Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 1-4

ଉପକ୍ରମ

1-3 ମୁଁ ବୂଷିର ପୁତ୍ର ଯାଜକ ଯିହିଜିକଲ। କବାର ନଦୀ କୂଳରେ ମୁଁ ନିର୍ବାସିତ ଥିଲା ବେଳେ ଆକାଶ ଖୋଲିଗଲା ଏବଂ ତିରିଶତମ ବର୍ଷର ଚତୁର୍ଥ ମାସର ପଞ୍ଚମ ଦିନରେ ବାବିଲରେ ମୁଁ ପରମେଶ୍ୱରଙ୍କ ଦର୍ଶନ ପାଇଲି। ରାଜା ଯିହୋୟାଖୀ‌ନ୍‌ର ନିର୍ବାସିତ ହେବାର ପଞ୍ଚମ ବର୍ଷର ମାସର ପଞ୍ଚମ ଦିନରେ ଯାଜକ ଯିହିଜିକଲ ନିକଟକୁ ସଦାପ୍ରଭୁଙ୍କର ବାକ୍ୟ ଆସିଥିଲା। ଏବଂ ସେହିଠାରେ ସଦାପ୍ରଭୁଙ୍କର ଶକ୍ତି ତାଙ୍କ ଉପରକୁ ଆସିଲା।

ସଦାପ୍ରଭୁଙ୍କ ରଥ ପରମେଶ୍ୱରଙ୍କ ସିଂହାସନ

ତା'ପରେ ଉତ୍ତର ଦିଗରୁ ଘୂର୍ଣ୍ଣିବାୟୁ ବୃହତ୍ ମେଘ ଓ ଜାଜ୍ୱଲ୍ୟମାନେ ଅଗ୍ନି ଆସିବାର ମୁଁ ଦେଖିଲି। ଆଉ ତାହାର ଚତୁର୍ଦ୍ଦିଗରେ ଉଜ୍ଜ୍ୱଳ ତେଜ ବାହାରୁଥିଲା ଓ ଏହାର ମଧ୍ୟଭାଗ ଏକ ଜ୍ୱଳନ୍ତ ଧାତୁ ସଦୃଶ ଦେଖା ଯାଉଥିଲା। ସେହି ମେଘ ମଧ୍ୟରେ ଜୀବନ୍ତ ଗ୍ଭରି ପ୍ରାଣୀର ମୂର୍ତ୍ତି ପ୍ରକାଶ ପାଇଲା। ସେମାନଙ୍କର ଆକୃତି ମନୁଷ୍ୟ ପରି ଥିଲା। ଏବଂ ପ୍ରତ୍ୟେକ ପ୍ରାଣୀର ଗ୍ଭରିମୁଖ ଓ ଗ୍ଭରିପକ୍ଷ ଥିଲା। ସେମାନଙ୍କର ପାଦ ସଳଖ, ଆଉ ସେମାନଙ୍କର ପାଦର ତଳିପା ଗୋବତ୍ସର ତଳିପା ତୁଲ୍ୟ। ଆଉ ସେଗୁଡ଼ିକ ମଜା ଯାଇଥିବା ପିତ୍ତଳ ପରି ଝଟକୁଥିଲା। ଆଉ ସେମାନଙ୍କର ପକ୍ଷ ତଳେ ମନୁଷ୍ୟର ହସ୍ତତୁଲ୍ୟ ହସ୍ତ ଥିଲା। ସେ ଗ୍ଭରି ପ୍ରାଣୀଙ୍କର ମଧ୍ୟରେ ପ୍ରତି ପ୍ରାଣୀର ଗ୍ଭରି ମୁଖ ଓ ଗ୍ଭରି ପକ୍ଷ ଥିଲା। ସେମାନଙ୍କର ପକ୍ଷଗୁଡ଼ିକ ପରସ୍ପର ସଂଯୁକ୍ତ, ଆଉ ସେମାନେ ଗମନ କଲାବେଳେ ପଛକୁ ଫେରିଲେ ନାହିଁ। ପ୍ରତ୍ୟେକ ସମ୍ମୁଖ ଆଡ଼େ ଗମନ କଲେ।

10 ପ୍ରତି ପ୍ରାଣୀର ଗ୍ଭରି ମୁଖ ମଧ୍ୟରୁ ସମ୍ମୁଖ ଭାଗରେ ମନୁଷ୍ୟର ମୁଖ, ଦକ୍ଷିଣ ପାର୍ଶ୍ୱରେ ସିଂହର ମୁଖ, ବାମ ପାର୍ଶ୍ୱରେ ଗୋରୁର ମୁଖ ଓ ପଛ ଭାଗରେ ଉତ୍କ୍ରୋଶପକ୍ଷୀର ମୁଖ ଥିଲା। 11 ପ୍ରାଣୀଗୁଡ଼ିକର ଡେଣାଗୁଡ଼ିକ ସେମାନଙ୍କୁ ଘୋଡ଼େଇ ରଖିଥିଲା। ପ୍ରତ୍ୟେକ ପ୍ରାଣୀର ଦୁଇଟି ଡେଣା ଏହାର ପାଖରେ ଥିବା ଅନ୍ୟ ଗୋଟିଏ ପ୍ରାଣୀ ପାଖକୁ ପହଞ୍ଚୁ ଥିଲା ଏବଂ ଅନ୍ୟ ଦୁଇଟି ଡେଣା ଏହାର ଦେହକୁ ଆଚ୍ଛାଦନ କରୁଥିଲା। 12 ପୁଣି ସେମାନେ ପ୍ରତ୍ୟେକ ସମ୍ମୁଖ ଭାଗରେ ଗମନ କଲେ। ସେମାନଙ୍କର ନିଜ ଇଚ୍ଛାନୁସାରେ ସେମାନେ ଗତି କଲେ ଓ ସେମାନଙ୍କର ଗମନ କାଳରେ ସେମାନେ ଫେରିଲେ ନାହିଁ। 13 ଏହି ଜୀବିତ ପ୍ରାଣୀମାନେ ପ୍ରଜ୍ୱଳିତ ଅଙ୍ଗାର ଓ ମଶାଲଗୁଡ଼ିକ ସଦୃଶ ଏବଂ ଅଗ୍ନି ସେମାନଙ୍କର ମଧ୍ୟରେ ବୁଲୁଥିବାର ଦେଖାଯାଉଥିଲା।

ଏବଂ ସେମାନେ ଜୀବିତ ପ୍ରାଣୀମାନଙ୍କ ମଧ୍ୟରେ ଗମନାଗମନ କଲେ। ସେ ଅଗ୍ନି ତେଜୋମୟ ଥିଲା ଓ ତହିଁରୁ ବିଦ୍ୟୁତ୍ ନିର୍ଗତ ହେଲା। 14 ଏବଂ ଜୀବିତ ପ୍ରାଣୀଗଣ ବିଜୁଳି ପରି ଦ୍ରୁତଗତିରେ ଏଣେତେଣେ ଦୌଡ଼ିଲେ।

15-16 ମୁଁ ଜୀବିତ ପ୍ରାଣୀମାନଙ୍କୁ ଦେଖିଲି ଏବଂ ଦେଖିଲି ଯେ, ପ୍ରତ୍ୟେକ ଜୀବିତ ପ୍ରାଣୀମାନଙ୍କର ଗ୍ଭରି ମୁଖର ସହିତ, ପାର୍ଶ୍ୱରେ ଗୋଟିଏ ଗୋଟିଏ ଚକ ଥିଲା। ସେମାନେ ମଣିପରି ଉଜ୍ଜ୍ୱଳ ଥିଲେ ଏବଂ ସେମାନଙ୍କର ଆକୃତି ସମାନ ଥିଲା ଏବଂ ପ୍ରତ୍ୟେକ ଗୋଟିଏ ଚକ ମଧ୍ୟରେ ଗୋଟିଏ ଚକ ସଦୃଶ ଦେଖାଗଲା। 17 ଗମନ କଲାବେଳେ ସେ ଗ୍ଭରିଚକ ଯେକୌଣସି ଗ୍ଭରିଦିଗରେ ଗତି କରୁଥିଲେ, କିନ୍ତୁ ଚକଗୁଡ଼ିକ ଗତି କଲାବେଳେ ବୁଲୁ ନ ଥିଲା।

18 ସେମାନଙ୍କର ଘେର ଉଚ୍ଚ ଓ ଭୟଙ୍କର ଥିଲା; ପୁଣି ସେହି ଗ୍ଭରି ଘେରର ଚତୁର୍ଦ୍ଦିଗ ଚକ୍ଷୁରେ ପରିପୂର୍ଣ୍ଣ ଥିଲା।

19 ସେହି ଜୀବିତ ପ୍ରାଣୀମାନଙ୍କ ଗତି ସହିତ ସେହି ଚକସବୁ ଗ୍ଭଳିତ ହେଲା। ପୁଣି ଜୀବିତ ପ୍ରାଣୀମାନେ ଭୂମିରୁ ଉ‌‌ତ୍‌‌ଥିତ ହେଲା ବେଳେ ଚକଗୁଡ଼ିକ ଉ‌‌ତ୍‌‌ଥିତ ହେଲା। 20 ପବନର ଇଚ୍ଛାନୁସାରେ ସେମାନେ ବିଭିନ୍ନ ସ୍ଥାନକୁ ଗମନ କଲେ। ଚକସବୁ ସେମାନଙ୍କ ସହିତ ଉଠିଲେ କାରଣ ଜୀବିତ ପ୍ରାଣୀମାନଙ୍କର ଆତ୍ମା ଚକ୍ରରେ ଥିଲା। 21 ପବନର ଇଚ୍ଛାନୁସାରେ ସେମାନେ ବିଭିନ୍ନ ସ୍ଥାନକୁ ଗମନ କଲେ। ଚକସବୁ ସେମାନଙ୍କ ସହିତ ଉଠିଲେ, କାରଣ ସେହି ଜୀବିତ ପ୍ରାଣୀମାନଙ୍କର ଆତ୍ମା ଚକରେ ଥିଲା।

22 ପୁଣି ସେହି ଜୀବିତ ପ୍ରାଣୀମାନଙ୍କର ମସ୍ତକରେ ଏକ ଆସ୍ତରଣ ଥିଲା, ଏହା ସ୍ପଟିକ ତୁଲ୍ୟ ଉଜ୍ଜ୍ୱଳ ଓ ସ୍ୱଚ୍ଛ ଥିଲା। ଏହା ସେମାନଙ୍କ ମସ୍ତକର ଚତୁର୍ପାର୍ଶ୍ୱରେ ବିସ୍ତାରିତ ଥିଲା। 23 ସେହି ଆସ୍ତରଣ ତଳେ ସେମାନଙ୍କର ପକ୍ଷସବୁ ଏକ ଆରେକର ଆଡ଼େ ପ୍ରସାରିତ ହୋଇଥିଲା; ସେମାନଙ୍କର ଶରୀର ଆଚ୍ଛାଦନ କରିବା ପାଇଁ ଏ ପାଖରେ ଦୁଇ ପକ୍ଷ ଓ ସେ ପାଖରେ ଦୁଇ ପକ୍ଷ ଥିଲା।

24 ଏବଂ ସେମାନେ ଗମନ କଲା ସମୟରେ ମୁଁ ସେମାନଙ୍କର ପକ୍ଷର ଶବ୍ଦ ଶୁଣିଲି, ତାହା ମହାଜଳ ରାଶିର କଲ୍ଲୋଳ ତୁଲ୍ୟ, ସର୍ବଶକ୍ତିମାନ ପରମେଶ୍ୱରଙ୍କର ସ୍ୱର ତୁଲ୍ୟ ଓ ସୈନ୍ୟଦଳର କୋଳାହଳ ଶବ୍ଦ ତୁଲ୍ୟ ଥିଲା। ସେମାନେ ଅଟକିଲା ବେଳେ ନିଜ ନିଜ ପକ୍ଷ ସଙ୍କୋଚନ କଲେ।

25 ଏବଂ ଯେତେବେଳେ ସେମାନେ ଗତି ବନ୍ଦ କଲେ, ସେମାନେ ସେମାନଙ୍କର ପକ୍ଷ ସଙ୍କୁଚିତ କଲେ ଓ ସେତେବେଳେ ସେମାନଙ୍କ ମସ୍ତକର ଉପରିସ୍ଥ ଆସ୍ତରଣ ଉପରେ ଏକ ଶବ୍ଦ ଶୁଣାଗଲା। 26 ଏବଂ ଆସ୍ତରଣ ଉପରକୁ ସେମାନଙ୍କର ମସ୍ତକ ଚତୁର୍ପାର୍ଶ୍ୱରେ ନୀଳକାନ୍ତମଣିରେ ନିର୍ମିତ ହୋଇଥିବା ଏକ ସିଂହାସନ ଥିଲା, ଆଉ ସେହି ସିଂହାସନର ଆକୃତି ଉପରେ ମନୁଷ୍ୟ ସଦୃଶ ଏକ ଆକୃତି ଥିଲା। 27 ଏବଂ ମୁଁ ତାଙ୍କର କଟିର ଉପର ଭାଗର ଚତୁର୍ଦ୍ଦିଗ ଉତ୍ତପ୍ତ ତମ୍ବାତୁଲ୍ୟ ଉଜ୍ଜ୍ୱଳ ଥିବାର ଦେଖିଲି। ପୁଣି କଟିଦେଶର ତଳ ଭାଗର ଚତୁର୍ଦ୍ଦିଗ ଅଗ୍ନି ସଦୃଶ ଆଭାମୟ ଥିବାର ଦେଖିଲି। 28 ସେହି ତେଜ ତା'ର ଚତୁର୍ପାର୍ଶ୍ୱରେ ଝଟକୁଥିଲା ଏବଂ ଏକ ଇନ୍ଦ୍ରଧନୁ ପରି ଦେଖାଗଲା, ଯାହା ବର୍ଷା ଦିନରେ ମେଘରେ ଦେଖାଯାଏ। ଏହା ସଦାପ୍ରଭୁଙ୍କ ମହିମା ମୂର୍ତ୍ତିର ଆଭା ଥିଲା। ଯେଉଁ ସମୟରେ ମୁଁ ଏହା ଦେଖିଲି, ଭୂମିରେ ମୁହଁ ମାଡ଼ି ପଡ଼ିଲି। ଏକ ସ୍ୱର ମୋତେ କିଛି କହୁଥିବାର ଶୁଣିଲି।

ସଦାପ୍ରଭୁ ଯିହିଜିକଲଙ୍କୁ କଥା କୁହନ୍ତି

ଅନନ୍ତର ସେ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଉଠ, ମୁଁ ତୁମ୍ଭ ସହିତ କଥା ହେବି।”

ତା'ପରେ ଏକ ଆତ୍ମା ମୋ’ ମଧ୍ୟରେ ପ୍ରବେଶ କରି ମୋତେ ଠିଆ କରାଇଲା। ତା'ପରେ ସେହି ସ୍ୱର ମୋ’ ସହିତ କଥାବାର୍ତ୍ତା କରିବାକୁ ଆରମ୍ଭ କଲା। ତା'ପରେ ସେ ମୋତେ କହିଲା, “ହେ ମନୁଷ୍ୟ ପୁତ୍ର, ମୁଁ ତୁମ୍ଭକୁ ଇସ୍ରାଏଲର ସନ୍ତାନଗଣଙ୍କ ନିକଟକୁ ପ୍ରେରଣ କରୁଛି। ସେମାନେ ଏକ ବିଦ୍ରୋହୀ ଜାତି। ସେମାନେ ଓ ସେମାନଙ୍କର ପୂର୍ବପୁରୁଷଗଣ ମୋ’ ବିରୁଦ୍ଧରେ ବିଦ୍ରୋହ କଲେ ଓ ଆଜି ପର୍ଯ୍ୟନ୍ତ ପାପ କରି ଗ୍ଭଲିଛନ୍ତି। ସେହି ଲୋକମାନେ ସ୍ୱେଚ୍ଛାଗ୍ଭରୀ ଓ କଠିନ ଚିତ୍ତ। ତଥାପି ମୁଁ ତୁମ୍ଭକୁ ସେମାନଙ୍କ ନିକଟକୁ ପଠାଉଛି। ସେମାନଙ୍କୁ କୁହ, ‘ସଦାପ୍ରଭୁ ଆମ୍ଭର ପ୍ରଭୁ ଏହି କଥା କହିଛନ୍ତି।’ ସେମାନେ ବିଦ୍ରୋହୀ ବଂଶ, ସେମାନେ ତୁମ୍ଭ କଥା ଶୁଣନ୍ତୁ ବା ନ ଶୁଣନ୍ତୁ, ତୁମ୍ଭେମାନେ ଏହିସବୁ କଥା ନିଶ୍ଚୟ କହିବ, ଯାହା ଫଳରେ ସେମାନେ ଜାଣିବେ ଯେ, ସେମାନଙ୍କ ମଧ୍ୟରେ ଜଣେ ଭବିଷ୍ୟ‌ଦ୍‌ବକ୍ତା ପହଞ୍ଚିଛନ୍ତି।

“ହେ ମନୁଷ୍ୟ ପୁତ୍ର, ଏହିସବୁ ବିଦ୍ରୋହୀ ଲୋକମାନେ ତୁମ୍ଭର ଚତୁର୍ପାର୍ଶ୍ୱରେ କଣ୍ଟକ ତୁଲ୍ୟ ଅଟନ୍ତି ଓ ଏହା ସତେ ଯେପରି ତୁମ୍ଭେ କଙ୍କଡ଼ାବିଚ୍ଛାମାନଙ୍କ ମଧ୍ୟରେ ବାସ କରୁଅଛ। କିନ୍ତୁ ସେମାନଙ୍କୁ ଭୟ କର ନାହିଁ। ସେମାନେ ଯାହା କୁହନ୍ତି, ସେଥିରେ ଭୟଭୀତ ହୁଅ ନାହିଁ, ସେମାନଙ୍କ ଗ୍ଭହାଣି ଦ୍ୱାରା ଆତଙ୍କିତ ହୁଅ ନାହିଁ। ସେମାନେ ଶୁଣନ୍ତୁ ବା ନ ଶୁଣନ୍ତୁ ମୁଁ ତୁମ୍ଭଙ୍କୁ ଯାହା କହୁଛି, ସେସବୁକୁ ତୁମ୍ଭେ ସେମାନଙ୍କୁ କୁହ କାରଣ ସେମାନେ ଅତ୍ୟନ୍ତ ବିଦ୍ରୋହୀ।

“ହେ ମନୁଷ୍ୟ ପୁତ୍ର, ଆମ୍ଭେ ତୁମ୍ଭକୁ ଯାହା କହୁଅଛୁ ତାହା ଶୁଣ; ତୁମ୍ଭେ ଏହିସବୁ ବିଦ୍ରୋହୀମାନଙ୍କ ତୁଲ୍ୟ ବିଦ୍ରୋହୀ ହୁଅ ନାହିଁ; ନିଜର ମୁଖ ଖୋଲ, ଆମ୍ଭେ ତୁମ୍ଭକୁ ଯାହା ଦେଉଅଛୁ ତାହା ଭୋଜନ କର।”

ତା'ପରେ ମୁଁ ଦେଖିଲି ଏକ ହସ୍ତ ମୋ’ ଆଡ଼େ ପ୍ରସାରିତ ହେଲା। ସେ ହାତରେ ଲେଖାଥିବା ଏକ ନଳାକାର ପୁସ୍ତକ ଥିଲା। 10 ଆଉ ମୁଁ ସେହି ଗୁଡ଼ା ହୋଇଥିବା ପୁସ୍ତକକୁ ପ୍ରସାରିତ କଲି ଓ ତାହାର ଉପର ଓ ତଳ ଲେଖା ହୋଇଥିବାର ଦେଖିଲି। ଆଉ ସେଥିରେ ବିଳାପ, ଶୋକ ଓ ସନ୍ତାପର କଥା ଲିଖିତ ଥିଲା।

ଅନନ୍ତର ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭ ସମ୍ମୁଖରେ ଯାହା ଦେଖୁଛ ତାହା ଭୋଜନ କର। ଏହି ନଳାକାର ପୁସ୍ତକ ଭୋଜନ କର ଓ ଇସ୍ରାଏଲ ବଂଶକୁ ଯାଇ ଏସବୁ କଥା କୁହ।”

ତେଣୁ ମୁଁ ମୁଖ ଖୋଲିଲି ଓ ସେ ସେହି ନଳାକାର ପୁସ୍ତକ ମୋତେ ଭୋଜନ କରାଇଲେ। ତା'ପରେ ପରମେଶ୍ୱର କହିଲେ, “ହେ ମନୁଷ୍ୟ ପୁତ୍ର, ଆମ୍ଭେ ତୁମ୍ଭକୁ ଯେଉଁ ନଳାକାର ପୁସ୍ତକ ଦେଉଅଛୁ, ତାହା ତୁମ୍ଭେ ଆପଣା ଉଦରରେ ପୂରାଅ।”

ତେଣୁ ମୁଁ ସେହି ନଳାକାର ପୁସ୍ତକଟିକୁ ଖାଇଦେଲି ଓ ଏହା ମହୁପରି ମିଠା ଲାଗିଲା।

ଏହା ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲ ବଂଶ ନିକଟକୁ ଯାଇ ଆମ୍ଭର ବାକ୍ୟସବୁ କୁହ। ଆମ୍ଭେ ତୁମ୍ଭକୁ କୌଣସି ବିଦେଶୀୟ ନିକଟକୁ ପଠାଉ ନାହୁଁ। ଯାହା ଫଳରେ ତୁମ୍ଭକୁ ତାଙ୍କ ଭାଷା ବୁଝିବା କଷ୍ଟ ହେବ। ଆମ୍ଭେ ତୁମ୍ଭକୁ ଇସ୍ରାଏଲ ବଂଶ ନିକଟକୁ ପଠାଉଅଛୁ। ବହୁତ ଅଲଗା ଅଲଗା ଦେଶଗୁଡ଼ିକ ନିକଟକୁ ତୁମ୍ଭମାନଙ୍କୁ ପଠାଯାଉ ନାହିଁ, ଯେଉଁମାନଙ୍କର ଭାଷାଗୁଡ଼ିକ ତୁମ୍ଭେମାନେ ବୁଝ ନାହିଁ। ପୁଣି ଯେଉଁମାନେ ତୁମ୍ଭମାନଙ୍କର ଭାଷା ବୁଝିପାରନ୍ତି ନାହିଁ। କିନ୍ତୁ ଯଦି ଆମ୍ଭେ ତୁମ୍ଭକୁ ସେପରି ଲୋକମାନଙ୍କ ପାଖକୁ ପଠାଇଥା’ନ୍ତୁ, ସେମାନେ ତୁମ୍ଭ କଥା ଶୁଣିଥା’ନ୍ତେ। କିନ୍ତୁ ଇସ୍ରାଏଲ ଭବିଷ୍ୟଦ୍ ବଂଶଧରଗଣ ତୁମ୍ଭ କଥା ଶୁଣିବା ପାଇଁ ଇଚ୍ଛା କରିବେ ନାହିଁ। କାରଣ ସେମାନେ ଆମ୍ଭ କଥା ଶୁଣିବା ପାଇଁ ଗ୍ଭହାନ୍ତି ନାହିଁ। ସମୁଦାୟ ଇସ୍ରାଏଲର ଲୋକମାନେ ଜି‌‌ଦ୍‌‌ଖୋର ଓ କଠିନ ଚିତ୍ତ ଅଟନ୍ତି। ମାତ୍ର ଆମ୍ଭେ ସେମାନଙ୍କ ମୁଖ ପରି ଓ କପାଳି ପରି ତୁମ୍ଭର ମୁଖ ଓ କପାଳକୁ ଦୃଢ଼ କରିଅଛୁ, ଯେପରି ଚକମକି ପଥର ଅପେକ୍ଷା ହୀରା କଠିନତର। ଆମ୍ଭେ ସେଗୁଡ଼ିକଠାରୁ ତୁମ୍ଭର ମୁଣ୍ଡକୁ ଶକ୍ତ କରିଅଛୁ। ତେଣୁ ଯଦିଓ ସେମାନେ ବିଦ୍ରୋହୀ, ତୁମ୍ଭେ ସେମାନଙ୍କୁ ଭୟ କର ନାହିଁ, ଏବଂ ସେମାନଙ୍କ ଗ୍ଭହାଣିରେ ଉ‌‌ଦ୍‌‌ବିଗ୍ନ ହୁଅ ନାହିଁ।”

10 ଆହୁରି ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଆମ୍ଭେ ତୁମ୍ଭକୁ ଯାହା କହୁଛୁ ତୁମ୍ଭେ ସେହିସବୁ କଥା ଆପଣା ଅନ୍ତଃକରଣରେ ଗ୍ରହଣ କର ଓ ଆପଣା କର୍ଣ୍ଣରେ ଶ୍ରବଣ କର। 11 ଏବଂ ତୁମ୍ଭେ ତୁମ୍ଭର ନିର୍ବାସିତ ଲୋକମାନଙ୍କ ନିକଟକୁ ଯାଇ ସେମାନଙ୍କୁ କୁହ ଯେ, ‘ଏହା ସଦାପ୍ରଭୁ ଆମ୍ଭର ପ୍ରଭୁ ଏହିସବୁ କଥା କୁହନ୍ତି।’ ସେମାନେ ଶୁଣନ୍ତୁ ବା ନ ଶୁଣନ୍ତୁ। ତୁମ୍ଭେ ଏହିସବୁ କଥା ନିଶ୍ଚୟ ସେମାନଙ୍କୁ କୁହ।”

12 ଏହା ପରେ ଆତ୍ମା ମୋତେ ଉପରକୁ ଉଠାଇଲା, ଏବଂ ମୁଁ ମୋର ପଛରେ ଏକ ଶବ୍ଦ ଶୁଣିଲି। ତାହା ଏକ ବଜ୍ର ଧ୍ୱନି ଥିଲା, ଏହା ଶୁଣାଗଲା, “ଧନ୍ୟ ସଦାପ୍ରଭୁଙ୍କର ମହିମା।” 13 ସେହି ଜୀବିତ ପ୍ରାଣୀମାନଙ୍କର ଡେଣା ଦ୍ୱାରା ପରସ୍ପର ଝାଡ଼ି ହେବାର ଶବ୍ଦ ଥିଲା ଏବଂ ସେମାନଙ୍କର ଚକସବୁର ଗର୍ଜନ ଏକ ବଜ୍ରଧ୍ୱନି ସୃଷ୍ଟି କରୁଥିଲା। ଏହା ବଜ୍ରସ୍ୱର ପରି ଉଚ୍ଚ ଥିଲା। 14 ତା'ପରେ ଆତ୍ମା ମୋତେ ଉପରକୁ ଉଠାଇ ନେଇଗଲା। ମୁଁ ଦୁଃଖିତ ହୃଦୟରେ କ୍ରୋଧିତ ହୋଇ ଗମନ କଲି ଏବଂ ସଦାପ୍ରଭୁଙ୍କର ହସ୍ତ ମୋତେ ଧରିଥିଲା। 15 ତେବେ ମୁଁ ତେଲ-ଆବୀବକୁ, କବାର ନଦୀ ତୀର ନିବାସୀ ନିର୍ବାସିତ ଲୋକମାନଙ୍କ ନିକଟକୁ ଆସିଲି। ସେମାନେ ଯେଉଁ ସ୍ଥାନରେ ବାସ କରୁଥିଲେ, ସେ ସ୍ଥାନରେ ସେମାନଙ୍କ ମଧ୍ୟରେ ବିବ୍ରତ ଓ ନୀରବରେ ସାତ ଦିନ ବସି ରହିଲି।

16 ଅନନ୍ତର ସାତ ଦିନ ପରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟକୁ ଆସିଲା। 17 “ହେ ମନୁଷ୍ୟ ପୁତ୍ର, ଆମ୍ଭେ ଇସ୍ରାଏଲ ବଂଶ ପ୍ରତି ତୁମ୍ଭକୁ ପ୍ରହରୀ କରି ନିଯୁକ୍ତ କରିଅଛୁ। ଏଣୁ ଆମ୍ଭ ମୁଖର କଥା ଶୁଣ ଓ ଆମ୍ଭ ନାମରେ ସେମାନଙ୍କୁ ଚେତନା ଦିଅ। 18 ଯଦି ଆମ୍ଭେ ସେହି ଦୁଷ୍ଟ ଲୋକଟିକୁ କହୁ, ‘ତୁମ୍ଭେ ନିଶ୍ଚିତ ଭାବରେ ମରିବ।’ ଏବଂ ଯଦି ତୁମ୍ଭେ ସେହି ଦୁଷ୍ଟ ଲୋକର କୁକର୍ମରୁ ତା'ର ଜୀବନ ରକ୍ଷା କରିବା ପାଇଁ ସତର୍କ କରିବ ନାହିଁ, ସେପରି ଦୁଷ୍ଟ ଲୋକ ତା'ର ପାପ ପାଇଁ ମରିବ କିନ୍ତୁ ତା'ର ମୃତ୍ୟୁ ପାଇଁ ମୁଁ ତୁମ୍ଭକୁ ଦାୟୀ କରିବି।

19 “ମାତ୍ର ତୁମ୍ଭେ ଯଦି ଦୁଷ୍ଟ ମନୁଷ୍ୟକୁ ସତର୍କ କରିଥାଅ ଆଉ ସେ ଆପଣା ପାପରୁ ଓ କୁପଥରୁ ନ ଫେରେ; ସେ ନିଜ ଦୋଷ ଯୋଗୁଁ ମରିବ। କିନ୍ତୁ ତୁମ୍ଭେ ତାକୁ ସତର୍କ କରିବା ଦ୍ୱାରା ଆପଣା ପ୍ରାଣରକ୍ଷା କର।

20 “ସେହିପରି ଭାବରେ ଯଦି କୌଣସି ଧାର୍ମିକ ଲୋକ, ଧାର୍ମିକ ହେବା ବନ୍ଦ କରି ପାପ କରେ, ଆଉ ଆମ୍ଭେ ତା’ ସମ୍ମୁଖରେ ଏକ ଝୁଣ୍ଟିବା ବସ୍ତୁ ରଖୁ, ତେବେ ସେ ମୃତ୍ୟୁବରଣ କରିବ ଏବଂ ତା'ର ପୁଣ୍ୟକର୍ମସବୁ ହିସାବକୁ ନିଆଯିବ ନାହିଁ। ସେ ମୃତ୍ୟୁବରଣ କରିବ କାରଣ ସେ ପାପ କରିଛି। କିନ୍ତୁ ତା'ର ମୃତ୍ୟୁଜନିତ ଅପରାଧ ପାଇଁ ଆମ୍ଭେ ତୁମ୍ଭକୁ ଦାୟୀ କରିବା। କାରଣ ତୁମ୍ଭେ ତାକୁ ସତର୍କ କଲ ନାହିଁ।

21 “କିନ୍ତୁ ଧାର୍ମିକ ଲୋକକୁ ଯଦି ତୁମ୍ଭେ ସତର୍କ କଲ ଓ ସେ ପାପ କଲା ନାହିଁ, ସେ ବଞ୍ଚିବ କାରଣ ସେ ତୁମ୍ଭର ଚେତନା ନେଲା। ଏହିପରି ତୁମ୍ଭେ ତୁମ୍ଭର ପ୍ରାଣ ରକ୍ଷା କଲ।”

22 ଅନନ୍ତର ସଦାପ୍ରଭୁଙ୍କର ହସ୍ତ ମୋ’ ଉପରେ ଅଧିଷ୍ଠାନ କଲା, ସେହିଠାରେ ସେ ମୋତେ କହିଲେ, “ତୁମ୍ଭେ ଉଠି ପଦା ଭୂମିକୁ ବାହାରି ଯାଅ। ଆମ୍ଭେ ସେହିଠାରେ ତୁମ୍ଭ ସହିତ କଥାବାର୍ତ୍ତା କରିବା।”

23 ତେଣୁ ମୁଁ ଉଠି ପଡ଼ିଲି ଏବଂ ଉପତ୍ୟକାକୁ ଗଲି ସଦାପ୍ରଭୁଙ୍କର ମହିମା ସେ ସ୍ଥାନରେ ଠିଆ ହୋଇଥିଲା। ଏବଂ କବାର ନଦୀ କୂଳରେ ମୁଁ ଯେଉଁ ମହିମା ଦେଖିଥିଲି, ଏହା ହିଁ ତାହା ଥିଲା। ତେଣୁ ମୁଁ ମୁହଁ ମାଡ଼ି ଭୂମିରେ ପଡ଼ି ରହିଲି। 24 ତା'ପରେ ଆତ୍ମା ମୋ’ ମଧ୍ୟରେ ପ୍ରବେଶ କଲା ଓ ମୋର ପାଦ ଉପରକୁ ନେଇଗଲା। ତା'ପରେ ସେ ମୋତେ କହିଲା, “ଯାଅ, ଏବଂ ତୁମ୍ଭେ ଆପଣା ଗୃହ ମଧ୍ୟରେ ନିଜକୁ ରୁଦ୍ଧ କରି ରଖ, 25 ମାତ୍ର ହେ ମନୁଷ୍ୟ ପୁତ୍ର, ଲୋକମାନେ ତୁମ୍ଭକୁ ରଜ୍ଜୁରେ ବାନ୍ଧିବେ; ତହିଁରେ ତୁମ୍ଭେ ବାହାରି ସେମାନଙ୍କ ମଧ୍ୟରେ ଯିବ ନାହିଁ। 26 ତା'ପରେ ଆମ୍ଭେ ତୁମ୍ଭ ଜିହ୍ୱାକୁ ତୁମ୍ଭ ମୁଖର ତାଳୁରେ ଯୁକ୍ତ କରିବା, ଫଳରେ ତୁମ୍ଭେ ନୀରବ ରହିବ ଓ ସେମାନଙ୍କୁ ଗାଳି ଦେବାକୁ ସମର୍ଥ ହେବ ନାହିଁ। ଯଦିଓ ସେମାନେ ଗୋଟିଏ ବିଦ୍ରୋହୀ ଜାତି ଅଟନ୍ତି। 27 କିନ୍ତୁ ତୁମ୍ଭର ପାଟି ଆମ୍ଭ ଆଜ୍ଞାରେ ଫିଟିବ। ତା'ପରେ ତୁମ୍ଭେ ସେମାନଙ୍କୁ କହିବ, ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି।’ ଯଦି ସେମାନେ ଇଚ୍ଛା କରନ୍ତି, ଶୁଣନ୍ତୁ ବା ଯଦି ସେମାନେ ଇଚ୍ଛା ନ କରନ୍ତି ବା ନ ଶୁଣନ୍ତି, ଯେହେତୁ ସେମାନେ ବିଦ୍ରୋହୀ ଜାତି ଅଟନ୍ତି।

“ହେ ମନୁଷ୍ୟ ପୁତ୍ର ତୁମ୍ଭ ସମ୍ମୁଖରେ ଖଣ୍ଡେ ଇଟା ରଖ ଓ ତହିଁରେ ଯିରୁଶାଲମ ନଗରର ନ‌କ୍‌ସା ଅଙ୍କନ କର। ଏବଂ ସେଗୁଡ଼ିକୁ ସୈନ୍ୟରେ ବେଷ୍ଟିତ କର, ତାହା ବିରୁଦ୍ଧରେ ଗଡ଼ ନିର୍ମାଣ କର ଓ ତାହା ବିରୁଦ୍ଧରେ ପ୍ରାଚୀର ନିର୍ମାଣ କର। ଆଉ ତାହା ବିରୁଦ୍ଧରେ ଛାଉଣି ସ୍ଥାପନ କର ଓ ଚତୁର୍ଦ୍ଦିଗରେ ପ୍ରାଚୀର ଭେଦକ ଯନ୍ତ୍ର ସ୍ଥାପନ କର। ଏବଂ ଗୋଟିଏ ଲୁହାର କରେଇ ନିଅ ଏବଂ ତୁମ୍ଭ ଓ ନଗରର ନ‌କ୍‌ସା ମଧ୍ୟରେ ଲୁହାର ପ୍ରାଚୀର ରୂପେ ସ୍ଥାପନ କର ଏବଂ ଏହା ଆଡ଼କୁ ବୁଲିପଡ଼। ନଗର ତୁମ୍ଭର ଅବରୋଧିତ ହେବ। ଏହା ଇସ୍ରାଏଲୀୟମାନଙ୍କର ଏକ ଚିହ୍ନ ହେବ।

“ଆଉ ତୁମ୍ଭେ ତୁମ୍ଭର ବାମପାର୍ଶ୍ୱ ହୋଇ ପଡ଼ି ରହିବ। ଏହା ଦେଖାଯାଏ ଯେ, ତୁମ୍ଭେ ନିଜେ ଇସ୍ରାଏଲ ଲୋକମାନଙ୍କର ପାପ ବୋହିଛ। ଯେତେଦିନ ପର୍ଯ୍ୟନ୍ତ ତୁମ୍ଭେ ବାମପାର୍ଶ୍ୱ ହୋଇ ଅପରାଧ ପଡ଼ି ରହିବ, ତୁମ୍ଭେ ନିଶ୍ଚୟ 390 ଦିନ ଇସ୍ରାଏଲର ଦୋଷବହନ କରିବ। ଏହି ପ୍ରକାରେ ମୁଁ ତୁମ୍ଭକୁ କହୁଅଛି, କେତେଦିନ ପର୍ଯ୍ୟନ୍ତ ଇସ୍ରାଏଲ ଦଣ୍ଡିତ ହେବ, ଗୋଟିଏ ଦିନ ସମାନ ଗୋଟିଏ ବର୍ଷ।

“ଏହି ସମସ୍ତ ଦିନ ସମାପ୍ତି ପରେ ତୁମ୍ଭେ କଡ଼ ଲେଉଟାଇବ ଏବଂ ଆପଣା ଦକ୍ଷିଣ ପାର୍ଶ୍ୱରେ ଶୟନ କରିବ। ଏହି ପ୍ରକାରେ ଯିହୁଦାର ପାପ ପାଇଁ ଦଣ୍ଡ ତୁମ୍ଭେ ସେମାନଙ୍କୁ ଦେଖାଇବ। ଆମ୍ଭେ ନିରୂପିତ କରିଛୁ ଯେ, ତୁମ୍ଭେମାନେ ଏହା ଗ୍ଭଳିଶ୍ ଦିନ ପାଇଁ କରିବା ଉଚିତ୍। ଗୋଟିଏ ଦିନ ଗୋଟିଏ ବର୍ଷ ସହିତ ସମାନ ଅଟେ।”

ପରମେଶ୍ୱର ପୁନର୍ବାର କହିଲେ, “ବର୍ତ୍ତମାନ ଯିରୁଶାଲମର ଅବରୋଧିତ ନଗର ଆଡ଼କୁ ବୁଲିପଡ଼ ଏବଂ ରିକ୍ତ ହସ୍ତରେ ଏହା ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାଣୀ କର। ବର୍ତ୍ତମାନ ଦେଖ, ଆମ୍ଭେ ତୁମ୍ଭକୁ ରଜ୍ଜୁରେ ବାନ୍ଧି ଅଛୁ। ଏଣୁ ତୁମ୍ଭେ ତୁମ୍ଭର ନଗର ଉପରେ ଅବରୋଧର ସମାପ୍ତ ନ କରିବା ପର୍ଯ୍ୟନ୍ତ ଏ ପାର୍ଶ୍ୱରୁ ସେ ପାର୍ଶ୍ୱକୁ ଲେଉଟିବ ନାହିଁ।”

ପୁନର୍ବାର ପରମେଶ୍ୱର କହିଲେ, “ତୁମ୍ଭେ ନିଜ ପାଇଁ ଗହମ, ଯବ, ଶିମ, ମସୁର, ଜୋଆର, ଓ ଯନ୍ନା ନେଇ ସେଗୁଡ଼ିକୁ ଗୋଟିଏ ପାତ୍ରରେ ରଖ। ତୁମ୍ଭେ ତୁମ୍ଭର ଖାଦ୍ୟ ଏଥିରୁ ପ୍ରସ୍ତୁତ କରିବା ଉଚିତ୍। ଏହା ତୁମ୍ଭେ 390 ଦିନ ପର୍ଯ୍ୟନ୍ତ ତୁମ୍ଭେ ଖାଇବ ଏବଂ ଅନ୍ୟ ଏକ ପାର୍ଶ୍ୱରେ ପଡ଼ିରହିବ। ସେହି ଦିନଗୁଡ଼ିକରେ ଏହିସବୁ ଖାଦ୍ୟ ଭୋଜନ କରିବ। 10 ତୁମ୍ଭେ ପ୍ରତ୍ୟେକ ଦିନ କୋଡ଼ିଏ ଶେକଲ ଓଜନର ଖାଦ୍ୟ ଭୋଜନ କରିବ। ଦିନସାରା ଏହାକୁ ସମୟ ସମୟରେ ଖାଅ। 11 ଆଉ ତୁମ୍ଭେ ପ୍ରତିଦିନ ପରିମାଣ ଅନୁସାରେ ଏକ ହିନର ଷଷ୍ଠାଂଶ ଜଳପାନ କରିବ। ତୁମ୍ଭେ ସମୟକୁ ସମୟ ତାହା ପାନ କରିବ। 12 ପୁଣି ତୁମ୍ଭେ ସେହି ଖାଦ୍ୟ ଦ୍ରବ୍ୟ ଯବପିଷ୍ଟକ ପରି କରିବ ଓ ତାକୁ ମନୁଷ୍ୟର ବିଷ୍ଠା ଦ୍ୱାରା ପାକ କରି ସମସ୍ତଙ୍କ ସମ୍ମୁଖରେ ଭୋଜନ କରିବ।” 13 ତା'ପରେ ସଦାପ୍ରଭୁ କହିଲେ, “ଏହି ପ୍ରକାରେ ଇସ୍ରାଏଲର ଲୋକମାନେ ଜାତିମାନଙ୍କର ମଧ୍ୟରେ ଅଶୁଚି ଖାଦ୍ୟ ଖାଇବେ, ଯେଉଁଠାକୁ ଆମ୍ଭେ ସେମାନଙ୍କୁ ବଳପୂର୍ବକ ତଡ଼ିଦେବା।”

14 ତା'ପରେ ମୁଁ କହିଲି, “ହେ ସଦାପ୍ରଭୁ ମୋର ପ୍ରଭୁ! ଅଶୁଚି ଖାଦ୍ୟ ଖାଇବା ଦ୍ୱାରା ମୁଁ ନିଜକୁ କେବେ ଅଶୁଚି କରି ନାହିଁ। ମୁଁ ବାଲ୍ୟକାଳରୁ ଆଜି ପର୍ଯ୍ୟନ୍ତ ସ୍ୱୟଂମୃତ ପଶୁ, ପଚି ଯାଇଥିବା ପଶୁଗୁଡ଼ିକ ଏବଂ ଅନ୍ୟ ପଶୁ ଦ୍ୱାରା ମରା ହୋଇଥିବା ପଶୁର ମାଂସ ଭୋଜନ କରି ନାହିଁ। ଅଥବା ନିଷିଦ୍ଧ କରାଯାଇଥିବା ମାଂସ ମୋ’ ପାଟିରେ ଦେଇ ନାହିଁ।”

15 ତା'ପରେ ପରମେଶ୍ୱର ମୋତେ କହିଲେ, “ଏହା ଉତ୍ତମ ଅଟେ। ମନୁଷ୍ୟ ବିଷ୍ଠା ବଦଳରେ ମୁଁ ତୁମ୍ଭକୁ ଗୋବର ବ୍ୟବହାର କରିବାକୁ ଦେବି। ତୁମ୍ଭେ ଏହାର ନିଆଁରେ ରୋଟୀ ସେକି ପାରିବ।”

16 ତା'ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଆମ୍ଭେ ଯିରୁଶାଲମକୁ ଖାଦ୍ୟ ଯୋଗାଣ ବନ୍ଦ କରିବା। ସେମାନେ ଉତ୍କଣ୍ଠାରେ ସୀମିତ ପରିମାଣର ଅନ୍ନ ଭୋଜନ କରିବେ ଓ ମହାଭୟରେ ସୀମିତ ପରିମାଣରେ ଜଳପାନ କରିବେ। 17 ଅନ୍ନ ଓ ଜଳର ଅଭାବ କାରଣରୁ, ସେମାନେ ପରସ୍ପରକୁ ଦେଖି ଆତଙ୍କିତ ହୋଇଯିବେ ଏବଂ ସେମାନଙ୍କର ପାପ ଯୋଗୁଁ କ୍ଷୀଣ ହୋଇଯିବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center