Beginning
ହବକ୍କୂକଙ୍କର ପରମେଶ୍ୱରଙ୍କଠାରେ ଅଭିଯୋଗ
1 ଏହି ବାର୍ତ୍ତାଟି ଭବିଷ୍ୟଦ୍ବକ୍ତା ହବକ୍କୂକକୁ ପ୍ରଦାନ କରାଯାଇଥିଲା। ହବକ୍କୂକଙ୍କର ପରମେଶ୍ୱରଙ୍କଠାରେ ଅଭିଯୋଗ
2 ହେ ସଦାପ୍ରଭୁ, କେତେକାଳ ପର୍ଯ୍ୟନ୍ତ ମୁଁ ସାହାଯ୍ୟ ପାଇଁ ତୁମ୍ଭକୁ ଡାକିବି? କେତେବେଳେ ତୁମ୍ଭେ ମୋର ଡାକ ଶୁଣିବ? ଏହି ଗୋଳମାଳ ବିଷୟରେ ମୁଁ ତୁମ୍ଭକୁ ଆହ୍ୱାନ କଲି କିନ୍ତୁ ତୁମ୍ଭେ କିଛି କଲ ନାହିଁ। 3 ଲୋକମାନେ ଜିନିଷ ଧ୍ୱଂସ କରୁଛନ୍ତି ଓ ଅନ୍ୟକୁ ଆଘାତ କରୁଛନ୍ତି। ସେମାନେ ଯୁକ୍ତି କରୁଛନ୍ତି ଓ ଲଢ଼ୁଛନ୍ତି। ଏହି ଅନ୍ୟାୟ ସବୁ ମୁଁ କାହିଁକି ଦେଖିବି? ଏହି ଖରାପ ଦ୍ରବ୍ୟ ମୁଁ କାହିଁକି ଦେଖିବି? 4 ଏଠାରେ ବ୍ୟବସ୍ଥା ଅତି କୋହଳ ଏବଂ ନ୍ୟାୟ ବିଗ୍ଭର କରାଯାଏ ନାହିଁ। ମନ୍ଦଲୋକମାନେ ଭଲ ଲୋକଙ୍କ ଉପରେ ଜୟଲାଭ କରୁଛନ୍ତି। ତେଣୁ ନ୍ୟାୟ ହେଉ ନାହିଁ।
ହବକ୍କୂକଙ୍କୁ ପରମେଶ୍ୱରଙ୍କ ଉତ୍ତର
5 ସଦାପ୍ରଭୁ ଉତ୍ତର ଦେଲେ, “ଅନ୍ୟ ଗୋଷ୍ଠୀଗୁଡ଼ିକୁ ଗ୍ଭହଁ। ସେମାନଙ୍କୁ ଲକ୍ଷ୍ୟ କର ଏବଂ ତୁମ୍ଭେ ଆଶ୍ଚର୍ଯ୍ୟାନ୍ୱିତ ହେବ। ତୁମ୍ଭର ଜୀବନ କାଳ ମଧ୍ୟରେ ଆମ୍ଭେ ଯାହା କରିବା ତାହା ତୁମ୍ଭକୁ ଆଶ୍ଚର୍ଯ୍ୟାନ୍ୱିତ କରିବ। ଯଦି କେହି ତୁମ୍ଭକୁ କହେ, କ’ଣ ହେବାକୁ ଯାଉଥିଲା, ତୁମ୍ଭେ କେବେ ବିଶ୍ୱାସ କରି ନ ଥା’ନ୍ତ। 6 ଆମ୍ଭେ ବାବିଲନୀୟମାନଙ୍କୁ ଗୋଟିଏ ଶକ୍ତିଶାଳୀ ଗୋଷ୍ଠୀରେ ପରିଣତ କରିବା। ସେହି ଲୋକମାନେ ଦୁଷ୍ଟ ଓ କ୍ଷିପ୍ର ଯୋଦ୍ଧା। ସେମାନେ ସମଗ୍ର ପୃଥିବୀରେ ମାଡ଼ିଯିବେ। ସେମାନେ ଅନ୍ୟ ଲୋକମାନଙ୍କର ଗୃହ ଓ ନଗରଗୁଡ଼ିକୁ ଅଧିକାର କରିବେ। 7 ବାବିଲୀୟମାନେ ଅନ୍ୟ ଲୋକମାନଙ୍କୁ ଭୟଭୀତ କରାଇବେ। ସେମାନେ ନିଜ ପାଇଁ ଆଇନ୍ ତିଆରି କରିବେ ଏବଂ ନିଜ ପାଇଁ ବ୍ୟବହାର କରିବେ। 8 ସେମାନଙ୍କର ଘୋଡ଼ାଗୁଡ଼ିକ ଚିତାବାଘଠାରୁ ଦ୍ରୁତଗାମୀ ହେବେ ଏବଂ ଗଧିଆଠାରୁ ଦ୍ରୁତଗାମୀ ସମସ୍ଥଳରେ ହେବେ। ସେମାନଙ୍କର ସୈନ୍ୟମାନେ ଘୋଡ଼ା ଚଢ଼ି ବହୁଦୂରରୁ ଆସିବେ। ଗୋଟିଏ ଭୋକିଲା ଚିଲ ପକ୍ଷୀ ଆକାଶରୁ ଶିକାର ଉପରେ ଝାମ୍ପ ମାରିଲା ପରି ସେମାନେ ଦ୍ରୁତ ବେଗରେ ଶତ୍ରୁଙ୍କୁ ଆକ୍ରମଣ କରିବେ। 9 ସେମାନେ କେବଳ ଯୁଦ୍ଧ କରିବାକୁ ଗ୍ଭହାନ୍ତି। ସେମାନଙ୍କର ସୈନ୍ୟମାନେ ବନ୍ଦୀମାନଙ୍କୁ ବାଲିପରି ଆଣିବା ପାଇଁ ସଂକଳ୍ପର ସହିତ ଯାଉଛନ୍ତି।
10 “ବାବିଲ ସୈନ୍ୟମାନେ ଅନ୍ୟ ଦେଶର ରାଜାମାନଙ୍କୁ ଉପହାସ କରିବେ। ବିଦେଶୀ ଶାସକମାନେ ସେମାନଙ୍କ ପାଇଁ ଉପହାସର ପାତ୍ର ହେବେ। ସେମାନେ ସୁଦୃଢ଼ ଉଚ୍ଚ ପ୍ରାଚୀର ବିଶିଷ୍ଟ ନଗରକୁ ଦେଖି ହସିବେ। ସେମାନେ ତ୍ରିଭୁଜାକାର ଚଟାଣ ତିଆରି କରିବେ ଏବଂ ସେହିସବୁ ନଗରକୁ କରାୟତ କରିବେ। 11 ତା'ପରେ ସେମାନେ ପବନ ପରି ଗତିରେ ଯିବେ। ସେମାନେ ଦୋଷୀ ଅଟନ୍ତି ଯେ, ସେମାନେ ତାଙ୍କର ନିଜର ଶକ୍ତିକୁ ପୂଜା କରନ୍ତି।”
ହବକ୍କୂକର ଦ୍ୱିତୀୟ ଅଭିଯୋଗ
12 ତା'ପରେ ହବକ୍କୂକ କହିଲେ, “ହେ ସଦାପ୍ରଭୁ, ତୁମ୍ଭେ ପୁରାତନ କାଳର ସଦାପ୍ରଭୁ ଅଟ।
ତୁମ୍ଭେ ଏକମାତ୍ର ପବିତ୍ର ଅଟ, ଯିଏ କେବେ ଅନ୍ତର୍ହିତ କରିବ ନାହିଁ।
ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କୁ ବିଗ୍ଭର କରିବା ପାଇଁ ନିଯୁକ୍ତି କଲ କି?
ହେ ଶୈଳ, ଲୋକମାନଙ୍କୁ ଦଣ୍ତ ଦେବା ପାଇଁ ତୁମ୍ଭେ ସେମାନଙ୍କୁ ପଠାଇଲ କି?
13 ତୁମ୍ଭର ଚକ୍ଷୁଗୁଡ଼ିକ ଏତେ ଶୁଦ୍ଧ ଯେ, ତୁମ୍ଭେ ଦୁଷ୍କର୍ମ ଦେଖି ପାରିବ ନାହିଁ।
ଲୋକମାନେ ଦୁଷ୍କର୍ମ କରୁଥିବାର ଦେଖି ତୁମ୍ଭେ ସହ୍ୟ କରି ପାରିବ ନାହିଁ।
ତେଣୁ କିପରି ସେହି ମନ୍ଦ ଲୋକମାନେ ଜୟ କରିବାର ତୁମ୍ଭେ ଦେଖି ପାରିବ?
କାହିଁକି ତୁମ୍ଭେ ପ୍ରତିକ୍ରିୟା କରୁ ନାହଁ, ଯେତେବେଳେ ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ପରାସ୍ତ କରିବାର ଦେଖୁଛ?
14 “ତୁମ୍ଭେ ସମୁଦ୍ରର ମାଛ ସଦୃଶ ଲୋକମାନଙ୍କୁ ତିଆରି କରିଛ
ସେମାନେ ବିନା ନେତାରେ ସମୁଦ୍ରର ଛୋଟ ପ୍ରାଣୀ ସଦୃଶ।
15 ଶତ୍ରୁ ଆଙ୍କୁଡ଼ି ଓ ଜାଲ ସାହାଯ୍ୟରେ ସେମାନଙ୍କୁ ଧରେ।
ସେମାନେ ସେମାନଙ୍କୁ ଜାଲରେ ଧରି
ଖୁସୀ ହୁଅନ୍ତି।
16 ତା'ର ଜାଲ ତାକୁ ଧନୀଲୋକ ପରି ଚଳିବାରେ ସାହାଯ୍ୟ କରେ
ଏବଂ ଉତ୍ତମ ଖାଦ୍ୟ ଯୋଗାଏ।
ତେଣୁ ଶତ୍ରୁ ତା'ର ଜାଲକୁ ପୂଜା କରେ।
ସେ ତା'ର ଜାଲକୁ ସମ୍ମାନ ଦେବାକୁ ବଳିଦାନ ଓ ଧୂପ ଦିଏ।
17 ଏ ନିମନ୍ତେ ସେ କି ଆପଣା ଜାଲ ଖାଲି କରୁଥିବ
ଓ ସେ କ’ଣ ରାଜ୍ୟକୁ ଦୟା ନ ଦେଖାଇ ଧ୍ୱଂସ ସାଧନ କରି ଗ୍ଭଲିଥିବ?
2 ମୁଁ ଜଣେ ରକ୍ଷୀ ପରି ଛିଡ଼ା ହେବି।
ମୁଁ ନଗର ପ୍ରାଚୀରରେ ଜଗିବି।
ସଦାପ୍ରଭୁ ମୋତେ କ’ଣ କହିବେ, ମୁଁ ତାହା ଦେଖିବାକୁ ଅପେକ୍ଷା କରିବି।
ସେ ମୋର ପ୍ରଶ୍ନର ଉତ୍ତର କିପରି କରୁଛନ୍ତି, ମୁଁ ତାହା ଶିକ୍ଷା କରିବାକୁ ଅପେକ୍ଷା କରିବି।”
ପରମେଶ୍ୱର ହବକ୍କୂକଙ୍କୁ ଉତ୍ତର ଦିଅନ୍ତି
2 ସଦାପ୍ରଭୁ ମୋତେ ଉତ୍ତର ଦେଲେ, “ଆମ୍ଭେ ତୁମ୍ଭକୁ ଯେଉଁ ଦର୍ଶନ ଦେଖାଉଛୁ ତାହା ଗୋଟିଏ ଫଳକ ଉପରେ ସ୍ପଷ୍ଟ ଭାବରେ ଲେଖ ଯେପରିକି ସବୁଲୋକ ସହଜରେ ପଢ଼ି ପାରିବେ। 3 ଏହି ଦର୍ଶନ ନିର୍ଦ୍ଦିଷ୍ଟ ସାକ୍ଷୀ ଅଟେ। ଏହା ଶେଷ ବାର୍ତ୍ତା ସମ୍ବନ୍ଧରେ ସାକ୍ଷୀ ଦିଏ ଏବଂ ଏହା ମିଥ୍ୟା ହୁଏ ନାହିଁ। ଯେପରି ଜଣାଯିବ ଏହି ସମୟ କେବେ ଆସିବ ନାହିଁ। କିନ୍ତୁ ଧୈର୍ଯ୍ୟ ଧରି ଅପେକ୍ଷା କର, ସେ ସମୟ ନିଶ୍ଚୟ ଆସିବ। ଏହା ଅଧିକ ବିଳମ୍ବ ହେବ ନାହିଁ। 4 ଅହଂକାରୀ ବ୍ୟକ୍ତିର ଆତ୍ମା ସଚ୍ଚୋଟ ନୁହେଁ। ସେପରି ଅହଂକାରୀ ଲୋକ ଫୁତ୍କାରରେ ଉଡ଼ିଯାଏ। କିନ୍ତୁ ଧାର୍ମିକ ଲୋକମାନେ ସେମାନଙ୍କର ବିଶ୍ୱାସ ବଳରେ ହିଁ ବଞ୍ଚିବେ।”
5 ପରମେଶ୍ୱର କହିଲେ, “ଧନ ଗୋଟିଏ ବଳବାନ୍ ବ୍ୟକ୍ତିକୁ ପ୍ରତାରଣା କରି ପାରିବ। ସେ କେବେ ସଫଳ ହୋଇ ପାରିବ ନାହିଁ। କବର ପରି ସେ ସର୍ବଦା ଅଧିକରୁ ଅଧିକ ପାଇବାକୁ ଇଚ୍ଛା କରିବ। କିନ୍ତୁ ମୃତ୍ୟୁ ପରି ସେ କେବେ ସନ୍ତୁଷ୍ଟ ହେବ ନାହିଁ। ସେ ଅନ୍ୟସବୁ ଦେଶକୁ ପରାସ୍ତ କରି ଗ୍ଭଲିବ। ସେ ସେହି ଲୋକମାନଙ୍କୁ ବନ୍ଦୀ କରି ଗ୍ଭଲିବ। 6 କିନ୍ତୁ ଖୁବ୍ ଶୀଘ୍ର ସେହି ଲୋକମାନେ ତାକୁ ଉପହାସ କରିବେ। ସେମାନେ ତା'ର ପରାଜୟ ବିଷୟରେ ଗପ କରିବେ। ସେମାନେ ତାକୁ ପରିହାସ କରି କହିବେ, ‘ତାକୁ ଧିକ୍, ଯିଏ ଅନ୍ୟ ଲୋକମାନଙ୍କର ଧନସମ୍ପତ୍ତିକୁ ନେଇଯାଏ। ଆଉ କେତେଦିନ ପର୍ଯ୍ୟନ୍ତ ସେ ଋଣ ସଂଗ୍ରହ ଦ୍ୱାରା ଧନୀ ହେବ? ସର୍ବଶେଷରେ ତା'ର ସମ୍ପଦସବୁ ତା’ ଉପରେ ବୋଝ ହେବ।’
7 ତୁମ୍ଭମାନଙ୍କର ଋଣକର୍ତ୍ତାମାନେ ହଠାତ୍ ତୁମ୍ଭ ବିରୁଦ୍ଧରେ ଛିଡ଼ା ହେବେ। ତା'ପରେ ସେମାନେ ତୁମ୍ଭଠାରୁ ଗ୍ଭେରି କରିବେ। ତୁମ୍ଭେ ଅତି ଭୟଭୀତ ହୋଇ ପଡ଼ିବ। 8 ତୁମ୍ଭେ ବହୁ ଦେଶରୁ ଧନ ଅପହରଣ କରିଛ। ତେଣୁ ସେହି ଲୋକମାନେ ତୁମ୍ଭଠାରୁ ଅଧିକ ନେଇଯିବେ। ତୁମ୍ଭେ ବହୁ ଲୋକଙ୍କୁ ହତ୍ୟା କରିଛ। ବହୁଦେଶ ଓ ନଗର ଧ୍ୱଂସ କରିଛ। ସବୁ ଲୋକଙ୍କୁ ସେଠାରେ ହତ୍ୟା କରିଛ।
9 ତାକୁ ଧିକ୍, ଯିଏ ଦୋଷ କରି ଧନୀ ହୋଇଛି। ସେ ଗୋଟିଏ ନିରାପଦ ସ୍ଥାନରେ ବାସ କରିବାକୁ ଏହିସବୁ କରେ। ସେ ଭାବେ ଯେ, ସେ କୌଣସି ଅନିଷ୍ଟରୁ ନିଜକୁ ରକ୍ଷା କରି ପାରିବ। 10 “ତୁମ୍ଭେ ବହୁତ ଲୋକଙ୍କୁ ଧ୍ୱଂସ କରିଅଛ। କିନ୍ତୁ ତୁମ୍ଭେ ନିଜ ଘରକୁ ଲଜ୍ଜା ଆଣିଥିଲ। ତୁମ୍ଭେ ନିଜ ଜୀବନ ବିପକ୍ଷରେ ପାପ କରିଅଛ। 11 ତୁମ୍ଭ କାନ୍ଥରେ ଲାଗିଥିବା ପଥର ତୁମ୍ଭ ବିରୁଦ୍ଧରେ କଥା କହିବ। ଏପରିକି ତୁମ୍ଭ ଛାତରେ ଲାଗିଥିବା କାଠର ବର୍ଗାଗୁଡ଼ିକ ତୁମ୍ଭେ ଭୁଲ୍ ବୋଲି ରାଜି ହେବ।
12 “ଧିକ୍ ତୁମ୍ଭମାନଙ୍କୁ, ଯେଉଁମାନେ ଲୋକମାନଙ୍କୁ ମାରି ନଗର ନିର୍ମାଣ କରିଛ ଏବଂ ଦୁଷ୍ଟତାରେ ସହର ପ୍ରତିଷ୍ଠା କରିଛ। 13 ସର୍ବଶକ୍ତିମାନ ସଦାପ୍ରଭୁ ସ୍ଥିର କରିଛନ୍ତି ଯେ ଅଗ୍ନି ସବୁ ଜିନିଷକୁ ପୋଡ଼ିଦେବ ଯାହାସବୁ ଲୋକମାନେ ନିର୍ମାଣ କରିଥିଲେ। ସେମାନଙ୍କର ସେହିସବୁ କାର୍ଯ୍ୟ ନିଷ୍ଫଳ ହେବ। 14 ତା'ପରେ ଲୋକମାନେ ସବୁଆଡ଼େ ସଦାପ୍ରଭୁଙ୍କର ମହିମା ଜାଣିବେ। ସମୁଦ୍ରରେ ଜଳ ବ୍ୟାପିଲା ପରି ଏହି ଖବର ଗ୍ଭରିଆଡ଼େ ବ୍ୟାପିଯିବ। 15 ତୁମ୍ଭକୁ ଧିକ୍, ଯେଉଁମାନେ ପୋଡ଼ୋଶୀମାନଙ୍କୁ ଦ୍ରାକ୍ଷାରସ ପିଆଉଛ, ତାଙ୍କୁ ମାତାଲ କରିବା ପାଇଁ ସେହି ଦ୍ରାକ୍ଷାରସରେ କିଛି ବିଷାକ୍ତ ଉପାଦନ ମିଶାଉଛ, ଯାହା ପାଇଁ ତୁମ୍ଭେ ତାଙ୍କର ଉଲଗ୍ନତା ଦେଖି ପାରିବ।
16 “କିନ୍ତୁ ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତସ୍ଥିତ ପାତ୍ର ତୁମ୍ଭ ଆଡ଼କୁ ଆସିବ। ତୁମ୍ଭେ ସମ୍ମାନ ବଦଳରେ ଅପମାନରେ ପରିପୂର୍ଣ୍ଣ ହେବ।
“ତୁମ୍ଭକୁ ଦ୍ରାକ୍ଷାରସ ପିଆଇ ଦିଆଯିବ ଏବଂ ଉଲଗ୍ନ କରାଯିବ। ତୁମ୍ଭର ସମ୍ମାନ ବଦଳରେ ଅପମାନ ଆସିବ। 17 ତୁମ୍ଭେ ଲିବାନୋନ୍ରେ କରିଥିବା ରକ୍ତପାତ ତୁମ୍ଭକୁ ଆଚ୍ଛନ୍ନ କରିବ। ତୁମ୍ଭେ ସେଠାରୁ ବହୁ ପଶୁ ଗ୍ଭେରି କଲ। ତେଣୁ ସେହି ମୃତବ୍ୟକ୍ତିଙ୍କ ପାଇଁ ଏବଂ ସେହି ଦେଶରେ କରିଥିବା ରକ୍ତପାତ ପାଇଁ ଏବଂ ସେଠାରେ ବାସ କରୁଥିବା ପ୍ରତ୍ୟେକ ପାଇଁ ତୁମ୍ଭେ ଭୟଭୀତ ହେବ।”
ପ୍ରତିମାଗୁଡ଼ିକ ବିଷୟରେ ବାର୍ତ୍ତା
18 ଖୋଦିତ ପ୍ରତିମାରେ କି ଲାଭ ଯେ, ଏହା ଜଣେ ଲୋକ ନିର୍ମାଣ କଲା ଏବଂ ଏହାକୁ ଖୋଦନ କଲା। ଧାତୁର ମୂର୍ତ୍ତିରେ କ’ଣ ଲାଭ ଅଛି? ଏହା ମିଥ୍ୟା ଶିକ୍ଷା ଦିଏ। ତେଣୁ ନିର୍ମାଣକାରୀ କାହିଁକି ଏଥିରେ ବିଶ୍ୱାସ କରିବ? ଏପରିକି ସେ ମୂର୍ତ୍ତି କଥା କହିପାରିବ ନାହିଁ। 19 ସେମାନଙ୍କୁ ଧିକ୍, ଯେଉଁ ଲୋକ କାଠକୁ କୁହେ, ଜାଗ୍ରତ ହୁଅ! ମୂକ ପ୍ରସ୍ଥରକୁ କୁହେ “ଉଠ”! ଏହି ଭଣ୍ତ ଦେବତାମାନେ ନିର୍ଦ୍ଦେଶ ଦେଇ ପାରିବେ କି? ସେହି ମୂର୍ତ୍ତି ସୁନା ଓ ରୂପାରେ ଆବୃତ ହୋଇ ପାରିବ, କିନ୍ତୁ ସେ ନିର୍ଜୀବ।
20 ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରେ ଅଛନ୍ତି। ତେଣୁ ସମଗ୍ର ପୃଥିବୀ ନୀରବ ହେବ ଓ ସଦାପ୍ରଭୁଙ୍କୁ ସମ୍ମାନ ଜଣାଇବ।
ହବକ୍କୂକଙ୍କ ପ୍ରାର୍ଥନା
3 ଭବିଷ୍ୟଦ୍ବକ୍ତା ହବକ୍କୂକଙ୍କର ଶିଗିୟୋନତ୍ ପ୍ରାର୍ଥନା:
2 ହେ ସଦାପ୍ରଭୁ, ମୁଁ ତୁମ୍ଭ ପ୍ରସିଦ୍ଧ ବିଷୟରେ ଶୁଣିଛି
ଏବଂ ମୁଁ ପରମେଶ୍ୱରଙ୍କ ଭୟରେ ପରିପୂର୍ଣ୍ଣ ହୋଇଛି।
ହେ ସଦାପ୍ରଭୁ, ଅତୀତରେ ଯେଉଁସବୁ ଶକ୍ତିଶାଳୀ କାର୍ଯ୍ୟ କରିଛ, ସେଥିରେ ମୁଁ ଆଶ୍ଚର୍ଯ୍ୟାନ୍ୱିତ।
ବର୍ତ୍ତମାନ ମୁଁ ପ୍ରାର୍ଥନା କରୁଛି ତୁମ୍ଭେ ଆମ୍ଭ ବିଷୟରେ ଅନେକ ବଡ଼ କାର୍ଯ୍ୟ କରିବ।
ଆମ୍ଭ ସମୟରେ ଏହିସବୁ ଘଟୁ ତୁମ୍ଭେ ଦୟାପୂର୍ବକ କର।
ତୁମ୍ଭର ସେହି କ୍ରୋଧିତ ଅବସ୍ଥାରେ ଆମ୍ଭ ପ୍ରତି ଦୟା କର। ସେଲା
3 ପରମେଶ୍ୱର ତୈମନରୁ ଆସୁଛନ୍ତି।
ସେହି ପବିତ୍ର ପୁରୁଷ ପାରଣ ପର୍ବତରୁ ଓହ୍ଲାଇ ଆସୁଛନ୍ତି। ସେଲା
ସଦାପ୍ରଭୁଙ୍କ ମହିମା ସ୍ୱର୍ଗକୁ ଆବୃତ କରେ।
ତାଙ୍କର ପ୍ରଶଂସା ପୃଥିବୀକୁ ପୂର୍ଣ୍ଣ କରେ।
4 ଆଲୋକରଶ୍ମି ସଦାପ୍ରଭୁଙ୍କ ହସ୍ତରୁ ଆସି ଉଜ୍ଜ୍ୱଳ ଆଲୋକ ପ୍ରଦାନ କରେ।
ତାଙ୍କର ଶକ୍ତି ସେଠାରେ ଲୁଚିଅଛି।
5 ରୋଗଗୁଡ଼ିକ ତାଙ୍କ ଆଗେ ଆଗେ ଗ୍ଭଲିଲେ
ଏବଂ ଧ୍ୱଂସକାରୀ ଶକ୍ତି ତାଙ୍କୁ ଅନୁସରଣ କଲେ।
6 ସଦାପ୍ରଭୁ ଦଣ୍ଡାୟମାନ ହେଲେ ଓ ପୃଥିବୀର ବିଗ୍ଭର କଲେ।
ସେ ଦୃଷ୍ଟିଜାତ କରି ଗୋଷ୍ଠୀଗଣଙ୍କୁ
ଭିନ୍ନଭିନ୍ନ କରି ତଡ଼ି ଦେଲେ।
ଯେଉଁ ପର୍ବତଗୁଡ଼ିକ ବହୁବର୍ଷ ପର୍ଯ୍ୟନ୍ତ ଛିଡ଼ା ହୋଇଥିଲେ
ସେଗୁଡ଼ିକ ଧ୍ୱଂସ ହେଲେ।
ପୁରାତନ ପାହାଡ଼ଗୁଡ଼ିକର ମଧ୍ୟ ପତନ ହେଲା।
କିନ୍ତୁ ପରମେଶ୍ୱର ଅନନ୍ତକାଳସ୍ଥାୟୀ।
7 ମୁଁ ଦେଖିଲି କୂଶନର ନଗରଗୁଡ଼ିକ ଅସୁବିଧାରେ ଥିଲେ।
ମିଦିୟନର ଗୃହଗୁଡ଼ିକ ଭୟରେ ଥରିଲେ।
8 ହେ ସଦାପ୍ରଭୁ, ତୁମ୍ଭେ କ’ଣ ନଦୀ, ଝରଣା,
ସମୁଦ୍ର ଉପରେ କ୍ରୋଧାନ୍ୱିତ ହୋଇଥିଲ?
ସେଥିପାଇଁ କ’ଣ ତୁମ୍ଭେ ତୁମ୍ଭର ଅଶ୍ୱ
ଏବଂ ରଥକୁ ଆରୋହଣ କଲ?
9 ତା'ପରେ ତୁମ୍ଭେ ଧନୁ କାଢ଼ିଲ।
ଶପଥ ପୂର୍ବକ ତୀରଗୁଡ଼ିକୁ ନିକ୍ଷେପ କଲ। ସେଲା
ତୁମ୍ଭେ ପୃଥିବୀକୁ ନଦୀମାନଙ୍କ ଦ୍ୱାରା ଭାଗ କଲ।
10 ପର୍ବତଗୁଡ଼ିକ ତୁମ୍ଭକୁ ଦେଖି ଥରିଲେ।
ପ୍ରଚଣ୍ତ ଜଳ ଭୂମିରେ ପ୍ରବାହିତ ହେଲା।
ସମୁଦ୍ର ଭୟଙ୍କର ଗର୍ଜନ କଲା,
ଢେଉଗୁଡ଼ିକ ଉପରକୁ ଉଠିଲା।
11 ସୂର୍ଯ୍ୟ ଚନ୍ଦ୍ର ତାଙ୍କର କକ୍ଷରେ ଛିଡ଼ା ହେଲେ।
ଯେତେବେଳେ ସେମାନେ ତୁମ୍ଭର ବିଦ୍ୟୁତ୍ର ଉଜ୍ଜ୍ୱଳ ଦେଖିଲେ ସେମାନେ ଆଲୋକ ଦେବା ବନ୍ଦ କଲେ।
ସେହି ବିଦ୍ୟୁତ୍ ପବନରେ ବର୍ଚ୍ଛା ଓ ତୀର ଗତି କଲାପରି କ୍ଷିପ୍ର ଥିଲା।
12 କ୍ରୋଧରେ ତୁମ୍ଭେ ପୃଥିବୀ ଉପରେ ଗ୍ଭଲିଲ
ଏବଂ ଦେଶଗୁଡ଼ିକୁ ଦଣ୍ତ ଦେଲ।
13 ତୁମ୍ଭେ ଆପଣା ଲୋକଙ୍କୁ ପରିତ୍ରାଣ କରିବକୁ ଆସିଲ।
ତୁମ୍ଭେ ଆପଣା ମନୋନୀତ ରାଜାଙ୍କୁ ରକ୍ଷା କରିବାକୁ ଆସିଲ।
ପ୍ରତି ମନ୍ଦ ଗୃହରେ ଥିବା ମୁଖ୍ୟଙ୍କୁ ହତ୍ୟା କଲ।
ତୁମ୍ଭେ ତାକୁ ଆପାଦମସ୍ତକ
ଗ୍ଭବୁକରେ ପ୍ରହାର କଲ। ସେଲା
14 ତୁମ୍ଭେ ତା'ର ନିଜ ବର୍ଚ୍ଛାରେ
ତା'ର ମୁଣ୍ତକୁ ଗଣ୍ତିରୁ ଅଲଗା କଲ।
ସେହି ସୈନ୍ୟମାନେ ଶକ୍ତିଶାଳୀ ଝଡ଼ ଭଳି
ଆମ୍ଭ ବିରୁଦ୍ଧରେ ଲଢ଼ିବାକୁ ଆସିଥିଲେ।
ଗୋଟିଏ ଗରିବ ଲୋକକୁ
ଗୋପନରେ ଲୁଣ୍ଠନ କଲାପରି ସେମାନେ କଲେ।
15 କିନ୍ତୁ ତୁମ୍ଭେ ସେହି କାଦୁଅ ଓ ପ୍ରବଳ ଜଳସ୍ରୋତ ମଧ୍ୟଦେଇ
ଘୋଡ଼ାକୁ ଝପଟାଇ ଦେଲ।
16 ମୁଁ ଯେତେବେଳେ ଏହି କଥା ଶୁଣିଲି ମୋର ସମସ୍ତ ଶରୀର ଥରି ଉଠିଲା।
ସେହି ଶବ୍ଦରେ ମୋ’ ଓଷ୍ଠରେ କମ୍ପନ ହେଲା।
ମୋର ଅସ୍ଥିମଜ୍ଜାରେ ମୁଁ ଦୁର୍ବଳ ହୋଇ ପଡ଼ିଲି।
ମୁଁ ସେହି କମ୍ପନ ଅବସ୍ଥାରେ ଥରିବାକୁ ଲାଗିଲି।
ଯେତେବେଳେ ସେମାନେ ଲୋକମାନଙ୍କୁ ଆକ୍ରମଣ କରିବାକୁ ଆସିବେ, ମୁଁ ସେହି ଆକ୍ରମଣ ଓ ଧ୍ୱଂସର ଦିନଗୁଡ଼ିକ ଆସିବା ପାଇଁ ଧୈର୍ଯ୍ୟ ଧରି ଅପେକ୍ଷା କରିବି।
ସର୍ବଦା ସଦାପ୍ରଭୁଙ୍କଠାରେ ଆନନ୍ଦ କର
17 ଡିମ୍ବିରି ଗଛରେ ଡିମ୍ବିରି ଫଳି ନ ପାରେ,
ଦ୍ରାକ୍ଷାଲତାରେ ଅଙ୍ଗୁର ଫଳି ନ ପାରେ,
ଅଲିଭ ଗଛରେ ଅଲିଭ୍ ଉତ୍ପନ୍ନ ନ ହୋଇପାରେ,
କ୍ଷେତରେ ଖାଦ୍ୟଶସ୍ୟ ନ ହୋଇପାରେ,
ମେଣ୍ଢାଶାଳରେ ମେଣ୍ଢା ନ ରହିପାରନ୍ତି
ଓ ଶସ୍ୟଖଳାରେ ଗୋରୁପଲ ନ ଥାଇ ପାରନ୍ତି।
18 କିନ୍ତୁ ମୁଁ ତଥାପି ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି
ଏବଂ ପରମେଶ୍ୱରଙ୍କୁ ମୋର ତ୍ରାଣକର୍ତ୍ତା ଭାବି ଖୁସୀ ହେବି।
19 ସଦାପ୍ରଭୁ ମୋର ପ୍ରଭୁ, ମୋତେ ଶକ୍ତି ଦିଅନ୍ତି,
ମୁଁ ହରିଣ ପରି ଦ୍ରୁତଗତିରେ ଦୌଡ଼ିବାରେ ମୋତେ ସାହାଯ୍ୟ କରନ୍ତି।
ସଙ୍ଗୀତ ନିର୍ଦ୍ଦେଶକ ପରି ମୋର ସ୍ପନ୍ଦିତ ବାଦ୍ୟଯନ୍ତ୍ରରେ ସେ ପର୍ବତ ଉପରକୁ ମୋତେ ନିରାପଦରେ ଆଗେଇ ନିଅନ୍ତି।
1 ଏହି ବାର୍ତ୍ତା ସଦାପ୍ରଭୁ ସିଫନିୟଙ୍କୁ ପ୍ରଦାନ କରିଥିଲେ। ଯିହୁଦାର ରାଜା ଆମୋନଙ୍କ ପୁତ୍ର ଯୋଶିୟଙ୍କ ସମୟରେ ସେ ଏହି ବାର୍ତ୍ତା ଗ୍ରହଣ କଲେ। ସିଫନିୟ କୂଶିଙ୍କ ପୁତ୍ର, କୂଶି ଗଦଲିୟଙ୍କ ପୁତ୍ର, ଗଦଲିୟ ଅମରିୟଙ୍କ ପୁତ୍ର ଓ ଅମରିୟ ହିଜକିୟଙ୍କ ପୁତ୍ର ଥିଲେ।
ଲୋକଙ୍କ ବିଗ୍ଭର ପାଇଁ ସଦାପ୍ରଭୁଙ୍କର ଦିନ
2 ସଦାପ୍ରଭୁ କହନ୍ତି, “ପୃଥିବୀର ସମସ୍ତ ଜିନିଷ ଆମ୍ଭେ ଧ୍ୱଂସ କରିବା। 3 ଆମ୍ଭେ ସମସ୍ତ ପ୍ରାଣୀ ଓ ସମସ୍ତ ମାନବମାନଙ୍କୁ ବିନଷ୍ଟ କରିବା। ଆକାଶର ପକ୍ଷୀ ଓ ସମୁଦ୍ରର ମାଛଗୁଡ଼ିକୁ ବିନାଶ କରିବା। ସମସ୍ତ ମନ୍ଦ ଲୋକ ଓ ସମସ୍ତ ଜିନିଷ ଯେଉଁଗୁଡ଼ିକ ସେମାନଙ୍କୁ ପାପ କରାଉଛି ସେହିସବୁକୁ ଧ୍ୱଂସ କରିବା। ସବୁ ଲୋକଙ୍କୁ ପୃଥିବୀରୁ ବିତାଡ଼ିତ କରିବା।” ଏହିସବୁ କଥା ସଦାପ୍ରଭୁ କହିଲେ।
4 ସଦାପ୍ରଭୁ କହିଲେ, “ଆମ୍ଭେ ଯିହୁଦା ଓ ଯିରୁଶାଲମ ବାସିନ୍ଦାଙ୍କୁ ଦଣ୍ତ ଦେବା। ଆମ୍ଭେ ସେହି ସ୍ଥାନରୁ ମୂର୍ତ୍ତି ପୂଜକ ଯାଜକଙ୍କୁ ହଟାଇଦେବା। ଆମ୍ଭେ ବାଲ୍ର ଶେଷ ସଙ୍କେତକୁ ହଟାଇ ଦେବା। ସମସ୍ତ ଲୋକ 5 ଯେଉଁମାନେ କି ଛାତ ଉପରକୁ ଯାଇ ତାରାମାନଙ୍କୁ ପୂଜା କରନ୍ତି ଆମ୍ଭେ ସେ ସମସ୍ତଙ୍କୁ ତଡ଼ି ଦେବା। କେତେଜଣ ଲୋକ ଉଭୟ ସଦାପ୍ରଭୁ ଏବଂ ମିଥ୍ୟାପ୍ରଭୁ ମାଲିକମାନଙ୍କୁ ମଧ୍ୟ ପୂଜା କରୁଛନ୍ତି। ତେଣୁ ଆମ୍ଭେ ସେହି ଲୋକମାନଙ୍କୁ ସେହି ସ୍ଥାନରୁ ତଡ଼ିଦେବା। 6 କେତେକ ଲୋକ ସଦାପ୍ରଭୁଙ୍କୁ ଅନୁସରଣ କରିବା ବନ୍ଦ କଲେ। ସେମାନେ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବା ବନ୍ଦ କରିଦେଲେ। ତେଣୁ ସେ ଲୋକମାନଙ୍କୁ ସେହି ସ୍ଥାନରୁ ତଡ଼ି ଦେବା।”
7 ତୁମ୍ଭେ ସଦାପ୍ରଭୁ ମୋର ପ୍ରଭୁଙ୍କ ସମ୍ମୁଖରେ ନୀରବ ହୁଅ କାରଣ ଲୋକମାନଙ୍କୁ ଶାସ୍ତି ଦେବା ପାଇଁ ସଦାପ୍ରଭୁଙ୍କ ବିଶେଷଦିନ ଶୀଘ୍ର ଆସୁଅଛି। ସଦାପ୍ରଭୁ ତାଙ୍କର ବଳିଦାନ ପ୍ରସ୍ତୁତ କରି ସାରିଛନ୍ତି ଏବଂ ତାଙ୍କର ନିମନ୍ତ୍ରିତ ଅତିଥିମାନଙ୍କୁ ଅଲଗା କରିଛନ୍ତି।
8 ସଦାପ୍ରଭୁ କହିଲେ, “ସଦାପ୍ରଭୁଙ୍କର ଉତ୍ସର୍ଗ ଦିନରେ, ଆମ୍ଭେ ରାଜାର ପୁତ୍ରମାନଙ୍କୁ ଓ ଅନ୍ୟ ନେତାମାନଙ୍କୁ ଦଣ୍ତ ଦେବା। ବିଦେଶୀ ବସ୍ତ୍ର ପରିଧାନ କରିଥିବା ସମସ୍ତ ଲୋକଙ୍କୁ ଆମ୍ଭେ ଦଣ୍ତ ଦେବା। 9 ସେହି ସମୟରେ ପ୍ରବେଶଦ୍ୱାରକୁ ଡେଇଁ ଯାଇଥିବା ଲୋକମାନଙ୍କୁ ଆମ୍ଭେ ଦଣ୍ତ ଦେବା। ଯେଉଁମାନେ ତାଙ୍କ ମିଥ୍ୟା ପ୍ରଭୁଙ୍କର ଗୃହକୁ ମିଥ୍ୟା ଓ ହିଂସାରେ ପୂର୍ଣ୍ଣ କରିଛନ୍ତି ସେମାନଙ୍କୁ ମଧ୍ୟ ଦଣ୍ତ ଦେବା।”
10 ସଦାପ୍ରଭୁ ମଧ୍ୟ କହିଲେ, “ସେହି ସମୟରେ ଯିରୁଶାଲମର ମତ୍ସ୍ୟ ଦ୍ୱାରଠାରେ ସାହାଯ୍ୟ ପାଇଁ ଡାକୁଥିବେ। ଲୋକମାନେ ସହରର ଅନ୍ୟ ପାର୍ଶ୍ୱରେ ମଧ୍ୟ ସାହାଯ୍ୟ ପାଇଁ ଚିତ୍କାର କରୁଥିବେ। ସେମାନେ ମଧ୍ୟ ପାହାଡ଼ମାନଙ୍କରୁ ଖୁବ୍ ଜୋର୍ରେ ଶବ୍ଦ ଶୁଣିବେ। 11 ସହରର ନିମ୍ନ ଅଂଶରେ ବାସ କରୁଥିବା ତୁମ୍ଭ ଲୋକମାନେ ଚିତ୍କାର କରିବେ। କାରଣ ସମସ୍ତ ବ୍ୟବସାୟୀ ଓ ଧନୀ ବଣିକମାନେ ଧ୍ୱଂସ ହୋଇଯିବେ।
12 “ସେହି ଦିନ ଆମ୍ଭେ ଗୋଟିଏ ପ୍ରଦୀପ ନେଇ ଯିରୁଶାଲମ ମଧ୍ୟରେ ଖୋଜିବା। ଓ ସେହି ଆତ୍ମତୃପ୍ତ ଲୋକମାନଙ୍କୁ ବାଛିବା ଯେଉଁମାନେ ସେମାନଙ୍କ ଶୈଳୀରେ ଜୀବନ ଧାରଣ କରିବା ପାଇଁ ସନ୍ତୁଷ୍ଟ। ସେହି ଲୋକମାନେ କୁହନ୍ତୁ, ‘ସଦାପ୍ରଭୁ କାହାରିକୁ ସାହାଯ୍ୟ କରନ୍ତି ନାହିଁ କି କାହାରିକୁ ଆଘାତ କରନ୍ତି ନାହିଁ।’ ଆମ୍ଭେ ସେମାନଙ୍କୁ ଖୋଜି ବାହାର କରିବା ଓ ଦଣ୍ତ ଦେବା। 13 ତା'ପରେ ଅନ୍ୟ ଲୋକମାନେ ସେମାନଙ୍କର ଧନସମ୍ପଦ ଲୁଣ୍ଠନ କରିବେ ଓ ସେମାନଙ୍କର ଘରଗୁଡ଼ିକୁ ଧ୍ୱଂସ କରିବେ। ସେହି ସମୟରେ ସେମାନେ ନିର୍ମାଣ କରିଥିବା ଘରେ ଲୋକମାନେ ରହିବେ ନାହିଁ ଏବଂ ସେମାନେ ବଢ଼ାଇଥିବା ଅଙ୍ଗୁରରୁ ପ୍ରସ୍ତୁତ ଦ୍ରାକ୍ଷାରସ ପିଇବେ ନାହିଁ।”
14 ସଦାପ୍ରଭୁଙ୍କର ସେହି ବିଶେଷ ଦିବସ ଖୁବ୍ ଶୀଘ୍ର ଆସୁଛି। ସେହି ଦିନ ଅତି ସନ୍ନିକଟ। ବିଗ୍ଭରର ସେହି ବିଶେଷ ଦିବସରେ ଲୋକମାନେ ଏକ ଅତି ଦୁଃଖପୂର୍ଣ୍ଣ ଶବ୍ଦ ଶୁଣିବେ। ଏପରିକି ଶକ୍ତିଶାଳୀ ସୈନ୍ୟମାନେ ଚିତ୍କାର କରି ଉଠିବେ। 15 ସେହି ଦିନ ପରମେଶ୍ୱର ତାଙ୍କର କ୍ରୋଧ ଦେଖାଇବେ। ଏହା ଅତି ଭୟଙ୍କର ଦୁଃଖ ଓ ଧ୍ୱଂସର ସମୟ ହେବ। ଏହା ଏକ ଧ୍ୱଂସ ବିଧ୍ୱଂସ୍ତର ଦିନ ହେବ। ଏହା ଏକ ଅନ୍ଧକାର ଓ ଖେଦର ଦିନ ହେବ। ଏହି ଦିନଟି ମେଘ ଓ ଅନ୍ଧକାରର ଦିନ ହେବ। 16 ଏହା ଯୁଦ୍ଧ ସମୟ ପରି ଏକ ସମୟ ହେବ, ଯେତେବେଳେ ଲୋକମାନେ ପ୍ରତିରକ୍ଷା ଦୁର୍ଗ ଓ ସୁରକ୍ଷିତ ନଗରୀରେ ତୂରୀର ଓ ଯୁଦ୍ଧର କାନ୍ଦଣା ଶୁଣିବେ।
17 ସଦାପ୍ରଭୁ କହିଲେ, “ସେହି ସମୟରେ ଆମ୍ଭେ ଲୋକମାନଙ୍କୁ ସମସ୍ୟା ଘଟାଇବା। ଲୋକମାନେ ଅନ୍ଧଭଳି ଗ୍ଭଲିବେ, ଏହା କାହିଁକି ଘଟିବ? କାରଣ ସେହି ଲୋକମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଛନ୍ତି। ସେମାନଙ୍କର ମୃତ ଶରୀର ଭୂମି ଉପରେ ଗୋବର ପରି ପଡ଼ି ରହିବ। 18 ସେମାନଙ୍କର ସୁନାରୂପା ସେମାନଙ୍କୁ ରକ୍ଷା କରି ପାରିବ ନାହିଁ। ସେହି ସମୟରେ ସଦାପ୍ରଭୁ ଅତ୍ୟନ୍ତ ବିବ୍ରତ ଓ କ୍ରୋଧୀ ହୋଇ ପଡ଼ିବେ। ସଦାପ୍ରଭୁ ସମଗ୍ର ବିଶ୍ୱକୁ ଧ୍ୱଂସ କରିବେ। ସଦାପ୍ରଭୁ ସମ୍ପୂର୍ଣ୍ଣ ଭାବରେ ବିଶ୍ୱରେ ସମସ୍ତଙ୍କୁ ବିନାଶ କରିବେ।”
ପରମେଶ୍ୱର ଲୋକମାନଙ୍କୁ ସେମାନଙ୍କର ଜୀବନ ବଦଳାଇବାକୁ କୁହନ୍ତି
2 ହେ ନିର୍ଲ୍ଲଜ ଲୋକମାନେ, ତୁମ୍ଭେମାନେ ଏକତ୍ରିତ ହୁଅ। 2 ତୁମ୍ଭ ଉପରେ ବିଗ୍ଭର ଆସିବା ପୂର୍ବରୁ, ତୁଷ ପରି ସୁଯୋଗ ହରାଇବା ପୂର୍ବରୁ, ସଦାପ୍ରଭୁଙ୍କର କ୍ରୋଧ ତୁମ୍ଭ ଉପରେ ଆସିବା ପୂର୍ବରୁ, ସଦାପ୍ରଭୁଙ୍କର ଭୟଙ୍କର କ୍ରୋଧର ଶେଷଦିନ ଆସିବା ପୂର୍ବରୁ, ତୁମ୍ଭେମାନେ ଏକତ୍ରିତ ହୁଅ। 3 ସବୁ ନମ୍ର ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ଆସ! ତାଙ୍କ ବ୍ୟବସ୍ଥାକୁ ମାନ। ଧର୍ମର ଅନ୍ୱେଷଣ କର, ନମ୍ରତାର ଅନ୍ୱେଷଣ କର, ହୁଏତ ସଦାପ୍ରଭୁ ତାଙ୍କର କ୍ରୋଧ ଦେଖାଇବା ବେଳେ ତୁମ୍ଭେମାନେ ନିରାପଦ ହେବ।
ସଦାପ୍ରଭୁ ଇସ୍ରାଏଲର ପଡ଼ୋଶୀଙ୍କୁ ଦଣ୍ତ ଦେବେ
4 ଘସାରେ କାହାରିକୁ ଛଡ଼ାଯିବ ନାହିଁ। ଅସ୍କିଲୋନ ଧ୍ୱଂସ ହେବ, ମଧ୍ୟାହ୍ନ ସୁଦ୍ଧା ଲୋକମାନଙ୍କୁ ଅସଦୋଦ୍ ଛାଡ଼ିବାକୁ ବାଧ୍ୟ କରାଯିବ। ଇକ୍ରୋଣ ଶୂନ୍ୟ ହୋଇଯିବ। 5 ତୁମ୍ଭେ କରେଥୀୟର ଲୋକମାନେ, ତୁମ୍ଭେମାନେ ସମୁଦ୍ର ନିକଟରେ ରହୁଛ, ସଦାପ୍ରଭୁଙ୍କଠାରୁ ତୁମ୍ଭମାନଙ୍କ ବିଷୟରେ ଏହି ବାର୍ତ୍ତା ଅଟେ। ହେ କିଣାନ, ହେ ପଲେଷ୍ଟୀୟ, ତୁମ୍ଭେମାନେ ସମସ୍ତେ ଧ୍ୱଂସ ହେବ। ତୁମ୍ଭମାନଙ୍କ ମଧ୍ୟରୁ କେହି ବଞ୍ଚିବେ ନାହିଁ। 6 ସମୁଦ୍ର ନିକଟରେ ଥିବା ଭୂମି ମେଷପାଳକ ଓ ସେମାନଙ୍କର ମେଷମାନଙ୍କ ପାଇଁ ଶୂନ୍ୟ ହୋଇଯିବ। 7 ତା'ପରେ ସେହି ରାଜ୍ୟ ଯିହୁଦାର ରକ୍ଷାକର୍ତ୍ତାଙ୍କ ଅଧିକାରକୁ ଆସିବ। ସଦାପ୍ରଭୁ ଯିହୁଦାର ସେହି ଲୋକମାନଙ୍କୁ ସ୍ମରଣ କରିବେ। ସେହି ଲୋକମାନେ ବିଦେଶରେ ବନ୍ଦୀ। କିନ୍ତୁ ସଦାପ୍ରଭୁ ସେମାନଙ୍କୁ ଫେରାଇ ଆଣିବେ। ତା'ପରେ ଯିହୁଦାର ଲୋକମାନେ ସେମାନଙ୍କର ମେଷଗୁଡ଼ିକୁ ସେହି ପଡ଼ିଆରେ ଚରିବାକୁ ଦେବେ। ସନ୍ଧ୍ୟାବେଳେ ଅସ୍କିଲୋନର ଶୂନ୍ୟ ଗୃହରେ ସେମାନେ ପଡ଼ି ରହିବେ।
8 ସଦାପ୍ରଭୁ କୁହନ୍ତି, “ଆମ୍ଭେ ଶୁଣିଛୁ ମୋୟାବ ଓ ଅମ୍ମୋନର ଲୋକମାନେ କ’ଣ କହିଲେ। ସେହି ଲୋକମାନେ ଆମ୍ଭ ଲୋକମାନଙ୍କୁ ଅପମାନିତ କଲେ। ସେମାନେ ନିଜର ରାଜ୍ୟକୁ ବଢ଼ାଇବା ପାଇଁ ସେମାନଙ୍କର ଜମି ସବୁ ଅକ୍ତିଆର କଲେ। 9 ତେଣୁ ଆମ୍ଭେ ପ୍ରତିଜ୍ଞା କରୁଛୁ, ମୋୟାବ ଓ ଅମ୍ମୋନର ଲୋକମାନେ ସଦୋମ ଓ ହମୋରା ପରି ଧ୍ୱଂସ ହେବେ। ଆମ୍ଭେ ସର୍ବଶକ୍ତିମାନ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ପ୍ରତିଜ୍ଞା କରୁଅଛୁ ଚିରକାଳ ପାଇଁ ସେମାନଙ୍କର ଭୂମି ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହେବ। ସେମାନଙ୍କର ଭୂମିରେ ଅନାବନା ଗଛ ବ୍ୟାପିଯିବ। ମରୁସାଗର ପରି ସେମାନଙ୍କର ଭୁମି ଲବଣାକ୍ତ ହେବ। ଆମ୍ଭର ବଞ୍ଚିତ ଲୋକମାନେ ତାଙ୍କ ଦେଶ ଅଧିକାର କରିବେ ଓ ତାଙ୍କର ସମ୍ପତ୍ତି ଫେରି ପାଇବେ।”
10 ମୋୟାବ ଓ ଅମ୍ମୋନର ଲୋକମାନଙ୍କ ପାଇଁ ଏହିସବୁ ଘଟିବ କାରଣ ସେମାନେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ଲୋକମାନଙ୍କ ପ୍ରତି ଗର୍ବୀ ଓ ନିଷ୍ଠୁର ହୋଇଥିଲେ ଏବଂ ସେମାନଙ୍କୁ ଅପମାନିତ କରିଥିଲେ। 11 ସେହି ଲୋକମାନେ ସଦାପ୍ରଭୁଙ୍କୁ ଭୟ କରିବେ, କାରଣ ସଦାପ୍ରଭୁ ଧ୍ୱଂସ କରିବେ। ତା'ପରେ ସବୁ ଦେଶରେ ଲୋକମାନେ ସଦାପ୍ରଭୁଙ୍କୁ ଉପାସନା କରିବେ। 12 ଏପରିକି ଇଥିଓପିଆର ଲୋକମାନଙ୍କୁ ମଧ୍ୟ ସଦାପ୍ରଭୁଙ୍କର ଖଡ଼୍ଗ ବିନାଶ କରିବ। 13 ସଦାପ୍ରଭୁ ଉତ୍ତରକୁ ଯିବେ ଏବଂ ଅଶୂରକୁ ଦଣ୍ତ ଦେବେ। ନୀନିବୀ ଗୋଟିଏ ଶୂନ୍ୟ ଶୁଷ୍କ ମରୁଭୂମିରେ ପରିଣତ ହେବ। 14 ତା'ପରେ କେବଳ ମେଷମାନେ ଓ ହିଂସ୍ର ପଶୁ ସେହି ଧ୍ୱଂସ ନଗରୀରେ ବାସ କରିବେ। ପେଗ୍ଭ ଓ କାଉମାନେ ପରିତ୍ୟକ୍ତ ସ୍ତମ୍ଭମାନଙ୍କରେ ବସିବେ। ସେମାନଙ୍କର ରାବ ଝରକା ବାଟେ ଶୁଣାଯିବ। କାଉଗୁଡ଼ିକ ଦ୍ୱାର ପାହାଚ ଉପରେ ବସିବେ। ପ୍ରବେଶ ପଥ ଧ୍ୱଂସ ଏବଂ ନିର୍ଜ୍ଜନ ହେବ। ଏରସ କଡ଼ିକାଠ ଖୋଲି ଦିଆଯିବ। 15 ନୀନିବୀ ବର୍ତ୍ତମାନ ଗର୍ବିତ ଅଟେ। ଲୋକମାନେ ନିଜକୁ ଅତି ନିରାପଦ ମନେ କରନ୍ତି। ସେମାନେ ଭାବନ୍ତି ନୀନିବୀ ପୃଥିବୀରେ ସବୁଠାରୁ ମହାନ ସ୍ଥାନ। କିନ୍ତୁ ସେହି ନଗରୀ ମଧ୍ୟ ଧ୍ୱଂସ ହେବ। ଏହା ଏକ ଶୂନ୍ୟସ୍ଥାନ ହେବ ଯେଉଁଠାରେ କେବଳ ବନ୍ୟପ୍ରାଣୀମାନେ ବିଶ୍ରାମ କରିବେ। ସେହି ବାଟ ଦେଇ ଯାଉଥିବା ଲୋକମାନେ ଶୁଶୁରି ବଜାଇବେ, ମୁଣ୍ତ ହଲାଇବେ ଯେତେବେଳେ ସେମାନେ ସେହି ନଗରୀଟିକୁ ଅତି ଶୋଚନୀୟ ଭାବରେ ଧ୍ୱଂସ ହେବାର ଦେଖିବେ।
ଯିରୁଶାଲମର ଭବିଷ୍ୟତ
3 ହେ ଯିରୁଶାଲମ, ତୁମ୍ଭ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ସଂଗ୍ରାମ କଲେ। ସେମାନେ ଅନ୍ୟମାନଙ୍କୁ ଆଘାତ କଲେ ଏବଂ ସେମାନେ ପାପରେ କଳୁଷିତ ହୋଇଗଲେ। 2 ତୁମ୍ଭର ଲୋକମାନେ ଆମ୍ଭକୁ ମାନିଲେ ନାହିଁ। ସେମାନେ ଆମ୍ଭ ଶିକ୍ଷା ଗ୍ରହଣ କଲେ ନାହିଁ। ଯିରୁଶାଲମ ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖିଲା ନାହିଁ। ସେମାନେ ତାଙ୍କ ପରମେଶ୍ୱରଙ୍କ ସନ୍ନିକଟକୁ ଗଲେ ନାହିଁ। 3 ଯିରୁଶାଲମର ନେତାମାନେ ଗର୍ଜିଲା ସିଂହ ପରି ଓ ତା'ର ବିଗ୍ଭରକମାନେ ସମତଳ ଭୂମିର ଭୋକିଲା ଗଧିଆ ପରି। ସେମାନେ ସକାଳକୁ କିଛି ରଖନ୍ତି ନାହିଁ। 4 ସେମାନଙ୍କର ଭବିଷ୍ୟଦ୍ବକ୍ତାମାନେ ନଗଣ୍ୟ ଓ ସେମାନେ ବିଶ୍ୱାସଘାତକ ଅଟନ୍ତି। ସେମାନଙ୍କର ଯାଜକମାନେ ପବିତ୍ର ବସ୍ତୁକୁ ଅପବିତ୍ର କରନ୍ତି। ସେମାନେ ପରମେଶ୍ୱରଙ୍କ ଶିକ୍ଷା ବିରୁଦ୍ଧରେ କାର୍ଯ୍ୟ କରିଛନ୍ତି। 5 ତଥାପି ପରମେଶ୍ୱର ସେହି ନଗର ପ୍ରତି ଧାର୍ମିକ ଅଟନ୍ତି। ସେ କୌଣସି ଭୁଲ୍ କରନ୍ତି ନାହିଁ। ସକାଳ ପରେ ସକାଳ, ସେ ତାଙ୍କ ନ୍ୟାୟ ବିଗ୍ଭର କରନ୍ତି। ପ୍ରାତଃକାଳରେ ସେ ତାହା ନିଶ୍ଚୟ କରନ୍ତି। କିନ୍ତୁ ସେହି ମନ୍ଦ ପ୍ରକୃତିର ଲୋକମାନେ ନିଜର କରିଥିବା ମନ୍ଦକାର୍ଯ୍ୟ ପାଇଁ ଲଜ୍ଜିତ ହୁଅନ୍ତି ନାହିଁ।
6 ପରମେଶ୍ୱର କହନ୍ତି, “ଆମ୍ଭେ ସମଗ୍ର ଜାତିକୁ ଧ୍ୱଂସ କରିଅଛୁ। ଆମ୍ଭେ ସେମାନଙ୍କର ପ୍ରତିରକ୍ଷା ପ୍ରାଚୀରକୁ ଧ୍ୱଂସ କଲୁ। ସେମାନଙ୍କର ରାସ୍ତାକୁ ଏପରି ଧ୍ୱଂସ କଲୁ ଯେ ଆଉ କେହି ସେଠାକୁ ଏଣିକି ଯାଇପାରିବେ ନାହିଁ। ଆମ୍ଭେ ସେମାନଙ୍କର ନଗରଗୁଡ଼ିକ ଶୂନ୍ୟ କରି ଦେଲୁ, ତେଣୁ ସେଠାରେ ଆଉ କେହି ବାସ କରି ପାରିବେ ନାହିଁ। 7 ଆମ୍ଭେ କହିଲୁ, ତୁମ୍ଭେ ନିଶ୍ଚୟ ଆମ୍ଭକୁ ଭୟ କରିବ ଏବଂ ଆମ୍ଭ ନିୟମ ଶିଖିବ। ତୁମ୍ଭେ ଯଦି ଏହା କରିବ, ତେବେ ତୁମ୍ଭର ଘର କେବେ ବିନଷ୍ଟ ହେବ ନାହିଁ। ତୁମ୍ଭେ ଯଦି ଏହା କରିବ, ତେବେ ଆମ୍ଭର ଯୋଜନା ଅନୁସାରେ ଆମ୍ଭେ ତୁମ୍ଭକୁ ଦଣ୍ତ ଦେବା ନାହିଁ।” କିନ୍ତୁ ସେହି ମନ୍ଦ ଲୋକମାନେ ଶୀଘ୍ର ଉଠି ତାଙ୍କର ଦୁଷ୍ଟକର୍ମ କଲେ।
8 ସଦାପ୍ରଭୁ କହିଲେ, “ଆମ୍ଭେ ଲୁଟିବା ପାଇଁ ଉଠିବା ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ଆମ୍ଭର ଅପେକ୍ଷାରେ ଥାଅ, ଆମ୍ଭେ ଜାତି ସମୂହ ଓ ରାଜ୍ୟଗଣକୁ ଏକତ୍ରିତ କରିବା। ଆମ୍ଭେ ଆପଣା କ୍ରୋଧ ସେମାନଙ୍କ ଉପରେ ଢାଳି ଦେବା। ଆମ୍ଭେ ଆପଣା ପ୍ରଚଣ୍ତ କ୍ରୋଧ ଦେଖାଇବା। ଆମ୍ଭର କ୍ରୋଧରେ ସମଗ୍ର ପୃଥିବୀ ଧ୍ୱଂସ ହେବ। 9 ତା'ପରେ ଆମ୍ଭେ ଅନ୍ୟ ଦେଶର ଲୋକମାନଙ୍କୁ ଏପରି ପରିବର୍ତ୍ତନ କରିବା ଯେ ସେମାନେ ସ୍ପଷ୍ଟ ଭାବରେ ସଦାପ୍ରଭୁଙ୍କର ନାମ ଉଚ୍ଚାରଣ କରିବେ। ସେମାନେ ସମସ୍ତେ ଏକତ୍ରିତ ହୋଇ ଆମ୍ଭକୁ ଉପାସନା କରିବେ। 10 ଇଥିଓପିଆରୁ ନଦୀ ପାର ହୋଇ ସମସ୍ତ ଲୋକେ ଆମ୍ଭକୁ ଉପାସନା କରିବାକୁ ଆସିବେ। ଆମ୍ଭର ଛିନ୍ନବିଛିନ୍ନ ଲୋକମାନେ ଆମ୍ଭ ନିକଟକୁ ଆସିବେ। ସେମାନେ ଉପହାର ନେଇ ଆମ୍ଭ ନିକଟକୁ ଆସିବେ।
11 “ତା'ପରେ ହେ ଯିରୁଶାଲମ, ତୁମ୍ଭର ଲୋକମାନେ ଆମ୍ଭ ବିରୁଦ୍ଧରେ କରିଥିବା ଅପରାଧ ଲାଗି ଆଉ ଲଜ୍ଜିତ ହେବେ ନାହିଁ। ଏହି କାରଣ ବଶତଃ ଆମ୍ଭେ ସମସ୍ତ ଅନ୍ୟଥା ଲୋକଙ୍କୁ ଯିରୁଶାଲମରୁ ତଡ଼ି ଦେଇଛୁ। ଆମ୍ଭର ପବିତ୍ର ପର୍ବତରେ ଆଉ କୌଣସି ଦାମ୍ଭିକ ଲୋକ କେବେହେଲେ ରହିବେ ନାହିଁ। 12 ଆମ୍ଭେ କେବଳ ନମ୍ର ଓ ଦରିଦ୍ର ଲୋକମାନଙ୍କୁ ଯିରୁଶାଲମରେ ରହିବାକୁ ଦେବା। ସେମାନେ ସଦାପ୍ରଭୁଙ୍କଠାରେ ଆଶ୍ରୟ ପାଇବେ। 13 ଇସ୍ରାଏଲରେ ବଞ୍ଚି ରହିଥିବା ଲୋକମାନେ ଖରାପ କାର୍ଯ୍ୟ କରିବେ ନାହିଁ। ସେମାନେ ମିଥ୍ୟା କହିବେ ନାହିଁ। ସେମାନଙ୍କ ମଧ୍ୟରେ କୌଣସି ମିଥ୍ୟାବାଦୀ ରହିବେ ନାହିଁ। ସେମାନେ ମେଣ୍ଢାମାନଙ୍କ ପରି ଖାଇବେ ପିଇବେ ଓ ଶାନ୍ତିରେ ଶୋଇବେ। କେହି ସେମାନଙ୍କୁ ବ୍ୟସ୍ତ କରିବେ ନାହିଁ।”
ଗୋଟିଏ ସୁଖ ସଙ୍ଗୀତ
14 ହେ ଯିରୁଶାଲମ, ଗୀତ ଗାଅ ଓ ସୁଖୀ ହୁଅ।
ଇସ୍ରାଏଲ ମଧ୍ୟ ଆନନ୍ଦ କରିବ।
ଯିରୁଶାଲମ ମଧ୍ୟ ସୁଖୀ ହେବ।
15 କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଦଣ୍ତ ଦେଲେ ନାହିଁ।
ସେ ତୁମ୍ଭର ଶତ୍ରୁମାନଙ୍କୁ ବିନାଶ କଲେ।
ଇସ୍ରାଏଲର ରାଜା, ସ୍ୱୟଂ ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଅଛନ୍ତି।
ତୁମ୍ଭେ ମନ୍ଦ ବିଷୟ ପାଇଁ ଆଉ ଭୟଭୀତ ହେବ ନାହିଁ।
16 ସେତେବେଳେ ଯିରୁଶାଲମକୁ କୁହାଯିବ,
“ଭୟ କର ନାହିଁ, ତୁମ୍ଭର ହସ୍ତ ଦୁର୍ବଳ ହେବ ନାହିଁ।
17 ଜଣେ ଶକ୍ତିଶାଳୀ ସୈନିକ ସଦୃଶ
ତୁମ୍ଭର ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି।
ସେ ତୁମ୍ଭକୁ ରକ୍ଷା କରିବେ।
ସେ ତୁମ୍ଭକୁ କେତେ ଭଲ ପାଆନ୍ତି ଦେଖାଇବେ।
ଆଉ ମଧ୍ୟ ସେ ଦେଖାଇ ଦେବେ, ସେ ତୁମ୍ଭମାନଙ୍କ ସହିତ ରହି କେତେ ସୁଖୀ।
ସେ ତୁମ୍ଭମାନଙ୍କ ସହିତ ରହି ହସିବେ ଓ ଆନନ୍ଦିତ ହେବେ, ଭୋଜିରେ ଆନନ୍ଦ କଲାପରି ହେବେ।”
18 ସଦାପ୍ରଭୁ କହିଲେ, “ମୁଁ ତୁମ୍ଭମାନଙ୍କର
ଲଜ୍ଜା ଅପମାନ ନେଇଯିବି।
ସେହି ଲୋକମାନେ ତୁମ୍ଭକୁ ଆଘାତ କରିବା ବନ୍ଦ କରିବେ।
19 ସେତେବେଳେ ତୁମ୍ଭକୁ ଆଘାତ କରୁଥିବା ଲୋକଙ୍କୁ ଆମ୍ଭେ ଦଣ୍ତ ଦେବା,
ଆମ୍ଭର ଆଘାତପ୍ରାପ୍ତ ଲୋକମାନଙ୍କୁ ରକ୍ଷା କରିବା।
ପଳାତକମାନଙ୍କୁ ଆମ୍ଭେ ପୁନର୍ବାର ଫେରାଇ ଆଣିବା।
ସେମାନଙ୍କୁ ଆମ୍ଭେ ଏପରି ବିଖ୍ୟାତ କରାଇବା
ସବୁଲୋକ ସେମାନଙ୍କୁ ପ୍ରଶଂସା କରିବେ।
20 ସେତେବେଳେ ଆମ୍ଭେ ତୁମ୍ଭ ସମସ୍ତଙ୍କୁ ଏକତ୍ର ଫେରାଇ ଆଣିବା।
ଆମ୍ଭେ ତୁମ୍ଭମାନଙ୍କୁ ଏପରି ସୁନାମଶାଳୀ କରାଇବା
ଯାହା ଫଳରେ ସବୁଲୋକ ତୁମ୍ଭମାନଙ୍କର ପ୍ରଶଂସା କରିବେ।
ତାହା ଘଟିବ ଯେତେବେଳେ ଆମ୍ଭେ ସମସ୍ତ ବନ୍ଦୀମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣି ମୁକ୍ତ କରିବା,”
ସଦାପ୍ରଭୁ ଏହି ସମସ୍ତ କହିଥିଲେ।
2010 by World Bible Translation Center