Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 46-48

ବିଭିନ୍ନ ଗୋଷ୍ଠୀ ସମ୍ବନ୍ଧରେ ବାର୍ତ୍ତା

46 ବିଭିନ୍ନ ଗୋଷ୍ଠୀଗଣ ବିଷୟରେ ସଦାପ୍ରଭୁଙ୍କର ଏହିସବୁ ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।

ମିଶର ସମ୍ବନ୍ଧରେ ବାର୍ତ୍ତା

ମିଶର ଦେଶ ସମ୍ବନ୍ଧରେ ଏହି ବାର୍ତ୍ତା। ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ର ଅଧିକାରର ଚତୁର୍ଥ ବର୍ଷରେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର, ମିଶରର ରାଜା ଫାରୋ-ନଖୋର ଯେଉଁ ସୈନ୍ୟସାମନ୍ତକୁ ପରାଜୟ କଲା, ଫରାତ୍ ନଦୀ ନିକଟସ୍ଥ କର୍କମୀଶରେ ଉପସ୍ଥିତ ସେହି ସୈନ୍ୟ ସାମନ୍ତ ବିଷୟକ କଥା।

“ତୁମ୍ଭେମାନେ ଚର୍ମରେ ଢାଲ ଓ ଫଳକ ପ୍ରସ୍ତୁତ କର
    ଓ ଯୁଦ୍ଧ କରିବା ଲାଗି ଅଗ୍ରସର ହୁଅ।
ହେ ଅଶ୍ୱାରୋହୀଗଣ,
    ତୁମ୍ଭେମାନେ ଅଶ୍ୱଗଣକୁ ସଜ୍ଜିତ କରି ଆରୋହଣ କର।
ମସ୍ତକରେ ଶିରସ୍ତ୍ରାଣ ପିନ୍ଧି ଠିଆ ହୁଅ।
    କଲମକୁ ଧାରୁଆ କର ଓ ସାଞ୍ଜୁ ପିନ୍ଧ।
ଆମ୍ଭେ କ’ଣ ଦେଖୁଅଛୁ?
    ସେମାନେ ଉ‌‌ଦ୍‌‌ବିଗ୍ନ ହୋଇ ପଛକୁ ଫେରୁଛନ୍ତି।
ସେମାନଙ୍କର ବୀରଗଣ
    ପରାସ୍ତ ହୋଇଛନ୍ତି
ଓ ପଛକୁ ନ ଗ୍ଭହିଁ
    ଶୀଘ୍ର ଶୀଘ୍ର ପଳାୟନ କରୁଛନ୍ତି।
    ସେମାନଙ୍କ ଚତୁର୍ଦ୍ଦିଗରେ ଆଶଙ୍କା ଭରି ଯାଇଛି।”
ସଦାପ୍ରଭୁ ଏହିସବୁ କହନ୍ତି।

“ଦ୍ରୁତଗାମୀ ଲୋକ ପଳାୟନ କରି ପାରିବେ ନାହିଁ,
    କିଅବା ବୀର ପୁରୁଷଗଣ ରକ୍ଷା ପାଇପାରିବେ ନାହିଁ।
ଉତ୍ତର ଦିଗରେ ଫରାତ୍ ନଦୀ ନିକଟରେ ସେମାନେ ଝୁଣ୍ଟି ପଡ଼ିବେ
    ଓ ସେମାନଙ୍କର ପତନ ହେବ।
ସେ କିଏ ଯେ କି ନୀଳନଦୀପରି ଉଠୁଅଛି
    ଓ ନଦୀ ସମୂହର ଜଳରାଶି ତୁଲ୍ୟ ଉ‌‌‌ତ୍‌‌‌କ୍ଷିପ୍ତ ହେଉଅଛି?
ଏହା ହେଉଛି ମିଶର ଯେ କି ନୀଳନଦୀ ତୁଲ୍ୟ ଉଠୁଅଛି।
    ତା'ର ଜଳରାଶି ନଦୀ ସମୂହର ତୁଲ୍ୟ ଉ‌‌‌ତ୍‌‌‌କ୍ଷିପ୍ତ ହେଉଅଛି।
ଆଉ ସେ କହୁଅଛି, ‘ମୁଁ ଉଚ୍ଛୁଳି ଉଠିବି, ମୁଁ ପୃଥିବୀକୁ ପ୍ଳାବିତ କରିବି,
    ମୁଁ ନଗର ସମୂହକୁ ଓ ତନ୍ନିବାସୀ ଲୋକମାନଙ୍କୁ ନଷ୍ଟ କରିବି।’
ହେ ଅଶ୍ୱାରୋହୀଗଣ, ଅଗ୍ରସର ହୁଅ।
    ହେ ରଥାରୋହୀଗଣ ଦ୍ରୁତଗତିରେ ରଥ ଗ୍ଭଳନା କର,
ହେ ବୀରଗଣ, ଆଗେଇ ଗ୍ଭଲ। ତୁମ୍ଭମାନଙ୍କର ଢାଲ ଧର।
    କୁଶ୍, ପୁ‌ଟ୍‌ରୁ ଓ ଲୁଦୀୟରୁ ଆସିଥିବା ଢାଲବାହକଗଣ,
    ତୁମ୍ଭେମାନେ ଧନୁରେ ଭଲଭାବରେ ଗୁଣ ଦିଅ।

10 “କିନ୍ତୁ ସେତେବେଳେ ଆମ୍ଭର ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ପ୍ରତିଶୋଧ ନେବେ
    ଓ ସେହି ଦିନ ବିପକ୍ଷମାନଙ୍କୁ ପ୍ରତିଫଳ ଦେବେ।
‌‌ଖ‌ଡ଼୍‌ଗ ସମସ୍ତଙ୍କୁ ନିଃଶେଷ କରି ତୃପ୍ତ ହେବ
    ଓ ସେମାନଙ୍କର ରକ୍ତ ପାନକରି ତୃଷା ନିବାରଣ କରିବ।
କାରଣ ଉତ୍ତର ଦେଶରେ ଫରାତ୍ ନଦୀ ନିକଟରେ
    ଆମ୍ଭମାନଙ୍କର ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁଙ୍କର ଏକ ଯଜ୍ଞସ୍ଥଳୀ ଅଛି।

11 “ହେ ମିଶରର ଅନୂଢ଼ା କନ୍ୟା, ତୁମ୍ଭେ ଗିଲିୟଦଠାରୁ ଔଷଧ ନିଅ।
    ମାତ୍ର ତୁମ୍ଭେ ଯାହା ଔଷଧ ନେଲେ ମଧ୍ୟ ତାହା ବ୍ୟର୍ଥ ହେବ,
    ତୁମ୍ଭେ ଆରୋଗ୍ୟ ହେବ ନାହିଁ।
12 ଗୋଷ୍ଠୀଗଣ ତୁମ୍ଭର କ୍ରନ୍ଦନ ଶୁଣିବେ।
    ତୁମ୍ଭର କାତରୋକ୍ତିରେ ପୃଥିବୀ ପରିପୂର୍ଣ୍ଣ ହେବ।
କାରଣ ‘ବୀର ସୈନିକ’ ଅନ୍ୟ ଜଣେ ‘ବୀର ସୈନିକ’ ଉପରେ ଝୁଣ୍ଟି ପଡ଼ିବ
    ଓ ସେ ଦୁହେଁ ଏକତ୍ର ପଡ଼ିବେ।”

13 ବାବିଲର ରାଜା ନବୂଖ‌ଦ୍‌ନିତ୍ସର ମିଶର ଦେଶକୁ ଆସି ତାକୁ ପରାସ୍ତ କରିବା କଥା ସଦାପ୍ରଭୁ ଭବିଷ୍ୟ‌ଦ୍‌ବକ୍ତା ଯିରିମିୟଙ୍କୁ କହିଲେ,

14 “ତୁମ୍ଭେମାନେ ମିଶରରେ ପ୍ରଗ୍ଭର କର,
    ମି‌ଗ୍‌ଦୋଲରେ ଘୋଷଣା କର,
    ଆଉ ନୋଫ ଓ ତଫ‌‌‌ନ୍‌‌‌ହେଷରେ କୁହ,
‘ତୁମ୍ଭେମାନେ ଯୁଦ୍ଧ ପାଇଁ ଠିଆ ହୁଅ ଓ ଆପଣାକୁ ପ୍ରସ୍ତୁତ କର।
    କାରଣ ‌‌ଖ‌ଡ଼୍‌ଗ ତୁମ୍ଭ ଗ୍ଭରିଆଡ଼େ ଲୋକମାନଙ୍କୁ ବିନାଶ କରିଗ୍ଭଲିଛି।’
15 “ହେ ମିଶର, ତୁମ୍ଭର ବଳବାନ୍ ଲୋକମାନେ ମୃତ୍ୟୁବରଣ କରିବେ
    ଓ ସେମାନେ ସ୍ଥିର ହୋଇ ଛିଡ଼ା ହୋଇ ପାରିବେ ନାହିଁ।
    କାରଣ ସଦାପ୍ରଭୁ ସେମାନଙ୍କୁ ତଳେ ଠେଲି ପକାଇ ଦେବେ।
16 ସେହି ସୈନ୍ୟଗଣ ପରସ୍ପର ଉପରେ ଝୁଣ୍ଟି ପଡ଼ିବେ।
    ସେମାନେ ପୁଣି କହିବେ,
‘ଉଠ, ଆମ୍ଭେମାନେ ‌‌ଖ‌ଡ଼୍‌ଗରୁ ରକ୍ଷା ପାଇବା ପାଇଁ
    ଆପଣା ଲୋକମାନଙ୍କ ନିକଟକୁ ପଳାଇଯିବା
ଓ ଆପଣା ଜନ୍ମଭୂମିକୁ
    ପୁନର୍ବାର ଫେରିଯିବା।’
17 ସେମାନଙ୍କ ଜନ୍ମଭୂମିରେ ଲୋକମାନେ କହିବେ,
    ‘ଫାରୋ କେବଳ ଜଣେ ଅହଙ୍କାରୀ,
    ଯିଏ କି ଉତ୍ତମ ସୁଯୋଗ ହାତଛଡ଼ା କରନ୍ତି।”’
18 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
    “ମୁଁ ଜୀବିତ ଥିବା ପ୍ରମାଣେ ଜଣେ ଆସୁଅଛି,
ଯିଏ କି ତାବୋର ପର୍ବତ ସଦୃଶ ମହାନ
    କିଅବା ସମୁଦ୍ର ନିକଟସ୍ଥ କର୍ମିଲ ପର୍ବତ ସଦୃଶ।
19 ହେ ମିଶରର କନ୍ୟା,
    ତୁମ୍ଭେ ନିର୍ବାସନ ଯିବା ପାଇଁ ନିଜକୁ ପ୍ରସ୍ତୁତ କର।
କାରଣ ନୋଫ ଧ୍ୱଂସପ୍ରାପ୍ତ
    ଓ ଦ‌ଗ୍‌ଧିଭୂତ ହେବ।
    ସେଠାରେ କେହି ଲୋକ ବାସ କରିବେ ନାହିଁ।

20 “ମିଶର ଗୋଟିଏ ସୁନ୍ଦରୀ ତରୁଣୀ ଗାଭୀପରି,
    ମାତ୍ର ଡାଆଁଶ ସଦୃଶ ଉତ୍ତର ଦିଗରୁ କ‌‌ଲ୍‌‌ଦୀୟମାନେ ତାକୁ ବିନାଶ କରିବାକୁ ଆସିବେ।
21 ଆହୁରି ମିଶରର ବେତନଗ୍ରାହୀ ସୈନ୍ୟମାନେ ଗୋଶାଳାର ଗୋବତ୍ସ ତୁଲ୍ୟ।
    ସେମାନେ ପଳାୟନ କରିବେ।
    ସେମାନେ ଆକ୍ରମଣର ସମ୍ମୁଖୀନ ହୋଇ ପାରିବେ ନାହିଁ।
କାରଣ ସେମାନଙ୍କର ବିପଦର ଦିନ ଆସୁଅଛି
    ଓ ସେମାନେ ଖୁବ୍ ଶୀଘ୍ର ସେମାନଙ୍କର ପ୍ରତିଫଳ ପାଇବେ।
22 ମିଶର ସର୍ପତୁଲ୍ୟ ଶବ୍ଦକରି
    ପଳାଇବାକୁ ଚେଷ୍ଟା କରିବ।
ମାତ୍ର ଶତ୍ରୁଗଣ ତା'ର ନିକଟରୁ
    ନିକଟତର ହେବେ।
ସେମାନେ କାଠ ‌‌କଟାଳୀ ସଦୃଶ କୁହ୍ରାଡ଼ି ନେଇ
    ତା’ ବିରୁଦ୍ଧରେ ଆକ୍ରମଣ କରିବେ।”

23 ସଦାପ୍ରଭୁ କହନ୍ତି,
    “ମିଶରର ସୈନ୍ୟ ଅରଣ୍ୟ ସଦୃଶ।
ଅଗଣିତ ହେଲେ ହେଁ
    ଶତ୍ରୁସୈନ୍ୟ ସେମାନଙ୍କୁ ହାଣି ପକାଇବେ।
କାରଣ ଶତ୍ରୁସୈନ୍ୟ ପଙ୍ଗପାଳ ଅପେକ୍ଷା
    ଅନେକ ଓ ଅସଂଖ୍ୟ ଅଟନ୍ତି।
24 ମିଶର ଲଜ୍ଜିତା ହେବ।
    ସେ ଉତ୍ତର ଦେଶୀୟ ଲୋକମାନଙ୍କ ହସ୍ତରେ ସମର୍ପିତ ହେବ।”

25 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, “ଦେଖ, ଆମ୍ଭେ ନୋ ଦେଶୀୟ ଅମୋନକୁ, ଫାରୋ, ମିଶର, ତାହାର ଦେବଗଣ ଓ ରାଜଗଣକୁ, ଆଉ ଫାରୋଙ୍କ ଶରଣାପନ୍ନ ସମସ୍ତଙ୍କୁ ଦଣ୍ଡ ଦେବା। 26 ପୁଣି ସେମାନଙ୍କର ପ୍ରାଣନାଶକାରୀ ଲୋକମାନଙ୍କ ହସ୍ତରେ ଓ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଓ ତାହାର ଦାସମାନଙ୍କ ହସ୍ତରେ ଆମ୍ଭେ ସେମାନଙ୍କୁ ସମର୍ପଣ କରିବା।”

ପୁଣି ସଦାପ୍ରଭୁ କହନ୍ତି, “ପୂର୍ବକାଳରେ ମିଶର ଯେଉଁପରି ଶାନ୍ତିରେ ବାସ କରୁଥିଲା, ଏହି ଦୁଃସମୟ ପରେ ସେ ପୁନର୍ବାର ଶାନ୍ତିରେ ରହିବ।”

ଉତ୍ତର ଇସ୍ରାଏଲ ପାଇଁ ଏକ ବାର୍ତ୍ତା

27 “ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ
    କିଅବା ହେ ଇସ୍ରାଏଲ ତୁମ୍ଭେ ନିରାଶ ହୁଅ ନାହିଁ।
ଆମ୍ଭେ ଦୂର ଦେଶରୁ ତୁମ୍ଭକୁ ଓ ବନ୍ଦୀ ଅବସ୍ଥାରୁ
    ତୁମ୍ଭ ବଂଶକୁ ଉଦ୍ଧାର କରିବା।
ତହିଁରେ ଯାକୁବ ଫେରି ଆସି ନିର୍ଭୟ ଓ ନିଶ୍ଚିତରେ ରହିଲା।
    ଆଉ କେହି ତାହାକୁ ଭୟ ଦେଖାଇଲେ ନାହିଁ।”
28 ସଦାପ୍ରଭୁ କହନ୍ତି,
“ହେ ମୋର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ।
    କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ,
ଯେଉଁମାନଙ୍କରୁ ଆମ୍ଭେ ତୁମ୍ଭକୁ ତଡ଼ି ଦେଇଅଛୁ,
    ଆମ୍ଭେ ସେମାନଙ୍କୁ ସଂହାର କରିବା।
    ମାତ୍ର ଆମ୍ଭେ ତୁମ୍ଭକୁ ସଂହାର କରିବା ନାହିଁ।
ଆମ୍ଭେ ତୁମ୍ଭକୁ ବିବେଚନା ପୂର୍ବକ ଶାସ୍ତି ଦେବା।
    ମାତ୍ର ତୁମ୍ଭକୁ ଦଣ୍ଡ ନ ଦେଇ
    ଛାଡ଼ିବା ନାହିଁ।”

ପଲେଷ୍ଟୀୟମାନଙ୍କ ବିଷୟରେ ଏକ ବାର୍ତ୍ତା

47 ଫାରୋ ଘସା ନଗର ଆକ୍ରମଣ କରିବା ପୂର୍ବରୁ ପଲେଷ୍ଟୀୟମାନଙ୍କ ବିଷୟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା।

ସଦାପ୍ରଭୁ କହନ୍ତି,
“ଦେଖ, ଉତ୍ତର ଦିଗରୁ ଶତ୍ରୁସୈନ୍ୟ କୂଳ
    ଲଙ୍ଘନ କରି ନଦୀକୂଳ ଉଚ୍ଛୁଳିଲା ପରି ଆସୁଅଛି,
ତାହା ପ୍ଳାବନକାରୀ ବନ୍ୟା ସଦୃଶ ସମଗ୍ର ଦେଶ, ତନ୍ମଧ୍ୟସ୍ଥ ସମସ୍ତ ବସ୍ତ୍ର,
    ନଗର ଓ ତନ୍ନିବାସୀମାନଙ୍କୁ ଜଳମଗ୍ନ କରିବ।
ତହିଁରେ ଲୋକମାନେ କ୍ରନ୍ଦନ କରିବେ
    ଓ ସାହାଯ୍ୟ ପାଇଁ ହାହାକାର କରିବେ।
“ସେମାନେ ଧାବମାନ ଅଶ୍ୱଗଣର ଖୁରା ଶବ୍ଦ,
    ରଥସମୂହର ଗ୍ଭଳନା ଶବ୍ଦ ଓ ଚକ୍ରର ଘର୍ଘର ଶବ୍ଦ ଶୁଣିବେ।
ପିତୃଗଣ ଏତେ ଦୁର୍ବଳ ହେବେ ଯେ
    ସେମାନେ ସେମାନଙ୍କର ପିଲାମାନଙ୍କୁ ସାହାଯ୍ୟ କରିବେ ନାହିଁ।
ଏହା ସମସ୍ତ ପଲେଷ୍ଟୀୟମାନଙ୍କର ଧ୍ୱଂସର ସମୟ,
    ସୋର ଓ ସୀଦୋନର ସହକାରୀ ପ୍ରତ୍ୟେକ ଅବଶିଷ୍ଟ ଲୋକଙ୍କୁ ଉଚ୍ଛିନ୍ନ କରିବାର ସମୟ ଆସୁଅଛି।
ଯେହେତୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କର
    ଓ କପ୍ତୋର ଦ୍ୱୀପର ଅବଶିଷ୍ଟ ଲୋକଙ୍କର ସର୍ବସ୍ୱ ହରଣ କରିବେ।
ଘସାର ଲୋକମାନେ ଦୁଃଖିତ ହୋଇ ସେମାନଙ୍କର ମସ୍ତକ ଟାଙ୍ଗରା କରିଛନ୍ତି।
    ଅସ୍କିଲୋନର ଲୋକମାନେ ଏବଂ ତଳଭୂମିର ଅବଶିଷ୍ଟାଂଶ ଲୋକ ନୀରବ ହୋଇଅଛନ୍ତି।
    ତୁମ୍ଭେମାନେ କେତେକାଳ ପର୍ଯ୍ୟନ୍ତ ନିଜକୁ କାଟିବ?

“ହେ ସଦାପ୍ରଭୁଙ୍କ ‌‌ଖ‌ଡ଼୍‌ଗ,
    ତୁମ୍ଭେ କେତେ କାଳପରେ ଯୁଦ୍ଧରୁ କ୍ଷାନ୍ତ ହେବ?
ତୁମ୍ଭେ ଆପଣା କୋଷରେ ପ୍ରବେଶ କର,
    ଶାନ୍ତ ଓ ସ୍ଥିର ହୁଅ।
ମାତ୍ର ସଦାପ୍ରଭୁଙ୍କ ‌‌ଖ‌ଡ଼୍‌ଗ କିପରି କ୍ଷାନ୍ତ ହେବ?
    ସଦାପ୍ରଭୁ ତାଙ୍କୁ ଆଜ୍ଞା ଦେଇଅଛନ୍ତି।
ସେ ଅସ୍କିଲୋନ୍ ବିରୁଦ୍ଧରେ
    ଓ ସମୁଦ୍ର ତୀର ବିରୁଦ୍ଧରେ ତାହାକୁ ନିଯୁକ୍ତ କରିଅଛନ୍ତି।”

ମୋୟାବ ବିଷୟରେ ଏକ ବାର୍ତ୍ତା

48 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ମୋୟାବ ବିଷୟରେ ଏହା କହନ୍ତି,

“ନବୋ ଧ୍ୱଂସ ହେବ,
    କିରିୟାଥୟିମ ଲଜ୍ଜିତ ହେବ।
ତାହା କବଳିତ ହେବ
    ଏବଂ ପର୍ବତଗଣ ଲଜ୍ଜିତ ଓ ଭଗ୍ନ ହେବ।
ମୋୟାବ ପୁନର୍ବାର ପ୍ରଶଂସିତ ହେବ ନାହିଁ।
    ହି‌‌‌ଶ୍‌‌‌ବୋ‌‌‌ନ୍‌‌‌ରେ ଲୋକମାନେ ତାହାର ବିନାଶର ଯୋଜନା କରିବେ।
    ‘ଆସ, ଆମ୍ଭେମାନେ ଏହାକୁ ଧ୍ୱଂସ କରିବା ଏବଂ ଗୋଷ୍ଠୀରୁ ଏହାକୁ ସମାପ୍ତ କରିଦେବା।’
ହେ ମ‌‌ଦ୍‌‌ମେନା! ତୁମ୍ଭେ ମଧ୍ୟ ନୀରବ ହେବ,
    କାରଣ ‌‌ଖ‌ଡ଼୍‌ଗ ତୁମ୍ଭର ପଶ୍ଚା‌‌ଦ୍‌‌ଗାମୀ ହେବ।
ହୋରୋନୟିମଠାରୁ କ୍ରନ୍ଦନର
    ଓ ମହାବିନାଶର ଶବ୍ଦ ଶୁଣ।
ମୋୟାବ ଧ୍ୱଂସ ପାଇବ
    ଓ ତାହାର ଛୋଟ ପିଲାମାନେ ସାହାଯ୍ୟ ପାଇଁ କ୍ରନ୍ଦନ କରିବେ।
କାରଣ ଲୁହୀତର ଉଠାଣି ପଥରେ ଲୋକମାନେ କ୍ରମାଗତ କ୍ରନ୍ଦନ କରି
    ଉପରକୁ ଉଠିବେ।
ଯେହେତୁ ହୋରୋନୟିମର ଗଡ଼ାଣି ପଥରେ
    ସେମାନେ ବିନାଶ ହେତୁ ସଙ୍କଟ ସୂଚକ କ୍ରନ୍ଦନ ଶୁଣିଅଛନ୍ତି।
ପଳାୟନ କର! ପଳାଇ ଯାଇ ଆପଣା ଆପଣା ପ୍ରାଣ ରକ୍ଷା କର।
    ଆଉ ପ୍ରାନ୍ତରସ୍ଥ ଝାଉଁ ବୃକ୍ଷ ତୁଲ୍ୟ ଉଡ଼ିଯାଅ।

“ତୁମ୍ଭେମାନେ ନିଜ କର୍ମରେ ଓ ଧନ ସମ୍ପତ୍ତିରେ ନିର୍ଭର କରିଅଛ।
    ଏଣୁ ତୁମ୍ଭେମାନେ ଧରାଯିବ।
ଆଉ କମୋଶ ତା'ର ଯାଜକ
    ଓ ଅଧିପତିଗଣ ସହିତ ବନ୍ଦୀ ହୋଇଯିବ।
ପ୍ରତ୍ୟେକ ନଗର ଉପରେ ବିନାଶକ ଆସିବ।
    କୌଣସି ଗୋଟିଏ ନଗର ରକ୍ଷା ପାଇବ ନାହିଁ।
ତଳଭୂମି ବିନଷ୍ଟ ହେବ
    ଓ ଉଚ୍ଚଭୂମି ଧ୍ୱଂସ ପାଇବ।
ସଦାପ୍ରଭୁ କହନ୍ତି
    ଏହା ଘଟିବ।
ମୋୟାବକୁ ଉଡ଼ି ପଳାଇବା ପାଇଁ ପକ୍ଷ ଦିଅ,
    ତାହାର ସମସ୍ତ ନଗର ଧ୍ୱଂସ ପାଇବ
    ଓ ତା’ ମଧ୍ୟରେ କେହି ବାସ କରିବେ ନାହିଁ।
10 ଯଦି ଜଣେ ସଦାପ୍ରଭୁଙ୍କ କଥା ପାଳନ ନ କରେ
    ଓ ଯଦି ସେ ସେହି ଲୋକମାନଙ୍କୁ ରକ୍ତପାତ କରିବାକୁ ‌‌ଖ‌ଡ଼୍‌ଗ ବ୍ୟବହାର ନ କରେ ତେବେ ସେ ଶାପଗ୍ରସ୍ତ ହେଉ।

11 “ମୋୟାବ ଜନ୍ମରୁ ଦୁଃଖ କଷ୍ଟ ଜାଣି ନାହିଁ।
    ମୋୟାବ ଏକ ପାତ୍ରସ୍ଥ ମଦ ତୁଲ୍ୟ ସୁସ୍ଥିର ଅଛି।
ସେ ଏକ ପାତ୍ରରୁ ଅନ୍ୟ ପାତ୍ରକୁ ଢଳା ଯାଇ ନାହିଁ।
    କିଅବା ସେ ବନ୍ଦୀ ହୋଇ ଯାଇ ନାହିଁ,
ଏଣୁ ତା'ର ସ୍ୱାଦ ତା’ ମଧ୍ୟରେ ଅଛି।
    ତାହାର ସୁବାସ ବିକୃତ ହୋଇ ନାହିଁ।”
12 ଆଉ ସଦାପ୍ରଭୁ କହନ୍ତି,
“ଦେଖ, ଆମ୍ଭେ ଲୋକ ପଠାଇ ତାକୁ ଢାଳି ପକାଇବା।
    ସେମାନେ ସେହି ପାତ୍ରକୁ ଢାଳି ଦେବେ
ଓ ପାତ୍ରଗୁଡ଼ିକୁ ଶୂନ୍ୟ କରି କୁମ୍ପାସବୁ ଭାଙ୍ଗି ପକାଇବେ।
    ଏପରି ସମୟ ଆସୁଅଛି।”

13 ଯେପରି ଇସ୍ରାଏଲ ବଂଶ ଆପଣା ବିଶ୍ୱାସ ଭୂମି ବୈଥେଲ୍ ବିଷୟରେ ଲଜ୍ଜିତ ହୋଇଥିଲେ, ସେହିପରି ମୋୟାବ କମୋଶ ବିଷୟରେ ଲଜ୍ଜିତ ହେବ।

14 “ତୁମ୍ଭେମାନେ କହିପାରିବ ନାହିଁ
    ‘ଆମ୍ଭେମାନେ ବୀର ଓ ଯୁଦ୍ଧରେ ସାହସୀ।’
15 ଶତ୍ରୁସୈନ୍ୟ ମୋୟାବକୁ ଆକ୍ରମଣ କରି
    ତାହାକୁ ଧ୍ୱଂସ କରିବେ।
ତାହା ବଳବାନ୍ ସୈନ୍ୟମାନଙ୍କୁ ବଧ୍ୟ ସ୍ଥାନରେ ବଧ କରିବ।”
    ଏହା ସୈନ୍ୟାଧିପତି ସଦାପ୍ରଭୁ ଏବଂ ରାଜା,
    ଏହି କଥା କହନ୍ତି।
16 “ମୋୟାବର ଶେଷ ଅବସ୍ଥା ଉପସ୍ଥିତ।
    ଆଉ ସେ ଖୁବ୍ ଶୀଘ୍ର ଧ୍ୱଂସ ଲାଭ କରିବ।
17 ମୋୟାବର ଚତୁର୍ଦ୍ଦିଗସ୍ଥ ଲୋକମାନେ
    ଓ ଯେଉଁମାନେ ତାହା ପ୍ରସିଦ୍ଧ ଦେଶ ବୋଲି ଜାଣିଥିଲେ,
    ତାହା ପାଇଁ ବିଳାପ କର।
ଆଉ କୁହ, ‘ଏହି ଦୃଢ଼ ଦଣ୍ଡ
    ଓ ସୁନ୍ଦର ସୃଷ୍ଟି କିପରି ଭଗ୍ନ ହୋଇଅଛି।’

18 “ହେ ଦୀବୋନ ନିବାସୀଗଣ,
    ତୁମ୍ଭେମାନେ ନିଶ୍ଚିତରେ ତୁମ୍ଭମାନଙ୍କ ଶୋଭାରୁ ଓହ୍ଲାଇ ଅସି ଧୂଳିରେ ବସ।
କାରଣ ମୋୟାବର ବିନାଶକ
    ତୁମ୍ଭ ବିରୁଦ୍ଧରେ ଉଠିଅଛି।
ସେ ତୁମ୍ଭର ଦୃଢ଼ ନଗରଗୁଡ଼ିକୁ ବିନଷ୍ଟ କରିଅଛି।

19 “ହେ ଆରୋୟର ନିବାସୀଗଣ;
    ତୁମ୍ଭେମାନେ ପଥପାର୍ଶ୍ୱରେ ଦଣ୍ଡାୟମାନ ହୋଇ ନିରୀକ୍ଷଣ କର।
ପଳାତକ ପୁରୁଷ ଓ ସ୍ତ୍ରୀମାନଙ୍କୁ ପଗ୍ଭର
    କ’ଣ ଘଟିଅଛି?

20 “ମୋୟାବ ଧ୍ୱଂସପ୍ରାପ୍ତ ହୋଇ ଲଜ୍ଜିତ ହୋଇଅଛି।
    ତେଣୁ ତୁମ୍ଭେମାନେ ହାହାକାର ଓ କ୍ରନ୍ଦନ କର।
ମୋୟାବ ଧ୍ୱଂସ ହୋଇଅଛି ବୋଲି
    ଅର୍ଣ୍ଣୋନରେ ପ୍ରଗ୍ଭର କର।
21 ମୋୟାବ ସମସ୍ତ ଉଚ୍ଚ ଭୂମିମାନଙ୍କରେ ଓ ନିକଟବର୍ତ୍ତୀ ନଗର
    ଯଥା: ହଲୋନ, ଯହସ ଓ ମେଫାତରେ ପ୍ରଗ୍ଭର କର।
22 ଦୀବୋନ, ନବୋ ଓ ବୈଥ-ଦି‌‌‌ବ୍‌‌‌ଲାଥୟିମ,
23     କିରିୟାଥୟିମ୍, ବୈ‌‌‌‌ଥ୍‌‌‌‌ଗାମୁର୍, ଓ ବୈ‌‌‌‌ଥ୍‌‌‌‌ମିୟୋନ୍
24 କିରିୟୋଥ୍ ଓ ବସ୍ରା ପ୍ରଭୃତି ନଗରମାନଙ୍କ ଉପରେ
    ବିଗ୍ଭର ଦଣ୍ଡ ଉପସ୍ଥିତ ହୋଇଅଛି।
25 ସଦାପ୍ରଭୁ କହନ୍ତି ମୋୟାବର ଶୃଙ୍ଗ କଟା ଯାଇଅଛି
    ଓ ତାହାର ବାହୁ ଭଗ୍ନ ହୋଇଅଛି।”

26 “ମୋୟାବକୁ ତୁମ୍ଭେମାନେ ମତ୍ତ କରାଅ,
    କାରଣ ସେ ନିଜକୁ ସଦାପ୍ରଭୁଙ୍କଠାରୁ ବଡ଼ ମନେ କରିଅଛି।
    ତେଣୁ ସେ ନିଜ ବାନ୍ତିରେ ଗଡ଼ିବ
ଓ ସବୁ ଲୋକଙ୍କ ଦ୍ୱାରା ହାସ୍ୟାସ୍ପଦ ହେବ।

27 “ହେ ମୋୟାବ, ଇସ୍ରାଏଲ ତୁମ୍ଭ ଦୃଷ୍ଟିରେ ପରିହାସର ପାତ୍ର ହୋଇଥିଲା।
    ସତେ ଯେମିତି ସେ ଗ୍ଭେରମାନଙ୍କ ମଧ୍ୟରେ ଧରାଯାଇଥିଲା,
ତୁମ୍ଭେ ସେପରି ବ୍ୟବହାର କଲ।
    ତୁମ୍ଭେ ହତାଶରେ ମୁଣ୍ଡ ହଲାଇଲ ଯେଉଁ କ୍ଷଣେ ତୁମ୍ଭେ ତା’ ବିଷୟରେ କୁହ।
28 ହେ ମୋୟାବ ନିବାସୀଗଣ, ତୁମ୍ଭେମାନେ ତୁମ୍ଭମାନଙ୍କ ନଗରସବୁ ତ୍ୟାଗ କରି
    ଶୈଳମାନଙ୍କରେ ବାସ କର।
ଏବଂ ଏକ କପୋତ ପରି ହୁଅ
    ଯିଏ କି ତା'ର ବସା ଗିରିପଥର ମୁହଁ ପାର୍ଶ୍ୱରେ ତିଆରି କରେ।”

29 “ମୋୟାବ ବଡ଼ ଅହଙ୍କାରୀ,
    ଆମ୍ଭେମାନେ ତାହାର ଅହଙ୍କାରର କଥା,
ତାହାର ଉଦ୍ଧତ ଭାବ, ତାହାର ଗର୍ବ, ତାହାର ଦର୍ପ
    ଓ ତାହାର ଚିତ୍ତର ଅହମିକା କଥା ଶୁଣିଅଛୁ।”

30 ସଦାପ୍ରଭୁ କହନ୍ତି, “ଆମ୍ଭେ ତାହାର କ୍ରୋଧ ଜାଣୁ, ମାତ୍ର ତାହା କିଛି ନୁହେଁ
    ଓ ସେମାନଙ୍କର ଗର୍ବସବୁର କିଛି ମାନେ ନାହିଁ।
    ଏହା ଭିତ୍ତିହୀନ ବୋଲି ପ୍ରମାଣ ହେବ।
31 ତେଣୁ ଆମ୍ଭେ ମୋୟାବ ପାଇଁ ଓ ତା'ର ସମସ୍ତ ନିବାସୀ ପାଇଁ
    ହାହାକାର କରିବା।
    ଆଉ କୀର୍ହେରସର ଲୋକମାନଙ୍କ ପାଇଁ ମଧ୍ୟ ଆମ୍ଭେ ଶୋକ କରିବା।
32 ହେ ଶ‌‌‌ିବ୍‌‌‌ମାର ଦ୍ରାକ୍ଷାଲତେ, ଯାସେର ରୋଦନ ଅପେକ୍ଷା ଆମ୍ଭେ ତୁମ୍ଭ ପାଇଁ ଅଧିକ ଶୋକ କରିବା।
    ତୁମ୍ଭର ଦ୍ରାକ୍ଷାଲତାର ଶାଖାସବୁ ସମୁଦ୍ର ଅତିକ୍ରମ କରିଥିଲା
ଓ ସେସବୁ ଯାସେର ସମୁଦ୍ର ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା।
    ମାତ୍ର ଫଳ ଓ ଦ୍ରାକ୍ଷାଫଳ ସଂଗ୍ରହ କରିବା ସମୟରେ ବିନାଶକ ଆସି ସବୁକିଛି ନେଇଗଲା।
33 ମୋୟାବର ବିଶାଳ ଦ୍ରାକ୍ଷାକ୍ଷେତ୍ରରୁ ଆନନ୍ଦ ଉଲ୍ଲାସ ଦୂରୀଭୂତ ହୋଇଅଛି।
    ପୁଣି ମୁଁ ଦ୍ରାକ୍ଷାକୁଣ୍ଡଗୁଡ଼ିକୁ ଦ୍ରାକ୍ଷାରସ ଶୂନ୍ୟ କରିଅଛି।
ଆଉ ଆଗକୁ କେହି ଆନନ୍ଦ ଉଲ୍ଲାସରେ ଦ୍ରାକ୍ଷା ମର୍ଦ୍ଦନ କରିବ ନାହିଁ।
    ଆନନ୍ଦଧ୍ୱନି ଲୋପ ପାଇବ।

34 “ହି‌‌‌ଶ୍‌‌‌ବୋନ୍ ଓ ଇଲିୟାଲୀର କ୍ରନ୍ଦନ ଯହସ ପର୍ଯ୍ୟନ୍ତ ଶୁଣା ଯାଇଅଛି। ଆଉ ମଧ୍ୟ ସେହି କ୍ରନ୍ଦନ ସୋୟରଠାରୁ ହୋରୋନୟିମ ଓ ଇଗ୍ଲଥ୍ ଶଲୀଶୀୟା ପର୍ଯ୍ୟନ୍ତ ଶ୍ରୁତିଗୋଚର ହୋଇଅଛି। କାରଣ ନିମ୍ରୀମର ଜଳସବୁ ଶୁଷ୍କ ହୋଇଅଛି। 35 ଆଉ ସଦାପ୍ରଭୁ କହନ୍ତି, ଆମ୍ଭେ ମୋୟାବର ଉଚ୍ଚସ୍ଥଳୀରେ ବଳିଦାନକାରୀଙ୍କୁ ଓ ଆପଣା ଦେବଗଣ ଉଦ୍ଦେଶ୍ୟରେ ଧୂପଦାନକାରୀଙ୍କୁ ଲୋପ କରିବା।”

36 “ଆମ୍ଭର ହୃଦୟ ମୋୟାବ ପାଇଁ ଦୁଃଖିତ ଓ ତା’ ପାଇଁ ଆମ୍ଭ ହୃଦୟ ମୃତ୍ୟୁକାଳୀନ ବଂଶୀବାଦନ ପରି ବାଜୁ ଅଛି। ଆଉ ମଧ୍ୟ କୀର୍ହେରସର ଲୋକମାନଙ୍କ ପାଇଁ ଆମ୍ଭର ହୃଦୟ ବଂଶୀପରି ବାଜୁ ଅଛି। କାରଣ ସେମାନଙ୍କର ଧନ ସମ୍ପଦସବୁ ଅପହରଣ କରାଯାଇଅଛି। 37 ସମସ୍ତେ ମସ୍ତକ ମୁଣ୍ଡନ କରିଛନ୍ତି ଓ ଦାଢ଼ି କ୍ଷୌର ହୋଇଛନ୍ତି। ପ୍ରତ୍ୟେକଙ୍କର ହାତ କାଟି ରକ୍ତାକ୍ତ ହୋଇଅଛି ଓ ପ୍ରତ୍ୟେକ କଟିଦେଶରେ ଚଟବସ୍ତ୍ର ପରିଧାନ କରିଛନ୍ତି। 38 ମୋୟାବର ସମସ୍ତ ଗୃହର ଛାତ ଉପରେ ଓ ତାହାର ସମସ୍ତ ଜନ ପଥରେ ମୃତ୍ୟୁର ଶୋକ ବ୍ୟାପି ଯାଇଛି।” କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ମୋୟାବକୁ ଏକ କଣା ତୁମ୍ଭ ସଦୃଶ ଭଗ୍ନ କରିଅଛୁ।”

39 “ମୋୟାବ ଭଗ୍ନ ହୋଇଅଛି, ତା'ର ଲୋକମାନେ କ୍ରନ୍ଦନ କରୁଛନ୍ତି, ମୋୟାବ ଲଜ୍ଜିତ ହୋଇଅଛି ଓ ଲୋକମାନଙ୍କର ହାସ୍ୟାସ୍ପଦର ପାତ୍ର ହୋଇଅଛି।”

40 ସଦାପ୍ରଭୁ ମଧ୍ୟ କହନ୍ତି, “ଦେଖ, ଏକ ଉତ୍କ୍ରୋଶପକ୍ଷୀ ପରି ତୀବ୍ର ଗତିରେ ତଳକୁ ଖସିବ
    ଏବଂ ମୋୟାବ ବିରୁଦ୍ଧରେ ତା'ର ପକ୍ଷ ବିସ୍ତାର କରିବ।
41 ମୋୟାବ ଅଧିକୃତ ହେବ,
    ତା'ର ଦୃଢ଼ ଦୁର୍ଗସବୁ ହସ୍ତଗତ ହେବ।
ଆଉ ସେତେବେଳେ ମୋୟାବର ବୀର ସୈନିକମାନଙ୍କର ଅନ୍ତଃକରଣ
    ପ୍ରସବ ବେଦନାଗ୍ରସ୍ତ ସ୍ତ୍ରୀମାନଙ୍କ ଅନ୍ତଃକରଣ ସଦୃଶ ହେବ।
42 ମୋୟାବ ଲୁପ୍ତ ହେବ ଓ ସେ ଏକ ଗୋଷ୍ଠୀ ହୋଇ ରହିବ ନାହିଁ।
    କାରଣ ସେ ସଦାପ୍ରଭୁଙ୍କଠାରୁ ନିଜକୁ ବଡ଼ ମନେ କରେ।”

43 ତେଣୁ ସଦାପ୍ରଭୁ କହନ୍ତି,
    “ହେ ମୋୟାବ ନିବାସୀଗଣ ତୁମ୍ଭମାନଙ୍କ ପାଇଁ ତ୍ରାସ, ଖାତ ଓ ଫାନ୍ଦ ଅଛି।
44 ଯେତେବେଳେ ଲୋକମାନେ ଭୟରେ ଦୌଡ଼ିବେ,
    ସେମାନେ ଖାତ ଭିତରେ ପଡ଼ିବେ
ଏବଂ ଯେତେବେଳେ ସେମାନେ ଖାତରୁ ବାହାରକୁ ପଡ଼ିବେ,
    ସେମାନେ ଧରାଯିବେ।
ସଦାପ୍ରଭୁ କହନ୍ତି, ଏହା ଘଟିବ
    କାରଣ ମୁଁ ମୋୟାବ ଉପରେ ଶାସ୍ତିର ବର୍ଷ ଆଣିବି।”

45 “ଯେଉଁମାନେ ପଳାଇଯାଇ ଶକ୍ତିଶାଳୀ ହି‌‌‌ଶ୍‌‌‌ବୋ‌‌‌ନ୍‌‌‌ରେ ଆଶ୍ରୟ ନେବେ
    ସେମାନେ ମଧ୍ୟ ରକ୍ଷା ପାଇବେ ନାହିଁ।
କାରଣ ହି‌‌‌ଶ୍‌‌‌ବୋ‌‌‌ନ୍‌‌‌ରୁ ଓ ସୀହୋନରୁ
    ଅଗ୍ନି ନିର୍ଗତ ହୋଇ
ମୋୟାବର ଅଧିପତି
    ଓ ଅହଙ୍କାରୀମାନଙ୍କୁ ଗ୍ରାସ କରିବ।
46 ହେ ମୋୟାବ, ତୁମ୍ଭକୁ ଧିକ୍,
    କମୋଶର ଲୋକମାନେ ବିନଷ୍ଟ ହେଲେ।
କାରଣ ତୁମ୍ଭର ପୁତ୍ରକନ୍ୟାମାନେ ବନ୍ଦୀ ହୋଇ
    ବନ୍ଦୀତ୍ୱ ସ୍ଥାନକୁ ନୀତ ହେଲେ।
47 “ତଥାପି ସଦାପ୍ରଭୁ କହନ୍ତି,
    ଆମ୍ଭେ ଶେଷକାଳରେ ପୁନର୍ବାର
    ମୋୟାବକୁ ବନ୍ଦୀତ୍ୱ ସ୍ଥାନରୁ ଫେରାଇ ଆଣିବା।”

ମୋୟାବ ବିଷୟରେ ଏହା ଶେଷ ବିଗ୍ଭର।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center