Print Page Options
Previous Prev Day Next DayNext

Bible in 90 Days

An intensive Bible reading plan that walks through the entire Bible in 90 days.
Duration: 88 days
Odia Holy Bible: Easy-to-Read Version (ERV-OR)
Version
ନିହିମିୟାଙ୍କର ପୁସ୍ତକ 13:15 - ଆୟୁବ ପୁସ୍ତକ 7:21

15 ସେହି ସମୟରେ ମୁଁ ଯିହୁଦା ମଧ୍ୟରେ କେତେକ ଲୋକଙ୍କୁ ବିଶ୍ରାମ ଦିନରେ ଦ୍ରାକ୍ଷାରସ ଦଳିବାର ଓ ବିଡ଼ା ଭିତରକୁ ଆଣିବାର ଓ ଗର୍ଦ୍ଦଭ ଉପରେ ବୋଝେଇ କରିବାର ମଧ୍ୟ ବିଶ୍ରାମ ଦିନରେ ଦ୍ରାକ୍ଷାରସ, ଦ୍ରାକ୍ଷାଫଳ ଓ ଡିମ୍ବିରିଫଳ ଓ ସର୍ବପ୍ରକାର ବୋଝ ଯିରୁଶାଲମକୁ ଆଣିବାର ଦେଖିଲି। ତେଣୁ ବିଶ୍ରାମ ଦିନରେ କୌଣସି ଖାଦ୍ୟ ବିକ୍ରୟ ନ କରିବାକୁ ମୁଁ ସେମାନଙ୍କୁ ସତର୍କ କଲି।

16 ସେହି ନଗରରେ ସୋରୀୟ ଲୋକେ ବାସ କରୁଥିଲେ। ସେମାନେ ମତ୍ସ୍ୟ ଓ ଅନ୍ୟ ବହୁତ ଦ୍ରବ୍ୟ ବିଶ୍ରାମ ଦିନରେ ଯିହୁଦୀୟମାନଙ୍କୁ ଓ ଯିରୁଶାଲମରେ ବିକ୍ରୟ କଲେ। 17 ଏଥିପାଇଁ ମୁଁ ଯିହୁଦାର କୁଳୀନ ନାଗରିକମାନଙ୍କ ସଙ୍ଗେ ଯୁକ୍ତି କରି କରି ସେମାନଙ୍କୁ କହିଲି, “ତୁମ୍ଭେମାନେ ବିଶ୍ରାମ ଦିନ ଅପବିତ୍ର କରିବା ପାଇଁ ବହୁତ କୁକର୍ମ କରୁଅଛ। 18 ତୁମ୍ଭମାନଙ୍କ ପିତୃପୁରୁଷମାନେ କ’ଣ ଏପରି ବ୍ୟବହାର କରି ନ ଥିଲେ? ଆଉ ତହିଁ ସକାଶୁ ଆମ୍ଭମାନଙ୍କ ପରମେଶ୍ୱର କି ଆମ୍ଭମାନଙ୍କ ଉପରେ ଓ ଏହି ନଗର ଉପରେ ଏହିସବୁ ଅମଙ୍ଗଳ ଘଟାଇ ନାହାନ୍ତି? ତଥାପି ତୁମ୍ଭେମାନେ ବିଶ୍ରାମ ଦିନ ଅପବିତ୍ର କରି ଇସ୍ରାଏଲ ଉପରକୁ କୋପ ଆଣୁଅଛ।”

19 ଏହା ପରେ ବିଶ୍ରାମବାର ପୂର୍ବରୁ ଯିରୁଶାଲମରେ ଯେତେବେଳେ ଅନ୍ଧାର ହେବାକୁ ଲାଗିଲା। ମୁଁ କବାଟସବୁ ବନ୍ଦ କରିବାକୁ ପ୍ରହରୀକୁ ଆଜ୍ଞା ଦେଲି, ଆହୁରି ବିଶ୍ରାମବାର ଶେଷ ହେବା ପର୍ଯ୍ୟନ୍ତ ନ ଖୋଲିବାକୁ ଆଜ୍ଞା ଦେଲି। ପୁଣି ବିଶ୍ରାମ ଦିନ ଲୋକମାନଙ୍କୁ ବୋଝ ବୋହିବାରୁ ବିରତ କରିବା ପାଇଁ ମୁଁ ଆପଣା ଦାସମାନଙ୍କ ମଧ୍ୟରୁ କେତେକଙ୍କୁ ଦ୍ୱାରମାନଙ୍କରେ ନିଯୁକ୍ତି କଲି।

20 ତହିଁରେ ବଣିକମାନେ ଓ ସର୍ବପ୍ରକାର ଦ୍ରବ୍ୟ ବିକ୍ରୟକାରୀମାନେ ଥରେ ବା ଦୁଇଥର ଯିରୁଶାଲମ ବାହାରେ ରାତ୍ରି କ୍ଷେପଣ କଲେ। 21 ତା'ପରେ ମୁଁ ସେମାନଙ୍କୁ ସତର୍କ କଲି ଏବଂ କହିଲି, “ତୁମ୍ଭେମାନେ କାହିଁକି ପ୍ରାଚୀର ନିକଟରେ ରାତ୍ରି ଯାପନ କରୁଅଛ? ତୁମ୍ଭେମାନେ ଆଉ ଥରେ ଏପରି କଲେ ମୁଁ ତୁମ୍ଭମାନଙ୍କୁ ଧରିବି।” ସେହି ସମୟାବଧି ସେମାନେ ଆଉ ବିଶ୍ରାମବାରରେ ଆସିଲେ ନାହିଁ।

22 ଏହା ପରେ ମୁଁ ଲେବୀୟମାନଙ୍କୁ ବିଶ୍ରାମ ଦିନ ପବିତ୍ର କରିବା ନିମନ୍ତେ ନିଜ ନିଜକୁ ଶୁଚି କରିବାକୁ ଓ ଆସି ଦ୍ୱାରସବୁ ଜଗିବାକୁ ଆଜ୍ଞା କଲି।

ହେ ପରମେଶ୍ୱର, ମୋ’ ପକ୍ଷରେ ଏହା ମଧ୍ୟ ସ୍ମରଣ କର ଓ ଆପଣା ଶାଶ୍ୱତ ପ୍ରେମରେ ମୋତେ ରକ୍ଷା କର।

23 ସେହି ସମୟରେ ଯେଉଁ ଯିହୁଦୀୟମାନେ ଅସଦୋଦ୍, ଅମ୍ମୋନ ଓ ମୋୟାବ ଦେଶୀୟ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନଙ୍କୁ ମୁଁ ଦେଖିଲି। 24 ସେମାନଙ୍କ ବାଳକମାନେ ଅଧେ ଅ‌‌‌‌ସ୍‌‌‌‌ଦୋଦୀୟ ଭାଷାରେ କଥାବାର୍ତ୍ତା କଲେ। ସେମାନେ ଯିହୁଦୀୟ ଭାଷାରେ କଥାବାର୍ତ୍ତା କରି ପାରିଲେ ନାହିଁ। ମାତ୍ର ପ୍ରତ୍ୟେକ ଗୋଷ୍ଠୀର ଭାଷା ଅନୁସାରେ କଥା କହିଲେ। 25 ତେଣୁ ମୁଁ ସେମାନଙ୍କ ସହିତ ବାଦାନୁବାଦ କଲି ଓ ସେମାନଙ୍କୁ ଅଭିଶାପ ଦେଲି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ପ୍ରହାର କଲି। ମୁଁ ସେମାନଙ୍କ ଦାଢ଼ି ମଧ୍ୟ ଉତ୍ପାଟନ କଲି ଏବଂ ପରମେଶ୍ୱରଙ୍କ ନାମରେ ସେମାନଙ୍କୁ ପ୍ରତିଜ୍ଞା କରାଇଲି, “ତୁମ୍ଭେମାନେ ସେମାନଙ୍କ ପୁତ୍ରମାନଙ୍କୁ ଆପଣାର କନ୍ୟା ଦିଅ ନାହିଁ କିମ୍ବା ଆପଣା ପୁତ୍ର ନିମନ୍ତେ ସେମାନଙ୍କ କନ୍ୟା ଗ୍ରହଣ କର ନାହିଁ। 26 ଇସ୍ରାଏଲର ରାଜା ଶଲୋମନ କ’ଣ ଏପରି କାର୍ଯ୍ୟ କରି ପାପ କରି ନ ଥିଲେ? ଅନେକ ରାଷ୍ଟ୍ର ବା ଜାତି ମଧ୍ୟରେ ତାଙ୍କପରି ରାଜା କେହି ନ ଥିଲେ ଓ ସେ ଆପଣା ପରମେଶ୍ୱରଙ୍କ ପ୍ରିୟପାତ୍ର ଥିଲେ। ପରମେଶ୍ୱର ତାହାଙ୍କୁ ସମଗ୍ର ଇସ୍ରାଏଲ ଉପରେ ରାଜା କଲେ। ତଥାପି ବିଦେଶୀୟ ସ୍ତ୍ରୀମାନେ ତାହାଙ୍କୁ ହିଁ ପାପ କରାଇଲେ। 27 ତେଣୁ ଆମ୍ଭେ କ’ଣ ତୁମ୍ଭ କଥା ଶୁଣି ପରମେଶ୍ୱରଙ୍କ ବିରୁଦ୍ଧରେ ଯିବୁ ଓ ବିଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରି ମହାପାପ କରିବୁ?”

28 ମହାଯାଜକ ଇଲିୟାଶୀ‌‌‌‌ବ୍‌‌‌‌ର ପୁତ୍ର ଯିହୋୟାଦାର ପୁତ୍ରମାନଙ୍କ ମଧ୍ୟରୁ ଜଣେ ପୁତ୍ର ହାରୋଣୀୟ ସ‌ନ୍‌ବଲ୍ଲଟ୍‌ର ଜ୍ୱାଇଁ ଥିଲା। ମୁଁ ସେହି ଲୋକଙ୍କୁ ମୋ'ଠାରୁ ଗ୍ଭଲିଯିବା ପାଇଁ ବାଧ୍ୟ କରିଥିଲି।

29 ହେ ମୋର ପରମେଶ୍ୱର, ସେମାନଙ୍କୁ ସ୍ମରଣ କର। ଯେହେତୁ ସେମାନେ ଯାଜକପଦକୁ ଆଉ ଯାଜକ ପଦରେ ଓ ଲେବୀୟମାନଙ୍କର ନିୟମକୁ କଳଙ୍କିତ କରିଛନ୍ତି। 30 ଏହିରୂପେ ମୁଁ ସେମାନଙ୍କୁ ବିଦେଶୀୟ ସମସ୍ତଙ୍କଠାରୁ ପରିସ୍କାର କଲି ଓ ପ୍ରତ୍ୟେକର କାର୍ଯ୍ୟ ଅନୁସାରେ ଯାଜକମାନଙ୍କର ଓ ଲେବୀୟମାନଙ୍କର କାର୍ଯ୍ୟ ନିରୂପଣ କଲି। 31 ନିରୂପିତ ସମୟରେ କାଠ ଓ ପ୍ରଥମଜାତ ଫଳର ଉପହାର ନିମନ୍ତେ ଲୋକ ନିଯୁକ୍ତ କଲି।

ହେ ମୋର ପରମେଶ୍ୱର, ମଙ୍ଗଳ ନିମନ୍ତେ ମୋତେ ସ୍ମରଣ କର।

ରାଣୀ ବଷ୍ଟୀ ରାଜାଙ୍କୁ ଅମାନ୍ୟ କଲେ

ଅକ୍ଷଶ୍ୱେରଶ ରାଜାଙ୍କ ସମୟରେ ଏପରି ଘଟିଥିଲା ଯେ ସେ ହିନ୍ଦୁସ୍ଥାନରୁ କୁଶଦେଶ ପର୍ଯ୍ୟନ୍ତ 127 ପ୍ରଦେଶ ଉପରେ ରାଜତ୍ୱ କଲେ। ଏହି ଅକ୍ଷଶ୍ୱେରଶ ରାଜା ଶୂଶନ୍ ରାଜଧାନୀରେ ନିଜର ରାଜ ସିଂହାସନରେ ଉପବିଷ୍ଟ ହେବାପରେ,

ଆପଣା ଅଧିକାରର ତୃତୀୟ ବର୍ଷରେ ଆପଣାର ସବୁ ଅଧିପତି ଓ ଦାସମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କଲେ। ତହିଁରେ ପାରସ୍ୟ ଓ ମାଦିୟା ଦେଶର ବିକ୍ରମି ଲୋକମାନେ ଏବଂ କୁଳୀନ ଓ ପ୍ରଦେଶାଧିପତିମାନେ ତାଙ୍କର ସାକ୍ଷାତରେ ଉପସ୍ଥିତ ହେଲେ। ସେ ଆପଣା ପ୍ରତାପାନ୍ୱିତ ରାଜ୍ୟର ଧନ ଓ ଆପଣା ମହତ୍ତ୍ୱର ଶୋଭାର ଉତ୍କୃଷ୍ଟତା ଅନେକ ଦିନ, ଅର୍ଥାତ୍ 180 ଦିନ ପର୍ଯ୍ୟନ୍ତ ପ୍ରଦର୍ଶନ କଲା। ତେଣୁ ଏସବୁ ଦିନ ପରେ ରାଜା ସମସ୍ତ ଲୋକମାନଙ୍କୁ ଏକ ଭୋଜି ଦେଲେ, ମାନ୍ୟଗଣ୍ୟ ଓ ସାଧାରଣ ଲୋକ ଯେଉଁମାନେ ରାଜଧାନୀ ଶୂଶ‌ନ୍‌ରେ ଉପସ୍ଥିତ ଥିଲେ। ରାଜପୁରୀସ୍ଥ ଉଦ୍ୟାନରେ ସାତ ଦିନ ପର୍ଯ୍ୟନ୍ତ ଭୋଜି ଗ୍ଭଲିଲା। ସେଠାରେ ଧଳା ଓ ନୀଳ କାର୍ପାସ ପରଦା ଥିଲା। ସେହି ପରଦାଗୁଡ଼ିକ ନାଇଲ‌ନ୍‌ରେ ତିଆରି ରଜ୍ଜୁ ଓ ବାଇଗଣ ରଙ୍ଗର ରୌପ୍ୟମୟ କଡ଼ାରେ ମାର୍ବଲ ସ୍ତମ୍ଭରେ ବନ୍ଧା ଥିଲା ଏବଂ ଚଟାଣ ଉପରେ ମଧ୍ୟ ଯାହାକି ବିଭିନ୍ନ ପ୍ରକାର ରଙ୍ଗିନ୍ ସ୍ପଟିକ, ଶାମୁକା, ମୁକ୍ତା ଓ ମାର୍ବଲ ପଥରରେ ନିର୍ମିତ ହୋଇଥିଲା। ସେଠାରେ ସୁବର୍ଣ୍ଣର ଓ ରୂପାର ଆସନ ଥିଲା। ସେମାନେ ନାନାପ୍ରକାର ସୁବର୍ଣ୍ଣପାତ୍ରରେ ପାନଦ୍ରବ୍ୟ ଓ ରାଜାର ବଦାନ୍ୟତାନୁସାରେ ପ୍ରଚୁର ରାଜକୀୟ ଦ୍ରାକ୍ଷାରସ ଦେଲେ। ଦ୍ରାକ୍ଷାରସ ନିୟମ ଅନୁସାରେ ଥିଲା। କାହାରିକୁ ମଧ୍ୟ କରାଗଲା ନାହିଁ।

ବଷ୍ଟୀ ରାଣୀ ଅକ୍ଷଶ୍ୱେରଶର ରାଜଗୃହରେ ସ୍ତ୍ରୀମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କଲା।

10 ସପ୍ତମ ଦିନରେ ଯେତେବେଳେ ରାଜା ଦ୍ରାକ୍ଷାରସ ଯୋଗୁଁ ଅତ୍ୟଧିକ ମାତାଲ ହେଲେ, ସେ ମହୂମନ୍, ବିସ୍ଥା, ହର୍ବୋଣା, ବି‌ଗ୍‌ଥା, ଅବଗଥ, ସେଥର ଓ କର୍କସଙ୍କୁ ଆଦେଶ ଦେଲେ। ଏହି ସାତ ଜଣ ନପୁଂସକ ଯେଉଁମାନେ ରାଜା ଅକ୍ଷଶ୍ୱେରଶଙ୍କ ସେବା କଲେ। 11 ଲୋକମାନଙ୍କୁ ଓ ରାଜପୁତ୍ରମାନଙ୍କୁ ତାଙ୍କର ସୌନ୍ଦର୍ଯ୍ୟ ଦେଖାଇବା ପାଇଁ, ରାଣୀ ବଷ୍ଟୀଙ୍କୁ ରାଜମୁକୁଟ ପିନ୍ଧାଇ ରାଜାଙ୍କ ଆଗକୁ ଆଣ। ଯେହେତୁ ସେ ପରମ ସୁନ୍ଦରୀ ଥିଲା।

12 ମାତ୍ର ବଷ୍ଟୀରାଣୀ ନପୁଂସକମାନଙ୍କ ଦ୍ୱାରା ରାଜାର କଥିତ ଆଜ୍ଞାରେ ଆସିବାକୁ ରାଜି ହେଲା ନାହିଁ। ଏଣୁ ରାଜା ଅତିଶୟ କ୍ରୋଧ କଲେ ଓ ତାହାର ଅନ୍ତକରଣରେ କ୍ରୋଧାଗ୍ନି ପ୍ରଜ୍ୱଳିତ ହେଲା। 13 ଏହା ପରେ ରାଜା ଜ୍ଞାନୀଲୋକମାନଙ୍କୁ ପଗ୍ଭରିଲେ, ଯେଉଁମାନେ ରାଜକୀୟ ବିଧି ଜାଣିଥିଲେ। କାରଣ ବିଗ୍ଭରକଗଣଙ୍କୁ ଓ ଆଇନଜ୍ଞମାନଙ୍କୁ ଏପରି ପଗ୍ଭରିବାର ରାଜାଙ୍କର ପ୍ରଥା ଥିଲା। 14 ଏହି ସମୟରେ କର୍ଶନା, ଶେଥର, ଅ‌‌‌‌‌ଦ୍‌‌‌‌‌ମାଥା, ‌ତର୍ଶୀଶ, ମେରସ୍, ମେର୍ସନା ଓ ମମୁଖନ୍ ରାଜାର ନିକଟବର୍ତ୍ତୀ ଥିଲେ। ଏହି ସାତ ଜଣ ପାରସ୍ୟ ଓ ମାଦିୟା ଦେଶର ଅଧିପତି, ଯେଉଁମାନେ ରାଜାଙ୍କର ନିକଟତମ ଓ ରାଜ୍ୟକୁ ଶାସନ କରୁଥିଲେ। 15 ରାଜା ସେମାନଙ୍କୁ ପଗ୍ଭରିଲେ, “ରାଣୀଙ୍କୁ ଆଇନ୍ ଅନୁଯାୟୀ କ’ଣ କରାଯିବା ଉଚିତ୍? ଯେହେତୁ ସେ ରାଜା ଆଦେଶ ଅବଜ୍ଞା କରିଛନ୍ତି, ଯାହାକି ନପୁଂସକମାନଙ୍କ ଦ୍ୱାରା ଦିଆଯାଇଥିଲା।”

16 ଏଥିରେ ରାଜାଙ୍କର ଓ ଅଧିପତିଗଣର ସାକ୍ଷାତରେ ମମୁଖନ ଉତ୍ତର ଦେଇ କହିଲେ, “ବଷ୍ଟୀରାଣୀ କେବଳ ମହାରାଜାଙ୍କ ପ୍ରତି ନୁହେଁ, ମାତ୍ର ଅକ୍ଷଶ୍ୱେରଶ ରାଜାର ଅଧୀନସ୍ଥ ପ୍ରଦେଶର ସମସ୍ତ ଅଧିପତି ଓ ସମସ୍ତ ଲୋକଙ୍କ ପ୍ରତି ଭୁଲ୍ କର୍ମ କରୁଛନ୍ତି। 17 କାରଣ ରାଣୀର ଏହି କର୍ମର କଥା ସକଳ ସ୍ତ୍ରୀଲୋକଙ୍କ ମଧ୍ୟରେ ବ୍ୟାପିଯିବ। ‘ଏହା କହି ସ୍ତ୍ରୀମାନେ ସେମାନଙ୍କର ସ୍ୱାମୀମାନଙ୍କୁ ଅବମାନନା କରିବେ।’ ଆଉ ଅକ୍ଷଶ୍ୱେରଶ ରାଜା ବଷ୍ଟୀରାଣୀକି ଆପଣା ନିକଟକୁ ଆଣିବାକୁ ଆଜ୍ଞା ଦେଲେ, ମାତ୍ର ସେ ଆସିଲା ନାହିଁ।

18 “ପାରସ୍ୟ ଓ ମାଦିୟାର ଉଚ୍ଚକୁଳୀନା ସ୍ତ୍ରୀଗଣ ରାଣୀର ଏହି କର୍ମର ସମାଗ୍ଭର ଆଜି ଶୁଣି ଅଛନ୍ତି, ସେମାନେ ରାଜାର ସମସ୍ତ ଅଧିପତିଙ୍କୁ ଏହିପରି କରିବେ। ତହିଁରୁ ଅତିଶୟ ନିନ୍ଦା ଓ କ୍ରୋଧ ଉତ୍ପନ୍ନ ହେବ।

19 “ଏଥିପାଇଁ ଯଦି ମହାରାଜା ସନ୍ତୁଷ୍ଟ ହୁଅନ୍ତି, ତେବେ ବଷ୍ଟୀ ଅକ୍ଷଶ୍ୱେରଶ ରାଜା ନିକଟକୁ ଆଉ ନ ଆସିବାକୁ ରାଜାଜ୍ଞା ଶ୍ରୀଛାମୁରୁ ପ୍ରକାଶିତ ହେଉ। ଏବଂ ଏହା ପାରସିକ ଓ ମାଦୀୟ ବ୍ୟବସ୍ଥା ମଧ୍ୟରେ ଲିଖିତ ହେଉ, ଯାହା ପରିବର୍ତ୍ତନ କରାଯାଇ ପାରିବ ନାହିଁ। ପୁଣି ମହାରାଜା ତାଙ୍କର ରାଣୀପଦ ତାହାଠାରୁ ଉତ୍ତମା ଏକ ସ୍ତ୍ରୀକୁ ଦିଅନ୍ତୁ। 20 ଆହୁରି ରାଜ୍ୟ ବୃହତ୍, ଏଣୁ ରାଜ୍ୟର ସବୁସ୍ଥାନରେ ଏହି ରାଜାଜ୍ଞା ପ୍ରକାଶିତ ହେଲା। ସ୍ୱାମୀ ସାମାଜିକ କ୍ଷେତ୍ରରେ କ୍ଷୁଦ୍ର ହେଉ କି ମହାନ ହେଉ, ସମସ୍ତ ସ୍ତ୍ରୀମାନେ ନିଜ ନିଜ ସ୍ୱାମୀମାନଙ୍କୁ ସମ୍ମାନ କରିବେ।”

21 ଏହି କଥାରେ ରାଜା ଓ ଅଧିପତିଗଣ ସନ୍ତୁଷ୍ଟ ହେବାରୁ ରାଜା ମମୁଖନର ପରାମର୍ଶାନୁସାରେ କର୍ମକଲା। 22 ତେଣୁ ସେ ପ୍ରତ୍ୟେକ ପ୍ରଦେଶରେ ଅକ୍ଷାରାନୁସାରେ ଓ ପ୍ରତ୍ୟେକ ଗୋଷ୍ଠୀର ଭାଷାନୁସାରେ ରାଜାର ଅଧୀନ ପ୍ରତ୍ୟେକ ପ୍ରଦେଶକୁ ଏହିରୂପେ ପତ୍ର ପଠାଇଲା, “ପ୍ରତ୍ୟେକ ପୁରୁଷ ନିଜ ନିଜ ଗୃହରେ କର୍ତ୍ତୃତ୍ୱ କରୁ ଓ ସ୍ୱଗୋଷ୍ଠୀୟ ଭାଷାନୁସାରେ ତାହା ପ୍ରଗ୍ଭର କରୁ।”

ଏଷ୍ଟର ରାଣୀ ତିଆରିହେଲେ

ଏହିସବୁ ଘଟଣା ପରେ ଅକ୍ଷଶ୍ୱେରଶ ରାଜାର କ୍ରୋଧ ଶାନ୍ତ ହୁଅନ୍ତେ ସେ ବଷ୍ଟୀକି ଓ ତାହାର କାର୍ଯ୍ୟ ଓ ତାହା ପ୍ରତିକୂଳରେ ପ୍ରଦତ୍ତ ଆଜ୍ଞା ସ୍ମରଣ କଲା। ତେଣୁ ରାଜାର ସେବାକାରୀ ଭୃତ୍ୟମାନେ ତାହାକୁ କହିଲେ, “ମହାରାଜାଙ୍କ ପାଇଁ ସୁନ୍ଦରୀ ଯୁବତୀ କନ୍ୟାଗଣର ଅନ୍ୱେଷଣ କରାଯାଉ। ଆଉ ମହାରାଜା ଆପଣା ରାଜ୍ୟର ସମସ୍ତ ପ୍ରଦେଶରେ କର୍ମଗ୍ଭରୀଗଣ ନିଯୁକ୍ତି କରନ୍ତୁ। ସେମାନେ ସେହିସବୁ ସୁନ୍ଦରୀ କନ୍ୟାଗଣକୁ ଶୂଶନ୍ ରାଜଧାନୀରେ ଏକତ୍ର କରି ଅନ୍ତଃପୁରରେ ସ୍ତ୍ରୀମାନଙ୍କ ରକ୍ଷକ ରାଜନପୁଂସକ ହେଗୟର ହସ୍ତରେ ସମର୍ପଣ କରନ୍ତୁ। ପୁଣି ସେମାନଙ୍କ ଅଙ୍ଗରାଗାର୍ଥକ ଦ୍ରବ୍ୟ ସେମାନଙ୍କୁ ଦତ୍ତ ହେଉ। ଏହା ପରେ ଯେଉଁ କନ୍ୟା ମହାରାଜାଙ୍କର ତୁଷ୍ଟୀକାରୀଣୀ ହେବ, ସେ ବଷ୍ଟୀ ବଦଳେ ରାଣୀ ହେବ।” ଏହି କଥାରେ ରାଜା ସନ୍ତୋଷ ହେବାରୁ ସେ ଏପରି କଲା।

ସେହି ସମୟରେ ମର୍ଦ୍ଦଖୟ ନାମରେ ଜଣେ ଯିହୁଦୀୟ ଲୋକ ଶୂଶନ୍ ରାଜଧାନୀରେ ଥିଲା, ସେ ବିନ୍ୟାମୀନ ବଂଶୀୟ ଯାୟୀରର ପୁତ୍ର, ଶିମିୟିର ପୌତ୍ର, କୀ‌ଶ୍‌ର ପ୍ରପୌତ୍ର। ଯେଉଁ ଲୋକମାନେ ଯିହୁଦାର ରାଜା ଯିକନିୟ ସହିତ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଦ୍ୱାରା ନିର୍ବାସିତ ହୋଇଥିଲେ। ସେମାନଙ୍କ ସହିତ କୀଶ୍ ଯିରୁଶାଲମଠାରୁ ନିର୍ବାସିତ ହୋଇଥିଲା। ମର୍ଦ୍ଦଖୟ ଆପଣା ମାମୁଁ କନ୍ୟା ହଦସାକୁ ଅର୍ଥାତ୍ ଏଷ୍ଟରକୁ ପ୍ରତିପାଳନ କଲା, କାରଣ ତାହାର ପିତା କି ମାତା ନ ଥିଲେ। ସେ ପରମସୁନ୍ଦରୀ ଓ ସ୍ନେହମୟୀ ଥିଲା। ତାହାର ପିତାମାତା ମଲାପରେ ମର୍ଦ୍ଦଖୟ ତାହାକୁ ନିଜର କନ୍ୟାରୂପେ ଗ୍ରହଣ କରିଥିଲା।

ଯେତେବେଳେ ରାଜାର ସେହି ବାକ୍ୟ ଓ ଆଜ୍ଞା ପ୍ରଗ୍ଭରିତ ହେଲା, ଶୂଶନ୍ ରାଜଧାନୀରେ ହେଗୟ ନିକଟରେ ଅନେକ କନ୍ୟା ସଂଗୃହୀତ ହେବା ବେଳେ ଏଷ୍ଟରକୁ ରାଜପୁରିକି ସ୍ତ୍ରୀ ରକ୍ଷକ ହେଗୟ ନିକଟକୁ ନିଆଗଲା। ଏଥିରେ ଏହି ଯୁବତୀ ହେଗୟର ତୁଷ୍ଟିଜନକ ହୋଇ ତାହାଠାରୁ ଅନୁଗ୍ରହ ପାଇଲା। ଏଣୁ ସେ ଶୀଘ୍ର ତାକୁ ରାଜଗୃହରୁ ମନୋନୀତ ସାତ ଜଣ ଦାସୀଙ୍କ ସହିତ ସମସ୍ତ ଅଂଶ ପ୍ରସାଧନ ଏବଂ ତା'ର ଭାଗ ଖାଦ୍ୟ ଦିଆଗଲା। ଆଉ ସେ ତାକୁ ତାହାର ଦାସୀଗଣ ସହିତ ଅନ୍ତଃପୁରର ସର୍ବୋତ୍ତମ ସ୍ଥାନରେ ବାସ କରାଇଲା। 10 ମାତ୍ର ଏଷ୍ଟର ଆପଣା ବଂଶ କି କୁଟୁମ୍ବର ପରିଚୟ କାହାକୁ ଦେଲା ନାହିଁ, କାରଣ ମର୍ଦ୍ଦଖୟ ତାହା ନ ଜଣାଇବାକୁ ଆଜ୍ଞା କରିଥିଲା। 11 ଏହା ପରେ, ଏଷ୍ଟର କିପରି ଅଛି ଓ ସେ କ’ଣ କରୁଛି, ଏହା ଜାଣିବା ପାଇଁ ମର୍ଦ୍ଦଖୟ ପ୍ରତିଦିନ ନ୍ୟାୟାଳୟରେ ପ୍ରାଙ୍ଗଣ ସମ୍ମୁଖରେ ଯାତାୟାତ କଲା।

12 ଦ୍ୱାଦଶ ମାସ ଶେଷରେ, ରାଜା ଅକ୍ଷଶ୍ୱରଶ ନିକଟକୁ ଏକ କୁଆଁରୀ କନ୍ୟାର ଉପସ୍ଥିତ ହେବାର ସମୟ ଆସିଲା। କାରଣ ସେମାନଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଛଅ ମାସ ଗନ୍ଧରସର ତୈଳ ଓ ଛଅ ମାସ ସୁଗନ୍ଧି ଓ ସ୍ତ୍ରୀଲୋକଙ୍କ ଅଙ୍ଗରାଗାର୍ଥକ ଦ୍ରବ୍ୟ ସେବନ କରିବାକୁ ହେଲା। 13 ପୁଣି ରାଜାଙ୍କ ନିକଟକୁ ଯିବାକୁ ହେଲେ, ପ୍ରତ୍ୟେକ ଯୁବତୀ ନିମନ୍ତେ ଏହିପରି ନିୟମ ଥିଲା। ସେ ଯେକୌଣସି ଦ୍ରବ୍ୟ ମାଗିଲେ, ଅନ୍ତଃପୁରରୁ ରାଜଗୃହକୁ ଯିବା ସମୟରେ ସାଙ୍ଗରେ ନେବା ନିମନ୍ତେ ତାହାକୁ ଦିଆଗଲା। 14 ରାଜାଙ୍କର ନପୁଂସକ ଶା‌‌‌‌ଶ୍‌‌ଗସର ତତ୍ତ୍ୱାବଧାନରେ ଜଣେ କନ୍ୟା ସନ୍ଧ୍ୟା ସମୟରେ ଦ୍ୱିତୀୟ ହରେମଙ୍କ ନିକଟକୁ ଯିବ ଓ ସକାଳରେ ଫେରି ଆସିବ। ଶା‌‌‌‌ଶ୍‌‌ଗସ ରାଜାଙ୍କର ତତ୍ତ୍ୱାବଧାରକ ଥିଲା।

15 ଏହା ପରେ, ରାଜାଙ୍କ ନିକଟକୁ ଯିବା ପାଇଁ ଏଷ୍ଟରର ପାଳି ପଡ଼ିଲା। ଏଷ୍ଟର ମର୍ଦ୍ଦଖୟଙ୍କ ପାଳିତ କନ୍ୟା ଥିଲା। ସେ ମର୍ଦ୍ଦଖୟର କକା ଅବିହୟିଲର କନ୍ୟା ଥିଲା। ହେଗୟ ରାଜାଙ୍କର ନପୁଂସକ ଓ ସ୍ତ୍ରୀଲୋକମାନଙ୍କର ତତ୍ତ୍ୱାବଧାରକ, ଯାହା କହିଥିଲେ, ତାହା ଛଡ଼ା ଏଷ୍ଟର ଆଉ କିଛି ମାଗିଲା ନାହିଁ। ସମସ୍ତେ ଯେଉଁମାନେ ହେଗୟକୁ ଦେଖିଲେ, ତା’ ପ୍ରତି ଅନୁକମ୍ପା କଲେ। 16 ରାଜାର ଅଧିକାରର ସପ୍ତମ ବର୍ଷର ଦଶମ ମାସରେ ଅର୍ଥାତ୍ ଟେବେ‌ତ୍‌ ମାସରେ, ଏଷ୍ଟରକୁ ରାଜଗୃହରେ ଅକ୍ଷଶ୍ୱେରଶ ରାଜା ନିକଟକୁ ନିଆଗଲା।

17 ତହିଁରେ ରାଜା ଅନ୍ୟସକଳ ସ୍ତ୍ରୀଠାରୁ ଏଷ୍ଟରକୁ ଅଧିକ ପ୍ରେମ କଲା ଏବଂ ଅନ୍ୟ ସମସ୍ତ ଯୁବତୀଠାରୁ ସେ ରାଜାର ଦୃଷ୍ଟିରେ ଅନୁଗ୍ରହ ଓ ଦୟା ପାଇଲା। ଏଣୁ ସେ ତାହାର ମସ୍ତକରେ ରାଜ ମୁକୁଟ ଦେଇ ବଷ୍ଟୀ ବଦଳରେ ତାହାକୁ ରାଣୀ କଲା। 18 ଏହା ପରେ ରାଜା ଓ ଆପଣା ସମସ୍ତ ଅଧିପତି ଓ ଦାସମାନଙ୍କ ପାଇଁ ଏଷ୍ଟର ଭୋଜି ବୋଲି ମହା ଭୋଜି ପ୍ରସ୍ତୁତ କଲା ଓ ସବୁ ପ୍ରଦେଶରେ ଛୁଟି କଲା ଓ ରାଜାର ବଦାନ୍ୟତାନୁସାରେ ଦାନ କଲା।

ମର୍ଦ୍ଦଖୟ ଏକ ମନ୍ଦ ଯୋଜନା ବିଷୟରେ ଜାଣିଲେ

19 କନ୍ୟାମାନେ ଦ୍ୱିତୀୟ ଥର ସଂଗୃହୀତା ହେବା ସମୟରେ ମର୍ଦ୍ଦଖୟ ରାଜ ଦ୍ୱାରରେ ବସିଲା। 20 ଏଷ୍ଟର ମର୍ଦ୍ଦଖୟର ଆଜ୍ଞାନୁସାରେ ଆପଣା ବଂଶ ଓ କୁଟୁମ୍ବର ପରିଚୟ କାହାକୁ ହିଁ ଦେଲା ନାହିଁ। କାରଣ ଏଷ୍ଟର ମର୍ଦ୍ଦଖୟ ନିକଟରେ ପ୍ରତିପାଳିତା ହେବା ସମୟରେ ଯେପରି କରୁଥିଲା ସେତେବେଳେ ହିଁ ସେପରି ତାହାର ଆଜ୍ଞା ପାଳନ କଲା।

21 ସେହି ସମୟରେ, ମର୍ଦ୍ଦଖୟ ରାଜଦ୍ୱାରରେ ବସିବା ବେଳେ ଦ୍ୱାରପାଳମାନଙ୍କ ମଧ୍ୟରେ ବି‌ଗ୍‌ଥନ୍ ଓ ତେରଶ୍ ନାମକ ରାଜାଙ୍କର ଦୁଇ ଜଣ ନପୁଂସକ କ୍ରୋଧିତ ହୋଇ ଅକ୍ଷଶ୍ୱେରଶ ରାଜାକୁ ବଧ କରିବାକୁ ଷଡ଼ଯନ୍ତ୍ର କଲେ। 22 ମାତ୍ର ମର୍ଦ୍ଦଖୟ ଏହା ଜାଣି ଏଷ୍ଟର ରାଣୀକୁ ଜଣାଇଲା। ପୁଣି ଏଷ୍ଟର ମର୍ଦ୍ଦଖୟ ନାମ ଦେଇ ରାଜାକୁ ତାହା ଜଣାଇଲା। 23 ତହିଁରେ ଅନୁସନ୍ଧାନ ଦ୍ୱାରା ସେହି କଥା ପ୍ରମାଣ ହେବାରୁ ସେହି ଦୁଇଜଣ ବୃକ୍ଷରେ ଫାଶି ପାଇଲେ। ଆଉ ସେହି କଥା ରାଜାର ସାକ୍ଷାତରେ କଚେରୀର ନକଲ ଖାତାରେ ଲେଖାଗଲା।

ଯିହୁଦୀମାନଙ୍କୁ ଧ୍ୱଂସ କରିବା ପାଇଁ ହାମ‌ନ୍‌ର ଯୋଜନା ଥିଲା

ଏହିସବୁ ଘଟଣା ପରେ ଅକ୍ଷଶ୍ୱେରଶ ରାଜା ଅଗାଗୀୟ ହମ୍ମଦାଥାର ପୁତ୍ର ହାମ‌ନ୍‌କୁ ଉନ୍ନତ କରି ଉଚ୍ଚ ପଦାନ୍ୱିତ କଲା। ଆଉ ତାହାର ସଙ୍ଗେ ସମସ୍ତ ଅଧିପତିର ଆସନ ଅପେକ୍ଷା ତାକୁ ଶ୍ରେଷ୍ଠ ଆସନ ଦେଲା। ତହିଁରେ ରାଜାର ଯେତେ ଦାସ ରାଜଦ୍ୱାରରେ ଥିଲେ, ସେ ସମସ୍ତେ ନତ ହୋଇ ହାମ‌ନ୍‌କୁ ପ୍ରଣାମ କଲେ। କାରଣ ରାଜା ତାହା ବିଷୟରେ ସେହିପରି ଆଜ୍ଞା ଦେଇଥିଲେ। ମାତ୍ର ମର୍ଦ୍ଦଖୟ ନତ ହେଲା ନାହିଁ କି ତାହାକୁ ପ୍ରଣାମ କଲା ନାହିଁ। ଏଣୁ ରାଜଦ୍ୱାର-ବର୍ତ୍ତୀ ରାଜାର ଦାସଗଣ ମର୍ଦ୍ଦଖୟକୁ କହିଲେ, “ତୁମ୍ଭେ କାହିଁକି ରାଜାଜ୍ଞା ଲଙ୍ଘନ କରୁଅଛ?”

ଏହିପରି ସେମାନେ ପ୍ରତ୍ୟେକ ଦିନ କହିଲେ। ତଥାପି ସେ ସେମାନଙ୍କର କଥା ଶୁଣିଲା ନାହିଁ। ଏଣୁ ଏହି ମର୍ଦ୍ଦଖୟର କଥା ରହିବ କି ନାହିଁ, ଏହା ଜାଣିବା ଇଚ୍ଛାରେ ସେମାନେ ହାମ‌ନ୍‌କୁ ତାହା ଜଣାଇଲେ। କାରଣ ମର୍ଦ୍ଦଖୟ ଯେକି ଯିହୁଦୀୟ ଲୋକ, ଏହା ସେ ସେମାନଙ୍କୁ କହିଥିଲା। ଯେତେବେଳେ ହାମନ୍ ଦେଖିଲା ମର୍ଦ୍ଦଖୟ ନତ ହେଲା ନାହିଁ, କି ତାହାକୁ ପ୍ରଣାମ କଲା ନାହିଁ। ସେତେବେଳେ ସେ ଅତି କ୍ରୋଧାନ୍ନିତ ହେଲା। ମାତ୍ର ସେ କେବଳ ମର୍ଦ୍ଦଖୟ ଉପରେ ହସ୍ତକ୍ଷେପ କରିବାକୁ ଲଘୁ ମଣିଲା। କାରଣ ସେମାନେ ତାହାକୁ ମର୍ଦ୍ଦଖୟର ବଂଶୀୟ ଲୋକଙ୍କ କଥା ଜଣାଇଲେ। ତେଣୁ ହାମନ୍ ଅକ୍ଷଶ୍ୱେରଶର ସମୁଦାୟ ରାଜ୍ୟରେ ସମସ୍ତ ଯିହୁଦୀୟଙ୍କୁ ଅର୍ଥାତ୍ ମର୍ଦ୍ଦଖୟର ଲୋକଙ୍କୁ ବିନାଶ କରିବାକୁ ଚେଷ୍ଟା କଲା।

ରାଜା ଅକ୍ଷଶ୍ୱେରଶ ଦ୍ୱାଦଶ ବର୍ଷର ପ୍ରଥମ ମାସଟି, ଯାହାକି “ନୀଷନ୍” ବୋଲି ପରିଚିତ, ସେମାନେ ଆଖିବୁଜି ଦ୍ୱାଦଶ ମାସକୁ ମନୋନୀତ କଲେ, ଏହା ଅଦର ଯିହୁଦୀମାନଙ୍କୁ ଧ୍ୱଂସ କରିବା ବୋଲି ଜଣାଯାଏ। ଏହା ପରେ ହାମନ୍ ଅକ୍ଷଶ୍ୱେରଶ ରାଜାକୁ କହିଲା, “ଆପଣଙ୍କ ରାଜ୍ୟର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧ୍ୟରେ ଛିନ୍ନଭିନ୍ନ ଓ ପୃଥକ କୃତ ଏକ ଦେଶୀୟ ଲୋକ ଅଛନ୍ତି। ଅନ୍ୟ ସକଳ ଲୋକଙ୍କର ବ୍ୟବସ୍ଥାଠାରୁ ସେମାନଙ୍କ ବ୍ୟବସ୍ଥା ଭିନ୍ନ ସେମାନେ ମଧ୍ୟ ମହାରାଜାଙ୍କ ବ୍ୟବସ୍ଥା ମାନନ୍ତି ନାହିଁ। ଏଣୁ ସେମାନଙ୍କ ବ୍ୟବହାର ସହ୍ୟ କରିବା ମହାରାଜାଙ୍କର ଉଚିତ୍ ନୁହେଁ।

“ମହାରାଜ ସନ୍ତୁଷ୍ଟ ହେଲେ ସେମାନଙ୍କୁ ବିନାଶ କରିବା ପାଇଁ ପତ୍ର ଲେଖାଯାଉ। ତହିଁରେ ମୁଁ ରାଜକାର୍ଯ୍ୟରେ ନିଯୁକ୍ତ ଲୋକଙ୍କ ହସ୍ତରେ ରାଜଭଣ୍ତାରକୁ ଆଣିବା ପାଇଁ ଦଶହଜାର ତାଳନ୍ତ ରୂପା ଦେବି।”

10 ଏଥିରେ ରାଜା ଆପଣା ହସ୍ତରୁ ଅଙ୍ଗୁରୀୟ କାଢ଼ି ଯିହୁଦୀୟମାନଙ୍କର ବୈରି ଅଗାଗୀୟ ହମ୍ମଦାଥାର ପୁତ୍ର ହାମ‌ନ୍‌କୁ ଦେଲା। 11 ପୁଣି ରାଜା ହାମ‌ନ୍‌କୁ କହିଲା, “ସେହି ରୂପା ଓ ସେହି ଦେଶୀୟ ଲୋକ ତୁମ୍ଭକୁ ଦିଆଗଲା। ସେମାନଙ୍କ ପ୍ରତି ଯାହା ତୁମ୍ଭର ଇଚ୍ଛା, ତାହା କର।”

12 ଏଣୁ ପ୍ରଥମ ମାସର ତ୍ରୟୋଦଶ ଦିନରେ ରାଜାର ଲେଖକମାନେ ଆହୁତ ହୁଅନ୍ତେ, ହାମ‌ନ୍‌ର ସମସ୍ତ ଆଜ୍ଞାନୁସାରେ ପ୍ରତ୍ୟେକ ପ୍ରଦେଶସ୍ଥ ରାଜ ପ୍ରତିନିଧିଗଣ ଓ ଅଧିପତିଗଣ ଓ ପ୍ରତ୍ୟେକ ଦେଶୀୟ ଲୋକଙ୍କ ଭାଷାନୁସାରେ ପତ୍ର ଲିଖିତ ହେଲା। ତାହା ଅକ୍ଷଶ୍ୱେରଶ ରାଜାର ନାମରେ ଲିଖିତ ଓ ରାଜାର ଅଙ୍ଗୁରୀୟରେ ମୁଦ୍ରାଙ୍କିତ ହେଲା।

13 ସମସ୍ତ ଯିହୁଦୀୟ ଆବାଳ, ବୃଦ୍ଧବନିତାଙ୍କୁ ବଧ କରିବା ପାଇଁ, ତଣ୍ଟି କାଟିବା ପାଇଁ, ଧ୍ୱଂସ କରିବା ପାଇଁ ଏବଂ ସେମାନଙ୍କର ଦ୍ରବ୍ୟଗୁଡ଼ିକ ଲୁଣ୍ଠନ କରିବା ପାଇଁ ଲୋକମାନଙ୍କୁ ଅନୁମତି ପ୍ରଦାନ କରି, ରାଜା ସମସ୍ତ ପ୍ରଦେଶକୁ ପତ୍ରବାହକମାନଙ୍କ ଦ୍ୱାରା ପତ୍ର ପଠାଇଲେ। ଏହା ମାତ୍ର ଗୋଟିଏ ଦିନରେ କରାଯିବାର ଥିଲା, ତାହା ଦ୍ୱାଦଶ ମାସର ତ୍ରୟୋଦଶ ଦିନ ଯାହା ଅଦର ମାସ କୁହାଯାଏ।

14 ପୁଣି ସେହି ଦିନ ନିମନ୍ତେ ସମସ୍ତ ଲୋକ ଯେମିତି ପ୍ରସ୍ତୁତ ହୁଅନ୍ତି ଏଥିପାଇଁ ପ୍ରତ୍ୟେକ ପ୍ରଦେଶରେ ଆଜ୍ଞା ପ୍ରଗ୍ଭର କରିବାକୁ ଓ ଯାବତୀୟ ଲୋକଙ୍କୁ ଜଣାଇବାକୁ ସେହି ଲିଖନର ପ୍ରତିଲିପି ଦିଆଗଲା। 15 ଆଉ ଧାବକଗଣ ରାଜାଜ୍ଞା ପାଇ ଶୀଘ୍ର ବାହାରି ଗଲେ, ପୁଣି ସେହି ଆଜ୍ଞା ଶୂଶନ୍ ରାଜଧାନୀରେ ପ୍ରକାଶିତ ହେଲା, ତହୁଁ ରାଜା ଓ ହାମନ୍ ପାନ କରିବାକୁ ବସିଲେ, ମାତ୍ର ଶୂଶନ୍ ନଗର ଉ‌‌‌‌‌ଦ୍‌‌‌‌‌ବିଗ୍ନ ହେଲା।

ମର୍ଦ୍ଦଖୟ ଏଷ୍ଟରଙ୍କୁ ସାହାଯ୍ୟ କରିବାକୁ ଗୁହାରି କଲେ

ମର୍ଦ୍ଦଖୟ ଏସବୁ ବିଷୟ ଜାଣିବାପରେ ନିଜର ବସ୍ତ୍ରକୁ ଚିରି ପକାଇଲା ଓ ଚଟ ବସ୍ତ୍ର ପିନ୍ଧି ମୁଣ୍ତରେ ଭସ୍ମ ଲେପନ କଲା। ସେ ନଗର ମଧ୍ୟକୁ ଗଲା ଓ ଉଚ୍ଚ ସ୍ୱରରେ ରୋଦନ କଲା। ସେ ରାଜଦ୍ୱାର ସମ୍ମୁଖ ପର୍ଯ୍ୟନ୍ତ ଆସିଲା। ମାତ୍ର ଶୋକ ବସ୍ତ୍ର ପିନ୍ଧି କେହି ରାଜଦ୍ୱାରରେ ପ୍ରବେଶ କରି ପାରିଲା ନାହିଁ। ପ୍ରତ୍ୟେକ ପ୍ରଦେଶର ଯେଉଁ ଯେଉଁ ସ୍ଥାନକୁ ଏହି ରାଜା ଆଜ୍ଞା ଓ ନିୟମ ପତ୍ର ଗଲା, ସେହିସବୁ ସ୍ଥାନର ଯିହୁଦୀୟମାନଙ୍କ ମଧ୍ୟରେ ମହାଶୋକ ଓ ଉପବାସ ଓ କ୍ରନ୍ଦନ ଓ ବିଳାପ ହେଲା। ପୁଣି ଅନେକେ ଅଖା ଓ ଭସ୍ମରେ ଶୟନ କଲେ।

ଏଷ୍ଟରର ଦାସୀଗଣ ଓ ନପୁଂସକମାନେ ଆସି ମର୍ଦ୍ଦଖୟ ବିଷୟରେ ତାଙ୍କୁ ଜଣାଇଲେ। ତେଣୁ ରାଣୀ ଅତିଶୟ ବିଚଳିତ ହୋଇଗଲେ। ପୁଣି ମର୍ଦ୍ଦଖୟଠାରୁ ଅଖା କାଢ଼ି ତାହାକୁ ପିନ୍ଧାଇବା ପାଇଁ ବସ୍ତ୍ର ପଠାଇଲା। ମାତ୍ର ସେ ତାହା ଗ୍ରହଣ କଲା ନାହିଁ। ଏଥିପାଇଁ ରାଜାଙ୍କ ଦ୍ୱାରା ଏଷ୍ଟରର ସେବାରେ ନିଯୁକ୍ତ ହଥକ୍ ନାମେ ରାଜ ନପୁଂସକକୁ ଏଷ୍ଟର ଡାକି କ’ଣ ହେଲା ଓ କିପରି ହେଲା ତାହା ଜାଣିବା ପାଇଁ ମର୍ଦ୍ଦଖୟ ନିକଟକୁ ଯିବା ପାଇଁ ତାକୁ ଆଜ୍ଞା ଦେଲା। ତା'ପରେ ହଥକ୍ ରାଜଦ୍ୱାର ସମ୍ମୁଖସ୍ଥ ନଗରର ଛକ ସ୍ଥାନରେ ମର୍ଦ୍ଦଖୟ ନିକଟକୁ ଗଲା। ଏବଂ ମର୍ଦ୍ଦଖୟ ନିଜ ପ୍ରତି ଯାହା ଯାହା ଘଟିଥିଲା ଓ ଯିହୁଦୀୟମାନଙ୍କୁ ବିନାଶ କରିବା ନିମନ୍ତେ ହାମନ୍ ରାଜଭଣ୍ତାରରେ ଠିକ୍ ଯେତେ ମୁଦ୍ରା ଦେବାକୁ ପ୍ରତିଜ୍ଞା କରିଥିଲା, ସେସବୁ ତାକୁ କହିଲା। ଆହୁରି ମଧ୍ୟ ସେମାନଙ୍କ ବିନାଶାର୍ଥେ ଯେଉଁ ଆଜ୍ଞାପତ୍ର ଶୂଶ‌ନ୍‌ରେ ଦେଇଥିଲା, ତହିଁର ଏକ କପି ଏଷ୍ଟରକୁ ଦେଖାଇ ଜ୍ଞାତ କରାଇବାକୁ ଦେଲା। ଆଉ ଏଷ୍ଟର ଯେପରି ଆପଣା ଲୋକମାନଙ୍କ ପାଇଁ ରାଜାଙ୍କ ଛାମୁରେ ପ୍ରବେଶ କରି ତାହାଙ୍କ ନିକଟରେ ନିବେଦନ ଓ ଅନୁରୋଧ କରିବ ଏପରି ଆଦେଶ କରିବାକୁ କହିଲା।

ତେଣୁ ହଥକ୍ ଆସି ମର୍ଦ୍ଦଖୟର କଥା ଏଷ୍ଟରକୁ ଜଣାଇଲା।

10 ଏହା ପରେ ଏଷ୍ଟର ହଥକକୁ ଏହିକଥା କହି ମର୍ଦ୍ଦଖୟ ନିକଟକୁ ଯିବା ପାଇଁ ଆଜ୍ଞା କଲା। 11 “ବିନା ରାଜା ଡାକରାରେ ପୁରୁଷ ଓ ସ୍ତ୍ରୀ ଯେକେହି ଭିତର ପ୍ରାଙ୍ଗଣକୁ ରାଜାଙ୍କ ନିକଟକୁ ଯାଏ ତାହାର ପ୍ରାଣଦଣ୍ତ ଦେବାର ଏକମାତ୍ର ବ୍ୟବସ୍ଥା ଅଛି। କେବଳ ଯାହା ପ୍ରତି ରାଜା ସ୍ୱର୍ଣ୍ଣମୟ ରାଜଦଣ୍ତ ବଢ଼ାନ୍ତି, ସେହି ବଞ୍ଚେ। ଏହା ରାଜାଙ୍କର ସବୁଦାସ ଓ ରାଜାଙ୍କର ସବୁ ପ୍ରଦେଶସ୍ଥ ଲୋକ ଜାଣନ୍ତି। ମାତ୍ର ଗତ ତିରିଶ୍ ଦିନ ହେଲା ମୁଁ ରାଜାଙ୍କ ନିକଟକୁ ଯିବା ପାଇଁ ଡାକରା ପାଇ ନାହିଁ।”

12-13 ସେମାନେ ଏଷ୍ଟରର ଏହିକଥା ମର୍ଦ୍ଦଖୟକୁ କହିଲେ। ତେଣୁ ମର୍ଦ୍ଦଖୟ ଏଷ୍ଟରକୁ, ଏହି ପ୍ରତ୍ୟୁତ୍ତର ଦେବାକୁ ସେମାନଙ୍କୁ କହିଲା, “ସବୁ ଯିହୁଦୀୟମାନଙ୍କ ମଧ୍ୟରୁ କେବଳ ତୁମ୍ଭେ ରାଜ ଗୃହରେ ଥିବାରୁ ସେ ରକ୍ଷା ପାଇବ, ଏହା ଭାବ ନାହିଁ। 14 ଯଦି ତୁମ୍ଭେ ଏହି ସମୟରେ ନୀରବ ହୋଇ ରୁହ, ତେବେ ଅନ୍ୟ ଏକ ସ୍ଥାନରୁ ଯିହୁଦୀୟମାନଙ୍କ ନିମନ୍ତେ ଉପଶମ ଓ ପରିତ୍ରାଣ ଆସିବ। କିନ୍ତୁ ତୁମ୍ଭେ ଏବଂ ତୁମ୍ଭର ପରିବାର ବିନାଶ ହେବ, କିଏ ଜାଣେ ତୁମ୍ଭେ ଏପରି ସମୟର ତୁମ୍ଭର ରାଜକୀୟ ସ୍ଥାନ ପାଇପାର?”

15-16 ଏହା ପରେ ଏଷ୍ଟର ମର୍ଦ୍ଦଖୟ ନିକଟକୁ ଉତ୍ତର ପଠାଇଲା, “ତୁମ୍ଭେ ଯାଇ ଶୂଶ‌ନ୍‌ରେ ଉପସ୍ଥିତ ସମସ୍ତ ଯିହୁଦୀମାନଙ୍କୁ ଏକତ୍ର କରି ମୋ’ ଲାଗି ଉପବାସ କର। ପୁଣି ତିନି ଦିନ ଯାଏ, ଦିନରେ କି ରାତ୍ରିରେ କିଛି ଖାଅ ନାହିଁ ଓ କିଛି ପାନ କର ନାହିଁ। ମୁଁ ଓ ମୋର ଦାସୀଗଣ ସେହିପରି ଉପବାସ କରିବୁ, ତହୁଁ ବ୍ୟବସ୍ଥାନୁଯାୟୀ ନୋହିଲେ ହେଁ ମୁଁ ରାଜାଙ୍କ ନିକଟକୁ ଯିବି, ସେଥିରେ ମଲେ ପଛେ ମରିବି।”

17 ତେଣୁ ମର୍ଦ୍ଦଖୟ ଗଲେ, ସେ ଏଷ୍ଟରଙ୍କ କହିବା ଅନୁଯାୟୀ କାର୍ଯ୍ୟ କଲେ।

ଏଷ୍ଟର ରାଜାଙ୍କୁ କହିଲେ

ତୃତୀୟ ଦିନ ଏଷ୍ଟର ରାଜକୀୟ ବସ୍ତ୍ର ପିନ୍ଧି ରାଜଗୃହର ଭିତର ପ୍ରାଙ୍ଗଣରେ ରାଜଗୃହ ସମ୍ମୁଖରେ ଛିଡ଼ା ହେଲା। ସେହି ସମୟରେ ରାଜା ରାଜଗୃହରେ ଗୃହଦ୍ୱାର ସମ୍ମୁଖରେ ରାଜ ସିଂହାସନ ଉପରେ ଉପବିଷ୍ଟ ଥିଲେ। ତା'ପରେ ରାଜା, ରାଣୀ ଏଷ୍ଟର ପ୍ରାଙ୍ଗଣରେ ଠିଆ ହେବାର ଦେଖିଲେ। ଏବଂ ରାଜା ତାକୁ ଦେଖି ଖୁସୀ ହେଲେ, ତେଣୁ ସେ ତାଙ୍କ ହାତରେ ଥିବା ସୁବର୍ଣ୍ଣର ରାଜଦଣ୍ତ ରାଣୀ ଏଷ୍ଟର ଆଡ଼କୁ ବଢ଼ାଇଲେ। ତେଣୁ ଏଷ୍ଟର ନିକଟକୁ ଆସିଲେ ଏବଂ ଆସି ରାଜଦଣ୍ତର ଅଗ୍ର ଭାଗ ଛୁଇଁଲେ।

ରାଜା ତାଙ୍କୁ ପଗ୍ଭରିଲେ, “ରାଣୀ ଏଷ୍ଟର, ମୁଁ ତୁମ୍ଭ ପାଇଁ କ’ଣ କରିପାରେ? ତୁମ୍ଭର କ’ଣ ପ୍ରାର୍ଥନା ଅଛି? ମୋର ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ତାହା ତୁମ୍ଭକୁ ଦିଆଯିବ।”

ଏଷ୍ଟର କହିଲା, “ଯେବେ ମହାରାଜାଙ୍କ ଦୃଷ୍ଟିରେ ଭଲ ଦିଶେ, ତେବେ ମୁଁ ଆପଣାଙ୍କ ପାଇଁ ଯେଉଁ ଭୋଜି ପ୍ରସ୍ତୁତ କରିଅଛି, ମହାରାଜ ଓ ହାମନ୍ ଆଜି ସେହି ଭୋଜିକୁ ଆଗମନ କରନ୍ତୁ।”

ଏହା ପରେ ରାଜା କହିଲେ, “ହାମ‌ନ୍‌କୁ ଶୀଘ୍ର ଆଣ, ତାହାହେଲେ ଏଷ୍ଟର ଯାହା କହିଛନ୍ତି ଆମ୍ଭେ ତାହା କରି ପାରିବୁ।”

ଏହା ପରେ ରାଜା ଓ ହାମନ୍ ଏଷ୍ଟରର ପ୍ରସ୍ତୁତ ନୈଶ ଭୋଜିକୁ ଆସିଲେ। ଏଥିରେ ରାଜା ଭୋଜିରେ ଦ୍ରାକ୍ଷାରସ ପାନକରିବା ବେଳେ ଏଷ୍ଟରକୁ କହିଲା, “ତୁମ୍ଭର କ’ଣ ନିବେଦନ ଅଛି? ତାହା ତୁମ୍ଭକୁ ଦିଆଯିବ। ତୁମ୍ଭର ପ୍ରାର୍ଥନା କ’ଣ? ମୋ’ ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ତାହା ଦିଆଯିବ।”

ତହିଁରେ ଏଷ୍ଟର କହିଲା, “ମୋର ନିବେଦନ ଓ ପ୍ରାର୍ଥନା ଏହି କି, ମୁଁ ଯେବେ ମୋର ଇଚ୍ଛା ପୂରଣ କରିବା ପାଇଁ ମହାରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଏବଂ ଏହା ଯେବେ ରାଜାଙ୍କୁ ଆନନ୍ଦ କରୁଥାଏ, ରାଜା ଓ ହାମନ୍ ଆସନ୍ତାକାଲି ରାତ୍ରି ଭୋଜନକୁ ଆସନ୍ତୁ ଯାହା ମୁଁ ପ୍ରସ୍ତୁତ କରିବି। ସେହି ସମୟରେ ମୁଁ ରାଜାଙ୍କର ପ୍ରଶ୍ନର ଉତ୍ତର ଦେବି।”

ହାମନ୍ ମର୍ଦ୍ଦଖୟଙ୍କ ଉପରେ କ୍ରୋଧ କଲେ

ସେଦିନ ହାମନ୍ ଆନନ୍ଦିତ ହୋଇ ଗ୍ଭଲିଗଲା। ମାତ୍ର ହାମନ୍, ରାଜଦ୍ୱାରରେ ନିଜ ସମ୍ମୁଖରେ ମର୍ଦ୍ଦଖୟଙ୍କୁ ଉଠି ଠିଆ ନ ହେବାର କି ପ୍ରଣାମ ନ କରିବାର ଦେଖି ସେ ମର୍ଦ୍ଦଖୟ ବିରୁଦ୍ଧରେ କ୍ରୋଧରେ ପରିପୂର୍ଣ୍ଣ ହେଲା। 10 ତଥାପି ହାମନ୍ ନିଜର କ୍ରୋଧକୁ ନିୟନ୍ତ୍ରଣ କଲା ଏବଂ ଗୃହକୁ ଗଲା। ତା'ପରେ ଆପଣା ମିତ୍ରଗଣକୁ ଓ ଆପଣା ଭାର୍ଯ୍ୟା ସେରଶକୁ ଡକାଇ ଆଣିଲା। 11 ଆଉ ହାମନ୍ ଆପଣା ଧନ ଓ ଐଶ୍ୱର୍ଯ୍ୟର କଥା ଓ ବହୁ ସନ୍ତାନମାନଙ୍କ କଥା ଓ ରାଜା କିରୂପେ ତାହାର ପଦ ବୃଦ୍ଧି କରିଛନ୍ତି, ତାଙ୍କୁ ଆପଣା ଅଧିପତିମାନଙ୍କ ଓ ଦାସମାନଙ୍କ ଉପରେ ଆସନ ଦେଇଛନ୍ତି। ଏହିସବୁ ବିଷୟ ସେମାନଙ୍କୁ ଶୁଣାଇଲା। 12 ହାମନ୍ ଆହୁରି କହିଲା, “ଏଷ୍ଟର ରାଣୀ ଆପଣା ପ୍ରସ୍ତୁତ ଭୋଜିକୁ ମୋ’ ଛଡ଼ା ଆଉ କାହାକୁ ରାଜାଙ୍କ ସଙ୍ଗେ ଯିବାକୁ ଦେଇ ନାହାନ୍ତି। ପୁଣି କାଲିକି ମୁଁ ରାଜାଙ୍କ ସଙ୍ଗେ ତାଙ୍କ ଦ୍ୱାରା ନିମନ୍ତ୍ରିତ ହୋଇଅଛି। 13 କିନ୍ତୁ ମୁଁ ପ୍ରତ୍ୟେକଥର ଯିହୁଦୀ ମର୍ଦ୍ଦଖୟକୁ ରାଜାଙ୍କ ଫାଟକରେ ବସିବାର ଦେଖେ, ଏହାସବୁ ମୋର କିଛି ଭଲ କରେ ନାହିଁ।”

14 ତେଣୁ ତାହାର ସ୍ତ୍ରୀ ସେରଶ୍ ଓ ତା'ର ସମସ୍ତ ମିତ୍ରଗଣ ତାକୁ କହିଲେ, “ପଗ୍ଭଶ୍ ହାତ ଉଚ୍ଚ ଏକ ଫାଶିକାଠ ପ୍ରସ୍ତୁତ କରାଯାଉ। ପୁଣି ମର୍ଦ୍ଦଖୟକୁ ତହିଁରେ ଫାଶି ଦେବା ପାଇଁ କାଲି ସକାଳେ ରାଜାଙ୍କୁ କୁହ। ତହିଁ ପରେ ତୁଷ୍ଟ ହୋଇ ରାଜା ସହିତ ଭୋଜିକୁ ଯାଅ।”

ଏହା ହାମ‌ନ୍‌କୁ ଏକ ଭଲ ବୁଦ୍ଧି ପରି ଜଣାଗଲା, ତେଣୁ ସେ ଫାଶି କାଠ ପ୍ରସ୍ତୁତ କଲା।

ମର୍ଦ୍ଦଖୟକୁ ସମ୍ମାନ କରାଗଲା

ସେହି ରାତ୍ରିରେ ରାଜା ଶୋଇ ପାରିଲେ ନାହିଁ। ଏଣୁ ସେ କଚେରୀ ବୃତ୍ତାନ୍ତ ପୁସ୍ତକ ଆଣିବାକୁ ଆଜ୍ଞା କଲେ, ଏବଂ ତାହା ରାଜାଙ୍କ ସମ୍ମୁଖରେ ପାଠ କରାଗଲା। ତହିଁରେ ଏହି ଲିଖିତ କଥା ଦେଖାଗଲା, ରାଜାଙ୍କର ନପୁଂସକ ବି‌ଗ୍‌ଥନ୍ ଓ ତେରଶ୍ ନାମରେ ଦୁଇଜଣ ଦ୍ୱାରପାଳ ଅକ୍ଷଶ୍ୱେରଶ ରାଜାଙ୍କୁ ବଧ କରିବାକୁ ଚେଷ୍ଟା କରିଥିବାରୁ ମର୍ଦ୍ଦଖୟ ତହିଁର ସମ୍ବାଦ ଦେଇଥିଲା।

ଏଣୁ ରାଜା ପଗ୍ଭରିଲେ, “ଏଥିପାଇଁ ମର୍ଦ୍ଦଖୟକୁ କି ପ୍ରକାର ସମ୍ମାନ ଓ ଉଚ୍ଚପଦ ଦିଆ ଯାଇଅଛି?”

ରାଜାଙ୍କର ସେବାକାରୀ ଦାସମାନେ କହିଲେ, “ତାହା ପାଇଁ କିଛି କରାଯାଇ ନାହିଁ।”

ତେଣୁ ରାଜା ପଗ୍ଭରିଲେ, “ପ୍ରାଙ୍ଗଣରେ କିଏ ଅଛି?” ଏହି ସମୟରେ ହାମନ୍ ନିଜର ପ୍ରସ୍ତୁତ ଫାଶି କାଠରେ ମର୍ଦ୍ଦଖୟକୁ ଫାଶି ଦେବା ପାଇଁ ରାଜାଙ୍କୁ କହିବା ନିମନ୍ତେ ରାଜଗୃହର ଦ୍ୱାର ପ୍ରାଙ୍ଗଣକୁ ଆସିଲା। ତେଣୁ ରାଜାଙ୍କର ଦାସମାନେ ତାଙ୍କୁ କହିଲେ, “ଦେଖନ୍ତୁ, ହାମନ୍ ପ୍ରାଙ୍ଗଣରେ ଛିଡ଼ା ହୋଇଅଛି।”

ତେଣୁ ରାଜା କହିଲେ, “ସେ ଭିତରକୁ ଆସୁ।”

ତହିଁରେ ହାମନ୍ ଭିତରକୁ ଆସିବାରୁ ରାଜା ତାହାକୁ କହିଲା, “ରାଜା ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି କ’ଣ କରାଯିବ?”

ହାମନ୍ ମନେ ମନେ ଭାବିଲା, “ରାଜା ମୋ’ ବିନା ଆଉ କାହାକୁ ସମ୍ମାନ କରିବାକୁ ଅଧିକ ତୁଷ୍ଟ ହେବେ?”

ଏଣୁ ହାମନ୍ ରାଜାଙ୍କୁ ଉତ୍ତର ଦେଲା, “ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପାଇଁ ମହାରାଜାଙ୍କ ପରିଧେୟ ରାଜକୀୟ ବସନ ଏବଂ ଅଶ୍ୱ ଯେଉଁଥିରେ ରାଜା ଆରୋହଣ କରନ୍ତି ତାହା ଅଣାଯାଉ ଏବଂ ତାଙ୍କର ମସ୍ତକରେ ରାଜମୁକୁଟ ପିନ୍ଧା ଯାଉ। ଆଉ ସେହି ବସନ ଓ ଅଶ୍ୱ ମହାରାଜାଙ୍କର ଏକ ପ୍ରଧାନ ଅଧିପତିର ହସ୍ତରେ ଦିଆଯାଉ। ପୁଣି ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହାକୁ ସେମାନେ ସେହି ରାଜ ବସନ ପିନ୍ଧାନ୍ତୁ ଓ ସେହି ଅଶ୍ୱରେ ଆରୋହଣ କରାଇ ନଗର ଦାଣ୍ଡରେ ତାହାର ଆଗେ ଆଗେ ଏହା ଘୋଷଣା କରାନ୍ତୁ। ‘ମହାରାଜ ଯାହାର ସମ୍ମାନରେ ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏହିପରି କରାଯାଏ।’”

10 ଏଥିରେ ରାଜା ହାମ‌ନ୍‌କୁ କହିଲା, “ତୁମ୍ଭେ ଏହା ଶୀଘ୍ର କର,” ଯେପରି କହିଲ। “ସେପରି ବସନ ଓ ସେହି ଅଶ୍ୱ ଘେନି ରାଜଦ୍ୱାରରେ ଉପବିଷ୍ଟ ଯିହୁଦୀୟ ମର୍ଦ୍ଦଖୟ ପ୍ରତି କର, ସେଥିରୁ କିଛି ଊଣା କର ନାହିଁ, ଯାହା ତୁମ୍ଭେ କହିଲ।”

11 ତେଣୁ ହାମନ୍ ସେହି ବସନ ଓ ଅଶ୍ୱନେଇ ମର୍ଦ୍ଦଖୟକୁ ବସ୍ତ୍ରାନ୍ୱିତ କଲା ଓ ଅଶ୍ୱାରୋହଣ କରାଇ ନଗର ଦାଣ୍ଡରେ ବୁଲାଇଲା। “ପୁଣି ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏହିପରି କରାଯାଏ।” ଏହିକଥା ତାହାର ଆଗେ ଆଗେ ଘୋଷଣା କଲା।

12 ଏହା ପରେ ମର୍ଦ୍ଦଖୟ ପୁନର୍ବାର ରାଜଦ୍ୱାରକୁ ଆସିଲା। ମାତ୍ର ହାମନ୍ ଶୋକାକୁଳ ହୋଇ ଓ ମସ୍ତକ ଢାଙ୍କି ଆପଣା ଗୃହକୁ ଶୀଘ୍ର ଗଲା। 13 ପୁଣି ହାମନ୍ ଆପଣା ପ୍ରତି ଘଟିତ ଏହି ସମସ୍ତ କଥା ନିଜର ଭାର୍ଯ୍ୟା ସେରଶକୁ ଓ ଆପଣାର ସମସ୍ତ ମିତ୍ରଙ୍କୁ କହିଲା। ତହିଁରେ ତାହାର ଜ୍ଞାନୀ ଲୋକମାନେ ଓ ତାହାର ସ୍ତ୍ରୀ ସେରଶ ତାହାକୁ କହିଲେ, “ଯାହା ସାକ୍ଷାତରେ ତୁମ୍ଭର ଏହି ପତନର ଆରମ୍ଭ ହୋଇଅଛି, ସେ ମର୍ଦ୍ଦଖୟ ଯେବେ ଯିହୁଦୀ ବଂଶୀୟ ଲୋକ ହୁଏ, ତେବେ ତୁମ୍ଭେ ତାହାକୁ ଜୟକରି ପାରିବ ନାହିଁ। ମାତ୍ର ତାହାର ସାକ୍ଷାତରେ ନିଶ୍ଚିତ ପତିତ ହେବ।”

14 ସେମାନେ ତାହା ସହିତ ଏହିପରି କଥାବାର୍ତ୍ତା କରୁ କରୁ ରାଜ-ନପୁଂସକମାନେ ଆସି ଏଷ୍ଟରର ପ୍ରସ୍ତୁତ ଭୋଜିକୁ ହାମ‌ନ୍‌କୁ ନେବା ପାଇଁ ଚଞ୍ଚଳ ହେଲେ।

ହାମ‌ନଙ୍କୁ ଫାଶି ଦିଆଗଲା

ତେଣୁ ଏଷ୍ଟର ରାଣୀ ସହିତ ରାଜା ଓ ହାମନ୍ ଦ୍ରାକ୍ଷାରସ ପାନ କରିବାକୁ ଗଲେ। ସେହି ଦ୍ୱିତୀୟ ଦିନ ରାଜା ଦ୍ରାକ୍ଷାରସ ପାନକରିବା ବେଳେ ଏଷ୍ଟରକୁ ପୁନର୍ବାର କହିଲେ, “ରାଣୀ ଏଷ୍ଟର! ତୁମ୍ଭର ନିବେଦନ କ’ଣ? ତାହା ତୁମ୍ଭକୁ ଦିଆଯିବ। ତୁମ୍ଭର ଇଚ୍ଛା କ’ଣ? ତହା ମୋର ଅର୍ଦ୍ଧେକ ରାଜ୍ୟ ହେଲେ ହେଁ ମୁଁ ତାହା ତୁମ୍ଭକୁ ଦେବି।”

ଏହା ପରେ ରାଣୀ ଏଷ୍ଟର କହିଲେ, “ହେ ମହାରାଜ, ମୁଁ ଯଦି ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଆଉ ଯେବେ ମହାରାଜ ସନ୍ତୁଷ୍ଟ ହୋଇଛନ୍ତି, ତେବେ ମୋହର ନିବେଦନ ଅନୁସାରେ ମୋ’ ପ୍ରାଣ ଓ ମୋର ପ୍ରାର୍ଥନାନୁସାରେ ମୋ’ ଲୋକମାନଙ୍କୁ ମୋତେ ଦିଆଯାଉ। କାରଣ ମୁଁ ଓ ମୋହର ଲୋକମାନେ ସଂହାରିତ, ହତ ଓ ବିନଷ୍ଟ ହେବା ନିମନ୍ତେ ବୀକ୍ରି ହୋଇଅଛୁ। ଯଦି ଆମ୍ଭେ ମାତ୍ର କ୍ରୀତଦାସ ରୂପେ ବିକ୍ରୀ ହୋଇଥାଆନ୍ତୁ ମୁଁ ନୀରବ ହୋଇ ରହିଥା’ନ୍ତି। ଯଦି ଏହା ରାଜାଙ୍କୁ ବିବ୍ରତ କଲାପରି ଆମ୍ଭର ଅସୁବିଧା ହୋଇ ନ ଥା’ନ୍ତା।”

ଏଥିରେ ଅକ୍ଷଶ୍ୱେରଶ ରାଜା ଏଷ୍ଟର ରାଣୀକି କହିଲା, “ଯେ ଏପର୍ଯ୍ୟନ୍ତ କର୍ମ କରିବାକୁ ମନରେ ସାହସ ବାନ୍ଧିଅଛି। ସେ କିଏ ଓ ସେ କେଉଁଠାରେ ଅଛି?”

ଏଷ୍ଟର କହିଲା, “ଏହି ଦୁଷ୍ଟ ହାମନ୍ ଜଣେ ବିପକ୍ଷ ଓ ଶତ୍ରୁ।”

ତହିଁରେ ରାଜା ଓ ରାଣୀ ସାକ୍ଷାତରେ ହାମନ୍ ଭୀତ ହେଲା। ଆଉ ରାଜା କ୍ରୋଧରେ ଦ୍ରାକ୍ଷାରସ ପାନ ଶାଳାରୁ ଉଠି ରାଜଗୃହର ଉଦ୍ୟାନକୁ ଗଲା। ତହିଁରେ ରାଜାଦ୍ୱାରା ଆପଣାର ଅମଙ୍ଗଳ ନିଶ୍ଚିତ ହୋଇଅଛି, ଏହା ଜାଣି ହାମନ୍ ଏଷ୍ଟର ରାଣୀ ନିକଟରେ ଆପଣା ପ୍ରାଣଭିକ୍ଷା ମାଗିଲା। ତେବେ ରାଜା ରାଜଗୃହର ଉଦ୍ୟାନରୁ ଦ୍ରାକ୍ଷାରସର ପାନଶାଳାକୁ ଲେଉଟି ଆସିଲା, ସେତେବେଳେ ଏଷ୍ଟର ଯେଉଁ ଆସନରେ ବସିଥିଲା ହାମନ୍ ତହିଁ ଉପରେ ବସି ପଡ଼ିଲା। ତେଣୁ ରାଜା କହିଲା, “ଏ କ’ଣ ଗୃହ ମଧ୍ୟରେ ମୋ’ ସାକ୍ଷାତରେ ରାଣୀକୁ ବଳାତ୍କାର କରିବ?”

ଏହିକଥା ରାଜା ମୁଖରୁ ବାହାରିବା ମାତ୍ରେ ଲୋକମାନେ ହାମ‌ନ୍‌ର ମୁଖ ଢାଙ୍କି ପକାଇଲେ। ଏହା ପରେ ରାଜାର ସାକ୍ଷାତରେ ଉପସ୍ଥିତ ହର୍ବୋଣା ନାମକ ଏକ ନପୁଂସକ ରାଜାକୁ କହିଲା, “ଦେଖନ୍ତୁ, ମହାରାଜାଙ୍କ ପକ୍ଷରେ ହିତଜନକ ସମ୍ବାଦଦାୟୀ ମର୍ଦ୍ଦଖୟ ନିମନ୍ତେ ହାମନ୍ ପଗ୍ଭଶ୍ ହାତ ଉଚ୍ଚ ଫାଶିକାଠ ପ୍ରସ୍ତୁତ କରିଅଛି। ତାହା ହାମା‌ନ୍‌ର ଗୃହରେ ସ୍ଥାପିତ ହୋଇଅଛି।”

ରାଜା କହିଲେ, “ତହିଁ ଉପରେ ଏହାକୁ ଫାଶି ଦିଅ।”

10 ଏଥିରେ ହାମନ୍, ମର୍ଦ୍ଦଖୟ ନିମନ୍ତେ ଯେଉଁ ଫାଶିକାଠ ପ୍ରସ୍ତୁତ କରିଥିଲା, ତହିଁ ଉପରେ ସେମାନେ ହାମ‌ନ୍‌କୁ ଫାଶି ଦେଲେ। ତହିଁରେ ରାଜାଙ୍କର କ୍ରୋଧ ଶାନ୍ତ ହେଲା।

ଯିହୁଦୀମାନଙ୍କୁ ସାହାଯ୍ୟ କରିବା ପାଇଁ ରାଜା ଆଦେଶ ଦେଲେ

ସେହି ଦିନ ଅକ୍ଷଶ୍ୱେରଶ ରାଜା ଏଷ୍ଟର ରାଣୀକୁ ଯିହୁଦୀୟ ଲୋକମାନଙ୍କର ଶତ୍ରୁ ହାମ‌ନ୍‌ର ଗୃହ ଆଦି ଦେଲା। ଆଉ ମର୍ଦ୍ଦଖୟ ରାଜାଙ୍କ ସାକ୍ଷାତରେ ଉପସ୍ଥିତ ହେଲା କାରଣ ମର୍ଦ୍ଦଖୟ ସହିତ କି ସମ୍ପର୍କ ତାହା ଜଣାଇ ଦେଇଥିଲା। ଏଥିରେ ରାଜା ହାମ‌ନ୍‌ଠାରୁ ଯେଉଁ ଅଙ୍ଗୁରୀୟ ନେଇଥିଲା, ତାହା କାଢ଼ି ମର୍ଦ୍ଦଖୟକୁ ଦେଲା ଏବଂ ଏଷ୍ଟର ହାମ‌ନ୍‌ର ଗୃହ ଉପରେ ମର୍ଦ୍ଦଖୟକୁ ନିଯୁକ୍ତ କଲା।

ଏଷ୍ଟର ରାଜା ନିକଟରେ ପୁନର୍ବାର ନିବେଦନ କଲା, ପୁଣି ଯିହୁଦୀୟମାନଙ୍କ ପ୍ରତିକୂଳରେ ଅଗାଗୀୟ ହାମ‌ନ୍‌ର କୃତ ଅମଙ୍ଗଳ ଓ ତା'ର କଳ୍ପିତ କଳ୍ପନା ନିବାରାଣାର୍ଥେ ତାହାର ଚରଣରେ ପଡ଼ି ରୋଦନ କରି ପ୍ରାର୍ଥନା କଲା।

ତହିଁରେ ରାଜା ଏଷ୍ଟର ଆଡ଼େ ସୁବର୍ଣ୍ଣ ଦଣ୍ତ ବିସ୍ତାର କରନ୍ତେ ଏଷ୍ଟର ଉଠି ରାଜାଙ୍କ ଛାମୁରେ ଠିଆ ହେଲା। ଏବଂ କହିଲା, ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି ଯେବେ ରାଜାଙ୍କ ଦୃଷ୍ଟିରେ ମୁଁ ଅନୁଗ୍ରହ ପାଇଅଛି, “ଦୟାକରି ମୋ’ ପାଇଁ ଏହା କରନ୍ତୁ। ଆଉ ଯଦି ଏହା ରାଜାଙ୍କୁ ସନ୍ତୁଷ୍ଟ କରେ, ତେବେ ମହାରାଜାଙ୍କର ସମୁଦାୟ ପ୍ରଦେଶସ୍ଥ ଯିହୁଦୀୟମାନଙ୍କୁ ବିନାଶ କରିବା ପାଇଁ ଅଗାଗୀୟ ହମ୍ମାଦାଥାର ପୁତ୍ର ହାମନ୍ ଯେ ସକଳ ପତ୍ର ଲେଖିବାକୁ ପରାମର୍ଶ ଦେଇଥିଲା, ତାହା ପ୍ରତ୍ୟାହୃତ କରାଯାଉ। ଯେହେତୁ ମୋ’ ଲୋକଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟିବ ତାହା ଦେଖି ମୁଁ କିପରି ସହିପାରିବି? ପୁଣି ଆପଣା କୁଟୁମ୍ବମାନଙ୍କ ବିନାଶ ଦେଖି କିପରି ସହିପାରିବି?”

ଏଥିରେ ଅକ୍ଷଶ୍ୱେରଶ ରାଜା ଏଷ୍ଟର ରାଣୀକୁ ଓ ଯିହୁଦୀୟ ମର୍ଦ୍ଦଖୟକୁ କହିଲା, “ଦେଖ, ମୁଁ ଏଷ୍ଟରକୁ ହାମ‌ନ୍‌ର ଗୃହ ଦେଲି, ଲୋକମାନେ ହାମା‌ନଙ୍କୁ ଫାଶିକାଠରେ ଫାଶି ଦେଇଛନ୍ତି। କାରଣ ସେ ଯିହୁଦୀୟମାନଙ୍କ ଉପରେ ହସ୍ତକ୍ଷେପ କରିଥିଲା। ତୁମ୍ଭେମାନେ ଯିହୁଦୀୟମାନଙ୍କ ସମନ୍ଧରେ ନିଜ ନିଜ ଇଚ୍ଛାନୁସାରେ ରାଜାଙ୍କ ନାମରେ ରାଜାଜ୍ଞା ଲେଖ ଓ ତାହା ରାଜାଙ୍କ ଅଙ୍ଗୁରୀୟରେ ମୋହରାଙ୍କିତ କର। କାରଣ ରାଜାଙ୍କର ନାମରେ ଲିଖିତ ଓ ରାଜାଙ୍କର ଅଙ୍ଗୁରୀୟରେ ମୋହରାଙ୍କିତ ପତ୍ର କେହି ଅନ୍ୟଥା କରି ପାରିବେ ନାହିଁ।”

ତେଣୁ ତୃତୀୟ ମାସର ଅର୍ଥାତ୍ ସୀବନ ମାସର ତେଇଶ୍ ଦିନରେ ରାଜାର ଲେଖକମାନେ ଆହୁତ ହୁଅନ୍ତେ ମର୍ଦ୍ଦଖୟର ଆଜ୍ଞା ଅନୁସାରେ ସମସ୍ତ ଯିହୁଦୀୟମାନଙ୍କ ନିକଟକୁ ଓ ହିନ୍ଦୁସ୍ଥାନଠାରୁ କୁଶଦେଶ ପର୍ଯ୍ୟନ୍ତ 127 ପ୍ରଦେଶର ଅନ୍ତର୍ଗତ ପ୍ରତ୍ୟେକ ପ୍ରଦେଶର ଅକ୍ଷାରାନୁସାରେ କ୍ଷିତିପାଳ ଓ ଶାସନକର୍ତ୍ତା ଓ ପ୍ରଦେଶାଧିପତିମାନଙ୍କ ନିକଟକୁ। ପୁଣି ପ୍ରତ୍ୟେକ ଗୋଷ୍ଠୀକି ସେମାନଙ୍କ ଭାଷାନୁସାରେ, ଆଉ ଯିହୁଦୀୟ ଲୋକମାନଙ୍କ ନିକଟକୁ ସେମାନଙ୍କ ଅକ୍ଷର ଓ ଭାଷାନୁସାରେ ପତ୍ର ଲେଖାଗଲା। 10 ସେ ରାଜା ଅକ୍ଷଶ୍ୱେରଶ ନାମରେ ଲେଖି ଓ ରାଜାଙ୍କ ଅଙ୍ଗୁରୀୟରେ ମୋହରାଙ୍କିତ କରି ଅଶ୍ୱଶାଳା-ଜାତ ରାଜକୀୟ ଅଶ୍ୱବାହାରୂଢ଼ ଦ୍ରୁତଗାମୀ ଦୂତଗଣ ହସ୍ତରେ ପତ୍ର ପଠାଇଲା।

11 ରାଜାଙ୍କର ଚିଠିରେ ଲିଖିତ ବିଷୟ ବସ୍ତୁ ଏହି: ପ୍ରତ୍ୟେକ ନଗରରେ ଯିହୁଦୀୟମାନେ ସେମାନଙ୍କର ନିରାପଦ ପାଇଁ ଏକତ୍ରିତ ହେବେ। ସେମାନେ ଧ୍ୱଂସ କରି ପାରିବେ, ତଳିତଳାନ୍ତ କରି ପାରିବେ, ହତ୍ୟା କରି ପାରିବେ, ଯେଉଁମାନେ ସେମାନଙ୍କର ସ୍ତ୍ରୀ ଓ ପିଲାଙ୍କ ପ୍ରତି ଆକ୍ରମଣ କରିବେ, ସେମାନେ ଯେଉଁ ଗୋଷ୍ଠୀୟ ହୋଇଥା’ନ୍ତୁ ନା କାହିଁକି। ଏବଂ ଯିହୁଦୀୟମାନଙ୍କର ଅଧିକାର ଅଛି ସେମାନେ ସେମାନଙ୍କର ଶତ୍ରୁମାନଙ୍କର ସମସ୍ତ ଧନସମ୍ପତ୍ତି ନଷ୍ଟ କରି ପାରିବେ।

12 ସେଦିନ ଥିଲା ଅକ୍ଷଶ୍ୱେରଶ ରାଜାଙ୍କର ତ୍ରୟୋଦଶ ଦିନ ଦ୍ୱାଦଶ ମାସର ଅଦାର ମାସରେ। ଯିହୁଦୀୟମାନଙ୍କୁ ସବୁ ପ୍ରଦେଶରେ ପ୍ରଗ୍ଭର କରିବା ପାଇଁ, ରାଜା ଅନୁମତି ଦେଇଥିଲେ। 13 ସେହି ଚିଠିର ଏକ ନକଲ ରାଜାଙ୍କର ଏକ ଆଜ୍ଞାପତ୍ର ଗ୍ଭରି ଆଡ଼କୁ ପଠା ଯାଇଥିଲା। ଏହା ଏକ ବ୍ୟବସ୍ଥା ଥିଲା, ଏହି ନିର୍ଦ୍ଦେଶ ସବୁ ପ୍ରଦେଶରେ ନିୟମରେ ପରିଣତ କରାଗଲା। ସେହି ରାଜ୍ୟରେ ବାସ କରୁଥିବା ସବୁଜାତୀୟ ଲୋକଙ୍କ ପାଇଁ ତାହା ପ୍ରଗ୍ଭରିତ ହେଲା। ସେ ଏପରି କରିଥିଲେ କାରଣ ଯିହୁଦୀୟମାନେ ସେହି ଦିନ ପାଇଁ ପ୍ରସ୍ତୁତ ହୋଇଥିଲେ। ଯିହୁଦୀୟମାନଙ୍କୁ ସୁଯୋଗ ଦିଆ ଯାଇଥିଲା ସେମାନଙ୍କର ଶତ୍ରୁମାନଙ୍କଠାରୁ ପ୍ରତିଶୋଧ ନେବା ପାଇଁ। 14 ତହିଁରେ ଦ୍ରୁତଗାମୀ ରାଜକୀୟ ଅଶ୍ୱାରୁଢ଼ ଦୂତମାନେ ରାଜାଙ୍କ ଆଜ୍ଞାରେ ଶୀଘ୍ର ଗ୍ଭଲିଗଲେ, ଏବଂ ଏହା ଶୂଶନ୍ ରାଜଧାନୀରେ ସେହି ଆଜ୍ଞା ପ୍ରକାଶିତ ହେଲା।

15 ଏହା ପରେ ମର୍ଦ୍ଦଖୟ ନୀଳ ଓ ଶୁକ୍ଳବର୍ଣ୍ଣ ରାଜକୀୟ ବସ୍ତ୍ର ପିନ୍ଧି ମସ୍ତକରେ ସୁବର୍ଣ୍ଣମୟ ବୃହତ ମୁକୁଟ ଦେଇ ସରୁ ଓ ଏକ ସୁକ୍ଷ୍ମ ନାଇଲନ୍ ଓଢ଼ଣୀ ଓ ବାଇଗଣୀ ରଙ୍ଗର ବସ୍ତ୍ର ପିନ୍ଧି ରାଜାଙ୍କ ଛାମୁରୁ ବାହାରି ଗଲା ତହିଁରେ ଶୂଶନ୍ ରାଜଧାନୀ ଆନନ୍ଦ ଓ ହର୍ଷନାଦରେ ପରିପୂର୍ଣ୍ଣ ହେଲା। 16 ଆଉ ଯିହୁଦୀୟମାନଙ୍କର ଦୀପ୍ତି, ଆନନ୍ଦ, ହର୍ଷ ଓ ସମ୍ଭ୍ରମର ଉଦୟ ହେଲା।

17 ଏବଂ ପ୍ରତି ପ୍ରଦେଶରେ ଓ ପ୍ରତି ନଗରରେ, ଯେକୌଣସି ସ୍ଥାନରେ ରାଜାଜ୍ଞା ଓ ନିୟମ ପତ୍ର ଉପସ୍ଥିତ ହେଲା, ସେହି ସ୍ଥାନରେ ଯିହୁଦୀୟମାନଙ୍କର ଆନନ୍ଦ ଓ ଆମୋଦ, ଭୋଜି ଓ ମଙ୍ଗଳର ଦିନ ହେଲା। ପୁଣି ଦେଶର ଅନେକ ଲୋକ ଯିହୁଦୀୟ ମତାବଲମ୍ବୀ ହେଲେ, ଯେହେତୁ ସେମାନେ ଯିହୁଦୀୟମାନଙ୍କ ସକାଶେ ଭୟ କଲେ।

ଯିହୁଦୀମାନଙ୍କର ଜୟ

ଅଦର ନାମକ ଦ୍ୱାଦଶ ମାସରେ ତ୍ରୟୋଦଶ ଦିନରେ ରାଜା ଆଜ୍ଞା ଓ ନିୟମର ସିଧି ସମୟ ନିକଟତର ହେଲା। ଅର୍ଥାତ୍ ଯେଉଁ ଦିନ ଯିହୁଦୀୟମାନଙ୍କ ଶତ୍ରୁଗଣ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରିବାକୁ ଅପେକ୍ଷା କରିଥିଲେ। ସେହି ଦିନ ଏପରି ବିପରୀତ ଘଟଣା ହେଲା, ଯେ ଯିହୁଦୀୟମାନେ ନିଜର ଘୃଣାକାରୀମାନଙ୍କ ଉପରେ କର୍ତ୍ତୃତ୍ୱ କଲେ। ସେହି ସମୟରେ, ରାଜା ଅକ୍ଷଶ୍ୱେରଶଙ୍କର ରାଜ୍ୟର ସମସ୍ତ ନଗରରେ ଯିହୁଦୀୟମାନେ ସେମାନଙ୍କୁ କ୍ଷତି କରିବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କ ବିରୁଦ୍ଧରେ ପ୍ରତିବାଦ କରିବାକୁ ଏକତ୍ରିତ ହେଲେ। ପୁଣି ସେମାନଙ୍କ ସମ୍ମୁଖରେ କେହି ଠିଆ ହୋଇପାରିଲେ ନାହିଁ, କାରଣ ସମୁଦାୟ ଲୋକେ ସେମାନଙ୍କୁ ଭୟ କରୁଥିଲେ। ପ୍ରଦେଶ ଅଧିପତି ଓ କ୍ଷିତିପାଳ, ଶାସନକର୍ତ୍ତା ଓ ରାଜକର୍ମଗ୍ଭରୀମାନେ ଯିହୁଦୀୟମାନଙ୍କୁ ସାହାଯ୍ୟ କଲେ। କାରଣ ସେମାନେ ମର୍ଦ୍ଦଖୟକୁ ଭୟ କରୁଥିଲେ। କାରଣ ମର୍ଦ୍ଦଖୟ ରାଜଗୃହ ମଧ୍ୟରେ ଶକ୍ତିଶାଳୀ ଥିଲା ଓ ତାହାର ଯଶ ସର୍ବପ୍ରଦେଶରେ ପ୍ରଗ୍ଭରିତ ହେଲା ଏବଂ ମର୍ଦ୍ଦଖୟ ଲଗାତର ଭାବରେ ଅଧିକରୁ ଅଧିକ ଶକ୍ତିଶାଳୀ ହେଉଥିଲା।

ଯିହୁଦୀୟମାନେ ସେମାନଙ୍କର ସମସ୍ତ ଶତ୍ରୁଙ୍କୁ ଖଣ୍ଡାରେ ହାଣି ବିନାଶ କଲେ। ସେମାନେ ସେମାନଙ୍କର ଘୃଣାକାରୀଗଣ ପ୍ରତି ମନ ଇଚ୍ଛା ବ୍ୟବହାର କଲେ। ଏହିପରି ଯିହୁଦୀୟମାନେ ଶୂଶନ୍ ରାଜଧାନୀରେ 500 ଲୋକଙ୍କୁ ବଧ ଓ ବିନାଶ କଲେ। ପୁଣି ପର୍ଶନ୍ଦାଥ ଓ ଦ‌‌‌‌ଲ୍‌‌‌‌‌‌‌ଫୋନ୍ ଓ ଅ‌ସ୍‌ପାଥଙ୍କୁ ଯିହୁଦୀୟମାନେ ହତ୍ୟା କଲେ। ପୋରାଥ, ଅଦଲୀୟ, ଓ ଅରିଦାଥ। ପର୍ମସ୍ତ ଓ ଅରୀଷୟ, ଅରୀଦୟ ଓ ବୟିଷାଥ। 10 ଯିହୁଦୀୟମାନଙ୍କର ଶତ୍ରୁ ହମ୍ମଦାଥାର ପୁତ୍ର ହାମ‌ନ୍‌ର ଏହି ଦଶ ପୁତ୍ରଙ୍କୁ ସେମାନେ ବଧ କଲେ। ମାତ୍ର ଲୁଟ କରିବାକୁ ସେମାନେ ଇଚ୍ଛା କଲେ ନାହିଁ।

11 ସେହି ଦିନ କେତେଜଣ ଲୋକଙ୍କୁ ରାଜଧାନୀ ଶୂଶ‌ନ୍‌ରେ ହତ୍ୟା କରାଯାଇଥିଲା, ଏହା ରାଜାଙ୍କୁ କୁହାଗଲା। 12 ତେଣୁ ରାଜା ରାଣୀ ଏଷ୍ଟରଙ୍କୁ କହିଲେ, “ଯିହୁଦୀୟମାନେ 500 ଲୋକଙ୍କୁ ଶୂଶ‌ନ୍‌ରେ ହତ୍ୟା କରିଛନ୍ତି, ସେମାନଙ୍କ ମଧ୍ୟରେ ହାମ‌ନ୍‌ର ଦଶପୁତ୍ର ଅନ୍ତର୍ଭୁକ୍ତ। ସେମାନେ ଅନ୍ୟ ପ୍ରଦେଶରେ ଯାହା କରିଛନ୍ତି ଟିକେ ଚିନ୍ତା କର! ବର୍ତ୍ତମାନ ମୋତେ କ’ଣ କରିବାକୁ ହେବ ବୋଲି ତୁମ୍ଭେମାନେ ଗ୍ଭହୁଁଛ? ମୋତେ କୁହ ଏବଂ ମୁଁ ତାହା କରିବି।”

13 ଏଷ୍ଟର କହିଲେ, “ଯଦି ଏହା ରାଜାଙ୍କୁ ଉତ୍ତମ ବୋଲି ଜଣା ପଡ଼ୁଛି, ତେବେ ଆଜି ପରି କାଲି ମଧ୍ୟ ଶୂଶ‌ନ୍‌ରେ ହେଉ। ଏବଂ ହାମ‌ନ୍‌ର ଦଶପୁତ୍ରଙ୍କୁ ଫାଶିକାଠରେ ଟଙ୍ଗାଯା’ନ୍ତୁ।”

14 ତା'ପରେ ରାଜା କହିଲେ, “ସେହିପରି ହେଉ!” ଏବଂ ଶୂଶ‌ନ୍‌ରେ ଏହି ଆଦେଶ ଦିଆଗଲା। ଏବଂ ସେମାନେ ହାମ‌ନ୍‌ର ଦଶପୁତ୍ରଙ୍କୁ ଫାଶିକାଠରେ ଟଙ୍ଗାଇ ଦେଲେ। 15 ଯିହୁଦୀୟମାନେ ଚତୁର୍ଦ୍ଦଶ ଦିନରେ ମଧ୍ୟ ସେଠାରେ ଏକତ୍ରିତ ହେଲେ। ଅଦର ମାସରେ ସେମାନେ ଶୂଶ‌ନ୍‌ରେ 300 ଲୋକଙ୍କୁ ହତ୍ୟା କଲେ। କିନ୍ତୁ ସେମାନେ ସେମାନଙ୍କର ଦ୍ରବ୍ୟ ଲୁଣ୍ଠନ କଲେ ନାହିଁ।

16 ସେହି ସମୟରେ, ଅନ୍ୟ ପ୍ରଦେଶରେ ବାସ କରୁଥିବା ଯିହୁଦୀମାନେ ନିଜକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଏକତ୍ରିତ ହେଲେ। ଏହିପରି ଭାବରେ ସେମାନେ ସେମାନଙ୍କର ଶତ୍ରୁମାନଙ୍କୁ ଜୟ କରି ପାରିଲେ। ଯିହୁଦୀୟମାନେ ସେମାନଙ୍କର 75,000 ଶତ୍ରୁମାନଙ୍କୁ ହତ୍ୟା କଲେ। କିନ୍ତୁ ଯିହୁଦୀୟମାନେ ସେମାନଙ୍କର ଧନ ଲୁଣ୍ଠନ କଲେ ନାହିଁ। 17 ଏହି ସମସ୍ତ ଅଦର ମାସର ତ୍ରୟୋଦଶ ଦିନରେ ହେଲା ପୁଣି ସେହି ମାସର ଚତୁର୍ଦ୍ଦଶ ଦିନରେ ସେମାନେ ବିଶ୍ରାମ କରି ତାହା ଭୋଜନପାନ ଓ ଆନନ୍ଦ କରିବାର ଦିନ କଲେ।

ପୂରୀ‌‌‌‌‌‌ମ୍‌‌‌‌‌‌ର ପର୍ବ

18 ମାତ୍ର ଶୂଶ‌ନ୍‌ରେ ବାସ କରୁଥିବା ଯିହୁଦୀୟମାନେ ସେହି ମାସର ତ୍ରୟୋଦଶ ଓ ଚତୁର୍ଦ୍ଦଶ ଦିନରେ ଏକତ୍ରିତ ହେଲେ। ସେହି ମାସର ପଞ୍ଚଦଶ ଦିନରେ ବିଶ୍ରାମ କରି ତାହା ଭୋଜନପାନର ଓ ଆନନ୍ଦର ଦିନ କଲେ। 19 ଏଥିନିମନ୍ତେ ଗ୍ରାମର ଏବଂ ପ୍ରଦେଶ ଘେରି ରହିଥିବା ନଗର ନିବାସୀ ଯିହୁଦୀୟମାନେ ଅଦର ମାସର ଚତୁର୍ଦ୍ଦଶ ଦିନକୁ ଆନନ୍ଦ, ଭୋଜନପାନର ଦିବସ ଭାବେ ପାଳନ କରନ୍ତି, ଯେଉଁଥିରେ ସେମାନେ ଜଣେ ଅନ୍ୟଜଣକୁ ଉପହାର ପଠାନ୍ତି।

20 ଏହା ପରେ ମର୍ଦ୍ଦଖୟ ଏହିସବୁ ବିଷୟ ଲେଖିଲା ଓ ଅକ୍ଷଶ୍ୱେରଶ ରାଜାର ନିକଟସ୍ଥ ଓ ଦୂରସ୍ଥ ସକଳ ପ୍ରଦେଶରେ ଥିବା ସମସ୍ତ ଯିହୁଦୀମାନଙ୍କ ନିକଟକୁ ପଠାଇଲା। 21 ଆଉ ଯେଉଁ ଦୁଇ ଦିନ ଯିହୁଦୀମାନେ ଆପଣାମାନଙ୍କ ଶତ୍ରୁଗଣଠାରୁ ବିଶ୍ରାମ ପାଇଲେ, ଯେଉଁ ମାସରେ ସେମାନଙ୍କର ଦୁଃଖ ସୁଖରେ ଓ ଶୋକ ମଙ୍ଗଳ ଦିନରେ ପରିଣତ ହେଲା। 22 ସେ ଆଦେଶ ଦେଲେ ଯେ, ସେମାନେ ସେହି ଦିନଗୁଡ଼ିକ ପାଳନ କରିବେ, ଯେତେବେଳେ ସେମାନେ ଶତ୍ରୁମାନଙ୍କଠାରୁ ଆଶ୍ୱସ୍ତ ପାଇଲେ ଏବଂ ସେମାନଙ୍କର ଦୁଃଖ ଏବଂ ଶୋକ, ଆନନ୍ଦ ଓ ଉତ୍ସବରେ ବଦଳି ଗଲା, ଯେହେତୁ ଭୋଜିର ଦିନ, ଆନନ୍ଦର ଦିନରେ ଜଣେ ଅନ୍ୟ ଜଣ ପାଖକୁ ଉପହାର ପଠାଇବେ ଏବଂ ପ୍ରତ୍ୟେକ ବର୍ଷ ଗରିବ ଲୋକମାନଙ୍କ ପାଖକୁ ଉପହାର ପଠାଇବେ।

23 ତହିଁରେ ଯିହୁଦୀମାନେ ଯେପରି ଆରମ୍ଭ କରିଥିଲେ ଓ ମର୍ଦ୍ଦଖୟ ଯେପରି ଲେଖିଥିଲେ, ସେମାନେ ଠିକ୍ ସେହିପରି କରିବାକୁ ରାଜି ହେଲେ।

24 କାରଣ ସମୁଦାୟ ଯିହୁଦୀୟ ଲୋକର ଶତ୍ରୁ ଅଗାମୀୟ ହମ୍ମଦାଥାର ପୁତ୍ର ହାମନ୍ ସେମାନଙ୍କୁ ବିନାଶ କରିବାର ସଂକଳ୍ପ କରି ସେମାନଙ୍କୁ ଲୁପ୍ତ ଓ ବିନାଶ କରିବା ପାଇଁ “ପୂର” ଅର୍ଥାତ୍ “ଗୁଲିବାଣ୍ଟ” ଦ୍ୱାରା ସେମାନେ ନିଷ୍ପତ୍ତି କରିଥିଲେ। 25 ହାମନ୍ ଏପରି କରିଥିଲେ କିନ୍ତୁ ଏଷ୍ଟର ରାଜାଙ୍କ ନିକଟରେ ଜଣାଇଲେ। ତେଣୁ ସେ ଆଉ ନୂତନ ନିର୍ଦ୍ଦେଶ ପଠାଇଲେ। ସେହି ନିର୍ଦ୍ଦେଶ ଯେ କେବଳ ହାମ‌ନ୍‌ର ଯୋଜନାକୁ ପଣ୍ତ କଲା ତାହା ନୁହେଁ। ସେହି ନିର୍ଦ୍ଦେଶ ହାମନ୍ ଓ ତା'ର ପରିବାରରେ ଅନିଷ୍ଟ କରାଇଲା ତେଣୁ ହାମନ୍ ଓ ତା'ର ପୁତ୍ରଗଣ ଫାଶୀଖୁଣ୍ଟରେ ଝୁଲାଗଲେ।

26-27 ସେହି ସମୟରେ “ପୂର” ନାମ ଅନୁସାରେ ସେହି ଦୁଇ ନିୟମ ନାମ “ପୂରୀମ୍” ହେଲା ଏବଂ ସେହି ଚିଠିର ସମସ୍ତ କଥା ଯୋଗୁଁ ଓ ସେ ବିଷୟରେ ସେମାନେ ଯାହା ଦେଖିଥିଲେ, ସେମାନଙ୍କ ପ୍ରତି ତାହା ଘଟିଥିଲା, ତହିଁ ସକାଶୁ ଯିହୁଦୀୟମାନେ ଆପଣାମାନଙ୍କର ଓ ନିଜ ନିଜ ବଂଶର ଯିହୁଦୀ ମତାବଲମ୍ବୀ ଗଣର କର୍ତ୍ତବ୍ୟ ବୋଲି ଏହା ସ୍ଥିର କଲେ। ସେହି ସମ୍ପର୍କୀୟ ଲିଖିତ ଆଜ୍ଞା ଓ ନିରୂପିତ ସମୟାନୁସାରେ ସେମାନେ ବର୍ଷକୁ ବର୍ଷ ଏହି ଦୁଇ ଦିନ ପାଳନ କରିବେ ଓ କୌଣସି ମତେ ତାହା ଲୋପ କରିବେ ନାହିଁ। 28 ସମସ୍ତ ପୁରୁଷ ପରମ୍ପରାରେ, ପ୍ରତ୍ୟେକ ବଂଶରେ ଓ ପ୍ରତ୍ୟେକ ପ୍ରଦେଶରେ ଓ ପ୍ରତ୍ୟେକ ନଗରରେ ସେହି ଦୁଇ ଦିନ ସ୍ମରଣ ଓ ପାଳନ କରାଯିବ। ପୁଣି ଏହି ପୂରୀମ୍ ଦିନ ଯିହୁଦୀୟମାନଙ୍କ ମଧ୍ୟରୁ ଲୋପ ପାଇବ ନାହିଁ ଓ ସେମାନଙ୍କ ବଂଶଧରମାନଙ୍କ ମଧ୍ୟରୁ ସେହି ଦୁଇ ଦିନ ସ୍ମରଣ ଲୁପ୍ତ ହେବ ନାହିଁ।

29 ତା'ପରେ, ଅବୀହେଲିୟର କନ୍ୟା ରାଣୀ ଏଷ୍ଟର ଓ ଯିହୁଦୀୟ ମର୍ଦ୍ଦଖୟ ପୂରୀମ୍ ଦିନ ବିଷୟରେ ସୁନିଶ୍ଚିତ କରିବା ପାଇଁ ସେମାନଙ୍କର ସମ୍ପୂର୍ଣ୍ଣ ଅଧିକାର ସହିତ ଦ୍ୱିତୀୟ ପତ୍ର ଲେଖିଲେ। 30 ତେଣୁ ସେ ରାଜା ଅକ୍ଷଶ୍ୱେରଶଙ୍କର 127ଟି ରାଜ୍ୟର ସମସ୍ତ ଯିହୁଦୀମାନଙ୍କୁ ଶାନ୍ତିର ଓ ସତ୍ୟର ବାର୍ତ୍ତାସବୁ ପଠାଇଲେ। 31 ପୂରୀମ୍ ପାଳନ କରିବା ପାଇଁ ଏହି ତାରିଖ ଗୁଡ଼ିକ ଏହିପତ୍ର ସୁନିଶ୍ଚିତ କଲା, ଏବଂ ଯିହୁଦୀ ମର୍ଦ୍ଦଖୟ ଏବଂ ରାଣୀ ଏଷ୍ଟର ଆଦେଶ କରିଥିଲେ। ସେମାନଙ୍କର ଉପବାସ ଓ ସାହାଯ୍ୟ ପ୍ରାର୍ଥନାର ଦିନଗୁଡ଼ିକ ଉତ୍ସବ ଦ୍ୱାରା ସ୍ମୃତିରକ୍ଷା କରିବା ନିମନ୍ତେ ସେମାନେ ଏହି ପର୍ବଦିନଗୁଡ଼ିକ ସେମାନଙ୍କ ନିଜ ପାଇଁ ଓ ସେମାନଙ୍କର ଭବିଷ୍ୟଦ୍ ବଂଶଧରମାନଙ୍କ ପାଇଁ ପ୍ରତିଷ୍ଠା କଲେ। 32 ଏହିପରି ଏଷ୍ଟରର ଆଜ୍ଞାଦ୍ୱାରା “ପୂରୀମ୍” ଦିନରେ ବିଧି ସ୍ଥିରିକୃତ ହେଲା ଓ ତାହା ପୁସ୍ତକରେ ଲେଖାଗଲା।

ମର୍ଦ୍ଦଖୟଙ୍କ ସମ୍ମାନ

10 ସେହି ଅକ୍ଷଶ୍ୱେରଶ ରାଜା ଦେଶ ଓ ସମୁଦ୍ରସ୍ଥ ଉପଦ୍ୱୀପରେ କରଧାର୍ଯ୍ୟ କଲେ। ତାହାର ପରାକ୍ରମ ଓ ପ୍ରଭାବରେ ସବୁକଥା ଆଉ ରାଜା ମର୍ଦ୍ଦଖୟକୁ ଯେଉଁ ମହତ୍ତ୍ୱ ଦେଇ ଉଚ୍ଚ ପଦରେ ନିଯୁକ୍ତ କଲା। ତହିଁର ସମ୍ପୂର୍ଣ୍ଣ ବିବରଣ କି ମାଦିୟ ଓ ପାରସ୍ୟ ଦେଶର ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ନାହିଁ। ଯିହୁଦୀୟ ମର୍ଦ୍ଦଖୟ ଅକ୍ଷଶ୍ୱେରଶ ରାଜାର ଦ୍ୱିତୀୟ ସେନାପତି ହୋଇ ଯିହୁଦୀୟ ଲୋକମାନଙ୍କ ମଧ୍ୟରେ ମହାନ ଓ ଆପଣା ଭାତୃ ସମୂହ ମଧ୍ୟରେ ପ୍ରିୟପାତ୍ର ଏବଂ ନିଜ ଲୋକମାନଙ୍କର ମଙ୍ଗଳାନ୍ୱେଷୀ, ସମସ୍ତ ବଂଶ ପ୍ରତି ଶାନ୍ତି ଆଣିଥିଲା।

ଉତ୍ତମ ବ୍ୟକ୍ତି ଆୟୁବ

ଊଷ୍ ଦେଶରେ ଆୟୁବ ନାମରେ ଜଣେ ବ୍ୟକ୍ତି ବାସ କରୁଥିଲା। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ୟକ୍ତି ଥିଲା। ଆୟୁବ ପରମେଶ୍ୱରଙ୍କ ଉପାସନା କରିବା ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ମନ୍ଦକାର୍ଯ୍ୟରୁ ବିରତ ରହୁଥିଲା। ଆୟୁବର ସାତୋଟି ପୁତ୍ର ଓ ତିନୋଟି ଝିଅ ଥିଲେ। ଆୟୁବ 7,000 ମେଣ୍ଢା, 3,000 ଓଟ, 1,000 ଷଣ୍ଢ ଏବଂ 500 ମାଇ ଗଧର ମାଲିକ ଥିଲା। ତା'ର ଅନେକ ଗୁଡ଼ିଏ ଭୃତ୍ୟ ଥିଲେ। ଆୟୁବ ପୂର୍ବାଞ୍ଚଳ ଦେଶମାନଙ୍କ ମଧ୍ୟରେ ସବୁଠାରୁ ବେଶୀ ଧନୀ ଥିଲା।

ଆୟୁବର ପୁଅମାନେ ପାଳି ପାଳି କରି ସେମାନଙ୍କ ଘରେ ଭୋଜି ପ୍ରସ୍ତୁତ କଲେ ଏବଂ ସେମାନଙ୍କ ତିନି ଭଉଣୀଙ୍କୁ ଏହି ଭୋଜିରେ ଯୋଗଦେବାକୁ ନିମନ୍ତ୍ରଣ କଲେ। ଆୟୁବ ଉତ୍ସବ ପରଦିନ ପ୍ରାତଃକାଳରୁ ଶଯ୍ୟା ତ୍ୟାଗ କରି ତା'ର ପ୍ରତ୍ୟେକ ପୁଅର ମଙ୍ଗଳ ପାଇଁ ପରମେଶ୍ୱରଙ୍କ ନିକଟରେ ହୋମବଳି ଅର୍ପଣ କରୁଥିଲା। ସେ ଭାବୁଥିଲା, “ମୋ’ ପିଲାମାନେ ହୁଏତ ହୃଦୟରେ ପାପ କରି ପରମେଶ୍ୱରଙ୍କୁ ଶାପ ଦେଇଥାଇ ପାରନ୍ତି।” ଆୟୁବ ପ୍ରତ୍ୟେକ ଥର ଏପରି କଲା।

ସଦାପ୍ରଭୁଙ୍କ ସହିତ ସାକ୍ଷାତ ଲାଗି ସ୍ୱର୍ଗଦୂତମାନଙ୍କ ପାଇଁ ସେହି ଦିନଟି ଉପସ୍ଥିତ ହେଲା। ସେହି ସ୍ୱର୍ଗଦୂତମାନଙ୍କ ସହିତ ଶୟତାନ ମଧ୍ୟ ସେଠାରେ ଉପସ୍ଥିତ ହେଲା। ସଦାପ୍ରଭୁ ଶୟତାନକୁ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଲ?”

ଶୟତାନ ସଦାପ୍ରଭୁଙ୍କୁ ଉତ୍ତର ଦେଲା, “ମୁଁ ପୃଥିବୀର ଏଣେତେଣେ ବିଚରଣ କରୁଥିଲି।”

ତା'ପରେ ସଦାପ୍ରଭୁ ଶୟତାନକୁ ପଗ୍ଭରିଲେ, “ତୁମ୍ଭେ ମୋର ସେବକ ଆୟୁବକୁ ଦେଖିଛ କି? ଆୟୁବ ଭଳି ଜଣେ ବ୍ୟକ୍ତି ଏ ପୃଥିବୀରେ କେହି ନାହିଁ। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ୟକ୍ତି ଅଟେ। ସେ ପରମେଶ୍ୱରଙ୍କୁ ଉପାସନା କରେ ଏବଂ ମନ୍ଦକାର୍ଯ୍ୟ କରିବାକୁ ପ୍ରତ୍ୟାଖାନ କରେ।”

ଶୟତାନ ଉତ୍ତର ଦେଲା, “ନିଶ୍ଚୟ! କିନ୍ତୁ ଆୟୁବର ପରମେଶ୍ୱରଙ୍କୁ ଉପାସନା କରିବାର ଯଥେଷ୍ଟ କାରଣ ରହିଛି। 10 ଆପଣ ସବୁବେଳେ ଆୟୁବକୁ ସୁରକ୍ଷା ପ୍ରଦାନ କରନ୍ତି। ତା'ର ପରିବାରକୁ, ତା'ର ଯାହାକିଛି ନିଜର, ସବୁକୁ ଆପଣ ସୁରକ୍ଷା ଦିଅନ୍ତି। ସେ ଯେଉଁ କାର୍ଯ୍ୟ କରେ ସବୁଥିରେ ଆପଣ ତାକୁ କୃତକାର୍ଯ୍ୟ କରାନ୍ତି। ହଁ, ଆପଣ ତାକୁ ଆଶୀର୍ବାଦ ପ୍ରଦାନ କରନ୍ତି, ସେଥିପାଇଁ ସବୁଥିରେ ସେ ଏତେ ଧନୀ ଯେ, ତା'ର ମେଷପଲ ଓ ଗୋପଲ ସାରାଦେଶରେ ଥିଲେ। 11 ମୁଁ ପ୍ରତିଜ୍ଞା କରି କହିପାରେ ଆପଣ ତା'ର ସର୍ବସ୍ୱ ନଷ୍ଟ କରି ଦିଅନ୍ତୁ, ଆପଣ ଦେଖିବେ ସେ କିପରି ଆପଣଙ୍କୁ ଆପଣଙ୍କ ସମ୍ମୁଖରେ ଅଭିଶାପ ଦେବ।”

12 ତା'ପରେ ସଦାପ୍ରଭୁ ଶୟତାନକୁ କହିଲେ, “ଠିକ୍ ଅଛି, ତା'ର ଯାହାସବୁ ଅଛି, ସେଗୁଡ଼ିକ ସହିତ ତୁମ୍ଭେ ଯେପରି ଗ୍ଭହଁ କର, କିନ୍ତୁ ସେହି ବ୍ୟକ୍ତିକୁ ସ୍ପର୍ଶ କର ନାହିଁ।”

ତା'ପରେ ଶୟତାନ ସଦାପ୍ରଭୁଙ୍କ ଉପସ୍ଥିତିରୁ ଗ୍ଭଲିଗଲା।

ଆୟୁବ ସର୍ବସ୍ୱ ହରାଇଲା

13 ଗୋଟିଏ ଦିନ ଭୋଜି ମଧ୍ୟରେ, ଆୟୁବର ପୁଅ ଓ ଝିଅମାନେ ବଡ଼ ଭାଇର ଘରେ ଏକତ୍ର ଖାଇବା ସହିତ ଦ୍ରାକ୍ଷାରସ ପାନ କରୁଥିଲେ। 14 ଏହି ସମୟରେ ଜଣେ ସମ୍ବାଦବାହକ ଆୟୁବକୁ ଖବର ଦେଲା, “ବଳଦମାନେ ଜମିରେ ହଳ କରୁଥିବା ବେଳେ, ଗଧଗୁଡ଼ିକ ସେମାନଙ୍କ ନିକଟରେ ଚରୁଥିଲେ। 15 ଶିବାୟୀୟମାନେ ଆକ୍ରମଣ କଲେ ଏବଂ ଆମ୍ଭଠାରୁ ସମସ୍ତ ପଶୁମାନଙ୍କୁ ନେଇଗଲେ। ସେମାନେ ତୁମ୍ଭର ଦାସମାନଙ୍କୁ ମଧ୍ୟ ‌‌ଖ‌ଡ଼୍‌ଗରେ ହତ୍ୟା କଲେ। ମୁଁ ହେଉଛି କେବଳ ଏକମାତ୍ର ଯିଏ ରକ୍ଷା ପାଇଛି ତୁମ୍ଭକୁ ଏ ବିଷୟରେ କହିବାକୁ।”

16 ସେ କଥା କହୁଥିବା ବେଳେ, ଆଉ ଜଣେ ବାର୍ତ୍ତାବହ ଆସିଲା ଏବଂ କହିଲା, “ଆକାଶରୁ ବିଜୁଳି ପଡ଼ି ତୁମ୍ଭର ମେଣ୍ଢା ଓ ଛେଳି ଓ ତୁମ୍ଭର ଦାସମାନଙ୍କୁ ପୋଡ଼ି ଦେଲା। ମୁଁ କେବଳ ଏକମାତ୍ର ଯିଏ ରକ୍ଷା ପାଇଛି ତୁମ୍ଭକୁ ଏହି ବିଷୟରେ କହିବା ପାଇଁ।”

17 ସେ କଥା କହୁଥିବା ବେଳେ, ଆଉ ଜଣେ ବାର୍ତ୍ତାବହ ଆସିଲା ଏବଂ କହିଲା, “କ‌‌ଲ୍‌‌ଦୀୟମାନେ ତିନି ଦଳ ସୈନିକଙ୍କୁ ପଠାଇଛନ୍ତି ଏବଂ ଆକ୍ରମଣ କରିଛନ୍ତି ଏବଂ ଓଟମାନଙ୍କୁ ନେଇ ଗଲେ ଓ ସମସ୍ତ ଭୃତ୍ୟମାନଙ୍କୁ ‌‌ଖ‌ଡ଼୍‌ଗରେ ହତ୍ୟା କଲେ। ମୁଁ କେବଳ ଏକମାତ୍ର ଯିଏ ଏ ବିଷୟରେ ଆପଣଙ୍କୁ କହିବା ପାଇଁ ରକ୍ଷା ପାଇଅଛି।”

18 ସେ କଥା କହୁଥିବା ବେଳେ, ଅନ୍ୟ ଜଣେ ବାର୍ତ୍ତାବହ ଆସି କହିଲା, “ଆପଣଙ୍କ ପୁଅ-ଝିଅମାନେ ଯେତେବେଳେ ବଡ଼ ଭାଇର ଘରେ ଦ୍ରାକ୍ଷାରସ ପାନ ଓ ଖାଇବାରେ ବ୍ୟସ୍ତଥିଲେ; 19 ସେହି ସମୟରେ ଏକ ଝଡ଼ ମରୁଭୂମି ଆଡ଼ୁ ଆସିଲା ଏବଂ ତାଙ୍କର ଘରକୁ ଭାଙ୍ଗି ଦେଲା। ଏବଂ ଆପଣଙ୍କ ପୁଅ ଝିଅମାନଙ୍କ ଉପରେ ପଡ଼ି ସମସ୍ତଙ୍କୁ ମାରି ଦେଲା। ମୁଁ କେବଳ ଏକମାତ୍ର ଯିଏ ଆପଣଙ୍କୁ ଏହା କହିବାକୁ ରକ୍ଷା ପାଇଛି।”

20 ଆୟୁବ ଯେତେବେଳେ ଏସବୁ ଶୁଣିଲା ସେ ନିଜର ପୋଷାକପତ୍ର ଚିରି ଦେଲା ଏବଂ ଦୁଃଖ ଓ ଗ୍ଳାନିରେ ଲଣ୍ଡା ହୋଇପଡ଼ିଲା। ତା'ପରେ ଆୟୁବ ଭୂମିରେ ବସି ପଡ଼ି ପରମେଶ୍ୱରଙ୍କୁ ଉପାସନା କରିବାକୁ ଲାଗିଲା। 21 ସେ ପ୍ରାର୍ଥନା କରି କହିଲା,

“ମୁଁ ଯେତେବେଳେ ଏହି ପୃଥିବୀରେ ଜନ୍ମ ଲାଭ କଲି
    ସେତେବେଳେ ମୁଁ ଲଙ୍ଗଳା ଥିଲି ଓ ମୋ’ ପାଖରେ କିଛି ନ ଥିଲା।
ଠିକ୍ ସେହିପରି ମୁଁ ଯେତେବେଳେ ମୃତ୍ୟୁବରଣ କରିବି
    ଓ ଏ ପୃଥିବୀକୁ ତ୍ୟାଗ କରିବି ସେତେବେଳେ ମଧ୍ୟ ଲଙ୍ଗଳା ଓ ଖାଲି ହାତରେ ଯିବି।
ସଦାପ୍ରଭୁ ସବୁକିଛି ଦିଅନ୍ତି
    ଏବଂ ସବୁକିଛି ନେଇ ଯାଆନ୍ତି।
ତେଣୁ ସଦାପ୍ରଭୁଙ୍କ ନାମ ହିଁ ପ୍ରଶଂସା ଯୋଗ୍ୟ।”

22 ଏତେ ସବୁ ଘଟିଲା ପରେ ଆୟୁବ ପାପ କଲା ନାହିଁ ଏବଂ ପରମେଶ୍ୱର କିଛି ଭୁଲ୍ କରିଛନ୍ତି ବୋଲି ସେ କହିଲା ନାହିଁ।

ଶୟତାନ ଆୟୁବକୁ ଚିନ୍ତାରେ ପକାଇଲା

ଅନ୍ୟ ଦିନ ସ୍ୱର୍ଗଦୂତଗଣ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କୁ ଉପସ୍ଥିତ କରିବା ପାଇଁ ଆସିଲେ ଏବଂ ଶୟତାନ ମଧ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ନିଜକୁ ଉପସ୍ଥିତ କରିବାକୁ ଆସିଲା। ସଦାପ୍ରଭୁ ଶୟତାନକୁ ପଗ୍ଭରିଲେ, “ତୁମ୍ଭେ ଏତେଦିନ ଧରି କେଉଁଠାରେ ଥିଲ?”

ଶୟତାନ ସଦାପ୍ରଭୁଙ୍କୁ ଉତ୍ତର ଦେଲା, “ମୁଁ ପୃଥିବୀର ଗ୍ଭରିଆଡ଼େ ବିଚରଣ କରୁଥିଲି।”

ତା'ପରେ ସଦାପ୍ରଭୁ ଶୟତାନକୁ ପଗ୍ଭରିଲେ, “ତୁମ୍ଭେ ଆମ୍ଭ ସେବକ ଆୟୁବକୁ ଦେଖିଛ କି? ଆୟୁବ ଭଳି ଜଣେ ବ୍ୟକ୍ତି ଏ ପୃଥିବୀରେ କେହି ନାହାନ୍ତି। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ୟକ୍ତି। ସେ ପରମେଶ୍ୱରଙ୍କୁ କେବଳ ଉପାସନା କରେ ଓ ମନ୍ଦକାର୍ଯ୍ୟ କରିବାକୁ ବାରଣ କରେ। ସେ ଏବେ ମଧ୍ୟ ନିର୍ଦ୍ଦୋଷ, ଯଦିଓ ତୁମ୍ଭେ ବିନା କାରଣରେ ତା'ର ସମସ୍ତ ବସ୍ତୁକୁ ନଷ୍ଟ କରିବା ପାଇଁ ମୋତେ ପ୍ରବର୍ତ୍ତାଇଥିଲ।”

ଶୟତାନ ଉତ୍ତର ଦେଲା, “ଚର୍ମ ଚର୍ମ ପାଇଁ! ଜଣେ ମନୁଷ୍ୟ ନିଜ ଜୀବନ ରକ୍ଷା କରିବା ପାଇଁ ସବୁକିଛି ଦେଇ ଦେବ। ଯଦି ଆପଣ ତା'ର ଶରୀରକୁ କିଛି କରନ୍ତି, ସେ ନିଶ୍ଚୟ ଆପଣଙ୍କୁ ଆପଣଙ୍କ ସମ୍ମୁଖରେ ଅଭିଶାପ ଦେବ।”

ଏହା ପରେ ସଦାପ୍ରଭୁ ଶୟତାନକୁ କହିଲେ, “ଠିକ୍ ଅଛି, ଏବେ ମୁଁ ଆୟୁବକୁ ତୁମ୍ଭ ଅଧିକାର ଭିତରକୁ ପ୍ରଦାନ କରୁଛି। ଗୋଟିଏ ସର୍ତ୍ତରେ, ଯେ ତୁମ୍ଭେ ତା'ର ଜୀବନକୁ ଛାଡ଼ିଦେବ।”

ତା'ପରେ ଶୟତାନ ସଦାପ୍ରଭୁଙ୍କଠାରୁ ବିଦାୟ ନେଇ ଗ୍ଭଲିଗଲା। ସେ ଆୟୁବକୁ ଯନ୍ତ୍ରଣାଦାୟକ କ୍ଷତ ଦେଲା। ଏହି କ୍ଷତଗୁଡ଼ିକ ସମଗ୍ର ଶରୀରରେ ମୁଣ୍ଡଠାରୁ ପାଦ ପର୍ଯ୍ୟନ୍ତ ଥିଲା। ସେଥିପାଇଁ ଆୟୁବ ଅଳିଆଗଦା ପାଖରେ ବସିଲା। ସେ ଖଣ୍ଡିଏ ଭଙ୍ଗା ପାତ୍ରରେ ନିଜର କ୍ଷତ ହୋଇଥିବା ସ୍ଥାନକୁ କୁଣ୍ଡାଇବାକୁ ଲାଗିଲା। ଏହି ସମୟରେ ଆୟୁବର ସ୍ତ୍ରୀ ଆୟୁବ ନିକଟକୁ ଆସି ତା'ର ଦୂରାବସ୍ଥା ଦେଖି କହିଲା, “ଏବେ କି ତୁମ୍ଭେ ପରମେଶ୍ୱରଙ୍କ ବିଶ୍ୱସ୍ତ ବୋଲି ଭାବୁଛ? ତୁମ୍ଭେ କାହିଁକି ପରମେଶ୍ୱରଙ୍କୁ ଅଭିଶାପ ଦେଇ ମୃତ୍ୟୁବରଣ କରୁ ନାହଁ!”

10 ଆୟୁବ ତା'ର ପତ୍ନୀକୁ ଉତ୍ତର ଦେଲା, “ତୁମ୍ଭେ ଜଣେ ମୂର୍ଖ ସ୍ତ୍ରୀ ଭଳି କଥା କହୁଛ। ପରମେଶ୍ୱର ଆମ୍ଭକୁ ସବୁକିଛି ଭଲ ଜିନିଷ ଦେଇଛନ୍ତି, ଆମ୍ଭେ ତାକୁ ଗ୍ରହଣ କରିଅଛୁ। ସେହିଭଳି ଆମ୍ଭେ ମଧ୍ୟ ସେ ଦେଉଥିବା କଷ୍ଟକୁ ଗ୍ରହଣ କରିବା ଉଚିତ୍।” ଯଦିଓ ଏହାସବୁ ଘଟିଲା ଆୟୁବ ତା’ ଓଷ୍ଠରେ ପାପ କଲା ନାହିଁ।

ଆୟୁବର ତିନିବନ୍ଧୁ ତା’ ନିକଟକୁ ଦେଖା କରିବାକୁ ଆସିଲେ

11 ଆୟୁବର ତିନି ଜଣ ବନ୍ଧୁ ଥିଲେ। ସେମାନେ ହେଲେ ତୈମନୀୟ ଇଲୀଫସ୍, ଶୂହୀୟ ବି‌‌ଲ୍‌‌ଦଦ୍ ଓ ନାମାଥୀୟ ସୋଫର। ଏହି ତିନି ବନ୍ଧୁ ଆୟୁବ ଉପରେ ପଡ଼ିଥିବା ସମସ୍ତ ବିପଦ କଥା ଶୁଣିଲେ। ସେହି ତିନି ବନ୍ଧୁ ନିଜର ଘର ଛାଡ଼ିଲେ ଏବଂ ଏକତ୍ରିତ ହେଲେ। ସେମାନେ ତା'ର ଦୁଃଖ ସମୟରେ ଆୟୁବକୁ ସାନ୍ତ୍ୱନା ତଥା ସମବେଦନା ଜଣାଇବାକୁ ମନସ୍ଥ କଲେ। 12 କିନ୍ତୁ ଯେତେବେଳେ ସେହି ତିନି ବନ୍ଧୁ ଦୂରରୁ ଆୟୁବକୁ ଦେଖିଲେ, ସେମାନେ ତାକୁ ଚିହ୍ନି ପାରି ଉଚ୍ଚ ସ୍ୱରରେ କ୍ରନ୍ଦନ କରିବାକୁ ଲାଗିଲେ। ଆଉ ସେମାନେ ଆପଣା ବସ୍ତ୍ର ଚିରି ସ୍ୱର୍ଗ ଆଡ଼କୁ ଗ୍ଭହିଁ ଆପଣା ମୁଣ୍ଡ ଉପରେ ଧୂଳି ଫିଙ୍ଗିଲେ। 13 ତା'ପରେ ସେହି ତିନି ବନ୍ଧୁ ଆୟୁବ ସହିତ ସାତ ଦିନ ଓ ସାତ ରାତି ଭୂମିରେ ବସିଲେ। ସେମାନଙ୍କ ପାଟିରୁ ପଦଟିଏ କଥା ବାହାରୁ ନ ଥିଲା। ସେମାନେ ଆୟୁବକୁ କଥାପଦେ କହିଲେ ନାହିଁ, କାରଣ ସେମାନେ ଦେଖିଲେ ଯେ, ସେ କେତେ ଯନ୍ତ୍ରଣା ଭୋଗୁଛି।

ଆୟୁବ ନିଜର ଜନ୍ମଦିନକୁ ଅଭିଶାପ ଦେଲେ

ଏହା ପରେ ଆୟୁବ ନିଜର ପାଟି ଖୋଲିଲା ଏବଂ ତା'ର ଜନ୍ମଦିନକୁ ଅଭିଶାପ ଦେଲା। ସେ କହିଲା,

“ମୁଁ ଗ୍ଭହୁଁଛି ଯେଉଁ ଦିନ ମୁଁ ଜନ୍ମଲାଭ କଲି, ସେଭଳି ଦିନ ସବୁଦିନ ପାଇଁ ଲୋପ ପାଇଯାଉ।
    ମୁଁ ଗ୍ଭହୁଁଛି ଯେଉଁ ରାତ୍ରିରେ ସେମାନେ କହିଲେ, ‘ଏହା ଏକ ବାଳକ!’ କେବେ ହୋଇ ନ ଥା’ନ୍ତା।
ମୁଁ ଗ୍ଭହେଁ ସେହି ଦିନଟି ଅନ୍ଧାର ରହି ଥା’ନ୍ତା
    ଏବଂ ମୁଁ ଗ୍ଭହେଁ ପରମେଶ୍ୱର ସେହି ଦିନଟିକୁ ଭୁଲି ଯାଆନ୍ତୁ।
    ମୁଁ ଗ୍ଭହେଁ ଯେ ସେଦିନ ଦିପ୍ତୀ ପ୍ରକାଶିତ ହୋଇ ନ ଥା’ନ୍ତା।
ମୁଁ ଗ୍ଭହେଁ ସେହି ଦିନଟି ମୃତ୍ୟୁ ଭଳି ଅନ୍ଧକାର ହୋଇ ରହନ୍ତା।
    ମୁଁ ଗ୍ଭହେଁ ବାଦଲ ତାକୁ ଲୁଗ୍ଭଇ ଦିଅନ୍ତା।
    ମୁଁ ଗ୍ଭହେଁ ଯେଉଁ ଦିନ ମୁଁ ଜନ୍ମ ଲାଭ କଲି କଳାବାଦଲ ସେହି ଦିନର ଆଲୋକକୁ ଭୟଭୀତ କରାଇଦେଉ।
ସେହି ରାତ୍ରିଟିକୁ ଘନ ଅନ୍ଧକାର ଘୋଡ଼ାଇଦେଉ,
    ସେହି ରାତ୍ରିଟି କ୍ୟାଲେଣ୍ଡରରୁ ଲିଭିଯାଉ।
    ସେହି ରାତ୍ରିଟିକୁ କୌଣସି ମାସରେ ସ୍ଥାନ ଦିଆ ନ ଯାଉ।
ସେହି ରାତ୍ରିରେ କୌଣସି ଉତ୍ପାଦନ ନ ହେଉ।
    ସେହି ରାତିରେ କୌଣସି ଶୁଭ ଖବର ଶୁଣା ନ ଯାଉ।
କେତେକ ଯାଦୁକର ସବୁବେଳେ ଲିବିୟାଥନକୁ ଆବାହନ କରି ଜଗାନ୍ତି।
    ସେହିମାନେ ସେହି ଦିନକୁ ଅଭିଶାପ ଦିଅନ୍ତୁ,
    ଯେଉଁ ଦିନ ମୁଁ ଜନ୍ମିଲି।
ସେହି ଦିନର ପ୍ରାତଃକାଳୀନ ନକ୍ଷତ୍ର କାଳିମାମୟ ହୋଇ ଅନ୍ଧକାରରେ ଲୁଚି ଯାଉ।
    ରାତ୍ରିଟି ପ୍ରଭାତର ପ୍ରତୀକ୍ଷାରେ ରହୁ
    ଏବଂ ସୂର୍ଯ୍ୟର ପ୍ରଥମ କିରଣ ନ ଦେଖୁ।
10 କାରଣ ସେହି ରାତ୍ରିଟି ମୋର ଜନ୍ମ ମୁହୂର୍ତ୍ତକୁ ଅଟକାଇ ପାରିଲା ନାହିଁ।
    ସେହି ରାତ୍ରିଟି ମୋତେ ଏଭଳି ଦୁଃଖ ଦେଖିବାରୁ ବଞ୍ଚିତ କରି ପାରିଲା ନାହିଁ।
11 ମୁଁ ଜନ୍ମ ସମୟରେ କାହିଁକି ନ ମଲି?
    ମୁଁ କାହିଁକି ନ ମରି ବଞ୍ଚିଛି?
12 କାହିଁକି ମୋର ମା’ ତା'ର ଆଣ୍ଠୁରେ ମୋତେ ବସାଇ ରଖିଲା?
    ମୋର ମା କାହିଁକି ମୋତେ ତା'ର ଛାତିରୁ ସ୍ତନ୍ୟପାନ କରାଇଲା?
13 ମୁଁ ଯଦି ଜନ୍ମ ହେଲା ବେଳେ ମରିଯାଇଥା’ନ୍ତି,
    ବର୍ତ୍ତମାନ ଶାନ୍ତିରେ ଥା’ନ୍ତି।
ମୁଁ ଇଚ୍ଛାକରେ ମୁଁ ଶୋଇ ରହିଥା’ନ୍ତି ଏବଂ ବିଶ୍ରାମ ପାଇଥା’ନ୍ତି।
14     ରାଜାମାନଙ୍କ ସହିତ ଜ୍ଞାନୀଲୋକ, ଯେଉଁମାନେ ଅତୀତରେ ଏହି ପୃଥିବୀରେ ଥିଲେ
    ଏବଂ ନିଜ ପାଇଁ ପ୍ରାସାଦ ନିର୍ମାଣ କରିଥିଲେ ବର୍ତ୍ତମାନ ଧ୍ୱଂସାବସ୍ଥାରେ ଅଛନ୍ତି।
15 ମୋତେ ଯଦି ସେହି ଶାସକମାନଙ୍କ ସହିତ କବର ଦିଆଯାଇଥା’ନ୍ତା,
    ଯେଉଁମାନେ ସେମାନଙ୍କର ଘରଗୁଡ଼ିକ ସୁନା ଓ ରୂପାରେ ଭରିଥିଲେ।
16 ମୁଁ ଯେତେବେଳେ ଶିଶୁ ବା ପିଲାଥିଲି
    କାହିଁକି ନ ମରି ଭୂମିରେ କବର ନ ନେଲି?
ମୁଁ ଇଚ୍ଛା କରେ ମୁଁ ଏଭଳି ଏକ ଶିଶୁ
    ଯିଏ କି ପ୍ରଥମ କିରଣ ଦେଖିବାର ନ ଥିଲା।
17 ଦୁଷ୍ଟଲୋକମାନେ କବର ମଧ୍ୟରେ କାହାକୁ ଅସୁବିଧାରେ ପକାନ୍ତି ନାହିଁ,
    ଏବଂ ଲୋକେ କ୍ଳାନ୍ତ ହେଲେ କବରରେ ବିଶ୍ରାମ ନିଅନ୍ତି।
18 ଏପରିକି ବନ୍ଦୀମାନେ ମଧ୍ୟ କବରରେ ଶାନ୍ତି ପାଆନ୍ତି,
    କାରଣ ସେଠାରେ ଜଗୁଆଳିର ଶବ୍ଦ ଶୁଣାଯାଏ ନାହିଁ।
19 ସବୁ ପ୍ରକାରର ଲୋକେ ଯଥା ଦରକାରୀ ଲୋକ ଓ ଅଦରକାରୀ ଲୋକ,
    ଏପରିକି କ୍ରୀତଦାସମାନେ ମଧ୍ୟ ସେମାନଙ୍କ ମୁନିବଙ୍କଠାରୁ କବରରେ ମୁକ୍ତି ପାଆନ୍ତି।

20 “କାହିଁକି ଜଣେ ପୀଡ଼ିତ ବ୍ୟକ୍ତି ବଞ୍ଚିରହିବା ଉଚିତ୍?
    କାହିଁକି ଜଣେ ବ୍ୟକ୍ତିକୁ ଜୀବନ ଦେବା ଯାହାର ଆତ୍ମା ତିକ୍ତ?
21 ସେହି ବ୍ୟକ୍ତି ମରିବାକୁ ଗ୍ଭହୁଁଛି ଅଥଚ ମୃତ୍ୟୁ ତା’ ନିକଟକୁ ଆସୁ ନାହିଁ।
    ସେହି ଲୋକଟି ଗୁପ୍ତଧନ ସନ୍ଧାନଠାରୁ ଅଧିକ ମୃତ୍ୟୁକୁ ଖୋଜି ବୁଲୁଛି।
22 ସେହି ଲୋକମାନେ ସେମାନଙ୍କର କବର ପାଇ ଖୁସୀ ହେବେ,
    ସେମାନେ ତାଙ୍କର ସମାଧି ପାଇ ଉଲ୍ଲସିତ ହେବେ।
23 କିନ୍ତୁ ପରମେଶ୍ୱର ସେମାନଙ୍କର ଭବିଷ୍ୟତକୁ ଗୋପନ ରଖନ୍ତି
    ଏବଂ ସେହିମାନଙ୍କୁ ରକ୍ଷା କରିବା ନିମନ୍ତେ ଏକ ପ୍ରାଚୀର ନିର୍ମାଣ କରନ୍ତି।
24 ଏପରିକି ମୁଁ ଖାଦ୍ୟ ଖାଇବା ପୂର୍ବରେ, ମୁଁ ଦୁଃଖରେ ବିଳାପ କଲି
    ଏବଂ ମୋର ଲୋତକ ପାଣିପରି ବହିଗଲା।
25 କାରଣ ମୁଁ ଯେଉଁ ବିଷୟରେ ଭୟ କରୁଥିଲି ତାହା ହିଁ ମୋ’ ପ୍ରତି ଘଟିଲା
    ଏବଂ ଯେଉଁ ବିଷୟରେ ଅତି ଆଶଙ୍କା କରୁଥିଲି ତାହା ମୋ’ ନିକଟରେ ଉପସ୍ଥିତ ହେଲା।
26 ମୁଁ ସ୍ଥିର କରିପାରୁ ନ ଥିଲି।
    ମୁଁ ନୀରବ ରହୁ ନ ଥିଲି, ମୋର ବିଶ୍ରାମ ନ ଥିଲା, ମୁଁ କେବଳ ବିବ୍ରତ ହେଉଥିଲି।”

ଇଲୀଫସ୍ କହିଲା

ତୈମନୀୟ ଇଲୀଫସ୍ ଉତ୍ତର ଦେଲେ,

‘ମୁଁ ନିଶ୍ଚୟ କିଛି କହିବି,
    ଏହା ଦ୍ୱାରା ତୁମ୍ଭେ ଦୁଃଖିତ ହେବ କି?
ଆୟୁବ ତୁମ୍ଭେ ବହୁତ ଲୋକଙ୍କୁ ଶିକ୍ଷା ଦେଇଛ।
    କେତେ ଦୁର୍ବଳ ଲୋକକୁ ତୁମ୍ଭେ ବଳବାନ କରିଛ।
ତୁମ୍ଭର ବାକ୍ୟ ଲୋକଙ୍କୁ ଛିଡ଼ା ହେବାକୁ ଶକ୍ତି ଦେଇଛି।
    ତୁମ୍ଭେ ସେହିମାନଙ୍କୁ ବଳବାନ କରିଛ, ଯେଉଁମାନେ ଦିନେ ନିଜ ଗୋଡ଼ରେ ଛିଡ଼ା ହୋଇ ପାରୁ ନ ଥିଲେ।
କିନ୍ତୁ ବର୍ତ୍ତମାନ ତୁମ୍ଭ ନିକଟକୁ ବିପଦ ଆସିଛି
    ଓ ତୁମ୍ଭେ ହତାଶ ହୋଇଛ,
ବିପଦ ତୁମ୍ଭକୁ ଆଘାତ କରିଛି
    ଓ ତୁମ୍ଭେ ବିବ୍ରତ ହେଉଛ।
ତୁମ୍ଭେ ପରମେଶ୍ୱରଙ୍କୁ ଉପାସନା କର।
    ତୁମ୍ଭେ ତାଙ୍କୁ ବିଶ୍ୱାସ କର।
ତୁମ୍ଭେ ଜଣେ ଉତ୍ତମ ବ୍ୟକ୍ତି।
    ତାହା ହିଁ ତୁମ୍ଭର ଆଶାର ସ୍ରୋତ ହେଉ।
ଆୟୁବ ଥରେ ଭାବି ଦେଖିଲ, କେହି ନିରପରାଧ ବ୍ୟକ୍ତି କେବେ ଧ୍ୱଂସ ହୋଇଛନ୍ତି!
    ଉତ୍ତମ ବ୍ୟକ୍ତିମାନଙ୍କର ବିନାଶ ଘଟେ ନାହିଁ।
ମୁଁ ଦେଖିଛି କେତେକ ବ୍ୟକ୍ତି ଅନ୍ୟକୁ ବିପଦରେ ପକାନ୍ତି ଏବଂ ସେମାନଙ୍କ ଜୀବନକୁ ଦୁଃର୍ବିସହ କରି ଦିଅନ୍ତି।
    କିନ୍ତୁ ଶେଷରେ ସେମାନେ ହିଁ ଦଣ୍ଡ ପାଆନ୍ତି।
ପରମେଶ୍ୱରଙ୍କ ଦଣ୍ଡରେ ସେମାନେ ମୃତ୍ୟୁବରଣ କରନ୍ତି।
    ପରମେଶ୍ୱରଙ୍କ କ୍ରୋଧରେ ସେମାନେ ଧ୍ୱଂସ ହୁଅନ୍ତି।
10 ଦୁଷ୍ଟଲୋକ ସିଂହ ଭଳି ଗର୍ଜନ କରି ଶୀଘ୍ର ବଢ଼ିଯା’ନ୍ତି।
    କିନ୍ତୁ ପରମେଶ୍ୱର ସେମାନଙ୍କୁ ନୀରବ କରାଇ ଦିଅନ୍ତି ଓ ସେମାନଙ୍କର ଦାନ୍ତକୁ ଭାଙ୍ଗି ଦିଅନ୍ତି।
11 ହଁ, ସେହି ଦୁଷ୍ଟଲୋକ ଗୁଡ଼ାକ ସିଂହ ଭଳି, ଯେଉଁମାନେ ପ୍ରାଣୀମାନଙ୍କୁ ମାରିବାକୁ ପାଆନ୍ତି ନାହିଁ।
    ସେମାନେ ଶେଷରେ ମୃତ୍ୟୁବରଣ କରନ୍ତି ଓ ସେମାନଙ୍କର ପିଲାମାନେ ଗ୍ଭରିଆଡ଼େ ଘୂରି ବୁଲନ୍ତି।

12 ଗୁପ୍ତରେ ମୋ’ ନିକଟକୁ ଗୋଟିଏ ଖବର ଆସିଲା।
    ମୋର କାନ ସେହି ବିଷୟରେ କିଛି ଗୁଣୁଗୁଣୁ ଶବ୍ଦ ଶୁଣିଲା।
13 ରାତ୍ରିର ଗୋଟିଏ ଖରାପ ସ୍ୱପ୍ନ ଭଳି
    ଏହା ମୋର ନିଦ୍ରାକୁ ନଷ୍ଟ କରି ଦେଲା।
14 ମୁଁ ଭୟଭୀତ ହେଲି
    ଓ ମୋର ହାତସବୁ ଥରିଲା।
15 ଏହି ସମୟରେ ଗୋଟାଏ ଆତ୍ମା ମୋର ମୁହଁ ସମ୍ମୁଖରେ ଗ୍ଭଲିଗଲା
    ଏବଂ ମୋର ରୋମ ଟାଙ୍କୁରି ଉଠିଲା।
16 ସେହି ଆତ୍ମା ମୋର ସମ୍ମୁଖରେ ଥିଲା
    କିନ୍ତୁ ମୁଁ ତାକୁ ଦେଖି ପାରୁ ନ ଥିଲି।
ତା'ର ମୂର୍ତ୍ତି ମୋ’ ଚକ୍ଷୁ ସମ୍ମୁଖରେ ଥିଲା
    ଏବଂ ଗ୍ଭରିଆଡ଼େ ନିଶବ୍ଦ ଥିଲା।
    ତା'ପରେ ମୁଁ ଏକ ଧୀର ସ୍ୱର ଶୁଣିବାକୁ ପାଇଲି।
17 ଜଣେ ମନୁଷ୍ୟ କ’ଣ ପରମେଶ୍ୱରଙ୍କଠାରୁ ଅଧିକ ଧାର୍ମିକ ହୋଇ ପାରିବ?
    ନିଜ ସୃଷ୍ଟିକର୍ତ୍ତାଠାରୁ ମନୁଷ୍ୟ କ’ଣ ଅଧିକ ପବିତ୍ର ହୋଇ ପାରିବ?
18 ଦେଖ, ପରମେଶ୍ୱର ତାଙ୍କ ସ୍ୱର୍ଗୀୟ ସେବକଗଣଙ୍କୁ ମଧ୍ୟ ବିଶ୍ୱାସ କରି ପାରନ୍ତି ନାହିଁ।
    ପରମେଶ୍ୱର ତାଙ୍କ ଦୂତଗଣଙ୍କଠାରେ ମଧ୍ୟ ଭୁଲ୍ ପାଆନ୍ତି।
19 ନିଶ୍ଚିତ ରୂପେ ମନୁଷ୍ୟମାନେ ଅଧିକ ଖରାପ।
    ସେମାନେ ମାଟି ଘରେ ବାସ କରନ୍ତି।
    ସେମାନଙ୍କର ପ୍ରାରମ୍ଭ ଧୂଳିରୁ, ସେମାନେ ଦଳିତ ହୋଇ ପକ୍ଷଯୁକ୍ତ ପୋକ ମରିବାଠାରୁ ଅଧିକ ସହଜରେ ମରିଯା’ନ୍ତି।
20 ଲୋକମାନେ ପ୍ରାତଃକାଳଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ମରନ୍ତି, ଏବଂ ତାହା କେହି ଖାତିରି କରନ୍ତି ନାହିଁ।
    ସେମାନେ ମରନ୍ତି ଏବଂ ଚିରକାଳ ପାଇଁ ଗ୍ଭଲିଯା’ନ୍ତି।
21 ସେମାନଙ୍କର ତମ୍ବୁର ରସିସବୁ ଛିଣ୍ଡିଯାଏ,
    ସେମାନେ ଜ୍ଞାନଭ୍ରଷ୍ଟ ହୋଇ ମୃତ୍ୟୁବରଣ କରନ୍ତି।’

“ଆୟୁବ, ତୁମ୍ଭେ ତାଙ୍କୁ ଡାକ, ଯଦି ତୁମ୍ଭେ ଗ୍ଭହୁଁଛ, କିନ୍ତୁ କେହି ତୁମ୍ଭକୁ ଉତ୍ତର ଦେବାକୁ ଏଠାରେ ନାହିଁ।
    ତୁମ୍ଭେ ସ୍ୱର୍ଗଦୂତମାନଙ୍କୁ ବଦଳାଇ ପାରିବ ନାହିଁ।
ଜଣେ ନିର୍ବୋଧଲୋକର ରାଗ ହିଁ ତାକୁ ହତ୍ୟା କରେ
    ଓ କ୍ରୋଧ ନିରୀହ ଲୋକକୁ ବଧ କରେ।
ମୁଁ ଜଣେ ଏପରି ନିର୍ବୋଧଲୋକକୁ ଦେଖିଛି ଯିଏ ଭାବୁଥିଲା ଯେ ସେ ସୁରକ୍ଷିତ,
    କିନ୍ତୁ ହଠାତ୍ ସେ ଅଭିଶପ୍ତ ହେଲା।
ତା'ର ସନ୍ତାନମାନଙ୍କୁ ସାହାଯ୍ୟ କରିବାକୁ କେହି ନ ଥିଲେ।
    ସେମାନଙ୍କୁ ଦରବାରରେ କେହି ପକ୍ଷସମର୍ଥନ କଲେ ନାହିଁ।
କ୍ଷୁଧାର୍ତ୍ତ ଲୋକେ ସେମାନଙ୍କର ଶସ୍ୟସବୁ ଖାଇଦେଇଛନ୍ତି।
    ସେହି କ୍ଷୁଧାର୍ତ୍ତ ଲୋକେ ମଧ୍ୟ କଣ୍ଟା ମଧ୍ୟରୁ ଶସ୍ୟକଣାକୁ ନେଇଯାଇଛନ୍ତି।
    ଲୋଭୀ ଲୋକ ସେମାନଙ୍କର ସବୁକିଛି ଲୁଟି ନେଇଛନ୍ତି।
ଦୁଃସମୟ ଧୂଳିରୁ ଉତ୍ପନ୍ନ ହୁଏ ନାହିଁ,
    କଷ୍ଟ ଭୂମିରୁ ଉତ୍ପନ୍ନ ହୁଏ ନାହିଁ।
କିନ୍ତୁ ମଣିଷ ଜନ୍ମ ହୋଇଛି କଷ୍ଟ ସହିବା ଲାଗି,
    ଯେପରି ନିଶ୍ଚୟ ଅଗ୍ନିକଣିକା ଅଗ୍ନିରୁ ଉପରକୁ ଉଡ଼ିବୁଲେ।
କିନ୍ତୁ ଆୟୁବ ମୁଁ ଯଦି ତୁମ୍ଭ ଜାଗାରେ ଥା’ନ୍ତି
    ନିଶ୍ଚୟ ପରମେଶ୍ୱରଙ୍କୁ ଡାକି ନିଜର ସମସ୍ତ ଦୁଃଖ ତାଙ୍କୁ ଜଣାନ୍ତି।
ଲୋକେ ପରମେଶ୍ୱରଙ୍କ ଆଶ୍ଚର୍ଯ୍ୟକର୍ମକୁ ବୁଝିପାରନ୍ତି ନାହିଁ,
    କି ତାଙ୍କର ଅଲୌକିକ କାର୍ଯ୍ୟର ମଧ୍ୟ ଅନ୍ତ ନାହିଁ।
10 ପରମେଶ୍ୱର ପୃଥିବୀରେ ବର୍ଷା କରାନ୍ତି
    ଓ ଶସ୍ୟକ୍ଷେତ୍ରକୁ ଜଳ ପ୍ରଦାନ କରନ୍ତି।
11 ପରମେଶ୍ୱର ନମ୍ର ଲୋକକୁ ଉପରକୁ ଉଠାନ୍ତି
    ଏବଂ ଯେଉଁମାନେ ଅତି ଦୁଃଖୀ ସେମାନଙ୍କୁ ଖୁସୀ କରାନ୍ତି।
12 ପରମେଶ୍ୱର ମନ୍ଦ ଓ ଚତୁର ଲୋକର କାମନାକୁ ବ୍ୟର୍ଥ କରନ୍ତି
    ଏବଂ ସେମାନଙ୍କୁ ସଫଳତା ଦିଅନ୍ତି ନାହିଁ।
13 ପରମେଶ୍ୱର ଚତୁର ଲୋକମାନଙ୍କୁ ମଧ୍ୟ ତାଙ୍କ ଫାନ୍ଦରେ ଧରନ୍ତି,
    ସେମାନଙ୍କର ଚତୁର ଯୋଜନା ସଫଳ କରାନ୍ତି ନାହିଁ।
14 ସେହି ଚତୁର ଲୋକମାନେ ଦିନ ବେଳେ ଝୁଣ୍ଟି ପଡ଼ନ୍ତି, ଯେପରି କି ତାହା ଅନ୍ଧକାର,
    ମଧ୍ୟାହ୍ନରେ ମଧ୍ୟ ସେମାନେ ଏପରି ଲୋକପରି ରାସ୍ତା ଅଣ୍ଡାଳି ହୁଅନ୍ତି, ଯେପରି କି ତାହା ମଧ୍ୟରାତ୍ରି।
15 ପରମେଶ୍ୱର ଗରିବ ଲୋକମାନଙ୍କୁ ସେହି ଚତୁର ଲୋକଙ୍କର କଟୁବାକ୍ୟରୁ ରକ୍ଷା କରନ୍ତି।
    ସେ ଗରିବ ଲୋକଙ୍କୁ ପରାକ୍ରମୀ ଲୋକ କବଳରୁ ଉଦ୍ଧାର କରନ୍ତି।
16 ସେଥିପାଇଁ ଗରିବ ଲୋକଙ୍କ ପାଇଁ ଭରସା ଅଛି
    ଓ ଅନ୍ୟାୟକାରୀ ନିଶ୍ଚୟ ନୀରବ ରହିବ।

17 ଯେଉଁ ମନୁଷ୍ୟକୁ ପରମେଶ୍ୱର ସଂଶୋଧନ କରନ୍ତି, ସେ ଭାଗ୍ୟବାନ୍।
    ତେଣୁ ସେହି ସର୍ବଶକ୍ତିମାନ ପରମେଶ୍ୱର ଯେତେବେଳେ ତୁମ୍ଭକୁ ଦଣ୍ଡ ଦିଅନ୍ତି, ତାଙ୍କ ବିରୁଦ୍ଧରେ ଅଭିଯୋଗ କର ନାହିଁ।
18 ପରମେଶ୍ୱରଙ୍କ ଦଣ୍ଡରେ ଯେଉଁ କ୍ଷତ ହୁଏ ପୁଣି ସେ ନିଜେ ସେମାନଙ୍କର କ୍ଷତରେ ପଟି ବାନ୍ଧନ୍ତି।
    ପରମେଶ୍ୱର ହୁଏତ ଜଣକୁ ଆଘାତ କରନ୍ତି, କିନ୍ତୁ ତାଙ୍କ ହାତ ସୁସ୍ଥତା ମଧ୍ୟ ଆଣେ।
19 ସେ ତୁମ୍ଭକୁ ବିପଦରୁ ଉଦ୍ଧାର କରି ପାରିବେ।
    ହଁ, ଦରକାର ପଡ଼ିଲେ ବିନା ଆଘାତରେ ସାତୋଟି ଦୁର୍ବିପାକରୁ ରକ୍ଷା କରି ପାରିବେ।
20 ଦୁର୍ଭିକ୍ଷ ସମୟରେ ପରମେଶ୍ୱର
    ତୁମ୍ଭକୁ ମୃତ୍ୟୁ ମୁଖରୁ ରକ୍ଷା କରି ପାରିବେ।
ଯୁଦ୍ଧ ସମୟରେ ତୁମ୍ଭକୁ
    ‌‌ଖ‌ଡ଼୍‌ଗ ମୁଖରୁ ବଞ୍ଚାଇ ପାରିବେ।
21 ପରମେଶ୍ୱର ତୁମ୍ଭକୁ ଲୋକଙ୍କ ଜିହ୍ୱାର ଅନିଷ୍ଟକର ବାକ୍ୟରୁ ଉଦ୍ଧାର କରି ପାରିବେ।
    ପରମେଶ୍ୱର ତୁମ୍ଭକୁ ରକ୍ଷା କରିବେ,
    ତେଣୁ ଯେତେବେଳେ ବିପଦ ଆସୁଛି, ତୁମ୍ଭେ ଭୟଭୀତ ହୁଅ ନାହିଁ।
22 ବିନାଶ ଓ ଦୁର୍ଭିକ୍ଷ ପ୍ରତି ତୁମ୍ଭେ ହସିପାର।
    ତୁମ୍ଭେ ବଣୁଆ ହିଂସ୍ର ଜନ୍ତୁକୁ ଭୟ କର ନାହିଁ।
23 ତୁମ୍ଭର ପରମେଶ୍ୱରଙ୍କ ସହିତ ଚୁକ୍ତି ହୋଇଛି।
    ତେଣୁ କ୍ଷେତର ପଥର ଏପରିକି ବଣର ହିଂସ୍ର ଜନ୍ତୁ ମଧ୍ୟ ତୁମ୍ଭ ସହିତ ଶାନ୍ତିରେ ରହିବେ।
24 ତୁମ୍ଭେ ଶାନ୍ତିରେ ରହିପାରିବ କାରଣ ତୁମ୍ଭର ତମ୍ବୁ ସୁରକ୍ଷିତ ଅଛି।
    ତୁମ୍ଭେ ତୁମ୍ଭର ସମ୍ପତ୍ତିକୁ ଗଣି ପାରିବ ଏବଂ ଦେଖିବ କିଛି ହଜିଯାଇ ନାହିଁ।
25 ତୁମ୍ଭର ଅନେକ ସନ୍ତାନସନ୍ତତି ହେବେ,
    ଏତେ ଅଧିକ ଯେପରି କି ପୃଥିବୀ ଉପରେ ଘାସର ଝାଡ଼ ପରି।
26 ତୁମ୍ଭେ ଗହମ କ୍ଷେତ୍ରରେ ଗହମ ସଦୃଶ ଯିଏ ଅମଳ ସମୟ ପର୍ଯ୍ୟନ୍ତ ବୃଦ୍ଧି ପାଇବ।
    ହଁ ତୁମ୍ଭେ ଅତ୍ୟଧିକ ବୃଦ୍ଧି ହେଲା ପର୍ଯ୍ୟନ୍ତ ବଞ୍ଚି ରହିବ।

27 ଆୟୁବ, ଦେଖ ଆମ୍ଭେମାନେ ଏସବୁ ଜିନିଷ ଅନୁସନ୍ଧାନ କରି ସେମାନଙ୍କୁ ଜାଣିଛୁ ଏବଂ ଏସବୁ ସତ୍ୟ ବୋଲି ମଧ୍ୟ ଜାଣିଛୁ।
    ତେଣୁ ଆମ୍ଭ କଥା ଶୁଣ ଏବଂ ସେଗୁଡ଼ିକ ଆପଣା ମଙ୍ଗଳ ନିମନ୍ତେ ଶିକ୍ଷା କର।”

ଆୟୁବ ଇଲିଫ‌‌‌ସ୍‌‌‌କୁ ଉତ୍ତର ଦେଲା

ଏହା ପରେ ଆୟୁବ ଉତ୍ତର ଦେଇ କହିଲା,

“ଯଦି ମୋର ଦୁଃଖ ଓଜନ କରାଯାଇ ପାରନ୍ତା।
    ଯଦି ମୋର ସମସ୍ତ ଦୁର୍ଗତି ତରାଜୁର ଏକ ପାଖରେ ରଖାଯା’ନ୍ତା,
ତୁମ୍ଭେ ମୋର ଦୁଃଖକୁ ବୁଝି ପାରନ୍ତ।
    ମୋର ଦୁଃଖ ସମୁଦ୍ରର ସମସ୍ତ ବାଲିଠାରୁ ଅଧିକ ଭାରୀ ହୁଅନ୍ତା।
    ତେଣୁ ସେଥିପାଇଁ ମୋର କଥାସବୁ ମୂର୍ଖାମୀ ବୋଲି ଜଣା ପଡ଼ୁଛି।
ପରମେଶ୍ୱର ସର୍ବଶକ୍ତିମାନ, ତାଙ୍କର ବାଣସବୁ ମୋ’ ଅନ୍ତରକୁ ବିଦ୍ଧ କରୁଛି।
    ମୋର ଆତ୍ମା ସେହି ବାଣର ବିଷକୁ ପାନ କରୁଛି।
    ପରମେଶ୍ୱରଙ୍କ ମାରାତ୍ମକ ଅସ୍ତ୍ରଶସ୍ତ୍ର ସବୁ ମୋର ବିରୁଦ୍ଧରେ ଗୋଟିଏ ଧାଡ଼ିରେ ସଜାଇ ରଖାଯାଇଛି।
ତୁମ୍ଭର ବାକ୍ୟସବୁ କହିବାକୁ ସହଜ, ଯେତେବେଳେ କିଛି ଅଘଟଣ ଘଟି ନ ଥାଏ।
ଏପରିକି ଗୋଟିଏ ବଣୁଆ ଗଧ ମଧ୍ୟ କିଛି ଅଭିଯୋଗ କରେ ନାହିଁ, ଯେତେବେଳେ ସେ ପ୍ରଚୁର ଘାସ ଖାଇବାକୁ ପାଏ
    ଏବଂ ଗୋଟିଏ ଗାଈ ମଧ୍ୟ କିଛି ଅଭିଯୋଗ କରେ ନାହିଁ, ଯେତେବେଳେ ତା’ ନିକଟରେ ତା’ ନିଜର ଖାଦ୍ୟ ଥାଏ।
ଲବଣ ବିନା ଖାଦ୍ୟ ସ୍ୱାଦିଷ୍ଟ ଲାଗେ ନାହିଁ।
    ଅଣ୍ଡାର ଧଳା ଲାଳର ଯେମିତି କୌଣସି ସ୍ୱାଦ ନ ଥାଏ।
ମୁଁ ତାକୁ ସ୍ପର୍ଶ କହିବାକୁ ମନା କରେ
    କାରଣ ସେପ୍ରକାର ଖାଦ୍ୟ ମୋତେ ରୋଗୀଣା କରି ପକାଏ।

“ମୁଁ ଗ୍ଭହୁଁଛି, ମୁଁ ଯାହା ମାଗିଛି ତାହା ମୁଁ ପାଆନ୍ତି।
    ମୁଁ ଇଚ୍ଛାକରେ ଯାହା ମୋର ଦରକାର ପରମେଶ୍ୱର ମୋତେ ଦେବେ।
ମୁଁ ଇଚ୍ଛା କରେ ପରମେଶ୍ୱର ମୋତେ ଦଳି ଦିଅନ୍ତୁ,
    ତୁମ୍ଭର ହାତ ବଢ଼ାଅ ଓ ମାରି ଦିଅ।
10 ଯଦି ସେ ତାହା କରି ମୋତେ ମାରି ଦିଅନ୍ତେ, ମୁଁ ଗୋଟିଏ ବିଷୟରେ ଅନ୍ତତଃ ସାନ୍ତ୍ୱନା ପାଆନ୍ତି,
    ଏହି ନିଷ୍ଠୁର ଯନ୍ତ୍ରଣା ମଧ୍ୟରେ ମୁଁ ଆନନ୍ଦ ପାଆନ୍ତି,
    କାରଣ ପରମେଶ୍ୱରଙ୍କ ସେହି ପବିତ୍ର ଜଣଙ୍କର କୌଣସି ଆଜ୍ଞାକୁ ମୁଁ ଅବମାନନା କରି ନାହିଁ।

11 ମୋର କ’ଣ ଶକ୍ତି ବାକି ରହିଛି ଯେ ମୁଁ ଆଶା କରିବି?
    ମୁଁ ଜାଣେନା ମୋର କ’ଣ ହେବାକୁ ଯାଉଛି।
    ସେଥିପାଇଁ ମୋର ଧୈର୍ଯ୍ୟ ଧରିବା ପାଇଁ କୌଣସି କାରଣ ନାହିଁ।
12 ମୁଁ ପଥର ଭଳି ଶକ୍ତ ନୁହେଁ।
    ମୋର ମାଂସ ତମ୍ବାରେ ତିଆରି ନୁହେଁ।
13 ନିଜକୁ ସାହାଯ୍ୟ କରିବାକୁ ମୋର ଶକ୍ତି ବର୍ତ୍ତମାନ ନାହିଁ।
    କାରଣ ସମସ୍ତ ସଫଳତା ମୋ'ଠାରୁ କାଢ଼ି ନିଆଯାଇଅଛି।

14 ଜଣେ ବ୍ୟକ୍ତିର ସାଙ୍ଗମାନେ ତା'ର କଷ୍ଟ ସମୟରେ ତାକୁ ଦୟା କରିବା କଥା,
    ଯଦିଓ ସେ ସର୍ବଶକ୍ତିମାନ ପରମେଶ୍ୱରଙ୍କଠାରୁ ବିମୁଖ ହୁଏ।
15 କିନ୍ତୁ ତୁମ୍ଭେ ମୋର ଭାଇମାନେ ମୋ’ ପ୍ରତି ବିଶ୍ୱସ୍ତ ନୁହଁ।
    ମୁଁ ତୁମ୍ଭ ଉପରେ ନିର୍ଭର କରି ପାରିବି ନାହିଁ।
    ତୁମ୍ଭେ ଝରଣା ପରି ସମୟ ସମୟରେ ବହୁଥାଅ ଓ ଅନ୍ୟ ସମୟରେ ନୁହଁ।
    ତୁମ୍ଭେ ସେହି ଉଛୁଳିବା ଝରଣାପରି।
16 କେତେବେଳେ ବରଫରେ ଭର୍ତ୍ତି ହୋଇଯାଏ ଏବଂ ବରଫ ତରଳି ଯାଏ।
17 କିନ୍ତୁ ଯେତେବେଳେ ପାଗ ଉତ୍ତପ୍ତ ଓ ଶୁଖିଲା ଥାଏ
    ଜଳ ପ୍ରବାହିତ ବନ୍ଦ ହୁଏ।
    ଏବଂ ଝରଣା ଅଦୃଶ୍ୟ ହୋଇଯାଏ।
18 ବ୍ୟବସାୟୀ ତାଙ୍କ ପଥରୁ ପାଣି ଖୋଜିବା ପାଇଁ ବିମୁଖ ହୁଅନ୍ତି।
    ସେମାନେ ମରୁଭୂମିକୁ ଗ୍ଭଲିଯାଆନ୍ତି ଓ ହଜିଯାଆନ୍ତି।
19 ମୋର ବ୍ୟବସାୟୀ ପାଣିର ଅନ୍ୱେଷଣ କଲେ।
    ଶିବାର ପଥିକଗଣ ଆଶାକରି ଅପେକ୍ଷା କରନ୍ତି।
20 ସେମାନେ ନିଶ୍ଚିତ ଥିଲେ ଯେ ସେମାନେ ନିଶ୍ଚୟ ପାଣି ପାଇବେ
    କିନ୍ତୁ ଶେଷରେ ସେମାନେ ନିରାଶ ହେଲେ।
21 ବର୍ତ୍ତମାନ ତୁମ୍ଭେ ସେହି ସ୍ରୋତଭଳି କିଛି ନୁହଁ।
    ତୁମ୍ଭେ ମୋର ବିପଦ ଦେଖି ଭୟଭୀତ ହେଉଅଛ କି?
22 ମୁଁ ତୁମ୍ଭକୁ ସାହାଯ୍ୟ ମାଗିଛି କି?
    ନାଁ, କିନ୍ତୁ ତୁମ୍ଭେ ସ୍ୱଇଚ୍ଛାରେ ମୋତେ ତୁମ୍ଭର ଉପଦେଶ ଦେଉଅଛ।
23 ମୁଁ ତୁମ୍ଭକୁ କହିଛି କି? ‘ମୋତେ ଶତ୍ରୁ କବଳରୁ ଉଦ୍ଧାର କର।
    ମୋତେ ନିଷ୍ଠୁର ଲୋକଙ୍କ କବଳରୁ ବଞ୍ଚାଅ।’

24 ମୋତେ ଶିକ୍ଷା ଦିଅ, ତା’ ଉତ୍ତାରେ ମୁଁ ନୀରବ ରହିବି।
    ମୋତେ କୁହ ମୁଁ କ’ଣ ଭୁଲ୍ କରୁଛି।
25 ସାଧୁ ବାକ୍ୟ ବଡ଼ ଶକ୍ତିଶାଳୀ,
    କିନ୍ତୁ ତୁମ୍ଭର ଯୁକ୍ତି କିଛି ପ୍ରମାଣ କରୁ ନାହିଁ।
26 ତୁମ୍ଭେ କ’ଣ ମୋତେ ସମାଲୋଚନା କରିବା ପାଇଁ ଯୋଜନା କରୁଛ?
    ବିନା କୌଣସି ଆଶାର ବକ୍ତା ପବନ ପରି ଅଟେ।
27 ତୁମ୍ଭ ଅନାଥଙ୍କର ଜିନିଷ ଜିତିବା ପାଇଁ ମଧ୍ୟ ଗୁଲିବାଣ୍ଟ କରିବ,
    ତୁମ୍ଭେ ନିଜର ବନ୍ଧୁକୁ ମଧ୍ୟ ବିକ୍ରି କରିଦେବ।
28 ଏବେ ବର୍ତ୍ତମାନ ତୁମ୍ଭେ ମୋର ମୁହଁ ଦେଖି କୁହ,
    ମୁଁ ତୁମ୍ଭକୁ ମିଛ କହିବି ନାହିଁ!
29 ସେଥିପାଇଁ ତୁମ୍ଭର ମନ ପରିବର୍ତ୍ତନ କର ଓ ପକ୍ଷପାତ କର ନାହିଁ।
    ପୁନର୍ବାର ବିଗ୍ଭର କର ମୁଁ ନିରୀହ ଅଟେ।
30 ମୁଁ ମିଛ କହୁ ନାହିଁ।
    ଏବଂ ମୁଁ ଜାଣେ କେଉଁଟି ଭଲ ଓ ମନ୍ଦ।”

ଆୟୁବ ଉତ୍ତର ଦେଲା, “ପୃଥିବୀରେ କ’ଣ ମନୁଷ୍ୟ ସଂଗ୍ରାମ କରେ ନାହିଁ?
    ତା'ର ଜୀବନ ହେଉଛି ଜଣେ ବେତନ ପାଉଥିବା ଶ୍ରମିକର ଜୀବନ ସଦୃଶ।
ମଣିଷ, ଜଣେ ଦାସ ଯେଭଳି ଦିନର କଠିନ ଶ୍ରମ ପରେ ଶୀତଳ ଛାୟା ଗ୍ଭହେଁ।
    ମଣିଷ ଜଣେ ମୂଲ ପାଉଥିବା ବ୍ୟକ୍ତି ଯେମିତି ତା'ର ବେତନ ଦିନକୁ ଅପେକ୍ଷା କରେ।
ଅନେକ ମାସ ମୋତେ ନିରାଶ କରି
    ରାତ୍ରି ପରେ ରାତ୍ରି କଷ୍ଟ ଦିଆଯାଇ ଥିଲା।
ଯେତେବେଳେ ମୁଁ ଶୟନ କରେ, ମୁଁ କହେ,
    ‘ଆଉ କେତେ ସମୟ ପରେ ଶଯ୍ୟା ତ୍ୟାଗ କରିବି?’
ମାତ୍ର ରାତ୍ରି ଦୀର୍ଘ ହୁଏ।
    ଏବଂ ପ୍ରଭାତ ପର୍ଯ୍ୟନ୍ତ ମୁଁ ବିଛଣାରେ ଛଟପଟ ହୁଏ।
ଯଦିଓ ମୋର ଶରୀର ପୋଷାକ ଆଚ୍ଛାଦିତ ଏକ କୀଟ ଓ ଧୂଳିର ସମାହାର।
    ମୋର ଚର୍ମ ଫାଟିଯାଏ ଏବଂ ବହୁଥିବା ଘାଁରେ ଢାଙ୍କି ହୋଇଯାଏ।

“ମୋର ଦିନଗୁଡ଼ିକ ଶୀଘ୍ର ଗଡ଼ିଯାଏ।
    ଏହା ତନ୍ତୀର ନଳୀଠାରୁ ଆହୁରି ଦ୍ରୁତଗାମୀ।
    ଶେଷରେ ଜୀବନଟା କୌଣସି ଆଶାର ପୂରଣ ବିନା ଶେଷ ହୋଇଯାଏ।
ପରମେଶ୍ୱର, ସ୍ମରଣ କର, ମୋର ଜୀବନ କେବଳ ଗୋଟିଏ ପ୍ରଶ୍ୱାସ।
    ମୁଁ କେବେ ଆଉ କୌଣସି ଭଲ ବିଷୟ ଦେଖିବି ନାହିଁ।
ତୁମ୍ଭେ ବି ମୋତେ ଆଉ ଦେଖିବ ନାହିଁ।
    ତୁମ୍ଭେ ମୋତେ ଖୋଜିବ କିନ୍ତୁ ମୁଁ ନ ଥିବି।
ଭଷା ମେଘ ଅଦୃଶ୍ୟ ହେଲାପରି, ଜଣେ ବ୍ୟକ୍ତି କବର[a] ଭିତରକୁ ଯାଏ
    ଏବଂ ସେ ସେଥିରୁ ଫେରି ଆସେ ନାହିଁ।
10 ସେ ଆଉ ତା'ର ଆପଣା ବାସଗୃହକୁ କେବେ ଆସିବ ନାହିଁ।
    ଏବଂ ତା'ର ସେ ପୁରୁଣା ଘର ମଧ୍ୟ ତାକୁ ଆଉ ଚିହ୍ନିବ ନାହିଁ।

11 “ତେଣୁ ମୁଁ ଆଉ ନୀରବ ରହି ପାରିବି ନାହିଁ,
    ମୁଁ ମୋର ଆତ୍ମାର ବେଦନା ପ୍ରକାଶ କରିବି।
    ମୁଁ ଅଭିଯୋଗ କରିବି କାରଣ ମୋର ଆତ୍ମା ତିକ୍ତ ହୋଇଅଛି।
12 ହେ ପରମେଶ୍ୱର, କାହିଁକି ତୁମ୍ଭେ ମୋତେ ପ୍ରହରା ଦେଉଛ?
    ମୁଁ କ’ଣ ସମୁଦ୍ର ପରି ନା ସାମୁଦ୍ରିକ ରାକ୍ଷସ ପରି?
13 ଯଦି ମୁଁ କହେ ମୋର ବିଛଣା ମୋତେ ଆନନ୍ଦ ଆଣି ଦେବା ଉଚିତ୍।
    ମୋର ବିଛଣା ମୋତେ ବିଶ୍ରାମ ଓ ଶାନ୍ତି ଆଣି ଦେବା ଉଚିତ୍।
14 କିନ୍ତୁ ହେ ପରମେଶ୍ୱର, ମୋର ଶୟନ ସମୟରେ ତୁମ୍ଭେ ମୋତେ ସ୍ୱପ୍ନରେ ଭୟ ଦେଖାଉଛ।
    ତା'ପରେ ତୁମ୍ଭେ ମୋତେ ଦର୍ଶନରେ ଡରାଉଛ।
15 ତେଣୁ ମୁଁ ବଞ୍ଚିବାଠାରୁ ଶ୍ୱାସରୋଧ ହୋଇ
    ମରିବାକୁ ଅଧିକ ପସନ୍ଦ କରେ।
16 ମୁଁ ଏ ଜୀବନକୁ ଘୃଣା କରେ।
    ମୁଁ ତ୍ୟାଗ କରୁଛି, ମୁଁ ଅଧିକ ଦିନ ବଞ୍ଚିବି ନାହିଁ।
ମୋତେ ଛାଡ଼,
    ମୋର ବଞ୍ଚିବାର କିଛି ଅର୍ଥ ନାହିଁ।
17 ହେ ପରମେଶ୍ୱର, କାହିଁକି ମଣିଷ ତୁମ୍ଭ ପାଇଁ ଏତେ ମହତ୍ତ୍ୱପୂର୍ଣ୍ଣ?
    ତୁମ୍ଭେ କାହିଁକି ତାକୁ ସମ୍ମାନ ଦେବ, ତୁମ୍ଭେ କାହିଁକି ତା’ ପ୍ରତି ଧ୍ୟାନ ଦେବ?
18 କାହିଁକି ମଣିଷକୁ ତୁମ୍ଭେ ପ୍ରତ୍ୟେକ ସକାଳରେ ସାକ୍ଷାତ କର
    ଏବଂ ତା'ର ପ୍ରତ୍ୟେକ ମୁହୂର୍ତ୍ତକୁ ପରୀକ୍ଷା କର?
19 ତୁମ୍ଭେ କେତେକାଳ ପର୍ଯ୍ୟନ୍ତ ମୋ'ଠାରୁ ଆପଣା ଦୃଷ୍ଟି ଦୂରେଇ ରଖିବ?
    ତୁମ୍ଭେ ମୋତେ ଏକାଳି ବହୁକାଳ ପର୍ଯ୍ୟନ୍ତ ଗ୍ରାସିତ ହେବାକୁ ଛାଡ଼ିଦିଅ ନାହିଁ।
20 ଯଦି ମୁଁ କିଛି ପାପ କରିଛି ତାହା କିପରି ତୁମ୍ଭକୁ ଆଘାତ କରୁଛି?
    ଯିଏ ମଣିଷମାନଙ୍କ ଉପରେ ସତର୍କ ଦୃଷ୍ଟି ରଖନ୍ତି।
କାହିଁକି ତୁମ୍ଭେ ମୋତେ ଆପଣା ଲକ୍ଷ୍ୟ ସ୍ୱରୂପ ରଖିଛ?
    ମୁଁ କ’ଣ ତୁମ୍ଭ ପାଇଁ କୌଣସି ସମସ୍ୟା ହୋଇଛି?
21 କାହିଁକି ତୁମ୍ଭେ ମୋତେ କ୍ଷମା କରୁ ନାହଁ, ଯଦି ମୁଁ କିଛି ଅଧର୍ମ କରିଥାଏ?
    କାହିଁକି ମୋର କୌଣସି ପାପ କ୍ଷମା କରୁ ନାହଁ?
କାରଣ ମୁଁ ଶୀଘ୍ର ମରିବି ଓ କବରରେ ଶୟନ କରିବି,
    ତୁମ୍ଭେ ମୋତେ ଖୋଜିବ, କିନ୍ତୁ ପାଇବ ନାହିଁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center