ ମୁଁ ଯେଭଳି ବ୍ୟବହାର କରେ, ଆୟୁବ ସହିତ ମୁଁ ସେଭଳି ବ୍ୟବହାର କରିବି।
    ତା'ର ମନଲାଖି କଥା କହିବା ପାଇଁ ମୁଁ ଚେଷ୍ଟା କରିବି ନାହିଁ।
    ଯାହା ଉଚିତ୍ ତାହା ମୁଁ କହିବି।
22 ଗୋଟିଏ ବ୍ୟକ୍ତିଠାରୁ ଆଉ ଗୋଟିଏ ବ୍ୟକ୍ତିକୁ ଅଧିକ ଭଲ ବ୍ୟବହାର କରି ପାରିବି ନାହିଁ।
    ଯଦି ମୁଁ କରେ ପରମେଶ୍ୱର ମୋତେ ଦଣ୍ଡ ଦେବେ।

33 “ଆୟୁବ ବର୍ତ୍ତମାନ ମୋର କଥା ଶୁଣ।
    ଯେଉଁ ବିଷୟ ମୁଁ କହୁଛି, ତାହା ସାବଧାନ ହୋଇ ଶୁଣ।
ମୁଁ କହିବା ପାଇଁ ପ୍ରସ୍ତୁତ।
ମୋର ହୃଦୟ ନିର୍ମଳ, ସେଥିପାଇଁ ମୁଁ ସ‌‌‌ତ୍‌‌‌ବାକ୍ୟ ହିଁ କହିବି।
    ମୁଁ ଜାଣିଥିବା ବିଷୟରେ ସତ୍ୟହିଁ କେବଳ କହିବି।
ପରମେଶ୍ୱରଙ୍କ ଆତ୍ମା ମୋତେ ତିଆରି କରିଛି।
    ସର୍ବଶକ୍ତିମାନଙ୍କର ନିଶ୍ୱାସ ମୋତେ ଜୀବନ ଦେଇଛି।
ଆୟୁବ ମୋ’ କଥା ଶୁଣ, ଯଦି ତୁମ୍ଭେ ପାର ମୋତେ ଉତ୍ତର ଦିଅ।
    ତୁମ୍ଭ ଉତ୍ତର ପ୍ରସ୍ତୁତ ରଖ, ଯାହା ଫଳରେ ତୁମ୍ଭେ ମୋ’ ସହିତ ଯୁକ୍ତି କରି ପାରିବ।
ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭେ ଏବଂ ମୁଁ ସମାନ।
    ଆମ୍ଭକୁ ତିଆରି କରିବା ପାଇଁ ପରମେଶ୍ୱର ମାଟି ହିଁ ବ୍ୟବହାର କରିଛନ୍ତି।
ଆୟୁବ ମୋତେ ଭୟ କର ନାହିଁ।
    ମୁଁ ତୁମ୍ଭ ପ୍ରତି କଠୋର ହେବି ନାହିଁ।

“କିନ୍ତୁ ଆୟୁବ, ତୁମ୍ଭେ ଯାହା କହିଲ ମୁଁ ଶୁଣିଲି।
ତୁମ୍ଭେ କହିଲ, ‘ମୁଁ ପବିତ୍ର, ମୁଁ ନିରୀହ,
    ମୁଁ କିଛି ଭୁଲ୍ କରି ନାହିଁ, ମୁଁ ଦୋଷୀ ନୁହେଁ।
10 ମୁଁ କିଛି ଭୁଲ୍ କରି ନାହିଁ ଅଥଚ ପରମେଶ୍ୱର ମୋ’ ବିପକ୍ଷରେ।
    ପରମେଶ୍ୱର ମୋତେ ଶତ୍ରୁଭଳି ବ୍ୟବହାର କରନ୍ତି।
11 ପରମେଶ୍ୱର ମୋର ପାଦ ଦୁଇଟିକୁ ଶୃଙ୍ଖଳାବଦ୍ଧ କରନ୍ତି।
    ମୁଁ ଯାହା କରେ ପରମେଶ୍ୱର ତାହା ଲକ୍ଷ୍ୟ କରନ୍ତି।’

12 “କିନ୍ତୁ ଆୟୁବ ମୁଁ ତୁମ୍ଭକୁ କହୁଛି, ତୁମ୍ଭେ ସେସବୁ ଭୁଲ୍ କଥା କହିଛ।
    ପରମେଶ୍ୱର ଯେକୌଣସି ମଣିଷ ଅପେକ୍ଷା ବଡ଼।
13 ତୁମ୍ଭେ ପରମେଶ୍ୱରଙ୍କ ସହିତ କାହିଁକି ଯୁକ୍ତି କରୁଛ।
    ସେ ଯାହା କରୁଛନ୍ତି ସେ ସବୁର ହିସାବ ଦିଅନ୍ତି ନାହିଁ, ଏହି କାରଣରୁ କି ତୁମ୍ଭେ ଭାବୁଛ ପରମେଶ୍ୱର ସବୁକଥା ତୁମ୍ଭକୁ ବୁଝାଇ କହିବେ?
14 କିନ୍ତୁ ହୁଏତ ପରମେଶ୍ୱର ଏପରି ଭାବରେ କହନ୍ତି ଯେ
    ମନୁଷ୍ୟମାନେ ବୁଝିପାରନ୍ତି ନାହିଁ।
15 ପରମେଶ୍ୱର ହୁଏତ ଲୋକଙ୍କୁ ସ୍ୱପ୍ନରେ କହନ୍ତି କିମ୍ବା ରାତିରେ ଦର୍ଶନ ଦେଇ କହନ୍ତି
    ଯେତେବେଳେ ସେମାନେ ଗଭୀର ନିଦ୍ରା ଯାଇଥା’ନ୍ତି।
16 ତା'ପରେ ସେ ମନୁଷ୍ୟମାନଙ୍କର କାନ ଖୋଲି ଦିଅନ୍ତି
    ଏବଂ ସେମାନଙ୍କୁ ଭୟଭୀତ କରାନ୍ତି ସେମାନେ ଯାହା ଶୁଣନ୍ତି।
17 ପରମେଶ୍ୱର ଲୋକଙ୍କୁ ମନ୍ଦକାର୍ଯ୍ୟରୁ ନିବୃତ୍ତ କରାଇବାକୁ ଚେତାବନୀ ଶୁଣାନ୍ତି
    ଏବଂ ଲୋକମାନଙ୍କୁ ଗର୍ବ କରିବାରୁ ବନ୍ଦ କରନ୍ତି।
18 ପରମେଶ୍ୱର ଲୋକମାନଙ୍କୁ ଚେତାବନୀ ଦିଅନ୍ତି ଯାହା ଫଳରେ ସେ ତା'ର ପ୍ରାଣକୁ ମୃତ୍ୟୁ ଗର୍ତ୍ତରୁ ରକ୍ଷା କରନ୍ତି।
    ଖ‌ଡ଼୍‌ଗ ମୁଖରୁ ଆମ୍ଭକୁ ରକ୍ଷା କରିବା ପାଇଁ ପରମେଶ୍ୱର ଏହା କରନ୍ତି।

19 “କିମ୍ବା ଜଣେ ବ୍ୟକ୍ତି ବିଛଣାରେ ମଧ୍ୟ ପରମେଶ୍ୱରଙ୍କ ବାଣୀ ଶୁଣିପାରେ ଓ ପରମେଶ୍ୱରଙ୍କ ପ୍ରଦତ୍ତ ଦଣ୍ଡ ଓ ଯନ୍ତ୍ରଣା ସହ୍ୟ କରେ।
    ପରମେଶ୍ୱର ବ୍ୟଥାଦ୍ୱାରା ସେହି ବ୍ୟକ୍ତିକୁ ଚେତାବନୀ ଦିଅନ୍ତି।
    ସେହି ବ୍ୟକ୍ତି ଏତେ ଯନ୍ତ୍ରଣା ପାଏ ସତେ ଯେମିତି ତା'ର ସବୁହାଡ଼ କଷ୍ଟ ପାଏ।
20 ସେ ଏତେ ଯନ୍ତ୍ରଣା ଅନୁଭବ କରେ ଯେ ସେ ଖାଇପାରେ ନାହିଁ।
    ସେ ଏପରିକି ସୁସ୍ୱାଦୁ ଖାଦ୍ୟକୁ ମଧ୍ୟ ଘୃଣା କରେ।
21 ତା'ର ଶରୀର ଦୁର୍ବଳ ହୋଇଯାଏ।
    ସେ କ୍ରମେ କ୍ଷୀଣ ହୋଇଯାଏ।
    ତା'ର ହାଡ଼ସବୁ ପଦାକୁ ଦେଖାଯାଏ।
22 ସେହି ଲୋକ ମୃତ୍ୟୁର ଦ୍ୱାର ଦେଶରେ ପହଞ୍ଚି ଯାଏ।
    ତା'ର ଜୀବନ ମୃତ୍ୟୁର ନିକଟ ହୋଇ ଆସେ।
23 ପରମେଶ୍ୱରଙ୍କର ହଜାରେ ଦୂତ ଅଛନ୍ତି।
    ସେହି ଦୂତମାନଙ୍କ ମଧ୍ୟରୁ ଜଣେ ହୁଏତ ସେହି ବ୍ୟକ୍ତି ପ୍ରତି ଦୃଷ୍ଟି ରଖିଥାଏ।
    ସେହି ଦୂତ ହୁଏତ ସେହି ଲୋକ କରିଥିବା ଭଲ କାର୍ଯ୍ୟଗୁଡ଼ିକୁ ସେ କହିପାରେ।
24 ହୁଏତ ସେହି ଦୂତ ସେହି ଲୋକକୁ କୃପା କରିବେ
    ଏବଂ ତା’ ତରଫରୁ ପରମେଶ୍ୱରଙ୍କୁ କହି ପାରନ୍ତି,
‘ସେହି ଲୋକ କବରକୁ ଯିବା ପାଇଁ ରକ୍ଷା ପାଉ’ ମୁଁ କ୍ଷତି ପୂରଣ ପାଇଅଛି।
25 ସେହି ଲୋକର ଶରୀର ପୁଣି ସତେଜ ହେବ ଓ ସେ ପୁଣି ସୁସ୍ଥ ସବଳ ହୋଇଯିବ।
    ସେ ଯେଭଳି ଯୁବକ ଥିଲା ପୁଣି ସେହିଭଳି ହୋଇଯିବ।
26 ସେହି ଲୋକ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବ ଓ ପରମେଶ୍ୱର ମଧ୍ୟ ତା’ ପ୍ରତି ପ୍ରସନ୍ନ ହେବେ।
    ତା'ପରେ ସେ ପରମେଶ୍ୱରଙ୍କର ମୁଖ ଦେଖିବ ଓ ଆନନ୍ଦରେ ଚିତ୍କାର କରି ଉଠିବ,
    ଯେତେବେଳେ ସେ ମନୁଷ୍ୟଙ୍କୁ ତା'ର ଯଥାର୍ଥ ଅବସ୍ଥା ଫେରାଇ ଦେବେ।
27 ତା'ପରେ ସେହି ବ୍ୟକ୍ତି ସମସ୍ତଙ୍କ ସମ୍ମୁଖରେ ସ୍ୱୀକାର କରି କହିବ, ‘ମୁଁ ପାପ କରିଛି।
    ମୁଁ ଭଲକୁ ମନ୍ଦରେ ପରିଣତ କରିଛି।
    କିନ୍ତୁ ପରମେଶ୍ୱର ମୋତେ ଦଣ୍ଡ ଦେଇ ନାହାନ୍ତି ଯାହାର କି ମୁଁ ହକତାର ଥିଲି।
28 ପରମେଶ୍ୱର ମୋର ଆତ୍ମାକୁ ରକ୍ଷା କରିଛନ୍ତି।
    ମୃତ୍ୟୁ ଗମନରୁ ମୁଁ ପୁଣି ଜୀବନକୁ ଭୋଗ କରି ପାରିବି।’

29 “ପରମେଶ୍ୱର ଏ କଥା ବାରମ୍ବାର ସେହି ଲୋକ ପାଇଁ କରନ୍ତି।
30 ସେହି ଲୋକକୁ ଚେତାବନୀ ଦେଇ ତା'ର ଆତ୍ମାକୁ ମୁକ୍ତି ଦେଇ ତାକୁ ମରଣରୁ ରକ୍ଷା କରନ୍ତି।
    ଫଳରେ ସେ ଲୋକ ତା'ର ଜୀବନ ଆନନ୍ଦରେ ବିତାଇବ।

31 “ଆୟୁବ, ମୋ’ କଥାକୁ ଧ୍ୟାନ ଦିଅ, ମୋ’ କଥା ଶୁଣ।
    ନୀରବ ରୁହ ଏବଂ ମୋତେ କହିବାକୁ ଦିଅ।
32 କିନ୍ତୁ ଆୟୁବ ତୁମ୍ଭେ ଯଦି ମୋ’ କଥାରେ ଏକମତ ନ ହେଉଛ ତା'ହେଲେ ତୁମ୍ଭେ କହିଯାଅ।
    ତୁମ୍ଭର ଯୁକ୍ତି ମୋତେ କୁହ,
    ଯାହା ଫଳରେ ମୁଁ ତାକୁ ସଂଶୋଧନ କରି ଦେବି।
33 କିନ୍ତୁ ଆୟୁବ ଯଦି ତୁମ୍ଭର କିଛି କହିବାର ନାହିଁ ମୋ’ କଥା ଶୁଣ।
    ନୀରବ ହୁଅ, ମୁଁ ଜ୍ଞାନ ଶିଖାଇବି।”

34 ତା'ପରେ ଇଲୀହୂ ତା'ର କଥାକୁ ଜାରିରଖି କହିଲା,

“ହେ ଜ୍ଞାନୀମାନେ ମୋ’ କଥା ମନଦେଇ ଶୁଣ, ଯାହା ମୁଁ କହିବାକୁ ଗ୍ଭହୁଁଛି।
    ହେ ବୁଦ୍ଧିମାନ ମୋ’ କଥାକୁ ଧ୍ୟାନ ଦେଇ ଶୁଣ।
କାରଣ କର୍ଣ୍ଣ ଯାହା ଶୁଣେ ତାହା ପରୀକ୍ଷା କରେ,
    ଠିକ୍ ଜିହ୍ୱା ଖାଦ୍ୟର ସ୍ୱାଦ ବାରିବା ପରି।
ତେଣୁ ଆସ ଏହିସବୁ ଯୁକ୍ତିକୁ ପରୀକ୍ଷା କରିବା ଏବଂ ସ୍ଥିର କରିବା କେଉଁଟା ଠିକ୍ ଆମ୍ଭମାନଙ୍କ ମଧ୍ୟରେ।
    ଆମ୍ଭେ ସମସ୍ତେ ମିଶି ଶିଖିବା, ଭଲ କାହାକୁ କହନ୍ତି।
ଆୟୁବ କହେ, ‘ମୁଁ ନିରପରାଧୀ ଅଟେ।
    ଏବଂ ପରମେଶ୍ୱର ମୋ’ ପ୍ରତି ଉଚିତ୍ ନ୍ୟାୟ କରି ନାହାନ୍ତି।
ମୁଁ ନିରପରାଧୀ ହେଲେବି ବିଗ୍ଭର ମୋ’ ବିରୁଦ୍ଧରେ ଯିବାରୁ ମୁଁ ମିଥ୍ୟାବାଦୀରେ ଗଣିତ ହୋଇଅଛି।
    ମୁଁ ନିରପରାଧୀ ହେଲେବି ମୁଁ ବହୁତ କଷ୍ଟ ସହିଅଛି।’

“ଆୟୁବ ଭଳି ଆଉ କେହି ବ୍ୟକ୍ତି ଅଛନ୍ତି କି?
    ଆୟୁବ ଖାତିରି କରେ ନାହିଁ, ଯଦି ତୁମ୍ଭେ ତାକୁ ଅପମାନିତ କର।
ଆୟୁବ ଦୁଷ୍ଟ ଲୋକଙ୍କ ସହିତ ବନ୍ଧୁତା କରିଛି।
    ଆୟୁବ ଦୁଷ୍ଟ ଲୋକଙ୍କ ସହିତ ରହିବାକୁ ଭଲପାଏ।
ମୁଁ ଏହା କାହିଁକି କହିଲି।
    କାରଣ ଆୟୁବ କହୁଛି, ‘ଜଣେ ଯଦି ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରେ ସେ ଲାଭ ପାଏ ନାହିଁ।’

10 “ତୁମ୍ଭେମାନେ ବୁଝାମଣା ସମ୍ପନ୍ନ ମଣିଷ ମୋ’ କଥା ଶୁଣ।
    କୌଣସି ମନ୍ଦକାର୍ଯ୍ୟ କରିବା ଅର୍ଥାତ୍ ପରମେଶ୍ୱରଙ୍କ ଦ୍ୱାରା ଅସମ୍ଭବ!
    ସର୍ବଶକ୍ତିମାନ ପରମେଶ୍ୱର କୌଣସି ଭୁଲ୍ କରନ୍ତି ନାହିଁ।
11 ପରମେଶ୍ୱର ଜଣେ ବ୍ୟକ୍ତିକୁ ସେ ଯାହା କରିଥାଏ ତାକୁ ତାହା ଦିଅନ୍ତି।
    ସେ ଲୋକଙ୍କୁ ଯାହା ପ୍ରାପ୍ୟ ତାହା ଦିଅନ୍ତି।
12 ଏହା ହିଁ ସତ୍ୟ ଅଟେ, ପରମେଶ୍ୱର କୁକର୍ମ କରନ୍ତି ନାହିଁ।
    ସର୍ବଶକ୍ତିମାନ ପରମେଶ୍ୱର ନ୍ୟାୟ ଭ୍ରଷ୍ଟ କରନ୍ତି ନାହିଁ।
13 ପରମେଶ୍ୱରଙ୍କୁ ପୃଥିବୀର ଦାୟିତ୍ୱରେ ରହିବା ପାଇଁ କେହି ମନୋନୀତ କରି ନାହାନ୍ତି।
    କେହି ତାଙ୍କୁ ସମଗ୍ର ପୃଥିବୀର ଦାୟିତ୍ୱ ଦେଇ ନାହିଁ।
14 ଯଦି ପରମେଶ୍ୱର ସ୍ଥିର କରନ୍ତି ଲୋକମାନଙ୍କ ଜୀବନ ଶରୀରରୁ ତାଙ୍କର ଆତ୍ମା
    ଓ ନିଶ୍ୱାସପ୍ରଶ୍ୱାସକୁ କାଢ଼ି ନେବେ।
15 ତେବେ ପୃଥିବୀର ସମସ୍ତ ଲୋକେ ମୃତ୍ୟୁବରଣ କରିବେ।
    ସବୁ ଲୋକ ପୁଣି ଧୂଳିରେ ପରିଣତ ହେବେ।

16 “ଯଦି ତୁମ୍ଭେ ଜ୍ଞାନୀ ମନୁଷ୍ୟ,
    ତା'ହେଲେ ମୋ’ କଥା ମନଦେଇ ଶୁଣ।
17 ଯେଉଁ ବ୍ୟକ୍ତି ସଚ୍ଚୋଟ ହେବାକୁ ଘୃଣା କରେ,
    ସେ କେବେ ଶାସକ ହୋଇ ପାରିବ ନାହିଁ।
    ଆୟୁବ, ପରମେଶ୍ୱର ଅତ୍ୟନ୍ତ ପରାକ୍ରମଶାଳୀ ଓ ନ୍ୟାୟପରାୟଣ ତୁମ୍ଭେ କ’ଣ ଭାବୁଛ ତୁମ୍ଭେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ପାରିବ।
18 କେହି ଜଣେ ରାଜାକୁ କହେ କି, ‘ତୁମ୍ଭେ ଗୋଟିଏ ଅପଦାର୍ଥ?’
    କିମ୍ବା କିଏ ନେତାମାନଙ୍କୁ କହେ, ‘ତୁମ୍ଭେମାନେ ଦୁଷ୍ଟ ଅଟ।’
19 ପରମେଶ୍ୱର ଅନ୍ୟମାନଙ୍କଠାରୁ ନେତାମାନଙ୍କୁ ଭଲ ପାଆନ୍ତି ନାହିଁ।
    ଏବଂ ପରମେଶ୍ୱର ଧନୀ ଲୋକମାନଙ୍କୁ ଗରିବ ଲୋକମାନଙ୍କଠାରୁ ଅଧିକ ଭଲ ପାଆନ୍ତି ନାହିଁ।
    କାରଣ ପରମେଶ୍ୱର ସମସ୍ତଙ୍କୁ ସୃଷ୍ଟି କରିଛନ୍ତି।
20 ଲୋକେ ହଠାତ୍ ମଧ୍ୟରାତ୍ରିରେ ହୁଏତ ମରି ଯାଇପାରନ୍ତି।
    ଲୋକେ ହୁଏତ ବେମାର ହୋଇ ମୃତ୍ୟୁମୁଖରେ ପଡ଼ିପାରନ୍ତି।
    ଏପରିକି କ୍ଷମତାଶାଳୀ ଲୋକ ବି କୌଣସି ସ୍ପଷ୍ଟ କାରଣ ନ ଥାଇ ମରିପାରନ୍ତି।

21 “ପରମେଶ୍ୱର ଲୋକମାନଙ୍କର କାର୍ଯ୍ୟ କଳାପକୁ ଲକ୍ଷ୍ୟ କରନ୍ତି।
    ପରମେଶ୍ୱର ମଣିଷର ପ୍ରତ୍ୟେକ ପାଦ ଗତିକୁ ଜାଣନ୍ତି।
22 ଏପରି କୌଣସି ଅନ୍ଧକାର ଅଧିକ ନୁହେଁ ଯାହା
    ଦୁଷ୍ଟ ଲୋକମାନଙ୍କୁ ପରମେଶ୍ୱରଙ୍କଠାରୁ ଲୁଗ୍ଭଇପାରେ।
23 ପରମେଶ୍ୱର ଲୋକଙ୍କୁ ଆଉ ଟିକିଏ ପରୀକ୍ଷା କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନିଅନ୍ତି ନାହିଁ।
    ପରମେଶ୍ୱର ତାଙ୍କ ସମ୍ମୁଖକୁ ଲୋକଙ୍କୁ ଆଣି ବିଗ୍ଭର କରିବାକୁ ଦରକାର ମନେ କରନ୍ତି ନାହିଁ।
24 ଯଦି କ୍ଷମତାଶାଳୀ ଲୋକେ ମନ୍ଦକାର୍ଯ୍ୟ କରନ୍ତି,
    ପରମେଶ୍ୱର ସେମାନଙ୍କୁ ପ୍ରଶ୍ନ କରନ୍ତି ନାହିଁ।
ସେ ସେମାନଙ୍କୁ କେବଳ ଧ୍ୱଂସ କରିଦିଅନ୍ତି।
    ତାଙ୍କ ସ୍ଥାନରେ ଅନ୍ୟ ଲୋକଙ୍କୁ ନେତା କରିବାକୁ ସେ ପସନ୍ଦ କରନ୍ତି।
25 ତେଣୁ ପରମେଶ୍ୱର ଜାଣନ୍ତି ଲୋକେ କ’ଣ କରନ୍ତି।
    ସେଥିପାଇଁ ପରମେଶ୍ୱର ଦୁଷ୍ଟ ଲୋକମାନଙ୍କୁ ରାତିକ ଭିତରେ ପରାଜିତ କରିବେ ଓ ସେମାନେ ଧ୍ୱଂସ ହେବେ।
26 ପରମେଶ୍ୱର ଦୁଷ୍ଟ ଲୋକଙ୍କୁ ଦଣ୍ଡ ଦେବେ।
    କାରଣ ସେମାନେ ମନ୍ଦକାର୍ଯ୍ୟ କରନ୍ତି।
    ପରମେଶ୍ୱର ସେହି ଲୋକମାନଙ୍କୁ ଶାସ୍ତି ଦେବେ, ଯେଉଁଠାରେ କି ଅନ୍ୟ ଲୋକମାନେ ଏହା ଘଟୁଛି ବୋଲି ଦେଖି ପାରିବେ।
27 କାରଣ ଦୁଷ୍ଟ ଲୋକେ ପରମେଶ୍ୱରଙ୍କୁ ମାନନ୍ତି ନାହିଁ।
    ସେହି ମନ୍ଦ ଲୋକମାନେ ପରମେଶ୍ୱର ଯାହା ଗ୍ଭହାନ୍ତି ତାହା କରିବାକୁ ଇଚ୍ଛା କରନ୍ତି ନାହିଁ।
28 ସେହି ଦୁଷ୍ଟ ଲୋକେ ଗରିବଙ୍କୁ ଆଘାତ କରନ୍ତି।
    ଫଳରେ ସେହି ଗରିବମାନେ ପରମେଶ୍ୱରଙ୍କ ସାହାଯ୍ୟ ପାଇଁ ଚିତ୍କାର କରନ୍ତି।
    ଏବଂ ପରମେଶ୍ୱର ମଧ୍ୟ ସେମାନଙ୍କ ଡାକକୁ ଶୁଣନ୍ତି।
29 କିନ୍ତୁ ଯଦି ପରମେଶ୍ୱର ସ୍ଥିର କରନ୍ତି ସେମାନଙ୍କୁ ସାହାଯ୍ୟ କରିବେ ନାହିଁ।
    ତା'ହେଲେ କେହି ପରମେଶ୍ୱରଙ୍କୁ ଦୋଷ ଦେଇ ପାରିବ ନାହିଁ।
ଯଦି ପରମେଶ୍ୱର ଲୋକଙ୍କଠାରୁ ନିଜକୁ ଲୁଚେଇ ରଖନ୍ତି, କେହି ତାଙ୍କୁ ଖୋଜି ପାଇବ ନାହିଁ।
    ପରମେଶ୍ୱର ଲୋକମାନଙ୍କର ଓ ଦେଶମାନଙ୍କର ଶାସନକର୍ତ୍ତା।
30 ଯଦି ଜଣେ ଶାସକ ଲୋକଙ୍କ ପାପର କାରଣ ହୁଅନ୍ତି,
    ତା'ହେଲେ ପରମେଶ୍ୱର ସେହି ବ୍ୟକ୍ତିକୁ ଶାସନ ଗାଦିରୁ ହଟାଇ ଦିଅନ୍ତି।

31 “ଏହା ଘଟିବ ଯଦି ସେ ପରମେଶ୍ୱରଙ୍କୁ ପ୍ରାର୍ଥନା କରି କହେ, ମୁଁ ଦୋଷୀ ଅଟେ।
    ମୁଁ ଆଉ ପାପ କରିବି ନାହିଁ।
32 ହେ ପରମେଶ୍ୱର, ଯଦିଓ ମୁଁ ତୁମ୍ଭକୁ ଦେଖି ପାରୁ ନାହିଁ, ଜୀବନରେ କେଉଁଟା ଠିକ୍ ବାଟ ମୋତେ ତୁମ୍ଭେ ଶିକ୍ଷା ଦିଅ।
    ଯଦି ମୁଁ କିଛି ଭୁଲ୍ କରିଛି, ମୁଁ ଆଉ ସେପରି ପୁଣି ଥରେ କରିବି ନାହିଁ।’
33 ଆୟୁବ, ତୁମ୍ଭେ ଗ୍ଭହୁଁଛ ପରମେଶ୍ୱର ତୁମ୍ଭକୁ ପୁରସ୍କୃତ କରନ୍ତୁ।
    କିନ୍ତୁ ତୁମ୍ଭେ ପରିବର୍ତ୍ତନକୁ ମନା କରୁଛ।
ଆୟୁବ ଏହା ତୁମ୍ଭର ନିଷ୍ପତ୍ତି ମୋର ନୁହେଁ।
    ତୁମ୍ଭେ କୁହ ମୋତେ ତୁମ୍ଭେ କ’ଣ ଭାବୁଛ।
34 ଜଣେ ଜ୍ଞାନୀ ବ୍ୟକ୍ତି ମୋ’ କଥା ଶୁଣିବ।
    ଜଣେ ଜ୍ଞାନୀ ବ୍ୟକ୍ତି କହିବ,
35 ‘ଆୟୁବ ଜଣେ କିଛି ନ ଜାଣିଥିବା ଲୋକ ପରି କଥା କୁହେ।
    ଆୟୁବ ଯେଉଁ କଥା କୁହେ ସେଥିର କିଛି ଅର୍ଥ ହୁଏ ନାହିଁ।’
36 ମୁଁ ଭାବୁଛି ଆୟୁବକୁ ଅଧିକ ଦଣ୍ଡ ଦିଆଯିବା ଦରକାର।
    କାରଣ ଆୟୁବ ଆମ୍ଭକୁ ଯାହା ଉତ୍ତର ଦେଲା, ଯେମିତି ଜଣେ ଦୁଷ୍ଟ ବ୍ୟକ୍ତି ଉତ୍ତର ଦେବ।
37 ଆୟୁବର ବିଦ୍ରୋହ ତା'ର ଅନ୍ୟ ପାପ ସହିତ ଯୋଗ କରେ।
    ଆୟୁବ ଆମ୍ଭ ସମ୍ମୁଖରେ ବସେ ଏବଂ ଆମ୍ଭକୁ ଅପମାନିତ କରେ ଏବଂ ପରମେଶ୍ୱରଙ୍କ ବିଷୟରେ ଅତ୍ୟଧିକ କୁହେ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center