Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 46-48

ଅଧିପତି ଓ ପର୍ବଗୁଡ଼ିକ

46 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଭିତର ପ୍ରାଙ୍ଗଣର ପୂର୍ବଦ୍ୱାର କାର୍ଯ୍ୟକାରୀ ଛଅ ଦିନ ବନ୍ଦ ରହିବ। ମାତ୍ର ବିଶ୍ରାମ ଦିନ ଓ ଅମାବାସ୍ୟା ଦିନ ଖୋଲା ରହିବ। ପୁଣି ଅଧିପତି ବାହାର ଦ୍ୱାରର ବାରଣ୍ଡା ଦେଇ ପ୍ରବେଶ କରିବେ ଓ ଦ୍ୱାର ଚୌକାଠ ନିକଟରେ ଠିଆ ହେବେ। ଆଉ ଯାଜକମାନେ ତାଙ୍କର ହୋମାର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ସେ ଦ୍ୱାର ପ୍ରବେଶ ସ୍ଥାନରେ ପ୍ରଣାମ କରିବେ ଓ ତା'ପରେ ବାହାରି ଯିବେ। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଦ୍ୱାର ବନ୍ଦ କରାଯିବ ନାହିଁ। ଆଉ ବିଶ୍ରାମ ବାରରେ ଓ ଅମାବାସ୍ୟାରେ ସେହି ଦ୍ୱାର ପ୍ରବେଶ ସ୍ଥାନ ନିକଟରେ ଦେଶର ସାଧାରଣ ଲୋକମାନେ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରଣାମ କରିବେ।

“ପୁଣି ଅଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ହୋମବଳି ଉତ୍ସର୍ଗ କରିବେ, ତାହା ବିଶ୍ରାମ ଦିନରେ ନିଖୁଣ ଛଅ ଗୋଟି ମେଷଶାବକ ଓ ନିଖୁଣ ଏକ ମେଷ ହେବ। ଆଉ ଭକ୍ଷ୍ୟ ନୈବେଦ୍ୟ ରୂପେ ମେଷ ସଙ୍ଗେ ଶସ୍ୟ ନୈବେଦ୍ୟ ଦେବେ ଓ ମେଷଶାବକ ସଙ୍ଗେ ସେ ନିଜର ଶକ୍ତି ଅନୁସାରେ ଭକ୍ଷ୍ୟ ନୈବେଦ୍ୟ ଦେବେ। ପୁଣି ଏକ ଏକ ଐଫା ପାଇଁ ଏକ ଏକ ହୀନ ତୈଳ ଦେବେ।

“ଅମାବାସ୍ୟା ଦିନ ହୋମବଳି ନିମନ୍ତେ ଏକ ନିଖୁଣ ଗୋବତ୍ସ ଛଅ ମେଷ ଶାବକ ଓ ଏକ ମେଷ ହେବ। ଆଉ ଏଗୁଡ଼ିକ ସବୁ ନିଖୁଣ ହେବେ। ଆଉ ଅଧିପତି ଭକ୍ଷ୍ୟ ନୈବେଦ୍ୟ ରୂପେ ଗୋବତ୍ସ ସଙ୍ଗେ ଏକ ଐଫା ଶସ୍ୟ, ମେଷ ସଙ୍ଗେ ଏକ ଐଫା ଶସ୍ୟ ଓ ମେଷଶାବକମାନଙ୍କ ସଙ୍ଗେ ନିଜ ନିଜ ଶକ୍ତି ଅନୁସାରେ ଦେବେ। ଆଉ ଏକ ଏକ ଐଫା ପରି ଏକ ଏକ ହୀନ ତୈଳ ଦେବେ।

“ପୁଣି ଅଧିପତି ପ୍ରବେଶ କଲାବେଳେ ସେହି ଦ୍ୱାର ବାରଣ୍ଡା ଦେଇ ଭିତରକୁ ପ୍ରବେଶ କରିବେ ଓ ସେହି ପଥ ଦେଇ ବାହାରି ଯିବେ।

“ମାତ୍ର ନିରୂପିତ ପର୍ବଦିନମାନଙ୍କରେ ଯେତେବେଳେ ଦେଶର ଲୋକମାନେ ସଦାପ୍ରଭୁଙ୍କ ଛାମୁକୁ ଆସିବେ, ସେତେବେଳେ ଯେଉଁ ଲୋକ ପ୍ରଣାମ କରିବା ପାଇଁ ଉତ୍ତର ଦ୍ୱାର ପଥଦେଇ ଆସିବ, ସେ ଦକ୍ଷିଣ ଦ୍ୱାର ପଥଦେଇ ବାହାରି ଯିବ। ଆଉ ଯେଉଁ ଲୋକ ଦକ୍ଷିଣ ଦ୍ୱାର ପଥ ଦେଇ ଭିତରକୁ ପ୍ରବେଶ କରିବ, ସେ ଉତ୍ତର ଦ୍ୱାର ପଥଦେଇ ବାହାରି ଯିବ। ମାତ୍ର କେହି ଯେଉଁ ଦ୍ୱାର ଦେଇ ଆସିବେ ସେହି ଦ୍ୱାର ଦେଇ ଫେରିବେ ନାହିଁ। ଆଉ ନିଜ ସମ୍ମୁଖସ୍ଥ ପଥ ଦେଇ ବାହାରି ଯିବ। 10 ପୁଣି ଲୋକମାନେ ଯେତେବେଳେ ଭିତରକୁ ଯିବେ ସେତେବେଳେ ଅଧିପତି ସେମାନଙ୍କ ସହିତ ଭିତରକୁ ଯିବେ। ଆଉ ବାହାରିଲା ବେଳେ ସେମାନେ ଏକତ୍ର ବାହାରିଯିବେ।

11 “ଆଉ ପର୍ବ ଓ ଉତ୍ସବାଦି ସମୟରେ ଶସ୍ୟ ନୈବେଦ୍ୟ ରୂପେ ଏକ ଗୋବତ୍ସ ସଙ୍ଗେ ଏକ ଐଫା ଶସ୍ୟ ନୈବେଦ୍ୟ, ଏକ ଅଣ୍ଡିରା ମେଷ ସଙ୍ଗେ ଏକ ଐଫା ଶସ୍ୟ ନୈବେଦ୍ୟ ଓ ମେଷ ଶାବକମାନଙ୍କ ସଙ୍ଗେ ଶସ୍ୟ ନୈବେଦ୍ୟ ଆପଣା ଶକ୍ତି ଅନୁସାରେ ଆଉ ଏକ ଏକ ଐଫା ସଙ୍ଗେ ଏକ ଏକ ହୀନ ତୈଳ ଦେବେ।

12 “ପୁଣି ଅଧିପତି ଯେତେବେଳେ ସ୍ୱେଚ୍ଛାଦତ୍ତ ଉପହାର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଅବା ମଙ୍ଗଳାର୍ଥକ ବଳି ସ୍ୱେଚ୍ଛାଦତ୍ତ ଉପହାର ରୂପେ ଉତ୍ସର୍ଗ କରିବେ, ସେତେବେଳେ ତାଙ୍କ ପାଇଁ ପୂର୍ବଦ୍ୱାର ଫିଟାଯିବ। ଏବଂ ସେ ବିଶ୍ରାମ ଦିନରେ ଯେପରି କରନ୍ତି ସେହିପରି ଆପଣା ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ତା'ପରେ ସେ ବାହାରି ଯିବେ ଓ ବାହାରି ଗଲାପରେ ଦ୍ୱାର ବନ୍ଦ କରାଯିବ।

ପ୍ରତ୍ୟହ ନୈବେଦ୍ୟ

13 “ପୁଣି ତୁମ୍ଭେ ପ୍ରତିଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ଏକ ବର୍ଷୀୟ ନିଖୁଣ ଏକ ମେଷ ଶାବକ ଉତ୍ସର୍ଗ କରିବ। ତାହା ତୁମ୍ଭେ ପ୍ରତି ପ୍ରଭାତରେ ଉତ୍ସର୍ଗ କରିବ। 14 ଆଉ ତାହା ସହିତ ତୁମ୍ଭେ ପ୍ରତି ପ୍ରଭାତ ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଐଫାର ଏକ ଷଷ୍ଠାଂଶ ଓ ସରୁ ମଇଦାକୁ ତିନ୍ତାଇବାକୁ ଏକ ହୀନର ଏକ ତୃତୀୟାଂଶ ତୈଳ ଉତ୍ସର୍ଗ କରିବ। ଏହି ଶସ୍ୟ ନୈବେଦ୍ୟ ବନ୍ଦ ନ କରି ସର୍ବଦା ଦେବ। 15 ଏହିରୂପେ ଲୋକମାନେ ନିତ୍ୟ ହୋମବଳି ରୂପେ ପ୍ରତି ପ୍ରଭାତରେ ମେଷଛୁଆ, ଭକ୍ଷ୍ୟ ନୈବେଦ୍ୟ ଓ ତୈଳ ଉତ୍ସର୍ଗ କରିବେ।”

ଅଧିପତିଙ୍କ ଉତ୍ତରାଧିକାରୀଙ୍କ ପାଇଁ ବିଧି

16 ସଦାପ୍ରଭୁ ମୋର ପ୍ରଭୁ କହନ୍ତି, “ଯଦି ଅଧିପତି ନିଜ ପୁତ୍ରମାନଙ୍କରୁ ଜଣକୁ ତାଙ୍କ ଭୂମିର ଅଂଶରୁ ଗୋଟିଏ ଉପହାର କରନ୍ତି, ତେବେ ତା'ର ଉତ୍ତରାଧିକାରୀ ସେହି ପୁତ୍ରମାନେ ହେବେ। ଏହା ସେମାନଙ୍କର ସମ୍ପତ୍ତି ହେବ। 17 ମାତ୍ର ଯଦି ଅଧିପତି ନିଜ ଦାସମାନଙ୍କ ମଧ୍ୟରୁ କାହାକୁ କିଛି ଦାନ କରନ୍ତି, ତେବେ ତାହା ମୁକ୍ତିବର୍ଷ ପର୍ଯ୍ୟନ୍ତ ତାହାର ହେବ। ଓ ତା'ପରେ ତାହା ଅଧିପତି ନିକଟକୁ ଫେରିଯିବ। ଆଉ ସେ ଉତ୍ତରାଧିକାରିତ୍ୱ କେବଳ ତାଙ୍କ ପୁତ୍ରଗଣର ହେବ। 18 ଆଉ ଅଧିପତି ନିଶ୍ଚୟ ଲୋକମାନଙ୍କୁ ସେମାନଙ୍କ ଉତ୍ତରାଧିକାରୀରୁ ବଞ୍ଚିତ କରି ପାରିବେ ନାହିଁ, ସେମାନଙ୍କର ସମ୍ପତ୍ତିରୁ ତଡ଼ି ଦେଇ ପାରିବ ନାହିଁ। ତାଙ୍କର ପୁତ୍ରଗଣ କେବଳ ତାଙ୍କର ସମ୍ପତ୍ତିର ଅଧିକାର ପାଇବେ। ଏହି ପ୍ରକାରେ ମୋର କୌଣସି ଲୋକ ତା'ର ସମ୍ପତ୍ତିରୁ ଅଲଗା ହେବ ନାହିଁ।”

ସ୍ୱତନ୍ତ୍ର ପାକଶାଳା

19 ତା'ପରେ ସେ ଦ୍ୱାର ପାର୍ଶ୍ୱସ୍ଥ ପ୍ରବେଶ ପଥଦେଇ ମୋତେ ଯାଜକମାନଙ୍କର ଉତ୍ତରାଭିମୁଖ ପବିତ୍ର କୋଠରୀକୁ ଆଣିଲେ। ମୁଁ ସେଠାରେ ପଶ୍ଚିମରେ ଏକ ସ୍ଥାନ ଥିବାର ଦେଖିଲି। 20 ସେ ମୋତେ କହିଲେ, “ଏହି ସ୍ଥାନରେ ଯାଜକମାନେ ଦୋଷାର୍ଥକ ବଳି ଓ ପାପାର୍ଥକ ବଳି ସିଦ୍ଧ କରିବେ, ଆଉ ଭକ୍ଷ୍ୟ ନୈବେଦ୍ୟ ପାକ କରିବେ। ସେମାନେ ଲୋକମାନଙ୍କୁ ପବିତ୍ର କରିବା ନିମନ୍ତେ ତାହାର ପ୍ରାଙ୍ଗଣକୁ ତାହା ସବୁ ଆଣିବା ଦରକାର ନାହିଁ।”

21 ଏହା ପରେ ସେ ମୋତେ ବାହାର ପ୍ରାଙ୍ଗଣକୁ ଆଣି ସେହି ପ୍ରାଙ୍ଗଣର ଗ୍ଭରିକୋଣ ଦେଇ ଗମନ କରାଇଲେ। ଆଉ ସେହି ପ୍ରାଙ୍ଗଣର ପ୍ରତ୍ୟେକ କୋଣରେ ଗୋଟିଏ ଗୋଟିଏ ପ୍ରାଙ୍ଗଣ ଥିଲା। 22 ପ୍ରାଙ୍ଗଣର ଗ୍ଭରି କୋଣରେ ଗ୍ଭଳିଶ୍ ହାତ ଦୈର୍ଘ୍ୟ ଓ ତିରିଶ୍ ହାତ ପ୍ରସ୍ଥ ପ୍ରାଚୀର ବିଶିଷ୍ଟ ଏକ ଏକ ଛୋଟ ପ୍ରାଙ୍ଗଣ ଥିଲା। କୋଣମାନଙ୍କର ଏହି ଗ୍ଭରି ପ୍ରାଙ୍ଗଣର ମାପ ସମାନ ଥିଲା। 23 ସେହି ପ୍ରାଙ୍ଗଣର ଗ୍ଭରିପାଖରେ ଥାକ ଥିଲା। ସେହି ଥାକ ଭିତର ପାଖକୁ ଲାଗି ପାକସ୍ଥାନ ନିର୍ମିତ ହୋଇଥିଲା। 24 ଆଉ ସେ ମୋତେ କହିଲେ, “ଏସବୁ ପାକ ଗୃହ ଓ ଏହି ସ୍ଥାନରେ ଗୃହର ପରିଗ୍ଭରକମାନେ ଲୋକମାନଙ୍କ ବଳି ସିଦ୍ଧ କରିବେ।”

ସଦାପ୍ରଭୁଙ୍କ ମନ୍ଦିରରୁ ଜଳ ନିର୍ଗତ ହେବ

47 ଅନନ୍ତର ସେ ମୋତେ ଫେରାଇ ମନ୍ଦିରର ଦ୍ୱାର ନିକଟକୁ ଆଣିଲେ। ଗୃହର ପ୍ରବେଶ ସ୍ଥାନରେ ତଳୁ ଜଳ ନିର୍ଗତ ହୋଇ ପୂର୍ବଦିଗରେ ବହୁଥିବାର ମୁଁ ଦେଖିଲି କାରଣ ମନ୍ଦିର ସମ୍ମୁଖଭାଗ ପୂର୍ବାଭିମୂଖୀ ଥିଲା। ଆଉ ସେହି ଜଳ ତଳୁ ମନ୍ଦିରର ଦକ୍ଷିଣପାର୍ଶ୍ୱ ଦେଇ ଯଜ୍ଞବେଦିର ଦକ୍ଷିଣ ଦିଗରେ ବହିଲା। ଏବଂ ସେ ମୋତେ ଉତ୍ତର ଦ୍ୱାରର ପଥଦେଇ ବାହାରକୁ ଆଣିଲେ। ଆଉ ବାହାର ପଥଦେଇ ବୁଲାଇ ପୂର୍ବାଭିମୁଖ ଦ୍ୱାରର ପଥ ଉପରଦେଇ ବାହାର ଦ୍ୱାରକୁ ନେଇଗଲେ। ସେହି ସ୍ଥାନରେ ଦକ୍ଷିଣ ପାର୍ଶ୍ୱରେ ଜଳ ବହୁଥିବାର ମୁଁ ଦେଖିଲି।

ସେହି ବ୍ୟକ୍ତି ମାପ ଫିତା ଓ ନିଜ ହାତରେ ନେଇ ପୂର୍ବଆଡ଼େ ଗଲେ ଓ 1,000 ହାତ ମାପିଲେ। ଆଉ ମୋତେ ସେ ଜଳ ମଧ୍ୟଦେଇ ଗମନ କରାଇଲେ। ଜଳ ଆଣ୍ଠୁଏ ପର୍ଯ୍ୟନ୍ତ ହେଲା। ପୁଣି ସେ 1,000 ହାତ ମାପିଲେ ଓ ମୋତେ ଜଳ ମଧ୍ୟଦେଇ ଗମନ କରାଇଲେ, ଜଳ ଆଣ୍ଠୁ ପର୍ଯ୍ୟନ୍ତ ହେଲା। ପୁନର୍ବାର 1,000 ହାତ ମାପିଲେ ଓ ଜଳ ମଧ୍ୟଦେଇ ମୋତେ ଗମନ କରାଇଲେ, ଜଳ ଅଣ୍ଟା ପର୍ଯ୍ୟନ୍ତ ହେଲା। ତାହାପରେ ସେ ଆଉ 1,000 ହାତ ମାପିଲେ। ସେତେବେଳେ ତାହା ଏକ ଗଭୀର ନଦୀ ହେଲା ଓ ମୁଁ ତାହା ମଧ୍ୟଦେଇ ଗମନ କରିପାରିଲି ନାହିଁ। କାରଣ ଜଳ ଏତେ ଗଭୀର ଥିଲା ଯେ, ଜଣକୁ ପହଁରିବା ପାଇଁ ପଡ଼ିଥା’ନ୍ତା, କିନ୍ତୁ କେହି ପାର ହୋଇ ପାରିବେ ନାହିଁ। ତା'ପରେ ସେ ମୋତେ କହିଲେ, “ହେ ମନୁଷ୍ୟ ସନ୍ତାନ, ତୁମ୍ଭେ ଏହା ଦେଖିଲ କି?”

ତହୁଁ ସେ ମୋତେ ଫେରାଇ ନଦୀ ତୀରକୁ ଆଣିଲେ। ମୁଁ ଫେରି ଆସିଲା ବେଳେ ନଦୀ ତୀରର ଉଭୟ ପାର୍ଶ୍ୱରେ ଅନେକଗୁଡ଼ିଏ ବଡ଼ ବଡ଼ ବୃକ୍ଷ ଥିବାର ଦେଖିଲି। ଲୋକଟି ମୋତେ କହିଲେ, “ଏହି ଜଳସବୁ ପୂର୍ବ ଅଞ୍ଚଳ ଆଡ଼େ ବହୁଅଛି। ଆଉ ତାହା ପ୍ରବାହିତ ହୋଇ ଆରବ୍ବାକୁ ଯିବ, ଆଉ ତାହା ମୃତ ସମୁଦ୍ରକୁ ଯିବ, ଏବଂ ଯେତେବେଳେ ଏହା ସମୁଦ୍ରରେ ପ୍ରବେଶ କରେ, ଏହାର ଜଳ ନିର୍ମଳ ହୋଇଯାଏ। ପୁନଶ୍ଚ ଏହି ଦନୀସବୁ ଯେଉଁ ସମସ୍ତ ସ୍ଥାନ ଦେଇ ବହିବ, ସେ ସ୍ଥାନସ୍ଥିତ ବହୁସଂଖ୍ୟକ ଜୀବଜନ୍ତୁ ସବୁ ବଞ୍ଚିବେ ଓ ସେ ସ୍ଥାନରେ ଅପାର ମତ୍ସ୍ୟ ହେବେ। କାରଣ ଏହିସବୁ ଜଳ ସେ ସ୍ଥାନକୁ ଆସିଅଛି ଓ ସମୁଦ୍ରର ଜଳ ଉତ୍ତମ ହେବ। ଆଉ ଯେଉଁ ସ୍ଥାନ ଦେଇ ଏହା ପ୍ରବାହିତ ହେବ, ସେ ସ୍ଥାନରେ ସମସ୍ତେ ସଂଜୀବିତ ହେବେ। 10 ଏବଂ ତୁମ୍ଭେ ତାହା ନିକଟରେ ମତ୍ସ୍ୟଧରାଳି ଠିଆ ହୋଇଥିବାର ଦେଖି ପାରିବ। ଐନ-ଗଦୀଠାରୁ ଐନ-ଇଗ୍ଳଇମ୍ ପର୍ଯ୍ୟନ୍ତ ଜାଲ ପକାଇବାର ସ୍ଥାନ ହେବ। ସେଠାରେ ବିଭିନ୍ନ ଜାତିର ଓ ବିଭିନ୍ନ ପ୍ରକାରର ମାଛ ଧରିବା ପାଇଁ ଜାଲ ପକାଇବେ। ଏବଂ ଏହାର ମାଛସବୁ ଭୂମଧ୍ୟସାଗରର ମାଛ ପରି ଅନେକ ପ୍ରକାର ହେବେ। 11 ମାତ୍ର ସେ ସ୍ଥାନରେ ପଙ୍କ ଓ ଝିଲ ଭୂମିସବୁ ଉତ୍ତମ ହେବ ନାହିଁ, ସେହିସବୁ ଲବଣ ପାଇଁ ସମର୍ପିତ ହେବ। 12 ନଦୀର ଉଭୟ ପାର୍ଶ୍ୱରେ ସବୁପ୍ରକାର ଖାଦ୍ୟ ଉପଯୋଗୀ ଫଳବୃକ୍ଷ ହେବ ଓ ସେଗୁଡ଼ିକର ପତ୍ର ମଳିନ ହେବ ନାହିଁ ଏବଂ ଫଳର ଅଭାବ ହେବ ନାହିଁ। କାରଣ ସେହି ବୃକ୍ଷଗୁଡ଼ିକ ପବିତ୍ର ସ୍ଥାନର ନିର୍ଗତ ଜଳରେ ବଢ଼ିଥିବା ହେତୁ ପ୍ରତି ମାସରେ ନୂତନ ଫଳ ଧାରଣ କରିବେ। ଆଉ ତାହାର ଫଳ ଆହାରାର୍ଥେ ଓ ପତ୍ର ଆରୋଗ୍ୟାର୍ଥେ ଔଷଧ ରୂପେ ବ୍ୟବହୃତ ହେବ।”

ବିଭିନ୍ନ ଗୋଷ୍ଠୀ ନିମନ୍ତେ ଭୂମି ବଣ୍ଟନ

13 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଇସ୍ରାଏଲର ବଂଶର ଦ୍ୱାଦଶ ଗୋଷ୍ଠୀ ମଧ୍ୟରେ ଉତ୍ତରାଧିକାର ନିମନ୍ତେ ଯେଉଁ ଦେଶ ବିଭାଗ କରିବ, ତାହାର ସୀମା ଏହି। ଯୋଷେଫ ଦୁଇ ଭାଗ ପାଇବ। 14 ତୁମ୍ଭେମାନେ ଏହା ସମାନ ସମାନ ଭାଗ କରିବ। କାରଣ ଏହି ଦେଶ ଦେବା ପାଇଁ ମୁଁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କଠାରେ ପ୍ରତିଜ୍ଞା କରିଥିଲି ଏବଂ ଏହି ଦେଶ ତୁମ୍ଭେମାନେ ଅଧିକାର କରିବ।

15 “ପୁଣି ଦେଶର ସୀମା ଏହି ହେବ। ଉତ୍ତର ଦିଗରେ ହି‌ତ୍‌ଲୋନ ପଥ ନିକଟସ୍ଥ ମହାସମୁଦ୍ରଠାରୁ ସଦାଦର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ। 16 ହମାତ୍, ବରୋଥା, ଦମ୍ମେଶକ ଓ ହମାତର ସୀମାର ମଧ୍ୟସ୍ଥିତ ସିବ୍ରୟିମ; ହୌରଣର ସୀମା ନିକଟସ୍ଥ ହ‌‌ତ୍‌‌ତ୍ସର ହତ୍ତୀକୋନ୍। 17 ପୁଣି ସମୁଦ୍ରଠାରୁ ସୀମା ଦମ୍ମେଶକ ସୀମା ନିକଟସ୍ଥ ହ‌‌ତ୍‌‌ସର-ଐନନ ହେବ, ଆଉ ଉତ୍ତର ଦିଗରେ ଉତ୍ତରରେ ହମାତର ସୀମା। ଏହା ଉତ୍ତର ସୀମା।

18 “ପୂର୍ବ ଦିଗର ସୀମା ହାମୋର, ନୋନ୍ ମଧ୍ୟରେ ହୌରଣ, ଦମ୍ମେଶକ ଦେଇ ଯର୍ଦ୍ଦନ ନଦୀ ଦେଇ ଗିଲିୟଦ ଓ ଇସ୍ରାଏଲ ମଧ୍ୟଦେଇ ଯିବ। ପୂର୍ବ ସମୁଦ୍ର ହୌରଣ, ଦମ୍ମେଶକ ଓ ଗିଲିୟଦ। ଆଉ ଇସ୍ରାଏଲର ଦେଶର ମଧ୍ୟବର୍ତ୍ତୀ ଯର୍ଦ୍ଦନ ହେବ। ଉତ୍ତର ସୀମାରୁ ପୂର୍ବ ସମୁଦ୍ର ପର୍ଯ୍ୟନ୍ତ ମାପିବ। ଏହା ପୂର୍ବ ସୀମା ହେବ।

19 “ପୁଣି ଦକ୍ଷିଣ ଦିଗରେ ଦକ୍ଷିଣ ସୀମା ତାମରଠାରୁ ମରୀବତ୍-କାଦେଶସ୍ଥ ଜଳ, ମିଶରର ସ୍ରୋତୋମାର୍ଗ ଓ ମହାସମୁଦ୍ର ପର୍ଯ୍ୟନ୍ତ ହେବ। ଏହା ଦକ୍ଷିଣ ଦିଗର ଦକ୍ଷିଣ ସୀମା।

20 “ପୁଣି ଦକ୍ଷିଣ ସୀମାଠାରୁ ହମାତର ସମ୍ମୁଖ ସ୍ଥାନ ପର୍ଯ୍ୟନ୍ତ ମହାସମୁଦ୍ର ପଶ୍ଚିମ ସୀମା ହେବ। ଏହା ପଶ୍ଚିମ ସୀମା।

21 “ତୁମ୍ଭେମାନେ ଇସ୍ରାଏଲର ପରିବାରବର୍ଗଙ୍କ ମଧ୍ୟରେ ଏହି ଦେଶ ଭାଗ କରିବ। 22 ପୁଣି ତୁମ୍ଭେମାନେ ତୁମ୍ଭମାନଙ୍କ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ଓ ତୁମ୍ଭମାନଙ୍କ ମଧ୍ୟରେ ବାସ କରୁଥିବା ବିଦେଶୀମାନଙ୍କ ନିମନ୍ତେ ଓ ସେମାନଙ୍କଠାରୁ ଉତ୍ପନ୍ନ ସନ୍ତାନସନ୍ତତି ନିମନ୍ତେ ଓ ଉତ୍ତରାଧିକାରୀ ନିମନ୍ତେ ଗୁଲିବାଣ୍ଟ ଦ୍ୱାରା ଦେଶ ବିଭାଗ କରିବ ଏବଂ ସେମାନେ ଇସ୍ରାଏଲ ଲୋକମାନେ ସ୍ୱଜନ୍ମସ୍ଥାନ ତୁଲ୍ୟ ବିବେଚିତ ହେବା ଉଚିତ୍। ସେମାନେ ମଧ୍ୟ କିଛି ଇସ୍ରାଏଲ ଭୂମିର ଉତ୍ତରାଧିକାରୀ ହେବା ଉଚିତ୍। ଇସ୍ରାଏଲ ପରିବାରବର୍ଗମାନଙ୍କ ମଧ୍ୟରୁ ସେମାନଙ୍କ ପାଇଁ ଭୂମି ପ୍ରାପ୍ତ କର। 23 ସେମାନେ ନିଜର ବାସ କରୁଥିବା ପରିବାରବର୍ଗ ଅନୁସାରେ ଅଧିକାର ପାଇବେ।” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।

ଇସ୍ରାଏଲର ପରିବାରବର୍ଗ ପାଇଁ ଦେଶ

48 1-7 “ଉତ୍ତର ସୀମା ଭୂମଧ୍ୟସାଗରଠାରୁ ପୂର୍ବକୁ ହ‌‌ତ୍‌‌ଲୋନ, ହମାତ୍ ମଧ୍ୟରେ ଏବଂ ହ‌‌ତ୍‌‌ସରେ-ଐନନ୍ ପର୍ଯ୍ୟନ୍ତ ବିସ୍ତାର କରିଥିଲା। ଏହା ଦମ୍ମେଶକ ଓ ହମାତର ସୀମା ଉପରେ ଥିଲା। ପରିବାରବର୍ଗଙ୍କ ନିମନ୍ତେ ପୂର୍ବରୁ ପଶ୍ଚିମ ସୀମା ମଧ୍ୟରେ ଦେଶ ବିଭାଗ ହେବ ଓ ଉତ୍ତରରୁ ଦକ୍ଷିଣ ସୀମା ମଧ୍ୟରେ ପରିବାରବର୍ଗଙ୍କ ପାଇଁ ଦେଶ ବିଭାଗ ହେବ। ଆଉ ପରିବାରବର୍ଗଙ୍କ ନାମ ଏହିପରି ଯଥା: ଦାନ, ଆଶେର, ନପ୍ତାଲି, ମନଃଶି, ଇଫ୍ରୟିମ, ରୁବେନ୍ ଓ ଯିହୁଦା।

ଭୂମିର ସ୍ୱତନ୍ତ୍ର ବିଭାଗ

“ପୁଣି ଦେଶ ତୁମ୍ଭେ ଉପହାର ରୂପେ ଦେଇଛ ତାହା ଯିହୁଦାର ଉତ୍ତର ସୀମାରେ ରହିବ। ପୁଣି ଯିହୁଦାର ସୀମା ନିକଟରେ ପୂର୍ବରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଦତ୍ତ ଉପହାର ଭୂମି ରହିବ। ତାହାର ଲମ୍ବ 25,000 ହାତ ଓ ପୂର୍ବରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ଅନ୍ୟାନ୍ୟ ଅଂଶର ସମାନ ହେବ। ଆଉ ଏହାର ମଧ୍ୟବର୍ତ୍ତୀ ସ୍ଥାନରେ ମନ୍ଦିର ହେବ। ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଉପହାର ଭୂମି ନିବେଦନ କରିବ, ତାହାର ଦୈର୍ଘ୍ୟ 25,000 ଓ ପ୍ରସ୍ଥ 10,000 ହାତ[a] ହେବ। 10 ସେହି ବିଶେଷ ଭୂମି

“ଯାଜକମାନଙ୍କ ପାଇଁ ହେବ। ତାହା ଉତ୍ତରରେ 25,000 ହାତ ଦୈର୍ଘ୍ୟ ଓ ପଶ୍ଚିମରେ 10,000 ହାତ ପ୍ରସ୍ଥ ହେବ। ପୁଣି ପୂର୍ବ ଆଡ଼େ 10,000 ହାତ ପ୍ରସ୍ଥ ଓ ଦକ୍ଷିଣ ଆଡ଼େ 25,000 ହାତ ଦୈର୍ଘ୍ୟ ହେବ। ଏହାର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କର ମନ୍ଦିର ହେବ। 11 ତାହା ସାଦୋକର ସନ୍ତାନଗଣ ମଧ୍ୟରୁ ପବିତ୍ରୀକୃତ ଯାଜକମାନଙ୍କ ବଂଶଧର ନିମନ୍ତେ ହେବ। ଯେଉଁମାନେ ମୋତେ ବିଶ୍ୱସ୍ତ ଭାବରେ ସେବା କରିଛନ୍ତି, କାରଣ ସେମାନେ ଆମର ରକ୍ଷଣୀୟ। ଇସ୍ରାଏଲର ପରିବାରବର୍ଗ ବିପଥଗାମୀ ହେବା ସମୟର ଲେବୀୟମାନେ ଯେପରି ବିପଥଗାମୀ ହେଲେ, ସେମାନେ ସେପରି ବିପଥଗାମୀ ହେଲେ ନାହିଁ। 12 ସେମାନେ ମହାପବିତ୍ର ଭୂମିରୁ ଲେବୀୟମାନଙ୍କ ସୀମା ପାଖରେ ଏକ ବିଶେଷ ଭାଗ ପାଇବେ।

13 “ସୀମା ସହିତ ଯାଜକମାନେ, ଲେବୀୟମାନେ 25,000 ହାତ ଦୈର୍ଘ୍ୟ, 10,000 ହାତ ପ୍ରସ୍ଥ ବିଶିଷ୍ଟ ଭୂମି ପାଇବେ। ସମୁଦାୟ ଭୂମିର ଦୈର୍ଘ୍ୟ 25,000 ଓ ପ୍ରସ୍ଥ 10,000 ହାତ ହେବ। 14 ସେମାନେ ସେହି ଭୂମିରୁ କିଛି ବିକ୍ରୟ କରିବେ ନାହିଁ କି ତାହା ପରିବର୍ତ୍ତନ କରିବେ ନାହିଁ। ଏହା ଭୂମିର ସବୁଠୁ ଉତ୍ତମ ଅଂଶ, ଆଉ ତାହା ହାତେ ମଧ୍ୟ ପରିବର୍ତ୍ତିତ ହେବ ନାହିଁ। କାରଣ ଏହା ସଦାପ୍ରଭୁଙ୍କୁ ଉତ୍ସର୍ଗିକୃତ ହୋଇଅଛି।

ନଗର ସମ୍ପତ୍ତି ପାଇଁ ବିଭାଗ ବଣ୍ଟନ

15 “ଆଉ 25,000 ହାତ ଦୈର୍ଘ୍ୟ ଓ 5,000 ହାତ ପ୍ରସ୍ଥ ବିଶିଷ୍ଟ ଭୂମି ଯେଉଁ ଅବଶିଷ୍ଟ ରହିବ ତାହା ସର୍ବସାଧାରଣ ବ୍ୟବହାର, ନଗର, ବସତିସ୍ଥାନ ଓ ଗ୍ଭରଣଭୂମି ନିମନ୍ତେ ରହିବ ଓ ତାହାର ମଧ୍ୟସ୍ଥାନରେ ନଗର ରହିବ। 16 ନଗରର ପରିମାପ ଏହିପରି ହେବ। ଏହାର ଉତ୍ତର ସୀମା, ଦକ୍ଷିଣ ସୀମା, ପୂର୍ବ ସୀମା ଓ ପଶ୍ଚିମ ସୀମା ପ୍ରତ୍ୟେକ 4,500 ହାତ ବିଶିଷ୍ଟ ହେବ। 17 ଆଉ ନଗରର ଗ୍ଭରଣଭୂମି ହେବ। ତାହାର ଉତ୍ତର ଦକ୍ଷିଣ, ପୂର୍ବ ଓ ପଶ୍ଚିମ ସୀମା ପ୍ରତ୍ୟେକ 250 ହାତ ବିଶିଷ୍ଟ ଭୂମି ହେବ। 18 ପୁଣି ପବିତ୍ର ଉପହାର ଭୂମି ଦୈର୍ଘ୍ୟାନୁସାରେ ଯେଉଁ ଅବଶିଷ୍ଟ ଭୂମି ପୂର୍ବ ଆଡ଼େ 10,000 ହାତ ଓ ପଶ୍ଚିମ ଆଡ଼େ 10,000 ହାତ ହେବ। ଆଉ ତାହା ନଗରର କାର୍ଯ୍ୟ କର୍ତ୍ତାମାନଙ୍କ ପାଇଁ ଖାଦ୍ୟ ଉତ୍ପନ୍ନ କରିବ। 19 ଆଉ ଇସ୍ରାଏଲର ଯାବତୀୟ ପରିବାରବର୍ଗ ସେହି ଭୂମିରେ କୃଷି କରିବେ।

20 “ସମୁଦାୟ ଉପହାର ଭୂମିର ଦୈର୍ଘ୍ୟ 25,000 ହାତ ଓ ପ୍ରସ୍ଥ 25,000 ହାତ ହେବ। ସ୍ୱତନ୍ତ୍ର ବ୍ୟବହାର ନିମନ୍ତେ ଏହି ଭୂମିକୁ ବ୍ୟବହାର କରାଯିବ। ସେଥିରୁ ଏକ ଭାଗ ଯାଜକମାନଙ୍କ ନିମନ୍ତେ, ଏକ ଭାଗ ଲେବୀୟମାନଙ୍କ ନିମନ୍ତେ ଓ ଏକ ଭାଗ ନଗର ନିମନ୍ତେ ରହିବ।

21-22 “ଭୂମିର ଅଂଶ ପବିତ୍ର ମନ୍ଦିର ପାଇଁ ଅଲଗା ରଖାଗଲା ଏବଂ ସହର ମୁଖ୍ୟଙ୍କ ପାଖକୁ ଯିବା ଉଚିତ୍। ଅର୍ଥାତ୍ ଅନ୍ୟାନ୍ୟ ଅଂଶ ଅନୁସାରେ ପୂର୍ବସୀମା ଆଡ଼େ 25,000 ହାତ ପରିମିତ ଉପହାର ଭୂମିର ସମ୍ମୁଖସ୍ଥ ଭୂମି ଓ ପଶ୍ଚିମ ଦିଗରେ ପଶ୍ଚିମ ଆଡ଼େ 25,000 ହାତ ପରିମିତ ଭୂମିର ସମ୍ମୁଖସ୍ଥ ଭୂମି ଅଧିପତିଙ୍କର ହେବ। ଆଉ ପବିତ୍ର ଉପହାର ଭୂମି ଓ ମନ୍ଦିରର ପବିତ୍ର ସ୍ଥାନ ତହିଁର ମଧ୍ୟବର୍ତ୍ତୀ ହେବ। ଆହୁରି ଅଧିପତିଙ୍କ ଅଂଶର ମଧ୍ୟସ୍ଥିତ ଲେବୀୟମାନଙ୍କ ଅଧିକାରର ସୀମା ଓ ନଗର ଅଧିକାରର ସୀମାଠାରୁ ଯେଉଁ ଭୂମି ଯିହୁଦା ଓ ବିନ୍ୟାମୀନର ସୀମାର ମଧ୍ୟବର୍ତ୍ତୀ ଅଛି ତାହା ଅଧିପତିଙ୍କ ପାଇଁ ହେବ।

23-27 “ଯର୍ଦ୍ଦନ ନଦୀର ପୂର୍ବରେ ବାସ କରୁଥିବା ପରିବାରବର୍ଗଙ୍କ ପାଇଁ ଏହି ସ୍ୱତନ୍ତ୍ର ଭୂମିର ଦକ୍ଷିଣରେ ରହିବ। ଏହିସବୁ ପରିବାରବର୍ଗମାନେ ଯର୍ଦ୍ଦନ ନଦୀର ପୂର୍ବଦିଗରେ ବାସ କରନ୍ତି। ପୂର୍ବ ସୀମାରୁ ମହାସମୁଦ୍ର ପର୍ଯ୍ୟନ୍ତ ପ୍ରତ୍ୟେକ ପରିବାରବର୍ଗଙ୍କର ଗୋଟିଏ ଗୋଟିଏ ବିଭାଗ ଭୂମି ରହିବ। ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ଯେଉଁ ପରିବାରଗୁଡ଼ିକ ରହିବେ ସେହି ପରିବାରବର୍ଗଗୁଡ଼ିକ ହେଲେ: ବିନ୍ୟାମୀନ, ଶିମିୟୋନ, ଇଷାଖର, ସବଲୁନ ଓ ଗାଦ୍।

28 “ପୁଣି ଗା‌ଦ୍‌ର ସୀମା ନିକଟସ୍ଥ ଦକ୍ଷିଣ ଆଡ଼େ ଦକ୍ଷିଣ ସୀମା ନିକଟରେ ତାମରଠାରୁ ମରୀବତ୍-କାଦେଶସ୍ଥ ଜଳ ପର୍ଯ୍ୟନ୍ତ ଅର୍ଥାତ୍ ମିଶରର ନଦୀ ଓ ମହାସମୁଦ୍ର ପର୍ଯ୍ୟନ୍ତ ଦେଶର ସୀମା ହେବ। 29 ସେହି ହେଉଛି ଦେଶ ଯାହାକୁ ତୁମ୍ଭେମାନେ ଇସ୍ରାଏଲ ପରିବାରବର୍ଗର ଉତ୍ତରାଧିକାରୀମାନଙ୍କ ମଧ୍ୟରେ ଭାଗ କରିବ ଓ ଏଗୁଡ଼ିକ ସେମାନଙ୍କର ଭିନ୍ନ ଭିନ୍ନ ଅଂଶ ଅଟେ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।

ନଗରର ଦ୍ୱାରସମୂହ

30 “ଆଉ ଏହିସବୁ ନଗରର ନିର୍ଗମନ ସ୍ଥାନ ହେବ। ଇସ୍ରାଏଲଙ୍କ ପରିବାରବର୍ଗ ପରେ ସେମାନେ ନାମିତ ହେବେ।

“ଉତ୍ତର ଆଡ଼େ 4,500 ହାତ ପରିମିତ ଭୂମି ହେବ। 31 ଇସ୍ରାଏଲର ପରିବାରବର୍ଗର ନାମାନୁସାରେ ଉତ୍ତରରେ ତିନି ଦ୍ୱାର ହେବ। ସେଗୁଡ଼ିକ ହେଲେ ରୁବେ‌‌‌ନ୍‌‌‌ର ଦ୍ୱାର, ଯିହୁଦାର ଦ୍ୱାର ଓ ଲେବୀର ଦ୍ୱାର।

32 “ନଗରର ପୂର୍ବଦିଗରେ 4,500 ହାତ ପରିମିତ ଭୂମି ହେବ ଓ ସେଠାରେ ତିନି ଦ୍ୱାର ହେବ। ଯଥା: ଯୋଷେଫଙ୍କର ଦ୍ୱାର, ବିନ୍ୟାମୀନର ଦ୍ୱାର ଓ ଦାନର ଦ୍ୱାର।

33 “ନଗରର ଦକ୍ଷିଣ ପାର୍ଶ୍ୱ 4,500 ହାତ ହେବ ଓ ସେଠାରେ ମଧ୍ୟ ତିନି ଦ୍ୱାର ରହିବ। ଯଥା: ଶିମିୟୋନର ଦ୍ୱାର, ଇଷାଖରର ଦ୍ୱାର ଓ ସବୂଲୂନର ଦ୍ୱାର।

34 “ପୁଣି ପଶ୍ଚିମ ପାର୍ଶ୍ୱର ଭୂମି 4,500 ହାତ ପରିମିତ ହେବ ଓ ସେଠାରେ ମଧ୍ୟ ତିନିଦ୍ୱାର ହେବ। ଯଥା: ଗା‌ଦ୍‌ର ଦ୍ୱାର, ଆଶେରର ଦ୍ୱାର ଓ ନପ୍ତାଲିର ଦ୍ୱାର।

35 “ନଗରର ଚତୁର୍ଦ୍ଦିଗର ଦୈର୍ଘ୍ୟ 18,000 ହାତ ପରିମିତ ହେବ। ଆଉ ବର୍ତ୍ତମାନଠାରୁ ନଗରର ନାମ ହେବ, ସଦାପ୍ରଭୁ ତହିଁ ବିଦ୍ୟମାନ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center