Beginning
5 1-2 “ହେ ମନୁଷ୍ୟ ପୁତ୍ର, ନାପିତର କ୍ଷୁର ପରି ତୁମ୍ଭେ ଏକ ତୀକ୍ଷ୍ଣ ଖଡ଼୍ଗରେ ନିଜର ମସ୍ତକ ଓ ଦାଢ଼ି ଖିଅର ହେବ। ତହୁଁ ନିକିତିରେ ବାଳକୁ ଓଜନ କର ଏବଂ ଏହା ତିନି ଭାଗରେ ବିଭକ୍ତ କର। ତା'ପରେ ଏହାର ଏକ ତୃତୀୟାଂଶ ନିଅ ଏବଂ ତୁମ୍ଭର ଅବରୋଧ ସମାପ୍ତ ହେଲା ପରେ, ସେହି ବାଳକୁ ସେହି ‘ନଗର’ ନକ୍ସାର ମଝିରେ ଦଗ୍ଧ କରିବ। ଆଉ ଏକ ତୃତୀୟାଂଶ ଖଡ଼୍ଗରେ କାଟ ଓ ‘ନଗର’ ଚତୁର୍ଦ୍ଦିଗରେ ଭିଣି ଦିଅ। ଆଉ ଏକ ତୃତୀୟାଂଶ କେଶ ପବନର ମୁହଁକୁ ଫୋପାଡ଼ି ଦିଅ[a] କାରଣ ଆମ୍ଭେ ସେମାନଙ୍କୁ ଦୂର ଦେଶ ପର୍ଯ୍ୟନ୍ତ ଅନୁସରଣ କରିବା ଓ ଖଣ୍ଡାରେ ସେମାନଙ୍କୁ ହତ୍ୟା କରିବା। 3 ପୁଣି ତୁମ୍ଭେ ଅଳ୍ପ ପରିମାଣର କେଶ ନେଇ ଆପଣା ବସ୍ତ୍ରାଞ୍ଚଳରେ ବାନ୍ଧିବ। 4 ଏହି ବାଳଗୁଡ଼ିକରୁ କିଛି ଅଧିକ ନିଅ ଏବଂ ସେଗୁଡ଼ିକ ଅଗ୍ନିରେ ଫୋପାଡ଼ି ଦିଅ ଏବଂ ସେଗୁଡ଼ିକ ଦଗ୍ଧ କର, କାରଣ ଇସ୍ରାଏଲସାରା ଆମ୍ଭେ ଅଗ୍ନି ପଠାଇବା।”
5 ତା'ପରେ ସଦାପ୍ରଭୁ ମୋର ପ୍ରଭୁ ମୋତେ କହିଲେ, “ଏହା ଯିରୁଶାଲମ ଅଟେ, ଯାହାକୁ ଆମ୍ଭେ ଦେଶମାନଙ୍କ ମଧ୍ୟରେ ସ୍ଥାପନ କରିଅଛୁ ଓ ତା'ର ଚତୁର୍ଦ୍ଦିଗରେ ଅନ୍ୟାନ୍ୟ ଦେଶଗୁଡ଼ିକ ଅଛି। 6 ଆଉ ଯିରୁଶାଲମର ଲୋକମାନେ ଦୁଷ୍ଟତା କରି ସେହି ଗୋଷ୍ଠୀଗଣ ଅପେକ୍ଷା ଆମ୍ଭ ଶାସନାବଳି ବିରୁଦ୍ଧରେ ଓ ତାହାର ଚତୁର୍ଦ୍ଦିଗସ୍ଥିତ ଦେଶ ସମୂହର ଅପେକ୍ଷା ଆମ୍ଭ ବିଧି ସକଳର ବିରୁଦ୍ଧରେ ବିଦ୍ରୋହାଚରଣ କରିଅଛନ୍ତି। କାରଣ ସେମାନେ ଆମ୍ଭର ଶାସନାବଳି ଅଗ୍ରାହ୍ୟ କରିଅଛନ୍ତି ଓ ଆମ୍ଭର ବିଧିପୂର୍ବକ ପଥରେ ଗମନ କରି ନାହାନ୍ତି।”
7 ତେଣୁ ସଦାପ୍ରଭୁ ମୋର ପ୍ରଭୁ କହନ୍ତି, “ତୁମ୍ଭେମାନେ ଆପଣା ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣ ଅପେକ୍ଷା ଅଧିକ ଗଣ୍ଡଗୋଳକାରୀ ଅଟ ଓ ତୁମ୍ଭେମାନେ ମୋ’ ଆଜ୍ଞାନୁସାରେ ବ୍ୟବହାର କରୁ ନାହଁ କିଅବା ତୁମ୍ଭ ଚତୁର୍ଦ୍ଦିଗସ୍ଥ ଦେଶମାନଙ୍କର ଚଳଣି ଅନୁସାରେ ଜୀବନ ଧାରଣ କରିପାରିଲ ନାହିଁ।” 8 ତେଣୁ ସଦାପ୍ରଭୁ ମୋର ପ୍ରଭୁ କହନ୍ତି, “ତେଣୁ ଆମ୍ଭେ ତୁମ୍ଭର ବିପକ୍ଷ ଅଟୁ ଓ ଆମ୍ଭେ ଜାତିଗୁଡ଼ିକ ମଧ୍ୟରେ ତୁମ୍ଭର ବିଗ୍ଭର କରିବା। 9 ଆମ୍ଭେ ତୁମ୍ଭମାନଙ୍କ ପ୍ରତି ତାହା କରିବା, ଯାହା ଆଗରୁ କେବେ କରି ନାହୁଁ କିଅବା ଭବିଷ୍ୟତରେ କେବେ କରିବା ନାହିଁ, କାରଣ ଏହିସବୁ ତୁମ୍ଭମାନଙ୍କର ଘୃଣ୍ୟ ବ୍ୟବହାର ପାଇଁ ହେବ। 10 ଯିରୁଶାଲମର ଲୋକମାନେ ଏପରି କ୍ଷୁଧାର୍ତ୍ତ ହେବେ ଯେ, ସେମାନଙ୍କ ମଧ୍ୟରୁ ପିତାମାତା ନିଜର ସନ୍ତାନମାନଙ୍କୁ ଭୋଜନ କରିବେ ଓ ସନ୍ତାନମାନେ ଆପଣା ଆପଣା ପିତାମାତାଙ୍କୁ ଭୋଜନ କରିବେ। ଏବଂ ଆମ୍ଭେ ତୁମ୍ଭର ବିଗ୍ଭର କରିବା ଓ ତୁମ୍ଭମାନଙ୍କର ଅବଶିଷ୍ଟାଂଶକୁ ପୃଥିବୀର ଶେଷ ସୀମାରେ ଛିନ୍ନଭିନ୍ନ କରିବା।”
11 ତହୁଁ ସଦାପ୍ରଭୁ ମୋର ପ୍ରଭୁ କହନ୍ତି, “ତୁମ୍ଭେ ଆପଣାର ତୁଚ୍ଛ ବସ୍ତୁ ସକଳ ଦ୍ୱାରା ଓ ଆପଣାର ସବୁ ଘୃଣାଯୋଗ୍ୟ କର୍ମଦ୍ୱାରା ଆମ୍ଭର ପବିତ୍ର ସ୍ଥାନ ଅଶୁଚି କରିଅଛ, ଏଥିପାଇଁ ଆମ୍ଭେ ଜୀବିତ ଥିବା ପ୍ରମାଣେ ଆମ୍ଭେ ଶପଥ କରୁଛୁ ଯେ, ଆମ୍ଭେ ତୁମ୍ଭମାନଙ୍କୁ ପଛ କରିଦେବା। ଆଉ ତୁମ୍ଭମାନଙ୍କ ପାଇଁ ଦୁଃଖ କରିବା ନାହିଁ କି ଦୟା କରିବା ନାହିଁ। 12 ତୁମ୍ଭମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ମହାମାରୀରେ ଓ ଦୁର୍ଭିକ୍ଷରେ ନଗର ମଧ୍ୟରେ ମରିବେ। ତୁମ୍ଭମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଯୁଦ୍ଧରେ ନଗର ବାହାରେ ମୃତ୍ୟୁବରଣ କରିବେ; ଆଉ ଅବଶିଷ୍ଟ ଏକ ତୃତୀୟାଂଶ ଛିନ୍ନଭିନ୍ନ ହେବେ। ଯେହେତୁ ଆମ୍ଭେ ଖଡ଼୍ଗ ନେଇ ଗୋଡ଼ାଇବା। 13 ତା'ପରେ ସେମାନଙ୍କ ବିରୁଦ୍ଧରେ ଆମ୍ଭର କ୍ରୋଧ ଶେଷ ହେବ ଓ ଆମ୍ଭର କୋପ ଶାନ୍ତ ହେବ। ଏବଂ ସେମାନଙ୍କ ଉପରେ ପ୍ରତିଶୋଧ ନେଇଥିବାରୁ ଆମ୍ଭେ ନିଜେ ଆଶ୍ୱସ୍ତ ହେବା। ତା'ପରେ ଯେତେବେଳେ ସେମାନଙ୍କ ଉପରୁ ମୋର କ୍ରୋଧ ଦୂରେଇ ଯିବ, ସେମାନେ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ ଆପଣା କ୍ରୋଧ ସେମାନଙ୍କ ବିରୁଦ୍ଧରେ କହିଅଛୁ।”
14 ପୁନର୍ବାର ପରମେଶ୍ୱର କହିଲେ, “ହେ ଯିରୁଶାଲମ, ଆମ୍ଭେ ତୁମ୍ଭକୁ ବିନାଶ କରିବା। ତୁମ୍ଭର ଚତୁର୍ଦ୍ଦିଗସ୍ଥ ଦେଶଗୁଡ଼ିକ ଓ ତୁମ୍ଭ ମଧ୍ୟଦେଇ ଯାଉଥିବା ପଥିକଗଣ ତୁମ୍ଭକୁ ଗାଳି ଦେବେ, ପରିହାସ କରିବେ। 15 ଏବଂ ଯେତେବେଳେ ଆମ୍ଭେ କ୍ରୋଧରେ ଏବଂ କ୍ରୋଧ ଭର୍ତ୍ସନାରେ ତୁମ୍ଭମାନଙ୍କୁ ଦଣ୍ଡ ଦେବା, ତୁମ୍ଭମାନଙ୍କର ଚତୁର୍ପାର୍ଶ୍ୱରେ ଥିବା ଗୋଷ୍ଠୀମାନଙ୍କ ପାଇଁ ଗାଳିର, ପରିହାସର ଓ ଆଶ୍ଚର୍ଯ୍ୟର ଏକ ବିସ୍ମୟର ବିଷୟ ହେବ। କିନ୍ତୁ ସେମାନେ ମଧ୍ୟ ଏଥିରୁ ଏକ ପାଠ ଶିଖିବେ। ଆମ୍ଭେ ସଦାପ୍ରଭୁ ଏହା କରିଅଛୁ। 16 ଆମ୍ଭେ ଆମ୍ଭର ବିନାଶକାରୀ ଦୁର୍ଭିକ୍ଷର ତୀରଗୁଡ଼ିକ ତୁମ୍ଭମାନଙ୍କ ଉପରକୁ ନିକ୍ଷେପ କରିବା। ଆମ୍ଭେ ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ସେଗୁଡ଼ିକୁ ପଠାଇବା, ମୁଁ ତୁମ୍ଭମାନଙ୍କ ପାଖକୁ ଅଧିକରୁ ଅଧିକ ଦୁର୍ଭିକ୍ଷ ପଠାଇବି ଏବଂ ଆମ୍ଭେ ତୁମ୍ଭମାନଙ୍କର ଖାଦ୍ୟ ଯୋଗାଣ ବନ୍ଦ କରିବା। 17 ଆଉ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଦୁର୍ଭିକ୍ଷ ଓ ବନ୍ୟ ଜନ୍ତୁମାନଙ୍କୁ ପଠାଇବା, ସେମାନେ ତୁମ୍ଭକୁ ନିଃସନ୍ତାନ କରି ଛାଡ଼ି ଦେବେ। ମହାମାରୀ ଓ ରକ୍ତପାତ ତୁମ୍ଭମାନଙ୍କର ମଧ୍ୟଦେଇ ଯିବ। ଏବଂ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଖଡ଼୍ଗ ଉଠାଇବା। ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।”
6 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। 2 ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲର ପର୍ବତଗଣ ଆଡ଼େ ବୁଲିପଡ଼ ଓ ସେମାନଙ୍କ ପ୍ରତି ଭବିଷ୍ୟଦ୍ବାଣୀ ପ୍ରଗ୍ଭର କର। 3 କୁହ: ‘ହେ ଇସ୍ରାଏଲର ପର୍ବତଗଣ, ତୁମ୍ଭେମାନେ ମୋର ପ୍ରଭୁ ସଦାପ୍ରଭୁଙ୍କର ବାକ୍ୟ ଶୁଣ! ସଦାପ୍ରଭୁ, ମୋର ପ୍ରଭୁ ପର୍ବତଗୁଡ଼ିକୁ, ଉପପର୍ବତଗୁଡ଼ିକୁ, ଜଳପ୍ରଣାଳୀ ଓ ଉପତ୍ୟକା ସମୂହକୁ ଏହି କଥା କହନ୍ତି, ଦେଖ ଆମ୍ଭେ ନିଜେ ତୁମ୍ଭମାନଙ୍କ ବିରୁଦ୍ଧରେ ଏକ ଖଡ଼୍ଗ ଆଣିବା ଓ ତୁମ୍ଭମାନଙ୍କର ଉଚ୍ଚସ୍ଥଳୀଗୁଡ଼ିକୁ ବିନଷ୍ଟ କରିବା। 4 ଆମ୍ଭେ ତୁମ୍ଭମାନଙ୍କର ହୋମବଳି ନିମନ୍ତେ ଥିବା ଯଜ୍ଞବେଦିଗୁଡ଼ିକୁ ନଷ୍ଟ କରିବା ଏବଂ ତୁମ୍ଭମାନଙ୍କର ସୁଗନ୍ଧ ବେଦିକୁ ମଧ୍ୟ ନଷ୍ଟ କରିବା। ପୁଣି ତୁମ୍ଭମାନଙ୍କର ନିହତ ଲୋକମାନଙ୍କର ମୃତ ଶରୀରକୁ ତୁମ୍ଭମାନଙ୍କ ଦେବତାଗଣର ସମ୍ମୁଖରେ ଫୋପାଡ଼ି ଦେବା। 5 ଆଉ ଆମ୍ଭେ ଇସ୍ରାଏଲ ସନ୍ତାନଗଣର ଶବ ସେମାନଙ୍କ ପ୍ରତିମାଗଣର ସମ୍ମୁଖରେ ରଖିବା ଓ ତୁମ୍ଭମାନଙ୍କର ଅସ୍ଥିସବୁ ଯଜ୍ଞବେଦିଗୁଡ଼ିକର ଗ୍ଭରିଆଡ଼େ ବିଞ୍ଚିଦେବା। 6 ତୁମ୍ଭମାନଙ୍କର ବସତିସବୁ ଓ ନଗରଗୁଡ଼ିକ ଭାଙ୍ଗି ଦିଆଯିବ ଓ ଉଚ୍ଚସ୍ଥଳୀସବୁ ଧ୍ୱଂସ କରାଯିବ। ଯାହା ଫଳରେ ତୁମ୍ଭମାନଙ୍କର ଯଜ୍ଞବେଦି କେବେ ପୁଣି ବ୍ୟବହାର ହେବ ନାହିଁ ଓ ତାହା ଭଗ୍ନ ହୋଇ ପଡ଼ି ରହିବ ଓ ତୁମ୍ଭର ମୂର୍ତ୍ତିସବୁ ଚୂର୍ଣ୍ଣବିଚୂର୍ଣ୍ଣ ହେବ। ତୁମ୍ଭର ଧୂପବେଦି ଭଙ୍ଗାଯିବ ଓ ଦୂରରେ ମନୁଷ୍ୟ ନିର୍ମିତ ମୂର୍ତ୍ତିସବୁ ଓ ଅନ୍ୟାନ୍ୟ ବସ୍ତୁସବୁ ତୁମ୍ଭେ ତିଆରି କଲ, ସେଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରାଯିବ। 7 ତୁମ୍ଭମାନଙ୍କର ଲୋକମାନେ ନିହତ ହେବେ, ତାହାହେଲେ ତୁମ୍ଭେମାନେ ଜାଣିବ ଯେ ଆମ୍ଭେ ସଦାପ୍ରଭୁ ଅଟୁ।’”
8 “କିନ୍ତୁ ଆମ୍ଭେ କିଛି ଲୋକଙ୍କୁ ଜୀବିତ ରଖିବା। ସେମାନେ ଖଡ଼୍ଗରୁ ଖସିଯାଇ ଯେତେବେଳେ ନାନା ଦେଶରେ ଛିନ୍ନଭିନ୍ନ ହୋଇ ରହିବେ। 9 ଏବଂ ବଞ୍ଚି ରହିଥିବା ଲୋକମାନଙ୍କୁ ଯେଉଁମାନଙ୍କୁ ଗୋଷ୍ଠୀୟମାନଙ୍କୁ ବନ୍ଦୀରୂପେ ନିଆଯିବ, ସେମାନେ ମୋତେ ମନେ ରଖିବେ ଏବଂ ଆମ୍ଭେ ସେମାନଙ୍କର ବ୍ୟଭିଗ୍ଭରୀ ହୃଦୟକୁ କିପରି ଦୁଃଖରେ ପୂର୍ଣ୍ଣ କଲୁ, ଯାହା ଆମ୍ଭଠାରୁ ଦୂରେଇ ଗଲା ଏବଂ ସେମାନଙ୍କର ବ୍ୟଭିଗ୍ଭରୀ ଆଖି ଯାହା ସେମାନଙ୍କର ମୂର୍ତ୍ତିସବୁକୁ ଅନୁସରଣ କଲା। ସେମାନେ ନିଜେ କରିଥିବା କୁକର୍ମ ପାଇଁ ଓ ସେମାନଙ୍କର ଘୃଣ୍ୟ ବ୍ୟବହାର ପାଇଁ ନିଜକୁ ଘୃଣା କରିବେ। 10 ଯେଉଁଥିପାଇଁ ସେମାନେ ହୃଦ୍ବୋଧ କରିବେ ଯେ, ଆମ୍ଭେ ସଦାପ୍ରଭୁ ଅଟୁ। ସେମାନେ ମଧ୍ୟ ହୃଦୟଙ୍ଗମ କରିବେ ଯେ, ଆମ୍ଭେ ବୃଥାରେ କହି ନ ଥିଲୁ, ଯେତେବେଳେ ଆମ୍ଭେ କହିଥିଲୁ ଯେ, ଏହା ଆମ୍ଭେ ସେମାନଙ୍କ ପ୍ରତି ଏହି ମନ୍ଦକାର୍ଯ୍ୟ କରିବା।”
11 ସଦାପ୍ରଭୁ ମୋର ପ୍ରଭୁ ମୋତେ କହିଲେ, “ତୁମ୍ଭେ ତାଳି ବଜାଅ ଓ ପଦାଘାତ କର ଓ କୁହ: ଧିକ୍! ସେମାନଙ୍କର ଘୃଣ୍ୟ ଓ ମନ୍ଦକାର୍ଯ୍ୟ ଯୋଗୁଁ ଇସ୍ରାଏଲର ଗୃହ ଖଡ଼୍ଗର, ଦୁର୍ଭିକ୍ଷର ଓ ମହାମାରୀର ଶିକାର ହେବ। 12 ଦୂରବର୍ତ୍ତୀ ଲୋକମାନେ ମହାମାରୀରେ ମରିବେ। ନିକଟବର୍ତ୍ତୀ ଲୋକମାନେ ଖଡ଼୍ଗରେ ନିହତ ହେବେ ଓ ଅବଶିଷ୍ଟ ଲୋକମାନେ ଦୁର୍ଭିକ୍ଷରେ ମରିବେ। କେବଳ ତା'ପରେ ଆମ୍ଭେ ସେମାନଙ୍କ ଉପରେ କ୍ରୋଧିତ ହେବାରୁ ବନ୍ଦ କରିବା। 13 ସେମାନେ ଜାଣିବେ ଯେ, ଆମ୍ଭେ ହିଁ ସଦାପ୍ରଭୁ, ଯେତେବେଳେ ସେମାନେ ସେମାନଙ୍କର ମୃତ ଶରୀର ମୂର୍ତ୍ତିମାନଙ୍କ ମଧ୍ୟରେ, ଯଜ୍ଞବେଦି ଗ୍ଭରିପାଖରେ, ପର୍ବତର ଶୀର୍ଷ ଦେଶରେ, ଶୃଙ୍ଗରେ, ପ୍ରତ୍ୟେକ ସବୁଜ ହରିତବର୍ଣ୍ଣ ବୃକ୍ଷ ତଳେ ଓ ପ୍ରତ୍ୟେକ ଅଲୋନ ବୃକ୍ଷ ତଳେ, ଯେଉଁ ଯେଉଁ ସ୍ଥାନମାନଙ୍କରେ ସେମାନେ ନିଜ ନିଜର ସକଳ ପ୍ରତିମାଗୁଡ଼ିକୁ ସୁବାସିତ ନୈବେଦ୍ୟ ଉତ୍ସର୍ଗ କରୁଥିଲେ, ସେହି ସକଳ ସ୍ଥାନରେ ପାଇବେ। 14 ପୁଣି ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ଦିବ୍ଲା ପ୍ରାନ୍ତର ପର୍ଯ୍ୟନ୍ତ ସେମାନଙ୍କର ସମଗ୍ର ବସତି ସ୍ଥାନକୁ ଧ୍ୱଂସ ଓ ଶୂନ୍ୟ କରିବୁ। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”
7 ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟକୁ ଆସିଲା। 2 ସେ କହିଲେ, “ହେ ମନୁଷ୍ୟ ପୁତ୍ର, ସଦାପ୍ରଭୁ ଇସ୍ରାଏଲ ଭୂମିକୁ କହନ୍ତି,
“ସମଗ୍ର ଦେଶର ସମାପ୍ତି ଆସିଯାଇଛି।
ସମଗ୍ର ଦେଶ ଧ୍ୱଂସ ହେବାର
ଅନ୍ତିମକାଳ ଆସିଯାଇଛି।
3 ବର୍ତ୍ତମାନ ତୁମ୍ଭର ଅନ୍ତିମକାଳ ଉପସ୍ଥିତ,
ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆମ୍ଭ କ୍ରୋଧ ପ୍ରକାଶ କରିବା।
ତୁମ୍ଭର କର୍ମ ଅନୁସାରେ ତୁମ୍ଭର ବିଗ୍ଭର କରିବା
ଓ ତୁମ୍ଭର ଘୃଣାଯୋଗ୍ୟ ସକଳ କର୍ମ ପାଇଁ ଆମ୍ଭେ ତୁମ୍ଭଙ୍କୁ ଦଣ୍ଡ ଦେବା।
4 ଆମ୍ଭେ ତୁମ୍ଭକୁ କୌଣସି ଦୟା ଦେଖାଇବା ନାହିଁ, ଆମ୍ଭେ ତୁମ୍ଭକୁ ଅନୁକମ୍ପା କରିବା ନାହିଁ।
କିନ୍ତୁ ଆମ୍ଭେ ତୁମ୍ଭକୁ ତୁମ୍ଭର ମନ୍ଦକାର୍ଯ୍ୟ ପାଇଁ
ଓ ତୁମ୍ଭର ସମସ୍ତ ଘୃଣ୍ୟ ପ୍ରଥା ପାଇଁ ଦଣ୍ଡିତ କରିବା।
ଯାହା ଫଳରେ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ହିଁ ସଦାପ୍ରଭୁ।”
5 ସଦାପ୍ରଭୁ ମୋର ପ୍ରଭୁ କହନ୍ତି, “ଦେଖ, ଗୋଟିଏ ପରେ ଗୋଟିଏ ଅମଙ୍ଗଳ ଆସୁଅଛି। 6 ଅନ୍ତିମ କାଳ ଆସୁଅଛି, ଯବନିକା ଆସୁଅଛି। ଏହା ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେଉଅଛି। ଏହା ତା'ର ବାଟରେ ଆସୁଅଛି। 7 ହେ ଦେଶର ନିବାସୀଗଣ, ତୁମ୍ଭମାନଙ୍କର ଅନ୍ତିମ ଦଣ୍ଡ ଆସିଯାଇଛି। ସେହି ସମୟ ଆସୁଅଛି, ତୁମ୍ଭର ଶେଷ ବିଗ୍ଭର ଦିନ ଅତି ନିକଟ। ସେହି ଦିନଟି ସନ୍ଦେହର ଓ ବହୁତ ଦୁଃଖପ୍ରଦ ଅଟେ। ତାହା ପର୍ବତଗଣ ଉପରେ ଆନନ୍ଦ ଧ୍ୱନିର ଦିନ ନୁହେଁ। 8 ବର୍ତ୍ତମାନ ଆମ୍ଭେ ଆପଣା କ୍ରୋଧକୁ ତୁମ୍ଭ ଉପରେ ପ୍ରୟୋଗ କରିବା। ଯେପର୍ଯ୍ୟନ୍ତ ଏହା ପ୍ରାଧାନ୍ୟ ସେ ନ କରିଛୁ ଏବଂ ତୁମ୍ଭର କର୍ମାନୁସାରେ ବିଗ୍ଭର ନ କରିବୁ। ଆମ୍ଭେ ତୁମ୍ଭର ମନ୍ଦ କର୍ମ ଯୋଗୁଁ ତୁମ୍ଭକୁ ଦଣ୍ଡିତ କରିବା। 9 ଆମ୍ଭେ ତୁମ୍ଭକୁ କୌଣସି ଦୟା ଦେଖାଇବା ନାହିଁ କି ତୁମ୍ଭକୁ ଅନୁକମ୍ପା କରିବା ନାହିଁ। ଆମ୍ଭେ ତୁମ୍ଭକୁ ତୁମ୍ଭର ମନ୍ଦ କର୍ମ ଯୋଗୁଁ ଓ ତୁମ୍ଭ ମଧ୍ୟରେ ଥିବା ଘୃଣା ପ୍ରଥା ଯୋଗୁଁ ଦଣ୍ଡିତ କରିବା। ଏବଂ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଯିଏ ତୁମ୍ଭକୁ ଆଘାତ କରିଛନ୍ତି।
10 “ଦେଖ, ସେହି ଦିନ ଆସୁଅଛି। ତୁମ୍ଭର ଶେଷ ବିଗ୍ଭରାଜ୍ଞା ନିର୍ଗତ ହେଲା, ଯଷ୍ଟି ଅଙ୍କୁରିତ ଓ ପୁଷ୍ପିତ ହେଉଅଛି। ଅହଙ୍କାର ଅଙ୍କୁରିତ ହୋଇଅଛି। 11 ଜଣେ ଉଗ୍ର ବ୍ୟକ୍ତି ଏକ ଦୁଷ୍ଟ ଆଶାବାଡ଼ିରେ ପରିଣତ ହୋଇଅଛି, ସେ ସେମାନଙ୍କ ମଧ୍ୟରୁ ଜଣେ ନୁହେଁ, ସେମାନଙ୍କର ଜନଗହଳି ମଧ୍ୟରୁ ଜଣେ ନୁହେଁ, ସେମାନଙ୍କର ବଂଶଧରମାନଙ୍କ ମଧ୍ୟରୁ ଜଣେ ନୁହେଁ, ସେମାନଙ୍କର ନେତାମାନଙ୍କ ମଧ୍ୟରୁ ଜଣେ ନୁହେଁ।
12 “ସମୟ ଆସିଅଛି, ସେହି ଦିନ ନିକଟବର୍ତ୍ତୀ ହେଉଅଛି। କର୍ତ୍ତା ଆନନ୍ଦ ନ କରୁ ଓ ବିକ୍ରେତା ଶୋକ ନ କରୁ। କାରଣ ଭୟଙ୍କର ଦଣ୍ଡ ଜନଗହଳି ମଧ୍ୟରେ ଥିବା ପ୍ରତ୍ୟେକଙ୍କ ଉପରେ ଆସିଯାଇଛି। 13 ବିକ୍ରେତା ବିକ୍ରୟ କରିଥିବା ସମ୍ପତ୍ତିରୁ, ସେ ବଞ୍ଚିଥିବା ପର୍ଯ୍ୟନ୍ତ ସେମାନଙ୍କଠାରୁ ଫେରିପାଇବ ନାହିଁ। କାରଣ ଏହି ଦର୍ଶନ ସମସ୍ତ ଲୋକାରଣ୍ୟ ପାଇଁ ଉଦ୍ଧିଷ୍ଟ। ଏହା ବଦଳା ଯାଇପାରିବ ନାହିଁ। ସେମାନଙ୍କର ପାପ ସକାଶେ, କେହି ଆପଣା ଜୀବନକୁ ଧରି ରଖିବାକୁ ସକ୍ଷମ ହେବେ ନାହିଁ।
14 “ସେମାନେ ତୂରୀଗୁଡ଼ିକ ବଜାଇ ସମସ୍ତଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରିବେ। କିନ୍ତୁ ଯୁଦ୍ଧକୁ କେହି ଯିବେ ନାହିଁ କାରଣ ଆମ୍ଭର କ୍ରୋଧ ସମସ୍ତ ଜନଗହଳି ଉପରେ ଅଛି। 15 ବାହାରେ ଶତ୍ରୁର ଖଡ଼୍ଗ ଓ ଭିତରେ ମହାମାରୀ ଓ ଦୁର୍ଭିକ୍ଷ ଅଛି। ଯେଉଁ ଲୋକ କ୍ଷେତ୍ରକୁ ଯିବ ସେ ଖଡ଼୍ଗରେ ମରିବ ଓ ଯେ ନଗର ମଧ୍ୟରେ ରହିବ, ସେ ଦୁର୍ଭିକ୍ଷ ଓ ମହାମାରୀରେ ବିନାଶ ହେବ।
16 “କିନ୍ତୁ ସେମାନଙ୍କ ମଧ୍ୟରୁ ଯେଉଁମାନେ ରକ୍ଷା ପାଇବେ, ସେମାନେ ପର୍ବତ ଆଡ଼କୁ ଦୌଡ଼ିବେ। ଏବଂ ସେମାନେ ସେମାନଙ୍କର ପାପ ପାଇଁ ଶୋକ କରିବେ ଓ ପର୍ବତ ଉପରେ କରୁଣ ଭାବରେ ବିଳାପ କରିବେ, ଉପତ୍ୟକାରେ କପୋତ ବାହୁନିବା ପରି। 17 ସମସ୍ତଙ୍କର ହସ୍ତ ଏତେ ଦୁର୍ବଳ ହେବ ଯେ, ତାହା ଉପରକୁ ଉତ୍ତୋଳିତ ହେବ ନାହିଁ। ଆଉ ମଧ୍ୟ ସମସ୍ତଙ୍କର ଅଶ୍ରୁ ଜଳପରି ତରଳ ହେବ। 18 ଏବଂ ସେମାନେ ଚଟବସ୍ତ୍ର ପରିଧାନ କରିବେ। ସେମାନେ ଭୟରେ ଥରିବେ। ସମସ୍ତଙ୍କର ମୁଖ ଲଜ୍ଜାରେ ଆଚ୍ଛାଦିତ ହେବ ଓ ଦୁଃଖର ଚିହ୍ନ ସ୍ୱରୂପ ସେମାନେ ସେମାନଙ୍କର ମସ୍ତକ ଲଣ୍ଡିତ କରିବେ। 19 ସେମାନେ ନିଜ ନିଜର ରୂପାକୁ ଦାଣ୍ଡରେ ପକାଇ ଦେବେ ଓ ସେମାନଙ୍କର ସୁନା ଅଶୁଚି ବସ୍ତୁ ତୁଲ୍ୟ ହେବ। ସେ ସବୁ କିନ୍ତୁ ସେମାନଙ୍କୁ ସଦାପ୍ରଭୁ ଯେତେବେଳେ ତାଙ୍କର କ୍ରୋଧରେ ପ୍ରକାଶ କଲେ, ତାଙ୍କ କୋପରୁ ରକ୍ଷା କରିବ ନାହିଁ। ସେମାନେ ସେମାନଙ୍କର କ୍ଷୁଧାକୁ ସନ୍ତୁଷ୍ଟ କରି ପାରିବେ ନାହିଁ। କିଅବା ସେମାନଙ୍କର ଉଦର ପୂର୍ଣ୍ଣ କରି ପାରିବେ ନାହିଁ। କାରଣ ଏହିସବୁ ଜିନିଷଗୁଡ଼ିକ ପାପ କରିବାକୁ ସେମାନଙ୍କର କାରଣ ଥିଲା।
20 “ସେହି ଲୋକମାନେ ମନ୍ଦିରର ସୁନ୍ଦର ଅଳଙ୍କାରରେ ଘୃଣ୍ୟ ମୂର୍ତ୍ତିମାନ ନିର୍ମାଣ କଲେ, ଯେଉଁଥିପାଇଁ ସେମାନେ ଗର୍ବ କରୁଥିଲେ ଏବଂ ସେମାନେ ସେହି ମୂର୍ତ୍ତିଗୁଡ଼ିକ ପରମେଶ୍ୱରଙ୍କ ମନ୍ଦିରରେ ରଖିଲେ। ତେଣୁ ଆମ୍ଭେ ସେଗୁଡ଼ିକ ସେମାନଙ୍କ ପାଇଁ କଳୁଷିତ ସାମଗ୍ରୀରେ ପରିଣତ କରିଦେବା। 21 ତା'ପରେ ଆମ୍ଭେ ସେହି ମନ୍ଦିରରୁ ଲୁଣ୍ଠନ ସାମଗ୍ରୀ ରୂପେ ବିଦେଶୀମାନଙ୍କ ହସ୍ତରେ ଓ ଲୁଟ ଦ୍ରବ୍ୟରୂପେ ପୃଥିବୀର ଦୁଷ୍ଟମାନଙ୍କ ହସ୍ତରେ ସମର୍ପଣ କରିବା ଓ ସେମାନେ ଏହାକୁ କଳୁଷିତ କରିବେ। 22 ଆଉ ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଫେରାଇବା। ସେମାନେ ଆମ୍ଭର ନିବୃତସ୍ଥାନ ଅପବିତ୍ର କରିବେ। ଆଉ ଡକାୟତମାନେ ତାହା ମଧ୍ୟରେ ପ୍ରବେଶ କରି ତାହା ଅପବିତ୍ର କରିବେ।
23 “ବନ୍ଦୀମାନଙ୍କ ପାଇଁ ଶିକୁଳି ପ୍ରସ୍ତୁତ କର। କାରଣ ରକ୍ତପାତରୂପ ଅପରାଧରେ ଦେଶ ପରିପୂର୍ଣ୍ଣ ଓ ଦୌରାତ୍ମ୍ୟରେ ନଗର ପରିପୂର୍ଣ୍ଣ ହେବ। 24 ତେଣୁ ଆମ୍ଭେ ଦୁଷ୍ଟ ଜାତିମାନଙ୍କୁ ଆଣିବା। ତହିଁରେ ସେମାନେ ଏହି ଲୋକମାନଙ୍କର ଗୃହସବୁ ଅଧିକାର କରିବେ। ଆଉ ମଧ୍ୟ ଆମ୍ଭେ ବଳବାନ ଲୋକମାନଙ୍କର ଗର୍ବ ଚୂର୍ଣ୍ଣ କରିବା। ଆଉ ସେମାନଙ୍କର ପବିତ୍ର ପୂଜାସ୍ଥାନ କଳୁଷିତ ହେବ।
25 “ତୁମ୍ଭେମାନେ ବିନାଶ ପାଇଁ ଭୟଭୀତ ହେବ ଓ ତୁମ୍ଭେମାନେ ଶାନ୍ତି ଅନ୍ୱେଷଣ କରିବ ମାତ୍ର କିଛି ପାଇବ ନାହିଁ। 26 ଗୋଟିଏ ବିପର୍ଯ୍ୟୟ ପରେ ଆଉ ଗୋଟିଏ ବିପର୍ଯ୍ୟୟ ଘଟିବ ଓ ଜନରବ ଉପରେ ଜନରବ ହେବ। ତେଣୁ ତୁମ୍ଭେମାନେ ଭବିଷ୍ୟଦ୍ବକ୍ତାର ନିକଟରୁ ଦର୍ଶନର ଚେଷ୍ଟା କରିବ। କିନ୍ତୁ ଯାଜକମାନଙ୍କର ଶିକ୍ଷା ଓ ପ୍ରାଚୀନ ଲୋକମାନଙ୍କର ଜ୍ଞାନ ଲୋପ ପାଇବ। 27 ତୁମ୍ଭମାନଙ୍କର ରାଜା ଶୋକ କରିବେ ଓ ନେତୃବର୍ଗ ଶୋକର ବସ୍ତ୍ର ପରିଧାନ କରିବେ। ଦେଶର ଲୋକମାନଙ୍କର ହସ୍ତ କମ୍ପିତ ହେବ। ଯେହେତୁ ଆମ୍ଭେ ସେମାନଙ୍କର ନିଜ ଆଚରଣ ଓ ଆଦର୍ଶ ଅନୁସାରେ ସେମାନଙ୍କ ପ୍ରତି ବ୍ୟବହାର କରିବା। ସେମାନଙ୍କର କର୍ମ ଅନୁସାରେ ସେମାନଙ୍କର ବିଗ୍ଭର କରାଯିବ ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ହୃଦୟଙ୍ଗମ କରିବେ।”
8 ଅନନ୍ତର ଷଷ୍ଠ ବର୍ଷର ଷଷ୍ଠ ମାସର ପଞ୍ଚମ ଦିନରେ ଆମ୍ଭେ ଆପଣା ଗୃହରେ ବସିଥିଲୁ ଓ ଯିହୁଦାର ପ୍ରାଚୀନମାନେ ଆମ୍ଭ ସମ୍ମୁଖରେ ବସିଥିଲେ। ଏହି ସମୟରେ ମୋର ପ୍ରଭୁ, ସଦାପ୍ରଭୁଙ୍କର ହସ୍ତ ମୋ’ ଉପରେ ଅଧିଷ୍ଠିତ ହେଲା। 2 ଏବଂ ସେତେବେଳେ ଆମ୍ଭେ ଅଗ୍ନିର ଆଭାତୁଲ୍ୟ ଏକ ମୂର୍ତ୍ତି ଦେଖିଲୁ। ତାଙ୍କର କଟିଦେଶରୁ ତଳ ପର୍ଯ୍ୟନ୍ତ ଅଗ୍ନିମୟ ଥିଲା ଓ କଟିଠାରୁ ଉପର ପର୍ଯ୍ୟନ୍ତ ଉତ୍ତପ୍ତ ଧାତୁ ତୁଲ୍ୟ ଜ୍ୟୋତିର୍ମୟ ଥିଲା। 3 ତା'ପରେ ଆମ୍ଭେ ଦେଖିଲୁ, ସେ ଏକ ହସ୍ତ ପରି ଜଣାଯାଉଥିବା କିଛି ବିସ୍ତାର କରି ମୋର କେଶ ଧରିଲେ। ତା'ପରେ ପବନ ମୋତେ ଉଠାଇ ନେଲା, ପୃଥିବୀ ଓ ଆକାଶର ମଧ୍ୟବର୍ତ୍ତୀ ସ୍ଥାନରେ ରଖି ଦେଲା। ଏବଂ ପରମେଶ୍ୱରଙ୍କର ଦର୍ଶନକ୍ରମେ ଯିରୁଶାଲମର ଭିତର ପ୍ରାଙ୍ଗଣର ଉତ୍ତରାମୁଖୀ ପ୍ରବେଶ ସ୍ଥାନର ଦ୍ୱାର ନିକଟକୁ ମୋତେ ଆଣିଲେ। ସେଠାରେ ଏକ ମୂର୍ତ୍ତି ଥିଲା, ଯାହା ପରମେଶ୍ୱରଙ୍କର କ୍ରୋଧର କାରଣ ହେଲା। 4 ଉପତ୍ୟକାରେ ମୁଁ ଦେଖିଥିବା ଦୃଶ୍ୟ ତୁଲ୍ୟ ସେ ସ୍ଥାନରେ ଇସ୍ରାଏଲର ପରମେଶ୍ୱରଙ୍କର ମହିମା ବିଦ୍ୟମାନ ଥିଲା।
5 ତହୁଁ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଉତ୍ତର ଦିଗକୁ ଦେଖ।” ତେଣୁ ମୁଁ ନିରୀକ୍ଷଣ କଲି ଏବଂ ଦେଖିଲି ଯେ, ଯଜ୍ଞବେଦି ଫାଟକର ଉତ୍ତର ଦିଗସ୍ଥ ପ୍ରବେଶ ପଥରେ ସେହି ମୂର୍ତ୍ତି ଥିଲା, ଯାହା ପରମେଶ୍ୱରଙ୍କୁ କ୍ରୋଧିତ ଓ ଈର୍ଷାପରାୟଣ କରିଥିଲା।
6 ତା'ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଦେଖ, ସେମାନେ କ’ଣ କରୁଅଛନ୍ତି? ଆମ୍ଭେ ଯେପରି ଆପଣା ମନ୍ଦିର ଅଗଣାରୁ ଦୂରେଇ ଯିବା ପାଇଁ ଇସ୍ରାଏଲର ଉତ୍ତରାଧିକାରୀଗଣ ଏଠାରେ ମହା ଘୃଣ୍ୟକର୍ମ କରୁଅଛନ୍ତି। ମାତ୍ର ଏହା ପରେ ତୁମ୍ଭେ ପୁନର୍ବାର ଅନ୍ୟ ମହା ଘୃଣ୍ୟକର୍ମ ଦେଖିବ।”
7 ପୁଣି ସେ ମୋତେ ପ୍ରାଙ୍ଗଣର ଦ୍ୱାର ନିକଟକୁ ଆଣିଲେ, ତହିଁରେ ମୁଁ ଦୃଷ୍ଟି କରନ୍ତେ କାନ୍ଥରେ ଗୋଟିଏ ଛିଦ୍ର ଥିବାର ଦେଖିଲି। 8 ତା'ପରେ ପରମେଶ୍ୱର କହିଲେ, “ହେ ମନୁଷ୍ୟ ପୁତ୍ର, ଏହି କାନ୍ଥକୁ ଖୋଳ।” ତହୁଁ ମୁଁ ସେହି କାନ୍ଥ ଖୋଳିଲି ଓ ଏକ ସୁନ୍ଦର ଦ୍ୱାର ଆବିଷ୍କାର କଲି।
9 ତା'ପରେ ପରମେଶ୍ୱର ମୋତେ କହିଲେ, “ଭିତରକୁ ଯାଅ ଓ ଏଠାରେ ସେମାନେ ଯେଉଁ ଜଘନ୍ୟ ଘୃଣ୍ୟ କର୍ମମାନ କରୁଅଛନ୍ତି ତାହା ଦେଖ।” 10 ତେଣୁ ମୁଁ ଭିତରକୁ ଗଲି, ଚତୁର୍ଦ୍ଦିଗସ୍ଥ କାନ୍ଥରେ ଚିତ୍ରିତ ହୋଇଥିବା ସରୀସୃପମାନଙ୍କ ଏବଂ କୀଟପତଙ୍ଗମାନଙ୍କର, ଘୃଣ୍ୟ ପଶୁମାନଙ୍କର ଓ ଇସ୍ରାଏଲୀୟମାନଙ୍କର ଭୟଙ୍କର ମୂର୍ତ୍ତି ଦେଖିଲି।
11 ପୁଣି ସେ ସବୁର ସମ୍ମୁଖରେ ଇସ୍ରାଏଲ ବଂଶୀୟ ପ୍ରାଚୀନବର୍ଗର ସତୁରି ଜଣ ଠିଆ ହୋଇଅଛନ୍ତି ଓ ସେମାନଙ୍କ ମଧ୍ୟସ୍ଥାନରେ ଶାଫନର ପୁତ୍ର ଯାସନିୟ ଠିଆ ହୋଇଅଛି। ପ୍ରତ୍ୟେକ ଲୋକ ନିଜ ନିଜ ଧୂପଦାନୀ ହସ୍ତରେ ଧରିଛନ୍ତି। ଆଉ ଧୂପରୂପ ଧୂମର ସୁଗନ୍ଧି ଊର୍ଦ୍ଧ୍ୱକୁ ଉଠୁଅଛି। 12 ତା'ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲ ବଂଶର ପ୍ରାଚୀନବର୍ଗ ପ୍ରତ୍ୟେକ ନିଜ ନିଜ ପ୍ରତିମା ଗୃହରେ ଅନ୍ଧକାରରେ ଯାହା କରୁଅଛନ୍ତି ତାହା କ’ଣ ତୁମ୍ଭେ ଦେଖି ପାରିବ? କାରଣ ସେମାନେ ଭାବନ୍ତି, ‘ସଦାପ୍ରଭୁ ଆମ୍ଭମାନଙ୍କୁ ଦେଖନ୍ତି ନାହିଁ। ସଦାପ୍ରଭୁ ଦେଶକୁ ତ୍ୟାଗ କରିଛନ୍ତି।’” 13 ସେ ଆହୁରି କହିଲେ, “ତୁମ୍ଭେ ଯଦି ଆମ୍ଭ ସହିତ ଆସିବ ତେବେ ସେମାନଙ୍କର ଆହୁରି ଅନେକ ଜଘନ୍ୟ ଘୃଣ୍ୟ କର୍ମମାନ ଦେଖିବ।”
14 ତା'ପରେ ପରମେଶ୍ୱର ମୋତେ ସଦାପ୍ରଭୁଙ୍କ ମନ୍ଦିରର ଉତ୍ତର ଦିଗସ୍ଥ ଦ୍ୱାରର ପ୍ରବେଶ ସ୍ଥାନ ନିକଟକୁ ନେଲେ। ସେଠାରେ ମୁଁ ଦେଖିଲି ସ୍ତ୍ରୀଲୋକମାନେ ବସି ଭଣ୍ଡ ଦେବତା ତମ୍ମୁଷ[b] ପାଇଁ କ୍ରନ୍ଦନ କରୁଅଛନ୍ତି।
15 ପୁନର୍ବାର ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଏହିସବୁ ଘୃଣ୍ୟ କର୍ମମାନ ଦେଖିଲ। ଏହା ପରେ ଆହୁରି ଏହା ଅପେକ୍ଷା ଅଧିକ ଘୃଣ୍ୟ କର୍ମମାନ ଦେଖିବ।” 16 ତା'ପରେ ସେ ମୋତେ ସଦାପ୍ରଭୁଙ୍କ ମନ୍ଦିରର ଭିତର ପ୍ରାଙ୍ଗଣ ମଧ୍ୟକୁ ଆଣିଲେ। ସେଠାରେ ମୁଁ ଦେଖିଲି, ସଦାପ୍ରଭୁଙ୍କ ମନ୍ଦିରର ଦ୍ୱାର ନିକଟରେ, ବାରଣ୍ଡା ଓ ଯଜ୍ଞବେଦିର ମଧ୍ୟସ୍ଥାନରେ ପଚିଶ୍ ଜଣ ପୁରୁଷ ସଦାପ୍ରଭୁଙ୍କ ମନ୍ଦିର ଆଡ଼େ ପିଠି କରି ଓ ପୂର୍ବ ଦିଗଆଡ଼େ ମଥାନତ କରି ସେମାନେ ସୂର୍ଯ୍ୟକୁ ପୂଜା କରୁଥିଲେ।
17 ତା'ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ’ଣ ଏହିସବୁ ଦେଖିଲ? ଏହିପରି ଘୃଣ୍ୟ କର୍ମମାନ କରିବା କ’ଣ ଯିହୁଦାର ଭବିଷ୍ୟଦ୍ ବଂଶଧରଙ୍କ ପାଇଁ ଠିକ୍ ଅଟେ? ବାସ୍ତବରେ ସେମାନେ ଦେଶକୁ ଦୌରାତ୍ମ୍ୟରେ ପରିପୂର୍ଣ୍ଣ କରିଅଛନ୍ତି, ଏବଂ ଆମ୍ଭକୁ କ୍ରୋଧିତ କରି ରଖିଅଛନ୍ତି। ଆଉ ଦେଖ ସେମାନଙ୍କର ମୂର୍ତ୍ତିଗୁଡ଼ିକୁ ସମ୍ମାନ ଦେବା ପାଇଁ ସେମାନେ ନାସିକାରେ ନାକଫୁଲ[c] ପିନ୍ଧିଛନ୍ତି। 18 ଏଣୁ ଆମ୍ଭେ ସେମାନଙ୍କ ବିଷୟରେ ଆମ୍ଭର କ୍ରୋଧଭାବ ଦେଖାଇବା। ଆମ୍ଭେ ସେମାନଙ୍କୁ ଅନୁକମ୍ପା କରିବା ନାହିଁ କି ଦୟା ଦେଖାଇବା ନାହିଁ। ଏବଂ ଏପରିକି ଯଦି ସେମାନେ ଆମ୍ଭ କର୍ଣ୍ଣ ପାଖରେ ଉଚ୍ଚ ସ୍ୱରରେ ଡାକନ୍ତି, ତଥାପି ଆମ୍ଭେ ସେମାନଙ୍କ କଥା ଶୁଣିବା ନାହିଁ।”
2010 by World Bible Translation Center