Bible in 90 Days
19 ମୁଁ ଯେତେବେଳେ ବିପଦରେ ପଡ଼ିଥିଲି ମୋର ଶତ୍ରୁମାନେ ମୋତେ ଆକ୍ରମଣ କରୁଥିଲେ,
କିନ୍ତୁ ସଦାପ୍ରଭୁ ମୋତେ ରକ୍ଷା କରିବାକୁ ସେଠାରେ ଉପସ୍ଥିତ ଥିଲେ।
20 ସଦାପ୍ରଭୁ ମୋତେ ଭଲ ପାଆନ୍ତି, ତେଣୁ ସେ ମୋତେ ରକ୍ଷା କଲେ,
ସେ ମୋତେ ନିରାପଦ ସ୍ଥାନକୁ ନେଇଗଲେ।
21 ସଦାପ୍ରଭୁ ମୋତେ ପୁରସ୍କୃତ କରିବେ, କାରଣ ଯାହା ଠିକ୍ ମୁଁ ତାହା ହିଁ କଲି,
ମୁଁ କିଛି ଭୁଲ୍ କରି ନ ଥିଲି, ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ।
22 କାରଣ ମୁଁ ସଦାପ୍ରଭୁଙ୍କ ଆଦେଶ ପାଳନ କରେ।
ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରି ନ ଥିଲି।
23 ମୁଁ ସବୁ ବେଳେ ସଦାପ୍ରଭୁଙ୍କ ନିଷ୍ପତ୍ତିକୁ ମାନି ଆସିଅଛି।
ମୁଁ ତାଙ୍କ ବ୍ୟବସ୍ଥାଗୁଡ଼ିକୁ ପାଳନ କରେ।
24 ମୁଁ ତାଙ୍କ ସମ୍ମୁଖରେ ନିଜକୁ ଶୁଦ୍ଧ
ଓ ନିର୍ମଳ ରଖେ।
25 ତେଣୁ ମୋର ସଦାପ୍ରଭୁ ମୋତେ ପୁରସ୍କୃତ କଲେ, କାରଣ ମୁଁ ତାଙ୍କ ଦୃଷ୍ଟିରେ ସରଳ ତଥା ନିରପରାଧ ଅଟେ।
ମୁଁ କିଛି ଭୁଲ୍ କରି ନାହିଁ।
ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ।
26 ହେ ସଦାପ୍ରଭୁ, ଯଦି କେହି ପ୍ରକୃତରେ ତୁମ୍ଭଙ୍କୁ ଭଲପାଏ, ତା'ପରେ ତୁମ୍ଭେ ନିଶ୍ଚୟ ତାକୁ ଭଲ ପାଇବ।
ଯଦି ଜଣେ ବ୍ୟକ୍ତି ତୁମ୍ଭ ପ୍ରତି ନିର୍ମଳ ଅନୁରକ୍ତ ପ୍ରକାଶ କରେ, ତୁମ୍ଭେ ମଧ୍ୟ ତାକୁ ସେହିପରି ପ୍ରତିଦାନ ଦିଅ।
27 ହେ ସଦାପ୍ରଭୁ, ତୁମ୍ଭେ ମହାନ ଓ ଯେଉଁମାନେ ଉତ୍ତମ ତଥା ନିର୍ମଳ ହୃଦୟର ତୁମ୍ଭେ ସେହିମାନଙ୍କ ପାଇଁ ପବିତ୍ର ଅଟ।
କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକମାନଙ୍କ ଅପେକ୍ଷା ଅଧିକ ଚତୁର ଅଟ।
28 ହେ ସଦାପ୍ରଭୁ, ତୁମ୍ଭେ ଦୁଃଖୀ ଲୋକମାନଙ୍କୁ ସାହାଯ୍ୟ କର
କିନ୍ତୁ ଗର୍ବୀ ଓ ଅହଂକାରୀର ଦର୍ପକୁ ଚୂର୍ଣ୍ଣ କର।
29 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରଦୀପ।
ମୋର ଅନ୍ଧକାରକୁ ଆଲୋକମୟ କରିବ।
30 ହେ ସଦାପ୍ରଭୁ, ତୁମ୍ଭର ସାହାଯ୍ୟରେ ମୁଁ ସୈନ୍ୟମାନଙ୍କ ସହିତ ଲଢ଼ିପାରେ।
ପରମେଶ୍ୱରଙ୍କ ସାହାଯ୍ୟରେ ମୁଁ ଶତ୍ରୁର ପ୍ରାଚୀରକୁ ଚଢ଼ିଯାଇପାରେ।
31 ପରମେଶ୍ୱରଙ୍କ ଶକ୍ତି ଅତୁଳନୀୟ।
ସଦାପ୍ରଭୁଙ୍କ ବାକ୍ୟ ସୁପରୀକ୍ଷିତ,
ସେ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।
32 ସଦାପ୍ରଭୁଙ୍କ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି।
ଆମ୍ଭମାନଙ୍କ ପରମେଶ୍ୱରଙ୍କ ବ୍ୟତୀତ ଅନ୍ୟ ଶୈଳ ନାହିଁ।
33 ପରମେଶ୍ୱର ମୋର ଦୃଢ଼ ଦୁର୍ଗ।
ସେ ପବିତ୍ର ଲୋକମାନଙ୍କୁ ଠିକ୍ ଭାବରେ ଜୀବନ ଧାରଣ କରିବାରେ ସାହାଯ୍ୟ କରନ୍ତି।
34 ପରମେଶ୍ୱର ମୋତେ ହରିଣୀଠାରୁ ଅଧିକ ବେଗରେ ଦୌଡ଼ିବାକୁ ସାହାଯ୍ୟ କରନ୍ତି।
ସେ ମୋତେ ସ୍ଥଳରେ ସୁଦୃଢ଼ କରନ୍ତି।
35 ସେ ମୋତେ ଯୁଦ୍ଧ କରିବା ପାଇଁ ଶିକ୍ଷା ଦିଅନ୍ତି।
ସେଥିପାଇଁ ମୋର ବାହୁଗୁଡ଼ିକ ଏକ ଶକ୍ତ ଧନୁକୁ ବଙ୍କେଇବା ପାଇଁ ଯଥେଷ୍ଟ ବଳିଷ୍ଠ।
36 ହେ ପରମେଶ୍ୱର, ମୋତେ ତୁମ୍ଭେ ରକ୍ଷା କଲ ଏବଂ ଜିତିବାରେ ସାହାଯ୍ୟ କଲ।
ତୁମ୍ଭେ ମୋତେ ତୁମ୍ଭର ଦକ୍ଷିଣ ବାହୁଦ୍ୱାରା ସାହାଯ୍ୟ କଲ।
37 ମୋର ଗୋଡ଼ ଓ ଗଣ୍ତିକୁ ଦୃଢ଼ କର,
ତେଣୁ ମୁଁ ଦୁର୍ବଳ ହେବି ନାହିଁ ଏବଂ ପଡ଼ିବି ନାହିଁ।
38 ମୁଁ ମୋର ଶତ୍ରୁମାନଙ୍କୁ ବିନାଶ କରିବା ପାଇଁ ସେମାନଙ୍କୁ ଗୋଡ଼ାଇବି, ସେମାନଙ୍କୁ ଧ୍ୱଂସ ନ କରିବା ଯାଏ।
ସେମାନେ ବିନାଶ ନ ହେବା ପର୍ଯ୍ୟନ୍ତ ମୁଁ ଫେରିବି ନାହିଁ।
39 ମୁଁ ମୋର ଶତ୍ରୁମାନଙ୍କୁ ବିନାଶ କରିଅଛି,
ମୁଁ ସେମାନଙ୍କୁ ପରାସ୍ତ କରିଅଛି।
ସେମାନେ ପୁନରାୟ ଉଠିପାରି ନାହାନ୍ତି।
ହଁ, ସେମାନେ ମୋର ପାଦତଳେ ପଡ଼ି ଅଛନ୍ତି।
40 ହେ ପରମେଶ୍ୱର, ତୁମ୍ଭେ ମୋତେ ଯୁଦ୍ଧ କ୍ଷେତ୍ରରେ ବଳଶାଳୀ କରିଅଛ।
ତୁମ୍ଭେ ମୋର ଶତ୍ରୁମାନଙ୍କୁ ମୋ’ ନିକଟରେ ପକାଇ ଦେଇଅଛ।
41 ତୁମ୍ଭେ ମୋତେ ସୁଯୋଗ ଦେଇଅଛ ମୋର ଶତ୍ରୁର ବେକକୁ ଧରିବା ପାଇଁ
ଓ ମୁଁ ମୋର ଶତ୍ରୁକୁ ଧ୍ୱଂସ କରିଅଛି।
42 ସେମାନେ ସାହାଯ୍ୟ ପାଇଁ ଚିତ୍କାର କଲେ,
କିନ୍ତୁ କେହି ସେମାନଙ୍କୁ ରକ୍ଷା କରିବାକୁ ଆଗେଇ ଆସି ନ ଥିଲେ।
ସେମାନେ ସଦାପ୍ରଭୁଙ୍କୁ ମଧ୍ୟ ଡାକିଲେ,
କିନ୍ତୁ ସେ ତାଙ୍କୁ ଉତ୍ତର ଦେଲେ ନାହିଁ।
43 ମୁଁ ପୃଥିବୀର ଧୂଳି ପରି ସେମାନଙ୍କୁ ଦଳିଲି,
ମୁଁ ସଡ଼କରେ କାଦୁଅ ପରି ସେମାନଙ୍କୁ ଦଳିଲି।
ସେମାନଙ୍କୁ ଛତରାଇ ଦେଲି।
44 ଯେଉଁମାନେ ମୋ’ ବିରୁଦ୍ଧରେ ଲାଗିଛନ୍ତି, ସେମାନଙ୍କଠାରୁ ମୋତେ ରକ୍ଷା କର।
ମୋତେ ସେହିସବୁ ରାଜ୍ୟର ନେତା କର।
ଯେଉଁ ଲୋକମାନଙ୍କୁ ମୁଁ ଜାଣି ନାହିଁ, ସେମାନେ ମୋର ସେବା କରିବେ।
45 ବିଦେଶୀମାନେ ମୋତେ ମାନିବେ।
ସେମାନେ ଯେତେବେଳେ ମୋର ଆଜ୍ଞା ଶୁଣିବେ, ସେମାନେ ମୋର ଆଜ୍ଞାବହ ହେବେ।
46 ସେମାନେ ଭୟରେ ଦୁର୍ବଳ ହୋଇଯିବେ।
ସେମାନେ ଲୁଚିଥିବା ଗୁପ୍ତ ସ୍ଥାନମାନଙ୍କରୁ ଭୟରେ ଥରହର ହୋଇ ବାହାରି ଆସିବେ।
47 ସଦାପ୍ରଭୁ ଜୀବିତ!
ମୁଁ ମୋର ଶୈଳକୁ ପ୍ରଶଂସା କରେ!
ପରମେଶ୍ୱର ମହାନ।
ସେ ହିଁ ସେଇ ଶୈଳ ଯିଏ ମୋତେ ରକ୍ଷା କରନ୍ତି।
48 ସେହି ପରମେଶ୍ୱର ମୋ’ ତରଫରୁ ପରିଶୋଧ ନିଅନ୍ତି।
ସେ ଦେଶଗୁଡ଼ିକୁ ମୋର ଶାସନାଧୀନ କରନ୍ତି।
49 ପରମେଶ୍ୱର ମୋ’ ଶତ୍ରୁଗଣଠାରୁ ମୋତେ ରକ୍ଷା କରନ୍ତି।
ଯେଉଁ ଲୋକମାନେ ମୋ’ ବିରୁଦ୍ଧରେ ଉଠିଛନ୍ତି,
ସେମାନଙ୍କୁ ପରାସ୍ତ କରିବାରେ ତୁମ୍ଭେ ମୋତେ ସାହାଯ୍ୟ କଲ।
ତୁମ୍ଭେ ମୋତେ ସେହି ନିର୍ଦ୍ଦୟଲୋକମାନଙ୍କଠାରୁ ରକ୍ଷା କଲ।
50 ହେ ସଦାପ୍ରଭୁ, ସେଥିପାଇଁ ମୁଁ ମୋର ଗୋଷ୍ଠୀୟମାନଙ୍କ ମଧ୍ୟରୁ ତୁମ୍ଭର ପ୍ରଶଂସା କରେ।
ସେହି କାରଣରୁ ତୁମ୍ଭ ନାମରେ ଜୟଗାନ କରି ଗୀତ ଗାଏ।
51 ସଦାପ୍ରଭୁ ତାଙ୍କର ନିଜର ରାଜାଙ୍କୁ ଯୁଦ୍ଧରେ ଜୟଲାଭ କରିବାକୁ ସାହାଯ୍ୟ କରିଛନ୍ତି।
ସେ ତାଙ୍କର ମନୋନୀତ ରାଜା ଦାଉଦଙ୍କ ପ୍ରତି ପ୍ରେମ ଦେଖାଇଛନ୍ତି।
ସେଥିପାଇଁ ସେ ଦାଉଦ ଓ ତାଙ୍କର ପରିବାରବର୍ଗମାନଙ୍କ ପ୍ରତି ଅନନ୍ତକାଳ ପାଇଁ ଦୟା ଦେଖାଇଛନ୍ତି।
ଦାଉଦଙ୍କର ଶେଷ ବାକ୍ୟ
23 ଏଗୁଡ଼ିକ ଦାଉଦଙ୍କର ଶେଷ କଥା,
“ଯିଶୀର ପୁତ୍ର ଦାଉଦ କହନ୍ତି
ଏହି ବ୍ୟକ୍ତିକୁ ପରମେଶ୍ୱର ମହାନ କରିଛନ୍ତି
ଏବଂ ଯିଏ କି ଯାକୁବଙ୍କର ପରମେଶ୍ୱର ଅଭିଷିକ୍ତ
ଏବଂ ଯିଏ ଇସ୍ରାଏଲର ସୁମଧୁର ଗାୟକ କହନ୍ତି,
2 ମୋ’ ଦ୍ୱାରା ସଦାପ୍ରଭୁଙ୍କ ଆତ୍ମା କହିଲେ,
ଓ ତାଙ୍କର ବାକ୍ୟ ମୋ’ ଜିହ୍ୱାରେ ଥିଲା।
3 ଇସ୍ରାଏଲର ପରମେଶ୍ୱର କହିଲେ,
ଇସ୍ରାଏଲର ଶୈଳ ମୋତେ କହିଲେ,
‘ଯେଉଁ ବ୍ୟକ୍ତି ନ୍ୟାୟ ଭାବରେ ଲୋକମାନଙ୍କୁ ଶାସନ କରେ,
ଯିଏ ସଦାପ୍ରଭୁଙ୍କ ଭୟରେ ଓ ଭକ୍ତିରେ ଶାସନ କରେ।
4 ଏହି ଲୋକ ଉଦିତ ସୂର୍ଯ୍ୟରେ ଦୀପ୍ତି ତୁଲ୍ୟ ଉଜ୍ଜ୍ୱଳମାନ ହେବ।
ସେ ଲୋକ ବାଦଲ ବିହୀନ ପ୍ରଭାତ ତୁଲ୍ୟ,
ବୃଷ୍ଟି ହୋଇଯାଇଥିବା ଆକାଶ ତୁଲ୍ୟ,
ଯେଉଁ ବୃଷ୍ଟି ସୂକ୍ଷ୍ମ ଘସାକୁ ବଢ଼ାଏ।’
5 “ପରମେଶ୍ୱର ମୋର ପରିବାରକୁ ଶକ୍ତିଶାଳୀ
ଓ ସୁରକ୍ଷିତ କରିଛନ୍ତି ଏବଂ ଚିରଦିନ ପାଇଁ ମୋ’ ସହିତ ଏକ ନିୟମ କରିଛନ୍ତି।
ଏହି ନିୟମଟି ସଦାପ୍ରଭୁଙ୍କ ଦ୍ୱାରା ସୁରକ୍ଷିତ।
ସେ ମୋତେ ପ୍ରତ୍ୟେକ ଥର ବିଜୟ ଦେବେ ଓ ମୁଁ ଯାହା ଆଶା କରୁଅଛି ଦେବେ।
6 “କିନ୍ତୁ ସମସ୍ତ ମନ୍ଦ ଲୋକମାନେ କଣ୍ଟା ତୁଲ୍ୟ।
ସାଧାରଣତଃ ଲୋକମାନେ ସେମାନଙ୍କର ହାତରେ କଣ୍ଟା ଧରନ୍ତି ନାହିଁ,
ମାତ୍ର ସେମାନଙ୍କୁ ଦୂରକୁ ଫିଙ୍ଗିଦିଅନ୍ତି।
7 ମାତ୍ର ଯେଉଁ ଲୋକ ତାକୁ ସ୍ପର୍ଶ କରିବ,
ଲୌହ ଓ କାଠର ବର୍ଚ୍ଛାଦଣ୍ଡରେ ସେମାନେ ଆଘାତ ପ୍ରାପ୍ତ ହେବ।
ହଁ ସେଗୁଡ଼ିକ କଣ୍ଟା ତୁଲ୍ୟ।
ସେଗୁଡ଼ିକ ନିଆଁରେ ପୋଡ଼ାଯିବ।”
ତିନି ମହାଯୋଦ୍ଧା
8 ଦାଉଦ କହିଲେ ଏଗୁଡ଼ିକ ସେହି ସାହସୀ ବ୍ୟକ୍ତିମାନଙ୍କର ତାଲିକା, ଯେଉଁମାନେ ଦାଉଦଙ୍କର ଥିଲେ।
ତଖୋମନୀୟ ଯାବେଶ୍ ବଶେବତ୍ ବିଶେଷତଃ ଦଳର ମୁଖ୍ୟ ଥିଲେ। ସେ ଏକ କାଳୀନ 800 ଲୋକକୁ ବର୍ଚ୍ଛାରେ ବଧ କରିଥିଲା।
9 ତା'ପରେ ଅହୋହୀୟ ବଂଶଜ ଦୋଦୟର ପୁତ୍ର ଇଲିୟାସର, ଦାଉଦଙ୍କ ସଙ୍ଗେ ଥିବା ତିନି ଜଣ ଶକ୍ତିଶାଳୀ ବୀରଙ୍କ ମଧ୍ୟରେ ଜଣେ ଥିଲା, ଯେତେବେଳେ ସେମାନେ ପଲେଷ୍ଟୀୟମାନଙ୍କୁ ମୁକାବୁଲା କଲେ, ସେମାନେ ଦାଉଦଙ୍କ ସହିତ ଥିଲେ। ସେମାନେ ଯୁଦ୍ଧ ପାଇଁ ଏକତ୍ରିତ ହେଲେ କିନ୍ତୁ ଇସ୍ରାଏଲ ଲୋକମାନେ ଦୌଡ଼ି ପଳାଇଲେ। 10 ସେ ଉଠିଲେ ଏବଂ ତାଙ୍କର ହସ୍ତ କ୍ଳାନ୍ତ ହେବା ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ। କିନ୍ତୁ ସେ ଖଣ୍ତାଟିକୁ ଶକ୍ତ ଭାବରେ ଧରି ଯୁଦ୍ଧ କରିବା ଗ୍ଭଲୁ ରଖିଲେ। ପୁଣି ସେହି ଦିନ ସଦାପ୍ରଭୁ ଏକ ବିରାଟ ଜୟ କରାଇଲେ ଏବଂ ଲୋକମାନେ ତାଙ୍କୁ ଲୁଣ୍ଠନ କରିବାକୁ ଅନୁସରଣ କଲେ।
11 ତା'ପରେ ହରାରୀୟ ଆଗିର ପୁତ୍ର ଶମ୍ମ ସେଠାରେ ଥିଲା ସମୟରେ ପଲେଷ୍ଟୀୟମାନେ କୌଣସି ମସୂର ପୂର୍ଣ୍ଣ କ୍ଷେତ୍ର ନିକଟରେ ଏକତ୍ର ଦଳବଦ୍ଧ ହୋଇଥିଲେ। କିନ୍ତୁ ଲୋକମାନେ ପଲେଷ୍ଟୀୟମାନଙ୍କ ଆଗରୁ ପଳାୟନ କଲେ। 12 କିନ୍ତୁ ଶମ୍ମ କ୍ଷେତ୍ର ମଧ୍ୟରେ ଠିଆ ହୋଇ ତାହା ରକ୍ଷା କଲା ଓ ପଲେଷ୍ଟୀୟମାନଙ୍କୁ ବଧ କଲା। ତହିଁରେ ସଦାପ୍ରଭୁ ମହାଜୟ ସାଧନ କଲେ।
13 ତା'ପରେ ରାଜାଙ୍କର ବିଶେଷ ଦଳର ତିନି ଜଣ ଲୋକ ଶସ୍ୟଅମଳ ସମୟରେ ଗଲେ ଓ ଅଦୁଲ୍ଲମ ଦାଉଦଙ୍କ ନିକଟକୁ ଗଲେ। ସେତେବେଳେ ପଲେଷ୍ଟୀୟମାନଙ୍କ ସୈନ୍ୟ ରଫାୟୀମ ତଳ ଭୂମିରେ ଛାଉଣି ସ୍ଥାପନ କରିଥିଲେ।
14 ଅନ୍ୟ ସମୟରେ ଦାଉଦ ଦୁର୍ଗରେ ଥିଲେ ଓ ପଲେଷ୍ଟୀୟମାନଙ୍କ ପ୍ରହରୀ ସୈନ୍ୟଦଳ ବୈଥ୍ଲେହମରେ ଥିଲେ। 15 ଦାଉଦ ତୃଷାର୍ତ୍ତ ହୋଇ କହିଲେ, “ଆଃ କେହି ବୈଥ୍ଲେହମରେ ନଗରଦ୍ୱାର ନିକଟସ୍ଥ କୂଅରୁ ଜଳ ଦିଅନ୍ତା କି।” 16 ତହିଁରେ ସେହି ତିନି ବୀର ରାସ୍ତାରେ ପଲେଷ୍ଟୀୟମାନଙ୍କ ସୈନ୍ୟ ମଧ୍ୟଦେଇ ପଶିଯାଇ ବୈଥ୍ଲେହମ ନଗରଦ୍ୱାର ନିକଟସ୍ଥ କୂଅରୁ ପାଣି ଆଣିଲେ। ମାତ୍ର ସେ ତହିଁରୁ ପିଇବାକୁ ସମ୍ମତ ନ ହୋଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହାକୁ ଢାଳି ଦେଲେ। 17 ଦାଉଦ କହିଲେ, “ହେ ସଦାପ୍ରଭୁ, ମୁଁ ନିଶ୍ଚୟ ଏହି ପାଣି ପିଇବି ନାହିଁ। ଏହା ସେହି ମଣିଷର ରକ୍ତ ପିଇବା ପରି ହେବ, ଯେଉଁମାନେ ମୋ’ ପାଇଁ ସେମାନଙ୍କ ପାଇଁ ଉତ୍ସର୍ଗ କରିଦେଲେ।” ଏଥିପାଇଁ ଦାଉଦ ପାଣି ପିଇବା ପାଇଁ ମନା କରିଥିଲେ। ଏହିପରି କର୍ମ ସେହି ତିନି ବୀର କରିଥିଲେ।
ଅନ୍ୟ ସାହସିକ ସୈନ୍ୟ
18 ସେହି ତିନି ଜଣଙ୍କ ମଧ୍ୟରେ ସରୁୟାର ପୁତ୍ର ଯୋୟାବ, ଯୋୟାବର ଭ୍ରାତା ଅବୀଶୟ ମୁଖ୍ୟ ଥିଲେ। ସେ 300 ଲୋକ ବିରୁଦ୍ଧରେ ନିଜର ବର୍ଚ୍ଛା ଉଠାଇ ସେମାନଙ୍କୁ ହତ୍ୟା କରିଥିଲା। ଏଣୁ ସେ ଏହି ତିନିଙ୍କ ମଧ୍ୟରେ ବିଖ୍ୟାତ ହେଲା। 19 ସେ ଏହି ତିନିଙ୍କ ମଧ୍ୟରେ ପ୍ରସିଦ୍ଧ ଥିଲା। ଏହି ହେତୁ ସେ ସେମାନଙ୍କର ସେନାପତି ହେଲା। ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା।
20 ତା'ପରେ ସେଠାରେ ଜଣେ ଯିହୋୟାଦାର ପୁତ୍ର ବନାୟ ଥିଲା। ସେ ଥିଲେ ଜଣେ ପରାକ୍ରମଶାଳୀ ବିକ୍ରମି ପୁରୁଷର ପୁତ୍ର। ସେ କବ୍ସେଲୀୟର ଅଧିବାସୀ ଥିଲା। ବନାୟ ବହୁତ ସାହସିକ କାର୍ଯ୍ୟ କରିଥିଲା। ସେ ମୋୟାବୀୟ ଅରୀୟଲର ଦୁଇ ପୁତ୍ରଙ୍କୁ ବଧ କଲା। ଦିନେ ଏକ ସମୟରେ ଯେତେବେଳେ ବରଫ ପଡ଼ୁଥିଲା, ବନାୟ ଏକ ଗୁମ୍ଫାରେ ଏକ ସିଂହକୁ ହତ୍ୟା କଲା। 21 ବନାୟ ଏକ ମିସ୍ରୀୟ ମହାପୁରୁଷଙ୍କୁ ହତ୍ୟା କଲା। ସେହି ମିସ୍ରୀୟ ହାତରେ ଏକ ବର୍ଚ୍ଛା ଥିଲା କିନ୍ତୁ ବନାୟର ହାତରେ ଏକ ଯଷ୍ଟି ଥିଲା, ବନାୟ ତା'ର ହାତରୁ ବର୍ଚ୍ଛା ଛଡ଼ାଇ ଆଣିଲା ଓ ତା'ର ବର୍ଚ୍ଛାରେ ତାକୁ ବଧ କଲା। 22 ଯିହୋୟାଦାର ପୁତ୍ର ବନାୟ ଏହିପରି ସାହସିକ କାର୍ଯ୍ୟମାନ କଲା ଏବଂ ସେ ଏହି ତିନି ବୀରମାନଙ୍କ ମଧ୍ୟରେ ବିଖ୍ୟାତ ଥିଲା। 23 ବନାୟ ତିରିଶ୍ ଜଣ ବୀର ଅପେକ୍ଷା ଅଧିକ ବିଖ୍ୟାତ ଥିଲା। ତଥାପି ସେ ପ୍ରଥମ ତିନି ଜଣ ବୀରଙ୍କ ତୁଲ୍ୟ ନ ଥିଲା। ଆଉ ଦାଉଦ ତାକୁ ନିଜର ପ୍ରହରୀ ଦଳ ଉପରେ ନିଯୁକ୍ତି କଲେ।
ତିରିଶ୍ ଜଣ ମହା ଯୋଦ୍ଧା
24 ଯୋୟାବର ଭ୍ରାତା ଅସାହେଲ୍ ଉକ୍ତ ତିରିଶ୍ ଜଣ ମଧ୍ୟରେ ଜଣେ ଥିଲା। ସେହି ତିରିଶ୍ ଜଣ ବୀରମାନଙ୍କ ମଧ୍ୟରେ ବୈଥ୍ଲେହମସ୍ଥ ଦୋଦୟର ପୁତ୍ର ଇଲ୍ହାନନ୍ ଥିଲା।
25 ହରୋଦୀୟ ଶମ୍ମ,
ହରୋଦୀୟ ଇଲୀକା,
26 ପଲ୍ଟୀୟ ହେଲସ୍,
ତକୋୟୀୟ ଇକ୍କୋଶର ପୁତ୍ର ଈରା,
27 ଅନାଥୋତୀୟ ଅବୀୟେଷର,
ହୂଶାତୀୟ ମବୁନ୍ନୟ,
28 ଅହୋହୀୟ ସଲ୍ମୋନ୍, ନଟୋଫାତୀୟରୁ ମହରୟ,
29 ନଟୋଫାତୀୟ ବାନାର ପୁତ୍ର ହେଲବ,
ବିନ୍ୟାମୀନ ବଂଶୀୟ ଗିବିୟା ନିବାସୀ ରୀବୟର ପୁତ୍ର ଇତ୍ତୟ।
30 ପିରିୟାଥୋନୀୟ ବନାୟ,
ଗାଶ୍-ନଦୀତୀର ନିବାସୀ ହିଦ୍ଦୟ,
31 ଅର୍ବତୀୟ ଅବିୟଲ୍ବୋନ,
ବରହୂମୀୟ ଅସ୍ମାବତ୍
32 ଶାଲ୍ବୋନୀୟ ଇଲିୟହବା,
ଯାଶେନର ପୁତ୍ରଗଣ,
ଯୋନାଥନ 33 ହରାରୀୟ ଶମ୍ମ,
ଅରାରୀୟ ଶାରରର ପୁତ୍ର ଅହୀୟାମ,
34 ମାଖାତୀୟର ପୌତ୍ର ଅହସ୍ବୟର ପୁତ୍ର ଇଲୀଫେଲଟ୍,
ଗୀଲୋନୀୟ ଅହୀଥୋଫଲର ପୁତ୍ର ଇଲୀୟାମ,
35 କର୍ମିଲୀୟ ହିଷ୍ରୟ,
ଅର୍ବୀୟ ପାରୟ,
36 ସୋବା ନିବାସୀ ନାଥନର ପୁତ୍ର ଯିଗାଲ,
ଗାଦୀୟ ବାନୀ,
37 ଅମ୍ମୋନୀୟ ସେଲକ,
ସରୁୟାର ପୁତ୍ର ଯୋୟାବର ଅସ୍ତ୍ରବାହକ ବରୋତୀୟ ନହରୟ,
38 ଇଥ୍ରୀୟ ଈରା,
ଇଥ୍ରୀୟ ଗାରେବ୍,
39 ହିତ୍ତୀୟ ଊରିୟ,
ସର୍ବସୁଦ୍ଧା ସଇଁତିରିଶ୍ ଜଣ।
ଦାଉଦ ତାଙ୍କର ସୈନ୍ୟମାନଙ୍କୁ ଗଣନା କରିବା ପାଇଁ ନିଷ୍ପତ୍ତି ନେଲେ
24 ସଦାପ୍ରଭୁ ପୁନ୍ନରାୟ ଇସ୍ରାଏଲୀୟମାନଙ୍କ ଉପରେ କ୍ରୋଧାନ୍ୱିତ ହେଲେ। ସଦାପ୍ରଭୁ ଦାଉଦଙ୍କୁ ଇସ୍ରାଏଲୀୟମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରେଇଲେ। ତେଣୁ ଦାଉଦ ଆଦେଶ ଦେଲେ, “ଯାଅ, ଇସ୍ରାଏଲ ଓ ଯିହୁଦାକୁ ଗଣନା କର।”
2 ରାଜା ଦାଉଦ ତାଙ୍କର ସେନାପତି ଯୋୟାବକୁ ଡାକି କହିଲେ, “ତୁମ୍ଭେମାନେ ଦାନ୍ଠାରୁ ବେର୍ଶେବା ପର୍ଯ୍ୟନ୍ତ ଇସ୍ରାଏଲର ସମସ୍ତ ବଂଶ ଦେଇ ଭ୍ରମଣ କରି ଲୋକମାନଙ୍କୁ ଗଣନା କର। ତାହାହେଲେ ମୁଁ ଲୋକମାନଙ୍କର ସଂଖ୍ୟା ଜାଣି ପାରିବି।”
3 କିନ୍ତୁ ଯୋୟାବ ରାଜାଙ୍କୁ କହିଲେ, “ଏବେ ଯେତେ ଲୋକ ଅଛନ୍ତି ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ସେମାନଙ୍କୁ 100 ଗୁଣ ବୃଦ୍ଧି କରାନ୍ତୁ ଓ ମୋ’ ପ୍ରଭୁ ମହାରାଜାଙ୍କ ଚକ୍ଷୁ ତାହା ଦେଖୁ। କାହିଁକି ରାଜା ସେହି କାର୍ଯ୍ୟ କରିବାକୁ ଗ୍ଭହାନ୍ତି?”
4 ରାଜା ଦାଉଦ ଗୁରୁତର ସହକାରେ ଆଦେଶ ଦେଲେ ଯୋୟାବ ଓ ତାଙ୍କର ସେନାଧ୍ୟକ୍ଷଙ୍କୁ, ଲୋକମାନଙ୍କୁ ଗଣିବା ପାଇଁ। ତେଣୁ ଯୋୟାବ ଓ ସେନାଧ୍ୟକ୍ଷମାନେ ରାଜାଙ୍କ ପାଖରୁ ଇସ୍ରାଏଲ ଲୋକମାନଙ୍କୁ ଗଣନା କରିବାକୁ ଗଲେ। 5 ସେମାନେ ଯର୍ଦ୍ଦନ ନଦୀ ପାର ହୋଇ ଗଲେ। ସେମାନେ ଅରୋୟେରରେ ସେନା ଛାଉଣି ପକାଇଲେ। ସେମାନଙ୍କର ଛାଉଣି ସହରର ଦକ୍ଷିଣ ପାର୍ଶ୍ୱରେ ରହିଲା। ସହରଟି ଗାଦ୍ ଉପତ୍ୟକାର ମଧ୍ୟରେ ଅବସ୍ଥିତ ଥିଲା, ଯାହାକି ଯାସେର ପର୍ଯ୍ୟନ୍ତ ବିସ୍ତୃତ ଥିଲା।
6 ତା'ପରେ ସେମାନେ ପୂର୍ବରେ ଥିବା ଗିଲିୟଦ୍କୁ ଓ ତହତୀମ୍ ହଦ୍ଶି ଦେଶକୁ ଗଲେ। ତା'ପରେ ସେମାନେ ବୁଲି ସୀଦୋନକୁ ଆସିଲେ। 7 ସେମାନେ ସୋର ଗଡ଼ରେ ଓ ହିବ୍ବୀୟମାନଙ୍କ ଓ କିଣାନୀୟମାନଙ୍କ ସମସ୍ତ ନଗରରେ ପହଞ୍ଚିଲେ। ସେମାନେ ବେର୍ଶେବାରେ ଯିହୁଦାର ଦକ୍ଷିଣାଞ୍ଚଳକୁ ବାହାରି ଗଲେ। 8 ଏହା ତାଙ୍କୁ 9ମାସ 20ଦିନ ସମୟ ଲାଗିଲା। ଏହା ପରେ ସେମାନେ ଯିରୁଶାଲମକୁ ଫେରି ଆସିଲେ।
9 ଯୋୟାବ ରାଜାଙ୍କୁ ଗଣନାର ଚିଠା ଦେଲେ। ଇସ୍ରାଏଲରେ ଖଡ଼୍ଗଧାରୀ 800,000 ବଳବାନ ଲୋକ ଓ ଯିହୁଦାର 500,000 ଲୋକ ଥିଲେ।
ସଦାପ୍ରଭୁ ଦାଉଦଙ୍କୁ ଦଣ୍ତମାନ ଦେଲେ
10 ଏହା ପରେ ଦାଉଦ ଲୋକମାନଙ୍କୁ ଗଣନା କଲାପରେ ତାଙ୍କର ହୃଦୟ ଦୁଃଖପୂର୍ଣ୍ଣ ହେଲା। ଦାଉଦ ସଦାପ୍ରଭୁଙ୍କୁ କହିଲେ, “ଏହି କର୍ମ କରିବାରେ ମୁଁ ମହାପାପ କରିଛି। ହେ ସଦାପ୍ରଭୁ, ମୁଁ ଆପଣଙ୍କୁ ବିନୟ କରୁଅଛି, ନିଜ ଦାସର ପାପ କ୍ଷମା କର। କାରଣ ମୁଁ ଅତି ମୁର୍ଖର କର୍ମ କରିଅଛି।”
11 ଯେତେବେଳେ ଦାଉଦ ପ୍ରଭାତରେ ଶଯ୍ୟା ତ୍ୟାଗ କଲେ ସେତେବେଳେ ଦାଉଦଙ୍କ ଦର୍ଶକ ଗାଦ୍ ଭବିଷ୍ୟଦ୍ବକ୍ତା ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା। 12 ସଦାପ୍ରଭୁ ଗାଦ୍କୁ କହିଲେ, “ଦାଉଦ ନିକଟକୁ ଯାଇ କୁହ, ‘ସଦାପ୍ରଭୁ ଏହିକଥା କହିଛନ୍ତି, ଆମ୍ଭେ ତୁମ୍ଭ ଆଗରେ ତିନି କଥା ରଖିଅଛୁ ସେଥି ମଧ୍ୟରୁ ଆପଣା ପାଇଁ ଗୋଟିଏ ମନୋନୀତ କରନ୍ତୁ। ତାହା ହିଁ ଆମ୍ଭେ ତୁମ୍ଭକୁ କରିବୁ।’”
13 ଗାଦ୍ ଦାଉଦଙ୍କ ନିକଟକୁ ଯାଇ କହିଲେ, “ଏହି ତିନୋଟି ମଧ୍ୟରୁ ଗୋଟିକୁ ବାଛ।
1, ତୁମ୍ଭ ପାଇଁ, ତୁମ୍ଭ ଦେଶ ପାଇଁ ସାତ ବର୍ଷ ଦୁର୍ଭିକ୍ଷ ହେବ।
2, ତୁମ୍ଭ ଶତ୍ରୁମାନେ ତୁମ୍ଭ ପଛେ ପଛେ ତିନି ମାସ ପର୍ଯ୍ୟନ୍ତ ଗୋଡ଼ାଇବେ।
3, ତିନି ଦିନ ପର୍ଯ୍ୟନ୍ତ ତୁମ୍ଭ ଦେଶରେ ମହାମାରୀ ହେବ।
ଏହିସବୁ କଥା ବିଷୟରେ ଭାବ ଏବଂ ଏହି ତିନି କଥାରୁ ଗୋଟିକୁ ବାଛ। ଏବଂ ମୁଁ ସଦାପ୍ରଭୁଙ୍କୁ ତୁମ୍ଭର ପସନ୍ଦ ଜଣାଇ ଦେବି। ଯେହେତୁ ସଦାପ୍ରଭୁ ମୋତେ ତୁମ୍ଭ ନିକଟକୁ ପଠାଇଛନ୍ତି।”
14 ଦାଉଦ ଗାଦ୍କୁ କହିଲେ, “ମୁଁ କି ଅସୁବିଧାରେ ପଡ଼ିଗଲି। କିନ୍ତୁ ସଦାପ୍ରଭୁ ହେଉଛନ୍ତି ଦୟାପୂର୍ଣ୍ଣ, ସଦାପ୍ରଭୁ ଦଣ୍ତ ଦିଅନ୍ତୁ, କିନ୍ତୁ ମଣିଷ ହାତରେ ଦଣ୍ତ ନ ଦିଅନ୍ତୁ।”
15 ତେଣୁ ସଦାପ୍ରଭୁ ଇସ୍ରାଏଲକୁ ମହାମାରୀ ପଠାଇଲେ। ଏହି ପ୍ରତ୍ୟୁଷରୁ ଆରମ୍ଭ ହୋଇ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଗ୍ଭଲୁ ରହିଲା। ତେଣୁ ଦାନ୍ଠାରୁ ବେର୍ଶେବା ପର୍ଯ୍ୟନ୍ତ 70,000 ଲୋକ ମୃତ୍ୟୁବରଣ କଲେ। 16 ଦୂତ ଯିରୁଶାଲମକୁ ଧ୍ୱଂସ କରିବା ପାଇଁ ତହିଁ ଆଡ଼କୁ ହସ୍ତ ବିସ୍ତାର କଲେ। କିନ୍ତୁ ସଦାପ୍ରଭୁ ଏକର୍ମ ପାଇଁ ଦୁଃଖ ପ୍ରକାଶ କଲେ। ସଦାପ୍ରଭୁ ଦୂତଙ୍କୁ କହିଲେ, “ଯେଉଁ ଲୋକମାନଙ୍କୁ ମାରିଅଛ ତାହା ଯଥେଷ୍ଟ, ତୁମ୍ଭ ହସ୍ତ ନତ କର।” ଏହି ସମୟରେ ସେହି ଦୂତ ଯିବୂଷୀୟ ଅରୌଣାରେ ଶସ୍ୟ ମର୍ଦ୍ଦନ ସ୍ଥାନ ନିକଟରେ ଥିଲେ।
ଦାଉଦ ଅରୌଣାର ଶସ୍ୟ ମର୍ଦ୍ଦନ ସ୍ଥାନକୁ କିଣିଲେ
17 ପୁଣି ଦାଉଦ ସେହି ସଂହାରକ ଦୂତକୁ ଦେଖି ସଦାପ୍ରଭୁଙ୍କୁ କହିଲେ, “ଦେଖ, ମୁଁ ପାପ କଲି ଓ ମୁଁ ହିଁ ଅପରାଧୀ ହେଲି। ମାତ୍ର ଏହି ମେଷଗଣ କ’ଣ କଲେ? ବିନୟ କରୁଅଛି ତୁମ୍ଭ ହସ୍ତ ମୋ’ ପ୍ରତିକୂଳରେ ଓ ମୋ’ ପିତୃଗୃହର ପ୍ରତିକୂଳରେ ହେଉ।”
18 ସେହି ଦିନ ଗାଦ୍ ଦାଉଦଙ୍କ ନିକଟକୁ ଯାଇ ତାହାଙ୍କୁ କହିଲା, “ଯାଅ, ଯିବୂଷୀୟ ଅରୌଣାର ଶସ୍ୟ ମର୍ଦ୍ଦନ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ସ୍ଥାପନ କର।” 19 ତେଣୁ ଦାଉଦ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ ଗାଦ୍ର ବାକ୍ୟନୁସାରେ ଉଠି ଗଲେ। 20 ସେତେବେଳେ ଅରୌଣା ଅନାଇ ଦେଖିଲା ଯେ ରାଜ୍ୟ ଓ ତାଙ୍କର ଦାସମାନେ ତାଙ୍କ ଆଡ଼କୁ ଆସୁ ଅଛନ୍ତି। ତହିଁରେ ଅରୌଣା ବାହାରେ ଆସି ରାଜାଙ୍କ ନିକଟରେ ମୁହଁ ମାଡ଼ି ଭୂମିଷ୍ଠ ପ୍ରଣାମ କଲା। 21 ପୁଣି ଅରୌଣା ପଗ୍ଭରିଲା, “ମୋ’ ପ୍ରଭୁ ମହାରାଜ ଆପଣା ଦାସ ନିକଟକୁ କି କାରଣରେ ଆସିଲେ?” ସଦାପ୍ରଭୁଙ୍କ ପାଇଁ ବେଦି ତିଆରି କରିବାକୁ ମୁଁ ତୁମ୍ଭର ଖଳାର ଭୂମି କିଣିବାକୁ ଆସିଅଛି। ତା'ପରେ ମହାମାରୀ ବନ୍ଦ ହେବ।
ତହିଁରେ ଦାଉଦ କହିଲେ, “ଲୋକମାନଙ୍କ ମଧ୍ୟରୁ ଯେମନ୍ତ ମହାମାରୀ ନିବୃତ୍ତ ହେବ। ଏଥିପାଇଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିବ। କାରଣ ତୁମ୍ଭଠାରୁ ଶସ୍ୟ ମର୍ଦ୍ଦନ ସ୍ଥାନ କିଣିବାକୁ ଆସିଲି।”
22 ତହୁଁ ଅରୌଣା ଦାଉଦଙ୍କୁ କହିଲା, “ମୋ’ ପ୍ରଭୁ ମହାରାଜା ଆପଣଙ୍କୁ ଯାହା ଭଲ ଲାଗେ ତାହା ଦେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କରନ୍ତୁ। ଦେଖନ୍ତୁ ହୋମବଳି ନିମନ୍ତେ ଏହି ବୃଷକୁ ଓ କାଠ ନିମନ୍ତେ ଏହି ଶସ୍ୟ ମର୍ଦ୍ଦନ ଯନ୍ତ୍ର ସଜ୍ଜ ଅଛି। 23 ହେ ମହାରାଜ, ଅରୌଣା ଏ ସମସ୍ତ ମହାରାଜାଙ୍କୁ ଦେଉଅଛି।” ପୁଣି ଅରୌଣା ରାଜାଙ୍କୁ କହିଲା, “ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଆପଣଙ୍କୁ ଗ୍ରହଣ କରନ୍ତୁ।”
24 ତହିଁରେ ରାଜା ଅରୌଣାକୁ କହିଲେ, “ନା, ମୁଁ ଅବଶ୍ୟ ମୂଲ୍ୟ ଦେଇ ତୁମ୍ଭଠାରୁ ଏସବୁ କିଣିବି ଆଉ ମୁଁ ସଦାପ୍ରଭୁ ମୋ’ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବିନା ମୂଲ୍ୟର ହୋମବଳି ଉତ୍ସର୍ଗ କରିବି ନାହିଁ।”
ତହୁଁ ଦାଉଦ ପଗ୍ଭଶ୍ ଶେକଲ ରୂପାରେ ସେହି ଶସ୍ୟ ମର୍ଦ୍ଦନ ସ୍ଥାନ ଓ ବୃଷ ସବୁ କିଣିଲେ। 25 ପୁଣି ଦାଉଦ ସେହି ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥ ବଳି ଓ ଶାନ୍ତି ନୈବେଦ୍ୟ ଉତ୍ସର୍ଗ କଲେ।
ତହିଁରେ ସଦାପ୍ରଭୁ ପ୍ରାର୍ଥନା ଶୁଣି ଦେଶ ପ୍ରତି ପ୍ରସନ୍ନ ହେଲେ। ପୁଣି ଇସ୍ରାଏଲ ମଧ୍ୟରୁ ମହାମାରୀ ନିବୃତ୍ତ ହେଲା।
ଅଦୋନିୟ ରାଜା ହେବାକୁ ଇଚ୍ଛା କଲେ
1 ରାଜା ଦାଉଦ ଅତ୍ୟନ୍ତ ବୃଦ୍ଧ ହେଲେ। ତାଙ୍କର ପରିଗ୍ଭରକଗଣ ତାଙ୍କୁ ଉଷ୍ଣ କରିବା ପାଇଁ ବହୁତ କମ୍ବଳ ଓ ବହୁ ବସ୍ତ୍ରରେ ଆଚ୍ଛାଦାନ କଲେ। କିନ୍ତୁ ସେ କିଛି ଉଷ୍ଣତା ପାଇଲେ ନାହିଁ। 2 ତେଣୁ ତାଙ୍କର ଦାସମାନେ ତାଙ୍କୁ କହିଲ, “ଆମ୍ଭେମାନେ ଆପଣଙ୍କ ସେବା ନିମନ୍ତେ ଏକ ଯୁବତୀ କନ୍ୟା ଖୋଜି ଆଣିବୁ। ସେ ଆପଣଙ୍କୁ ଉଷ୍ଣତା ଦେବାକୁ ଆପଣଙ୍କ କୋଳରେ ଶୟନ କରିବ।” 3 ଏଣୁ ରାଜାଙ୍କର ଦାସମାନେ ଇସ୍ରାଏଲର ସମସ୍ତ ଅଞ୍ଚଳରେ ସୁନ୍ଦରୀ କନ୍ୟାର ଅନ୍ୱେଷଣ କରିବା ଆରମ୍ଭ କରିଦେଲେ। ଶେଷରେ ସେ ଶୁନେମୀୟା ନଗରରୁ ଅବୀଶଗ ନାମକ ଏକ ସୁନ୍ଦରୀ ଯୁବତୀ ପାଇଲେ ଓ ତାକୁ ରାଜାଙ୍କ ନିକଟକୁ ଘେନି ଆସିଲେ। 4 ସେହି ଯୁବତୀ ଅତି ସୁନ୍ଦରୀ ଥିଲା। ସେ ରାଜାଙ୍କର ସେବା ଓ ପରିଚର୍ଯ୍ୟା କଲା। ମାତ୍ର ରାଜା ଦାଉଦ ତା’ ସହିତ ଯୌନ ସମ୍ପର୍କ ରଖିଲେ ନାହିଁ।
5-6 ରାଜା ଦାଉଦ ଓ ପତ୍ନୀ ହଗୀତଙ୍କର ପୁତ୍ର ଅଦୋନିୟ ଅତି ସୁନ୍ଦର ଥିଲେ। ସେ ତାଙ୍କର ଭାଇ ଅବଶାଲୋମଙ୍କ ପରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ସେ ଅତ୍ୟନ୍ତ ଗର୍ବୀ ଥିଲେ ଓ ନିଜେ ପରବର୍ତ୍ତୀ ରାଜା ହେବାକୁ ସ୍ଥିର କଲେ। ସେ ଗୋଟିଏ ରଥ, ଅଶ୍ୱାରୋହୀଗଣ ଓ ସମ୍ମୁଖରେ ଦୌଡ଼ିବା ପାଇଁ ପଗ୍ଭଶ୍ ଜଣ ଲୋକ ପାଇଲେ। ମାତ୍ର ରାଜା ଦାଉଦ କେବେ ଅଦୋନିୟଙ୍କୁ ଠିକ୍ କରିବାକୁ ଚେଷ୍ଟା କରି ନ ଥିଲେ। “ଏପରିକି ସେ ତାଙ୍କୁ ପଗ୍ଭରିଲେ ନାହିଁ ଯେ କାହିଁକି ସେ ଏହିସବୁ କରୁଥିଲେ?”
7 ପୁଣି ସେ ସରୁୟାର ପୁତ୍ର ଯୋୟାବ ଓ ଅବିୟାଥର ଯାଜକ ସହିତ ପରାମର୍ଶ କଲେ। ସେମାନେ ଅଦୋନିୟର ଅନୁଗତ ହୋଇ ତାଙ୍କୁ ରାଜା କରିବାକୁ ସାହାଯ୍ୟ କଲେ। 8 ମାତ୍ର ସାଦୋକ ଯାଜକ, ଯିହୋୟାଦାର ପୁତ୍ର ବନାୟ, ନାଥନ ଭବିଷ୍ୟଦ୍ବକ୍ତା, ଶିମିୟି, ରେୟି ଓ ଦାଉଦଙ୍କର ସ୍ୱତନ୍ତ୍ର ପ୍ରହରୀଗଣ ଅଦୋନିୟଙ୍କୁ ସମର୍ଥନ କରି ନ ଥିଲେ। ସେମାନେ ଦାଉଦଙ୍କର ବିଶ୍ୱସ୍ତ ଥିଲେ।
9 ଥରେ ଅଦୋନିୟ ଐନରୋଗଲେର ପାର୍ଶ୍ୱସ୍ଥ ସୋହେଲତ ପଥର ନିକଟରେ ମେଷ, ବୃଷ ଓ ପୁଷ୍ଟ ବାଛୁରି ମାରି ନିଜର ଭ୍ରାତା ରାଜପୁତ୍ରମାନଙ୍କୁ ଓ ଯିହୁଦା ରାଜାଙ୍କର ସମସ୍ତ କର୍ମଗ୍ଭରୀମାନଙ୍କୁ ଉତ୍ସର୍ଗ କରିଥିବା ପଶୁର ମାଂସ ଖାଇବା ପାଇଁ ନିମନ୍ତ୍ରଣ କଲେ। 10 ମାତ୍ର ସେ ନାଥନ ଭବିଷ୍ୟଦ୍ବକ୍ତାଙ୍କୁ, ବନାୟଙ୍କୁ, ପିତାଙ୍କର ସ୍ୱତନ୍ତ୍ର ବୀରମାନଙ୍କୁ ଓ ନିଜର ଭାଇ ଶଲୋମନଙ୍କୁ ନିମନ୍ତ୍ରଣ କଲେ ନାହିଁ।
ନାଥନ ଓ ବତ୍ଶେବା ଶଲୋମନ ସପକ୍ଷରେ କହିଲେ
11 ଏଥିରେ ନାଥନ ଶଲୋମନଙ୍କର ମାତା ବତ୍ଶେବାଙ୍କୁ କହିଲେ, “ଆମ୍ଭମାନଙ୍କର ପ୍ରଭୁ ଦାଉଦଙ୍କ ଅଜ୍ଞାତସାରରେ ହଗୀତଙ୍କର ପୁତ୍ର ଅଦୋନିୟ ନିଜକୁ ରାଜା କରିଅଛନ୍ତି। ଏହା କ’ଣ ତୁମ୍ଭେ ଶୁଣି ନାହଁ? 12 ଏଣୁ ତୁମ୍ଭର ଓ ତୁମ୍ଭ ପୁତ୍ର ଶଲୋମନର ଜୀବନ ବିପଦପୂର୍ଣ୍ଣ। ତୁମ୍ଭେ ନିଜର ଓ ନିଜ ପୁତ୍ର ଶଲୋମନର ଜୀବନ କିପରି ରକ୍ଷା କରି ପାରିବ, ମୁଁ ତୁମ୍ଭକୁ ମନ୍ତ୍ରଣା ଦେବି। 13 ତୁମ୍ଭେ ରାଜା ଦାଉଦଙ୍କ ନିକଟକୁ ଯାଇ କୁହ, ‘ହେ ମୋର ମହାଶୟ ମହାରାଜ, ଆପଣ କ’ଣ ପ୍ରତିଜ୍ଞା କରି ଏ ଦାସୀକୁ କହି ନ ଥିଲ, ମୋ’ ଉତ୍ତାରେ ତୁମ୍ଭର ପୁତ୍ର ଶଲୋମନ ରାଜ୍ୟ ଶାସନ କରିବ ଓ ସେ ମୋ’ ସିଂହାସନରେ ବସିବ? ତେବେ ଅଦୋନିୟ କିପରି ରାଜ୍ୟ କରୁଅଛି?’ 14 ତୁମ୍ଭେ ଯେତେବେଳେ ରାଜାଙ୍କ ସହିତ କଥାବାର୍ତ୍ତା କରୁଥିବ, ମୁଁ ସେଠାରେ ପହଞ୍ଚିବି ଏବଂ ତୁମ୍ଭେ ସେ ସ୍ଥାନ ଛାଡ଼ିଲା ପରେ ମୁଁ ତୁମ୍ଭର କଥାଗୁଡ଼ିକ ନିଶ୍ଚିତ କରିବି।”
15 ଏଥିରେ ବତ୍ଶେବା ଶୟନାଗାର ଭିତରକୁ ଯାଇ ରାଜାଙ୍କୁ ଦେଖିଲେ। ସେତେବେଳେ ରାଜା ଅତ୍ୟନ୍ତ ବୃଦ୍ଧ ଥିଲେ। ଶୁନେମୀୟା ଯୁବତୀ ଅବୀଶଗ ରାଜାଙ୍କର ପରିଚର୍ଯ୍ୟା କରୁଥିଲା। 16 ବତ୍ଶେବା ମୁଣ୍ତ ନୁଆଁଇ ରାଜାଙ୍କୁ ପ୍ରଣାମ କଲେ। ତା'ପରେ ରାଜା ପଗ୍ଭରିଲେ, “ତୁମ୍ଭେ କ’ଣ ଇଚ୍ଛା କରୁଛ?”
17 ବତ୍ଶେବା କହିଲେ, “ହେ ମୋର ମହାଶୟ, ଆପଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ନାମରେ ଏ ଦାସୀ ନିକଟରେ ପ୍ରତିଜ୍ଞା କରିଥିଲେ ଯେ, ‘ମୋ’ ଉତ୍ତାରେ ତୁମ୍ଭ ପୁତ୍ର ଶଲୋମନ ନିଶ୍ଚୟ ରାଜା ହେବ ଓ ସେ ମୋ’ ସିଂହାସନରେ ବସିବ’। 18 ମାତ୍ର ବର୍ତ୍ତମାନ ଆପଣଙ୍କ ଅଜ୍ଞାତରେ ଅଦୋନିୟ ରାଜ୍ୟ କରୁଅଛି। ଅଥଚ ଆପଣ ଜାଣନ୍ତି ନାହିଁ। 19 ଆଉ ସେ ଅନେକ ମେଷ, ବୃଷ ଓ ପୁଷ୍ଟ ପଶୁ ମାରି ମହାରାଜାଙ୍କ ସମସ୍ତ ପୁତ୍ରମାନଙ୍କୁ, ଅବିୟାଥର ଯାଜକଙ୍କୁ ଓ ଯୋୟାବ ସେନାପତିଙ୍କୁ ନିମନ୍ତ୍ରଣ କରିଅଛି, ମାତ୍ର ଆପଣଙ୍କ ବିଶ୍ୱସ୍ତ ପୁତ୍ର ଶଲୋମନଙ୍କୁ ଡାକି ନାହିଁ। 20 ହେ ମୋର ମହାଶୟ ମହାରାଜା, ବର୍ତ୍ତମାନ ସମଗ୍ର ଇସ୍ରାଏଲବାସୀ ଆପଣଙ୍କ ଉପରେ ଦୃଷ୍ଟି ରଖିଛନ୍ତି। ସେମାନେ ଦେଖିବା ପାଇଁ ଅପେକ୍ଷା କରିଛନ୍ତି। ଆପଣଙ୍କ ଅନ୍ତେ କାହାକୁ ଆପଣ ସିଂହାସନରେ ବସାଇ ରାଜା କରିବେ। 21 ତେଣୁ ଆପଣ ମୃତ୍ୟୁ ପୂର୍ବରୁ କିଛି ଗୋଟିଏ ସ୍ଥିର କରନ୍ତୁ। ତା'ପରେ ନ ହେଲେ ଆପଣ ଆପଣଙ୍କ ପିତୃପୁରୁଷଙ୍କ ସହିତ ସମାଧିସ୍ଥ ହେଲା ପରେ ମୁଁ ଓ ମୋର ପୁତ୍ର ଶଲୋମନ ଦୋଷୀ ବୋଲି ପରିଗଣିତ ହେବୁ।”
22 ବତ୍ଶେବା ରାଜାଙ୍କ ସହିତ କଥାବାର୍ତ୍ତା କରୁଥିବା ବେଳେ ଭବିଷ୍ୟଦ୍ବକ୍ତା ନାଥନ ସେଠାରେ ଉପସ୍ଥିତ ହେଲେ। 23 ରାଜାଙ୍କର ଦାସମାନେ ରାଜାଙ୍କୁ କହିଲେ, “ଭବିଷ୍ୟଦ୍ବକ୍ତା ନାଥନ ଏଠାରେ ଉପସ୍ଥିତ।” ତା'ପରେ ନାଥନ ରାଜାଙ୍କ ସମ୍ମୁଖକୁ ଯାଇ ତାଙ୍କୁ ନତମସ୍ତକ ହୋଇ ପ୍ରଣାମ କଲେ। 24 ନାଥନ କହିଲେ, ହେ” ମୋର ମହାରାଜ, ଆପଣ କ’ଣ ଘୋଷଣା କରିଛନ୍ତି କି ଆପଣଙ୍କ ପରେ ଅଦୋନିୟ ରାଜ୍ୟ କରିବେ ଓ ଆପଣଙ୍କ ସିଂହାସନକୁ ଅଧିକାର କରିବେ? 25 କାରଣ ସେ ଆଜି ଯାଇ ଉପତ୍ୟକାରେ ଅନେକ ମେଷ, ବୃଷ ଓ ପୁଷ୍ଟ ପଶୁ ମାରି ସମସ୍ତ ରାଜପୁତ୍ରମାନଙ୍କୁ ଓ ସେନାପତିମାନଙ୍କୁ ଏବଂ ଅବିୟାଥର ଯାଜକଙ୍କୁ ନିମନ୍ତ୍ରଣ କରିଅଛନ୍ତି। ସେମାନେ ଏକତ୍ରିତ ହୋଇ ଭୋଜନ ପାନ କରୁଛନ୍ତି ଓ କହୁଛନ୍ତି, ‘ରାଜା ଅଦୋନିୟ ଚିରଜୀବି ହୁଅନ୍ତୁ।’ 26 କିନ୍ତୁ ସେ ମୋତେ, ସାଦୋକ ଯାଜକଙ୍କୁ, ଯିହୋୟାଦାର ପୁତ୍ର ବନାୟକୁ ଓ ଆପଣଙ୍କ ପୁତ୍ର ଶଲୋମନକୁ ନିମନ୍ତ୍ରଣ କରି ନାହାନ୍ତି। 27 ମୋର ମହାରାଜ, ଆପଣ ଆମ୍ଭମାନଙ୍କୁ ନ ଜଣାଇ ଏହି କାର୍ଯ୍ୟ କରିଛନ୍ତି କି? ଦୟାକରି କୁହନ୍ତୁ କିଏ ଆପଣଙ୍କ ଅନ୍ତେ ସିଂହାସନରେ ବସିବ?”
28 ତା'ପରେ ରାଜା ଦାଉଦ କହିଲେ, “ବତ୍ଶେବାକୁ ମୋ’ ପାଖକୁ ଡାକ!” ତେଣୁ ସେ ରାଜାଙ୍କ ନିକଟକୁ ଯାଇ ତାଙ୍କ ସମ୍ମୁଖରେ ଛିଡ଼ା ହେଲେ।
29 ତା'ପରେ ରାଜା ଶପଥ କଲେ, “ଯେପର୍ଯ୍ୟନ୍ତ ସଦାପ୍ରଭୁ ଜୀବିତ ଅଛନ୍ତି ପରମେଶ୍ୱର ମୋତେ ସମସ୍ତ ବିପଦରୁ ରକ୍ଷା କରିଛନ୍ତି। ମୁଁ ଏହି ପ୍ରତିଜ୍ଞା କରୁଅଛି। 30 ଯାହା ପୂର୍ବରୁ ମୁଁ ତୁମ୍ଭ ନିକଟରେ ପ୍ରତିଜ୍ଞା କରିଥିଲି ଆଜି ମୁଁ ତାହା କରିବି। ତୁମ୍ଭର ପୁତ୍ର ଶଲୋମନ ରାଜ୍ୟ ଶାସନ କରିବ ଓ ମୋ’ ଅନ୍ତେ ମୋ’ ପଦରେ ସିଂହାସନରେ ବସିବ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ମୁଁ ପ୍ରତିଜ୍ଞା କରି କହୁଛି, ମୁଁ ମୋର ପ୍ରତିଜ୍ଞା ରଖିବି ଓ ଆଜି ତାହା ପାଳନ କରିବି।”
31 ତା'ପରେ ବତ୍ଶେବା ରାଜାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିଲେ, “ମୋ’ ମହାରାଜ ଦାଉଦ, ଦୀର୍ଘଜୀବୀ ହୁଅନ୍ତୁ!”
ଶଲୋମନ ନୂତନ ରାଜାରୂପେ ମନୋନୀତ
32 ତା'ପରେ ରାଜା ଦାଉଦ କହିଲେ, “ସାଦୋକ ଯାଜକକୁ, ନାଥନ ଭବିଷ୍ୟଦ୍ବକ୍ତାଙ୍କୁ ଓ ଯିହୋୟାଦାର ପୁତ୍ର ବନାୟକୁ ମୋ’ ନିକଟକୁ ଡାକ।” ଏଣୁ ସେ ତିନି ଜଣ ରାଜାଙ୍କ ସମ୍ମୁଖକୁ ଆସିଲେ। 33 ତା'ପରେ ରାଜା ସେମାନଙ୍କୁ କହିଲେ, “ମୋର ସମସ୍ତ ଦାସମାନଙ୍କୁ ତୁମ୍ଭମାନଙ୍କ ସଙ୍ଗରେ ନେଇ ଓ ମୋର ପୁତ୍ର ଶଲୋମନକୁ ମୋ’ ନିଜ ଖଚରରେ ବସାଇ ଗୀହୋନ ଝରଣା ନିକଟକୁ ଆଣ। 34 ଆଉ ସେଠାରେ ଯାଜକ ସାଦୋକ ଓ ଭବିଷ୍ୟଦ୍ବକ୍ତା ନାଥନ ଶଲୋମନକୁ ଇସ୍ରାଏଲର ନୂତନ ରାଜା ରୂପେ ନିଶ୍ଚୟ ଅଭିଷିକ୍ତ କରିବେ। ପୁଣି ତୁମ୍ଭେମାନେ ତୂରୀ ବଜାଇ କୁହ, ‘ରାଜା ଶଲୋମନ ଦୀର୍ଘଜୀବୀ ହୁଅନ୍ତୁ।’ 35 ତହିଁ ଉତ୍ତାରେ ତୁମ୍ଭେମାନେ ତା’ ସହିତ ଫେରି ଆସ। ଶଲୋମନ ମୋର ସିଂହାସନରେ ବସୁ ଓ ମୋ’ ସ୍ଥାନରେ ସେ ନୂଆ ରାଜା ହେଉ। ମୁଁ ଇସ୍ରାଏଲ ଓ ଯିହୁଦାର ନୂତନ ଶାସକ ରୂପେ ତାକୁ ମନୋନୀତ କରିଅଛି।”
36 ଏଥିରେ ଯିହୋୟାଦାର ପୁତ୍ର ବନାୟ ରାଜାଙ୍କୁ ଉତ୍ତର କରି କହିଲା, “ଏମନ୍ତ ହେଉ, ମୋ’ ମହାରାଜାଙ୍କୁ ସଦାପ୍ରଭୁ ପରମେଶ୍ୱର ମଧ୍ୟ ଏପରି କୁହନ୍ତୁ। 37 ସଦାପ୍ରଭୁ ଯେପରି ମୋର ମହାରାଜାଙ୍କର ସହବର୍ତ୍ତୀ ହୋଇଅଛନ୍ତି, ସେହିପରି ସଦାପ୍ରଭୁ ଶଲୋମନଙ୍କର ମଧ୍ୟ ସହବର୍ତ୍ତୀ ହୁଅନ୍ତୁ। ରାଜା ଶଲୋମନଙ୍କର ରାଜ୍ୟ ମୋର ମହାରାଜଙ୍କର ରାଜ୍ୟଠାରୁ ଅଧିକ ବଡ଼ ଓ ଅଧିକ ଶକ୍ତିଶାଳୀ ହେଉ।”
38 ତେଣୁ ଯାଜକ ସାଦୋକ, ଭବିଷ୍ୟଦ୍ବକ୍ତା ନାଥନ ଓ ଯିହୋୟାଦାର ପୁତ୍ର ବନାୟ ଏବଂ ରାଜାଙ୍କର ଦାସମାନେ ତାଙ୍କର ରାଜକୀୟ ଆଦେଶ ପାଳନ କଲେ। ସେମାନେ ଶଲୋମନଙ୍କୁ ରାଜା ଦାଉଦଙ୍କର ଗଧ ଉପରେ ବସାଇ ଗୀହୋନ ଝରଣା ନିକଟକୁ ନେଇଗଲେ। 39 ପୁଣି ଯାଜକ ସାଦୋକ ପବିତ୍ର ତମ୍ବୁ ମଧ୍ୟରୁ ଶିଙ୍ଗାଏ ପବିତ୍ର ତୈଳ ନେଇ ଶଲୋମନଙ୍କୁ ଅଭିଷେକ କଲେ। ତା'ପରେ ସେମାନେ ଉଚ୍ଚ ସ୍ୱରରେ ତୂରୀ ବଜାଇଲେ ଏବଂ ସମସ୍ତ ଲୋକମାନେ ଉଚ୍ଚ ସ୍ୱରରେ କହିଲେ, “ରାଜା ଶଲୋମନ ଚିରଜୀବି ହୁଅନ୍ତୁ।” 40 ତତ୍ପରେ ସମସ୍ତ ଲୋକ ଶଲୋମନଙ୍କ ପଛେ ପଛେ ନଗରକୁ ଗଲେ। ସେମାନେ ବହୁତ ଖୁସୀ ଥିଲେ ଓ ବଂଶୀ ବାଦନ କରି ଏପରି ମହାହର୍ଷନାଦ କଲେ ଯେ ପୃଥିବୀ ପ୍ରକମ୍ପିତ ହେଲା।
41 ଏହି ସମୟରେ ଅଦୋନିୟ ଓ ତାହାର ସମସ୍ତ ନିମନ୍ତ୍ରିତ ଅତୀଥି ଭୋଜନ ସମାପ୍ତ କରିବା ସମୟରେ ସେମାନେ ତୂରୀ ଶବ୍ଦ ଶୁଣିଲେ। ଯୋୟାବ ପଗ୍ଭରିଲେ, “ନଗରରେ ଏହି କୋଳାହଳ ଶବ୍ଦ କାହିଁକି ହେଉଅଛି?”
42 ଯୋୟାବ ଏହିକଥା କହୁଥିବା ବେଳେ ଯାଜକ ଅବିୟାଥରର ପୁତ୍ର ଯୋନାଥନ ସେଠାରେ ପହଞ୍ଚିଲା। ଅଦୋନିୟ, “ଭିତରକୁ ଡାକିଲା, ତୁମ୍ଭେ ଯୋଗ୍ୟ ପୁରୁଷ, ତୁମ୍ଭେ ନିଶ୍ଚିତ ସୁସମାଗ୍ଭର ଆଣିଥିବ।”
43 ମାତ୍ର ଯୋନାଥନ ଉତ୍ତର କଲେ, “ଏହା ତୁମ୍ଭ ପାଇଁ ସୁସମାଗ୍ଭର ନୁହେଁ। ରାଜା ଦାଉଦ ଶଲୋମନଙ୍କୁ ନୂଆ ରାଜା କରିଛନ୍ତି। 44 ପୁଣି ରାଜା ଯାଜକ ସାଦୋକକୁ, ଭବିଷ୍ୟଦ୍ବକ୍ତା ନାଥନଙ୍କୁ, ଯିହୋୟାଦାର ପୁତ୍ର ବନାୟକୁ ଓ ରାଜାଙ୍କର ସମସ୍ତ କର୍ମଗ୍ଭରୀଗଣଙ୍କୁ ତାଙ୍କ ସହିତ ପଠାଇଲେ ଓ ସେମାନେ ତାଙ୍କୁ ରାଜାଙ୍କ ନିଜ ଖଚରରେ ଆରୋହଣ କରାଇଲେ। 45 ତା'ପରେ ସାଦୋକ ଯାଜକ ଓ ନାଥନ ଭବିଷ୍ୟଦ୍ବକ୍ତା ଶଲୋମନଙ୍କୁ ଗୀହୋନ ଝରଣା ନିକଟରେ ଅଭିଷେକ କରାଇଲେ। ତା'ପରେ ସେମାନେ ନଗରରେ ପ୍ରବେଶ କଲେ ଓ ଲୋକମାନେ ତାଙ୍କ ପଶ୍ଚାତ୍ଧାବନ କଲେ। ବର୍ତ୍ତମାନ ସମସ୍ତ ନଗରବାସୀ ମହାଆନନ୍ଦିତ ଓ ସେହି ଆନନ୍ଦଧ୍ୱନି ତୁମ୍ଭେ ଶୁଣୁଥିଲ। 46-47 ଶଲୋମନ ସିଂହାସନ ଉପରେ ବସିଛନ୍ତି, ଏପରିକି ରାଜକର୍ମଗ୍ଭରୀଗଣ ରାଜା ଦାଉଦଙ୍କୁ ଅଭିବାଦନ ଜଣାଉଛନ୍ତି। ସେମାନେ କହୁଛନ୍ତି, ‘ରାଜା ଦାଉଦ, ତୁମ୍ଭେ ଜଣେ ମହାନ ରାଜା। ଆମ୍ଭେମାନେ ତୁମ୍ଭର ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛୁ, ଶଲୋମନକୁ ତୁମ୍ଭ ଅପେକ୍ଷା ମହାନ କରନ୍ତୁ। ମହାନ ରାଜା ତୁମ୍ଭର ପରମେଶ୍ୱର ତୁମ୍ଭଠାରୁ ତାଙ୍କୁ ଅଧିକ ଖ୍ୟାତ କରନ୍ତୁ ଓ ତାଙ୍କର ସାମ୍ରାଜ୍ୟ ତୁମ୍ଭ ଅପେକ୍ଷା ଅଧିକ ବଡ଼ ଓ ଶକ୍ତିଶାଳୀ ହେଉ।’ ରାଜା ଦାଉଦ ମଧ୍ୟ ଶଯ୍ୟାରେ ଥାଇ ମଥାନତ କଲେ। 48 ରାଜା କହିଲେ, ‘ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ପ୍ରଶଂସା କର, ସେ ଆଜି ମୋର ସିଂହାସନରେ ମୋର ପୁତ୍ରମାନଙ୍କ ମଧ୍ୟରୁ ଜଣକୁ ବସାଇଲେ, ଏହା ଦେଖିବା ପାଇଁ ସେ ମୋତେ ଜୀବିତ ରଖିଲେ।’”
49 ଏଥିରେ ଅଦୋନିୟ ଦ୍ୱାରା ନିମନ୍ତ୍ରିତ ଲୋକମାନେ ଭୟଭୀତ ହେଲେ ଓ ପ୍ରତ୍ୟେକ ଶୀଘ୍ର ଗ୍ଭଲିଗଲେ। 50 ଅଦୋନିୟ ମଧ୍ୟ ଭୟ କଲା। କାରଣ ସେ ଶଲୋମନଙ୍କୁ ଭୟ କରୁଥିଲା। ତେଣୁ ସେ ଉଠିଯାଇ ଯଜ୍ଞବେଦିର ଶିଙ୍ଗକୁ ଅବଲମ୍ବନ କଲା[a] 51 ତା'ପରେ କେହି ଜଣେ ଶଲୋମନକୁ ସମ୍ବାଦ ଦେଲା, “ଅଦୋନୀୟ ତୁମ୍ଭକୁ ଭୟ କରୁଅଛି। ତେଣୁ ସେ ଯଜ୍ଞବେଦିର ଶିଙ୍ଗକୁ ଅବଲମ୍ବନ କରିଅଛି। ସେ ଛାଡ଼ିବା ପାଇଁ ମନା କରି କହୁଅଛି, ‘ଶଲୋମନ ରାଜା ଆପଣା ଦାସ ଅଦୋନିୟକୁ ହତ୍ୟା କରିବେ ନାହିଁ ବୋଲି ପ୍ରତିଜ୍ଞା କରି କୁହନ୍ତୁ।’”
52 ତହିଁରେ ଶଲୋମନ ଉତ୍ତର କଲେ, “ଯଦି ଅଦୋନିୟ ନିଜକୁ ଜଣେ ଉତ୍ତମ ଲୋକ ବୋଲି ପ୍ରମାଣ କରିବ ତେବେ ମୁଁ ପ୍ରତିଜ୍ଞା କରୁଛି ତା'ର କେଶ ମଧ୍ୟ କେହି ସ୍ପର୍ଶ କରିବେ ନାହିଁ। କିନ୍ତୁ ଯଦି ସେ କୁକର୍ମ କାର୍ଯ୍ୟ କରେ ସେ ନିଶ୍ଚିତ ବଧ ହେବ।” 53 ତା'ପରେ ରାଜା ଶଲୋମନ କେତେକ ଲୋକଙ୍କୁ ଅଦୋନିୟ ନିକଟକୁ ପଠାଇଲେ। ସେମାନେ ଅଦୋନିୟକୁ ଶଲୋମନ ନିକଟକୁ ଆଣିଲେ। ଅଦୋନିୟ ରାଜା ଶଲୋମନଙ୍କୁ ପ୍ରଣାମ କଲା। ଶଲୋମନ ତାହାକୁ କହିଲେ, “ନିଜ ଘରକୁ ଯାଅ।”
ରାଜା ଦାଉଦଙ୍କ ମୃତ୍ୟୁ
2 ଅନନ୍ତର ରାଜା ଦାଉଦଙ୍କର ମୃତ୍ୟୁ ସନ୍ନିକଟ ହେବାରୁ ସେ ପୁତ୍ର ଶଲୋମନକୁ ଆଜ୍ଞା ଦେଇ କହିଲେ, 2 “ମୁଁ ପାର୍ଥିବ ମଣିଷ ପରି ମୃତ୍ୟୁବରଣ କରିବାକୁ ଯାଉଛି। ଏଣୁ ତୁମ୍ଭେ ବଳବାନ୍ ହୁଅ ଓ ପୁରୁଷତ୍ୱ ପ୍ରକାଶ କର। 3 ବର୍ତ୍ତମାନ ତୁମ୍ଭେ ସାବଧାନତାର ସହ ଓ ବିଶ୍ୱସ୍ତତାର ସହ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ସମସ୍ତ ଆଦେଶ ପାଳନ କରିବାର ସମୟ। ତାଙ୍କର ସମସ୍ତ ବ୍ୟବସ୍ଥା, ସମସ୍ତ ଆଜ୍ଞା, ନିଷ୍ପତ୍ତି ଓ ନିୟମକୁ ମାନି ଚଳ। ମୋଶାଙ୍କ ଲିଖିତ ସମସ୍ତ ନିୟମକୁ ପାଳନ କର। ତାହାହେଲେ ତୁମ୍ଭେ ସବୁ କ୍ଷେତ୍ରରେ ସଫଳ ହେବ ଓ ଯେଉଁ ସ୍ଥାନକୁ ଯିବ କୁଶଳ ପ୍ରାପ୍ତ ହେବ। 4 ଯଦି ତୁମ୍ଭେ ସଦାପ୍ରଭୁଙ୍କର ଏହି ନିୟମ ପାଳନ କରିବ, ତେବେ ସଦାପ୍ରଭୁ ମୋ’ ବିଷୟରେ ଯାହା ପ୍ରତିଜ୍ଞା କରିଛନ୍ତି ତାହା ନିଶ୍ଚୟ ହେବ। ସଦାପ୍ରଭୁ କହିଥିଲେ, ‘ଯଦି ତୁମ୍ଭର ସନ୍ତାନମାନେ ସମସ୍ତ ମନ ଓ ପ୍ରାଣ ସହିତ ମୁଁ ଦେଇଥିବା ଆଜ୍ଞାନୁସାରେ ଜୀବନ ଧାରଣ କରିବେ, ତେବେ ଇସ୍ରାଏଲର ସିଂହାସନରେ ତୁମ୍ଭ ବଂଶରୁ ହିଁ ବସିବେ। ସଦାପ୍ରଭୁ ତାଙ୍କର ଏହି ବାକ୍ୟ ପୂରଣ କରିବେ।’”
5 ଦାଉଦ ପୁଣି କହିଲେ, “ସରୁୟାର ପୁତ୍ର ଯୋୟାବ ମୋ’ ବିରୁଦ୍ଧରେ ଯାହା କରିଅଛି, ତୁମ୍ଭେ ଭଲଭାବରେ ଜାଣ। ସେ ଇସ୍ରାଏଲର ଦୁଇ ସେନାପତିଙ୍କୁ ହତ୍ୟା କରିଛି, ନରର ପୁତ୍ର ଅବ୍ନର ଓ ଯେଥରର ପୁତ୍ର ଅମାସାଙ୍କୁ ଶାନ୍ତି ସମୟରେ ଈର୍ଷାନ୍ୱିତ ହୋଇ ହତ୍ୟା କଲା। ସେହି ରକ୍ତରେ ତା'ର କଟିବନ୍ଧନୀ ଓ ପାଦୁକାକୁ ସିକ୍ତ କଲା। ମୋର ଦଣ୍ତ ଦେବାର ଉଚିତ୍ ଥିଲା। 6 ମାତ୍ର ବର୍ତ୍ତମାନ ତୁମ୍ଭେ ରାଜା। ତେଣୁ ତୁମ୍ଭେ ଆପଣା ଜ୍ଞାନ ଅନୁସାରେ ତାହା ପ୍ରତି ବ୍ୟବହାର କର ଓ ତାହାର ବୃଦ୍ଧାବସ୍ଥାରେ ତାକୁ ଶାନ୍ତିରେ ମରିବାକୁ ଦିଅ ନାହିଁ।
7 “ଗିଲିୟଦୀୟରୁ ବର୍ସିଲ୍ଲୟର ପୁତ୍ରମାନଙ୍କ ପ୍ରତି ଦୟା କର। ତୁମ୍ଭର ଖାଇବା ମେଜ ନିକଟରେ ସେମାନଙ୍କ ପାଇଁ ଜାଗା କର। କାରଣ ମୁଁ ତୁମ୍ଭ ଭ୍ରାତା ଅବଶାଲୋମଠାରୁ ପଳାୟନ କଲାବେଳେ ସେମାନେ ମୋତେ ସାହାଯ୍ୟ କରିଥିଲେ।
8 “ସ୍ମରଣ କର, ବିନ୍ୟାମୀନୀୟ ଗେରାର ପୁତ୍ର ବହୁରୀମ ନିବାସୀ ଶିମିୟି ତୁମ୍ଭ ସହିତ ଅଛି। ମୁଁ ମହନୟିମକୁ ପଳାୟନ କଲା ଦିନ ସେ ମୋତେ ଏକ ଜଘନ୍ୟ ଅଭିଶାପ ଦେଲା। ସେ ଯର୍ଦ୍ଦନ ନିକଟରେ ମୋତେ ଦେଖିବାକୁ ଆସିଥିଲା, “କିନ୍ତୁ ମୁଁ ତାକୁ ହତ୍ୟା ନ କରିବା ପାଇଁ ସଦାପ୍ରଭୁଙ୍କ ନାମରେ ପ୍ରତିଜ୍ଞା କରିଥିଲି। 9 ବର୍ତ୍ତମାନ ତୁମ୍ଭେ ତାକୁ ବିନା ଶାସ୍ତିରେ ଛାଡ଼ ନାହିଁ। ତୁମ୍ଭେ ତ ଜଣେ ଜ୍ଞାନୀ ଲୋକ। ତା’ ପ୍ରତି ତୁମ୍ଭର କର୍ତ୍ତବ୍ୟ କ’ଣ ତୁମ୍ଭେ ଜାଣ। ତାକୁ ବାର୍ଦ୍ଧକ୍ୟରେ ଶାନ୍ତିରେ ମରିବାକୁ ଦେବ ନାହିଁ।”
10 ତା'ପରେ ଦାଉଦଙ୍କର ମୃତ୍ୟୁ ହେଲା ଓ ସେ ଦାଉଦ ନଗରରେ କବରପ୍ରାପ୍ତ ହେଲେ। 11 ଦାଉଦ ଇସ୍ରାଏଲରେ ଗ୍ଭଳିଶ୍ ବର୍ଷ ରାଜତ୍ୱ କରିଥିଲେ। ସେ ହିବ୍ରୋଣରେ ସାତ ବର୍ଷ ଓ ଯିରୁଶାଲମରେ ତେତିଶ ବର୍ଷ ରାଜତ୍ୱ କରିଥିଲେ।
ଶଲୋମନ ତାଙ୍କର ରାଜ୍ୟକୁ ନିୟନ୍ତ୍ରଣରେ ନେଲେ
12 ଶଲୋମନ ନିଜ ପିତା ଦାଉଦଙ୍କର ସିଂହାସନରେ ଉପବିଷ୍ଟ ହୋଇ ଇସ୍ରାଏଲ ଉପରେ ରାଜତ୍ୱ କଲେ। ଓ ତାଙ୍କର ରାଜ୍ୟ ଅତିଶୟ ଦୃଢ଼ ହେଲା।
13 ତା'ପରେ ହଗୀତର ପୁତ୍ର ଅଦୋନିୟ ଶଲୋମନଙ୍କର ମାତା ବତ୍ଶେବା ନିକଟକୁ ଆସିଲେ। ବତ୍ଶେବା ତାଙ୍କୁ ପଗ୍ଭରିଲେ, “ଶାନ୍ତିରେ ଆସିଲ ତ?”
ଅଦୋନିୟ ଉତ୍ତର ଦେଲେ, “ହଁ, ଶାନ୍ତିରେ ଆସିଲି। 14 ମୋର ତୁମ୍ଭକୁ କିଛି କହିବାର ଅଛି।”
ବତ୍ଶେବା କହିଲେ, “କୁହ।”
15 ଅଦୋନିୟ କହିଲେ, “ତୁମ୍ଭେ ଜାଣ ଏକ ସମୟରେ ଏ ରାଜ୍ୟ ମୋର ଥିଲା। ସମସ୍ତ ଇସ୍ରାଏଲୀୟଗଣ ମୋତେ ରାଜା ହେବା ପାଇଁ ପସନ୍ଦ କରିଥିଲେ। କିନ୍ତୁ ମୋର ଭାଇ ରାଜା ହୋଇ ଯାଇଛି। ଏହା ସଦାପ୍ରଭୁଙ୍କର ଇଚ୍ଛା। 16 ଏଣୁ ବର୍ତ୍ତମାନ ମୁଁ ତୁମ୍ଭକୁ ଗୋଟିଏ ନିବେଦନ କରୁଅଛି। ମୋତେ ନାସ୍ତି କରିବ ନାହିଁ।”
ବତ୍ଶେବା କହିଲେ, “କ’ଣ ଇଚ୍ଛା କରୁଛ?”
17 ଅଦୋନିୟ କହିଲେ, “ତୁମ୍ଭେ ଅନୁଗ୍ରହ କରି ଶୁନେମୀୟା ଅବୀଶଗକୁ ମୋ’ ସହିତ ବିବାହ ଦେବା ପାଇଁ ଶଲୋମନ ରାଜାଙ୍କୁ କୁହ, ସେ ତ ତୁମ୍ଭକୁ ନାସ୍ତି କରିବେ ନାହିଁ।”
18 ତା'ପରେ ବତ୍ଶେବା କହିଲେ, “ଭଲ କଥା, ମୁଁ ତୁମ୍ଭ ପାଇଁ ରାଜାଙ୍କୁ କହିବି।”
19 ତେଣୁ ବତ୍ଶେବା ଅଦୋନିୟ ପାଇଁ କହିବାକୁ ଶଲୋମନ ରାଜାଙ୍କ ନିକଟକୁ ଗଲେ। ରାଜା ଶଲୋମନ ତାଙ୍କୁ ଭେଟିବା ପାଇଁ ଉଠି ପ୍ରଣାମ କଲେ ଓ ନିଜ ସିଂହାସନରେ ବସି ରାଜମାତାଙ୍କ ନିମନ୍ତେ ଦାସମାନଙ୍କ ଦ୍ୱାରା ଅନ୍ୟ ଏକ ଆସନ ରଖାଇଲେ। ତହିଁରେ ସେ ରାଜାଙ୍କ ଦକ୍ଷିଣ ପାର୍ଶ୍ୱରେ ବସିଲେ।
20 ବତ୍ଶେବା କହିଲେ, “ତୁମ୍ଭ ନିକଟରେ ମୋର ଏକ ଛୋଟ ନିବେଦନ ଅଛି, ମୋତେ ନାସ୍ତି କରିବ ନାହିଁ।”
ତହୁଁ ରାଜା କହିଲେ, “ହେ ମାତା, କୁହ, ମୁଁ ତୁମ୍ଭକୁ ନାସ୍ତି କରିବି ନାହିଁ।”
21 ତେଣୁ ବତ୍ଶେବା କହିଲେ, “ଶୁନେମୀୟା ଅବୀଶଗକୁ ତୁମ୍ଭ ଭାଇ ଅଦୋନିୟ ସହିତ ବିବାହ ଦିଆଯାଉ।”
22 ରାଜା ଶଲୋମନ ତାଙ୍କ ମାତାଙ୍କୁ ପଗ୍ଭରିଲେ, “ତୁମ୍ଭେ ମୋତେ କାହିଁକି ଅବୀଶଗ ସହିତ ଅଦୋନିୟକୁ ବିବାହ ଦେବା ପାଇଁ କହୁଛ? ତୁମ୍ଭେ ମୋତେ କାହିଁକି ପଗ୍ଭରୁ ନାହଁ ତାକୁ ରାଜା କରିବା ପାଇଁ? କାରଣ ସେ ତ ମୋର ବଡ଼ଭାଇ। ଯାଜକ ଅବିୟାଥର ଓ ସରୁୟାର ପୁତ୍ର ଯୋୟାବ ତାକୁ ସମର୍ଥନ କରନ୍ତି।”
23 ରାଜା ଶଲୋମନ ସଦାପ୍ରଭୁଙ୍କ ନାମରେ ପ୍ରତିଜ୍ଞା କରି କହିଲେ, “ମୁଁ ଶପଥ କରୁଛି ଯେ, ମୁଁ ଅଦୋନିୟକୁ ଏଥିପାଇଁ ମୂଲ୍ୟ ଦିଆ କରାଇବି ଏବଂ ତା'ର ଜୀବନ ନେବି। ଅଦୋନିୟ ଏହି କଥା ଆପଣା ପ୍ରାଣ ବିରୁଦ୍ଧରେ କହି ନ ଥାଏ। 24 ସଦାପ୍ରଭୁ ମୋତେ ଇସ୍ରାଏଲର ରାଜା କରିଛନ୍ତି, ସେ ମୋତେ ମୋର ପିତା ଦାଉଦଙ୍କ ସିଂହାସନରେ ଅଧିଷ୍ଠିତ କରିଛନ୍ତି। ସଦାପ୍ରଭୁ ତାଙ୍କର ପ୍ରତିଜ୍ଞା ରଖିଛନ୍ତି ଓ ମୋତେ ମୋର ପରିବରକୁ ରାଜ୍ୟ ଦେଇଛନ୍ତି। ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରି କହୁଛି, ଯେକୌଣସି ମତେ ଅଦୋନିୟ ଆଜି ନିଶ୍ଚୟ ହତ ହେବ।”
25 ରାଜା ଶଲୋମନ ଯିହୋୟାଦାର ପୁତ୍ର ବନାୟକୁ ପଠାଇଲେ ଓ ସେ ଯାଇ ଅଦୋନିୟକୁ ହତ୍ୟା କଲା।
26 ତା'ପରେ ରାଜା ଯାଜକ ଅବିୟାଥରକୁ କହିଲେ, “ତୁମ୍ଭେ ଅନାଥୋତ ସ୍ଥିତ ତୁମ୍ଭର ଗୃହକୁ ଯାଅ। କାରଣ ତୁମ୍ଭେ ଯଦିଓ ମୃତ୍ୟୁ ଯୋଗ୍ୟ, ମୁଁ ତୁମ୍ଭକୁ ବର୍ତ୍ତମାନ ବଧ କରିବାକୁ ଯାଉ ନାହିଁ, କାରଣ ତୁମ୍ଭେ ମୋର ପିତା ଦାଉଦଙ୍କ ସମ୍ମୁଖରେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ବହନ କରିଥିଲ ଓ ତୁମ୍ଭେ ମୋ’ ପିତାଙ୍କର କଠିନ ସମୟରେ ସେହି ପ୍ରକାର ବିପଦ ଗୁଡ଼ିକରେ ଭାଗୀ ହୋଇଥିଲ।” 27 ସଦାପ୍ରଭୁ ଶୀଲୋରେ ଏଲିର ବଂଶ ବିଷୟରେ ଯାହା କହିଥିଲେ, ତାଙ୍କର ସେହି ବାକ୍ୟ ସିଦ୍ଧ କରିବା ପାଇଁ ଶଲୋମନ ଅବିୟାଥରକୁ ଯାଜକ କର୍ମରୁ ନିବୃତ୍ତ କଲେ।
28 ଯୋୟାବ ଯେତେବେଳେ ଏହା ଶୁଣିଲା, ସେ ଭୟଭୀତ ହୋଇ ପଡ଼ିଲା। କାରଣ ସେ ଅବଶାଲୋମର ଅନୁଗାମୀ ନ ହୋଇ ଅଦୋନିୟର ଅନୁଗାମୀ ହୋଇଥିଲା। ତେଣୁ ସେ ସଦାପ୍ରଭୁଙ୍କ ତମ୍ବୁକୁ ଯାଇ ଯଜ୍ଞବେଦିର ଶିଙ୍ଗକୁ ଅବଲମ୍ବନ କଲା। 29 ରାଜା ଶଲୋମନଙ୍କୁ ସମ୍ବାଦ ଦିଆଗଲା ଯେ, ଯୋୟାବ ସଦାପ୍ରଭୁଙ୍କ ତମ୍ବୁକୁ ଯାଇ ଯଜ୍ଞବେଦି ନିକଟରେ ଅଛି। ଶଲୋମନ ଯିହୋୟାଦାର ପୁତ୍ର ବନାୟକୁ ଆଦେଶ ଦେଲେ, ଯାଅ, ତାକୁ ହତ୍ୟା କର।
30 ତା'ପରେ ବନାୟ ସଦାପ୍ରଭୁଙ୍କ ତମ୍ବୁକୁ ଗଲା ଏବଂ ତାକୁ କହିଲା, “ରାଜା କହନ୍ତି, ‘ବାହାରକୁ ଆସ।’”
କିନ୍ତୁ ସେ କହିଲା, “ନା, ମୁଁ ଏଠାରେ ମରିବି।”
ତେଣୁ ବନାୟ ରାଜାଙ୍କ ପାଖକୁ ଗଲେ ଏବଂ ସେ ଯାହା କହିଥିଲେ ତାହାର ତଥ୍ୟ ଦେଲେ। 31 ତା'ପରେ ରାଜା ବନାୟକୁ ଆଦେଶ ଦେଲେ, “ସେ ଯେପରି କହିଅଛି, ସେହିପରି କର। ସେହିଠାରେ ତାକୁ ହତ୍ୟା କର ଓ କବର ଦିଅ। ତାହାହେଲେ ଯୋୟାବ ନିରୀହମାନଙ୍କର ଯେଉଁ ରକ୍ତପାତ କରିଥିଲା, ସେହି ପାପରୁ ମୁଁ ଓ ମୋର ପରିବାର ମୁକ୍ତ ହେବୁ। 32 ଯୋୟାବ ଆପଣାଠାରୁ ଅଧିକ ଉତ୍ତମ ଦୁଇଟି ଲୋକଙ୍କୁ ହତ୍ୟା କରିଥିଲେ। ସେମାନେ ହେଲେ ଇସ୍ରାଏଲର ସେନାପତି ନରର ପୁତ୍ର ଅବ୍ନର ଓ ଯିହୁଦାର ସେନାପତି ଯେଥରର ପୁତ୍ର ଅମାସା। ସେ ମୋ’ ପିତା ଦାଉଦଙ୍କ ଅଜ୍ଞାତସାରରେ ଏହି ଉତ୍ତମ ଦୁଇଜଣଙ୍କୁ ହତ୍ୟା କରିଥିଲା। ତେଣୁ ସେହି ରକ୍ତପାତର ଅପରାଧ ପାଇଁ ସଦାପ୍ରଭୁ ତାକୁ ଦଣ୍ତ ଦେବେ। 33 ତେଣୁ ସେମାନଙ୍କର ରକ୍ତପାତର ଅପରାଧ ଯୋୟାବର ମସ୍ତକରେ ଓ ଚିରକାଳ ତା'ର ବଂଶ ମସ୍ତକରେ ରହିବ। ମାତ୍ର ପରମେଶ୍ୱର ଶାନ୍ତି ଆଣିବେ ଦାଉଦଙ୍କ ପ୍ରତି, ତାଙ୍କ ବଂଶଧରମାନଙ୍କ ପ୍ରତି, ତାଙ୍କ ପରିବାର ପ୍ରତି ଓ ତାଙ୍କ ରାଜ୍ୟ ପ୍ରତି।”
34 ଏହା ପରେ ଯିହୋୟାଦାର ପୁତ୍ର ବନାୟ ଯାଇ ଯୋୟାବକୁ ବଧ କଲା ଓ ପ୍ରାନ୍ତରସ୍ଥ ତାହାର ନିଜର ଗୃହରେ ତାହାର କବର ଦିଆଗଲା। 35 ପୁଣି ରାଜା ତାହାର ସ୍ଥାନରେ ଯିହୋୟାଦାର ପୁତ୍ର ବନାୟକୁ ସେନାପତି ପଦରେ ନିଯୁକ୍ତ କଲେ ଓ ଅବିୟାଥର ପଦରେ ସାଦୋକକୁ ଯାଜକ କରି ନିଯୁକ୍ତ କଲେ। 36 ତା'ପରେ ରାଜା ଲୋକ ପଠାଇ ଶିମିୟିକି ଡକାଇ କହିଲେ, “ଯିରୁଶାଲମରେ ନିଜ ପାଇଁ ଏକ ଗୃହ ନିର୍ମାଣ କର। ଆଉ ଏହି ନଗର ଛାଡ଼ି କୁଆଡ଼େ ଯାଅ ନାହିଁ। 37 ଯଦି ଏହି ନଗର ପରିତ୍ୟାଗ କରି କିଦ୍ରୋଣ ନଦୀ ଅତିକ୍ରମ କରିବ, ତେବେ ତୁମ୍ଭେ ନିଶ୍ଚିତ ନିହତ ହେବ ଏବଂ ତୁମ୍ଭର ଏହି ମୃତ୍ୟୁ ପାଇଁ ତୁମ୍ଭେ ହିଁ ଦାୟୀ ରହିବ।”
38 ତେଣୁ ଶିମିୟି ରାଜାଙ୍କୁ କହିଲା, “ଏହା ଉତ୍ତମ କଥା, ମୋର ପ୍ରଭୁ ମହାରାଜ ଯେପରି କହିଅଛନ୍ତି, ମୁଁ ତାହା ନିଶ୍ଚୟ ପାଳନ କରିବି।” ଏଣୁ ଶିମିୟି ଦୀର୍ଘକାଳ ଯିରୁଶାଲମରେ ବାସ କଲା। 39 ତିନି ବର୍ଷ ପରେ ଶିମିୟିର ଦାସମାନଙ୍କ ମଧ୍ୟରୁ ଦୁଇଜଣ ଗାଥୀୟ ରାଜା ମାଖାର ପୁତ୍ର ଆଖୀଶ୍ ନିକଟକୁ ଗଲେ। ଲୋକମାନେ ଶିମିୟିକି ଖବର ଦେଲେ, ଦେଖ, ତୁମ୍ଭର ଦାସମାନେ ଗାଥ୍-ନଗରରେ ଅଛନ୍ତି। 40 ତେଣୁ ଶିମିୟି ନିଜ ଗର୍ଦ୍ଦଭକୁ ସଜାଇ ଆପଣା ଦାସମାନଙ୍କ ଅନ୍ୱେଷଣରେ ଗାଥ୍-ନଗରରେ ଆଖୀଶ୍ ନିକଟକୁ ଗଲେ ଓ ସେଠାରୁ ନିଜର ଦାସମାନଙ୍କୁ ଫେରାଇ ଆଣିଲେ।
41 ତହୁଁ ଶଲୋମନଙ୍କୁ ଏହି ସମ୍ବାଦ ଦିଆଗଲା ଯେ, ଶିମିୟି ଯିରୁଶାଲମରୁ ଗାଥ୍କୁ ଯାଇଥିଲା ଓ ପୁଣି ଫେରି ଆସିଲା। 42 ତେଣୁ ରାଜା ଲୋକ ପଠାଇ ଶିମିୟିକୁ ଡକାଇ ତାକୁ କହିଲେ, “ମୁଁ ତୁମ୍ଭକୁ ସତର୍କ କଲି ଏବଂ ଶପଥ କଲି ଯେ, ଯଦି ତୁମ୍ଭେ ଯିରୁଶାଲମ ଛାଡ଼ି ଅନ୍ୟ କୌଣସି ସ୍ଥାନକୁ ଯାଅ, ତେବେ ତୁମ୍ଭକୁ ହତ୍ୟା କରାଯିବ। ତୁମ୍ଭେ ମୋତେ ପ୍ରତିଶୃତି ଦେଇଥିଲ ଯେ, ତୁମ୍ଭେ ମୋ’ କଥା ମାନିବ। 43 ତୁମ୍ଭେ ସଦାପ୍ରଭୁଙ୍କ ପ୍ରତିଜ୍ଞା ଓ ମୋର ଆଜ୍ଞା କାହିଁକି ପାଳନ କଲ ନାହିଁ? 44 ମୋର ପିତା ଦାଉଦଙ୍କ ବିପକ୍ଷରେ ତୁମ୍ଭେ ବହୁ ମନ୍ଦ କର୍ମ କରିଛ, ଏହା ତୁମ୍ଭେ ଜାଣ। ସେହି ଦୁଷ୍ଟତା ପାଇଁ ସଦାପ୍ରଭୁ ତୁମ୍ଭ ପ୍ରତି ଶାସ୍ତି ବିଧାନ କରିବେ। 45 ମାତ୍ର ମୁଁ ସଦାପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ ହେବି ଓ ସେ ଦାଉଦଙ୍କ ସିଂହାସନକୁ ଅନନ୍ତକାଳ ନିରାପଦ ରଖିବେ।”
46 ତେଣୁ ରାଜା ବନାୟକୁ ଏକ ଆଦେଶ ଦେଲେ, ଶିମିୟକୁ ମାରିବା ପାଇଁ ଏବଂ ସେ ଏହା କଲା। ତା'ପରେ ଶଲୋମନ ନିଜ ରାଜ୍ୟ ଉପରେ ପୁରା ଅଧିକାର ପାଇଲେ।
ଜ୍ଞାନ ପାଇଁ ଶଲୋମନଙ୍କ ପ୍ରାର୍ଥନା
3 ତା'ପରେ ଶଲୋମନ ମିଶରର ରାଜା ସହିତ ଚୁକ୍ତି କରି ଫାରୋଙ୍କ କନ୍ୟାକୁ ବିବାହ କଲେ ଓ ତାକୁ ଦାଉଦ ନଗରକୁ ଆଣିଲେ। ସେହି ସମୟରେ ସେ ନିଜ ପାଇଁ ପ୍ରାସାଦ ଓ ସଦାପ୍ରଭୁଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରୁଥିଲେ। ସେ ମଧ୍ୟ ଯିରୁଶାଲମର ଚତୁର୍ଦ୍ଦିଗରେ ଏକ ପ୍ରାଚୀର ନିର୍ମାଣ କରୁଥିଲେ। 2 କିନ୍ତୁ ସେ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇ ନ ଥିଲା। ତେଣୁ ଲୋକମାନେ ନାନା ଉଚ୍ଚସ୍ଥାନରେ ବଳିଦାନ କରୁଥିଲେ। 3 ଶଲୋମନ ନିଜ ପିତା ଦାଉଦଙ୍କ ବିଧି ଅନୁସାରେ ଆଚରଣ କରି ସଦାପ୍ରଭୁଙ୍କ ପ୍ରତି ପ୍ରେମ ପ୍ରକାଶ କଲେ। କେବଳ ସେ ପଶୁବଳି ଉତ୍ସର୍ଗ କଲେ ଓ ଉଚ୍ଚ ସ୍ଥାନରେ ଧୂପ ଜଳାଇଲେ।
4 ଶଲୋମନ ବଳିଦାନ ନିମନ୍ତେ ଗିବିୟୋନକୁ ଗଲେ, କାରଣ ତାହା ବଡ଼ ଉଚ୍ଚସ୍ଥଳୀ ଥିଲା। ସେ ସେହି ଯଜ୍ଞବେଦି ଉପରେ ଏକ ସହସ୍ର ହୋମବଳି ଉତ୍ସର୍ଗ କଲେ। 5 ଶଲୋମନ ଗିବିୟୋନରେ ଥିଲା ବେଳେ, ସଦାପ୍ରଭୁ ରାତ୍ରିରେ ସ୍ୱପ୍ନରେ ତାଙ୍କୁ ଦର୍ଶନ ଦେଲେ। ପରମେଶ୍ୱର ସ୍ୱପ୍ନରେ କହିଲେ, “ତୁମ୍ଭେ ଯାହା ଇଚ୍ଛା କରୁଛ ମାଗ, ଆମ୍ଭେ ତାହା ଦେବା।”
6 ଶଲୋମନ ଉତ୍ତର କଲେ, “ତୁମ୍ଭେ ମୋର ପିତା ତୁମ୍ଭର ଦାସ ଦାଉଦଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିଲ। ସେ ଧାର୍ମିକତା ଓ ନ୍ୟାୟ ପଥରେ ଯାଇ ତୁମ୍ଭକୁ ଅନୁସରଣ କରୁଥିବାରୁ ତୁମ୍ଭେ ତାଙ୍କୁ ମହାଦୟା କରିଥିଲ। ଆଉ ମଧ୍ୟ ତୁମ୍ଭେ ତାହାପାଇଁ ଏହି ମହାଦୟା ରଖିଅଛ ଯେ ଆଜିର ନ୍ୟାୟରେ ତାଙ୍କର ପୁତ୍ରକୁ ସିଂହାସନରେ ବସାଇଛ। 7 ହେ ସଦାପ୍ରଭୁ ମୋର ପରମେଶ୍ୱର, ତୁମ୍ଭେ ମୋର ପିତା ଦାଉଦଙ୍କ ପଦରେ ଏହି ଦାସକୁ ରାଜା କରିଅଛ। କିନ୍ତୁ ମୁଁ ମାତ୍ର ଏକ ବାଳକ ଅଟେ। ମୁଁ ଲୋକମାନଙ୍କୁ ବାଟ ଦେଖାଇବା ପାଇଁ ଅନଭିଜ୍ଞ। 8 ମୁଁ ତୁମ୍ଭର ଦାସ ତୁମ୍ଭର ମନୋନୀତ ଲୋକମାନଙ୍କ ମଧ୍ୟରେ ଅଛି। ସେମାନଙ୍କର ସଂଖ୍ୟା ଅଗଣନୀୟ। ତେଣୁ ଜଣେ ଶାସକ ନିଶ୍ଚୟ ବହୁତ ନିଷ୍ପତ୍ତି କରିବ। 9 ତେଣୁ ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି, ଠିକ୍ ଓ ଭୁଲ୍ ବାଛିବା ପାଇଁ ତୁମ୍ଭେ ମୋତେ ଜ୍ଞାନ ଦିଅ ଓ ବୁଦ୍ଧି ଦିଅ। ମୋତେ ଜ୍ଞାନ ଦିଅ ଯେପରି ମୁଁ ଲୋକମାନଙ୍କୁ ନ୍ୟାୟ ସହିତ ଶାସନ ଓ ବିଗ୍ଭର କରିପାରେ। କାରଣ ଏହା ବିନା ଏହି ମହା ଗୋଷ୍ଠୀର କିଏ ନ୍ୟାୟ କରି ପାରିବ?”
10 ଶଲୋମନଙ୍କ ଏହି ବିଷୟ ମାଗିବାରେ ସଦାପ୍ରଭୁ ତାଙ୍କ ପ୍ରତି ସନ୍ତୁଷ୍ଟ ହେଲେ। 11 ପରମେଶ୍ୱର ତାଙ୍କୁ କହିଲେ, “ତୁମ୍ଭେ ନିଜ ପାଇଁ ଦୀର୍ଘ ପରମାୟୁ ମାଗି ନାହଁ କି ନିଜ ପାଇଁ ବିପୁଳ ଐଶ୍ୱର୍ଯ୍ୟ ମାଗି ନାହଁ, କି ନିଜର ଶତ୍ରୁମାନଙ୍କର ମୃତ୍ୟୁ ମାଗି ନାହଁ, ମାତ୍ର ଲୋକମାନଙ୍କର ନ୍ୟାୟ ଶାସନ କରିବା ପାଇଁ ଜ୍ଞାନ ମାଗିଅଛ। 12 ତେଣୁ ତୁମ୍ଭେ ଯାହା ମାଗିଲ ଆମ୍ଭେ ତାହା ଦେବାକୁ ଯାଉଅଛୁ। ଆମ୍ଭେ ତୁମ୍ଭକୁ ଜ୍ଞାନି ଓ ବୁଦ୍ଧିମାନ କରାଇବା। ଆମ୍ଭେ ତୁମ୍ଭକୁ ଏପରି ମହତ୍ ଜ୍ଞାନ ଦେବା ଯେ, ଅତୀତରେ ତୁମ୍ଭ ସମାନ କେହି ନ ଥିଲେ କି ଭବିଷ୍ୟତରେ କେହି ହେବେ ନାହିଁ। 13 ଏହା ବ୍ୟତୀତ ତୁମ୍ଭେ ମାଗି ନ ଥିବା ଜିନିଷ ଆମ୍ଭେ ତୁମ୍ଭକୁ ଦେବା। ଆମ୍ଭେ ତୁମ୍ଭକୁ ପ୍ରଚୁର ସମ୍ପତ୍ତି ଓ ସମ୍ମାନ ଦେବା ଯେ ତୁମ୍ଭ ଜୀବନ କାଳରେ ପୃଥିବୀରେ କେହି ତୁମ୍ଭ ସମାନ ହେବେ ନାହିଁ। 14 ତୁମ୍ଭ ପିତା ଦାଉଦଙ୍କ ପରି ତୁମ୍ଭେ ଯଦି ଆମ୍ଭର ବ୍ୟବସ୍ଥା ଓ ଆଜ୍ଞା ପାଳନ କରିବ ଓ ଆମ୍ଭକୁ ଅନୁସରଣ କରିବ, ତେବେ ଆମ୍ଭେ ତୁମ୍ଭକୁ ଦୀର୍ଘଜିବୀ କରିବା।”
15 ତା'ପରେ ଶଲୋମନ ଜାଗ୍ରତ ହେଲେ ଓ ଜାଣିଲେ ଯେ ପରମେଶ୍ୱର ତାଙ୍କୁ ସ୍ୱପ୍ନାଦେଶ କରିଛନ୍ତି। ତେଣୁ ସେ ଯିରୁଶାଲମକୁ ଯାଇ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସମ୍ମୁଖରେ ଦଣ୍ଡାୟମାନ ହୋଇ ହୋମବଳି ଉତ୍ସର୍ଗ କଲେ ଓ ସେ ସଦାପ୍ରଭୁଙ୍କ ସମ୍ମାନାର୍ଥେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ନିଜର କର୍ମଗ୍ଭରୀ ଓ ଅନୁଚରମାନଙ୍କୁ ଏକ ଭୋଜି ଦେଲେ।
ଶଲମୋନଙ୍କ ଜ୍ଞାନର ପ୍ରମାଣ
16 ଦିନେ ଦୁଇଜଣ ବେଶ୍ୟା ରାଜାଙ୍କ ନିକଟକୁ ଆସି ତାଙ୍କ ସମ୍ମୁଖରେ ଠିଆ ହେଲେ। 17 ଜଣେ ସ୍ତ୍ରୀଲୋକ କହିଲା, “ହେ ମୋର ମହାରାଜା, ଆମ୍ଭେ ଦୁଇଜଣ ଏକତ୍ର ଗୋଟିଏ ଛାତ ତଳେ ବାସ କରୁଥିଲୁ ଓ ଆମ୍ଭେ ଉଭୟେ ଗର୍ଭବତୀ ହୋଇଥିଲୁ। ସେହି ଘରେ ତା’ ସହିତ ବାସ କରୁଥିବା ବେଳେ ମୁଁ ଏକ ସନ୍ତାନ ପ୍ରସବ କଲି। 18 ମୋହର ପ୍ରସବର ତୃତୀୟ ଦିବସରେ ଏହି ସ୍ତ୍ରୀଲୋକ ମଧ୍ୟ ଏକ ସନ୍ତାନ ପ୍ରସବ କଲା। ସେହି ଘରେ ଆମ୍ଭ ଦୁହିଁଙ୍କ ବ୍ୟତୀତ ଅନ୍ୟ କୌଣସି ଲୋକ ନ ଥିଲେ। 19 ଦିନେ ରାତ୍ରିରେ ଏହି ସ୍ତ୍ରୀଲୋକ ତା'ର ପିଲା ଉପରେ ଲଦି ହୋଇ ଶୋଇ ପଡ଼ିବାରୁ ତା'ର ପିଲାଟି ମରିଗଲା। 20 ତେଣୁ ସେହି ମଧ୍ୟରାତ୍ରିରେ ମୁଁ ଶୋଇଥିଲା ବେଳେ ସେ ମୋର ସନ୍ତାନକୁ ନେଇଯାଇ ତା'ର ମୃତ ସନ୍ତାନକୁ ମୋ’ କୋଳରେ ଶୁଆଇ ଦେଲା। 21 ପରଦିନ ପ୍ରଭାତରେ ମୁଁ ଯେତେବେଳେ ମୋର ସନ୍ତାନକୁ ସ୍ତନ୍ୟପାନ କରାଇବା ପାଇଁ ଉଠିଲି, ପିଲାଟି ମୃତ ପାଇଲି। ମୁଁ ଭଲକରି ନିରୀକ୍ଷଣ କରି ଜାଣିଲି, ସେ ମୋର ସନ୍ତାନ ନୁହେଁ।”
22 କିନ୍ତୁ ଅନ୍ୟ ସ୍ତ୍ରୀଲୋକଟି କହିଲା, “ନା, ଜୀବିତ ସନ୍ତାନଟି ମୋର ପୁଅ ଓ ମୃତ ସନ୍ତାନଟି ତୁମ୍ଭର ପୁଅ।”
ମାତ୍ର ପ୍ରଥମ ସ୍ତ୍ରୀ କହିଲା, “ନା, ତୁମ୍ଭେ ଭୁଲ୍ କହୁଛ, ମୃତ ସନ୍ତାନଟି ତୁମ୍ଭର ପୁଅ ଓ ଜୀବିତ ସନ୍ତାନଟି ମୋର ପୁଅ।” ଏହିପରି ସେମାନେ ରାଜାଙ୍କ ସମ୍ମୁଖରେ ଗୁହାରି କଲେ।
23 ତତ୍ପରେ ରାଜା ଶଲୋମନ କହିଲେ, “ତୁମ୍ଭେ ଉଭୟ ଜୀବିତ ସନ୍ତାନଟିକୁ ନିଜର ଓ ମୃତ ସନ୍ତାନଟି ଅନ୍ୟର ବୋଲି କହୁଛ।” 24 ଏଣୁ ରାଜା ଶଲୋମନ ଗୋଟିଏ ଖଡ଼୍ଗ ଆଣିବାକୁ ଜଣେ ଦାସକୁ ଆଦେଶ କଲେ। 25 ପୁଣି ରାଜା କହିଲେ, “ଏହି ଜୀବିତ ସନ୍ତାନଟିକୁ ଦୁଇଖଣ୍ତ କରି କାଟି ଜଣକୁ ଅଧେ ଓ ଅନ୍ୟ ଜଣକୁ ଅଧେ ଦେଇଦିଅ।”
26 ଦ୍ୱିତୀୟ ସ୍ତ୍ରୀଲୋକଟି କହିଲା, “ତାହା ଅତି ଉତ୍ତମ କଥା, ପିଲାଟିକୁ ଦୁଇଖଣ୍ତ କରିଦିଅ। ପିଲାଟି ଆମ୍ଭ ଦୁଇଜଣଙ୍କର କାହାରି ହେବ ନାହିଁ।” ମାତ୍ର ପ୍ରଥମ ସ୍ତ୍ରୀଲୋକ ଯିଏ ପିଲାଟିର ପ୍ରକୃତ ମା, ତା'ର ଅନ୍ତଃକରଣ ପିଲାଟି ପ୍ରତି ବିଳପି ଉଠିଲା। ତେଣୁ ସେ ରାଜାଙ୍କୁ କହିଲା, “ହେ ମୋର ମହାରାଜ, ଜୀବିତ ପିଲାଟିକୁ ତାକୁ ଦେଇ ଦିଅନ୍ତୁ, କିନ୍ତୁ କୌଣସି ମତେ ତାକୁ ବଧ କରନ୍ତୁ ନାହିଁ।”
27 ତା'ପରେ ରାଜା ଶଲୋମନ କହିଲେ, “ପ୍ରଥମ ସ୍ତ୍ରୀଲୋକଟି ହେଉଛି ଜୀବିତ ପିଲାର ପ୍ରକୃତ ମା, ପିଲାଟିକୁ ତାକୁ ଦିଅ।” ତାକୁ ହତ୍ୟା କର ନାହିଁ।
28 ଇସ୍ରାଏଲର ସମଗ୍ର ଲୋକେ ରାଜାଙ୍କର ନ୍ୟାୟ ବିଗ୍ଭର ଶୁଣିଲେ ଓ ତାଙ୍କୁ ଭକ୍ତି ଓ ସମ୍ମାନ କଲେ। କାରଣ ସେମାନେ ଜାଣିଲେ ରାଜାଙ୍କର ବିଗ୍ଭର କରିବା ନିମନ୍ତେ ତାଙ୍କ ହୃଦୟରେ ପରମେଶ୍ୱରଙ୍କ ଦତ୍ତ ଜ୍ଞାନ ରହିଛି।
ଶଲୋମନଙ୍କ ସାମ୍ରାଜ୍ୟ
4 ଏହିପରି ଶଲୋମନ ରାଜା ସମଗ୍ର ଇସ୍ରାଏଲ ଉପରେ ରାଜତ୍ୱ କଲେ। 2 ଏହିମାନେ ଥିଲେ ତାଙ୍କର ଅଧିପତି ଯେ କି ତାଙ୍କୁ ରାଜ୍ୟ ଶାସନରେ ସାହାଯ୍ୟ କରୁଥିଲେ। ସେମାନେ ସାଦୋକର ପୁତ୍ର ଯାଜକ ଅସରିୟ ପୁତ୍ରଗଣ ଥିଲେ।
ଯଥା: ସାଦୋକର ପୁତ୍ର ଅସରିୟ ଯାଜକ।
3 ଶୀଶାର ପୁତ୍ର ଇଲୀହୋରଫ ଓ ଅହିୟ ଉଭୟ ବିଗ୍ଭରାଳୟରେ ଯାହା ହେଉଥିଲା ସେମାନେ ଲେଖୁଥିଲେ।
ଅହୀଲୂଦର ପୁତ୍ର ଯିହୋଶାଫଟ୍ ଇତିହାସ ଲିପିକାର।
4 ଯିହୋୟାଦାର ପୁତ୍ର ବନାୟ ଥିଲା ସୈନ୍ୟବାହିନୀର ସେନାପତି
ସାଦୋକ ଓ ଅବିୟାଥର ଯାଜକ ଥିଲେ।
5 ନାଥନର ପୁତ୍ର ଅସରିୟ ଜିଲ୍ଲାର ପ୍ରଧାନମାନଙ୍କ ମୂଖ୍ୟ ଥିଲା
ଓ ନାଥନର ପୁତ୍ର ସାବୁଦ୍ ଯାଜକ ଓ ରାଜା ଶଲୋମନଙ୍କର ଜଣେ ଉପଦେଶକ ଥିଲେ।
6 ଅହୀଶାର୍ ରାଜାଙ୍କର ପ୍ରାସାଦର ଦାୟିତ୍ୱରେ ଥିଲେ।
ଅବ୍ଦର ପୁତ୍ର ଅଦୋନୀରାମ୍ କ୍ରୀତଦାସମାନଙ୍କର ରାଜ୍ୟପାଳ ଥିଲେ।
7 ଶଲୋମନ ସମଗ୍ର ଇସ୍ରାଏଲକୁ ବାର ଭାଗରେ ବିଭକ୍ତ କରି ବାର ଜଣ ଦେଶାଧ୍ୟକ୍ଷଙ୍କୁ ନିଯୁକ୍ତ କଲେ। ସେମାନେ ରାଜା ଓ ତାଙ୍କର ଗୃହ ପାଇଁ ଖାଦ୍ୟ ଯୋଗାଇଲେ। ପ୍ରତ୍ୟେକ ବର୍ଷ ମଧ୍ୟରେ ଏକ ଏକ ମାସ ପାଇଁ ଖାଦ୍ୟଦ୍ରବ୍ୟ ଯୋଗାଇଲେ। 8 ଏଗୁଡ଼ିକ ହେଉଛି ବାର ଜଣ ଦେଶାଧ୍ୟକ୍ଷଙ୍କ ନାମ:
ଇଫ୍ରୟିମର ପର୍ବତମୟ ଦେଶରେ ବିନ୍-ହୂର।
9 ମାକସ୍, ଶାଲବୀମ୍, ବୈଥ୍-ଶେମଶ, ଓ ଏଲୋନ-ବୈଥାନନର ଶାସନକର୍ତ୍ତା ଥିଲେ, ବିନ୍-ଦେକର।
10 ଅରୁବୋତରେ ବିନ୍-ହେଷଦ୍; ସୋଖୋ ଓ ସମୁଦାୟ ହେଫର ପ୍ରଦେଶ ବିନ୍-ହେଷଦ୍ ଅଧୀନ ଥିଲା।
11 ସମୁଦାୟ ଦୋର ଉପପର୍ବତ ବିନ୍-ଅବୀନାଦବ୍ର ଅଧୀନ ଥିଲା। ସେ ଶଲୋମନଙ୍କର କନ୍ୟା ଟାଫତକୁ ବିବାହ କରିଥିଲା।
12 ତାନକ୍ ଓ ମଗିଦ୍ଦୋ ଓ ବୈଥ୍-ଶାନଠାରୁ ଆବେଲ୍ ମହୋଲା ଓ ଯଗୂମିୟାମ ପାରି ପର୍ଯ୍ୟନ୍ତ ସର୍ତ୍ତନ ନିକଟବର୍ତ୍ତୀ ଯିଷ୍ରିୟେଲ ତଳେ ଥିବା ସମସ୍ତ ବୈଥ୍-ଶାନରେ ଅହୀଲୂଦର ପୁତ୍ର ବାନା ରାଜ୍ୟପାଳ ଥିଲେ।
13 ବିନ୍-ଗେବର ରାମୋତ୍-ଗିଲିୟଦର ଶାସକ ଥିଲେ। ମନଃଶିର ପୁତ୍ର ଯାୟୀରର ଗିଲିୟଦସ୍ଥିତ ସମସ୍ତ ଗ୍ରାମ ଓ ସହର ତାଙ୍କର ଅଧୀନ ଥିଲା। ବାଶନସ୍ଥ ଅର୍ଗୋବ ଅଞ୍ଚଳରେ ଥିବା ପ୍ରାଚୀର ବେଷ୍ଟିତ ଓ ପିତ୍ତଳ ଅର୍ଗଳ ବିଶିଷ୍ଟ ଷାଠିଏ ବୃହତ୍ ନଗର ତାଙ୍କର ଅଧୀନ ଥିଲା।
14 ମହନୟିମରେ ଇଦ୍ଦୋର ପୁତ୍ର ଅହୀନାଦବ୍।
15 ନପ୍ତାଲିରେ ଅହୀମାସ୍ ଶାସକ ଥିଲେ ଯିଏ କି ଶଲୋମନଙ୍କର କନ୍ୟା ବାସମତ୍କୁ ବିବାହ କରିଥିଲା।
16 ଆଶେର ଓ ବାଲୋରେ ହୂଶୟର ପୁତ୍ର ବାନା।
17 ଇଷାଖରରେ ପାରୁହର ପୁତ୍ର ଯିହୋଶାଫଟ୍ ଶାସକ ଥିଲେ।
18 ବିନ୍ୟାମୀନରେ ଏଲାର ପୁତ୍ର ଶିମିୟି ଶାସକ ଥିଲେ।
19 ଇମୋରୀୟମାନଙ୍କ ରାଜା ସୀହୋନର ଓ ବାଶନର ରାଜା ଓଗ୍ର ଗିଲିୟଦ ଦେଶରେ ଊରିର ପୁତ୍ର ଗେବର; ସେ ଦେଶରେ ସେ ଏକମାତ୍ର ଦେଶାଧ୍ୟକ୍ଷ ଥିଲା।
20 ଇସ୍ରାଏଲ ଓ ଯିହୁଦାରେ ବହୁ ଲୋକ ଥିଲେ। ସେମାନେ ସମୁଦ୍ର ତୀରସ୍ଥ ବାଲୁକା ସଦୃଶ ଅସଂଖ୍ୟ ଥିଲେ। ମାତ୍ର ସେମାନେ ଯଥେଷ୍ଟ ଖାଦ୍ୟ ପାନୀୟ ସହିତ ସୁଖରେ କାଳାତିପାତ କରୁଥିଲେ।
21 ଶଲୋମନ ଫରାତ୍ ନଦୀଠାରୁ ପଲେଷ୍ଟୀୟମାନଙ୍କ ଦେଶ ଓ ମିଶର ସୀମା ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ଉପରେ ଶାସନ କଲେ। ଏହି ଦେଶଗୁଡ଼ିକ ଶଲୋମନଙ୍କୁ ଉପହାର ଓ ସମ୍ମାନ ପଠାଇଲେ ଏବଂ ଜୀବନସାରା ତାଙ୍କର ପ୍ରଜା ହୋଇ ରହିଲେ।
22-23 ଶଲୋମନ ତାଙ୍କ ପାଇଁ ଓ ତାଙ୍କ ସହିତ ଯେଉଁମାନେ ମେଜରେ ଖାଉଥିଲେ ସେମାନଙ୍କ ପାଇଁ ଏହି ପରିମାଣର ଖାଦ୍ୟଦ୍ରବ୍ୟ ଦରକାର କରୁଥିଲେ: 30 ମହଣ ସରୁ ମଇଦା, 60 ମହଣ ସୁଜୀ, 10 ଗୋଟି ପୁଷ୍ଟ ଗୋରୁ, 20 ଗୋଟି ଗୋରୁ ଚରାସ୍ଥାନରୁ, 100 ମେଷ, ଏହାଛଡ଼ା ଅନେକ ହରିଣ, କୃଷ୍ଣସାର, ବନ ଗୋରୁ ଓ ପୁଷ୍ଟ ପକ୍ଷୀ ଥିଲେ।
24 ଶଲୋମନ ତିପ୍ସହଠାରୁ ଘସା ପର୍ଯ୍ୟନ୍ତ ଫରାତ୍ ନଦୀର ପଶ୍ଚିମ ପାରିସ୍ଥିତ ସମସ୍ତ ଦେଶଗୁଡ଼ିକ ଉପରେ ଶାସନ କଲେ। ତାଙ୍କ ରାଜ୍ୟର ଚତୁର୍ଦ୍ଦିଗର ସୀମାରେ ଶାନ୍ତି ଥିଲା। 25 ଶଲୋମନଙ୍କ ରାଜତ୍ୱ କାଳରେ ଦାନ୍ଠାରୁ ବେର୍ଶେବା ପର୍ଯ୍ୟନ୍ତ ଯିହୁଦା ଓ ଇସ୍ରାଏଲର ସମସ୍ତ ଲୋକ ନିଜ ନିଜ ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷମୂଳରେ ନିରାପଦରେ ଅବସ୍ଥାନ କରୁଥିଲେ।
26 ଶଲୋମନଙ୍କର ରଥଗୁଡ଼ିକ ନିମନ୍ତେ 4,000[b] ଅଶ୍ୱଶାଳା ଓ 12,000 ଅଶ୍ୱାରୋହୀ ଥିଲେ। 27 ପ୍ରତି ମାସ ସେହି ବାର ଜଣ ରାଜ୍ୟପାଳମାନଙ୍କ ମଧ୍ୟରୁ ଜଣେ ଶଲୋମନ ରାଜା ଦ୍ୱାରା ନିଯୁକ୍ତି ହେଲେ। ରାଜାଙ୍କର ସେହିମାନଙ୍କ ପାଇଁ ଯେଉଁମାନେ ଖାଇବା ଟେବୁଲ୍ରେ ଅଂଶ ନେଲେ, ସେମାନଙ୍କ ପାଇଁ ଖାଦ୍ୟଦ୍ରବ୍ୟ ଯୋଗାଇଲେ। ସେମାନେ କିଛି ଊଣା ନ କରି ନିର୍ଦ୍ଧିଷ୍ଟ ମାସ ପାଇଁ ଖାଦ୍ୟ ଯୋଗାଇଲେ। 28 ସେହି ଶାସକଗଣ ସେମାନଙ୍କର କର୍ତ୍ତବ୍ୟ ଅନୁସାରେ ଦ୍ରୁତଗାମୀ ଅଶ୍ୱଗୁଡ଼ିକୁ ବାର୍ଲି ଓ କୁଟା ଯୋଗାଇଲେ। ଆଉ ମଧ୍ୟ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଜ ନିଜ ନିରୂପିତ କର୍ମାନୁସାରେ ଅଶ୍ୱ ଦ୍ରୁତଗାମୀ ବାହନଗୁଡ଼ିକ ପାଇଁ ଅଧ୍ୟକ୍ଷମାନଙ୍କ ଥିବା ସ୍ଥାନକୁ ଆଣିଲେ।
ଶଲୋମନଙ୍କର ଜ୍ଞାନ
29 ପରମେଶ୍ୱର ଶଲୋମନଙ୍କୁ ଅତିଶୟ ଜ୍ଞାନୀ ଓ ବୁଦ୍ଧିମାନ କଲେ। ତାଙ୍କର ଜ୍ଞାନ ଅନ୍ତଦୃଷ୍ଟି ଓ ମହତ ବୁଝାମଣା ସମୁଦ୍ରବାଲୁକା ସଦୃଶ ଅକଳନ ହେଲା। 30 ପୂର୍ବ ଦେଶୀୟ ଓ ମିଶରୀୟ ଲୋକମାନଙ୍କ ଜ୍ଞାନ ଅପେକ୍ଷା ଶଲୋମନଙ୍କର ଜ୍ଞାନ ଅଧିକ ଥିଲା। 31 ସେ ପୃଥିବୀର ସମସ୍ତ ଲୋକଙ୍କଠାରୁ ଅଧିକ ଜ୍ଞାନୀ ହେଲେ। ସେ ଇଶ୍ରାୟୀୟ ଏଥନ୍ ଓ ମାହୋଲର ପୁତ୍ର ହେମନ୍ ଓ କଲ୍କୋଲ ଓ ଦର୍ଦା, ଏମାନଙ୍କଠାରୁ ଅଧିକ ଜ୍ଞାନୀ ଥିଲେ। ତାଙ୍କର ଯଶ ସମସ୍ତ ଦେଶର ଗ୍ଭରିଆଡ଼େ ବ୍ୟାପିଗଲା। 32 ତାଙ୍କ ଜୀବନ କାଳ ମଧ୍ୟରେ ସେ 3,000 ନୀତିକଥା ଓ 1,005 ଗୀତ ରଚନା କଲେ।
33 ସେ ପ୍ରକୃତି ସମ୍ବନ୍ଧରେ ମଧ୍ୟ ବହୁକଥା ଜାଣିଲେ। ସେ ଲିବାନୋନ୍ର ଏରସ ବୃକ୍ଷ ବିଷୟରେ ଓ ପ୍ରାଚୀରରେ ଜନ୍ମିଥିବା ଏସୋବ ତୃଣ ବିଷୟରେ ଶିକ୍ଷା ଦେଲେ। ସେ ପଶୁ, ପକ୍ଷୀ, ଉରୋଗାମୀ ପ୍ରାଣୀ ଓ ମତ୍ସ୍ୟମାନଙ୍କର ବିଷୟରେ ଶିକ୍ଷା ଦେଲେ। 34 ସମଗ୍ର ପୃଥିବୀସ୍ଥ ଲୋକମାନେ ରାଜା ଶଲୋମନଙ୍କର ଜ୍ଞାନ ବିଷୟ ଶୁଣିଲେ। ସମସ୍ତ ଦେଶର ରାଜାଗଣ ଯେଉଁମାନେ ରାଜା ଶଲୋମନଙ୍କ ଜ୍ଞାନ ବିଷୟରେ ଶୁଣିଲେ, ସେମାନଙ୍କର ଜ୍ଞାନୀ ଲୋକମାନଙ୍କୁ ତାଙ୍କ ନିକଟକୁ ପଠାଇଲେ। ସେମାନଙ୍କ ନିକଟରୁ ସର୍ବଦେଶୀୟ ଲୋକେ ତାଙ୍କର ଜ୍ଞାନ କଥା ଶୁଣିବାକୁ ଆସିଲେ।
ଶଲୋମନ ଓ ହୀରମ୍
5 ସୋରର ରାଜା ହୀରମ୍ ଦାଉଦଙ୍କର ସାଙ୍ଗ ଥିଲେ। ଯେତେବେଳେ ସେ ଶୁଣିବାକୁ ପାଇଲେ ଯେ, ତାଙ୍କ ପିତା ଦାଉଦଙ୍କ ପରେ ଶଲୋମନ ନୂଆ ରାଜା ରୂପେ ଅଭିଷିକ୍ତ ହୋଇଛନ୍ତି, ସେ ତାଙ୍କ ବାର୍ତ୍ତାବାହାକମାନଙ୍କୁ ତାଙ୍କ ନିକଟକୁ ପଠାଇଲେ। 2 ଶଲୋମନ ହୀରମ୍ ନିକଟକୁ ଏହିକଥା କହି ପଠାଇଲେ,
3 “ଆପଣ ଜାଣନ୍ତି ମୋର ପିତା ଦାଉଦ ସଦାପ୍ରଭୁ ତାଙ୍କ ପରମେଶ୍ୱରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କରି ପାରିଲେ ନାହିଁ। ସେ କରିବାକୁ ଅସମର୍ଥ ହେଲେ, କାରଣ ତାଙ୍କ ଚତୁର୍ଦ୍ଦିଗରେ ଘେରି ରହିଥିବା ଶତ୍ରୁମାନଙ୍କ ସହିତ ସେ ସର୍ବଦା ଯୁଦ୍ଧରେ ବ୍ୟସ୍ତ ଥିଲେ ଓ ସଦାପ୍ରଭୁ ଶତ୍ରୁଗଣଙ୍କୁ ତାଙ୍କ ହସ୍ତରେ ପରାସ୍ତ କରାଇବେ ବୋଲି ଅପେକ୍ଷା କରି ରହିଥିଲେ। 4 ମାତ୍ର ଏବେ ସଦାପ୍ରଭୁ ମୋର ପରମେଶ୍ୱର ଚତୁର୍ଦ୍ଦିଗରେ ଶାନ୍ତି ଦେଇ ଅଛନ୍ତି। ବର୍ତ୍ତମାନ ମୋର ଶତ୍ରୁ କେହି ନାହାନ୍ତି କି ବିପଦର ଆଶଙ୍କା ନାହିଁ।
5 “ସଦାପ୍ରଭୁ ମୋର ପିତା ଦାଉଦଙ୍କୁ ଶପଥ କରିଥିଲେ, ‘ଆମ୍ଭେ ତୁମ୍ଭ ବଦଳରେ ତୁମ୍ଭ ପୁତ୍ରକୁ ସିଂହାସନରେ ବସାଇବା। ତୁମ୍ଭ ପୁତ୍ର ଆମ୍ଭ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବ।’ ମୁଁ ବର୍ତ୍ତମାନ ସଦାପ୍ରଭୁ ମୋର ପରମେଶ୍ୱରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କରିବାକୁ ମନସ୍ଥ କରିଅଛି। 6 ତେଣୁ ଏବେ ମୋ’ ପାଇଁ ଲିବାନୋନ୍ରୁ ଏରସ ବୃକ୍ଷ କାଟିବାକୁ ଆପଣ ଲୋକ ପଠାନ୍ତୁ। ମୋର ଲୋକମାନେ ଆପଣଙ୍କ ଲୋକମାନଙ୍କ ସଙ୍ଗରେ ଥିବେ; ପୁଣି ଆପଣଙ୍କ କହିବାନୁସାରେ ମୁଁ ଆପଣଙ୍କ ଲୋକମାନଙ୍କୁ ମୂଲ ଦେବି; କାରଣ ଆପଣ ଜାଣନ୍ତି କାଠ କାଟିବା କାର୍ଯ୍ୟରେ ସୀଦୋନୀୟମାନଙ୍କ ପରି ନିପୁଣ ଲୋକ ଆମ୍ଭମାନଙ୍କ ମଧ୍ୟରେ କେହି ନାହିଁ।”
7 ଯେତେବେଳେ ହୀରମ୍ ଏହିକଥା ଶୁଣିଲେ ସେ ଅତ୍ୟନ୍ତ ଆନନ୍ଦିତ ହେଲେ ଓ କହିଲେ, “ମୁଁ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେଉଅଛି ଯେ, ସେ ମହାନ ଦେଶ ଉପରେ ଶାସନ କରିବାକୁ ଦାଉଦଙ୍କୁ ଏକ ଜ୍ଞାନବାନ୍ ପୁତ୍ର ଦେଇଛନ୍ତି।” 8 ତା'ପରେ ହୀରମ୍ ଶଲୋମନଙ୍କ ନିକଟକୁ ଏହି ବାର୍ତ୍ତା ସହିତ ଏକ ବାର୍ତ୍ତାବହକୁ ପଠାଇଲେ।
ରାଜା ଶଲୋମନ ଯାହା ଆଶା କରନ୍ତି, “ମୁଁ ଶୁଣିଲି, ମୁଁ ଏରସବୃକ୍ଷ ଓ ଦେବଦାରୁ କାଠ ଦେବା ପାଇଁ ଯାଉଛି, ତୁମ୍ଭର କାମ ପୂରଣ କରିବା ପାଇଁ।” 9 ମୋର ଲୋକମାନେ ଲିବାନୋନ୍ଠାରୁ ସମୁଦ୍ର ପର୍ଯ୍ୟନ୍ତ ତାହା ଆଣିବେ; ପୁଣି ଆପଣଙ୍କ ନିରୂପିତ ସ୍ଥାନରେ ମୁଁ ସମୁଦ୍ର ପଥରେ ଭେଳାବାନ୍ଧି ପଠାଇ ସେଠାରେ ଫିଟାଇ ଦେବି, ସେଠାରୁ ଆପଣ ନେଇଯିବେ। ଏବଂ ମୋର ରାଜକୀୟ ପ୍ରାସାଦକୁ ଖାଦ୍ୟ ପଠାଇ ମୋ’ ପ୍ରତି ଅନୁକମ୍ପା କରିବେ।”
10-11 ତେଣୁ ହୀରମ୍ ଶଲୋମନଙ୍କୁ ସମସ୍ତ ଏରସକାଠ ଓ ଶିଟୀମ୍ କାଠ ଦେଲେ। ଯାହା ସେ ଦରକାର କଲେ। ଶଲୋମନ ଏହି ସେବା ବଦଳରେ 20,000 ମହଣ ଗହମ ଓ 20,000 ମହଣ ଅଲିଭ ତୈଳ ରାଜପ୍ରାସାଦକୁ ଦେଲେ। ଶଲୋମନ ଏହା ମୂଲ୍ୟରେ ଖାଦ୍ୟ ବର୍ଷ ପରେ ବର୍ଷ ହୀରମକୁ ପଠାଇଲେ।
12 ପୁଣି ସଦାପ୍ରଭୁ ପ୍ରତିଜ୍ଞାନୁସାରେ ଶଲୋମନକୁ ଜ୍ଞାନ ଦେଲେ ଆଉ ହୀରମ୍ ଓ ଶଲୋମନଙ୍କ ମଧ୍ୟରେ ସନ୍ଧି ହେଲା ଓ ସେ ଦୁହେଁ ପରସ୍ପର ଚୁକ୍ତି କଲେ।
13 ରାଜା ଶଲୋମନ ବେଠିକର୍ମ ପାଇଁ 30,000 ଲୋକଙ୍କୁ ବାଧ୍ୟ କଲେ। 14 ରାଜା ଶଲୋମନ ଆଦୋନୀରାମ୍କୁ ଶ୍ରମିକମାନଙ୍କ ଅଧ୍ୟକ୍ଷ ରୂପେ ନିଯୁକ୍ତ କଲେ। ରାଜା ସସସ୍ତ ଲୋକମାନଙ୍କୁ ତିନି ଭାଗରେ ବିଭକ୍ତ କଲେ। ପ୍ରତି ଦଳରେ 10,000 ଲୋକ ରହିଲେ। ଏହି ଲୋକମାନେ ମାସେ ଲେଖାଏଁ ଲିବାନୋନ୍ରେ ଓ ଦୁଇମାସ ଲେଖାଏଁ ଘରେ ରହିଲେ। 15 ପଥର କାଟିବାରେ 80,000 ଲୋକ ନିଯୁକ୍ତି ହେଲେ ଓ 70,000 ଲୋକ ପଥର ବୋହିବାରେ ନିଯୁକ୍ତି ହେଲେ। 16 ଏହା ଛଡ଼ା କର୍ମକାରୀ ଲୋକମାନଙ୍କ ଉପରେ 3,300 ଲୋକ ପ୍ରଧାନ କାର୍ଯ୍ୟଧ୍ୟକ୍ଷ ନିଯୁକ୍ତି ହେଲେ। 17 ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ନିମନ୍ତେ ରାଜା ଶଲୋମନ ଏକ ବଡ଼ ପଥର କାଟିବା ପାଇଁ ସେମାନଙ୍କୁ ଆଦେଶ ଦେଲେ। 18 ଶଲୋମନଙ୍କର ଓ ହୀରମଙ୍କର ରାଜମିସ୍ତ୍ରୀମାନେ ଓ ବାବିଲୀୟ ଲୋକମାନେ ପଥର ଗୁଡ଼ିକୁ ଖୋଦନ କଲେ। ଏହିରୂପେ ସେମାନେ ମନ୍ଦିର ନିର୍ମାଣ ନିମନ୍ତେ କାଠ ଓ ପ୍ରସ୍ତର ପ୍ରସ୍ତୁତ କଲେ।
ଶଲୋମନ ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କଲେ
6 ଇସ୍ରାଏଲୀୟମାନେ ମିଶର ପରିତ୍ୟାଗ କରିବା ପରେ ଶଲୋମନଙ୍କର ଇସ୍ରାଏଲ ଉପରେ ରାଜତ୍ୱର ଚତୁର୍ଥ ବର୍ଷରେ ଓ ସିବ୍ ନାମକ ବର୍ଷର ଦ୍ୱିତୀୟ ମାସରେ ସେ ସଦାପ୍ରଭୁଙ୍କ ସମ୍ମାନାର୍ଥେ 480 ବର୍ଷ ପର୍ଯ୍ୟନ୍ତ ମନ୍ଦିର ନିର୍ମାଣ କାର୍ଯ୍ୟ ଲାଗିଲା। 2 ଶଲୋମନ ସଦାପ୍ରଭୁଙ୍କ ସମ୍ମାନାର୍ଥେ ଯେଉଁ ମନ୍ଦିର ନିର୍ମାଣ କଲେ ତାହାର ଲମ୍ବ ଷାଠିଏ ହାତ, ପ୍ରସ୍ଥ କୋଡ଼ିଏ ହାତ ଓ ଉଚ୍ଚତା ତିରିଶ୍ ହାତ ଥିଲା। 3 ଆଉ ମନ୍ଦିରର ପବିତ୍ର ସ୍ଥାନ ସମ୍ମୁଖସ୍ଥ ବାରଣ୍ତା, କୋଡ଼ିଏ ହାତ ଦୀର୍ଘ ଓ ପ୍ରସ୍ଥ ଦଶ ହାତ ଥିଲା। 4 ମନ୍ଦିରର ଝରକାଗୁଡ଼ିକ ସଂକୀର୍ଣ୍ଣ ଥିଲା। ଏ ଗୁଡ଼ିକ ବାହାରକୁ ସଂକୀର୍ଣ୍ଣ ଓ ଭିତରକୁ ପ୍ରଶସ୍ତ ଥିଲା ଓ ଏଥିରେ ଜାଲିକାମ ହୋଇଥିଲା। 5 ଶଲୋମନ ମନ୍ଦିରର ମୂଖ୍ୟ ପାର୍ଶ୍ୱରେ ଏକ ଧାଡ଼ିରେ କୋଠରୀ ନିର୍ମାଣ କଲେ। ଏହି କୋଠରୀଗୁଡ଼ିକ ଗୋଟିଏ ଉପରେ ଆଉ ଗୋଟିଏ ରହିଲା। ସେହି ଧାଡ଼ିର କୋଠରୀଗୁଡ଼ିକ ତିନି ମହଲା ଉଚ୍ଚ ଥିଲା। 6 କୋଠରୀଗୁଡ଼ିକ ମନ୍ଦିରର କାନ୍ଥକୁ ଲାଗିଥିଲା। କିନ୍ତୁ ସେଗୁଡ଼ିକର କଢ଼ିକାଠଗୁଡ଼ିକ କାନ୍ଥ ଭିତରକୁ ଲାଗି ନ ଥିଲା। ସେହି ମନ୍ଦିରର କାନ୍ଥଟି ଉପରକୁ ସରୁ ହୋଇ ଯାଇଥିଲା। କୋଠରୀକୁ ଲାଗିଥିବା କାନ୍ଥଗୁଡ଼ିକ ଏହାର ମୂଳ କାନ୍ଥରୁ ସରୁ ଥିଲା। ତଳ ମହଲାର କୋଠରୀଗୁଡ଼ିକ ପାଞ୍ଚ ହାତ ଓସାର, ପ୍ରଥମ ମହଲାର କୋଠରୀଗୁଡ଼ିକ ଛଅ ହାତ ଓସାର ବିଶିଷ୍ଟ ଓ ଦ୍ୱିତୀୟ ମହଲାର କୋଠରୀଗୁଡ଼ିକ ସାତ ହାତ ବିଶିଷ୍ଟ ଥିଲା। 7 ସେହି ଗୃହର କାନ୍ଥ ନିର୍ମାଣରେ ବୃହତ୍ ପ୍ରସ୍ତରମାନ ବ୍ୟବହୃତ ହୋଇଥିଲା। ବ୍ୟବହୃତ ପ୍ରସ୍ତରଗୁଡ଼ିକ ଖଣିରେ କଟାଯାଇ ଥିବାରୁ ମନ୍ଦିର ନିର୍ମାଣ ସମୟରେ ହାତୁଡ଼ି କିମ୍ବା କଟାଳୀ ଆଦି ଶବ୍ଦ ଶୁଣା ଯାଉ ନ ଥିଲା।
8 ତଳ କୋଠରୀଗୁଡ଼ିକର ପ୍ରବେଶ ପଥ ଦକ୍ଷିଣ ଦିଗରେ ଥିଲା। ପୁଣି ଲୋକମାନେ ଘୂର୍ଣିତ ସୋପାନ ଦେଇ ମଧ୍ୟମ ଚଟାଣର କୋଠରୀଗୁଡ଼ିକୁ ଓ ତୃତୀୟ ଚଟାଣର କୋଠରୀଗୁଡ଼ିକୁ ଯାଉଥିଲେ।
9 ଏହିପରି ସେ ମନ୍ଦିର ନିର୍ମାଣ କାର୍ଯ୍ୟ ସମାପନ କଲେ ଓ ଏରସ କାଠର କଡ଼ି ଓ ପଟାଦ୍ୱାରା ମନ୍ଦିରକୁ ଆଚ୍ଛାଦନ କଲେ। 10 ସେ ମଧ୍ୟ ମନ୍ଦିର ଗ୍ଭରିପଟେ କୋଠରୀ ନିର୍ମାଣର କାର୍ଯ୍ୟ ଶେଷ କଲେ। ପ୍ରତ୍ୟେକ ମହଲାର ଉଚ୍ଚତା ପାଞ୍ଚ ହାତ ଥିଲା। ଏରସ କାଠର କଡ଼ିକାଠଗୁଡ଼ିକ ମନ୍ଦିରର କାନ୍ଥକୁ ସ୍ପର୍ଶ କରୁଥିଲା।
11 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ଶଲୋମନଙ୍କ ନିକଟରେ ଉପସ୍ଥିତ ହେଲା। 12 “ତୁମ୍ଭେ ତ ଆମ୍ଭ ପାଇଁ ଗୃହ ନିର୍ମାଣ କଲ। ଯଦି ତୁମ୍ଭେ ଆମ୍ଭର ସମସ୍ତ ବିଧି ଅନୁସାରେ ପରିଗ୍ଭଳିତ ହେବ, ଆମ୍ଭର ସମସ୍ତ ବ୍ୟବସ୍ଥା ରକ୍ଷା କରିବ ଓ ଆମ୍ଭର ଆଜ୍ଞାସବୁ ପାଳନ କରି ତଦନୁସାରେ ଗ୍ଭଲିବ ତେବେ ତୁମ୍ଭ ପିତା ଦାଉଦଙ୍କୁ ଯାହା କହିଅଛୁ, ସେହି ବାକ୍ୟ ଆମ୍ଭେ ତୁମ୍ଭ ପ୍ରତି ସଫଳ କରିବୁ। 13 ଇସ୍ରାଏଲର ସନ୍ତାନଗଣ ମଧ୍ୟରେ ଆମ୍ଭେ ମନ୍ଦିରରେ ବାସ କରିବା, ଯେଉଁଟାକି ତୁମ୍ଭେ ଆମ୍ଭ ପାଇଁ ନିର୍ମାଣ କରିଛ ଏବଂ ଆମ୍ଭେ ଆପଣା ଇସ୍ରାଏଲର ଲୋକମାନଙ୍କୁ ପରିତ୍ୟାଗ କରିବା ନାହିାଁ”
14 ଏହିରୂପେ ଶଲୋମନ ମନ୍ଦିର ନିର୍ମାଣ କାର୍ଯ୍ୟ ସମାପନ କଲେ। 15 ମନ୍ଦିରର ଭିତର ପାଖ ପଥର କାନ୍ଥଗୁଡ଼ିକ ଏରସ କାଠର ପଟାରେ ଆଚ୍ଛାଦିତ ହୋଇଥିଲା। ଗୋଟିଏ ବି ପଥର ଦେଖାଗଲା ନାହିଁ। କାନ୍ଥକୁ ଆଚ୍ଛାଦନ କରିଥିବା ଏରସ କାଠ ପଟାଗୁଡ଼ିକରେ ଫୁଲ ଓ ଲତାର ଛବି ଖୋଦନ କରାଗଲା। 16 ସେହି ମନ୍ଦିରର ପଶ୍ଚାତ୍ଭାଗରେ ଭିତରକୁ କୋଡ଼ିଏ ହାତ ଦୈର୍ଘ୍ୟର ଏକ କୋଠରୀ ନିର୍ମିତ ହେଲା ଓ ତା'ର ଚଟାଣରୁ କାନ୍ଥର ଛାତ ପର୍ଯ୍ୟନ୍ତ ଏରସ କାଠର ପଟାରେ ଆଚ୍ଛାଦିତ ହେଲା। ଏହି କୋଠରୀଟି ମହାପବିତ୍ର ସ୍ଥାନ ନାମରେ କଥିତ ହେଲା। 17 ମହାପବିତ୍ର ସ୍ଥାନର ସମ୍ମୁଖସ୍ଥ କୋଠରୀ ମନ୍ଦିରର ମୁଖ୍ୟ ଅଂଶ ଥିଲା ଓ ଏହା ଗ୍ଭଳିଶ୍ ହାତ ଲମ୍ବ ଥିଲା। 18 ସେହି ଗୃହର କାନ୍ଥଗୁଡ଼ିକ ଏରସ କାଠର କଳିକାରେ ଆଚ୍ଛାଦିତ ହେଲା ଓ ପଥର ଦେଖାଗଲା ନାହିଁ। ସେହି କାନ୍ଥଗୁଡ଼ିକୁ ଆଚ୍ଛାଦନ କରିଥିବା ପଟାଗୁଡ଼ିକରେ ଫୁଲ ଓ ଲତାର ଛବି ଖୋଦିତ କରାଗଲା।
19 ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସ୍ଥାପାନାର୍ଥେ ମନ୍ଦିରର ଭିତର ଭାଗରେ ଏକ କୋଠରୀ ପ୍ରସ୍ତୁତ କଲେ। 20 ଏହି ଗର୍ଭାଗାରଟି କୋଡ଼ିଏ ହାତ ଦୀର୍ଘ, କୋଡ଼ିଏ ହାତ ଚଉଡ଼ା ଓ କୋଡ଼ିଏ ହାତ ଉଚ୍ଚ ଥିଲା। 21 ଶଲୋମନ ଶୁଦ୍ଧ ସୁବର୍ଣ୍ଣରେ ଏହି କୋଠରୀକୁ ଆଚ୍ଛାଦନ କଲେ। ସେ ସମ୍ମୁଖରେ ଏକ ଧୂପବେଦି ନିର୍ମାଣ କଲେ। ଏହି ବେଦିଟି ଏହି କୋଠରୀ ସମ୍ମୁଖରେ ନିର୍ମିତ ହେଲା। ଏହାକୁ ସୁବର୍ଣ୍ଣରେ ଆବୃତ କରାଗଲା ଓ ଏହାର ଗ୍ଭରିପଟେ ସୁବର୍ଣ୍ଣ ଜଞ୍ଜିରମାନ ଗୁଡ଼ାଇଲେ। କିରୁବଦୂତମାନଙ୍କର ଦୁଇଟି ପ୍ରତିମୂର୍ତ୍ତି ସେହି ଗର୍ଭାଗାରରେ ରହିଲା ଓ ସେଗୁଡ଼ିକ ମଧ୍ୟ ସୁବର୍ଣ୍ଣ ମଣ୍ତିତ ହେଲା। 22 ସମଗ୍ର ମନ୍ଦିରଟି ସୁବର୍ଣ୍ଣ ମଣ୍ତିତ ହେଲା ଓ ମହାପବିତ୍ର ସ୍ଥାନର ସମ୍ମୁଖସ୍ଥ ଧୂପବେଦି ମଧ୍ୟ ସୁବର୍ଣ୍ଣରେ ଆଚ୍ଛାଦିତ ହେଲା।
23 ବଢ଼େଇମାନେ ଜୀତ କାଠରେ ଦଶ ହାତ ଉଚ୍ଚତା ବିଶିଷ୍ଟ ଦୁଇଟି କିରୁବଦୂତଗଣ ନିର୍ମାଣ କଲେ ଓ ସେହି ପକ୍ଷବିଶିଷ୍ଟ କିରୁବଦୂତ ଦୁଇଟିକୁ ସେହି ମହାପବିତ୍ର ସ୍ଥାନରେ ସ୍ଥାପନ କଲେ। 24-26 ଉଭୟ କିରୁବଦୂତ ଏକା ପରି ଥିଲେ। ପ୍ରତ୍ୟେକ କିରୁବଦୂତଙ୍କର ଦୁଇଟି ଲେଖାଏଁ ପକ୍ଷ ଥିଲା। ପ୍ରତ୍ୟେକ ପକ୍ଷ ପାଞ୍ଚ ହାତ ଲମ୍ବ ଥିଲା ଓ ଏକ ପକ୍ଷର ଅଗ୍ରଭାଗରୁ ଅନ୍ୟ ପକ୍ଷର ଅଗ୍ରଭାଗ ପର୍ଯ୍ୟନ୍ତ ଦଶ ହାତ ଦୂରତା ଥିଲା। 27 ସେହି କିରୁବଦ୍ୱୟ ଗର୍ଭାଗାର ମଧ୍ୟରେ ରଖାଯାଇଥିଲା। ସେହି କିରୁବଦ୍ୱୟର ପକ୍ଷ ଏପରି ବିସ୍ତୀର୍ଣ୍ଣ ହୋଇଥିଲା ଯେ ଗୋଟିଏର ପକ୍ଷ ଏକ କାନ୍ଥକୁ ଓ ଅନ୍ୟଟିର ପକ୍ଷ ଅନ୍ୟ କାନ୍ଥକୁ ସ୍ପର୍ଶ କରୁଥିଲା। ପୁଣି ଗୃହ ମଧ୍ୟରେ ସେମାନଙ୍କର ପକ୍ଷ ପରସ୍ପରକୁ ସ୍ପର୍ଶ କରୁଥିଲା। 28 ସେହି କିରୁବ ଦୁଇଟି ମଧ୍ୟ ସୁବର୍ଣ୍ଣରେ ଆଚ୍ଛାଦିତ ହୋଇଥିଲେ।
29 ମୂଖ୍ୟ କୋଠରୀର ଓ ଭିତର କୋଠରୀର କାନ୍ଥଗୁଡ଼ିକ ଗ୍ଭରିପାଖରେ କିରୁବଦୂତଗଣ, ଖର୍ଜ୍ଜୁର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଛବି ଖୋଦିତ ହୋଇଥିଲା। 30 ଉଭୟ କୋଠରୀର ଚଟାଣ ମଧ୍ୟ ସୁବର୍ଣ୍ଣରେ ଆବୃତ ହୋଇଥିଲା।
31 ମହାପବିତ୍ର ସ୍ଥାନର କବାଟ ଜୀତ କାଠରେ ନିର୍ମିତ ହୋଇଥିଲା, ଦୁଆରବନ୍ଧଟିର ପାଞ୍ଚୋଟି ପାଖ[c] ଥିଲା। 32 ଏହିରୂପେ ସେ ଜୀତ କାଠରେ ଦୁଇଟି କବାଟ କଲେ, ତହିଁ ଉପରେ କିରୁବଦୂତଗଣ, ଖର୍ଜ୍ଜୁର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଆକୃତି ଖୋଦନ କଲେ ଓ ତାକୁ ସୁବର୍ଣ୍ଣରେ ମଣ୍ତନ କଲେ।
33 ମୁଖ୍ୟ କୋଠରୀର ପ୍ରବେଶ ଦ୍ୱାରରେ ଜୀତ କାଠର କବାଟ ନିର୍ମାଣ କଲେ। ଦୁଆରବନ୍ଧଟି ବର୍ଗାକାର ଥିଲା। 34 ତତ୍ପରେ ସେ ଦେବଦାରୁ କାଠରେ ଦୁଇଟି କବାଟ କଲେ। 35 ପ୍ରତ୍ୟେକ କବାଟର ଦୋହରା ଥିଲା ଓ ପ୍ରତି କବାଟରେ କିରୁବଦୂତଗଣ, ଖର୍ଜ୍ଜୁର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଆକୃତି ଖୋଦିତ ହୋଇଥିଲା ଓ ସେହି ଖୋଦିତ ଆକୃତିଗୁଡ଼ିକୁ ସୁବର୍ଣ୍ଣରେ ମଣ୍ତନ କରାଗଲା।
36 ତା'ପରେ ସେ ଭିତର ଅଗଣା ଗ୍ଭରିପଟେ କାନ୍ଥ ଦେଲେ। ପ୍ରତ୍ୟେକ କାନ୍ଥ ତିନି ଧାଡ଼ି କଟା ପଥରରେ ଓ ଏକଧାଡ଼ି ଏରସ କାଠର କଡ଼ିରେ କରାଗଲା।
37 ଶଲୋମନଙ୍କ ରାଜତ୍ୱର ଚତୁର୍ଥ ବର୍ଷରେ ଓ ବର୍ଷର ଦ୍ୱିତୀୟ ମାସ ସିବ୍ ମାସରେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପିତ ହେଲା। 38 ପୁଣି ତାଙ୍କ ରାଜତ୍ୱର ଏକାଦଶ ବର୍ଷରେ, ବୂଲ ନାମକ ବର୍ଷର ଅଷ୍ଟମ ମାସରେ ନିରୂପିତ ଆକୃତି ଅନୁସାରେ ସମୁଦାୟ ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା। ଏହିରୂପେ ମନ୍ଦିର ନିର୍ମାଣ କରିବାରେ ତାଙ୍କୁ ସାତ ବର୍ଷ ଲାଗିଲା।
ଶଲୋମନଙ୍କର ପ୍ରାସାଦ
7 ଅନନ୍ତର ରାଜା ଶଲୋମନ ତାଙ୍କ ନିଜ ପାଇଁ ଏକ ପ୍ରାସାଦ ନିର୍ମାଣ କଲେ ଯାହାକି ସମାପ୍ତ କରିବାକୁ ତାଙ୍କୁ ତେର ବର୍ଷ ଲାଗିଥିଲା। 2 ସେ ମଧ୍ୟ ଏକ ଗୃହ ନିର୍ମାଣ କଲେ ତାହା “ଲିବାନୋନ୍ର ଅରଣ୍ୟ-ଗୃହ” ନାମରେ ନାମିତ ହେଲା। ଏହାର ଦୈର୍ଘ୍ୟ ଶହେ ହାତ, ପ୍ରସ୍ଥ ପଗ୍ଭଶ୍ ହାତ ଓ ଉଚ୍ଚତା ତିରିଶ୍ ହାତ ଥିଲା। ଏହାର ଗ୍ଭରିଧାଡ଼ି ଏରସ କାଠର ସ୍ତମ୍ଭ ଉପରେ ଏରସ କାଠର କଡ଼ି ଦେଇ ତାହା ନିର୍ମାଣ କଲେ। 3 ଏହି ସ୍ତମ୍ଭମାନଙ୍କର ଉପରିସ୍ଥ ପଞ୍ଚଗ୍ଭଳିଶ କଡ଼ି ଉପରେ ଏରସ କାଠର ଛାତ କଲେ, ପ୍ରତି ଧାଡ଼ିରେ ପନ୍ଦରଟି ଲେଖାଏଁ କଡ଼ି ଥିଲା। 4 ପ୍ରତ୍ୟେକ ପାର୍ଶ୍ୱ କାନ୍ଥରେ ତିନି ଧାଡ଼ି ଝରକା ଥିଲା ଓ ପରସ୍ପର ସେଗୁଡ଼ିକ ସମ୍ମୁଖାସମ୍ମୁଖୀ ଥିଲେ। 5 ପ୍ରତ୍ୟେକର ଶେଷରେ ତିନୋଟି କବାଟ ଥିଲା। ସବୁ କବାଟ ଖୋଲା ଥିଲା ଓ ତା'ର ଦ୍ୱାରବନ୍ଧ ବର୍ଗାକାର ଥିଲା।
6 ଆହୁରି ମଧ୍ୟ ସେ “ସ୍ତମ୍ଭ ସଦୃଶ ବାରଣ୍ତା” କଲେ। ଏହା ପଗ୍ଭଶ୍ ହାତ ଦୀର୍ଘ, ତିରିଶ୍ ହାତ ଚଉଡ଼ା ଥିଲା ଓ ବାରଣ୍ତାର ସମ୍ମୁଖରେ ଏକ ସ୍ତମ୍ଭରେ ଭରାଦିଆ ଯାଇଥିବା ପରଦା ଥିଲା।
7 ସେ ମଧ୍ୟ ବିଗ୍ଭର ପାଇଁ ଏକ ସିଂହାସନ ନିର୍ମାଣ କଲେ ଓ ଏହାକୁ “ନିୟମର ପ୍ରଶସ୍ତ ଗୃହ” କହିଲେ। ସେହି କୋଠରୀ ଚଟାଣଠାରୁ ଛାତ ପର୍ଯ୍ୟନ୍ତ ଏରସ କାଠର ପଟାରେ ଆଚ୍ଛାଦିତ ଥିଲା।
8 ରାଜା ଶଲୋମନଙ୍କର ବିଗ୍ଭର ଗୃହର ଅଗଣା ଉପରେ ଅବସ୍ଥିତ ଥିଲା। ଏହା ନିୟମ ପ୍ରଶସ୍ତଗୃହ ସଦୃଶ ନିର୍ମିତ ହେଲା। ସେ ମଧ୍ୟ ନିଜର ଭାର୍ଯ୍ୟା, ଫାରୋର କନ୍ୟା ନିମନ୍ତେ ସେହି ନିୟମ ପ୍ରଶସ୍ତଗୃହ ପରି ଏକ ଗୃହ ନିର୍ମାଣ କଲେ।
9 ଏହିସବୁ ଅଟାଳିକାଗୁଡ଼ିକ ମୂଲ୍ୟବାନ୍ ପଥରରେ ନିର୍ମିତ ହେଲା। ଏହିସବୁ ପଥରଗୁଡ଼ିକ ନିର୍ଦ୍ଧିଷ୍ଟ ଆକାର ଅନୁସାରେ କରତରେ କଟାଗଲା। ସେଗୁଡ଼ିକର ଆଗପଛ କଟାଗଲା। ଏହି ପଥରଗୁଡ଼ିକ ମୂଳଦୁଆରୁ କାନ୍ଥର ଶୀର୍ଷାଂଶ ପର୍ଯ୍ୟନ୍ତ ବ୍ୟବହାର ହେଲା। ପ୍ରାଙ୍ଗଣ ମଧ୍ୟ ବହୁମୂଲ୍ୟ ପ୍ରସ୍ତରରେ ତିଆରି ହେଲା। 10 ପ୍ରଣି ଭିତ୍ତିମୂଳ ବୃହତ୍ ଓ ମୂଲ୍ୟବାନ୍ ପଥରରେ ନିର୍ମିତ ହେଲା। କେତେକ ପ୍ରସ୍ତର ଦଶ ହାତ ଓ କେତେକ ଆଠ ହାତ ଦୈର୍ଘ୍ୟ ବିଶିଷ୍ଟ ଥିଲା। 11 ସେହି ପ୍ରସ୍ତରର ଅଗ୍ରଭାଗରେ ବହୁମୂଲ୍ୟ ଖୋଦିତ ପ୍ରସ୍ତର ଓ ଏରସ କାଠର କଡ଼ି ଥିଲା। 12 ପ୍ରାସାଦ ଅଗଣାର, ମନ୍ଦିର ଅଗଣାର ଓ ନାଟ ମନ୍ଦିର ଚତୁର୍ପାର୍ଶ୍ୱରେ କାନ୍ଥ ଥିଲା। ସେହି କାନ୍ଥଗୁଡ଼ିକ ତିନିଧାଡ଼ି ପ୍ରସ୍ତର ଓ ଏକଧାଡ଼ି ଏରସ କଡ଼ି କାଠରେ ନିର୍ମିତ ହୋଇଥିଲା।
13 ଅନନ୍ତର ରାଜା ଶଲୋମନ ଲୋକ ପଠାଇ ସୋରରୁ ହୀରମ୍ ନାମକ ଏକ ଲୋକକୁ ଅଣାଇଲେ। 14 ହୀରମ୍ ଇସ୍ରାଏଲର ନପ୍ତାଲି ବଂଶୀୟ ଏକ ବିଧବା ସ୍ତ୍ରୀର ପୁତ୍ର, ତା'ର ପିତା ସୋର ନଗରର ଏକ କଂସାରି ଥିଲା। ହୀରମ୍ ଜଣେ ନିପୁଣ ପିତ୍ତଳ କାରୀଗର ଥିଲା। ରାଜା ଶଲୋମନ ସେହି ଅଭିଜ୍ଞ କାରୀଗରକୁ ପିତ୍ତଳ ତିଆରି କାର୍ଯ୍ୟରେ ନିଯୁକ୍ତ କଲେ।
15 ହୀରମ୍ ଦୁଇଟି ପିତ୍ତଳ ସ୍ତମ୍ଭ ନିର୍ମାଣ କଲା ଯାହାର ଉଚ୍ଚତା ଅଠର ହାତ ଓ ଗୋଲେଇ ବାର ହାତ ଥିଲା। ସ୍ତମ୍ଭର ଭିତର ଫମ୍ଫା ଥିଲା ଓ ପିତ୍ତଳ ତିନି ଇଞ୍ଚି ବହଳର ଥିଲା। 16 ପୁଣି ସେ ଦୁଇ ସ୍ତମ୍ଭର ମଥାନରେ ଦେବା ପାଇଁ ଢଳା ପିତ୍ତଳର ଦୁଇ ମୁଣ୍ତାଳି କଲା ଓ ପ୍ରତ୍ୟେକ ମୁଣ୍ତାଳିର ଉଚ୍ଚତା ପାଞ୍ଚ ହାତ ଥିଲା। 17 ସେ ମୁଣ୍ତିକୁ ଆଚ୍ଛାଦନ କରିବା ପାଇଁ ଦୁଇଟି ଲୁହାଜାଲି ନିର୍ମାଣ କଲା। 18 ସେ ପ୍ରତ୍ୟେକ ଜାଲିର ସ୍ତମ୍ଭର ଅଗ୍ରଭାଗକୁ ଆଚ୍ଛାଦନ କରିବା ପାଇଁ ଦୁଇଧାଡ଼ି ଡାଳିମ୍ବାକୃତି ନିର୍ମାଣ କଲା। ମୁଣ୍ତାଳିରେ ମଧ୍ୟ ତଦ୍ରୂପ କଲା। 19 ବାରଣ୍ତାର ଗ୍ଭରି ହାତ ବଶିଷ୍ଟ ସ୍ତମ୍ଭ ମଥାନରେ ମୁଣ୍ତାଳି ପୁଷ୍ପ କର୍ମ ବିଶିଷ୍ଟ ଥିଲା। 20 ଆଉ ଦୁଇ ସ୍ତମ୍ଭର ଉପରି ଭାଗରେ ମଧ୍ୟ ମୁଣ୍ତାଳି ଥିଲା ଓ ସେଗୁଡ଼ିକ ପାତ୍ର ଆକୃତି ଜାଲିର ଉପରକୁ ଥିଲା। ଅନ୍ୟ ମୁଣ୍ତାଳିରେ ଚତୁର୍ଦ୍ଦିଗରେ ଧାଡ଼ି ଧାଡ଼ି ହୋଇ 200ଟି ଡାଳିମ୍ବାକୃତି ଥିଲା। 21 ହୀରମ୍ ସେହି ସ୍ତମ୍ଭ ଦୁଇଟିକୁ ମନ୍ଦିରର ବାରଣ୍ତାରେ ସ୍ଥାପନ କଲା। ଗୋଟିଏ ସ୍ତମ୍ଭ ଦକ୍ଷିଣ ପାର୍ଶ୍ୱର ପ୍ରବେଶ ଦ୍ୱାରରେ ଓ ଅନ୍ୟ ସ୍ତମ୍ଭଟି ବାମ ପାର୍ଶ୍ୱରେ ରହିଲା। ଦକ୍ଷିଣ ସ୍ତମ୍ଭର ନାମ ଯାଖୀନ୍ ଓ ବାମ ସ୍ତମ୍ଭର ନାମ ବୋୟସ୍ ଦେଲା। 22 ପୁଣି ସେ ପୁଷ୍ପାକୃତି ମୁଣ୍ତାଳିକୁ ସ୍ତମ୍ଭର ମଥାନ ଉପରେ ରଖିଲା। ଏହିରୂପେ ସ୍ତମ୍ଭ କାର୍ଯ୍ୟ ସମାପ୍ତ ହେଲା।
23 ତା'ପରେ ସେ ଏକ କଂସାର ଗୋଲାକାର କୁଣ୍ତ ତିଆରି କରି ତା'ର ନାମ ଦେଲା “ସମୁଦ୍ର”। ସେହି କୁଣ୍ତର ପରିଧି ତିରିଶ୍ ହାତ, ବ୍ୟାସ ଦଶ ହାତ, ଗଭୀରତା ପାଞ୍ଚ ହାତ ଥିଲା। 24 ଚୌବାଗ୍ଭର ବାହାର କାନ୍ଥ ଗ୍ଭରିପାଖରେ ଏକ ଫନ୍ଦ ଥିଲା। ଫନ୍ଦ ତଳେ ଦୁଇଧାଡ଼ି ପିତ୍ତଳର ଲାଭା ଥିଲା। ସେହି ଲାଭାଗୁଡ଼ିକ ଚୌବାଗ୍ଭ ସହିତ ଏକ ଖଣ୍ତ କରି ନିର୍ମାଣ କରାଯାଇ ଥିଲା। 25 ଏହି କୁଣ୍ତ ବାର ଗୋଟି ଷଣ୍ଢ ଉପରେ ସ୍ଥାପିତ ହୋଇଥିଲା। ସେହି ଷଣ୍ଢଗୁଡ଼ିକ ତିନି ଦଳରେ ସଜା ହୋଇଥିଲେ ଏବଂ ମୁହଁ ଗ୍ଭରିଦିଗ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ କରିଥିଲା। ଷଣ୍ଢମାନଙ୍କର ପଶ୍ଚାତ୍ଭାଗ କୁଣ୍ତ ମଝି ଆଡ଼କୁ ଥିଲା। କୁଣ୍ତ ସେମାନଙ୍କ ଉପରେ ରଖାଯାଇଥିଲା। 26 ସେହି ପାତ୍ରର ମୋଟେଇ ଗ୍ଭରି ଅଙ୍ଗୁଳି ଥିଲା। ତା'ର ଫନ୍ଦ କପର ଫନ୍ଦ ପରି କିଅବା ପୁଷ୍ପର ପାଖୁଡ଼ା ସଦୃଶ ଥିଲା। ସେହି ଚୌବାଗ୍ଭ 2,000 ମହଣ ଧାରଣ କରୁଥିଲା।
27 ତା'ପରେ ହୀରମ୍ ଦଶ ଗୋଟି କଂସା ଶଗଡ଼ ନିର୍ମାଣ କଲା। ପ୍ରତ୍ୟେକ ଶଗଡ଼ର ଦୈର୍ଘ୍ୟ ଗ୍ଭରି ହାତ, ପ୍ରସ୍ଥ ଗ୍ଭରି ହାତ ଓ ଉଚ୍ଚତା ତିନି ହାତ ଥିଲା। 28 ସେହି ଶଗଡ଼ଗୁଡ଼ିକର ଗଠନ ଚତୁର୍ଭୁଜାକାର ଓ ଫ୍ରେମ୍ ମଝିରେ ବିଟ ଥିଲା। ଯଥା: ସେ ସବୁର ମଧ୍ୟଦେଶ ଥିଲା ଓ ସେହିସବୁ ମଧ୍ୟଦେଶ ବିଟମାନଙ୍କ ମଧ୍ୟରେ ଥିଲା। 29 ପୁଣି ବିଟର ମଧ୍ୟବର୍ତ୍ତି ସେହିସବୁ ମଧ୍ୟଦେଶରେ ସିଂହ, ଗୋରୁ ଓ କିରୁବଦୂତମାନେ ଥିଲେ। ବିଟ ଉପରେ ଏକ ବଇଠି ଥିଲା। ପୁଣି ସିଂହ ଓ ଗୋରୁମାନଙ୍କ ତଳେ ସୂକ୍ଷ୍ମ କାର୍ଯ୍ୟର ମାଳା ଥିଲା। 30 ପ୍ରତ୍ୟେକ ବୈଠିକିର ଗ୍ଭରୋଟି ପିତ୍ତଳମୟ ଚକ ଓ ପିତ୍ତଳର ଅଖ ଗ୍ଭରିକୋଣରେ ସ୍ଥାପିତ ଅବଲମ୍ବନ ଥିଲା। ସେହିସବୁ ଢଳାକର୍ମର ଅବଲମ୍ବନ ପ୍ରକ୍ଷାଳନ ପାତ୍ର ତଳେ ଥିଲା ଓ ପ୍ରତ୍ୟେକର ପାର୍ଶ୍ୱରେ ମାଳା ଥିଲା। 31 ଉପରେ ମାଠିଆ ପାଇଁ ଏକ ଥାକ ଥିଲା। ଏହାର ଲମ୍ବ ଏକ ହାତ ଥିଲା। ମାଠିଆର ମୁହଁ ଗୋଲାକାର ଚତୁଃଷ୍କୋଣ ଥିଲା। ଏହାର ବ୍ୟାସ ଦେଢ଼ ହାତ ଥିଲା। ସେହି ଥାକରେ କଂସାରେ ବହୁତ ନକ୍ସା ଅଙ୍କା ଯାଇଥିଲା। 32 ଫ୍ରେମ୍ ତଳେ ଗ୍ଭରୋଟି ଚକ ଥିଲା ଓ ଚକଗୁଡ଼ିକର ବ୍ୟାସ ଦେଢ଼ ହାତ ଥିଲା। ଚକଗୁଡ଼ିକର କାଠ ଗୋଟିଏ ଖଣ୍ତ ଥିଲା। 33 ଆଉ ସେହି ଚକଗୁଡ଼ିକ ରଥର ଚକ ସଦୃଶ ଥିଲା। ତାହାର ଅଖ, ନେମି, ନାଭି ଓ ଅର ସବୁ ଢଳା ପିତ୍ତଳରେ ନିର୍ମିତ ହୋଇଥିଲା।
34 ପ୍ରତ୍ୟେକ ଖଟୁଲିର ଗ୍ଭରି କୋଣରେ ଗ୍ଭରୋଟି ଠେସା ଥିଲା ଓ ସେହି ଠେସାଗୁଡ଼ିକ ଖଟୁଲି ସହିତ ଏକ ଖଣ୍ତ ହୋଇ ରହିଲା। 35 ଆଉ ପ୍ରତି ଖଟୁଲି ମୁଣ୍ତରେ ଅର୍ଦ୍ଧହସ୍ତ ଉଚ୍ଚ ପିତ୍ତଲର ଗୋଲାକାର ବେଢ଼ା ଥିଲା। ଖଟୁଲି ଉପରିସ୍ଥ ଅବଲମ୍ବନ ଓ ମଧ୍ୟ ଦେଶ ତାହା ସହିତ ନିର୍ମିତ ହୋଇଥିଲା। 36 ସେଇ ଖଟୁଲିର ଓ ଫ୍ରେମ୍ର ପାର୍ଶ୍ୱରେ କିରୁବଦୂତଗଣଙ୍କର, ସିଂହମାନଙ୍କର ଓ ଖଜୁରୀ ଗଛର ଛବି ଖୋଦିତ ହୋଇଥିଲା। ଏହିସବୁ ଛବିଗୁଡ଼ିକ ଖଟୁଲିର ସବୁଆଡ଼େ ଖୋଦିତ କରାଯାଇ ଥିଲା ଓ ଖଟୁଲିର ଚତୁର୍ପାର୍ଶ୍ୱରେ ଥିବା ଫ୍ରେମ୍ରେ ଫୁଲସବୁ ଖୋଦିତ ହୋଇଥିଲା। 37 ହୀରମ୍ ଦଶ ଗୋଟି ଖଟୁଲି ନିର୍ମାଣ କଲା। ପ୍ରତ୍ୟେକ ଖଟୁଲିର ଆକୃତି ଓ ଆକାର ସମାନ ଥିଲା। କାରଣ ପିତ୍ତଳକୁ ତରଳାଇ ଗୋଟିଏ ଛାଞ୍ଚରେ ଢାଳି ସେ ସେଗୁଡ଼ିକୁ ନିର୍ମାଣ କରିଥିଲା।
2010 by World Bible Translation Center