Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଦାନିୟେଲଙ୍କ ପୁସ୍ତକ 1-3

ଦାନିୟେଲଙ୍କୁ ବାବିଲକୁ ନିଆଗଲା

ଯିହୁଦାର ରାଜା ଯିହୋୟାକୀମ୍‌‌‌ର ରାଜତ୍ୱର ତୃତୀୟ ବର୍ଷରେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ସୈନ୍ୟବାହିନୀ ସହ ଆସି ଯିରୁଶାଲମକୁ ଅବରୋଧ କଲା। ବର୍ତ୍ତମାନ ସଦାପ୍ରଭୁ ଯିହୋୟାକୀମ୍‌‌‌କୁ ପରାସ୍ତ କରିବା ପାଇଁ ନବୂଖ‌ଦ୍‌ନିତ୍ସରଙ୍କୁ ଅନୁମତି ଦେଲେ ଏବଂ ସେ କିଛି ପାତ୍ର ପରମେଶ୍ୱରଙ୍କ ମନ୍ଦିରରୁ ନେଇଗଲେ। ସେ ଶିନିୟର ଭୂମିକୁ ସବୁଗୁଡ଼ିକୁ ବହନ କରି ନେଲେ ଏବଂ ଆରଣା ଦେବତାମାନଙ୍କ ମନ୍ଦିର ଭଣ୍ତାରଗୃହରେ ସେସବୁ ରଖି ଦେଲେ।

ତା'ପରେ ରାଜା ନବୂଖ‌ଦ୍‌ନିତ୍ସର ଅସ୍ପନ‌‌ସ୍‌‌କୁ ଏକ ଆଦେଶ ଦେଲେ। ଅସ୍ପନସ୍ ସେବାରେ ଜଣେ ନପୁଂସକାଧିପତି ଥିଲେ। ରାଜା କେତେକ ଇସ୍ରାଏଲର ସନ୍ତାନମାନଙ୍କୁ ରାଜପ୍ରାସାଦକୁ ଆଣିବା ପାଇଁ କହିଲେ। ନବୂଖ‌ଦ୍‌ନିତ୍ସର କେବଳ ମହତ୍ତ୍ୱପୂର୍ଣ୍ଣ ପରିବାରରୁ ଯିହୁଦୀ ଲୋକମାନଙ୍କୁ ଓ ଇସ୍ରାଏଲ ବଂଶରୁ ରାଜାମାନଙ୍କୁ ଗ୍ଭହିଁଲେ। ରାଜା ଯିହୋୟାକୀମ୍ ଗ୍ଭହିଁଲେ ସ୍ୱାସ୍ଥ୍ୟବାନ୍, ସୁନ୍ଦର ଯୋଗ୍ୟ ଏବଂ ଜ୍ଞାନୀ ଯିହୁଦୀ ବାଳକମାନେ ଯେଉଁମାନେ ରାଜକୀୟ ସ୍ଥାନରେ ଠିଆ ହେବାକୁ ଯୋଗ୍ୟ ଥିଲେ ଏବଂ ଅସ୍ପନସ୍ ନପୁଂସକାଧିପତି ଭାଷା ଏବଂ କ‌‌ଲ୍‌‌‌‌ଦୀୟ ଲୋକମାନଙ୍କର ଲେଖା ଶିଖାଇବାକୁ ପଗ୍ଭରିଲେ।

ଏବଂ ରାଜା ସେହିସବୁ ଯୁବକମାନଙ୍କୁ ରାଜକୀୟ ଖାଦ୍ୟ ଓ ପାନୀୟ ଦେଲେ। ସେ ତିନି ବର୍ଷ ଯାଏ ସେମାନଙ୍କୁ ଖାଦ୍ୟ ଦେବା ସହିତ ଯତ୍ନ ନେଲେ ଓ ରାଜାଙ୍କୁ ସେବା କରିବା ପାଇଁ ସେମାନଙ୍କୁ ତାଲିମ ପ୍ରାପ୍ତ ହେବାକୁ ଗ୍ଭହିଁଲେ। ଏହି ଯୁବକମାନଙ୍କ ମଧ୍ୟରେ ଯିହୁଦା ପରିବାରବର୍ଗୀୟ ଦାନିୟେଲ, ହନାନିୟ, ମୀଶାୟେଲ ଓ ଅସରିୟ ଥିଲେ। ପୁଣି ସେହି ନପୁଂସକାଧିପତି ଅସ୍ପନସ୍ ଯିହୁଦାର ଯୁବକମାନଙ୍କୁ ନୂଆ ବାବିଲୀୟ ନାମ ଦେଲେ। ସେ ଦାନିୟେଲଙ୍କୁ ବେ‌‌ଲ୍‌‌‌‌ଟଶତ୍ସର, ହନାନିୟଙ୍କୁ ଶଦ୍ରକ୍, ମୀଶାୟେଲଙ୍କୁ ମୈଶକ ଓ ଅସରିୟଙ୍କୁ ଅବେଦ୍-ନଗୋ ନାମ ଦେଲେ।

ମାତ୍ର ଦାନିୟେଲ ସେହି ରାଜକୀୟ ଖାଦ୍ୟ ଖାଇ ଓ ଦ୍ରାକ୍ଷାରସ ପାନ କରି ନିଜକୁ ଅଶୁଚି କରିବାକୁ ଇଚ୍ଛା କଲେ ନାହିଁ। ଏଣୁ ସେ ନପୁଂସକାଧିପତିକୁ ନିବେଦନ କଲେ ଓ ସେ ଅନ୍ୟାନ୍ୟ ଖାଦ୍ୟ ଖାଇ ପାରିବେ କି ବୋଲି ପଗ୍ଭରିଲେ, ଯାହାଫଳରେ ସେ ଅଶୁଚି ହେବେ ନାହିଁ।

ସେତେବେଳେ ପରମେଶ୍ୱର ସେହି ନପୁଂସକାଧିପତିର ଦୃଷ୍ଟିରେ ଦାନିୟେଲଙ୍କୁ ଅନୁଗ୍ରହ ଓ ଦୟାର ପାତ୍ର କଲେ। 10 କିନ୍ତୁ ସେହି ନପୁଂସକାଧିପତି ଦାନିୟେଲଙ୍କୁ କହିଲା, “ମୁଁ ମୋର ମୁନିବ ରାଜାଙ୍କୁ ଭୟ କରେ। ଯଦି ତୁମ୍ଭେମାନେ ସେ ଆଦେଶ କରିଥିବା ଖାଦ୍ୟ ଓ ପାନୀୟ ଗ୍ରହଣ ନ କର, ତୁମ୍ଭେମାନେ ରୁ‌ଗ୍‌ଣ ଦେଖାଯିବ ଓ ଦୁର୍ବଳ ଅନୁଭବ କରିବ। ଯଦି ତୁମ୍ଭେମାନେ ଅନ୍ୟମାନଙ୍କଠାରୁ ଶୁଖିଲା ଦେଖାଯାଅ, ରାଜା ମୋ’ ଉପରେ ରାଗିବେ ଏବଂ ମୋର ମୁଣ୍ତ କାଟ କରିବେ। ତା'ପରେ ତୁମ୍ଭେମାନେ ଏହି ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହେବ।”

11 ତା'ପରେ ଦାନିୟେଲ, ଗୃହରକ୍ଷୀମାନଙ୍କୁ କହିଲେ, ଯେଉଁ ନପୁଂସକାଧିପତି, ଦାନିୟେଲ, ହନାନିୟ, ମୀଶାୟେଲ ଓ ଅସରିୟ ଉପରେ ଦୃଷ୍ଟି ରଖିବାକୁ ନିଯୁକ୍ତ କରାଯାଇଥିଲା। 12 ସେ କହିଲେ, “ଦୟାକରି ଆମ୍ଭମାନଙ୍କୁ ଦଶ ଦିନ ପାଇଁ ପରୀକ୍ଷା କରନ୍ତୁ। ଆମ୍ଭମାନଙ୍କୁ ଭୋଜନ ନିମନ୍ତେ ପନିପରିବା ଓ ପିଇବା ନିମନ୍ତେ ଜଳ ଦିଅନ୍ତୁ। 13 ପୁଣି ଦଶ ଦିନ ପରେ ଆମ୍ଭମାନଙ୍କୁ ସେହି ରାଜକୀୟ ଭକ୍ଷ୍ୟ ଓ ପାନୀୟ ଗ୍ରହଣ କରୁଥିବା ଯୁବକମାନଙ୍କ ସହିତ ତୁଳନା କରାଯାଉ, ଆଉ କିଏ ଅଧିକ ସ୍ୱାସ୍ଥ୍ୟବାନ୍ ଦେଖାଯିବ। ତା'ପରେ ତୁମ୍ଭେ ବିଗ୍ଭର କରି ଏହି ଦାସମାନଙ୍କ ପ୍ରତି ବ୍ୟବହାର କରିବା ହେବେ।”

14 ତେଣୁ ଗୃହରକ୍ଷୀ ଏ ବିଷୟରେ ଏକମତ ହୋଇ, ଦାନିୟେଲ, ହନାନିୟ, ମୀଶାୟେଲ ଏବଂ ଅସରିୟଙ୍କୁ ଦଶ ଦିନ ପର୍ଯ୍ୟନ୍ତ ପରୀକ୍ଷା କଲେ। 15 ଆଉ ଦଶ ଦିନ ପରେ ଦେଖାଗଲା ସେମାନେ ରାଜକୀୟ ଭକ୍ଷ୍ୟଣକାରୀଙ୍କଠାରୁ ଅଧିକ ସୁସ୍ଥ ସବଳ ଓ ହୃଷ୍ଟପୁଷ୍ଟ ଦେଖାଗଲେ। 16 ଏଥିରେ ଗୃହରକ୍ଷୀ ସେମାନଙ୍କର ସେହି ରାଜକୀୟ ଭକ୍ଷ୍ୟ ଓ ଦ୍ରାକ୍ଷାରସ ପାନୀୟ ବନ୍ଦ କରି ସେମାନଙ୍କୁ ପୂର୍ବପରି ଶାକାହାର ଦେଲେ।

17 ଆଉ ପରମେଶ୍ୱର ସେହି ଗ୍ଭରି ଯୁବକଙ୍କୁ ଜ୍ଞାନ ଏବଂ ବିଭିନ୍ନ ଲେଖନି ଓ ବିଜ୍ଞାନ ଶିକ୍ଷା ପାଇଁ ଯୋଗ୍ୟତା ପ୍ରଦାନ କଲେ। ପୁଣି ଦାନିୟେଲ ସମସ୍ତ ଦର୍ଶନ ଓ ସ୍ୱପ୍ନ ବିଷୟରେ ବୁଦ୍ଧିମାନ ହେଲେ।

18 ରାଜା ତିନି ବର୍ଷରେ ସେମାନେ ତାଲିମପ୍ରାପ୍ତ ହେବେ ବୋଲି ଇଚ୍ଛା କରିଥିଲେ। ତାହା ଶେଷ ହେଲା ପରେ ନପୁଂସକାଧିପତି ସେମାନଙ୍କୁ ନବୂଖ‌ଦ୍‌ନିତ୍ସର ସମ୍ମୁଖକୁ ଆଣିଲା। 19 ରାଜା ସେମାନଙ୍କ ସହିତ ଆଳାପ କଲେ। ଆଉ ସେ ସମସ୍ତଙ୍କ ମଧ୍ୟରେ ଦାନିୟେଲ, ହନାନିୟ, ମୀଶାୟେଲ ଓ ଅସରିୟ ଅଧିକ ଦକ୍ଷ ଜଣା ଗଲେ। ତେଣୁ ସେମାନେ ରାଜାଙ୍କର ଦାସ ହେଲେ। 20 ଆଉ ଜ୍ଞାନ ଓ ବୁଦ୍ଧି ସମ୍ବନ୍ଧୀୟ ଯେକୌଣସି ବିଷୟରେ ରାଜା ସେହି ଗ୍ଭରି ଯୁବକଙ୍କୁ ପଗ୍ଭରୁଥିଲେ, ସେମାନେ ବିଜ୍ଞ ଉତ୍ତର ଦେଉଥିଲେ। ରାଜା ସମଗ୍ର ରାଜ୍ୟରେ ସମସ୍ତ ମନ୍ତ୍ରଜ୍ଞ ଓ ଗଣକମାନଙ୍କ ଅପେକ୍ଷା ସେମାନେ ଦଶଗୁଣ ଅଧିକ ଜ୍ଞାନୀ ବୋଲି ଜାଣିଲେ। 21 ପୁଣି ଦାନିୟେଲ କୋରସ୍ ରାଜାର ପ୍ରଥମବର୍ଷ ପର୍ଯ୍ୟନ୍ତ ରହିଲେ।

ନବୂଖ‌ଦ୍‌ନିତ୍ସରଙ୍କ ସ୍ୱପ୍ନ

ଅନନ୍ତର ନବୂଖ‌ଦ୍‌ନିତ୍ସର ରାଜତ୍ୱର ଦ୍ୱିତୀୟ ବର୍ଷରେ କେତେକ ସ୍ୱପ୍ନ ଦେଖିଲେ। ଏଥିରେ ତାହାର ଆତ୍ମା ଉ‌‌ଦ୍‌‌ବିଗ୍ନ ହେଲା ଓ ସେ ଶୋଇ ପାରିଲେ ନାହିଁ। ତେଣୁ ରାଜା ତାଙ୍କର ସ୍ୱପ୍ନ ଜଣାଇବା ନିମନ୍ତେ ମନ୍ତ୍ରୀଗଣ, ଗଣକ, ମାୟାବୀ ଓ କ‌‌ଲ୍‌‌‌‌ଦୀୟମାନଙ୍କୁ ଡାକିବା ପାଇଁ ଆଜ୍ଞା ଦେଲେ। ଏଥିରେ ସେମାନେ ଆସି ରାଜାଙ୍କ ସମ୍ମୁଖରେ ଠିଆ ହେଲେ।

ରାଜା ସେମାନଙ୍କୁ କହିଲେ, “ମୁଁ ଗୋଟିଏ ସ୍ୱପ୍ନ ଦେଖିଅଛି। ଆଉ ସେହି ସ୍ୱପ୍ନ ବୁଝିବା ପାଇଁ ମୋର ଆତ୍ମା ଉ‌‌ଦ୍‌‌ବିଗ୍ନ ହେଉଅଛି।”

ତା'ପରେ କ‌‌ଲ୍‌‌‌‌ଦୀୟମାନେ ଅରାମୀୟ ଭାଷାରେ ରାଜାଙ୍କୁ କହିଲେ, “ହେ ମହାରାଜ, ଚିରଜୀବି ହୁଅନ୍ତୁ, ଆପଣ ଏ ଦାସମାନଙ୍କୁ ସ୍ୱପ୍ନଟି କୁହନ୍ତୁ। ଆମ୍ଭେ ତାହାର ଅର୍ଥ ପ୍ରକାଶ କରିବୁ।”

ରାଜା କ‌‌ଲ୍‌‌‌‌ଦୀୟମାନଙ୍କୁ କହିଲେ, “ମୁଁ ଯାହା ସପ୍ନ ଦେଖିଥିଲି, ସେ ବିଷୟରେ ତୁମ୍ଭେମାନେ ମୋତେ କହିବା ଉଚିତ୍। ଏବଂ ତା'ପରେ ତୁମ୍ଭେମାନେ ମୋତେ ଏହାର ଅର୍ଥ କହିବା ଉଚିତ୍। ଯଦି ତୁମ୍ଭେମାନେ ସ୍ୱପ୍ନ ବିଷୟରେ ବା ଏହାର ଅର୍ଥ ମୋତେ ନ କୁହ, ମୁଁ ତୁମ୍ଭମାନଙ୍କୁ ହତ୍ୟା କରିବାକୁ ଆଦେଶ ଦେବି। ଏବଂ ତୁମ୍ଭର ଗୃହସବୁ ଧୂଳିସାତ କରି ଖତରେ ପରିଣତ କରାଯିବ। ଆଉ ଯେବେ ତୁମ୍ଭେମାନେ ସ୍ୱପ୍ନ ଓ ତାହାର ଅର୍ଥ ପ୍ରକାଶ କର, ତେବେ ତୁମ୍ଭେମାନେ ମୋ'ଠାରୁ ଉପହାର, ପୁରସ୍କାର ଓ ସମ୍ମାନ ପାଇବ। ଏଣୁ ସେହି ସ୍ୱପ୍ନ ଓ ତାହାର ଅର୍ଥ ମୋତେ କୁହ।”

ପୁନର୍ବାର ବିଜ୍ଞ ବ୍ୟକ୍ତିମାନେ ରାଜାଙ୍କୁ କହିଲେ, “ମହାରାଜ, ଆପଣ ଦାସମାନଙ୍କୁ ସ୍ୱପ୍ନଟି ଜଣାନ୍ତୁ। ତାହାହେଲେ ଆମ୍ଭେମାନେ ତାହାର ଅର୍ଥ ପ୍ରକାଶ କରିବୁ।”

ରାଜା ଉତ୍ତର ଦେଇ କହିଲେ, “ମୁଁ ନିଶ୍ଚିତ ଜାଣେ ଯେ, ତୁମ୍ଭେମାନେ ଇଚ୍ଛା କରି କାଳବିଳମ୍ବ କରୁଛ, କାରଣ ତୁମ୍ଭେମାନେ ତାହା ଦେଖ ଯେ, ପୂର୍ବରୁ ଆଦେଶ ହୋଇଯାଇଛି। ମାତ୍ର ତୁମ୍ଭେମାନେ ଯଦି ମୋତେ ସେହି ସ୍ୱପ୍ନ ବିଷୟରେ ନ ଜଣାଅ ତେବେ ତୁମ୍ଭେମାନେ ନିଶ୍ଚିତ ଦଣ୍ତ ପାଇବ। କାରଣ ସମୟ ଗଡ଼ାଇବା ପାଇଁ ତୁମ୍ଭେମାନେ ମୋ’ ସମ୍ମୁଖରେ ମିଥ୍ୟା ଓ ପ୍ରବଞ୍ଚନା ବାକ୍ୟ କହିବା ପାଇଁ ପ୍ରସ୍ତୁତ ହୋଇଅଛ। ଏଣୁ ତୁମ୍ଭେମାନେ ସ୍ୱପ୍ନଟି ମୋତେ କୁହ, ତାହାହେଲେ ତୁମ୍ଭେମାନେ ଯେ ତହିଁର ଅର୍ଥ ମୋ’ ନିକଟରେ ପ୍ରକାଶ କରି ପାରିବ, ଏହା ମୁଁ ଜାଣିବି।”

10 କ‌‌ଲ୍‌‌‌‌ଦୀୟମାନେ ଉତ୍ତର ଦେଇ କହିଲେ, “ପୃଥିବୀରେ ଏପରି କୌଣସି ମନୁଷ୍ୟ ନାହିଁ ଯେ କି ଆମ୍ଭମାନଙ୍କୁ ମହାରାଜାଙ୍କ ସ୍ୱପ୍ନ ବିଷୟ ପ୍ରକାଶ କରି ପାରିବ? କାରଣ କୌଣସି ରାଜା, ପ୍ରଭୁ କିମ୍ବା ଶାସନକର୍ତ୍ତା କୌଣସି ମନ୍ତ୍ରଜ୍ଞକୁ, ଗଣକକୁ ଅଥବା କ‌‌ଲ୍‌‌‌‌ଦୀୟକୁ ଏପରି କଥା ପଗ୍ଭରି ନାହାନ୍ତି। 11 ଏବଂ ମହାରାଜ ଏକ ଅସାଧାରଣ ପ୍ରଶ୍ନ କରିଛନ୍ତି। କେବଳ ଦେବତାମାନେ ସେହି ପ୍ରଶ୍ନର ଉତ୍ତର ଦେଇ ପାରିବେ। କିନ୍ତୁ ଦେବତାମାନେ ଲୋକମାନଙ୍କ ସହିତ ବାସ କରନ୍ତି ନାହିଁ।”

12 ଏହି କାରଣରୁ ରାଜା କ୍ରୋଧିତ ଓ କୋପାନ୍ୱିତ ହୋଇ ବାବିଲର ସକଳ ବିଦ୍ୱାନ ଲୋକଙ୍କୁ ବଧ କରିବାକୁ ଆଜ୍ଞା ଦେଲେ। 13 ରାଜାଜ୍ଞା ଘୋଷଣା କରାଗଲା ଯେ, ବିଦ୍ୱାନ ଲୋକମାନେ ହତ ହେବେ। ଆଉ ରାଜାଙ୍କ ଲୋକମାନେ ଦାନିୟେଲ ଓ ତା'ର ସାଥୀମାନଙ୍କୁ ବଧ କରିବାକୁ ଅନ୍ୱେଷଣ କଲେ।

14 ଅରିୟୋକ୍ ନାମକ ଜଣେ ରାଜ ସେନାପତି ରାଜରକ୍ଷୀମାନଙ୍କର ନେତୃତ୍ୱ ନେଲେ। ସେ ଯେତେବେଳେ ବାବିଲୀୟ ବିଦ୍ୱାନମାନଙ୍କୁ ବଧ କରିବାକୁ ବାହାରିଲେ, ସେତେବେଳେ ଦାନିୟେଲ ତାଙ୍କୁ ଜ୍ଞାନରେ ଓ ସୁବିବେଚନାରେ ଉତ୍ତର ଦେଲେ। 15 ଦାନିୟେଲ ଅରିୟୋ‌କ୍‌କୁ କହିଲେ, “ରାଜଦଣ୍ତ ଏତେ କଠୋର କାହିଁକି?”

ତେଣୁ ଅରିୟୋକ ରାଜାଙ୍କ ସ୍ୱପ୍ନ ବୃତ୍ତାନ୍ତ ଦାନିୟେଲଙ୍କୁ ବୁଝାଇ ଦେଲେ। 16 ଏଥିରେ ଦାନିୟେଲ ରାଜାଙ୍କ ନିକଟକୁ ଯାଇ ଆଉ କିଛି ଅଧିକ ସମୟ ଦେବାକୁ ନିବେଦନ କଲେ। ତାହାହେଲେ ସେ ରାଜାଙ୍କର ସ୍ୱପ୍ନର ଅର୍ଥ ତାଙ୍କ ନିକଟରେ ପ୍ରକାଶ କରିବେ।

17 ତା'ପରେ ଦାନିୟେଲ ସ୍ୱଗୃହକୁ ଯାଇ ତା'ର ସାଙ୍ଗ ହନାନୀୟ, ମୀଶାୟେଲ ଓ ଆସରିୟଙ୍କୁ ରାଜାଜ୍ଞା ବିଷୟରେ ସକଳ ବୃତ୍ତାନ୍ତ ଜଣାଇଲେ। 18 ଦାନିୟେଲ ତା'ର ସାଙ୍ଗମାନଙ୍କୁ ପରମେଶ୍ୱରଙ୍କ ଅନୁଗ୍ରହ ଲାଭ କରିବା ନିମନ୍ତେ ପ୍ରାର୍ଥନା କରିବାକୁ କହିଲେ। ସ୍ୱର୍ଗସ୍ଥ ପରମେଶ୍ୱର ନିଗୂଢ଼ ତଥ୍ୟ ଜଣାଇଲେ, ସେ ଓ ତା'ର ସାଙ୍ଗମାନେ ମୃତ୍ୟୁମୁଖରୁ ରକ୍ଷା ପାଇବେ।

19 ଏହା ପରେ ପରମେଶ୍ୱର ଦାନିୟେଲକୁ ଦର୍ଶନ ଦେଇ ଗୁପ୍ତ ବିଷୟରେ ଜଣାଇଲେ। ତହୁଁ ଦାନିୟେଲ ସ୍ୱର୍ଗସ୍ଥ ପରମେଶ୍ୱରଙ୍କୁ ଧନ୍ୟବାଦ କଲେ। 20 ଦାନିୟେଲ ପ୍ରଶଂସା କରି କହିଲେ,

“ପରମେଶ୍ୱରଙ୍କର ନାମ ସଦାସର୍ବଦା ଧନ୍ୟ ହେଉ;
    କାରଣ ସମସ୍ତ ଜ୍ଞାନ ଓ ପରାକ୍ରମ ତାଙ୍କର।
21 ସେ ସମୟ ଓ ଋତୁ ପରିବର୍ତ୍ତନ କରନ୍ତି।
    ସେ ରାଜାମାନଙ୍କୁ ପଦଚ୍ୟୁତ କରନ୍ତି
    ଓ ରାଜାମାନଙ୍କୁ ରାଜପଦ ଦିଅନ୍ତି।
ସେ ଜ୍ଞାନୀମାନଙ୍କୁ ଜ୍ଞାନ
    ଓ ବୁଦ୍ଧିମନ୍ତମାନଙ୍କୁ ସୁବିବେଚନା ଦିଅନ୍ତି।
22 ସେ ଗଭୀର ଓ ଗୁପ୍ତ ବିଷୟ ସବୁ ପ୍ରକାଶ କରି ପାରନ୍ତି।
    ଯେହେତୁ ଜ୍ୟୋତିଃ ତାଙ୍କ ନିକଟରେ ବାସ କରେ।
    ଅନ୍ଧକାରରେ ଯାହା ଅଛି ସେ ଜାଣନ୍ତି।
23 ହେ ମୋର ପୂର୍ବପୁରୁଷଗଣର ପରମେଶ୍ୱର, ମୁଁ ତୁମ୍ଭର ଧନ୍ୟବାଦ ଓ ପ୍ରଶଂସା କରୁଅଛି।
    ତୁମ୍ଭେ ମୋତେ ଜ୍ଞାନ ଓ ସାମର୍ଥ୍ୟ ଦେଇଅଛ।
ତୁମ୍ଭକୁ ମୁଁ ଯାହା ନିବେଦନ କରିଅଛି, ତାହା ସମସ୍ତ ବିଷୟରେ ତୁମ୍ଭେ ମୋତେ ଜଣାଇ ଅଛ।
    ତୁମ୍ଭେ ରାଜାଙ୍କ ବିଷୟରେ ଆମ୍ଭମାନଙ୍କୁ ସବୁକିଛି ଜଣାଇଅଛ।”

ଦାନିୟେଲ ସ୍ୱପ୍ନର ଅର୍ଥ ପ୍ରକାଶ କରନ୍ତି

24 ଦାନିୟେଲ ଅରିୟୋ‌କ୍‌କୁ ଅନୁରୋଧ କଲେ ଯିଏ କି ବାବିଲୀୟ ବିଦ୍ୱାନଗଣଙ୍କୁ ବିନାଶ କରିବା ନିମନ୍ତେ ନିଯୁକ୍ତ ହୋଇଥିଲେ, “ଦୟାକରି ବାବିଲୀୟ ବିଦ୍ୱାନମାନଙ୍କୁ ହତ୍ୟା କର ନାହିଁ। ମୋତେ ରାଜାଙ୍କ ଛାମୁକୁ ନେଇ ଗ୍ଭଲ। ମୁଁ ରାଜାଙ୍କର ସ୍ୱପ୍ନ ବିଷୟରେ କହିବି ଓ ତାହାର ଅର୍ଥ ମଧ୍ୟ ପ୍ରକାଶ କରିବି।”

25 ତେଣୁ ଅରିୟୋକ୍ ଦାନିୟେଲଙ୍କୁ ଶୀଘ୍ର ରାଜା ଛାମୁକୁ ନେଲା ଏବଂ କହିଲା, “ଯିହୁଦାର ନିର୍ବାସିତ ସନ୍ତାନଗଣଙ୍କ ମଧ୍ୟରେ ମୁଁ ଜଣେ ବ୍ୟକ୍ତିଙ୍କୁ ପାଇଅଛି, ସେ ମହାରାଜାଙ୍କୁ ତାଙ୍କର ସ୍ୱପ୍ନର ଅର୍ଥ ଜଣାଇବେ।”

26 ରାଜା ସେହି ଦାନିୟେଲଙ୍କୁ ପ୍ରଶ୍ନ କଲେ, “ମୁଁ ଯେଉଁ ସ୍ୱପ୍ନ ଦେଖିଅଛି, ତୁମ୍ଭେ କ’ଣ ସ୍ୱପ୍ନ ଓ ତାହାର ଅର୍ଥ ମୋତେ ଜଣାଇପାରିବ?”

27 ଦାନିୟେଲ ରାଜାଙ୍କୁ ଉତ୍ତର ଦେଇ କହିଲା, “ମହାରାଜ, ଆପଣ ଯେଉଁ ନିଗୂଢ଼ କଥା ପଗ୍ଭରି ଅଛନ୍ତି, ତାହା ବିଦ୍ୱାନ୍ ଲୋକ କିଅବା ଗଣକ ଅବା ମନ୍ତ୍ରଜ୍ଞ ଅଥବା ଶୁଭାଶୁଭବାଦୀମାନେ ମହାରାଜାଙ୍କ ଛାମୁରେ ପ୍ରକାଶ କରି ପାରନ୍ତି ନାହିଁ। 28 ମାତ୍ର ସ୍ୱର୍ଗସ୍ଥ ପରମେଶ୍ୱର ହିଁ କେବଳ ନିଗୂଢ଼ ବିଷୟମାନ ପ୍ରକାଶ କରି ପାରିବେ। ଆଉ ପରବର୍ତ୍ତୀ ସମୟରେ ଯାହା ଯାହା ଘଟିବ ତାହା ମଧ୍ୟ ପରମେଶ୍ୱର ନବୂଖ‌ଦ୍‌ନିତ୍ସରଙ୍କୁ ଜଣାଇ ଅଛନ୍ତି। ଏହିସବୁ ଆପଣଙ୍କ ସ୍ୱପ୍ନ ଥିଲା ଏବଂ ଏହି ଗୁଡ଼ିକୁ ଆପଣ ବିଛଣାରେ ଶୋଇଥିବା ବେଳେ ଦେଖିଲେ। 29 ହେ ମହାରାଜ, ଶଯ୍ୟା ଉପରେ ଆପଣ ଶୋଇଥିବା ବେଳେ ଭବିଷ୍ୟତରେ କ’ଣ ଘଟିବ ବୋଲି ଚିନ୍ତା କଲେ। ଆଉ ଯେ ନିଗୂଢ଼ ବିଷୟମାନ ପ୍ରକାଶ କରନ୍ତି, ସେହି ପରମେଶ୍ୱର, ଯାହା ଭବିଷ୍ୟତରେ ଘଟିବ ତାହା ଦର୍ଶନରେ ପ୍ରକାଶ କଲେ। 30 ମାତ୍ର କୌଣସି ଜୀବିତ ଲୋକର ଜ୍ଞାନ ଅପେକ୍ଷା ମୋର ଜ୍ଞାନ ଅଧିକ ଅଛି ବୋଲି ଯେ ଏହି ନିଗୂଢ଼ ବିଷୟ ପରମେଶ୍ୱର ମୋ’ ନିକଟରେ ପ୍ରକାଶ କଲେ, ତାହା ନୁହେଁ, ମାତ୍ର ମହାରାଜାଙ୍କୁ ଯେପରି ଅର୍ଥ ଜ୍ଞାତ କରାଯିବ ଓ ଆପଣ ଯେପରି ନିଜ ମନର ଚିନ୍ତା ଜାଣିବେ, ଏଥିପାଇଁ ତାହା ମୋ’ ପ୍ରତି ପ୍ରକାଶିତ ହୋଇଅଛି।

31 “ହେ ମହାରାଜ, ଆପଣ ସ୍ୱପ୍ନରେ ଏକ ପ୍ରକାଣ୍ତ ପ୍ରତିମା ଦେଖିଲେ। ଏହା ଅତି ପରାକ୍ରମଶାଳୀ ଓ ଅତିଶୟ ତେଜୋବନ୍ତ। ସେହି ପ୍ରତିମା ଆପଣଙ୍କ ସମ୍ମୁଖରେ ଠିଆ ହେଲା ଓ ତହିଁର ଦୃଶ୍ୟ ଭୟଙ୍କର ଥିଲା। 32 ସେହି ପ୍ରତିମାର ମସ୍ତକ ଶୁଦ୍ଧ ସୁବର୍ଣ୍ଣମୟ, ତାହାର ବକ୍ଷ ଓ ବାହୁ ରୌପ୍ୟମୟ ଓ ତାହାର ଉଦର ଓ ଜଙ୍ଘ ପିତ୍ତଳମୟ ଥିଲା। 33 ତାହାର ଗୋଡ଼ଗୁଡ଼ିକ ଲୌହରେ ନିର୍ମିତ ହୋଇଥିଲା ଓ ପାଦର କିଛି ଅଂଶ ଲୌହରେ ଓ କିଛି ଅଂଶ ମୃତ୍ତିକାରେ ତିଆରି ହୋଇଥିଲା। 34 ଆପଣ ପ୍ରତିମାଟିକୁ ନିରୀକ୍ଷଣ କରୁଥିବା ସମୟରେ କର୍ତ୍ତିତ ହୋଇ ନ ଥିବା ଏକ ପ୍ରସ୍ତର ଶୂନ୍ୟରେ ଉଡ଼ିଆସି ସେହି ପ୍ରତିମାର ଲୌହ ଓ ମୃତ୍ତିକାମୟ ପାଦକୁ ଆଘାତ କରି ଖଣ୍ତ ବିଖଣ୍ତିତ କଲା। 35 ତା'ପରେ ସଙ୍ଗେ ସଙ୍ଗେ ଲୌହ, ମୃତ୍ତିକା, ପିତ୍ତଳ, ରୂପା ଓ ସୁନା ଖଣ୍ତ ଖଣ୍ତ ହୋଇ ଭାଙ୍ଗି ଗଲା। ଆଉ ସେ ସବୁ ଗ୍ରୀଷ୍ମକାଳୀନ ଖଳାର ତୁଷପରି ହେଲା। ବାୟୁ ସେସବୁକୁ ଉଡ଼ାଇ ନେଇଗଲା ଓ ତା'ର କିଛି ରହିଲା ନାହିଁ। ଆଉ ସେହି ପ୍ରତିମାକୁ ଆଘାତ କରିଥିବା ପ୍ରସ୍ତର ଏକ ପର୍ବତ ପରି ବଢ଼ିଲା ଓ ତାହା ସମୁଦାୟ ପୃଥିବୀକୁ ପରିପୂର୍ଣ୍ଣ କଲା।

36 “ସ୍ୱପ୍ନଟି ଏହି, ବର୍ତ୍ତମାନ ଆମ୍ଭେମାନେ ମହାରାଜାଙ୍କୁ ତା'ର ଅର୍ଥ ଜଣାଇବୁ। 37 ହେ ମହାରାଜ, ଆପଣ ଜଣେ ମହାନ ରାଜା। ସ୍ୱର୍ଗସ୍ଥ ପରମେଶ୍ୱର ଆପଣଙ୍କୁ ରାଜ୍ୟ, ପରାକ୍ରମ, କ୍ଷମତା ଓ ମହିମା ଦେଇଅଛନ୍ତି। 38 ପୃଥିବୀସ୍ଥ ମନୁଷ୍ୟ, ତନ୍ମଧ୍ୟସ୍ଥ ଭୂଚର ପଶୁଗଣ ଓ ଆକାଶର ପକ୍ଷୀଗଣ ପରମେଶ୍ୱରଙ୍କ ଶକ୍ତିଦ୍ୱାରା ତୁମ୍ଭର ଶାସନାଧୀନ ଅଟନ୍ତି। ଆଉ ସେମାନଙ୍କ ଉପରେ ଆପଣଙ୍କୁ କର୍ତ୍ତୃତ୍ୱ ଦେଇଅଛନ୍ତି। ଆପଣ ହିଁ ସେହି ପ୍ରତିମାର ସୁବର୍ଣ୍ଣମୟ ମସ୍ତକ ଅଟନ୍ତି।

39 “ପୁଣି ଆପଣଙ୍କ ପରେ ଆପଣଙ୍କଠାରୁ ଏକ ନ୍ୟୁନ ରାଜ୍ୟ ଉଠିବ ଓ ତାହା ହେଉଛି ରୌପ୍ୟମୟ ଅଂଶ ଓ ତାହାପରେ ପିତ୍ତଳମୟ ତୃତୀୟ ଏକ ରାଜ୍ୟ ଉଠିବ, ତାହା ସମଗ୍ର ପୃଥିବୀ ଉପରେ କର୍ତ୍ତୃତ୍ୱ କରିବ। 40 ପୁଣି ତାହାପରେ ଚତୁର୍ଥରାଜ୍ୟ ଲୌହପରି ଶକ୍ତିଶାଳୀ ହେବ। ଲୌହ ଯେପରି ସମସ୍ତ ଦ୍ରବ୍ୟକୁ ଖଣ୍ତ ଖଣ୍ତ କରି ଚୂର୍ଣ୍ଣ କରେ, ସେହିପରି ସେ ରାଜ୍ୟ ଅନ୍ୟ ସମସ୍ତ ରାଜ୍ୟକୁ ଖଣ୍ତ ଖଣ୍ତ କରି ଧୂଳିସାତ୍ କରିବ।

41 “ଆପଣ ଯେପରି ଦେଖିଲେ ସେ ପାଦ ଓ ପାଦର ଅଙ୍ଗୁଳି ଆଂଶିକ ଲୌହମୟ ଓ ଆଂଶିକ ମୃତ୍ତିକାମୟ ଥିଲା। ସେହିପରି ସେ ରାଜ୍ୟ ବିଭକ୍ତ ହେବ। ମାତ୍ର ତହିଁରେ ଲୌହର ଦୃଢ଼ତା ରହିବ କାରଣ କର୍ଦ୍ଦମରେ ଲୌହ ମିଶ୍ରିତ ଥିବାର ଆପଣ ଦେଖିଲେ। 42 ଯେପରି ପାଦର ଅଙ୍ଗୁଳିସବୁ କିଛି ଲୌହମୟ ଓ କିଛି ମୃର୍ତ୍ତିକାମୟ ଥିଲା, ସେହିପରି ରାଜ୍ୟର ଏକ ଅଂଶ ସୁଦୃଢ଼ ଓ ଅନ୍ୟ ଅଂଶ ଦୁର୍ବଳ ହେବ। 43 କିନ୍ତୁ ଲୌହ ଯେପରି ମୃତ୍ତିକାରେ ସମ୍ପୂର୍ଣ୍ଣ ଭାବରେ ମିଶ୍ରିତ ହୁଏ ନାହିଁ, ସେହିପରି ରାଜ୍ୟଗୁଡ଼ିକର ଲୋକମାନେ ମିଶି ଯିବେ ମାତ୍ର ଏକତ୍ରିତ ହୋଇ ପାରିବେ ନାହିଁ।

44 “ଚତୁର୍ଥ ରାଜ୍ୟର ରାଜତ୍ୱ ସମୟରେ ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ। ସେହି ରାଜ୍ୟ ଅନନ୍ତକାଳସ୍ଥାୟୀ ହୋଇ ରହିବ। ଆଉ ମଧ୍ୟ ତାହା ଅନ୍ୟ ହାତକୁ ଯିବ ନାହିଁ। ଆଉ ଏହା ଅନ୍ୟ ସମସ୍ତ ରାଜ୍ୟଗୁଡ଼ିକୁ ଧ୍ୱଂସ କରି ଦେବ।

45 “ଏବଂ ଆପଣ ସ୍ୱପ୍ନରେ ଦେଖିଲେ କୌଣସି ଲୋକଦ୍ୱାରା ଛେଦିତ ହୋଇ ନ ଥିବା ଏକ ପ୍ରସ୍ତର ପର୍ବତରୁ ଆସିଲା ଓ ସେହି ପ୍ରସ୍ତର ଲୌହ, ପିତ୍ତଳ, ମୃତ୍ତିକା, ରୂପା ଓ ସୁନାକୁ ଚୂର୍ଣ୍ଣ କଲା। ତେଣୁ ଯାହା ଏହା ପରେ ଘଟିବ ତାହା ମହାନ ପରମେଶ୍ୱର ଆପଣଙ୍କୁ ଜଣାଇଲେ। ଆଉ ଏହି ସ୍ୱପ୍ନ ନିଶ୍ଚିତ ଓ ତାହାର ଅର୍ଥ ସତ୍ୟ।”

46 ସେତେବେଳେ ରାଜା ନବୂଖ‌ଦ୍‌ନିତ୍ସର ମୁହଁ ମାଡ଼ି ପଡ଼ି ଦାନିୟେଲଙ୍କୁ ପ୍ରଣାମ କଲା ଓ ଲୋକମାନଙ୍କୁ ଦାନିୟେଲ ଉଦ୍ଦେଶ୍ୟରେ ନୈବେଦ୍ୟ ଓ ସୁଗନ୍ଧି ଧୂପ ଉତ୍ସର୍ଗ କରିବାକୁ ଆଦେଶ କଲା। 47 ତତ୍ପରେ ଦାନିୟେଲଙ୍କୁ ରାଜା କହିଲେ, “ମୁଁ ଜାଣେ ତୁମ୍ଭର ପରମେଶ୍ୱର ସମସ୍ତ ଈଶ୍ୱରଗଣର ପରମେଶ୍ୱର ଓ ରାଜଗଣର ସଦାପ୍ରଭୁ ଓ ଯେ ଗୁପ୍ତ ବିଷୟଗୁଡ଼ିକର ପ୍ରକାଶକୁ ଆଣନ୍ତି। କାରଣ ତୁମ୍ଭେ ମୋତେ ଏହି ନିଗୂଢ଼ କଥା ପ୍ରକାଶ କରିବାକୁ ସମର୍ଥ ଅଟ।”

48 ତା'ପରେ ରାଜା ଦାନିୟେଲଙ୍କୁ ତାଙ୍କ ରାଜ୍ୟରେ ଏକ ମହାନ କାର୍ଯ୍ୟରେ ନିଯୁକ୍ତି କଲେ ଓ ବହୁମୂଲ୍ୟ ଉପହାରମାନ ଦେଲେ। ଆଉ ବାବିଲ ପ୍ରଦେଶ ଉପରେ ତାଙ୍କୁ ସମସ୍ତ କର୍ତ୍ତୃତ୍ୱ ପଦ ଦେଇ ବାବିଲସ୍ଥ ସବୁ ବିଦ୍ୱାନ ଲୋକଙ୍କ ଉପରେ ତାଙ୍କୁ ପ୍ରଧାନ ଅଧିପତି କଲେ। 49 ପୁଣି ଦାନିୟେଲଙ୍କ ଆବେଦନ କ୍ରମେ ରାଜା ଶଦ୍ରକ୍, ମୈଶକ୍ ଓ ଅବେ‌‌ଦ୍‌‌ନଗୋଙ୍କୁ ବାବିଲ ପ୍ରଦେଶର କେତେକ ମୁଖ୍ୟ କର୍ମଗ୍ଭରୀରୂପେ ନିଯୁକ୍ତ କଲେ। ମାତ୍ର ଦାନିୟେଲ ଜଣେ ପ୍ରଧାନ ଅଧିପତି ହୋଇ ରାଜ ଦ୍ୱାରରେ ରହିଲେ।

ସୁବର୍ଣ୍ଣ ପ୍ରତିମା ଓ ଉତ୍ତପ୍ତ ଅଗ୍ନିକୁଣ୍ତ

ରାଜା ନବୂଖ‌ଦ୍‌ନିତ୍ସର ଷାଠିଏ ହାତ ଉଚ୍ଚ ଓ ଛଅହାତ ପ୍ରସ୍ଥ ଏକ ସୁବର୍ଣ୍ଣମୟ ପ୍ରତିମା ନିର୍ମାଣ କଲା। ସେ ପ୍ରତିମାଟିକୁ ବାବିଲ ପ୍ରଦେଶର ଦୂରା ନାମକ ପଦାରେ ସ୍ଥାପନ କଲା। ସେହି ପ୍ରତିମା ସ୍ଥାପନର ପ୍ରତିଷ୍ଠା ନିମନ୍ତେ ଆସିବାକୁ ରାଜା ସମସ୍ତ କ୍ଷିତିପାଳ, ରାଜପ୍ରତିନିଧି, ଦେଶାଧ୍ୟକ୍ଷ ବିଗ୍ଭରକର୍ତ୍ତା, କୋଷାଧ୍ୟକ୍ଷ, ବ୍ୟବସ୍ଥାପକ, ବେବର୍ତ୍ତା ଓ ପ୍ରାଦେଶିକ ଶାସକଙ୍କୁ ଏକତ୍ର କରିବା ନିମନ୍ତେ ଲୋକ ପ୍ରେରଣ କଲା।

ତେଣୁ ସେମାନେ ରାଜାଙ୍କ ଆହ୍ୱାନରେ ସମସ୍ତେ ଆସିଲେ ଓ ସ୍ଥାପିତ ପ୍ରତିମାର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ। ଆଉ ସେମାନେ ସେହି ସ୍ଥାପିତ ପ୍ରତିମାର ସମ୍ମୁଖରେ ଠିଆ ହେଲେ। ତା'ପରେ ରାଜାଙ୍କର ଜଣେ ଘୋଷକ ଉଚ୍ଚ ସ୍ୱରରେ କହିଲା, “ହେ ଲୋକବୃନ୍ଦ, ଗୋଷ୍ଠୀବର୍ଗ ଓ ବିଭିନ୍ନ ଭାଷାବାଦୀଦଳ, ତୁମ୍ଭମାନଙ୍କୁ ଏହି ଆଜ୍ଞା ଦିଆଗଲା। ଯେତେବେଳେ ତୁମ୍ଭେମାନେ ସମସ୍ତେ ତୂରୀ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ, ମୃଦଙ୍ଗ ଓ ସବୁପ୍ରକାର ବାଦ୍ୟ ଶୁଣିବ, ସେତେବେଳେ ତୁମ୍ଭେମାନେ ରାଜା ନବୂଖ‌ଦ୍‌ନିତ୍ସରଙ୍କ ଦ୍ୱାରା ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ନିଶ୍ଚୟ ପୂଜା କରିବ। ପୁଣି ଯେକେହି ମୁଣ୍ତ ନୁଆଁଇ ପ୍ରଣାମ ନ କରିବ, ସେ ସେହି ମୁହୂର୍ତ୍ତରେ ଜ୍ୱଳନ୍ତ ଅଗ୍ନିକୁଣ୍ତରେ ନିକ୍ଷିପ୍ତ ହେବ।”

ଏଣୁ ଯେତେବେଳେ ସମସ୍ତ ଲୋକ ତୂରୀ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ ଓ ସବୁପ୍ରକାର ବାଦ୍ୟ ଶୁଣିଲେ ସେତେବେଳେ ସମସ୍ତ ଲୋକ, ଗୋଷ୍ଠୀବର୍ଗ ଓ ଭାଷାବାଦୀମାନେ ରାଜା ନବୂଖ‌ଦ୍‌ନିତ୍ସରଙ୍କ ସ୍ଥାପିତ ପ୍ରତିମା ସମ୍ମୁଖରେ ମୁଣ୍ତ ନୁଆଁଇ ପ୍ରଣାମ କଲେ।

ସେହି ସମୟରେ କେତେକ କ‌‌ଲ୍‌‌‌‌ଦୀୟ ଲୋକ ରାଜାଙ୍କ ନିକଟକୁ ଆସି ଯିହୁଦୀୟ ଲୋକମାନଙ୍କ ବିରୁଦ୍ଧରେ ଅପବାଦ ଆଣିଲେ। ସେମାନେ ନବୂଖ‌ଦ୍‌ନିତ୍ସରଙ୍କୁ ଆଶୀର୍ବାଦ କରି କହିଲେ, “ହେ ମହାରାଜ, ଚିରଜୀବି ହୁଅନ୍ତୁ। 10 ହେ ମହାରାଜ, ଆପଣ ଆଜ୍ଞା କରିଛନ୍ତି ଯେକେହି ତୂରୀ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ, ମୃଦଙ୍ଗ ଓ ସବୁପ୍ରକାର ବାଦ୍ୟ ଶୁଣିବ, ସେ ମୁଣ୍ତ ନୁଆଁଇ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରିବ। 11 ପୁଣି ଯେକୌଣସି ଲୋକ ମୁଣ୍ତ ନୁଆଁଇ ପ୍ରଣାମ ନ କରିବ ସେ ଜ୍ୱଳନ୍ତା ଅଗ୍ନିକୁଣ୍ତରେ ନିକ୍ଷିପ୍ତ ହେବ। 12 ଆଉ ଆପଣ ବାବିଲ ପ୍ରଦେଶର ରାଜ କର୍ମରେ ନିଯୁକ୍ତ କରିଥିବା କେତେକ ଯିହୁଦୀ ଲୋକ, ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋ ଯେଉଁମାନେ କି ଆପଣଙ୍କ ଆଜ୍ଞା ପାଳନ କରି ନାହାନ୍ତି। ସେମାନେ ଆପଣଙ୍କ ଦେବଗଣର ସେବା କରନ୍ତି ନାହିଁ କି ଆପଣଙ୍କ ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ପୂଜା କରନ୍ତି ନାହିଁ।”

13 ଏହି ସମ୍ବାଦ ଶୁଣି ନବୂଖ‌ଦ୍‌ନିତ୍ସର କ୍ରୋଧାନ୍ୱିତ ହୋଇ ତାଙ୍କର ଲୋକମାନଙ୍କୁ ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋକୁ ଆଣିବା ପାଇଁ ପଠାଇଲେ। ତେଣୁ ତାଙ୍କର ଲୋକମାନେ ସେମାନଙ୍କୁ ରାଜାଙ୍କର ବିଗ୍ଭରାଳୟ ଛାମୁକୁ ଆଣିଲେ। 14 ଆଉ ନବୂଖ‌ଦ୍‌ନିତ୍ସର ସେମାନଙ୍କୁ ପଗ୍ଭରିଲେ, “ହେ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋ, ଏହା କ’ଣ ସତ୍ୟ, ତୁମ୍ଭେମାନେ ମୋର ଦେବତାଗଣର ପୂଜା କରୁ ନାହିଁ ଓ ମୋର ସ୍ଥାପିତ ସୁବର୍ଣ୍ଣମୟ ପ୍ରତିମାକୁ ପ୍ରଣାମ କରୁ ନାହିଁ। 15 ଯେତେବେଳେ ତୂରୀ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ, ମୃଦଙ୍ଗ ଓ ସବୁପ୍ରକାର ବାଦ୍ୟ ଶୁଣ, ତୁମ୍ଭେମାନେ ସୁବର୍ଣ୍ଣ ପ୍ରତିମାକୁ ମୁଣ୍ତ ନୁଆଁଇ ପ୍ରଣାମ କରିବ। ଯଦି ତୁମ୍ଭେମାନେ ପୂଜା ନ କର ତେବେ ତୁମ୍ଭମାନଙ୍କୁ ଜ୍ୱଳନ୍ତ ଅଗ୍ନି କୁଣ୍ଡରେ ଫିଙ୍ଗା ଯିବ। ଆଉ ଏପରି କୌଣସି ଦେବତା ନାହାନ୍ତି ଯେ କି ମୋ'ଠାରୁ ତୁମ୍ଭମାନଙ୍କୁ ଉଦ୍ଧାର କରିବ।”

16 ଶଦ୍ରକ, ମୈଶକ ଓ ଅବେଦ୍-ନଗୋ ରାଜାଙ୍କୁ ଉତ୍ତର କଲେ, “ହେ ନବୂଖ‌ଦ୍‌ନିତ୍ସର, ଏ ବିଷୟରେ ଆପଣଙ୍କୁ ଉତ୍ତର ଦେବାର ଆମ୍ଭମାନଙ୍କର ପ୍ରୟୋଜନ ନାହିଁ। 17 ଯଦି ଆପଣ ଆମ୍ଭମାନଙ୍କୁ ଜ୍ୱଳନ୍ତ ଅଗ୍ନିକୁଣ୍ତରେ ନିକ୍ଷେପ କରନ୍ତି ତେବେ ଯାହାଙ୍କୁ ଆମ୍ଭେମାନେ ସେବା କରୁଅଛୁ ସେହି ପରମେଶ୍ୱର ଆମ୍ଭମାନଙ୍କୁ ରକ୍ଷା କରିବାକୁ ସମର୍ଥ ଅଟନ୍ତି, ଆଉ ହେ ମହାରାଜ, ସେ ଆପଣଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ। 18 ଆଉ ଏପରିକି ପରମେଶ୍ୱର ଯଦି ଆମ୍ଭମାନଙ୍କୁ ରକ୍ଷା କରିବାକୁ ନ ଆସନ୍ତି ତଥାପି ଆମ୍ଭେମାନେ ଆପଣଙ୍କ ଦେବତାଗଣର ପୂଜା କରିବୁ ନାହିଁ କି ଆପଣଙ୍କ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରିବୁ ନାହିଁ।”

19 ଏଥିରେ ନବୂଖ‌ଦ୍‌ନିତ୍ସର ଅତ୍ୟନ୍ତ କ୍ରୋଧାନ୍ୱିତ ହେଲା। ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପ୍ରତିକୂଳରେ ତା'ର ମୁଖ ବିକଟାକାର ହେଲା। ତେଣୁ ସେ ଅଗ୍ନିକୁଣ୍ତକୁ ସାଧାରଣ ଉତ୍ତାପଠାରୁ ସାତଗୁଣ ଉତ୍ତପ୍ତ କରିବାକୁ ଆଜ୍ଞା ଦେଲା। 20 ତା'ପରେ ନବୂଖ‌ଦ୍‌ନିତ୍ସର ଆପଣା ସୈନ୍ୟବାହିନୀ ମଧ୍ୟରୁ କେତେକ ବଳବାନ ସୈନ୍ୟକୁ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋକୁ ବାନ୍ଧି ଜ୍ୱଳନ୍ତ ଅଗ୍ନିକୁଣ୍ତରେ ପକାଇବାକୁ ଆଜ୍ଞା ଦେଲେ।

21 ତେଣୁ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋକୁ ବାନ୍ଧି ପ୍ରଜ୍ୱଳିତ ଅଗ୍ନିକୁଣ୍ତକୁ ଫିଙ୍ଗା ଗଲା। ସେତେବେଳେ ସେମାନେ ସେମାନଙ୍କର ପ୍ୟାଣ୍ଟ, ସାର୍ଟ, ଉତ୍ତରୀୟ ଓ ଅନ୍ୟାନ୍ୟ ବସ୍ତ୍ର ପରିଧାନ କରିଥିଲେ। 22 ରାଜା ଆଜ୍ଞା କଲାବେଳେ ଅତ୍ୟନ୍ତ କ୍ରୋଧିତ ଥିଲେ ଓ ଅଗ୍ନିକୁଣ୍ତକୁ ଅତିଶୟ ଉତ୍ତପ୍ତ କରା ଯାଇଥିଲା। ତେଣୁ ଶଦ୍ରକ, ମୈଶକ୍ ଏବଂ ଅବେଦ୍-ନଗୋକୁ ଫିଙ୍ଗିବାକୁ ଯାଇଥିବା ସୈନ୍ୟମାନେ ଅଗ୍ନିଶିଖା ଦ୍ୱାରା ପୋଡ଼ି ମଲେ। 23 ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋ ଜ୍ୱଳନ୍ତ ଅଗ୍ନିକୁଣ୍ତରେ ପଡ଼ିଲେ। ସେମାନଙ୍କୁ ଦୃଢ଼ଭାବରେ ବନ୍ଧା ଯାଇଥିଲା।

24 ଏଥିରେ ରାଜା ନବୂଖ‌ଦ୍‌ନିତ୍ସର ଚମତ୍କୃତ ହୋଇ ଶୀଘ୍ର ଉଠିଲେ। ସେ ଆପଣା ମନ୍ତ୍ରୀମାନଙ୍କୁ ପଗ୍ଭରିଲେ, “ଆମ୍ଭେ ତିନିଲୋକଙ୍କୁ ବାନ୍ଧି ଅଗ୍ନିକୁଣ୍ତରେ ପକାଇ ନ ଥିଲୁ?”

ମନ୍ତ୍ରୀମାନେ ଉତ୍ତର କଲେ, “ଏହା ସତ୍ୟ ସହାରାଜ।”

25 ରାଜା ଉତ୍ତର କରି କହିଲେ, “ଦେଖ, ମୁଁ ଅଗ୍ନି କୁଣ୍ତରେ ଗ୍ଭରିଟି ମୁକ୍ତ ଲୋକ ବିଚରଣ କରୁଥିବାର ଦେଖୁଛି। ଆଉ ସେମାନେ ଦ‌ଗ୍‌ଧିଭୂତ ହୋଇ ନାହାନ୍ତି ଓ ଚତୁର୍ଥ ଲୋକଟି ଦେବପୁତ୍ର ସଦୃଶ।”

26 ତା'ପରେ ନବୂଖ‌ଦ୍‌ନିତ୍ସର ପ୍ରଜ୍ୱଳିତ ଅଗ୍ନିକୁଣ୍ତ ଆଡ଼କୁ ଯାଇ କହିଲା, “ହେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ଦାସ, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋ, ତୁମ୍ଭେମାନେ ଅଗ୍ନିକୁଣ୍ତରୁ ବାହାରି ଆସ।”

ତା'ପରେ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋ ଅଗ୍ନି ମଧ୍ୟରୁ ବାହାରି ଆସିଲେ। 27 ପୁଣି କ୍ଷିତିପାଳ, ରାଜ ପ୍ରତିନିଧି, ଦେଶାଧ୍ୟକ୍ଷ ଓ ରାଜମନ୍ତ୍ରୀମାନେ ଏକତ୍ରିତ ହୋଇ ସେହି ତିନି ଜଣଙ୍କୁ ଦେଖିଲେ ଯେ ଅଗ୍ନି ସେମାନଙ୍କର ଶରୀରରେ କୌଣସି ଅଂଶ ଦ‌ଗ୍‌ଧ କରି ନାହିଁ। ସେମାନଙ୍କ ମସ୍ତକର କେଶ କି ସେମାନଙ୍କର ପାଇଜାମା ଦ‌ଗ୍‌ଧ ହୋଇ ନାହିଁ କି ସେମାନଙ୍କର ଶରୀରରେ ଅଗ୍ନିର ଗନ୍ଧ ନାହିଁ।

28 ତା'ପରେ ନବୂଖ‌ଦ୍‌ନିତ୍ସର କହିଲା, “ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପରମେଶ୍ୱର ଧନ୍ୟ, ଯେହେତୁ ସେ ଆପଣା ଦୂତ ପଠାଇଲେ ଓ ଆପଣା ଦାସମାନଙ୍କୁ ଅଗ୍ନିରୁ ଉଦ୍ଧାର କଲେ। ଆଉ ଏହି ତିନି ଜଣ ଆପଣା ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିଲେ ଓ ତାଙ୍କ ଭିନ୍ନ ଅନ୍ୟ କୌଣସି ଦେବତାଙ୍କର ପୂଜା କଲେ ନାହିଁ କି ପ୍ରଣାମ କଲେ ନାହିଁ। ଆଉ ମଧ୍ୟ ରାଜବାକ୍ୟ ଅମାନ୍ୟ କରି ଆପଣା ପରମେଶ୍ୱରଙ୍କ ସେବା କଲେ। 29 ତେଣୁ ମୁଁ ବର୍ତ୍ତମାନଠାରୁ ତାହା ଆଜ୍ଞା କରୁଅଛି ଯଦି କୌଣସି ଲୋକ ଜାତି ଓ ଭାଷାବାଦୀଦଳ, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପରମେଶ୍ୱରଙ୍କ ପ୍ରତିକୂଳରେ ଭ୍ରାନ୍ତିଜନକ କଥା କହିବେ, ସେମାନେ ଖଣ୍ତ ଖଣ୍ତ ହୋଇ କଟାଯିବେ ଓ ସେମାନଙ୍କର ଗୃହସବୁ ଭଙ୍ଗା ହେବ ଓ ଧୂଳିସାତ୍ ହେବ। କାରଣ ଏହିପରି ଭାବରେ କୌଣସି ଦେବତା ତାଙ୍କର ଦାସମାନକୁ ଉଦ୍ଧାର କରି ପାରିବେ ନାହିଁ।” 30 ଏହା ପରେ ରାଜା ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋକୁ ବାବିଲ ପ୍ରଦେଶରେ ପ୍ରଧାନ ପଦରେ ନିଯୁକ୍ତ କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center