Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 13-15

13 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲର ଯେଉଁମାନେ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ଭବିଷ୍ୟତବାକ୍ୟ ପ୍ରଗ୍ଭର କରନ୍ତି। ସେମାନଙ୍କୁ କୁହ, ‘ସଦାପ୍ରଭୁଙ୍କର ବାକ୍ୟ ଶୁଣ। ମୋର ପ୍ରଭୁ ସଦାପ୍ରଭୁ ଏହା କହନ୍ତି, ଯେଉଁ ନିର୍ବୋଧ ଭବିଷ୍ୟ‌ଦ୍‌ବକ୍ତାମାନେ ପ୍ରକୃତ ଦର୍ଶନ ପ୍ରାପ୍ତ ନ ହୋଇ ନିଜ ନିଜ ଇଚ୍ଛାର ଅନୁସରଣ କରନ୍ତି, କିନ୍ତୁ ପ୍ରକୃତ ଦର୍ଶନ ଦେଖନ୍ତି ନାହିଁ।

“‘ହେ ଇସ୍ରାଏଲ, ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତାଗଣ ଉଜଡ଼ା ସ୍ଥାନର କୋକିଶିଆଳୀ ତୁଲ୍ୟ ହୋଇଅଛନ୍ତି। ତୁମ୍ଭେମାନେ ଗଲ ନାହିଁ ଓ ଇସ୍ରାଏଲର ଚତୁର୍ପାର୍ଶ୍ୱର ଭଗ୍ନ ପ୍ରାଚୀର ତିଆରି କଲ ନାହିଁ, ଯାହା ଫଳରେ ସଦାପ୍ରଭୁଙ୍କର ସଂଗ୍ରାମରେ ଏହା ନିଜକୁ ନିଜେ ସୁରକ୍ଷା ଦେଇଥା’ନ୍ତ।

“‘ଏହି ଭଣ୍ଡ ଭବିଷ୍ୟ‌ଦ୍‌ବକ୍ତାଗଣ ମିଥ୍ୟା ଦର୍ଶନ ପାଆନ୍ତି ଓ ସେମାନଙ୍କର ଅଲୌକିକ ଶକ୍ତି ମିଥ୍ୟା ଅଟେ। ସେମାନେ କହନ୍ତି, ଏହିପରି ସଦାପ୍ରଭୁ କହନ୍ତି, କିନ୍ତୁ ସଦାପ୍ରଭୁ ସେମାନଙ୍କୁ ପଠାଇ ନ ଥିଲେ ଏବଂ ସେମାନଙ୍କ ବାକ୍ୟ ସତ୍ୟ ହେବ ବୋଲି ଲୋକମାନେ ଆଶା କରନ୍ତି।

“‘ଏହା କ’ଣ ସତ୍ୟ ନୁହେଁ, ତାହା ତୁମ୍ଭେ ମିଥ୍ୟା ଦର୍ଶନ ଓ ତୁମ୍ଭର ଅଲୌକିକ ଶକ୍ତି, ଯାହା ପ୍ରଗ୍ଭର କର, ତାହା ମିଥ୍ୟା ଅଟେ? ଏବଂ ଏପରି ତୁମ୍ଭେ କହିଛ, ସଦାପ୍ରଭୁ ଏହା କହନ୍ତି, ଯେପରି ଆମ୍ଭେ ତୁମ୍ଭକୁ ପଠାଇ ନ ଥିଲୁ?’”

ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ଯେହେତୁ ତୁମ୍ଭେମାନେ ମିଥ୍ୟା କଥା କହିଅଛ ଓ ମିଥ୍ୟା ଦର୍ଶନ ପାଇଅଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କର ବିରୁଦ୍ଧରେ ଯିବା।” ସଦାପ୍ରଭୁ ମୋର ପ୍ରଭୁ ଏହା କହନ୍ତି। “ଯେଉଁ ଭବିଷ୍ୟ‌ଦ୍‌ବକ୍ତାମାନେ ମିଥ୍ୟା ଦର୍ଶନ ପାଇବାର ବାହାନା କରନ୍ତି ଓ ମିଥ୍ୟା ଅଲୌକିକ ଶକ୍ତି ଘୋଷଣା କରନ୍ତି, ମୋର ହସ୍ତ ସେମାନଙ୍କ ବିରୁଦ୍ଧରେ ଯିବ, ସେମାନେ ମୋ’ ଲୋକମାନଙ୍କ ମନ୍ତ୍ରୀ ସଭାରେ ରହିବେ ନାହିଁ। ଇସ୍ରାଏଲର ପରିବାର ତାଲିକାରେ ସେମାନଙ୍କର ନାମଗୁଡ଼ିକ ତାଲିକାଭୁକ୍ତ ହେବ ନାହିଁ। ଏବଂ ଇସ୍ରାଏଲ ଦେଶରେ ସେମାନେ ପ୍ରବେଶ କରିବେ ନାହିଁ। ତାହାହେଲେ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଅଟୁ।

10 “ସେଠାରେ ଶାନ୍ତି ଅଛି ବୋଲି କହି ଏହି ଭବିଷ୍ୟ‌ଦ୍‌ବକ୍ତାମାନେ ଆମ୍ଭର ଲୋକମାନଙ୍କୁ ଭୁଲବାଟରେ ନେଇଛନ୍ତି, ଯେତେବେଳେ ସେଠାରେ ଶାନ୍ତି ନ ଥାଏ। ଯିଏ କି ପ୍ରାଚୀର ନିର୍ମାଣକାରୀ, ଯିଏ କି ପ୍ରାଚୀର ମରାମତି କରେ ନାହିଁ, କିନ୍ତୁ ଫାଟକୁ ପତଳା ଲେପ ଦେଇ ଆଚ୍ଛାଦନ କରିବା ପାଇଁ କେବଳ ଚେଷ୍ଟା କରନ୍ତି। 11 ଏବଂ ସେହି ଲୋକମାନଙ୍କୁ କୁହ, ଯେଉଁମାନେ ପ୍ରାଚୀରକୁ ଲେପନ କରିଛନ୍ତି, ଏହା ଭୁଷୁଡ଼ି ପଡ଼ିବ। ମୁଁ ବଡ଼ବଡ଼ କୁଆପଥର ପ୍ରବଳ ବୃଷ୍ଟି, ସହିତ ଘୂର୍ଣ୍ଣିବାୟୁ ସେହି ପ୍ରାଚୀରକୁ ଧ୍ୱଂସ କରିଦେବା ପାଇଁ ପଠାଇବି। 12 ଏବଂ କାନ୍ଥ ଯେତେବେଳେ ତଳକୁ ପଡ଼ିଯିବ, ସେତେବେଳେ ଲୋକମାନେ ଏହି ଭଣ୍ଡ ଯାଜକମାନଙ୍କୁ ପଗ୍ଭରିବେ ନାହିଁ କି, ‘ତୁମ୍ଭେମାନେ ଯାହା ଦେଇ ଲେପନ କରିଥିଲ, ସେହି ପ୍ରଲେପ କାହିଁ?’” 13 ଏଣୁ ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହିଛନ୍ତି, “ମୁଁ ପ୍ରଚଣ୍ଡ କୋପରେ ବାୟୁ ପ୍ରବାହିତ କରାଇବି। ସେଠାରେ ପ୍ରବଳ ବୃଷ୍ଟି ହେବ ଓ ବୃହତ୍ ଶିଳାବୃଷ୍ଟି ହୋଇ ତାହା ବିନଷ୍ଟ ହେବ। 14 ତୁମ୍ଭେ ଯେଉଁ ଅମିଶ୍ରିତ ମସଲାରେ କାନ୍ଥକୁ ଲେପନ କରିଅଛ ମୁଁ ତାହା ବିଦୀର୍ଣ୍ଣ କରିପକାଇବି। ମୁଁ ଏହାକୁ ଭୂମିସ୍ତର ସହିତ ସମତଳ କରି ଦେବି, ମୁଁ ଏହାର ମୂଳଦୁଆକୁ ବାହାର କରିବି। ତାହା ତୁମ୍ଭମାନଙ୍କ ଉପରେ ପଡ଼ିବ, ତହିଁରେ ତୁମ୍ଭେମାନେ ବିନଷ୍ଟ ହେବ। ଏଣୁ ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ। 15 ଏହିରୂପେ ମୁଁ ସେହି କାନ୍ଥ ଉପରେ ଓ ଯେଉଁମାନେ ମିଶ୍ରିତ ମସଲାରେ ତାହା ପତଳା ଲେପନ କରିଅଛନ୍ତି, ସେମାନଙ୍କ ଉପରେ ଆପଣା କୋପ ପ୍ରକାଶ କରିବା ସମାପ୍ତ କରିବି। ତା'ପରେ ମୁଁ ତୁମ୍ଭମାନଙ୍କୁ କହିବି, ‘ସେହି କାନ୍ଥ ଓ ତାହାର ଲେପନକାରୀମାନେ ନାହାନ୍ତି।’

16 “ଇସ୍ରାଏଲର ଭବିଷ୍ୟ‌ଦ୍‌ବକ୍ତା ଯେଉଁମାନେ ଯିରୁଶାଲମ ବିଷୟରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ ଓ ଶାନ୍ତି ନ ଥିଲେ ହେଁ ତାହା ନିମନ୍ତେ ଶାନ୍ତିର ଦର୍ଶନ ପାଆନ୍ତି।” ଏହା ମୋର ପ୍ରଭୁ ସଦାପ୍ରଭୁ କହିଛନ୍ତି।

17 ପରମେଶ୍ୱର କହିଲେ, “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲର ଯେଉଁ କନ୍ୟାଗଣ ଆପଣା ଆପଣା ହୃଦୟରୁ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି, ସେମାନଙ୍କ ବିରୁଦ୍ଧରେ ତୁମ୍ଭ ମୁଖ ରଖ ଓ ସେମାନଙ୍କ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କୁହ, 18 ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହିଛନ୍ତି, ସ୍ତ୍ରୀଲୋକମାନେ ତୁମ୍ଭକୁ ଧିକ୍, ଯେଉଁମାନେ ସମସ୍ତ ଲୋକମାନଙ୍କ ପାଇଁ କଙ୍କଣ ତିଆରି କରୁଛନ୍ତି ଓ ଯାଦୁ ଓଢ଼ଣୀ ମୁଣ୍ଡରେ ପିନ୍ଧିବା ପାଇଁ ତିଆରି କରୁଛନ୍ତି, ଲୋକମାନଙ୍କୁ ଫାଶରେ ପକାଇବା ପାଇଁ ଚେଷ୍ଟା କରୁଛନ୍ତି। 19 ମୁଠାଏ ବାଲି ପାଇଁ ଓ କେତେଖଣ୍ଡ ରୋଟୀ ପାଇଁ ତୁମ୍ଭେମାନେ ମୋ’ ଲୋକମାନଙ୍କ ମଧ୍ୟରେ ମୋତେ ଅପମାନିତ କଲ। ତୁମ୍ଭର ମିଥ୍ୟା ପାଇଁ ମୋର ଲୋକମାନେ ଯେଉଁମାନେ ମିଥ୍ୟା ଶୁଣିଲେ, ତୁମ୍ଭେମାନେ ଲୋକମାନଙ୍କୁ ହତ୍ୟା କରିଛ, ଯେଉଁମାନଙ୍କର ମରିବା ଉଚିତ୍ ନ ଥିଲା ଏବଂ ତୁମ୍ଭେ ସେହି ଲୋକମାନଙ୍କୁ ଛାଡ଼ି ଦେଇଛ, ଯେଉଁମାନଙ୍କର ମରିବା ଉଚିତ୍ ଥିଲା। 20 ତେଣୁ ସଦାପ୍ରଭୁ, ମୋର ପ୍ରଭୁ କହିଛନ୍ତି, ଦେଖ ତୁମ୍ଭେମାନେ ଯେଉଁ କଙ୍କଣ ଦ୍ୱାରା ଲୋକମାନଙ୍କୁ ପକ୍ଷୀଗଣ ପରି ଫାଶରେ ପକାଉଛ, ମୁଁ ତା'ର ବିରୋଧୀ ଅଟେ। ଏବଂ ମୁଁ ତୁମ୍ଭମାନଙ୍କ ହସ୍ତରୁ ସେହି କଙ୍କଣକୁ ଚିରି ପକାଇବି। ଏବଂ ଯେଉଁ ଲୋକମାନଙ୍କୁ ତୁମ୍ଭେମାନେ ଫାଶରେ ପକାଉଛ ମୁଁ ସେମାନଙ୍କୁ ମୁକ୍ତ କରିବି ଓ ସେମାନେ ମୁକ୍ତ ପକ୍ଷୀ ପରି ଉଡ଼ିଯିବେ। 21 ଏବଂ ମଧ୍ୟ ମୁଁ ତୁମ୍ଭମାନଙ୍କର ଆବରଣୀ ଚିରି ପକାଇବି ଓ ମୋ’ ଲୋକମାନଙ୍କୁ ତୁମ୍ଭମାନଙ୍କ ହସ୍ତରୁ ଉଦ୍ଧାର କରିବି। ଏବଂ ସେମାନେ ତୁମ୍ଭମାନଙ୍କ ଫାଶରେ ପଡ଼ି ଆଉ ତୁମ୍ଭମାନଙ୍କର ହସ୍ତଗତ ହେବେ ନାହିଁ। ତାହାହେଲେ ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।

22 “‘କାରଣ ଯେତେବେଳେ ମୁଁ ଧାର୍ମିକମାନଙ୍କୁ ଦୟନୀୟ କରି ନାହିଁ, କିନ୍ତୁ ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତାଗଣ ମିଥ୍ୟା ଦ୍ୱାରା ସେମାନଙ୍କୁ ଦୁଃଖିତ କରିଛନ୍ତି। ଏବଂ ଦୁଷ୍ଟ ଲୋକମାନେ ଯେପରି ସେମାନଙ୍କର କୁପଥରୁ ନ ଫେରନ୍ତି ସେଥିପାଇଁ ତୁମ୍ଭେମାନେ ସେମାନଙ୍କୁ ଉତ୍ସାହିତ କରିଛ। 23 ତେଣୁ ତୁମ୍ଭେମାନେ ଆଉ ମିଥ୍ୟା ଦର୍ଶନ ପାଇବ ନାହିଁ। କିମ୍ବା ମନ୍ତ୍ର ପଢ଼ିବ ନାହିଁ। ଏବଂ ମୁଁ ଆପଣା ଲୋକମାନଙ୍କୁ ତୁମ୍ଭମାନଙ୍କ ହସ୍ତରୁ ଉଦ୍ଧାର କରିବି। ତେଣୁ ତୁମ୍ଭେମାନେ ତାହା ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।’”

14 ଅନନ୍ତର ଇସ୍ରାଏଲର ପ୍ରାଚୀନଗଣ ମଧ୍ୟରୁ କେତେଜଣ ମୋ’ ନିକଟକୁ ଆସି ମୋ’ ସମ୍ମୁଖରେ ବସିଲେ। ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର; ଏହି ଲୋକମାନେ ସେମାନଙ୍କର ହୃଦୟ ସେମାନଙ୍କର ମୂର୍ତ୍ତିଗୁଡ଼ିକୁ ଦେଇଅଛନ୍ତି ଏବଂ ସେମାନଙ୍କ ପାପ ସେମାନଙ୍କ ପଥରେ ବାଧା ରୂପେ ରହିଛି। ତେଣୁ ମୁଁ ସେମାନଙ୍କୁ କାହିଁକି ମୋତେ ଅନୁସନ୍ଧାନ କରିବାକୁ ଅନୁମତି ଦେବି? ଏଣୁ ତୁମ୍ଭେ ସେମାନଙ୍କୁ କୁହ, ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, ଯେକେହି ଇସ୍ରାଏଲୀୟ ଯିଏ ତା'ର ହୃଦୟ ନିଜର ମୂର୍ତ୍ତିକୁ ଦିଏ, ଏବଂ ଯାହାର ପାପ ତା’ ପାଇଁ ଏକ ବାଧା ଦିଏ, ଯେତେବେଳେ ଭବିଷ୍ୟ‌ଦ୍‌ବକ୍ତା ନିକଟକୁ ଉପଦେଶ ପାଇଁ ଯାଏ, ମୁଁ ସଦାପ୍ରଭୁ ନିଜେ ତାକୁ ଉତ୍ତର ଦେବି। କିନ୍ତୁ ତାକୁ ଯାଇ ପଗ୍ଭରିବା ପାଇଁ କହିଲି, ତାଙ୍କର କଳୁଷିତ ମୂର୍ତ୍ତିଗୁଡ଼ିକୁ ସାହାଯ୍ୟ ନିମନ୍ତେ। ମୁଁ ଏହା କରିବି, ଇସ୍ରାଏଲୀୟମାନଙ୍କୁ ବୁଝିପାରିବା ପାଇଁ ସେମାନଙ୍କ ଉପରେ ସେହି, ସେମାନଙ୍କର କଳୁଷିତ ମୂର୍ତ୍ତିଗୁଡ଼ିକ ମୋ'ଠାରୁ ଉଚ୍ଛିନ୍ନ ରହିବେ।’

“ତେଣୁ ଇସ୍ରାଏଲ ବଂଶଧରଙ୍କୁ କୁହ! ସେମାନଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ଅନୁତାପ କର ଓ ତୁମ୍ଭମାନଙ୍କର ମୂର୍ତ୍ତିଗୁଡ଼ିକୁ ପରିତ୍ୟାଗ କରି ଘୃଣ୍ୟ ପ୍ରଥାରୁ ମୋ’ ନିକଟକୁ ଫେରି ଆସ। ଯଦି କୌଣସି ଇସ୍ରାଏଲୀୟ କିମ୍ବା ଇସ୍ରାଏଲୀୟମାନଙ୍କ ସହିତ ବାସ କରୁଥିବା କୌଣସି ବ୍ୟକ୍ତି ମୋତେ ପରିତ୍ୟାଗ କରେ ଏବଂ ତା'ର ହୃଦୟକୁ ମୂର୍ତ୍ତିମାନଙ୍କଠାରେ ଲଗାଏ, ତା’ ପାଇଁ ତା'ର ପାପ ଏକ ବାଧା ହୁଏ ଏବଂ ତା'ପରେ ସେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଗ୍ଭରିବା ପାଇଁ ଯାଏ, ମୁଁ ନିଜେ ସଦାପ୍ରଭୁ ତାକୁ ଉତ୍ତର ଦେବି। ଆମ୍ଭେ ସେ ଲୋକର ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାକୁ ବିନାଶ କରିବା। ସେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ଓ ହାସ୍ୟାସ୍ପଦ ହେବ। ଆଉ ଆମ୍ଭେ ଅନ୍ୟ ଲୋକଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା। ତାହାହେଲେ ଆମ୍ଭେ ଯେ ସଦାପ୍ରଭୁ, ଏହା ତୁମ୍ଭେମାନେ ଜାଣିବ। ଯଦି କୌଣସି ଭବିଷ୍ୟ‌ଦ୍‌ବକ୍ତା ଏପରି ମୂର୍ଖ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରେ, ତେବେ ମୁଁ ସଦାପ୍ରଭୁ ତାକୁ ଦେଖାଇ ଦେବି ଯେ, ସେ କିପରି ମୂର୍ଖ ଥିଲା। 10 ତେଣୁ ଉଭୟ ନିଜ ନିଜର ପାପର ଭାର ବହନ କରିବେ। ଭବିଷ୍ୟ‌ଦ୍‌ବକ୍ତାର ଅଧର୍ମ ଓ ତାହାର ଅନ୍ୱେଷଣକାରୀର ଅଧର୍ମ ସମାନ ହେବ। 11 ତେଣୁ ଇସ୍ରାଏଲର ବଂଶଧର ଆଉ ମୋ'ଠାରୁ ବିପଥଗାମୀ ହେବେ ନାହିଁ ଏବଂ ସେମାନଙ୍କର ପାପଦ୍ୱାରା ସେମାନେ ନିଜକୁ ଆଉ ଅଶୁଚି କରିବେ ନାହିଁ। ଏବଂ ସେମାନେ ମୋର ଲୋକ ହେବେ ଓ ମୁଁ ସେମାନଙ୍କର ପରମେଶ୍ୱର ହେବି।’” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।

12 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 13 “ହେ ମନୁଷ୍ୟ ପୁତ୍ର, ଯଦି କୌଣସି ଦେଶ ମୋ'ଠାରେ ଅବିଶ୍ୱସ୍ତ ହୋଇ ମୋ’ ନିକଟରେ ପାପ କରେ, ତେବେ ଏହା ବିରୁଦ୍ଧରେ ମୁଁ ମୋର ହସ୍ତ ବିସ୍ତାର କରିବି ଏବଂ ଏହାର ଖାଦ୍ୟ ଯୋଗାଣ ବନ୍ଦ କରି ଦେବି, ଏହା ବିରୁଦ୍ଧରେ ଦୁର୍ଭିକ୍ଷ ପଠାଇବି, ଏବଂ ଉଭୟ ମନୁଷ୍ୟ ଓ ପଶୁକୁ ଏହିଠାରୁ ଦୂର କରିବି। 14 ଏବଂ ଏପରି ନୋହ, ଦାନିୟେଲ ଓ ଆୟୁବ ଯଦି ଏହି ତିନି ପୁରୁଷ ଆମ୍ଭେ, ତେବେ ସେମାନେ ସେମାନଙ୍କର ଧାର୍ମିକତା ଦ୍ୱାରା ନିଜର ପ୍ରାଣ ରକ୍ଷା କରିଥା’ନ୍ତେ, କିନ୍ତୁ ସେମାନେ ଦେଶକୁ ରକ୍ଷା କରିପାରି ନ ଥା’ନ୍ତେ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହିଛନ୍ତି।

15 ପରମେଶ୍ୱର କହିଲେ, “ଯଦି ମୁଁ ହିଂସ୍ରଜନ୍ତୁ ସବୁ ସେ ଦେଶ ମଧ୍ୟକୁ ପଠାଏ ଓ ସେମାନେ ଏହାର ନିବାସୀମାନଙ୍କୁ ହତ୍ୟା କରନ୍ତି ଓ ଏହା ଜନଶୂନ୍ୟ ସ୍ଥାନ ହୁଏ, ତେବେ ହିଂସ୍ରଜନ୍ତୁଙ୍କ ଭୟରେ କୌଣସି ମନୁଷ୍ୟ ସେହି ଦେଶରେ ଯାତାୟାତ କରନ୍ତି ନାହିଁ, 16 ଆଉ ଯଦି ନୋହ, ଦାନିୟେଲ ଓ ଆୟୁବ ଏହି ତିନି ଜଣ ଲୋକ ସେଠାରେ ଥା’ନ୍ତେ ସେମାନେ କେବଳ ରକ୍ଷା ପାଇଥା’ନ୍ତେ। ସେମାନେ ଏପରିକି ଅନ୍ୟମାନଙ୍କ ନିଜ ସନ୍ତାନମାନଙ୍କୁ ଉଦ୍ଧାର କରିପାରି ନ ଥା’ନ୍ତେ। ଏବଂ ଦେଶ ଏକ ମରୁଭୂମି ହୋଇଯାଇଥା’ନ୍ତା।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି।

17 ପରମେଶ୍ୱର କହିଲେ, “ଯଦି ମୁଁ ସେହି ଦେଶ ବିରୁଦ୍ଧରେ ‌‌ଖ‌ଡ଼୍‌ଗ ଉଠାଏ ଓ ଏହାକୁ ଆଜ୍ଞା କରେ, ଦେଶ ମଧ୍ୟରେ ଯିବା ପାଇଁ ଓ ମନୁଷ୍ୟ ଏବଂ ପଶୁକୁ ହତ୍ୟା କରିବା ପାଇଁ, 18 ଏପରିକି ଯଦି ନୋହ, ଦାନିୟେଲ ଓ ଆୟୁବ ଏହି ତିନି ଜଣ ଥା’ନ୍ତେ, ତାହାହେଲେ ସେମାନେ ଆପଣା ଧାର୍ମିକତା ଯୋଗୁଁ କେବଳ ନିଜକୁ ରକ୍ଷା କରି ପାରିଥା’ନ୍ତେ। କିନ୍ତୁ ସଦାପ୍ରଭୁ କହନ୍ତି, ମୁଁ ପ୍ରତିଜ୍ଞା କରୁଛି, ଏପରିକି ସେମାନେ ନିଜର ସନ୍ତାନମାନଙ୍କୁ ମଧ୍ୟ ରକ୍ଷା କରିପାରି ନ ଥା’ନ୍ତେ।” ସଦାପ୍ରଭୁ, ମୋର ପ୍ରଭୁ ଏହା କହିଛନ୍ତି।

19 ପୁଣି ପରମେଶ୍ୱର କହିଲେ, “ଆମ୍ଭେ ଯେବେ ସେହି ଦେଶକୁ ମହାମାରୀ ପଠାଉ ଓ ଆମ୍ଭର କୋପ ତା’ ଉପରେ ଢାଳି ଦେଉ, ତେବେ ମନୁଷ୍ୟ ଓ ପଶୁକୁ ତା’ ମଧ୍ୟରୁ ଉଚ୍ଛିନ୍ନ କରୁ। 20 ଯଦି ନୋହ, ଦାନିୟେଲ, ଓ ଆୟୁବ ଥା’ନ୍ତେ ତେବେ ସେମାନେ କେବଳ ସେମାନଙ୍କର ଧାର୍ମିକତା ଦ୍ୱାରା ରକ୍ଷା ପାଇଥା’ନ୍ତେ, ଏପରିକି ସେମାନେ ନିଜ ସନ୍ତାନମାନଙ୍କୁ ରକ୍ଷା କରିପାରି ନ ଥା’ନ୍ତେ।” ଏହା ସଦାପ୍ରଭୁ, ମୋର ପ୍ରଭୁ ଶପଥ କରନ୍ତି।

21 ତା'ପରେ ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ତେଣୁ ଚିନ୍ତାକର ଯିରୁଶାଲମ ପ୍ରତି କି ମହା ଅନିଷ୍ଟ ଘଟିବ? ଯେତେବେଳେ ମୁଁ ଗ୍ଭରି ମହାଦଣ୍ଡ ଯଥା: ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ, ହିଂସ୍ରଜନ୍ତୁ ଓ ମହାମାରୀ ପଠାଇବି, ସେତେବେଳେ ମନୁଷ୍ୟ ଓ ପଶୁ ସମସ୍ତେ ଉଚ୍ଛିନ୍ନ ହେବେ। 22 ତଥାପି ଯେଉଁ କେତେଜଣ ଅବଶିଷ୍ଟାଂଶ ରହିବେ, ସେମାନେ ସେମାନଙ୍କର ପୁତ୍ରକନ୍ୟାଙ୍କୁ ଆଣି ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭେମାନେ ସେମାନଙ୍କର ଆଗ୍ଭର ବ୍ୟବହାର ଓ କ୍ରିୟାସକଳ ଦେଖିବ। ପୁଣି ଆମ୍ଭେ ଯିରୁଶାଲମ ଉପରେ ଯେଉଁ ଅମଙ୍ଗଳ ଘଟାଇଅଛୁ ଓ ତାହା ପ୍ରତି ଯେ ସକଳ ଅନିଷ୍ଟ କରିଅଛୁ, ସେଥିପାଇଁ ତୁମ୍ଭେମାନେ ସାନ୍ତ୍ୱନା ପାଇବ। 23 ସେମାନଙ୍କର ଆଗ୍ଭର, ବ୍ୟବହାର ଓ କ୍ରିୟାକଳାପ ତୁମ୍ଭେମାନେ ଦେଖିବ ଓ ହୃ‌ଦ୍‌ବୋଧ କରିବ ଯେ ମୁଁ ସେମାନଙ୍କ ବିରୁଦ୍ଧରେ ଓ ଯିରୁଶାଲମ ବିରୁଦ୍ଧରେ ଯାହାସବୁ କରିଅଛି, ଯଥାର୍ଥ ଥିଲା।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।

15 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ଦ୍ରାକ୍ଷାଲତାର ଶାଖା, ବନସ୍ଥ ବୃକ୍ଷଗଣର ଶାଖା ଅପେକ୍ଷା କ’ଣ ଅଧିକ ଶକ୍ତ? ଏବଂ ଏହା ଅନ୍ୟ କୌଣସି ଶାଖା ଅପେକ୍ଷା ଭଲ କି? କୌଣସି କାର୍ଯ୍ୟ ନିମନ୍ତେ ତୁମ୍ଭେ କ’ଣ ସେହି କାଠ ନେବ? ନା! ଆଉ କୌଣସି ପାତ୍ର ଟାଙ୍ଗିବା ନିମନ୍ତେ ଲୋକେ କ’ଣ ସେଥିରୁ ମେଖ କରିବ? ନା! ଲୋକେ କେବଳ ଜାଳ ହେବା ପାଇଁ ତାକୁ ଅଗ୍ନିରେ ପକାନ୍ତି। ତା'ର ଦୁଇମୁଣ୍ଡ ଅଗ୍ନିରେ ପୋଡ଼ିଯାଏ ଓ ମଝିଅଂଶ ଅର୍ଦ୍ଧଦ‌ଗ୍‌ଧ’ ରହେ। ତାହା କ’ଣ କୌଣସି କାର୍ଯ୍ୟରେ ଆସିବ? ଅଗ୍ନିରେ ନ ପୋଡ଼ିବା ପୂର୍ବରୁ ସେ କୌଣସି କାର୍ଯ୍ୟ ପାଇଁ ଯୋଗ୍ୟ ହେଲା ନାହିଁ କି ଅଗ୍ନିରେ ଦ‌ଗ୍‌ଧ ହେଲା ପରେ ତାହା କୌଣସି କାର୍ଯ୍ୟ ପାଇଁ ଯୋଗ୍ୟ ହେଲା ନାହିଁ।” ସଦାପ୍ରଭୁ ମୋର ପ୍ରଭୁ କହନ୍ତି: “ବନର ସମସ୍ତ ବୃକ୍ଷ ମଧ୍ୟରୁ ମୋର ଜାଳେଣି ପାଇଁ ଦ୍ରାକ୍ଷା କାଠ ଅଛି। ମୁଁ ଯିରୁଶାଲମ ନିବାସୀମାନଙ୍କୁ ଏହିପରି କରିବି। ମୁଁ ସେମାନଙ୍କ ବିରୁଦ୍ଧରେ ମୋର ମୁହଁ ବୁଲାଇବି। ଯଦି ସେମାନେ ଅଗ୍ନିରୁ ରକ୍ଷା ପାଇଗଲେ, ତଥାପି ସେହି ଅଗ୍ନି ସେମାନଙ୍କୁ ଗ୍ରାସ କରିବ। ଯେହେତୁ ମୁଁ ସେମାନଙ୍କ ବିରୁଦ୍ଧରେ ବିମୁଖ ହୋଇଛି, ଏହା ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ। ଏବଂ ମୁଁ ସେ ଦେଶକୁ ଧ୍ୱଂସ କରିବି, କାରଣ ସେମାନେ ମୋ’ ପ୍ରତି ମହା ଅବିଶ୍ୱାସ କରିଛନ୍ତି।” ଏହା ମୋର ପ୍ରଭୁ, ସଦାପ୍ରଭୁ କହନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center