Beginning
ଉପକ୍ରମ
1 ଆମୋଷଙ୍କ ବାର୍ତ୍ତା: ତକୋୟ ନଗରର ମେଷପାଳକମାନଙ୍କ ମଧ୍ୟରୁ ଆମୋଷ ଥିଲେ ଅନ୍ୟତମ। ଯେତେବେଳେ ଯିହୁଦାର ରାଜା ଉଷିୟ ଥିଲେ, ଯୋୟାଶଙ୍କ ପୁତ୍ର ଯାରବିୟାମ୍ ଇସ୍ରାଏଲର ରାଜା ଥିଲେ। ସେହି ସମୟରେ ଆମୋଷଙ୍କର ଇସ୍ରାଏଲ ବିଷୟରେ ଏକ ଦର୍ଶନ ଥିଲା। ଏହା ଥିଲା ଭୂମିକମ୍ପ ଦୁଇ ବର୍ଷର ପୂର୍ବ ଘଟଣା।
ଅରାମ ପାଇଁ ଦଣ୍ତ
2 ଆମୋଷ କହିଲେ:
“ସିୟୋନରେ ସଦାପ୍ରଭୁ ସିଂହ ପରି ଗର୍ଜନ କରିବେ।
ତାଙ୍କର ଉଚ୍ଚସ୍ୱର ଯିରୁଶାଲମରୁ ଗର୍ଜି ଉଠିବ।
ଫଳରେ, ସବୁଜ ଗ୍ଭରଣଭୂମି ମଳିନ ଦେଖାଯିବ ଏବଂ ଶୁଖିଯିବ।
ଏପରିକି କର୍ମିଲ ଶୃଙ୍ଗର ଶିଖର ଦେଶ ଶୁଷ୍କ ହେବ।”
3 ସଦାପ୍ରଭୁ ଏହି କଥା କହନ୍ତି: “ଦମ୍ମେଶକର ଲୋକମାନେ କରିଥିବା ଦୋଷାବହ କାର୍ଯ୍ୟ ପାଇଁ ଆମ୍ଭେ ନିଶ୍ଚିତ ଭାବରେ ସେମାନଙ୍କୁ ଦଣ୍ତ ଦେବା। କାରଣ ସେମାନେ ଶସ୍ୟ ଦଳନ ଲୌହ ଯନ୍ତ୍ରରେ ଗିଲିୟଦର ଲୋକମାନଙ୍କୁ ଦଳନ କରିଥିଲେ। 4 ତେଣୁ ଆମ୍ଭେ ହସାୟେଲଙ୍କ ଗୃହ ନିକଟକୁ ଅଗ୍ନି ପ୍ରେରଣ କରିବା। ଏବଂ ସେହି ଅଗ୍ନି ବିନହଦଦଙ୍କ ବିରାଟ ଅଟ୍ଟାଳିକାକୁ ଧ୍ୱଂସ କରିବ।
5 “ଆମ୍ଭେ ମଧ୍ୟ ଦମ୍ମେଶକର ସମସ୍ତ ଫାଟକକୁ ଭାଙ୍ଗି ଦେବା। ଆବନର ଉପତ୍ୟକାର ସିଂହାସନ ଉପରେ ବସିଥିବା ବ୍ୟକ୍ତିକୁ ବିତାଡ଼ିତ କରିବା। ଏଦନ ବଂଶରୁ ସମସ୍ତ କ୍ଷମତାର ସଙ୍କେତକୁ ମଧ୍ୟ ନିଶ୍ଚିହ୍ନ କରି ଦେବା। ଆଉ ମଧ୍ୟ ଅରାମର ଲୋକମାନେ ପରାଜିତ ହେବେ ଓ କୀରକୁ ଯିବେ।” ସଦାପ୍ରଭୁ ଏହା ହିଁ କହନ୍ତି।
ଫିଲିଷ୍ଟାଇନ୍ ପାଇଁ ଦଣ୍ତ
6 ସଦାପ୍ରଭୁ ଏହା ହିଁ କହନ୍ତି: “ଘସାର ଲୋକମାନଙ୍କୁ ଆମ୍ଭେ ସେମାନଙ୍କର ବହୁ ଅପରାଧ ପାଇଁ ନିଶ୍ଚୟ ଦଣ୍ତ ଦେବା, କାରଣ ସେମାନେ ସମଗ୍ର ଜାତିମାନଙ୍କୁ ନେଇଯାଇ ଇଦୋମକୁ କ୍ରୀତଦାସରୂପେ ଦେଇଥିଲେ। 7 ତେଣୁ ଆମ୍ଭେ ଘସାର କାନ୍ଥ ନିକଟକୁ ଅଗ୍ନି ପ୍ରେରଣ କରିବା। ସେହି ଅଗ୍ନି ଘସାର ଉଚ୍ଚ ଅଟ୍ଟାଳିକାକୁ ଧ୍ୱଂସ କରିବ। 8 ଆଉ ମଧ୍ୟ ଅସ୍ଦୋଦର ସିଂହାସନରେ ବସିଥିବା ଲୋକଟିକୁ ଧ୍ୱଂସ କରିବା। ଆମ୍ଭେ ଆସ୍କିଲୋନର ରାଜଦଣ୍ତଧାରୀକୁ ମଧ୍ୟ ବିନାଶ କରିବା। ଇକ୍ରୋଣର ଲୋକମାନଙ୍କୁ ମଧ୍ୟ ଆମ୍ଭେ ଦଣ୍ତ ଦେବା। ତା'ପରେ ଯେଉଁ ପଲେଷ୍ଟୀୟମାନେ ବଞ୍ଚିଥିବେ, ସେମାନେ ମଧ୍ୟ ମୃତ୍ୟୁବରଣ କରିବେ।” ସଦାପ୍ରଭୁ ପରମେଶ୍ୱର ଏହିସବୁ କହିଥିଲେ।
ଫୋୟେନସିଆ ପାଇଁ ଶାସ୍ତି
9 ସଦାପ୍ରଭୁ ଏହିକଥା କହନ୍ତି: “ଆମ୍ଭେ ନିଶ୍ଚିତ ସୋରର ଲୋକମାନଙ୍କୁ ଦଣ୍ତ ଦେବା କାରଣ ସେମାନେ ବହୁ ଅପରାଧ କରିଥିଲେ। ଆଉ ମଧ୍ୟ ସେମାନେ ସମଗ୍ର ଜାତିକୁ ନେଇଗଲେ ଏବଂ ସେମାନଙ୍କୁ କ୍ରୀତଦାସ ରୂପେ ଇଦୋମକୁ ପ୍ରେରଣ କରିଥିଲେ। ସେମାନେ ଇସ୍ରାଏଲୀୟମାନଙ୍କ ସହିତ ବନ୍ଧୁତ୍ୱ ଚୁକ୍ତିକୁ ମନେ ପକାଇ ନ ଥିଲେ। 10 ତେଣୁ ଆମ୍ଭେ ସୋରର ଅଟ୍ଟାଳିକା ନିକଟକୁ ଅଗ୍ନି ପ୍ରେରଣ କରିବା। ସେହି ଅଗ୍ନି ସୋରର ଉଚ୍ଚ ଅଟ୍ଟାଳିକାଗୁଡ଼ିକୁ ଧ୍ୱଂସ କରିଦେବ।”
ଇଦୋମର ଲୋକମାନଙ୍କ ପାଇଁ ଶାସ୍ତି
11 ସଦାପ୍ରଭୁ ଏହିକଥା କୁହନ୍ତି: “ଆମ୍ଭେ ଇଦୋମର ଲୋକମାନଙ୍କୁ ନିଶ୍ଚିତ ଦଣ୍ତ ଦେବା କାରଣ ସେମାନେ ବହୁ ଅପରାଧରେ ଲିପ୍ତ ଥିଲେ। ସେମାନେ ମଧ୍ୟ ସେମାନଙ୍କର ଭାଇମାନଙ୍କୁ ଖଡ଼୍ଗଧରି ଗୋଡ଼ାଇଲେ। ଏବଂ ଟିକିଏ ହେଲେ ଦୟା ଦେଖାଇ ନ ଥିଲେ। ଇଦୋମ ନିଜର କ୍ରୋଧ ଚିରଦିନ ପାଇଁ ରଖିଲେ ଏବଂ ନିଜର କ୍ରୋଧ ବନ୍ଦ କଲେ ନାହିଁ। ଇସ୍ରାଏଲୀୟମାନଙ୍କୁ ସେମାନେ ବନ୍ୟପ୍ରାଣୀ ସଦୃଶ ବିଦୀର୍ଣ୍ଣ କଲେ। 12 ତେଣୁ ଆମ୍ଭେ ତୈମନ୍ ଉପରେ ଅଗ୍ନି ବୃଷ୍ଟି କରିବା। ସେହି ଅଗ୍ନି ବର୍ଷାର ଉଚ୍ଚ ଅଟ୍ଟାଳିକା ଧ୍ୱଂସ କରି ପକାଇବ।”
ଅମୋନର ଅଧିବାସୀଙ୍କ ପାଇଁ ଦଣ୍ତ
13 ସଦାପ୍ରଭୁ ଏହିକଥା କୁହନ୍ତି: “ଆମ୍ଭେ ଅମ୍ମୋନର ଲୋକମାନଙ୍କୁ ଦଣ୍ତ ଦେବା, ଯେଉଁମାନେ ଅନେକ ଅପରାଧ କରିଛନ୍ତି, କାରଣ ସେମାନେ ଗିଲିୟଦରେ ଗର୍ଭବତୀ ନାରୀମାନଙ୍କୁ ହତ୍ୟା କରିଅଛନ୍ତି। ଅମ୍ମୋନର ଲୋକମାନେ ଏହିପରି କାର୍ଯ୍ୟ କଲେ, ଯେଟରୁ ସେମାନଙ୍କର ସୀମା ଅଧିକ ଜାଗା ବଢ଼ାଇବାକୁ। 14 କିନ୍ତୁ ଆମ୍ଭେ ରବ୍ବାର ପ୍ରାଚୀର ଉପରେ ଅଗ୍ନି ପକାଇବା ଏବଂ ଏହା ସେଠାକାର ସମସ୍ତ ପ୍ରାସାଦ ଓ ସେହି ଅଗ୍ନି ଦେଶକୁ ଧ୍ୱଂସ କରିଦେବ ଏବଂ ସେଠାରେ ଯୁଦ୍ଧ ବିଭୀଷିକା ଘୂର୍ଣ୍ଣିବାୟୁ ଆସିବ। 15 ତା'ପରେ ସେମାନଙ୍କର ରାଜା ଓ ପ୍ରାଚୀନମାନେ ଏବଂ ସେମାନେ ସମସ୍ତେ ନିର୍ବାସିତ ହେବେ।” ସଦାପ୍ରଭୁ ଏହି ବାକ୍ୟ କହିଥିଲେ।
ମୋୟାବ ପାଇଁ ଶାସ୍ତି
2 ସଦାପ୍ରଭୁ ଏହା ହିଁ କହନ୍ତି: “ବହୁ ଅପରାଧ କରିଥିବା ମୋୟାବର ଲୋକମାନଙ୍କୁ ଆମ୍ଭେ ନିଶ୍ଚୟ ଦଣ୍ତ ଦେବା। କାରଣ ମୋୟାବ ଇଦୋମର ରାଜାଙ୍କର ଅସ୍ଥିକୁ ପୋଡ଼ି ଚୂର୍ଣ୍ଣରେ ପରିଣତ କରିଥିଲେ। 2 ତେଣୁ ଆମ୍ଭେ ମୋୟାବରେ ଅଗ୍ନି ସଂଯୋଗ କରିବା। ସେହି ଅଗ୍ନିଶିଖା କିରିୟୋଥର ପ୍ରାସାଦଗୁଡ଼ିକ ଧ୍ୱଂସ କରିଦେବ। ସେଠାରେ କୋଳାହଳ ଓ ତୂରୀର ଶବ୍ଦ ହେବ ଏବଂ ମୋୟାବ ଧ୍ୱଂସ ହେବ। 3 ମାତ୍ର ଆମ୍ଭେ ମୋୟାବର ରାଜାମାନଙ୍କୁ ହତ୍ୟା କରିବା ଏବଂ ମୋୟାବର ସମସ୍ତ ନେତାମାନଙ୍କର ଧ୍ୱଂସ କରି ପତନ ଘଟାଇବା।” ସଦାପ୍ରଭୁ ଏହା ହିଁ କହନ୍ତି।
ଯିହୁଦା ପାଇଁ ଶାସ୍ତି
4 ସଦାପ୍ରଭୁ ଏହା କହନ୍ତି: “ଆମ୍ଭେ ବହୁ ଅପରାଧ କରିଥିବା ଯିହୁଦା ନିବାସୀମାନଙ୍କୁ ଦଣ୍ତ ଦେବା। କାରଣ ସେମାନେ ସଦାପ୍ରଭୁଙ୍କର ଆଦେଶକୁ ମାନିବାକୁ ମନା କଲେ। ସେମାନେ ତାଙ୍କର ଆଦେଶ ରଖିଲେ ନାହିଁ। ସେମାନଙ୍କର ପୂର୍ବପୁରୁଷଗଣ ଯେଉଁ ମିଥ୍ୟାକୁ ବିଶ୍ୱାସ କରୁଥିଲେ, ସେମାନେ ମଧ୍ୟ ତାହା ବିଶ୍ୱାସ କଲେ। 5 ତେଣୁ ଆମ୍ଭେ ଯିହୁଦାରେ ଅଗ୍ନି ସଂଯୋଗ କରିବା ଏବଂ ସେହି ଅଗ୍ନି ଯିରୁଶାଲମର ସମସ୍ତ ଉଚ୍ଚ ଅଟ୍ଟାଳିକା ଧ୍ୱଂସ କରିଦେବ।”
ଇସ୍ରାଏଲ ପାଇଁ ଦଣ୍ତବିଧାନ
6 ସଦାପ୍ରଭୁ ଏହା କହନ୍ତି: “ଆମ୍ଭେ ବହୁ ଅପରାଧ କରିଥିବା ଇସ୍ରାଏଲ ଲୋକଙ୍କୁ ଦଣ୍ତ ଦେବା। କାରଣ ସେମାନେ ରୌପ୍ୟ ବଦଳରେ ଉତ୍ତମ ଓ ନିରୀହ ଲୋକଙ୍କୁ ବୀକ୍ରି କରିଥିଲେ। ସେମାନେ ଏକହଳ ଜୋତା ପାଇଁ ଦରିଦ୍ର ଲୋକଙ୍କୁ ବୀକ୍ରି କରିଥିଲେ। 7 ସେମାନେ ଦରିଦ୍ର ଲୋକମାନଙ୍କର ମୁଖମଣ୍ତଳକୁ ଭୂମିରେ ମାଡ଼ି ଦଣ୍ତ ଦେଉଥିଲେ ଓ ସେମାନଙ୍କୁ ପଦାଘାତ କରୁଥିଲେ। ସେମାନେ ଅସହାୟ ଲୋକମାନଙ୍କର ଦୁଃଖ ଓ ଦୁର୍ଦ୍ଦଶା ଶୁଣୁ ନ ଥିଲେ। ମୋର ପବିତ୍ର ନାମକୁ କଳୁଷିତ କରିବାକୁ ଯାଇ ଜଣେ ବ୍ୟକ୍ତି ଓ ତା'ର ପିତା, ଜଣେ ରମଣୀ ସହ ଯୌନ ସମ୍ପର୍କ ରଖିଥିଲେ। 8 ସେମାନେ ଦରିଦ୍ର ଲୋକମାନଙ୍କର ବସ୍ତ୍ର ନିଅନ୍ତି ଏବଂ ସେହି ବସ୍ତ୍ର ଉପରେ ବସି ଯଜ୍ଞବେଦି ନିକଟରେ ପୂଜା କରନ୍ତି। ସେମାନେ ଦରିଦ୍ର ଲୋକମାନଙ୍କୁ ଅର୍ଥ ଋଣ ଆକାରରେ ଧାର ଦିଅନ୍ତି ଏବଂ ଆନୁଷଙ୍ଗିକ ପରି ସେମାନେ ବସ୍ତ୍ରଗୁଡ଼ିକ ନେଇଯାଆନ୍ତି। ସେମାନେ ସେହି ଦରିଦ୍ରମାନଙ୍କ ଉପରେ ଅର୍ଥ ଦଣ୍ତ କରନ୍ତି ଏବଂ ସେହି ଅର୍ଥରେ ଦ୍ରାକ୍ଷାରସ କିଣି ସେମାନଙ୍କର ପରମେଶ୍ୱରଙ୍କ ମନ୍ଦିରରେ ସେବନ କରନ୍ତି।
9 “କିନ୍ତୁ ଆମ୍ଭେ ଯିଏ କି ଜଣେ ଥିଲୁ, ଇମୋରୀୟକୁ ସେମାନଙ୍କ ସମ୍ମୁଖରେ ଧ୍ୱଂସ କଲୁ। ଇମୋରୀୟ ଏରସ ବୃକ୍ଷ ସଦୃଶ ଉଚ୍ଚ ଓ ଆଲୋକ ଗଛ ସଦୃଶ ଶକ୍ତ ଥିଲା। ଆମ୍ଭେ ସେମାନଙ୍କର ଊର୍ଦ୍ଧ୍ୱ ଭାଗରେ ଥିବା ଫଳ ଓ ନିମ୍ନ ଭାଗରେ ଥିବା ମୂଳକୁ ନଷ୍ଟ କଲୁ।
10 “ଆମ୍ଭେ ତୁମ୍ଭମାନଙ୍କୁ ମିଶରରୁ ଆଣିଲୁ ଏବଂ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ମରୁଭୂମିରେ ଆଗେଇ ନେଲୁ। ଆମ୍ଭେ ମଧ୍ୟ ଇମୋରୀୟମାନଙ୍କର ଭୂମିକୁ ଅଧିକାର କରିବାକୁ ତୁମ୍ଭମାନଙ୍କୁ ସାହାଯ୍ୟ କଲୁ। 11 ତୁମ୍ଭମାନଙ୍କର ପୁତ୍ରମାନଙ୍କ ମଧ୍ୟରୁ କେତେକଙ୍କୁ ଭବିଷ୍ୟଦ୍ବକ୍ତା କରାଇଲୁ ଏବଂ ତୁମ୍ଭର କେତେକ ଯୁବକ ପୁରୁଷମାନଙ୍କୁ ନାସରୀୟ କରାଇଲୁ। ହେ ଇସ୍ରାଏଲୀୟ, ଏହା ସତ୍ୟ” ଏବଂ ସଦାପ୍ରଭୁ ଏହା ହିଁ କହିଥିଲେ। 12 “କିନ୍ତୁ ତୁମ୍ଭେମାନେ ନାସରୀୟ ଲୋକମାନଙ୍କୁ ଦ୍ରାକ୍ଷାରସ ସେବନ କରାଇଲ। ତୁମ୍ଭ ସେହି ଭବିଷ୍ୟଦ୍ବକ୍ତାମାନଙ୍କୁ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର ନ କରିବାକୁ କହିଲ। 13 ତୁମ୍ଭେମାନେ ଆମ୍ଭ ପାଇଁ ଭୟଙ୍କର ଗ୍ଭପ ସଦୃଶ। ଆମ୍ଭେ ତୁମ୍ଭକୁ ତଳକୁ ଗ୍ଭପ ଦେବା। ଆମ୍ଭେ ତୁମ୍ଭକୁ ନଡ଼ାରେ ବୋଝେଇ ଶଗଡ଼ ପରି ବଙ୍କା କରିଦେବା। 14 କୌଣସି ଲୋକ ରକ୍ଷା ପାଇବ ନାହିଁ, ଏପରିକି ଦ୍ରୁତତମ ଦୌଡ଼ାଳି ମଧ୍ୟ ରକ୍ଷା ପାଇବ ନାହିଁ। ଶକ୍ତିଶାଳୀ ଲୋକର ମଧ୍ୟ ବଳ ନ ଥିବ। ସୈନ୍ୟମାନେ ନିଜକୁ ରକ୍ଷା କରି ପାରିବେ ନାହିଁ। 15 ଧନୁର୍ଦ୍ଧାରୀମାନେ ମଧ୍ୟ ଆପଣାକୁ ରକ୍ଷା କରି ପାରିବେ ନାହିଁ। ଦ୍ରୁତତମ ଦୌଡ଼ାଳି ମଧ୍ୟ ଆପଣାକୁ ରକ୍ଷା କରି ପାରିବେ ନାହିଁ। ଅଶ୍ୱାରୋହୀମାନେ ନିଜ ନିଜକୁ ରକ୍ଷା କରି ପାରିବେ ନାହିଁ। 16 ସେହି ସମୟରେ ସାହସୀ ସୈନ୍ୟମାନେ ଉଲଗ୍ନ ଦୌଡ଼ି ପଳାଇବେ।” ସଦାପ୍ରଭୁ ଏହି କଥା କହନ୍ତି।
ଇସ୍ରାଏଲକୁ ସତର୍କ ଘଣ୍ଟି
3 ହେ ଇସ୍ରାଏଲର ଲୋକମାନେ, ଏହି ବାର୍ତ୍ତା ଶୁଣ। ଇସ୍ରାଏଲ ବିଷୟରେ ସଦାପ୍ରଭୁ ଏହି କଥା କହିଲେ। ମିଶରରୁ ଅଣାଇଥିବା ସମସ୍ତ ଇସ୍ରାଏଲୀୟ ପରିବାର ବିଷୟରେ ଏହା ବାର୍ତ୍ତା ଥିଲା। 2 “ଏହି ପୃଥିବୀରେ ବହୁ ପରିବାର ଅଛନ୍ତି। କିନ୍ତୁ ତୁମ୍ଭେମାନେ ଏପରି ଏକ ଗୋଷ୍ଠୀ ସ୍ୱତନ୍ତ୍ର ଭାବରେ ଜାଣିବାକୁ ତୁମ୍ଭମାନଙ୍କୁ ବାଛିଥିଲୁ। ମାତ୍ର ତୁମ୍ଭେମାନେ ଆମ୍ଭ ବିରୁଦ୍ଧରେ ଗଲ। ତେଣୁ ତୁମ୍ଭମାନଙ୍କର ପାପ ପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦେବା।”
ଇସ୍ରାଏଲର ଦଣ୍ତର କାରଣ
3 ଏକମତ ନ ହେଲେ
ଦୁଇଜଣ ଏକତ୍ର ଗମନ କରିବେ ନାହିଁ।
4 ସିଂହଟି ଗର୍ଜନ କରେ
ଯଦି ତାକୁ ଶିକାର ଦୃଶ୍ୟମାନ ହୁଏ।
ଯଦି ଗୋଟିଏ ଯୁବା ସିଂହ ତା'ର ଗୁମ୍ଫାରେ ଗର୍ଜନ କରୁଛି
ତେବେ ଜାଣିବ ସେ କିଛି ଗୋଟିଏ ଶିକାର ଧରିଛି।
5 ଯଦି ଫାଶରେ କିଛି ଖାଦ୍ୟ ନାହିଁ,
ତେବେ ପକ୍ଷୀଟିଏ ତା’ ମଧ୍ୟକୁ ପ୍ରବେଶ କରିବ ନାହିଁ।
ପକ୍ଷୀକୁ କବଳିତ କରିବା ପାଇଁ
ଫାଶ ଭିତରେ ଥୋପ ନ ଥିଲେ ଫାଶ ବସାଯାଏ ନାହିଁ।
6 ଯଦି ନଗରରେ ତୂରୀ ବାଜି ଉଠିବ
ତେବେ ଲୋକମାନେ ଭୟରେ ଥରହର ହେବେ।
ସଦାପ୍ରଭୁ ନ ଗ୍ଭହିଁଲା ପର୍ଯ୍ୟନ୍ତ
ନଗର ମଧ୍ୟରେ କୌଣସି ଅସୁବିଧା ଘଟିବ ନାହିଁ।
7 ସଦାପ୍ରଭୁ ମୋର ପ୍ରଭୁ, କୌଣସି ଯୋଜନା ତାଙ୍କର ସେବକର ଅଗୋଚରରେ କରନ୍ତି ନାହିଁ। 8 ଯଦି ସିଂହ ଗର୍ଜନ କରେ, ତେବେ ଲୋକମାନେ ଭୟଭୀତ ହେବେ। ଯଦି ସଦାପ୍ରଭୁ କହନ୍ତି, ଭବିଷ୍ୟଦ୍ବାଣୀ ପ୍ରଗ୍ଭର କରିବାକୁ, କିଏ ସେହି ଭବିଷ୍ୟଦ୍ବାଣୀ ପ୍ରଗ୍ଭର ନ କରିବ।
9 ତୁମ୍ଭେ ଅସ୍ଦୋଦର ଓ ମିଶର ରାଜପ୍ରାସାଦରେ ଏହି ବାର୍ତ୍ତା ଘୋଷଣା କର, “ଶମରିୟାର ପର୍ବତମାଳା ଶିଖରକୁ ଆସ ଏବଂ ସେଠାକାର କୋଳାହଳ ଓ ଦଙ୍ଗାକୁ ଦେଖ। ସେମାନେ ଅନ୍ୟ ଲୋକମାନଙ୍କ ପ୍ରତି ବହୁତ ନିଷ୍ଠୁର ଅଟନ୍ତି। 10 ଲୋକମାନେ ସେଠାରେ କିପରି ସାଧୁତ୍ୱଭାବରେ ଜୀବନଧାରଣ କରିବାକୁ ହୁଏ, ଜାଣନ୍ତି ନାହିଁ। କାରଣ ସେମାନଙ୍କର ଗୋଦାମ ଘର ଯୁଦ୍ଧରୁ ଲୁଟିଥିବା ସମ୍ପତ୍ତିରେ ପୁରିଯାଇଛି।”
11 ତେଣୁ ସଦାପ୍ରଭୁ ମୋର ପ୍ରଭୁ କୁହନ୍ତି: “ଜଣେ ଶତ୍ରୁ ତୁମ୍ଭ ଭୂମିକୁ ବେଷ୍ଟନ କରିବ। ସେ ତୁମ୍ଭର ସମସ୍ତ ଶକ୍ତି ଅପହରଣ କରିବ। ତୁମ୍ଭେ ଯେଉଁସବୁ ଜିନିଷକୁ ପ୍ରାସାଦରେ ଲୁଗ୍ଭଇଛ, ସବୁତକ ତାଙ୍କ ଦ୍ୱାରା ଲୁଣ୍ଠିତ ହେବ।”
12 ସଦାପ୍ରଭୁ ଏହା କୁହନ୍ତି:
“ଯେତେବେଳେ ଗୋଟିଏ ସିଂହ ମେଣ୍ଢା ଛୁଆକୁ ଆକ୍ରମଣ କରେ
ଏବଂ ତା'ପରେ ଯଦି ମେଷପାଳକ ମେଣ୍ଢା ଛୁଆକୁ ରକ୍ଷା କରିବାକୁ ଯାଏ,
ସେ କେବଳ ସିଂହ ମୁହଁରୁ ଦୁଇଟି ଗୋଡ଼
କି କାନର କିଛି ଅଂଶ ପାଇବାକୁ ସକ୍ଷମ ହୋଇପାରେ।
ସେହିପରି, ଆମ୍ଭେ ଇସ୍ରାଏଲୀୟମାନଙ୍କୁ ରକ୍ଷା କରିବା,
ଯେଉଁମାନେ ଶମରିୟାରେ ବସବାସ କରନ୍ତି
ଏବଂ ସେମାନଙ୍କର ବିଛଣାର ଏକ କୋଣରେ କି ପଲଙ୍କର ସୋଫାରେ ବସିବାକୁ ଭଲପାନ୍ତି”
13 ମୋର ପ୍ରଭୁ ସଦାପ୍ରଭୁ ପରମେଶ୍ୱର ସର୍ବଶକ୍ତିମାନ ସେ ଏହିକଥା କୁହନ୍ତି: “ଯାକୁବ ପରିବାର ଲୋକଙ୍କୁ ସତର୍କ କରିଦିଅ। 14 ଇସ୍ରାଏଲ ପାପ କରିଛି ଏବଂ ସେ ପାପ ଲାଗି ଆମ୍ଭେ ସେମାନଙ୍କୁ ଦଣ୍ତ ଦେବା। ସେହି ଦିନ ଆମ୍ଭେ ମଧ୍ୟ ବୈଥେଲ୍ର ସମସ୍ତ ଯଜ୍ଞବେଦିକୁ ଧ୍ୱଂସ କରିବା। ସେହି ଯଜ୍ଞବେଦିର ତୂରୀସବୁ ଖଣ୍ତ ଖଣ୍ତ ହେବ ଓ ଭୂମିରେ ପକାଯିବ। 15 ଆମ୍ଭେ ଆମ୍ଭ ଶୀତକାଳୀନ ଗୃହ ଓ ଗ୍ରୀଷ୍ମକାଳୀନ ଗୃହକୁ ଧ୍ୱଂସ କରିବା। ହାତୀ ଦାନ୍ତରେ ନିର୍ମିତ ଗୃହ ମଧ୍ୟ ଧ୍ୱଂସ ପାଇବ। ବହୁ ଘର ଏହିପରି ଧ୍ୱଂସ ଲାଭ କରିବ।” ସଦାପ୍ରଭୁ ଏହିସବୁ କୁହନ୍ତି।
ସ୍ତ୍ରୀ ଲୋକମାନେ ଆନନ୍ଦକୁ ଭଲ ପାଆନ୍ତି
4 ହେ ଶମରିୟାର ପର୍ବତବାସିନୀ, ବାଶନର ରମଣୀମାନେ, ତୁମ୍ଭେମାନେ ମୋର ଏହି ବାକ୍ୟ ଶୁଣ। ତୁମ୍ଭେମାନେ ଦରିଦ୍ର ଲୋକଙ୍କୁ ଆଘାତ ଦେଇ ଦରିଦ୍ରମାନଙ୍କୁ ଦଳି ଦେଇଛ ଆଉ ମଧ୍ୟ ତୁମ୍ଭର ସ୍ୱାମୀମାନଙ୍କୁ କହିଛ, “ଆମ୍ଭମାନଙ୍କୁ କିଛି ପାନ କରିବାକୁ ଦିଅ।”
2 ମୋର ପ୍ରଭୁ ସଦାପ୍ରଭୁ, ତାଙ୍କର ପବିତ୍ରତା ଦ୍ୱାରା ଶପଥ ନେଲେ ଏବଂ କହିଲେ, ଭବିଷ୍ୟତରେ ଲୋକମାନେ ତେଣ୍ଟା ବ୍ୟବାହାର କରିବେ ଏବଂ ତୁମ୍ଭମାନଙ୍କୁ ବନ୍ଦୀ ପରି ନେଇଯିବେ। ସେମାନେ ବନଶି କଣ୍ଟା ବ୍ୟବହାର କରି ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକକୁ ନେଇଯିବେ। 3 ସ୍ତ୍ରୀଲୋକମାନେ କାନ୍ଥଗୁଡ଼ିକ ଭାଙ୍ଗି ବାହାରି ଆସିବେ ଏବଂ ସେମାନେ ହର୍ମୋଣ ଭିତରକୁ ନିକ୍ଷେପ ହେବେ।
ସଦାପ୍ରଭୁ ଏହା କହନ୍ତି: 4 “ବୈଥେଲ୍କୁ ଯାଅ ଏବଂ ସେଠାରେ ପାପ କର। ଗିଲ୍ଗଲ୍କୁ ଯାଅ ସେଠାରେ ଅଧିକ ପାପ କର। ପ୍ରଭାତରେ ତୁମ୍ଭର ବଳିଦାନ ଉତ୍ସର୍ଗ କର। ତିନି ଦିନରେ ଥରେ ଏକ ଦଶମାଂଶ ଶସ୍ୟ ଆଣ। 5 ଆଉ ମଧ୍ୟ ଦ୍ରାକ୍ଷାରସର ଫେଣର ନୈବେଦ୍ୟ ପାଇଁ ଧନ୍ୟବାଦ ଦିଅ। ଏହି ସ୍ୱେଚ୍ଛାଦତ୍ତ ନୈବେଦ୍ୟ ବିଷୟରେ ପ୍ରତ୍ୟେକଙ୍କୁ ଜଣାଅ। ହେ ଇସ୍ରାଏଲୀୟ, ତୁମ୍ଭେ ଏହିସବୁ କାର୍ଯ୍ୟ କରିବାକୁ ଭଲ ପାଉଛ।” ସଦାପ୍ରଭୁ ଏହା ହିଁ କହିଲେ।
6 “ଏଗୁଡ଼ିକ କରିବା ଦ୍ୱାରା ଆମ୍ଭେ ତୁମ୍ଭମାନଙ୍କୁ ବାରଣ କରି ଆମ୍ଭ ପାଖକୁ ଫେରାଇ ଆଣିବାକୁ ଚେଷ୍ଟା କଲୁ। ଆମ୍ଭେ ତୁମ୍ଭମାନଙ୍କୁ କୌଣସି ଖାଦ୍ୟ ଖାଇବାକୁ ଦେଲୁ ନାହିଁ। ତୁମ୍ଭର ନଗରୀଗୁଡ଼ିକରେ କୌଣସି ଖାଦ୍ୟ ନ ଥିଲା। ତଥାପି ତୁମ୍ଭେମାନେ ଆମ୍ଭ ନିକଟକୁ ଆସିଲ ନାହିଁ।” ସଦାପ୍ରଭୁ ଏହା କହନ୍ତି।
7 “ଆମ୍ଭେ ଶସ୍ୟଅମଳର ତିନି ମାସ ପୂର୍ବରୁ ବର୍ଷା ବନ୍ଦ କଲୁ। ଆମ୍ଭେ ଗୋଟିଏ ନଗରରେ ବର୍ଷା କରାଇଲୁ କିନ୍ତୁ ଅନ୍ୟ ଏକ ନଗରରେ ବର୍ଷା ହେଲା ନାହିଁ। ଦେଶର ଗୋଟିଏ ଅଂଶରେ ଓଦା ହେଉଥିଲା ବେଳେ ଅନ୍ୟ ଅଂଶ ଶୁଷ୍କ ରହିଥିଲା। 8 ତେଣୁ ଅନାବୃଷ୍ଟି ଯୋଗୁଁ ଦୁଇ କିମ୍ବା ତିନୋଟି ନଗରରେ ଲୋକ ବୃଷ୍ଟି ବହୁଳ ଅଞ୍ଚଳକୁ ଜଳପାନ କରିବାକୁ ଧାଇଁଲେ। କିନ୍ତୁ ସେଠାରେ ସବୁ ଲୋକଙ୍କ ପାଇଁ ପ୍ରଚୁର ଜଳ ନ ଥିଲା। ତଥାପି ତୁମ୍ଭେମାନେ ଆମ୍ଭ ନିକଟକୁ ଆସିଲ ନାହିଁ।” ସଦାପ୍ରଭୁ ଏହା ହିଁ କହିଲେ।
9 “ଉତ୍ତାପ ଓ ରୋଗଦ୍ୱାରା ତୁମ୍ଭର ଶସ୍ୟସବୁ ନଷ୍ଟ କଲୁ। ଆମ୍ଭେ ତୁମ୍ଭର ବଗିଗ୍ଭ ଓ ଦ୍ରାକ୍ଷାକ୍ଷେତ୍ରକୁ ଧ୍ୱଂସ କଲୁ। ପଙ୍ଗପାଳ ତୁମ୍ଭର ଡିମ୍ବିରି ଓ ଅଲିଭ ବୃକ୍ଷକୁ ଖାଇ ଧ୍ୱଂସ କଲେ। ତଥାପି ତୁମ୍ଭେମାନେ ଆମ୍ଭ ନିକଟକୁ ସାହାଯ୍ୟ ପାଇଁ ଆସିଲ ନାହିଁ।” ସଦାପ୍ରଭୁ ଏହିସବୁ କହିଥିଲେ।
10 “ମିଶରରେ କଲାପରି ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ରୋଗଗୁଡ଼ିକୁ ପ୍ରେରଣ କଲୁ। ଖଡ଼୍ଗରେ ଆମ୍ଭେ ତୁମ୍ଭର ଯୁବକମାନଙ୍କୁ ହତ୍ୟା କଲୁ। ତୁମ୍ଭମାନଙ୍କର ଘୋଡ଼ାଗୁଡ଼ିକୁ ନେଇଗଲୁ। ତୁମ୍ଭର ଶିବିରଗୁଡ଼ିକୁ ମୃତଶବର ଦୁର୍ଗନ୍ଧରେ ପରିପୂର୍ଣ୍ଣ କଲୁ। ତଥାପି ତୁମ୍ଭେମାନେ ଆମ୍ଭ ସାହାଯ୍ୟ ଭିକ୍ଷା ପାଇଁ ଆସିଲ ନାହିଁ।” ସଦାପ୍ରଭୁ ଏହିସବୁ କହିଥିଲେ।
11 “ସଦୋମ ଓ ହମୋରା ସହରଗୁଡ଼ିକ ଧ୍ୱଂସ କଲାପରି ଆମ୍ଭେ ତୁମ୍ଭମାନଙ୍କୁ ଧ୍ୱଂସ କଲୁ। ସେହି ନଗରଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା। ତୁମ୍ଭେମାନେ ଗୋଟିଏ ପୋଡ଼ା ବାଡ଼ି ଅଗ୍ନିରୁ ଟଣା ହେଲା ସଦୃଶ ଥିଲ। ତଥାପି ତୁମ୍ଭେମାନେ ଆମ୍ଭ ପାଖକୁ ଫେରି ଆସିଲ ନାହିଁ।” ସଦାପ୍ରଭୁ ଏହିସବୁ କହିଥିଲେ।
12 “ତେଣୁ ହେ ଇସ୍ରାଏଲୀୟ, ଆମ୍ଭେ ତୁମ୍ଭକୁ ଏହି ଜିନିଷଗୁଡ଼ିକ କହିବା। ହେ ଇସ୍ରାଏଲୀୟ! ତୁମ୍ଭେ ପରମେଶ୍ୱରଙ୍କ ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ହୁଅ।”
13 ଆମ୍ଭେ କିଏ? ଆମ୍ଭେ ହେଉଛୁ ପର୍ବତର ନିର୍ମାଣକର୍ତ୍ତା,
ଆମ୍ଭେ ତୁମ୍ଭ ମନର ସୃଷ୍ଟିକର୍ତ୍ତା।
ଆମ୍ଭେ ଲୋକମାନଙ୍କୁ କଥା କହିବା ଶିଖାଇ ଥିଲୁ।
ଆଉ ମଧ୍ୟ ଅନ୍ଧକାରକୁ ସକାଳରେ ପରିଣତ କରିଥିଲୁ।
ଆମ୍ଭେ ପର୍ବତ ଓ ପୃଥିବୀ ଉପରେ ଯାତାୟାତ କରୁ।
ତାହାହେଲେ ଆମ୍ଭେ କିଏ?
ଆମ୍ଭେ ହେଉଛୁ ସେହି ସଦାପ୍ରଭୁ ସୈନ୍ୟାଧିପତି, ସ୍ୱୟମ୍ଭୂ ପରମେଶ୍ୱର ଆମ୍ଭର ନାମ।”
ଇସ୍ରାଏଲ ପାଇଁ ଦୁଃଖ ସଙ୍ଗୀତ
5 ହେ ଇସ୍ରାଏଲୀୟବାସୀ, ଏହି ବାର୍ତ୍ତା ଶୁଣ। ତୁମ୍ଭମାନଙ୍କ ବିଷୟରେ ଏହା ହେଉଛି ବିଳାପର ସଙ୍ଗୀତ।
2 ଇସ୍ରାଏଲର କୁମାରୀ ପଡ଼ିଯାଇଛି
ଏବଂ ସେ ଆଉ ଉଠିପାରିବ ନାହିଁ।
ସେ ଏକାକିନୀ ପଡ଼ି ରହିଛି।
ସେହି ମଇଳାରୁ ତାକୁ ଉଠାଇବାକୁ କେହି ନାହିଁ।
3 ସଦାପ୍ରଭୁ ମୋର ପ୍ରଭୁ ଏହି ବାକ୍ୟ କୁହନ୍ତି:
“ସହରରୁ ବାହାରକୁ ଯାଇଥିବା ଏକ ହଜାର ମଧ୍ୟରୁ
ଏକଶହ ଅବଶିଷ୍ଟ ରହିବେ,
ଏବଂ ଏକଶହ ବାହାରିଥିବା ମଧ୍ୟରୁ
ମାତ୍ର ଦଶ ଜଣ ପ୍ରତ୍ୟାବର୍ତ୍ତନ କରିବେ।”
ସଦାପ୍ରଭୁ ଇସ୍ରାଏଲକୁ ଫେରିବାକୁ ଉତ୍ସାହିତ କରନ୍ତି
4 ଇସ୍ରାଏଲକୁ ସଦାପ୍ରଭୁ ଏହା ହିଁ କୁହନ୍ତି:
“ଆସ, ଆମ୍ଭର ଅନୁସନ୍ଧାନ କର ଏବଂ ବଞ୍ଚ।
5 ମାତ୍ର ବୈଥଲକୁ ଖୋଜ ନାହିଁ।
ଗିଲ୍ଗଲ୍କୁ ଯାଅ ନାହିଁ।
ସୀମା ଅତିକ୍ରମ କରି ବେର୍ଶେବାକୁ ଯାଅ ନାହିଁ।
ଗିଲ୍ଗଲ୍ର ଲୋକମାନଙ୍କୁ ବନ୍ଦୀରୂପେ ନିଆଯିବ
ଏବଂ ବୈଥଲ ଧ୍ୱଂସ ହେବ।
6 ସଦାପ୍ରଭୁଙ୍କ ଅନ୍ୱେଷଣ କର ଓ ବଞ୍ଚି ରୁହ।
ତୁମ୍ଭେ ଯଦି ସଦାପ୍ରଭୁଙ୍କ ନିକଟକୁ ନ ଯିବ ତାହାହେଲେ ଗୋଟିଏ ଅଗ୍ନି ସଞ୍ଚାର ହେବ
ଏବଂ ସେହି ଅଗ୍ନି ଯୋଷେଫଙ୍କ ଗୃହକୁ ଧ୍ୱଂସ କରିବ
ଏବଂ କୌଣସି ବ୍ୟକ୍ତି ବୈଥଲରେ ସେ ଅଗ୍ନିକୁ ଲିଭାଇ କରି ପାରିବେ ନାହିଁ।
7-9 ପରମେଶ୍ୱର କୃତ୍ତିକାକାର ଓ ମୃଗଶୀର୍ଷ ସୃଷ୍ଟି କଲେ।
ସେ ଅନ୍ଧକାରକୁ ପ୍ରଭାତ ଆଲୋକରେ ପରିଣତ କଲେ।
ସେ ମଧ୍ୟ ଦିନକୁ
ରାତ୍ରିରେ ପରିଣତ କଲେ।
ସେ ସାଗର ଜଳକୁ ଆହ୍ୱାନ କରନ୍ତି ଓ ପୃଥିବୀ ଉପରେ ଢାଳନ୍ତି।
ତାଙ୍କର ନାମ ଯିହୋବାଃ।
ସେ କୌଣସି ଶକ୍ତିଶାଳୀ ନଗରକୁ
ବା ଦୁର୍ଗକୁ ଧ୍ୱଂସ କରି ପାରନ୍ତି।”
ଇସ୍ରାଏଲୀୟମାନେ ମନ୍ଦକାର୍ଯ୍ୟସବୁ କଲେ
ତୁମ୍ଭେମାନେ ଅମୃତକୁ ବିଷରେ ପରିଣତ କରିଛ।
ଧାର୍ମିକତାର ଅଧଃପତନ ପାଇଁ ତୁମ୍ଭେମାନେ ଦାୟୀ।
10 ସହରର ଫାଟକରେ ତୁମ୍ଭେ ଭବିଷ୍ୟଦ୍ବକ୍ତା ଦ୍ୱାରା ଉଚ୍ଛିନ୍ନ ହେବାକୁ ଘୃଣା କର।
ତୁମ୍ଭେ ସଚ୍ଚୋଟ ବାକ୍ୟକୁ ମଧ୍ୟ ଘୃଣା କର।
11 ତୁମ୍ଭେମାନେ ଦରିଦ୍ରମାନଙ୍କଠାରୁ ଅସାଧୁ ଉପାୟରେ କର ନେଉଅଛ
ଏବଂ ସେମାନଙ୍କର ଗହମ ବଳପୂର୍ବକ ନେଉଅଛ।
ତୁମ୍ଭେମାନେ କାରୁକାର୍ଯ୍ୟ ପଥରରେ ସୁନ୍ଦର ଘର ନିର୍ମାଣ କରିଛ,
କିନ୍ତୁ ତୁମ୍ଭେମାନେ ସେହି ଘରେ ରହିପାରିବ ନାହିଁ।
ତୁମ୍ଭେମାନେ ସୁନ୍ଦର ଦ୍ରାକ୍ଷାଗଛ କ୍ଷେତ୍ରରେ ଲଗାଇଛ
କିନ୍ତୁ ସେ ଦ୍ରାକ୍ଷାରସ ପାନ କରି ପାରିବ ନାହିଁ।
12 ଆମ୍ଭେ ତୁମ୍ଭମାନଙ୍କର ଅନେକ ଜଘନ୍ୟ ପାପ ଜାଣୁ।
ତୁମ୍ଭେମାନେ ଧାର୍ମିକ ଲୋକଙ୍କୁ କଷ୍ଟ ଦେଲ।
ତୁମ୍ଭେ ଲାଞ୍ଚ ନେଇଛ
ଏବଂ ଦରିଦ୍ର ଲୋକଙ୍କ ପ୍ରତି ନ୍ୟାୟଳୟରେ ଅନ୍ୟାୟ ଆଚରଣ କରିଅଛ।
13 ସେତେବେଳେ ଜ୍ଞାନୀ ବ୍ୟକ୍ତିମାନେ ନୀରବ ରହିବେ
କାରଣ ସମୟ ଅତି ମନ୍ଦ ଅଟେ।
14 ତୁମ୍ଭେ କୁହ, ପରମେଶ୍ୱର ତୁମ୍ଭମାନଙ୍କ ସହିତ ଅଛନ୍ତି।
ତେଣୁ ତୁମ୍ଭେ ଉତ୍ତମ କାର୍ଯ୍ୟ କର।
ମନ୍ଦଠାରୁ ଦୂରେଇ ରୁହ।
ତାହାହେଲେ ସଦାପ୍ରଭୁ ପରମେଶ୍ୱର ସର୍ବଶକ୍ତିମାନ ପ୍ରକୃତରେ ତୁମ୍ଭର ସହବର୍ତ୍ତୀ ହେବେ।
15 ମନ୍ଦକୁ ଘୃଣା କର, ଭଲକୁ ଆଦର କର।
ନ୍ୟାୟ ବିଗ୍ଭର କର।
ସଦାପ୍ରଭୁ ପରମେଶ୍ୱର ସର୍ବଶକ୍ତିମାନ ହୁଏତ
ଯୋଷେଫଙ୍କ ଅବଶିଷ୍ଟାଂଶ ପରିବାର ପ୍ରତି କୃପାମୟ ହୋଇପାରନ୍ତି।
ଅତି ଦୁଃଖର ସମୟ ଆସୁଛି
16 ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱର କୁହନ୍ତି,
“ଲୋକମାନେ ସର୍ବଶକ୍ତିମାନ ସ୍ଥାନରେ କ୍ରନ୍ଦନ କରିବେ।
ପ୍ରତ୍ୟେକ ରାସ୍ତାରେ ସେମାନେ କହିବେ ହାୟ! ହାୟ!
ସେମାନେ କୃଷକମାନଙ୍କୁ ଶୋକରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିବେ
ଓ ପେଷାଦାର ଶୋକକାରୀମାନଙ୍କୁ ଶୋକ କରିବାକୁ ଭଡ଼ାରେ ଆଣିବେ।”
17 ସଦାପ୍ରଭୁ ଏହା ମଧ୍ୟ କହନ୍ତି:
“ଲୋକମାନେ ଦ୍ରାକ୍ଷାକ୍ଷେତ୍ରରେ କ୍ରନ୍ଦନ କରିବେ।
ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ଅତିକ୍ରମ କରିବା
ଏବଂ ତୁମ୍ଭଙ୍କୁ ଦଣ୍ତ ଦେବା।”
18 ତୁମ୍ଭମାନଙ୍କ ମଧ୍ୟରୁ କେତେକ ସଦାପ୍ରଭୁଙ୍କର ବିଶେଷଦିନ ପାଇଁ ଅପେକ୍ଷା କରିଛ।
କିନ୍ତୁ ତୁମ୍ଭେ ଅପେକ୍ଷା କରିବା ଉଚିତ୍ ନୁହଁ।
ସଦାପ୍ରଭୁଙ୍କର ସେହି ବିଶେଷ ଦିବସଟି କେବଳ ଗ୍ଭରିଆଡ଼ୁ ଅନ୍ଧକାର ଆଣିବ,
ତୁମ୍ଭେ ଆଶା କରିଥିବା ଆଲୋକକୁ ନୁହେଁ।
19 ସଦାପ୍ରଭୁଙ୍କର ଦିନଟି ଏପରି ସମୟ ହେବ,
ଯେତେବେଳେ ଜଣେ ବ୍ୟକ୍ତି ସିଂହ ମୁହଁରୁ ରକ୍ଷା ପାଇ
ଭାଲୁ ଦ୍ୱାରା ଆକ୍ରମିତ ହୁଏ କି
ନିଜ ଘରର କାନ୍ଥରେ ହାତ ରଖି ବିଶ୍ରାମ ନେବା ସମୟରେ ଦନ୍ତଘାତ ହୁଏ।
20 ସଦାପ୍ରଭୁଙ୍କର ବିଶେଷଦିନଟି
ଆନନ୍ଦର ଦିନ ନ ହୋଇ ଦୁଃଖମୟ ହେବ।
ଏହା ଆଲୋକିତ ନ ହୋଇ ଅନ୍ଧକାର ପୂର୍ଣ୍ଣ ହେବ।
ସଦାପ୍ରଭୁ ଇସ୍ରାଏଲୀୟଙ୍କ ଉପାସନାକୁ ପ୍ରତ୍ୟାଖ୍ୟାନ କଲେ
21 “ଆମ୍ଭେ ତୁମ୍ଭମାନଙ୍କର ପର୍ବ ଦିନକୁ ଘୃଣା କରୁ।
ଆମ୍ଭେ ମଧ୍ୟ ତୁମ୍ଭମାନଙ୍କ ଧାର୍ମିକ ମହାସଭାକୁ ଗ୍ରହଣ କରୁ ନାହୁଁ।
22 ଏପରିକି ତୁମ୍ଭେ ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଅର୍ପଣ କଲେ ହେଁ
ଆମ୍ଭେ ସେଗୁଡ଼ିକୁ ଗ୍ରହଣ କରିବା ନାହିଁ।
ଆଉ ମଧ୍ୟ ମଙ୍ଗଳ ବିଧାନ ପାଇଁ ବଳି ଯୋଗ୍ୟ ପୁଷ୍ଟ ପଶୁଗଣ ପ୍ରତି
ଆମ୍ଭେ ଦୃଷ୍ଟି ଦେବା ନାହିଁ।
23 ତୁମ୍ଭମାନଙ୍କର ସେହି ଉଚ୍ଚସ୍ୱର ସଙ୍ଗୀତ ବନ୍ଦ କର।
କାରଣ ଆମ୍ଭେ ସେଗୁଡ଼ିକୁ ଶୁଣିବାକୁ ଗ୍ଭହୁଁ ଓ ତୁମ୍ଭର ବୀଣାବାଦନଗୁଡ଼ିକ ଦୂର କର।
24 ତୁମ୍ଭର ନ୍ୟାୟ ବିଗ୍ଭରଧାରା ପ୍ରବାହିତ ଜଳ ସଦୃଶ ହେବା ଉଚିତ୍
ଏବଂ ଧାର୍ମିକତା ଗୋଟିଏ ଝରଣା ପରି ହେବା ଉଚିତ୍।
ଯାହା କେବେ ଶୁଖେ ନାହିଁ।
25 ହେ ଇସ୍ରାଏଲୀୟମାନେ, ତୁମ୍ଭେମାନେ ଦୀର୍ଘ ଗ୍ଭଳିଶ୍ ବର୍ଷ ମରୁଭୂମିରେ ଥିଲା ବେଳେ
ତୁମ୍ଭର ସେବା ଓ ବଳିଦାନ ଆମ୍ଭକୁ ଦେଇଥିଲ କି?
26 ତୁମ୍ଭେ ସିକୂତକୁ ତୁମ୍ଭର ରାଜା ରୂପେ
ଏବଂ କୀୟନଙ୍କୁ ତୁମ୍ଭର ତାରକା ସଦାପ୍ରଭୁ ରୂପେ
ତୁମ୍ଭେ ନିଜେ ତିଆରି କରିଛ।
27 ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଦମ୍ମେଶକ ସହରର
ବହୁତ ଦୂରକୁ ବନ୍ଦୀକରି ନିର୍ବାସିତ କରାଇବା।”
ସର୍ବଶକ୍ତିମାନ ପରମେଶ୍ୱର
ଏହି କଥା କହିଲେ।
2010 by World Bible Translation Center