Bible in 90 Days
16 ତେଣୁ ରାଜା ଯୋଶିୟଙ୍କ ଆଦେଶାନୁଯାୟୀ ସଦାପ୍ରଭୁଙ୍କ ଉପାସନା ନିମନ୍ତେ ସେହି ଦିନ ସମସ୍ତ କାର୍ଯ୍ୟ କରାଗଲା। ନିସ୍ତାରପର୍ବ ପାଳିତ ହେଲା ଓ ହୋମବଳି ଉପହାରସବୁ ସଦାପ୍ରଭୁଙ୍କ ଯଜ୍ଞବେଦି ଉପରେ ଉତ୍ସର୍ଗୀକୃତ ହେଲା। 17 ଇସ୍ରାଏଲର ଯେଉଁ ଲୋକମାନେ ସେଠାରେ ଥିଲେ, ସେମାନେ ସାତ ଦିନ ପର୍ଯ୍ୟନ୍ତ ନିସ୍ତାରପର୍ବ ଓ ଖମୀରବିହୀନ ପାଉଁରୋଟୀର ପର୍ବ ପାଳନ କଲେ। 18 ଭବିଷ୍ୟଦ୍ବକ୍ତା ଶାମୁୟେଲଙ୍କ ସମୟଠାରୁ ନିସ୍ତାରପର୍ବ ଆଉ କେବେହେଲେ ଏହିପରି ଭାବରେ ପାଳିତ ହୋଇ ନ ଥିଲା। ଇସ୍ରାଏଲର କୌଣସି ରାଜା କେବେହେଲେ ଏହିପରି ଭାବରେ ନିସ୍ତାରପର୍ବ ପାଳି ନ ଥିଲେ। ରାଜା ଯୋଶିୟ, ଯାଜକମାନେ, ଲେବୀୟମାନେ ଏବଂ ଯିରୁଶାଲମର ସମସ୍ତ ଲୋକଙ୍କ ସହିତ ସେଠାରେ ଥିବା ଯିହୁଦା ଓ ଇସ୍ରାଏଲର ଲୋକମାନେ ଏକ ବିଶେଷ ପ୍ରକାରେ ନିସ୍ତାରପର୍ବର ଉତ୍ସବ ପାଳନ କଲେ। 19 ଯୋଶିୟଙ୍କ ରାଜତ୍ୱର ଅଷ୍ଟାଦଶତମ ବର୍ଷରେ ସେମାନେ ଏହି ନିସ୍ତାରପର୍ବ ପାଳନ କଲେ।
ଯୋଶିୟଙ୍କ ମୃତ୍ୟୁ
20 ଯୋଶିୟ ମନ୍ଦିର ନିମନ୍ତେ ସେହି ସମସ୍ତ ଉତ୍ତମ କାର୍ଯ୍ୟ କରିଥିଲେ। ପରେ ମିଶରର ରାଜା ନଖୋ, ଫରାତ୍ ନଦୀ ନିକଟରେ ଥିବା କର୍କମୀଶ ସହର ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲେ। ରାଜା ଯୋଶିୟ ନଖୋ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। 21 କିନ୍ତୁ ନଖୋ, ଯୋଶିୟଙ୍କ ନିକଟକୁ ବାର୍ତ୍ତାବାହକମାନଙ୍କୁ ପଠାଇଲେ।
ସେମାନେ କହିଲେ “ଯିହୁଦାର ରାଜା, ଏହି ଯୁଦ୍ଧ ତୁମ୍ଭର ସମସ୍ୟା ନୁହେଁ। ମୁଁ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସି ନାହିଁ। ମୁଁ ମୋର ନିଜ ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବାକୁ ଆସିଅଛି। ପରମେଶ୍ୱର ମୋତେ ତ୍ୱରାନ୍ୱିତ କଲେ। ପରମେଶ୍ୱର ମୋର ସପକ୍ଷରେ ଅଛନ୍ତି। ତେଣୁ ମୋତେ ହଇରାଣ କର ନାହିଁ। ଯଦି ତୁମ୍ଭେ ମୋ’ ବିରୁଦ୍ଧରେ ଯୁଦ୍ଧ କର, ପରମେଶ୍ୱର ତୁମ୍ଭକୁ ବିନଷ୍ଟ କରିବେ।”
22 କିନ୍ତୁ ଯୋଶିୟ ଗ୍ଭଲିଗଲେ ନାହିଁ। ସେ ନଖୋଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ସ୍ଥିର କଲେ, ତେଣୁ ସେ ତାଙ୍କର ରୂପ ବଦଳାଇଲେ ଓ ଯୁଦ୍ଧ କରିବା ନିମନ୍ତେ ଯୁଦ୍ଧକ୍ଷେତ୍ରକୁ ଗଲେ। ନଖୋ ପରମେଶ୍ୱରଙ୍କ ଆଦେଶ ସମ୍ବନ୍ଧରେ ଯାହା କହିଲେ, ଯୋଶିୟ ତାହା ଶୁଣିବାକୁ ଅଗ୍ରାହ୍ୟ କଲେ। ଯୋଶିୟ ମଗିଦ୍ଦୋ ସମତଳ ଭୂମିରେ ଯୁଦ୍ଧ କରିବାକୁ ଗଲେ। 23 ଏହା ପରେ ରାଜା ଯୋଶିୟ ଯୁଦ୍ଧକ୍ଷେତ୍ରରେ ତୀରଦ୍ୱାରା ଆଘାତପ୍ରାପ୍ତ ହେଲେ। ସେ ତାଙ୍କର ଭୃତ୍ୟମାନଙ୍କୁ କହିଲେ, “ମୋତେ ଏଠାରୁ ନେଇଯାଅ। ମୁଁ ଭୟଙ୍କର ଭାବରେ ଆଘାତପ୍ରାପ୍ତ ହୋଇଛି!”
24 ତେଣୁ ଯୋଶିୟଙ୍କ ଭୃତ୍ୟମାନେ ତାହାଙ୍କ ରଥରୁ ତାଙ୍କୁ ନେଇଗଲେ ଓ ସେ ତାଙ୍କ ସଙ୍ଗରେ ଯୁଦ୍ଧକୁ ଆଣିଥିବା ଆଉ ଏକ ରଥରେ ରଖିଲେ। ଏହା ପରେ ସେମାନେ ଯୋଶିୟଙ୍କୁ ଯିରୁଶାଲମକୁ ନେଇଗଲେ। ରାଜା ଯୋଶିୟ ଯିରୁଶାଲମରେ ମୃତ୍ୟୁବରଣ କଲେ। ଯୋଶିୟ ତାଙ୍କର ପୂର୍ବପୁରୁଷମାନଙ୍କ କବରରେ କବରପ୍ରାପ୍ତ ହେଲେ। ଯିହୁଦା ଓ ଯିରୁଶାଲମର ସମସ୍ତ ଲୋକ ଯୋଶିୟଙ୍କ ମୃତ୍ୟୁ ଯୋଗୁଁ ଅତ୍ୟନ୍ତ ଦୁଃଖିତ ହେଲେ। 25 ଯିରିମିୟ ଯୋଶିୟଙ୍କ ନିମନ୍ତେ ସମାଧିକାଳୀନ କେତୋଟି ଗୀତ ଲେଖିଲେ ଓ ତାହାକୁ ଗାନ କଲେ। ଆଜି ପର୍ଯ୍ୟନ୍ତ ପୁରୁଷ ଓ ସ୍ତ୍ରୀ ଗାୟକ ଗାୟିକାମାନେ ସେହି ବିଷାଦପୂର୍ଣ୍ଣ ସଙ୍ଗୀତ ଗାନ କରିଥା’ନ୍ତି। ଇସ୍ରାଏଲର ଲୋକମାନେ ଏହି ପ୍ରକାର ସବୁବେଳେ କଲେ। ସେମାନେ ଯୋଶିୟଙ୍କ ନିମନ୍ତେ ଏକ ବିଷାଦପୂର୍ଣ୍ଣ ସଙ୍ଗୀତ ଗାନ କଲେ। ସେହି ଗୀତଗୁଡ଼ିକ ସମାଧିକାଳୀନ ସଙ୍ଗୀତ ପୁସ୍ତକରେ ଲେଖାଯାଇଅଛି।
26-27 ଯୋଶିୟ ରାଜା ଥିବା ସମୟରେ ଅନ୍ୟ ଯେଉଁ ସମସ୍ତ କର୍ମ କରିଥିଲେ, ତାଙ୍କ ରାଜତ୍ୱର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଇସ୍ରାଏଲ ଓ ଯିହୁଦାର ରାଜାମାନଙ୍କର ପୁସ୍ତକରେ ଲେଖାଯାଇଅଛି। ଏହି ପୁସ୍ତକ ଆମ୍ଭମାନଙ୍କୁ ସଦାପ୍ରଭୁଙ୍କ ପ୍ରତି ତାଙ୍କର ଆନୁଗତ୍ୟ ଓ ସେ କିପରି ସଦାପ୍ରଭୁଙ୍କ ନିୟମକୁ ମାନିଥିଲେ, ତାହା କହେ।
ଯିହୁଦାର ରାଜା ଯିହୋୟାହସ୍
36 ଯିହୁଦାର ଲୋକମାନେ ଯିହୋୟାହସଙ୍କୁ ଯିରୁଶାଲମରେ ନୂତନ ରାଜା ରୂପେ ମନୋନୀତ କଲେ। ଯିହୋୟାହସ୍ ଯୋଶିୟଙ୍କ ପୁତ୍ର ଥିଲେ। 2 ଯିହୋୟାହସ୍ ଯିହୁଦାର ରାଜା ହେବା ସମୟରେ ତେଇଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ତିନି ମାସ ପର୍ଯ୍ୟନ୍ତ ଯିରୁଶାଲମରେ ରାଜା ହୋଇଥିଲେ। 3 ଏହା ପରେ ମିଶରର ରାଜା ଯିହୋୟାହସଙ୍କୁ ଯିରୁଶାଲମରୁ ଗାଦିଚୁତ୍ୟ କଲେ। ସେ 100 ତାଳନ୍ତ ରୂପା ଓ ଏକ ତାଳନ୍ତ ସୁନା ଜୋରିମାନା ରୂପେ ସଂଗ୍ରହ କଲେ। 4 ମିଶରର ରାଜା ଯିହୋୟାହସଙ୍କ ଭ୍ରାତା ଇଲୀୟାକୀମଙ୍କୁ ଯିହୁଦା ଓ ଯିରୁଶାଲମର ନୂତନ ରାଜା କଲେ। ଏହା ପରେ ମିଶରର ରାଜା ଇଲୀୟାକୀମ୍ଙ୍କର ନାମକୁ ପରିବର୍ତ୍ତନ କରି ଯିହୋୟାକୀମ୍ ଦେଲେ। କିନ୍ତୁ ନଖୋ ଯିହୋୟାକୀମ୍ର ଭାଇ ଯିହୋୟାହସଙ୍କୁ ମିଶରକୁ ନେଇଗଲେ।
ଯିହୁଦାର ରାଜା ଯିହୋୟାକୀମ୍
5 ଯିହୋୟାକୀମ୍ ଯିହୁଦାର ନୂତନ ରାଜା ହେବା ସମୟରେ ପଚିଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ଏଗାର ବର୍ଷ ପର୍ଯ୍ୟନ୍ତ ଯିରୁଶାଲମର ରାଜା ଥିଲେ। ଯିହୋୟାକୀମ୍ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ ନାହିଁ।
6 ବାବିଲର ରାଜା ନବୂଖଦ୍ନିତ୍ସର ଯିହୁଦାକୁ ଆକ୍ରମଣ କଲେ। ସେ ଯିହୋୟାକୀମଙ୍କୁ ବନ୍ଦୀ କରି ନେଲେ ଓ ତାଙ୍କ ଉପରେ ପିତ୍ତଳର ଜଞ୍ଜିର ପକାଇଲେ। ଏହା ପରେ ନବୂଖଦ୍ନିତ୍ସର ରାଜା ଯିହୋୟାକୀମଙ୍କୁ ବାବିଲକୁ ନେଇଗଲେ। 7 ନବୂଖଦ୍ନିତ୍ସର ସଦାପ୍ରଭୁଙ୍କ ମନ୍ଦିରରୁ କେତେକ ଦ୍ରବ୍ୟ ନେଇଗଲେ। ସେ ସେହି ବସ୍ତୁଗୁଡ଼ିକୁ ବାବିଲକୁ ନେଇଗଲେ ଓ ସେଗୁଡ଼ିକୁ ନେଇ ନିଜ ଗୃହରେ ରଖିଲେ। 8 ଯିହୋୟାକୀମ୍ ଅନ୍ୟ ଯେଉଁ ସମସ୍ତ କାର୍ଯ୍ୟ କରିଥିଲେ, ସେ ଯେଉଁ ଭୟଙ୍କର ପାପସବୁ କରିଥିଲେ ଓ ସେ ଯେଉଁସବୁ ଦୋଷ କରିଥିଲେ, ସେହିସବୁ “ଇସ୍ରାଏଲ ଓ ଯିହୁଦାର ରାଜାମାନଙ୍କ ପୁସ୍ତକରେ” ଲେଖାଯାଇଅଛି। ଯିହୋୟାଖୀନ୍, ଯିହୋୟାକୀମଙ୍କ ସ୍ଥାନରେ ନୂତନ ରାଜା ହେଲେ। ଯିହୋୟାଖୀନ୍, ଯିହୋୟାକୀମଙ୍କ ପୁତ୍ର ଥିଲେ।
ଯିହୁଦାର ରାଜା ଯିହୋୟାଖୀନ୍
9 ଯିହୋୟାଖୀନ୍ ଯିହୁଦାର ରାଜା ହେବା ସମୟରେ ଅଠର ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ତିନି ମାସ ଓ ଦଶ ଦିନ ପର୍ଯ୍ୟନ୍ତ ରାଜା ହୋଇଥିଲେ। ସେ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ ନାହିଁ। 10 ବସନ୍ତ ଋତୁରେ, ରାଜା ନବୂଖଦ୍ନିତ୍ସର ଯିହୋୟାଖୀନଙ୍କୁ ଆଣିବା ନିମନ୍ତେ କେତେକ ଭୃତ୍ୟଙ୍କୁ ପଠାଇଲେ। ସେମାନେ ଯିହୋୟାଖୀନ୍ ଓ ସଦାପ୍ରଭୁଙ୍କ ମନ୍ଦିରରୁ ବହୁମୂଲ୍ୟ ଧନ ସମ୍ପତ୍ତିରୁ କିଛି ବାବିଲକୁ ନେଇଗଲେ। ନବୂଖଦ୍ନିତ୍ସରର ସିଦିକିୟଙ୍କୁ ଯିହୁଦା ଓ ଯିରୁଶାଲମର ନୂତନ ରାଜା ରୂପେ ମନୋନୀତ କଲେ। ସିଦିକିୟ ଯିହୋୟାଖୀନଙ୍କର ଜଣେ ଆତ୍ମୀୟ ଥିଲେ।
ଯିହୁଦାର ରାଜା ସିଦିକିୟ
11 ସିଦିକିୟ ଯିହୁଦାର ରାଜା ହେବା ସମୟରେ ଏକୋଇଶ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଏଗାର ବର୍ଷ ପର୍ଯ୍ୟନ୍ତ ରାଜା ହେଲେ। 12 ସେ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କର୍ମ କଲେ ନାହିଁ। ଭବିଷ୍ୟଦ୍ବକ୍ତା ଯିରିମିୟ ସଦାପ୍ରଭୁଙ୍କଠାରୁ ଆଗତ ବାର୍ତ୍ତାସବୁ କହିଲେ। କିନ୍ତୁ ସିଦିକିୟ ନିଜକୁ ନମ୍ର କଲେ ନାହିଁ ଓ ଯିରିମିୟ ଯେଉଁସବୁ କଥା କହିଲେ, ତାହା ମାନିଲେ ନାହିଁ।
ଯିରୁଶାଲମ ଧ୍ୱଂସ ହେଲା
13 ସିଦିକିୟ ରାଜା ନବୂଖଦ୍ନିତ୍ସରର ବିରୁଦ୍ଧରେ ବିଦ୍ରୋହ କଲେ। ଅତୀତରେ ନବୂଖଦ୍ନିତ୍ସର ସିଦିକିୟଙ୍କୁ ଏକ ଶପଥ କରାଇଥିଲେ ଯେ, ସେ ନବୂଖଦ୍ନିତ୍ସର ନିକଟରେ ବିଶ୍ୱସ୍ତ ରହିବେ। ସିଦିକିୟ ପରମେଶ୍ୱରଙ୍କ ନାମ ନେଇ ଶପଥ କରିଥିଲେ ଯେ, ସେ ନବୂଖଦ୍ନିତ୍ସରଙ୍କ ନିକଟରେ ବିଶ୍ୱସ୍ତ ରହିବେ। କିନ୍ତୁ ସିଦିକିୟ ବଡ଼ ଦାମ୍ଭିକ ଥିଲେ ଓ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ଫେରି ଆସିବାକୁ ଓ ମାନିବା ନିମନ୍ତେ ଅଗ୍ରାହ୍ୟ କଲେ। 14 ଆହୁରି ମଧ୍ୟ ଯାଜକମାନଙ୍କର ନେତାଗଣ ଓ ଯିହୁଦାର ଲୋକମାନେ ଭୟଙ୍କର ପାପ କଲେ ଓ ସଦାପ୍ରଭୁଙ୍କ ନିକଟରେ ଆହୁରି ଅବିଶ୍ୱସ୍ତ ହେଲେ। ସେମାନେ ଅନ୍ୟ ଦେଶମାନଙ୍କର ମନ୍ଦ ଦୃଷ୍ଟାନ୍ତକୁ ଅନୁକରଣ କଲେ। ସେହି ନେତାମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଅପବିତ୍ର କଲେ। ସଦାପ୍ରଭୁ ଯିରୁଶାଲମର ମନ୍ଦିରକୁ ପବିତ୍ର କରିଥିଲେ। 15 ସଦାପ୍ରଭୁ, ସେମାନଙ୍କ ପୂର୍ବପୁରୁଷମାନଙ୍କର ପରମେଶ୍ୱର, ତାଙ୍କର ଲୋକମାନଙ୍କୁ ଚେତାବନୀ ଦେବା ନିମନ୍ତେ ଦୂତମାନଙ୍କୁ ବାରମ୍ବାର ପଠାଇଲେ। ସଦାପ୍ରଭୁ ତାଙ୍କର ମନ୍ଦିର ଓ ଏହି ଲୋକମାନଙ୍କ ନିମନ୍ତେ ଦୁଃଖ ଅନୁଭବ କରିବାରୁ ଏହି ପ୍ରକାର କଲେ। 16 କିନ୍ତୁ ଲୋକମାନେ ପରମେଶ୍ୱରଙ୍କ ଦୂତମାନଙ୍କୁ ପରିହାସ କଲେ। ସେମାନେ ପରମେଶ୍ୱରଙ୍କ ବାର୍ତ୍ତାକୁ ଘୃଣା କଲେ। ସେମାନେ ପରମେଶ୍ୱରଙ୍କର ଭବିଷ୍ୟଦ୍ବକ୍ତାଙ୍କୁ ଏପରି ପରିହାସ କଲେ, ଯେପର୍ଯ୍ୟନ୍ତ ପରମେଶ୍ୱର ତାହାଙ୍କ ଲୋକମାନଙ୍କ ପ୍ରତି କ୍ରୋଧ କରି ନାହାନ୍ତି। ତାକୁ ପ୍ରଶମିତ କରିବା ନିମନ୍ତେ କୌଣସି ବିଷୟ ନ ଥିଲା। 17 ତେଣୁ ପରମେଶ୍ୱର ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ଆକ୍ରମଣ କରିବା ନିମନ୍ତେ ବାବିଲର ରାଜାକୁ ଆଣିଲେ। ଯୁବା ଲୋକମାନେ ମନ୍ଦିର ମଧ୍ୟରେ ଥିଲେ ସୁଦ୍ଧା, ବାବିଲର ରାଜା ସେମାନଙ୍କୁ ହତ୍ୟା କଲେ। ସେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ କିଛି ଦୟା କଲେ ନାହିଁ। ବାବିଲର ରାଜା ଉଭୟ ଯୁବା ଓ ବୃଦ୍ଧ ଲୋକମାନଙ୍କୁ ହତ୍ୟା କଲେ। ସେ ପୁରୁଷ ଓ ସ୍ତ୍ରୀଙ୍କୁ ହତ୍ୟା କଲେ। ସେ ରୋଗୀ ଓ ସୁସ୍ଥ ଲୋକଙ୍କୁ ହତ୍ୟା କଲେ, ପରମେଶ୍ୱର ଯିହୁଦା ଓ ଯିରୁଶାଲମର ଲୋକମାନଙ୍କ ଉପରେ ନବୂଖଦ୍ନିତ୍ସରଙ୍କୁ ବିଜୟୀ କଲେ। 18 ନବୂଖଦ୍ନିତ୍ସର ପରମେଶ୍ୱରଙ୍କ ମନ୍ଦିରରୁ ସବୁ ପଦାର୍ଥ ବାବିଲକୁ ବୋହି ନେଇଗଲେ। ସେ ମନ୍ଦିରରୁ, ରାଜାଙ୍କ ନିକଟରୁ ଓ ରାଜାଙ୍କ ପଦାଧିକାରୀମାନଙ୍କଠାରୁ ବହୁମୂଲ୍ୟ ବସ୍ତୁ ସବୁ ନେଇଗଲେ। 19 ନବୂଖଦ୍ନିତ୍ସର ଓ ତାଙ୍କର ସୈନ୍ୟଦଳ ମନ୍ଦିରକୁ ଜ୍ୱଳାଇ ଦେଲେ। ସେମାନେ ଯିରୁଶାଲମ ପ୍ରାଚୀରକୁ ଭାଙ୍ଗି ପକାଇଲେ ଓ ରାଜା ଓ ତାଙ୍କର ପଦାଧିକାରୀମାନଙ୍କର ସବୁ ଗୃହ ଜ୍ୱଳାଇ ଦେଲେ। ସେମାନେ ଯିରୁଶାଲମରେ ଥିବା ପ୍ରତ୍ୟେକ ବହୁମୂଲ୍ୟ ଦ୍ରବ୍ୟକୁ ନେଇଗଲେ ନଚେତ୍ ଧ୍ୱଂସ କରିଦେଲେ। 20 ନବୂଖଦ୍ନିତ୍ସର ଅବଶିଷ୍ଟ ଜୀବିତ ଥିବା ଲୋକଙ୍କୁ ବାବିଲକୁ ନେଇଗଲେ ଓ ସେମାନଙ୍କୁ ବଳପୂର୍ବକ ଭାବରେ କ୍ରୀତଦାସ କରି ରଖିଲେ। ପାରସିକ ରାଜ୍ୟ, ବାବିଲର ରାଜ୍ୟକୁ ପରାସ୍ତ କରିବା ପର୍ଯ୍ୟନ୍ତ ସେହି ଲୋକମାନେ ବାବିଲରେ କ୍ରୀତଦାସରୂପେ ରହିଲେ। 21 ଏହିପରି ଭାବରେ ସଦାପ୍ରଭୁ ଯିରିମିୟ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ଯେଉଁସବୁ ବିଷୟ କହିଥିଲେ, ତାହା ପ୍ରକୃତରେ ଘଟିଲା। ସଦାପ୍ରଭୁ ଯିରିମିୟଙ୍କ ମାଧ୍ୟମରେ କହିଥିଲେ: “ଏହି ସ୍ଥାନ ସତୁରି ବର୍ଷ ପର୍ଯ୍ୟନ୍ତ ଧ୍ୱଂସର ସ୍ଥାନ ହୋଇ ରହିବ। କାରଣ ଲୋକମାନେ ବିଶେଷ ବିଶ୍ରାମବାରରେ ବିଶ୍ରାମ ନ କରିଥିବାରୁ ତାହାକୁ ଭରଣା କରିବା ନିମନ୍ତେ ଏହିପରି ଘଟିଲା। ଏହା ସତୁରି ବର୍ଷ ଲାଗିରହିବ।”
22 କୋରସ୍ ପାରସ୍ୟର ରାଜା ହୋଇଥିବାର ପ୍ରଥମ ବର୍ଷରେ, ସଦାପ୍ରଭୁ କୋରସଙ୍କ ଦ୍ୱାରା ଏକ ବିଶେଷ ଘୋଷଣା କରାଇଲେ। ସଦାପ୍ରଭୁ ଯିରିମିୟ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ଯେଉଁ ଶପଥ କରିଥିଲେ, ତାହା ଯେପରି ପ୍ରକୃତରେ ଘଟିବ, ସେଥିନିମନ୍ତେ ସେ ଏହିପରି କଲେ। କୋରସ୍ ତାଙ୍କ ରାଜ୍ୟର ପ୍ରତ୍ୟେକ ସ୍ଥାନକୁ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ସେମାନେ ଏହି ବାର୍ତ୍ତା ବହନ କରୁଥିଲେ।
23 ପାରସ୍ୟର ରାଜା କୋରସ୍ କହନ୍ତି,
ସଦାପ୍ରଭୁ, ସ୍ୱର୍ଗର ପରମେଶ୍ୱର, ମୋତେ ସାରା ପୃଥିବୀ ଉପରେ ରାଜା କରିଛନ୍ତି। ସେ ମୋତେ ଯିହୁଦାସ୍ଥିତ ଯିରୁଶାଲମ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାର ଦାୟିତ୍ୱ ଦେଇଅଛନ୍ତି। ବର୍ତ୍ତମାନ, ତୁମ୍ଭେ ଯେଉଁମାନେ ପରମେଶ୍ୱରଙ୍କ ଲୋକ ଅଟ, ଯିରୁଶାଲମକୁ ଫେରି ଯିବା ନିମନ୍ତେ ସ୍ୱାଧୀନ ଅଟ ଏବଂ ସଦାପ୍ରଭୁ ପରମେଶ୍ୱର ତୁମ୍ଭ ପ୍ରତ୍ୟେକଙ୍କ ସହିତରେ ରୁହନ୍ତୁ।
କୋରସ୍ ବନ୍ଦୀମାନଙ୍କୁ ଫେରିବାରେ ସାହାଯ୍ୟ କରନ୍ତି।
1 ପ୍ରଥମ ବର୍ଷରେ କୋରସ୍ ପାରସ୍ୟର ରାଜା ଥିଲେ। ସଦାପ୍ରଭୁ ତାଙ୍କୁ ଏକ ଘୋଷଣା ପତ୍ର ଲେଖିବା ପାଇଁ ଉତ୍ସାହିତ କରିଥିଲେ ଓ ଉକ୍ତ ଘୋଷଣାନାମାକୁ ତାଙ୍କ ରାଜ୍ୟର ଗ୍ଭରିଆଡ଼େ ପଢ଼ି ଶୁଣାଇ ଥିଲେ। ଯିରିମିୟଙ୍କ ଦ୍ୱାରା କୁହାଯାଇଥିବା ସଦାପ୍ରଭୁଙ୍କର ବାକ୍ୟ ପୂରଣ କରିବାକୁ ଏହା ହୋଇଥିଲା। ସେହି ଘୋଷଣାନାମାଟି ଏହିପରି ଥିଲା।
2 “ପାରସ୍ୟର ରାଜା କୋରସ୍ ଏହିପରି କହିଛନ୍ତି:
ସଦାପ୍ରଭୁ, ସ୍ୱର୍ଗର ପରମେଶ୍ୱର, ପୃଥିବୀର ସମସ୍ତ ରାଜ୍ୟ ମୋତେ ପ୍ରଦାନ କରିଛନ୍ତି। ଏବଂ ସଦାପ୍ରଭୁ ମୋତେ ଯିହୁଦା ରାଜ୍ୟର ଯିରୁଶାଲମଠାରେ ତାହାଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିବା ପାଇଁ ନିରୂପଣ କରିଛନ୍ତି। 3 ତାଙ୍କ ସମସ୍ତ ଲୋକମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କ ଭିତରୁ ଯେକେହି ହୁଅନା, ତାର ପରମେଶ୍ୱର ତା’ ସହିତ ରୁହନ୍ତୁ। ଯିହୁଦାସ୍ଥିତ ଯିରୁଶାଲମ ପର୍ଯ୍ୟନ୍ତ ତାକୁ ଯିବାକୁ ଦିଅ ଏବଂ ତାକୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କରିବାକୁ ଦିଅ। ସେ ହିଁ ପରମେଶ୍ୱର ଯିଏ କି ଯିରୁଶାଲମରେ ଅଛନ୍ତି। 4 ଆଉ ଯେକୌଣସି ଲୋକ ଅନ୍ୟଠାରେ ବାସ କରୁଛନ୍ତି, ସେହି ସ୍ଥାନର ଲୋକମାନେ ଯିରୁଶାଲମସ୍ଥ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ସ୍ୱଇଚ୍ଛାରେ ଦତ୍ତ ନୈବେଦ୍ୟ ଛଡ଼ା ରୂପା, ସୁନା, ନାନାଦ୍ରବ୍ୟ ଓ ପଶୁ ଦିଅନ୍ତି।”
5 ଯିହୁଦା ଏବଂ ବିନ୍ୟାମୀନ ପରିବାରବର୍ଗର ମୁଖିଆମାନେ, ଯାଜକଗଣ ଓ ଲେବୀୟମାନେ ଯିରୁଶାଲମକୁ ଯିବା ପାଇଁ ପ୍ରସ୍ତୁତ ହେଲେ। ସେମାନେ ସେଠାକୁ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବା ପାଇଁ ଗଲେ। ପରମେଶ୍ୱର ଯେଉଁମାନଙ୍କ ମନରେ ପ୍ରବୃତ୍ତ ଦେଇଥିଲେ, ସେମାନଙ୍କ ସହିତ ପ୍ରତ୍ୟେକ ଲୋକ ଯିବା ପାଇଁ ପ୍ରସ୍ତୁତ ହେଲେ। 6 ସେମାନଙ୍କର ପଡ଼ୋଶୀମାନେ ସେମାନଙ୍କୁ ରୂପା, ସୁନା, ପଶୁ ଏବଂ ଅନ୍ୟାନ୍ୟ ବହୁମୂଲ୍ୟ ଦ୍ରବ୍ୟ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ସହିତ ଦେଲେ। 7 ଆଉ ନବୂଖଦ୍ନିତ୍ସର ସଦାପ୍ରଭୁଙ୍କ ମନ୍ଦିରର ଯେ ସକଳ ପାତ୍ର ଯିରୁଶାଲମରୁ ଆଣି ଆପଣା ମିଥ୍ୟା ଦେବତାଗଣଙ୍କ ମନ୍ଦିରରେ ରଖିଥିଲା, କୋରସ୍ ରାଜା ତାହା ସବୁ ବାହାର କରି ଆଣିଲା। 8 ପାରସ୍ୟର ରାଜା କୋରସ୍ କୋଷାଧ୍ୟକ୍ଷ ମିତ୍ରଦାତକୁ ସେମାନଙ୍କୁ ଦେଲେ ଏବଂ ସେ ସେମାନଙ୍କୁ ଯିହୁଦାର ରାଜପୁତ୍ର ଶେଶବସରଙ୍କର ଉପସ୍ଥିତିରେ ଗଣିଲେ।
9 ମିତ୍ରଦାତର ସଦାପ୍ରଭୁଙ୍କର ମନ୍ଦିରରୁ ଯେଉଁସବୁ ବସ୍ତୁ ଆଣିଥିଲା, ସେହି ଦ୍ରବ୍ୟଗୁଡ଼ିକର ସଂଖ୍ୟା ଏହିପରି ଥିଲା: ସୁନାଥାଳୀ 30, ରୂପାଥାଳୀ 1,000, ଛୁରୀ 29, 10 ସ୍ୱର୍ଣ୍ଣମୟ ପାନପତ୍ର 30, ରୌପ୍ୟମୟ ପାତ୍ର ମଧ୍ୟମ ପାନ ପାତ୍ର 410 ଏବଂ ଅନ୍ୟାନ୍ୟ ପାତ୍ର 1,000।
11 ଏହି ସମସ୍ତ ମିଶି 5,400 ସ୍ୱର୍ଣ୍ଣ ଓ ରୌପ୍ୟମୟ ପାତ୍ର ଥିଲା। ବନ୍ଦୀଲୋକମାନଙ୍କୁ ବାବିଲରୁ ଯିରୁଶାଲମକୁ ଅଣାଯିବା ସମୟରେ ଶେଶବସର ଏହିସବୁ ଦ୍ରବ୍ୟ ଆଣିଥିଲା।
ଫେରିଥିବା ବନ୍ଦୀମାନଙ୍କର ତାଲିକା
2 ପ୍ରଦେଶର ଏହି ଲୋକମାନେ ଯୁଦ୍ଧ ବନ୍ଦୀରୁ ମୁକ୍ତିପାଇ ଫେରି ଆସିଲେ। ଅତୀତରେ ବାବିଲର ରାଜା ନବୂଖଦ୍ନିତ୍ସର ବନ୍ଦୀ ଭାବରେ ବାବିଲୋନକୁ ନେଇଯାଇଥିଲେ। ସେହି ଲୋକମାନେ ଯିରୁଶାଲମ ଓ ଯିହୁଦାକୁ ଫେରି ଆସିଲେ। ପ୍ରତ୍ୟେକ ଲୋକ ସେମାନଙ୍କର ନିଜ ନିଜ ସହରକୁ ଫେରି ଆସିଲେ। 2 ଏହି ଲୋକମାନେ ସରୁବ୍ବାବିଲ, ଯେଶୂୟ, ନିହିମୟା, ସରାୟ, ରିୟେଲାୟ, ମର୍ଦ୍ଦଖୟ, ବିଲ୍ଶନ୍, ମିସ୍ପର, ବିଗ୍ବୟ, ରହୂମ୍ ଓ ବାନା ସଙ୍ଗେ ଫେରି ଆସିଲେ। ଇସ୍ରାଏଲୀୟ ବଂଶୀୟ ପୁରୁଷମାନଙ୍କର ସଂଖ୍ୟା ଏହିପରି ଥିଲା।
3 ପରିୟୋଶର ବଂଶଧର | 2,172 ଜଣ। |
4 ଶଫଟିୟର ବଂଶଧର | 372 ଜଣ। |
5 ଆରହର ବଂଶଧର | 775 ଜଣ। |
6 ଯେଶୂୟ ଓ ଯୋୟାବର ପରିବାର ମଧ୍ୟରୁ ପହତ୍ ମୋୟାବର ବଂଶଧର | 2,812 ଜଣ। |
7 ଏଲମର ବଂଶଧର | 1,254 ଜଣ। |
8 ସତ୍ତୂର ବଂଶଧର | 945 ଜଣ। |
9 ସକ୍କୟର ବଂଶଧର | 760 ଜଣ। |
10 ବାନିର ବଂଶଧର | 642 ଜଣ। |
11 ବେବୟର ବଂଶଧର | 623 ଜଣ। |
12 ଅସ୍ଗଦର ବଂଶଧର | 1,222 ଜଣ। |
13 ଅଦୋନୀକାମର ବଂଶଧର | 666 ଜଣ। |
14 ବିଗ୍ବୟର ବଂଶଧର | 2,056 ଜଣ। |
15 ଅଦୀନର ବଂଶଧର | 454 ଜଣ। |
16 ହିଜକିୟର ପରିବାରରୁ ଆଟରର ବଂଶଧର | 98 ଜଣ। |
17 ବେତ୍ସୟର ବଂଶଧର | 323 ଜଣ। |
18 ଯୋରାହର ବଂଶଧର | 112 ଜଣ। |
19 ହଶୁମର ବଂଶଧର | 223 ଜଣ। |
20 ଗିବ୍ବରର ବଂଶଧର | 95 ଜଣ। |
21 ବୈଥ୍ଲେହମ ବଂଶଧର | 123 ଜଣ। |
22 ନଟୋଫାର ସହରରୁ | 56 ଜଣ। |
23 ଅନାଥୋତର ସହରରୁ | 128 ଜଣ। |
24 ଅସ୍ମାବତର ପୁତ୍ରଗଣ | 42 ଜଣ। |
25 କିରିୟତ-ଯାରୀମ୍ ଓ କଫୀରା ଓ ବେରୋତ ସହରରୁ | 743 ଜଣ। |
26 ରାମାର ଓ ଗେବା ସହରରୁ | 621 ଜଣ। |
27 ମିକ୍ମସର ସହରରୁ | 122 ଜଣ। |
28 ବୈଥେଲ୍ର ଓ ଅୟ ସହରରୁ | 223 ଜଣ। |
29 ନବୋର ସହରରୁ | 52 ଜଣ। |
30 ମଗ୍ବୀଶ ସହରରୁ | 156 ଜଣ। |
31 ଅନ୍ୟ ଏଲମ ସହରରୁ | 1,254 ଜଣ। |
32 ହାରୀମ ସହରରୁ | 320 ଜଣ। |
33 ଲୋଦ୍ ଓ ହାଦୀଦ୍ ଓ ଓନୋ ସହରରୁ | 725 ଜଣ। |
34 ଯିରୀହୋ ସହରରୁ | 345 ଜଣ। |
35 ସନାୟା ସହରରୁ | 3,630 ଜଣ। |
36 ଯିଦୟିୟର ଯାଜକମାନଙ୍କର ସଂଖ୍ୟା-
ଯେଶୂୟ ପରିବାରରୁ | 973 ଜଣ। |
37 ଇମ୍ମେର ବଂଶଧର | 1,052 ଜଣ। |
38 ପଶ୍ହୂରର ବଂଶଧର | 1,247 ଜଣ। |
39 ହାରୀମର ବଂଶଧର | 1,017 ଜଣ। |
40 ଲେବୀୟ ପରିବାରବର୍ଗରୁ
ହୋଦବିୟର ପରିବାର ମଧ୍ୟରୁ ଯେଶୂୟ ଓ କଦ୍ମୀୟେଲର ବଂଶଧର | 74 ଜଣ। |
41 ଗାୟକମାନଙ୍କ ସଂଖ୍ୟା:
ଆସଫର ବଂଶଧର | 128 ଜଣ। |
42 ମନ୍ଦିର ଦ୍ୱାରପାଳମାନଙ୍କ ବଂଶଧରମାନଙ୍କ ସଂଖ୍ୟା,
ଶଲ୍ଲୁମର ବଂଶଧରଗଣ, ଆଟର ବଂଶଧରଗଣ, ଟଲମୋନ ବଂଶଧରଗଣ, ଆକ୍କବ ବଂଶଧରଗଣ, ହଟୀଟା ବଂଶଧରଗଣ ଓ ଶୋବୟର ବଂଶଧରଗଣ ସର୍ବମୋଟ | 139 ଜଣ। |
43 ମନ୍ଦିରର ବିଶେଷ ଦାସମାନଙ୍କ ବଂଶଧରମାନେ ହେଲେ:
ସୀହ, ହସୂଫା, ଟବ୍ବୟୋତ।
44 କେରୋସ, ସୀୟ, ପାଦୋନ,
45 ଲବାନାର, ହଗାବ, ଅକ୍କୂବ,
46 ହାଗବ, ଶମ୍ଲୟ, ହାନନ,
47 ଗଦ୍ଦେଲ, ଗହର, ରାୟା,
48 ରତ୍ସୀନ ବଂଶଧରଗଣ, ନକୋଦ ବଂଶଧରଗଣ, ଗସମ ବଂଶଧରଗଣ,
49 ଉଷ ବଂଶଧରଗଣ, ପାସେହ ବଂଶଧରଗଣ, ବେଷୟ ବଂଶଧରଗଣ,
50 ଆସ୍ନା ବଂଶଧରଗଣ, ମିଯୂନୀମ ବଂଶଧରଗଣ, ନଫିଷୀମ ବଂଶଧରଗଣ,
51 ବକ୍ବୁକ ବଂଶଧରଗଣ, ହକୁଫା ବଂଶଧରଗଣ, ହର୍ହୂର ବଂଶଧରଗଣ,
52 ବସ୍ଲୂତ ବଂଶଧରଗଣ, ମହୀଦା ବଂଶଧରଗଣ, ହର୍ଶା ବଂଶଧରଗଣ,
53 ବର୍କୋସ ବଂଶଧରଗଣ, ସୀଷରା ବଂଶଧରଗଣ, ତେମହ ବଂଶଧରଗଣ,
54 ନତ୍ସୀହ ବଂଶଧରଗଣ, ହଟୀଫା ବଂଶଧରଗଣ,
55 ଶଲୋମନର ଦାସମାନଙ୍କର ବଂଶଧରଗଣ,
ସୋଟୟ ବଂଶଧରଗଣ, ହସୋଫେରତ ବଂଶଧରଗଣ, ପରୁଦା ବଂଶଧରଗଣ,
56 ଯାଳା ବଂଶଧରଗଣ, ଦର୍କୋଣ ବଂଶଧରଗଣ, ଗିଦ୍ଦେଲ ବଂଶଧରଗଣ,
57 ଶଫଟିୟ ବଂଶଧରଗଣ, ହଟୀଲ ବଂଶଧରଗଣ, ପୋଖେରତ୍ ବଂଶଧରଗଣ, ହତ୍ସବାୟିମ ବଂଶଧରଗଣ, ଅମୀ ବଂଶଧରଗଣ,
58 ନଥୀନିୟ ଶଲୋମନଙ୍କ ଦାସମାନଙ୍କର ବଂଶଧର ସର୍ବମୋଟ | 392 ଜଣ। |
59 ନିମ୍ନ ଲିଖିତ ଲୋକମାନେ ସହରରୁ ଆସିଲେ, ତେଲମେଲହ, ତେଲହର୍ଶା, କେରୁବ, ଅଦ୍ଦନ୍ ଓ ଇମ୍ମେର, ମାତ୍ର ସେମାନେ ଇସ୍ରାଏଲୀୟ ଲୋକ ବୋଲି ନିଜ ନିଜ ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ। ସେହି ଲୋକମାନେ ହେଲେ:
60 ଦଲାୟ, ଟୋବିୟ ଓ ନକୋଦର ବଂଶଧର | 652 ଜଣ। |
61 ଯାଜକମାନଙ୍କ ବଂଶଧରମାନଙ୍କ ମଧ୍ୟରୁ
ହବାୟ, ହକୋସ, ବର୍ସିଲ୍ଲୟ, ବର୍ସିଲ୍ଲୟ ଗିଲିୟଦୀୟ ବର୍ସିଲ୍ଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମ ଅନୁସାରେ ଖ୍ୟାତି ହୋଇଥିଲା।
62 ଏହି ଲୋକମାନେ ସେମାନଙ୍କର ବଂଶାବଳୀର ନଥିପତ୍ର ଖୋଜିଲେ, କିନ୍ତୁ ସେଗୁଡ଼ିକ ପାଇବାକୁ ଅକ୍ଷମ ହେଲେ, ତେଣୁ ସେମାନଙ୍କୁ ଯାଜକତ୍ୱରୁ ବାହାର କରି ଦିଆଗଲା। 63 ଶାସନକର୍ତ୍ତା ସେମାନଙ୍କୁ କହିଲେ ଯେ, ସେମାନେ ସବୁଠୁ ପବିତ୍ର ଖାଦ୍ୟ ଖାଇ ପାରିବେ ନାହିଁ, ଯେପର୍ଯ୍ୟନ୍ତ ଜଣେ ଯାଜକ ଊରୀମ ଓ ତୁମ୍ମୀମ ସହିତ ପରାମର୍ଶ କରି ଉପସ୍ଥିତ ହୋଇ ନାହିଁ।
64-65 ଏମାନେ ସମସ୍ତେ ମିଶି 42,360 ଜଣ ଥିଲେ। ଏମାନଙ୍କର ଦାସଦାସୀ ମିଶି 7,337 ଜଣ। ସେମାନଙ୍କର ମଧ୍ୟ 200 ଜଣ ଗାୟକ ଓ ଗାୟୀକା ଥିଲେ। 66-67 ସେମାନଙ୍କର 736 ଟି ଘୋଡ଼ା ଥିଲା। 245 ଟି ଖଚର, 435 ଟି ଓଟ ଓ 6,720 ଟି ଗଧମାନ ଥିଲା।
68 ସେହି ଦଳଟି ଆସି ଯିରୁଶାଲମର ସଦାପ୍ରଭୁଙ୍କର ମନ୍ଦିରରେ ଉପସ୍ଥିତ ହେଲେ। ସଦାପ୍ରଭୁଙ୍କର ସେହି ମନ୍ଦିର ସ୍ୱସ୍ଥାନରେ ସ୍ଥାପନ କରିବା ପାଇଁ ସ୍ୱେଚ୍ଛାପୂର୍ବକ ଦାନ କଲେ। 69 ସେମାନେ ନିଜ ନିଜ ଶକ୍ତି ଅନୁସାରେ ସେହି କର୍ମର ଭଣ୍ତାରରେ 61,000 ଡାରିକ ନାମକ ସ୍ୱର୍ଣ୍ଣମୂଦ୍ରା ଓ 5,000 ପାଉଣ୍ତ ରୂପା ଓ ଯାଜକମାନଙ୍କ ନିମନ୍ତେ 100 ବସ୍ତ୍ର ଦେଲେ।
70 ଯାଜକମାନେ ଓ ଲେବୀୟମାନେ ଲୋକମାନଙ୍କ ମଧ୍ୟରୁ କେତେକ ଏବଂ ଗାୟକମାନେ, ଦ୍ୱାରପାଳକମାନେ, ନଥୀନୀୟମାନେ ନିଜ ନିଜ ନଗରରେ ଓ ସମଗ୍ର ଇସ୍ରାଏଲ ନିଜ ନିଜ ନଗରରେ ବାସ କଲେ।
ଯଜ୍ଞବେଦିର ପୁନଃନିର୍ମାଣ
3 ଏହା ପରେ ସପ୍ତମ ମାସରେ ଇସ୍ରାଏଲ ସନ୍ତାନଗଣ ଯିରୁଶାଲମଠାରେ ଏକ ବ୍ୟକ୍ତି ତୁଲ୍ୟ ଏକତ୍ରିତ ହେଲେ। 2 ଯୋଷାଦକର ପୁତ୍ର ଯେଶୂୟ ଓ ତାର ଯାଜକ ଭାତୃଗଣ, ଶଲ୍ଟୀୟେଲର ପୁତ୍ର ସରୁବ୍ବାବିଲ ଓ ତାର ଭାତୃଗଣ ମିଶି ପରମେଶ୍ୱରଙ୍କ ଲୋକ ମୋଶାଙ୍କର ବ୍ୟବସ୍ଥାର ଲିଖନ ଅନୁସାରେ ହୋମବଳି ଉତ୍ସର୍ଗ କରିବା ପାଇଁ ଇସ୍ରାଏଲର ପରମେଶ୍ୱରଙ୍କ ଯଜ୍ଞବେଦି ନିର୍ମାଣ କଲେ।
3 ସେହି ଲୋକମାନେ ଅନ୍ୟ ଦେଶୀୟ ଲୋକମାନଙ୍କୁ ଭୟ କରୁଥିଲେ ଯେଉଁମାନେ ସେମାନଙ୍କ ନିକଟରେ ବାସ କରୁଥିଲେ। କିନ୍ତୁ ତାହା ସେମାନଙ୍କୁ ଏହା କରିବାରୁ ନିବୃତ୍ତ କରିପାରି ନ ଥିଲା। ସେମାନେ ସେହି ପୁରୁଣା ଯଜ୍ଞବେଦି ଆଧାର ଉପରେ ନୂତନ ଯଜ୍ଞବେଦି ନିର୍ମାଣ କଲେ। ସେମାନେ ସକାଳେ ଓ ସନ୍ଧ୍ୟା ସମୟରେ ସଦାପ୍ରଭୁଙ୍କର ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କଲେ। 4 ଏହା ପରେ ସେମାନେ ପତ୍ରକୁଟୀର ପର୍ବ ପାଳନ କଲେ। ସେମାନେ ପ୍ରତିଦିନର ବ୍ୟବସ୍ଥାରେ ଲେଖାଯାଇଥିବା ପ୍ରତ୍ୟେକ ଦିନର ଆବଶ୍ୟକ ସଂଖ୍ୟା ଅନୁସାରେ ସେମାନେ ହୋମବଳି ଉତ୍ସର୍ଗ କଲେ। 5 ଏହା ପରେ ସେମାନେ ନିତ୍ୟ ହୋମବଳି, ଅମାବାସ୍ୟାରେ ସଦାପ୍ରଭୁଙ୍କ ପବିତ୍ରୀକୃତ ସକଳ ନିରୂପିତ ପର୍ବର ଏବଂ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ଉତ୍ସର୍ଗକାରୀ ପ୍ରତ୍ୟେକ ଲୋକର ଉପହାର ଉତ୍ସର୍ଗ କଲେ। 6 ସପ୍ତମ ମାସର ପ୍ରଥମ ଦିନରେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବାକୁ ଆରମ୍ଭ କଲେ। ମାତ୍ର ସେ ସମୟରେ ସଦାପ୍ରଭୁଙ୍କ ମନ୍ଦିରର ମୂଳ ଭିତ୍ତି ଆରମ୍ଭ ହୋଇ ନ ଥିଲା।
ମନ୍ଦିରର ପୁନଃନିର୍ମାଣ
7 ସେମାନେ ପାରସ୍ୟର ରାଜା କୋରସର ଅନୁମତି ଅନୁସାରେ ରାଜମିସ୍ତ୍ରୀ ଓ ସୂତ୍ରଧାରମାନଙ୍କୁ ମୁଦ୍ରା ଦେଲେ। ଏବଂ ଲିବାନୋନ୍ଠାରୁ ଯାଫୋସ୍ଥିତ ସମୁଦ୍ରତୀର ପର୍ଯ୍ୟନ୍ତ ଏରସ କାଠ ଆଣିବା ପାଇଁ ସୀଦୋନୀୟ ଓ ସୋରୀୟ ଲୋକମାନଙ୍କୁ ଖାଦ୍ୟ, ପାନୀୟ ଓ ତୈଳ ଦେଲେ।
8 ଏହା ପରେ ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସରେ ପରମେଶ୍ୱରଙ୍କ ଯିରୁଶାଲମସ୍ଥିତ ମନ୍ଦିରରେ ଶଲ୍ଟୀୟେଲର ପୁତ୍ର ସରୁବ୍ବାବିଲ, ଯୋଷାଦକର ପୁତ୍ର ଯେଶୂୟ ଓ ସେମାନଙ୍କର ଅବଶିଷ୍ଟ ଯାଜକ ଓ ଲେବୀୟ ଭାତୃଗଣ, ବନ୍ଦୀ ଦଶାରୁ ଯିରୁଶାଲମକୁ ଆଗତ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିର କାର୍ଯ୍ୟରେ ତତ୍ତ୍ୱାବଧାରଣ ନିମନ୍ତେ କୋଡ଼ିଏ ବର୍ଷ ଓ ତତୋଧିକ ବୟସ୍କ ଲେବୀୟମାନଙ୍କୁ ନିଯୁକ୍ତ କଲେ। 9 ସେତେବେଳେ ଯୋଶୂୟ, ତାହାର ପୁତ୍ର ଓ ଭାତୃଗଣ, କଦ୍ମୀୟେଲ ଓ ତା'ର ପୁତ୍ରଗଣ ଯିହୁଦାର ପୁତ୍ରଗଣ ପରମେଶ୍ୱରଙ୍କ ମନ୍ଦିରରେ କର୍ମକାରୀମାନଙ୍କ ତତ୍ତ୍ୱାବଧାରଣରେ ଭାରପ୍ରାପ୍ତ ହେବା ପାଇଁ ଏକତ୍ର ଠିଆ ହେଲେ। ହେନାଦଦର ପୁତ୍ରଗଣ ସେମାନଙ୍କର ପୁତ୍ର ଓ ଭାତୃଗଣ ଏ ସମସ୍ତେ ଲେବୀୟ ଥିଲେ। 10 ଗାନ୍ଥକମାନେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ବସାଇବା ବେଳେ ସେମାନେ ଇସ୍ରାଏଲର ରାଜା ଦାଉଦଙ୍କ ନିର୍ଣ୍ଣୟ ଅନୁସାରେ ସଦାପ୍ରଭୁଙ୍କର ପ୍ରଶଂସା କରିବା ନିମନ୍ତେ ନିଜ ନିଜ ବସ୍ତ୍ର ପରିହିତ ଯାଜକମାନଙ୍କୁ ତୂରୀ ସହିତ ଓ ଆସଫର ସନ୍ତାନ ଲେବୀୟଗଣଙ୍କୁ କରତାଳ ସହିତ ସ୍ଥାପନ କଲେ। 11 ସେମାନେ ସଦାପ୍ରଭୁଙ୍କ ପ୍ରଶଂସା ଓ ଧନ୍ୟବାଦ ଦେଇ ଏକ ଆରେକ ପ୍ରତି ଗାନ କରି କହିଲେ,
“ସେ ମଙ୍ଗଳମୟ,
ଯେହେତୁ ଇସ୍ରାଏଲ ପ୍ରତି ତାହାଙ୍କର କରୁଣା ଅନନ୍ତକାଳସ୍ଥାୟୀ।”
ଆଉ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ବସାଯିବା ସକାଶୁ ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବା ବେଳେ ସମଗ୍ର ଲୋକ ଉଚ୍ଚସ୍ୱରରେ ଜୟଧ୍ୱନି କଲେ।
12 ମାତ୍ର ଯେଉଁ ଯାଜକ ଓ ଲେବୀୟ ଓ ପିତୃବଂଶ ପ୍ରଧାନ ପ୍ରାଚୀନ ଲୋକମାନେ ପ୍ରଥମ ମନ୍ଦିର ଦେଖିଥିଲେ, ସେମାନଙ୍କ ଦୃଷ୍ଟିରେ ଏହି ମନ୍ଦିର ଭିତ୍ତିମୂଳ ବସାଯିବା ବେଳେ ସେମାନଙ୍କ ମଧ୍ୟରୁ ଅନେକେ ଉଚ୍ଚ ସ୍ୱରରେ ରୋଦନ କଲେ ଓ ଅନେକେ ଆନନ୍ଦରେ ଜୟଧ୍ୱନି କଲେ। 13 ତହିଁରେ ଲୋକମାନେ ଆନନ୍ଦଧ୍ୱନିର ଓ ଜନତାର କ୍ରନ୍ଦନ ଶବ୍ଦର ବାରଣ କରି ପାରିଲେ ନାହିଁ। ତେଣୁ ଲୋକମାନେ ଉଚ୍ଚ ସ୍ୱରରେ ମହାଧ୍ୱନି କଲେ। ଆଉ ତହିଁର ଶବ୍ଦ ବହୁ ଦୂରକୁ ଶୁଣାଗଲା।
ଶତ୍ରୁମାନେ ମନ୍ଦିରର ପୁନଃନିର୍ମାଣକୁ ବିରୋଧ କରୁଛନ୍ତି
4 1-2 ବହୁତ ଲୋକ ସେହି ଅଞ୍ଚଳରେ ବାସ କରୁଥିଲେ ଯେଉଁମାନେ କି ଯିହୁଦା ଓ ବିନ୍ୟାମୀନମାନଙ୍କୁ ବିରୋଧ କରୁଥିଲେ। ସେମାନେ ଶୁଣିବାକୁ ପାଇଲେ ଯେ ନିର୍ବାସିତ ସନ୍ତାନଗଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରୁଛନ୍ତି। ତେଣୁ ସେହି ଶତ୍ରୁମାନେ ସରୁବ୍ବାବିଲ ଓ ପିତୃବଂଶ ପ୍ରଧାନବର୍ଗମାନଙ୍କ ନିକଟକୁ ଆସିଲେ ଏବଂ ସେମାନଙ୍କୁ କହିଲେ, “ଆମ୍ଭମାନଙ୍କୁ ତୁମ୍ଭମାନଙ୍କ ସହିତ ନିର୍ମାଣ କରିବାକୁ ଦିଅ। କାରଣ ଆମ୍ଭେମାନେ ତୁମ୍ଭ ପରି ଅଟୁ। ଆମ୍ଭେମାନେ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ପ୍ରାର୍ଥନା କରୁ। ଏବଂ ସେହି ସମୟରୁ ଅଶୂରୀୟ ରାଜା ଏସର-ହଦ୍ଦୋନ୍, ଯେ ଆମ୍ଭମାନଙ୍କୁ ଏଠାକୁ ଆଣିଛନ୍ତି, ଆମ୍ଭେମାନେ ତାଙ୍କୁ ବଳିଦାନ କରୁଅଛୁ।”
3 ମାତ୍ର ସରୁବ୍ବାବିଲ ଓ ଯେଶୂୟ ଓ ଇସ୍ରାଏଲର ଅନ୍ୟ ପିତୃବଂଶ ପ୍ରଧାନମାନେ ସେମାନଙ୍କୁ କହିଲେ, “ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ କରିବା ବିଷୟରେ ଆମ୍ଭମାନଙ୍କ ସଙ୍ଗେ ତୁମ୍ଭମାନଙ୍କର କୌଣସି ସମ୍ପର୍କ ନାହିଁ। ମାତ୍ର ଆମ୍ଭମାନଙ୍କ ପ୍ରତି ପାରସ୍ୟ ରାଜା କୋରସ୍ ରାଜାଙ୍କ ଆଜ୍ଞା ପ୍ରମାଣେ ଆମ୍ଭେମାନେ ଆପେ ଏକତ୍ରିତ ହୋଇ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ କରୁଅଛୁ।”
4 ତେଣୁ ଏହି ଭୂମିରେ ବାସ କରୁଥିବା ଲୋକମାନେ, ସେମାନେ ଯିହୁଦାର ଲୋକମାନଙ୍କୁ ମନ୍ଦିର ନିର୍ମାଣ କରିବା ପାଇଁ ନିରୁତ୍ସାହିତ ଓ ଭୟଭୀତ କଲେ। 5 ସେମାନଙ୍କ ଅଭିପ୍ରାୟ ଦୁର୍ବଳ କରିବା ପାଇଁ ପାରସ୍ୟ ରାଜା କୋରସର ଯାବଜ୍ଜୀବନ ଓ ପାରସ୍ୟ ରାଜା ଦାରିୟାବସର ଅଧିକାର ପର୍ଯ୍ୟନ୍ତ ସେମାନଙ୍କ ପ୍ରତିକୂଳରେ ମନ୍ତ୍ରଣାକାରିମାନଙ୍କୁ ବେତନ ଦେଇ ରଖିଲେ।
6 ଆଉ ଅକ୍ଷଶ୍ୱେରଶର ସମୟରେ ତାହାର ଅଧିକାରର ଆରମ୍ଭରେ ସେମାନେ ଯିହୁଦା ଓ ଯିରୁଶାଲମ ନିବାସୀମାନଙ୍କ ବିରୁଦ୍ଧରେ ଏକ ଅପବାଦ ପତ୍ର ଲେଖିଲେ।
ଶତ୍ରୁମାନେ ଯିରୁଶାଲମର ପୁନଃନିର୍ମାଣକୁ ବିରୋଧ କରୁଛନ୍ତି
7 ଏହା ପରେ ଅର୍ତ୍ତକ୍ଷସ୍ତର ଶାସନ ସମୟରେ ବିଶ୍ଳମ୍, ମିତ୍ରଦାତ୍, ଟାବେଲ ଓ ତାହାର ଅନ୍ୟ ସାଥୀମାନେ ପାରସ୍ୟର ରାଜା ଅର୍ତ୍ତକ୍ଷସ୍ତ ନିକଟକୁ ଲେଖିଲେ। ସେହି ପତ୍ର ଅରାମୀୟ ଅକ୍ଷରରେ ଲେଖା ଯାଇ ତାହା ଅରାମୀୟ ଭାଷାରେ ଅନୁବାଦ କରାଯାଇଥିଲା।
8 ରହୂମ୍ ମନ୍ତ୍ରୀ ଓ ଶିମ୍ଶୟ ଲେଖକ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ଯିରୁଶାଲମ ବିରୁଦ୍ଧରେ ଏହି ପ୍ରକାର ପତ୍ର ଲେଖିଲେ।
9 ରହୂମ୍ ମନ୍ତ୍ରୀ ଓ ଶିମ୍ଶୟ ଲେଖକ ଓ ସେମାନଙ୍କର ଅନ୍ୟ ସଙ୍ଗୀମାନେ ଯଥା: ବିଗ୍ଭରକଗଣ, ସେନାପତି, ପାର୍ସୀ ଅଧିକାରୀଗଣ, ଅର୍କବୀୟମାନେ, ବାବିଲୀୟଗଣ ଏବଂ ଶୂଶରୁ ଏଲମୀୟଗଣ। 10 ଆଉ ମହାମହିମ ସମ୍ଭ୍ରାନ୍ତ ଅସ୍ନପ୍ପର ଦ୍ୱାରା ଆନୀତ ପୁଣି ଶମରିୟା ନଗରରେ ଓ ଫରାତ୍ ନଦୀ ସେପାରିସ୍ଥ ଦେଶର ଅନ୍ୟାନ୍ୟ ସ୍ଥାନରେ ସ୍ଥାପିତ ଅନ୍ୟ ଗୋଷ୍ଠୀୟମାନେ ମଧ୍ୟ ଏହା ଲେଖିଲେ।
11 ସେମାନେ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ଯେଉଁ ପତ୍ର ପଠାଇଥିଲେ, ତହିଁରେ ଅନୁଲିପି ଏହି ପ୍ରକାର ଥିଲା।
ଫରାତ୍ ନଦୀ ସେପାରିସ୍ଥ ଲୋକ ଆପଣଙ୍କ ଦାସମାନେ ଇତ୍ୟାଦି।
12 ଆମ୍ଭେମାନେ ରାଜାଙ୍କୁ କହିବାକୁ ଗ୍ଭହୁଁ ଯେ, ଯେଉଁ ଯିହୁଦୀୟ ଲୋକମାନଙ୍କୁ ଆପଣ ପଠାଇ ଥିଲେ ସେମାନେ ଯିରୁଶାଲମକୁ ଆମ୍ଭମାନଙ୍କ ପାଖକୁ ଆସିଛନ୍ତି। ସେମାନେ ସେହି ବିଦ୍ରୋହୀ ଏବଂ ଦୁଷ୍ଟନଗର ନିର୍ମାଣ କରୁଛନ୍ତି। ସେମାନେ ପ୍ରାଚୀର ପୁନଃନିର୍ମାଣ ସମାପ୍ତ କରି ଭିତ୍ତିମୂଳର ମରାମତି କରିଛନ୍ତି।
13 ଆମ୍ଭେମାନେ ରାଜାଙ୍କୁ କହିବା ପାଇଁ ଗ୍ଭହୁଁ ଯେ, ଯେତେବେଳେ ଏହି ନଗର ନିର୍ମିତ ଓ ପ୍ରାଚୀର କାର୍ଯ୍ୟ ସମାପ୍ତ ହେବ, ସେତେବେଳେ ସେହି ଲୋକମାନେ କର, ରାଜସ୍ୱ ବା ମାଶୁଲ ଦେବେ ନାହିଁ। ପୁଣି ଶେଷରେ ତାହା ରାଜାଙ୍କ ପାଇଁ କ୍ଷତିକାରକ ହେବ।
14 ଆମ୍ଭେମାନେ ରାଜାଙ୍କ ନିକଟରେ ଅନୁରକ୍ତ ହେବାକୁ ଚୁକ୍ତି କରିଅଛୁ ଓ ମହାରାଜାଙ୍କର ଅପମାନ ଦେଖିବା ଆମ୍ଭମାନଙ୍କର ଉଚିତ୍ ନୁହେଁ। ତେଣୁ ଆମ୍ଭେମାନେ ଲୋକ ପଠାଇ ମହାରାଜାଙ୍କୁ ଏହା ଜଣାଇଲୁ।
15 ଆପଣଙ୍କ ପିତୃପୁରୁଷଗଣର ଇତିହାସ ପୁସ୍ତକ ଅନୁସନ୍ଧାନ କରାଯାଉ। ତେବେ ସେହି ଇତିହାସ ପୁସ୍ତକରେ ଆପଣ ଦେଖିବେ ଓ ଜାଣିବେ ଯେ ଏହି ନଗର ବିଦ୍ରୋହୀନଗର, ଆଉ ରାଜଗଣ ଓ ପ୍ରଦେଶ ସମୂହ ପ୍ରତି ଅନିଷ୍ଟ କରିଛନ୍ତି, ପୁଣି ସେମାନେ ପୂର୍ବକାଳରେ ତହିଁ ମଧ୍ୟରେ ଗଣ୍ତଗୋଳ ମତାଇ ଅଛନ୍ତି। ସେଥିପାଇଁ ଏହି ନଗର ଧ୍ୱଂସ ହୋଇଅଛି।
16 ଆମ୍ଭେମାନେ ମହାରାଜଙ୍କୁ ଜଣାଉଅଛୁ ଯେ, ଯଦି ଏହି ନଗର ନିର୍ମିତ ଓ ଏହି ପ୍ରାଚୀର ସମାପ୍ତ ହେଲେ, ତଦ୍ଦ୍ୱାରା ନଦୀ ସେପାରିରେ ଆପଣଙ୍କର କୌଣସି ଅଂଶ ରହିବ ନାହିଁ।
17 ଏଥିରେ ରାଜା ମନ୍ତ୍ରି ରହୂମର ଓ ଲେଖକ ଶିମ୍ଶୟର ଓ ସେମାନଙ୍କ ଶମରିୟା ନିବାସୀ ଅନ୍ୟ ସଙ୍ଗୀମାନଙ୍କର ଆଉ ନଦୀ ସେପାରିସ୍ଥ ଦେଶୀୟ ଅନ୍ୟାନ୍ୟ ଲୋକଙ୍କର ନିକଟକୁ ଉତ୍ତର ପଠାଇଲା। ଯଥା,
ତୁମ୍ଭମାନଙ୍କର ମଙ୍ଗଳ ହେଉ।
18 ତୁମ୍ଭେମାନେ ଆମ୍ଭମାନଙ୍କ ନିକଟକୁ ଯେଉଁ ପତ୍ର ପଠାଇ ଅଛ ତାହା ଆମ୍ଭ ସାକ୍ଷାତରେ ସ୍ପଷ୍ଟରୂପେ ପାଠ କରାଯାଇ ଅଛି। 19 ପୁଣି ଆମ୍ଭ ଆଜ୍ଞାରେ ଅନୁସନ୍ଧାନ କରାଯା’ନ୍ତେ ଦେଖାଯାଇଅଛି ଯେ, ପୂର୍ବକାଳରେ ଏହି ନଗର ରାଜଗଣ ବିରୁଦ୍ଧରେ ବିଦ୍ରୋହ କରିଅଛି ଓ ତହିଁ ମଧ୍ୟରେ ରାଜଦ୍ରୋହ ଓ ଗଣ୍ତଗୋଳ କରାଯାଇଅଛି। 20 ମଧ୍ୟ ଯିରୁଶାଲମରେ ପରାକ୍ରାନ୍ତ ରାଜଗଣ ଥିଲେ। ସେମାନେ ନଦୀ ସେପାରିସ୍ଥ ତାବତ୍ ଦେଶରେ ରାଜତ୍ୱ କଲେ। ଆଉ ସେମାନଙ୍କୁ କର, ରାଜସ୍ୱ ଓ ମାଶୁଲ ଦିଆଗଲା।
21 ଏଣୁ ଆମ୍ଭଠାରୁ ଆଜ୍ଞା ପ୍ରଗ୍ଭରିତ ନୋହିବା ପର୍ଯ୍ୟନ୍ତ ସେ ନଗରର ଯେପରି ନିର୍ମିତ ନୋହିବ ଏଥିପାଇଁ ସେହି ଲୋକମାନଙ୍କୁ ଆଜ୍ଞା କର, ସେମାନେ କାର୍ଯ୍ୟରୁ ନିବୃତ୍ତ ହୋଇବେ। 22 ସାବଧାନ୍, ତୁମ୍ଭେମାନେ ଏ ବିଷୟରେ ହେଳା କର ନାହିଁ। ରାଜାମାନଙ୍କ କ୍ଷତି ନିମନ୍ତେ କାହିଁକି ଅନିଷ୍ଟ ବୃଦ୍ଧି ପାଇବ।
23 ତହିଁରେ ରହୂମର ଓ ଲେଖକ ଶିମ୍ଶୟର ଓ ସେମାନଙ୍କ ସଙ୍ଗୀମାନଙ୍କ ନିକଟରେ ଅର୍ତ୍ତକ୍ଷସ୍ତ ରାଜାର ପତ୍ରର ଅନୁଲିପି ପଢ଼ାଯା’ନ୍ତେ ସେମାନେ ଶୀଘ୍ର ଯିରୁଶାଲମକୁ ଯିହୁଦୀୟମାନଙ୍କ ନିକଟକୁ ଯାଇ ବଳ ଓ କ୍ଷମତାଦ୍ୱାରା ସେମାନଙ୍କୁ କାର୍ଯ୍ୟରୁ ନିବୃତ୍ତ କଲେ।
ମନ୍ଦିର କାର୍ଯ୍ୟ ବନ୍ଦ ହେଲା
24 ତେଣୁ ଯିରୁଶାଲମରେ ପରମେଶ୍ୱରଙ୍କ ମନ୍ଦିରକାର୍ଯ୍ୟ ବନ୍ଦ ହେଲା। ପୁଣି ପାରସ୍ୟ ରାଜା ଦାରିୟାବସର ଅଧିକାରର ଦ୍ୱିତୀୟ ବର୍ଷ ପର୍ଯ୍ୟନ୍ତ ତାହା ବନ୍ଦ ହୋଇ ରହିଲା।
5 ଏହି ସମୟରେ ଭବିଷ୍ୟଦ୍ବକ୍ତା ହାଗୟ ଓ ଇଦ୍ଦୋର ପୁତ୍ର ଜିଖରିୟ, ଏହି ଭବିଷ୍ୟଦ୍ବକ୍ତାମାନେ ଯିହୁଦା ଓ ଯିରୁଶାଲମସ୍ଥିତ ଯିହୁଦୀୟମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କଲେ। ସେମାନେ ପରମେଶ୍ୱରଙ୍କ ନାମରେ ସେମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କଲେ। 2 ତେଣୁ ଶଲ୍ଟୀୟେଲର ପୁତ୍ର ସରୁବ୍ବାବିଲ ଓ ଯୋଷାଦକର ପୁତ୍ର ଯେଶୂୟ ଉଠି ଯିରୁଶାଲମରେ ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କରିବାକୁ ଲାଗିଲେ। ଆଉ ପରମେଶ୍ୱରଙ୍କ ଭବିଷ୍ୟଦ୍ବକ୍ତାମାନେ ସେମାନଙ୍କ ସଙ୍ଗେ ରହି ସାହାଯ୍ୟ କଲେ। 3 ସେହି ସମୟରେ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥର ବୋଷଣୟ ଓ ସେମାନଙ୍କ ସଙ୍ଗୀମାନେ ଆସି ସେମାନଙ୍କୁ ପଗ୍ଭରିଲେ, “ଏହି ମନ୍ଦିର ନିର୍ମାଣ କରିବାକୁ, ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦେଲା।” 4 ତେବେ ଆମ୍ଭେମାନେ ସେମାନଙ୍କୁ ତଦନୁସାରେ ଉତ୍ତର ଦେଲୁ, “ସେମାନେ ପଗ୍ଭରିଲେ, ଏହି ଗାନ୍ଥକମାନଙ୍କ ନାମ କ’ଣ?”
5 ମାତ୍ର ଯିହୁଦୀୟ ପ୍ରାଚୀନବର୍ଗ ପ୍ରତି ସେମାନଙ୍କ ପରମେଶ୍ୱରଙ୍କ ଦୃଷ୍ଟି ଥିବାରୁ ଦାରିୟାବସ ନିକଟରେ ଏହି କଥା ଉପସ୍ଥିତ ନ ହେବା ପର୍ଯ୍ୟନ୍ତ ଓ ପତ୍ରଦ୍ୱାରା ସେହି ବିଷୟରେ ଉତ୍ତର ନଆସିବା ପର୍ଯ୍ୟନ୍ତ ଶତ୍ରୁମାନେ ସେମାନଙ୍କୁ କାର୍ଯ୍ୟରୁ ନିବୃତ୍ତ କଲେ ନାହିଁ।
6 ତତ୍ତନୟ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥରବୋଷଣୟ ଓ ନଦୀ ସେପାରିସ୍ଥ ତାହାର ସଙ୍ଗୀ ଅଫର୍ସଖୀୟମାନଙ୍କର ଦାରିୟାବସ ରାଜା ନିକଟକୁ ପ୍ରେରିତ ପତ୍ରର ଅନୁଲିପି। 7 ସେମାନେ ତାହା ନିକଟକୁ ଯେଉଁ ପତ୍ର ପଠାଇଲେ; ତହିଁରେ ଏହିପରି ଲେଖାଥିଲା।
ମହାରାଜ ଦାରିୟାବସଙ୍କର ସର୍ବମଙ୍ଗଳ
8 ଆମ୍ଭେମାନେ ରାଜାଙ୍କୁ ଏହା ଜଣାଇବାକୁ ଗ୍ଭହୁଁ ଯେ, “ଆମ୍ଭେମାନେ ଯିହୁଦା ପ୍ରଦେଶରେ ମହାନ ପରମେଶ୍ୱରଙ୍କ ମନ୍ଦିରକୁ ଯାଇଥିଲୁ, ତାହା ବଡ଼ ବଡ଼ ପ୍ରସ୍ତରରେ ନିର୍ମିତ ହେଉଅଛି ଓ କାନ୍ଥରେ କଡ଼ି ବସା ଯାଉଅଛି। ଆଉ ଏହି କାର୍ଯ୍ୟ ଯତ୍ନ ସହକାରେ ଗ୍ଭଲୁଅଛି ଓ ସେମାନଙ୍କ ହସ୍ତରେ ଏହା ସଫଳ ହେଉ ଅଛି। ଏହା ମଧ୍ୟ ଶୀଘ୍ର ସରିବ।
9 ଆମ୍ଭେମାନେ ସେହି ପ୍ରାଚୀନବର୍ଗମାନଙ୍କୁ ଏହି କାର୍ଯ୍ୟ ବିଷୟରେ କିଛି ପଗ୍ଭରିଲୁ, ତାହା ହେଲା, “ଏହି ମନ୍ଦିର ନିର୍ମାଣ କରିବାକୁ ଓ ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦେଲା?” 10 ଆମ୍ଭେମାନେ ମଧ୍ୟ ସେମାନଙ୍କର ନାମ ପଗ୍ଭରିଲୁ। ଆମ୍ଭେମାନେ ମଧ୍ୟ ସେମାନଙ୍କର ନାମ ଲେଖିବାକୁ ଗ୍ଭହିଁଲୁ।
11 ସେମାନେ ଏହି ଉତ୍ତର ଆମ୍ଭମାନଙ୍କୁ ଦେଲେ,
“ଆମ୍ଭେମାନେ ସ୍ୱର୍ଗ ଓ ପୃଥିବୀର ପରମେଶ୍ୱରଙ୍କ ଦାସ, ଆମ୍ଭେ ଏହି ଯେଉଁ ମନ୍ଦିର ନିର୍ମାଣ କରୁଅଛୁ, ଏହା ଅନେକ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା। ଇସ୍ରାଏଲର ଏକ ମହାରାଜ ତାହା ନିର୍ମାଣ କରି ସମାପ୍ତ କରିଥିଲେ। 12 ମାତ୍ର ଆମ୍ଭର ପୂର୍ବପୁରୁଷଗଣ ସ୍ୱର୍ଗର ପରମେଶ୍ୱରଙ୍କୁ କ୍ରୋଧିତ କରିଥିଲେ। ତେଣୁ ସେ ସେମାନଙ୍କୁ ବାବିଲର ରାଜା କଲ୍ଦୀୟ ନବୂଖଦ୍ନିତ୍ସର ହସ୍ତରେ ସମର୍ପଣ କଲେ। ତେଣୁ ସେ ଏହି ମନ୍ଦିର ବିନାଶକରି, ଲୋକମାନଙ୍କୁ ବାବିଲକୁ ନେଇଗଲେ। 13 ବାବିଲର ରାଜା କୋରସଙ୍କର ଅଧିକାରର ପ୍ରଥମ ବର୍ଷରେ ପରମେଶ୍ୱରଙ୍କ ଏହି ମନ୍ଦିର ନିର୍ମାଣ କରିବା ପାଇଁ କୋରସର ରାଜା ଆଜ୍ଞା କଲେ। 14 ଆହୁରି ନବୂଖଦ୍ନିତ୍ସର ପରମେଶ୍ୱରଙ୍କ ମନ୍ଦିରର ଯେଉଁସବୁ ସ୍ୱର୍ଣ୍ଣ ଓ ରୌପ୍ୟ ପାତ୍ର ଯିରୁଶାଲମସ୍ଥ ମନ୍ଦିରରୁ ନେଇ ବାବିଲସ୍ଥ ମନ୍ଦିରକୁ ଆଣିଲା, ତାହା ସବୁ କରୋସ୍ ରାଜା ବାବିଲସ୍ଥ ମନ୍ଦିରରୁ ବାହାରକରି ଦେଲେ। ପୁଣି ସେସବୁ ଶେଶବସର ନାମକ ତାଙ୍କ ଦ୍ୱାରା ନିଯୁକ୍ତ ଶାସନକର୍ତ୍ତା ହସ୍ତରେ ସମର୍ପିତ କଲେ।
15 ସେ ତାହାକୁ କହିଲେ, “ଏହିସବୁ ପାତ୍ର ନେଇ ଯିରୁଶାଲମସ୍ଥ ମନ୍ଦିରରେ ରଖ ଓ ପରମେଶ୍ୱରଙ୍କ ମନ୍ଦିର ସ୍ୱସ୍ଥାନରେ ନିର୍ମିତ ହେଉ।”
16 ତେଣୁ ଶେଶବସର ଆସି ଯିରୁଶାଲମରେ ପରମେଶ୍ୱରଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପନ କଲା। ଆଉ ସେହି ସମୟାବଧି ବର୍ତ୍ତମାନ ପର୍ଯ୍ୟନ୍ତ ତାହା ନିର୍ମିତ ହେଉଅଛି। ତଥାପି ତାହା ସମ୍ପୂର୍ଣ୍ଣ ହୋଇ ନାହିଁ।
17 ଏଣୁ ଯେବେ ମହାରାଜାଙ୍କୁ ଉତ୍ତମ ଦେଖାଯାଏ, ତେବେ କୋରସ୍ ରାଜା ଯିରୁଶାଲମରେ ପରମେଶ୍ୱରଙ୍କ ଏହି ମନ୍ଦିର ନିର୍ମାଣ କରିବାର ଆଜ୍ଞା ଦେଇଥିଲେ କି ନାହିଁ ତାହା ବାବିଲସ୍ଥ ମହାରାଜାଙ୍କ ଭଣ୍ତାର ଗୃହରେ ଅନୁସନ୍ଧାନ କରନ୍ତୁ। ପୁଣି ଏହି ବିଷୟରେ ମହାରାଜ ଆମ୍ଭମାନଙ୍କ ନିକଟକୁ ଆପଣାର ଅଭିମତ ପ୍ରେରଣ କରନ୍ତୁ।
ଦାରିୟାବସଙ୍କର ଆଦେଶ
6 ସେତେବେଳେ ଦାରିୟାବସ୍ ରାଜା ଆଜ୍ଞା କରିବାରୁ ବାବିଲସ୍ଥ ଯେଉଁ ପୁସ୍ତକାଳୟରେ ଧନ ସଞ୍ଚିତ ଥିଲା, ତାହା ଅନୁସନ୍ଧାନ କରାଗଲା। 2 ଏବଂ ମାଦୀୟ ପ୍ରଦେଶସ୍ଥ ଅକ୍ଷ୍ମଥା ଦୁର୍ଗରେ ଏକ ପୁସ୍ତକ ମିଳିଲା। ଏକ ଇତିହାସ ଏଥିରେ ଲେଖା ଯାଇଥିଲା।
3 କୋରସ୍ ରାଜାଙ୍କ ଅଧିକାରର ପ୍ରଥମ ବର୍ଷରେ କୋରସ୍ ରାଜା ଯିରୁଶାଲମସ୍ଥିତ ପରମେଶ୍ୱରଙ୍କ ମନ୍ଦିର ବିଷୟରେ ଆଜ୍ଞା କଲେ।
ଲୋକମାନଙ୍କ ବଳିଦାନର ସ୍ଥାନ, ସେହି ମନ୍ଦିର ନିର୍ମିତ ହେଉ। ତାହାର ମୂଳଭିତ୍ତି ମଜ୍ବୁତ୍ ହେଉ। ତାହାର ଉଚ୍ଚତା ଷାଠିଏ ହାତ ଓ ତାର ପ୍ରସ୍ଥ ଷାଠିଏ ହାତ ହେଉ। 4 ତହିଁରେ ତିନି ଧାଡ଼ି ବଡ଼ ବଡ଼ ପ୍ରସ୍ତରରେ ଓ ଏକ ଧାଡ଼ି ନୂତନ କଡ଼ିକାଠରେ ଗୁନ୍ଥା ଯାଉ। ଆଉ ରାଜଗୃହରୁ ତାର ବ୍ୟୟଭାର ଭରଣ କରାଯାଉ। 5 ପରମେଶ୍ୱରଙ୍କ ମନ୍ଦିରର ଯେଉଁସବୁ ସୁନା ଓ ରୂପାପାତ୍ର ନବୂଖଦ୍ନିତ୍ସର ଯିରୁଶାଲମସ୍ଥ ମନ୍ଦିରରୁ ନେଇ ବାବିଲକୁ ଆଣିଥିଲା, ତାହା ସବୁ ଫେରାଇ ଦିଆଯାଉ। ଏବଂ ପ୍ରତ୍ୟେକ ପାତ୍ର ପୁନର୍ବାର ଯିରୁଶାଲମସ୍ଥ ମନ୍ଦିରର ନିଜ ନିଜ ସ୍ଥାନକୁ ଅଣାଯାଉ। ଆଉ ତୁମ୍ଭେ ପରମେଶ୍ୱରଙ୍କ ମନ୍ଦିରରେ ତାହା ସବୁ ରଖ।
6 ଏଣୁ ହେ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଏବଂ ଶଥର ବୋଷଣୟ, ତୁମ୍ଭେମାନେ ଓ ତୁମ୍ଭମାନଙ୍କ ସାଥୀ ଅଧିକାରୀଗଣ ନଦୀ ସେପାରିସ୍ଥ ତା'ଠାରୁ ଦୂରରେ ରୁହ। 7 ପରମେଶ୍ୱରଙ୍କ ଏହି ମନ୍ଦିରର କାର୍ଯ୍ୟରେ ହସ୍ତ ଦିଅ ନାହିଁ। ଯିହୁଦୀୟମାନଙ୍କର ଅଧ୍ୟକ୍ଷ ଯିହୁଦୀୟମାନଙ୍କର ପ୍ରାଚୀନବର୍ଗ ପରମେଶ୍ୱରଙ୍କ ଏହି ମନ୍ଦିର ସ୍ୱସ୍ଥାନରେ ନିର୍ମାଣ କରନ୍ତୁ।
8 ପରମେଶ୍ୱରଙ୍କ ଏହି ମନ୍ଦିର ନିର୍ମାଣ କରିବା ନିମନ୍ତେ ତୁମ୍ଭମାନଙ୍କର ଏହି ଯିହୁଦୀୟ ପ୍ରାଚୀନବର୍ଗ ପ୍ରତି ଯାହା କର୍ତ୍ତବ୍ୟ, ତାହା ଆମ୍ଭେ ଆଜ୍ଞା କରୁଅଛୁ। ସେମାନଙ୍କର ବାଧା ଯେପରି ସୃଷ୍ଟି ନ ହୁଏ, ଏଥିପାଇଁ ସେହି ଲୋକମାନଙ୍କୁ ରାଜସମ୍ପତ୍ତିରୁ ଅର୍ଥାତ୍ ନଦୀ ସେପାରିସ୍ଥ ରାଜକରରୁ ଅତି ଯତ୍ନପୂର୍ବକ ବ୍ୟୟ ଦିଆଯାଉ। 9 ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ହୋମବଳି ନିମନ୍ତେ ଯିରୁଶାଲମସ୍ଥ ଯାଜକମାନଙ୍କ ବାକ୍ୟ ଅନୁଯାୟୀ ଯୁବାବୃଷ, ମେଷ, ମେଷଶାବକ, ଗହମ, ଲବଣ, ଦ୍ରାକ୍ଷାରସ ଓ ତୈଳ, ଯାହାସବୁ ସେମାନଙ୍କ ପ୍ରୟୋଜନ, ତାହା ସବୁ ଦିନକୁ ଦିନ ବିନା ବାଧାରେ ସେମାନଙ୍କୁ ଦିଆଯାଉ। 10 ତହିଁରେ ସେମାନେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସୌରଭାର୍ଥକ ବଳି ଉତ୍ସର୍ଗ କରିବେ, ଆଉ ରାଜାର ଓ ତାହାର ପୁତ୍ରମାନଙ୍କର ଜୀବନ ପ୍ରାର୍ଥନା କରିବେ।
11 ମୁଁ ଆହୁରି ଆଜ୍ଞା କରୁଅଛି କି ଯେକେହି ସେହି ବାକ୍ୟ ଅନ୍ୟଥା କରିବ ତାହାର ଗୃହରୁ ଏକ କଡ଼ି ବାହାର କରାଯାଇ ସେହି କାଠରେ ସେ ବନ୍ଧା ହୋଇ ଟଙ୍ଗାଯିବ। ପୁଣି ତା’ ଲାଗି ତା'ର ଗୃହ ଖତରାଶି କରାଯାଉ।
12 ଆଉ ଯେଉଁ ରାଜାମାନେ ଓ ଗୋଷ୍ଠୀୟମାନେ ପରମେଶ୍ୱରଙ୍କ ଯିରୁଶାଲମସ୍ଥ ଏହି ମନ୍ଦିର ବିନାଶ କରିବା ଅଭିପ୍ରାୟରେ ଉକ୍ତ ବାକ୍ୟକୁ ଅନ୍ୟଥା କରିବାକୁ ହସ୍ତକ୍ଷେପ କରିବେ, ସେ ସମସ୍ତଙ୍କୁ ଯିରୁଶାଲମରେ ସୁନାମ ସ୍ଥାପନକାରୀ ପରମେଶ୍ୱର ଉଚ୍ଛିନ୍ନ କରିବେ।
ମୁଁ ଦାରିୟାବସ୍ ଏହି ଆଜ୍ଞା ଦେଇଅଛି, ଏହା ଅତି ଯତ୍ନପୂର୍ବକ କରାଯାଉ।
ମନ୍ଦିରର ସମାପନ ଓ ସମର୍ପଣ
13 ତହିଁରେ ଦାରିୟାବସ୍ ରାଜା ଏହି ଆଜ୍ଞା ପଠାଇବାରୁ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥର ବୋଷଣୟ ଓ ସେମାନଙ୍କ ସଙ୍ଗୀଗଣ ଅତି ଯତ୍ନପୂର୍ବକ କର୍ମମାନ କଲେ। 14 ଏଥିରେ ହାଗୟ ଭବିଷ୍ୟଦ୍ବକ୍ତାର ଓ ଇଦ୍ଦୋର ପୁତ୍ର ଜିଖରିୟର ଭବିଷ୍ୟଦ୍ବାକ୍ୟ ସହକାରେ ଯିହୁଦୀୟ ପ୍ରାଚୀନବର୍ଗ ମନ୍ଦିର ନିର୍ମାଣ କଲେ ଓ କୃତକାର୍ଯ୍ୟ ହେଲେ। ଆଉ ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ଆଜ୍ଞା ଅନୁସାରେ ଓ ପାରସ୍ୟ ରାଜା କୋରସ୍ ଓ ଦାରିୟାବସ ଓ ଅର୍ତ୍ତକ୍ଷସ୍ତର ଆଜ୍ଞା ଅନୁସାରେ ନିର୍ମାଣ କରି ସମାପ୍ତ କଲେ। 15 ଦାରିୟାବସ ରାଜାର ଅଧିକାରର ଷଷ୍ଠବର୍ଷରେ ଅଦର ନାମକ ମାସର ତୃତୀୟ ଦିନରେ ଏହି ମନ୍ଦିର ସମାପ୍ତ ହେଲା।
16 ଏହା ପରେ ଇସ୍ରାଏଲର ଲୋକମାନେ, ଯାଜକମାନେ, ଲେବୀୟମାନେ ଓ ନିର୍ବାସିତର ଅବଶିଷ୍ଟ ଲୋକମାନେ ଆନନ୍ଦରେ ପରମେଶ୍ୱରଙ୍କ ଏହି ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆନନ୍ଦର ସହିତ ପାଳନ କଲେ।
17 ପୁଣି ପରମେଶ୍ୱରଙ୍କ ଏହି ମନ୍ଦିରର ପ୍ରତିଷ୍ଠା ସମୟରେ ସେମାନେ 100 ବୃଷ, 200 ଅଣ୍ତିରା ମେଷ, 400 ମେଷଶାବକ ଉତ୍ସର୍ଗ କଲେ। ଏବଂ ସମଗ୍ର ଇସ୍ରାଏଲର ପାପାର୍ଥକ ବଳିଦାନ ନିମନ୍ତେ ଇସ୍ରାଏଲୀୟ ଗୋଷ୍ଠୀର ସଂଖ୍ୟା ଅନୁସାରେ ବାର ଗୋଟି ଛାଗ ଉତ୍ସର୍ଗ କଲେ। 18 ସେମାନେ ମୋଶାଙ୍କ ପୁସ୍ତକର ଲିଖନ ପ୍ରମାଣେ ଯିରୁଶାଲମରେ ପରମେଶ୍ୱରଙ୍କ ମନ୍ଦିରର ସେବା ପାଇଁ ଯାଜକମାନଙ୍କୁ ସେମାନଙ୍କର ଦଳ ଅନୁସାରେ ଓ ଲେବୀୟମାନଙ୍କୁ ସେମାନଙ୍କ ଦଳ ଅନୁସାରେ ନିଯୁକ୍ତ କଲେ।
ନିସ୍ତାରପର୍ବ
19 ଏହା ପରେ ପ୍ରଥମ ମାସର ଚତୁର୍ଦ୍ଦଶ ଦିନରେ ବନ୍ଦୀତ୍ୱର ସନ୍ତାନଗଣ ନିସ୍ତାରପର୍ବ ପାଳନ କଲେ। 20 କାରଣ ଯାଜକମାନେ ଓ ଲେବୀୟମାନେ ଏକତ୍ର ଆପଣାମାନଙ୍କୁ ଶୁଚି କଲେ। ସେ ସମସ୍ତେ ଶୁଚି ହୋଇଥିଲେ। ଏଣୁ ସେମାନେ ବନ୍ଦୀତ୍ୱର ସମଗ୍ର ସନ୍ତାନ ନିମନ୍ତେ ଆପଣା ଯାଜକ ଭାତୃଗଣ ନିମନ୍ତେ ଓ ଆପଣାମାନଙ୍କ ନିମନ୍ତେ ନିସ୍ତାରପର୍ବରେ ମେଷ ବଳି ବଧ କଲେ। 21 ବଳିତ୍ୱରୁ ପୁନରାଗତ ଇସ୍ରାଏଲ ସନ୍ତାନଗଣ ଓ ଯେଉଁମାନେ ସେମାନଙ୍କର ପକ୍ଷ ହୋଇ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଦେଶନିବାସୀ ଅନ୍ୟ ଦେଶୀୟମାନଙ୍କର ଅଶୁଚିତାରୁ ଆପଣାମାନଙ୍କୁ ପୃଥକ କରିଥିଲେ। ସେମାନେ ସମସ୍ତେ ନିସ୍ତାରପର୍ବରେ ଭୋଜନ କଲେ। 22 ଏବଂ ସାତ ଦିନ ଆନନ୍ଦରେ ତାଡ଼ିଶୂନ୍ୟ ରୋଟୀର ପର୍ବ ପାଳନ କଲେ। କାରଣ ସଦାପ୍ରଭୁ ସେମାନଙ୍କୁ ଅନନ୍ଦିତ କରିଥିଲେ ଓ ପରମେଶ୍ୱରଙ୍କ ମନ୍ଦିର କାର୍ଯ୍ୟରେ ସେମାନଙ୍କ ହସ୍ତ ସବଳ କରିବା ନିମନ୍ତେ ସେମାନଙ୍କ ପ୍ରତି ଅଶୂରୀୟ ରାଜାର ଅନ୍ତଃକରଣ ଫେରାଇ ଥିଲେ।
ଏଜ୍ରା ଯିରୁଶାଲମକୁ ଆସିଲେ
7 ଏହିସବୁ ଘଟଣାପରେ ପାରସ୍ୟ ରାଜା ଅର୍ତ୍ତକ୍ଷସ୍ତର ଶାସନ ସମୟରେ ସରାୟର ପୁତ୍ର ଏଜ୍ରା ବାବିଲରୁ ଯାତ୍ରା କଲେ। ଉକ୍ତ ସରାୟ ଅସରିୟର ପୁତ୍ର, ଅସରିୟ ହିଲ୍କିୟର ପୁତ୍ର ଥିଲା। 2 ହିଲ୍କିୟ, ଶଲ୍ଲୁମର ପୁତ୍ର, ଶଲ୍ଲୁମ ସାଦୋକର ପୁତ୍ର, ସାଦୋକ ଅହୀଟୂବ୍ର ପୁତ୍ର ଥିଲା। 3 ଅହୀଟୂବ୍ ଅମରିୟର ପୁତ୍ର ଥିଲା। ଅମରିୟ ଅସରିୟର ପୁତ୍ର ଥିଲା। ଅସରିୟ ମରାୟୋତର ପୁତ୍ର ଥିଲା। 4 ମରାୟୋତ୍ ସରହିୟର ପୁତ୍ର ଥିଲା। ସରହିୟ ଉଷିର ପୁତ୍ର ଥିଲା। ଉଷି ବୁକ୍କିର ପୁତ୍ର ଥିଲା। 5 ବୁକ୍କି ଅବୀଶୂୟର ପୁତ୍ର ଥିଲା। ଅବୀଶୂୟ ପୀନହସ୍ର ପୁତ୍ର ଥିଲା। ପୀନହସ୍ ଇଲିୟାସର ପୁତ୍ର ଥିଲା। ଇଲିୟାସର ପ୍ରଧାନ ଯାଜକ ହାରୋଣଙ୍କର ପୁତ୍ର ଥିଲା। ଏଜ୍ରା ବାବିଲରୁ ଯିରୁଶାଲମକୁ ଆସିଲେ। ଏଜ୍ରା ଜଣେ ଶିକ୍ଷକ ଥିଲେ। ସେ ମୋଶାଙ୍କର ବ୍ୟବସ୍ଥା ଖୁବ୍ ଭଲ ରୂପେ ଜାଣିଥିଲେ। ମୋଶାଙ୍କର ବ୍ୟବସ୍ଥା ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଥିଲା। ରାଜା ଅର୍ତ୍ତକ୍ଷସ୍ତ ଏଜ୍ରାଙ୍କୁ ସବୁ ଦେଲେ ଯାହା ସେ ମାଗିଲେ। କାରଣ ସଦାପ୍ରଭୁ ଏଜ୍ରାଙ୍କ ସହିତ ଥିଲେ।
6 ଏହି ଏଜ୍ରା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ପ୍ରଦତ୍ତ ମୋଶା ବ୍ୟବସ୍ଥାରେ ନିପୁଣ ଅଧ୍ୟାପକ ଥିଲା। ସେ ଯାହା ମାଗୁଥିଲା ରାଜା ତାକୁ ତାହା ପ୍ରଦାନ କରୁଥିଲେ। କାରଣ ସଦାପ୍ରଭୁ ତା'ର ପରମେଶ୍ୱରଙ୍କ ହସ୍ତ ତା’ ଉପରେ ଥିଲା। 7 ଅର୍ତ୍ତକ୍ଷସ୍ତ ରାଜାର ସପ୍ତମ ବର୍ଷରେ ଇସ୍ରାଏଲ ସନ୍ତାନମାନଙ୍କର ଓ ଯାଜକମାନଙ୍କର ଓ ଲେବୀୟମାନଙ୍କର କେତେକ ଜଣ ପୁଣି ଗାୟକମାନେ ଓ ଦ୍ୱାରପାଳମାନେ ଓ ନଥୀନୀୟମାନେ ଯିରୁଶାଲମକୁ ଗଲେ। 8 ଆଉ ଏଜ୍ରା ପଞ୍ଚମ ମାସରେ ଅର୍ଥାତ୍ ରାଜାର ସେଇ ସପ୍ତମ ବର୍ଷରେ ଯିରୁଶାଲମରେ ଉପସ୍ଥିତ ହେଲେ। 9 କାରଣ ସେ ପ୍ରଥମ ମାସର ପ୍ରଥମ ଦିନ ବାବିଲରୁ ଯାତ୍ରା ଆରମ୍ଭ କଲେ, ପୁଣି ତାଙ୍କ ପ୍ରତି ସଦାପ୍ରଭୁ ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେ ପଞ୍ଚମ ମାସର ପ୍ରଥମ ଦିନରେ ଯିରୁଶାଲମରେ ଉପସ୍ଥିତ ହେଲେ। 10 ଏଜ୍ରା ସଦାପ୍ରଭୁଙ୍କ ବ୍ୟବସ୍ଥା ଅନୁସନ୍ଧାନ ଓ ପାଳନ କରିବାରୁ ପୁଣି ଇସ୍ରାଏଲ ମଧ୍ୟରେ ବ୍ୟବସ୍ଥା ଓ ଆଜ୍ଞା ଶିକ୍ଷା ଦେବାକୁ ଆପଣାକୁ ବିନିଯୋଗ କରିଥିଲେ।
ଏଜ୍ରାଙ୍କ ନିକଟକୁ ରାଜା ଅର୍ତ୍ତକ୍ଷସ୍ତଙ୍କ ପତ୍ର
11 ରାଜା ଅର୍ତ୍ତକ୍ଷସ୍ତ ଏଜ୍ରା ଯାଜକକୁ ଏକ ପତ୍ର ଦେଇଥିଲେ। ଇସ୍ରାଏଲ ସମ୍ବନ୍ଧରେ ଏଜ୍ରା ସଦାପ୍ରଭୁଙ୍କର ଆଜ୍ଞାର ଲେଖକ ଓ ଶିକ୍ଷକ ଥିଲେ। ଏହା ହେଉଛି ସେହି ଚିଠିର ଅନୁଲିପି ଯାହା ଅର୍ତ୍ତକ୍ଷସ୍ତ ଏଜ୍ରାଙ୍କୁ ଦେଇଥିଲେ।
12 ରାଜାଧିରାଜ ଅର୍ତ୍ତକ୍ଷସ୍ତଠାରୁ,
ସ୍ୱର୍ଗସ୍ଥ ପରମେଶ୍ୱରଙ୍କର ବ୍ୟବସ୍ଥା ଶିକ୍ଷକ ଓ ଯାଜକ ଏଜ୍ରାକୁ ଅଭିନନ୍ଦନ।
13 ମୁଁ ଆଜ୍ଞା କରୁଅଛି, ଯେ ମୋ’ ରାଜ୍ୟସ୍ଥିତ ଇସ୍ରାଏଲ ମଧ୍ୟରୁ ଯେତେ ଲୋକ, ସେମାନଙ୍କର ଯାଜକ ଓ ଲେବୀୟମାନେ ଯିରୁଶାଲମକୁ ସ୍ୱଇଚ୍ଛାରେ ଯିବାକୁ ମନ କରନ୍ତି। ସେମାନେ ତୁମ୍ଭ ଏଜ୍ରାଙ୍କ ସଙ୍ଗେ ଯା’ନ୍ତୁ।
14 ଏଜ୍ରା, ମୁଁ ଏବଂ ମୋର ସାତ ଜଣ ଉପଦେଷ୍ଟା ତୁମ୍ଭ ସହିତ ପଠାଉଛୁ। ତୁମ୍ଭେ ଯିହୁଦା ଓ ଯିରୁଶାଲମକୁ ଯିବା ଉଚିତ୍। ପରମେଶ୍ୱରଙ୍କର ବ୍ୟବସ୍ଥା ବିଷୟବସ୍ତୁଗୁଡ଼ିକରେ ଧ୍ୟାନ ଦେବା ଉଚିତ୍, ଯେଉଁଥିରେ ତୁମ୍ଭେ ଜଣେ ବିଜ୍ଞ ଅଟ।
15 ମୁଁ ଏବଂ ମୋର ଉପଦେଷ୍ଟାମାନେ ତୁମ୍ଭକୁ ଯେଉଁ ସୁନା ଓ ରୂପା ଇସ୍ରାଏଲର ପରମେଶ୍ୱରଙ୍କୁ ଦେଇଅଛୁ। ପରମେଶ୍ୱର ଯିରୁଶାଲମରେ ବାସ କରନ୍ତି। ତୁମ୍ଭେ ନିଶ୍ଚିତ ଏହି ସୁନା ଓ ରୂପା ତୁମ୍ଭମାନଙ୍କ ସହିତ ନେବ। 16 ବାବିଲର ସମୁଦାୟ ପ୍ରଦେଶରେ ତୁମ୍ଭେ ସମସ୍ତ ସୁନା ଓ ରୂପା ପାଇବ। ପୁଣି ଲୋକମାନେ ଓ ଯାଜକମାନେ ସେମାନଙ୍କ ପରମେଶ୍ୱରଙ୍କ ଯିରୁଶାଲମସ୍ଥିତ ମନ୍ଦିର ପାଇଁ ସ୍ୱେଚ୍ଛାପୂର୍ବକ ଯାହା ଦେବେ ସେହିସବୁ ଉପହାର ନେବା ପାଇଁ ତୁମ୍ଭେ ରାଜା ଓ ତାଙ୍କର ସପ୍ତ ମନ୍ତ୍ରୀଙ୍କ ଦ୍ୱାରା ପ୍ରେରିତ ହେଉଅଛ।
17 ଏଣୁ ତୁମ୍ଭେ ଏହି ମୁଦ୍ରା ଦ୍ୱାରା ବୃଷ, ଅଣ୍ତିରା ମେଷ, ମେଷଶାବକ ଓ ତହିଁ ସଙ୍ଗେ ନିରୂପିତ ଶସ୍ୟ ଓ ପେୟନୈବେଦ୍ୟ କ୍ରୟ କରି ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଯିରୁଶାଲମସ୍ଥିତ ମନ୍ଦିରର ଯଜ୍ଞବେଦି ଉପରେ ଉତ୍ସର୍ଗ କରିବ। 18 ଆଉ ଅବଶିଷ୍ଟ ରୂପା ଓ ସୁନାରେ ତୁମ୍ଭକୁ ଓ ତୁମ୍ଭ ଭାତୃବର୍ଗଙ୍କୁ ଯାହା କରିବାକୁ ଭଲ ଦିଶିବ, ତାହା ତୁମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ଇଚ୍ଛା ପ୍ରମାଣେ କରିବ। 19 ପୁଣି ତୁମ୍ଭେ ପରମେଶ୍ୱରଙ୍କ ମନ୍ଦିରର ସେବାର୍ଥକ ଯେ ସକଳପାତ୍ର ତୁମ୍ଭକୁ ଦିଆ ଯାଉଅଛି। ତାହା ସବୁ ଯିରୁଶାଲମର ପରମେଶ୍ୱରଙ୍କ ସମ୍ମୁଖରେ ସମର୍ପଣ କର। 20 ପୁଣି ତୁମ୍ଭ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ପ୍ରୟୋଜନୀୟ ଯାହା ଯାହା ନେବାକୁ ପଡ଼ିବ ତାହା ରାଜାଙ୍କ ଭଣ୍ତାର ଗୃହରୁ ନିଅ।
21 ଆଉ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ବ୍ୟବସ୍ଥା ଅଧ୍ୟାପକ ଏଜ୍ରା ଯାଜକ ତୁମ୍ଭମାନଙ୍କଠାରୁ ଯାହା ଯାହା ଲୋଡ଼ିବ। 22 ତାହା ସବୁ 100 ତାଳନ୍ତ ପର୍ଯ୍ୟନ୍ତ ରୂପା ଓ 100 ମହଣ ପର୍ଯ୍ୟନ୍ତ ଗହମ ଓ 100 ମହଣ ପର୍ଯ୍ୟନ୍ତ ଦ୍ରାକ୍ଷାରସ ଓ 100 ମହଣ ପର୍ଯ୍ୟନ୍ତ ତୈଳ ଓ ଅପରିମିତ ଲବଣ ଯତ୍ନପୂର୍ବକ ଦେବା ପାଇଁ ଆମ୍ଭେ ଅର୍ତ୍ତକ୍ଷସ୍ତ ରାଜା ନଦୀ ସେପାରିସ୍ଥ ସମସ୍ତ କୋଷାଧ୍ୟକ୍ଷଙ୍କୁ ଆଜ୍ଞା କରୁଅଛୁ। 23 ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଦ୍ୱାରା ଯାହା ଯାହା ଆଜ୍ଞା କରାଯାଉଛି, ତାହା ସବୁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ଠିକ୍ ରୂପେ କରାଯାଉ, କାରଣ ରାଜା ଓ ତାହାଙ୍କ ପୁତ୍ରଗଣର ରାଜ୍ୟବିରୁଦ୍ଧରେ କାହିଁକି କୋପ ବର୍ତ୍ତିବ।
24 ଆହୁରି ଯାଜକମାନଙ୍କର, ଲେବୀୟମାନଙ୍କର, ଗାୟକମାନଙ୍କର, ଦ୍ୱାରପାଳମାନଙ୍କର ନଥୀନୀୟମାନଙ୍କର ଓ ପରମେଶ୍ୱରଙ୍କ ଏହି ମନ୍ଦିରର ସେବକମାନଙ୍କର କାହାରି ଉପରେ କର, ରାଜସ୍ୱ ବା ମାସୁଲ ବସାଇବା ବ୍ୟବସ୍ଥା ବିରୁଦ୍ଧ ହେବ ବୋଲି ଆମ୍ଭେମାନେ ତୁମ୍ଭକୁ ଜଣାଉ ଅଛୁ। 25 ହେ ଏଜ୍ରା, ତୁମ୍ଭ ପରମେଶ୍ୱରଙ୍କ ବିଷୟକ ଯେଉଁଜ୍ଞାନ ତୁମ୍ଭ ହସ୍ତରେ ଅଛି, ତଦନୁସାରେ ନଦୀ ସେପାରିସ୍ଥ ସମସ୍ତ ଲୋକଙ୍କର ବିଗ୍ଭରାର୍ଥେ ଯେଉଁମାନେ ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ଜାଣନ୍ତି, ଏପରି ଶାସନକର୍ତ୍ତା ଓ ବିଗ୍ଭରକର୍ତ୍ତାମାନଙ୍କୁ ତୁମ୍ଭେ ନିଯୁକ୍ତି କର। ଆଉ ଯେ ତାହା ନ ଜାଣେ ତାହାକୁ ତୁମ୍ଭେ ଶିକ୍ଷା ଦିଅ। 26 ଯଦି କୌଣସି ଲୋକ ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ନ ମାନିବ, ରାଜାଙ୍କର ବ୍ୟବସ୍ଥା ନ ମାନିବ, ସେମାନେ ନିଶ୍ଚିତରେ ଦଣ୍ତିତ ହେବେ। ତାହାର ଏହି ଦଣ୍ତ ତା'ର ଦୋଷ ଉପରେ ନିର୍ଭର କରେ। ତାହା ମୃତ୍ୟୁଦଣ୍ତ ହୋଇପାରେ, ନିର୍ବାସିତ ହୋଇପାରେ, ତାକୁ ଅର୍ଥଦଣ୍ତ ହୋଇପାରେ ବା ବନ୍ଦୀତ୍ୱ ଦଣ୍ତ ଦିଆଯାଇ ପାରେ।
ଏଜ୍ରାଙ୍କର ପରମେଶ୍ୱରଙ୍କୁ ପ୍ରଶଂସା
27 ସଦାପ୍ରଭୁ, ଆମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ୱରଙ୍କର ପ୍ରଶଂସା କର। ଯିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ସମ୍ମାନ କରିବାକୁ ରାଜାର ଅନ୍ତଃକରଣରେ ପରମେଶ୍ୱର ଏହିପରି ମନୋଭାବ ଦେଇଅଛନ୍ତି। ଯିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ସମ୍ମାନ କରିବାକୁ ରାଜାର ଅନ୍ତଃକରଣରେ ପରମେଶ୍ୱର ଏହିପରି ପ୍ରବୃତ୍ତି ଦେଇଅଛନ୍ତି। 28 ପୁଣି ସେ ରାଜାର ଓ ତାଙ୍କର ମନ୍ତ୍ରୀଗଣର ଓ ରାଜାଙ୍କର ପରାକ୍ରାନ୍ତ ଅଧିପତି ସମସ୍ତଙ୍କ ସାକ୍ଷାତରେ ମୋ’ ପ୍ରତି ଅଧିକ ଦୟା ପ୍ରକାଶ କରିଅଛନ୍ତି। ମୁଁ ଶକ୍ତିଶାଳୀ ହେଲି କାରଣ ସଦାପ୍ରଭୁ ପରମେଶ୍ୱରଙ୍କର ହସ୍ତ ମୋ’ ଉପରେ ଥିଲା। ଏହି ପ୍ରକାରେ ମୁଁ ଇସ୍ରାଏଲର ଲୋକମାନଙ୍କର ମୁଖ୍ୟମାନଙ୍କୁ ମୋ’ ସହିତ ଯିବା ପାଇଁ ଏକତ୍ରିତ କଲି।
ଏଜ୍ରାଙ୍କ ସହିତ ଆସିଥିବା ପ୍ରାଚୀନବର୍ଗଙ୍କ ତାଲିକା
8 ଏହି ନାମଗୁଡ଼ିକ ହେଉଛି ପିତୃବଂଶର ମୁଖ୍ୟମାନେ ଏବଂ ଅନ୍ୟ ଲୋକମାନେ ଯେଉଁମାନେ ଏଜ୍ରାଙ୍କ ସହିତ ବାବିଲୋନ୍ରୁ ଯିରୁଶାଲମକୁ ଆସିଥିଲେ। ଆମ୍ଭେ ଅର୍ତ୍ତକ୍ଷସ୍ତ ରାଜାଙ୍କ ସମୟରେ ଯିରୁଶାଲମକୁ ଆସିଥିଲୁ। ଏହିଠାରେ ସେମାନଙ୍କର ଚିଠା ଦିଆଗଲା।
2 ପୀନହସ୍ର ବଂଶଧରମାନଙ୍କ ମଧ୍ୟରୁ ଗେର୍ଶୋମ, ଈଥାମରର ବଂଶଧରମାନଙ୍କ ମଧ୍ୟରୁ ଦାନିୟେଲ। ଦାଉଦଙ୍କ ବଂଶଧରମାନଙ୍କ ମଧ୍ୟରୁ ହଟୂଶ୍।
3 ଶଖନିୟର ଭବିଷ୍ୟଦ୍ ବଂଶଧରମାନଙ୍କ ମଧ୍ୟରୁ, ପରିୟୋଶର ଭବିଷ୍ୟଦ୍ ବଂଶଧରମାନଙ୍କ ମଧ୍ୟରୁ ଜିଖରିୟ ଏବଂ 150 ଜଣ ପୁରୁଷ ତାଙ୍କ ସହିତ ପଞ୍ଜିକୃତ ହୋଇଥିଲେ।
4 ପହତ୍ ମୋୟାବର ବଂଶଧରମାନଙ୍କ ମଧ୍ୟରୁ ସରହିୟର ପୁତ୍ର ଇଲୀହୋ-ଐନୟ ଓ ତାହା ସଙ୍ଗେ 200 ପୁରୁଷ।
5 ଏବଂ ଜାତୁଙ୍କର ଭବିଷ୍ୟଦ୍ ବଂଶଧରମାନଙ୍କ ମଧ୍ୟରୁ ଯହସୀୟେଲର ପୁତ୍ର ଶଖନିୟ ଏବଂ ତାହା ସଙ୍ଗେ 300 ପୁରୁଷ।
6 ଆଉ ଆଦୀନର ବଂଶଧରମାନଙ୍କ ମଧ୍ୟରୁ ଯୋନାଥନର ପୁତ୍ର ଏବଦ୍ ଓ ତାହା ସଙ୍ଗେ ପଗ୍ଭଶ୍ ପୁରୁଷ।
7 ଏଲମର ବଂଶଧରମାନଙ୍କ ମଧ୍ୟରୁ ଅଥଲିୟର ପୁତ୍ର ଯିଶାୟାହ ଓ ତାଙ୍କ ସଙ୍ଗେ 70 ପୁରୁଷ।
8 ଶଫଟିୟର ବଂଶଧରମାନଙ୍କ ମଧ୍ୟରୁ ମୀଖାୟେଲର ପୁତ୍ର ସବଦିୟ ଓ ତାହା ସଙ୍ଗେ 80 ପୁରୁଷ।
9 ଯୋୟାବର ବଂଶଧରମାନଙ୍କ ମଧ୍ୟରୁ ଯିହିୟେଲର ପୁତ୍ର ଓବଦିୟ ଓ ତାହାଙ୍କ ସଙ୍ଗେ 218 ପୁରୁଷ।
10 ଆଉ ବାନିର ଭବିଷ୍ୟଦ୍ ବଂଶଧରମାନଙ୍କ ମଧ୍ୟରୁ ଯୋଷିଫିୟର ପୁତ୍ର ଶଲୋମୀତ ଓ ତାହା ସଙ୍ଗେ 160 ପୁରୁଷ।
11 ବେବୟର ବଂଶଧରମାନଙ୍କ ମଧ୍ୟରୁ ବେବୟର ପୁତ୍ର ଜିଖରିୟ ଓ ତାହାଙ୍କ ସଙ୍ଗେ 28ପୁରୁଷ।
12 ଅସ୍ଗଦର ବଂଶଧରମାନଙ୍କ ମଧ୍ୟରୁ ହକାଟନର ପୁତ୍ର ଯୋହାନନ୍ ଓ ତାହା ସଙ୍ଗେ 110ପୁରୁଷ।
13 ଅଦୋନୀକାମର ବଂଶଧରମାନଙ୍କ ମଧ୍ୟରୁ କନିଷ୍ଠମାନେ ଓ ସେମାନଙ୍କ ନାମ ଇଲିଫେଲଟ୍, ଯିୟୂୟେଲ, ଶମୟିମ ଓ ସେମାନଙ୍କ ସଙ୍ଗେ 60 ପୁରୁଷ।
14 ଆଉ ବିଗ୍ବୟ ବଂଶଧରମାନଙ୍କ ମଧ୍ୟରୁ ଊଥୟ ଓ ସବୂଦ୍ ଓ ସେମାନଙ୍କ ସଙ୍ଗେ 70 ପୁରୁଷ।
ଯିରୁଶାଲମକୁ ପ୍ରତ୍ୟାବର୍ତ୍ତନ
15 ମୁଁ ଏହି ଲୋକମାନଙ୍କୁ ଅହବା ଆଡ଼କୁ ପ୍ରବାହିତ ନଦୀ ନିକଟରେ ଏକତ୍ର କଲି। ସେଠାରେ ଆମ୍ଭେମାନେ ଛାଉଣି କରି ତିନି ଦିନ ରହିଲୁ। ମୁଁ ଲୋକମାନଙ୍କ ମଧ୍ୟରେ ଓ ଯାଜକମାନଙ୍କ ମଧ୍ୟରେ ଖୋଜିଲି କିନ୍ତୁ ଲେବୀର କୌଣସି ପୁତ୍ରକୁ ପାଇଲି ନାହିଁ। 16 ତେଣୁ ମୁଁ ଇଲୀୟେଷର, ଅରୀୟେଲ, ଶମୟିୟ, ଇଲ୍ନାଥନ, ଯାରିବ୍, ଇଲ୍ନାଥନ, ନାଥନ, ଜିଖରିୟ ଓ ମଶୁଲ୍ଲମ୍ ଏହି ପ୍ରଧାନ ଲୋକମାନଙ୍କୁ ମଧ୍ୟ ଯୋୟାରୀବ ଓ ଇଲ୍ନାଥନ ଶିକ୍ଷକମାନଙ୍କୁ ଡାକିବାକୁ ଲୋକ ପଠାଇଲି। 17 ଏହା ପରେ ମୁଁ ସେମାନଙ୍କୁ କାସିଫିଆ ନାମକ ଏକ ସ୍ଥାନର ପ୍ରଧାନଲୋକ ଇଦ୍ଦୋ ନିକଟକୁ ପଠାଇଲି। ଏବଂ ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ଆମ୍ଭମାନଙ୍କ ନିକଟକୁ ପରିଗ୍ଭରକମାନଙ୍କୁ ଆଣିବା ପାଇଁ କାସିଫିଆ ସ୍ଥାନସ୍ଥ ଇଦ୍ଦୋକୁ ଓ ତା'ର ଭାତୃଗଣ ନଥୀନୀୟମାନଙ୍କୁ କହିବାକୁ ସେମାନଙ୍କୁ ଆଦେଶ ଦେଲି। 18 ତେଣୁ ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ପରମେଶ୍ୱର ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେମାନେ ଇସ୍ରାଏଲର ପୌତ୍ର, ଲେବୀର ପୁତ୍ର ମହଲିର ବଂଶଧରମାନଙ୍କ ମଧ୍ୟରୁ ଜଣେ ପ୍ରବେଶ ଲୋକକୁ ଏବଂ ଶେରେବିୟ ଓ ତାହାର ପୁତ୍ର ଓ ଭାତୃଗଣ ସମେତ 18 ଜଣଙ୍କୁ ପଠାଇଲି। 19 ହସବିୟ ଓ ତାହା ସଙ୍ଗେ ମରାରି ବଂଶଧରମାନଙ୍କ ମଧ୍ୟରୁ ଯିଶୟାହ ତାହାର ଭାତୃଗଣ ଓ ସେମାନଙ୍କ ପୁତ୍ରଗଣ ଏପରି କୋଡ଼ିଏ ଜଣ। 20 ଦାଉଦ ଓ ଅଧିପତିମାନେ ଯେଉଁ ଲୋକମାନଙ୍କୁ ଲେବୀୟମାନଙ୍କ ସେବାକାର୍ଯ୍ୟ ନିମନ୍ତେ ଦେଇଥିଲେ, ସେମାନଙ୍କ ମଧ୍ୟରୁ 220 ଜଣ ନଥୀନିୟ ମନ୍ଦିରର ଦାସ ଆଣିଲେ। ଏହି ସମସ୍ତଙ୍କ ନାମ ଲିଖିତ ହେଲା।
21 ଏହା ପରେ ଆମ୍ଭମାନଙ୍କ ନିମନ୍ତେ, ଆମ୍ଭମାନଙ୍କ ସନ୍ତାନମାନଙ୍କ ନିମନ୍ତେ, ଆମ୍ଭମାନଙ୍କର ସମସ୍ତ ସାମଗ୍ରୀ ନିମନ୍ତେ ଓ ସକଳ ସମ୍ପତ୍ତି ପାଇଁ ସରଳ ପଥ ପ୍ରାର୍ଥନା କରିବା ଅଭିପ୍ରାୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ଆପଣାମାନଙ୍କୁ ନମ୍ର କରିବା ପାଇଁ ମୁଁ ଅହିବା ନଦୀ ନିକଟରେ ଉପବାସ ଘୋଷଣା କଲି। 22 କାରଣ ପଥ ମଧ୍ୟରେ ଶତ୍ରୁ ବିରୁଦ୍ଧରେ ଆମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ରାଜାଙ୍କୁ ଏକଦଳ ସୈନ୍ୟ ଓ ଅଶ୍ୱାରୋହୀ ମାଗିବାକୁ ମୁଁ ଲଜ୍ଜା ବୋଧ କଲି। ମୁଁ ରାଜାଙ୍କୁ ଏହି କଥା କହିଲି, ଯେଉଁମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କୁ ଭରସା କରନ୍ତି, “ସେମାନଙ୍କର ମଙ୍ଗଳ ପାଇଁ ସେମାନଙ୍କ ପ୍ରତି ତାଙ୍କର ସହାୟତା ଅଛି। ମାତ୍ର ଯେଉଁମାନେ ତାହାଙ୍କୁ ପରିତ୍ୟାଗ କରନ୍ତି, ତାଙ୍କର ଶକ୍ତି ଓ କ୍ରୋଧ ସେମାନଙ୍କର ବିରୁଦ୍ଧରେ ଥାଏ।” 23 ଏଣୁ ଆମ୍ଭେମାନେ ଉପବାସ କଲୁ ଏବଂ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ବିନତି କଲୁ ଏବଂ ସେ ଆମ୍ଭମାନଙ୍କ ପ୍ରାର୍ଥନାର ଉତ୍ତର ଦେଲେ।
24 ତେଣୁ ମୁଁ ଯାଜକମାନଙ୍କ ମଧ୍ୟରୁ ବାର ଜଣ ପ୍ରଧାନ ଲୋକଙ୍କୁ ଅର୍ଥାତ୍ ଶେରେବିୟ, ହଶବିୟ ଓ ସେମାନଙ୍କ ସହିତ ସେମାନଙ୍କର ଦଶ ଜଣ ଭ୍ରାତାଙ୍କୁ ପୃଥକ କଲି। 25 ଆଉ ରାଜା ଓ ତାହାଙ୍କ ମନ୍ତ୍ରୀଗଣ ଓ ତାହାର ଅଧିପତିମାନେ ଓ ଉପସ୍ଥିତ ଇସ୍ରାଏଲ ସମସ୍ତ ଲୋକେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ମନ୍ଦିର ନିମନ୍ତେ ଯେଉଁ ରୂପା, ସୁନା ଓ ପାତ୍ରମାନସବୁ ଉପହାର କରିଥିଲେ, ତାହା ମୁଁ ସେମାନଙ୍କୁ ତୌଲି ଦେଲି। 26 ମୁଁ ସେମାନଙ୍କ ହସ୍ତରେ 650 ତାଳନ୍ତ ରୂପା ଓ 100 ତାଳନ୍ତ ରୌପ୍ୟପାତ୍ର ଓ 100 ତାଳନ୍ତ ସୁନା। 27 1,000 ଡାରିକ୍ ମୂଲ୍ୟର 20 ସ୍ୱର୍ଣ୍ଣମୟ ପାତ୍ର ଏବଂ ସ୍ୱର୍ଣ୍ଣ ତୁଲ୍ୟ ବହୁମୂଲ୍ୟ ଉତ୍ତମ ଉଜ୍ଜ୍ୱଳ ପିତ୍ତଳର ଦୁଇପାତ୍ର ତୌଲି ଦେଲି। 28 ଏବଂ ମୁଁ ବାର ଜଣ ଯାଜକମାନଙ୍କୁ କହିଲି, “ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଓ ପାତ୍ର ସବୁ ପବିତ୍ର; ଆଉ ଏହି ରୂପା ଓ ସୁନା ତୁମ୍ଭମାନଙ୍କ ସଦାପ୍ରଭୁ ପୂର୍ବପୁରୁଷମାନଙ୍କର ପରମେଶ୍ୱର ଉଦ୍ଦେଶ୍ୟରେ ସ୍ୱେଚ୍ଛାଦତ୍ତ ଉପହାର ଅଟେ। 29 ସଦାପ୍ରଭୁ ଯିରୁଶାଲମସ୍ଥ ମନ୍ଦିର କୋଠରୀରେ ପ୍ରଧାନ ଯାଜକବର୍ଗର ଓ ଲେବୀୟମାନଙ୍କର ଓ ଇସ୍ରାଏଲୀୟ ପରିବାରର ନେତାମାନଙ୍କର ସାକ୍ଷାତରେ ଏହାସବୁ ତୌଲି ନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ସତର୍କ ହୁଅ ଓ ଏହାସବୁର ସୁରକ୍ଷା କର।”
30 ତହିଁରେ ଯାଜକମାନେ ଓ ଲେବୀୟମାନେ ଆମ୍ଭମାନଙ୍କ ଯିରୁଶାଲମସ୍ଥ ପରମେଶ୍ୱରଙ୍କ ମନ୍ଦିରକୁ ଆଣିବା ପାଇଁ ସେହି ତୌଲା ରୂପା ଓ ସୁନାପାତ୍ର ଗ୍ରହଣ କଲେ।
31 ଏହା ପରେ ଆମ୍ଭେମାନେ ଯିରୁଶାଲମକୁ ଯାତ୍ରା କରିବା ନିମନ୍ତେ ପ୍ରଥମ ମାସର ଦ୍ୱାଦଶ ଦିନ ଅହବା ନଦୀ ନିକଟକୁ ପ୍ରସ୍ଥାନ କଲୁ। ଆମ୍ଭମାନଙ୍କ ପରମେଶ୍ୱରଙ୍କ ହସ୍ତ ଆମ୍ଭମାନଙ୍କର ସହାୟ ହେଲା। ଆଉ ପଥ ମଧ୍ୟରେ ଶତ୍ରୁ ଓ ଓଗାଳି ବସିବା ଲୋକମାନଙ୍କ ହସ୍ତରୁ ସେ ଆମ୍ଭକୁ ଉଦ୍ଧାର କଲେ। 32 ତେଣୁ ଆମ୍ଭେମାନେ ଯିରୁଶାଲମରେ ଉପସ୍ଥିତ ହୋଇ ସେଠାରେ ତିନି ଦିନ ବିଶ୍ରାମ କଲୁ। 33 ଏହା ପରେ ଚତୁର୍ଥ ଦିନ ସେହି ରୂପା ଓ ସୁନାପାତ୍ର ସକଳ ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିରରେ ତୌଲାଯାଇ ଊରିୟ ଯାଜକର ପୁତ୍ର ମରେମୋତ୍ ହସ୍ତରେ ଦିଆଗଲା। ତାହା ସଙ୍ଗେ ପୀନହସ୍ର ପୁତ୍ର ଏଲିୟାସର ଥିଲା। ସେମାନଙ୍କ ସଙ୍ଗେ ଯେଶୂୟର ପୁତ୍ର ଯୋଷାବଦ୍ ଓ ବିନ୍ନୂୟିର ପୁତ୍ର ନୋୟଦିୟ ଏହି ଲେବୀୟମାନେ ଥିଲେ। 34 ସମଗ୍ର ଦ୍ରବ୍ୟ ଗଣା ଯାଇ ଓ ପରିମିତ ହୋଇ ଦିଆଗଲା ଓ ସେହି ସମୟରେ ସେହିସବୁର ତୌଲ୍ୟ ଲେଖାଗଲା।
35 ନିର୍ବାସନରୁ ଆଗତ ବନ୍ଦୀତ୍ୱର ସନ୍ତାନଗଣ ସମଗ୍ର ଇସ୍ରାଏଲ ନିମନ୍ତେ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମବଳି ରୂପେ 12 ବୃଷ, 96 ଅଣ୍ତିରା ମେଷ, 77 ମେଷଶାବକ, ପାପାର୍ଥକ ବଳି ନିମନ୍ତେ 12 ଛାଗ ଉତ୍ସର୍ଗ କଲେ। ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଥିଲା।
36 ଏହା ପରେ ସେମାନେ ନଦୀ ସେପାରିସ୍ଥ ରାଜ ପ୍ରତିନିଧିମାନଙ୍କୁ ଓ ଦେଶାଧ୍ୟକ୍ଷମାନଙ୍କୁ ରାଜାଜ୍ଞାପତ୍ର ସମର୍ପଣ କଲେ। ତହିଁରେ ସେମାନେ ଲୋକମାନଙ୍କର ଓ ପରମେଶ୍ୱରଙ୍କ ଗୃହ କାର୍ଯ୍ୟରେ ସାହାଯ୍ୟ କଲେ।
ଅଣଯିହୁଦୀ ଲୋକମାନଙ୍କ ସହିତ ବିବାହ
9 ଏହିସବୁ କର୍ମ ସମାପ୍ତ ହେଲା ପରେ, ଇସ୍ରାଏଲୀୟ ମୁଖ୍ୟମାନେ ଆମ୍ଭ ନିକଟକୁ ଆସିଲେ ଓ ସେମାନେ କହିଲେ, “ଏଜ୍ରା, ଇସ୍ରାଏଲର ଲୋକମାନେ, ଯାଜକମାନେ ଓ ଲେବୀୟମାନେ ଅନ୍ୟଦେଶୀ ଗୋଷ୍ଠୀୟମାନଙ୍କଠାରୁ ଆପଣାମାନଙ୍କୁ ପୃଥକ ନ କରି ସେମାନଙ୍କର ଅର୍ଥାତ୍ କିଣାନୀୟ, ହିତ୍ତୀୟ, ପିରିଷୀୟ, ଯିବୂଷୀୟ, ଅମ୍ମୋନୀୟ, ମୋୟାବୀୟ, ମିସ୍ରୀୟ ଓ ଇମୋରୀୟମାନଙ୍କର ଘୃଣାଯୋଗ୍ୟ କର୍ମ ଅନୁସାରେ କରୁଅଛନ୍ତି। 2 ସେମାନେ ଆପଣାମାନଙ୍କ ଓ ଆପଣାମାନଙ୍କ ପୁତ୍ରଗଣଙ୍କ ନିମନ୍ତେ ସେମାନଙ୍କର କନ୍ୟାଗଣଙ୍କୁ ଗ୍ରହଣ କରିଅଛନ୍ତି। ଏହିପରି ପବିତ୍ରବଂଶ ଅନ୍ୟଦେଶରେ ଗୋଷ୍ଠୀୟମାନଙ୍କ ସଙ୍ଗେ ଆପଣାମାନଙ୍କୁ ମିଶ୍ରିତ କରିଅଛନ୍ତି। ଏହି ଅପରାଧରେ ଅଧିପତି ଓ ଶାସନକର୍ତ୍ତାମାନଙ୍କ ହସ୍ତ ପ୍ରଧାନ ହୋଇଅଛି।” 3 ଯେତେବେଳେ ମୁଁ ଏହିକଥା ଶୁଣିଲି ମୁଁ ମୋର ବସ୍ତ୍ର ଓ ଗ୍ଭେଗା ଚିରି ନିଜ ମସ୍ତକ ଓ ଦାଢ଼ିର କେଶ କ୍ଷୌରକରି ଚିନ୍ତିତ ହୋଇ ବସିଲି। 4 ସେତେବେଳେ ନିର୍ବାସିତ ଲୋକମାନଙ୍କର ଅପରାଧ ପାଇଁ ଇସ୍ରାଏଲର ପରମେଶ୍ୱରଙ୍କ ବ୍ୟବସ୍ଥାରେ କମ୍ପିତ ପ୍ରତ୍ୟେକ ଲୋକ ମୋର ନିକଟରେ ଏକତ୍ରିତ ହେଲେ। ମୁଁ ସନ୍ଧ୍ୟାକାଳୀନ ବଳିଦାନ ସମୟ ପର୍ଯ୍ୟନ୍ତ ଓ ମୋ’ ଗ୍ଭରିପଟେ ସେମାନେ ଏକତ୍ରିତ ହେବା ପର୍ଯ୍ୟନ୍ତ ଆଘାତ ପାଇ ବସିଲି।
5 ସନ୍ଧ୍ୟାକାଳୀନ ବଳିଦାନ ସମୟରେ ମୁଁ ଉଠିଲି। ମୋ’ ଦେହରେ ଚିରାବସ୍ତ୍ର ଓ ଗ୍ଭେଗା ଥିଲା। ମୁଁ ମୋର ଆଣ୍ଠୁମାଡ଼ି ସଦାପ୍ରଭୁ ମୋର ପରମେଶ୍ୱରଙ୍କ ଆଡ଼େ ହସ୍ତ ବିସ୍ତାର କରି କହିଲି, 6 ହେ ମୋର ପରମେଶ୍ୱର,
ମୁଁ ଲଜ୍ଜିତ ହୋଇଅଛି। ହେ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ମୁହଁ ଦେଖାଇବାକୁ ଲଜ୍ଜିତ କାରଣ ଆମ୍ଭମାନଙ୍କ ଅପରାଧ ଆମ୍ଭମାନଙ୍କର ମସ୍ତକର ଉପରକୁ ଉଠିଅଛି। ଆମ୍ଭମାନଙ୍କ ଦୋଷ ସ୍ୱର୍ଗସ୍ପର୍ଶୀ ହୋଇଅଛି। 7 ଆମ୍ଭମାନଙ୍କ ପୂର୍ବପୁରୁଷଗଣର ସମୟାବଧି ଆଜି ପର୍ଯ୍ୟନ୍ତ ଆମ୍ଭେମାନେ ଅତିଶୟ ଦୋଷୀ ହୋଇଅଛୁ। ଆମ୍ଭମାନଙ୍କର ଅପରାଧ ପାଇଁ ଆଜିର ନ୍ୟାୟ ଆମ୍ଭେମାନେ ଆମ୍ଭମାନଙ୍କ ରାଜଗଣ ଓ ଆମ୍ଭମାନଙ୍କ ଯାଜକଗଣ ନାନା ଦେଶୀୟ ରାଜଗଣ ହସ୍ତରେ, ଖଡ଼୍ଗରେ, ବନ୍ଦୀତ୍ୱରେ ଓ ଅପମାନିତ ହେବା ପାଇଁ ସମର୍ପିତ ହୋଇଅଛୁ।
8 “ଆମ୍ଭମାନଙ୍କ ପରମେଶ୍ୱର ଯେପରି ଆମ୍ଭମାନଙ୍କ ମୁଖ ପ୍ରସନ୍ନ କରିବେ ଓ ଆମ୍ଭମାନଙ୍କ ନିର୍ବାସିତ ଅବସ୍ଥାରେ ଆମ୍ଭମାନଙ୍କୁ ନିଶ୍ଚିତ ଆଶ୍ୱାସନା ଦେବେ। ଆମ୍ଭମାନଙ୍କୁ ରକ୍ଷା କରିବା ପାଇଁ ଆପଣା ପବିତ୍ର ସ୍ଥାନରେ ଆମ୍ଭମାନଙ୍କୁ ଏକ ଖୁଣ୍ଟି ଦେବାକୁ ବର୍ତ୍ତମାନ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କଠାରୁ କ୍ଷଣକାଳ ଅନୁଗ୍ରହ ପାଇଅଛୁ। 9 ହଁ, ଆମ୍ଭେମାନେ ବନ୍ଦୀ ଥିଲୁ। କିନ୍ତୁ ତୁମ୍ଭେ ଆମ୍ଭକୁ ବେଶିଦିନ ନିର୍ବାସିତ କରି ରଖି ନ ଥିଲ। ତୁମ୍ଭେ ଆମ୍ଭ ପ୍ରତି ଦୟା କରିଥିଲ। ତୁମ୍ଭ ଯୋଗୁଁ ପାରସ୍ୟର ରାଜା ଆମ୍ଭ ପ୍ରତି ଦୟା ଦେଖାଇ ଥିଲେ। ତୁମ୍ଭର ମନ୍ଦିର ଧ୍ୱଂସ ହୋଇ ଯାଇଥିଲା। ଏବଂ ଆମ୍ଭେ ଏହାକୁ ପୁନଃନିର୍ମାଣ କରି ଏହାକୁ ନୂତନ ଜୀବନ ଦେଲୁ। ପରମେଶ୍ୱର, ତୁମ୍ଭେ ଯିହୁଦା ଓ ଯିରୁଶାଲମରେ ପ୍ରାଚୀର ଦେବା ପାଇଁ ଆମ୍ଭର ସହାୟ ହେଲ।
10 “ଏବେ ହେ ଆମ୍ଭର ପରମେଶ୍ୱର, ଏହା ପରେ ଆମ୍ଭମାନଙ୍କର କ’ଣ କରିବା ଉଚିତ୍? ଆମ୍ଭେ ତୁମ୍ଭର ଆଜ୍ଞାକୁ ଉପେକ୍ଷା କରିଛୁ! 11 ହେ ପରମେଶ୍ୱର, ତୁମ୍ଭେ ଆପଣା ଦାସ ଭବିଷ୍ୟଦ୍ବକ୍ତାଗଣ ଦ୍ୱାରା ଆଜ୍ଞାକରି କହିଥିଲ, ‘ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ। ତାହା ଅନ୍ୟ ଦେଶ ଗୋଷ୍ଠୀୟମାନଙ୍କ ଅଶୌଚ ଦ୍ୱାରା ଅଶୁଚି ଦେଶ ହୋଇଅଛି। ସେମାନଙ୍କର ଘୃଣାଯୋଗ୍ୟ କର୍ମ ଦେଶକୁ ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ସେମାନଙ୍କ ପାପରେ ପରିପୂର୍ଣ୍ଣ କରିଅଛି। 12 ଏଣୁ ହେ ଇସ୍ରାଏଲର ଲୋକମାନେ ତୁମ୍ଭର ସନ୍ତାନମାନଙ୍କୁ ସେମାନଙ୍କର ସନ୍ତାନମାନଙ୍କ ସହିତ ବିବାହ ଦିଅ ନାହିଁ। କିମ୍ବା ସେମାନଙ୍କ ଶାନ୍ତି ଓ ସୌଭାଗ୍ୟ ପାଇଁ କଦାପି ଚେଷ୍ଟା କର ନାହିଁ। ତହିଁରେ ତୁମ୍ଭେମାନେ ବଳବାନ ହେବ। ଦେଶର ଉତ୍ତମ ଦ୍ରବ୍ୟ ଭୋଜନ କରିବ ଓ ସବୁଦିନ ପାଇଁ ଆପଣା ସନ୍ତାନଗଣର ଅଧିକାର ନିମନ୍ତେ ତାହା ରଖିଯିବ। ମାତ୍ର ଆମ୍ଭେମାନେ ତୁମ୍ଭର ଏହି ଆଜ୍ଞା ପରିତ୍ୟାଗ କରିଅଛୁ।’
13 “ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କର ପ୍ରାପ୍ୟଠାରୁ କମ୍ ଦଣ୍ତ ଦେଇଛ। ଏବଂ ଯଦିଓ ଆମ୍ଭର ପାପ ଓ ଦୋଷ ଯୋଗୁଁ ଏସବୁ ଆମ୍ଭ ପାଖକୁ ଆସିଛି। ଆମ୍ଭମାନଙ୍କ ମଧ୍ୟରୁ କେତେକଙ୍କୁ ଜୀବିତ ରଖିଅଛ। 14 ଏହା ଦେଖି ସାରିବା ପରେ ଆମ୍ଭେମାନେ କ’ଣ ଆଉଥରେ ଏପରି ଭୁଲ୍ କରିବୁ। ଏହି ଘୃଣାଯୋଗ୍ୟ କର୍ମ ଅନ୍ୟ ଗୋଷ୍ଠୀୟମାନଙ୍କ ସଙ୍ଗେ ବନ୍ଧୁ କରିବୁ, ତୁମ୍ଭେ କ’ଣ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ନିଃଶେଷ କରିବ ନାହିଁ।
15 “ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଧର୍ମମୟ ଅଟ, ଯେଉଁଥିପାଇଁ ଆମ୍ଭେମାନେ ଆଜି ପର୍ଯ୍ୟନ୍ତ ରକ୍ଷା ପାଇଅଛୁ। ଆମ୍ଭେମାନେ ତୁମ୍ଭ ସାକ୍ଷାତରେ ନିଜ ଦୋଷରେ ଦୋଷୀ ହୋଇଅଛୁ। କାରଣ ସେଥିପାଇଁ କେହି ତୁମ୍ଭ ଛାମୁରେ ଠିଆ ହୋଇପାରେ ନାହିଁ।”
ଲୋକମାନେ ସେମାନଙ୍କର ପାପ ସ୍ୱୀକାର କଲେ
10 ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରେ ପ୍ରାର୍ଥନା କରୁଥିଲେ ଓ ତାଙ୍କର ଦୋଷ ସ୍ୱୀକାର କରୁଥିଲେ। ଏହି ସମୟରେ ସେ ପରମେଶ୍ୱରଙ୍କ ମନ୍ଦିର ସମ୍ମୁଖରେ ନତମସ୍ତକ ହୋଇ କ୍ରନ୍ଦନ କରୁଥିଲେ। ଏଜ୍ରା ଏପରି କରୁଥିବା ସମୟରେ ଦଳେ ଲୋକ ଇସ୍ରାଏଲର ପୁରୁଷମାନେ, ସ୍ତ୍ରୀମାନେ ଓ ପିଲାମାନେ ତାଙ୍କ ଚତୁର୍ପାର୍ଶ୍ୱରେ ଘେରି ରହିଥିଲେ। ସେହି ଇସ୍ରାଏଲୀୟମାନେ ମଧ୍ୟ ଅତିଶୟ କ୍ରନ୍ଦନ କରୁଥିଲେ। 2 ଏହା ପରେ ଏଲାମର ବଂଶଧରମାନଙ୍କ ମଧ୍ୟରୁ ଯିହୀୟେଲର ପୁତ୍ର ଶଖନିୟ ଏଜ୍ରାଙ୍କୁ କହିଲା, “ଆମ୍ଭେ ଆମ୍ଭର ପରମେଶ୍ୱରଙ୍କୁ ବିଶ୍ୱାସଘାତ କରୁଛୁ। ଆମ୍ଭେ ଅନ୍ୟ ଦେଶୀୟମାନଙ୍କୁ ବିବାହ କରିଛୁ। କିନ୍ତୁ ଆମ୍ଭେ ଏପରି କଲେ ମଧ୍ୟ ଆମ୍ଭମାନଙ୍କର ଇସ୍ରାଏଲଙ୍କ ପ୍ରତି ଭରସା ଅଛି। 3 ଏବେ ଆମ୍ଭେମାନେ ଆମ୍ଭ ପ୍ରଭୁଙ୍କର ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞାରେ କମ୍ପିତ ଲୋକମାନଙ୍କର ମନ୍ତ୍ରଣାନୁସାରେ ଏହିସବୁ ସ୍ତ୍ରୀମାନଙ୍କୁ ଓ ଏମାନଙ୍କଠାରୁ ଜାତ ସନ୍ତାନମାନଙ୍କୁ ଦୂର କରିଦେବା ପାଇଁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସହିତ ଚୁକ୍ତି କରିବା ଏବଂ ଏହା ପରମେଶ୍ୱରଙ୍କ ବ୍ୟବସ୍ଥାନୁସାରେ କରାଯାଉ। 4 ହେ ଏଜ୍ରା, ଉଠ, କାରଣ ତୁମ୍ଭ ଉପରେ ଏହି କାର୍ଯ୍ୟର ଭାର ଅଛି, ତେଣୁ ଆମ୍ଭେମାନେ ତୁମ୍ଭକୁ ସାହାଯ୍ୟ କରିବୁ। ସାହସିକ ହୋଇ ଏହି କାର୍ଯ୍ୟ କରନ୍ତୁ।”
5 ତେଣୁ ଏଜ୍ରା ଉଠିଲେ। ସେହି ବାକ୍ୟ ଅନୁସାରେ କାର୍ଯ୍ୟ କରିବା ପାଇଁ ଯାଜକମାନଙ୍କର, ଲେବୀୟମାନଙ୍କର ଓ ସମଗ୍ର ଇସ୍ରାଏଲର ପ୍ରଧାନବର୍ଗଙ୍କୁ ପ୍ରତିଜ୍ଞା କରାଇଲେ। 6 ଏହା ପରେ ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରୁ ଉଠିଗଲେ। ଏହା ପରେ ଇଲିୟାଶୀବର ପୁତ୍ର ଯିହୋହାନନର କୋଠରୀକୁ ଗଲେ। ଏଜ୍ରା ସେଠାରେ ରହିବା ସମୟରେ ସେ କୌଣସି ଖାଦ୍ୟ ଖାଇ ନ ଥିଲେ, କି ଜଳପାନ କରି ନ ଥିଲେ। ସେ ଏପରି କରିଥିଲେ କାରଣ ସେ ବହୁତ ଦୁଃଖିତ ଥିଲେ। ସେ ଇସ୍ରାଏଲମାନଙ୍କ ପାପ ପାଇଁ ବହୁତ ଦୁଃଖିତ ଥିଲେ ଯେଉଁମାନେ ଯିରୁଶାଲମକୁ ଫେରି ଆସିଥିଲେ। 7 ଏହା ପରେ ସେ ଯିହୁଦା ଓ ଯିରୁଶାଲମର ପ୍ରତ୍ୟେକ ପ୍ରାନ୍ତରକୁ ଖବର ପଠାଇଲେ। ଏବଂ ସେ ସେହି ଲୋକମାନଙ୍କୁ, ଯେଉଁମାନେ ବନ୍ଦୀତ୍ୱରୁ ଫେରି ଆସିଥିଲେ, ସେମାନଙ୍କ ନିକଟରେ ଘୋଷଣା କରି କହିଲେ, ସେମାନେ ଯିରୁଶାଲମରେ ଏକତ୍ରିତ ହେବେ। 8 ଯଦି କୌଣସି ଲୋକ ତିନି ଦିନ ମଧ୍ୟରେ ଯିରୁଶାଲମକୁ ନ ଆସିବ, ତେବେ ତାର ସମସ୍ତ ସମ୍ପତ୍ତି ହରଣ କରାଯିବ। ଏହି ନିଷ୍ପତ୍ତି ଅଧିପତିମାନେ ଓ ପ୍ରାଚୀନବର୍ଗମାନେ ନେଇଥିଲେ ଓ ସେମାନଙ୍କୁ ମଧ୍ୟ ବନ୍ଦୀତ୍ୱର ସମାଜରୁ ପୃଥକ କରାଯିବ।
9 ତେଣୁ ଯିହୁଦା ଓ ବିନ୍ୟାମିନର ସମଗ୍ର ଲୋକ ତିନି ଦିନ ମଧ୍ୟରେ ଯିରୁଶାଲମରେ ଏକତ୍ରିତ ହେଲେ। ସେହି ଦିନ ନବମ ମାସର ବିଂଶତିତମ ଦିନ ଥିଲା। ଆଉ ସମସ୍ତ ଲୋକେ ପରମେଶ୍ୱରଙ୍କ ଗୃହର ସମ୍ମୁଖସ୍ଥ ଛକରେ ବସି ଉକ୍ତ ବିଷୟ ଓ ମହାବୃଷ୍ଟି ସକାଶୁ କମ୍ପିତ ହୋଉଥିଲେ। 10 ଏହା ପରେ ଯାଜକ ଏଜ୍ରା ଠିଆ ହୋଇ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଅବିଶ୍ୱସ୍ତ ହୋଇଅଛ ଓ ଇସ୍ରାଏଲର ଦୋଷ ବଢ଼ାଇଅଛ, କାରଣ ତୁମ୍ଭେମାନେ ଅଣଇସ୍ରାଏଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଅଛ। 11 ଏଣୁ ତୁମ୍ଭେ ତୁମ୍ଭର ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ନିକଟରେ ପ୍ରକାଶ କର। ତାଙ୍କର ତୁଷ୍ଟିଜନକ କାର୍ଯ୍ୟ କର। ଦେଶସ୍ଥ ଅନ୍ୟ ଗୋଷ୍ଠୀୟମାନଙ୍କଠାରୁ ଓ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କଠାରୁ ଆପଣାମାନଙ୍କୁ ପୃଥକ କର।”
12 ଏହା ପରେ ସମଗ୍ର ସମାଜ ଏକତ୍ରିତ ହୋଇ ଏଜ୍ରାଙ୍କୁ ଉତ୍ତର ଦେଇ କହିଲେ, “ହେ ଏଜ୍ରା, ତୁମ୍ଭେ ଠିକ୍ କହିଛ। ତୁମ୍ଭେ ଆମ୍ଭକୁ ଯାହା କହିଲ ଆମ୍ଭେ ଠିକ୍ ସେହିପରି କରିବୁ। 13 କିନ୍ତୁ ଏଠାରେ ବହୁତ ଲୋକ ଅଛନ୍ତି ଏବଂ ଏହା ବର୍ତ୍ତମାନ ବୃଷ୍ଟିର ସମୟ। ଆଉ ଆମ୍ଭେମାନେ ବାହାରେ ଠିଆ ହେବା ଅସମ୍ଭବ। ଏବଂ ଏହା ଅଳ୍ପ ଦିନର କାର୍ଯ୍ୟ ନୁହେଁ, ଯେହେତୁ ଏହି ବିଷୟରେ ଆମ୍ଭେମାନେ ମହା ଅପରାଧ କରିଅଛୁ। 14 ଏଣୁ ସମଗ୍ର ସମାଜ ନିମନ୍ତେ ଆମ୍ଭମାନଙ୍କ ଅଧିପତିମାନେ ନିଯୁକ୍ତ ହୁଅନ୍ତୁ। ଯେଉଁ ଲୋକମାନେ ଅଣଇସ୍ରାଏଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଛନ୍ତି, ସେମାନେ ସମସ୍ତେ ନିରୂପିତ ସମୟରେ ଆସନ୍ତୁ ଓ ସେମାନଙ୍କ ସଙ୍ଗେ ପ୍ରତ୍ୟେକ ନଗରର ପ୍ରାଚୀନଗଣ ଓ ବିଗ୍ଭରକର୍ତ୍ତାଗଣ ଆସନ୍ତୁ। ଆମ୍ଭ ପରମେଶ୍ୱରଙ୍କର କ୍ରୋଧ ଯେପର୍ଯ୍ୟନ୍ତ ଅତିକ୍ରମ ନ ହୋଇଛି ଏହି କାରଣ ଯୋଗୁଁ ଏହି ବିଷୟ ଗ୍ରହଣୀୟ ହେବ ନାହିଁ।”
15 ଏହି କଥା ବିରୁଦ୍ଧରେ କେବଳ ଆସାହେଲର ପୁତ୍ର ଯୋନାଥନ ଓ ତିକ୍ବର ପୁତ୍ର ଯହସିୟ ଉଠିଲେ। ଆଉ ମସୁଲମ୍ ଓ ଲେବୀୟ ଶବ୍ଦଥୟ ସେମାନଙ୍କର ସାହାଯ୍ୟ କଲେ।
16 ମାତ୍ର ବନ୍ଦୀତ୍ୱର ସନ୍ତାନମାନେ ସେହିପରି କର୍ମ କଲେ। ପୁଣି ଯାଜକ ଏଜ୍ରା ସେଇ ଲୋକମାନଙ୍କୁ ବାଛିଲେ, ଯେଉଁମାନେ ପରିବାରର ମୁଖ୍ୟ ଥିଲେ। ପ୍ରତ୍ୟେକ ପରିବାରରୁ ଜଣେ ଲେଖାଏଁ ବଛାଗଲେ। ଆଉ ସେମାନେ ଦଶମ ମାସର ପ୍ରଥମ ଦିନ ସେହି ବିଷୟ ଅନୁସନ୍ଧାନ କରିବାକୁ ବସିଲେ। 17 ପୁଣି ସେମାନେ ପ୍ରଥମ ମାସର ପ୍ରଥମ ଦିନରେ ଅନ୍ୟ ଦେଶୀୟା ସ୍ତ୍ରୀ ବିବାହକାରୀ ପୁରୁଷ ସମସ୍ତଙ୍କର ବିଗ୍ଭର ସମାପ୍ତ କଲେ।
ବିଦେଶିନୀ ସ୍ତ୍ରୀମାନଙ୍କୁ ବିବାହ କରିଥିବା ଲୋକମାନଙ୍କର ତାଲିକା
18 ଯାଜକମାନଙ୍କ ବଂଶଗଣ ମଧ୍ୟରୁ ଯେଉଁମାନେ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନେ ହେଲେ ଯଥା:
ଯୋଷାଦକର ପୁତ୍ର ଯେଶୂୟର ସନ୍ତାନଗଣ ଓ ତାହାର ଭ୍ରାତୃଗଣ ମଧ୍ୟରୁ ମାସେୟ, ଇଲୀୟେଷର, ଯାରିବ ଓ ଗଦଲିୟ। 19 ଏମାନେ ଆପଣା ଆପଣା ସ୍ତ୍ରୀମାନଙ୍କୁ ଦୂର କରି ଦେବେ ବୋଲି କଥା ଦେଲେ। ଆଉ ଦୋଷୀ ହେବାରୁ ସେମାନେ ନିଜ ନିଜର ଦୋଷ ସକାଶେ ପଲରୁ ଏକ ଏକ ମେଷ ଦୋଷାର୍ଥକବଳି ରୂପେ ଉତ୍ସର୍ଗ କଲେ।
20 ଆଉ ଇମ୍ମେରର ବଂଶଧରମାନଙ୍କ ମଧ୍ୟରୁ ହନାନି ଓ ସବଦିୟ।
21 ହାରିମର ବଂଶଧରମାନଙ୍କ ମଧ୍ୟରୁ ମାସେୟ ଓ ଏଲିୟ ଓ ଶମୟିୟ, ଯିହୀୟେଲ ଓ ଉଷିୟ।
22 ପଶହୂରର ସନ୍ତାନମାନଙ୍କର ମଧ୍ୟରୁ ଇଲୟୋ-ଐନୟ, ମାସେୟ, ଇଶ୍ମାୟେଲ, ନଥନେଲ, ଯୋଷାବଦ୍ ଓ ଇଲିୟାସା।
23 ଆଉ, ଲେବୀୟମାନଙ୍କ ମଧ୍ୟରୁ
ଯୋଷାବଦ୍, ଶିମିୟି ଓ କଲାୟ, ଏହାକୁ କଲିଟ୍ କହନ୍ତି, ପଥାହିୟ, ଯିହୁଦା ଓ ଇଲୀୟେଷର;
24 ଗାୟକମାନଙ୍କ ମଧ୍ୟରୁ ଇଲୀୟାଶୀବ୍, ଦ୍ୱାରପାଳକମାନଙ୍କ ମଧ୍ୟରୁ ଶଲ୍ଲୁମ୍ ଓ ଟେଲମ୍ ଓ ଊରି।
25 ଇସ୍ରାଏଲ ମଧ୍ୟରେ
ପରିୟୋଶର ବଂଶଧରମାନଙ୍କ ମଧ୍ୟରୁ ରମିୟ ଓ ଯିଷିୟ, ମଲ୍କିୟ, ମିୟାମୀନ୍, ଇଲିୟାସର, ମଲ୍କିୟ ଓ ବନାୟ।
26 ଏଲମର ବଂଶଧରଗଣ ମଧ୍ୟରୁ ମତ୍ତନିୟ, ଜିଖରିୟ, ଯିହୀୟେଲ, ଅବ୍ଦି, ଯିରେମୋତ୍ ଓ ଏଲିୟ।
27 ସତ୍ତୁର ବଂଶଧରଗଣ ମଧ୍ୟରୁ ଇଲିୟୋ-ଐନୟ, ଇଲୀୟାଶୀବ୍, ମତ୍ତନିୟ, ଯିରେମୋତ୍, ଯାବତ୍ ଓ ଅସୀସା।
28 ବେବୟର ସନ୍ତାନଗଣ ମଧ୍ୟରୁ ଯିହୋହାନନ୍, ହନାନିୟ, ସଜୟ ଓ ଅତ୍ତଲୟ।
29 ଆଉ ବାନିର ବଂଶଧରଗଣ ମଧ୍ୟରୁ ମଶୁଲ୍ଲମ୍, ମଲ୍ଲକ, ଅଦାୟା, ଯାଶୂବ୍, ଶାଲ ଓ ଯିରେମୋତ୍।
30 ଆଉ ପହତ୍ ମୋୟାବର ବଂଶଧରଗଣ ମଧ୍ୟରୁ ଅଦନ, କଲାଲ୍, ବନାୟ, ମାସେୟ, ମତ୍ତିନିୟ, ବତ୍ସଲେଲ, ବନ୍ନୁୟୀ ଓ ମନଃଶି।
31 ହାରିମର ବଂଶଧରଗଣ ମଧ୍ୟରୁ ଇଲୀୟେଷର, ଯିଶିୟ, ମଲ୍ଲିୟ, ଶମୟିୟ, ଶିମିୟୋନ,
32 ବିନ୍ୟାମୀନ, ମଲ୍ଲୂକ ଓ ଶମରିୟ।
33 ହଶୂମର ବଂଶଧରଗଣ ମଧ୍ୟରୁ ମତ୍ତନୟ, ମତ୍ତତ୍ତ, ସାବଦ୍, ଇଲିଫେଲଟ୍, ଯିରେମୟ, ମନଃଶି ଓ ଶିମିୟି।
34 ବାନିର ବଂଶଧରଗଣ ମଧ୍ୟରୁ ମାଦୟ, ଅମ୍ରାମ ଓ ଉୟେଲ, 35 ବନାୟ, ବେଦିୟା, କଲୂହ, 36 ବନିୟା, ମରେମୋତ୍, ଇଲୀୟାଶୀବ୍, 37 ମତ୍ତନିୟ, ମତ୍ତନୟ ଓ ଯାଶୟ।
38 ଏବଂ ବିନ୍ନୁୟି, ଶିମିୟିର ଭବିଷ୍ୟଦ୍ ବଂଶଧର ମଧ୍ୟରୁ 39 ଶେଲିମିୟ, ନାଥନ୍ ଓ ଅଦାୟା, 40 ମଗ୍ନଦହବୟ, ଶାଶୟ, ଶାରୟ, 41 ଅସରେଲ, ଶେଲିମିୟ, ଶମରିୟ, 42 ଶଲ୍ଲୁମ୍, ଅମରିୟ ଓ ଯୋଷେଫ।
43 ନବୋର ବଂଶଧରଗଣ ମଧ୍ୟରୁ ଯିୟୟେଲ, ମତ୍ତଥିୟ, ସାବଦ୍, ସବୀନଃ, ଇଦ୍ଦୋ, ଯୋୟେଲ ଓ ବନାୟ।
44 ଏସମସ୍ତ ଲୋକମାନେ ଅଣଇସ୍ରାଏଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ। ଆଉ ସେମାନେ ସେମାନଙ୍କର ବିଦେଶୀନି ସ୍ତ୍ରୀମାନଙ୍କୁ ସେମାନଙ୍କର ସନ୍ତାନମାନଙ୍କ ସହିତ ପଠେଇ ଦେଲେ।
2010 by World Bible Translation Center