Beginning
ସଦାପ୍ରଭୁ ତାଙ୍କ ଲୋକମାନଙ୍କ ସହିତ ବାସ କରିବେ
43 ଏହା ପରେ ସେ ମୋତେ ପୂର୍ବଦ୍ୱାର ନିକଟକୁ ଆଣିଲେ। 2 ଏବଂ ଇସ୍ରାଏଲର ପରମେଶ୍ୱରଙ୍କର ମହିମା ପୂର୍ବ ଦିଗରୁ ଆସୁଥିବାର ମୁଁ ଦେଖି ପାରିଲି ଏବଂ ତାଙ୍କର ସ୍ୱର ସମୁଦ୍ରର ଗର୍ଜନର ସ୍ୱର ପରି ଥିଲା ଏବଂ ଦେଶଟି ତାଙ୍କ ମହିମାରେ ଆଲୋକିତ ହୋଇଗଲା। 3 ମୁଁ ଯେଉଁ ଦର୍ଶନ ସେଠାରେ ଦେଖିଲି, ତାହା ଯେତେବେଳେ ସହରକୁ ଧ୍ୱଂସ କରିବାକୁ ଆସିଲାପରି ଦେଖାଯାଉଥିଲା ଓ ମୁଁ କବାର ନଦୀରେ ଦେଖିଥିବା ଦର୍ଶନ ପରି ଥିଲା। ମୁଁ ଭୂମିଶାୟୀ ହୋଇ ପ୍ରଣିପାତ କଲି। 4 ଆଉ ପୂର୍ବ ଦ୍ୱାର ଦେଇ ସଦାପ୍ରଭୁଙ୍କର ମହିମା ମନ୍ଦିର ମଧ୍ୟରେ ପ୍ରବେଶ କଲା।
5 ତା'ପରେ ଆତ୍ମାଟି ମୋତେ ଉଠାଇ ଭିତର ପ୍ରାଙ୍ଗଣକୁ ଆଣିଲେ। ଆଉ ସଦାପ୍ରଭୁଙ୍କ ମହିମାରେ ମନ୍ଦିର ପରିପୂର୍ଣ୍ଣ ହେଲା। 6 ତା'ପରେ କେହି ଜଣେ ମୋତେ କହିବାର ମୁଁ ଶୁଣିଲି, ଯେତେବେଳେ ଲୋକଟି ମୋ’ ପାଖରେ ଛିଡ଼ା ହେଉଥିଲେ। 7 ଆଉ ସେ ମୋତେ ମନ୍ଦିର ମଧ୍ୟରୁ କହିଲେ, “ହେ ମନୁଷ୍ୟ ପୁତ୍ର ଏହା ମୋର ସିଂହାସନର ସ୍ଥାନ ଓ ମୋର ପାଦପୀଠର ସ୍ଥାନ। ମୁଁ ଇସ୍ରାଏଲ ପରିବାର ମଧ୍ୟରେ ସଦାକାଳ ବାସ କରିବି। ଆଉ ଇସ୍ରାଏଲର ଲୋକମାନେ ଏବଂ ସେମାନଙ୍କ ରାଜାଗଣ ସେମାନଙ୍କର ଶାରୀରିକ ପାପସବୁ ସହିତ ଏହି ସ୍ଥାନରେ ନିଜର ରାଜାମାନଙ୍କ ମୃତ ଶରୀର କବର ଦେବାଦ୍ୱାରା ଏହି ସ୍ଥାନକୁ ମୋର ପବିତ୍ର ନାମକୁ ଅପମାନିତ କରିବେ ନାହିଁ। 8 ସେମାନେ ମୋର ଦ୍ୱାର ପ୍ରବେଶ ସ୍ଥାନ ନିକଟରେ ସେମାନଙ୍କର ଦ୍ୱାର ପ୍ରବେଶ ସ୍ଥାନ ରଖିଲେ ଓ ମୋର ଦ୍ୱାରବନ୍ଧ ନିକଟରେ ସେମାନଙ୍କର ଦ୍ୱାରବନ୍ଧ ରଖିଲେ। କେବଳ ମୋର ଓ ସେମାନଙ୍କ ମଧ୍ୟରେ ଏକ କାନ୍ଥ ପୃଥକ କରୁଥିଲା। ପୁଣି ନିଜର ଜଘନ୍ୟ କର୍ମ ଦ୍ୱାରା ମୋର ପବିତ୍ର ନାମ ସେମାନେ ଅପବିତ୍ର କରିଅଛନ୍ତି। ଏଣୁ ମୁଁ ଆପଣା କ୍ରୋଧରେ ସେମାନଙ୍କୁ ବିନାଶ କରିଅଛିା 9 ପୁତ୍ର, ବର୍ତ୍ତମାନ ସେମାନଙ୍କୁ ସେମାନଙ୍କର ଶାରୀରିକ ପାପସବୁରୁ ଦୂରେଇ ରୁହନ୍ତୁ ଓ ସେମାନଙ୍କର ରାଜାମାନଙ୍କର ମୃତ ଶରୀର ଆମ୍ଭ ନିକଟରୁ ଦୂର କରନ୍ତୁ, ତେଣୁ ମୁଁ ସଦାକାଳ ସେମାନଙ୍କ ମଧ୍ୟରେ ବାସ କରିବି।
10 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲ ବଂଶକୁ ଏହି ମନ୍ଦିର ବିଷୟରେ ବର୍ଣ୍ଣନା କର। ସେମାନେ ସେହି ଗୃହର ଯୋଜନା ଜାଣିଲେ ନିଜର ପାପ କାର୍ଯ୍ୟ ପାଇଁ ହୁଏତ ଲଜ୍ଜିତ ହୋଇପାରନ୍ତି। 11 ଯଦି ସେମାନେ ସେମାନଙ୍କର କୃତ କୁକର୍ମ ପାଇଁ ଲଜ୍ଜିତ ହୁଅନ୍ତି, ସେଥିପାଇଁ ସେମାନଙ୍କୁ ମନ୍ଦିରର ନକ୍ସା ବିଷୟରେ ଜଣାଅ। ଆଉ ସେମାନେ ଯେପରି ଗୃହର ସକଳ ଆକୃତି ଓ ତହିଁର ସମସ୍ତ ବିଧି ରକ୍ଷାକରି ତଦନୁସାର କର୍ମ କରିବେ ଏଥିପାଇଁ ସେମାନଙ୍କୁ ଗୃହର ଆକାର, ତାହାର ଗଠନ ନିର୍ଗମ ସ୍ଥାନ ଓ ପ୍ରବେଶ ସ୍ଥାନ, ସକଳ ଆକୃତି ଓ ତାହାର ସମସ୍ତ ବିଧି, ସମସ୍ତ ଆକୃତି ଓ ତହିଁର ସମସ୍ତ ବ୍ୟବସ୍ଥା ସେମାନଙ୍କୁ ଜଣାଅ। ଏବଂ ସେମାନଙ୍କ ଉପସ୍ଥିତିରେ ସେସବୁ ଲେଖ। 12 ସଦାପ୍ରଭୁଙ୍କ ମନ୍ଦିରର ବ୍ୟବସ୍ଥା, ଏହି ପର୍ବତ ଶୃଙ୍ଗର ଉପରିସ୍ଥ ଚତୁର୍ଦ୍ଦିଗର ସମୁଦାୟ ସୀମା ମହାପବିତ୍ର ଅଟେ। ଏହା ହିଁ ମନ୍ଦିରର ବ୍ୟବସ୍ଥା ଅଟେ।
ଯଜ୍ଞବେଦି
13 “ଦୀର୍ଘ ହାତର ମାପ ବ୍ୟବହାର କରି ଏଗୁଡ଼ିକ ଯଜ୍ଞବେଦିର ମାପ। ପ୍ରତିହାତ ଏକ ହାତ ଗ୍ଭରି ଅଙ୍ଗୁଳି ପରିମାଣ ବେଦିର ମୂଳ ଏକ ହାତ ଗଭୀର ଓ ପ୍ରସ୍ଥ ଏକ ହାତ। ଆଉ ଚତୁର୍ଦ୍ଦିଗରେ ତହିଁର ପ୍ରାନ୍ତ ଧାର ଏକ ଗ୍ଭଖଣ୍ଡ[a] ପରିମିତ ହେବ। ଏହା ଯଜ୍ଞବେଦିର ଉଚ୍ଚତା ଅଟେ। 14 ଭୂମିସ୍ଥ ମୂଳଠାରୁ ତଳ ଥାକ ପର୍ଯ୍ୟନ୍ତ ଦୁଇ ହାତ ଓ ପ୍ରସ୍ଥ ଏକ ହାତ ହେବ। ସେହି କ୍ଷୁଦ୍ରତମ ଥାକଠାରୁ ବଡ଼ଥାକ ପର୍ଯ୍ୟନ୍ତ ଗ୍ଭରି ହାତ ଓ ପ୍ରସ୍ଥ ଏକ ହାତ ହେବ। 15 ଯଜ୍ଞବେଦିର ହୋମ ପାଇଁ ସ୍ଥାନ ଗ୍ଭରି ହାତ ଉଚ୍ଚ ହେବ ଏବଂ ଏହାର ଗ୍ଭରିକୋଣ ଶିଙ୍ଗ ସଦୃଶ ହେବ। 16 ଯଜ୍ଞବେଦିର ଅଗ୍ନିସ୍ଥାନର ଦୈର୍ଘ୍ୟ ବାର ହାତ ଓ ପ୍ରସ୍ଥ ବାର ହାତ ଓ ତାହା ସମ୍ପୂର୍ଣ୍ଣ ବର୍ଗାକାର। 17 ପାର୍ଶ୍ୱଗୁଡ଼ିକ ମଧ୍ୟ ବର୍ଗାକାର ପୁଣି ଥାକର ଗ୍ଭରିପାଖର ଦୈର୍ଘ୍ୟ ଚଉଦ ହାତ ଓ ପ୍ରସ୍ଥ ଚଉଦ ହାତ ହେବ। ତହିଁର ଧାର ଗ୍ଭରି ଦିନରେ ଅଧହାତ ଓ ତହିଁର ମୂଳ ଗ୍ଭରିଆଡ଼େ ଏକ ହାତ ପରିମିତ ହେବ। ତା'ର ପାବଚ୍ଛଗୁଡ଼ିକ ପୂର୍ବାଭିମୁଖ ହେବ।”
18 ଆଉ ସେ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି। ‘ଯେତେବେଳେ ସେମାନେ ଯଜ୍ଞବେଦି ନିର୍ମାଣ କରନ୍ତି ଓ ଯେଉଁ ସମୟରେ ତାହା ଉପରେ ହୋମବଳି ଓ ରକ୍ତ ସେଚନ କରନ୍ତି, ସେମାନଙ୍କୁ ଏହି ନିୟମ ମାନିବାକୁ ପଡ଼ିବ।’” 19 ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, ‘ସାଦୋକ ବଂଶଜାତ ଯେଉଁ ଲେବୀୟ ଯାଜକଗଣ ଆମ୍ଭର ପରିଚର୍ଯ୍ୟା କରିବା ପାଇଁ ଆମ୍ଭର ନିକଟବର୍ତ୍ତୀ ଅଟନ୍ତି ସେମାନଙ୍କୁ ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ଗୋଟିଏ ଯୁବା ବୃଷଭ ଦେବ। 20 ଆଉ ତୁମ୍ଭେ ତାହାର ରକ୍ତ ନେଇ ଯଜ୍ଞବେଦିର ଗ୍ଭରିକୋଣରେ ଥିବା ଗ୍ଭରି ଶିଙ୍ଗରେ, ଥାକର ଗ୍ଭରିକୋଣ ଉପରେ ଓ ଧାରର ଗ୍ଭରିଆଡ଼େ ଦେବ। ଏହିରୂପେ ତୁମ୍ଭେ ବେଦିକି ଶୁଚି କରି ତାହା ପାଇଁ ପ୍ରାୟଶ୍ଚିତ କରିବ। 21 ଏବଂ ତୁମ୍ଭେ ସେହି ପାପାର୍ଥକ ବଳି ବୃଷଭକୁ ନେଇ ପବିତ୍ର ସ୍ଥାନର ବାହାରେ ମନ୍ଦିରର ନିରୂପିତ ସ୍ଥାନରେ ତାହା ଦଗ୍ଧ କରିବ।’
22 “ତୁମ୍ଭେ ଦ୍ୱିତୀୟ ଦିନରେ ପାପାର୍ଥକ ବଳିରୂପେ ଏକ ନିଖୁଣ ପୁଂ ଛାଗ ଉତ୍ସର୍ଗ କରିବ। ଷଣ୍ଢ ଦ୍ୱାରା ଯେପରି ଶୁଚି କରିଥିଲେ ସେପରି ଯଜ୍ଞବେଦିକୁ ଶୁଚି କରିବା ଉଚିତ୍। 23 ତୁମ୍ଭେ ଏହି ଶୁଚିକାର୍ଯ୍ୟ ସମାପ୍ତ କରିବା ପରେ ଗୋଟିଏ ନିଖୁଣ ଯୁବା ଷଣ୍ଢ ଓ ପଲରୁ ଏକ ନିଖୁଣ ଅଣ୍ଡିରା ମେଷ ଉତ୍ସର୍ଗ କରିବ। 24 ପୁଣି ତୁମ୍ଭେ ସେସବୁକୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ। ଆଉ ଯାଜକମାନେ ସେମାନଙ୍କ ଉପରେ ଲବଣ ଛିଞ୍ଚିବେ ଏବଂ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେସବୁକୁ ହୋମବଳି ଉତ୍ସର୍ଗ କରିବେ। 25 ସାତ ଦିନ ପର୍ଯ୍ୟନ୍ତ ପାପାର୍ଥକ ବଳିରୂପେ ତୁମ୍ଭେ ଏକ ଛାଗ ଉତ୍ସର୍ଗ କରିବ। ତୁମ୍ଭେମାନେ ଉଭୟ ଏକ ନିଖୁଣ ଯୁବା ବୃଷଭ ଏବଂ ଏକ ନିଖୁଣ ମେଷଛୁଆ ଉତ୍ସର୍ଗ କରିବ। 26 ସାତ ଦିନ ଯାଏ ଯାଜକମାନେ ଯଜ୍ଞବେଦି ନିମନ୍ତେ ପୂଜା କରି ତାହା ଶୁଚି କରିବେ। 27 ସାତ ଦିନ ପରେ ଅଷ୍ଟମ ଦିନରୁ ଯାଜକମାନେ ଯଜ୍ଞବେଦି ଉପରେ ତୁମ୍ଭମାନଙ୍କର ହୋମାର୍ଥକ ବଳି ଓ ସହଭାଗିତାର ବଳି ଉତ୍ସର୍ଗ କରିବେ। ତା'ପରେ ମୁଁ ତୁମ୍ଭକୁ ଗ୍ରହଣ କରିବି।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।
ବହିର୍ଦ୍ୱାର
44 ତା'ପରେ ସେ ମୋତେ ପବିତ୍ର ସ୍ଥାନର ପୂର୍ବାଭିମୁଖ ବାହାର ଫାଟକ ବାଟରେ ଫେରାଇ ଆଣିଲେ। 2 ତା'ପରେ ସଦାପ୍ରଭୁ ମୋତେ କହିଲେ, “ଏହି ଫାଟକ ବନ୍ଦ ରହିବ। ତାହା ମୁକ୍ତ ହେବ ନାହିଁ କିମ୍ବା କୌଣସି ମନୁଷ୍ୟ ତାହାଦେଇ ପ୍ରବେଶ କରିବ ନାହିଁ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ତାହାଦେଇ ପ୍ରବେଶ କରିଅଛନ୍ତି, ଏଥିପାଇଁ ତାହା ବନ୍ଦ ରହିବ। 3 କେବଳ ଅଧିପତି ସଦାପ୍ରଭୁଙ୍କ ସମ୍ମୁଖରେ ଆହାର କରିବା ପାଇଁ ତହିଁ ମଧ୍ୟରେ ବସିବେ। ସେ ଦ୍ୱାରର ବାରଣ୍ଡା ପଥଦେଇ ପ୍ରବେଶ କରିବେ ଓ ସେହି ପଥଦେଇ ବାହାରିଯିବେ।”
ସଦାପ୍ରଭୁଙ୍କ ମନ୍ଦିରର ପବିତ୍ରତା
4 ତା'ପରେ ସେ ମୋତେ ଉତ୍ତର ଦ୍ୱାର ଦେଇ ସଦାପ୍ରଭୁଙ୍କ ମନ୍ଦିର ସମ୍ମୁଖକୁ ଆଣିଲେ। ତା'ପରେ ମୁଁ ଦୃଷ୍ଟିପାତ କରି ଦେଖିଲି ସଦାପ୍ରଭୁଙ୍କ ମନ୍ଦିର ସଦାପ୍ରଭୁଙ୍କ ମହିମାରେ ପରିପୂର୍ଣ୍ଣ ଥିଲା। ତେଣୁ ମୁଁ ଭୂମିକୁ ଛୁଇଁ ପ୍ରଣାମ କଲି। 5 ପୁଣି ସଦାପ୍ରଭୁ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ସଦାପ୍ରଭୁଙ୍କ ମନ୍ଦିରର ସକଳ ବିଧି ଓ ତହିଁର ସକଳ ବ୍ୟବସ୍ଥା ବିଷୟରେ ଯାହା ଯାହା ମୁଁ ତୁମ୍ଭକୁ କହିଅଛୁ, ତୁମ୍ଭେ ମନୋଯୋଗ ସହକାରେ ଧ୍ୟାନ ଦିଅ, ଦେଖ ଓ ଶୁଣ। ଆଉ ମନ୍ଦିରରେ ପ୍ରବେଶ ଓ ପ୍ରସ୍ଥାନ ଉତ୍ତମରୂପେ ଅନୁଧ୍ୟାନ କର। 6 ଆଉ ଇସ୍ରାଏଲର ଅବଜ୍ଞାକାରୀଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି। ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ କରିଥିବା ଘୃଣ୍ୟକର୍ମ ତୁମ୍ଭମାନଙ୍କର ଯଥେଷ୍ଟ ହୋଇଛି। 7 କାରଣ ତୁମ୍ଭେମାନେ ଶାରୀରିକ ଓ ହୃଦୟରେ ଅସୁନ୍ନତ ବିଦେଶୀମାନଙ୍କୁ ମୋର ମନ୍ଦିର ଅଗଣାକୁ ଆଣିଲ ଓ ମୋର ମନ୍ଦିରକୁ ଅପବିତ୍ର କଲ। ତୁମ୍ଭେମାନେ ମୋର ଖାଦ୍ୟ ତିଆରି କଲ, ମେଦ ଏବଂ ରକ୍ତକୁ ଅପବିତ୍ର କଲ। ଯେହେତୁ ତୁମ୍ଭେମାନେ ସେଗୁଡ଼ିକ ଉତ୍ସର୍ଗ କରୁଥିଲ। ତୁମ୍ଭେମାନେ, ତୁମ୍ଭମାନଙ୍କ ସହିତ ହୋଇଥିବା ମୋର ନିୟମ ଭଙ୍ଗ କଲ। 8 ପୁଣି ତୁମ୍ଭେମାନେ ମୋର ପବିତ୍ର ବସ୍ତୁଗୁଡ଼ିକର ଯତ୍ନ ନେବାକୁ ଧ୍ୟାନ ଦେଇ ନାହଁ। ଏବଂ ତୁମ୍ଭେମାନେ ବିଦେଶୀୟମାନଙ୍କ ହସ୍ତରେ ପବିତ୍ର ସ୍ଥାନ ରକ୍ଷାର ଦାୟିତ୍ୱ ଦେଇଅଛ।’”
9 ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି, “ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ଯେଉଁ ବିଦେଶୀୟମାନେ ଅଛନ୍ତି ସେମାନଙ୍କ ମଧ୍ୟରୁ ଶାରୀରିକ ବା ହୃଦୟରେ ଅସୁନ୍ନତ କୌଣସି ବିଦେଶୀୟଲୋକ ମୋ’ ପବିତ୍ର ମନ୍ଦିରରେ ପ୍ରବେଶ କରିବ ନାହିଁ। 10 ଯେତେବେଳେ ଇସ୍ରାଏଲ ମୋ'ଠାରୁ ବିପଥଗାମୀ ହେଲେ, ଲେବୀୟମାନେ ମୋ'ଠାରୁ ଦୂରେଇ ଗଲେ ଏବଂ ଯିଏ ମୂର୍ତ୍ତି ପୂଜାର ପ୍ରଥା ଅନୁସରଣ କଲେ, ସେମାନେ ସେମାନଙ୍କର ପାପ ପାଇଁ ଦଣ୍ଡ ବହନ କରିବେ। 11 ଲେବୀୟମାନେ ମୋର ପବିତ୍ର ସ୍ଥାନ ସେବା କରିବା ପାଇଁ ବଚ୍ଛା ଯାଇଥିଲେ। ସେମାନେ ମନ୍ଦିରର ଫାଟକଗୁଡ଼ିକ ଜଗିଲେ। ସେମାନେ ମନ୍ଦିରରେ ସେବା କଲେ। ସେମାନେ ବଳିଦାନ ପାଇଁ ପଶୁଗୁଡ଼ିକ ମାରିଲେ ଏବଂ ଲୋକମାନଙ୍କ ପାଇଁ ହୋମବଳି କଲେ। ସେମାନେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଏବଂ ସେମାନଙ୍କୁ ସେବା କରିବା ପାଇଁ ବଛା ଯାଇଥିଲେ। 12 କିନ୍ତୁ ସେମାନେ ସେମାନଙ୍କର ପ୍ରତିମାଗଣକୁ ପୂଜା କଲେ, ସେଥିପାଇଁ ଇସ୍ରାଏଲର ଲୋକମାନଙ୍କର ଝୁଣ୍ଟି ପଡ଼ିବାର ଓ ପାପର କାରଣ ହେଲା। ଏଣୁ, ମୁଁ ସେମାନଙ୍କ ବିରୁଦ୍ଧରେ ପ୍ରତିଜ୍ଞା କରୁଛି: ‘ସେମାନେ ସେମାନଙ୍କର ପାପ ପାଇଁ ଦଣ୍ଡ ବୋହିବେ।’” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।
13 “ପୁଣି ସେମାନେ ମୋର ଯାଜକମାନଙ୍କ ପରି ମୋର ନିକଟକୁ ବଳିଦାନ ଆଣିବେ ନାହିଁ। ସେମାନେ ମୋର ଦ୍ରବ୍ୟଗୁଡ଼ିକ ମଧ୍ୟରୁ କୌଣସି ପବିତ୍ର ଦ୍ରବ୍ୟ ନିକଟକୁ କିମ୍ବା ଅତି ପବିତ୍ର ଦ୍ରବ୍ୟଗୁଡ଼ିକ ନିକଟକୁ ଆସିବେ ନାହିଁ। କିନ୍ତୁ ସେମାନେ ନିଜର ଭୟଙ୍କର ପାପଗୁଡ଼ିକ ପାଇଁ ଅପମାନ ସହ୍ୟ କରିବେ। 14 ତଥାପି ମନ୍ଦିରର ସେବାକାର୍ଯ୍ୟ ପାଇଁ ଓ ତାହା ମଧ୍ୟରେ ସମସ୍ତ କାର୍ଯ୍ୟ କରିବା ପାଇଁ ମନ୍ଦିରର ଯତ୍ନ ନେବାକୁ ମୁଁ ସେମାନଙ୍କୁ ନିଯୁକ୍ତ କରିବି।
15 “କିନ୍ତୁ ସମସ୍ତ ଲେବୀୟ ଯାଜକଗଣ, ସାଦୋକର ଭବିଷ୍ୟଦ୍ ବଂଶଧରଗଣ ଯେଉଁମାନେ ମୋର ପବିତ୍ର ସ୍ଥାନ ନିୟମ ଅନୁସରଣ କଲେ, ଯେତେବେଳେ ଇସ୍ରାଏଲୀୟମାନେ ମୋ'ଠାରୁ ବିପଥଗାମୀ ହେଲେ, ସେମାନେ ମୋ’ ପାଖକୁ ସେବା କରିବା ପାଇଁ ଆସିବାକୁ ସମର୍ଥ ହେବ। ସେମାନେ ମୋ’ ଉଦ୍ଦେଶ୍ୟରେ ମେଦ ଓ ରକ୍ତ ବଳିଦାନ ହୋଇଥିବା ପଶୁମାନଙ୍କର ଉତ୍ସର୍ଗ କରିବା ନିମନ୍ତେ ମୋ’ ସମ୍ମୁଖରେ ଠିଆ ହେବ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି। 16 “ସେମାନେ ମୋର ପବିତ୍ର ସ୍ଥାନରେ ପ୍ରବେଶ କରିବେ। ସେମାନେ ମୋତେ ସେବା କରିବା ପାଇଁ ମୋ’ ମେଜ ନିକଟକୁ ଆସିବେ ଓ ସେମାନେ ମୋର ସେବାରେ ଯତ୍ନଶୀଳ ହେବେ। 17 ଯେତେବେଳେ ସେମାନେ ଭିତର ପ୍ରାଙ୍ଗଣର ଫାଟକ ନିକଟକୁ ଆସନ୍ତି, ସେମାନେ ନାଇଲନ୍ ପୋଷାକ ପିନ୍ଧିବେ, ଯେତେବେଳେ ସେମାନେ ମନ୍ଦିରର ଭିତର ପ୍ରାଙ୍ଗଣର ସେବା କରନ୍ତି, ସେମାନେ ନିଶ୍ଚୟ ପଶମ ବସ୍ତ୍ର ପରିଧାନ କରିବେ ନାହିଁ। 18 ସେମାନଙ୍କ ମସ୍ତକରେ ମସିନା ବସ୍ତ୍ରର ପଗଡ଼ି ଓ କଟି ଦେଶରେ ମସିନା ବସ୍ତ୍ରର ଜଙ୍ଘିଆ ଥିବ। ସ୍ୱେଦ ଜାତ ହେଲାଭଳି କୌଣସି ପୋଷାକ ସେମାନେ ପିନ୍ଧିବେ ନାହିଁ। 19 ପୁଣି ସେମାନେ ବାହାର ପ୍ରାଙ୍ଗଣରେ ଲୋକମାନଙ୍କ ନିକଟକୁ ଯିବା ପୂର୍ବରୁ, ସେମାନେ ଉପାସନା ସମୟରେ ବ୍ୟବହୃତ ବସ୍ତ୍ର କାଢ଼ି ଦେବା ଉଚିତ୍ ଏବଂ ପବିତ୍ର କୋଠରୀରେ ସେଗୁଡ଼ିକୁ ରଖିବେ। ଲୋକମାନେ ଯେପରି ସେହି ପବିତ୍ର ବସ୍ତ୍ର ନ ଛୁଇଁବେ, ସେଥିପାଇଁ ସେମାନେ ଅନ୍ୟ ବସ୍ତ୍ର ପରିଧାନ କରିବେ।
20 “ଏହି ଯାଜକଗଣ ସେମାନଙ୍କର ମସ୍ତକ ନିଶ୍ଚୟ କ୍ଷୌର କରିବେ ନାହିଁ। କିମ୍ବା ସେମାନଙ୍କର କେଶକୁ ଲମ୍ବା ହେବାକୁ ଦେବେ ନାହିଁ। ସେମାନେ କେବଳ ସେମାନଙ୍କର କେଶ କର୍ତ୍ତନ କରିବା ଉଚିତ୍। 21 କୌଣସି ଯାଜକ ଭିତର ପ୍ରାଙ୍ଗଣରେ ପ୍ରବେଶ କରିବା ସମୟରେ ଦ୍ରାକ୍ଷାରସ ପାନ କରିବେ ନାହିଁ। 22 ପୁଣି ସେମାନେ ବିଧବା କିମ୍ବା ସ୍ୱାମୀ ପରିତ୍ୟକ୍ତା ସ୍ତ୍ରୀକୁ ବିବାହ କରିବେ ନାହିଁ। ସେମାନେ ଇସ୍ରାଏଲ ବଂଶଜାତ ଅନୁଢ଼ା କୁମାରୀ କିମ୍ବା ମୃତ ଯାଜକର ବିଧବାକୁ ବିବାହ କରିବେ।
23 “ଆଉ ମଧ୍ୟ ଯାଜକମାନେ ମୋର ଲୋକମାନଙ୍କୁ ପବିତ୍ର କି ଅପବିତ୍ର ଆଉ ଶୁଚି ଓ ଅଶୁଚି ମଧ୍ୟରେ ପ୍ରଭେଦ ଶିଖାଇବେ। 24 ବିବାଦ ଉପସ୍ଥିତ ହେଲେ ସେମାନେ ବିଗ୍ଭରପତି ଭାବରେ ବିଗ୍ଭର କରିବେ। ମୋର ସମସ୍ତ ଶାସନ ବିଧି ଅନୁସାରେ ସେମାନେ ବିଗ୍ଭର ନିଷ୍ପତ୍ତି କରିବେ ଏବଂ ସେମାନେ ମୋର ନିରୂପିତ ସମସ୍ତ ପର୍ବରେ ମୋର ବ୍ୟବସ୍ଥା ଓ ମୋର ବିଧିସବୁ ପାଳନ କରିବେ। ଆଉ ସେମାନେ ମୋର ବିଶ୍ରାମ ଦିନଗୁଡ଼ିକ ପବିତ୍ର ରଖିବା ଉଚିତ୍। 25 କାରଣ ସେମାନେ ଅଶୁଚି କରିବା ପାଇଁ କୌଣସି ମୃତ ଲୋକ ଶବ ନିକଟକୁ ଆସିବେ ନାହିଁ। କିନ୍ତୁ ସେମାନେ ନିଜର ପିତା, ମାତା, ପୁତ୍ର, କନ୍ୟା, ଭ୍ରାତା କିମ୍ବା ଅବିବାହିତା ଭଗିନୀ ନିମନ୍ତେ ନିଜକୁ ଅଶୁଚି କରି ପାରିବେ। 26 ପୁଣି ଯାଜକ ଶୁଚି ହେଲା ପରେ ଗଣିତ ହେବା ପାଇଁ ସାତ ଦିନ ଅପେକ୍ଷା କରିବ। 27 ସେ ଯେଉଁ ଦିନ ଉପାସନା ପାଇଁ ପବିତ୍ର ସ୍ଥାନର ଭିତର ପ୍ରାଙ୍ଗଣକୁ ଯିବ ସେଦିନ ନିଜ ପାଇଁ ପାପାର୍ଥକ ବଳି ଉତ୍ସର୍ଗ କରିବ।” ସଦାପ୍ରଭୁ, ମୋର ପ୍ରଭୁ ଏହିସବୁ କହନ୍ତି।
28 “ଆଉ ଲେବୀୟମାନେ ଏକ ଉତ୍ତରାଧିକାର ପ୍ରାପ୍ତ ହେବେ। ମୁଁ ସେମାନଙ୍କର ସମ୍ପତ୍ତି, ତୁମ୍ଭେମାନେ ଇସ୍ରାଏଲ ଭିତରେ କୌଣସି ଭୂମି ସେମାନଙ୍କୁ ଦେବ ନାହିଁ। କାରଣ ମୁଁ ସେମାନଙ୍କର ଅଧିକାର ଅଟେ। 29 ସେମାନେ ଶସ୍ୟ ବଳି, ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ଭୋଜନ କରିବେ। ଇସ୍ରାଏଲ ଲୋକମାନେ ଯାହାସବୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବେ, ସେସବୁ ସେମାନଙ୍କର ହେବ। 30 ତୁମ୍ଭମାନଙ୍କର ସମସ୍ତ ଶସ୍ୟଅମଳର ପ୍ରଥମ ଭାଗ ଓ ସମସ୍ତ ଉପହାରଗୁଡ଼ିକ ମଧ୍ୟରେ ପ୍ରତ୍ୟେକ ଉପହାର ଯାଜକମାନଙ୍କର ହେବ। ଆଉ ମଧ୍ୟ ତୁମ୍ଭେମାନେ ନିଜ ନିଜ ଗୃହରେ ଆଶୀର୍ବାଦ ଲାଭ କରିବା ପାଇଁ ଯାଜକକୁ ନିଜର ସୁଜିର ପ୍ରଥମ ଅଂଶ ଦେବ। 31 ପୁଣି ଯାଜକମାନେ କୌଣସି ସ୍ୱୟଂ ମୃତ ବା ପଶୁ ପକ୍ଷୀ ଦ୍ୱାରା ବିଦୀର୍ଣ୍ଣ କୌଣସି ମୃତ ପଶୁ କିମ୍ବା ପକ୍ଷୀ ଭକ୍ଷ୍ୟଣ କରିବେ ନାହିଁ।
ପବିତ୍ର ବ୍ୟବହାର ନିମନ୍ତେ ଦେଶ ବିଭାଗ
45 “ଏବଂ ଯେଉଁ ସମୟରେ ତୁମ୍ଭେମାନେ ଉତ୍ତରାଧିକାରୀ ପାଇଁ ଗୁଲିବାଣ୍ଟ ଦ୍ୱାରା ଭୂମି ବିଭାଗ କରିବ, ତୁମ୍ଭେ ଏଥିରୁ ଏକ ପବିତ୍ର ଅଂଶପରି ସଦାପ୍ରଭୁଙ୍କ ପାଇଁ ଅଲଗା ରଖିବା ଉଚିତ୍। ତାହାର ଦୈର୍ଘ୍ୟ 25,000 ହାତ ଓ ପ୍ରସ୍ଥ 20,000 ହାତ ହେବ। ସେ ସମସ୍ତ ଭୂମି ପବିତ୍ର ହେବ। 2 ତାହା ମଧ୍ୟରୁ 500 ହାତ ଦୈର୍ଘ୍ୟ ଓ 500 ହାତ ପ୍ରସ୍ଥ ବିଶିଷ୍ଟ ଏକ ବର୍ଗାକାର କ୍ଷେତ୍ର ସଦାପ୍ରଭୁଙ୍କ ପବିତ୍ର ମନ୍ଦିର ନିମନ୍ତେ ରହିବ। ତାହାର ଚତୁର୍ଦ୍ଦିଗରେ ପଗ୍ଭଶ୍ ହାତ ପରିମିତ ଏକ ଖୋଲା ସ୍ଥାନ ରହିବ। 3 ଆଉ ଏହି ପରିମିତ ଅଂଶରୁ ତୁମ୍ଭେ 25,000 ହାତ ଦୈର୍ଘ୍ୟ ଓ 10,000 ହାତ ପ୍ରସ୍ଥ ଭୂମି ମାପିବ। ଏହାରି ମଧ୍ୟରେ ମନ୍ଦିର ଓ ମହାପବିତ୍ର ସ୍ଥାନ ହେବ।
4 “ଦେଶର ଏହି ଅଂଶ ପବିତ୍ର ଅଟେ। ଯାଜକମାନେ, ଯିଏ ସଦାପ୍ରଭୁଙ୍କ ଉପାସନା କରିବାକୁ ଆସନ୍ତି ଏବଂ ପବିତ୍ର ମନ୍ଦିରରେ ସେବା କରେ ଏହି ଭୂମି ସଦାପ୍ରଭୁଙ୍କ ପାଇଁ ପାଇବେ। ଆଉ ଏହି ସ୍ଥାନ ସେମାନଙ୍କର ମନ୍ଦିର ନିର୍ମାଣ ପାଇଁ ଓ ଧର୍ମଧାମ ପାଇଁ ପବିତ୍ର ସ୍ଥାନ ହେବ। 5 ପୁଣି 25,000 ହାତ ଦୈର୍ଘ୍ୟ ଓ 10,000 ହାତ ପ୍ରସ୍ଥ ବିଶିଷ୍ଟ ଭୂମି ଯେଉଁ ଲେବୀୟମାନେ ପ୍ରଭୁଙ୍କ ମନ୍ଦିରର ଉପାସନା ପାଇଁ ନିଯୁକ୍ତ ହୁଅନ୍ତି ଏହା ସେମାନଙ୍କର ବାସ କରିବା ପାଇଁ ନଗର ହେବ।
6 “ପୁଣି ନଗରର ପାଇଁ ପବିତ୍ର ଅଞ୍ଚଳ ପାଖେ ପାଖେ 5,000 ହାତ ପ୍ରସ୍ଥ ଓ 25,000 ହାତ ଦୈର୍ଘ୍ୟ ଭୂମି ନିରୂପଣ କରିବି। ତାହା ସମୁଦାୟ ଇସ୍ରାଏଲ ବଂଶର ନିମନ୍ତେ ହେବ। 7 ପୁଣି ଅଧିପତି ନିମନ୍ତେ ଯାହା ହେବ ସେ ଭୂମି ପବିତ୍ର ଉପହାର ଓ ନଗର ଅଧିକାର ଭୂମିରେ ଉଭୟ ପାଖରେ ରହିବ। ଆଉ ପଶ୍ଚିମ ସୀମାଠାରୁ ପୂର୍ବ ସୀମା ପର୍ଯ୍ୟନ୍ତ ବଢ଼ିକି ଏହାର ଓସାର ଗୋଟିଏ ପରିବାରବର୍ଗର ଭୂମି ଅଂଶ ସହିତ ସମାନ ହେବ। 8 ଏହା ଦେଶ ମଧ୍ୟରେ ତାହା ଅର୍ଥାତ୍ ଇସ୍ରାଏଲ ମଧ୍ୟରେ ତାହାର ଅଧିକାରାର୍ଥେ ହେବ। ପୁଣି ଆମ୍ଭର ଅଧିପତିମାନେ ଆମ୍ଭ ଲୋକମାନଙ୍କ ପ୍ରତି ଆଉ ଉପଦ୍ରବ କରିବେ ନାହିଁ। ମାତ୍ର ଇସ୍ରାଏଲ ବଂଶକୁ ସେମାନଙ୍କର ଗୋଷ୍ଠୀ ଅନୁସାରେ ଦେଶ ଦେବେ।”
9 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ହେ ଇସ୍ରାଏଲର ଅଧିପତିମାନେ, ଯଥେଷ୍ଟ! ତୁମ୍ଭମାନଙ୍କ ନିମନ୍ତେ ଏହା ଯଥେଷ୍ଟ ହେଉ। ତୁମ୍ଭେମାନେ ଲୋକମାନଙ୍କ ପ୍ରତି ନିଷ୍ଠୁରତା ଓ ଧନ ଅପହରଣ କରିବା ଦୂର କର। ଆଉ ସେମାନଙ୍କ ପ୍ରତି ନ୍ୟାୟ ଓ ଯଥାର୍ଥ ବିଗ୍ଭର କର। ମୋର ଲୋକମାନଙ୍କଠାରୁ ଭୂମି ନେଇଯିବା ବନ୍ଦ କର।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।
10 “ଲୋକମାନଙ୍କୁ ଠକିବା ବନ୍ଦ କର। ଯଥାର୍ଥ ତରାଜୁ ଓ ଐଫା ଓ ଯଥାର୍ଥ ମାପ ବ୍ୟବହାର କର। 11 ବାତ୍ ଯେପରି ହୋମରର ଏକ ଦଶମାଂଶ ହେବ, ଐଫା ହୋମରର ସହିତ ସମାନ ହେବ। ଏଥିପାଇଁ ଐଫା ଓ ବାତର ଏକ ସମାନ ପରିମାଣ ହେବ। ତହିଁର ପରିମାଣ ହୋମର ଅନୁସାରେ ହେବ। 12 ପୁଣି ଏକ ଶେକଲ କୋଡ଼ିଏ ଗେରା ହେବ, ଏକ ମିନା କୋଡ଼ିଏ ଶେକଲ, ପଚିଶ୍ ଶେକଲ, ପନ୍ଦର ଶେକଲ ହେବ।
13 “ତୁମ୍ଭେମାନେ ଏହି ବିଶେଷ ନୈବେଦ୍ୟ ଉତ୍ସର୍ଗ କରିବ।
ପ୍ରତ୍ୟେକ ହୋମର ଏକ ଷଷ୍ଠାଂଶ ଗହମ
ଓ ଏକ ଷଷ୍ଠାଂଶ ବାଲି ତୁମ୍ଭେମାନେ ଦେବ।
14 ପୁଣି ବାତ୍ ସମ୍ବନ୍ଧୀୟ ତୈଳର ନିରୂପିତ ଅଂଶ କୋରରୁ ଏକ ବାତ୍ର ଦଶମାଂଶ ହେବ।
କୋର୍ ଦଶ ବାତ୍ ଅର୍ଥାତ୍ ଏକ ହୋମର, କାରଣ ଦଶ ବାତରେ ଏକ ହୋମର ହୁଏ।
15 ଆଉ ଇସ୍ରାଏଲର ଭଲ ଜଳ ହୋଇଥିବା ଗ୍ଭରଣଭୂମି ସ୍ଥାନରୁ ପଲର 200 ମେଷ ମଧ୍ୟରୁ ଏକ ମେଷ ଦେବ।
“ତାହା ଲୋକମାନଙ୍କ ନିମନ୍ତେ ବିଶେଷ ନୈବେଦ୍ୟ ହେବ। ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କରିବା ପାଇଁ ଏହି ଶସ୍ୟ ବଳି, ହୋମବଳି ଓ ମଙ୍ଗଳାର୍ଥକ ବଳି ହେବ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।
16 “ଦେଶର ସମସ୍ତ ଲୋକ ଇସ୍ରାଏଲର ଅଧିପତିଙ୍କ ପାଇଁ ଏହି ଉପହାର ଦେବେ। 17 ପୁଣି ପର୍ବ ଦିନରେ; ଅମାବାସ୍ୟାରେ ଓ ବିଶ୍ରାମବାରଗୁଡ଼ିକରେ ଇସ୍ରାଏଲ ବଂଶର ସକଳ ନିରୂପିତ ପର୍ବ ସମୟରେ ହୋମବଳି, ଶସ୍ୟବଳି ଓ ପେୟନୈବେଦ୍ୟ ଓ ସହଭାଗିତାର ନୈବେଦ୍ୟ ଅଧିପତି ଦେବେ। ଅଧିପତି ଇସ୍ରାଏଲକୁ ପବିତ୍ର କରିବା ପାଇଁ ସମସ୍ତ ପାପାର୍ଥକ ବଳି, ଶସ୍ୟ ନୈବେଦ୍ୟ, ହୋମବଳି, ସହଭାଗିତାର ନୈବେଦ୍ୟ ଉତ୍ସର୍ଗ କରିବେ।”
18 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ପ୍ରଥମ ମାସର ପ୍ରଥମ ଦିନ ତୁମ୍ଭେ ଏକ ନିଖୁଣ ଗୋବତ୍ସ ନେଇ ପବିତ୍ର ସ୍ଥାନକୁ ଶୁଚି କରିବ। 19 ପୁଣି ଯାଜକ ପାପାର୍ଥକ ବଳିର ରକ୍ତର କିଛି ନେଇ ମନ୍ଦିରର ଚୌକାଠମାନର ଉପରେ ଯଜ୍ଞବେଦି ଥାକର ଗ୍ଭରି କୋଣର ଉପରେ ଆଉ ଭିତର ପ୍ରାଙ୍ଗଣର ଦ୍ୱାର ଚୌକାଠର ଉପରେ ଲଗାଇବା ଉଚିତ୍। 20 ଆଉ ଯେଉଁ ଲୋକ ଭ୍ରାନ୍ତିରେ କୌଣସି ପାପ କରେ ତାହା ପାଇଁ ଓ ସେହିମାନଙ୍କ ପାଇଁ ଅଜାଣତରେ ପାପ କରେ, ତାହା ପାଇଁ ତୁମ୍ଭେ ମାସର ସପ୍ତମ ଦିନରେ ଏହି ପ୍ରକାର କରିବ। ଏହିରୂପେ ତୁମ୍ଭେମାନେ ମନ୍ଦିରକୁ ପବିତ୍ର କରିବ।
ନିସ୍ତାରପର୍ବ ସମୟର ବଳି
21 “ପ୍ରଥମ ମାସର ଚତୁର୍ଦ୍ଦଶ ଦିବସରେ ତୁମ୍ଭମାନଙ୍କର ନିସ୍ତାରପର୍ବ ହେବ। ସେହି ପର୍ବ ସାତ ଦିନ ଧରି ପାଳିତ ହେବ। ସେ ସମୟରେ ତୁମ୍ଭମାନଙ୍କୁ ତାଡ଼ୀଶୂନ୍ୟ ରୋଟୀ ଭୋଜନ କରିବ। 22 ପୁଣି ସେହି ସମୟରେ ଅଧିପତି ଆପଣା ନିମନ୍ତେ ଓ ଦେଶସ୍ଥ ସକଳ ଲୋକଙ୍କ ନିମନ୍ତେ ପାପାର୍ଥକ ବଳିରୂପେ ଏକ ବୃଷଭ ଉତ୍ସର୍ଗ କରିବେ। 23 ଭୋଜିର ସାତ ଦିନ ସମୟ ଯାଏ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବା ଉଚିତ୍। ସାତ ଦିନ ଯାଏ ପ୍ରତିଦିନ ନିର୍ଦ୍ଦୋଷ ସାତ ବୃଷଭ ଓ ସାତ ମେଷ, ଆଉ ପାପାର୍ଥକ ବଳିରୂପେ ପ୍ରତିଦିନ ଏକ ଛାଗ ଉତ୍ସର୍ଗ କରିବେ। 24 ଏବଂ ଅଧିପତି ଏକ ଏକ ବୃଷଭ ସହିତ ଏକ ଏକ ଐଫା ଯବ ଓ ଏକ ଏକ ମେଷ ସହିତ ଏକ ଏକ ଐଫା ଯବ ଓ ପ୍ରତି ଐଫା ପାଇଁ ଏକ ହୀନ ତୈଳର ଶସ୍ୟ ନୈବେଦ୍ୟ ଉତ୍ସର୍ଗ କରିବେ। 25 ଏବଂ ସେହି ଅଧିପତି ସପ୍ତମ ମାସର ପଞ୍ଚଦଶ ଦିନ ପର୍ବ ସମୟରେ ସାତ ଦିନ ଯାଏ ଏହିରୂପ ଅର୍ଥାତ୍ ପାପାର୍ଥକ ବଳି, ହୋମାର୍ଥକ ବଳି, ଶସ୍ୟ ନୈବେଦ୍ୟ ଆଉ ତୈଳ ଦାନର ବିଧି ଅନୁଯାୟୀ ଉତ୍ସର୍ଗ କରିବେ।”
2010 by World Bible Translation Center