Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଦାନିୟେଲଙ୍କ ପୁସ୍ତକ 7-9

ଗ୍ଭରିପଶୁଙ୍କ ବିଷୟରେ ଦାନିୟେଲଙ୍କ ସ୍ୱପ୍ନ

ବାବିଲର ରାଜା ବେ‌‌ଲ୍‌‌‌‌ଶତ୍ସରଙ୍କ ରାଜତ୍ୱର ପ୍ରଥମ ବର୍ଷରେ ଦାନିୟେଲ ଆପଣା ଶଯ୍ୟା ଉପରେ ସ୍ୱପ୍ନ ଓ ମାନସିକ ଦର୍ଶନ ପ୍ରାପ୍ତ ହେଲେ। ସେ ସେହି ସ୍ୱପ୍ନରେ ସାରକଥା ଲେଖି ରଖିଲେ। ଦାନିୟେଲ କହିଲେ, “ମୁଁ ରାତ୍ରିକାଳରେ ମୋର ଦର୍ଶନ ପାଇଲି ଯେ ମହାସମୁଦ୍ର ଉପରେ ଆକାଶର ଚତୁର୍ଦ୍ଦିଗରୁ ବାୟୁ ପ୍ରଚଣ୍ତ ବେଗରେ ବହିଲା ସେହି ବାୟୁ ସମୁଦ୍ରକୁ ଅଶାନ୍ତ କଲା। ପୁଣି ମୁଁ ଦେଖିଲି, ଗ୍ଭରି ଭିନ୍ନ ପ୍ରକାରର ବୃହତ୍ ପଶୁ ସମୁଦ୍ରରୁ ଉଠି ଆସିଲେ।

ପ୍ରଥମ ପଶୁଟି ସିଂହ ସଦୃଶ ଓ ଉତ୍କ୍ରୋଶପକ୍ଷୀର ଡେଣାପରି ତା'ର ଡେଣା ଥିଲା। ମୁଁ ନିରୀକ୍ଷଣ କରି ଦେଖିଲି, ତା'ର ଡେଣା ଉପୁଡ଼ାଗଲା। ଆଉ ସେ ପୃଥିବୀରୁ ଉଠାଗଲା। ମନୁଷ୍ୟ ପରି ଦୁଇ ପାଦରେ ତାକୁ ଠିଆ କରାଗଲା ଓ ତାକୁ ମନୁଷ୍ୟର ଅନ୍ତଃକରଣ ଦିଆଗଲା।

“ଆଉ ତତ୍ପରେ ମୋ’ ସମ୍ମୁଖରେ ଦ୍ୱିତୀୟ ପଶୁକୁ ଦେଖିଲି ଯେ କି ଏକ ଭଲ୍ଲୁକ ସଦୃଶ ଥିଲା। ସେ ଏକ ପାର୍ଶ୍ୱରେ ଉଠାଗଲା ଓ ତାହାର ମୁଖରେ ଦନ୍ତ ମଧ୍ୟରେ ତିନି ଖଣ୍ତ ପଞ୍ଜରା ଥିଲା। ତାହାକୁ ଏହି କଥା କୁହାଗଲା, ‘ଉଠ, ଇଚ୍ଛା ଅନୁସାରେ ମାଂସ ଭକ୍ଷ୍ୟଣ କର।’

“ଏହା ପରେ ମୁଁ ତୃତୀୟ ପଶୁକୁ ଦେଖିଲି, ସେ ଚିତାବାଘ ସଦୃଶ ଥିଲା। ତା'ର ପୃଷ୍ଠ ଭାଗରେ ପକ୍ଷୀର ଗ୍ଭରି ଡେଣା ଥିଲା। ଆଉ ମଧ୍ୟ ତାହାର ଗ୍ଭରି ମସ୍ତକ ଥିଲା ଓ ତାକୁ ଶାସନ କରିବାକୁ ଅଧିକାର ଦିଆଗଲା।

“ଏହା ପରେ ମୁଁ ରାତ୍ରିକାଳର ଦର୍ଶନରେ ଦେଖିଲି, ମୋର ସମ୍ମୁଖରେ ଚତୁର୍ଥ ପଶୁ ଥିଲା। ସେ ଅତି ଭୟଙ୍କର, କ୍ଷମତାସମ୍ପନ୍ନ ଓ ଅତିଶୟ ବଳବାନ୍ ଥିଲା ଓ ତାହାର ବଡ଼ ବଡ଼ ଲୌହର ଦାନ୍ତ ଥିଲା। ସେ ଦୋଷୀମାନଙ୍କୁ ଗ୍ରାସ କଲା ଓ ଭାଙ୍ଗି ଚୂର୍ଣ୍ଣ କଲା। ଆଉ ଅବଶିଷ୍ଟ ଯାହା ରହିଲା ତାହା ପଦତଳେ ଦଳିତ କଲା। ସେ ପୂର୍ବବର୍ତ୍ତୀ ସବୁ ପଶୁମାନଙ୍କଠାରୁ ଭିନ୍ନ ଥିଲା ଓ ତାହାର ଦଶ ଗୋଟି ଶିଙ୍ଗ ଥିଲା।

“ସେହି ଶିଙ୍ଗଗୁଡ଼ିକ ବିଷୟରେ ଚିନ୍ତା କରୁଥିବା ବେଳେ, ମୁଁ ଅନ୍ୟ ଏକ ଶିଙ୍ଗ ଉଠିବାର ଦେଖିଲି। ତାହା କ୍ଷୁଦ୍ର ଥିଲା ଓ ଏହା ସମ୍ମୁଖରେ ପ୍ରଥମ ଶିଙ୍ଗମାନଙ୍କ ମଧ୍ୟରୁ ତିନି ଗୋଟି ଶିଙ୍ଗକୁ ସମୂଳେ ଉତ୍ପାଟିତ କଲା। ଏହା ମନୁଷ୍ୟର ଚକ୍ଷୁତୁଲ୍ୟ ଚକ୍ଷୁ ଥିଲା ଓ କ୍ଷୁଦ୍ର ଶିଙ୍ଗରେ ଏକ ପାଟି ଥିଲା। ସେହି ପାଟିଟି ଅହଂକାରପୂର୍ଣ୍ଣ କଥା କହୁଥିଲା।

ଚତୁର୍ଥ ପଶୁର ବିଗ୍ଭର

“ମୁଁ ଗୋଟିଏ ସିଂହାସନ ସ୍ଥାପିତ ହେଉଥିବାର ଦେଖିଲି।
    ଅତି ବୃଦ୍ଧାଲୋକ ସେହି ଉପରେ ବସିଲେ।
ତାଙ୍କର ବସ୍ତ୍ର ହିମତୁଲ୍ୟ ଶୁକ୍ଳବର୍ଣ୍ଣ
    ଓ ତାଙ୍କର ମସ୍ତକର କେଶ ମେଷଲୋମ ସଦୃଶ ଶୁଭ୍ର ଥିଲା।
ତାଙ୍କର ସିଂହାସନ ଅଗ୍ନିମୟପରି
    ଓ ସିଂହାସନର ଚକସବୁ ଜ୍ୱଳନ୍ତା ଅଗ୍ନିଶିଖା, ସଦୃଶ ଥିଲା।
10 ତାଙ୍କ ସମ୍ମୁଖରୁ
    ଅଗ୍ନିସ୍ରୋତ ନିର୍ଗତ ହୋଇ ବହିଲା
ଓ ସହସ୍ର ସହସ୍ର ଲୋକ
    ତାଙ୍କର ଗ୍ଭରିପଟେ ଛିଡ଼ା ହେଲେ।
ବିଗ୍ଭର ସଭା ବସିଲା
    ଓ ପୁସ୍ତକମାନ ଖୋଲାଗଲା।

11 “ମୁଁ ଦେଖିବାରେ ଲାଗିଲି, ସେହି ଛୋଟ ଶିଙ୍ଗର କ’ଣ ହେବ। ଯେଉଁଟାକି ବହୁତ ଅହଂକାର କରୁଥିଲା। ଚତୁର୍ଥ ପଶୁଟି ମଲା ପର୍ଯ୍ୟନ୍ତ ଏବଂ ତାହାର ଶରୀର ଧ୍ୱଂସ କରି ଅଗ୍ନି ମଧ୍ୟକୁ ଫିଙ୍ଗି ପାଉଁଶ କରି ଦିଆଗଲା। 12 ପୁଣି ଅନ୍ୟ ପଶୁମାନଙ୍କଠାରୁ ଅଧିକାର ଓ କର୍ତ୍ତୃତ୍ୱ କାଢ଼ି ନିଆଗଲା। ମାତ୍ର କିଛି କାଳ ଏକ ନିର୍ଦ୍ଦିଷ୍ଟ ସମୟ ବଞ୍ଚି ରହିବାକୁ ସେମାନଙ୍କୁ ଅନୁମତି ଦିଆଗଲା।

13 “ଆଉ ମୁଁ ରାତ୍ରିରେ ଦର୍ଶନରେ ଦେଖିଲି, ମନୁଷ୍ୟ ସଦୃଶ କେହି ଆକାଶରେ ମେଘରେ ଆସିଲେ। ଏବଂ ସେ ଆକାଶର ମେଘଖଣ୍ତ ଉପରେ ସେହି ବୃଦ୍ଧଙ୍କ ନିକଟକୁ ଆସିଲେ ଓ ସେମାନେ ତାଙ୍କୁ ତାହାଙ୍କ ଛାମୁକୁ ଆଣିଲେ।

14 “ତାହାଙ୍କୁ କର୍ତ୍ତୃତ୍ୱ, ମହିମା ଓ ରାଜ୍ୟ ପ୍ରଦତ୍ତ ହେଲା। ତେଣୁ ସମୁଦାୟ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନେ ତାଙ୍କର ଉପାସନା କରିବେ। ତାଙ୍କର ବିଧି ଅନନ୍ତକାଳୀନ ଓ ତାହା ଲୁପ୍ତ ହେବ ନାହିଁ। ଆଉ ତାଙ୍କର ରାଜ୍ୟ ଅବିନାଶୀ ହେବ।

ଚତୁର୍ଥ ପଶୁ ସମ୍ମନ୍ଧରେ ସ୍ୱପ୍ନର ଅର୍ଥପ୍ରକାଶ

15 “ମୁଁ, ଦାନିୟେଲ ଦ୍ୱନ୍ଦରେ ପଡ଼ିଲି ଓ ବ୍ୟସ୍ତ ହୋଇଗଲି। ଆଉ ମୋର ମାନସିକ ଦର୍ଶନ ମୋତେ ଉ‌‌ଦ୍‌‌ବିଗ୍ନ କଲା। 16 ସେଠାରେ ଛିଡ଼ା ହୋଇଥିବା ଲୋକମାନଙ୍କ ମଧ୍ୟରୁ ଜଣକ ନିକଟକୁ ଯାଇ ଏସବୁ ତଥ୍ୟ ପଗ୍ଭରିଲି। ତେଣୁ ସେ ମୋତେ ସେ ସବୁର ଅର୍ଥ ବୁଝାଇ କହିଲେ। 17 ‘ସେହି ଗ୍ଭରି ବୃହତ ପଶୁ ଗ୍ଭରି ରାଜା ଅଟନ୍ତି। ଆଉ ସେମାନେ ଏହି ପୃଥିବୀରୁ ଉତ୍ପନ୍ନ ହେବେ। 18 ମାତ୍ର ପରମେଶ୍ୱରଙ୍କ ପବିତ୍ର ଲୋକମାନେ ରାଜ୍ୟ ପ୍ରାପ୍ତ ହେବେ ଓ ଅନନ୍ତକାଳ ପର୍ଯ୍ୟନ୍ତ ରାଜ୍ୟ ଭୋଗ କରିବେ।’

19 “ତା'ପରେ ମୁଁ ଚତୁର୍ଥ ପଶୁ ସମ୍ମନ୍ଧରେ ସମସ୍ତ ତଥ୍ୟ ଜାଣିବାକୁ ଇଚ୍ଛା କଲି। ଏହା ଅତି ଭୟଙ୍କର ଥିଲା ଓ ଏହାର ଲୁହାର ଦାନ୍ତ ଓ ପିତ୍ତଳ ନଖସବୁ ଥିଲା। ସେ ସବୁକିଛି ଭାଙ୍ଗି ଚୂର୍ଣ୍ଣ କଲା ଓ ଗ୍ରାସ କଲା ଓ ଅବଶିଷ୍ଟ ସବୁ ପାଦରେ ଦଳି ଦେଲା। 20 ସେହି ଚତୁର୍ଥ ପଶୁର ମସ୍ତକରେ ଯେଉଁ ଦଶ ଶିଙ୍ଗ ଥିଲା, ଅନ୍ୟ ଯେଉଁ କ୍ଷୁଦ୍ର ଶିଙ୍ଗ ଉଠିଲା ଓ ଯାହା ସାକ୍ଷାତରେ ଦଶଶିଙ୍ଗ ମଧ୍ୟରୁ ତିନିଶିଙ୍ଗ ପଡ଼ିଗଲା, ଯେଉଁ ଶିଙ୍ଗର ଚକ୍ଷୁ ଓ ଅହଙ୍କାର ବାକ୍ୟବାଦି ମୁଖ ଥିଲା ଓ ଯାହାର ଆକାର ଅନ୍ୟମାନଙ୍କଠାରୁ ଦାମ୍ଭିକ ଥିଲା, ତାହାର ତଥ୍ୟ ଜାଣିବାକୁ ମୁଁ ଇଚ୍ଛା କଲି। 21 ଆଉ ମୁଁ ଦେଖିଲି ସେହି ଶିଙ୍ଗ ପରମେଶ୍ୱରଙ୍କ ପବିତ୍ର ଲୋକଙ୍କୁ ଆକ୍ରମଣ କଲା ଓ ସେମାନଙ୍କୁ ବଧ କଲା। 22 ତା'ପରେ ସେହି ବୃଦ୍ଧ ଲୋକଟି ଆସିଲେ ଓ ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କ ସପକ୍ଷରେ ଓ ଶିଙ୍ଗ ବିପକ୍ଷରେ ନ୍ୟାୟ ହେଲା। ଆଉ ପରମେଶ୍ୱର ସେହି ପବିତ୍ର ଲୋକମାନଙ୍କର ରାଜତ୍ୱ କରିବାର ସମୟ ଉପସ୍ଥିତ ହେଲା।

23 “ଆଉ ସେ ମୋତେ ବୁଝାଇ କହିଲେ, ‘ଚତୁର୍ଥ ପଶୁ ପୃଥିବୀର ଚତୁର୍ଥ ରାଜ୍ୟ ହେବ, ତାହା ଅନ୍ୟ ସମସ୍ତ ରାଜ୍ୟଠାରୁ ଭିନ୍ନ ହେବ ଓ ସମୁଦାୟ ପୃଥିବୀକୁ ଗ୍ରାସ କରିବ। ଆଉ ପାଦରେ ଦଳି ଖଣ୍ତ ଖଣ୍ତ କରି ତାହା ଭାଙ୍ଗି ପକାଇବ। 24 ପୁଣି ସେହି ଦଶ ଶିଙ୍ଗର ତାତ୍ପର୍ଯ୍ୟ ହେଉଛି ଯେ ସେହି ରାଜ୍ୟରୁ ଦଶ ରାଜା ଉତ୍ପନ୍ନ ହେବେ। ସେମାନଙ୍କ ପରେ ଆଉ ଜଣେ ଉତ୍ପନ୍ନ ହେବ ଓ ସେ ତାଙ୍କର ପୂର୍ବବର୍ତ୍ତୀମାନଙ୍କଠାରୁ ଭିନ୍ନ ହେବ ଓ ସେ ତିନି ରାଜାଙ୍କୁ ଦମନ କରିବ। 25 ଏବଂ ସେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ବିରୁଦ୍ଧରେ କଥା କହିବ ଓ ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କୁ ବଧ କରିବ। ଆଉ ସେ ସମୟ ଓ ଆଜ୍ଞାର ପରିବର୍ତ୍ତନ କରିବାକୁ ଚିନ୍ତା କରିବ। ସାଢ଼େ ତିନି ବର୍ଷ ପାଇଁ ସେମାନେ ତା’ ହସ୍ତରେ ସମର୍ପିତ ହେବେ।

26 “‘ମାତ୍ର ବିଗ୍ଭର ସଭା ବସିବ ଓ ରାଜାଙ୍କର କର୍ତ୍ତୃତ୍ୱ କାଢ଼ି ନିଆଯିବ ଓ ରାଜ୍ୟ ସମ୍ପୂର୍ଣ୍ଣ ଭାବରେ ବିନାଶ ହେବ। 27 ଆଉ ରାଜତ୍ୱ, କର୍ତ୍ତୃତ୍ୱ ଓ ରାଜ୍ୟ ସମୂହର ମହିମା ସର୍ବୋପରିସ୍ଥ ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କୁ ଦତ୍ତ ହେବ। ତାଙ୍କର ରାଜ୍ୟ ଅନନ୍ତ କାଳ ପାଇଁ ସ୍ଥାୟୀ ହେବ ଓ ଅନ୍ୟ ସମସ୍ତ ଶାସକ ଗୋଷ୍ଠୀ ତାଙ୍କର ସେବା କରିବେ ଓ ତାଙ୍କର ଆଜ୍ଞାବହ ହେବେ।’

28 “ଏହିଠାରେ ମୋର ସ୍ୱପ୍ନ ଶେଷ ହେଲା। ମୁଁ ଦାନିୟେଲ ମୋର ଭାବନା ମୋତେ ଉ‌‌ଦ୍‌‌ବିଗ୍ନ କଲା ଓ ମୋର ମୁଖ ବିବର୍ଣ୍ଣ ହେଲା। ମାତ୍ର ମୁଁ ସେ କଥା ଅନ୍ୟ ଆଗରେ କହି ପାରିଲି ନାହିଁ।”

ଗୋଟିଏ ମେଷ ଓ ଛାଗ ବିଷୟରେ ଦାନିୟେଲଙ୍କ ଦର୍ଶନ

ରାଜା ବେ‌‌ଲ୍‌‌‌‌ଶତ୍ସରଙ୍କ ରାଜତ୍ୱର ତୃତୀୟ ବର୍ଷରେ ମୁଁ ଆଉ ଏକ ଦର୍ଶନ ପାଇଲି। ଯେତେବେଳେ ମୁଁ ଏଲମର ରାଜଧାନୀ ଶୂଶନ୍ ରେ ଥିଲି, ଏବଂ ଉଲୟ ନଦୀ ନିକଟରେ ଛିଡ଼ା ହେଉଥିଲି। ମୁଁ ଏହି ଦର୍ଶନ ପାଇଲି। ଆଉ ମୁଁ ଦେଖିଲି ଯେ, ନଦୀର ଗୋଟିଏ ପାର୍ଶ୍ୱରେ ଏକ ଅଣ୍ତିରା ମେଷ ଠିଆ ହୋଇଅଛି। ତାହାର ଗୋଟିଏ ଲମ୍ବା ଶିଙ୍ଗ ଓ ଗୋଟିଏ ଅନ୍ୟଠାରୁ ଅଧିକ ଲମ୍ବା। ଆଉ ଲମ୍ବା ଶିଙ୍ଗଟି ଅନ୍ୟ ଶିଙ୍ଗ ଅପେକ୍ଷା ପଛକୁ ଥିଲା। ମୁଁ ଲକ୍ଷ୍ୟ କଲି ସେହି ମେଷ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗକୁ ପେଲି ମାଡ଼ି ଯାଉଛି। ଆଉ କୌଣସି ପଶୁ ତାହା ସମ୍ମୁଖରେ ଠିଆ ହୋଇପାରୁ ନ ଥିଲେ ଏବଂ ଆଉ କେହି ତା'ଠାରୁ ରକ୍ଷା ପାଇ ପାରିଲେ ନାହିଁ। ତେଣୁ ସେ ନିଜ ଇଚ୍ଛାନୁସାରେ କର୍ମ କରି ନିଜର ବଡ଼ିମା ପ୍ରକାଶ କରି ଶକ୍ତିଶାଳୀ ହେଲା।

ମୁଁ ସେ ଅଣ୍ତିରା ମେଷ ବିଷୟରେ ଚିନ୍ତା କରୁଥିବା ବେଳେ ଦେଖିଲି ଗୋଟିଏ ଛାଗ ପଶ୍ଚିମ ଦିଗରୁ ଆସୁଛି। ଆଉ ସେହି ଛାଗର ଦୁଇ ଚକ୍ଷୁ ମଧ୍ୟରେ ବଡ଼ ଶିଙ୍ଗ ଥିଲା ଓ ତାହା ଧ୍ୟାନାକର୍ଷଣୀୟ ଥିଲା। ସେ ଛାଗ ଏତେ ଦ୍ରୁତଗତିରେ ଦୌଡ଼ୁଥିଲା ଯେ ତା'ର ପାଦ ଭୂମିକୁ ସ୍ପର୍ଶ କରୁ ନ ଥିଲା।

ସେହି ଛାଗ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଉଲୟ ନଦୀ ନିକଟରେ ଛିଡ଼ା ହୋଇଥିବା ଦୁଇ ଶିଙ୍ଗ ବିଶିଷ୍ଟ ଅଣ୍ତିରା ମେଷ ଆଡ଼କୁ ଧାଇଁଲା। ଏବଂ ମୁଁ ଦେଖିଲି ଯେ ସେହି ଛାଗ ପ୍ରଚଣ୍ତ କ୍ରୋଧରେ ସେହି ମେଷ ନିକଟକୁ ଆସିଲା ଓ ଉତ୍ତେଜିତ ହୋଇ ମେଷକୁ ଆଘାତ କଲା ଓ ତାହାର ଦୁଇ ଶିଙ୍ଗ ଭାଙ୍ଗି ପକାଇଲା। ତେଣୁ ଅଣ୍ତିରା ମେଷ, ସେହି ଛାଗର ସମ୍ମୁଖୀନ ହୋଇ ପାରିଲା ନାହିଁ। ତା'ର ଠିଆ ହେବାକୁ ଶକ୍ତି ପାଇଲା ନାହିଁ। ସେହି ଛାଗ ତାକୁ ଭୂମିଶାୟୀ କରି ପାଦରେ ଦଳିଲା, ଆଉ ସେହି ଛାଗଠାରୁ ମେଷକୁ ରକ୍ଷା କରିବାକୁ କେହି ନ ଥିଲେ।

ସେହି ଛାଗ ଅତ୍ୟନ୍ତ ଶକ୍ତିଶାଳୀ ହୋଇ ନିଜର ପ୍ରତାପ ଦେଖାଉଥିଲା ବେଳେ ତା'ର ବୃହତ୍ ଶିଙ୍ଗ ଭାଙ୍ଗି ଗଲା ଓ ସେହି ସ୍ଥାନରେ ଗ୍ଭରି ଦିଗକୁ ଗ୍ଭରିଟି ବିଲକ୍ଷଣ ଶିଙ୍ଗ ଉତ୍ପନ୍ନ ହେଲା।

ତା'ପରେ ସେହି ଶିଙ୍ଗଗୁଡ଼ିକୁ ମଧ୍ୟରୁ କ୍ଷୁଦ୍ର ଶିଙ୍ଗଟି ଦକ୍ଷିଣ, ପୂର୍ବ ଓ ରମ୍ୟଦେଶ ଆଡ଼କୁ ବଢ଼ିଲା। 10 ସେହି ଛୋଟ ଶିଙ୍ଗଟି ଆକାଶ ପର୍ଯ୍ୟନ୍ତ ବଢ଼ିଲା। ଏହା ଆକାଶର କେତେକ ତାରାଙ୍କୁ ଭୂମିରେ ଖସାଇ ପକାଇଲା ଓ ସେମାନଙ୍କୁ ପାଦରେ ଦଳିଲା। 11 ଆଉ ସେହି ଶିଙ୍ଗଟି ଅତି ବଳିଷ୍ଠ ହୋଇ ପରମେଶ୍ୱରଙ୍କ ସ୍ୱର୍ଗୀୟ ସୈନ୍ୟମାନଙ୍କ ଦଳପତି ବିରୁଦ୍ଧରେ ଗଲା, ଏହା ତାଙ୍କଠାରୁ ଦୈନନ୍ଦିନ ହୋମାର୍ଥକ ବଳି ଛଡ଼େଇ ନେଲା ଓ ମନ୍ଦିରକୁ ଧ୍ୱଂସ କଲା। 12 ତା'ପରେ ନିତ୍ୟ ହୋମବଳି ବିରୁଦ୍ଧରେ ଦୋଷ କରିବାକୁ ଗୋଟିଏ ବାହୀନୀ ତାଙ୍କୁ ସମର୍ପିତ କଲେ। ଏହା ସତ୍ୟକୁ ତଳେ ପକାଇ ଦେଲା, ଯାହା ଇଚ୍ଛା ତାହା କଲା।

13 ତା'ପରେ ଏକ ପବିତ୍ର ସ୍ୱର୍ଗଦୂତ କହିବାର ମୁଁ ଶୁଣିଲି। ତା'ପରେ ଅନ୍ୟ ଏକ ସ୍ୱର୍ଗଦୂତ ଏହି ଦୂତକୁ ପଗ୍ଭରିଲେ, “କେତେଦିନ ପର୍ଯ୍ୟନ୍ତ ନିତ୍ୟ ହୋମବଳି ବିରୁଦ୍ଧରେ ଏହି ଦର୍ଶନ ରହିବ ଏବଂ କେତେକାଳ ପର୍ଯ୍ୟନ୍ତ ଏହି ଲୋମହର୍ଷକ ଦୋଷ ଗ୍ଭଲିବ ଯେ, ମନ୍ଦିର ଏହିପରି ଭାବରେ ପଦଦଳନ ହେବାକୁ ଅନୁମତି ହୋଇଛି?”

14 ଅନ୍ୟ ପବିତ୍ର ବ୍ୟକ୍ତି ଉତ୍ତର କଲେ, “ଏହା 2,300 ଦିନ ପର୍ଯ୍ୟନ୍ତ ଗ୍ଭଲିବ। ତା'ପରେ ଧର୍ମଧାମ ପ୍ରତିଷ୍ଠିତ ହେବ।”

ଦାନିୟେଲଙ୍କ ଦର୍ଶନ ବ୍ୟାଖ୍ୟା କରାଗଲା

15 ଅନନ୍ତର ମୁଁ, ଦାନିୟେଲ, ଏହି ଦର୍ଶନ ପାଇଲା ପରେ ତାହା ବୁଝିବା ପାଇଁ ଚେଷ୍ଠା କଲି। ଏବଂ ଜଣେ ମନୁଷ୍ୟ ପରି ଦେଖାଯାଉଥିବା ପ୍ରାଣୀ ମୋ’ ସମ୍ମୁଖରେ ଆବିର୍ଭାବ ହୋଲା। 16 ପୁଣି ଉଲୟ ନଦୀ ମଧ୍ୟରୁ ମୁଁ ଏକ ମନୁଷ୍ୟର ସ୍ୱର ଶୁଣିଲି। ସେ ଡାକି କହିଲା, “ହେ ଗାବ୍ରିଏଲ, ଏହି ମନୁଷ୍ୟକୁ ଦର୍ଶନର ତାତ୍ପର୍ଯ୍ୟ ବୁଝାଇ ଦିଅ।”

17 ମନୁଷ୍ୟାକୃତି ସ୍ୱର୍ଗଦୂତ ଗାବ୍ରିଏଲ ମୋ’ ନିକଟକୁ ଆସିଲେ। ମୁଁ ଭୟଭୀତ ହୋଇ ତାଙ୍କ ପାଦତଳେ ପଡ଼ିଗଲି। ମାତ୍ର ସେ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ବୁଝ, ଏହି ଦର୍ଶନ ଶେଷକାଳ ବିଷୟକ ଅଟେ।”

18 ସେ ମୋତେ କହିଲା ବେଳେ ମୁଁ ଭୂମିରେ ମୁହଁ ମାଡ଼ି ଗଭୀର ନିଦ୍ରାରେ ଶୋଇଗଲି, ମାତ୍ର ସେ ମୋତେ ସ୍ପର୍ଶ କରି ଠିଆ କରାଇଲେ। 19 ଗାବ୍ରିଏଲ କହିଲେ, “ମୁଁ ତୁମ୍ଭକୁ ଦର୍ଶନ ସମ୍ବନ୍ଧରେ ବୁଝାଇବି, ଭବିଷ୍ୟତରେ କ’ଣ ଘଟିବ ଓ ତୁମ୍ଭର ଏହି ଦର୍ଶନ ନିରୂପିତ ଶେଷକାଳର କଥା ବୋଲି ଜଣାଇବି।

20 “ତୁମ୍ଭେ ମେଷର ଯେଉଁ ଦୁଇ ଶିଙ୍ଗ ଦେଖିଲ ସେଥିରୁ ଜଣେ ମାଦୀୟ ଓ ଅନ୍ୟ ଜଣେ ପାରସିକ ରାଜା। 21 ଆଉ ସେ ଛାଗ ହେଉଛି ଯବନ ଦେଶର ରାଜା। ସେହି ଛାଗର ଦୁଇ ଚକ୍ଷୁ ମଧ୍ୟରେ ଥିବା ବୃହତ୍ ଶିଙ୍ଗଟି ପ୍ରଥମ ରାଜା। 22 ଆଉ ଯେଉଁ ଶିଙ୍ଗ ଭଗ୍ନ ହୋଇ ସେ ସ୍ଥାନରେ ଗ୍ଭରିଶିଙ୍ଗ ଉତ୍ପନ୍ନ ହେଲା, ଏଥିରୁ ସେହି ଦେଶୀୟମାନଙ୍କ ମଧ୍ୟରୁ ଗ୍ଭରି ରାଜ୍ୟ ଉତ୍ପନ୍ନ ହେବାର ଜାଣିବ, ମାତ୍ର ସେଗୁଡ଼ିକ ପ୍ରଥମ ପରି ଶକ୍ତିଶାଳୀ ହେବେ ନାହିଁ।

23 “ଯେତେବେଳେ ସେହି ରାଜ୍ୟଗୁଡ଼ିକର ଶେଷ ସମୟ ଆସିବ ସେତେବେଳେ ଜଣେ ଅତି ସାହସୀ ଓ ନିଷ୍ଠୁର ରାଜା ଜନ୍ମ ହେବେ। ଆଉ ସେ ରାଜା ଅତି କୌଶଳୀ ହେବେ ମାତ୍ର ସେତେବେଳେ ବହୁ ପାପୀଷ୍ଠ ବ୍ୟକ୍ତି ଜନ୍ମ ନେଇଥିବେ। 24 ସେ ବଳରେ ଅତି ପରାକ୍ରମୀ ହେବ। ମାତ୍ର ତାହାର ନିଜ ବଳରେ ନୁହେଁ। ସେ ଭୟଙ୍କର ବିନାଶର କାରଣ ହେବ ଓ ଶକ୍ତିଶାଳୀ ହୋଇ ସ୍ୱେଚ୍ଛାଗ୍ଭରୀ ଭାବରେ କାର୍ଯ୍ୟ କରିବ। ଆଉ ସେ ପରାକ୍ରମୀ ଓ ପବିତ୍ର ଲୋକମାନଙ୍କୁ ବିନାଶ କରିବ।

25 “ପୁଣି ସେ ନିଜର କୌଶଳ, ଛଳ, ଜ୍ଞାନ ଓ ମିଥ୍ୟା ବଳରେ ସଫଳକାମୀ ହେବ। ସେ ନିଜ ଅନ୍ତଃକରଣରେ ନିଜକୁ ବଡ଼ ମନେ କରିବ ଓ ନିରାପଦ ସମୟରେ ଅନେକଙ୍କୁ ବିନାଶ କରିବ। ଆଉ ଅଧିପତିଙ୍କର ଅଧିପତିଙ୍କ ପ୍ରତିକୂଳରେ ଠିଆ ହେବ। ମାତ୍ର ସେ ମଣିଷ ହସ୍ତରେ ବିନାଶ ହେବ ନାହିଁ।

26 “ସେ ସମୟରେ ଦର୍ଶନ ବିଷୟରେ ମୁଁ ଯାହା କହିଲି ସେସବୁ ସତ୍ୟ, ମାତ୍ର ତୁମ୍ଭେ ସେହି ଦର୍ଶନ ମୁଦ୍ରାଙ୍କିତ କର। କାରଣ ତାହା ଆଗାମୀ ବହୁ ଦିନ ପର୍ଯ୍ୟନ୍ତ ଘଟିବ ନାହିଁ।”

27 ମୁଁ, ଦାନିୟେଲ ଏହା ପରେ ବିଶେଷ କ୍ଳାନ୍ତ ହୋଇ ପଡ଼ିଲି। ସେହି ଦର୍ଶନ ପରେ ଅନେକ ଦିନ ପର୍ଯ୍ୟନ୍ତ ପୀଡ଼ିତ ହେଲି। ତା'ପରେ ମୁଁ ଉଠି ରାଜକାର୍ଯ୍ୟ କଲି। କିନ୍ତୁ ସେ ଦର୍ଶନରେ ବିବ୍ରତ ହୋଇ ପଡ଼ିଲି କାରଣ ସେ ଦର୍ଶନର ଅର୍ଥ କିଛି ବୁଝିଲି ନାହିଁ।

ଦାନିୟେଲଙ୍କ ପ୍ରାର୍ଥନା

ଦାରିୟାବସଙ୍କ ରାଜତ୍ୱର ପ୍ରଥମ ବର୍ଷରେ ଏହିସବୁ ଘଟଣାମାନ ଘଟିଲା। ଦାରିୟାବସ୍ ମାଦୀୟ ବଂଶର ଉତ୍ତରାଧିକାରୀ ଥିଲେ। ତାଙ୍କର ପିତା ଅକ୍ଷଶ୍ୱେରସର ଥିଲେ। ସେ କ‌‌ଲ୍‌‌‌‌ଦୀୟର ରାଜା ପଦରେ ଉପଯୋଗୀ ହେଲେ। ଦାରିୟାବସଙ୍କ ରାଜତ୍ୱର ପ୍ରଥମ ବର୍ଷରେ ମୁଁ ଦାନିୟେଲ, କେତେକ ଗ୍ରନ୍ଥ ପାଠକରି ଜାଣିଲି ଯେ, ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ସଦାପ୍ରଭୁଙ୍କଠାରୁ ବୁଝିଲେ ଯିରୁଶାଲମର ପୁନଃନିର୍ମାଣ ପ୍ରଳୟର ସତୁରି ବର୍ଷ ପରେ ଘଟିଲା।

ଏଣୁ ମୁଁ ଉପବାସ, ଚଟବସ୍ତ୍ର ପରିଧାନ ଓ ଭସ୍ମ ଲେପନ କରି ପ୍ରାର୍ଥନା ଓ ବିନତି ଦ୍ୱାରା ପ୍ରଭୁ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ତାଙ୍କ ପ୍ରତି ଦୃଷ୍ଟି ଦେଲି। ପୁଣି ମୁଁ ମୋର ପରମେଶ୍ୱର ସଦାପ୍ରଭୁଙ୍କୁ ପ୍ରାର୍ଥନା କଲି ଓ ମୋର ପାପ ସ୍ୱୀକାର କରି କହିଲି,

“ହେ ସଦାପ୍ରଭୁ, ତୁମ୍ଭେ ମହାନ ଓ ଭୟାନକ ପରମେଶ୍ୱର। ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ଚୁକ୍ତି ପାଳନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ଦୟା ଓ ନିୟମ କରିଥାଅ।

“ମାତ୍ର, ହେ ସଦାପ୍ରଭୁ, ଆମ୍ଭେମାନେ ପାପ ଓ କୁଟିଳାଚରଣ କରିଅଛୁ। ଆଉ ଦୁଷ୍କର୍ମ କରି ବିଦ୍ରୋହୀ ହୋଇଅଛୁ। ଆଉ ତୁମ୍ଭର ବିଧି ଓ ଶାସନ ପଥ ତ୍ୟାଗ କରିଅଛୁ। ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ପ୍ରତି ଆମ୍ଭେ କର୍ଣ୍ଣପାତ କରି ନାହୁଁ। ସେମାନେ ଆମ୍ଭର ରାଜାମାନଙ୍କୁ, ଆମ୍ଭର ନେତାମାନଙ୍କୁ, ଆମ୍ଭର ପିତୃପୁରୁଷଗଣଙ୍କୁ ଏବଂ ଇସ୍ରାଏଲକୁ ତୁମ୍ଭର ନାମରେ କହିଥିଲେ।

“ହେ ସଦାପ୍ରଭୁ, ତୁମ୍ଭେ ପରମ ଧାର୍ମିକ ଓ ଧାର୍ମିକତା ତୁମ୍ଭର ଅଟେ। ମାତ୍ର ଆଜିକାର ନ୍ୟାୟରେ ଆମ୍ଭେମାନେ ଲଜ୍ଜାର ପାତ୍ର। ଆଉ ତୁମ୍ଭ ବିରୁଦ୍ଧରେ ସତ୍ୟ ଲଙ୍ଘନ ଯୋଗୁଁ ଯିହୁଦାର ଲୋକ ଓ ଯିରୁଶାଲମ ନିବାସୀ, ତୁମ୍ଭ ଦ୍ୱାରା ବିତାଡ଼ିତ ସମସ୍ତ ଦେଶସ୍ଥ ନିକଟବର୍ତ୍ତୀ ଓ ଦୂରବର୍ତ୍ତୀ ସମସ୍ତ ଇସ୍ରାଏଲ ଲୋକ ଲଜ୍ଜାର ପାତ୍ର।

“ହେ ସଦାପ୍ରଭୁ, ଆମ୍ଭେମାନେ ଲଜ୍ଜିତ ହେବା ଉଚିତ୍, ଆଉ ଆମ୍ଭର ସମସ୍ତ ଅଧିପତିଗଣ, ସମସ୍ତ ରାଜଗଣ ଓ ସମସ୍ତ ପୂର୍ବପୁରୁଷଗଣ ଲଜ୍ଜିତ ହେବା ଉଚିତ୍। କାରଣ ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ।

“ହେ ସଦାପ୍ରଭୁ, ତୁମ୍ଭେ ଦୟାଳୁ ଏବଂ କ୍ଷମାବାନ। କିନ୍ତୁ ପ୍ରକୃତରେ ଆମ୍ଭେମାନେ ତାହାଙ୍କ ବିରୁଦ୍ଧରେ ବିଦ୍ରୋହାଚରଣ କରିଅଛୁ। 10 ଆମ୍ଭେମାନେ ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କୁ ଅବମାନନା କରିଅଛୁ। ଯାହାକି ଆପଣା ଦାସ, ଭବିଷ୍ୟ‌ଦ୍‌ବକ୍ତାଗଣ ମାଧ୍ୟମରେ ଯେଉଁ ବ୍ୟବସ୍ଥା ସକଳ ରଖିଲେ ତାହା ସବୁ ଆମ୍ଭେମାନେ ପାଳନ କରି ନାହୁଁ। 11 ଆଉ ସମଗ୍ର ଇସ୍ରାଏଲ ତୁମ୍ଭର ବ୍ୟବସ୍ଥା ଲଙ୍ଘନ କରିଅଛନ୍ତି। ସେମାନେ ତୁମ୍ଭ ପ୍ରତି ବିମୁଖ ହୋଇଅଛନ୍ତି। ଏହି କାରଣରୁ ଅଭିଶାପ ଓ ପରମେଶ୍ୱରଙ୍କ ସେବକ ମୋଶାଙ୍କ ବ୍ୟବସ୍ଥାରେ ଲିଖିତ ପ୍ରତିଜ୍ଞା ଆମ୍ଭମାନଙ୍କ ଉପରେ ଢଳା ଯାଇଅଛି। କାରଣ ଆମ୍ଭେମାନେ ତାଙ୍କ ବିରୁଦ୍ଧରେ ପାପ କରିଅଛୁ।

12 “ତାଙ୍କ କାରଣରୁ ଆମ୍ଭମାନଙ୍କୁ ଓ ଯେଉଁମାନେ ଆମ୍ଭଙ୍କୁ ବିଗ୍ଭର ଦେଲେ, ସେମାନଙ୍କ ବିରୁଦ୍ଧରେ ମହା ଅମଙ୍ଗଳ ଘଟାଇଛନ୍ତି। ଏହି କାରଣରୁ କୌଣସି ନଗର ଯିରୁଶାଲମ ପରି ଦୁଃଖ ଭୋଗ କରି ନାହିଁ। 13 ମୋଶାଙ୍କ ଲିଖିତ ବ୍ୟବସ୍ଥାନୁସାରେ ଏହିସବୁ ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟିଅଛି। ତଥାପି ଆମ୍ଭେମାନେ ସଦାପ୍ରଭୁଙ୍କର ଅନୁଗ୍ରହ ଭିକ୍ଷା କରି ନାହୁଁ କି ପାପରୁ ବିରତ ହୋଇ ନାହୁଁ ଓ ତାଙ୍କର ସତ୍ୟତା ପ୍ରତି ଧ୍ୟାନ ଦେଇ ନାହୁଁ। 14 ସଦାପ୍ରଭୁ ଆମ୍ଭମାନଙ୍କ ଅମଙ୍ଗଳାର୍ଥେ ଜାଗ୍ରତ ହୋଇ ଏହି ସମସ୍ତ ଘଟାଇ ଅଛନ୍ତି। ଆମ୍ଭେମାନେ କରିଥିବା ସମସ୍ତ ପାପ ପାଇଁ ଆମ୍ଭକୁ ଦଣ୍ତିତ କରିବା ଯଥାର୍ଥତା ଅଟେ। ମାତ୍ର ଆମ୍ଭେମାନେ ତାହାଙ୍କ ବାକ୍ୟ ପ୍ରତି ଧ୍ୟାନ ଦେଇ ନାହୁଁ।

15 “ଏଣୁ ହେ ଆମ୍ଭମାନଙ୍କର ପରମେଶ୍ୱର ସଦାପ୍ରଭୁ, ତୁମ୍ଭେ ତୁମ୍ଭର ବଳବାନ ହସ୍ତଦ୍ୱାରା ଆପଣା ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଛ। ଏବେ ମଧ୍ୟ ତୁମ୍ଭେ ପ୍ରସିଦ୍ଧି ଲାଭ କରିଅଛ। ହେ ପ୍ରଭୁ, ଆମ୍ଭେମାନେ ପାପ କରିଅଛୁ ଓ ଆମ୍ଭେମାନେ ଦୁଷ୍କର୍ମ କରିଅଛୁ। 16 ହେ ସଦାପ୍ରଭୁ, ବିନୟ କରୁଅଛୁ, ତୁମ୍ଭର ସମସ୍ତ ଧାର୍ମିକତା ଅନୁଯାୟୀ ତୁମ୍ଭର ନଗର ଯିରୁଶାଲମ, ତୁମ୍ଭର ପବିତ୍ର ପର୍ବତ ପ୍ରତି ତୁମ୍ଭର କ୍ରୋଧ ଓ କୋପ ନିବୃତ୍ତ ହେଉ। ତୁମ୍ଭର କ୍ରୋଧ ନ୍ୟାୟୋଚିତ। ମାତ୍ର ଆମ୍ଭ ଚତୁର୍ଦ୍ଦିଗସ୍ଥ ଲୋକେ ଆମ୍ଭମାନଙ୍କୁ ନିନ୍ଦା କରୁଛନ୍ତି ଓ ଉପହାସ କରୁଛନ୍ତି। କାରଣ ଆମ୍ଭେମାନେ ଓ ଆମ୍ଭ ପୂର୍ବପୁରୁଷଗଣ ପାପ କରିଛନ୍ତି।

17 “ଏଣୁ ବର୍ତ୍ତମାନ ହେ ସଦାପ୍ରଭୁ, ତୁମ୍ଭ ଦାସର ପ୍ରାର୍ଥନା ଗ୍ରହଣ କର। ତୁମ୍ଭର ପବିତ୍ର ସ୍ଥାନକୁ କରୁଣା ସହକାରେ ଦେଖ। ତୁମ୍ଭର ନିଜର ଖ୍ୟାତି ପାଇଁ ଏହା କର। 18 ହେ ମୋର ପରମେଶ୍ୱର, କର୍ଣ୍ଣ ଡେରି ଶୁଣ। ଆପଣା ଚକ୍ଷୁ ମେଲି ଆମ୍ଭମାନଙ୍କର ଦୁରବସ୍ଥା ଦେଖ। ତୁମ୍ଭ ନାମରେ ଖ୍ୟାତି ଏହି ନଗର ଅବସ୍ଥା ଦେଖ। ଆମ୍ଭେମାନେ ଆମ୍ଭମାନଙ୍କର ଧାର୍ମିକତା ଯୋଗୁଁ ନୁହେଁ, ମାତ୍ର ତୁମ୍ଭର ମହାଦୟା ସକାଶୁ ତୁମ୍ଭକୁ ନିବେଦନ କରୁଅଛୁ। 19 ହେ ସଦାପ୍ରଭୁ ଶୁଣ, ହେ ସଦାପ୍ରଭୁ, କ୍ଷମା କର, ହେ ପରମେଶ୍ୱର, ଅବଧାନ ପୂର୍ବକ କର୍ମ କର। ବିଳମ୍ବ କର ନାହିଁ, ହେ ମୋର ପରମେଶ୍ୱର ନିଜର ନାମ ସକାଶେ କର୍ମ କର। କାରଣ ତୁମ୍ଭର ନଗର ଏ ତୁମ୍ଭର ଲୋକମାନେ ତୁମ୍ଭ ନାମରେ ଖ୍ୟାତ ଅଟନ୍ତି।”

ସତୁରି ସପ୍ତାହ ବିଷୟରେ ଦର୍ଶନ

20 ମୁଁ ସେହିସବୁ କଥା ପରମେଶ୍ୱରଙ୍କୁ ପ୍ରାର୍ଥନାରେ ନିବେଦନ କରୁଥିଲି। ମୋର ପାପ ଓ ଇସ୍ରାଏଲ ଲୋକଙ୍କର ପାପ ସ୍ୱୀକାର କରୁଥିଲି। ଆଉ ମୋର ପରମେଶ୍ୱରଙ୍କ ପବିତ୍ର ପର୍ବତ ନିମନ୍ତେ ମୋର ପରମେଶ୍ୱର ସଦାପଭୁଙ୍କ ଛାମୁରେ ମୋର ନିବେଦନ ଉତ୍ସର୍ଗ କରୁଥିଲି। 21 ଯେତେବେଳେ ମୁଁ ପ୍ରାର୍ଥନା କରୁଥିଲି, ମୋର ପ୍ରଥମ ଦର୍ଶନରେ ଗାବ୍ରିଏଲ ଯାହାକୁ ମୁଁ ମୋ’ ନିକଟକୁ ଉଡ଼ିକି ଆସିବାର ଦେଖିଲି। ସେ ସନ୍ଧ୍ୟାବେଳେ ବଳିଦାନ ଉତ୍ସର୍ଗ ସମୟରେ ଆସି ମୋତେ ସ୍ପର୍ଶ କଲେ। 22 ଗାବ୍ରିଏଲ ମୋତେ ଶିକ୍ଷା ଦେଇ କହିଲେ, “ହେ ଦାନିୟେଲ, ମୁଁ ତୁମ୍ଭକୁ ବୁଝିବା ପାଇଁ ଜ୍ଞାନ ପ୍ରଦାନ କରୁଅଛି। 23 ଯେତେବେଳେ ତୁମ୍ଭେ ପ୍ରାର୍ଥନା କରିବାକୁ ଆରମ୍ଭ କଲ, ମୁଁ ତୁମ୍ଭକୁ ଜଣାଇବାକୁ ଆସିଲି। କାରଣ ତୁମ୍ଭେ ପରମେଶ୍ୱରଙ୍କର ଅତ୍ୟନ୍ତ ପ୍ରିୟପାତ୍ର। ଏହି ଆଦେଶକୁ ବୁଝ ଓ ଏହି ଦର୍ଶନକୁ ମଧ୍ୟ ବୁଝ।

24 “ହେ ଦାନିୟେଲ, ପରମେଶ୍ୱର ସତୁରି ସପ୍ତାହ ତୁମ୍ଭର ଲୋକମାନଙ୍କ ପାଇଁ ଓ ତୁମ୍ଭର ପବିତ୍ର ନଗର ପାଇଁ ନିରୂପଣ କରିଛନ୍ତି। ଏ ସତୁରି ସପ୍ତାହ ନିରୂପଣ ହେବାର ଲକ୍ଷ୍ୟ ଦେଉଛି, ଆଜ୍ଞା ଲଙ୍ଘନରୁ ଏବଂ ପାପରୁ ବିରତ ହେବା। ଏହାର ଲକ୍ଷ୍ୟ ଲୋକମାନଙ୍କୁ ପ୍ରାୟଶ୍ଚିତ କରିବା ଏବଂ ଅନନ୍ତକାଳସ୍ଥାୟୀ ଧାର୍ମିକତା ଓ ପ୍ରମାଣିକତା ଦର୍ଶନଗୁଡ଼ିକ ଓ ଭବିଷ୍ୟ‌ଦ୍‌ବାଣୀ ଓ ପବିତ୍ର ସ୍ଥାନରେ ଉତ୍ସର୍ଗ କରିବା। ଏହା ଲୋକମାନଙ୍କୁ ଲକ୍ଷ୍ୟ କରେ।

25 “ଏହା ଜାଣ ଏବଂ ଏହା ବୁଝ, ଆଦେଶ ହେବାଠାରୁ ଫେରାଇବାକୁ ଏବଂ ଯିରୁଶାଲମ ନିର୍ମିତ କର, ଯେପର୍ଯ୍ୟନ୍ତ ଗୋଟିଏ ଅଭିଷିକ୍ତ ରାଜକୁମାର ସାତ ସପ୍ତାହ ଓ ବାଷଠି ସପ୍ତାହରେ, ସହର ପୂର୍ଣ୍ଣ ନିର୍ମିତ ହେବ। କିନ୍ତୁ ଏହାର ମୁଖ୍ୟ ରାସ୍ତା ଓ କାନ୍ଥ, ଅସୁବିଧା ସମୟରେ ହେବ। 26 ପୁଣି ବାଷଠି ସପ୍ତାହ ପରେ ଅଭିଷିକ୍ତ ବ୍ୟକ୍ତି ଉଚ୍ଛିନ୍ନ ଓ ଅକିଞ୍ଚନ ହେବେ। ଆଉ ଆଗାମୀ ଅଧିପତିର ଲୋକମାନେ ନଗର ଓ ପବିତ୍ର ସ୍ଥାନ ନଷ୍ଟ କରିବେ। ବନ୍ୟାରେ ତାହା ଶେଷ ହେବ। ପୁଣି ଶେଷ ପର୍ଯ୍ୟନ୍ତ ଯୁଦ୍ଧ ହେବ। ଆଉ ପରମେଶ୍ୱର ସେ ସ୍ଥାନର ସମ୍ପୂର୍ଣ୍ଣ ବିନାଶ ପାଇଁ ଆଦେଶ କରିଛନ୍ତି।

27 “ତା'ପରେ ଆଗାମୀ ଅଧିପତି ଏକ ସପ୍ତାହ ପର୍ଯ୍ୟନ୍ତ ଅନେକ ଲୋକଙ୍କ ସହିତ ଦୃଢ଼ ଚୁକ୍ତି କରିବ ଓ ଅର୍ଦ୍ଧ ସପ୍ତାହ ଯଜ୍ଞ ଓ ନୈବେଦ୍ୟ ନିବୃତ୍ତ କରାଇବ। ଆଉ ଘୃଣ୍ୟବସ୍ତ୍ର ସହ ଜଣେ ବିନାଶକ ଆସିବ ଓ ସେ ଭୟଙ୍କର ବିନାଶ ସାଧନ କରିବ। ମାତ୍ର ପରମେଶ୍ୱର ସେହି ବିନାଶକର ସମ୍ପୂର୍ଣ୍ଣ ବିନାଶ କରିବେ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center