Beginning
ଅମ୍ମୋନ ବିଷୟରେ ଏକ ବାର୍ତ୍ତା
49 ଅମ୍ମୋନ ସନ୍ତାନଗଣ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି,
“ହେ ଅମ୍ମୋନୀୟ ସନ୍ତାନଗଣ,
ତୁମ୍ଭେମାନେ କ’ଣ ଭାବୁଛ ଇସ୍ରାଏଲର ପୁତ୍ର ନାହିଁ?
ତାହାର ଉତ୍ତରାଧିକାରୀ କ’ଣ କେହି ନାହାନ୍ତି?
ତେବେ ମିଲ୍କମ୍ କାହିଁକି ଗାଦ୍ର ଭୂମି ଅଧିକାର କରୁଅଛି
ଓ ତାହାର ଲୋକମାନେ ତହିଁରେ ନଗର ସମୂହରେ ବାସ କରୁଅଛନ୍ତି?”
2 ଆଉ ସଦାପ୍ରଭୁ କହନ୍ତି, “ସମୟ ଆସିବ ଯେତେବେଳେ ଅମ୍ମୋନର ରବ୍ବା ନଗର ବିରୁଦ୍ଧରେ
ଯୁଦ୍ଧର ଧ୍ୱନି ଶୁଣାଯିବ।
ରବ୍ବା ଧ୍ୱଂସ ପାଇବ
ଓ ତାହା ଏକ ଜନଶୂନ୍ୟ ଢିପି ହେବ।
ତା'ର ଚତୁର୍ଦ୍ଦିଗସ୍ଥ ନଗରଗୁଡ଼ିକ ଅଗ୍ନିରେ ଦଗ୍ଧିଭୂତ ହେବ।
ଯେଉଁମାନେ ଇସ୍ରାଏଲ ଉପରେ ଅଧିକାର କରିଥିଲେ,
ଇସ୍ରାଏଲ ସେମାନଙ୍କ ଉପରେ ଅଧିକାର କରିବ।”
ଏହା ସଦାପ୍ରଭୁ କହନ୍ତି।
3 “ହେ ହିଶ୍ବୋନ୍ ନିବାସୀଗଣ, ତୁମ୍ଭେମାନେ ଚିତ୍କାର କର।
କାରଣ ଅୟ ଧ୍ୱଂସ ପାଇଲା।
ହେ ରବ୍ବାର କନ୍ୟାଗଣ, ଚିତ୍କାର କର।
ଚଟବସ୍ତ୍ର ପରିଧାନ କରି ବିଳାପ କର
ଓ ପ୍ରାଚୀର ମଧ୍ୟରେ ଏଣେ ତେଣେ ଦୌଡ଼,
କାରଣ ମିଲ୍କମ୍ର ଯାଜକଗଣ ଓ ଅଧିପତିଗଣ ଏକତ୍ର ହୋଇ ନିର୍ବାସନକୁ ଯିବେ।
4 ତୁମ୍ଭେମାନେ ତୁମ୍ଭମାନଙ୍କର ଶକ୍ତି
ଓ ଧନ ସମ୍ପଦ ଉପରେ ଦର୍ପ କରୁଅଛ।
ଏଥିପାଇଁ ତୁମ୍ଭେମାନେ କହୁଅଛ
ଆମ୍ଭମାନଙ୍କ ପାଖକୁ କେହି ଆସିବେ ନାହିଁ।”
5 କିନ୍ତୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ଦେଖ, ଆମ୍ଭେ ଚତୁର୍ଦ୍ଦିଗରୁ ତୁମ୍ଭମାନଙ୍କ ବିପକ୍ଷରେ ଭୟ ଆଣିବା।
ତୁମ୍ଭେମାନେ ଏଣେତେଣେ ଧାବିତ ହେବ,
ମାତ୍ର ତୁମ୍ଭମାନଙ୍କୁ ଏକତ୍ରିତ କରିବାକୁ କେହି ନ ଥିବେ।”
6 ସଦାପ୍ରଭୁ କହନ୍ତି, “ଅମ୍ମୋନୀୟ ସନ୍ତାନଗଣ ବନ୍ଦୀ ହୋଇ ନିଆଯିବେ, ମାତ୍ର ସମୟ ଆସିବ, ଆମ୍ଭେ ପୁନର୍ବାର ସେମାନଙ୍କୁ ବନ୍ଦୀତ୍ୱ ଅବସ୍ଥାରୁ ଫେରାଇ ଆଣିବା।”
ଇଦୋମ ବିଷୟରେ ଏକ ବାର୍ତ୍ତା
7 ସୈନ୍ୟାଧିପତି ସଦାପ୍ରଭୁ ଇଦୋମ ବିଷୟରେ ଏହି କଥା କହନ୍ତି,
“ତୈମନରେ ଆଉ କ’ଣ ଜ୍ଞାନ ନାହିଁ?
ଉତ୍ତମ ପରାମର୍ଶ ଦେବାକୁ ଇଦୋମରେ କ’ଣ ଜ୍ଞାନୀ ନାହାନ୍ତି?
ସେମାନଙ୍କର ବୁଦ୍ଧି କ’ଣ ଅନ୍ତର୍ହିତ ହୋଇଅଛି?
8 ହେ ଦଦାନ୍ ନିବାସୀଗଣ, ତୁମ୍ଭେମାନେ ପଳାଅ।
ମୁଖ ଫେରାଅ, ଗଭୀର ସ୍ଥାନରେ ବାସ କର।
କାରଣ ଆମ୍ଭେ ଏଷୌରକୁ ତା'ର ଦୁଷ୍କର୍ମ ଲାଗି ଦଣ୍ଡ ଦେବା।
9 “ଦ୍ରାକ୍ଷାଫଳ ସଂଗ୍ରହକାରୀମାନେ ଦ୍ରାକ୍ଷାଫଳ ସଂଗ୍ରହ କଲାବେଳେ
କିଛି ଫଳ ଗଛରେ ଛାଡ଼ିଥା’ନ୍ତି।
ଯଦି ଗ୍ଭେରମାନେ ରାତ୍ରିରେ ଆସନ୍ତି,
ତେବେ ସେମାନେ ସମସ୍ତ ନେଇପାରନ୍ତି ନାହିଁ।
10 କିନ୍ତୁ ଆମ୍ଭ ସକାଶେ ଏଷୌକୁ ଶୂନ୍ୟ କଲୁ
ଏବଂ ତା'ର ଗୁପ୍ତସ୍ଥାନ ସବୁ ପ୍ରକାଶକୁ ଆଣିଲୁ।
ସେ ଆପଣାକୁ ଲୁଗ୍ଭଇ ରଖିପାରିବ ନାହିଁ।
ତା'ର ସନ୍ତାନଗଣ ବିନଷ୍ଟ ହେବେ ଏବଂ ଭ୍ରାତୃଗଣ ଓ ତାହାର ପ୍ରତିବାସୀଗଣ ସେଠାରେ ରହିବେ ନାହିଁ।
11 ତୁମ୍ଭେ ଅନାଥମାନଙ୍କ ବିଷୟରେ ବ୍ୟସ୍ତ ହୁଅ ନାହିଁ।
ଆମ୍ଭେ ସେମାନଙ୍କୁ ଜୀବିତ ରଖିବା।
ତୁମ୍ଭମାନଙ୍କର ବିଧବାମାନେ ଆମ୍ଭ ଉପରେ ନିର୍ଭର କରିବେ।”
12 ମାତ୍ର ସଦାପ୍ରଭୁ କହନ୍ତି, “ଦେଖ, ଯେଉଁମାନଙ୍କର ସେହି ପାତ୍ରରେ ପାନ କରିବାର ନାହିଁ, ସେମାନେ ତହିଁରେ ପାନ କରିବେ। କିନ୍ତୁ ଇଦୋମ, ତୁମ୍ଭେ ପାନ କରିବାର ଯୋଗ୍ୟ ଓ ତୁମ୍ଭେ ନିଶ୍ଚିତ ପାନ କରିବ। ତୁମ୍ଭେ ସର୍ବତୋଭାବେ ଦଣ୍ଡିତ ହେବ। ତୁମ୍ଭେ ଦଣ୍ଡରୁ କେବେ ରକ୍ଷା ପାଇବ ନାହିଁ।” 13 ଆଉ ସଦାପ୍ରଭୁ କହନ୍ତି, “ଆମ୍ଭେ ନିଜ ନାମରେ ଶପଥ କରିଅଛୁ, ବସ୍ରା ଧ୍ୱଂସ ପାଇବ। ସେହି ନଗର ଏକ ପ୍ରସ୍ତର ଗଦାରେ ପରିଣତ ହେବ। ତାହା ଅନ୍ୟ ଦୃଷ୍ଟିରେ ବିସ୍ମୟ ଓ ନିନ୍ଦାର ପାତ୍ର ହେବ। ସେହି ନଗରଗୁଡ଼ିକ ଚିରକାଳ ଧ୍ୱଂସସ୍ଥାନ ହେବ।”
14 ମୁଁ ସଦାପ୍ରଭୁଙ୍କଠାରୁ ସମ୍ବାଦ ଶୁଣିଅଛି;
ପୁଣି ଗୋଷ୍ଠୀଗଣ ମଧ୍ୟରେ ଏହି କଥା କହିବା ପାଇଁ
ଜଣେ ଦୂତ ପ୍ରେରିତ ହୋଇଅଛି।
ଯଥା: “ତୁମ୍ଭେ ଏକତ୍ରିତ ହୋଇ
ତାହା ବିରୁଦ୍ଧରେ ଆସ,
ଇଦୋମ ବିରୁଦ୍ଧରେ ଯୁଦ୍ଧ ପାଇଁ ଅଗ୍ରସର ହୁଅ।
15 “ଆଉ ଦେଖ, ଆମ୍ଭେ ତୁମ୍ଭକୁ ଗୋଷ୍ଠୀଗଣ ମଧ୍ୟରେ କ୍ଷୁଦ୍ର
ଓ ମନୁଷ୍ୟମାନଙ୍କ ମଧ୍ୟରେ ଘୃଣାଯୋଗ୍ୟ କରିଅଛୁ।
16 ହେ ଇଦୋମ୍, ତୁମ୍ଭେ ଅନ୍ୟ ଗୋଷ୍ଠୀଗଣ ମଧ୍ୟରେ
ନିଜକୁ ମହାନ ଭାବିଛ।
ତୁମ୍ଭର ଗର୍ବ ତୁମ୍ଭକୁ ପ୍ରବଞ୍ଚନା କରିଛି।
ତୁମ୍ଭେ ଚତୁର୍ଦ୍ଦିଗସ୍ଥ ପର୍ବତଶୃଙ୍ଗ ମଧ୍ୟରେ
ଓ ଉଚ୍ଚ ସ୍ଥାନରେ ରହି ନିଜକୁ ନିରାପଦ ମନେ କରିଛ।
ମାତ୍ର ତୁମ୍ଭେ ଉତ୍କ୍ରୋଶପକ୍ଷୀ ପରି ଉଚ୍ଚ ସ୍ଥାନରେ ବାସ କଲେ ମଧ୍ୟ
ମୁଁ ତୁମ୍ଭକୁ ସେଠାରୁ ତଳକୁ ଓହ୍ଲାଇ ଆଣିବି।”
ଏହା ସଦାପ୍ରଭୁ କହନ୍ତି।
17 “ଇଦୋମ ଧ୍ୱଂସ ହେବ ଓ ଅନ୍ୟମାନଙ୍କ ନିକଟରେ ବିସ୍ମୟର ପାତ୍ର ହେବ।
ତାହା ନିକଟ ଦେଇ ଗମନକାରୀ ବିସ୍ମିତ ହେବେ
ଓ ତା'ର ଦୂରାବସ୍ଥା ଦେଖି ଶୀସ୍ ଶବ୍ଦ କରିବେ।
18 ସଦୋମ ଓ ହମୋରାର ଏବଂ ନିକଟସ୍ଥ ନଗରୀ ଉତ୍ପାଟିତ ହେଲାପରି ତୁମ୍ଭର ମଧ୍ୟ ହେବ।
କୌଣସି ଲୋକ ସେଠାରେ ବାସ କରିବ ନାହିଁ
କିଅବା କୌଣସି ଶିଶୁ ସେଠାରେ ଜନ୍ମ ହେବ ନାହିଁ।”
19 “ଏବଂ ଯର୍ଦ୍ଦନର ଘଞ୍ଚ ବୁଦାରୁ ଏକ ସିଂହ ଚିରସ୍ଥାୟୀ ଗ୍ଭରଣଭୂମିରେ ଥିବା ସେହିମାନଙ୍କୁ ଦୂର କରି ଦେବା ପାଇଁ ଆସିବା ପରି, ଆମ୍ଭେ ହଠାତ୍ ସେମାନଙ୍କ ସ୍ଥାନରୁ ଇଦୋମକୁ ଅନୁଧାବନ କରିବା। ଆଉ ଆମ୍ଭର ମନୋନୀତ ଲୋକ ତାହା ଉପରେ ଶାସନ କରିବା ପାଇଁ ଆମ୍ଭେ ନିଯୁକ୍ତ କରିବା। କାରଣ ମୋ’ ପରି କିଏ ଅଛି? ଏପରି ପାଳକ କେହି ଅଛି, ଯିଏ କି ଆମ୍ଭ ସମ୍ମୁଖରେ ଠିଆ ହେବ?”
20 ତେଣୁ ସଦାପ୍ରଭୁ ଇଦୋମ ବିରୁଦ୍ଧରେ ଯେଉଁ ମନ୍ତ୍ରଣା
ଓ ତୈମନ ନିବାସୀମାନଙ୍କ ବିରୁଦ୍ଧରେ ଯେଉଁ ସଂକଳ୍ପ କରିଅଛନ୍ତି, ତାହା ଶୁଣ।
ଶତ୍ରୁମାନେ ନିଶ୍ଚୟ ସେମାନଙ୍କୁ ଓ ପଲର ଛୁଆମାନଙ୍କୁ ଟାଣି ନେଇଯିବେ।
ଯାହା ଘଟିଗଲା ପ୍ରତ୍ୟେକ ବ୍ୟକ୍ତି ସେଥିରେ ଚକିତ ହୋଇଯିବେ।
21 ଇଦୋମର ପତନ ଶବ୍ଦରେ ପୃଥିବୀ କମ୍ପିତ ହେଉଅଛି।
ସେମାନଙ୍କର କ୍ରନ୍ଦନ ଶବ୍ଦ ଲୋହିତ ସାଗର ପର୍ଯ୍ୟନ୍ତ ଶୁଣାଯାଉଛି।
22 ସେ ସମୟରେ ଏକ ପକ୍ଷୀ ଉଡ଼ି ଉଡ଼ି ଆସିବ,
ଆଉ ବସ୍ରା ଉପରେ ଆପଣା ପକ୍ଷ ବିସ୍ତାର କରିବ।
ସେତେବେଳେ ଇଦୋମର ବୀର ସୈନିକଗଣ ଭୟଭୀତ ହେବେ
ଓ ପ୍ରସବକାଳୀନ ବେଦନାଗ୍ରସ୍ତା ସ୍ତ୍ରୀ ପରି ଯନ୍ତ୍ରଣାରେ କ୍ରନ୍ଦନ କରିବେ।
ଦମ୍ମେଶକ ବିଷୟରେ ଏକ ବାର୍ତ୍ତା
23 ଦମ୍ମେଶକ ପାଇଁ ଏହି ବାର୍ତ୍ତା,
“ହମାତ୍ ଓ ଅର୍ପଦ ଲଜ୍ଜିତ ହେଉଅଛନ୍ତି,
କାରଣ ସେମାନେ ଅମଙ୍ଗଳର ବାର୍ତ୍ତା ଶୁଣିଅଛନ୍ତି।
ସେମାନେ ନିରୁତ୍ସାହିତ ହୋଇଅଛନ୍ତି,
ସେମାନେ ସମୁଦ୍ରପରି ଅସ୍ଥିର, ସେମାନେ ନୀରବ ରହି ପାରିବେ ନାହିଁ।
24 ଦମ୍ମେଶକ ଦୁର୍ବଳ ହୋଇଅଛି।
ଏହା ରକ୍ଷା ପାଇବା ପାଇଁ ଆଶା କରୁଅଛି।
ସେମାନଙ୍କୁ ଭୟ ଆକ୍ରାନ୍ତ କରିଅଛି,
ପ୍ରସବକାଳୀନ ତୀବ୍ର ବେଦନାଗ୍ରସ୍ତ ସ୍ତ୍ରୀ ପରି
ସେମାନେ ଦୁଃଖ ଓ ଯନ୍ତ୍ରଣା ଅନୁଭବ କରୁଛନ୍ତି।
25 “ସୁଖମୟ ଓ ‘ଆନନ୍ଦଦାୟକ’ ଦମ୍ମେଶକ ନଗର
କିପରି ପରିତ୍ୟକ୍ତ ହୋଇଅଛି।
26 ତେଣୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
ସେହି ସମୟରେ ତାହାର ଯୁବକଗଣ ତାହାର ଛକରେ ମୃତ ହୋଇ ପତିତ ହେବେ। ଆଉ ସମସ୍ତ ଯୋଦ୍ଧା ମୃତ୍ୟୁବରଣ କରିବେ।”
27 “ପୁଣି ଆମ୍ଭେ ଦମ୍ମେଶକର ପ୍ରାଚୀରରେ ଅଗ୍ନି ଲଗାଇବା
ଓ ତାହା ବିନ୍ହଦର ସୁଦୃଢ଼ ଅଟ୍ଟାଳିକାସବୁ ଗ୍ରାସ କରିବ।”
କେଦର ଓ ହାତ୍ସୋର ବିଷୟରେ ବାର୍ତ୍ତା
28 ବାବିଲର ରାଜା ନବୂଖଦ୍ନିତ୍ସର ଦ୍ୱାରା ପରାଜିତ କେଦରର ଓ ହାତ୍ସୋରର ରାଜା ସମୂହ ବିଷୟରେ ଏହି ବାର୍ତ୍ତା।
ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଯାଅ ଓ କେଦରର ପରିବାରବର୍ଗକୁ ଆକ୍ରମଣ କର।
ପୂର୍ବଦେଶୀୟ ସନ୍ତାନଗଣର ସର୍ବସ୍ୱ ହରଣ କର।
29 ଲୋକମାନେ ସେମାନଙ୍କର ତମ୍ବୁ ଓ ପଶୁପଲକୁ ନେଇଯିବେ।
ସେମାନଙ୍କର ଯବନିକା, ସେମାନଙ୍କର ଯାବତୀୟ ପାତ୍ର ଓ ଓଟ ପଲକୁ
ସେମାନେ ନିଜ ପାଇଁ ନେଇଯିବେ।
ଆଉ ‘ସେମାନଙ୍କ ଚତୁର୍ଦ୍ଦିଗରେ ଆଶଙ୍କା ବୋଲି’
ସେମାନେ ଉଚ୍ଚସ୍ୱରରେ କହିବେ।”
30 ସଦାପ୍ରଭୁ କହନ୍ତି,
“ହେ ହାତ୍ସୋର ନିବାସୀଗଣ, ପଳାୟନ କର।
ନିରାପଦ ସ୍ଥାନରେ ଲୁଚି ରୁହ।
କାରଣ ବାବିଲର ରାଜା ନବୂଖଦ୍ନିତ୍ସର ତୁମ୍ଭମାନଙ୍କ ବିରୁଦ୍ଧରେ ମନ୍ତ୍ରଣା କରିଅଛି।
ସେ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ ପାଇଁ ସଂକଳ୍ପ କରିଅଛି।
31 ସଦାପ୍ରଭୁ କହନ୍ତି, “ଯେଉଁ ଦେଶ କବାଟ ବିହୀନ
ଓ ହୁଡ଼ୁକା ନ ଥିବା ସ୍ଥାନରେ ରହି
ନିଜକୁ ନିରାପଦ ମନେ କରୁଛନ୍ତି,
ସେହିମାନଙ୍କୁ ଆକ୍ରମଣ କର।
32 ଶତ୍ରୁଗଣ ସେମାନଙ୍କର ଓଟଗୁଡ଼ିକୁ ନେଇଯିବେ।
ସେମାନଙ୍କର ଅପାର ପଶୁପଲ ଲୁଣ୍ଠିତ ହେବେ।
ପୁଣି ଯେଉଁମାନେ ଆପଣା ଆପଣା କେଶର କୋଣ କାଟନ୍ତି, ସେମାନଙ୍କୁ ଆମ୍ଭେ ଚତୁର୍ଦ୍ଦିଗକୁ ଛିନ୍ନଭିନ୍ନ କରିବା
ଓ ସେମାନଙ୍କ ନିକଟକୁ ଗ୍ଭରିଆଡ଼ୁ ବିପଦ ଆଣିବା।”
ଏହା ସଦାପ୍ରଭୁ କହନ୍ତି।
33 “ହାତ୍ସୋର ଶୃଗାଳମାନଙ୍କର ବାସସ୍ଥାନ ହେବ।
କୌଣସି ଲୋକ ସେଠାରେ ବାସ କରିବେ ନାହିଁ, କିଅବା କୌଣସି ମନୁଷ୍ୟ ସନ୍ତାନ ତା’ ମଧ୍ୟରେ ପ୍ରବାସ କରିବେ ନାହିଁ।
ତାହା ଚିରକାଳ ନିର୍ଜନ ସ୍ଥାନ ହୋଇ ରହିବ।”
ଏଲମ ବିଷୟରେ ବାର୍ତ୍ତା
34 ଯିହୁଦାର ରାଜା ସିଦିକିୟର ରାଜତ୍ୱର ଆରମ୍ଭ ସମୟରେ ଏଲମ ବିଷୟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମିୟ ଭବିଷ୍ୟଦ୍ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା।
35 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ଆମ୍ଭେ ଏଲମର ସବୁଠାରୁ
ଶକ୍ତିଶାଳୀ ଅସ୍ତ୍ର ଧନୁକୁ ଭାଙ୍ଗି ପକାଇବା।
36 ଆମ୍ଭେ ଆକାଶର ଚତୁର୍ଦ୍ଦିଗରୁ ଗ୍ଭରି ବାୟୁକୁ ଏଲମ ବିରୁଦ୍ଧରେ ପ୍ରବାହିତ କରାଇବା।
ଆଉ ସେହିସବୁ ବାୟୁ ଏଲମକୁ ପୃଥିବୀର ଗ୍ଭରିଆଡ଼େ ଛିନ୍ନଭିନ୍ନ କରିବ।
ପୃଥିବୀର ଏପରି ଦେଶ ନ ଥିବ ଯେଉଁଠାକୁ
ଏଲମର ପଳାତକ ଯାଇ ନ ଥିବେ।
37 ପୁଣି ଆମ୍ଭେ ଏଲମର ଲୋକମାନଙ୍କୁ ସେମାନଙ୍କର ଶତ୍ରୁଗଣ ସମ୍ମୁଖରେ
ଓ ସେମାନଙ୍କର ପ୍ରାଣନାଶକାରୀଙ୍କ ସମ୍ମୁଖରେ ବିନାଶ କରିବା।”
ସଦାପ୍ରଭୁ କହନ୍ତି,
“ଆମ୍ଭେ ସେମାନଙ୍କ ଉପରେ
ଆମ୍ଭର ପ୍ରଚଣ୍ଡ କ୍ରୋଧ ଘଟାଇବା
ଓ ସେମାନଙ୍କୁ ନିଃଶେଷ କରିବା ପର୍ଯ୍ୟନ୍ତ
ସେମାନଙ୍କ ପଛରେ ଏକ ଖଡ଼୍ଗ ପଠାଇବା।”
38 ପୁଣି ସଦାପ୍ରଭୁ କହନ୍ତି,
“ଆମ୍ଭେ ଏଲମରେ ଆମ୍ଭର ସିଂହାସନ ସ୍ଥାପନ କରିବା
ଓ ସେ ସ୍ଥାନରୁ ରାଜାକୁ ଓ ଅଧିପତିମାନଙ୍କୁ ଉଚ୍ଛିନ୍ନ କରାଇବା।”
39 ମାତ୍ର ସଦାପ୍ରଭୁ କହନ୍ତି,
“ଆମ୍ଭେ ଶେଷ କାଳରେ ଏଲମକୁ ବନ୍ଦୀତ୍ୱାବସ୍ଥାରୁ ଫେରାଇ ଆଣିବା।”
ବାବିଲ ବିଷୟରେ ଏକ ବାର୍ତ୍ତା
50 ସଦାପ୍ରଭୁ ଯିରିମିୟ ଭବିଷ୍ୟଦ୍ବକ୍ତାଙ୍କ ମାଧ୍ୟମରେ ବାବିଲ ବିଷୟରେ ଓ କଲ୍ଦୀୟମାନଙ୍କ ବିଷୟରେ ଏହି ବାର୍ତ୍ତା ଦେଲେ। ତାହା ଏହିପରି:
2 “ତୁମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ପ୍ରକାଶ କରି ପ୍ରଗ୍ଭର କର।
ଧ୍ୱଜା ଉଠାଇ ପ୍ରଗ୍ଭର କର
ଓ ଗୋପନ ନ ରଖି କୁହ,
‘ବାବିଲ ହସ୍ତଗତ ହେଲା,
ବେଲ ଲଜ୍ଜିତ ହେଲା;
ମରୋଦକ ବିସ୍ମିତ ହେଲା;
ତାହାର ପ୍ରତିମାଗଣ ଲଜ୍ଜିତ ହେଲେ
ଓ ତାହାର ଦେବତା ସକଳ ବିସ୍ମିତ ହେଲେ।’
3 କାରଣ ଉତ୍ତର ଦିଗରୁ ଏକ ଗୋଷ୍ଠୀ ବାବିଲ ବିରୁଦ୍ଧରେ ଆସିବେ।
ସେମାନେ ତାକୁ ଧ୍ୱଂସ କରିବେ।
ତାହା ମଧ୍ୟରେ କେହି ବାସ କରିବେ ନାହିଁ,
ମନୁଷ୍ୟ ଓ ପଶୁ ସେଠାରୁ ପଳାୟନ କରିବେ।
4 ସେ ସମୟରେ ଇସ୍ରାଏଲର ସନ୍ତାନଗଣ
ଓ ଯିହୁଦାର ସନ୍ତାନଗଣ ଏକତ୍ର ହୋଇଯିବେ।
ସେମାନେ କାନ୍ଦି କାନ୍ଦି ଆସିବେ,
ଯେତେବେଳେ ସେମାନେ ସେମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ଅନ୍ୱେଷଣ କରିବେ।
5 ସେମାନେ ସିୟୋନକୁ ଯିବାକୁ ପଥ ପଗ୍ଭରିବେ।
ସେହିଆଡ଼େ ମୁଖକରି ସେମାନେ କହିବେ,
‘ତୁମ୍ଭେମାନେ ଆସ,
ଆମ୍ଭମାନଙ୍କ ସହିତ ଅନନ୍ତକାଳସ୍ଥାୟୀ ଅବିସ୍ମରଣୀୟ ନିୟମ ଦ୍ୱାରା
ସଦାପ୍ରଭୁଙ୍କଠାରେ ଆସକ୍ତ ହୁଅ।’
6 “ଆମ୍ଭର ଲୋକମାନେ ହଜିଲା ମେଷ ସଦୃଶ ହୋଇଅଛନ୍ତି।
ସେମାନଙ୍କର ପାଳକମାନେ ସେମାନଙ୍କୁ ବିପଥରେ ଗମନ କରାଇଅଛନ୍ତି।
ବିଭିନ୍ନ ପର୍ବତରେ ସେମାନଙ୍କୁ ବାଟ ଭୁଲାଇ ଭ୍ରମଣ କରାଇ ଅଛନ୍ତି।
ସେମାନେ ପର୍ବତରୁ ଉପପର୍ବତକୁ ଗମନ କରିଅଛନ୍ତି।
ଆଉ ସେମାନେ ନିଜର ବିଶ୍ରାମ ସ୍ଥାନ ପାଶୋରି ଅଛନ୍ତି।
7 ଯେଉଁମାନେ ସେମାନଙ୍କୁ ପାଇଲେ, ସେମାନଙ୍କୁ ଗ୍ରାସ କରିଅଛନ୍ତି।
ସେମାନଙ୍କର ଶତ୍ରୁମାନେ କହିଲେ,
‘ଆମ୍ଭେମାନେ କୌଣସି ପାପ କରି ନାହୁଁ।’
କାରଣ ସେମାନେ ସଦାପ୍ରଭୁଙ୍କର ବିରୁଦ୍ଧରେ ପାପ କରିଅଛନ୍ତି,
ସେମାନଙ୍କର ଧାର୍ମିକ ବିଶ୍ରାମସ୍ଥଳ
ଯେଉଁମାନଙ୍କ ଉପରେ ସେମାନଙ୍କର ପୂର୍ବପୁରୁଷଗଣ ନିର୍ଭର କରିଥିଲେ।
8 “ତୁମ୍ଭେମାନେ ବାବିଲରୁ ପଳାଅ
ଓ କଲ୍ଦୀୟମାନଙ୍କ ଦେଶ ମଧ୍ୟରୁ ବାହାରି ଯାଅ।
ଆଉ ପଲର ଅଗ୍ରଗାମୀ ଛାଗ ସ୍ୱରୂପ ହୁଅ।
9 ଆମ୍ଭେ ଉତ୍ତର ଦେଶ ବହୁ ଗୋଷ୍ଠୀଙ୍କୁ ଉତ୍ତେଜିତ କରି
ବାବିଲ ବିରୁଦ୍ଧରେ ଆଣିବା।
ସେମାନେ ତା’ ବିରୁଦ୍ଧରେ ସଜ୍ଜିତ ହୋଇ ଯୁଦ୍ଧ କରିବେ
ଓ ବାବିଲ ସେମାନଙ୍କ ଦ୍ୱାରା ଅଧିକୃତ ହେବ।
ସେମାନଙ୍କର ବାଣ ନିପୁଣ ବୀର ପୁରୁଷର ବାଣପରି ହେବ।
କୌଣସି ବାଣ ବିଫଳ ହେବ ନାହିଁ।
10 ସେମାନେ କଲ୍ଦୀୟମାନଙ୍କର ସମସ୍ତ ଲୁଣ୍ଠନ କରିବେ।
ସଦାପ୍ରଭୁ କହନ୍ତି,
ସେମାନେ ନିଜର ସନ୍ତୋଷ ଅନୁସାରେ ଲୁଣ୍ଠନ କରିବେ।”
11 “ହେ ବାବିଲ, ତୁମ୍ଭେ ମୋର ସମ୍ପତ୍ତିର ଲୁଣ୍ଠନ କରିଛ।
ତୁମ୍ଭେମାନେ ଆନନ୍ତ ଓ ଉଲ୍ଲାସ କରୁଅଛ।
ତୁମ୍ଭେମାନେ ଶସ୍ୟ ମର୍ଦ୍ଦନକାରୀ
ବଳଦ ସଦୃଶ କୁଦା ମାରୁଛ
ଓ ବଳବାନ୍ ଅଶ୍ୱପରି
ହେସ୍ରାରାବ କରୁଅଛ।
12 “କିନ୍ତୁ ତୁମ୍ଭମାନଙ୍କର ମାତା ଅତିଶୟ ଲଜ୍ଜିତା ହେବ,
ତୁମ୍ଭମାନଙ୍କର ପ୍ରସବକାରିଣୀ ହତାଶ ହେବେ।
ବାବିଲ ଗୋଷ୍ଠୀଗଣ ମଧ୍ୟରେ ନ୍ୟୁନ ହେବ।
ଆଉ ସେ ପ୍ରାନ୍ତର ଶୁଷ୍କସ୍ଥାନ ଓ ମରୁଭୂମି ହେବ।
13 ସଦାପ୍ରଭୁଙ୍କ କୋପ ଯୋଗୁଁ
ତାହା ନିର୍ଜନ ସ୍ଥାନ ହେବ
ଓ ସମ୍ପୂର୍ଣ୍ଣ ଧ୍ୱଂସ ସ୍ଥାନରେ ପରିଣତ ହେବ।
ଯେଉଁ ଲୋକ ବାବିଲ ନିକଟ ଦେଇ ଯିବ, ସେ ବିସ୍ମିତ ହେବ
ଓ ତାହାର ଦୁରାବସ୍ଥା ଦେଖି ଶୀସ୍ ଶବ୍ଦ କରିବ।
14 “ହେ ଧନୁର୍ଦ୍ଧର ବୀରଗଣ,
ତୁମ୍ଭେମାନେ ବାବିଲ ବିରୁଦ୍ଧରେ ଆପଣା ସୈନ୍ୟ ସଜାଅ।
ତୁମ୍ଭମାନଙ୍କର କୌଣସି ବାଣ ନ ରଖି ତାହା ପ୍ରତି ନିକ୍ଷେପ କର,
କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି।
15 ବାବିଲର ଚତୁର୍ଦ୍ଦିଗରେ ବିଜୟର ସିଂହନାଦ କର,
ସେ ନିଜକୁ ସମର୍ପଣ କରିଅଛି।
ତାହାର ସମସ୍ତ ଗଡ଼ ପତିତ ହୋଇଅଛି ଓ ପ୍ରାଚୀରସବୁ ଉତ୍ପାଟିତ ହୋଇଅଛି।
କାରଣ ଏହା ସଦାପ୍ରଭୁଙ୍କ ଦ୍ୱାରା ଦେୟ ପ୍ରତିଶୋଧ।
ତାହାଠାରୁ ପ୍ରତିଶୋଧ ନିଅ।
ସେ ଯେପରି କରିଅଛି, ତାହା ପ୍ରତି ସେହିପରି କର।
16 ତୁମ୍ଭେମାନେ ବାବିଲର ବୀଜବପନକାରୀଙ୍କୁ
ଓ ଶସ୍ୟ ସଂଗ୍ରହକାରୀଙ୍କୁ ବିନାଶ କର।
ବାବିଲକୁ ଆସିଥିବା ବନ୍ଦୀମାନେ
ନିଜ ନିଜ ଲୋକଙ୍କ ନିକଟକୁ ଫେରିଯିବେ।
ସେମାନେ ନିଜ ନିଜ ଦେଶକୁ ପଳାଇବେ।
17 “ଇସ୍ରାଏଲ ଛିନ୍ନଭିନ୍ନ ହୋଇଥିବା ମେଷ ସ୍ୱରୂପ
ସେ ସିଂହମାନଙ୍କ ଦ୍ୱାରା ବିତାଡ଼ିତ ହୋଇଅଛି।
ପ୍ରଥମେ ଅଶୂରର ରାଜା ତାକୁ ଗ୍ରାସ କଲା।
ଆଉ ଶେଷରେ ବାବିଲର ରାଜା ନବୂଖଦ୍ନିତ୍ସର ତାହାର ହାଡ଼ସବୁ ଭାଙ୍ଗି ପକାଇଲା।”
18 ତେଣୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି,
‘ଆମ୍ଭେ ଅଶୂରର ରାଜାକୁ ଯେଉଁପରି ଶାସ୍ତି ଦେଇଥିଲୁ,
ସେହିପରି ବାବିଲର ରାଜାକୁ ଓ ତାହାର ଲୋକମାନଙ୍କୁ ଦଣ୍ଡ ଦେବା।
19 “‘ଆମ୍ଭେ ଇସ୍ରାଏଲକୁ ପୁନର୍ବାର ତା'ର ଚରାସ୍ଥାନକୁ ଆଣିବା,
ସେ କର୍ମିଲ ଓ ବାଶନ ଉପରେ ଚରିବ।
ଆଉ ସେ ଇଫ୍ରୟିମର ଓ ଗିଲିୟଦର ପର୍ବତମାନଙ୍କ ଉପରେ
ଭୋଜନ କରି ପରିତୃପ୍ତ ହେବ।’”
20 ସଦାପ୍ରଭୁ କହନ୍ତି, “ସେତେବେଳେ ଇସ୍ରାଏଲର ଅଧର୍ମ ଖୋଳାଯିବ,
ମାତ୍ର କିଛି ମିଳିବ ନାହିଁ;
ଯିହୁଦାର ପାପ ଅନ୍ୱେଷଣ କରାଯିବ,
ମାତ୍ର ସେମାନେ କିଛି ପାଇବେ ନାହିଁ।
ଆମ୍ଭେ ଅବଶିଷ୍ଟ ଲୋକମାନଙ୍କୁ କ୍ଷମା କରିଦେବା,
ଯେଉଁମାନଙ୍କୁ ଆମ୍ଭେ ରକ୍ଷା କରିଅଛୁ।”
21 ପୁଣି ସଦାପ୍ରଭୁ କହନ୍ତି,
“ତୁମ୍ଭେ ମରାଥୟିମ୍ ଓ ପକୋଦ ନିବାସୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କର।
ସେମାନଙ୍କ ପଛେ ପଛେ ଯାଇ
ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ନିଃଶେଷ କର।
ଆମ୍ଭର ଆଜ୍ଞାକୁ କହିବାନୁସାରେ ପାଳନ କର।
22 “ଦେଶସାରା ସଂଗ୍ରାମର
ଓ ମହା ବିନାଶର ଶବ୍ଦ ଶୁଣାଯାଉଛି।
23 ‘ସମଗ୍ର ପୃଥିବୀରେ ବାବିଲକୁ
ହାତୁଡ଼ି’ ବୋଲି ବିବେଚନା କରାଯାଉଥିଲା।
ସେହି ‘ହାତୁଡ଼ି’ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଇଛି
ଓ ଗୋଷ୍ଠୀ ମଧ୍ୟରେ ବାବିଲ ଏକ ମରୁଭୂମି ହୋଇଅଛି।
24 ହେ ବାବିଲ, ଆମ୍ଭେ ତୁମ୍ଭ ପାଇଁ ଫାଶ ବସାଇଥିଲୁ,
ଏବଂ ଅଜାଣତରେ ତୁମ୍ଭେ ସେହି ଫାଶରେ ପଡ଼ିଯାଇଛ।
ତୁମ୍ଭକୁ ଧରାଗଲା
କାରଣ ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲ
25 ସଦାପ୍ରଭୁ ଆପଣା ଅସ୍ତ୍ରାଗାର ଫିଟାଇ
ଆପଣା କ୍ରୋଧରୂପ ଅସ୍ତ୍ରସବୁ ବାହାର କରି ଆଣିଛନ୍ତି।
କାରଣ ସୈନ୍ୟାଧିପତି ସଦାପ୍ରଭୁଙ୍କର କଲ୍ଦୀୟମାନଙ୍କ ଦେଶରେ
ସେମାନଙ୍କ ପାଇଁ କିଛି କରିବାର ଅଛି।
26 “ତୁମ୍ଭେମାନେ ପ୍ରାନ୍ତ ସୀମାରୁ ତାହା ବିରୁଦ୍ଧରେ ଆସ।
ତାହାର ଭଣ୍ଡାରସବୁ ଖୋଲିଦିଅ।
ତାହାକୁ ସମ୍ପୂର୍ଣ୍ଣ ରୂପେ ବିନାଶ କରି
ରାଶିପରି ଢିପି କର।
ତାହାର କିଛି ଅବଶିଷ୍ଟ ରଖ ନାହିଁ।
27 ତାହାର ବୃଷଭ ସବୁକୁ ବଧ କର।
ସେସବୁ ବଧ ସ୍ଥାନକୁ ଯାଆନ୍ତୁ।
ସେମାନେ ସନ୍ତାପର ପାତ୍ର,
କାରଣ ସେମାନଙ୍କର ଦିନ ଓ ପ୍ରତିଫଳର ସମୟ ଉପସ୍ଥିତ ହେଲା।
28 ଯେଉଁ ରକ୍ଷାପ୍ରାପ୍ତ ପଳାତକମାନେ
ବାବିଲ ଦେଶରୁ ସିୟୋନକୁ ଗ୍ଭଲି ଯାଉଥିଲେ,
ସେମାନେ ସମସ୍ତଙ୍କୁ କହୁଥିଲେ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରତିଶୋଧ ନେବାର ସମୟ ଆସିଯାଇଛି।
କଲ୍ଦୀୟମାନେ ତାଙ୍କର ମନ୍ଦିର ଭାଙ୍ଗିଛନ୍ତି।
ତେଣୁ ସେ ବାବିଲକୁ ଧ୍ୱଂସ କରୁଛନ୍ତି।
29 “ବାବିଲ ବିରୁଦ୍ଧରେ ସମସ୍ତ ଧନୁର୍ଦ୍ଧରମାନଙ୍କୁ
ଧନୁରେ ଗୁଣ ଦେବାକୁ ଏକତ୍ରିତ କର।
ତାହା ବିରୁଦ୍ଧରେ ଗ୍ଭରିଆଡ଼େ ଏକତ୍ରିତ ହୁଅ।
ତାହା ବିରୁଦ୍ଧରେ ଗ୍ଭରିଆଡ଼େ ଛାଉଣି ସ୍ଥାପନ କର।
ସେଥିରୁ ତାକୁ ରକ୍ଷା ପାଇବାକୁ ଦିଅ ନାହିଁ।
ତାହାର କର୍ମାନୁସାରେ ତାକୁ ପ୍ରତିଫଳ ଦିଅ।
ସେ ଯେପରି କରିଛି ତା’ ପ୍ରତି ସେହିପରି କର।
କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ
ଓ ଇସ୍ରାଏଲର ଧର୍ମସ୍ୱରୂପ ବିରୁଦ୍ଧରେ ନିଷ୍ଠୁର ହୋଇଅଛ।”
30 ଏଣୁ ସଦାପ୍ରଭୁ କହନ୍ତି,
“ସେହି ଦିନ ତା'ର ଯୁବକଗଣ ଛକରେ ମୃତ ହୋଇ ପତିତ ହେବେ
ଓ ତା'ର ଯୋଦ୍ଧାମାନେ ମୃତ୍ୟୁବରଣ କରିବେ।”
31 “ହେ ଉଦ୍ଧତ ବାବିଲ,
ଆମ୍ଭେ ତୁମ୍ଭ ବିପକ୍ଷରେ ଅଛୁ।”
ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ଦେଖ, ଆମ୍ଭେ ଯେହେତୁ ତୁମ୍ଭ ବିରୁଦ୍ଧରେ ଅଛୁ,
ତେଣୁ ତୁମ୍ଭର ପ୍ରତିଫଳ ପାଇବାର ଦିନ ଆସିଅଛି।
32 ଅହଙ୍କାରୀ ଜଣକ ଝୁଣ୍ଟି ପଡ଼ିବ
ଓ କେହି ତାକୁ ଉଠାଇବେ ନାହିଁ।
ପୁଣି ଆମ୍ଭେ ତା'ର ନଗରରେ ଅଗ୍ନି ଲଗାଇବା
ଓ ସେ ତା'ର ଚତୁର୍ଦ୍ଦିଗରେ ସମସ୍ତଙ୍କୁ ଗ୍ରାସ କରିବ।”
33 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ଉଭୟ ଇସ୍ରାଏଲ ଓ ଯିହୁଦାର ପୁତ୍ରଗଣ ଅତ୍ୟାଗ୍ଭରିତ ହୋଇଛନ୍ତି।
ଯେଉଁ ଶତ୍ରୁଗଣ ସେମାନଙ୍କୁ ବନ୍ଦୀ କରି ନେଲେ ସେମାନେ ସେମାନଙ୍କୁ ଦୃଢ଼ ହସ୍ତରେ ଧରି ରଖିଲେ, ଛାଡ଼ିଲେ ନାହିଁ।
34 ମାତ୍ର ସେମାନଙ୍କର ମୁକ୍ତିଦାତା ବଳବାନ, ସୈନ୍ୟାଧିପତି ସଦାପ୍ରଭୁ
ସେମାନଙ୍କୁ ପୁନର୍ବାର ଫେରାଇ ଆଣିବେ।
ସେ ପୃଥିବୀକୁ ଶାନ୍ତ
ଓ ବାବିଲବାସୀଙ୍କୁ ଉଦ୍ବିଗ୍ନ କରିବାକୁ
ସେମାନଙ୍କର ବିବାଦ ସମ୍ପୂର୍ଣ୍ଣ ରୂପେ ନିଷ୍ପତ୍ତି କରିବେ।”
35 ସଦାପ୍ରଭୁ କହନ୍ତି,
“କଲ୍ଦୀୟମାନଙ୍କୁ
ବାବିଲର ଅଧିପତିଗଣଙ୍କୁ
ଓ ଜ୍ଞାନୀମାନଙ୍କୁ ଖଡ଼୍ଗ ବିନାଶ କରିବ।
36 ଗଣକମାନେ ଖଡ଼୍ଗରେ ବଧ ହେବ,
ସେମାନେ କେଡ଼େ ନିର୍ବୋଧ ତାହା ଦେଖାଇବା ପାଇଁ
ଖଡ଼୍ଗ ସୈନ୍ୟମାନଙ୍କୁ ବିନାଶ କରିବ,
ଫଳରେ ସେମାନେ ଭୟଭୀତ ହେବେ।
37 ଆଉ ସେମାନଙ୍କର ଅଶ୍ୱଗଣକୁ, ରଥଗୁଡ଼ିକୁ
ଓ ତହିଁରେ ବାସ କରୁଥିବା ମିଶ୍ରିତ ଲୋକମାନଙ୍କୁ ଖଡ଼୍ଗ ବିନାଶ କରିବ
ଓ ସେମାନେ ଭୟଭୀତା ସ୍ତ୍ରୀମାନଙ୍କ ପରି ହେବେ।
ସେମାନଙ୍କର ଭଣ୍ଡାରସବୁ ଖଡ଼୍ଗରେ ବିନଷ୍ଟ ହେବ
ଓ ସେସବୁ ଲୁଣ୍ଠିତ ହେବ।
38 ତାହାର ଜଳାଶୟଗୁଡ଼ିକ
ଖଡ଼୍ଗର ଆଘାତରେ ଜଳଶୂନ୍ୟ ହେବ।
ଆଉ ତା'ର ଖୋଦିତ ପ୍ରତିମାଗଣ ଯୋଗୁଁ
ତା'ର ଲୋକମାନେ ନିର୍ବୋଧ ହୋଇଅଛନ୍ତି
ଓ ସେମାନଙ୍କ ପାଇଁ ମନ୍ଦଫଳ ଘଟିବ।
39 “ବାବିଲ ଆଉ କେବେ ଜନବସତି ଯୋଗ୍ୟ ହେବ ନାହିଁ।
ବନ୍ୟପଶୁ, କେନ୍ଦୁଆମାନେ ସେଠାରେ ବାସ କରିବେ।
ଓଟପକ୍ଷୀମାନେ ବିଶ୍ରାମ କରିବେ।
ତାହା ପୁରୁଷାନୁକ୍ରମେ ବସତି ଯୋଗ୍ୟ ହେବ ନାହିଁ।”
40 ସଦାପ୍ରଭୁ କହନ୍ତି, “ପରମେଶ୍ୱର ସଦୋମ, ହମୋରା
ଓ ତନ୍ନିକଟବର୍ତ୍ତୀ ନଗରସବୁ ଯେଉଁପରି ଧ୍ୱଂସ କରିଥିଲେ,
ସେହିପରି ବାବିଲ ଧ୍ୱଂସ ପାଇବ।
ସେଠାରେ କେହି ବାସ କରିବେ ନାହିଁ
କି ମନୁଷ୍ୟପୁତ୍ର ତହିଁରେ ପ୍ରବାସ କରିବେ ନାହିଁ।”
41 “ଦେଖ, ଉତ୍ତର ଦିଗରୁ ଏକ ଶକ୍ତିଶାଳୀ ଗୋଷ୍ଠୀରୁ
ଲୋକମାନେ ଆସୁଛନ୍ତି
ଓ ପୃଥିବୀସ୍ଥ ସମସ୍ତ ପ୍ରାନ୍ତରୁ ବହୁରାଜା ଏକତ୍ର ଆସୁଛନ୍ତି।
42 ସେମାନେ ଧନୁ ଓ ବର୍ଚ୍ଛା ଧରିଛନ୍ତି,
ସେମାନେ ନିଷ୍ଠୁର ଓ ନିର୍ଦ୍ଦୟ।
ସେମାନେ ସମୁଦ୍ର ପରି ଗର୍ଜନ କରୁଛନ୍ତି।
ସେମାନେ ଅଶ୍ୱାରୋହଣ କରି ଅଗ୍ରସର ହେଉଛନ୍ତି।
ହେ ବାବିଲ, ସେମାନେ ସମସ୍ତେ ସୁସଜ୍ଜିତ ହୋଇ
ତୁମ୍ଭ ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି।
43 ଆଉ ବାବିଲର ରାଜା ସେମାନଙ୍କ ବିଷୟରେ ଶୁଣିଲେ
ଓ ଭୟଭୀତ ହୋଇପଡ଼ିଲେ।
ସେ ଏତେ ଦୁର୍ବଳ ହେଲେ ଯେ ତାଙ୍କର ହାତ ଗ୍ଭଲିଲା ନାହିଁ
ଓ ପ୍ରସବକାରିଣୀ ସ୍ତ୍ରୀ ତୁଲ୍ୟ ବେଦନା ଓ ଯନ୍ତ୍ରଣା ଅନୁଭବ କଲେ।”
44 ପୁଣି ସଦାପ୍ରଭୁ କହନ୍ତି,
“ପୁଣି ଯର୍ଦ୍ଦନର ଘଞ୍ଚ ବୁଦାରୁ ଏକ ସିଂହ
ଚିରସ୍ଥାୟୀ ଗ୍ଭରଣଭୂମିରେ ଥିବା
ସେହିମାନଙ୍କୁ ଭୟ ଦେବା ପାଇଁ ଆସିବା ପରି
ଆମ୍ଭେ ସେମାନଙ୍କୁ ହଠାତ୍,
ସେମାନଙ୍କ ଦେଶରୁ ତଡ଼ିଦେବା।
କାହାକୁ ଆମ୍ଭେ ଏଠାରେ ନିଯୁକ୍ତ କରିବା,
କାରଣ ମୋ’ ପରି କେହି ନୁହନ୍ତି?
ସେଠାରେ ଆମ୍ଭକୁ ପ୍ରତିରୋଧ କରିବା ପାଇଁ କିଏ ଅଛନ୍ତି?
ଆମ୍ଭ ସମ୍ମୁଖରେ ଠିଆ ହେଲାପରି
ପାଳକ କିଏ ଅଛନ୍ତି?”
45 ଏଣୁ ସଦାପ୍ରଭୁ ବାବିଲ ବିରୁଦ୍ଧରେ ଯେଉଁ ମନ୍ତ୍ରଣା
ଓ କଲ୍ଦୀୟମାନଙ୍କ ବିପକ୍ଷରେ ଯେଉଁ ସଙ୍କଳ୍ପ କରିଅଛନ୍ତି, ତାହା ଶୁଣ।
ଲୋକମାନେ ସେମାନଙ୍କ ପଲର ଛୁଆମାନଙ୍କୁ ଟାଣି ନେଇଯିବେ।
ସେମାନଙ୍କର ଚରାଭୂମି ଓ ନିବାସସ୍ଥାନ ଶୂନ୍ୟ ହୋଇଯିବ।
46 ବାବିଲର ପତନ ଘଟିବ
ଓ ସେହି ପତନରେ ପୃଥିବୀ ପ୍ରକମ୍ପିତ ହେବ।
ପୃଥିବୀର ସମସ୍ତ ଗୋଷ୍ଠୀ
ସେହି କ୍ରନ୍ଦନର ଶବ୍ଦ ଶୁଣିବେ।
2010 by World Bible Translation Center