Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 35-37

ରେଖବୀୟ ବଂଶର ଉତ୍ତମ ଦୃଷ୍ଟାନ୍ତ

35 ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ର ରାଜତ୍ୱ କାଳରେ ସଦାପ୍ରଭୁଙ୍କ ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। “ହେ ଯିରିମିୟ, ତୁମ୍ଭେ ରେଖବୀୟ ବଂଶ ନିକଟକୁ ଯାଇ ସେମାନଙ୍କୁ ନିମନ୍ତ୍ରଣ କରି ସଦାପ୍ରଭୁଙ୍କ ଗୃହର ଏକ କୋଠରୀକୁ ଆଣ ଓ ସେମାନଙ୍କୁ ଦ୍ରାକ୍ଷାରସ ପାନ କରିବାକୁ ଦିଅ।”

ତହୁଁ ମୁଁ ହବ‌‌‌ତ୍‌‌‌ସିନିୟର ପୌତ୍ର, ଯିରିମିୟର ପୁତ୍ର ଯାଶନିୟକୁ, ତାହାର ଭ୍ରାତୃଗଣଙ୍କୁ ଓ ତାହାର ସମସ୍ତ ପୁତ୍ରଙ୍କୁ ଆଉ ସମସ୍ତ ରେଖବୀୟ ବଂଶକୁ ଏକତ୍ରିତ କରି ସଙ୍ଗରେ ନେଲି। ସେମାନଙ୍କୁ ସଦାପ୍ରଭୁଙ୍କ ଗୃହକୁ ନେଇଗଲି। ମୁଁ ପରମେଶ୍ୱରଙ୍କ ଲୋକ ଯି‌ଗ୍‌ଦଲିୟର ପୁତ୍ର ହାନନର ପୁତ୍ରମାନଙ୍କର କୋଠରୀକୁ ଗଲି। ସେହି କୋଠରୀ ଶଲ୍ଲୂମର ପୁତ୍ର ମାସେୟ ନାମକ ଦ୍ୱାରପାଳର କୋଠରୀ ଉପରେ, ଅଧିପତିଗଣର କୋଠରୀ ନିକଟରେ ଥିଲା। ପୁଣି ମୁଁ ରେଖବ ବଂଶୀୟ ଲୋକମାନଙ୍କ ସମ୍ମୁଖରେ ଦ୍ରାକ୍ଷାରସ ପୂର୍ଣ୍ଣ କେତେକ ଭାଣ୍ଡ ଓ ପାନପାତ୍ର ରଖି ସେମାନଙ୍କୁ କହିଲି, “ତୁମ୍ଭେମାନେ ଦ୍ରାକ୍ଷାରସ ପାନ କର।”

ମାତ୍ର ସେମାନେ ଉତ୍ତର ଦେଲେ, “ଆମ୍ଭେମାନେ ଦ୍ରାକ୍ଷାରସ ପାନ କରିବୁ ନାହିଁ। କାରଣ ଆମ୍ଭମାନଙ୍କର ପୂର୍ବପୁରୁଷ ରେଖବର ପୁତ୍ର ଯିହୋନାଦବ୍ ଆମ୍ଭମାନଙ୍କୁ ଏହି ଆଜ୍ଞା ଦେଇଅଛନ୍ତି, ‘ତୁମ୍ଭେମାନେ ଓ ତୁମ୍ଭମାନଙ୍କର ସନ୍ତାନଗଣ କେହି କେବେ ଦ୍ରାକ୍ଷାରସ ପାନ କରିବ ନାହିଁ। ଆଉ ମଧ୍ୟ ତୁମ୍ଭେମାନେ ଗୃହ ନିର୍ମାଣ କରିବ ନାହିଁ, କିଅବା ବୀଜ ବୁଣିବ ନାହିଁ କିଅବା ଦ୍ରାକ୍ଷାକ୍ଷେତ୍ର ରୋପଣ କରିବ ନାହିଁ ଅବା ତହିଁର ଅଧିକାରୀ ହେବ ନାହିଁ। ମାତ୍ର ତୁମ୍ଭେମାନେ ଯାବଜ୍ଜୀବନ ତମ୍ବୁରେ ବାସ କରିବ, ତହିଁରେ ତୁମ୍ଭେମାନେ ଯେଉଁ ଦେଶରେ ପ୍ରବାସ କରୁଅଛ, ସେହି ଦେଶରେ ଅନେକ କାଳ ବଞ୍ଚିବ।’ ତେଣୁ ଆମ୍ଭେମାନେ ରେଖବୀୟ ବଂଶ ଆମ୍ଭ ପୂର୍ବପୁରୁଷ ଯିହୋନାଦବ୍ ଆମ୍ଭମାନଙ୍କୁ ଦ୍ରାକ୍ଷାରସ ପାନ ନ କରିବାକୁ ଓ ଗୃହ ନିର୍ମାଣ ନ କରିବାକୁ ଯେଉଁ ଆଜ୍ଞା ଦେଇଛନ୍ତି ତାହା ପାଳନ କରି ଆସିଅଛୁ। ଆଉ ଆମ୍ଭେମାନେ, ଆମ୍ଭମାନଙ୍କର ସ୍ତ୍ରୀମାନେ ଓ ଆମ୍ଭମାନଙ୍କର ପୁତ୍ରକନ୍ୟାମାନେ କେବେ ଦ୍ରାକ୍ଷାରସ ପାନ କରୁ ନାହୁଁ। ଆଉ ଆମ୍ଭେମାନେ ବାସ କରିବା ନିମନ୍ତେ ଗୃହ ନିର୍ମାଣ କରୁ ନାହୁଁ। ଦ୍ରାକ୍ଷାକ୍ଷେତ୍ର କରୁ ନାହୁଁ କି ଶସ୍ୟ ରୋପଣ କରୁ ନାହୁଁ। 10 ଆମ୍ଭମାନଙ୍କର ପୂର୍ବପୁରୁଷ ଯିହୋନାଦ‌‌‌ବ୍‌‌‌ଙ୍କର ସମସ୍ତ ଆଜ୍ଞା ଅନୁସାରେ କାର୍ଯ୍ୟ କରି ତମ୍ବୁରେ ବାସ କରୁଅଛୁ। 11 ମାତ୍ର ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଯେତେବେଳେ ଯିହୁଦା ଆକ୍ରମଣ କଲେ, ସେତେବେଳେ ଆମ୍ଭେମାନେ କହିଲୁ, ‘ଆସ, କ‌‌ଲ୍‌‌ଦୀୟ ସୈନ୍ୟର ଓ ଅରାମୀୟ ସୈନ୍ୟର ଭୟ ଯୋଗୁଁ ଆମ୍ଭେମାନେ ଯିରୁଶାଲମ ଯିବା,’ ଏଣୁ ଆମ୍ଭେମାନେ ଯିରୁଶାଲମରେ ବାସ କରୁଅଛୁ।”

12 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। 13 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହିଲେ, “ହେ ଯିରିମିୟ, ତୁମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ କୁହ, ସଦାପ୍ରଭୁ କହନ୍ତି, ‘ତୁମ୍ଭେମାନେ ଆମ୍ଭର ବାକ୍ୟ ପ୍ରତି ଅବଧାନ କରି ଆମ୍ଭର ଶିକ୍ଷା ଗ୍ରହଣ କର।” 14 “ରେଖବର ପୁତ୍ର ଯିହୋନାଦବ୍ ଆପଣା ବଂଶଧରଗଣଙ୍କୁ ଦ୍ରାକ୍ଷାରସ ପାନ ନ କରିବାକୁ ଯେଉଁ ଆଜ୍ଞା ଦେଇଥିଲା, ତାହାର ସେହି ବାକ୍ୟ ପ୍ରତିପାଳିତ ହୋଇ ଆସୁଅଛି ଓ ସେମାନେ ଆଜି ପର୍ଯ୍ୟନ୍ତ ଦ୍ରାକ୍ଷାରସ ପାନ କରୁ ନାହାନ୍ତି। କାରଣ ସେମାନେ ଆପଣା ପିତୃପୁରୁଷଙ୍କ ଆଜ୍ଞା ପାଳନ କରୁଛନ୍ତି। ମାତ୍ର ଆମ୍ଭେ ତୁମ୍ଭମାନଙ୍କୁ ବାରମ୍ବାର ଆଜ୍ଞା ଦେଲେ ହେଁ, ତୁମ୍ଭେମାନେ ଆମ୍ଭ ବାକ୍ୟ ପ୍ରତି ଅବଧାନ କରୁ ନାହଁ। 15 ଆଉ ମଧ୍ୟ ଆମ୍ଭେ ଆମ୍ଭର ସମସ୍ତ ଦାସ ଓ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ ତୁମ୍ଭ ନିକଟକୁ ପଠାଇଅଛୁ। ଆଉ ସେମାନେ ତୁମ୍ଭମାନଙ୍କୁ ବାରମ୍ବାର କହି ଅଛନ୍ତି, “ତୁମ୍ଭେମାନେ ନିଜ ନିଜ କୁପଥରୁ ନିବୃତ୍ତ ହୁଅ, ନିଜ ନିଜ ଆଚରଣ ସଂଶୋଧନ କର ଓ ଅନ୍ୟ ଦେବଗଣର ସେବା କରି ସେମାନଙ୍କୁ ଅନୁସରଣ କର ନାହିଁ। ତାହାହେଲେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଆମ୍ଭେ ଯେଉଁ ଦେଶ ଦେଇଅଛୁ ତହିଁରେ ତୁମ୍ଭେମାନେ ବାସ କରିବ।” ମାତ୍ର ତୁମ୍ଭେମାନେ ତାହା କର୍ଣ୍ଣପାତ କରି ନାହଁ କିଅବା ଆମ୍ଭ ବାକ୍ୟରେ ଅବଧାନ କରି ନାହଁ। 16 ରେଖବର ପୁତ୍ର ଯିହୋନାଦ‌‌‌ବ୍‌‌‌ର ବଂଶଧରଗଣ ସେମାନଙ୍କ ପ୍ରତି ଆବିଷ୍ଟ ହୋଇଥିବା ଆଜ୍ଞା ପ୍ରତିପାଳନ କରି ଆସୁଅଛନ୍ତି। ମାତ୍ର ଯିହୁଦାର ଲୋକମାନେ ଆମ୍ଭ କଥାରେ ଅବଧାନ କରି ନାହାନ୍ତି।’

17 ତେଣୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ଆମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଅଛୁ, ତାହା ସେମାନଙ୍କ ପ୍ରତି ଘଟାଇବା। କାରଣ ଆମ୍ଭେ ସେମାନଙ୍କୁ ଯେଉଁ କଥା କହିଅଛୁ, ସେମାନେ ଶୁଣୁ ନାହାନ୍ତି। ଆଉ ଆମ୍ଭେ ସେମାନଙ୍କୁ ଡାକିଅଛୁ, ମାତ୍ର ସେମାନେ ଉତ୍ତର ଦେଇ ନାହାନ୍ତି।”

18 ତେଣୁ ଯିରିମିୟ ରେଖବୀୟ ବଂଶକୁ କହିଲେ, “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭେମାନେ ନିଜ ପୂର୍ବପୁରୁଷ ଯିହୋନାଦ‌‌‌ବ୍‌‌‌ର ଆଜ୍ଞା ମାନିଅଛ, ତାହାର ବିଧାନସବୁ ପାଳନ କରିଅଛ ଓ ତୁମ୍ଭମାନଙ୍କ ପ୍ରତି ତାହାର ସମସ୍ତ ଆଜ୍ଞା ପ୍ରମାଣେ କାର୍ଯ୍ୟ କରିଅଛ।’ 19 ତେଣୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ହକନ୍ତି, ‘ଆମ୍ଭର ସେବା ନିମନ୍ତେ ରେଖବର ପୁତ୍ର ଯିହୋନାଦବ୍ ବଂଶୀୟ ଲୋକ ଆମ୍ଭ ସମ୍ମୁଖରେ ସର୍ବଦା ଠିଆ ହେବ।’”

ରାଜା ଯିହୋୟାକୀମ୍ ଯିରିମିୟଙ୍କ ନଳାକାର ପୁସ୍ତକ ଦହନ କରନ୍ତି

36 ଅନନ୍ତର ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ର ରାଜତ୍ୱର ଚତୁର୍ଥ ବର୍ଷରେ ସଦାପ୍ରଭୁଙ୍କଠାରୁ ଯିରିମିୟଙ୍କ ନିକଟରେ ଏହି ବାକ୍ୟ ଉପସ୍ଥିତ ହେଲା। ଯଥା: “ହେ ଯିରିମିୟ, ଗୋଟିଏ ନଳାକାର ପୁସ୍ତକ ନିଅ। ଆମ୍ଭେ ଯୋଶିୟ ରାଜାଙ୍କ ରାଜତ୍ୱ କାଳରୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲ, ଯିହୁଦା ଓ ସମସ୍ତ ଗୋଷ୍ଠୀର ବିରୁଦ୍ଧରେ ଯାହା ଯାହା କରିଅଛୁ, ସେ ସମସ୍ତ ସେହି ପୁସ୍ତକରେ ଲେଖ। ମୁଁ ତାଙ୍କ ଉପରକୁ ବିପର୍ଯ୍ୟୟ ଆଣିବାର ଯୋଜନା ଶୁଣିଲା ପରେ ଏହା ଏପରି ହୋଇପାରେ, ସେମାନେ ଭୁଲ ରାସ୍ତାରୁ ଫେରି ପାରନ୍ତି ଏବଂ ତା'ପରେ ମୁଁ ସେମାନଙ୍କୁ କ୍ଷମା କରି ଦେବି।”

ତେଣୁ ଯିରିମିୟ ନେରିୟର ପୁତ୍ର ବାରୂକକୁ ଡାକିଲେ। ଆଉ ଯିରିମିୟ ବାରୂକକୁ ସଦାପ୍ରଭୁଙ୍କର ଯେଉଁସବୁ ବାକ୍ୟ କହିଲେ, ବାରୂକ ସେସବୁ ଏକ ନଳାକାର ପୁସ୍ତକରେ ଲେଖିଲେ। ତା'ପରେ ଯିରିମିୟ ବାରୂକକୁ କହିଲେ, “ମୁଁ ସଦାପ୍ରଭୁଙ୍କ ମନ୍ଦିରକୁ ଯାଇପାରିବି ନାହିଁ, କାରଣ ମୋତେ ମନ୍ଦିରରେ ପ୍ରବେଶ କରିବାକୁ ମନା। ତେଣୁ ତୁମ୍ଭେ ଯାଅ ଓ ମୋ’ ମୁଖରୁ ଯାହାସବୁ ଶୁଣିଛ ଏହି ପୁସ୍ତକରେ ଲେଖ, ସଦାପ୍ରଭୁଙ୍କର ସେହିସବୁ ବାକ୍ୟ ଉପବାସ ଦିନ ସଦାପ୍ରଭୁଙ୍କ ମନ୍ଦିରରେ ଉପସ୍ଥିତ ସମସ୍ତ ଲୋକଙ୍କ କର୍ଣ୍ଣଗୋଚରରେ ପାଠ କର। ଆଉ ମଧ୍ୟ ଯିହୁଦାର ନଗରଗୁଡ଼ିକରୁ ଆଗତ ସମସ୍ତ ଲୋକଙ୍କ ଶୁଣିବା ଭଳି ତାହା ପାଠ କର। ସେମାନେ ହୁଏତ ସଦାପ୍ରଭୁଙ୍କ ସାକ୍ଷାତରେ ନିଜ ନିଜର ବିନତି ଜଣାଇବେ ଓ ପ୍ରତ୍ୟେକ ଆପଣା ଆପଣା କୁପଥରୁ ଫେରିବେ; କାରଣ ସଦାପ୍ରଭୁ ଏହି ଲୋକମାନଙ୍କ ବିରୁଦ୍ଧରେ ଭୟଙ୍କର କ୍ରୋଧ ଓ ପ୍ରଚଣ୍ଡ କୋପ କଥା କହିଛନ୍ତି।” ତେଣୁ ନେରିୟର ପୁତ୍ର ବାରୂକ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କର କହିବାନୁସାରେ ସମସ୍ତ କାର୍ଯ୍ୟ କରି ସେହି ପୁସ୍ତକରେ ଲିଖିତ ସଦାପ୍ରଭୁଙ୍କର ବାକ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ପାଠ କଲେ।

ଏହା ପରେ ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ର ରାଜତ୍ୱର ପଞ୍ଚମ ବର୍ଷର ନବମ ମାସରେ ଯିରୁଶାଲମର ସମସ୍ତ ଲୋକ ଓ ଯିହୁଦାର ନଗରସମୂହରୁ ଯିରୁଶାଲମକୁ ଆଗତ ସମସ୍ତ ଲୋକ, ସଦାପ୍ରଭୁଙ୍କ ସାକ୍ଷାତରେ ଉପବାସ ଘୋଷଣା କଲେ। 10 ସେତେବେଳେ ବାରୂକ ସେହି ନଳାକାର ପୁସ୍ତକ ଲିଖିତ ଯିରିମିୟଙ୍କ ସମସ୍ତ ବାକ୍ୟ ପାଠ କଲେ। ସେ ସଦାପ୍ରଭୁଙ୍କ ମନ୍ଦିରର ଉପର ପ୍ରାଙ୍ଗଣରେ, ସଦାପ୍ରଭୁଙ୍କ ମନ୍ଦିରର ନୂତନ ଫାଟକ ନିକଟରେ ଓ ଶାଫନ ଲେଖକର ପୁତ୍ର ଗମରିୟର କୋଠରୀରେ ସମସ୍ତ ଲୋକଙ୍କ କର୍ଣ୍ଣ ଗୋଚରରେ ତାହା ପାଠ କଲେ।

11 ବାରୂକ ତାହା ପାଠ କଲାବେଳେ ଶାଫନର ପୌତ୍ର ଗମରିୟର ପୁତ୍ର ମୀଖାୟ ସଦାପ୍ରଭୁଙ୍କର ବାକ୍ୟ ଶୁଣିଲେ। 12 ସେତେବେଳେ ସେ ସଦାପ୍ରଭୁଙ୍କ ବାକ୍ୟ ଶୁଣି ରାଜଗୃହକୁ ଓହ୍ଲାଇ ଲେଖକର କୋଠରୀକୁ ଗଲା, ସେତେବେଳେ ସେ ସ୍ଥାନରେ ସମସ୍ତ ଅଧିପତି, ଯଥା: ଇଲୀଶାମା ଲେଖକ, ଶମୟିୟର ପୁତ୍ର ଦଲୟିୟ, ଅକବୋରର ପୁତ୍ର ଇ‌‌ଲ୍‌‌ନାଥନ୍, ଶାଫନର ପୁତ୍ର ଗମରିୟ ଓ ହନାନିୟର ପୁତ୍ର ସିଦିକିୟ ଉପବିଷ୍ଟ ଥିଲେ। 13 ମୀଖାୟ ଲୋକମାନଙ୍କର କର୍ଣ୍ଣଗୋଚରରେ ବାରୂକ ପାଠ କରିଥିବା ସଦାପ୍ରଭୁଙ୍କର ସମସ୍ତ ବାକ୍ୟ ସେମାନଙ୍କୁ ଜଣାଇଲା।

14 ତାହାପରେ ଅଧିପତିଗଣ କୁଶିର ପ୍ରପୌତ୍ର, ଶେଲିମିୟର ପୌତ୍ର, ନଥନିୟର ପୁତ୍ର ଯିହୁଦୀକୁ ପଠାଇଲେ। ଏବଂ ତାକୁ କହିଲେ, ତୁମ୍ଭେ ଲୋକମାନଙ୍କ କର୍ଣ୍ଣଗୋଚରରେ ଯେଉଁ ନଳାକାର ପୁସ୍ତକ ପାଠ କରିଅଛ, “ତାହା ନେଇ ଏଠାକୁ ଆସ।”

ତା'ପରେ ନେରିୟର ପୁତ୍ର ବାରୂକ ଚିଟାଉ ନେଇ ସେମାନଙ୍କ ନିକଟକୁ ଗଲା।

15 ତା'ପରେ ସେହି ଅଧିପତିଗଣ ବାରୂକକୁ କହିଲେ, “ଏଠାରେ ବସ, ଆମ୍ଭମାନଙ୍କ କର୍ଣ୍ଣଗୋଚରରେ ତାହା ପାଠ କର।”

ତେଣୁ ବାରୂକ ସେମାନଙ୍କ ସମ୍ବନ୍ଧରେ ତାହା ପାଠ କଲେ।

16 ସେତେବେଳେ ସେହି ଅଧିପତିଗଣ ସବୁକଥା ଶୁଣି ଭୟଭୀତ ହେଲେ ଓ ପରସ୍ପର ମୁହଁକୁ ଅନାଇଲେ। ସେମାନେ ବାରୂକକୁ କହିଲେ, “ଆମ୍ଭେମାନେ ନିଶ୍ଚିତଭାବରେ ନଳାକାର ପୁସ୍ତକ ଲିଖିତ ଏହିସବୁ ବାକ୍ୟ ରାଜା ଯିହୋୟାକୀ‌‌‌ମ୍‌‌‌ଙ୍କୁ ଜଣାଇବୁ।” 17 ପୁଣି ସେମାନେ ବାରୂକକୁ ପଗ୍ଭରିଲେ, “ତୁମ୍ଭେ ଏହି ପୁସ୍ତକରେ ଯାହା ଲେଖିଛ କେଉଁଠାରୁ ତାହା ଶୁଣିଲ? ତୁମ୍ଭେ କ’ଣ ଯିରିମିୟଙ୍କଠାରୁ ଏହା ଶୁଣି ଲେଖିଅଛ?”

18 ବାରୂକ ଉତ୍ତର କଲେ, “ହଁ,” “ଯିରିମିୟ ଯାହାସବୁ ମୋତେ କହିଲେ, ମୁଁ କାଳି ନେଇ ଏହି ପୁସ୍ତକରେ ସେସବୁ ଲେଖିଲି।”

19 ତାହାପରେ ଅଧିପତିମାନେ ବାରୂକକୁ କହିଲେ, “ତୁମ୍ଭେ ଓ ଯିରିମିୟ ଯାଇ କୁହ। ଆଉ କେଉଁଠାରେ ଅଛ ତାହା ଅନ୍ୟକୁ ଜଣାଅ ନାହିଁ।”

20 ଅନନ୍ତର ଅଧିପତିମାନେ ପୁସ୍ତକଟିକୁ ଇଲୀଶାମା ଲେଖକର କୋଠରୀରେ ଛାଡ଼ିଗଲେ। ସେମାନେ ରାଜା ଯିହୋୟାକୀମ୍ ନିକଟକୁ ଗଲେ ଓ ପୁସ୍ତକ ଲିଖିତ ସମସ୍ତ ବାକ୍ୟ ତାଙ୍କୁ ଜଣାଇଲେ।

21 ଏଣୁ ରାଜା ଯିହୋୟାକୀମ୍ ପୁସ୍ତକ ଆଣିବା ପାଇଁ ଯିହୁଦୀକୁ ପଠାଇଲେ ଓ ସେ ଇଲୀଶାମା ଲେଖକର କୋଠରୀରୁ ତାହା ଆଣିଲେ। ତା'ପରେ ଯିହୁଦୀ ରାଜା ଓ ରାଜାଙ୍କ ଗ୍ଭରି ପାଖରେ ଛିଡ଼ା ହୋଇଥିବା ବ୍ୟକ୍ତି ସମସ୍ତ ଅଧିପତିମାନଙ୍କ କର୍ଣ୍ଣଗୋଚରରେ ତାହା ପାଠ କଲେ। 22 ଯେଉଁ ସମୟରେ ଏହା ଘଟିଲା ତାହା ଥିଲା ନବମ ମାସ ଓ ସେ ସମୟରେ ରାଜା ଶୀତକାଳ କ୍ଷେପଣର ଗୃହରେ ବସିଥିଲେ। ଆଉ ତାହାଙ୍କ ସମ୍ମୁଖରେ ଅଗ୍ନିପାତ୍ରରେ ଅଗ୍ନି ଜଳୁଥିଲା। 23 ଅନନ୍ତର ଯିହୁଦୀ ପୁସ୍ତକରୁ ତିନିଗ୍ଭରି ପତ୍ର ପାଠ କଲାପରେ ରାଜା ଏକ କ୍ଷୁଦ୍ର ଛୁରୀରେ ତାହାକୁ କାଟି ଅଗ୍ନିପାତ୍ରରେ ଥିବା ଅଗ୍ନିରେ ତାହା ପକାଇ ଦେଲେ। ଶେଷରେ ସେହି ପାତ୍ର ଅଗ୍ନିରେ ସମସ୍ତ ପୁସ୍ତକ ଭସ୍ମସାତ୍ ହେଲା। 24 ଆଉ ମଧ୍ୟ ରାଜା ଓ ତାଙ୍କର ଦାସଗଣ ଯେତେବେଳେ ସେହି ପୁସ୍ତକର ବାକ୍ୟ ଶୁଣିଲେ, ସେମାନେ କେହି ଭୟଭୀତ ହେଲେ ନାହିଁ କିଅବା ଆପଣା ବସ୍ତ୍ର ଚିରି ଦୁଃଖ ପ୍ରକାଶ କଲେ ନାହିଁ।

25 ଆଉ ରାଜା ଯେପରି ପୁସ୍ତକ ପୋଡ଼ି ନ ପକାନ୍ତି, ଏଥିପାଇଁ ଇ‌‌ଲ୍‌‌ନାଥନ୍, ଦଲାୟ ଓ ଗମରିୟ ତାହାଙ୍କୁ ନିବେଦନ କରିଥିଲେ, ମାତ୍ର ସେ ସେମାନଙ୍କ କଥା ଶୁଣିଲେ ନାହିଁ। 26 ପୁଣି ରାଜା ବାରୂକ ଲେଖକକୁ ଓ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାକୁ ଗିରଫ କରିବାକୁ ରାଜପୁତ୍ର ଯିରହମେ‌‌ଲ୍‌‌କୁ, ଅସ୍ରୀୟେଲର ପୁତ୍ର ସରାୟକୁ ଓ ଅ‌‌‌ବ୍‌‌‌ଦିୟେଲର ପୁତ୍ର ଶେଲିମିୟକୁ ଆଜ୍ଞା କଲେ। ମାତ୍ର ସେମାନେ ବାରୂକ ଓ ଯିରିମିୟକୁ ପାଇଲେ ନାହିଁ କାରଣ ସଦାପ୍ରଭୁ ସେମାନଙ୍କୁ ଲୁଗ୍ଭଇ ରଖିଥିଲେ।

27 ଯିରିମିୟଙ୍କ ମୁଖନିଃସୃତ ବାକ୍ୟ ରୂପକ ଯେଉଁ ପୁସ୍ତକରେ ଲେଖିଥିଲେ, ରାଜା ତାକୁ ଦ‌ଗ୍‌ଧ କଲାପରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ଯଥା:

28 “ହେ ଯିରିମିୟ, ଯିହୁଦାର ରାଜା ଯିହୋୟାକୀମ୍ ଯେଉଁ ପୁସ୍ତକ ପୋଡ଼ି ପକାଇଅଛି, ସେହି ପୁସ୍ତକ ଲିଖିତ ସମସ୍ତ ବାକ୍ୟ ତୁମ୍ଭେ ଆଉ ଖଣ୍ଡେ ପୁସ୍ତକ ନେଇ ପୁନର୍ବାର ଲେଖ। 29 ପୁଣି ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ଙ୍କୁ ତୁମ୍ଭେ ଏହା କହିବ, ‘ସଦାପ୍ରଭୁ ଏହା କହନ୍ତି, “ବାବିଲର ରାଜା ନିଶ୍ଚୟ ଆସିବ ଓ ଏହି ଦେଶ ନଷ୍ଟ କରିବ। ଆଉ ଏହାକୁ ତାହାକୁ ମନୁଷ୍ୟ ଓ ପଶୁଶୂନ୍ୟ କରିବ। ଏପରି କଥା ସେଥିରେ ଅଛି? ଏଥି ସକାଶେ ତୁମ୍ଭେ ଏହି ପୁସ୍ତକ ଦ‌ଗ୍‌ଧ କରିଅଛ।” 30 ଏଣୁ ଯିହୁଦାର ରାଜା ଯିହୋୟାକୀମ୍ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, ଦାଉଦର ସିଂହାସନରେ ବସିବା ପାଇଁ ତାହାର କେହି ବଂଶଧର ରହିବେ ନାହିଁ। ଆଉ ତାହାର ମୃତ ଶରୀରକୁ ଦିନ ବେଳେ ଖରାରେ ଓ ରାତ୍ରି ବେଳା କାକରରେ ପକାଯିବ। 31 ପୁଣି ଆମ୍ଭେ ରାଜା ଯିହୋୟାକୀ‌‌‌ମ୍‌‌‌କୁ, ତାହାର ବଂଶଧରକୁ ଓ ତାହାର ସମସ୍ତ ଦାସଙ୍କୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା। ଆଉ ଆମ୍ଭେ ସେମାନଙ୍କ ପ୍ରତିକୂଳରେ ଯେଉଁସବୁ ଅମଙ୍ଗଳର କଥା କହିଅଛୁ, ସେସବୁ ସେମାନଙ୍କ ଉପରେ, ଯିରୁଶାଲମ ନିବାସୀମାନଙ୍କ ଉପରେ ଓ ଯିହୁଦାର ଲୋକମାନଙ୍କ ଉପରେ ଘଟାଇବା। କାରଣ ସେମାନେ ଆମ୍ଭ କଥା ଶୁଣିଲେ ନାହିଁ।”’

32 ତା'ପରେ ଯିରିମିୟ ଆଉ ଖଣ୍ଡେ ନଳାକାର ପୁସ୍ତକ ନେଇ ନେରିୟର ପୁତ୍ର ବାରୂକକୁ ଦେଲେ। ଯିହୋୟାକୀମ୍ ଯେଉଁ ନଳାକାର ପୁସ୍ତକ ଅଗ୍ନିରେ ଦ‌ଗ୍‌ଧ କରିଥିଲେ, ସେହି ନଳାକାର ପୁସ୍ତକ ଲିଖିତ ସମସ୍ତ ବାକ୍ୟ ଯିରିମିୟଙ୍କ ମୁଖରୁ ଶୁଣି ପୁଣି ସେହି ନଳାକାର ପୁସ୍ତକରେ ଲେଖିଲା। ଆଉ ମଧ୍ୟ ଅନେକ ସେହି ପ୍ରକାର କଥା ଏହି ଦ୍ୱିତୀୟ ନଳାକାର ପୁସ୍ତକରେ ଯୋଗ କରାଇଲେ।

ଯିରିମିୟଙ୍କୁ ବନ୍ଦୀଶାଳାରେ ରଖାଗଲା

37 ଅନନ୍ତର ଯିହୋୟାକୀ‌‌‌ମ୍‌‌‌ର ପୁତ୍ର କନୀୟର ପଦରେ ଯୋଶିୟର ପୁତ୍ର ସିଦିକିୟ ରାଜା ହୋଇ ରାଜତ୍ୱ କଲା। ବାବିଲର ରାଜା ନବୂଖ‌ଦ୍‌ନିତ୍ସର ତାହାକୁ ଯିହୁଦା ଦେଶର ରାଜା କରିଥିଲା। ମାତ୍ର ରାଜା ସିଦିକିୟ କିଅବା ତାହାର ଦାସମାନେ କିଅବା ତାହାର ଦେଶବାସୀ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ପ୍ରଗ୍ଭରିତ ସଦାପ୍ରଭୁଙ୍କ ବାକ୍ୟ ପ୍ରତି ଧ୍ୟାନ ଦେଲେ ନାହିଁ।

ପୁଣି ସିଦିକିୟ ରାଜା ଶେଲିମିୟର ପୁତ୍ର ଯିହୁଖଲକୁ ଓ ମାସେୟର ପୁତ୍ର ସିଫନିୟ ଯାଜକକୁ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ନିକଟକୁ ଏକ ବାର୍ତ୍ତା ଦେଇ ପଠାଇଲେ। ସେମାନେ ଯିରିମିୟଙ୍କୁ ବିନୟ କରି କହିଲେ, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ତୁମ୍ଭେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର।”

ସେତେବେଳେ ଯିରିମିୟ କାରାଗାରରେ ବନ୍ଦୀ ନ ଥିଲେ। ତେଣୁ ସେ ନିଜ ଇଚ୍ଛାନୁସାରେ ସ୍ୱାଧୀନ ଭାବରେ ଯାତାୟାତ କରୁଥିଲେ। ଆଉ ମଧ୍ୟ ସେହି ସମୟରେ ଫାରୋର ସୈନ୍ୟ ମିଶରରୁ ବାହାରି ଯିହୁଦାକୁ ଆସିଲେ। ଏଣୁ ଯିରୁଶାଲମ ଦଖଲ କରିଥିବା କ‌‌ଲ୍‌‌ଦୀୟମାନେ ଏ ସମ୍ବାଦ ଶୁଣି ଯିରୁଶାଲମରୁ ଗ୍ଭଲିଗଲେ।

ସେତେବେଳେ ଭବିଷ୍ୟ‌ଦ୍‌ବକ୍ତା ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ହେ ଯିହୁଖଲ ଓ ସିଫନିୟ, ଯିହୁଦାର ରାଜା ସିଦିକିୟ ଆମ୍ଭକୁ ପଗ୍ଭରିବା ପାଇଁ ତୁମ୍ଭମାନଙ୍କୁ ପଠାଇଅଛି, ତୁମ୍ଭେମାନେ ତାଙ୍କୁ ଯାଇ କହିବ, ଦେଖ, ତୁମ୍ଭମାନଙ୍କ ସାହାଯ୍ୟ ପାଇଁ ଫାରୋର ଯେଉଁ ସୈନ୍ୟମାନେ ଆସିଛନ୍ତି, ସେମାନେ ନିଜ ଦେଶ ମିଶରକୁ ଫେରିଯିବେ। ପୁଣି କ‌‌ଲ୍‌‌ଦୀୟମାନେ ପୁନର୍ବାର ଆସି ଏହି ନଗର ବିରୁଦ୍ଧରେ ଯୁଦ୍ଧ କରିବେ ଓ ସେମାନେ ତାହାକୁ ଅଧିକାର କରି ଅଗ୍ନିରେ ଦ‌ଗ୍‌ଧ କରିବେ।’ ସଦାପ୍ରଭୁ ଏହି କଥା କହନ୍ତି, ‘କ‌‌ଲ୍‌‌ଦୀୟମାନେ ନିଶ୍ଚୟ ଆମ୍ଭମାନଙ୍କ ନିକଟରୁ ଗ୍ଭଲିଯିବେ, ତୁମ୍ଭେମାନେ ଏହି କଥା କହି ନିଜକୁ ଭୁଲାଅ ନାହିଁ। “ବାବିଲର ସୈନ୍ୟ ନିଶ୍ଚୟ ଆମ୍ଭ ସହିତ ରହିବେ।” କାରଣ ସେମାନେ ଯିବେ ନାହିଁ। 10 ହେ ଯିରୁଶାଲମ ନିବାସୀ, ତୁମ୍ଭେମାନେ କ‌‌ଲ୍‌‌ଦୀୟର ସମୁଦାୟ ସୈନ୍ୟଙ୍କୁ ପରାସ୍ତ କଲେ ହେଁ, ଅବଶିଷ୍ଟ ଆହତ ସୈନ୍ୟମାନେ ନିଜ ନିଜ ତମ୍ବୁରୁ ବାହାରି ଏହି ନଗରକୁ ଅଗ୍ନିରେ ଦ‌ଗ୍‌ଧ କରିବେ।’”

11 ଯେତେବେଳେ କ‌‌ଲ୍‌‌ଦୀୟମାନେ ଫାରୋର ସୈନ୍ୟମାନଙ୍କ ଭୟରେ ଯିରୁଶାଲମରୁ ଗ୍ଭଲି ଯାଇଥିଲେ, 12 ସେ ସମୟରେ ଯିରିମିୟ ଆପଣା ଲୋକମାନଙ୍କଠାରୁ ଆପଣାର ପ୍ରାପ୍ୟ ଅଂଶ ପାଇବା ପାଇଁ ବିନ୍ୟାମୀନ ପ୍ରଦେଶକୁ ଯିବା ନିମନ୍ତେ ଯିରୁଶାଲମରୁ ବାହାରିଲେ। 13 କିନ୍ତୁ ଯେତେବେଳେ ଯିରିମିୟ ବିନ୍ୟାମୀନ ପ୍ରଦେଶର ନଗର ଦ୍ୱାରରେ ପହଞ୍ଚିଲେ, ସେତେବେଳେ ପ୍ରହରୀଗଣଙ୍କ ଅଧ୍ୟକ୍ଷ, ହନାନିୟର ପୌତ୍ର, ଶେଲିମିୟର ପୁତ୍ର, ଯିରିୟ ତାଙ୍କୁ ବନ୍ଦୀ କରି କହିଲା, “ତୁମ୍ଭେ ଆମ୍ଭମାନଙ୍କୁ ପରିତ୍ୟାଗ କରି କ‌‌ଲ୍‌‌ଦୀୟମାନଙ୍କ ପକ୍ଷ ନେଇଅଛ।”

14 ସେତେବେଳେ ଯିରିମିୟ କହିଲେ, “ଏହା ମିଥ୍ୟା କଥା, ମୁଁ କ‌‌ଲ୍‌‌ଦୀୟମାନଙ୍କ ପକ୍ଷକୁ ଯାଉ ନାହିଁ।” ମାତ୍ର ଯିରିମିୟ ତାଙ୍କ କଥା ନ ଶୁଣି ତାଙ୍କୁ ବନ୍ଦୀ କରି ଅଧିପତିମାନଙ୍କ ନିକଟକୁ ନେଇଗଲା। 15 ଆଉ ସେହି ଅଧିପତିମାନେ ଯିରିମିୟଙ୍କ ଉପରେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ତାଙ୍କୁ ପ୍ରହାର କଲେ ଓ ଯୋନାଥନ୍ ଲେଖକ ଗୃହସ୍ଥିତ କାରାଗାରରେ ରଖିଲେ। କାରଣ ସେମାନେ ଯୋନାଥନ୍ ଗୃହକୁ କାରାଗାରରେ ପରିଣତ କରିଥିଲେ। 16 ସେହି ଲୋକମାନଙ୍କ ଦ୍ୱାରା ଯିରିମିୟ ଖଣାକାର କୋଠରୀରେ ବନ୍ଦୀ ହେଲେ ଓ କ୍ଷୁଦ୍ର କୋଠରୀରେ ଅନେକ ଦିନ ରହିଲେ।

17 ତାହାପରେ ସିଦିକିୟ ରାଜା ଲୋକ ପଠାଇ ତାହାକୁ ଅଣାଇଲା। ଆଉ ରାଜା ନିଜ ଗୃହରେ ଗୋପନରେ ତାଙ୍କୁ ପଗ୍ଭରିଲେ, “ସଦାପ୍ରଭୁଙ୍କ ନିକଟରୁ କୌଣସି ବାକ୍ୟ ଆସିଅଛି କି?”

ଯିରିମିୟ ଉତ୍ତର କଲେ, “ହଁ, ସଦାପ୍ରଭୁଙ୍କଠାରୁ ବାର୍ତ୍ତା ଆସିଅଛି। ଆଉ ତୁମ୍ଭେ ବାବିଲ ରାଜା ହସ୍ତରେ ସମର୍ପିତ ହେବ।” 18 ଆଉ ଯିରିମିୟ ସିଦିକିୟ ରାଜାଙ୍କୁ କହିଲେ, “ଆପଣଙ୍କ ବିରୁଦ୍ଧରେ, ଆପଣଙ୍କ ଦାସଗଣ ବିରୁଦ୍ଧରେ ଅବା ଏହି ଲୋକମାନଙ୍କ ବିରୁଦ୍ଧରେ ମୁଁ କି ପାପ କରିଅଛି ଯେ ଆପଣମାନେ ମୋତେ କାରାଗାରରେ ରଖିଅଛନ୍ତି? 19 ଆପଣମାନେ ଯେଉଁ ଭବିଷ୍ୟ‌ଦ୍‌ବକ୍ତାମାନେ ଆପଣମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କହିଲେ, ‘ବାବିଲର ରାଜା ଆପଣମାନଙ୍କ ବିରୁଦ୍ଧରେ ଓ ଏହି ଦେଶ ବିରୁଦ୍ଧରେ ଆସିବେ ନାହିଁ, ସେମାନେ ଏବେ କାହାନ୍ତି?’ 20 କିନ୍ତୁ ବର୍ତ୍ତମାନ ହେ ମୋର ପ୍ରଭୁ, ମହାରାଜ, ମୋର ଅନୁରୋଧ ରକ୍ଷାକରି ମୋର କଥା ଶ୍ରବଣ କରନ୍ତୁ, ଆପଣ ଯୋନାଥନ୍ ଲେଖକର ଗୃହକୁ ମୋତେ ପୁନର୍ବାର ପଠାନ୍ତୁ ନାହିଁ। ତାହାହେଲେ ସେଠାରେ ମୁଁ ମରିଯିବି। ମୁଁ ନିବେଦନ କରୁଛି, ମୋର ଏହି ଅନୁରୋଧ ଆପଣଙ୍କ ଛାମୁରେ ଗ୍ରାହ୍ୟ ହେଉ।”

21 ତେଣୁ ସିଦିକିୟ ରାଜାଙ୍କ ଆଜ୍ଞାନୁସାରେ ଲୋକମାନେ ଯିରିମିୟଙ୍କୁ ପ୍ରହରୀ ପ୍ରାଙ୍ଗଣରେ ରଖିଲେ। ପୁଣି ନଗରରେ ସବୁ ରୋଟୀ ଶେଷ ନ ହେବା ପର୍ଯ୍ୟନ୍ତ ରୋଟୀବାଲାଙ୍କ ପଲ୍ଲୀରୁ ଗୋଟିଏ ଲେଖାଏଁ ରୋଟୀ ପ୍ରତିଦିନ ତାହାଙ୍କୁ ଦେଲେ। ଏହି ପ୍ରକାର ଯିରିମିୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center