Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ନାହୂମ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 1-3

ଏହି ପୁସ୍ତକ ଇଲକୋଶୀୟ ନାହୂମଙ୍କର ଦର୍ଶନ ଅଟେ। ଏହା ନୀନିବୀ ନଗର ସମ୍ବନ୍ଧରେ ଏକ ଦୁଃଖବାର୍ତ୍ତା ଅଟେ।

ନୀନିବୀ ଉପରେ ସଦାପ୍ରଭୁ କ୍ରୋଧାନ୍ୱିତ

ସଦାପ୍ରଭୁ ଈର୍ଷାପରାୟଣ
    ଏବଂ ପ୍ରତିଶୋଧ ପରାୟଣ।
    ସେ କ୍ରୋଧାନ୍ୱିତ ହୋଇ ପ୍ରତିଶୋଧ ନିଅନ୍ତି।
ତାଙ୍କର ବିରୁଦ୍ଧାଚରଣ କରୁଥିବା ଲୋକମାନଙ୍କ ଉପରେ ସେ ପ୍ରତିଶୋଧ ନିଅନ୍ତି।
    ସେ ତାଙ୍କର ଶତ୍ରୁମାନଙ୍କ ଉପରେ ରାଗନ୍ତି।
ସଦାପ୍ରଭୁ କଦାପି ଶୀଘ୍ର ରାଗନ୍ତି ନାହିଁ।
    ସଦାପ୍ରଭୁ ଅତି ଶକ୍ତିଶାଳୀ।
ସେ ଦୋଷୀକୁ ଦଣ୍ତ ନ ଦେଇ
    କେବେ ଛାଡ଼ିବେ ନାହିଁ।
ସେ ଯେଉଁଠାକୁ ଯାଆନ୍ତି ସେଠାରେ ଘୂର୍ଣ୍ଣିବାତ୍ୟା ଓ ଝଡ଼ ସୃଷ୍ଟି ହୁଏ।
    ସଦାପ୍ରଭୁ ଗତି କଲାବେଳେ ତାଙ୍କ ପାଦରେ ମେଘଗୁଡ଼ିକ ଧୂଳି ସ୍ୱରୂପ ଉଠେ।
ସଦାପ୍ରଭୁ ଅତି କର୍କଶ ଭାବରେ ସମୁଦ୍ରକୁ ଗାଳି ଦେବେ
    ଏବଂ ସମୁଦ୍ର ଶୁଖିଯିବ।
ସେ ନଦୀଗୁଡ଼ିକୁ ମଧ୍ୟ ଶୁଖାଇ ଦିଅନ୍ତି।
    ବାଶନ୍ ଓ କର୍ମିଲ ଶୁଷ୍କ ପଡ଼ିବ।
    ଏବଂ ଲିବାନୋ‌ନ୍‌ର ଫୁଲଗୁଡ଼ିକ ମଉଳି ଯିବେ।
ସଦାପ୍ରଭୁ ଆସିବେ
    ଏବଂ ପର୍ବତଗୁଡ଼ିକ ଭୟରେ ଥରିବେ
    ଏବଂ ପାହାଡ଼ଗୁଡ଼ିକ ତରଳି ଯିବେ।
ସଦାପ୍ରଭୁଙ୍କ ଆଗମନରେ
    ପୃଥିବୀ ମଧ୍ୟ ଭୟରେ ଥରିବ।
ବିଶ୍ୱର ସମସ୍ତ ବ୍ୟକ୍ତି
    ଭୟରେ ଥରିବେ।
ସଦାପ୍ରଭୁଙ୍କ କ୍ରୋଧ ବିରୁଦ୍ଧରେ କେହି ତିଷ୍ଠି ପାରିବେ ନାହିଁ।
    ତାଙ୍କର ଭୟଙ୍କର କ୍ରୋଧକୁ କେହି ସହ୍ୟ କରି ପାରିବେ ନାହିଁ।
ତାଙ୍କର କ୍ରୋଧ ଅଗ୍ନି ସଦୃଶ ଜଳି ଉଠିବ।
    ତାଙ୍କର ଆଗମନରେ ପଥରଗୁଡ଼ିକ ଖଣ୍ତ ଖଣ୍ତ ହୋଇଯିବ।
ସଦାପ୍ରଭୁ ସର୍ବମଙ୍ଗଳମୟ।
    ଦୁଃଖ ସମୟରେ ସେ ହେଉଛନ୍ତି ଏକମାତ୍ର ନିରାପଦ ସ୍ଥାନ।
    ଯିଏ ତାଙ୍କଠାରେ ଆଶ୍ରୟ ନିଏ, ସେ ତା'ର ଯତ୍ନ ନିଅନ୍ତି।
କିନ୍ତୁ, ସେ ତାଙ୍କର ଶତ୍ରୁମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବେ।
    ବନ୍ୟାଜଳ ପରି ସେମାନେ ଧୋଇ ହୋଇଯିବେ।
    ସେ ଅନ୍ଧକାରରେ ଶତ୍ରୁମାନଙ୍କୁ ଗୋଡ଼ାଇବେ।
ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ କାହିଁକି ଷଡ଼ଯନ୍ତ୍ର କରୁଛ?
    ସେ ସମ୍ପୂର୍ଣ୍ଣ ରୂପେ ତୁମ୍ଭକୁ ଧ୍ୱଂସ କରିବେ,
    ତେଣୁ ତୁମ୍ଭେ ପୁନର୍ବାର ଏହା କରିବ ନାହିଁ।
10 ତୁମ୍ଭେମାନେ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଯିବ,
    ଏକ ଛନ୍ଦାଛନ୍ଦି ହୋଇଥିବା କଣ୍ଟାବୁଦା ପରି ଯାହା ଶୀଘ୍ର ପୋଡ଼ିଯାଏ।
ତୁମ୍ଭେମାନେ ମଦ୍ୟପମାନଙ୍କ ପରି ହେବ।
    ତୁମ୍ଭେମାନେ ଶୁଖିଲା କଟା ଘାସର ଖୁଣ୍ଟା ତୁଲ୍ୟ ଗ୍ରାସିତ ହେବ।

11 ଜଣେ ଯିଏ କି ସଦାପ୍ରଭୁଙ୍କ ବିରୁଦ୍ଧରେ ମନ୍ଦ ଯୋଜନା କରିବାକୁ ଉପଦେଶ ଦେବ,
    ସେପରି ଲୋକ ତୁମ୍ଭମାନଙ୍କ ମଧ୍ୟରୁ ବାହାରି ଯାଇଛି।
12 ସଦାପ୍ରଭୁ ଯିହୁଦାକୁ ଏହିସବୁ କଥା କହିଲେ,
“ଅଶୂରୀୟର ଲୋକମାନେ ଅତି ବଳଶାଳୀ,
ସେମାନଙ୍କର ବହୁ ସୈନ୍ୟ ଅଛନ୍ତି।
    କିନ୍ତୁ ସେମାନେ ସମସ୍ତେ
    ନିହତ ହୋଇ ଶେଷ ହେବେ।
ହେ ମୋର ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କୁ ଦୁଃଖ ଦେଲୁ
    କିନ୍ତୁ ଆଉ ଅଧିକ ଦୁଃଖ ଦେବା ନାହିଁ।
13 ଆମ୍ଭେ ତୁମ୍ଭମାନଙ୍କର ବେକରେ ଥିବା ଅଶୂରୀୟର ଯୁଆଳୀକୁ କାଢ଼ିନେବା,
    ଏବଂ ଆମ୍ଭେ ତୁମ୍ଭର ଶିକୁଳିକୁ ଛିଣ୍ତାଇ ଦେବା।”

14 ହେ ଅଶୂରର ରାଜା, ସଦାପ୍ରଭୁ ତୁମ୍ଭମାନଙ୍କ ବିଷୟରେ ଏହି ଆଦେଶ ଦେଲେ।
    “ତୁମ୍ଭର ନାମ ରଖିବା ପାଇଁ ତୁମ୍ଭମାନଙ୍କର କେହି ବଂଶଧର ରହିବେ ନାହିଁ।
ତୁମ୍ଭମାନଙ୍କ କାରୁକାର୍ଯ୍ୟ ପିତୁଳାଗୁଡ଼ିକ
    ଓ ଧାତୁର ମୂର୍ତ୍ତିଗୁଡ଼ିକ ଯାହାକି ତୁମ୍ଭ ଦେବତାଙ୍କ ମନ୍ଦିରରେ ଅଛି ସେହିସବୁକୁ ଆମ୍ଭେ ଧ୍ୱଂସ କରିବା।
ଆମ୍ଭେ ତୁମ୍ଭମାନଙ୍କ ପାଇଁ କବର ପ୍ରସ୍ତୁତ କରୁଛୁ
    କାରଣ ତୁମ୍ଭେମାନେ ଭ୍ରଷ୍ଟ ହୋଇଛ।”

15 ହେ ଯିହୁଦା ଗ୍ଭହଁ!
    ପର୍ବତ ଆଡ଼କୁ ଗ୍ଭହଁ।
    ଜଣେ ଦୂତ ଉତ୍ତମ ସନ୍ଦେଶ ଆଣି ଆସୁଛନ୍ତି।
    ସେ କୁହନ୍ତି, ଶାନ୍ତି ଆସିଛି।
ହେ ଯିହୁଦା, ତୁମ୍ଭର ଉତ୍ସବ ପାଳନ କର।
    ତୁମ୍ଭର ଶପଥ ପୂର୍ଣ୍ଣ କର।
ସେହି ମନ୍ଦ ଲୋକ ଆଉ ଆସିବେ ନାହିଁ।
ସେମାନେ ତୁମ୍ଭମାନଙ୍କୁ ପୁନର୍ବାର ଆକ୍ରମଣ କରି ପାରିବେ ନାହିଁ।
    କାହିଁକି ସେମାନେ ଆକ୍ରମଣ କରି ପାରିବେ ନାହିଁ?
    କାରଣ ସେହି ମନ୍ଦ ଲୋକମାନେ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ପାଇଛନ୍ତି।

ନୀନିବୀ ଧ୍ୱଂସ ହେବ

କେହି ଜଣେ ତୁମ୍ଭମାନଙ୍କୁ ଛିନ୍ନଛତ୍ର କରିବାକୁ ଆସୁଛି।
    ତେଣୁ ତୁମ୍ଭ ସୁଦୃଢ଼ ସ୍ଥାନଗୁଡ଼ିକୁ ଜଗ।
    ରାସ୍ତାଗୁଡ଼ିକ ଉପରେ ଦୃଷ୍ଟି ରଖ।
ଯୁଦ୍ଧ ପାଇଁ ସଜ ହୁଅ
    ଏବଂ ନିଜର ପାରୁ ପର୍ଯ୍ୟନ୍ତ ନିଜକୁ ସଜାଗ ରଖ।
ସଦାପ୍ରଭୁ ଯାକୁବର ଶୋଭା ପୂର୍ଣ୍ଣ ପ୍ରତିଷ୍ଠା କରିଛନ୍ତି,
    ଯାହାକି ଇସ୍ରାଏଲର ଶୋଭା ସଦୃଶ।
ଶତ୍ରୁ ସେମାନଙ୍କୁ ଧ୍ୱଂସ କଲେ
    ଓ ସେମାନଙ୍କର ଦ୍ରାକ୍ଷାଲତା ସବୁ ନଷ୍ଟ କଲେ।

ସେହି ସୈନ୍ୟମାନଙ୍କର ମୋହରଗୁଡ଼ିକ ଲାଲ।
    ସେମାନଙ୍କର ପୋଷାକ ଅତି ଲାଲ।
ସେମାନଙ୍କର ରଥଗୁଡ଼ିକ ଯୁଦ୍ଧ ପାଇଁ ଧାଡ଼ିରେ ପ୍ରସ୍ତୁତ ହୋଇ ରହିଛି,
    ସେଗୁଡ଼ିକ ଅଗ୍ନିଶିଖା ପରି ଉଜ୍ଜ୍ୱଳ ଦେଖା ଯାଉଛି।
    ସେମାନଙ୍କର ବର୍ଚ୍ଛାସବୁ ଉତ୍ତୋଳିତ।
ଅଶ୍ୱଗ୍ଭଳିତ ରଥଗୁଡ଼ିକ ରାସ୍ତାରେ ଧାଉଁଛନ୍ତି।
    ସେମାନେ ଖୋଲାଛକରେ ଏଣେତେଣେ ଭିଡ଼ କରୁଛନ୍ତି।
ସେଗୁଡ଼ିକ ମଶାଲପରି
    ଓ ବିଜୁଳି ପରି ଦେଖାଯାଉଛି।

ସେ ତାଙ୍କର ଅଧିକାରୀମାନଙ୍କୁ ଆଦେଶ ଦିଅନ୍ତି।
    ଯେତେବେଳେ ସେମାନେ ଆଗକୁ ଗତି କରନ୍ତି, ସେମାନେ ଝୁଣ୍ଟି ପଡ଼ନ୍ତି।
ସେମାନେ କାନ୍ଥ ନିକଟକୁ ଯାଆନ୍ତି
    ଏବଂ ସେମାନଙ୍କର ଢାଲଗୁଡ଼ିକ ଠିକ୍ କରନ୍ତି।
ନଦୀର ଫାଟକଗୁଡ଼ିକ ଖୋଲା ଅଛି
    ଏବଂ ରାଜପ୍ରାସାଦ ଭାସି ଯାଉଛି,
ରାଣୀ ଶତ୍ରୁମାନଙ୍କ ଦ୍ୱାରା ଧରା ପଡ଼ିଛନ୍ତି ଓ ଦୂରକୁ ନିଆ ହୋଇଛନ୍ତି।
    ଏବଂ ତାଙ୍କର ଦାସୀମାନେ ଦୁଃଖରେ କପୋତ ପରି କ୍ରନ୍ଦନ କରୁଛନ୍ତି।
    ସେମାନେ ସେମାନଙ୍କର ଦୁଃଖ ଜଣାଇବାକୁ ଛାତିକୁ ପ୍ରହାର କରୁଛନ୍ତି।

ନୀନିବୀ ଏକ ପୁଷ୍କରଣୀ ସଦୃଶ ଯାହାର ଜଳ ବାହାରି ଯାଉଛି।
    ଲୋକମାନେ, “ଦୌଡ଼ୁଛନ୍ତି
ଏବଂ ତାହା ବନ୍ଦ କରିବାକୁ ଚିତ୍କାର କରୁଛନ୍ତି!”
    କିନ୍ତୁ କେହି ମଧ୍ୟ ସେମାନଙ୍କର କ୍ରନ୍ଦନକୁ ଧ୍ୟାନ ଦେଉ ନାହାନ୍ତି।

ତାଙ୍କ ପାଖରେ ବହୁ
    ଧନସମ୍ପତ୍ତି ନେବାକୁ ଅଛି।
ତାଙ୍କର ରୂପା
    ଓ ସୁନା ନିଅ।
10 ବର୍ତ୍ତମାନ ନୀନିବୀ ଶୂନ୍ୟ ହୋଇ ଯାଉଛି।
    ସମସ୍ତ ଜିନିଷ ଲୁଣ୍ଠିତ
    ଓ ନଗରୀଟି ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଛି।
ଲୋକମାନେ ସେମାନଙ୍କର ସାହସ ହରାଇଛନ୍ତି।
    ସେମାନଙ୍କର ହୃଦୟ ଭୟରେ ବିଚଳିତ।
ସେମାନଙ୍କର ଆଣ୍ଠୁ ଓ ଶରୀର ଥରୁଛି।
    ସେମାନଙ୍କର ମୁଖମଣ୍ତଳ ଭୟରେ ମଳିନ ହୋଇଯାଇଛି।

11 ସେହି ସିଂହଗୁମ୍ଫା ନୀନିବୀ କେଉଁଠି?
    ସିଂହ ଏବଂ ସିଂହୀ ସେଠାରେ ବାସ କରୁଥିଲେ।
ସେମାନଙ୍କର ସିଂହ ଶାବକଗୁଡ଼ିକୁ
    ସେଠାରେ ଖାଉଥିଲେ ଏବଂ ଭୟଭୀତ ନ ଥିଲେ।
12 ସିଂହ ନୀନିବୀର ରାଜା ତା'ର ଶାବକମାନଙ୍କୁ ଖୁଆଇବା ପାଇଁ ବହୁତ ଶିକାର କଲା
    ଏବଂ ସିଂହୀ ପାଇଁ ଶିକାର କଲା।
ସେ ତା'ର ନୀନିବୀ ଗୁମ୍ଫାକୁ ଶିକାରରେ ପରିପୂର୍ଣ୍ଣ କଲା!
    ସେ ତା'ର ଗୁମ୍ଫାକୁ ମାଂସରେ ପୂର୍ଣ୍ଣ କଲା।

13 ସର୍ବଶକ୍ତିମାନ୍ ସଦାପ୍ରଭୁ ପରମେଶ୍ୱର କୁହନ୍ତି,
    “ନୀନିବୀ ଆମ୍ଭେ ତୁମ୍ଭ ବିରୁଦ୍ଧରେ ଅଛୁ।
ଆମ୍ଭେ ତୁମ୍ଭର ରଥକୁ ଜାଳିଦେବା
    ଓ ତୁମ୍ଭର ‘ଯୁବକ ସିଂହମାନଙ୍କୁ’ ଖଣ୍ଡାରେ ହତ୍ୟା କରିବା।
    ଆମ୍ଭେ ତୁମ୍ଭମାନଙ୍କର ଶିକାରକୁ ପୃଥିବୀରୁ ଲୋପ କରିଦେବା।
ଲୋକମାନେ ଆଉ କେବେ ମନ୍ଦ ଖବର
    ତୁମ୍ଭ ଦୂତଠାରୁ ଶୁଣିବେ ନାହିଁ।”

ନୀନିବୀ ପାଇଁ ଦୁଃଖ ସମ୍ବାଦ

ଘାତକମାନଙ୍କର ନଗରୀକୁ ଧିକ୍।
    ନୀନିବୀ ଏକ ମିଥ୍ୟା ନଗରୀ,
ଗ୍ଭେରି ଓ ମୃତ୍ୟୁ ଯନ୍ତ୍ରଣାରେ
    ପରିପୂର୍ଣ୍ଣ ଅଟେ।
ତୁମ୍ଭେ ଗ୍ଭବୁକ ପ୍ରହାରର ଶବ୍ଦ,
    ଚକ୍ର ଘୂରିବା ଶବ୍ଦ,
ଘୋଡ଼ାର ଟାପୁ ଶବ୍ଦ
    ଏବଂ ରଥର ଗ୍ଭଳନା ଶବ୍ଦ ଶୁଣି ପାରିବ।
ସୈନ୍ୟମାନେ ଅଶ୍ୱପୃଷ୍ଠରେ ଆକ୍ରମଣ କରୁଛନ୍ତି।
    ସେମାନଙ୍କର ଖଣ୍ତାଗୁଡ଼ିକ ଚ‌କ୍‌ଚକ୍ କରୁଛି
    ଏବଂ ସେମାନଙ୍କର ବର୍ଚ୍ଛାଗୁଡ଼ିକ ଉଜ୍ଜ୍ୱଳ ଦେଖା ଯାଉଛି।
ତେଣୁ ବହୁ ମୃତ ଶରୀର ରହିଛି
    ଯାହାକୁ ଗଣି ହେବ ନାହିଁ।
    ଲୋକମାନେ ସେହି ମୃତ ଶରୀର ଉପରେ ଝୁଣ୍ଟି ପଡ଼ୁଛନ୍ତି।
ନୀନିବୀରେ ଅତ୍ୟନ୍ତ ଗଣିକା କର୍ମ ପାଇଁ ଏସବୁ ଘଟିଲା।
    ସେ ଏକ କୁପଥର ଉତ୍ସ
    ଯିଏ କି ତା'ର ଗଣିକା କାର୍ଯ୍ୟ ପାଇଁ
ରାଜ୍ୟକୁ କ୍ରୀତଦାସ କଲା।
    ସେ ତା'ର ଯାଦୁ ବଳରେ ଲୋକମାନଙ୍କୁ ତା'ର କ୍ରୀତଦାସ କରିଛନ୍ତି।

ସର୍ବଶକ୍ତିମାନ୍ ସଦାପ୍ରଭୁ ପରମେଶ୍ୱର କୁହନ୍ତି,
“ହେ ନୀନିବୀ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଅଛୁ।
    ଆମ୍ଭେ ମୁଖମଣ୍ତଳରୁ ତୁମ୍ଭର ପୋଷାକ ଉଠେଇ ନେବା।
ସମସ୍ତ ଦେଶ ତୁମ୍ଭର ଉଲଗ୍ନ ଶରୀର ଦେଖିବେ।
    ସେହି ରାଜ୍ୟଗୁଡ଼ିକ ତୁମ୍ଭର ଲଜ୍ଜିତରୂପ ଦେଖିବେ।
ଆମ୍ଭେ କୁତ୍ସିତ ପଦାର୍ଥ ତୁମ୍ଭ ଉପରକୁ ପକାଇବା,
    ତୁମ୍ଭକୁ ଘୃଣାପୂର୍ଣ୍ଣ ଭାବେ ଆମ୍ଭେ ବ୍ୟବହାର କରିବା।
    ତୁମ୍ଭକୁ ଲୋକମାନେ ଦେଖି ଉପହାସ କରିବେ।
ଯେଉଁମାନେ ତୁମ୍ଭର ଅବସ୍ଥାକୁ ଦେଖିବେ,
    ସମସ୍ତେ ମର୍ମାହତ ହେବେ ଓ ତୁମ୍ଭଠାରୁ ଦୂରେଇ ଯିବେ।
    ସେମାନେ କହିବେ, ‘ନୀନିବୀ ଧ୍ୱଂସ ହେଉଛି।
କିଏ ତା’ ପାଇଁ କାନ୍ଦିବ?’
    ଆମ୍ଭେ ତୁମ୍ଭକୁ ସାନ୍ତ୍ୱନା ଦେବା ପାଇଁ ଜଣଙ୍କୁ କେଉଁଠାରୁ ପାଇବା?”

ହେ ନୀନିବୀ, ତୁମ୍ଭେ କ’ଣ ନୀଳନଦୀ ଉପରେ ଅବସ୍ଥିତ ନୋ-ଆମୋନଠାରୁ ଭଲରେ ଅଛ? ନା, ତୁମ୍ଭେ ତା'ଠାରୁ ଭଲରେ ନାହଁ। ନୋ-ଆମୋନ ଗ୍ଭରିପାଖରେ ଜଳ ଥିଲା। ନୋ-ଆମୋନ ନିଜକୁ ରକ୍ଷା କରିବାକୁ ସେହି ଜଳକୁ ବ୍ୟବହାର କରୁଥିଲା। ସେ ତାକୁ ପ୍ରାଚୀର ସଦୃଶ ବ୍ୟବହାର କରୁଥିଲା। ଇଥିଓପିଆ ଓ ମିଶର ନୋ-ଆମୋନକୁ ବହୁ ଶକ୍ତି ଦେଉଥିଲେ। ପୂଟୀୟ ଓ ଲୂବୀୟ ତାକୁ ସମର୍ଥନ କରୁଥିଲେ। 10 କିନ୍ତୁ ନୋ-ଆମୋନ ପରାଜିତ ହେଲା। ତା'ର ଲୋକମାନେ ବନ୍ଦୀଭାବରେ ଗୋଟିଏ ବିଦେଶକୁ ନିଆଗଲେ। ସୈନ୍ୟମାନେ ରାସ୍ତାର ପ୍ରତ୍ୟେକ କୋଣରେ ତା'ର ଛୋଟ ପିଲାମାନଙ୍କୁ ପିଟି ପିଟି ମାରି ଦେଲେ। ଏବଂ ସେମାନେ ତାଙ୍କର ମାନ୍ୟ ପୁରୁଷମାନଙ୍କ ନିମନ୍ତେ ଗୁଲିବାଣ୍ଟ କଲେ, ତାଙ୍କର ବଡ଼ ଲୋକ ସମସ୍ତେ ଶୃଙ୍ଖଳରେ ବନ୍ଧା ହେଲେ।

11 ହେ ନୀନିବୀ, ତୁମ୍ଭେବି ଜଣେ ମଦ୍ୟପ ପରି ପଡ଼ି ରହିବ। ତୁମ୍ଭେ ଲୁଚିବାକୁ ଚେଷ୍ଟା କରିବ। ତୁମ୍ଭେ ଶତ୍ରୁଠାରୁ ରକ୍ଷା ପାଇବାକୁ ଗୋଟିଏ ନିରାପଦ ସ୍ଥାନ ଖୋଜିବ। 12 କିନ୍ତୁ ନୀନିବୀ, ତୁମ୍ଭର ସମସ୍ତ ସୁଦୃଢ଼ ସ୍ଥାନଗୁଡ଼ିକ ଡିମ୍ବିରି ଗଛ ସଦୃଶ ହେବ। ନୂଆ ଡିମ୍ବିରି ପାଚିବ। ଜଣେ ଲୋକ ଆସିବ ଏବଂ ଗଛକୁ ହଲାଇବ ଏବଂ ଡିମ୍ବିରି ଫଳ ତା'ର ପାଟିରେ ପଡ଼ିବ।

13 ନୀନିବୀ, ତୁମ୍ଭର ଲୋକମାନେ ସ୍ତ୍ରୀଲୋକ ସଦୃଶ। ତୁମ୍ଭ ଦେଶର ଫାଟକଗୁଡ଼ିକ ଶତ୍ରୁସୈନ୍ୟ ପ୍ରବେଶ କରିବାକୁ ସମ୍ପୂର୍ଣ୍ଣ ଉନ୍ମୁକ୍ତ। ଫାଟକଗୁଡ଼ିକରେ ଲାଗିଥିବା କାଠର ଦଣ୍ତଗୁଡ଼ିକ ଅଗ୍ନି ପୋଡ଼ି ଦେଇଛି।

14 ଅବରୋଧ ସମୟ ନିମନ୍ତେ ପାଣି କାଢ଼ି ଆଣ। ଇଟା ତିଆରି କରିବାକୁ ମାଟି ରଖ, ସେଥିରେ ଚୂନ ମିଶାଅ, ଇଟା ତିଆରି ପାଇଁ ସେହି କାଦୁଅକୁ ନିଅ। ତୁମ୍ଭମାନଙ୍କର ଦୁର୍ଗଗୁଡ଼ିକ ଶକ୍ତିଶାଳୀ କର। 15 ତୁମ୍ଭେ ସେହିସବୁ କାମ କରି ପାରିବ। କିନ୍ତୁ ଅଗ୍ନି ତଥାପି ତୁମ୍ଭକୁ ସମ୍ପୂର୍ଣ୍ଣଭାବେ ଧ୍ୱଂସ କରିବ। ଖଣ୍ତା ତୁମ୍ଭକୁ ହତ୍ୟା କରିବ, ତୁମ୍ଭର ଜମିରେ ଦଳେ ପଙ୍ଗପାଳ ସଦୃଶ ଦେଖାଯିବେ ଯିଏ କି ଆସିବ ଏବଂ ସବୁ ଖାଇ ଦେବେ।

ନୀନିବୀ, ତୁମ୍ଭେ ବଢ଼ି ଗ୍ଭଲିଲ। ତୁମ୍ଭେ ପଲ ପଙ୍ଗପାଳ ସଦୃଶ ହେଲ। 16 ତୁମ୍ଭର ବହୁ ବ୍ୟବସାୟୀ ଅଛନ୍ତି। ସେମାନେ ଆକାଶ ତାରା ସଦୃଶ ଅଗଣିତ ଏବଂ ସେମାନେ ପଙ୍ଗପାଳ ସଦୃଶ। ସେମାନେ ସବୁ ଶେଷ ହେବା ପର୍ଯ୍ୟନ୍ତ ଖାଆନ୍ତି ଏବଂ ପରେ ସେମାନେ ସେହି ସ୍ଥାନ ଛାଡ଼ନ୍ତି। 17 ତୁମ୍ଭର ସରକାରୀ କର୍ମଗ୍ଭରୀମାନେ ମଧ୍ୟ ପଙ୍ଗପାଳ ସଦୃଶ। ତୁମ୍ଭମାନଙ୍କର ରାଜପୁତ୍ରମାନେ ଝିଣ୍ଟିକା ପରି। ସେମାନେ ଶୀତଦିନରେ କାନ୍ଥରେ ବାସ କରନ୍ତି। କିନ୍ତୁ ଯେତେବେଳେ ସୂର୍ଯ୍ୟ ଉପରକୁ ଉଠନ୍ତି ଏବଂ ପଥର ଉଷ୍ମ ହୁଏ, ସେହି ପଙ୍ଗପାଳମାନେ ଉଡ଼ି ପଳାନ୍ତି। ଏବଂ କେହି ଜାଣନ୍ତି ନାହିଁ ସେମାନେ କେଉଁ ଆଡ଼କୁ ଯାଇଛନ୍ତି।

18 ହେ ଅଶୂରର ରାଜା, ତୁମ୍ଭର ମେଷପାଳକମାନେ ଶୋଇ ପଡ଼ିଲେ। ସେହି ଶକ୍ତିଶାଳୀ ଲୋକମାନେ ଶୋଇଛନ୍ତି। ବର୍ତ୍ତମାନ ତୁମ୍ଭ ଲୋକମାନେ ପର୍ବତ ଉପରେ ବିଛେଇ ହୋଇ ଯାଇଛନ୍ତି। ସେଠାରେ ସେମାନଙ୍କୁ ଫେରାଇ ଆଣିବାକୁ କେହି ଲୋକ ନାହାନ୍ତି। 19 ହେ ନୀନିବୀ, ତୁମ୍ଭେ ଭୟଙ୍କର ଭାବରେ କ୍ଷତ ବିକ୍ଷତ ହୋଇଛ। କିଛି ତୁମ୍ଭର କ୍ଷତକୁ ଆରୋଗ୍ୟ କରି ପାରିବ ନାହିଁ। ଯେକେହି ତୁମ୍ଭ ବିଷୟରେ ସମ୍ବାଦ ଶୁଣେ ସେମାନେ ତାଳି ମାରନ୍ତି। ସେମାନେ ସମସ୍ତେ ଖୁସୀ ହୁଅନ୍ତି କାରଣ ସେମାନେ ସମସ୍ତେ ତୁମ୍ଭମାନଙ୍କର ଭୁଲ୍ ଯୋଗୁଁ ସର୍ବଦା ପୀଡ଼ିତ ହେଉଛନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center