Beginning
ଇସ୍ରାଏଲରୁ ସୁଦିନ କାଢ଼ି ନିଆଯିବ
6 ହେ ସିୟୋନର ଲୋକମାନେ, ଯେଉଁମାନେ ତୁମ୍ଭର ଦୁଃଖ ନାହିଁ ବୋଲି କହୁଛ
ଏବଂ ଶମରିୟା ପର୍ବତ ଉପରେ ଥିବା ନିବାସୀ ଯେଉଁମାନେ ନିଜକୁ ନିରାପଦ ମନେ କରୁଛ, ତୁମ୍ଭମାନଙ୍କ ପାଇଁ ଏହା ଅତି ମନ୍ଦ ହେବ।
ତୁମ୍ଭେମାନେ ମହାନ ଦେଶର ପ୍ରଧାନଗଣ।
“ଇସ୍ରାଏଲର ଗୃହ” ତୁମ୍ଭମାନଙ୍କର ଉପଦେଶ ପାଇଁ ତୁମ୍ଭମାନଙ୍କ ପାଖକୁ ଆସୁଛି।
2 ଯାଅ କଲନୀକୁ ଦେଖ,
ସେହି ସ୍ଥାନରୁ ମହାନ ନଗର ହମାତକୁ ଯାଅ।
ତା'ପରେ ପଲେଷ୍ଟୀୟମାନଙ୍କର ଗାଥ୍ ନଗରକୁ ଯାଅ।
ସେହିସବୁ କି ଏହି ରାଜ୍ୟଗୁଡ଼ିକ ଅପେକ୍ଷା ଭଲ?
ଅବା ସେମାନଙ୍କର ସୀମା କି ତୁମ୍ଭମାନଙ୍କର ରାଜ୍ୟ ଅପେକ୍ଷା ବଡ଼।
3 ତୁମ୍ଭେମାନେ ଭାବୁଛ ଦଣ୍ତ ପାଇବାର ଦିନ ବହୁତ ଦୂରରେ ଅଛି,
ସେଥିପାଇଁ ତୁମ୍ଭେ ହିଂସାର ସହିତ ଶାସନ କରୁଛ।
4 ତୁମ୍ଭେ ଗଜଦନ୍ତ ଶଯ୍ୟା ଉପରେ ଶୟନ କରୁଛ
ଓ ଖଟ ଉପରେ ନିଜର ଶରୀରକୁ ଲମ୍ବାଇ ଦେଉଛ।
ତୁମ୍ଭେମାନେ ତୁମ୍ଭର ମେଷ ପଲରୁ ମେଷଶାବକର କୋମଳ ମାଂସ ଖାଉଛ
ଏବଂ ସେମାନଙ୍କ ଗୁହାଳରୁ ବାଛୁରିମାନଙ୍କୁ ଆଣୁଛ ଏବଂ ସେମାନଙ୍କୁ ଖାଉଛ।
ଏହା ତୁମ୍ଭମାନଙ୍କ ପାଇଁ ବହୁତ ଖରାପ ହେବ।
5 ତୁମ୍ଭେ ବୀଣାବାଦନ କରୁଛ
ଏବଂ ଦାଉଦଙ୍କ ପରି ତୁମ୍ଭର ବାଦ୍ୟଯନ୍ତ୍ରଗୁଡ଼ିକରେ ଅଭ୍ୟାସ କରୁଛ।
6 ତୁମ୍ଭେ ଦ୍ରାକ୍ଷାରସ ସୁନ୍ଦର ପାତ୍ରରେ ପାନ କରୁଛ।
ଆଉ ମଧ୍ୟ ସୁନ୍ଦର ସୁବାସିତ ପଦାର୍ଥ ବ୍ୟବହାର କରୁଛ।
କିନ୍ତୁ ଯୋଷେଫଙ୍କର ପରିବାର ଧ୍ୱଂସ ପାଉଛନ୍ତି
ସେଥିପାଇଁ ଟିକିଏ ହେଲେ ଦୁଃଖ କରୁ ନାହିଁ।
7 ସେହି ଲୋକମାନେ ସେମାନଙ୍କର ଖଟ ଉପରେ ଲମ୍ବି ଶୋଇଛନ୍ତି। କିନ୍ତୁ ସେମାନଙ୍କର ସୁଖର ଦିନ ଶେଷ ହୋଇଛି। ସେମାନଙ୍କୁ ଅନ୍ୟ ରାଜ୍ୟକୁ ବନ୍ଦୀରୂପେ ନିଆଯିବ। ସେମାନେ ବନ୍ଦୀ ହୋଇ ଯିବାର ପ୍ରଥମ ବ୍ୟକ୍ତି ହେବେ। 8 ମୋର ପ୍ରଭୁ ସଦାପ୍ରଭୁ ନିଜର ପବିତ୍ର ନାମକୁ ବ୍ୟବହାର କଲେ ଓ ଶପଥ ନେଲେ। ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର ଏହା ପ୍ରତିଜ୍ଞା କଲେ,
“ଆମ୍ଭେ ଯାକୁବର ଗର୍ବକୁ ଘୃଣା କରୁ।
ତା'ର ସୁଦୃଢ଼ ଅଟ୍ଟାଳିକାକୁ ମଧ୍ୟ ଘୃଣା କରୁ।
ତେଣୁ ଆମ୍ଭେ ସେହି ନଗରକୁ
ଓ ତା'ର ସମସ୍ତ ଜିନିଷକୁ ଶତ୍ରୁ ହସ୍ତରେ ଅର୍ପଣ କରିବା।”
ଅଳ୍ପ କେତେକ ଇସ୍ରାଏଲୀୟ ରକ୍ଷା ପାଇବେ
9 ସେହି ସମୟରେ ଯଦି ଗୋଟିଏ ଘରେ କେବଳ ଦଶ ଜଣ ଅଛନ୍ତି, ସେମାନେ ସମସ୍ତେ ମରିବେ। 10 ଯେତେବେଳେ ଜଣେ ଲୋକ ମରିବ, ଜଣେ ସମ୍ପର୍କୀୟ ମୃତ ଶରୀରକୁ ନେଇ ଦାହ ଦେବା ପାଇଁ ଆସିବ। ଏବଂ “ସେ ଘର ମଧ୍ୟରେ ଅନ୍ୟ କିଏ ଅଛି ବୋଲି ପଗ୍ଭରିବ।” ଘର ଭିତରେ ଥିବା ଲୋକଟି ଉତ୍ତର କରିବ, “ନା”,
ତା'ପରେ ସେହି ବ୍ୟକ୍ତି ତୁନି ହୁଅ ବୋଲି କହିବ। କାରଣ “ଆମ୍ଭେମାନେ ସଦାପ୍ରଭୁଙ୍କର ନାମ ଉଚ୍ଚାରଣ କରିବାର ନୁହେଁ।”
11 ସଦାପ୍ରଭୁ ପରମେଶ୍ୱର ଆଦେଶ ଦେବେ,
ଦେଖ ବଡ଼ ଗୃହଗୁଡ଼ିକ ଖଣ୍ତ ବିଖଣ୍ତିତ ହେବ
ଏବଂ କ୍ଷୁଦ୍ର ଗୃହଗୁଡ଼ିକ ଛୋଟ ଛୋଟ ଖଣ୍ଡରେ ପରିଣତ ହେବ।
12 ଅଶ୍ୱମାନେ ଢେଲା ପଥରଗୁଡ଼ିକ ଉପରେ ଦୌଡ଼ିବେ କି?
ଆଉ ମଧ୍ୟ କୌଣସି ଲୋକ ବଳଦମାନଙ୍କୁ ସମୁଦ୍ରରେ ହଳ କରିବାରେ ବ୍ୟବହାର କରନ୍ତି?
କିନ୍ତୁ ତୁମ୍ଭେ ସବୁ ଜିନିଷ ତଳ ଉପର ପରିବର୍ତ୍ତନ କରିଛ।
ତୁମ୍ଭେ ଧାର୍ମିକକୁ ନାଗ ବିଷରେ ପରିଣତ କରିଛ ଏବଂ ଆଉ ଅତି ଉତ୍ତମ ନ୍ୟାୟକୁ ତୀବ୍ର ହଳାହଳରେ ପରିଣତ କରିଛ।
13 ତୁମ୍ଭେମାନେ ତୁଚ୍ଛାରେ ଆନନ୍ଦ କରୁଛ।
ଆଉ ତୁମ୍ଭେମାନେ କହୁଛ, “ଆମ୍ଭେ ନିଜ ତୁଚ୍ଛାରେ ଆନନ୍ଦ ଶିଙ୍ଗ ଲାଭ କରିଅଛୁ।”
14 “କିନ୍ତୁ ହେ ଇସ୍ରାଏଲବାସୀ, ତୁମ୍ଭ ଦେଶ ବିରୁଦ୍ଧରେ ଆମ୍ଭେ ଗୋଟିଏ ଗୋଷ୍ଠୀ ଜାଗ୍ରତ କରିବା। ସେହି ଗୋଷ୍ଠୀ ତୁମ୍ଭ ସମଗ୍ର ରାଜ୍ୟ ଉପରେ ଦୁଃଖ କ୍ଳେଶ ଆଣିବ। ଏହି କ୍ଳେଶ ହମାତଠାରୁ ଅରାବା ମାର୍ଗ ପର୍ଯ୍ୟନ୍ତ ଲାଗି ରହିବ।” ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର ଏହା କୁହନ୍ତି।
ପଙ୍ଗପାଳର ଦର୍ଶନ
7 ସଦାପ୍ରଭୁ ମୋତେ ଏହା ଦେଖାଇଲେ। ଦ୍ୱିତୀୟବାର ଶସ୍ୟ ଉତ୍ପାଦନ ଆରମ୍ଭ ହେବା ସମୟରେ ସେ ପଙ୍ଗପାଳ ସୃଷ୍ଟି କଲେ। ରାଜା ପ୍ରଥମବାର ଶସ୍ୟଅମଳ କଲାପରେ ଏହା ଦ୍ୱିତୀୟବାର ଶସ୍ୟ ଥିଲା। 2 ପଙ୍ଗପାଳ ଦଳ ରାଜ୍ୟର ସମସ୍ତ ତୃଣ ଖାଇଗଲେ। ତା'ପରେ ମୁଁ କହିଲି, “ହେ ମୋର ପ୍ରଭୁ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି। ଆମ୍ଭମାନଙ୍କୁ କ୍ଷମା କର। ଯାକୁବ କେବେ ତିଷ୍ଠିବ ନାହିଁ। କାରଣ ସେ ଅତି କ୍ଷୁଦ୍ର।”
3 ତା'ପରେ ସଦାପ୍ରଭୁ ତାଙ୍କର ମନ ପରିବର୍ତ୍ତନ କଲେ ଏବଂ କହିଲେ, “ଏହା ଘଟିବ ନାହିଁ।”
ଅଗ୍ନିର ଦର୍ଶନ
4 ମୋର ପ୍ରଭୁ ସଦାପ୍ରଭୁ ମୋତେ ଏହିସବୁ ଦେଖାଇଲେ। ମୁଁ ଦେଖିଲି ପ୍ରଭୁ ସଦାପ୍ରଭୁ ବିଗ୍ଭର ପାଇଁ ଅଗ୍ନିକୁ ଡକାଇଲେ। ସେହି ଅଗ୍ନି ମହାସାଗରକୁ ଧ୍ୱଂସ କଲା। ସେ ପୃଥିବୀକୁ ମଧ୍ୟ ଶେଷ କରିବାକୁ ଆରମ୍ଭ କଲା। 5 କିନ୍ତୁ ମୁଁ ପ୍ରାର୍ଥନା କଲି ଓ କହିଲି, “ହେ ମୋର ସଦାପ୍ରଭୁ ପରମେଶ୍ୱର, ମୁଁ ପ୍ରାର୍ଥନା କରୁଛି ବନ୍ଦ କର। ଯାକୁବ ବଞ୍ଚିବ ନାହିଁ। ସେ ଅତି କ୍ଷୁଦ୍ର।”
6 ତା'ପରେ ସଦାପ୍ରଭୁ ଏବିଷୟରେ ତାଙ୍କର ମନ ପରିବର୍ତ୍ତନ କଲେ। ସଦାପ୍ରଭୁ ପରମେଶ୍ୱର କହିଲେ, “ତାହା ଘଟିବ ନାହିଁ।”
ଓଳମର ଦର୍ଶନ
7 ସଦାପ୍ରଭୁ ଏହି ଜିନିଷ ମୋତେ ଦେଖାଇଲେ: ସଦାପ୍ରଭୁ ଗୋଟିଏ କାନ୍ଥ ନିକଟରେ ଓଳମ ଧରି ଛିଡ଼ା ହେଲେ। କାନ୍ଥ ଓଳମ ଦ୍ୱାରା ସଳଖ କରାଯାଏ। 8 ସଦାପ୍ରଭୁ ମୋତେ କହିଲେ, “ହେ ଆମୋଷ କ’ଣ ଦେଖୁଛ?”
ମୁଁ ଉତ୍ତରରେ କହିଲି, “ତାହା ଏକ ଓଳମ।”
ତା'ପରେ ମୋର ପ୍ରଭୁ କହିଲେ, “ଦେଖ, ଆମ୍ଭେ ଇସ୍ରାଏଲର ଆପଣା ଲୋକମାନଙ୍କ ମଧ୍ୟରେ ଏକ ଓଳମ ରଖିବା। ଆମ୍ଭେ ସେମାନଙ୍କର ‘କୁକର୍ମ ସବୁକୁ’ ହେୟଜ୍ଞାନ କରିବା ନାହିଁ। 9 ଇସ୍ହାକର ଉଚ୍ଚସ୍ଥାନ ଧ୍ୱଂସ ହେବ। ଇସ୍ରାଏଲର ପବିତ୍ର ସ୍ଥାନଗୁଡ଼ିକ ପଥରରେ ପରିଣତ ହେବ। ଆମ୍ଭେ ଖଡ଼୍ଗ ଦ୍ୱାରା ଯାରବିୟାମର ପରିବାରକୁ ଆକ୍ରମଣ କରିବା ଏବଂ ସେମାନଙ୍କୁ ହତ୍ୟା କରିବା।”
ଅମତ୍ସିୟ ଆମୋଷଙ୍କୁ ନିବୃତ୍ତ କରିବାକୁ ଚେଷ୍ଟା କରନ୍ତି
10 ବୈଥେଲ୍ର ଯାଜକ ଅମତ୍ସିୟ ଏହି ବାର୍ତ୍ତା ଇସ୍ରାଏଲର ରାଜା ଯାରବିୟାମଙ୍କୁ ପଠାଇଲେ, “ଆମୋଷ ତୁମ୍ଭ ବିରୁଦ୍ଧରେ ଇସ୍ରାଏଲୀୟମାନଙ୍କ ମଧ୍ୟରେ ଚକ୍ରାନ୍ତ କରୁଛନ୍ତି। ସେ ଏତେ ଅଧିକ କହୁଛନ୍ତି ଯେ ଦେଶ ତାହା ସହି ପାରୁ ନାହିଁ। 11 ଆମୋଷ କହୁଛନ୍ତି, ‘ଯାରବିୟାମ୍ ଖଡ଼୍ଗରେ ନିହତ ହେବେ ଏବଂ ଇସ୍ରାଏଲର ଲୋକମାନଙ୍କୁ ଦେଶ ବାହାରକୁ ବନ୍ଦୀରୂପେ ନିଆଯିବ।’”
12 ଅମତ୍ସିୟ ମଧ୍ୟ ଆମୋଷକୁ କହିଥିଲେ, “ହେ ଦର୍ଶକ ଯିହୁଦାକୁ ଯାଅ ଓ ସେଠାରେ ରୋଟୀ ଉପାର୍ଜନ କର ଏବଂ ତୁମ୍ଭର ଉପଦେଶ ପ୍ରଗ୍ଭର କର। 13 କିନ୍ତୁ ଆଉ ବୈଥେଲ୍ରେ ପ୍ରଗ୍ଭର କର ନାହିଁ। ଏହା ଯାରବିୟାମ୍ଙ୍କ ପବିତ୍ର ସ୍ଥାନ। ଏହା ଇସ୍ରାଏଲର ମନ୍ଦିର।”
14 ତା'ପରେ ଆମୋଷ ଅମତ୍ସିୟଙ୍କୁ ଉତ୍ତର ଦେଲେ, “ମୁଁ ଜଣେ ପେଷାଦାର ଭବିଷ୍ୟଦ୍ବକ୍ତା ନୁହେଁ। ଆଉ ମଧ୍ୟ ମୁଁ ଭବିଷ୍ୟଦ୍ବକ୍ତାର ପରିବାରରୁ ଆସିନାହିଁ। ମୁଁ କେବଳ ମେଷପାଳନ କରେ ଓ ଡିମ୍ବିରି ବୃକ୍ଷର ଯତ୍ନ ନିଏ। 15 ମୁଁ ଜଣେ ମେଷପାଳକ ଥିଲି ଓ ସଦାପ୍ରଭୁ ମୋତେ ଆଣି କହିଲେ, ‘ଯାଅ ଓ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ଭବିଷ୍ୟଦ୍ବାଣୀ ପ୍ରଗ୍ଭର କର।’ 16 ତେଣୁ ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ। ତୁମ୍ଭେ ମୋତେ କହୁଛ, ‘ଇସ୍ରାଏଲ ବିରୁଦ୍ଧରେ ଭବିଷ୍ୟତବାକ୍ୟ ପ୍ରଗ୍ଭର କର ନାହିଁ। ଇସ୍ହାକ ପରିବାର ବିରୁଦ୍ଧରେ ମଧ୍ୟ ପ୍ରଗ୍ଭର କର ନାହିଁ।’ 17 କିନ୍ତୁ ସଦାପ୍ରଭୁ କୁହନ୍ତି, ‘ତୁମ୍ଭର ସ୍ତ୍ରୀ ନଗର ମଧ୍ୟରେ ଜଣେ ଗଣିକା ହେବ। ତୁମ୍ଭର ପୁତ୍ରକନ୍ୟାଗଣ ଖଡ଼୍ଗରେ ନିହତ ହେବେ। ଅନ୍ୟ ଲୋକମାନଙ୍କୁ ତୁମ୍ଭ ରାଜ୍ୟରୁ ନିଆଯିବ ଏବଂ ସେମାନଙ୍କ ନିଜ ନିଜ ମଧ୍ୟରେ ବିଭାଗ କରାଯିବ। ଆଉ ମଧ୍ୟ ତୁମ୍ଭେ ବିଦେଶରେ ମୃତ୍ୟୁବରଣ କରିବ। ଇସ୍ରାଏଲର ଲୋକମାନେ ନିଶ୍ଚିତ ଏଦେଶରୁ ବନ୍ଦୀରୂପେ ବିତାଡ଼ିତ ହେବେ।’”
ପକ୍ୱଫଳର ଦର୍ଶନ
8 ସଦାପ୍ରଭୁ ମୋତେ ଏହା ଦେଖାଇଲେ, ମୁଁ ଏକଡାଲା ଗ୍ରୀଷ୍ମକାଳୀନ ଫଳ ଦେଖିଲି। 2 ସଦାପ୍ରଭୁ ମୋତେ ପଗ୍ଭରିଲେ, “ହେ ଆମୋଷ, ତୁମ୍ଭେ କ’ଣ ଦେଖୁଛ?”
ମୁଁ କହିଲି, “ଏକଡାଲା ଗ୍ରୀଷ୍ମକାଳୀନ ଫଳ ଦେଖୁଛି।”
ତା'ପରେ ସଦାପ୍ରଭୁ କହିଲେ, “ଆମ୍ଭର ଇସ୍ରାଏଲ ଲୋକମାନଙ୍କ ପାଇଁ ଶେଷ ସମୟ ଆସିଛି। ଆମ୍ଭେ ଏଣିକି ସେମାନଙ୍କର ପାପଗୁଡ଼ିକ ଦେଖି ପାରିବା ନାହିଁ। 3 ପୁଣି ମନ୍ଦିର ଗୀତ ଦୁଃଖପୂର୍ଣ୍ଣ ମୃତ୍ୟୁକାଳୀନ ସଙ୍ଗୀତରେ ପରିଣତ ହେବ।” ସଦାପ୍ରଭୁ, ମୋର ପ୍ରଭୁ ଏହା କହିଲେ: “ସବୁ ସ୍ଥାନରେ ମୃତ ଶରୀର ପଡ଼ି ରହିବ। ନୀରବରେ ଲୋକମାନେ ସେହି ଶବଗୁଡ଼ିକୁ ନେଇ ଏକ ସ୍ଥାନରେ ପକାଇବେ।”
ଇସ୍ରାଏଲର ବ୍ୟବସାୟୀଗଣ କେବଳ ଅର୍ଥ ଉପାର୍ଜନରେ ଆଗ୍ରହୀ
4 ମୋ’ କଥା ଶୁଣ! ହେ ଦେଶର ଦରିଦ୍ରମାନଙ୍କୁ ବିନଷ୍ଟ କରୁଥିବା
ଓ ଅସହାୟମାନଙ୍କୁ ଦଳି ଦେଉଥିବା ଲୋକମାନେ,
5 ତୁମ୍ଭେ ବ୍ୟବସାୟୀଗଣ କହୁଛ,
“କେତେବେଳେ ଅମାବାସ୍ୟା ଗତ ହେବ ଓ ଆମ୍ଭେମାନେ ଆମ୍ଭର ଶସ୍ୟ ବୀକ୍ରି କରିବୁ?
ପୁଣି କେତେବେଳେ ବିଶ୍ରାମ ଦିନ ଗତ ହେବ,
ଆମ୍ଭେ ଆମ୍ଭର ଗହମ ବୀକ୍ରିପାଇଁ ଆଣିବୁ?
ଆମ୍ଭେମାନେ ଓଜନର ମାପ କମାଇବୁ
ଏବଂ ଜିନିଷର ମୂଲ୍ୟ ବୃଦ୍ଧି କରିବୁ।
ଆମ୍ଭେମାନେ ତରାଜୁକୁ କମ୍ ବେଶୀକରି
ଲୋକମାନଙ୍କୁ ଠକିବୁ।
6 ଆଉ ଦରିଦ୍ର ଲୋକମାନେ ସେମାନଙ୍କର ଋଣ ପରିଶୋଧ କରି ପାରିବେ ନାହିଁ,
ତେଣୁ ଆମ୍ଭେ ସେମାନଙ୍କୁ କ୍ରୀତଦାସ ରୂପେ କିଣିବୁ।
ସେହି ଅସହାୟ ଲୋକମାନଙ୍କୁ
ଏକହଳ ପାଦୁକା ବଦଳରେ କିଣି ପାରିବୁ।
ହାୟ! ପରିତ୍ୟକ୍ତ ଗହମ ପରି
ସେହି ଦରିଦ୍ର ବ୍ୟକ୍ତିମାନଙ୍କୁ ବୀକ୍ରି କରିବୁ।”
7 ସଦାପ୍ରଭୁ ଯାକୁବର ଗର୍ବକୁ ନେଇ ଶପଥ କରି କହିଲେ,
“ସେହି ଲୋକମାନେ ଯାହା କଲେ ଆମ୍ଭେ କେବେ ତାହା ପାଶୋରି ପାରିବା ନାହିଁ।
8 ସେହି ଯୋଗୁଁ ସମଗ୍ରଦେଶ ଥରିବ।
ସେହି ରାଜ୍ୟରେ ବାସ କରୁଥିବା ପ୍ରତ୍ୟେକ ଲୋକ ମୃତ ଲୋକଙ୍କ ପାଇଁ ବିଳାପ କରିବେ।
ମିଶର ନୀଳନଦୀ ପରି ସମଗ୍ର ଦେଶଟିର
ଉତ୍ଥାପନ ପତନ ଘଟିବ।
ଆଉ ଦେଶଟି ଆନ୍ଦୋଳିତ ହେବ।”
9 ସଦାପ୍ରଭୁ ଏହା କହିଥିଲେ:
“ସେଦିନ ମଧ୍ୟାହ୍ନରେ ସୂର୍ଯ୍ୟକୁ ଅସ୍ତ କରାଇବା
ଓ ଏକ ନିର୍ମଳ ଦିନରେ ପୃଥିବୀକୁ ଅନ୍ଧକାରମୟ କରାଇବା।
10 ତୁମ୍ଭର ଅବସର ଦିନକୁ ମୃତ ଲୋକର ଶୋକ ଦିବସରେ ପରିଣତ କରାଇବା
ଏବଂ ତୁମ୍ଭର ସମସ୍ତ ସଙ୍ଗୀତ ମୃତ ଲୋକଙ୍କ ବିଳାପରେ ପରିଣତ ହେବ।
ଆମ୍ଭେ ସମସ୍ତଙ୍କୁ ଦୁଃଖ ବସ୍ତ୍ର ପରିଧାନ କରାଇବା
ଓ ସମସ୍ତଙ୍କର ମସ୍ତକକୁ ଲଣ୍ତା କରାଇବା।
ଗୋଟିଏ ଲୋକର ଏକମାତ୍ର ସନ୍ତାନର ମୃତ୍ୟୁରେ ଯେପରି ଆକୁଳ କ୍ରନ୍ଦନ କରାଯାଏ
ସେହିପରି କରୁଣ ବିଳାପ କରାଇବା।
ଏହା ଅତି ଦୁଃଖର ଅନ୍ତିମ ପରିଣତି ହେବ।”
ପରମେଶ୍ୱରଙ୍କ ବାକ୍ୟ ପାଇଁ କ୍ଷୁଧାର ଏକ ଭୟଙ୍କର ସମୟ ଆସୁଛି
11 ସଦାପ୍ରଭୁ କୁହନ୍ତି:
“ଦେଖ, ସେହି ଦିନ ଆସୁଛି,
ଯେଉଁ ଦିନ ଆମ୍ଭେ ଏ ଦେଶକୁ ଦୁର୍ଭିକ୍ଷ ପ୍ରେରଣ କରିବା।
ତାହା କ୍ଷୁଧା ଓ ତୃଷାର ଦୁର୍ଭିକ୍ଷ ନୁହେଁ।
ମାତ୍ର ତାହା ସଦାପ୍ରଭୁଙ୍କର ବାକ୍ୟର ଦୁର୍ଭିକ୍ଷ ହେବ।
12 ଲୋକମାନେ ଗୋଟିଏ ସମୁଦ୍ରରୁ
ଅନ୍ୟ ଗୋଟିଏ ସମୁଦ୍ର ପର୍ଯ୍ୟନ୍ତ
ଏବଂ ଉତ୍ତର ଦିଗରୁ ପୂର୍ବ ଦିଗକୁ ଭ୍ରମଣ କରିବେ।
ସେମାନେ ସଦାପ୍ରଭୁଙ୍କର ବାର୍ତ୍ତା ଏଣେତେଣେ ଖୋଜି ବୁଲିବେ,
ମାତ୍ର ତାହା ପାଇବେ ନାହିଁ।
13 ସେତେବେଳେ ସୁନ୍ଦର ଯୁବକଗଣ ଓ ସୁନ୍ଦରୀ ରମଣୀମାନେ
ତୃଷାରେ ଦୁର୍ବଳ ହୋଇ ପଡ଼ିବେ।
14 ଶମରିୟାର ପାପ ପାଇଁ ସେମାନେ ଶପଥ ନେଇ କହିବେ,
‘ହେ ଦାନ୍ ଯେପରି ତୁମ୍ଭର ପରମେଶ୍ୱର ନିଶ୍ଚିତ ଜୀବିତ’
ଓ ‘ବେର୍ଶେବାର ପ୍ରଭୁ ନିଶ୍ଚିତ ଜୀବିତ,
ସେମାନଙ୍କର ନିଶ୍ଚିତ ପତନ ଘଟିବ
ଓ ସେମାନେ କେବେ ଉଠି ପାରିବେ ନାହିଁ।”
ସଦାପ୍ରଭୁଙ୍କର ଦର୍ଶନ ବେଦିରେ ଦଣ୍ଡାୟମାନ
9 ସେ କହିଲେ, ମୁଁ ମୋର ପ୍ରଭୁଙ୍କୁ ଯଜ୍ଞବେଦି ଉପରେ ଦଣ୍ଡାୟମାନ ହେବାର ଦେଖିଲି। ସେ କହିଲେ,
“ସ୍ତମ୍ଭର ଅଗ୍ରଭାଗକୁ ଆଘାତ କର
ଯେପରିକି ଅଟ୍ଟାଳିକାର ଦ୍ୱାର ଦେଶ ଥରି ଉଠିବ।
ସ୍ତମ୍ଭଟିକୁ ଲୋକମାନଙ୍କ ମୁଣ୍ତ ଉପରେ ପକାଅ।
ଯଦି ଏଥିରୁ କେହି ବଞ୍ଚିବ ଆମ୍ଭେ ତାକୁ ଖଡ଼୍ଗରେ ଚ୍ଛେଦନ କରିବା।
ଦୌଡ଼ି ଯାଇଥିବା ଲୋକ ମଧ୍ୟ ରକ୍ଷା ପାଇବ ନାହିଁ।
ଜଣେ ହେଲେ ବଞ୍ଚିବେ ନାହିଁ।
2 ଯଦି ସେମାନେ ଭୂମି ଖୋଳି ପାତାଳକୁ ଯିବେ,
ସେଠାରୁ ମଧ୍ୟ ଆମ୍ଭେ ସେମାନଙ୍କୁ ଟାଣି ଆଣିବା।
ଯଦି ସେମାନେ ସ୍ୱର୍ଗକୁ ଯାଆନ୍ତି,
ଆମ୍ଭେ ସେମାନଙ୍କୁ ସେହି ସ୍ଥାନରୁ ମଧ୍ୟ ତଳକୁ ଖସାଇ ଆଣିବା।
3 ଯଦି ସେମାନେ ନିଜକୁ କର୍ମିଲ ଶୃଙ୍ଗରେ ଲୁଗ୍ଭନ୍ତି,
ଆମ୍ଭେ ସେମାନଙ୍କୁ ଖୋଜି ସେଠାରୁ ମଧ୍ୟ ଧରି ଆଣିବା।
ଯଦି ସେମାନେ ସମୁଦ୍ରର ନିମ୍ନ ଭାଗରେ ଲୁଚି ରହନ୍ତି,
ତେବେ ଆମ୍ଭେ ସର୍ପକୁ ଆଦେଶ ଦେବା ଓ ସେହି ସର୍ପ ସେମାନଙ୍କୁ ଦଂଶନ କରିବ।
4 ଯଦି ସେମାନେ ଧରା ହୋଇ ଶତ୍ରୁମାନଙ୍କ ଦ୍ୱାରା ବନ୍ଦୀ ହେବେ
ତଥାପି ଖଡ଼୍ଗକୁ ଆଦେଶ ଦେବା,
ସେ ସେମାନଙ୍କୁ ହତ୍ୟା କରିବ।
ଆମ୍ଭେ ସେମାନଙ୍କ ଉପରେ ଦୃଷ୍ଟି ରଖିବା
କିନ୍ତୁ ଆମ୍ଭେ ସେମାନଙ୍କୁ ଦୁଃଖ ଦେବା ପାଇଁ ଲକ୍ଷ୍ୟ ରଖିବା।
ସେମାନଙ୍କୁ ଉତ୍ତମ ଜିନିଷ ଦେବା ପାଇଁ ଲକ୍ଷ୍ୟ ରଖିବା ନାହିଁ।”
ଦଣ୍ତ ଲୋକମାନଙ୍କୁ ବିନାଶ କରିବ
5 ମୋର ପ୍ରଭୁ ସଦାପ୍ରଭୁ ସର୍ବଶକ୍ତିମାନ ପୃଥିବୀକୁ ସ୍ପର୍ଶ କରିବେ
ଏବଂ ତାହା ତରଳି ଯିବ।
ତତ୍ପରେ ସେଠାରେ ବାସ କରୁଥିବା ସମସ୍ତ ଲୋକ ମୃତ ଲୋକଙ୍କ ପାଇଁ ବିଳାପ କରିବେ।
ମିଶରର ନୀଳନଦୀ ପରି
ସେହି ଭୂମିର ଉତ୍ଥାପନ ପତନ ଘଟିବ।
6 ସଦାପ୍ରଭୁ ଆକାଶର ଊର୍ଦ୍ଧ୍ୱରେ ତାଙ୍କର ପ୍ରାସାଦ ନିର୍ମାଣ କରିଛନ୍ତି।
ସେ ପୃଥିବୀ ଉପରେ ଗୋଦାମ ଘର ନିର୍ମାଣ କରିଛନ୍ତି।
ସେ ସମୁଦ୍ରକୁ ଡାକନ୍ତି
ଏବଂ ପାଣି ପୃଥିବୀ ଉପରେ ଢାଳନ୍ତି।
ତାଙ୍କର ନାମ ଯିହୋବାଃ
ସଦାପ୍ରଭୁ ଇସ୍ରାଏଲର ଧ୍ୱଂସ ପାଇଁ ପ୍ରତିଜ୍ଞା କରନ୍ତି
7 ସଦାପ୍ରଭୁ ଏହା କୁହନ୍ତି,
“ହେ ଇସ୍ରାଏଲ ସନ୍ତାନମାନେ, ତୁମ୍ଭେମାନେ ଆମ୍ଭ ନିକଟରେ କୂଶୀୟ ସନ୍ତାନମାନଙ୍କ ତୁଲ୍ୟ।
ଆମ୍ଭେ ମିଶରରୁ ଇସ୍ରାଏଲକୁ,
କପ୍ତୋରରୁ ପଲେଷ୍ଟୀୟକୁ
ଓ ବୀରଦେଶରୁ ଅରାମୀୟମାନଙ୍କୁ ଆଣିଅଛୁ।”
8 ସଦାପ୍ରଭୁ, ମୋର ପ୍ରଭୁ ପାପପୂର୍ଣ୍ଣ ରାଜ୍ୟ ଇସ୍ରାଏଲ ଉପରେ ଦୃଷ୍ଟି ରଖିଛନ୍ତି।
ସଦାପ୍ରଭୁ କହିଲେ,
“ଆମ୍ଭେ ପୃଥିବୀରୁ ଇସ୍ରାଏଲକୁ ମୂଳପୋଛ କରିଦେବା।
କିନ୍ତୁ କେବେ ଯାକୁବ ପରିବାରକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିବା ନାହିଁ।
9 ଆମ୍ଭେ ଇସ୍ରାଏଲର ଧ୍ୱଂସ ପାଇଁ ଆଦେଶ ଦେବା।
ଆମ୍ଭେ ଇସ୍ରାଏଲବାସୀଙ୍କୁ ସମଗ୍ର ଦେଶଗୁଡ଼ିକରେ ବିକ୍ଷିପ୍ତ ଭାବରେ ବିଚ୍ଛୁରିତ କରିବା।
ଏହା ଗ୍ଭଲୁଣିରେ ଅଟା ଚଲାଇଲା ପରି ହେବ।
ଫସଲର ଏକ କଣିକା ଧରିତ୍ରୀ ଉପରେ ପଡ଼ିବ ନାହିଁ।
ଯାକୁବଙ୍କର ପରିବାର ସେହିପରି ଭାବରେ ସେବା କରିବେ।
10 “ଆମ୍ଭ ଲୋକମାନଙ୍କ ମଧ୍ୟରେ ପାପୀଗଣ କହିବେ,
‘ଆମ୍ଭ ପ୍ରତି କିଛି ମନ୍ଦ ଘଟିବ ନାହିଁ।’
କିନ୍ତୁ ସେ ସମସ୍ତ ଲୋକ ଖଡ଼୍ଗରେ ନିହତ ହେବେ।”
ପରମେଶ୍ୱର ରାଜ୍ୟ ପୁନଃନିର୍ମାଣ ପାଇଁ ପ୍ରତିଜ୍ଞା କରନ୍ତି
11 “ଦାଉଦଙ୍କର ପତିତ ତମ୍ବୁକୁ ଆମ୍ଭେ ପୁନର୍ବାର ଉଠାଇବା।
ଆମ୍ଭେ କାନ୍ଥରେ ଥିବା କଣାସବୁ ବନ୍ଦ କରିବା।
ଆମ୍ଭେ ବିଧ୍ୱସ୍ତ ହୋଇଥିବା ଅଟ୍ଟାଳିକାଗୁଡ଼ିକୁ ପୁନର୍ବାର ନିର୍ମାଣ କରିବା
ଓ ସେ ଗୁଡ଼ିକ ପୂର୍ବପରି ତମ୍ବୁ ନିର୍ମିତ ହେବ।
12 ତା'ପରେ ଇଦୋମର ଯାହାସବୁ ଛଡ଼ା ହୋଇଥିବ,
ଆମ୍ଭ ଲୋକମାନେ ଅଧିକାର କରିବେ
ଏବଂ ସମସ୍ତ ଜାତିଗୁଡ଼ିକ ଆମ୍ଭ ନାମ ନେବେ।”
ସଦାପ୍ରଭୁ ଏହା କହିବେ ଓ ସେହି ସମସ୍ତ ଘଟାଇବେ।
13 ସଦାପ୍ରଭୁ ପୁଣି କୁହନ୍ତି, “ସମୟ ଆସୁଛି ଯେତେବେଳେ ପ୍ରଚୁର ଅମଳ ହେବ
ଏବଂ ତାହା ଶସ୍ୟ ଲଗାଇବା ସମୟ ପର୍ଯ୍ୟନ୍ତ ମଧ୍ୟ କ୍ଷେତ୍ରରେ ଥିବ।
ଏତେ ଦ୍ରାକ୍ଷାଫଳ ହେବ ଯେ, ନୂତନ ଦ୍ରାକ୍ଷାଲତା ଲଗାଇବା ସମୟ ପୂର୍ବରୁ
ତଥାପି ଦ୍ରାକ୍ଷାରସ ପ୍ରସ୍ତୁତ ହୋଇ ପାରିବ ନାହିଁ।
ଏବଂ ମଧୁର ଦ୍ରାକ୍ଷାରସ ପର୍ବତରୁ ବହିବ।
14 ଆମ୍ଭେ ଇସ୍ରାଏଲକୁ ବନ୍ଦୀରୁ ମୁକ୍ତ କରିବା
ଏବଂ ସେମାନଙ୍କୁ ସେମାନଙ୍କର ଭୂମିକୁ ଫେରାଇ ଆଣିବା।
ସେମାନେ ଧ୍ୱଂସ ବିଧ୍ୱଂସ ନଗରଗୁଡ଼ିକୁ ପୁନଃନିର୍ମାଣ କରିବେ
ଏବଂ ସେହି ନଗରୀରେ ବାସ କରିବେ।
ସେମାନେ ଦ୍ରାକ୍ଷାବୃକ୍ଷ କ୍ଷେତରେ ରୋପଣ କରିବେ
ଏବଂ ଦ୍ରାକ୍ଷାରସ ପିଇବେ, ଯାହା ସେଠାକାର ଦ୍ରାକ୍ଷାଫଳରୁ ପ୍ରସ୍ତୁତ ହୁଏ।
ସେମାନେ ମଧ୍ୟ ଗ୍ଭଷ କରିବେ
ଓ ଉତ୍ପାଦିତ ଶସ୍ୟକୁ ଭକ୍ଷ୍ୟଣ କରିବେ।
15 ଆମ୍ଭେ ଆପଣା ଲୋକମାନଙ୍କୁ ତାଙ୍କ ନିଜ ଭୂମିରେ ସ୍ଥାପନ କରିବା।
ଆମ୍ଭେ ଯେଉଁ ଭୂମି ସେମାନଙ୍କୁ ଦେଇଛୁ, ସେମାନେ ଯେପରି ତାଙ୍କ ଭୂମିରୁ କେବେ ବିତାଡ଼ିତ ହେବେ ନାହିଁ।”
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଏହା କୁହନ୍ତି।
2010 by World Bible Translation Center