Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 27-28

ପାଉଲଙ୍କର ରୋମକୁ ଜଳଯାତ୍ରା

27 ଇତାଲିଆକୁ ଜାହାଜରେ ଯାତ୍ରା କରିବା ପାଇଁ ସ୍ଥିର ହେବାରୁ ପାଉଲ ଓ ଅନ୍ୟ ବନ୍ଦୀମାନଙ୍କୁ ଦାୟିତ୍ୱ ଯୂଲିଅ ନାମକ ଶତସେନାପତିଙ୍କ ହସ୍ତରେ ଅର୍ପଣ କରାଗଲା। ସେହି ଯୂଲିଅ ସମ୍ରାଟଙ୍କର ସେନାବାହିନୀରେ ଗ୍ଭକିରୀ କରୁଥିଲେ। ଆମ୍ଭେମାନେ ଆଦ୍ରାମୁତ୍ତୀୟରୁ ଗୋଟିଏ ଜାହାଜରେ ଉଠିଲୁ। ସେହି ଜାହାଜଟି ଏସିଆ ଉପକୂଳବର୍ତ୍ତୀ ବନ୍ଦରଗୁଡ଼ିକୁ ଯାଉଥିଲା। ଥେସଲନିକୀର ଆରିସ୍ତାର୍ଖ ନାମକ ଜଣେ ମାକିଦନିଆ ଅଧିବାସୀ ଆମ୍ଭ ସହିତ ଥିଲେ।

ତହିଁ ଆରଦିନ ଆମ୍ଭେ ସୀଦୋନରେ ପହଞ୍ଚିଲୁ। ଯୂଲିଅ ପାଉଲଙ୍କ ପ୍ରତି ଦୟା ଦେଖେଇ ତାହାଙ୍କୁ ତାହାଙ୍କର ବନ୍ଧୁମାନଙ୍କ ସହିତ ସାକ୍ଷାତ କରିବା ପାଇଁ ଅନୁମତି ଦେଲେ। ପାଉଲଙ୍କ ବନ୍ଧୁମାନେ ତାହାଙ୍କର ଆବଶ୍ୟକତା ପୂର୍ଣ୍ଣ କଲେ। ତା'ପରେ ଆମ୍ଭେ ସୀଦୋନ ନଗର ଛାଡ଼ିଲୁ। ସେ ସମୟରେ ପ୍ରତିକୂଳ ପବନ ବହୁଥିଲା। ତେଣୁ ଆମ୍ଭେ ସାଇପ୍ରସ୍ ଉପଦ୍ୱୀପ ନିକଟ ଦେଇ ଜଳଯାତ୍ରା କଲୁ। ତା'ପରେ ଆମ୍ଭେ କିଲିକିୟା ଓ ଫଫୁଲିଆ କୂଳେ କୂଳେ ଯାଇ ଲୁକିଆ ଦେଶର ମୁରା ନଗରୀରେ ପହଞ୍ଚିଲୁ। ସେଠାରେ ଯୂଲିଅ ଆଲେ‌କ୍‌ଜାଣ୍ଡ୍ରିୟାର ଜାହାଜଟିଏ ଇତାଲିଆକୁ ଯାଉଥିବାର ପାଇଲେ ସେ ଆମ୍ଭମାନଙ୍କୁ ସେଥିରେ ଚଢ଼ାଇ ଦେଲେ।

ଆମ୍ଭେମାନେ କିଛି ଦିନ ଧୀରେ ଧୀରେ ଯାତ୍ରା କଲୁ। ଶେଷରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇ କ୍ନିଦ ପହଞ୍ଚିଲୁ। କିନ୍ତୁ ଖୁବ୍ ଜୋ‌ର୍‌‌ରେ ପବନ ବହୁଥିବାରୁ ଆମ୍ଭେ ଆଗକୁ ଯାଇ ପାରିଲୁ ନାହିଁ। ତେଣୁ ଆମ୍ଭେ ସାଲ୍ମୋନୀର ନିକଟ କ୍ରୀତୀ ଦ୍ୱୀପ ଉପକୂଳ ଦେଇ ଯାତ୍ରା କଲୁ। ଆମ୍ଭେ କୂଳେ କୂଳେ ବହୁତ କଷ୍ଟରେ ଯାତ୍ରା କଲୁ। ତା'ପରେ ଆମ୍ଭେ ଲାସାୟା ନଗର ପାଖ ‘ସୁନ୍ଦର ବନ୍ଦର’ ନାମକ ସ୍ଥାନରେ ପହଞ୍ଚିଲୁ।

ଏହିପରି ବହୁତ ସମୟ ବିତିଗଲା। ସେତେବେଳେ ଯିହୂଦୀୟ ଉପବାସ ଦିବସର ପରବର୍ତ୍ତୀ ସମୟ ହୋଇ ଥିବାରୁ, ଦୀର୍ଘ ଯାତ୍ରା ପାଇଁ ପାଗ ବିପଦପୂର୍ଣ୍ଣ ହୋଇ ଆସୁଥିଲା। ତେଣୁ ପାଉଲ ସେମାନଙ୍କୁ ସାବଧାନ କରେଇ କହିଲେ, “ହେ ବନ୍ଧୁଗଣ! ମୁଁ ଭାବୁଛି, ଆମ୍ଭମାନଙ୍କର ଆଉ ଆଗକୁ ଯାତ୍ରା କରିବା ବିପଦଜନକ ହେବ। 10 ଏହା ଦ୍ୱାରା ଯେ କେବଳ ଜାହାଜ ଓ ଜିନିଷପତ୍ରର କ୍ଷତି ଘଟିବ ତାହା ନୁହେଁ, ହୁଏତ ଆମ୍ଭମାନଙ୍କର ଜୀବନ ମଧ୍ୟ ଗ୍ଭଲିଯାଇପାରେ।” 11 କିନ୍ତୁ ସେନାଧିକାରୀ, ପାଉଲଙ୍କ କହିଥିବା କଥା ଅପେକ୍ଷା ଜାହାଜର କ୍ୟାପଟେନ୍ ଓ ମାଲିକଙ୍କ କଥାକୁ ଅଧିକ ବିଶ୍ୱାସ କଲେ। 12 ସେହି ବନ୍ଦରଟି ଶୀତ କଟେଇବା ପାଇଁ ଅନୁପଯୁକ୍ତ ଥିଲା। ତେଣୁ ଜାହାଜର ଅଧିକାଂଶ ନାବିକ ଫୈନୀ‌କ୍‌‌ସ୍‌ରେ ପହଞ୍ଚିବା ଆଶାରେ ସେଠାରେ ଆମ୍ଭ ସହିତ ଯିବା ପାଇଁ ଓ ଶୀତଋତୁ କଟେଇବା ପାଇଁ ପରାମର୍ଶ ଦେଲେ। ଫୈନୀ‌କ୍‌ସ୍ କ୍ରୀତି ଉପଦ୍ୱୀପର ଗୋଟିଏ ନଗର। ଫୈନୀ‌କ୍‌ସ୍ ଗୋଟିଏ ବନ୍ଦର। ତାହା ଉଭୟ ଉତ୍ତରପୂର୍ବ ଓ ଦକ୍ଷିଣ ପୂର୍ବ ଦିଗକୁ ଥିଲା।

ତୋଫାନ

13 ତା'ପରେ ପ୍ରବଳ ପବନ ଦକ୍ଷିଣ ଦିଗରୁ ବୋହିଲା। ଜାହାଜରେ ଥିବା ଲୋକମାନେ ଭାବିଲେ, “ଆମ୍ଭେ ଯେଉଁ ପବନ ବହିବା ଇଚ୍ଛା କରିଥିଲୁ, ତାହା ଆମ୍ଭେ ପାଇଲୁ।” ତେଣୁ ଆମ୍ଭେ ଲଙ୍ଗର ଉଠେଇ କ୍ରୀତି ଉପଦ୍ୱୀପର କୂଳେକୂଳେ ଯାତ୍ରା କଲୁ। 14 ମାତ୍ର ଅଳ୍ପ ସମୟ ପରେ ହଠାତ୍ ପାଗ ବଦଳିଗଲା। “ଉତ୍ତର ପୂର୍ବୀୟ” ନାମକ ପବନ, ଦ୍ୱୀପଆଡ଼ୁ ପ୍ରଚଣ୍ଡ ବେଗରେ ବୋହିବାକୁ ଲାଗିଲା। 15 ଏହା ଜାହାଜକୁ ଆଘାତ କରି ସମୁଦ୍ର ଭିତରକୁ ଠେଲି ନେଲା। ଜାହାଜ ପବନରେ ସ୍ଥିର ହୋଇ ରହି ନ ପାରିବାରୁ ଆମ୍ଭେ ତାକୁ ଭାସିଯିବା ପାଇଁ ଛାଡ଼ି ଦେଲୁ।

16 ତା'ପରେ ଆମ୍ଭେ କ୍ଳାଉଦ ନାମକ ଉପଦ୍ୱୀପ ଉହାଡ଼ରେ ଜାହାଜ ଚଲାଇଲୁ। ସେଠାରେ ଗୋଟିଏ ଜୀବନ ରକ୍ଷକ ଡଙ୍ଗାକୁ ବହୁ କଷ୍ଟରେ ଆମ୍ଭେ ଜାହାଜ ଉପରକୁ ଉଠାଇବାକୁ ସମର୍ଥ ହେଲୁ। 17 କେବଳ ତାହାକୁ ଜାହାଜ ଭିତରକୁ ନେଲୁ। ତାହାକୁ ଏକାଠି ଧରି ରଖିବା ପାଇଁ ଜାହାଜର ଗ୍ଭରିପଟେ ଦଉଡ଼ିରେ ବାନ୍ଧି ଦେଲେ। ନାବିକମାନେ ଗ୍ଭେରାବାଲିରେ ଜାହାଜ ଲାଗିଯିବାର ଭୟ କଲେ। ତେଣୁ ସେମାନେ ଉପର ପାଲଗୁଡ଼ିକ ଖସେଇ ପବନରେ ଜାହାଜଟିକୁ ଭସେଇ ଦେଲେ।

18 ତହିଁ ଆରଦିନ ସେମାନେ ଝଡ଼ ପ୍ରବଳ ବେଗରେ ବଢ଼ିବାରୁ ମାଲଗୁଡ଼ିକ ସମୁଦ୍ରରେ ପକେଇ ଦେଲେ। 19 ତୃତୀୟ ଦିନ ସେମାନେ ନିଜ ହାତରେ ଜାହାଜର ସରଞ୍ଜାମ ସବୁ ପାଣିକୁ ଫୋପାଡ଼ି ଦେଲେ। 20 ଆମ୍ଭେ ବହୁତ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ କି ତାରା କିଛି ଦେଖି ପାରିଲୁ ନାହିଁ। ପ୍ରଚଣ୍ଡ ଝଡ଼ ବତାସର ବେଗ କମିଲା ନାହିଁ। ଆମ୍ଭେମାନେ ଜୀବନ ରକ୍ଷା କରିବାର ସମସ୍ତ ଆଶା ହରେଇ ବସିଲୁ। ଆମ୍ଭେ ଭାବିଲୁ, ଆମ୍ଭର ମୃତ୍ୟୁ ଘଟିବ। ଅନେକ ଦିନ ପର୍ଯ୍ୟନ୍ତ ଆମ୍ଭେମାନେ କେହି କିଛି ଖାଇ ନ ଥିଲୁ।

21 ଶେଷରେ ପାଉଲ ସେମାନଙ୍କୁ କହିଲେ, “ବନ୍ଧୁଗଣ, ତୁମ୍ଭେମାନେ ଯଦି ମୋ’ କଥା ଶୁଣି କ୍ରୀତି ଉପଦ୍ୱୀପରୁ ଜାହାଜ ଛାଡ଼ି ନ ଥା’ନ୍ତ, ତେବେ ତୁମ୍ଭେମାନଙ୍କର ଏ ଜାହାଜ ନଷ୍ଟ ହୋଇ ନ ଥା’ନ୍ତା ଓ ଏତେ କ୍ଷତି ଘଟି ନ ଥା’ନ୍ତା। 22 କିନ୍ତୁ ବର୍ତ୍ତମାନ ମୋର କଥାଶୁଣ ଓ ସାହସ ଧର। କାରଣ ତୁମ୍ଭମାନଙ୍କ ମଧ୍ୟରୁ କାହାରି ଜୀବନ ଯିବ ନାହିଁ। କେବଳ ଜାହାଜଟି ନଷ୍ଟ ହୋଇଯିବ। 23 ମୁଁ ଯେଉଁ ପରମେଶ୍ୱରଙ୍କର ସେବା କରେ, ତାହାଙ୍କର ଜଣେ ଦୂତ ଗତକାଲି ରାତିରେ ମୋ’ ପାଖରେ ଠିଆ ହୋଇ କହିଲେ, 24 ‘ଭୟ କର ନାହିଁ, ପାଉଲ! ତୁମ୍ଭେ ନିଶ୍ଚୟ କାଇସରଙ୍କ ସମ୍ମୁଖକୁ ଯିବ। ପରମେଶ୍ୱର ତୁମ୍ଭ ହେତୁ ତୁମ୍ଭର ସମସ୍ତ ସହଯାତ୍ରୀଙ୍କ ଜୀବନ ରକ୍ଷା କରିବେ।’ 25 ତେଣୁ ବନ୍ଧୁଗଣ! ଖୁସୀ ହୁଅ। ମୁଁ ପରମେଶ୍ୱରଙ୍କୁ ବିଶ୍ୱାସ କରେ। ତାହାଙ୍କ ଦୂତ ମୋତେ ଯେପରି କହିଛନ୍ତି, ଠିକ୍ ସେହିପରି ଘଟିବ। 26 କିନ୍ତୁ ଆମ୍ଭେ କୌଣସି ଉପଦ୍ୱୀପ କୂଳରେ ଖଣ୍ଡ ବିଖଣ୍ଡ ହୋଇ ପଡ଼ିବୁ।”

27 ଝଡ଼ର ଚଉଦ ଦିନରେ ପ୍ରାୟ ମଧ୍ୟରାତ୍ରି ସମୟରେ ଆମ୍ଭ ଜାହାଜ ଆଦ୍ରିୟା ସମୁଦ୍ରର ପାଖରେ ଭାସୁଥିଲା। ଆମ୍ଭ ନାବିକମାନେ କୌଣସି ସ୍ଥଳ ଭାଗରେ ନିକଟବର୍ତ୍ତୀ ହୋଇଛନ୍ତି ବୋଲି ସନ୍ଦେହ କଲେ। 28 ସେମାନେ ଗୋଟିଏ କଡ଼ରେ ଓଜନ ଓହଳିଥିବା ଦଉଡ଼ି ସାହାଯ୍ୟରେ ମାପ କରି ସେଠାରେ ଜଳର ଗଭୀରତା 120 ଫୁଟ ବୋଲି ଦେଖିଲେ। କିଛି ସମୟ ପରେ ସେମାନେ ପୁଣି ମାପି ତାହା 90 ଫୁଟ ଗଭୀର ଥିବାର ଦେଖିଲେ। 29 ସେମାନେ ଭୟ କଲେ, ଯେ କାଳେ ଜାହାଜ ଭାସି-ଭାସି ଯାଇ ପଥରରେ ଧ‌କ୍‌କା ହୋଇଯିବ। ତେଣୁ ସେମାନେ ଜାହାଜର ପଛପଟେ ଗ୍ଭରୋଟି ଲଙ୍ଗର ପକାଇ ଦିନ ହେବା ପାଇଁ ଅପେକ୍ଷା କଲେ। 30 କେତେକ ନାବିକ ଜାହାଜ ଛାଡ଼ି ଗ୍ଭଲିଯିବାକୁ ଗ୍ଭହିଁଲେ। ତେଣୁ ସେମାନେ ଜୀବନ ରକ୍ଷକ ଡଙ୍ଗାକୁ ପାଣିରେ ଖସେଇ ଦେଲେ। ଯାହା ଫଳରେ ଅନ୍ୟମାନେ ଭାବିବେ ଯେ, ନାବିକମାନେ ଜାହାଜ ସାମନାରେ ଅଧିକ ଲଙ୍ଗର ପକାଇବାକୁ ଯାଉଛନ୍ତି। 31 କିନ୍ତୁ ପାଉଲ ସେନାଅଧିକାରୀଙ୍କୁ ଓ ସୈନିକମାନଙ୍କୁ କହିଲେ, “ଏମାନେ ଯଦି ଜାହାଜରେ ନ ରହିବେ, ତେବେ ତୁମ୍ଭେମାନେ କେହି ରକ୍ଷା ପାଇବ ନାହିଁ।” 32 ତେଣୁ ସୈନିକମାନେ ଜୀବନ ରକ୍ଷକ ଡଙ୍ଗାର ଦଉଡ଼ି କାଟି ଦେଲେ ଓ ତାହାକୁ ପାଣିରେ ପକେଇ ଦେଲେ।

33 ପାହାନ୍ତିଆ ସମୟର ଠିକ୍ ପୂର୍ବରୁ ପାଉଲ ସେମାନଙ୍କୁ କିଛି ଖାଦ୍ୟ ଖାଇବା ପାଇଁ ଅନୁରୋଧ କଲେ। ସେ କହିଲେ, “ତୁମ୍ଭେମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛ ଓ ଆଜିକୁ ଚଉଦ ଦିନ ଧରି ତୁମ୍ଭେମାନେ ଖାଦ୍ୟ ସ୍ପର୍ଶ କରି ନାହଁ। 34 ବର୍ତ୍ତମାନ ବଞ୍ଚିବା ପାଇଁ ତୁମ୍ଭମାନଙ୍କର କିଛି ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ତୁମ୍ଭମାନଙ୍କ ମଧ୍ୟରୁ କାହାରି ମୁଣ୍ଡର ଗୋଟିଏ ବାଳ ମଧ୍ୟ, ନଷ୍ଟ ହେବ ନାହିଁ।” 35 ଏତିକି କହିବା ପରେ ପାଉଲ କିଛି ରୋଟୀ ନେଇ ସମସ୍ତଙ୍କ ଆଗରେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ, ଓ ସେଥିରୁ ଖଣ୍ଡେ ଛିଣ୍ଡେଇ ଖାଇବାକୁ ଆରମ୍ଭ କଲେ। 36 ଏଥିରେ ସେମାନେ ସମସ୍ତେ ଉତ୍ସାହିତ ହେଲେ ଓ ସେମାନେ ମଧ୍ୟ ଖାଇବା ଆରମ୍ଭ କଲେ। 37 ଜାହାଜରେ ସର୍ବ ମୋଟ 276 ଜଣ ଥିଲେ। 38 ଆମ୍ଭେ ଯଥେଷ୍ଟ ପରିମାଣରେ ଖାଇବା ପରେ ଜାହାଜରେ ଥିବା ଗହମକୁ ସେମାନେ ସମୁଦ୍ରରେ ଫିଙ୍ଗି ଦେଲେ, ଯଦ୍ଦ୍ୱାରା ଜାହାଜ ହାଲୁକା ହୋଇଗଲା।

ଜାହାଜ ନଷ୍ଟ ହୋଇଗଲା

39 ଦିନ ହେଲା, ମାତ୍ର ନାବିକମାନେ ସେହି ସ୍ଥାନଟି ଚିହ୍ନି ପାରିଲେ ନାହିଁ। ସେମାନେ ଗୋଟିଏ ଉପସାଗର କୂଳରେ ବାଲିତଟ ଦେଖିଲେ। ସମ୍ଭବ ହେଲେ ସେହି କୂଳରେ ଜାହାଜ ଲଗେଇବା ପାଇଁ ସ୍ଥିର କଲେ। 40 ସେମାନେ ଲଙ୍ଗରଗୁଡ଼ିକ କାଟି ସମୁଦ୍ରରେ ଫିଙ୍ଗି ଦେଲେ। ସେମାନେ ମଙ୍ଗର ଦଉଡ଼ି ଫିଟେଇ ପବନରେ ସାମନା ପାଲଟି ଉଠାଇଲେ। ତା'ପରେ ସେମାନେ ବାଲିତଟ ଆଡ଼କୁ ଯାତ୍ରା କଲେ। 41 କିନ୍ତୁ ଜାହାଜଟି ଦୁଇଟି ସମୁଦ୍ରର ସଙ୍ଗମ ସ୍ଥାନରେ ଗୋଟିଏ ବାଲିଚଡ଼ାଠାରେ ଧ‌କ୍‌କା ଖାଇ ଲାଗିଗଲା। ତେଣୁ ଜାହାଜର ଆଗ ଅଂଶ ଅଚଳ ହୋଇଗଲା ଓ ପଛ ଭାଗ ଲହରୀ ଧ‌କ୍‌କାରେ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା।

42 ବନ୍ଦୀମାନେ କାଳେ ପହଁରି ଖସି ଗ୍ଭଲିଯିବେ, ସେଥିପାଇଁ ସୈନ୍ୟମାନେ ଭୟରେ ସେମାନଙ୍କୁ ହତ୍ୟା କରିବା ପାଇଁ ଚିନ୍ତା କଲେ। 43 କିନ୍ତୁ ସେନା ଅଧିକାରୀ ଯୂଲିଅ ପାଉଲଙ୍କୁ ରକ୍ଷା କରିବା ପାଇଁ ଗ୍ଭହିଁଲେ। ତେଣୁ ବନ୍ଦୀ ଲୋକମାନଙ୍କୁ ମାରିଦେବା ପାଇଁ ସେ ସୈନିକମାନଙ୍କୁ ଅନୁମତି ଦେଲେ ନାହିଁ। ସେ ପହଁରି ଜାଣିଥିବା ଲୋକଙ୍କୁ ସମୁଦ୍ରକୁ ଡେଇଁ ପଡ଼ି ପହଁରି ପହଁରି କୂଳକୁ ଯିବା ପାଇଁ ଆଦେଶ ଦେଲେ। 44 ସେ ଅନ୍ୟମାନଙ୍କୁ ଜାହାଜର କୌଣସି କାଠ ପଟା ବା ଭଙ୍ଗା ଅଂଶକୁ ଧରି ବା ଭେଳା ସାହାଯ୍ୟରେ କୂଳକୁ ଯିବା ପାଇଁ କହିଲେ। ଏହିପରି ଭାବରେ ସମସ୍ତେ ନିରାପଦରେ କୂଳରେ ଆସି ପହଞ୍ଚିଲେ। କାହାର ମୃତ୍ୟୁ ହେଲା ନାହିଁ।

ମେଲିତୀ ଦ୍ୱୀପରେ ପାଉଲ

28 ଆମ୍ଭେ ନିରାପଦରେ କୂଳରେ ପହଞ୍ଚିବା ପରେ ଜାଣିଲୁ ଯେ, ସେହି ଉପଦ୍ୱୀପର ନାମ ମେଲିତୀ ସେତେବେଳେ ବର୍ଷା ହେଉଥିଲା। ବହୁତ ଥଣ୍ଡା ଲାଗୁଥିଲା, ଦ୍ୱୀପର ବାସିନ୍ଦାମାନେ ଆମ୍ଭମାନଙ୍କ ପ୍ରତି ବହୁତ ଦୟା ଦେଖାଇଲେ। ସେମାନେ ଆମ୍ଭପାଇଁ ନିଆଁ ଜଳେଇ ଆମ୍ଭକୁ ସ୍ୱାଗତ କଲେ। ପାଉଲ ବିଡ଼ାଏ କାଠ ଏକତ୍ର କରି ନିଆଁରେ ପକାଇଲେ। ସେତେବେଳେ ନିଆଁର ଉତ୍ତାପ ହେତୁ ଗୋଟିଏ ବିଷାକ୍ତ ସାପ ବାହାରି ପାଉଲଙ୍କ ହାତକୁ କାମୁଡ଼ି ଦେଲା। ସେଠାର ବାସିନ୍ଦାମାନେ ତାହାଙ୍କ ହାତରେ ସାପ ଝୁଲୁ ଥିବାର ଦେଖିଲେ। ସେମାନେ ନିଜ ନିଜ ଭିତରେ କୁହା କୁହି ହେଲେ, “ଏ ଲୋକଟିର ନିଶ୍ଚୟ ମୃତ୍ୟୁ ହେବ। ଯଦିଓ ଏ ଲୋକ ସମୁଦ୍ରରୁ ରକ୍ଷା ପାଇଲା, କିନ୍ତୁ ନ୍ୟାୟ ଏହାକୁ ବଞ୍ଚିବା ପାଇଁ ଦେଲା ନାହିଁ।”

ମାତ୍ର ପାଉଲ ହାତ ଛିଞ୍ଚାଡ଼ି ସାପଟିକୁ ନିଆଁରେ ଫିଙ୍ଗି ଦେଲେ। ଏଥିରେ ତା'ର କିଛି କ୍ଷତି ହେଲା ନାହିଁ। ଲୋକେ ଆଶା କରିଥିଲେ ସେ ଫୁଲି ଯିବ ବା ତଳେ ପଡ଼ି ମରିଯିବ। କିନ୍ତୁ ବହୁତ ସମୟ ପରେ ମଧ୍ୟ ତାହାଙ୍କର କିଛି କ୍ଷତି ହେବାର ସେମାନେ ଦେଖିଲେ ନାହିଁ। ତେଣୁ ପାଉଲଙ୍କ ପ୍ରତି ସେମାନଙ୍କର ଧାରଣା ବଦଳିଗଲା। ତାହାଙ୍କୁ ପରମେଶ୍ୱର ବୋଲି ଭାବିଲେ।

ସେହି ଅଞ୍ଚଳ ନିକଟରେ ଦ୍ୱୀପର ଜଣେ ମୁଖ୍ୟ ଲୋକଙ୍କର କେତେ ଖଣ୍ଡି ଜମି ଥିଲା। ତାହାଙ୍କର ନାମ ପୁବ୍ଳିୟ। ସେ ତାହାଙ୍କ ଘରକୁ ନେଇ ଆମ୍ଭକୁ ତିନି ଦିନ ପର୍ଯ୍ୟନ୍ତ ରଖି ଅତିଥି ସତ୍କାର କଲେ। ସେହି ସମୟରେ ପୁବ୍ଳିୟଙ୍କ ପିତା ଜ୍ୱର ଓ ଝାଡ଼ାରେ ଶଯ୍ୟାଶାୟୀ ଥିଲେ। ପାଉଲ ତାହାଙ୍କ ପାଖକୁ ଯାଇ ପ୍ରାର୍ଥନା କଲେ। ପ୍ରାର୍ଥନା ପରେ ସେ ତାହାଙ୍କ ଉପରେ ହାତ ରଖି ତାହାଙ୍କୁ ସୁସ୍ଥ କରିଦେଲେ। ଏପରି ହେବାର ଦେଖି ଦ୍ୱୀପରେ ଥିବା ଅନ୍ୟ ପୀଡ଼ିତ ଲୋକମାନେ ମଧ୍ୟ ଆସି ସୁସ୍ଥ ହେଲେ।

10-11 ସେମାନେ ଆମ୍ଭକୁ ବହୁତ ଉପହାର ସହିତ ସମ୍ମାନ ଦେଲେ। ଆମ୍ଭେ ସେଠାରେ ତିନି ମାସ ପର୍ଯ୍ୟନ୍ତ ରହିଲୁ। ଆମ୍ଭେ ଜଳଯାତ୍ରାରେ ବାହାରିବା ସମୟରେ ସେମାନେ ଆମ୍ଭକୁ ଆବଶ୍ୟକୀୟ ଜିନିଷମାନ ମଧ୍ୟ ଦେଲେ।

ପାଉଲଙ୍କ ରୋମକୁ ଗମନ

ଆମ୍ଭେ ତିନି ମାସ ପରେ ଆଲେ‌କ୍‌ଜାଣ୍ଡ୍ରିୟା ନଗରୀରେ ଗୋଟିଏ ଜାହାଜରେ ଚଢ଼ି ପୁଣି ଯାତ୍ରା କଲୁ। ତା'ର ନାମ ମିଥୁନ ଥିଲା। ଏହି ଜାହାଜଟି ମେଲିତୀ ଦ୍ୱୀପରେ ଶୀତକାଳ ବିତାଇଥିଲା। 12 ଆମ୍ଭେମାନେ ସେଥିରେ ସୁରାକୂସା ନଗରୀରେ ପହଞ୍ଚି ସେଠାରେ ତିନି ଦିନ ରହିଲୁ। 13 ସେଠାରୁ ବାହାରି ଆମ୍ଭେ ରେଗିୟ ନଗରରେ ପହଞ୍ଚିଲୁ। ସେଠାରେ ଗୋଟିଏ ଦିନ ରହିବା ପରେ ଦକ୍ଷିଣା ପବନ ବହିଲା। ଆମ୍ଭେ ଦ୍ୱିତୀୟ ଦିନ ପୁତେଅଲୀ ନଗରରେ ପହଞ୍ଚିଲୁ। 14 ସେଠାରେ ଆମ୍ଭେ କେତେକ ଭାଇମାନଙ୍କୁ ଭେଟିଲୁ। ସେମାନେ ଆମ୍ଭକୁ ସେଠାରେ ସାତ ଦିନ ରହିବାକୁ ଅନୁରୋଧ କଲେ। ତା'ପରେ ଆମ୍ଭେ ରୋମକୁ ଆସିଲୁ। 15 ରୋମରେ ଥିବା ଭାଇମାନେ ଆମ୍ଭ ଆସିବା ବିଷୟରେ ଖବର ପାଇଥିଲେ। ସେମାନେ “ଆ‌ପ୍‌ପିୟଙ୍କ ହାଟ” ଓ “ତିନି ସରେଇ ଘର” ସ୍ଥାନ ପର୍ଯ୍ୟନ୍ତ ଆମ୍ଭକୁ ଭେଟିବାକୁ ଆସିଥିଲେ। ସେମାନଙ୍କୁ ଦେଖି ପାଉଲ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ଉତ୍ସାହିତ ହେଲେ।

ରୋମରେ ପାଉଲ

16 ତା'ପରେ ଆମ୍ଭେ ରୋମ ଗଲୁ, ପାଉଲଙ୍କୁ ରୋମରେ ଏକାକୀ ରହିବା ପାଇଁ ଅନୁମତି ମିଳିଲା। କିନ୍ତୁ ତାହାଙ୍କ ପାଖରେ ଜଣେ ସୈନିକ ସବୁବେଳେ ଜଗି ରହିଲା।

17 ପାଉଲ ତିନି ଦିନ ପରେ ଯିହୂଦୀନେତାମାନଙ୍କୁ ଡକାଇଲେ। ସେମାନେ ଏକତ୍ରିତ ହେଲା ପରେ ସେ ସେମାନଙ୍କୁ କହିଲେ, “ଭାଇମାନେ, ମୁଁ ଯଦି ଆମ୍ଭ ଲୋକମାନଙ୍କ ବିରୁଦ୍ଧରେ ବା ଆମ୍ଭ ପୂର୍ବପୁରୁଷମାନଙ୍କ ପରମ୍ପରା ବିରୁଦ୍ଧରେ କିଛି କରି ନ ଥିଲି, ତଥାପି ମୋତେ ଯିରୁଶାଲମରେ ବନ୍ଦୀ କରି ରୋମୀୟମାନଙ୍କ ପାଖରେ ସମର୍ପିତ କରାଗଲା। 18 ରୋମୀୟମାନେ ମୋତେ ଅନେକ ପ୍ରଶ୍ନ ପଗ୍ଭରିଲେ। କିନ୍ତୁ ସେମାନେ ମୋ'ଠାରେ ମୃତ୍ୟୁଦଣ୍ଡ ଯୋଗ୍ୟ କୌଣସି ଦୋଷ ପାଇଲେ ନାହିଁ। ତେଣୁ ସେମାନେ ମୋତେ ମୁକ୍ତ କରି ଦେବା ପାଇଁ ଗ୍ଭହିଁଲେ। 19 କିନ୍ତୁ ଯିହୂଦୀମାନେ ଏ ନିଷ୍ପତ୍ତିରେ ଆପତ୍ତି କଲେ। ତେଣୁ ମୁଁ କାଇସରଙ୍କ ନିକଟରେ ଆବେଦନ କରିବା ପାଇଁ ବାଧ୍ୟ ହେଲି। ମୋର କିନ୍ତୁ ନିଜ ଲୋକମାନଙ୍କ ବିରୁଦ୍ଧରେ କୌଣସି ଆପତ୍ତି ଅଭିଯୋଗ ନାହିଁ। 20 ଏଇଥିପାଇଁ ମୁଁ ତୁମ୍ଭମାନଙ୍କ ସଙ୍ଗେ ସାକ୍ଷାତ କରିବା ଓ କଥା ହେବା ପାଇଁ ଗ୍ଭହିଁଲି। ଇସ୍ରାଏଲର ଭରସାରେ ବିଶ୍ୱାସ କରୁଥିବା ହେତୁ ମୁଁ ଆଜି ଏହି ଶିକୁଳିରେ ବନ୍ଧା ହୋଇଛି।”

21 ଯିହୂଦୀ ନେତାମାନେ ଏହା ଶୁଣି ପାଉଲଙ୍କୁ କହିଲେ, “ଆମ୍ଭେମାନେ ତୁମ୍ଭ ବିଷୟରେ ଯିହୂଦା ଦେଶରୁ କୌଣସି ପତ୍ର ପାଇ ନାହୁଁ। ଆମ୍ଭେ ଯିରୁଶାଲମରୁ ଆସିଥିବା ଭାଇମାନଙ୍କଠାରୁ ତୁମ୍ଭ ବିରୁଦ୍ଧରେ କିଛି ଖବର ବା ମନ୍ଦ ସୂଚନା ପାଇ ନାହୁଁ। 22 ଆମ୍ଭେ ତୁମ୍ଭଠାରୁ ତୁମ୍ଭ ବିଗ୍ଭରଗୁଡ଼ିକ ବିଷୟରେ ଶୁଣିବାକୁ ଗ୍ଭହୁଁଛ। ଆମ୍ଭେ ଜାଣୁ ଯେ ଏହି ଦଳର ନିନ୍ଦା ସବୁଠାରେ ହେଉଛି।”

23 ତେଣୁ ସେମାନେ ତାହାଙ୍କ ପାଖକୁ ଆସିବା ପାଇଁ ଗୋଟିଏ ଦିନ ସ୍ଥିର କଲେ। ବହୁ ସଂଖ୍ୟାରେ ଲୋକମାନେ ତାହାଙ୍କ ରହିବା ସ୍ଥାନକୁ ଆସିଲେ। ପାଉଲ ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରମାଣ ସହିତ ସବୁ କଥା ବୁଝାଇ ଦେଲେ। ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀଙ୍କ ଶାସ୍ତ୍ରରୁ ଯୀଶୁଙ୍କ ବିଷୟ ବୁଝାଇ ସେମାନଙ୍କୁ ବିଶ୍ୱାସ କରାଇବା ପାଇଁ ଚେଷ୍ଟା କଲେ। 24 ସେମାନଙ୍କ ମଧ୍ୟରୁ କେତେ ଜଣ ଯିହୂଦୀ ପାଉଲଙ୍କ କଥା ବିଶ୍ୱାସ କଲେ, କିନ୍ତୁ କେତେକ ବିଶ୍ୱାସ କଲେ ନାହିଁ। 25 ସେମାନେ ଶେଷରେ ନିଜ ନିଜ ଭିତରେ ତର୍କବିତର୍କ କରି ବିଦାୟ ନେଲେ। ସେତେବେଳେ ପାଉଲ ସେମାନଙ୍କୁ କହିଲେ, “ପବିତ୍ରଆତ୍ମା ଭାବବାଦୀ ଯିଶାଇୟଙ୍କ ଦ୍ୱାରା ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ସତ୍ୟ କଥା କହିଥିଲେ। ସେ କହିଲେ,

26 ‘ଏହି ଲୋକମାନଙ୍କ ପାଖକୁ ଯାଅ
ଓ ସେମାନଙ୍କୁ କୁହ ଯେ ତୁମ୍ଭେମାନେ ଶୁଣିବ,
    କିନ୍ତୁ ବୁଝିବ ନାହିଁ।
ତୁମ୍ଭେମାନେ ଗ୍ଭହୁଁଥିବ, ଓ ଦେଖୁଥିବ
    କିନ୍ତୁ ତୁମ୍ଭେ ଯାହା ଦେଖିବ, ତାହା ବୁଝିବ ନାହିଁ।
27 ହଁ, ଏଠାରେ ଏହି ଲୋକମାନଙ୍କର ମନ କଠୋର ହୋଇ ଯାଇଛି।
    ଏ ଲୋକମାନଙ୍କର କାନ ଅଛି କିନ୍ତୁ ଏମାନେ ଶୁଣିପାରୁ ନାହାନ୍ତି।
    ଏମାନେ ସତ୍ୟ କଥା ଦେଖିବା ପାଇଁ ଆଖି ବନ୍ଦ କରି ଦେଉଛନ୍ତି।
ନ ହେଲେ ହୁଏତ ସେମାନେ
    ସେମାନଙ୍କ ଆଖିରେ ଦେଖି ପାରନ୍ତେ,
    କାନରେ ଶୁଣି ପାରନ୍ତେ ଓ ବୁଝି ପାରନ୍ତେ।
ଏହା ଦ୍ୱାରା, ସେମାନେ ମନ ଫେରାଇ ମୋ’ ନିକଟକୁ ଆସନ୍ତେ ଓ ମୁଁ ସେମାନଙ୍କୁ ସୁସ୍ଥ କରନ୍ତି।’(A)

28 “ତେଣୁ ମୁଁ ଗ୍ଭହେଁ ତୁମ୍ଭେମାନେ ଜାଣି ରଖ ଯେ, ପରମେଶ୍ୱର ତାହାଙ୍କର ଏହି ପରିତ୍ରାଣର ସମ୍ବାଦ ଅଣଯିହୂଦୀ ଲୋକମାନଙ୍କ ପାଖକୁ ପଠାଇଛନ୍ତି। ସେମାନେ ତାହାକୁ ଶୁଣିବେ, ପୁଣି ଗ୍ରହଣ କରିବେ।” 29 [a]

30 ପାଉଲ ଦୁଇ ବର୍ଷ ପର୍ଯ୍ୟନ୍ତ ନିଜର ଭଡ଼ା ଘରେ ରହିଲେ। 31 ଯେତେଲୋକ ପାଉଲଙ୍କୁ ଦେଖିବା ପାଇଁ ଆସୁଥିଲେ, ସେ ସମସ୍ତଙ୍କୁ ସେ ସ୍ୱାଗତ କଲେ ଓ ପାଉଲ ମୁକ୍ତ ଭାବରେ, ବିନା ବାଧାରେ ପୁଣି ଅତି ସାହସର ସହିତ ପରମେଶ୍ୱରଙ୍କ ରାଜ୍ୟ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଗ୍ଭର କଲେ। ପୁଣି ସେହି ଶିକ୍ଷା ଦେବାରୁ କେହିହେଲେ ତାହାଙ୍କୁ ଅଟକାଇବା ପାଇଁ ଚେଷ୍ଟା କଲେ ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center