Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 9-12

ତା'ପରେ ପରମେଶ୍ୱର ଉଚ୍ଚସ୍ୱରରେ ମୋ’ କର୍ଣ୍ଣରେ କହିଲେ, ନଗରକୁ ଦଣ୍ଡ ଦେବାକୁ ନିଯୁକ୍ତ ହୋଇଥିବା ଅଧିକାରୀମାନଙ୍କୁ ଆଣ। ସେମାନେ ସମସ୍ତେ ସେମାନଙ୍କର ହସ୍ତରେ ବିନାଶକ ଅସ୍ତ୍ର ଧରି ଆସନ୍ତୁ। ତା'ପରେ ମୁଁ ଦେଖିଲି, ଉତ୍ତର ଦିଗସ୍ଥ ଉଚ୍ଚ ଫାଟକରୁ ଛଅଜଣ ପୁରୁଷ ଆସିଲେ। ସେମାନଙ୍କର ପ୍ରତ୍ୟେକଙ୍କର ହସ୍ତରେ ବିନାଶକ ଅସ୍ତ୍ର ଥିଲା ଓ ସେମାନଙ୍କର ମଧ୍ୟସ୍ଥାନରେ ଶୁକ୍ଳବସ୍ତ୍ର ପରିହିତ ଏକ ପୁରୁଷ ଥିଲା। ତାହାର ପାର୍ଶ୍ୱରେ ଲେଖକର କାଳି ଦୁଆତ ଥିଲା। ଏବଂ ସେମାନେ ମନ୍ଦିର ଭିତରକୁ ଆସିଲେ ଓ ପିତ୍ତଳମୟ ଯଜ୍ଞବେଦିର ପାର୍ଶ୍ୱରେ ଠିଆ ହେଲେ। ଏବଂ ଇସ୍ରାଏଲର ପରମେଶ୍ୱରଙ୍କ ମହିମା ଯେଉଁ କିରୁବର ଉପରେ ଥିଲା, ତାହା ତାହାଠାରୁ ଉଠି ମନ୍ଦିରର ଦ୍ୱାର ନିକଟକୁ ଯାଇଥିଲା। ତା'ପରେ ସେ ସେହି ଶୁକ୍ଳବସ୍ତ୍ର ପରିହିତ ଓ ପାର୍ଶ୍ୱରେ ଲେଖକର କାଳିଘଡ଼ିଧାରୀ ପୁରୁଷକୁ ଡାକିଲେ।

ତା'ପରେ ସଦାପ୍ରଭୁ ତାଙ୍କୁ କହିଲେ, “ତୁମ୍ଭେ ଯିରୁଶାଲମ ନଗର ମଧ୍ୟଦେଇ ଯାଅ ଓ ସହରରେ ଘଟିଥିବା ଘୃଣ୍ୟ କୃତ କର୍ମ ପାଇଁ ଅନୁତପ୍ତ ଓ ଦୁଃଖ କରୁଥିବା ଲୋକମାନଙ୍କ ମଥାରେ ଦାଗ ଦିଅ।”

5-6 ଏବଂ ସେ ଅନ୍ୟମାନଙ୍କୁ ମୋର କର୍ଣ୍ଣ ଗୋଚରରେ କହିଲେ, “ତା'ର ପଛେ ନଗର ମଧ୍ୟକୁ ଯାଅ ଏବଂ କପାଳରେ ଚିହ୍ନ ନ ଥିବା ବ୍ୟକ୍ତିଙ୍କୁ ହତ୍ୟା କର। ଦୟା ଦେଖାଅ ନାହିଁ। ସେମାନଙ୍କୁ ଅନୁକମ୍ପା କର ନାହିଁ। ବୃଦ୍ଧବ୍ୟକ୍ତି, ଯୁବାବ୍ୟକ୍ତି, କୁମାରୀ, ସ୍ତ୍ରୀଲୋକ ଓ ଶିଶୁକୁ ମାରାତ୍ମକ ଅସ୍ତ୍ରରେ ସମସ୍ତଙ୍କୁ ବଧ କର, କିନ୍ତୁ କପାଳରେ ଚିହ୍ନ ଥିବା ଲୋକ ନିକଟକୁ ଯାଅ ନାହିଁ। ଆଉ ଆମ୍ଭ ମନ୍ଦିରରୁ ଏହି ଅଭିଯାନ ଆରମ୍ଭ କର।” ତେଣୁ ସେମାନେ ମନ୍ଦିରର ସମ୍ମୁଖରେ ଉପସ୍ଥିତ ଥିବା ପ୍ରାଚୀନଗଣଠାରୁ ଆରମ୍ଭ କଲେ।

ପୁଣି ପରମେଶ୍ୱର ସେମାନଙ୍କୁ କହିଲେ, “ଏହି ଗୃହକୁ ଅଶୁଚି କର। ଏହି ପ୍ରାଙ୍ଗଣକୁ ନିହତ ଲୋକମାନଙ୍କର ଶବରେ ପରିପୂର୍ଣ୍ଣ କର, ବର୍ତ୍ତମାନ ବାହାରି ଯାଅ।” ତହିଁରେ ସେମାନେ ବାହାରି ଯାଇ ନଗର ମଧ୍ୟରେ ସଂହାର କଲେ।

ଏବଂ ସେମାନେ ଯେତେବେଳେ ସଂହାର କରୁଥିଲେ, ଏକମାତ୍ର ମୋତେ ଛାଡ଼ି ଦିଆଗଲା। ତହିଁରେ ମୁଁ ତଳେ ମୁହଁ ମାଡ଼ି କ୍ରନ୍ଦନ କଲି, “ହେ ସଦାପ୍ରଭୁ, ମୋର ପ୍ରଭୁ, ତୁମ୍ଭେ କ’ଣ ଯିରୁଶାଲମ ଉପରେ କୋପ କରି ଇସ୍ରାଏଲର ଅବଶିଷ୍ଟାଂଶ ଲୋକମାନଙ୍କୁ ବିନାଶ କରିବ?”

ସେ କହିଲେ, “ଇସ୍ରାଏଲ ଓ ଯିହୁଦା ପରିବାର ବହୁତ ଜଘନ୍ୟ ପାପ କଲେ ଓ ଦେଶ ରକ୍ତପାତରେ ପରିପୂର୍ଣ୍ଣ ହୋଇଗଲା। ଆଉ ନଗର ଅନ୍ୟାୟରେ ପରିପୂର୍ଣ୍ଣ ହୋଇଅଛି। କାରଣ ସେମାନେ କହିଛନ୍ତି, “ସଦାପ୍ରଭୁ ଦେଶ ତ୍ୟାଗ କରିଛନ୍ତି ଓ ସେ କିଛି ଲକ୍ଷ୍ୟ କରନ୍ତି ନାହିଁ।’ 10 ଏଣୁ ମୁଁ କରୁଣା ଦେଖାଇବି ନାହିଁ। ମୁଁ ସେମାନଙ୍କୁ ଅନୁକମ୍ପା କରିବି ନାହିଁ। ମୁଁ ସେମାନଙ୍କର କର୍ମର ପ୍ରତିଫଳ ସେମାନଙ୍କ ମସ୍ତକକୁ ଆଣିବି।”

11 ଏହା ପରେ ସେହି ଶୁକ୍ଳବସ୍ତ୍ର ପରିହିତ ବ୍ୟକ୍ତି କାଳିଦୁଆତ ନେଇ ଫେରି ଆସିଲା ଏବଂ କହିଲା, “ଆପଣଙ୍କ ଆଜ୍ଞା ଅନୁସାରେ ମୁଁ ସମସ୍ତ କାର୍ଯ୍ୟ କରିଅଛ।”

10 ସେତେବେଳେ ମୁଁ ଉପରକୁ ଗ୍ଭହିଁଲି ଓ ଦେଖିଲି କିରୂବଦୂତମାନଙ୍କର ମସ୍ତକର ଉପରିସ୍ଥ ଶୂନ୍ୟମଣ୍ଡଳରେ ନୀଳକାନ୍ତ ମଣି ସଦୃଶ ଏକ ସିଂହାସନର ଆକୃତି ସେମାନଙ୍କ ଉପରେ ଦେଖାଗଲା। ଏବଂ ସେ ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷକୁ କହିଲେ, “କିରୁବଦୂତଗଣର ନିମ୍ନରେ ଥିବା ତୁମ୍ଭେ ସେହି ଘୂର୍ଣ୍ଣୟମାନ ଚକ୍ର ମଧ୍ୟରେ ଥିବା ସ୍ଥାନକୁ ପ୍ରବେଶ କର ଏବଂ ଏକ ଅଞ୍ଜଳିପୂର୍ଣ୍ଣ ଜ୍ୱଳନ୍ତ ଅଙ୍ଗାର ସଂଗ୍ରହ କର ଓ ସେଗୁଡ଼ିକ ଉପରେ ବିଞ୍ଚି ଦିଅ।”

ତହିଁରେ ସେହି ବ୍ୟକ୍ତି ଗ୍ଭଲିଗଲା, ଯେହେତୁ ମୁଁ ଦେଖୁଥିଲି। ସେ ପୁରୁଷ ଗଲାବେଳେ କିରୂବଦୂତମାନେ ଗୃହର ଦକ୍ଷିଣପାର୍ଶ୍ୱରେ ଠିଆ ହୋଇଥିଲେ ଏବଂ ମେଘ ଭିତର ପ୍ରାଙ୍ଗଣକୁ ପରିପୂର୍ଣ୍ଣ କଲା। ସଦାପ୍ରଭୁଙ୍କର ମହିମା କିରୂବଦୂତର ଉପରୁ ଉଠିଲା ଏବଂ ମନ୍ଦିରର ଦ୍ୱାର ଆଡ଼କୁ ଗଲା, ତେଣୁ ଗୃହ ମେଘରେ ପରିପୂର୍ଣ୍ଣ ହେଲା ଓ ପ୍ରାଙ୍ଗଣ ସଦାପ୍ରଭୁଙ୍କ ମହିମାରୁ ଉଜ୍ଜ୍ୱଳ ତେଜରେ ପରିପୂର୍ଣ୍ଣ ହେଲା। ଆଉ ସର୍ବଶକ୍ତିମାନ ପରମେଶ୍ୱରଙ୍କର କଥା କହିବାର ସମୟରେ ସ୍ୱର ବଜ୍ରରବ ତୁଲ୍ୟ, କିରୂବଦୂତମାନଙ୍କର ପକ୍ଷର ଶବ୍ଦ ବାହାର ପ୍ରାଙ୍ଗଣ ପର୍ଯ୍ୟନ୍ତ ଶୁଣାଗଲା।

ପରମେଶ୍ୱର ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷକୁ ଚକ୍ର ମଧ୍ୟରୁ ଅର୍ଥାତ୍ କିରୂବଦୂତମାନଙ୍କୁ ନିମ୍ନରେ ଥିବା ସ୍ଥାନରୁ ଜ୍ୱଳନ୍ତ କୋଇଲାଗୁଡ଼ିକ ନେବାକୁ ଆଜ୍ଞା ଦେଲେ। ତେଣୁ ସେ ପୁରୁଷଟି ଗୋଟିଏ ଉଚ୍ଚ ପାର୍ଶ୍ୱରେ ଠିଆ ହେଲେ। ତା'ପରେ ସେହି କିରୂବଦୂତମାନଙ୍କ ମଧ୍ୟରୁ ଜଣେ ହସ୍ତ ବିସ୍ତାର କଲେ ଏବଂ କିରୂବଦୂତଗଣ ମଧ୍ୟରେ ଥିବା ସ୍ଥାନରୁ ଅଙ୍ଗାର ସଂଗ୍ରହ କଲେ ଓ ତାକୁ ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷଙ୍କ ହସ୍ତରେ ଦେଲେ ଓ ସେ ତାହା ନେଇ ବାହାରକୁ ଗଲେ। ମନୁଷ୍ୟର ହାତପରି ଦେଖାଯାଉଥିବା କିଛି ଗୋଟେ କିରୂବତୂତମାନଙ୍କ ପକ୍ଷତଳେ ଦେଖାଗଲା।

ତା'ପରେ ମୁଁ ଅନାଇ ଦେଖିଲି ଏକ କିରୂବର ପାର୍ଶ୍ୱରେ ଏକ ଚକ ଓ ଅନ୍ୟ କିରୂବର ପାର୍ଶ୍ୱରେ ଅନ୍ୟ ଚକ, ଏହିରୂପେ କିରୂବମାନଙ୍କ ପାର୍ଶ୍ୱରେ ଏକାଠି ଗ୍ଭରି ଚକ ଥିଲା। ଏବଂ ସେହି ଚକମାନର ଆଭା ବୈଦୁର୍ଯ୍ୟମଣିର ଆଭା ତୁଲ୍ୟ ଥିଲା। 10 ସେହି ଗ୍ଭରିଚକର ଆକୃତି ଏକ ପ୍ରକାର ଥିଲା। ସେଗୁଡ଼ିକ ଗୋଟିଏ ଚକ ମଧ୍ୟରେ ଅନ୍ୟ ଚକ ଥିଲା ପରି ଦେଖା ଯାଉଥିଲା। 11 ଗମନ କରିବା ସମୟରେ ସେମାନେ ନିଜ ନିଜର ଗ୍ଭରି ପାର୍ଶ୍ୱରେ ଗମନ କଲେ ଏବଂ ଗତି କଲାବେଳେ ସେମାନେ ଫେରିଲେ ନାହିଁ। ମାତ୍ର ମସ୍ତକର ଅଭିମୁଖ ସ୍ଥାନକୁ ଗମନ କଲେ ଓ ଗମନ କଲାବେଳେ ମୁହଁ ବୁଲାଇଲେ ନାହିଁ। 12 ପୁଣି ସେମାନଙ୍କର ସମୁଦାୟ ଶରୀର, ସେମାନଙ୍କର ପୁଷ୍ପ ହସ୍ତ, ପକ୍ଷ ଓ ସେହି ଗ୍ଭରିଚକ ଚକ୍ଷୁରେ ପରିପୂର୍ଣ୍ଣ ଥିଲା। 13 ଆଉ “ସେହି ଚକମାନଙ୍କୁ ଘୂର୍ଣ୍ଣାୟମାନ ଚକ ବୋଲି ଡକାଯାଇଥିବାର ମୁଁ ଶୁଣିଲି।”

14-15 ପ୍ରତ୍ୟେକ କିରୂବର ଗ୍ଭରିମୁଖ ଥିଲା: ପ୍ରଥମ ମୁଖ କିରୁବଦୂତର ମୁଖ, ଦ୍ୱିତୀୟ ମୁଖ ମନୁଷ୍ୟର ମୁଖ, ତୃତୀୟଟି ସିଂହର ମୁଖ ଓ ଚତୁର୍ଥଟି ଉତ୍କ୍ରୋଶପକ୍ଷୀର ମୁଖ ଥିଲା। ତା'ପରେ ମୁଁ ଅନୁଭବ କଲି ଯେ, ଜୀବିତ ପ୍ରାଣୀ ଯାହା ଦେଖିଲି ସେମାନେ କବାର ନଦୀର କିରୁବଦୂତଗୁଡ଼ିକ ଥିଲେ।

ତା'ପରେ କିରୁବଦୂତଗଣ ଊର୍ଦ୍ଧ୍ୱକୁ ଉଠିଲେ। 16 କିରୁବମାନେ ଗମନ କଲାବେଳେ ଚକସବୁ ସେମାନଙ୍କ ପାର୍ଶ୍ୱରେ ଗମନ କଲେ। ପୁଣି କିରୁବମାନେ ଭୂମିରୁ ଊର୍ଦ୍ଧ୍ୱକୁ ଯିବା ପାଇଁ ଯେତେବେଳେ ଆପଣା ଆପଣା ପକ୍ଷ ଉଠାଇଲେ, ସେତେବେଳେ ଚକ୍ରସବୁ ସେମାନଙ୍କ ପାର୍ଶ୍ୱ ଛାଡ଼ିଲେ ନାହିଁ। 17 ସେମାନେ ଠିଆ ହେଲା ବେଳେ ଚକ୍ରସବୁ ଠିଆ ହେଲେ। ପୁଣି ସେମାନେ ଉପରକୁ ଉଠିବା ବେଳେ ଚକ୍ର ସବୁ ସେମାନଙ୍କ ସଙ୍ଗରେ ଉପରକୁ ଉଠିଲେ। କାରଣ ସେହି ଜୀବିତ ପ୍ରାଣୀର ଆତ୍ମା ସେହି ଚକ ସବୁରେ ଥିଲା।

18 ଅନନ୍ତର ସଦାପ୍ରଭୁଙ୍କ ମହିମା ମନ୍ଦିରର ଏରୁଣ୍ଡିର ଊର୍ଦ୍ଧ୍ୱକୁ ପ୍ରସ୍ଥାନ କରି କିରୂବମାନଙ୍କ ଉପରେ ଅଧିଷ୍ଠିତ ହେଲା। 19 ତା'ପରେ କିରୂବଦୂତମାନେ ନିଜ ନିଜ ପକ୍ଷ ଉଠାଇଲେ ଓ ମୋ’ ସମ୍ମୁଖରେ ଭୂମିକୁ ଛାଡ଼ି ଆକାଶକୁ ଗମନ କଲେ। ଆଉ ଚକ୍ରସବୁ ସେମାନଙ୍କ ସହିତ ଗମନ କଲେ। ଆଉ ସେମାନେ ସଦାପ୍ରଭୁଙ୍କ ମନ୍ଦିରର ପୂର୍ବ ଫାଟକ ସମ୍ମୁଖରେ ଅଟକିଗଲେ ଓ ସେ ସମୟରେ ଇସ୍ରାଏଲର ପରମେଶ୍ୱରଙ୍କର ମହିମା ସେମାନଙ୍କ ଉପରେ ବିଦ୍ୟମାନ ଥିଲା।

20 ମୁଁ କବାର ନଦୀ କୂଳରେ ପରମେଶ୍ୱରଙ୍କର ମହିମାରେ ଏହି ଜୀବିତ ପ୍ରାଣୀମାନଙ୍କୁ ଦେଖିଥିଲି। ଏବଂ ସେମାନେ କିରୁବଦୂତଗଣ ବୋଲି ମୁଁ ଜାଣିଲି। 21 ସେମାନଙ୍କର ପ୍ରତ୍ୟେକର ଗ୍ଭରିମୁଖ ଓ ଗ୍ଭରିପକ୍ଷ ଥିଲା। ଏବଂ ସେମାନଙ୍କ ପକ୍ଷ ତଳେ ମାନବ ହସ୍ତ ଆକୃତିର ହସ୍ତ ଥିଲା। 22 ପୁଣି ମୁଁ କବାର ନଦୀ ନିକଟରେ ସେମାନଙ୍କର ଯେଉଁ ଯେଉଁ ମୁଖ ଦେଖିଥିଲି, ସେମାନେ ପ୍ରତ୍ୟେକ ଆଗକୁ ଗମନ କଲେ।

11 ଅନନ୍ତର ଏକ ପବନ ମୋତେ ଉଠାଇଲା ଏବଂ ସଦାପ୍ରଭୁଙ୍କ ମନ୍ଦିରର ପୂର୍ବାଭିମୁଖ ପୂର୍ବଦ୍ୱାର ନିକଟକୁ ମୋତେ ବୋହି ଆଣିଲା। ଆଉ ମୁଁ ଦେଖିଲି ସେହି ପ୍ରବେଶ ଦ୍ୱାର ନିକଟରେ ପଚିଶ୍ ଜଣ ବ୍ୟକ୍ତି ଉପସ୍ଥିତ ଥିଲେ। ଆଉ ସେମାନଙ୍କ ମଧ୍ୟରେ ମୁଁ ଅସସୁରର ପୁତ୍ର ଯାସନିୟଙ୍କୁ ଦେଖିଲି। ଏବଂ ଲୋକମାନଙ୍କର ଅଧିପତି ବନାୟର ପୁତ୍ର ପ୍ଲଟିୟକୁ ଦେଖିଲି।

ଏବଂ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଏହି ଲୋକମାନେ ପାପପୂର୍ଣ୍ଣ ଯୋଜନା କରନ୍ତି ଓ ଏ ନଗର ମଧ୍ୟରେ କୁମନ୍ତ୍ରଣାସବୁ ଦିଅନ୍ତି। ଏହି ଲୋକମାନେ କହନ୍ତି, ‘ଆମ୍ଭେମାନେ ଯଥା ଶୀଘ୍ର ଗୃହ ପୁନର୍ବାର ନିର୍ମାଣ କରିଦେବୁ। ଆମ୍ଭେମାନେ ହଣ୍ଡାରେ ମାଂସ ତୁଲ୍ୟ ଏହି ନଗରରେ ସୁରକ୍ଷିତ।’ ତେଣୁ ହେ ମନୁଷ୍ୟ ପୁତ୍ର, ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କର।”

ତା'ପରେ ସଦାପ୍ରଭୁଙ୍କର ଆତ୍ମା ମୋ’ ଉପରେ ଅଧିଷ୍ଠିତ ହେଲେ ଓ ମୋତେ କହିଲେ, “ତୁମ୍ଭେ ସେମାନଙ୍କୁ କୁହ, ସଦାପ୍ରଭୁ ଏହିକଥା କହନ୍ତି, ହେ ଇସ୍ରାଏଲବାସୀ, ତୁମ୍ଭେ ଏହି କଥା କହୁଅଛ। କିନ୍ତୁ ତୁମ୍ଭମାନଙ୍କ ମନରେ ଯେଉଁ ବିଷୟ ଉଠୁଅଛି, ଆମ୍ଭେ ତାହା ଜାଣୁ। ତୁମ୍ଭେମାନେ ଏହି ନଗରରେ ବହୁତ ଲୋକଙ୍କୁ ହତ୍ୟା କରିଅଛ ଓ ତହିଁରେ ପଥସବୁ ନିହତ ଲୋକଙ୍କ ଶବରେ ପୂର୍ଣ୍ଣ କରିଅଛ। ଏଣୁ ସଦାପ୍ରଭୁ ଆମ୍ଭର ପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେ ଯେଉଁ ମୃତ ଶରୀରଗୁଡ଼ିକ ନଗରରେ ରଖିଲ ତାହା ମାଂସ ଓ ନଗର ଏକ ପାତ୍ର ଅଟେ। ମାତ୍ର ତୁମ୍ଭମାନଙ୍କୁ ତହିଁ ମଧ୍ୟରୁ ବାହାର କରାଯିବ। ତୁମ୍ଭେମାନେ ‌‌ଖ‌ଡ଼୍‌ଗକୁ ଭୟ କରିଅଛ; ଏବଂ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ‌‌ଖ‌ଡ଼୍‌ଗ ଆଣିବା।’” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।

“ଆମ୍ଭେ ତୁମ୍ଭମାନଙ୍କୁ ଏହି ନଗର ମଧ୍ୟରୁ ବାହାର କରି ଆଣି ବିଦେଶୀମାନଙ୍କ ହସ୍ତରେ ସମର୍ପଣ କରିବା ଓ ତା'ପରେ ଆମ୍ଭେ ତୁମ୍ଭମାନଙ୍କର ବିଗ୍ଭର କରିବା। 10 ତୁମ୍ଭେମାନେ ‌‌ଖ‌ଡ଼୍‌ଗରେ ପତିତ ହେବ; ଆମ୍ଭେ ଇସ୍ରାଏଲର ସୀମା ମଧ୍ୟରେ ତୁମ୍ଭମାନଙ୍କର ବିଗ୍ଭର କରିବା; ତହିଁରେ ତୁମ୍ଭେମାନେ ଜାଣିବ ଯେ ଆମ୍ଭେ ସଦାପ୍ରଭୁ ଅଟୁ। 11 ଏବଂ ଏହି ନଗର ତୁମ୍ଭମାନଙ୍କ ପାଇଁ ହଣ୍ଡା ହେବ ନାହିଁ କିଅବା ତୁମ୍ଭେମାନେ ତାହା ମଧ୍ୟରେ ମାଂସ ହେବ ନାହିଁ। ଆମ୍ଭେ ଇସ୍ରାଏଲ ସୀମା ମଧ୍ୟରେ ତୁମ୍ଭର ବିଗ୍ଭର କରିବା। 12 ଏବଂ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଅଟୁ। ଯାହାର ନିୟମ ତୁମ୍ଭେମାନେ ଅନୁସରଣ କରି ନାହଁ ଓ ଯାହାର ଶାସନ ତୁମ୍ଭେମାନେ ମାନି ନାହଁ, କିନ୍ତୁ ତୁମ୍ଭ ଚତୁର୍ପାର୍ଶ୍ୱରେ ଥିବା ଦେଶଗୁଡ଼ିକର ପ୍ରଥା ଅନୁସରଣ କରିଛ।”

13 ଏବଂ ମୁଁ ଏହି ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲାବେଳେ ବନାୟର ପୁତ୍ର ପ୍ଲଟିୟ ମଲା। ତହିଁରେ ମୁଁ ଭୂମିରେ ମୁହଁ ମାଡ଼ି କ୍ରନ୍ଦନ କରି କହିଲି, “ହେ ସଦାପ୍ରଭୁ, ମୋର ପ୍ରଭୁ, ତୁମ୍ଭେ କ’ଣ ଇସ୍ରାଏଲର ଅବଶିଷ୍ଟାଂଶ ଲୋକମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଶେଷ କରିବ?”

14 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 15 “ହେ ମନୁଷ୍ୟ ପୁତ୍ର, ଯିରୁଶାଲମ ନିବାସୀମାନେ ତୁମ୍ଭର ଭ୍ରାତୃଗଣ, ତୁମ୍ଭର କୁଟୁମ୍ବଗଣ ପ୍ରକୃତରେ ସମଗ୍ର ଇସ୍ରାଏଲୀୟମାନଙ୍କୁ ଯିରୁଶାଲମର ଅଧିବାସୀମାନେ କହିଲେ, ‘ସଦାପ୍ରଭୁଙ୍କଠାରୁ ଦୂରେଇ ରୁହ, ଏହି ଦେଶ ଉତ୍ତରାଧିକାରୀ ସୂତ୍ରରେ ଆମ୍ଭଙ୍କୁ ଦିଆଯାଇଛି।’

16 “ଏଥିପାଇଁ ସଦାପ୍ରଭୁ ଆମ୍ଭମାନଙ୍କର ପ୍ରଭୁ ଏହି କଥା କହନ୍ତି, ‘ଯଦ୍ୟପି ଆମ୍ଭେ ସେମାନଙ୍କୁ ନାନା ଜାତିଗଣ ମଧ୍ୟକୁ ଦୂରୀକୃତ କରିଅଛୁ ଓ ଯଦ୍ୟପି ଆମ୍ଭେ ସେମାନଙ୍କୁ ନାନା ଦେଶ ମଧ୍ୟରେ ଛିନ୍ନଭିନ୍ନ କରିଅଛୁ, ଆମ୍ଭେ ଅଳ୍ପ ସମୟ ପାଇଁ ସେମାନଙ୍କର ମନ୍ଦିର ସ୍ଥଳ ହେବା। 17 ଏଥିପାଇଁ ସେମାନଙ୍କୁ କୁହ, ସଦାପ୍ରଭୁ ମୋର ପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ବିଭିନ୍ନ ଗୋଷ୍ଠୀ ମଧ୍ୟରୁ ଏକତ୍ରିତ କରିବା ଏବଂ ତୁମ୍ଭେମାନେ ଛିନ୍ନଭିନ୍ନ ହୋଇଥିବା ଦେଶମାନଙ୍କରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଏବଂ ଆମ୍ଭେ ତୁମ୍ଭମାନଙ୍କୁ ଇସ୍ରାଏଲର ଭୂମି ଦେବା। 18 ପୁଣି ସେମାନେ ସେ ଦେଶକୁ ଯିବେ ଓ ତହିଁରେ ଯାବତୀୟ ପ୍ରତିମା ବସ୍ତୁ ଓ ଘୃଣାଯୋଗ୍ୟ ବିଷୟସବୁ ସେ ସ୍ଥାନରୁ ଦୂର କରିବେ। 19 ଏବଂ ଆମ୍ଭେ ସେମାନଙ୍କୁ ଏକ ହୃଦୟ ଦେବା ଓ ସେମାନଙ୍କର ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା। ଆମ୍ଭେ ସେମାନଙ୍କଠାରୁ କଠିନ ହୃଦୟ ଦୂର କରି, ସେମାନଙ୍କୁ କୋମଳ ହୃଦୟ ଦେବା। 20 ତହିଁରେ ସେମାନେ ଆମ୍ଭର ବିଧି ମାନିବେ ଏବଂ ଆମ୍ଭର ନିୟମସବୁ ରଖିବା ପାଇଁ ଯତ୍ନବାନ୍ ହେବେ ଏବଂ ସେମାନେ ମଧ୍ୟ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା।’”

21 ତା'ପରେ ପରମେଶ୍ୱର କହିଲେ, “କିନ୍ତୁ ଯେଉଁମାନଙ୍କର ହୃଦୟ ଘୃଣ୍ୟ ଓ କଳୁଷିତ ମୂର୍ତ୍ତିଗୁଡ଼ିକୁ ଅନୁସରଣ କରେ, ଆମ୍ଭେ ସେମାନଙ୍କୁ ସେମାନଙ୍କର କୁକର୍ମ ଅନୁସାରେ ଦଣ୍ଡିତ କରିବା।” ସଦାପ୍ରଭୁ ମୋର ପ୍ରଭୁ ଏହା କହିଛନ୍ତି। 22 ଅନନ୍ତର କିରୁବଗଣ ନିଜ ନିଜ ପକ୍ଷ ଉଠାଇଲେ, ଆଉ ଚକ୍ରସବୁ ସେମାନଙ୍କ ପାର୍ଶ୍ୱରେ ଥିଲା। ଆଉ ଇସ୍ରାଏଲର ପରମେଶ୍ୱରଙ୍କର ମହିମା ସେମାନଙ୍କ ଊର୍ଦ୍ଧ୍ୱରେ ବିଦ୍ୟମାନ ଥିଲା। 23 ଏହା ପରେ ସଦାପ୍ରଭୁଙ୍କର ମହିମା ନଗର ମଧ୍ୟରୁ ଊର୍ଦ୍ଧ୍ୱଗମନ କରି ନଗରର ପୂର୍ବଦିଗସ୍ଥିତ ପର୍ବତ ଉପରେ ସ୍ଥଗିତ ହେଲା। 24 ତା'ପରେ ଗୋଟିଏ ପବନ ମୋତେ ଉଠାଇଲା ଏବଂ ନିର୍ବାସିତରୂପେ ମୋତେ ବାବିଲକୁ ନେଇଗଲା। ପରମେଶ୍ୱରଙ୍କର ଆତ୍ମା ଦ୍ୱାରା ମୁଁ ଦର୍ଶନରେ ଏହିସବୁ ଜିନିଷଗୁଡ଼ିକ ଦେଖିଲି। ତା'ପରେ ଯେଉଁ ଦର୍ଶନ ମୁଁ ଦେଖିଥିଲି ଗ୍ଭଲିଗଲା। 25 ତା'ପରେ ସଦାପ୍ରଭୁ ମୋତେ ଯାହା ଯାହା ବିଷୟ ଦେଖାଇ ଥିଲେ, ସେହି ସମସ୍ତ ବିଷୟ ମୁଁ ନିର୍ବାସିତ ଲୋକମାନଙ୍କୁ ଜଣାଇଲି।

12 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ସେ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ବିଦ୍ରୋହୀ ବଂଶ ମଧ୍ୟରେ ବାସ କରୁଅଛ। ସେମାନଙ୍କର ଦେଖିବା ପାଇଁ ଚକ୍ଷୁ ଅଛି, ମାତ୍ର ଯାହା ଆମ୍ଭେ ସେମାନଙ୍କ ପାଇଁ କରିଛୁ, ସେମାନେ ଦେଖି ପାରନ୍ତି ନାହିଁ। ସେମାନଙ୍କର ଶୁଣିବା ପାଇଁ କର୍ଣ୍ଣ ଅଛି, ମାତ୍ର ଆମ୍ଭର ଆଜ୍ଞାପ୍ରତି ସେମାନେ କର୍ଣ୍ଣପାତ କରନ୍ତି ନାହିଁ। କାରଣ ସେମାନେ ବିଦ୍ରୋହୀ ବଂଶ। ତେଣୁ, ହେ ମନୁଷ୍ୟ ପୁତ୍ର, ତୁମ୍ଭେ ନିର୍ବାସନ ଗଲାପରି ତୁମ୍ଭମାନଙ୍କର ସମସ୍ତ ସାମଗ୍ରୀ ସଜାଡ଼ି ଦିଅ। ଦିନ ବେଳେ ଏହା କର ଯେତେବେଳେ ସେମାନେ ତୁମ୍ଭ ଯିବାର ଦେଖି ପାରିବେ। ଯେତେବେଳେ ସେମାନେ ତୁମ୍ଭକୁ ଦେଖୁଛନ୍ତି ତୁମ୍ଭେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଗତି କିରବା ଉଚିତ୍। ତାହାହେଲେ ସେମାନେ ବିଦ୍ରୋହୀ ଲୋକ ହେଲେ ହେଁ ବୁଝିପାରିବେ।

“ତୁମ୍ଭେ ଦିନ ବେଳେ ତୁମ୍ଭମାନଙ୍କର ଗଣ୍ଠିଲିପତ୍ର ସଜାଡ଼ି ଦିଅ, ସତେ ଯେପରି ତୁମ୍ଭେମାନେ ନିର୍ବାସନକୁ ଯାଉଛ ଏବଂ ସେମାନେ ଦେଖୁଥିବା ସମୟରେ ଯିବାକୁ ପ୍ରସ୍ତୁତ ହୁଅ। ତା'ପରେ ସନ୍ଧ୍ୟା ସମୟରେ ତୁମ୍ଭେମାନେ ବହୁ ଦୂର ଦେଶକୁ ଯାଇଥିବା ପରି ଅଭିନୟ କର, ନିର୍ବାସିତ ବନ୍ଦୀମାନଙ୍କ ପରି ଏହାକୁ ଯେତେବେଳେ ସେମାନେ ଦେଖୁଛନ୍ତି। ତା'ପରେ କାନ୍ଥରେ ଗୋଟିଏ ଗାତ ଖୋଳ ଓ ତାହା ମଧ୍ୟଦେଇ ବାହାର କରି ନିଅ, ସେମାନେ ତୁମ୍ଭମାନଙ୍କୁ ଦେଖୁଥିବା ସମୟରେ। ସେମାନଙ୍କ ଉପସ୍ଥିତିରେ ତୁମ୍ଭର ଥଳିଗୁଡ଼ିକ ସୂର୍ଯ୍ୟାସ୍ତ ସମୟରେ ଆପଣା କାନ୍ଧରେ ବହନ କରି ନେଇଯିବ। ତୁମ୍ଭେ ଯେପରି ଭୂମି ନ ଦେଖି ପାରିବ, ଏଥିପାଇଁ ଆପଣା ମୁଖ ଆଚ୍ଛାଦନ କରିବ। କାରଣ ଆମ୍ଭେ ତୁମ୍ଭମାନଙ୍କୁ ଏକ ଚିହ୍ନ ଓ ଏକ ଉଦାହରଣ ରୂପେ ଇସ୍ରାଏଲର ଲୋକମାନଙ୍କଠାରେ ବ୍ୟବହାର କରିଛୁ।”

ତେଣୁ ମୁଁ ସେହି ଆଜ୍ଞା ପ୍ରମାଣେ କାର୍ଯ୍ୟ କଲି। ଦିନ ବେଳେ ମୁଁ ମୋର ଗଣ୍ଠିଲିପତ୍ର ସଜାଡ଼ିଲି, ସତେ ଯେପରି ନିର୍ବାସନକୁ ଯିବି। ଏବଂ ସନ୍ଧ୍ୟାବେଳେ ମୁଁ କାନ୍ଥରେ ଗୋଟିଏ ଗାତ ଖୋଳିଲି। ଏହା ମୁଁ ଅନ୍ଧାରରେ ନେଲି ଓ ସେମାନଙ୍କ ଉପସ୍ଥିତିରେ କାନ୍ଧରେ ବହିଲି।

ପରଦିନ ପ୍ରଭାତକାଳରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ’ଣ କରୁଅଛ ବୋଲି ସେହି ଇସ୍ରାଏଲର ବିଦ୍ରୋହୀବଂଶ ତୁମ୍ଭକୁ ପଗ୍ଭରିଲେ କି? 10 ସେମାନଙ୍କୁ କୁହ, ସଦାପ୍ରଭୁ ସେମାନଙ୍କର ପ୍ରଭୁ, ଏହିକଥା କହିଛନ୍ତି, ଏହି ଭବିଷ୍ୟ‌ଦ୍‌ବାଣୀ ଯିରୁଶାଲମସ୍ଥ ଅଧିପତିର ଓ ଇସ୍ରାଏଲର ସମ୍ପର୍କୀୟ ଲୋକମାନଙ୍କ ମଧ୍ୟରେ ସେ ବାସ କରନ୍ତି। 11 ସେମାନଙ୍କୁ କୁହ, ‘ମୁଁ ତୁମ୍ଭମାନଙ୍କ ପାଇଁ ଏକ ଚିହ୍ନ ଓ ଉଦାହରଣ ଅଟେ। ମୁଁ ଯାହାକିଛି କଲି, ତାହା ତୁମ୍ଭମାନଙ୍କ ପ୍ରତି ଘଟିବ।’ ତୁମ୍ଭମାନଙ୍କୁ ନିର୍ବାସିତ କରାଯାଇ ବନ୍ଦୀରୂପେ ପଠାଯିବ। 12 ଏବଂ ତୁମ୍ଭର ନେତା ତା'ର ଜିନିଷପତ୍ର ତା’ କାନ୍ଧରେ ବହିବ ଏବଂ ସୂର୍ଯ୍ୟାସ୍ତ ସମୟରେ କାନ୍ଥରେ ତା’ ପାଇଁ ଖୋଳା ଯାଇଥିବା ମଧ୍ୟଦେଇ ବାହାରିଯିବ ଓ ସେ ତା'ର ମୁଖ ଆଚ୍ଛାଦନ କରିବ, ଯେପରି ସେ ଭୂମିକୁ ଦେଖି ପାରିବ ନାହିଁ। 13 ସେ ଖସିଯିବା ପାଇଁ ଚେଷ୍ଟା କରିବ, କିନ୍ତୁ ଆମ୍ଭେ ତା’ ପାଇଁ ଆମ୍ଭର ଜାଲ ବିଚ୍ଛାଇବା ଓ ସେ ଫାନ୍ଦରେ ପଡ଼ିଯିବ। ଏବଂ ଆମ୍ଭେ ତାକୁ କ‌‌ଲ୍‌‌‌‌ଦୀୟ ଲୋକମାନଙ୍କର ଦେଶ ବାବିଲକୁ ନେଇଯିବା। ଆଉ ସେ ସେହି ସ୍ଥାନରେ ମରିବ କିନ୍ତୁ ସେ ତାହା ଦେଖି ପାରିବ ନାହିଁ। 14 ଏବଂ ଯେଉଁମାନେ ତାକୁ ଓ ତା'ର ସୈନ୍ୟବାହିନୀକୁ ସାହାଯ୍ୟ କରିବାକୁ ତାହାର ଚତୁର୍ଦ୍ଦିଗରେ ଅଛନ୍ତି, ସେ ଏବଂ ତା'ର ସୈନ୍ୟବାହିନୀ ଆମ୍ଭ ଦ୍ୱାରା ସମସ୍ତ ଦିଗରେ ଛିନ୍ନଛତ୍ର ହେବେ। ଆମ୍ଭେ ଆପଣା ‌‌ଖ‌ଡ଼୍‌ଗ ସେମାନଙ୍କ ବିରୁଦ୍ଧରେ ଉଠାଇବା। 15 ଆଉ ଯେତେବେଳେ ଆମ୍ଭେ ସେମାନଙ୍କୁ ନାନା ଦେଶ ମଧ୍ୟରେ ଛିନ୍ନଭିନ୍ନ କରିବା। ସେମାନେ ହୃ‌ଦ୍‌ବୋଧ କରିବେ ଯେ, ଆମ୍ଭେ ସଦାପ୍ରଭୁ ଅଟୁ।

16 “କିନ୍ତୁ ମୁଁ ସେମାନଙ୍କ ମଧ୍ୟରୁ ଅଳ୍ପ କେତେକଙ୍କୁ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀରୁ ରକ୍ଷା କରିବି। ତହିଁରେ ସେମାନେ ଯେଉଁ ରାଷ୍ଟ୍ରମାନଙ୍କ ମଧ୍ୟରେ ନିର୍ବାସିର ରୂପେ ବାସ କରିବେ, ସେମାନଙ୍କ ନିକଟରେ ନିଜର ଘୃଣ୍ୟ କର୍ମସବୁ ପ୍ରକାଶ କରିବେ। ଏବଂ ତା'ପରେ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।”

17 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ସେ କହିଲେ, 18 “ହେ ମନୁଷ୍ୟ ପୁତ୍ର, ଉତ୍କଣ୍ଠାରେ ତୁମ୍ଭେ କମ୍ପିତ ହୋଇ ଆପଣା ଆହାର ଭୋଜନ କର, ଆଉ ଥରିଥରି ଓ ଚିନ୍ତିତ ହୋଇ ଆପଣା ଜଳ ପାନ କର। 19 ଏଣୁ ଦେଶବାସୀଙ୍କୁ କୁହ, ‘ଯିରୁଶାଲମ ନିବାସୀ ଓ ଇସ୍ରାଏଲ ଲୋକମାନଙ୍କ ବିଷୟରେ ସଦାପ୍ରଭୁ ଆମ୍ଭର ପ୍ରଭୁ ଏହି କଥା କହନ୍ତି, ସେମାନେ ଉତ୍କଣ୍ଠାରେ ଆପଣା ଆପଣା ଆହାର ଭୋଜନ କରିବେ ଓ ମହାଭୟରେ ସେମାନଙ୍କର ଜଳପାନ କରିବେ। କାରଣ ଅଧିବାସୀମାନଙ୍କର ଦୌରାତ୍ମ୍ୟ ପାଇଁ ସେମାନଙ୍କ ଦେଶ ମଧ୍ୟରେ ଥିବା ସର୍ବସ୍ୱ ଧ୍ୱଂସ ହେବ। 20 ଆଉ ଜନବସତି ନଗରସବୁ ଉଚ୍ଛିନ୍ନ ଓ ଦେଶ ଧ୍ୱଂସ ସ୍ଥାନ ହେବ। ତାହା କଲେ, ତାହା ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଅଟୁ।’”

21 ତା'ପରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 22 “ହେ ମନୁଷ୍ୟ ପୁତ୍ର, ତୁମ୍ଭ ଇସ୍ରାଏଲରେ ଏହି ପ୍ରବାଦ ନାହିଁ କି?

‘ସମୟ ଗଡ଼ି ଗ୍ଭଲିଛି
    ଓ ପ୍ରତ୍ୟେକ ଦର୍ଶନ ବିଫଳ ହେଉଅଛି।’

23 “ଏଣୁ ସେହି ପୁରୁଷମାନଙ୍କୁ କୁହ, ସଦାପ୍ରଭୁ ସେମାନଙ୍କର ପ୍ରଭୁ କହନ୍ତି। ଆମ୍ଭେ ସେହି ପ୍ରବାଦ ବନ୍ଦ କରିବା ଓ ଏହା ଇସ୍ରାଏଲର ଲୋକମାନଙ୍କ ଦ୍ୱାରା ବ୍ୟବହାର ହେବ ନାହିଁ।

‘କିନ୍ତୁ ସେମାନେ କହିବେ, ପ୍ରତ୍ୟେକ ଦର୍ଶନ ସଫଳତା
    ସନ୍ନିକଟ ହେବାର ସମୟ ପାଖେଇ ଆସୁଅଛି।’

24 “ମିଥ୍ୟା ଦର୍ଶନ ଓ ଗ୍ଭଟୁବାଦର ଅଲୌକିକ ଶକ୍ତି ଇସ୍ରାଏଲୀୟମାନଙ୍କ ମଧ୍ୟରେ ଆଉ ରହିବ ନାହିଁ। 25 କାରଣ ଆମ୍ଭେ ସଦାପ୍ରଭୁ, ଆମ୍ଭେ ଯାହା କହିବାକୁ ଗ୍ଭହୁଁ, ତାହା କହିବା ଓ ଏହା ଘଟିବ। ଆଉ ଅଧିକ ବିଳମ୍ବ ହେବ ନାହିଁ। ବିଦ୍ରୋହୀ ଲୋକମାନେ, ତୁମ୍ଭ ସମୟରେ ଆମ୍ଭେ ଏକ ଘୋଷଣା କରିବା ଓ ଏହା ଘଟିବ।” ଏହା ହିଁ ସଦାପ୍ରଭୁ ମୋର ପ୍ରଭୁ କହନ୍ତି।

26 ତତ୍ପରେ ସଦାପ୍ରଭୁଙ୍କ ବାକ୍ୟ ଆମ୍ଭ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 27 “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲ ବଂଶୀୟ ଲୋକମାନେ ଭାବନ୍ତି, ତୁମ୍ଭେ ଯେଉଁ ଦର୍ଶନ ଦେଖ, ତାହା ଅନେକ ବିଳମ୍ବର କଥା ଓ ତାହା ବହୁବର୍ଷ ପରେ ଭବିଷ୍ୟତକାଳରେ ଘଟିବ। 28 ଏଣୁ ସେମାନଙ୍କୁ କୁହ, ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଯାହା ଘୋଷଣା କରୁଛୁ ତାହା ବିଳମ୍ବ ହେବ ନାହିଁ। ସଦାପ୍ରଭୁ ଆମ୍ଭେ କହୁଛୁ ସେସବୁ ଘଟିବାକୁ ଯାଉଛି।’” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center