Beginning
ଦୁଷ୍ଟାଗ୍ଭରୀଗଣ ସେମାନଙ୍କ ଜୀବନ ପରିବର୍ତ୍ତନ କରିବା ଉଚିତ୍
59 ମୁଁ ଏଠାରେ ଦେଖୁଛି, ଦେଖ! ସଦାପ୍ରଭୁଙ୍କର ହସ୍ତ ଏତେ ଛୋଟ ହୋଇଯାଇ ନାହିଁ, ଯାହାକି ତୁମ୍ଭକୁ ପରିତ୍ରାଣ କରି ନ ପାରିବ। ତାଙ୍କର କର୍ଣ୍ଣ ତୁମ୍ଭକୁ ଶୁଣିବାକୁ ଏତେ ଭାରୀ ହୋଇ ନାହିଁ। 2 ମାତ୍ର ତୁମ୍ଭମାନଙ୍କର ପାପଗୁଡ଼ିକ ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ମଧ୍ୟରେ ବିଚ୍ଛେଦ ଘଟାଇଅଛି ଓ ତୁମ୍ଭମାନଙ୍କର ପାପସବୁ ତୁମ୍ଭମାନଙ୍କଠାରୁ ତାହାଙ୍କ ମୁଖ ଲୁଗ୍ଭଇଅଛି, ଏଣୁ ସେ ଶୁଣିବେ ନାହିଁ। 3 ତୁମ୍ଭମାନଙ୍କ ହସ୍ତ ରକ୍ତରେ ରଞ୍ଜିତ ଓ ତୁମ୍ଭମାନଙ୍କର ଅଙ୍ଗୁଳିଗୁଡ଼ିକ ଅପରାଧରେ ଅଶୁଚି ହୋଇଅଛି, ତୁମ୍ଭମାନଙ୍କର ଓଷ୍ଠାଧର ମିଥ୍ୟା କହିଅଛି ଓ ଜିହ୍ୱା ଦୁଷ୍ଟତା ବକି ଅଛି। 4 କେହି ନ୍ୟାୟରେ ଗୁହାରି ଶୁଣେ ନାହିଁ ଓ କେହି ସତ୍ୟରେ ପ୍ରତିବାଦ କରେ ନାହିଁ। ସେମାନେ ଅସାରତାରେ ନିର୍ଭର କରନ୍ତି ଓ ମିଥ୍ୟା କଥା କୁହନ୍ତି। ସେମାନେ ଅନିଷ୍ଟକୁ ଗର୍ଭରେ ଧାରର କରନ୍ତି ଓ ଅପରାଧ ପ୍ରସବ କରନ୍ତି। 5 ସେମାନେ ବିଷଧର କାଳସର୍ପର ଅଣ୍ଡା ଫୁଟାନ୍ତି ଓ ବୁଢ଼ିଆଣୀର ଜାଲ ବୁଣନ୍ତି। ଯେକେହି ସେହି ଅଣ୍ଡା ଖାଏ ସେ ମୃତ୍ୟୁକୁ ଆମନ୍ତ୍ରଣ କରେ ଏବଂ ଯଦି ସେ ସେମାନଙ୍କୁ ଫୁଟାଏ, ସେଥିରୁ କାଳସର୍ପ ବାହାରେ।
6 ସେହି ଜାଲ ବସ୍ତ୍ରରୂପେ ବ୍ୟବହୃତ ହେବ ନାହିଁ କିମ୍ବା ସେମାନେ ନିଜ କର୍ମରେ ନିଜକୁ ଆବୃତ୍ତ କରି ପାରିବେ ନାହିଁ।
ସେମାନଙ୍କର କର୍ମ ଅଧର୍ମର କର୍ମ ଓ ସେମାନଙ୍କ ହସ୍ତରେ ହିଂସାତ୍ମକ କାର୍ଯ୍ୟ ଥାଏ। 7 ସେମାନଙ୍କର ପାଦ ଦୁଷ୍କର୍ମ ଆଡ଼କୁ ଧାବିତ ହୁଏ ଓ ସେମାନେ ନିର୍ଦ୍ଦୋଷରେ ରକ୍ତପାତ କରିବାକୁ ଅଗ୍ରସର ହୁଅନ୍ତି। ସେମାନଙ୍କର ଚିନ୍ତାସବୁ ଅଧର୍ମର ଚିନ୍ତା। ସେମାନଙ୍କ ପଥରେ ଧ୍ୱଂସ ଓ ବିନାଶ ଥାଏ। 8 ସେମାନେ ଶାନ୍ତିର ପଥ ଜାଣନ୍ତି ନାହିଁ ଓ ସେମାନଙ୍କର ମାର୍ଗରେ ନ୍ୟାୟ ବିଗ୍ଭର ନ ଥାଏ। ସେମାନେ ନିଜ ପାଇଁ କୁଟିଳ ପଥ ସୃଷ୍ଟି କରିଛନ୍ତି, ଯେକେହି ସେହି ପଥରେ ଗମନ କରେ, ସେ ଶାନ୍ତି ପାଏ ନାହିଁ।
ଇସ୍ରାଏଲର ପାପ ଦୁଃଖ ଆଣେ
9 ଏଥି ସକାଶେ ନ୍ୟାୟ ବିଗ୍ଭର ଆମ୍ଭଠାରୁ ଦୂରରେ ଥାଏ
ଓ ଧାର୍ମିକତା ଆମ୍ଭମାନଙ୍କ ପାଖ ମାଡ଼େ ନାହିଁ।
ଆମ୍ଭେମାନେ ଦୀପ୍ତି ପାଇଁ ଅପେକ୍ଷା କରୁ, ମାତ୍ର କେବଳ ଅନ୍ଧକାର ଦେଖୁ।
ଆଲୋକକୁ ଅପେକ୍ଷା କରୁ,
ମାତ୍ର ଅନ୍ଧକାରରେ ଭ୍ରମଣ କରୁ।
10 ଆମ୍ଭେମାନେ ଅନ୍ଧଲୋକ ପରି
କାନ୍ଥ ପାଖରେ ଦରାଣ୍ଡି ହେଉ
ଓ ଚକ୍ଷୁହୀନ ଲୋକପରି ଅଣ୍ଡାଳି ହେଉ।
ମଧ୍ୟାହ୍ନରେ ସନ୍ଧ୍ୟାବେଳପରି ଝୁଣ୍ଟି ପଡ଼ୁ
ଓ ହୃଷ୍ଟପୁଷ୍ଟ ଲୋକମାନଙ୍କ ମଧ୍ୟରେ ମୃତଲୋକପରି ରହିଅଛୁ।
11 ଆମ୍ଭେମାନେ ନ୍ୟାୟ ପାଇଁ ଭାଲୁପରି ଗର୍ଜନ କରୁ
ଓ କପୋତ କରି ଅତିଶୟ ବିଳାପ କରୁ।
ଆମ୍ଭେମାନେ ନ୍ୟାୟକୁ ଅପେକ୍ଷା କରୁ
ମାତ୍ର ତାହା ନ ଥାଏ।
ପୁଣି ପରିତ୍ରାଣକୁ ଅପେକ୍ଷା କରୁ
ମାତ୍ର ତାହା ଆମ୍ଭଠାରୁ ଦୂରେଇ ଥାଏ।
12 ତୁମ୍ଭ ସମ୍ମୁଖରେ ଆମ୍ଭମାନଙ୍କର ଅଧର୍ମ ଅନେକ
ଓ ଆମ୍ଭମାନଙ୍କର ପାପ ଆମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦେଉଅଛି।
କାରଣ ଆମ୍ଭମାନଙ୍କର ଅଧର୍ମସବୁ ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି
ଓ ଆମ୍ଭମାନଙ୍କର ପାପଗୁଡ଼ିକ ଆମ୍ଭେମାନେ ଜାଣୁ।
13 ଆମ୍ଭେମାନେ ତାଙ୍କର ବିରୁଦ୍ଧାଚରଣ କରିବା
ଓ ସଦାପ୍ରଭୁଙ୍କ ପ୍ରତି ଅବିଶ୍ୱସ୍ତ ହେବା।
ଆମ୍ଭେମାନେ ସଦାପ୍ରଭୁଙ୍କଠାରୁ ବିମୁଖ ହେଲୁ।
ଆମ୍ଭେ ଉତ୍ପୀଡ଼ନ ଓ ବିଦ୍ରୋହର କଥା କହୁ।
ଆମ୍ଭେ ମିଥ୍ୟା କଥା କହି
ଧାର୍ମିକତାକୁ ଆମ୍ଭଠାରୁ ଛାଡ଼ି ଦେଉ।
14 ଏଣୁ ସୁବିଗ୍ଭର ପଛକୁ ହଟି ଯାଇଛି
ଓ ଧର୍ମ ଦୂରରେ ଠିଆ ହୋଇଅଛି।
ଛକ ସ୍ଥାନରେ ସତ୍ୟତାର ପତନ ଘଟିଛି
ଓ ସରଳତା ନଗର ମଧ୍ୟକୁ ପ୍ରବେଶ କରିପାରୁ ନାହିଁ।
15 ତେଣୁ ସତ୍ୟତାର ଅଭାବ ହୋଇଅଛି
ଓ ଯେ ଦୁଷ୍କର୍ମ ତ୍ୟାଗ କରେ ସେ ଲୁଣ୍ଠିତ ହୁଏ।
ପୁଣି ସଦାପ୍ରଭୁ ଏହା ଦେଖିଲେ
ଓ ନ୍ୟାୟବିଗ୍ଭର ନ ଥିବାରୁ ଅସନ୍ତୁଷ୍ଟ ହେଲେ।
16 ସଦାପ୍ରଭୁ ଦେଖିଲେ କୌଣସି ପୁରୁଷ ବର୍ତ୍ତମାନ ନାହିଁ।
ପୁଣି ମଧ୍ୟସ୍ଥ କେହି ନାହିଁ ବୋଲି ଚମତ୍କୃତ ହେଲେ।
ତେଣୁ ତାଙ୍କର ନିଜ ବାହୁ ତାହାଙ୍କ ନିମନ୍ତେ ପରିତ୍ରାଣ ସାଧନ କଲା
ଓ ତାଙ୍କର ଧାର୍ମିକତା ହିଁ ତାଙ୍କୁ ରକ୍ଷା କଲା।
17 ପୁଣି ସଦାପ୍ରଭୁ ଧାର୍ମିକତାର ସାଞ୍ଜୁ ବୁକୁରେ,
ପରିତ୍ରାଣରୂପକ ଟୋପି ମସ୍ତକରେ,
ପ୍ରତିଶୋଧରୂପକ ବସ୍ତ୍ର
ଓ ଉଦ୍ଯୋଗରୂପକ ବସ୍ତ୍ର ଉତ୍ତରୀୟ ରୂପେ ପରିଧାନ କଲେ।
18 ସେ ପାପ କର୍ମର ପରିମାଣ ଅନୁସାରେ
ସେମାନଙ୍କ ପ୍ରତି ଭୟଙ୍କର ହିଂସ୍ର ହେବେ।
ଏବଂ ନିଜର ଶତ୍ରୁମାନଙ୍କୁ ଏକ ଶିକ୍ଷା ଦେବେ।
ଆଉ ମଧ୍ୟ ଦ୍ୱୀପ ସମୂହକୁ ପ୍ରତିଫଳ ଦାନ କରିବେ।
19 ତେଣୁ ପଶ୍ଚିମ ଦିଗର ଲୋକମାନେ ସଦାପ୍ରଭୁଙ୍କ ନାମକୁ
ଓ ପୂର୍ବଦିଗର ଲୋକମାନେ ସଦାପ୍ରଭୁଙ୍କର ମହିମାକୁ ଭୟ କରିବେ।
କାରଣ ସଦାପ୍ରଭୁଙ୍କ ନିଃଶ୍ୱାସରେ ଗ୍ଭଳିତ
ପ୍ରବଳ ସ୍ରୋତପରି ସେ ମାଡ଼ି ଆସିବେ।
20 ପୁଣି ସଦାପ୍ରଭୁ କୁହନ୍ତି, ସିୟୋନକୁ
ଓ ଯାକୁବ ମଧ୍ୟରେ ଯେଉଁମାନେ ଅଧର୍ମରୁ ଫେରନ୍ତି, ସେମାନଙ୍କ ନିକଟକୁ ଏକ ତ୍ରାଣକର୍ତ୍ତା ଆସିବେ।
21 ନିଜ ବିଷୟରେ ସଦାପ୍ରଭୁ କୁହନ୍ତି, “ସେମାନଙ୍କ ସହିତ ଆମ୍ଭର ଚୁକ୍ତି ହେଉଛି, ଆମ୍ଭର ଯେଉଁ ଆତ୍ମା ତୁମ୍ଭ ଉପରେ ଅଧିଷ୍ଠାନ କରନ୍ତି ଓ ଆମ୍ଭେ ଯେଉଁ ବାକ୍ୟସବୁ ତୁମ୍ଭ ମୁଖରେ ରଖିଛୁ, ତାହା ତୁମ୍ଭ ମୁଖରୁ ଓ ତୁମ୍ଭ ବଂଶ ମୁଖରୁ ଓ ତୁମ୍ଭର ବଂଶୋଦ୍ଭବ ବଂଶର ମୁଖରୁ ଅଦ୍ୟାବଧି ଅନନ୍ତକାଳ ପର୍ଯ୍ୟନ୍ତ ଦୂର କରାଯିବ ନାହିଁ।”
ପରମେଶ୍ୱର ଆସୁଛନ୍ତି
60 “ଉଠ, ଦୀପ୍ତିମତୀ ହୁଅ,
କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ
ଓ ସଦାପ୍ରଭୁଙ୍କ ମହିମା ତୁମ୍ଭ ଉପରେ ପ୍ରତିଭାତ ହୋଇଛି।
2 କାରଣ ପୃଥିବୀ ଅନ୍ଧକାରାଚ୍ଛନ୍ନ ହେବ
ଓ ଘନ ଅନ୍ଧକାର ଗୋଷ୍ଠୀବର୍ଗଙ୍କୁ ଆଚ୍ଛନ୍ନ କରିବ;
ମାତ୍ର ତୁମ୍ଭ ଉପରେ ସଦାପ୍ରଭୁ ଆଲୋକ ପ୍ରଦାନ କରିବେ
ଓ ତାଙ୍କର ମହିମା ତୁମ୍ଭ ଉପରେ ଦେଖାଯିବ।
3 ପୁଣି ଅନ୍ୟ ଦେଶୀୟମାନେ ତୁମ୍ଭର ଦୀପ୍ତି ନିକଟକୁ
ଓ ରାଜାମାନେ ତୁମ୍ଭ ଅରୁଣାଲୋକ ନିକଟକୁ ଆସିବେ।
4 ତୁମ୍ଭେ ଚତୁର୍ଦ୍ଦିଗକୁ ଦେଖ,
ସେମାନେ ସମସ୍ତେ ଏକତ୍ରିତ ହେଉଛନ୍ତି ଓ ତୁମ୍ଭ ନିକଟକୁ ଆସୁଛନ୍ତି।
ତୁମ୍ଭର ପୁତ୍ରଗଣ ବହୁ ଦୂରରୁ ଆସିବେ
ଓ କନ୍ୟାଗଣ ଧାଈମାନଙ୍କ କୋଳରୁ ଅଣାଯିବେ।
5 “ସେତେବେଳେ ତୁମ୍ଭେ ତାହା ଦେଖି ଦୀପ୍ତିମାନ ହେବ
ଓ ତୁମ୍ଭର ହୃଦୟ ଉଲ୍ଲସିତ ହେବ।
କାରଣ ସମୁଦ୍ରର ସମସ୍ତ ଦ୍ରବ୍ୟ
ଓ ଅନ୍ୟ ଦେଶୀୟମାନଙ୍କର ସମ୍ପତ୍ତି ତୁମ୍ଭ ନିକଟକୁ ଆସିବ।
6 ଅକଳନ ଓଟ, ତୁମ୍ଭକୁ ଆବୃତ କରିବ
ଏବଂ ଯୁବ ଓଟମାନେ ତୁମ୍ଭ ପାଖକୁ
ଶିବା ଏବଂ ଐଫା ଦେଶରୁ ଆସିବେ।
ସେମାନେ ସୁବର୍ଣ୍ଣ ଓ ସୁବାସିତ ଧୂପ ଆଣିବେ
ଏବଂ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବେ।
7 କେଦରର ସମସ୍ତ ମେଷ
ତୁମ୍ଭ ନିକଟରେ ଏକତ୍ରିତ ହେବେ
ଓ ନବାୟୋତର ମେଷପଲ ତୁମ୍ଭର ସେବା କରିବେ।
ସେମାନେ ଆମ୍ଭଦ୍ୱାରା ଗ୍ରାହ୍ୟ ହୋଇ
ଆମ୍ଭ ଯଜ୍ଞବେଦି ନିକଟକୁ ଆସିବେ
ଓ ଆମ୍ଭେ ଆମ୍ଭର ଭୂଷଣସ୍ୱରୂପ ମନ୍ଦିରକୁ ଭୂଷିତ କରିବା।
8 ଏମାନେ କିଏ, ଯେ କି ମେଘ ସଦୃଶ ଉଡ଼ି ଆସୁଛନ୍ତି
ଓ ଉଡ଼ନ୍ତା କପୋତ ସଦୃଶ ନିଜ ନିଜ ଭାଡ଼ିକୁ ଉଡ଼ି ଆସୁଛନ୍ତି?
9 ପ୍ରକୃତରେ ଦ୍ୱୀପସମୂହ ଆମ୍ଭକୁ ଅପେକ୍ଷା କରିବେ।
ପୁଣି ତର୍ଶୀଶର ଜାହାଜସବୁ ସର୍ବପ୍ରଥମେ ନିଜ ନିଜ ରୌପ୍ୟ ଓ ସୁବର୍ଣ୍ଣ ନେଇ,
ତୁମ୍ଭର ସନ୍ତାନଗଣକୁ ଦୂରରୁ ଆଣି,
ତୁମ୍ଭ ପରମେଶ୍ୱର ସଦାପ୍ରଭୁଙ୍କ ସୁନାମ ନିମିତ୍ତ
ଓ ଇସ୍ରାଏଲର ପବିତ୍ରସ୍ୱରୂପଙ୍କ ନିମିତ୍ତ ଆସିବେ
କାରଣ ସେ ତୁମ୍ଭକୁ ଗୌରବାନ୍ୱିତ କରିଛନ୍ତି।
10 ଆଉ ମଧ୍ୟ ବିଦେଶୀୟମାନେ ତୁମ୍ଭର ପ୍ରାଚୀର ନିର୍ମାଣ କରିବେ
ଓ ରାଜାମାନେ ତୁମ୍ଭର ସେବା କରିବେ।
କାରଣ “ଆମ୍ଭେ ନିଜର କ୍ରୋଧବଶତଃ ତୁମ୍ଭକୁ ପ୍ରହାର କରିଥିଲୁ,
ମାତ୍ର ନିଜର ଅନୁଗ୍ରହରେ ତୁମ୍ଭକୁ କରୁଣା କରିବୁ।
11 ତୁମ୍ଭ ନଗରୀର ଦ୍ୱାରଗୁଡ଼ିକ ସର୍ବଦା ଉନ୍ମୁକ୍ତ ରହିବ।
ସେଗୁଡ଼ିକ ଦିବାରାତ୍ରି ବନ୍ଦ ହେବ ନାହିଁ।
ତେଣୁ ଅନ୍ୟ ଦେଶୀୟମାନଙ୍କର ସମ୍ପତ୍ତି ଓ ତା’ ସହିତ ରାଜାମାନେ ତୁମ୍ଭ ନିକଟକୁ ଅଣାଯିବେ।
12 କାରଣ ଯେଉଁ ଦେଶ ଓ ରାଜା ତୁମ୍ଭର ସେବା କରିବ ନାହିଁ, ସେ ବିନଷ୍ଟ ହେବ।
ସେହି ଦେଶଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପ୍ରାପ୍ତ ହେବେ।
13 ଲିବାନୋନ୍ର ଗୌରବ ତୁମ୍ଭ ନିକଟକୁ ଆସିବ।
ଦେବଦାରୁ, ତିଧର ଓ ତାଶୂର ବୃକ୍ଷ ଏକତ୍ର ହୋଇ
ଆମ୍ଭର ପବିତ୍ର ସ୍ଥାନକୁ ସୁଶୋଭିତ କରିବାକୁ ଆସିବେ।
ଆମ୍ଭେ ଆମ୍ଭର ପାଦପୀଠର ସ୍ଥାନ ଗୌରବାନ୍ୱିତ କରିବା।
14 ଯେଉଁମାନେ ତୁମ୍ଭକୁ କଷ୍ଟ ଦେଇଥିଲେ ସେମାନଙ୍କର ସନ୍ତାନଗଣ
ତୁମ୍ଭ ନିକଟକୁ ଆସି ନତ ହେବେ
ଓ ଯେଉଁମାନେ ତୁମ୍ଭକୁ ତୁଚ୍ଛ କରିଥିଲେ,
ସେମାନେ ସମସ୍ତେ ତୁମ୍ଭ ପଦତଳେ ପ୍ରଣାମ କରିବେ।
ଆଉ ସେମାନେ ତୁମ୍ଭକୁ ‘ସଦାପ୍ରଭୁଙ୍କର ନଗରୀ ଇସ୍ରାଏଲର ଧର୍ମସ୍ୱରୂପଙ୍କର
ସିୟୋନ’ ବୋଲି ସମ୍ବୋଧନ କରିବେ।
15 “ତୁମ୍ଭେ ପରିତ୍ୟକ୍ତା ଓ ଘୃଣିତା ହୋଇଥିବାରୁ
କେହି ତୁମ୍ଭ ମଧ୍ୟଦେଇ ଯାତାୟାତ କଲେ ନାହିଁ।
ତା’ ପରିବର୍ତ୍ତେ ଆମ୍ଭେ ତୁମ୍ଭକୁ ଅନନ୍ତକାଳସ୍ଥାୟୀ ଗୌରବ
ଓ ଅନେକ ପୁରୁଷାନୁକ୍ରମେ ଆନନ୍ଦସ୍ୱରୂପ କରିବା।
16 ତୁମ୍ଭେ ଯାହା ଗ୍ଭହିଁବ, ଅନ୍ୟ ଦେଶ ତୁମ୍ଭକୁ ତାହା ଦେବ।
ଏହା ଏକ ଶିଶୁ ପରି ହେବ ଯେ କି ଆପଣା ମା’ର କ୍ଷୀର ପାନ କରୁଛି।
ତୁମ୍ଭେ ରାଜାମାନଙ୍କର ଐଶ୍ୱର୍ଯ୍ୟ ପାନ କରିବ।
ତାହାହେଲେ ଆମ୍ଭେ ଯେ ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା, ତୁମ୍ଭର ମୁକ୍ତିଦାତା
ଓ ଯାକୁବର ବଳଦାତା ଅଟୁ ତାହା ତୁମ୍ଭେ ଜାଣିବ।
17 “ଆମ୍ଭେ ପିତ୍ତଳ ପରିବର୍ତ୍ତେ ସୁବର୍ଣ୍ଣ,
ଲୁହା ପରିବର୍ତ୍ତେ ରୌପ୍ୟ,
କାଠ ପରିବର୍ତ୍ତେ ପିତ୍ତଳ
ଓ ପ୍ରସ୍ତର ପରିବର୍ତ୍ତେ ଲୌହ ଆଣିବା।
ମୁଁ ଶାସ୍ତି ବଦଳରେ ଶାନ୍ତି ଆଣିବି।
ଲୋକମାନେ ତୁମ୍ଭମାନଙ୍କୁ କ୍ଷତି କରିବେ କିଛି ଲୋକେ ତୁମ୍ଭ ପାଇଁ ଉତ୍ତମ କାମ କରିବେ।
18 ତୁମ୍ଭ ଦେଶରେ ଦୌରାତ୍ମ୍ୟର କଥା ଓ ତୁମ୍ଭର ସୀମା ମଧ୍ୟରେ ଧ୍ୱଂସ
ଓ ବିନାଶର କଥା ଆଉ ଶୁଣାଯିବ ନାହିଁ।
ତୁମ୍ଭେ ତୁମ୍ଭ ପ୍ରାଚୀର ସମୂହର ନାମ ‘ପରିତ୍ରାଣ’
ଓ ତୁମ୍ଭ ନଗରର ଦ୍ୱାର ସମୂହର ନାମ ‘ପ୍ରଶଂସା’ ରଖିବ।
19 “ଦିବସର ସୂର୍ଯ୍ୟ ତୁମ୍ଭର ଜ୍ୟୋତିଃ ହେବ ନାହିଁ
କିମ୍ବା ଆଲୋକ ନିମନ୍ତେ ଚନ୍ଦ୍ର ତୁମ୍ଭକୁ ଜ୍ୟୋସ୍ନା ପ୍ରଦାନ କରିବ ନାହିଁ।
କିନ୍ତୁ ସଦାପ୍ରଭୁ ତୁମ୍ଭର ଚିରନ୍ତନ ଜ୍ୟୋତିଃ
ଓ ତୁମ୍ଭର ପରମେଶ୍ୱର ତୁମ୍ଭର ମହିମାସ୍ୱରୂପ ହେବେ।
20 ତୁମ୍ଭର ସୂର୍ଯ୍ୟ ଅସ୍ତମିତ ହେବ ନାହିଁ
କିଅବା ତୁମ୍ଭର ଚନ୍ଦ୍ର ଅପସାରିତ ହେବ ନାହିଁ।
କାରଣ ସଦାପ୍ରଭୁ ତୁମ୍ଭର ଚିରନ୍ତନ ଜ୍ୟୋତିଃ ସ୍ୱରୂପ ହେବେ
ଓ ତୁମ୍ଭର ଶୋକର ଦିନ ଶେଷ ହେବ।
21 “ଆଉ ମଧ୍ୟ ତୁମ୍ଭର ସମସ୍ତ ଲୋକେ ଧାର୍ମିକ ହେବେ।
ସେମାନେ ଅନନ୍ତକାଳ ଯାଏ ଦେଶ ଶାସନ କରିବେ।
ମୋ’ ଗୌରବକୁ ଦେଖାଇବା ପାଇଁ
ସେମାନେ ମୋ’ ଦ୍ୱାରା ଲଗା ହୋଇଥିବା ଗଛର ଫଳ ସଦୃଶ।
22 କ୍ଷୁଦ୍ରତମ ପରିବାର ସହସ୍ର ବିଶିଷ୍ଟ ବୃହତ୍ତମ ପରିବାରରେ ପରିଣତ ହେବ
ଓ କ୍ଷୁଦ୍ରତମ ଦୁର୍ବଳ ବ୍ୟକ୍ତି ବଳବାନ୍ ଗୋଷ୍ଠୀରେ ପରିଣତ ହେବ।
ଆମ୍ଭେ ସଦାପ୍ରଭୁ ଯଥା କାଳରେ
ଏହା ଶୀଘ୍ର ଘଟାଇବା।”
ସଦାପ୍ରଭୁଙ୍କର ମୁକ୍ତିର ବାର୍ତ୍ତା
61 ସଦାପ୍ରଭୁଙ୍କର ସେବକ କୁହନ୍ତି, “ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମୋ'ଠାରେ ଅଧିଷ୍ଠାନ କରନ୍ତି, କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ସଦାପ୍ରଭୁ ମୋତେ ଅଭିଷିକ୍ତ କରିଅଛନ୍ତି। ସେ ଭଗ୍ନାନ୍ତଃକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ ବନ୍ଦୀ ଲୋକମାନଙ୍କୁ ମୁକ୍ତି ଦେବାକୁ ଓ ନିର୍ବାସିତ ଲୋକମାନଙ୍କୁ କାରାମୁକ୍ତ କରିବାକୁ ପ୍ରଗ୍ଭର କରିବା ନିମନ୍ତେ ମୋତେ ପ୍ରେରଣ କରିଛନ୍ତି। 2 କେତେବେଳେ ସଦାପ୍ରଭୁ ତାଙ୍କର କରୁଣା ପ୍ରଦର୍ଶନ କରିବେ ଓ କେଉଁ ସମୟରେ ପରମେଶ୍ୱର ଦୁଷ୍ଟାଗ୍ଭରୀଙ୍କ ଉପରେ ପ୍ରତିଶୋଧ ନେବେ ଓ ଶୋକାର୍ତ୍ତମାନଙ୍କୁ ସାନ୍ତ୍ୱନା କରିବେ। ସେ ସବୁ ପ୍ରଗ୍ଭର କରିବାକୁ ପରମେଶ୍ୱର ମୋତେ ପ୍ରେରଣ କରିଛନ୍ତି। 3 ସିୟୋନର ଶୋକାର୍ତ୍ତ ଲୋକମାନଙ୍କୁ ଯୋଗାଇ ଦେବାକୁ ଓ ଭସ୍ମ ପରିବର୍ତ୍ତେ ଭୂଷଣ, ଦୁଃଖ ପରିବର୍ତ୍ତେ ସୁଖ ରୂପ ତୈଳ, ଅବସନ୍ନ ଆତ୍ମା ପରିବର୍ତ୍ତେ ପ୍ରଶଂସାରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି। ତହିଁରେ ସଦାପ୍ରଭୁ ଯେପରି ଗୌରବାନ୍ୱିତ ହେବେ, ଏଥିପାଇଁ ସେମାନେ ‘ଧର୍ମରୂପ ବୃକ୍ଷ’ ଓ ‘ତାଙ୍କର ଉଦ୍ୟାନ ବୋଲି ବିଖ୍ୟାତ ହେବେ।’
4 “ସେମାନେ ପୁରାତନ ଧ୍ୱସ୍ତ ବିଧ୍ୱସ୍ତ ସ୍ଥାନଗୁଡ଼ିକୁ ପୁନଃନିର୍ମାଣ କରିବେ। ପୂର୍ବକାଳର ନଷ୍ଟ ସ୍ଥାନସବୁ ଉଠାଇବେ, ଆଉ ସେମାନେ ବିନଷ୍ଟ ଓ ଅନେକ ପୁରୁଷ ପରମ୍ପରାର ନଷ୍ଟ ନଗର ସବୁକୁ ନୂତନ କରି ଗଢ଼ିବେ।
5 “ବିଦେଶୀୟମାନେ ତୁମ୍ଭ ମେଷପଲ ଚରାଇବା ପାଇଁ ଛିଡ଼ା ହେବେ ଓ ସେମାନଙ୍କର ସନ୍ତାନମାନେ ତୁମ୍ଭ ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ରରେ କାର୍ଯ୍ୟ କରିବେ। 6 ମାତ୍ର ତୁମ୍ଭେମାନେ ‘ସଦାପ୍ରଭୁଙ୍କର ଯାଜକ’ ବୋଲି ଖ୍ୟାତ ହେବ। ଲୋକମାନେ ତୁମ୍ଭମାନଙ୍କୁ ‘ଆମ୍ଭମାନଙ୍କର ପରିଗ୍ଭଳକ’ ବୋଲି ଡାକିବେ। ତୁମ୍ଭେମାନେ ଅନ୍ୟ ଦେଶୀୟମାନଙ୍କ ସମ୍ପତ୍ତି ଭୋଗ କରିବ ଓ ସେମାନଙ୍କ ଐଶ୍ୱର୍ଯ୍ୟରେ ତୁମ୍ଭେମାନେ ଗର୍ବିତ ହେବ।
7 “ଲଜ୍ଜା ପରିବର୍ତ୍ତେ ସେମାନେ ଦୁଇଗୁଣ ସମ୍ମାନ ପାଇବେ। ପୁଣି ଅପମାନ ପରିବର୍ତ୍ତେ ସେମାନେ ନିଜ ନିଜ ଅଧିକାରରେ ଆନନ୍ଦ କରିବେ। ଏଥିପାଇଁ ସେମାନେ ନିଜ ଦେଶରେ ଦୁଇଗୁଣ ଅଂଶ ପାଇବେ ଓ ସେମାନଙ୍କର ଅନନ୍ତକାଳସ୍ଥାୟୀ ଆହ୍ଲାଦ ହେବ। 8 କାରଣ ଆମ୍ଭେ ସଦାପ୍ରଭୁ ନ୍ୟାୟ ବିଗ୍ଭରକୁ ଭଲ ପାଉ। ଆମ୍ଭେ ଅଧର୍ମ ଓ ଅପହରଣକୁ ଘୃଣା କରୁ। ଆଉ ଆମ୍ଭେ ସତ୍ୟରେ ସେମାନଙ୍କୁ ପ୍ରତିଫଳ ଦେବା ଓ ସେମାନଙ୍କ ସହିତ ଅନନ୍ତକାଳସ୍ଥାୟୀ ଏକ ଚୁକ୍ତି କରିବା। 9 ପୁଣି ସେମାନଙ୍କ ବଂଶ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଓ ସେମାନଙ୍କ ସନ୍ତାନଗଣ ଗୋଷ୍ଠୀମାନଙ୍କ ମଧ୍ୟରେ ବିଖ୍ୟାତ ହେବେ। ସେମାନେ ସଦାପ୍ରଭୁଙ୍କର ଆଶୀର୍ବାଦପ୍ରାପ୍ତ ବଂଶ ବୋଲି ସେମାନଙ୍କୁ ଦେଖିବା ଲୋକ ସମସ୍ତେ ସ୍ୱୀକାର କରିବେ।”
ପରମେଶ୍ୱରଙ୍କ ସେବକ ପରିତ୍ରାଣ ଆଣିବେ
10 “ମୁଁ ସଦାପ୍ରଭୁଙ୍କଠାରେ ଅତିଶୟ ଆନନ୍ଦ କରିବି,
ମୋର ପ୍ରାଣ ମୋର ପରମେଶ୍ୱରଙ୍କଠାରେ ଉଲ୍ଲସିତ ହେବ;
କାରଣ ବର ଯେପରି ଭୂଷଣରେ ନିଜକୁ ଭୂଷିତ କରେ
ଓ କନ୍ୟା ଯେପରି ନିଜକୁ ରତ୍ନରେ ଭୂଷିତା କରେ
ସେହିପରି ସେ ପରିତ୍ରାଣରୂପ ବସ୍ତ୍ରରେ ମୋତେ ଆଚ୍ଛାଦିତ କରିଅଛନ୍ତି
ଓ ଧର୍ମରୂପକ ରାଜବସ୍ତ୍ରରେ ମୋତେ ଆବୃତ କରିଅଛନ୍ତି।
11 କାରଣ ଭୂମି ଯେପରି ବୀଜକୁ ଅଙ୍କୁରିତ କରାଏ
ଓ ଉଦ୍ୟାନରେ ବୁଣା ଯାଇଥିବା ମଞ୍ଜି ଯେପରି ଅଙ୍କୁରିତ ହୋଇ ବଢ଼େ,
ସେହିପରି ସଦାପ୍ରଭୁ ସମଗ୍ର ଜାତିଗଣଙ୍କ ମଧ୍ୟରେ ଧର୍ମ
ଓ ପ୍ରଶଂସା ଅଙ୍କୁରିତ କରିବେ।”
ନୂତନ ଯିରୁଶାଲମ-ଏକ ଧର୍ମପୂର୍ଣ୍ଣ ନଗରୀ
62 ମୁଁ ସିୟୋନକୁ ଭଲ ପାଏ,
ଧର୍ମ ଦୀପ୍ତିର ନ୍ୟାୟ ଓ ତାହାର ପରିତ୍ରାଣ ଜ୍ୱଳନ୍ତ ପ୍ରଦୀପର ନ୍ୟାୟ
ଯିରୁଶାଲମରେ ପ୍ରକଟ ନ ହୋଇଛି,
ସେ ପର୍ଯ୍ୟନ୍ତ ଆମ୍ଭେ ତା’ ନିମନ୍ତେ ବିଶ୍ରାମ ନେବା ନାହିଁ।
ପ୍ରଭାତରେ ଦୀପ୍ତି ଲାଭ କରିବା ପରି
ମୁଁ ଯିରୁଶାଲମରେ ବିଜୟ ଗ୍ଭହେଁ।
2 ସେତେବେଳେ ଅନ୍ୟ ଦେଶୀୟମାନେ ତୁମ୍ଭର ଧର୍ମ
ଓ ରାଜାମାନେ ତୁମ୍ଭର ମହିମା ଦେଖିବେ;
ଆଉ ତୁମ୍ଭେ ସଦାପ୍ରଭୁଙ୍କ ମୁଖରେ
ଏକ ନୂତନ ନାମରେ ଖ୍ୟାତ ହେବ।
3 ଆଉ ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରେ ଗୋଟିଏ ସୁନ୍ଦର ମୁକୁଟ ସ୍ୱରୂପ
ଓ ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରେ ଗୋଟିଏ ରାଜକିରୀଟ ସ୍ୱରୂପ ହେବ।
4 ତୁମ୍ଭର ‘ଦେଶ ପରିତ୍ୟକ୍ତା ବୋଲି’ ନାମିତ ହେବ ନାହିଁ;
କିମ୍ବା ତୁମ୍ଭର ଦେଶକୁ କେହି ‘ଅନାଥିନୀ’ ବୋଲି ଜାଣିବେ ନାହିଁ।
ମାତ୍ର ତୁମ୍ଭର ଦେଶ ବରଂ ‘ପରମେଶ୍ୱରଙ୍କ କନ୍ୟା’ ରୂପେ ବିବେଚିତ ହେବ
ଏବଂ ‘ମୋର ଉଲ୍ଲାସ ତାହାର ମଧ୍ୟ ହୋଇଅଛି’
କାରଣ ସଦାପ୍ରଭୁ ତୁମ୍ଭ ଉପରେ ସନ୍ତୋଷ ଅଛନ୍ତି।
5 ଜଣେ ଯୁବକ ଯେପରି ଜଣେ କନ୍ୟାକୁ ପ୍ରେମ କରେ,
ସେହିପରି ତୁମ୍ଭର ପୁତ୍ରମାନେ ତୁମ୍ଭକୁ ବିବାହ କରିବେ।
ପୁଣି ବର ଯେପରି ତା'ର କନ୍ୟାଠାରେ ଆନନ୍ଦ କରେ,
ସେହିପରି ତୁମ୍ଭର ପରମେଶ୍ୱର ତୁମ୍ଭଠାରେ ଆନନ୍ଦ କରିବେ।
6 “ହେ ଯିରୁଶାଲମ, ଆମ୍ଭେ ତୁମ୍ଭ ପ୍ରାଚୀର ଉପରେ
ପ୍ରହରୀଗଣ ନିଯୁକ୍ତ କରିଅଛୁ;
ସେମାନେ କି ଦିନ କି ରାତି ନୀରବ ରହିବେ ନାହିଁ।”
ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବେ
ଓ ତୁମ୍ଭେମାନେ ନିଶ୍ଚିତ ତାଙ୍କର ପ୍ରତିଜ୍ଞା ସ୍ମରଣ କରିବ।
7 ହେ ସଦାପ୍ରଭୁଙ୍କ ସ୍ମରଣକାରୀ ଲୋକମାନେ, କ୍ଷାନ୍ତ ହୁଅ ନାହିଁ, ଯେପର୍ଯ୍ୟନ୍ତ ସଦାପ୍ରଭୁ ଶାନ୍ତି ପ୍ରତିଷ୍ଠା କରନ୍ତି
ଏବଂ ଏହାର ପ୍ରଶଂସା ବିଗ୍ଭର ଚକ୍ଷୁରେ ଅନୁକୂଳ ସର୍ବୋଚ୍ଚ ସ୍ଥିତ ହେବା ପର୍ଯ୍ୟନ୍ତ ଯିରୁଶାଲମରେ ଆନନ୍ଦ ଉଠାଅ।
8 ସଦାପ୍ରଭୁ ନିଜର ଦକ୍ଷିଣ ହସ୍ତ ଓ ବଳବାନ୍ ବାହୁଦ୍ୱାରା ଶପଥ କରିଛନ୍ତି,
“ଆମ୍ଭେ ତୁମ୍ଭର ଶସ୍ୟ ତୁମ୍ଭର ଶତ୍ରୁଗଣଙ୍କୁ ଖାଦ୍ୟ ନିମନ୍ତେ ନିଶ୍ଚୟ ଦେବା ନାହିଁ
ଓ ଯେଉଁ ଦ୍ରାକ୍ଷାରସ ପାଇଁ ତୁମ୍ଭେ ପରିଶ୍ରମ କରିଅଛ,
ସେହି ନୂତନ ଦ୍ରାକ୍ଷାରସ ବିଦେଶୀମାନେ ଆଉ ପାନ କରିବେ ନାହିଁ।
9 ମାତ୍ର ଯେଉଁମାନେ କଠିନ ପରିଶ୍ରମ କଲେ ସେମାନଙ୍କୁ, ସେମାନଙ୍କ ଖାଇ ପାରିବେ ଏବଂ ସେମାନଙ୍କର ରସ ପାନ କରିବେ ଏବଂ ସଦାପ୍ରଭୁ ପ୍ରଶଂସା ଗାନ କରିବେ।
ଯେଉଁମାନେ ତାହାକୁ ଅମଳ କରିଛନ୍ତି, ସେମାନେ ମୋ’ ପବିତ୍ର ଅଗଣାରେ ପାନ କରିବେ।”
10 ତୁମ୍ଭେମାନେ ଅଗ୍ରସର ହୁଅ, ନଗରଦ୍ୱାର ମଧ୍ୟଦେଇ ଆଗେଇ ଆସ।
ଲୋକମାନଙ୍କ ପାଇଁ ପଥ ପ୍ରସ୍ତୁତ କର।
ରାଜପଥ ଉଚ୍ଚକର।
ପଥରୁ ପଥରଗୁଡ଼ିକୁ ବାହାର କରିଦିଅ
ଓ ଗୋଷ୍ଠୀ ସମୂହଙ୍କ ପାଇଁ ଏକ ଧ୍ୱଜା ଉଡ଼ାଅ।
11 ଦେଖ, ସଦାପ୍ରଭୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ
ଏହା ଘୋଷଣା କରିଅଛନ୍ତି,
“ତୁମ୍ଭେମାନେ ସିୟୋନର କନ୍ୟାକୁ କୁହ,
‘ଦେଖ, ତୁମ୍ଭର ପରିତ୍ରାଣ ଆସୁଅଛି;
ଆଉ ଦେଖ, ତାଙ୍କ ପୁରସ୍କାର ତାହାଙ୍କ ସଙ୍ଗରେ ଅଛି
ଓ ତାହାଙ୍କ ପ୍ରତିଦାନ ତାହାଙ୍କ ସମ୍ମୁଖରେ ଅଛି।’”
12 ଲୋକମାନେ ସେମାନଙ୍କୁ ଡାକିବେ, “ପବିତ୍ର ସଦାପ୍ରଭୁଙ୍କର ଲୋକ,”
“ମୁକ୍ତି ହୋଇଥିବା ଲୋକମାନେ।”
ତୁମ୍ଭେ ପରିଣତ ହେବ ଗୋଟିଏ “ପରମେଶ୍ୱରଙ୍କର ଅପରିତ୍ୟକ୍ତା ନଗରୀ,”
ଏବଂ “ଅନ୍ୱେଷଣ” ବୋଲି ଡାକିଲେ।
ସଦାପ୍ରଭୁ ତାଙ୍କର ସନ୍ତାନଙ୍କୁ ବିବେଚନା କରନ୍ତି
63 ଇଦୋମରୁ, ଲାଲରଙ୍ଗ ବସ୍ତ୍ର ପରିହିତ
ବସୋରାରୁ ଏ ଯେ ଆସୁଛନ୍ତି, ସେ କିଏ?
ନିଜ ପରିଧେୟ ବସ୍ତ୍ରରେ ଗୌରବାନ୍ୱିତ
ଓ ନିଜ ମହାଶକ୍ତିରେ ଯିଏ ବିଜେ କରୁଛନ୍ତି, ସେ କିଏ?
ସଦାପ୍ରଭୁ କୁହନ୍ତି, “ଆମ୍ଭେ ଧର୍ମବାଦୀ
ଓ ପରିତ୍ରାଣ କରିବାକୁ ସମର୍ଥ ଅଟୁ।”
2 “ଆପଣଙ୍କର ପରିଧେୟ ବସ୍ତ୍ର ରକ୍ତବର୍ଣ୍ଣ
ଓ କୁଣ୍ଡରେ ଦ୍ରାକ୍ଷାମର୍ଦ୍ଦନକାରୀର ବସ୍ତ୍ରପରି କାହିଁକି?”
3 ସେ ଉତ୍ତର କରନ୍ତି, “ଆମ୍ଭେ ଏକାକୀ ଦ୍ରାକ୍ଷା ମର୍ଦ୍ଦନ କରିଅଛୁ
ଓ ଲୋକମାନଙ୍କ ମଧ୍ୟରୁ ଆମ୍ଭ ସଙ୍ଗେ କେହି ନ ଥିଲେ।
ଆମ୍ଭେ ନିଜର କ୍ରୋଧରେ ସେମାନଙ୍କୁ ଦଳନ କଲୁ ଓ ନିଜର କୋପରେ ସେମାନଙ୍କୁ ମର୍ଦ୍ଦନ କଲୁ।
ଏଣୁ ସେମାନଙ୍କର ପ୍ରାଣ ରକ୍ତର ଛିଟାରେ ଆମ୍ଭ ବସ୍ତ୍ର ରଞ୍ଜିତ ହେଲା ଓ ଆମ୍ଭେ ସେହି ରକ୍ତ ରଞ୍ଜିତ ବସ୍ତ୍ର ପରିଧାନ କରିଅଛୁ।
4 କାରଣ ପ୍ରତିଶୋଧର ଦିନ ଆମ୍ଭ ହୃଦୟରେ ଥିଲା
ଓ ଆମ୍ଭ ମୁକ୍ତ ଲୋକମାନଙ୍କର ବର୍ଷ ଉପସ୍ଥିତ ହୋଇଅଛି।
5 ଆମ୍ଭେ ଅନାଇଲୁ, ମାତ୍ର ସାହାଯ୍ୟକାରୀ କେହି ନ ଥିଲେ।
ସହାୟକ ନ ଥିବାରୁ ଆମ୍ଭେ ଆଶ୍ଚର୍ଯ୍ୟ ହେଲୁ।
ଏଣୁ ଆମ୍ଭ ନିଜ ବାହୁ ଆମ୍ଭ ନିକଟକୁ ପରିତ୍ରାଣ ଆଣିଲା
ଓ ଆମ୍ଭର କୋପ ଆମ୍ଭର ସହାୟତା କଲା।
6 ପୁଣି ଆମ୍ଭେ ନିଜର କ୍ରୋଧରେ ଲୋକମାନଙ୍କୁ ଦଳି ପକାଇଲୁ
ଓ ଆମ୍ଭ କୋପରେ ସେମାନଙ୍କୁ ମତ୍ତ କରାଇଲୁ; ପୁଣି ଭୂମିରେ ସେମାନଙ୍କର ପ୍ରାଣର ରକ୍ତ ଢାଳି ଦେଲୁ।”
ସଦାପ୍ରଭୁ ତାଙ୍କର ସନ୍ତାନମାନଙ୍କ ପ୍ରତି ସଦୟ ହୋଇଛନ୍ତି
7 ଆମ୍ଭେ ସଦାପ୍ରଭୁଙ୍କର ସ୍ନେହପୂର୍ଣ୍ଣ କରୁଣାସବୁ କୀର୍ତ୍ତନ କରିବା
ଓ ସଦାପ୍ରଭୁ ଆମ୍ଭମାନଙ୍କର ଯେ ସବୁ ଉପକାର କରିଅଛନ୍ତି,
ପୁଣି ନିଜର ନାନାବିଧ ଦୟା
ଓ ଅପାର ସ୍ନେହପୂର୍ଣ୍ଣ କରୁଣା ଅନୁସାରେ
ଇସ୍ରାଏଲ ବଂଶର ଯେଉଁ ପ୍ରଚୁର ମଙ୍ଗଳ କରିଅଛନ୍ତି,
ତଦନୁସାରେ ଆମ୍ଭେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବା।
8 ସଦାପ୍ରଭୁ କହିଲେ, “ନିଶ୍ଚୟ ସେମାନେ ଆମ୍ଭର ଲୋକ,
ଯେଉଁମାନେ ଅସତ୍ୟ ବ୍ୟବହାର କରିବେ ନାହିଁ, ସେମାନେ ଆମ୍ଭର ସନ୍ତାନ।”
ଏଣୁ ସେ ସେମାନଙ୍କର ତ୍ରାଣକର୍ତ୍ତା ହେଲେ।
9 ସେ ସେମାନଙ୍କର ସବୁ ଦୁଃଖରେ ଦୁଃଖିତ ହେଲେ।
ତାହାଙ୍କର ଉପସ୍ଥିତି ସ୍ୱରୂପ ଦୂତ ସେମାନଙ୍କୁ ପରିତ୍ରାଣ କଲେ।
ସେ ସେମାନଙ୍କୁ ନିଜ ପ୍ରେମ ଓ ଦୟାରୁ ମୁକ୍ତ କଲେ
ଏବଂ ସେମାନେ ଅତି ପୁରୁଣା ସମୟ ଦେଇ ବହନ କଲେ।
10 ମାତ୍ର ସେମାନେ ସଦାପ୍ରଭୁଙ୍କ ବିପକ୍ଷରେ ବିଦ୍ରୋହ କଲେ
ଓ ତାଙ୍କର ପବିତ୍ରଆତ୍ମାକୁ ଦୁଃଖିତ କଲେ।
ତେଣୁ ସେ ସେମାନଙ୍କର ଶତ୍ରୁ ହୋଇଗଲେ
ଓ ସେମାନଙ୍କର ବିପକ୍ଷରେ ଯୁଦ୍ଧ କଲେ।
11 ସେତେବେଳେ ସେ ପ୍ରାଚୀନ କାଳ ଓ ମୋଶା
ଓ ନିଜର ଲୋକମାନଙ୍କୁ ସ୍ମରଣ କଲେ,
ସେ ନିଜର ମେଷପାଳକମାନଙ୍କୁ
ସମୁଦ୍ର ପାର କରାଇ ଆଣିଲେ
ଓ ସେ ଯିଏ କି ସେମାନଙ୍କ ମଧ୍ୟରେ
ନିଜର ପବିତ୍ରଆତ୍ମାକୁ ସ୍ଥାପନ କଲେ, ସେ କାହାନ୍ତି?
12 ଯେ ନିଜର ଅଦ୍ଭୂତ ଶକ୍ତି ବଳରେ ନିଜର ଦକ୍ଷିଣ ହସ୍ତ ସାହାଯ୍ୟରେ
ମୋଶାଙ୍କୁ ପରିଗ୍ଭଳିତ କଲେ
ଓ ନିଜ ପାଇଁ ଅନନ୍ତକାଳସ୍ଥାୟୀ ନାମ ସ୍ଥାପନ ଉଦ୍ଦେଶ୍ୟରେ
ସେମାନଙ୍କ ସମ୍ମୁଖରେ ଜଳକୁ ଦୁଇଭାଗ କଲେ, ସେ କାହାନ୍ତି?
13 ଯେ ସମୁଦ୍ର ମଧ୍ୟରେ ବାଟ କଢ଼ାଇ ନେଲେ
ଓ ଅଶ୍ୱତୁଲ୍ୟ ଗମନ କରାଇଲେ
ମରୁଭୂମିରେ ଯିଏ କି ଝୁଣ୍ଟିଲେ ନାହିଁ, ସେ କାହାନ୍ତି?
14 ଯେପରି ପଶୁପଲ ଉପତ୍ୟକାକୁ ଓହ୍ଲାଇ ଯାଆନ୍ତି
ସେହିପରି ସଦାପ୍ରଭୁଙ୍କ ଆତ୍ମା ସେମାନଙ୍କୁ ବିଶ୍ରାମ କରାଇଲେ।
ଏହିପରି ତୁମ୍ଭେ ନିଜ ନାମକୁ ଗୌରବାନ୍ୱିତ କରିବାକୁ
ନିଜ ଲୋକମାନଙ୍କୁ ଗ୍ଭଳିତ କର।
ତାଙ୍କ ଲୋକମାନଙ୍କୁ ସାହାଯ୍ୟ କରିବାକୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ପ୍ରାର୍ଥନା
15 ବର୍ତ୍ତମାନ ସ୍ୱର୍ଗ ଉପରୁ ଦେଖ,
ତୁମ୍ଭ ପବିତ୍ରତା ଓ ତୁମ୍ଭ ପରାକ୍ରମର ବସତି ସ୍ଥାନରୁ ଦେଖ,
ତୁମ୍ଭର ଶାଶ୍ୱତ ପ୍ରେମ କାହିଁ?
ତୁମ୍ଭର କୋହ ଓ ଦୟା କାହିଁ?
16 ଯଦିଓ ଅବ୍ରହାମ ଆମ୍ଭକୁ ଜାଣନ୍ତି ନାହିଁ,
ଓ ଇସ୍ରାଏଲର ଯାଜକ ଆମ୍ଭମାନଙ୍କୁ ସ୍ୱୀକାର କରନ୍ତି ନାହିଁ,
ସଦାପ୍ରଭୁ ତୁମ୍ଭେ ଆମ୍ଭମାନଙ୍କର ପିତା
ଏବଂ ଅନନ୍ତକାଳ ପର୍ଯ୍ୟନ୍ତ ଯେ,
ଆମ୍ଭକୁ ରକ୍ଷା କରିଛ।
17 ହେ ସଦାପ୍ରଭୁ, ଆମ୍ଭମାନଙ୍କୁ କାହିଁକି ତୁମ୍ଭ ପଥରୁ ବିଭ୍ରାନ୍ତ କରୁଅଛି
ଓ ତୁମ୍ଭକୁ ଭୟ କରିବାକୁ ଆମ୍ଭର ଅନ୍ତଃକରଣକୁ କଠିନ କରୁଅଛ?
ନିଜର ଦାସମାନଙ୍କ ପାଇଁ ଓ ନିଜର ଅଧିକାର ସ୍ୱରୂପ
ଗୋଷ୍ଠୀଗଣଙ୍କ ପାଇଁ ଫେରି ଆସ।
18 ତୁମ୍ଭର ପବିତ୍ର ଲୋକମାନେ ଅଳ୍ପକାଳ ପାଇଁ ତୁମ୍ଭର ମନ୍ଦିରକୁ ଅଧିକାର କଲେ;
ମାତ୍ର ଆମ୍ଭମାନଙ୍କର ବିପକ୍ଷଦଳ ତୁମ୍ଭର ସେହି ପବିତ୍ର ମନ୍ଦିରକୁ ପଦଦଳିତ କଲେ।
19 ଯେଉଁମାନଙ୍କୁ ତୁମ୍ଭେ କେବେ ଶାସନ କରି ନାହଁ
ଓ ଯେଉଁମାନେ ତୁମ୍ଭ ନାମରେ
କେବେ ଖ୍ୟାତ ହୋଇ ନ ଥିଲେ,
ଦୀର୍ଘକାଳ ସେହି ଲୋକମାନଙ୍କ ପରି ଆମ୍ଭେ ହୋଇଅଛୁ।
2010 by World Bible Translation Center