Beginning
4 ସଦାପ୍ରଭୁ କହନ୍ତି,
“ହେ ଇସ୍ରାଏଲ ଯଦି ତୁମ୍ଭେ ଫେରି ଆସିବାକୁ ଇଚ୍ଛା କରୁଛ,
ତେବେ ମୋ’ ନିକଟକୁ ଫେରି ଆସ।
ଯଦି ତୁମ୍ଭେ ସମସ୍ତ ମୂର୍ତ୍ତି ମୋ’ ଚକ୍ଷୁ ସମ୍ମୁଖରୁ ଫିଙ୍ଗିଦିଅ
ଓ ବିପଥଗାମୀ ହୁଅ ନାହିଁ।
2 ଯଦି ତୁମ୍ଭେ ସେହିସବୁ କରିବ, ତେବେ ତୁମ୍ଭକୁ ସଦାପ୍ରଭୁଙ୍କ ନାମରେ ଶପଥ କରି କହିବାକୁ ପଡ଼ିବ ଯେ
‘ସଦାପ୍ରଭୁ ଜୀବିତ।’
ଆଉ ତୁମ୍ଭେ ଏସବୁ ସତ୍ୟ, ନ୍ୟାୟ ଓ ଧାର୍ମିକତାରେ ସେ ସବୁ କହିବାକୁ କ୍ଷମ ହେବ।
ତାହାଦ୍ୱାରା ନାନାଦେଶୀୟମାନେ ସଦାପ୍ରଭୁଙ୍କର ଆଶୀର୍ବାଦର ପାତ୍ର ହେବେ।
ସେମାନେ ଗର୍ବର ସହିତ କହିବେ ସଦାପ୍ରଭୁ ତାହା କରିଛନ୍ତି।”
3 କାରଣ ସଦାପ୍ରଭୁ ଯିହୁଦା ଓ ଯିରୁଶାଳମର ଲୋକମାନଙ୍କୁ ଏହିକଥା କହନ୍ତି,
“ତୁମ୍ଭେମାନେ ନିଜ ପାଇଁ ପଡ଼ିଆ ଭୂମି ପ୍ରସ୍ତୁତ କର
ଓ କଣ୍ଟାବଣ ମଧ୍ୟରେ ବୀଜ ବୁଣ ନାହିଁ।
4 ହେ ଯିହୁଦା ଓ ଯିରୁଶାଲମର ନିବାସୀଗଣ,
ତୁମ୍ଭେମାନେ ସଦାପ୍ରଭୁଙ୍କ ପାଇଁ ନିଜକୁ ସୁନ୍ନତ କର।
ତୁମ୍ଭମାନଙ୍କର ହୃଦୟରୁ
ଆବିଳତାକୁ ଦୂର କର।
ତା’ ନ ହେଲେ ତୁମ୍ଭମାନଙ୍କର ଦୁଷ୍କର୍ମ ଯୋଗୁଁ
ଆମ୍ଭର କ୍ରୋଧ ଅଗ୍ନିତୁଲ୍ୟ ପ୍ରଜ୍ୱଳିତ ହେବ।
ଓ ସେହି କ୍ରୋଧାଗ୍ନିରେ ତୁମ୍ଭେମାନେ ଭସ୍ମୀଭୂତ ହେବ।
କେହି ତାହାକୁ ଲିଭାଇ ପାରିବା ପାଇଁ ସକ୍ଷମ ହେବ ନାହିଁ।”
ଉତ୍ତରରୁ ମହା ବିନାଶ ଆସିବ
5 “ତୁମ୍ଭେମାନେ ଯିହୁଦାର ଲୋକମାନଙ୍କୁ ଏହି ବାର୍ତ୍ତା ଦିଅ
ଓ ଯିରୁଶାଲମରେ ଏହିକଥା ପ୍ରଗ୍ଭର କର।
‘ସମଗ୍ର ଦେଶରେ ତୂରୀ ବଜାଅ’
ଓ ଉଚ୍ଚସ୍ୱରରେ ଚିତ୍କାର କର,
‘ତୁମ୍ଭେମାନେ ଏକତ୍ରିତ ହୁଅ।
ଆଉ କୁହ, ଆସ ସୁଦୃଢ଼ ନଗରକୁ ପଳାଇବା।’
6 ସିୟୋନଆଡ଼େ ଧ୍ୱଜା ଉଠାଅ।
ଜୀବନ ରକ୍ଷା ପାଇଁ ପଳାୟନ କର।
ଅପେକ୍ଷା କର ନାହିଁ,
କାରଣ ଆମ୍ଭେ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆଣିବା।”
7 ଏକ ସିଂହ ନିଜ ଗହ୍ୱରରୁ ବାହାରିଅଛି।
ନାନା ଦେଶୀୟମାନଙ୍କର ବିନାଶକ ଆସୁଅଛି।
ତୁମ୍ଭର ନଗରସବୁ ଧ୍ୱଂସ ହେବ, ଆଉ ସେଗୁଡ଼ିକ ଜନଶୂନ୍ୟ ହେବ।
ଏଥିପାଇଁ ସେ ନିଜ ସ୍ଥାନରୁ ବାହାରି
ତୁମ୍ଭର ଦେଶକୁ ଉଜାଡ଼ିବାକୁ ଆସୁଛନ୍ତି।
8 ତେଣୁ ତୁମ୍ଭେମାନେ ଚଟବସ୍ତ୍ର ପରିଧାନ କରି ବିଳାପ ଓ ହାହାକାର କର।
କାରଣ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଆମ୍ଭମାନଙ୍କ ଉପରେ ରହିଅଛି।”
9 ସେହି ଦିନ ସଦାପ୍ରଭୁ କହିଲେ,
“ରାଜା ଓ ତାଙ୍କର ଅଧିପତିଗଣ ସାହସ ହରାଇବେ।
ଯାଜକଗଣ ଭୟଭୀତ ହେବେ
ଓ ଭବିଷ୍ୟଦ୍ବକ୍ତାମାନେ କ’ଣ କହିବାକୁ ହେବ ଜାଣି ପାରିବେ ନାହିଁ।”
10 ଏଥିରେ ମୁଁ, ଯିରିମିୟ କହିଲି, “ହେ ସଦାପ୍ରଭୁ ମୋର ପ୍ରଭୁ, ତୁମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ପ୍ରକୃତରେ ଭ୍ରାନ୍ତିରେ ପକାଇଛ। ତୁମ୍ଭେ ସେମାନଙ୍କୁ କହିଛ, ‘ତୁମ୍ଭେମାନେ ଶାନ୍ତି ପାଇବ।’ କିନ୍ତୁ ସେମାନଙ୍କ ଗଳା ପାଖରେ ଖଡ଼୍ଗ ଅଛି।”
11 ସେହି ସମୟରେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କ ପାଖକୁ
ଏହି ବାର୍ତ୍ତା ଆସିବ,
“ପ୍ରାନ୍ତରସ୍ଥ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀରୁ
ଆମ୍ଭ ଲୋକମାନଙ୍କ ଆଡ଼କୁ ଉଷ୍ମବାୟୁ ଆସୁଅଛି।
ତାହା ଶସ୍ୟରୁ ତୁଷ ଝାଡ଼ିବା ପାଇଁ
ଧୀର ବାୟୁ ନୁହେଁ।
12 ଏହାଠାରୁ ଏକ ଶକ୍ତିଶାଳୀ ବାୟୁ
ଆମ୍ଭ ପାଖକୁ ଆସୁଛି।
ବର୍ତ୍ତମାନ ଯିହୁଦାର ଲୋକମାନଙ୍କ ବିରୁଦ୍ଧରେ
ଆମ୍ଭେ ଆପଣା ଦଣ୍ଡ ଘୋଷଣା କରୁଅଛୁ।”
13 ଦେଖ, ସେ ମେଘଖଣ୍ଡ ସଦୃଶ ଆସୁଅଛି।
ତାହାର କଥାଗୁଡ଼ିକ ଘୂର୍ଣ୍ଣିବାୟୁ ସଦୃଶ
ଓ ତାହାର ଅସ୍ତ୍ରଗୁଡ଼ିକ ଉତ୍କ୍ରୋଶପକ୍ଷୀଠାରୁ ଅଧିକ ଦ୍ରୁତଗାମୀ ହେବେ।
ଏହା ଆମ୍ଭମାନଙ୍କ ପାଇଁ ବହୁ ଅମଙ୍ଗଳ ହେବ
ଓ ଆମ୍ଭେମାନେ ବିନଷ୍ଟ ହେବା।
14 ହେ ଯିରୁଶାଲମ ନିବାସୀଗଣ!
ଉଦ୍ଧାର ପାଇବା ନିମନ୍ତେ ନିଜ ନିଜ ହୃଦୟରୁ ଅମଙ୍ଗଳକୁ ଧୋଇ ଦିଅ।
ହୃଦୟକୁ ନିର୍ମଳ ଓ ପବିତ୍ର କର,
ଆଉ ମନ୍ଦ କଳ୍ପନା ତୁମ୍ଭମାନଙ୍କ ମଧ୍ୟରେ ସ୍ଥାନ ଦିଅ ନାହିଁ।
15 ହଁ ତୁମ୍ଭେ ଯତ୍ନ ସହକାରେ ଶୁଣିବା ଉଚିତ୍,
କାରଣ ଦାନରୁ ଏକ ସ୍ୱର ଶୁଣାଯିବ
ଏବଂ ଇଫ୍ରୟିମ ପର୍ବତରୁ
ଏକ ଦୁଃସମ୍ବାଦ ଆସୁଅଛି।
16 “ତୁମ୍ଭେମାନେ ନାନାଦେଶୀୟମାନଙ୍କୁ ଜଣାଅ,
ଯିରୁଶାଲମ ବିରୁଦ୍ଧରେ ଘୋଷଣା କର।
ଦୂର ଦେଶରୁ ଶତ୍ରୁମାନେ ଆସୁଛନ୍ତି।
ସେମାନେ ଯିହୁଦାର ନଗରଗୁଡ଼ିକ ବିରୁଦ୍ଧରେ ରଣହୁଙ୍କାର ଛାଡ଼ୁଛନ୍ତି।
17 ସେମାନେ ଶସ୍ୟକ୍ଷେତ୍ର ଜଗୁଆଳି ସଦୃଶ
ଯିରୁଶାଲମକୁ ଗ୍ଭରିଆଡ଼େ ଘେରି ରହିଛନ୍ତି।
କାରଣ ସଦାପ୍ରଭୁ କହନ୍ତି,
ସେମାନେ ଆମ୍ଭର ବିଦ୍ରୋହାଗ୍ଭରିଣୀ ହୋଇଅଛନ୍ତି।”
18 “ତୁମ୍ଭର ଆଚରଣ ଓ ତୁମ୍ଭର କ୍ରିୟାସବୁ
ତୁମ୍ଭ ପ୍ରତି ଦୁଃଖ ଘଟାଇଅଛି।
ସେହି ମନ୍ଦ କ୍ରିୟା ତୁମ୍ଭର ଜୀବନକୁ ଦୁଃସହ କରିଛି।
ଏହା ଅତ୍ୟନ୍ତ ତିକ୍ତ ଓ ମର୍ମଭେଦକ।”
ଯିରିମିୟଙ୍କ ବିଳାପ
19 ହାୟ, ହାୟ, ମୋର ଦୁଃଖ ଓ ମୋର ବ୍ୟସ୍ତତା
ମୋର ଅନ୍ତନାଡ଼ିକୁ ବ୍ୟଥିତ କରୁଅଛି।
ମୁଁ ହୃଦୟରେ ଅସ୍ଥିରତା ଅନୁଭବ କରୁଅଛି।
ମୁଁ ସ୍ଥିର ରହିପାରୁ ନାହିଁ,
କାରଣ ମୁଁ ସେହି ତୂରୀ ଶବ୍ଦ
ଓ ଯୁଦ୍ଧର ନାଦ ଶୁଣିପାରୁଛି।
20 ବିନାଶ ପରେ ବିନାଶର ଖବର ଆସୁଅଛି।
କାରଣ ସମଗ୍ର ଦେଶ ବିନଷ୍ଟ ହେଉଅଛି।
ମୁହୂର୍ତ୍ତକ ମଧ୍ୟରେ ମୋର ତମ୍ବୁ
ଓ ନିମିଷକ ମଧ୍ୟରେ ମୋହର ଯବନିକା ସବୁ ଧ୍ୱଂସ ପାଇବ।
21 ହେ ପ୍ରଭୁ, ମୁଁ କେତେକାଳ ପତାକା ଦେଖିବି
ଓ ତୂରୀର ଶବ୍ଦ ଶୁଣିବି?
22 ପରମେଶ୍ୱର କହିଲେ, “ମୋର ଲୋକମାନେ ନିର୍ବୋଧ
ଏବଂ ସେମାନେ ମୋତେ ଜାଣନ୍ତି ନାହିଁ।
ସେମାନେ ନିର୍ବୋଧ ସନ୍ତାନ ତୁଲ୍ୟ,
ସେମାନଙ୍କର ଅର୍ନ୍ତଦୃଷ୍ଟି ନାହିଁ।
ସେମାନେ କୁକର୍ମ କରିବାରେ ଧୂରନ୍ଧର।
ମାତ୍ର ସୁକର୍ମ କିପରି କରିବାକୁ ହୁଏ ସେମାନେ ଜାଣନ୍ତି ନାହିଁ।”
ବିନାଶ ଆସୁଛି
23 ମୁଁ ପୃଥିବୀ ଉପରେ ଦୃଷ୍ଟିପାତ କଲି,
ଦେଖିଲି ତାହା ନିର୍ଜ୍ଜନ ଓ ଶୂନ୍ୟ ଥିଲା।
ପୁଣି ଆକାଶମଣ୍ଡଳକୁ ଦୃଷ୍ଟି ନିକ୍ଷେପ କରି ଦେଖିଲି
ସେଠାରେ ଆଲୋକ ନ ଥିଲା।
24 ମୁଁ ପର୍ବତମାଳାକୁ ଅନାଇ ଦେଖିଲି
ସେଗୁଡ଼ିକ କମ୍ପିତ ହେଉଥିଲେ
ଓ ଉପପର୍ବତଗୁଡ଼ିକ ଦୋହଲୁଥିଲେ।
25 ମୁଁ ଗ୍ଭହିଁ ଦେଖିଲି କୌଣସି ମନୁଷ୍ୟ ନ ଥିଲେ
ଓ ଆକାଶର ପକ୍ଷୀସବୁ ପଳାଇ ଯାଇଥିଲେ।
26 ମୁଁ ଦେଖିଲି ଉର୍ବର କ୍ଷେତ୍ରସବୁ ମରୁଭୂମିରେ ପରିଣତ ହେଲା
ଓ ସମସ୍ତ ନଗର ଧ୍ୱଂସ ପାଇଲା।
ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧ ଏହି ସମସ୍ତ ଧ୍ୱଂସର କାରଣ ଥିଲା।
27 ସଦାପ୍ରଭୁ ଏହି କଥା କହନ୍ତି,
“ସମଗ୍ର ଦେଶ ବନ୍ଧ୍ୟା ହେବ,
ମାତ୍ର ମୁଁ ସମ୍ପୂର୍ଣ୍ଣ ରୂପେ ଏହାକୁ ନିଃଶେଷ କରିବି ନାହିଁ।
28 ତେଣୁ ପୃଥିବୀବାସୀ ଶୋକ କରିବେ
ଓ ଉପରିସ୍ଥ ଆକାଶମଣ୍ଡଳ କୃଷ୍ଣବର୍ଣ୍ଣ ହେବ।
କାରଣ ଆମ୍ଭେ ଏହା କହିଅଛୁ ଓ ଆମ୍ଭେ ଏହା ମନରେ ସ୍ଥିର କରିଅଛୁ।
ଏଥିପାଇଁ ଆମ୍ଭେ ଅନୁତାପ କରିବୁ ନାହିଁ କି ଏଥିରୁ ବିରତ ହେବୁ ନାହିଁ।”
29 ଅଶ୍ୱାରୋହୀ ଓ ଧନୁର୍ଦ୍ଧାରୀଙ୍କ ଶବ୍ଦରେ
ସମଗ୍ର ନଗରବାସୀ ଭୟରେ ପଳାୟନ କରିବେ।
କେତେକ ଗୁମ୍ଫା ମଧ୍ୟରେ ଲୁଚିବେ,
କେତେକ ନିବିଡ଼ ଅରଣ୍ୟର
ବୁଦା ମଧ୍ୟରେ ଲୁଚିବେ
ଓ ଅନ୍ୟ କେତେକ ଶୈଳ ଉପରେ ଚଢ଼ିବେ।
ଯିହୁଦାର ସମସ୍ତ ନଗର ପରିତ୍ୟକ୍ତ ହୋଇ
ଜନଶୂନ୍ୟ ହେବ।
30 ଆଉ ତୁମ୍ଭେ ଯେତେବେଳେ ବିନଷ୍ଟ ହେବ
ସେତେବେଳେ ତୁମ୍ଭେ କ’ଣ କରିବ?
ତୁମ୍ଭେ କାହିଁକି ଲାଲ ରଙ୍ଗର ବସ୍ତ୍ର ପିନ୍ଧୁଛ
ଓ ସୁବର୍ଣ୍ଣ ଅଳଙ୍କାରରେ ନିଜକୁ ଭୂଷିତା କରୁଛ?
ତୁମ୍ଭେ ବୃଥାରେ ନିଜର ଚକ୍ଷୁରେ
ଅଞ୍ଜନ ଦେଇ ନିଜକୁ ସଜାଇଛ
ଓ ସୁନ୍ଦର କରୁଅଛ।
କାରଣ ଜାରପୁରୁଷମାନେ ମଧ୍ୟ ତୁମ୍ଭକୁ ଘୃଣା କରୁଛନ୍ତି
ଓ ତୁମ୍ଭ ପ୍ରାଣ ବିନାଶ କରିବାକୁ ଚେଷ୍ଟା କରୁଛନ୍ତି।
31 ପ୍ରସବକାରିଣୀ ସ୍ତ୍ରୀର ରବପରି
ଓ ପ୍ରଥମ ସନ୍ତାନ ପ୍ରସବକାଳୀନ ବେଦନା ପରି
ସିୟୋନ କନ୍ୟାର ରବ ଆମ୍ଭେ ଶୁଣିଅଛୁ।
ସେ ଦୀର୍ଘନିଶ୍ୱାସ ଛାଡ଼ି ଓ ଆପଣା ହସ୍ତ ପ୍ରସାରଣ କରି କହୁଅଛି,
“ହାୟ, ହାୟ!
ହତ୍ୟାକାରୀମାନଙ୍କ ଆଗରେ ମୋର ପ୍ରାଣ ମୂର୍ଚ୍ଛିତ ହେଲା।”
ଯିହୁଦାବାସୀଙ୍କ ଦୁରାବସ୍ଥା
5 ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଯିରୁଶାଲମର ସବୁ ସଡ଼କରେ ବୁଲି ଦେଖ, ଗ୍ଭରିଆଡ଼କୁ ଗ୍ଭହିଁ ବୁଝ। ତହିଁର ଛକସ୍ଥାନ ସବୁ ଖୋଜ। ଯଦି ତୁମ୍ଭେମାନେ ଜଣେ ନ୍ୟାୟପରାୟଣ ଓ ସତ୍ୟାନୁସରଣକାରୀକୁ ପାଇବ, ତେବେ ଆମ୍ଭେ ସେ ନଗରକୁ କ୍ଷମା କରିବା। 2 ସେମାନେ, ‘ଜୀବତ୍ ସଦାପ୍ରଭୁ’ କହିଲେ ହେଁ ନିତାନ୍ତ ମିଥ୍ୟାରେ ଶପଥ କରନ୍ତି।”
3 ହେ ସଦାପ୍ରଭୁ, ମୁଁ ଜାଣୁଛି, ତୁମ୍ଭେ ସେମାନଙ୍କୁ
ସତ୍ୟ ଓ ବିଶ୍ୱସ୍ତ ହେବାକୁ ଗ୍ଭହଁ।
ସେମାନଙ୍କୁ ପ୍ରହାର କରିଅଛ।
ମାତ୍ର ସେମାନେ ଅନୁତପ୍ତ ନୁହନ୍ତି।
ତୁମ୍ଭେ ସେମାନଙ୍କୁ ଜୀର୍ଣ୍ଣ କରିଅଛ।
ମାତ୍ର ସେମାନେ ଶାସ୍ତି ଗ୍ରହଣ କରିବାକୁ ଅସ୍ୱୀକାର କରିଅଛନ୍ତି।
ସେମାନେ ନିଜ ନିଜ ମୁଖ ପାଷାଣଠାରୁ ଅଧିକ କଠିନ କରିଅଛନ୍ତି।
ସେମାନେ କୁପଥରୁ ଫେରିବାକୁ ଇଚ୍ଛା କରି ନାହାନ୍ତି।
4 ତେଣୁ ମୁଁ ନିଜକୁ କହିଲି,
“ନିଶ୍ଚୟ ସେମାନେ ଦରିଦ୍ର, ଏବଂ ନିର୍ବୋଧ,
କାରଣ ସେମାନେ ସଦାପ୍ରଭୁଙ୍କର ପଥ
କିଅବା ତାଙ୍କର ଶିକ୍ଷା ଜାଣନ୍ତି ନାହିଁ।
5 ମୋତେ ଧନୀ ଲୋକମାନଙ୍କ ପାଖକୁ ଯିବାକୁ
ଏବଂ କଥାବାର୍ତ୍ତା ହେବାକୁ ଦିଅ।
କାରଣ ସେମାନେ ହିଁ ସଦାପ୍ରଭୁଙ୍କର ପଥ
ଏବଂ ସେମାନଙ୍କର ପରମେଶ୍ୱରଙ୍କର ବ୍ୟବସ୍ଥା ଜାଣନ୍ତି।”
କିନ୍ତୁ ଏମାନେ ଏକତ୍ର ହୋଇ ଯୁଆଳି ଭାଙ୍ଗି ଅଛନ୍ତି
ଓ ବନ୍ଧନସବୁକୁ ଛିଣ୍ଡାଇ ପକାଇ ଅଛନ୍ତି।
6 ସେମାନେ ପରମେଶ୍ୱରଙ୍କ ବିରୁଦ୍ଧାଚରଣ କରିଛନ୍ତି।
ତେଣୁ ବନରୁ ଏକ ସିଂହ ବାହାରି ସେମାନଙ୍କୁ ବଧ କରିବ
ଓ ସନ୍ଧ୍ୟା କାଳୀନ ଗଧିଆସେମାନଙ୍କୁ ବିନାଶ କରିବ।
ଚିତାବାଘ ସେମାନଙ୍କ ନଗର ସମୂହ ନିକଟରେ ଛକି ରହିବ।
ଯେଉଁ ଲୋକ ନଗରରୁ ବାହାରିବ, ସେ ତାକୁ ବିଦୀର୍ଣ୍ଣ କରିବ।
କାରଣ ସେମାନେ ବହୁ ଅପରାଧ କରିଛନ୍ତି
ଓ ସେମାନେ ବହୁବାର ସଦାପ୍ରଭୁଙ୍କଠାରୁ ବିପଥଗାମୀ ହୋଇଛନ୍ତି।
7 ପରମେଶ୍ୱର ପୁଣି କହିଲେ, “ହେ ଯିହୁଦା, ତୁମ୍ଭେ ଗୋଟିଏ କାରଣ ଦିଅ, ଆମ୍ଭେ ତୁମ୍ଭକୁ କାହିଁକି କ୍ଷମା କରିବା?
ତୁମ୍ଭର ସନ୍ତାନମାନେ ଆମ୍ଭକୁ ପରିତ୍ୟାଗ କରିଛନ୍ତି।
ଯେଉଁମାନେ ଈଶ୍ୱର ନୁହନ୍ତି ସେମାନେ ସେମାନଙ୍କ ନାମରେ ଶପଥ କରିଛନ୍ତି।
ଆମ୍ଭେ ସେମାନଙ୍କୁ ସମସ୍ତ ଭୋଜନ ଦେଇ ପରିତୃପ୍ତ କରାଇଲେ
ମଧ୍ୟ ସେମାନେ ବ୍ୟଭିଗ୍ଭରୀ ହେଲେ।
ସେମାନେ ଦଳ ଦଳ ହୋଇ ବେଶ୍ୟାମାନଙ୍କ ଗୃହରେ ବହୁ ସମୟ ଅତିବାହିତ କଲେ।
8 ସେମାନେ ଏକ କାମୁକି ଘୋଡୀ ପରି ବୁଲନ୍ତି,
ପ୍ରତ୍ୟେକ ତା'ର ପଡ଼ୋଶୀର ସ୍ତ୍ରୀ ପ୍ରତି ଲୋଲୁପ ଦୃଷ୍ଟି ପକାନ୍ତି।”
9 ସଦାପ୍ରଭୁ କହନ୍ତି, “ଆମ୍ଭେ କ’ଣ ଏହିସବୁର ପ୍ରତିଫଳ ଦେବା ନାହିଁ?
ଆମ୍ଭେ କ’ଣ ଏ ପ୍ରକାର ଲୋକମାନଙ୍କ ପ୍ରତି ଦଣ୍ଡ ବିଧାନ କରି
ପ୍ରତିଶୋଧ ନେବା ନାହିଁ?
ହଁ, ଏହା ନିଶ୍ଚିତ ଯେ, ଏ ପ୍ରକାର ଲୋକ ଦଣ୍ଡ ପାଇବା ଯୋଗ୍ୟ।
10 “ତୁମ୍ଭେମାନେ ପ୍ରାଚୀର ଉପରକୁ ଯାଇ ଦ୍ରାକ୍ଷାଲତାର ଶାଖାସବୁ କାଟି ପକାଅ।
ମାତ୍ର ସେଗୁଡ଼ିକୁ ସମ୍ପୂର୍ଣ୍ଣ ବିନାଶ କର ନାହିଁ,
କାରଣ ସେ ସବୁ ସଦାପ୍ରଭୁଙ୍କର ନୁହେଁ।”
11 ସଦାପ୍ରଭୁ କହନ୍ତି,
“ଏହିପରି କର କାରଣ ଇସ୍ରାଏଲ ଓ ଯିହୁଦା ପରିବାର
ଆମ୍ଭ ବିରୁଦ୍ଧରେ ଅତ୍ୟନ୍ତ ପ୍ରତାରଣା କରିଅଛନ୍ତି।”
12 “ମିଥ୍ୟାରେ ସେମାନେ ସଦାପ୍ରଭୁଙ୍କର ବିଷୟରେ କହିଲେ,
‘ସଦାପ୍ରଭୁ ଆମ୍ଭମାନଙ୍କର କିଛି କରିବେ ନାହିଁ।
ଆମ୍ଭମାନଙ୍କ ପ୍ରତି କିଛି ଅମଙ୍ଗଳ ଘଟିବ ନାହିଁ
ଆଉ ଆମ୍ଭେମାନେ ଖଡ଼୍ଗ
କିଅବା ଦୁର୍ଭିକ୍ଷ ଦେଖିବା ନାହିଁ।’
13 ଆଉ ଭବିଷ୍ୟଦ୍ବକ୍ତାମାନେ ବାୟୁତୁଲ୍ୟ ହେବେ।
ସେମାନଙ୍କ ଅନ୍ତରରେ ପ୍ରଭୁଙ୍କର ବାକ୍ୟ ନାହିଁ।
ସେମାନଙ୍କ ପ୍ରତି ଅମଙ୍ଗଳ ଘଟିବ।”
14 ସୁତରାଂ ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର ଏହା କହନ୍ତି:
“ଯିରିମିୟ ଦେଖ, କାରଣ ଲୋକମାନେ ଏହିପରି କହିଥିଲେ,
ଆମ୍ଭେ ତୁମ୍ଭ ପାଟିରେ ଆମ୍ଭର ଶବ୍ଦସବୁ ରଖିଅଛୁ
ଏବଂ ଏହା ଅଗ୍ନି ତୁଲ୍ୟ ହେବ।
ଏହି ଦେଶ କାଠ ସଦୃଶ ଅଗ୍ନି ସେମାନଙ୍କୁ ପୋଡ଼ିଦେବ।”
15 ସଦାପ୍ରଭୁ କହନ୍ତି, ହେ ଇସ୍ରାଏଲ ବଂଶ,
“ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଦୂରରୁ ଏକ ଗୋଷ୍ଠୀକୁ ଆଣିବା
ସେ ଏକ ବଳବାନ୍ ଗୋଷ୍ଠୀ
ଓ ପ୍ରାଚୀନ ଗୋଷ୍ଠୀ।
ସେ ଗୋଷ୍ଠୀର ଭାଷା ତୁମ୍ଭେମାନେ ଜାଣ ନାହିଁ।
ଆଉ ସେମାନଙ୍କର କଥା ତୁମ୍ଭେମାନେ ବୁଝିପାରିବ ନାହିଁ।
16 ସେମାନଙ୍କର ତୂଣୀର ଖୋଲା କବର ସଦୃଶ,
ସେମାନେ ସମସ୍ତେ ବୀର ସୈନିକ।
17 ସେମାନେ ତୁମ୍ଭମାନଙ୍କର ସଂଗୃହୀତ ଶସ୍ୟ
ଓ ରୋଟୀ ଭକ୍ଷ୍ୟଣ କରିବେ।
ସେମାନେ ତୁମ୍ଭମାନଙ୍କ ପୁତ୍ରକନ୍ୟା ଗଣଙ୍କୁ ଭକ୍ଷ୍ୟଣ କରିବେ।
ସେମାନେ ସେମାନଙ୍କର ମେଷ ଓ ଗାଈ ଗୁଡ଼ିକ ଭକ୍ଷ୍ୟଣ କରିବେ।
ସେମାନେ ମଧ୍ୟ ତୁମ୍ଭମାନଙ୍କର ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ଗ୍ରାସ କରିବେ।
ଆଉ ତୁମ୍ଭେମାନେ ଯେଉଁ ସୁଦୃଢ଼ ନଗର ଉପରେ ବିଶ୍ୱାସ କରିଅଛ,
ସେମାନେ ସେହିସବୁକୁ ଖଡ଼୍ଗରେ ଧ୍ୱଂସ କରିବେ।”
18 ମାତ୍ର ସଦାପ୍ରଭୁ କହନ୍ତି, “ହେ ଯିହୁଦା ଏପରିକି ଯେତେବେଳେ ସେହି ଭୟଙ୍କର ସମୟ ଆସିବ, ଆମ୍ଭେ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ନାହିଁ। 19 ଆଉ ତୁମ୍ଭେମାନେ ଯେତେବେଳେ ଯିରିମିୟଙ୍କୁ କହିବ, ‘ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର, କେଉଁ କାରଣରୁ ଆମ୍ଭମାନଙ୍କ ପ୍ରତି ଏହିସବୁ କରିଅଛନ୍ତି।’ ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, ‘ଯେଉଁପ୍ରକାରେ ତୁମ୍ଭେମାନେ ମୋତେ ପରିତ୍ୟାଗ କରିଅଛ ଏବଂ ମୂର୍ତ୍ତିଗଣର ସେବା କରିଅଛ, ସେହିପରି ଭାବରେ ତୁମ୍ଭେମାନେ ବିଦେଶରେ ବିଦେଶୀୟମାନଙ୍କର ସେବା କରିବ।’
20 ସଦାପ୍ରଭୁ କହିଲେ, “ତୁମ୍ଭେମାନେ ଯାକୁବ ବଂଶକୁ ଏ କଥା ଜଣାଅ
ଓ ଯିହୁଦା ମଧ୍ୟରେ ପ୍ରଗ୍ଭର କରି କୁହ।
21 ‘ହେ ଅଜ୍ଞାନ ଓ ବୁଦ୍ଧିହୀନ ଲୋକେ,
ତୁମ୍ଭେମାନେ ଚକ୍ଷୁ ଥାଉ ଥାଉ ଦେଖୁ ନାହଁ,
କର୍ଣ୍ଣ ଥାଉ ଥାଉ ଶୁଣୁ ନାହଁ।
ଏବେ ଏହି କଥା ତୁମ୍ଭେମାନେ ଶୁଣ।
22 ନିଶ୍ଚିତଭାବରେ ତୁମ୍ଭେମାନେ ଆମ୍ଭକୁ ଭୟ କରିବାର କାରଣ ଅଛି,”
ସଦାପ୍ରଭୁ କହନ୍ତି।
“ହଁ, ତୁମ୍ଭେମାନେ ଆମ୍ଭ ସମ୍ମୁଖରେ ଭୟରେ ଥରିବାର କାରଣ ଅଛି।
ଆମ୍ଭେ ବାଲୁକାସ୍ତୁପ ସ୍ଥାପନ କଲୁ,
ଯେପରି ସମୁଦ୍ର ତା'ର ସୀମା ଲଙ୍ଘନ ନ କରିବ।
ସମୁଦ୍ରରେ ଢେଉ ଉଠେ ଏବଂ ଏହାର କୌଣସି କ୍ଷତି କରେ ନାହିଁ।
ଏହା ଘୋର ଗର୍ଜନ କରେ, ମାତ୍ର ଆମ୍ଭେ ସ୍ଥାପନ କରିଥିବା ସୀମା ଲଙ୍ଘନ କରେ ନାହିଁ।
23 ମାତ୍ର ଯିହୁଦାର ଲୋକମାନେ ଅବାଧ୍ୟ ଓ ପ୍ରତିକୂଳାଗ୍ଭରୀ।
ସେମାନେ ସର୍ବଦା ଆମ୍ଭ ବିରୁଦ୍ଧରେ ଯୋଜନା କରିଛନ୍ତି
ଓ ଆମ୍ଭଠାରୁ ଦୂରେଇ ଯାଇଅଛନ୍ତି।
24 ସେମାନେ କେବେ କହିବେ ନାହିଁ ଯେ,
‘ଆମ୍ଭର ସଦାପ୍ରଭୁ ଯଥା ସମୟରେ ଆମ୍ଭମାନଙ୍କୁ ଆଦ୍ୟ ଓ ଶେଷ ବୃଷ୍ଟି ପ୍ରଦାନ କରିଛନ୍ତି
ଓ ଶସ୍ୟ ଚ୍ଛେଦନ ପାଇଁ ଆମ୍ଭମାନଙ୍କ ନିମନ୍ତେ ନିରୂପିତ ସପ୍ତାହମାନ ରକ୍ଷା କରିଛନ୍ତି,
ଆସ ଏବେ ଆମ୍ଭେମାନେ ସେହି ସଦାପ୍ରଭୁଙ୍କୁ ଭୟ ଓ ଭକ୍ତି କରିବା।’
25 ତୁମ୍ଭମାନଙ୍କର ଅଧର୍ମ ଏହିସବୁ ଅମଙ୍ଗଳ ଘଟାଇଅଛି।
ତୁମ୍ଭମାନଙ୍କର ପାପ ସଦାପ୍ରଭୁଙ୍କ ମଙ୍ଗଳ ପଦାର୍ଥ ଉପଭୋଗରୁ ତୁମ୍ଭମାନଙ୍କୁ ନିବୃତ୍ତ କରିଅଛି।
26 କାରଣ ଆମ୍ଭ ଲୋକମାନଙ୍କ ମଧ୍ୟରେ
କେତେକ ଦୁଷ୍ଟ ଲୋକ ଅଛନ୍ତି।
ସେମାନେ ବ୍ୟାଧ ତୁଲ୍ୟ ଫାଶ ବସାନ୍ତି
ଓ ଲୋକମାନଙ୍କୁ ସେହି ଫାନ୍ଦରେ ପକାନ୍ତି।
27 ଯେପରି ପିଞ୍ଜରା ପକ୍ଷୀରେ ପରିପୂର୍ଣ୍ଣ
ସେହିପରି ସେମାନଙ୍କ ଗୃହ ଛଳନାରେ ପୂର୍ଣ୍ଣ।
ଏହି ମିଥ୍ୟା ଯୋଗୁଁ ସେମାନେ ଉନ୍ନତ ଓ ଧନବନ୍ତ ହୋଇଛନ୍ତି।
28 ସେମାନେ ଅଧିକରୁ ଅଧିକ ମୋଟା ହୁଅନ୍ତି
ଏବଂ ଦୁଷ୍କର୍ମ କରିବାର ସୀମା ପାର କରି ଯାଆନ୍ତି।
ସେମାନେ ଅନାଥମାନଙ୍କର ମକଦ୍ଦମାରେ ନ୍ୟାୟୋଚିତ ବିଗ୍ଭର କରନ୍ତି ନାହିଁ,
କାଳେ ଅନାଥମାନେ ଉନ୍ନତି କରି ପାରନ୍ତି।
ସେମାନେ ଗରିବମାନଙ୍କର ଅଧିକାର ପାଇଁ ପ୍ରତିପକ୍ଷ କରନ୍ତି ନାହିଁ।”
29 ତେଣୁ ସଦାପ୍ରଭୁ କହନ୍ତି,
“ଆମ୍ଭେ କ’ଣ ଏହିସବୁ ପାଇଁ ସେମାନଙ୍କୁ ଦଣ୍ଡ ଦେବା ନାହିଁ?
ଆମ୍ଭର ପ୍ରାଣ କ’ଣ ଏହିସବୁ ଲୋକମାନଙ୍କଠାରୁ
ପରିଶୋଧ ନେବ ନାହିଁ?”
30 ପୁଣି ସଦାପ୍ରଭୁ କହନ୍ତି,
“ଏକ ଭୟଙ୍କର ଓ ମର୍ମନ୍ତୁକ ଘଟଣା ଦେଶ ମଧ୍ୟରେ ଘଟିଅଛି।
31 ଭବିଷ୍ୟଦ୍ବକ୍ତାମାନେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରନ୍ତି
ଓ ସେମାନଙ୍କ ନିର୍ଦ୍ଦେଶାନୁସାରେ ଯାଜକମାନେ କାର୍ଯ୍ୟ କରନ୍ତି।
ପୁଣି ଆମ୍ଭର ଲୋକମାନେ ଏପରି ହେବାକୁ ଭଲ ପାଆନ୍ତି।
ମାତ୍ର ତୁମ୍ଭ ଲୋକମାନେ ଶେଷରେ ଦଣ୍ଡ ସମୟରେ କ’ଣ କରିବେ?
ଶତ୍ରୁଗଣ ଯିରୁଶାଲମକୁ ଅବରୋଧ କରନ୍ତି
6 ହେ ବିନ୍ୟାମୀନ ସନ୍ତାନଗଣ, ତୁମ୍ଭେମାନେ ରକ୍ଷା ପାଇବା ପାଇଁ
ଯିରୁଶାଲମରୁ ପଳାୟନ କର।
ତିକୋୟ ନଗରରେ ତୂରୀ ବଜାଅ
ଓ ବୈଥ୍ହକେରମରେ ଧ୍ୱଜା ଟେକ।
କାରଣ ଉତ୍ତର ଦିଗରୁ ଅମଙ୍ଗଳ
ଓ ମହାବିନାଶ ଆସୁଅଛି।
2 ହେ ସୁନ୍ଦରୀ ଓ ସୁକୁମାରୀ ସିୟୋନ କନ୍ୟା,
ଆମ୍ଭେ ତୁମ୍ଭକୁ ଧ୍ୱଂସ କରିବା।
3 ମେଷପାଳକମାନେ ଆପଣା ଆପଣା ପଲ ସଙ୍ଗରେ ନେଇ
ତାହା ପାଖକୁ ଆସିବେ,
ସେମାନେ ତାହା ବିରୁଦ୍ଧରେ ଚତୁର୍ଦ୍ଦିଗରେ ନିଜ ନିଜ ତମ୍ବୁ ସ୍ଥାପନ କରିବେ।
ପ୍ରତ୍ୟେକ ନିଜ ନିଜ ସ୍ଥାନରେ ପଲ ଚରାଇବେ।
4 “ତୁମ୍ଭେମାନେ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ।
ଉଠ, ଆମ୍ଭେମାନେ ମଧ୍ୟାହ୍ନରେ ଆକ୍ରମଣ କରିବା।
ହାୟ, କାରଣ ଦିନର ଅବସାନ ହେଉଅଛି।
ସନ୍ଧ୍ୟାକାଳର ଛାୟା ଦୀର୍ଘ ହେଉଅଛି।
5 ତେଣୁ ଉଠ, ଆସ ଆମ୍ଭେମାନେ ରାତ୍ରିରେ ଆକ୍ରମଣ କରିବା
ଓ ରାଜପ୍ରାସାଦଗୁଡ଼ିକୁ ଧ୍ୱଂସ କରିବା।”
6 କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି,
“ବୃକ୍ଷସବୁ କାଟ ଏବଂ ରାସ୍ତାରୋଧକ କାଠଗଣ୍ଡି
ଯିରୁଶାଲମ ବିରୁଦ୍ଧରେ ନିର୍ମାଣ କର।
ସେହି ନଗର ପ୍ରତିଫଳ ପାଇବାର ଯୋଗ୍ୟ।
ତାହାର ଭିତର ସମ୍ପୂର୍ଣ୍ଣ ଉପଦ୍ରବମୟ।
7 ଯେପରି କୂପ ତା'ର ଜଳକୁ ସତେଜ ରଖେ,
ସେହିପରି ଯିରୁଶାଲମ ତା'ର ଦୁଷ୍ଟତା ସତେଜ ରଖେ।
ତାହାରି ମଧ୍ୟରେ ଦୌରାତ୍ମ୍ୟ ଓ ଅପହରଣ ଶୁଣାଯାଏ।
ପୁଣି ପୀଡ଼ା ଓ କ୍ଷତ ନିରନ୍ତର ଆମ୍ଭ ସାକ୍ଷାତରେ ଥାଏ।
8 ହେ ଯିରୁଶାଲମ, ଆମ୍ଭର ଶିକ୍ଷା ଗ୍ରହଣ କର।
ତୁମ୍ଭେ ଯଦି ଆମ୍ଭ କଥା ନ ଶୁଣ, ତେବେ ଆମ୍ଭେ ବିରକ୍ତିରେ ତୁମ୍ଭ ପାଖରୁ ଦୂରେଇ ଯିବା।
ଆମ୍ଭେ ତୁମ୍ଭର ଦେଶକୁ ଏକ ମରୁଭୂମି
ଓ ଜନଶୂନ୍ୟରେ ପରିଣତ କରିବା।”
9 ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି,
“ଦ୍ରାକ୍ଷା ସଂଗ୍ରହ କଲାପରି
ଇସ୍ରାଏଲର ଅବଶିଷ୍ଟ ଲୋକମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଏକତ୍ରିତ କର:
ଏହାର ଶାଖାରେ ହାତ ବୁଲାଅ।”
10 ମୁଁ କାହାକୁ କହିବି?
କାହାକୁ ମୁଁ ସତର୍କ କରିବି?
କିଏ ବା ମୋ’ କଥା ଶୁଣିବ?
ଇସ୍ରାଏଲର ଲୋକମାନେ ସେମାନଙ୍କର କର୍ଣ୍ଣ ବନ୍ଦ କରିଛନ୍ତି,
ତେଣୁ ସେମାନେ ମୋ’ କଥା ଶୁଣି ପାରନ୍ତି ନାହିଁ।
ସେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣିବାକୁ ଆଗ୍ରହ କରନ୍ତି ନାହିଁ।
ତାଙ୍କର ବାର୍ତ୍ତା ଶୁଣିବାକୁ ଇଚ୍ଛା କରନ୍ତି ନାହିଁ।
11 ଏଣୁ ମୁଁ ସଦାପ୍ରଭୁଙ୍କ କ୍ରୋଧରେ ପରିପୂର୍ଣ୍ଣ ହୋଇଅଛି
ଓ ମୁଁ ତାହା ଧରି ରଖିବାରେ କ୍ଳାନ୍ତ ହୋଇଅଛି!
“ସଦାପ୍ରଭୁଙ୍କ କ୍ରୋଧକୁ ରାସ୍ତାରେ କ୍ରୀଡ଼ାରତ ପିଲାମାନଙ୍କ ଉପରେ ଢାଳି ପକାଅ
ଓ ସଭାରେ ଏକତ୍ରିତ ହୋଇଥିବା ଯୁବକମାନଙ୍କ ଉପରେ ଢାଳିଦିଅ,
କାରଣ ସ୍ୱାମୀ, ସ୍ତ୍ରୀ,
ବୃଦ୍ଧ ଓ ବୟସ୍କ ସମସ୍ତେ ଧରାଯିବେ।
12 ଆଉ ସେମାନଙ୍କ ଗୃହ, ସେମାନଙ୍କର କ୍ଷେତ୍ର
ଓ ସେମାନଙ୍କର ସ୍ତ୍ରୀ ଅନ୍ୟମାନଙ୍କୁ ଦିଆଯିବ।”
କାରଣ ସଦାପ୍ରଭୁ କହନ୍ତି “ଆମ୍ଭେ ଯିହୁଦାର ଲୋକମାନଙ୍କୁ ଶାସ୍ତି ଦେବା ପାଇଁ
ଆମ୍ଭର ହସ୍ତ ସେମାନଙ୍କ ଉପରେ ବିସ୍ତାର କରିବା।”
13 “ଇସ୍ରାଏଲର ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତ ଲୋକ ଲୋଭାସକ୍ତ।
ଆଉ ଭବିଷ୍ୟଦ୍ବକ୍ତାଠାରୁ ଯାଜକ ପର୍ଯ୍ୟନ୍ତ
ପ୍ରତ୍ୟେକ ମିଥ୍ୟାଗ୍ଭରୀ।
14 ଯଦିଓ ଆମ୍ଭର ଲୋକମାନେ ଗମ୍ଭୀର ଭାବରେ ଆଘାତପ୍ରାପ୍ତ ହୋଇ ଅଛନ୍ତି,
ସେମାନେ ଏହା କହି ସେମାନଙ୍କୁ ଆରୋଗ୍ୟ କରିବା ପାଇଁ ଚେଷ୍ଟା କରନ୍ତି।
ଏଠାରେ ‘ଶାନ୍ତି’ ଅଛି,
ଯେତେବେଳେ ସେଠାରେ ଆଦୌ ଶାନ୍ତି ନାହିଁ।
15 ଯାଜକ ଓ ଭବିଷ୍ୟଦ୍ବକ୍ତାମାନେ ଘୃଣ୍ୟକର୍ମ କଲେ ମଧ୍ୟ ଲଜ୍ଜିତ ନୁହନ୍ତି।
ସେମାନେ ସେମାନଙ୍କର ଦୁଷ୍କର୍ମ ପାଇଁ ମୁଖ ବିବର୍ଣ୍ଣ କଲେ ନାହିଁ।”
ତେଣୁ ସଦାପ୍ରଭୁ କହନ୍ତି,
“ସେମାନେ ପତିତମାନଙ୍କ ମଧ୍ୟରେ ପତିତ ହେବେ
ଓ ଆମ୍ଭେ ସେମାନଙ୍କୁ ପ୍ରତିଫଳ ଦେବା ବେଳେ
ସେମାନେ ନିପାତିତ ହେବେ।”
16 ପୁଣି ସଦାପ୍ରଭୁ କହନ୍ତି,
“ତୁମ୍ଭେମାନେ ଛକସ୍ଥାନରେ ଛିଡ଼ା ହୋଇ ଦେଖ,
ଆଉ ପୁରାତନ ପଥ ବିଷୟରେ ପ୍ରଗ୍ଭର କରି କୁହ,
ଉତ୍ତମ ପଥ କାହିଁ?
ଆଉ ସେହି ପଥରେ ଗମନ କର,
ତାହାହେଲେ ତୁମ୍ଭେମାନେ ନିଜ ନିଜ ପ୍ରାଣରେ ବିଶ୍ରାମ ପାଇବ।
ମାତ୍ର ସେମାନେ କହିଲେ, ‘ଆମ୍ଭେମାନେ ସେ ପଥରେ ଗମନ କରିବୁ ନାହିଁ।’
17 ଆମ୍ଭେ ତୁମ୍ଭମାନଙ୍କ ଉଦ୍ଦେଶ୍ୟରେ ପ୍ରହରୀ ନିଯୁକ୍ତ କରି କହିଲୁ,
‘ତୂରୀର ଶବ୍ଦ ଶୁଣ।’
ମାତ୍ର ସେମାନେ କହିଲେ, ‘ଆମ୍ଭେମାନେ ଶୁଣିବୁ ନାହିଁ।’
18 ତେଣୁ ହେ ନାନାଦେଶୀୟମାନେ, ତୁମ୍ଭେମାନେ ଶୁଣ,
ଆଉ ହେ ମଣ୍ଡଳୀ, ସେମାନଙ୍କର କ’ଣ ହେବାକୁ ଯାଉଛି, ହୃଦୟଙ୍ଗମ କର।
19 ହେ ପୃଥିବୀବାସୀ ଶୁଣ, ଆଉ ଦେଖ,
ଆମ୍ଭେ ଏହି ଲୋକମାନଙ୍କ ଉପରେ ଅମଙ୍ଗଳ ଆଣିବା।
କାରଣ ସେମାନେ ଆମ୍ଭ ବାକ୍ୟରେ ଅବଧାନ କରି ନାହାନ୍ତି
ଓ ଆମ୍ଭର ବ୍ୟବସ୍ଥାକୁ ଅମାନ୍ୟ କରିଅଛନ୍ତି।”
20 ପୁଣି ସଦାପ୍ରଭୁ କହନ୍ତି, “ଶିବା ଦେଶରୁ ଧୂପ
ଓ ଦୂର ଦେଶରୁ ସୁଗନ୍ଧି ବେତ ଆଣିବାର ଫଳ କଅଣ?
ତୁମ୍ଭମାନଙ୍କର ହୋମବଳି ସବୁ ଗ୍ରହଣୀୟ ନୁହେଁ
କିଅବା ତୁମ୍ଭମାନଙ୍କର ବଳିଦାନସବୁ ଆମ୍ଭର ତୁଷ୍ଟିଜନକ ନୁହେଁ।”
21 ତେଣୁ ସଦାପ୍ରଭୁ କହନ୍ତି,
“ଦେଖ, ଆମ୍ଭେ ଏହି ଲୋକମାନଙ୍କ ଆଗରେ ନାନା ବିଘ୍ନ ରଖିବା।
ଯାହା ଫଳରେ ପିତୃଗଣ ଓ ପୁତ୍ରଗଣ
ଏକ ସଙ୍ଗରେ ଝୁଣ୍ଟି ପଡ଼ିବେ
ଓ ପ୍ରତିବାସୀ ଓ ତାଙ୍କର ମିତ୍ର ବିନଷ୍ଟ ହେବେ।”
22 ଆଉ ମଧ୍ୟ ସଦାପ୍ରଭୁ ଏହିକଥା କହନ୍ତି,
“ଦେଖ ଉତ୍ତର ଦିଗରୁ ଏକ ସୈନ୍ୟବାହିନୀ ଆସୁଛନ୍ତି
ଓ ପୃଥିବୀର ପ୍ରାନ୍ତ ଭାଗରୁ ଏକ ମହା ଗୋଷ୍ଠୀ ଉତ୍ତେଜିତ ହେବେ।
23 ସେମାନେ ଧନୁ ଓ ବର୍ଚ୍ଛା ଧରନ୍ତି,
ସେମାନେ ନିଷ୍ଠୁର ଓ ନିର୍ଦ୍ଦୟ।
ସେମାନେ ସମୁଦ୍ର ପରି ଗର୍ଜନ କରନ୍ତି।
ଆଉ ସେମାନେ ଅଶ୍ୱାରୋହଣ କରନ୍ତି।
ଆଗୋ ସିୟୋନର କନ୍ୟା, ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ
ସେମାନଙ୍କର ପ୍ରତ୍ୟେକ ଯୋଦ୍ଧା ପ୍ରସ୍ତୁତ ହେଉଅଛନ୍ତି।”
24 ଆମ୍ଭେମାନେ ସେହି ସୈନ୍ୟବାହିନୀ ବିଷୟରେ ଏକ ଜନରବ ଶୁଣିଅଛୁ।
ଆମ୍ଭମାନଙ୍କର ହସ୍ତ ଦୁର୍ବଳ ହୁଏ,
ଯନ୍ତ୍ରଣା ଓ ପ୍ରସବକାରିଣୀ ସ୍ତ୍ରୀର ବେଦନା ତୁଲ୍ୟ
ବେଦନା ଆମ୍ଭମାନଙ୍କୁ ଆକ୍ରାନ୍ତ କରେ।
25 ଘରୁ ବାହାରି କ୍ଷେତ୍ରକୁ ଯାଅ ନାହିଁ
କିଅବା ରାସ୍ତାରେ ଗମନ କର ନାହିଁ।
କାରଣ ଗ୍ଭରିଆଡ଼େ ଶତ୍ରୁର ଖଡ଼୍ଗ
ଓ ଆଶଙ୍କା ରହିଛି।
26 ହେ ମୋର ଲୋକମାନେ, ତୁମ୍ଭେମାନେ ଚଟବସ୍ତ୍ର ପରିଧାନ କର,
ଭସ୍ମରେ ଗଡ଼,
ଏକମାତ୍ର ପୁତ୍ରର ମୃତ୍ୟୁରେ ଶୋକ କଲାପରି ଶୋକ କର।
ଅତିଶୟ ବିଳାପ କର।
କାରଣ ଆମ୍ଭମାନଙ୍କୁ ବିନାଶକାରୀ
ଅକସ୍ମାତ୍ ଆକ୍ରମଣ କରିବ।
27 “ହେ ଯିରିମିୟ, ଆମ୍ଭେ ତୁମ୍ଭକୁ ଜଣେ ପରୀକ୍ଷକ
ଓ ନିର୍ମଳ ରୂପେ ନିଯୁକ୍ତ କରିଅଛୁ,
ତୁମ୍ଭେ ଯେପରି ମୋ’ ଲୋକମାନଙ୍କୁ ପରୀକ୍ଷା କରି
ସେମାନଙ୍କର ପଥ ଜ୍ଞାତ ହୋଇ ପାରିବ।
28 ସେମାନେ ଅତ୍ୟନ୍ତ ଅବାଧ୍ୟ,
ଗ୍ଭରିଆଡ଼େ ସେମାନେ ନିନ୍ଦାଗାନ କରନ୍ତି।
ସେମାନେ ପିତ୍ତଳ ଓ ଲୁହାପରି,
ସେମାନେ ସମସ୍ତେ
ଦୁର୍ନୀତିଗ୍ରସ୍ତ ଭାବରେ କାମ କରନ୍ତି।
29 ସେମାନେ ଭାଟିକୁ ପ୍ରଚଣ୍ଡରୂପେ ଉତ୍ତପ୍ତ କରି
ସେଥିରୁ ସୀସା ଖାଦ ବାହାର କରି
ଏହାକୁ ବିଶୁଦ୍ଧ କରିବାକୁ ଚେଷ୍ଟା କରୁଛନ୍ତି।
ମାତ୍ର ସେମାନେ ବୃଥା ଚେଷ୍ଟା କରୁଛନ୍ତି
କାରଣ ଦୁଷ୍ଟମାନେ ଏଠାରୁ ଉତ୍ପାଟିତ ହେଉ ନାହାନ୍ତି।
30 ଲୋକେ ସେମାନଙ୍କୁ ‘ପରିତ୍ୟକ୍ତା ରୂପା’ ବୋଲି କହିବେ
କାରଣ ସଦାପ୍ରଭୁ ସେମାନଙ୍କୁ ପରିତ୍ୟାଗ କରିଅଛନ୍ତି।”
2010 by World Bible Translation Center