Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯିଖରିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 1-7

ସଦାପ୍ରଭୁ ଆପଣା ଲୋକର ପ୍ରତ୍ୟାବର୍ତ୍ତନ ଇଚ୍ଛା କରନ୍ତି

ସଦାପ୍ରଭୁ ବେରିଖିୟଙ୍କ ପୁତ୍ର ଭବିଷ୍ୟ‌ଦ୍‌ବକ୍ତା ଯିଖରିୟଙ୍କୁ ଏହି ବାର୍ତ୍ତା ପଠାଇଲେ। ପାରସ୍ୟର ରାଜା ଦାରିୟାବସଙ୍କ ଦ୍ୱିତୀୟ ବର୍ଷର ଅଷ୍ଟମ ମାସରେ ଏହା ଘଟିଥିଲା। ଯିଖରିୟ ବେରିଖିୟଙ୍କ ପୁତ୍ର ଥିଲେ। ବେରିଖିୟ ଇଦ୍ଦୋଙ୍କ ପୁତ୍ର ଥିଲେ।

ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷଙ୍କ ଉପରେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇଥିଲେ। ତେଣୁ, ତୁମ୍ଭର ଲୋକମାନଙ୍କୁ ଏହି କଥା କୁହ, ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ମୋ’ ନିକଟକୁ ଫେରି ଆସ ଏବଂ ମୁଁ ତୁମ୍ଭ ନିକଟକୁ ଫେରିଯିବି।” ସଦାପ୍ରଭୁ ସର୍ବଶକ୍ତିମାନ ଏହା କହିଥିଲେ।

ସଦାପ୍ରଭୁ ପୁଣି କହିଲେ, “ତୁମ୍ଭେମାନେ ତୁମ୍ଭ ପୂର୍ବପୁରୁଷଗଣଙ୍କ ପରି ବ୍ୟବହାର କର ନାହିଁ। ପୂର୍ବ ଭବିଷ୍ୟ‌ଦ୍‌ବକ୍ତାଗଣ ସେମାନଙ୍କୁ କହିଛନ୍ତି, ‘ସର୍ବଶକ୍ତିମାନ ସଦାପ୍ରଭୁ ଇଚ୍ଛା କରନ୍ତି ତୁମ୍ଭେମାନେ ଜୀବନଧାରଣର କୁପଥ ବଦଳାଅ ଓ କୁକର୍ମରୁ ନିବୃତ୍ତ ହୁଅ।’ କିନ୍ତୁ ତୁମ୍ଭର ସେହି ପୂର୍ବପୁରୁଷଗଣ ଆମ୍ଭ ବାକ୍ୟ ଶୁଣିଲେ ନାହିଁ।” ସଦାପ୍ରଭୁ ଏହିସବୁ କହନ୍ତି।

ପରମେଶ୍ୱର କହିଲେ, “ତେଣୁ, ତୁମ୍ଭର ସେହି ପୂର୍ବପୁରୁଷଗଣ ବର୍ତ୍ତମାନ କାହାନ୍ତି? ସେହି ଭବିଷ୍ୟ‌ଦ୍‌ବକ୍ତାଗଣ କ’ଣ ଏପର୍ଯ୍ୟନ୍ତ ବଞ୍ଚିଛନ୍ତି? ଆମ୍ଭେ ଆପଣା ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ, ଆମ୍ଭର ଆଜ୍ଞା ଓ ଶିକ୍ଷା ସମୂହ ବିଷୟରେ ପ୍ରଗ୍ଭର କରିବାକୁ ଆଦେଶ ଦେଇଥିଲୁ। ଏବଂ ତୁମ୍ଭର ପୂର୍ବପୁରୁଷଗଣ ଏହି ଆଦେଶ ଭାଙ୍ଗିବାରୁ ଶେଷରେ ଦଣ୍ତ ଦିଆଯାଇଥିଲା, କ’ଣ ସେମାନଙ୍କୁ ଦିଆଯାଇ ନ ଥିଲା? ତେଣୁ ତୁମ୍ଭର ପୂର୍ବପୁରୁଷଗଣ କହିଲେ, ‘ସର୍ବଶକ୍ତିମାନ୍ ସଦାପ୍ରଭୁ ଆମ୍ଭଙ୍କୁ ଆମ୍ଭର କୁପଥ ଏବଂ କୁକର୍ମ ପାଇଁ ଦଣ୍ତ ଦେଇଥିଲେ।’ ତେଣୁ ସେମାନେ ପରମେଶ୍ୱରଙ୍କ ନିକଟକୁ ଫେରି ଆସିଲେ।”

ଦାରିୟାବସଙ୍କ ଶାସନର ଦ୍ୱିତୀୟ ବର୍ଷର ଏକାଦଶ ମାସର ଏହା ହେଉଛି ଶବାଟ ମାସର ଚତୁର୍ବିଂଶ ଦିନ, ସଦାପ୍ରଭୁ ତାଙ୍କର ଭବିଷ୍ୟ‌ଦ୍‌ବକ୍ତା ଯିଖରିୟଙ୍କ ନିକଟକୁ ବାର୍ତ୍ତା ପଠାଇଲେ। ଭବିଷ୍ୟ‌ଦ୍‌ବକ୍ତା ଯିଖରିୟ ବେରିଖିୟଙ୍କ ପୁତ୍ର ଥିଲେ, ବେରିଖିୟ ଇଦ୍ଦୋଙ୍କ ପୁତ୍ର ଥିଲେ।

ରାତିରେ ମୁଁ ଲା‌‌ଲ୍‌‌ଅଶ୍ୱ ଉପରେ ଏକ ବ୍ୟକ୍ତିକୁ ଦେଖିଲି। ଏହା ଉପତ୍ୟକାର ମେହେନ୍ଦି ବୁଦା ମଝିରେ ଛିଡ଼ା ହୋଇଥିଲା। ତାଙ୍କ ପଛରେ ଲାଲ୍, ଧୂସର ଏବଂ ଧଳା ଅଶ୍ୱଗୁଡ଼ିକ ଥିଲେ। ମୁଁ ପଗ୍ଭରିଲି, “ହେ ମୋର ସଦାପ୍ରଭୁ, ଏଗୁଡ଼ିକ କ’ଣ ପାଇଁ?”

ତା'ପରେ ସେହି ସ୍ୱର୍ଗଦୂତ ଯିଏ ମୋ’ ସଙ୍ଗରେ କଥା କହୁଥିଲେ, ଉତ୍ତର ଦେଲେ, “କ’ଣ ପାଇଁ ଏହି ଅଶ୍ୱଗୁଡ଼ିକ, ତାହା ତୁମ୍ଭକୁ ଜଣାଇବି।”

10 ତା'ପରେ ମେହେନ୍ଦି ବୁଦା ମଧ୍ୟରେ ଛିଡ଼ା ହୋଇଥିବା ବ୍ୟକ୍ତି ଜଣକୁ କହିଲେ, “ପୃଥିବୀରେ ଏଣେ ତେଣେ ଭ୍ରମଣ କରିବା ପାଇଁ ସଦାପ୍ରଭୁ ଏହି ଅଶ୍ୱଗୁଡ଼ିକୁ ପ୍ରେରଣ କରିଛନ୍ତି।”

11 ତା'ପରେ ସେହି ଅଶ୍ୱଗୁଡ଼ିକ ମେହେନ୍ଦି ବୁଦା ମଧ୍ୟରେ ଛିଡ଼ା ହୋଇଥିବା ସଦାପ୍ରଭୁଙ୍କ ସ୍ୱର୍ଗଦୂତକୁ କହିଲେ, “ଦେଖ ଆମ୍ଭେମାନେ ସାରା ପୃଥିବୀରେ ଭ୍ରମଣ କରିଛୁ ଏବଂ ସମଗ୍ର ପୃଥିବୀ ସୁସ୍ଥିର ଓ ଶାନ୍ତ ଅଛି।”

12 ତା'ପରେ ସଦାପ୍ରଭୁଙ୍କ ସ୍ୱର୍ଗଦୂତ କହିଲେ, “ହେ ସର୍ବଶକ୍ତିମାନ ସଦାପ୍ରଭୁ କେତେକାଳ ତୁମ୍ଭେ ତୁମ୍ଭର ଦୟାରୁ ଯିରୁଶାଲମ ଏବଂ ଯିହୁଦା ନଗରକୁ ଦୂରେଇ ରଖିବ? ସତୁରି ବର୍ଷ ଧରି ଏହି ନଗରଗୁଡ଼ିକ ଉପରେ ତୁମ୍ଭର କ୍ରୋଧ ପ୍ରକାଶ କରିଛ।”

13 ମୋ’ ସହିତ କଥା ହେଉଥିବା ସ୍ୱର୍ଗଦୂତକୁ ସଦାପ୍ରଭୁ ଉତ୍ତର ଦେଲେ। ସେ ମଙ୍ଗଳ ଓ ସାନ୍ତ୍ୱନାମୂଳକ କଥା କହିଲେ।

14 ତା'ପରେ ସ୍ୱର୍ଗଦୂତ ଯିଏ ମୋ’ ସଙ୍ଗରେ କଥା କହୁଥିଲେ, କହିଲେ, ମୋର ଏହି ବାକ୍ୟ ଘୋଷଣା କର। ସର୍ବଶକ୍ତିମାନ ସଦାପ୍ରଭୁ ପୁଣି କୁହନ୍ତି;

“ଆମ୍ଭର ଯିରୁଶାଲମ ଓ ସିୟୋନ ପ୍ରତି ପ୍ରଗାଢ଼ ଅନୁରାଗ ଅଛି।
15     ନିଜକୁ ନିରାପଦ ମନେ କରୁଥିବା ଦେଶ ପ୍ରତି ଆମ୍ଭେ ଅତ୍ୟନ୍ତ କ୍ଷୁବ୍ଧ ଥିଲୁ।
କାରଣ ସେମାନେ ବିପର୍ଯ୍ୟୟକୁ
    ସର୍ବଦା ଆମନ୍ତ୍ରଣ କରୁଥିଲେ।”
16 ତେଣୁ ସଦାପ୍ରଭୁ ପରମେଶ୍ୱର କୁହନ୍ତି, “ଆମ୍ଭେ ପୁଣି ଯିରୁଶାଲମ ଫେରି ଆସିବା ଓ ଆମ୍ଭର ନିଜ ଲୋକମାନଙ୍କ ପ୍ରତି ଦୟା ଦେଖାଇବା।”
    ସର୍ବଶକ୍ତିମାନ ସଦାପ୍ରଭୁ ପୁଣି କୁହନ୍ତି, “ଆମ୍ଭର ଘର ସେହି ସ୍ଥାନରେ ନିର୍ମିତ ହେବ
    ଏବଂ ସମଗ୍ର ଯିରୁଶାଲମରେ ପୁନଃନିର୍ମାଣର ଲକ୍ଷଣ ଦେଖାଯିବ।”

17 ସେହି ସ୍ୱର୍ଗଦୂତ ମଧ୍ୟ କହିଲେ, “ସର୍ବଶକ୍ତିମାନ୍ ସଦାପ୍ରଭୁ କହନ୍ତି,
    ‘ଆମ୍ଭର ନଗରଗୁଡ଼ିକ ଉତ୍ତମ ସାମଗ୍ରୀରେ ଉଛୁଳିବ।
ଆମ୍ଭର ସିୟୋନ ପ୍ରତି ଦୟା ରହିବ।
    ଆମ୍ଭେ ପୁନର୍ବାର ଯିରୁଶାଲମକୁ ଆପଣା ବିଶେଷ ନଗର ରୂପେ ମନୋନୀତ କରିବା।’”

ଗ୍ଭରୋଟି ଶିଙ୍ଗ ଓ ଗ୍ଭରିଜଣ କର୍ମୀ

18 ଏହା ପରେ ମୁଁ ଊର୍ଦ୍ଧ୍ୱକୁ ଗ୍ଭହିଁଲି ଏବଂ ଗ୍ଭରୋଟି ଶିଙ୍ଗ ଦେଖିଲି। 19 ତା'ପରେ ମୁଁ ଯେଉଁ ସ୍ୱର୍ଗଦୂତ ସହ କଥାବାର୍ତ୍ତା ହେଉଥିଲି ତାଙ୍କୁ ପଗ୍ଭରିଲି, “ଏହି ଶିଙ୍ଗଗୁଡ଼ିକ କ’ଣ?”

ସେ ଉତ୍ତର ଦେଲେ, “ଏହି ଶିଙ୍ଗଗୁଡ଼ିକ ଇସ୍ରାଏଲ, ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ଚ୍ଛିନ୍ନଛତ୍ର କରି ଦେଇଛନ୍ତି।”

20 ସଦାପ୍ରଭୁ ମୋତେ ଗ୍ଭରିଜଣ କର୍ମୀଙ୍କୁ ଦେଖାଇଲେ। 21 ମୁଁ ପଗ୍ଭରିଲି, “ଏହି ଗ୍ଭରିଜଣ ବଢ଼େଇ କ’ଣ କରିବାକୁ ଆସିଛନ୍ତି?”

ସେ ଉତ୍ତର ଦେଲେ, “ଏହି ଶିଙ୍ଗଗୁଡ଼ିକ ଯିହୁଦାର ଲୋକମାନଙ୍କୁ ଆକ୍ରମଣ କରି ବିଦେଶକୁ ‘ତଡ଼ି’ ଦେଲେ। ସେମାନେ ଏତେ ସହଜରେ ସେମାନଙ୍କୁ ହରାଇ ଦେଲେ ଯେ, କାହାର ମୁଣ୍ତ ଟେକିବା ପାଇଁ ଶକ୍ତି ନ ଥିଲା। ତେଣୁ ଏହି ଗ୍ଭରିଜଣ ବଢ଼େଇ ସେ ଶିଙ୍ଗଗୁଡ଼ିକୁ ଭୟଭୀତ କରିବାକୁ ଓ ଭାଙ୍ଗି ପକାଇବାକୁ ଆସିଛନ୍ତି।”

ପରିମିତ ଯିରୁଶାଲମ

ତା'ପରେ ଉପରକୁ ଗ୍ଭହିଁଲି, ଏବଂ ହସ୍ତରେ ପରିମାପକ ରଜ୍ଜୁ ଧରିଥିବା ଏକ ବ୍ୟକ୍ତିଙ୍କୁ ଦେଖିଲି। ମୁଁ ତାଙ୍କୁ ପଗ୍ଭରିଲି, “ତୁମ୍ଭେ କେଉଁଆଡ଼େ ଯାଉଅଛ?”

ସେ ଉତ୍ତର ଦେଲେ, “ମୁଁ ଯିରୁଶାଲମର ଦୈର୍ଘ ଓ ପ୍ରସ୍ଥ ମାପିବାକୁ ଯାଉଅଛି।”

ତା'ପରେ ମୋ’ ସହିତ ଆଳାପ କରୁଥିବା ସ୍ୱର୍ଗଦୂତ ବାହାରି ଆସିଲେ ଏବଂ ଅନ୍ୟ ଜଣେ ସ୍ୱର୍ଗଦୂତ ବାହାରି ତାଙ୍କ ସହିତ କଥା ହେଲେ। ସେ ତାଙ୍କୁ କହିଲେ, “ଦୌଡ଼ିକରି ଯାଅ ଏବଂ ସେହି ଯୁବକଙ୍କୁ କୁହ!

‘ଯିରୁଶାଲମ ଏକ ପ୍ରାଚୀର ବିହୀନ ନଗରୀ ହେବ।
    କାରଣ ସେଠାରେ ବହୁ ସଂଖ୍ୟାରେ ଲୋକ ଓ ପଶୁମାନେ ମଧ୍ୟସ୍ଥାନରେ ବାସ କରିବେ।’
ସଦାପ୍ରଭୁ କୁହନ୍ତି,
‘ଆମ୍ଭେ ତା'ର ଚତୁର୍ଦ୍ଦିଗରେ ତା'ର ସୁରକ୍ଷା ପାଇଁ ଅଗ୍ନିର ପ୍ରାଚୀର ତୁଲ୍ୟ ହେବା।
    ଆମ୍ଭେ ତାକୁ ଆମ୍ଭର ମହିମାରେ ପୂର୍ଣ୍ଣ କରିବା।’”

ପରମେଶ୍ୱର ଆପଣା ସନ୍ତାନମାନଙ୍କୁ ଗୃହକୁ ଡାକନ୍ତି

ସଦାପ୍ରଭୁ କୁହନ୍ତି,
“ଉତ୍ତର ଦେଶରୁ ପଳାୟନ କର।
    ହଁ, ଏହା ସତ୍ୟ ଯେ,
ଆମ୍ଭେ ତୁମ୍ଭର ଲୋକମାନଙ୍କୁ
    ଆକାଶର ଚତୁର୍ଦ୍ଦିଗ ବାୟୁ ତୁଲ୍ୟ ବିସ୍ତୃତ କରିଅଛୁ।
ବର୍ତ୍ତମାନ ବାବିଲରେ ବାସ କରୁଥିବା, ତୁମ୍ଭେ ସିୟୋନର ଲୋକମାନେ,
    ତୁମ୍ଭମାନଙ୍କର ମୁକ୍ତି ପାଇଁ ଦୌଡ଼ନ୍ତି।
ସେହି ନଗରୀରୁ ଶୀଘ୍ର ଦୂରକୁ ଗ୍ଭଲିଯାଅ।”
    ସର୍ବଶକ୍ତିମାନ ସଦାପ୍ରଭୁ ଏହା ହିଁ କୁହନ୍ତି।
“ସେ ଆମ୍ଭକୁ ସେହି ଦେଶମାନଙ୍କଠାରୁ ତୁମ୍ଭମାନଙ୍କୁ ଫେରାଇ ଆଣିବା ପାଇଁ ପଠାଇଲେ, ଯେଉଁମାନେ ତୁମ୍ଭକୁ ଲୁଟିଥିଲେ।
    ତୁମ୍ଭେମାନେ ତାଙ୍କର ଗୌରବ।
କାରଣ ଯିଏ ତୁମ୍ଭର କ୍ଷତି କରୁଛି
    ସେ ସେହି ଲୋକପାଇଁ କ୍ଷତି କରୁଛି ଯିଏ ପରମେଶ୍ୱରଙ୍କ ପାଇଁ ମୂଲ୍ୟବାନ।
ବାବିଲର ଲୋକମାନେ ଆମ୍ଭ ଲୋକମାନଙ୍କୁ କ୍ରୀତଦାସ କଲେ।
    କିନ୍ତୁ ଆମ୍ଭେ ଆମ୍ଭର ହସ୍ତ ସେମାନଙ୍କ ବିରୁଦ୍ଧରେ ଉଠାଇବା ଏବଂ ସେହି ଲୋକମାନେ ଆମ୍ଭ ଲୋକମାନଙ୍କ ଦ୍ୱାରା ଲୁଟିତ ହେବେ।”
ତା'ପରେ ତୁମ୍ଭେ ଜାଣିବ ସଦାପ୍ରଭୁ ସର୍ବଶକ୍ତିମାନ
    ମୋତେ ପଠାଇଥିଲେ।

10 ସଦାପ୍ରଭୁ କୁହନ୍ତି,
“ହେ ସିୟୋନର କନ୍ୟା ଆନନ୍ଦରେ ଚିତ୍କାର କର ଏବଂ ଖୁସୀ ହୁଅ।
    କାରଣ ତୁମ୍ଭ ସହିତ ନଗରରେ ବାସ କରିବା ପାଇଁ ଆମ୍ଭେ ଆସୁଛୁ।
11 ସେହି ଦିନରେ, ଅନେକ ଦେଶର ଲୋକମାନେ
    ପରମେଶ୍ୱରଙ୍କ ନିକଟକୁ ଆସିବେ।
ସେମାନେ ଆମ୍ଭର ଲୋକ ହେବେ।
    ଆଉ ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ବାସ କରିବା।”
ସେତେବେଳେ ତୁମ୍ଭେ ଜାଣିବ ସର୍ବଶକ୍ତିମାନ ସଦାପ୍ରଭୁ
    ମୋତେ ତୁମ୍ଭ ନିକଟକୁ ପ୍ରେରଣ କରିଛନ୍ତି।

12 ସେହି ପବିତ୍ର ଭୂମିରେ ଯିହୁଦା ପରମେଶ୍ୱରଙ୍କର ଅଂଶ ହେବ।
    ସଦାପ୍ରଭୁ ପୁନର୍ବାର ଯିରୁଶାଲମକୁ ତାଙ୍କର ସ୍ୱତନ୍ତ୍ର ନଗରରୂପେ ବାଛିବେ।
13 ସମସ୍ତ ଲୋକମାନେ, ନୀରବ ହୁଅ।
    ସଦାପ୍ରଭୁ ତାଙ୍କର ପବିତ୍ର ଗୃହରୁ ଆସୁଛନ୍ତି।

ମହାଯାଜକ

ସଦାପ୍ରଭୁ ସ୍ୱର୍ଗଦୂତ ମହାଯାଜକ ଯିହୋଶୂୟଙ୍କୁ ମୋତେ ଦେଖାଇଲେ। ଯିହୋଶୂୟ ସଦାପ୍ରଭୁଙ୍କ ସ୍ୱର୍ଗଦୂତଙ୍କ ସମ୍ମୁଖରେ ଓ ଶୟତାନ ଯିହୋଶୂୟଙ୍କ ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହୋଇଥିଲେ। ତାଙ୍କୁ ଦୋଷ ଦେବାକୁ ଶୟତାନ ସେଠାରେ ଉପସ୍ଥିତ ଥିଲେ। ତା'ପରେ ସଦାପ୍ରଭୁ କହିଲେ, “ସଦାପ୍ରଭୁ ତୁମ୍ଭକୁ ଭର୍ତ୍ସନା କରିବେ, ହେ ଶୟତାନ, ସେ ତୁମ୍ଭକୁ ସମାଲୋଚନା କରି ଗ୍ଭଲିଥିବେ। ସଦାପ୍ରଭୁ ଯିରୁଶାଲମକୁ ତାଙ୍କ ସ୍ୱତନ୍ତ୍ର ନଗରରୂପେ ମନୋନୀତ କରିଛନ୍ତି। ଗୋଟିଏ ଜଳନ୍ତା କାଠଗଣ୍ତି ନିଆଁରୁ ଟାଣି ଆଣିବାପରି, ସେ ସେହି ନଗରକୁ ରକ୍ଷା କରିଥିଲେ।”

ଯିହୋଶୂୟ ସ୍ୱର୍ଗଦୂତଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ ଏବଂ ସେ ଏକ ମଇଳା ବସ୍ତ୍ର ପରିଧାନ କରିଥିଲେ। ତା'ପରେ ସେହି ସ୍ୱର୍ଗଦୂତ ତାଙ୍କ ନିକଟରେ ଛିଡ଼ା ହୋଇଥିବା ଅନ୍ୟ ସ୍ୱର୍ଗଦୂତକୁ କହିଲେ, “ଯିହୋଶୂୟଙ୍କ ଶରୀରରୁ ସେହି ମଇଳା ବସ୍ତ୍ର ଗୁଡ଼ିକୁ କାଢ଼ିନିଅ।” ତା'ପରେ ସ୍ୱର୍ଗଦୂତ ଯିହୋଶୂୟଙ୍କୁ କହିଲେ, “ବର୍ତ୍ତମାନ, ମୁଁ ତୁମ୍ଭର ଅପରାଧ କାଢ଼ିନେଇଛି ଏବଂ ମୁଁ ତୁମ୍ଭକୁ ନୂଆ ମୂଲ୍ୟବାନ ବସ୍ତ୍ରରେ ଆଚ୍ଛାଦିତ କରୁଛି।”

ତା'ପରେ ମୁଁ କହିଲି, “ତା'ର ମସ୍ତକରେ ଏକ ନିର୍ମଳ ପଗଡ଼ି ବାନ୍ଧି ଦିଅନ୍ତୁ।” ତେଣୁ ସେମାନେ ତାଙ୍କର ମସ୍ତକରେ ନିର୍ମଳ ପଗଡ଼ି ବାନ୍ଧି ଦେଲେ। ସେମାନେ ତାଙ୍କୁ ପୁଣି ବସ୍ତ୍ର ପିନ୍ଧାଇଲା ବେଳେ ସଦାପ୍ରଭୁଙ୍କର ଦୂତ ପାଖରେ ଠିଆ ହୋଇଥିଲେ। ତା'ପରେ ସଦାପ୍ରଭୁଙ୍କ ଦୂତ ଯିହୋଶୂୟଙ୍କୁ ଏହା କହି ସତର୍କ କରାଇଲେ:

ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି,
“ଆମ୍ଭେ ଯେପରି ନିର୍ଦ୍ଦେଶ ଦେଉ
    ତୁମ୍ଭେ ସେପରି ପରିଗ୍ଭଳିତ ହୁଅ ଏବଂ ଯତ୍ନ ସହକାରେ କର ଯାହା ଆମ୍ଭେ ଗ୍ଭହୁଁ।
ତେବେ ତୁମ୍ଭେ ଆମ୍ଭର ଗୃହରେ ବିଗ୍ଭର କରିବ
    ଏବଂ ଆମ୍ଭର ମନ୍ଦିର ଅଗଣାର ରକ୍ଷକ ହେବ।
ଆମ୍ଭେ ତୁମ୍ଭକୁ ପ୍ରବେଶ କରାଇବା ସେହିମାନଙ୍କ ମଧ୍ୟରେ,
    ଯେଉଁମାନେ କି ଏଠାରେ ଛିଡ଼ା ହେଉଛନ୍ତି।
ହେ! ମହାଯାଜକ ଯିହୋଶୂୟ ଓ ତୁମ୍ଭ ସମ୍ମୁଖରେ ବସିଥିବା ସହ ଯାଜକ ଆମ୍ଭ କଥା ଶୁଣ।
    ଯେତେବେଳେ ଆମ୍ଭେ ଆପଣା ସ୍ୱତନ୍ତ୍ର ଅନୁଚର ଆଣିବା
ସେତେବେଳେ ଏହି ଲୋକମାନେ ଯିଏ କି କ’ଣ ଘଟିବ ବୋଲି ଦେଖାଇବେ ଉଦାହରଣ ହେବେ।
    ଯେଉଁ ଅନୁଚରକୁ ଆମ୍ଭେ ଆଣିବା ତାଙ୍କୁ ଶାଖା କୁହାଯିବ।
ଯିହୋଶୂୟଙ୍କ ସମ୍ମୁଖରେ ଆମ୍ଭେ ଯେଉଁ ସ୍ୱତନ୍ତ୍ର ପ୍ରସ୍ତର ସ୍ଥାପନ କରୁଅଛୁ ତାକୁ ଦେଖ।
    ସେହି ପ୍ରସ୍ତରରେ ସାତୋଟି ଚକ୍ଷୁ ଅଛି।
ସେହି ସ୍ୱତନ୍ତ୍ର ପ୍ରସ୍ତର ଉପରେ ଆମ୍ଭେ ବାର୍ତ୍ତା ଖୋଦନ କରିବା।
    ସଦାପ୍ରଭୁ କୁହନ୍ତି ଆମ୍ଭେ ସେ ଦେଶରୁ ଅଧର୍ମ ଦୂର କରିବା, ଏହା ସେ ପ୍ରସ୍ତର ଦିନେ ଦେଖାଇବ।”

10 ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି,
“ସେତେବେଳେ ଲୋକମାନେ ଏକତ୍ର ବସିବେ
    ଓ ସେମାନଙ୍କର ବନ୍ଧୁ ଓ ପଡ଼ୋଶୀଙ୍କ ସହିତ ଆଳାପ କରିବେ।
ସେମାନେ ଡିମ୍ବିରି ବୃକ୍ଷତଳେ
    ଓ ଦ୍ରାକ୍ଷାଲତା ତଳେ ବସିବାକୁ ପରସ୍ପରକୁ ନିମନ୍ତ୍ରଣ କରିବେ।”

ଦ୍ୱୀପରୁଖା ଓ ଦୁଇ ଅଲିଭ ବୃକ୍ଷ

ତା'ପରେ ମୋ’ ସହିତ ଆଳାପ କରୁଥିବା ସେହି ସ୍ୱର୍ଗଦୂତ ମୋ’ ନିକଟକୁ ଫେରି ଆସିଲେ ଓ ମୋତେ ଜାଗ୍ରତ କରାଇଲେ। ମୁଁ ନିଦ୍ରାରୁ ଉଠିଲା ଲୋକ ପରି ଉଠିଲି। ତାହାପରେ ସେହି ସ୍ୱର୍ଗଦୂତ ମୋତେ ପଗ୍ଭରିଲେ, “ତୁମ୍ଭେ କ’ଣ ଦେଖୁଛ?”

ମୁଁ କହିଲି, “ମୁଁ ସମ୍ପୂର୍ଣ୍ଣ ସୁବର୍ଣ୍ଣର ଦୀପାଧାର ଦେଖୁଛି। ତାହାର ଉପରେ ଗୋଟିଏ ମାଠିଆ ଅଛି ଏବଂ ତା’ ଉପରେ ସାତୋଟି ପ୍ରଦୀପ ଅଛି, ଆଉ ମଧ୍ୟ ସେଠାରେ ଗୋଟିଏ ପାତ୍ର ଅଛି। ପ୍ରତ୍ୟେକ ପ୍ରଦୀପର ମୂଖନଳ ଅଛି ଓ ସେହି ନଳ ଦେଇ ପ୍ରଦୀପକୁ ତୈଳ ଆସୁଛି। ସେହି ପାତ୍ରର ଦକ୍ଷିଣ ଓ ବାମ ପାର୍ଶ୍ୱରେ ଗୋଟିଏ ଗୋଟିଏ ଅଲିଭ ବୃକ୍ଷ ଅଛି।” ମୋ’ ସହିତ ଆଳାପ କରୁଥିବା ସ୍ୱର୍ଗଦୂତଙ୍କୁ ମୁଁ ପଗ୍ଭରିଲି, “ମୋର ମହାଶୟ, ଏଗୁଡ଼ିକ ସବୁ କ’ଣ?”

ମୋ’ ସହିତ ଆଳାପ କରୁଥିବା ସ୍ୱର୍ଗଦୂତ ଉତ୍ତର କଲେ, “ତୁମ୍ଭେ କ’ଣ ଜାଣ ନାହିଁ ଏଗୁଡ଼ିକ ସବୁ କ’ଣ?”

ମୁଁ କହିଲି “ନାଁ, ମୋର ମହାଶୟ।”

ସେ କହିଲେ, “ଏହା ଯିରୁବ୍ବାବିଲଙ୍କ ପ୍ରତି ସଦାପ୍ରଭୁଙ୍କ ବାର୍ତ୍ତା, ‘ଏହା ପରାକ୍ରମ କି ବଳଦ୍ୱାରା ନୁହେଁ, ଆମ୍ଭର ଆତ୍ମାରୁ ଆସିବ।’ ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କୁହନ୍ତି। ହେ ମହାନ ପର୍ବତ! ତୁମ୍ଭେ କ’ଣ? ଯିରୁବ୍ବାବିଲ ସମ୍ମୁଖରେ ତୁମ୍ଭେ ଗୋଟିଏ ସମତଳଭୂମି ପରି। ‘ପରମେଶ୍ୱରଙ୍କର ଏହା ଉପରେ କୃପା ହେଉ! ଧ୍ୱନି ମଧ୍ୟରେ ସେ କୋଣର ପ୍ରସ୍ତର ଆଣିବ।’”

ସଦାପ୍ରଭୁ ଏହି ବାର୍ତ୍ତା ମୋତେ ପଠାଇଲେ। “ଯିରୁବ୍ବାବିଲ ଆମ୍ଭ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଛି ଓ ସେ ମନ୍ଦିର ନିର୍ମାଣର କାର୍ଯ୍ୟ ଶେଷ କରିବ। ତା'ପରେ ତୁମ୍ଭେମାନେ ଜାଣିବ ସର୍ବଶକ୍ତିମାନ୍ ସଦାପ୍ରଭୁ ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇଛନ୍ତି। 10 ଯେଉଁମାନେ କି ଛୋଟ ଜିନିଷଗୁଡ଼ିକୁ ଘୃଣା କରନ୍ତି, ସେମାନେ ଆନନ୍ଦ କରିବେ, ଯେତେବେଳେ ସେମାନେ ଯିରୁବ୍ବାବିଲଙ୍କ ହାତରେ ଓଳମ ଦେଖିବେ। ବର୍ତ୍ତମାନ ଏହି ସାତୋଟି ପାର୍ଶ୍ୱ ସଦାପ୍ରଭୁଙ୍କର ଚକ୍ଷୁ, ଯାହା ସମଗ୍ର ପୃଥିବୀକୁ ଦେଖେ।”

11 ତା'ପରେ ମୁଁ ତାଙ୍କୁ କହିଲି, “ଦ୍ୱୀପରୁଖା ବାମ ଓ ଡାହାଣ ପଟେ ଦୁଇ ଦୁଇଟି ଅଲିଭ୍ ବୃକ୍ଷର ଅର୍ଥ କ’ଣ?” 12 ମୁଁ ମଧ୍ୟ ତାଙ୍କୁ ପଗ୍ଭରିଲି, “ମୁଁ ଏହି ଯେଉଁ ଦୁଇ ଅଲିଭ୍ ଶାଖାଗୁଡ଼ିକରୁ ଅଲିଭ୍ ତୈଳ ସୁବର୍ଣ୍ଣ ନଳ ଦୁଇଟିକୁ ଢାଳୁଥିବାର ଦେଖୁଛି, ଏହାର ଅର୍ଥ କ’ଣ?”

13 ତା'ପରେ ସେହି ସ୍ୱର୍ଗଦୂତ ଉତ୍ତର କଲେ, “ତୁମ୍ଭେ ଏଗୁଡ଼ିକର ଅର୍ଥ କ’ଣ ଜାଣ ନାହିଁ?”

ମୁଁ ଉତ୍ତର ଦେଲି, “ନା, ମୋର ମହାଶୟ!”

14 ତେଣୁ ସେ ଉତ୍ତର ଦେଲେ, “ଏହି ଅଭିଷିକ୍ତ ଦୁଇଜଣ ଯିଏ ଠିଆ ହୁଅନ୍ତି ସମଗ୍ର ପୃଥିବୀ ପାଇଁ ସଦାପ୍ରଭୁଙ୍କର ପ୍ରତିନିଧି ଅଟନ୍ତି।”

ଉଡ଼ନ୍ତା ନଳାକାର ପୁସ୍ତକ

ମୁଁ ପୁଣି ଊର୍ଦ୍ଧ୍ୱକୁ ଦୃଷ୍ଟି କଲି ଓ ଏକ ଉଡ଼ନ୍ତା ନଳାକାର ପୁସ୍ତକ ଦେଖିଲି। ସେହି ସ୍ୱର୍ଗଦୂତ ମୋତେ ପ୍ରଶ୍ନ କଲେ, “ତୁମ୍ଭେ କ’ଣ ଦେଖୁଛ?”

ମୁଁ କହିଲି, “ମୁଁ ଏକ ଉଡ଼ନ୍ତା ନଳାକାର ପୁସ୍ତକ ଦେଖୁଛି। ସେହି ନଳାକାର ପୁସ୍ତକର ଦୈର୍ଘ୍ୟ କୋଡ଼ିଏ ହାତ ଓ ପ୍ରସ୍ଥ ଦଶ ହାତ।”

ତା'ପରେ ସେହି ସ୍ୱର୍ଗଦୂତ କହିଲେ, “ଏହି ନଳାକାର ପୁସ୍ତକରେ ଅଭିଶାପ ଅଛି, ଯାହା ସାରା ପୃଥିବୀ ବିରୁଦ୍ଧରେ ଯାଉଛି। ଏହା ଗ୍ଭେର ଏବଂ ମିଥ୍ୟାଶପଥକାରୀ ଦୁଇଜଣଙ୍କୁ ଅଭିଶାପ ଦିଏ, ଯେଉଁମାନେ ଦଣ୍ତିତ ନ ହୋଇ ଖସି ଯାଇଛନ୍ତି। ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ‘ମୁଁ ସେହି ନଳାକାର ପୁସ୍ତକକୁ ଗ୍ଭେରମାନଙ୍କର ଗୃହକୁ ପଠାଇବି ଏବଂ ସେହିମାନଙ୍କ ଘରକୁ, ଯେଉଁମାନେ ମୋର ନାମ ବ୍ୟବହାର କରି ମିଥ୍ୟା ଶପଥ ନେଇଛନ୍ତି। ସେହି ନଳାକାର ପୁସ୍ତକ ପ୍ରତ୍ୟେକ ଗୃହରେ ରହିବ ଏବଂ ଧ୍ୱଂସକାରୀ, କଡ଼ିକାଠ ତଳେ ଓ ପ୍ରସ୍ତର ତଳେ ରହିବ। ଏପରିକି ପ୍ରସ୍ତର ତଥା କାଷ୍ଠର ସ୍ତମ୍ଭଗୁଡ଼ିକ ମଧ୍ୟ ବିନଷ୍ଟ ହେବ।’”

ସ୍ତ୍ରୀ ଓ ଐଫା ପାତ୍ର

ମୋ’ ସହିତ ଆଳାପ କରୁଥିବା ସ୍ୱର୍ଗଦୂତ ବାହାରକୁ ଆସିଲେ। ମୋତେ କହିଲେ, “ଦେଖ, କ’ଣ ଆସୁଥିବାର ଦେଖୁଛ?”

ମୁଁ ଉତ୍ତର କଲି, “ଏହା କ’ଣ?” ସେ କହିଲେ, “ତାହା ଏକ ମାପ କରିବା ଟୋକେଇ” ଏବଂ “ତାହା ଦେଶର ଲୋକମାନଙ୍କର ପାପକୁ ମାପିପାରିବ।”

ଗୋଟିଏ ସୀମାର ନିର୍ମିତ ଘୋଡ଼ଣୀ ଟୋକେଇରୁ କଢ଼ାଗଲା। ସେହି ମାପିବାର ଟୋକେଇ ମଧ୍ୟରେ ଗୋଟିଏ ସ୍ତ୍ରୀଲୋକ ଥିଲା। ସ୍ୱର୍ଗଦୂତ କହିଲେ, “ଏହି ନାରୀ ଦୁଷ୍ଟପଣିଆର ପ୍ରତିନିଧି ସ୍ୱରୂପ।” ତା'ପରେ ସେ ସ୍ୱର୍ଗଦୂତ ସେହି ନାରୀକୁ ମାପ ଟୋକେଇ ଭିତରକୁ ଠେଲିଦେଇ ତାହାର ସୀମା ଘୋଡ଼ଣୀ ବନ୍ଦ କରିଦେଲେ। ତା'ପରେ ମୁଁ ଊର୍ଦ୍ଧ୍ୱକୁ ଦୃଷ୍ଟି କଲି ଏବଂ ସାରସ ପକ୍ଷୀ ପରି ପକ୍ଷୀଥିବା ଦୁଇଟି ନାରୀ ଦେଖିଲି। ସେମାନେ ଉଡ଼ି ଆସିଲେ ଏବଂ ସେମାନଙ୍କ ପକ୍ଷରେ ପବନ ଥିଲା। ସେମାନେ ସେ ମାପିବାର ଟୋକେଇକୁ ଉଠାଇଲେ ପୃଥିବୀ ଓ ସ୍ୱର୍ଗ ମଧ୍ୟରେ ବୋହି ନେଲେ। 10 ତା'ପରେ ମୁଁ ମୋ’ ସହିତ ଆଳାପ କରୁଥିବା ସ୍ୱର୍ଗଦୂତକୁ ପଗ୍ଭରିଲି, “ସେମାନେ ସେହି ମାପିବାର ଟୋକେଇଟିକୁ କେଉଁଠାକୁ ନେଉଛନ୍ତି।”

11 ସ୍ୱର୍ଗଦୂତ ମୋତେ ଉତ୍ତର କଲେ, “ସେମାନେ ଶିନିଅର ଦେଶରେ ଗୋଟିଏ ଗୃହ ନିର୍ମାଣ କରିବାକୁ ଯାଉଛନ୍ତି। ଗୃହ ପ୍ରସ୍ତୁତ ହେଲା ପରେ ଏହା ଯଥା ସ୍ଥାନରେ ସ୍ଥାପିତ ହେବ।”

ଗ୍ଭରିରଥ

ତା'ପରେ ମୁଁ ପୁନର୍ବାର ଅନାଇଲି ଓ ଦେଖିଲି, ଦୁଇଟି ତମ୍ବା ପର୍ବତ ମଧ୍ୟରୁ ଗ୍ଭରି ଗୋଟି ରଥ ନିର୍ଗତ ହେଲା। ରକ୍ତବର୍ଣ୍ଣର ଅଶ୍ୱଗୁଡ଼ିକ ପ୍ରଥମ ରଥକୁ ଟାଣୁଥିଲା ବେଳେ କଳାରଙ୍ଗର ଅଶ୍ୱଗଣ ଦ୍ୱିତୀୟ ରଥକୁ ଟାଣୁଥିଲେ। ଧଳା ଅଶ୍ୱଗୁଡ଼ିକ ତୃତୀୟ ରଥକୁ ଓ ଚିତ୍ରବିଚିତ୍ର ଅଶ୍ୱଗୁଡ଼ିକ ଚତୁର୍ଥ ରଥକୁ ଟାଣୁଥିଲେ। ସେଗୁଡ଼ିକ ଶକ୍ତିଶାଳୀ ଅଶ୍ୱ ଥିଲେ। ମୋ’ ସହିତ ଆଳାପ କରୁଥିବା ସ୍ୱର୍ଗଦୂତକୁ ମୁଁ ପଗ୍ଭରିଲି, “ମୋର ମହାଶୟ, ଏଗୁଡ଼ିକର ଅର୍ଥ କ’ଣ?”

ସେହି ସ୍ୱର୍ଗଦୂତ ଉତ୍ତର ଦେଲେ, “ଏଗୁଡ଼ିକ ସ୍ୱର୍ଗର ଗ୍ଭରି ବାୟୁ। ସେମାନେ ସଦାପ୍ରଭୁଙ୍କର ନିକଟରୁ ବାହାରି ସମଗ୍ର ପୃଥିବୀକୁ ଯାଆନ୍ତି। କୃଷ୍ଣବର୍ଣ୍ଣ ଅଶ୍ୱଗୁଡ଼ିକ ଦ୍ୱାରା ଟଣାଯାଉଥିବା ରଥ ଉତ୍ତର ଦିଗର ଦେଶ ଆଡ଼କୁ ଯିବେ, ଲାଲ ଅଶ୍ୱଗୁଡ଼ିକ ଦ୍ୱାରା ଟଣାଯାଉଥିବା ରଥ ପୂର୍ବ ଦିଗର ଦେଶ ଆଡ଼େ, ଧଳା ଘୋଡ଼ାଗୁଡ଼ିକ ଦ୍ୱାରା ଟଣାଯାଉଥିବା ପଶ୍ଚିମ ଦିଗର ଦେଶଆଡ଼େ ଓ ପାଣ୍ତୁର ଅଶ୍ୱଗୁଡ଼ିକ ଦ୍ୱାରା ଟଣାଯାଉଥିବା ରଥ ଦକ୍ଷିଣ ଦିଗର ଦେଶଆଡ଼େ ଯିବେ।”

ସେହି ଶକ୍ତିଶାଳୀ ଅଶ୍ୱଗୁଡ଼ିକ ପୃଥିବୀର ଏଣେତେଣେ ବିଚରଣ କରିବାକୁ ଆଗ୍ରହ ପ୍ରକାଶ କଲେ। ତେଣୁ ସେହି ସ୍ୱର୍ଗଦୂତ ସେମାନଙ୍କୁ କହିଲେ, “ଯାଅ ପୃଥିବୀର ଗ୍ଭରିଆଡ଼େ ବିଚରଣ କର।” ତେଣୁ ସେମାନେ ଗଲେ।

ତା'ପରେ ସଦାପ୍ରଭୁ ପାଟିକରି ମୋତେ କହିଲେ, “ଦେଖ, ସେହି ଅଶ୍ୱଗୁଡ଼ିକ ଯେଉଁମାନେ ଉତ୍ତର ଦେଶଆଡ଼କୁ ଯାଇଛନ୍ତି ଆମ୍ଭ ଆତ୍ମାକୁ ସେମାନେ ଉତ୍ତର ଦେଶରେ ସୁସ୍ଥିର କରିଅଛନ୍ତି।”

ଯାଜକ ଯିହୋଶୂୟଙ୍କ ମୁକୁଟ ଲାଭ

ତା'ପରେ ସଦାପ୍ରଭୁ ଏହି ବାର୍ତ୍ତା ପଠାଇଲେ, 10 “ହି‌‌ଲ୍‌‌ଦୟ, ଟୋବିୟ ଓ ଯିଦାୟ ବାବିଲରୁ ଆସିଥିବା ସେହି ନିର୍ବାସିତଙ୍କ ମଧ୍ୟରୁ ଅଟନ୍ତି। ସୁନା ଓ ରୂପା ସେମାନଙ୍କଠାରୁ ନିଅ ଏବଂ ସିଫନିୟର ପୁତ୍ର ଯୋଶିୟର ଗୃହକୁ ଯାଅ। 11 ସେହି ରୌପ୍ୟ ଓ ସୁବର୍ଣ୍ଣରେ ମୁକୁଟ ନିର୍ମାଣ କର ଓ ସେହି ମୁକୁଟକୁ ମହାଯାଜକ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ ମସ୍ତକରେ ରଖ। ଯିହୋଶୂୟ ଜଣେ ମହାଯାଜକ ଓ ସେ ଯିହୋଷାଦକଙ୍କ ପୁତ୍ର ଥିଲେ। ତା'ପରେ ଏହିସବୁ ତାଙ୍କୁ କୁହ: 12 ତା'ପରେ ତାଙ୍କୁ କୁହ, ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି,

‘ଜଣେ ବ୍ୟକ୍ତି ଅଛନ୍ତି, ତାଙ୍କ ନାମ ଶାଖା,
    ସେ ତାଙ୍କ ସ୍ଥାନରୁ ଅଙ୍କୁରିତ ହେବେ
    ଏବଂ ସେ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ।
13 ସେ ନିଶ୍ଚିତ ଭାବରେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବେ
    ଓ ମହିମା ପ୍ରାପ୍ତ ହେବେ।
ସେ ମଧ୍ୟ ଆପଣା ସିଂହାସନରେ ବସିବେ ଓ ରାଜତ୍ୱ କରିବେ।
    ଆଉ ମଧ୍ୟ ଜଣେ ଯାଜକ ତାଙ୍କ ସିଂହାସନରେ ବସି ଯାଜକ ହେବେ।
ସେହି ଦୁଇଜଣ ମଧ୍ୟରେ ଶାନ୍ତିର ନେତୃତ୍ୱ ହେବ।’

14 ସେହି ମୁକୁଟଗୁଡ଼ିକ ସଦାପ୍ରଭୁଙ୍କର ମନ୍ଦିରରେ ସ୍ମାରକପତ୍ର ସ୍ୱରୂପ ହି‌‌ଲ୍‌‌ଦୟ, ଟୋବିୟ, ଯିଦାୟ ଏବଂ ସିଫନିୟରଙ୍କ ପୁତ୍ର ଯୋଶିୟଙ୍କ ସ୍ମରଣାର୍ଥେ ରହିବ।”

15 ଯେଉଁମାନେ ଦୂରରେ ଅଛନ୍ତି ଆସିବେ ଏବଂ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ। ତା'ପରେ ତୁମ୍ଭେମାନେ ଜାଣିବ ଯେ ସଦାପ୍ରଭୁ ମୋତେ ତୁମ୍ଭମାନଙ୍କ ନିକଟକୁ ପ୍ରେରଣ କରିଛନ୍ତି। ଏହିସବୁ ଘଟିବ, ଯଦି ତୁମ୍ଭେ ମନୋଯୋଗ ସହକାରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଆଜ୍ଞା ପାଳନ କରିବ।

ସଦାପ୍ରଭୁ ଦୟା ଓ କରୁଣା ଗ୍ଭହାନ୍ତି

ରାଜା ଦାରିୟାବସଙ୍କ ରାଜତ୍ୱର ଚତୁର୍ଥ ବର୍ଷରେ ସଦାପ୍ରଭୁ ଏହି ବାର୍ତ୍ତା ଯିଖରିୟଙ୍କୁ ପଠାଇଲେ। ଏହା ତାଙ୍କ ରାଜତ୍ୱର ଚତୁର୍ଥ ବର୍ଷର କି‌ଷ୍‌ଲେବ ନାମକ ନବମ ମାସର ଚତୁର୍ଥ ଦିବସ ଥିଲା। ବୈଥେଲସ୍ଥ ଲୋକମାନେ ଶରେ‌ତ୍‌ସର, ରେଗମ୍ମେଲକ ଓ ତାଙ୍କ ଲୋକଙ୍କୁ ସଦାପ୍ରଭୁଙ୍କର ଅନୁଗ୍ରହ ଦେଖିବା ପାଇଁ ପ୍ରେରଣ କଲେ। ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ମନ୍ଦିରର ଯାଜକମାନଙ୍କୁ ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଗ୍ଭରିବାକୁ ସେମାନେ ପଠାଇଲେ, “ଆମ୍ଭେ କ’ଣ ପଞ୍ଚମ ମାସରେ ବିଳାପ ଓ ଉପବାସ ଗ୍ଭଲୁ ରଖିବା, ଯେପରିକି ଅନେକ ବର୍ଷ ଧରି କରି ଆସିଅଛୁ? ପଞ୍ଚମ ମାସରେ ଆମ୍ଭେମାନେ ବିଶେଷ ବିଳାପ ଓ ଉପବାସ ପାଳନ କରୁ। ଆମ୍ଭେ ଏହି ପାଳନ କରିବା କାର୍ଯ୍ୟ ଗ୍ଭଲୁ ରଖିବା ଉଚିତ୍ କି?”

ସର୍ବଶକ୍ତିମାନ୍ ସଦାପ୍ରଭୁ ତାଙ୍କର ବାର୍ତ୍ତା ମୋତେ ପଠାଇଲେ, “ଦେଶର ଲୋକମାନଙ୍କୁ ଏବଂ ଯାଜକମାନଙ୍କୁ ଏହି କଥା କୁହ, ‘ତୁମ୍ଭେ ଯେତେବେଳେ ପଞ୍ଚମ ଓ ସପ୍ତମ ମାସରେ ଉପବାସ ଓ ବିଳାପ କଲ, ସେହି ସତୁରି ବର୍ଷରେ ସତରେ କ’ଣ ତୁମ୍ଭେ ଆମ୍ଭ ପାଇଁ ଉପବାସ କରିଥିଲ? ଏବଂ ତୁମ୍ଭେ ସମସ୍ତେ ଯେତେବେଳେ ଖାଅ ଓ ପିଅ, ତୁମ୍ଭେ କ’ଣ ନିଜ ପାଇଁ ଖାଅ ଓ ପିଅ ନାହିଁ? ଏହିଗୁଡ଼ିକ କ’ଣ ସେହି ବାକ୍ୟଗୁଡ଼ିକ ନୁହେଁ? ଯାହା ସଦାପ୍ରଭୁ ପୂର୍ବ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମାଧ୍ୟମରେ କହିଥିଲେ? ସେ ଏ କଥା କହିଥିଲେ ଯେତେବେଳେ ଯିରୁଶାଲମ ବସତି ବହୁଳ ଓ ସମୃଦ୍ଧିଶାଳୀ ଥିଲା। ଏବଂ ତା'ର ଚତୁର୍ଦ୍ଦିଗର ନଗରଗୁଡ଼ିକ ନେଗେଭ ଏବଂ ସିଫେଲା ବସତି ବହୁଳ ଥିଲା।’”

ଏହା ପରେ ସଦାପ୍ରଭୁ ତାଙ୍କ ବାର୍ତ୍ତା ଯିଖରିୟଙ୍କ ନିକଟକୁ ପଠାଇଲେ।
“ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କଥା କହିଲେ,
‘ଯଥାର୍ଥ ନ୍ୟାୟ ଆଚରଣ କର, ନିଜ ନିଜ ଭ୍ରାତୃଗଣଙ୍କ ପ୍ରତି ଦୟା
    ଓ କରୁଣା ପ୍ରକାଶ କର।
10 ବିଧବା, ଅନାଥ, ବିଦେଶୀ
    ଓ ଦରିଦ୍ରମାନଙ୍କୁ ପ୍ରତାରିତ କର ନାହିଁ।
ତୁମ୍ଭ ଭାଇ ବିରୁଦ୍ଧରେ ନିଜ ହୃଦୟରେ ଷଡ଼ଯନ୍ତ୍ର କର ନାହିଁ।’”

11 କିନ୍ତୁ ସେହି ଲୋକମାନେ
    ଆମ୍ଭ କଥା ଶୁଣିବାକୁ ମନା କଲେ।
ସେମାନେ ଜି‌ଦ୍‌ଖୋର ହୋଇ ତାଙ୍କ ମୁହଁ ଫେରାଇଲେ
    ଏବଂ ତାଙ୍କ କାନ ଘୋଡ଼ାଇ ପକାଇଲେ।
12 ସେମାନେ ଜି‌ଦ୍‌ଖୋର
    ଏବଂ ସର୍ବଶକ୍ତିମାନ ସଦାପ୍ରଭୁ
ତାଙ୍କ ପୂର୍ବରୁ ଭବିଷ୍ୟ‌ଦ୍‌ବକ୍ତାଙ୍କ ମାଧ୍ୟମରେ ପଠାଇଥିବା ନିର୍ଦ୍ଦେଶ
    ମାନିବାକୁ ମନା କଲେ।
ତେଣୁ ସର୍ବଶକ୍ତିମାନ ସଦାପ୍ରଭୁ
    ବିଶେଷ କ୍ରୋଧାନ୍ୱିତ ହେଲେ।
13 ଯେତେବେଳେ ସେମାନଙ୍କୁ ସେ ଡାକିଲେ,
“ସେମାନେ ଶୁଣିଲେ ନାହିଁ।
    ସେଥିପାଇଁ ସେମାନେ ଯେତେବେଳେ ଆମ୍ଭକୁ ଡାକିବେ
ଆମ୍ଭେ ମଧ୍ୟ ଶୁଣିବା ନାହିଁ।
    ସର୍ବଶକ୍ତିମାନ ସଦାପ୍ରଭୁ ଏହିକଥା କହନ୍ତି।
14 ସେଥିପାଇଁ ସେମାନଙ୍କୁ ସମଗ୍ର ଦେଶମାନଙ୍କରେ ଛିନ୍ନଭିନ୍ନ କଲି,
    ଯେଉଁଠାକୁ ସେମାନେ କେବେ ଯାଇ ନାହାନ୍ତି।
ସେହି ଦେଶ ବିନା କାର୍ଯ୍ୟକଳାପରେ
    ଏକ ଉଚ୍ଛିନ୍ନ ଦେଶରେ ପରିଣତ ହେଲା।
ସେମାନେ ଏକ ଆକାଂକ୍ଷିତ ଦେଶକୁ ଏକ ଉଚ୍ଛିନ୍ନ ଦେଶରେ ପରିଣତ କଲେ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center