Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 36-41

ଅଶୂରୀୟମାନଙ୍କ ଯିହୁଦା ଆକ୍ରମଣ

36 ରାଜା ହିଜକିୟଙ୍କ ଚତୁର୍ଦ୍ଦଶ ବର୍ଷ ରାଜତ୍ୱ କାଳରେ ଅଶୂରର ରାଜା ସ‌‌‌ନ୍‌‌‌ହେରୀବ ସୁଦୃଢ଼ ପ୍ରାଚୀର ବେଷ୍ଟିତ ଯିହୁଦାର ନଗର ସବୁକୁ ଆକ୍ରମଣ କରି ତାକୁ ଅଧିକାର କଲେ। ଅଶୂରର ରାଜା ସ‌‌‌ନ୍‌‌‌ହେରୀବ ତାଙ୍କର ସେନାଧ୍ୟକ୍ଷଙ୍କୁ ଏକ ବିଶାଳ ସୈନ୍ୟବାହିନୀ ଦେଇ ଲାଖି‌ଶ୍‌ଠାରୁ ଯିରୁଶାଲମକୁ ହିଜକିୟ ରାଜା ନିକଟକୁ ପଠାଇଲା। ଆଉ ସେ ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାଳ ନିକଟରେ ଠିଆ ହେଲା।

ଯିରୁଶାଲମର ତିନି ଜଣ ବ୍ୟକ୍ତି ସେନାଧ୍ୟକ୍ଷଙ୍କୁ ସାକ୍ଷାତ କରିବାକୁ ଗଲେ। ସେମାନେ ହେଲେ ହି‌ଲ୍‌‌‌କିୟର ପୁତ୍ର ରାଜଗୃହ ରକ୍ଷୀ ଇଲିୟାକୀମ୍, ଲେଖକ ଶି‌‌‌ବ୍‌‌‌ନ ଓ ଆସଫର ପୁତ୍ର ଇତିହାସ ଲେଖକ ଯୋୟାହ।

ଆଦେଶକର୍ତ୍ତା ସେମାନଙ୍କୁ କହିଲା, “ଏବେ ତୁମ୍ଭେମାନେ ହିଜକିୟଙ୍କୁ କୁହ, ଅଶୂରର ମହାରାଜା ଏହି କଥା କୁହନ୍ତି,

“‘ତୁମ୍ଭେମାନେ କ’ଣ ପାଇଁ ଏତେ ଆତ୍ମନିର୍ଭର ଶୀଳ। ମୁଁ କହୁଛି ଯୁଦ୍ଧ ପାଇଁ ତୁମ୍ଭମାନଙ୍କର ଏହି ଯେଉଁ ବଳ ଓ ମନ୍ତ୍ରଣା ବୃଥା କଥା, ତୁମ୍ଭେମାନେ କାହା ଉପରେ ବିଶ୍ୱାସ କରି ମୋ’ ବିପକ୍ଷରେ ବିଦ୍ରୋହ କରିଛ? ତୁମ୍ଭେମାନେ କ’ଣ ଭଗ୍ନ ଯଷ୍ଟି ସଦୃଶ ମିଶର ଉପରେ ନିର୍ଭର କରୁଛ? ତାହା ଯଦି କରୁଥାଅ ତେବେ ସେ ହାତରେ ଫୋଡ଼ି ହୋଇଯାଇ କଣା କରିଦେବ। ମିଶରର ରାଜା ଫାରୋ ଉପରେ ଯେଉଁମାନେ ବିଶ୍ୱାସ ରଖନ୍ତି, ସେମାନେ ସମସ୍ତେ କିଛି ସାହାଯ୍ୟ ପାଇବେ ନାହିଁ।

“‘ମାତ୍ର ତୁମ୍ଭେ ମୋତେ କହିପାର, “ଆମ୍ଭେମାନେ ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରୁଅଛୁ।” ମାତ୍ର ମୁଁ ଜାଣେ ହିଜକିୟ ସଦାପ୍ରଭୁଙ୍କ ପୂଜାସ୍ଥଳୀ ଯଜ୍ଞବେଦି ଓ ଉଚ୍ଚସ୍ଥଳୀ ଧ୍ୱଂସ କରି ଦେଇଛି। “ଆଉ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ କେବଳ ଯିରୁଶାଲମର ଯଜ୍ଞବେଦି ନିକଟରେ ପୂଜା କରିବାକୁ କହିଅଛି।”

“‘ଏହା ସତ୍ତ୍ୱେ, ଯଦି ତୁମ୍ଭେ ଯୁଦ୍ଧ କରିବାକୁ ଗ୍ଭହୁଁଛ, ଅଶୂରର ରାଜାଙ୍କ ସହିତ ସମ୍ପର୍କ କର, ସେମାନଙ୍କ ପାଇଁ ଯଦି ଅଶ୍ୱ ଆରୋହଣକାରୀମାନଙ୍କୁ ଖୋଜି ପାରିବ, ତେବେ ମୁଁ ତୁମ୍ଭଙ୍କୁ 200 ଅଶ୍ୱ ଦେବି। ମାତ୍ର ତୁମ୍ଭେ ମୋର ପ୍ରଭୁଙ୍କ ଦାସମାନଙ୍କ ମଧ୍ୟରୁ କ୍ଷୁଦ୍ରତମ ସେନାପତିଙ୍କୁ ମଧ୍ୟ ପରାସ୍ତ କରି ପାରିବ ନାହିଁ। ତେବେ ତୁମ୍ଭେ କିପରି ମିଶରର ଅଶ୍ୱାରୋହୀ ଓ ରଥ ଉପରେ ବିଶ୍ୱାସ ରଖୁଛ?

10 “‘ବର୍ତ୍ତମାନ ତୁମ୍ଭେ କ’ଣ ଭାବୁଛ ମୁଁ ସଦାପ୍ରଭୁଙ୍କ ବିନା ସାହାଯ୍ୟରେ ଏହି ସ୍ଥାନକୁ ଧ୍ୱଂସ କରି ପାରିବି? ସଦାପ୍ରଭୁ ମୋତେ କହିଲେ, “ଏହି ଦେଶ ବିରୁଦ୍ଧରେ ଯାଇ ତାହା ଧ୍ୱଂସ କର।”’”

11 ତା'ପରେ ଇଲିୟାକୀମ୍, ଶି‌‌‌ବ୍‌‌‌ନ ଓ ଯୋୟାହ ରବ୍‌ଶାକିକି କହିଲେ, “ଦୟାକରି ଆପଣ ଆପଣଙ୍କର ଦାସମାନଙ୍କୁ ଅରାମୀୟ ଭାଷାରେ କୁହନ୍ତୁ। କାରଣ ଆମ୍ଭେମାନେ ସେ ଭାଷା ବୁଝି ପାରୁଛୁ। ପୁଣି ପ୍ରାଚୀର ଉପରିସ୍ଥ ଲୋକମାନଙ୍କର ଗୋଚର ନିମନ୍ତେ ଯିହୁଦୀୟ ଭାଷାରେ କୁହନ୍ତୁ ନାହିଁ।”

12 ମାତ୍ର ର‌ବ୍‌ଶାକି କହିଲା, “ମୋର ପ୍ରଭୁ କ’ଣ ମୋତେ ତୁମ୍ଭମାନଙ୍କୁ ଓ ତୁମ୍ଭର ପୁତ୍ରଙ୍କୁ କହିବା ପାଇଁ ପଠାଇଛନ୍ତି? ସେ କ’ଣ ମୋତେ ତୁମ୍ଭମାନଙ୍କ ସହିତ ଯେଉଁମାନେ ଆପଣା ଆପଣା ବିଷ୍ଠା ଖାଉଛନ୍ତି ଓ ମୂତ୍ର ପାନ କରୁଛନ୍ତି, ସେମାନଙ୍କ ନିକଟକୁ ପଠାଇ ନାହାନ୍ତି?”

13 ତା'ପରେ ର‌ବ୍‌ଶାକି ଉଚ୍ଚସ୍ୱରରେ ଯିହୁଦୀୟ ଭାଷାରେ କହିଲେ।

14 ମହାରାଜା ଅଶୂରର ରାଜାଙ୍କର ଏହି ବାର୍ତ୍ତା ଶୁଣ: ତୁମ୍ଭମାନଙ୍କୁ ଭୁଲାଇବା ପାଇଁ ହିଜକିୟଙ୍କୁ ଦିଅ ନାହିଁ। କାରଣ ସେ ତୁମ୍ଭମାନଙ୍କୁ ଉଦ୍ଧାର କରିବାକୁ କ୍ଷମ ହେବେ ନାହିଁ। 15 ହିଜକିୟଙ୍କ କଥା ବିଶ୍ୱାସ କର ନାହିଁ। “ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖ। ସେ ନିଶ୍ଚୟ ଆମ୍ଭମାନଙ୍କୁ ଉଦ୍ଧାର କରିବେ। ସଦାପ୍ରଭୁ ଅଶୂର ରାଜାଙ୍କୁ ଏହି ନଗର ଅଧିକାର କରିବାକୁ ଦେବେ ନାହିଁ।”

16 ହିଜକିୟଙ୍କ କଥା ଶୁଣ ନାହିଁ। କାରଣ ଅଶୂର ରାଜା ଏହିକଥା କୁହନ୍ତି, “ତୁମ୍ଭେମାନେ ମୋ’ ସହିତ ଚୁକ୍ତି କର। ତୁମ୍ଭେମାନେ ନଗରରୁ ବାହାରି ମୋ’ ନିକଟକୁ ଗ୍ଭଳିଆସ। ତା'ପରେ ପ୍ରତ୍ୟେକ ନିଜ ନିଜ ଗୃହକୁ ଯିବାକୁ ମୁକ୍ତ ଅଟ। ପ୍ରତ୍ୟେକ ଆପଣା ଆପଣା ଦ୍ରାକ୍ଷାଫଳ ଓ ଡିମ୍ବିରି ଫଳ ଭୋଜନ କର। ପ୍ରତ୍ୟେକ ନିଜ ନିଜ କୂପରୁ ଜଳ ପାନକର। 17 ତୁମ୍ଭମାନଙ୍କୁ ସ୍ୱଦେଶକୁ ନେଇଯିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏହି କାର୍ଯ୍ୟ କର। ସେହି ନୂତନ ଦେଶରେ ତୁମ୍ଭେମାନେ ଉତ୍ତମ ଶସ୍ୟ ଓ ଦ୍ରାକ୍ଷାରସ ଏବଂ ରୁଟୀ ଓ ଦ୍ରାକ୍ଷାକ୍ଷେତ୍ର‌ମାନ ଲାଭ କରିବ।”

18 ହିଜକିୟ ତୁମ୍ଭମାନଙ୍କ ପାଇଁ ଯେପରି ଦୁଃଖ ନ ମଣାଏ, ସେଥିପାଇଁ ଧ୍ୟାନ ଦିଅ। ସେ କୁହନ୍ତି, “ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।” ମାତ୍ର କୌଣସି ଗୋଷ୍ଠୀୟମାନଙ୍କର ଦେବତାଗଣ ମଧ୍ୟରୁ କୌଣସି ଦେବତା କ’ଣ ଅଶୂରୀୟ ରାଜାଙ୍କ ହସ୍ତରୁ ଆପଣା ଦେଶକୁ ଉଦ୍ଧାର କରିଅଛି? ନା। 19 ହମାତ ଓ ଅର୍ପଦର ଦେବତାମାନେ କାହାନ୍ତି? ସଫର୍ବୟିମର ଦେବତାମାନେ କାହାନ୍ତି? ସେମାନେ କ’ଣ ମୋ'ଠାରୁ ଶମରିୟାକୁ ଉଦ୍ଧାର କରିଛନ୍ତି? 20 ଏହିସବୁ ଦେଶର ଦେବତାଗଣ ମଧ୍ୟରୁ କେଉଁ ଦେବତା ମୋ’ ହସ୍ତରୁ ନିଜ ନିଜ ଦେଶ ଉଦ୍ଧାର କରିଅଛନ୍ତି ଯେ, ସଦାପ୍ରଭୁ ମୋ’ ହସ୍ତରୁ ଯିରୁଶାଲମକୁ ଉଦ୍ଧାର କରିବେ।

21 ମାତ୍ର ଯିରୁଶାଲମର ଲୋକମାନେ ନୀରବ ରହିଲେ। ତାହାକୁ ପଦେମାତ୍ର ଉତ୍ତର କଲେ ନାହିଁ। “କାରଣ ରାଜା ହିଜକିୟ ଉତ୍ତର ନ ଦେବା ପାଇଁ ଆଦେଶ ଦେଇଥିଲେ।”

22 ତା'ପରେ ହି‌ଲ୍‌‌‌କିୟର ପୁତ୍ର ରାଜଗୃହାଧ୍ୟକ୍ଷ ଇଲିୟାକୀମ୍, ଲେଖକ ଶି‌‌‌ବ୍‌‌‌ନ ଓ ଆସଫର ପୁତ୍ର ଇତିହାସ ଲେଖକ ଯୋୟାହ ଆପଣା ଆପଣା ବସ୍ତ୍ର ଚିରି ହିଜକିୟ ନିକଟକୁ ଆସି ରବ୍‌ଶାକିର କଥାସବୁ ତାକୁ ଜଣାଇଲେ।

ହିଜକିୟଙ୍କର ପରମେଶ୍ୱରଙ୍କୁ ସାହାଯ୍ୟ ଭିକ୍ଷା

37 ରାଜା ହିଜକିୟ ସେ ସମସ୍ତ ଶୁଣିଲା ପରେ ନିଜର ବସ୍ତ୍ର ଚିରି ଓ ଅଖା ଘୋଡ଼ି ହୋଇ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।

ପୁଣି ହିଜକିୟ ରାଜା ଗୃହାଧ୍ୟକ୍ଷ ଇଲିୟାକୀମ୍, ଲେଖକ ଶିବ୍‌‌‌ନ ଓ ଯାଜକମାନଙ୍କର ପ୍ରାଚୀନବର୍ଗଙ୍କୁ ଅଖା ପିନ୍ଧାଇ ଆମୋସଙ୍କ ପୁତ୍ର ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟଙ୍କ ନିକଟକୁ ପଠାଇଲେ। ସେମାନେ ଯିଶାଇୟଙ୍କୁ କହିଲେ, “ହିଜକିୟ ଏହା କହିଛନ୍ତି। ଆଜି ଦିନ ଆପଦ ଅନୁଯୋଗ ଓ ଅପମାନର ଦିନ, କାରଣ ଜନ୍ମ ହେବାକୁ ବସିଛି, ମାତ୍ର ପ୍ରସବ କରିବାକୁ ଶକ୍ତି ନାହିଁ। ହୋଇପାରେ ଜୀବନ୍ତ ପରମେଶ୍ୱରଙ୍କୁ ଧି‌କ୍‌କାର କରିବା ପାଇଁ ଆପଣା ପ୍ରଭୁ ଅଶୂରୀୟ ରାଜା ଦ୍ୱାରା ପ୍ରେରିତ ରବ୍‌ଶାକିର ସମସ୍ତ କଥା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ କଥା ଶୁଣି ଅଛନ୍ତି, ତାହାପାଇଁ ଅନୁଯୋଗ କରିବେ। ଏଣୁ ଯେଉଁ ଅବଶିଷ୍ଟାଂଶ ଅଛନ୍ତି, ସେମାନଙ୍କ ପାଇଁ ତୁମ୍ଭେ ପ୍ରାର୍ଥନା କର।”

5-6 ରାଜା ହିଜକିୟଙ୍କର ଦାସମାନେ ଯିଶାଇୟଙ୍କ ନିକଟରେ ପହଞ୍ଚିଲେ। ଯିଶାଇୟ ସେମାନଙ୍କୁ କହିଲେ, “ଏହି କଥା ତୁମ୍ଭର ପ୍ରଭୁ ହିଜକିୟଙ୍କୁ ଦିଅ। ସଦାପ୍ରଭୁ କୁହନ୍ତି, ‘ଅଶୂର ରାଜାର ଦାସମାନେ “ବାଳକମାନଙ୍କୁ” ନିନ୍ଦା କରିବାର ଯେଉଁ କଥା ଶୁଣିଅଛ! ତହିଁରେ ଭୟଭୀତ ହୁଅ ନାହିଁ। ଦେଖ, ଆମ୍ଭେ ଅଶୂରୀୟ ରାଜା ମଧ୍ୟରେ ଏକ ଆତ୍ମା ପ୍ରବେଶ କରାଇବା ଓ କୌଣସି ଜନରବ ଶୁଣି ନିଜ ଦେଶକୁ ଫେରିଯିବ। ସେତେବେଳେ ତାହାରି ନିଜ ଦେଶରେ ଆମ୍ଭେ ତାକୁ ‌‌ଖ‌ଡ଼୍‌ଗରେ ନିପାତ କରିବା।”’

ଅଶୂରୀୟ ସୈନ୍ୟବାହିନୀ ଯିରୁଶାଲମ ତ୍ୟାଗ କରନ୍ତି

ପ୍ରଧାନ ସେନାପତି ଫେରିଗଲେ ଏବଂ ସେତେବେଳେ ସେ ଶୁଣିବାକୁ ପାଇଲେ ଯେ, ଅଶୂରର ରାଜା ଲାଖୀ‌‌‌ଶ୍‌‌‌ର ସେନା ଛାଉଣି ଛାଡ଼ିଛନ୍ତି। ସେନାପତି ଲି‌‌‌ବ୍‌‌‌ନାରେ ରାଜା ଯୁଦ୍ଧ କରୁଥିବାର ଦେଖିଲା। ଅଶୂରର ରାଜା ଶୁଣିବାକୁ ପାଇଲେ, “ରାଜା ତିହୀକ କୂଶ ଦେଶରେ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସୁଛନ୍ତି,” ଯେତେବେଳେ ଅଶୂରର ରାଜା ଏ କଥା ଶୁଣିଲେ,

ସେ ହିଜକିୟ ପାଖକୁ ଦୂତଗଣ ପଠାଇଲେ ଏବଂ କହିଲେ, 10 ହିଜକିୟକୁ ଏହିକଥା କହିବା ପାଇଁ ସେ ଦୂତଗଣ ପଠାଇଛନ୍ତି,

“ଯିରୁଶାଲମ ଅଶୂରୀୟ ରାଜାଙ୍କର ହସ୍ତଗତ ହେବ ନାହିଁ। ‘ଏହିକଥା କହି ତୁମ୍ଭ ବିଶ୍ୱାସଭୂମି ପରମେଶ୍ୱର ତୁମ୍ଭକୁ ଯେପରି ନ ଭୁଲାନ୍ତି।” 11 ଦେଖ, ଅଶୂରୀୟ ରାଜାମାନେ ଯେପରି ଭାବରେ ସମସ୍ତ ଦେଶକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱସ୍ତ ବିଧ୍ୱସ୍ତ କରିଛନ୍ତି, ତାହା ତୁମ୍ଭେମାନେ ଶୁଣିଅଛ। ଆଉ ତୁମ୍ଭେମାନେ କ’ଣ ଉଦ୍ଧାର ପାଇବ? 12 ମୋର ପୂର୍ବପୁରୁଷଗଣ ଯେଉଁ ଗୋଶନ, ହାରୋଣ ଓ ରେ‌‌‌ତ୍‌‌‌ଶଫ୍ ଦେଶୀୟମାନଙ୍କୁ ଏବଂ ତଳଃସର ନିବାସୀ ଏଦନ-ସନ୍ତାନମାନଙ୍କୁ ବିନାଶ କଲେ, ସେମାନଙ୍କର ଦେବତାମାନେ କ’ଣ ସେମାନଙ୍କୁ ଉଦ୍ଧାର କଲେ? 13 ହମାତ, ଅର୍ପଦ, ସଫର୍ବୟିମ ନଗର, ହେନା ଓ ଅବ୍ବା ରାଜା କାହାନ୍ତି? ସେମାନେ ସମସ୍ତେ ବିନାଶ ହୋଇଛନ୍ତି।’”

ହିଜକିୟ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ

14 ହିଜକିୟ ଦୂତଙ୍କଠାରୁ ଏକ ଲେଖା ନେଲେ ଓ ପାଠ କଲେ। ତା'ପରେ ସେ ସଦାପ୍ରଭୁଙ୍କ ମନ୍ଦିରକୁ ଯାଇ ପ୍ରାର୍ଥନା କରି କହିଲା। 15 ସେ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲା, 16 “ହେ ସର୍ବଶକ୍ତିମାନ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର ଯେ କି କିରୂବଗଣ ଉପରେ ଉପବିଷ୍ଟା ତୁମ୍ଭେ କେବଳ ପୃଥିବୀସ୍ଥ ସମୁଦାୟ ରାଜ୍ୟର ପରମେଶ୍ୱର ଅଟ। ତୁମ୍ଭେ ଏହି ସ୍ୱର୍ଗ ଓ ପୃଥିବୀ ନିର୍ମାଣ କରିଅଛ। 17 ହେ ସଦାପ୍ରଭୁ, ଦୟାକରି କର୍ଣ୍ଣ ଦେଇ ଶୁଣ, ହେ ସଦାପ୍ରଭୁ, ଚକ୍ଷୁ ଖୋଲି ଦେଖ। ପୁଣି ଜୀବନ୍ତ ପରମେଶ୍ୱରଙ୍କୁ ଧି‌କ୍‌କାର କରିବା ପାଇଁ ସ‌‌‌ନ୍‌‌‌ହେରୀବ ଯାହାକିଛି ପଠାଇଛି, ତାହାର ସେହିସବୁ କଥା ଶୁଣ। 18 ହେ ସଦାପ୍ରଭୁ, ଏହା ସତ୍ୟ ଯେ ଅଶୂରୀୟ ରାଜାମାନେ ସମସ୍ତ ଦେଶକୁ ଏବଂ ସେମାନଙ୍କ ଭୂମିକୁ ଧ୍ୱଂସ କରିଛନ୍ତି। 19 ଆଉ ମଧ୍ୟ ସେମାନେ ସେହି ଦେଶର ଦେବତାମାନଙ୍କୁ ଅଗ୍ନିରେ ନିକ୍ଷେପ କରିଛନ୍ତି। କାରଣ ସେମାନେ ପ୍ରକୃତ ଦେବତା ନୁହନ୍ତି। ମନୁଷ୍ୟ ହସ୍ତ ନିର୍ମିତ କାଷ୍ଠ ଓ ପାଷାଣ ପ୍ରତିମା। ତେଣୁ ସେମାନେ ସେଗୁଡ଼ିକୁ ବିନାଶ କରିଛନ୍ତି। 20 ମାତ୍ର ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର। ତେଣୁ ଦୟାକରି ଆମ୍ଭମାନଙ୍କୁ ଅଶୂରୀୟ ରାଜାଙ୍କଠାରୁ ଉଦ୍ଧାର କର, ତାହାହେଲେ ତୁମ୍ଭେ ଯେ ସଦାପ୍ରଭୁ ଓ ଏକମାତ୍ର ପରମେଶ୍ୱର, ଏ କଥା ସମଗ୍ର ପୃଥିବୀବାସୀ ଜାଣିବେ।”

ହିଜକିୟଙ୍କ ପ୍ରତି ପରମେଶ୍ୱରଙ୍କ ଉଦ୍ଧାର

21 ତା'ପରେ ଆମୋସଙ୍କ ପୁତ୍ର ଯିଶାଇୟ ହିଜକିୟ ନିକଟକୁ ଏହି ବାର୍ତ୍ତା କହି ପଠାଇଲେ। ସେ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କୁହନ୍ତି, ‘ତୁମ୍ଭେ ଅଶୂରର ରାଜା ସ‌‌‌ନ୍‌‌‌ହେରୀବ ବିରୁଦ୍ଧରେ ଆମ୍ଭ ନିକଟରେ ପ୍ରାର୍ଥନା କର।

22 “ସ‌‌‌ନ୍‌‌‌ହେରୀବ ବିଷୟରେ ସଦାପ୍ରଭୁ ଏହିକଥା କୁହନ୍ତି,

‘ସିୟୋନର କୁଆଁରୀକନ୍ୟା ତୁମ୍ଭକୁ ତୁଚ୍ଛ କରିଛି
    ଓ ତୁମ୍ଭକୁ ପରିହାସ କରିଛି।
ଯିରୁଶାଲମର କନ୍ୟା ତୁମ୍ଭକୁ
    ହୀନ ଦୃଷ୍ଟିରେ ଦେଖିଛି।
23 ମାତ୍ର ତୁମ୍ଭେ କାହାକୁ ଅପମାନିତ ଓ ନିନ୍ଦା କରିଛ?
    କାହା ବିରୁଦ୍ଧରେ ତୁମ୍ଭେ ନିଜର ଅଭିଯୋଗ ବାଢ଼ିଛ?
ପୁଣି ଗର୍ବରେ ଦୃଷ୍ଟି ଊର୍ଦ୍ଧ୍ୱକୁ କରିଅଛ।
    ଏସବୁ ଇସ୍ରାଏଲ ପବିତ୍ର ସ୍ୱରୂପ ବିରୁଦ୍ଧରେ ନୁହେଁ କି?
24 ତୁମ୍ଭେ ତୁମ୍ଭର ଦାସମାନଙ୍କ ଦ୍ୱାରା ମୋର ପ୍ରଭୁ ସଦାପ୍ରଭୁଙ୍କୁ ଲାଞ୍ଚିତ କରିଅଛ।
    ତୁମ୍ଭେ କହିଛ,
“ମୁଁ ଅତି ଶକ୍ତିଶାଳୀ ଓ ମୋର ଅପାର ରଥ ସାହାଯ୍ୟରେ
    ମୁଁ ଲିବାନୋନକୁ ପରାସ୍ତ କରିଅଛି,
ତାହାର ଉଚ୍ଚତମ ପର୍ବତ ଶିଖରକୁ ଉଠିଅଛି,
    ତା'ର ଏରସ ଓ ଦେବଦାରୁ ବୃକ୍ଷସବୁ କାଟି ପକାଇଅଛି।
ପୁଣି ତା'ର ଦୂରବର୍ତ୍ତୀ ଉଚ୍ଚସ୍ଥାନରେ
    ଓ ଫଳପୂର୍ଣ୍ଣ ନିବିଡ଼ ଅରଣ୍ୟରେ ପ୍ରବେଶ କରିଅଛୁ।
25 ଆମ୍ଭେ କୂପ ଖୋଳି ଜଳପାନ କରିଅଛୁ।
    ପୁଣି ମିଶରର ନଦୀସବୁକୁ ଶୁଷ୍କ କରାଇ
    ତା’ ଉପରେ ପଦଗ୍ଭରଣା କରିଅଛୁ।”

26 “ଏସବୁ ତୁମ୍ଭେ ସିନା କହିଲ, ମାତ୍ର ତୁମ୍ଭେ କ’ଣ ଶୁଣି ନାହଁ,
    “ବହୁକାଳ ପୂର୍ବରୁ ଏହା ନିରୂପଣ ଓ ସ୍ଥିର କରିଅଛୁ?
ତୁମ୍ଭେ ପ୍ରାଚୀର ବେଷ୍ଟିତ ନଗରଗୁଡ଼ିକୁ ଧ୍ୱଂସ କରି ଢିପି କରିବ,
    ଏହା ଆମ୍ଭେ ଏବେ ସଫଳ କରିଅଛୁ।
27 ଏଣୁ ସେହି ନଗର ବାସିନ୍ଦା ଅଳ୍ପଶକ୍ତି ବିଶିଷ୍ଟ ହେଲେ।
    ସେମାନେ ହତାଶ ଓ ବିଭ୍ରାନ୍ତ ହେଲେ।
ସେମାନେ କ୍ଷେତ୍ରର ଘାସ
    ଓ ନବୀନ ତୃଣ କର୍ତ୍ତନ ସଦୃଶ,
ଗୃହ ଛାତର ଉପରିସ୍ଥ ଘାସ
    ଓ ଅପକ୍ୱ ଶସ୍ୟକ୍ଷେତ୍ର ତୁଲ୍ୟ ହେଲେ।
28 ମାତ୍ର ତୁମ୍ଭେ କେବେ ଉଠିବ, ବସିବ,
    ବାହାରକୁ ଯିବ, ଭିତରକୁ ଆସିବ,
ପୁଣି ଆମ୍ଭ ବିରୁଦ୍ଧରେ ଯୁଦ୍ଧ କରିବ,
    ଏସବୁ ଆମ୍ଭେ ଜାଣୁ।
29 ହଁ, ତୁମ୍ଭେ ଆମ୍ଭ ବିରୁଦ୍ଧରେ କ୍ରୋଧ କରିଅଛ
    ଓ ତୁମ୍ଭର ଦମ୍ଭ ଓ ଗର୍ବିତ କଥା ଆମ୍ଭର କର୍ଣ୍ଣଗୋଚର ହୋଇଅଛି।
ଏଣୁ ଆମ୍ଭେ ତୁମ୍ଭ ନାକରେ ଅଙ୍କୁଶ
    ଓ ଓଠରେ ଲଗାମ ଦେବା।
ପୁଣି ତୁମ୍ଭେ ଯେଉଁ ବାଟରେ ଆସିଥିଲ,
    ସେହି ବାଟରେ ତୁମ୍ଭେମାନେ ଫେରିଯିବ।””

ହିଜକିୟଙ୍କ ପାଇଁ ସଦାପ୍ରଭୁଙ୍କ ବାର୍ତ୍ତା

30 ତା'ପରେ ସଦାପ୍ରଭୁ ହିଜକିୟଙ୍କୁ କହିଲେ, “ଏହା ତୁମ୍ଭ ପାଇଁ ଏକ ଚିହ୍ନ ହେବ। ଏହି ବର୍ଷ ସ୍ୱୟଂ ଉତ୍ପନ୍ନ ଶସ୍ୟରୁ ଓ ଦ୍ୱିତୀୟ ବର୍ଷ ତହିଁରୁ ଅଙ୍କୁରିତ ଶସ୍ୟରୁ ଭୋଜନ କରିବ। ପୁଣି ତୃତୀୟ ବର୍ଷ ବୀଜ ବୁଣି ପ୍ରଚୁର ଶସ୍ୟଅମଳ କରିବ ଓ ଦ୍ରାକ୍ଷାକ୍ଷେତ୍ର କରି ତାହାର ଫଳ ଭୋଗ କରିବ।

31 “ଯିହୁଦା ବଂଶର ରକ୍ଷାପାଇଥିବା ଅବଶିଷ୍ଟାଂଶ ଲୋକେ ପୁନର୍ବାର ବଢ଼ିବେ। ସେମାନେ ବୃକ୍ଷପରି ତଳକୁ ଚେର ମାଡ଼ିବେ ଓ ଉପରେ ଫଳ ଫଳିବେ। 32 କାରଣ ଯିରୁଶାଲମରୁ ରକ୍ଷାପ୍ରାପ୍ତ ଏହି ଅଳ୍ପ କେତେକ ଅବଶିଷ୍ଟ ଲୋକ ସିୟୋନ ପର୍ବତରୁ ବାହାରିବେ।” ସର୍ବଶକ୍ତିମାନ ସଦାପ୍ରଭୁଙ୍କ ଗଭୀର ପ୍ରେମର ସିଦ୍ଧତା ଦ୍ୱାରା ଏହା ପ୍ରମାଣିତ ହେବ।

33 ଏଣୁ ସଦାପ୍ରଭୁ ଅଶୂରୀୟ ରାଜା ବିଷୟରେ ଏହିକଥା କହନ୍ତି,

“ସେ ଏହି ନଗରକୁ ଆସିବ ନାହିଁ କି
    ଏହି ନଗରକୁ ତୀର ମାରିବ ନାହିଁ।
ପୁଣି ତା’ ସମ୍ମୁଖକୁ ଢାଲ ଧରି ଆସିବ ନାହିଁ କି
    ତାହା ବିରୁଦ୍ଧରେ ଆକ୍ରମଣ କରିବାକୁ ବନ୍ଧ ବାନ୍ଧିବ ନାହିଁ।
34 ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ
    ସେ ଯେଉଁ ବାଟଦେଇ ଆସିଥିଲା ସେହି ବାଟରେ ଫେରିଯିବ।
    ସେ ଏ ନଗରକୁ ଆସିବ ନାହିଁ।
35 ମୁଁ ମୋ’ ନିମନ୍ତେ ଓ ମୋର ଦାସ ଦାଉଦ ନିମନ୍ତେ ଏହି ନଗରକୁ ରକ୍ଷା କରିବି
    ଓ ଏହାର ସପକ୍ଷରେ ରହିବି।”

36 ଏହା ପରେ ସେହି ରାତ୍ରିରେ ସଦାପ୍ରଭୁଙ୍କ ଦୂତ ବାହାରି ଅଶୂରୀୟମାନଙ୍କ ଛାଉଣିରେ 185,000 ଲୋକଙ୍କୁ ସଂହାର କଲେ। ଯେତେବେଳେ ପ୍ରଭାତରେ ଲୋକମାନେ ଉଠିଲେ, ସେମାନଙ୍କ ଚତୁର୍ଦ୍ଦିଗରେ କେବଳ ଶବମାନ ଦେଖିଲେ। 37 ତେଣୁ ଅଶୂର ରାଜା ସ‌‌‌ନ୍‌‌‌ହେରୀବ ନୀନିବୀକୁ ପ୍ରସ୍ଥାନ କଲା ଓ ସେଠାରେ ବାସ କଲା।

38 ଦିନେ ସ‌‌‌ନ୍‌‌‌ହେରୀବ ନିଷ୍ରୋକ ନାମକ ଦେବତାର ଗୃହରେ ପୂଜା କଲାବେଳେ ତା'ର ଦୁଇ ପୁତ୍ର ଅଦ୍ରମ୍ମେଲକ ଓ ଶରେ‌ତ୍‌ସର ତାକୁ ‌‌ଖ‌ଡ଼୍‌ଗରେ ବଧ କଲେ। ତା'ପରେ ସେମାନେ ଅରାରଟ ଦେଶକୁ ପଳାୟନ କଲେ। ତେଣୁ ତାହାର ପୁତ୍ର ଏସରହଦ୍ଦୋନ ଅଶୂରର ରାଜତ୍ୱ କଲା।

ହିଜକିୟଙ୍କର ପୀଡ଼ିତାବସ୍ଥା

38 ସେହି ସମୟରେ ହିଜକିୟ ସାଂଘାତିକ ରୋଗରେ ପୀଡ଼ିତ ହେଲେ। ତେଣୁ ଆମୋସଙ୍କ ପୁତ୍ର ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟ ତାଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ ମୋତେ ଏହିକଥା କହିଛନ୍ତି, ‘ତୁମ୍ଭେ କେବେ ଆରୋଗ୍ୟ ହେବ ନାହିଁ, ତୁମ୍ଭେ ନିଶ୍ଚୟ ମରିବ। ତେଣୁ ତୁମ୍ଭେ ତୁମ୍ଭର ଗୃହକୁ ସଜାଡ଼।’”

ଏଥିରେ ହିଜକିୟ ମନ୍ଦିର ଆଡ଼େ ମୁହଁ ଫେରାଇ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲା, “ହେ ସଦାପ୍ରଭୁ, ମୁଁ ବିନୟ କରି କହୁଅଛି, ମୁଁ ବିଶ୍ୱସ୍ତ ଭାବରେ ସର୍ବାନ୍ତଃକରଣରେ ତୁମ୍ଭର ଉପାସନା କରିଅଛି ଓ ତୁମ୍ଭ ଦୃଷ୍ଟିରେ ଉତ୍ତମ କର୍ମ କରିଅଛି, ତାହା ତୁମ୍ଭେ ସ୍ମରଣ କର।” ଏହା କହି ହିଜକିୟ ଅତିଶୟ ରୋଦନ କଲା।

ସେତେବେଳେ ଯିଶାଇୟ ଏହି ବାର୍ତ୍ତା ସଦାପ୍ରଭୁଙ୍କଠାରୁ ଲାଭ କଲେ। “ତୁମ୍ଭେ ହିଜକିୟ ନିକଟକୁ ଯାଅ ଓ ଏହିକଥା କୁହ, ତୁମ୍ଭ ପୂର୍ବପୁରୁଷ ଦାଉଦଙ୍କ ପରମେଶ୍ୱର ସଦାପ୍ରଭୁ ଏହିକଥା କୁହନ୍ତି, ‘ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଅଛୁ ଓ ତୁମ୍ଭର ଲୋତକ ଦେଖିଅଛୁ। ଆମ୍ଭେ ତୁମ୍ଭର ଆୟୁ ପନ୍ଦରବର୍ଷ ବଢ଼ାଇବା।’ ମୁଁ ତୁମ୍ଭକୁ ଓ ତୁମ୍ଭର ନଗରକୁ ଅଶୂରୀୟ ରାଜା ହସ୍ତରୁ ରକ୍ଷା କରିବି ଓ ଏହି ନଗରର ସପକ୍ଷ ନେବି।’”

ସଦାପ୍ରଭୁ ତାଙ୍କର ବାକ୍ୟ ସଫଳ କରିବେ ତୁମ୍ଭକୁ ତାଙ୍କଠାରୁ ଏହି ଚିହ୍ନ ହେବ। “ଦେଖ, ମୁଁ ଆହସର ସୂର୍ଯ୍ୟ ଘଟିକାରେ ସୂର୍ଯ୍ୟର ଛାୟା ଯେତେ ଆଗକୁ ଯାଇଅଛି, ତାହାକୁ ଦିଗପାହୁଣ୍ଡ ପଛକୁ ଫେରାଇ ଆଣିବି।”

ଯିହୁଦାର ରାଜା ହିଜକିୟ ପୀଡ଼ିତାବସ୍ଥାରୁ ସୁସ୍ଥ ହେଲା ପରେ ଏହା ଲେଖାଗଲା।

10 ମୁଁ ନିଜକୁ କହିଲି ମୁଁ ଆପଣା ଆୟୁର ମଧ୍ୟାହ୍ନ ସମୟରେ ପାତାଳପୁର ଦ୍ୱାରରେ ପ୍ରବେଶ କରିବି।
    ମୁଁ ନିଜର ଜୀବନ ସମୟର ଅବଶିଷ୍ଟାଂଶ ପ୍ରାପ୍ତିରୁ ବଞ୍ଚିତ ହେଲି।
11 ତେଣୁ ମୁଁ କହିଲି, “ମୁଁ ସଦାପ୍ରଭୁଙ୍କୁ ଜୀବିତମାନଙ୍କ ଦେଶରେ ଦେଖିବି ନାହିଁ।
    ପୁଣି ଏ ଜଗତରେ ଜୀବିତମାନଙ୍କୁ ମଧ୍ୟ ଦେଖିବି ନାହିଁ।
12 ମେଷପାଳକର ତମ୍ବୁକୁ ତା'ଠାରୁ ସ୍ଥାନାନ୍ତରିତ କଲାପରି ମୋର ଆୟୁକୁ ମୋ'ଠାରୁ ଦୂରୀକୃତ କରାଯାଇଛି।
    ମୋର ଜୀବନକୁ ତନ୍ତପରି ଗୁଡ଼ାଇ ଅଛି।
    ସେ ମୋତେ ତନ୍ତରୁ କାଟି ପକାଇବେ।
    ଏକ ଦିବାରାତ୍ରି ସମୟ ମଧ୍ୟରେ ମୋର ଜୀବନ ନିଃଶେଷ କରି ଦେବ।
13 ମୁଁ ସାହାଯ୍ୟ ପାଇଁ ପ୍ରଭାତ ପର୍ଯ୍ୟନ୍ତ କ୍ରନ୍ଦନ କଲି।
    ଯେପରି ସିଂହ ମୋର ଅସ୍ଥିସବୁ ଚୂର୍ଣ୍ଣ କରୁଅଛି।
    ଏକ ଦିବାରାତ୍ର ସ୍ୱଳ୍ପ ସମୟ ମଧ୍ୟରେ ତୁମ୍ଭେ ମୋତେ ଶେଷ କରିବ।
14 ମୁଁ କପୋତ, ଗ୍ଭତକ
    ଓ ସାରସ ପକ୍ଷୀ ପରି ଶବ୍ଦ କଲି।
ଉପରକୁ ଦୃଷ୍ଟି କରି କରି
    ମୋର ଚକ୍ଷୁ କ୍ଳାନ୍ତ ହୋଇଗଲା।
ହେ ସଦାପ୍ରଭୁ, ମୁଁ ବିପଦଗ୍ରସ୍ତ,
    ତୁମ୍ଭେ ମୋତେ ସାହାଯ୍ୟ କର।”
15 ମୁଁ କ’ଣ କହିବି?
    ଯେତେବେଳେ ସେ ମୋତେ କହି ଅଛନ୍ତି
    ଓ ତାହା ନିଜେ ସାଧନ କରିଛନ୍ତି।
ମୋର ଆତ୍ମା ତିକ୍ତତା ସକାଶେ
    ମୁଁ ବର୍ଷଯାକ ଧୀରେ ଧୀରେ ଗ୍ଭଲିବି।
16 ହେ ପ୍ରଭୋ, ଏହିସବୁ ଦ୍ୱାରା ଲୋକେ ବଞ୍ଚନ୍ତି।
    ଆଉ ସେଥିରେ ସମ୍ପୂର୍ଣ୍ଣ ରୂପେ
ମୋର ଆତ୍ମାର ଜୀବନ ଅଛି।
    ଏଣୁ ତୁମ୍ଭେ ମୋତେ ସୁସ୍ଥ କରି ପୁନଃର୍ଜୀବନ ଦିଅ।

17 ଦେଖ, ମୋର ଦୁଃଖ ଗ୍ଭଲିଯାଇଛି,
    ବର୍ତ୍ତମାନ ମୋର ଶାନ୍ତି ଆସିଛି।
ମାତ୍ର ତୁମ୍ଭେ ମୋତେ ପ୍ରେମ କରି
    ବିନାଶ କୂପରୁ ମୋର ପ୍ରାଣକୁ ଉଦ୍ଧାର କଲ।
କାରଣ ତୁମ୍ଭେ ମୋତେ କ୍ଷମା କରି
    ମୋର ସମସ୍ତ ପାପକୁ ପଛକୁ ପକାଇ ଦେଇଛ।
18 ପାତାଳ ତୁମ୍ଭକୁ ଧନ୍ୟବାଦ ଦେଇ ପାରିବ ନାହିଁ।
    ମୃତ୍ୟୁ ତୁମ୍ଭର ପ୍ରଶଂସା ଗାନ କରି ପାରିବ ନାହିଁ।
ତେଣୁ ମର୍ତ୍ତଗାମୀମାନେ
    ତୁମ୍ଭର ବିଶ୍ୱସ୍ତତା ଘୋଷଣା କରିବେନି।
19 ମୁଁ ଯେପରି କରୁଅଛି ସେହିପରି ଜୀବିତ ଲୋକେ ତୁମ୍ଭର ପ୍ରଶଂସା କରିବେ।
    ଜଣେ ପିତା ତା'ର ସନ୍ତାନଗଣଙ୍କୁ
    ତୁମ୍ଭର ସତ୍ୟତା ଜ୍ଞାନ ବିଶ୍ୱାସ କରାଇବେ।
20 ତେଣୁ ମୁଁ କହିବି, “ସଦାପ୍ରଭୁ ମୋତେ ପରିତ୍ରାଣ କଲେ।
    ତେଣୁ ଆମ୍ଭେମାନେ ଜୀବନସାରା ସଦାପ୍ରଭୁଙ୍କ ମନ୍ଦିରରେ ତାରଯୁକ୍ତ ଯନ୍ତ୍ର ସହିତ ସଙ୍ଗୀତ ଗାନ କରିବୁ।”

21 ତା'ପରେ ଯିଶାଇୟ ହିଜକିୟଙ୍କୁ କହିଲେ,

“ତୁମ୍ଭେ ଡିମ୍ବିରିକୁ ଏକତ୍ର ଛେଚ ଏବଂ ତୁମ୍ଭର କ୍ଷତରେ ଲଗାଅ।

ତାହାହେଲେ ତୁମ୍ଭେ ଆରୋଗ୍ୟ ଲାଭ କରିବ।”

22 ମାତ୍ର ହିଜକିୟ ଯିଶାଇୟଙ୍କୁ ପ୍ରଶ୍ନ କଲେ,

“ମୁଁ ଭଲ ହେବି, ସଦାପ୍ରଭୁ କି ସଙ୍କେତ ଦ୍ୱାରା ପ୍ରମାଣ କରିବେ?

ମୁଁ ସଦାପ୍ରଭୁଙ୍କ ମନ୍ଦିରକୁ ଯିବି କେଉଁ ସଙ୍କେତ ଦ୍ୱାରା ପ୍ରମାଣିତ ହେବ?”

ବାବିଲରୁ ଦୂତଗଣ

39 ସେହି ସମୟରେ ବାବିଲ ରାଜା ବ‌ଲ୍‌ଦନର ପୁତ୍ର ମରୋଦକ୍-ବ‌ଲ୍‌ଦନ୍ ହିଜକିୟ ନିକଟକୁ ପତ୍ର ଓ ଦର୍ଶନୀ ପଠାଇଲା। କାରଣ ହିଜକିୟଙ୍କର ଅସୁସ୍ଥତା ଓ ଆରୋଗ୍ୟ ଲାଭ ସେ ଶୁଣିଥିଲା। ଏଥିରେ ହିଜକିୟ ଅତିଶୟ ସନ୍ତୁଷ୍ଟ ହୋଇ ନିଜର ବହୁମୂଲ୍ୟ ପଦାର୍ଥର ଗୃହ, ରୂପା, ସୁନା, ସୁଗନ୍ଧିତ ଦ୍ରବ୍ୟ, ବହୁମୂଲ୍ୟ ତୈଳ, ନିଜର ଅସ୍ତ୍ରାଗାର ଓ ଆପଣା ଭଣ୍ଡାର ସ୍ଥିତ ସମସ୍ତ ଦ୍ରବ୍ୟ ସେମାନଙ୍କୁ ଦେଖାଇଲେ। ହିଜକିୟ ଯାହା ସେମାନଙ୍କୁ ନ ଦେଖାଇଲା ତାହା ତା'ର ଗୃହରେ କିମ୍ବା ସମଗ୍ର ରାଜ୍ୟରେ ନ ଥିଲା।

ସେତେବେଳେ ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟ ରାଜା ହିଜକିୟ ନିକଟକୁ ଯାଇ ତାଙ୍କୁ ପଗ୍ଭରିଲେ, “ଏହି ଲୋକମାନେ କ’ଣ କହିଲେ? ସେମାନେ କେଉଁଠାରୁ ଆସିଲେ?”

ହିଜକିୟ କହିଲେ, “ସେମାନେ ଦୂରଦେଶ ବାବିଲରୁ ମୋତେ ଦେଖିବାକୁ ଆସିଛନ୍ତି।”

ଯିଶାଇୟ ପଗ୍ଭରିଲେ, “ସେମାନେ ତୁମ୍ଭ ଗୃହରେ କ’ଣ ଦେଖିଅଛନ୍ତି?”

ହିଜକିୟ ଉତ୍ତର କଲେ, “ମୋ’ ଗୃହରେ ଯାହାସବୁ ଥିଲା ମୁଁ ସେ ସମସ୍ତ ତାଙ୍କୁ ଦେଖାଇଲି। ଏପରି କୌଣସି ଜିନିଷ ମୋ’ ଭଣ୍ଡାରରେ ନାହିଁ ଯାହାକି ମୁଁ ତାଙ୍କୁ ଦେଖାଇ ନାହିଁ।”

ଏଥିରେ ଯିଶାଇୟ ହିଜକିୟଙ୍କୁ କହିଲେ, “ସଦାପ୍ରଭୁ ସର୍ବଶକ୍ତିମାନଙ୍କ କଥା ଶୁଣ। ଦେଖ, ‘ଏକ ସମୟ ଆସୁଛି ଯେତେବେଳେ ତୁମ୍ଭ ଗୃହସ୍ଥିତ ସମସ୍ତ ଦ୍ରବ୍ୟ ଓ ଆଜି ପର୍ଯ୍ୟନ୍ତ ସଞ୍ଚିତ ତୁମ୍ଭ ପୂର୍ବପୁରୁଷଙ୍କ ଦ୍ରବ୍ୟ ବାବିଲକୁ ନିଆଯିବ। ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି କୌଣସି ଦ୍ରବ୍ୟ ଛଡ଼ାଯିବ ନାହିଁ।’ ତୁମ୍ଭ ଔରସରୁ ଜାତ ସନ୍ତାନମାନଙ୍କୁ ବାବିଲମାନେ ନେଇଯିବେ ଓ ସେମାନଙ୍କୁ ବାବିଲମାନେ ରାଜାଙ୍କ ଅଟ୍ଟାଳିକାରେ ନପୁଂସକ କରି ରଖିବେ।”

ସେତେବେଳେ ହିଜକିୟ ଯିଶାଇୟଙ୍କୁ କହିଲା, “ତୁମ୍ଭେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ କହିଅଛ ତାହା ଉତ୍ତମ।” ସେ ପୁଣି କହିଲା, “କାରଣ ମୋ’ ସମୟରେ ଶାନ୍ତି ଓ ସତ୍ୟତା ବିରାଜିତ ହେବ।”

ଇସ୍ରାଏଲର ଦଣ୍ଡ ସମାପ୍ତି

40 ତୁମ୍ଭର ପରମେଶ୍ୱର ଏହା କୁହନ୍ତି,
    “ମୋ’ ଲୋକମାନଙ୍କୁ ସାନ୍ତ୍ୱନା ଦିଅ, ସାନ୍ତ୍ୱନା ଦିଅ।
ତୁମ୍ଭେମାନେ ଯିରୁଶାଲମକୁ ଦୟାପୂର୍ଣ୍ଣ ମଧୁର ବାକ୍ୟ କୁହ।
    ‘ତାହାର ସଂଗ୍ରାମ ଶେଷ ହୋଇଛି
    ଓ ତାହାର ପାପକୁ କ୍ଷମା କରାଯାଇଛି।’
ସେ ନିଜର ପାପପାଇଁ ସଦାପ୍ରଭୁଙ୍କଠାରୁ
    ଦୁଇଗୁଣ ଦଣ୍ଡ ପାଇଅଛି ବୋଲି ପ୍ରଗ୍ଭର କର।”

ଏକ ବ୍ୟକ୍ତିର ଉଚ୍ଚସ୍ୱର ଶୁଣ,
“ତୁମ୍ଭେମାନେ ପ୍ରାନ୍ତରରେ ସଦାପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର।
    ମରୁଭୂମିରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ରାଜପଥ ସଳଖ ଓ ଚି‌କ୍‌କଣ କର।
ସମସ୍ତ ଉପତ୍ୟକାକୁ ପୂର୍ଣ୍ଣ କରି ଉଚ୍ଚ କର,
    ପର୍ବତ ଓ ଉପପର୍ବତଗୁଡ଼ିକୁ ସମାନ କର।
ବକ୍ର ରାସ୍ତାକୁ ସଳଖ କର
    ଓ ରଗଡ଼ା ସ୍ଥାନଗୁଡ଼ିକୁ ମସୃଣ କର।
ତାହାହେଲେ ସଦାପ୍ରଭୁଙ୍କ ମହିମା ପ୍ରକାଶିତ ହେବ।
    ସମସ୍ତ ମାନବ ସମାଜ ସଦାପ୍ରଭୁଙ୍କ ଗୌରବ ଦେଖିବେ।
କାରଣ ସଦାପ୍ରଭୁ ନିଜେ ଏହା କହିଛନ୍ତି।”

ପୁଣି ଏକ ସ୍ୱର ଶୁଣାଗଲା, “ପ୍ରଗ୍ଭର କର।”
    ଜଣେ ବ୍ୟକ୍ତି କହିଲା, “କ’ଣ ପ୍ରଗ୍ଭର କରିବା?”
ସେ ସ୍ୱରଟି କହିଲା, “ମନୁଷ୍ୟ ଚିରଦିନ ପାଇଁ ବଞ୍ଚିବ ନାହିଁ।
    ସେମାନେ ତୃଣତୁଲ୍ୟ ଓ ସେମାନଙ୍କର ସମସ୍ତ ଶୋଭା କ୍ଷେତ୍ରସ୍ଥ ପୁଷ୍ପ ତୁଲ୍ୟ।
ତୃଣ ଶୁଷ୍କ ହୁଏ ଓ ପୁଷ୍ପ ମ୍ଳାନ ହୁଏ।
    କାରଣ ତାହା ଉପରେ ସଦାପ୍ରଭୁଙ୍କର ଶ୍ୱାସବାୟୁ ବହେ।
    ତେଣୁ ଲୋକମାନେ ନିଶ୍ଚିତ ତୃଣ ସ୍ୱରୂପ।
“ତୃଣ ସିନା ଶୁଷ୍କ ହୁଏ ଓ ପୁଷ୍ପ ସିନା ମଳିନ ହୁଏ,
    ମାତ୍ର ଆମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ।”

ପରିତ୍ରାଣ: ପରମେଶ୍ୱରଙ୍କ ସୁସମ୍ବାଦ

ହେ ଲୋକମାନେ, ସିୟୋନରେ ସୁସମାଗ୍ଭର ପ୍ରଗ୍ଭର କର,
    ଉଚ୍ଚ ପର୍ବତକୁ ଯାଅ।
ଉଚ୍ଚ ସ୍ୱରରେ କୁହ, ହେ ଲୋକମାନେ ଯିରୁଶାଲମ ନିକଟରେ ସୁସମାଗ୍ଭର ପ୍ରଗ୍ଭର କର।
    ଜୋ‌ର୍‌ରେ କୁହ, ଭୟ କର ନାହିଁ।
ଯିହୁଦା ନଗରୀକୁ କୁହ,
    “ଦେଖ, ଏହିଠାରେ ତୁମ୍ଭର ପରମେଶ୍ୱର।”
10 ଦେଖ, ମୋର ପ୍ରଭୁ ସଦାପ୍ରଭୁ ସମସ୍ତ ପରାକ୍ରମ ନେଇ ଆସୁଛନ୍ତି
    ଓ ତାଙ୍କର ବାହୁ ବଳରେ ସେ କର୍ତ୍ତୃତ୍ୱ କରିବେ।
ଦେଖ, ତାଙ୍କ ସହିତ ତାଙ୍କର ପୁରସ୍କାର ଅଛି
    ଓ ତାଙ୍କ ଆଗେ ଆଗେ ତାଙ୍କର ପ୍ରତିଫଳ ଅଛି।
11 ମେଷଶାବକ ମେଷମାନଙ୍କୁ ଚରାଇଲା ପରି ସେ ଆପଣା ଲୋକମାନଙ୍କର ଯତ୍ନ ନେବେ।
    ମେଷ ଛୁଆମାନଙ୍କୁ ସେ ନିଜର ବାହୁ ବଳରେ ସଂଗ୍ରହ କରିବେ ଓ ନିଜର କୋଳରେ ସେମାନଙ୍କୁ ବହି ନେବେ।
    ସେମାନଙ୍କର ମାମାନେ ପଛେ ପଛେ ଯିବେ।

ପରମେଶ୍ୱର ଜଗତ ସୃଷ୍ଟି କଲେ; ସେ ଏହାକୁ ଶାସନ କରନ୍ତି

12 କିଏ ନିଜର ହସ୍ତ ପାପୁଲିରେ ସମୁଦ୍ର ଜଳରାଶି ମାପିଅଛି?
    କିଏ ନିଜର ହସ୍ତ ଗ୍ଭଖଣ୍ଡରେ ଅନନ୍ତ ଆକାଶକୁ କଳନା କରିଅଛି?
ପୁଣି କିଏ ଗୌଣୀରେ ପୃଥିବୀର ସମସ୍ତ ଧୂଳିରାଶିକୁ ଭରି ପାରିଛି?
    କିଏ ପର୍ବତଗୁଡ଼ିକୁ ନିକିତିରେ ଓ ଉପପର୍ବତକୁ ତରାଜୁରେ ତଉଲି ଅଛି?
13 କେହି ସଦାପ୍ରଭୁଙ୍କ ଆତ୍ମାକୁ ଆଦେଶ ଦେଇଅଛି କି?
    ପୁଣି ମନ୍ତ୍ରୀ ହୋଇ କେହି ତାଙ୍କୁ ନିର୍ଦ୍ଦେଶ ଦେଇଅଛି କି?
14 ସଦାପ୍ରଭୁ କାହାରି ସହିତ ମନ୍ତ୍ରଣା କରିଥିଲେ କି?
    କେହି ତାଙ୍କୁ ଶିକ୍ଷା ଦେଇଥିଲା କି?
କିଏ ତାଙ୍କୁ ବିଗ୍ଭରର ପଥ ଶିଖାଇଲା?
    କିଏ ତାଙ୍କୁ ଜ୍ଞାନ ଶିକ୍ଷା ଦେଲା?
    ନା, ସଦାପ୍ରଭୁ ବିବେଚନାର ସମସ୍ତ ମାର୍ଗ ଶିକ୍ଷା କରିଥିଲେ।
15 ଦେଖ, ପୃଥିବୀର ସମସ୍ତ ଗୋଷ୍ଠୀ ଏକ କଳସର ଏକ ଜଳବିନ୍ଦୁ ସଦୃଶ।
    ଯଦି ସଦାପ୍ରଭୁ ସମସ୍ତ ଗୋଷ୍ଠୀକୁ ନେଇ ତାଙ୍କ ତରାଜୁରେ ରଖନ୍ତି, ତେବେ ସେ ସବୁ ନିକିତିରେ ଧୂଳିକଣା ତୁଲ୍ୟ ହେବ।
    ସେ ଦ୍ୱୀପସମୂହକୁ ଅତି କ୍ଷୁଦ୍ର ଦ୍ରବ୍ୟ ତୁଲ୍ୟ ଉଠାନ୍ତି।
16 ପୁଣି ଲିବାନୋ‌ନ୍‌ର ସମସ୍ତ ବୃକ୍ଷ
    ସଦାପ୍ରଭୁଙ୍କ ଜାଳ ପାଇଁ ଯଥେଷ୍ଟ ନୁହେଁ
ଓ ତାହାର ସମସ୍ତ ପଶୁ
    ହୋମବଳି ପାଇଁ ଯଥେଷ୍ଟ ନୁହେଁ।
17 ସମସ୍ତ ଗୋଷ୍ଠୀ ପରମେଶ୍ୱରଙ୍କ ତୁଳନାରେ ଅତି ନଗଣ୍ୟ ତୁଚ୍ଛ।
    ସେମାନେ ତାଙ୍କ ନିକଟରେ ଲଘୁ ଓ ଅସାର ତୁଲ୍ୟ ଗଣ୍ୟ ଅଟନ୍ତି।
18 ତେବେ ପରମେଶ୍ୱରଙ୍କୁ ତୁମ୍ଭେ କାହା ସହିତ ତୁଳନା କରି ପାରିବ?
    ତାଙ୍କର ଏକ ମୂର୍ତ୍ତି ତୁମ୍ଭେ ଗଢ଼ି ପାରିବ? ନା।
19 କେତେକ ବ୍ୟକ୍ତି କାଠ ଓ ପଥରରେ ମୂର୍ତ୍ତି ଗଢ଼ନ୍ତି
    ଓ ସେଗୁଡ଼ିକ ଦେବତା ବୋଲି କୁହନ୍ତି।
କେତେଜଣ ଏହାକୁ ଉର୍ବର ମୂର୍ତ୍ତିକାରେ
    ଏବଂ ବଣିଆ ତାହା ସୂତାରେ ଛାଉଣି କରେ ଆଉ ତା’ ପାଇଁ ରୂପା ଜଞ୍ଜିର ପ୍ରସ୍ତୁତ କରେ।
20 ସେ ଖଣ୍ଡିଏ କାଠ ସଂଗ୍ରହ କରେ
    ତାହା ଯେପରି ଯିବ ନାହିଁ।
ସେ ଜଣେ ନିଖୁଣ କାରିଗର କରିବାର ବାଛେ।
    ଗୋଟିଏ “ପ୍ରତିମା” ନିର୍ମାଣ କରିବାରେ ଯାହାକି ପଡ଼ିଯିବ ନାହିଁ।
21 ତୁମ୍ଭେମାନେ କ’ଣ ଜାଣି ନାହଁ।
    ତୁମ୍ଭେମାନେ କ’ଣ ଶୁଣି ନାହଁ?
    ଆଦ୍ୟକାଳରୁ ତୁମ୍ଭମାନଙ୍କୁ କ’ଣ ଜଣାଇ ଦିଆଯାଇ ନାହିଁ?
    ଏ ଜଗତରେ ସୃଷ୍ଟିକର୍ତ୍ତା କିଏ ତୁମ୍ଭେ ନିଶ୍ଚୟ ଜାଣିଛ।
22 ସଦାପ୍ରଭୁ ପ୍ରକୃତ ପରମେଶ୍ୱର।
    ସେ ଭୂମଣ୍ଡଳ ଉପରେ ଉପବିଷ୍ଟ।
ତାଙ୍କ ତୁଳନାରେ ପୃଥିବୀ ନିବାସୀ ପତଙ୍ଗ ସଦୃଶ।
    ସେ ଗ୍ଭନ୍ଦୁଆ ତୁଲ୍ୟ ଆକାଶକୁ ପ୍ରସାର କରନ୍ତି ଓ ବସତି ପାଇଁ ତମ୍ବୁ ତୁଲ୍ୟ ତାକୁ ନିସ୍ତାର କରନ୍ତି।
23 ତାଙ୍କ ସୃଷ୍ଟ ରାଜାମାନଙ୍କୁ ସେ ଗୁରୁତ୍ୱ ଦିଅନ୍ତି ନାହିଁ।
    ପୃଥିବୀରେ ତାଙ୍କ ସୂକ୍ଷ୍ମ ବିଗ୍ଭରକର୍ତ୍ତାମାନଙ୍କୁ ସେ ମୂଲ୍ୟହୀନ କରନ୍ତି।
24 ସେହି ଶାସକଗଣ ରୋପିତ ବୃକ୍ଷ ସଦୃଶ।
    ସେମାନଙ୍କର ଚେର ମାଟିକୁ ଯିବା ପୂର୍ବରୁ
ପରମେଶ୍ୱର “ଗ୍ଭରାକୁ” ଫୁଙ୍କି ଦିଅନ୍ତି।
    ସେଥିରେ ସେ ମରିଯାଇ ଶୁଷ୍କ ହୋଇଯାଏ।
    ଓ ଘୂର୍ଣ୍ଣିବାୟୁ ତାକୁ ନଡ଼ାପରି ଉଡ଼ାଇ ନିଏ।
25 ତେଣୁ ସେହି ପବିତ୍ର ସ୍ୱରୂପ କୁହନ୍ତି, “ଆମ୍ଭେ କ’ଣ କାହା ସହିତ ତୁଳନୀୟ ହୋଇ ପାରିବା?
    କାରଣ କେହି ଆମ୍ଭ ସହିତ ସମାନ ନୁହେଁ।”

26 ଆକାଶକୁ ଦେଖ!
    କିଏ ସେହି ନକ୍ଷତ୍ରମାନଙ୍କୁ ସୃଷ୍ଟି କରିଛନ୍ତି?
କିଏ ସେହି ସମସ୍ତ ନକ୍ଷତ୍ରମାନଙ୍କୁ ଆଦେଶ ଦିଅନ୍ତି
    ଓ ସେମାନଙ୍କ ନାମ ଧରି ସେମାନଙ୍କୁ ଡାକନ୍ତି?
ତାଙ୍କର ପ୍ରବଳ ଶକ୍ତି ଓ ଅମାପ ଶକ୍ତି ଯୋଗୁଁ
    ଗୋଟିଏ ମଧ୍ୟ ହଜେ ନାହିଁ।

27 ହେ ଯାକୁବ, ତୁମ୍ଭେ କାହିଁକି ଅଭିଯୋଗ କରୁଛ?
    ହେ ଇସ୍ରାଏଲ, ତୁମ୍ଭେ କାହିଁକି ଏହା ପ୍ରଗ୍ଭର କରୁଛ?
ମୋର ପଥ, “ସଦାପ୍ରଭୁଙ୍କଠାରୁ ଗୁପ୍ତ ବୋଲି
    ଓ ମୋର ବିଗ୍ଭର ପରମେଶ୍ୱରଙ୍କର ଜ୍ଞାନର ଅତୀତ ବୋଲି କହୁଅଛ।”

28 ତୁମ୍ଭେ କ’ଣ ଜାଣି ନାହଁ?
    ତୁମ୍ଭେ କ’ଣ ଶୁଣି ନାହଁ?
ସେ ସମସ୍ତ ଜଗତର ସୃଷ୍ଟିକର୍ତ୍ତା।
    ଅନାଦି ଅନନ୍ତ ପରମେଶ୍ୱର।
ସଦାପ୍ରଭୁ କ୍ଳାନ୍ତ ହୁଅନ୍ତି ନାହିଁ କି ଶ୍ରାନ୍ତ ହୁଅନ୍ତି ନାହିଁ।
    ତାଙ୍କର ବୁଦ୍ଧି ବୋଧର ଅଗମ୍ୟ।
29 ସେ ଦୁର୍ବଳକୁ ବଳ ଦିଅନ୍ତି
    ଓ ଶକ୍ତିହୀନକୁ ଶକ୍ତି ପ୍ରଦାନ କରନ୍ତି।
30 ତରୁଣମାନେ କ୍ଳାନ୍ତ ଓ ଶ୍ରାନ୍ତ ହେବେ
    ଓ ଯୁବକମାନେ ଟଳି ପଡ଼ିବେ।
31 ମାତ୍ର ଯେଉଁମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖନ୍ତି,
    ସେମାନେ ନୂତନ ବଳ ପାଆନ୍ତି।
ସେମାନେ ଚିଲ ପକ୍ଷୀ ପରି ଆକାଶରେ ଉଡ଼ନ୍ତି।
    ସେମାନେ କ୍ଳାନ୍ତ ନ ହୋଇ ସେମାନେ ଗମନ କରିବେ।

ସଦାପ୍ରଭୁ ଶାଶ୍ୱତ ସୃଷ୍ଟିକର୍ତ୍ତା

41 ସଦାପ୍ରଭୁ କୁହନ୍ତି,
“ହେ ଦ୍ୱୀପ ସମୂହ, ନୀରବ ହୁଅ।
    ମୋ’ ନିକଟକୁ ଆସ,
ଲୋକମାନେ ବଳପ୍ରାପ୍ତ ହୁଅନ୍ତୁ, କଥା କୁହନ୍ତୁ।
    ଆମ୍ଭେମାନେ ଏକତ୍ରିତ ବିଗ୍ଭର କରୁ।
ସେ ଧର୍ମରେ ଯାହାକୁ ନିଜ ଚରଣ ନିକଟକୁ ଡାକନ୍ତି ଏପରି ଏକ ବ୍ୟକ୍ତି ଯେକି ପୂର୍ବ ଦିଗରୁ ଆସିଛନ୍ତି, ତାଙ୍କୁ କିଏ ଉତ୍ପନ୍ନ କରିଛି?
    ସେ ନାନା ଦେଶସ୍ଥ ଲୋକଙ୍କୁ ତାହା ସମ୍ମୁଖରେ ସମର୍ପି ଦିଅନ୍ତି
ଓ ରାଜାମାନଙ୍କ ଉପରେ ତାହାକୁ କର୍ତ୍ତୃତ୍ୱ କରାନ୍ତି।
    ସେ ‌‌ଖ‌ଡ଼୍‌ଗ ଦ୍ୱାରା ସେହି ଦେଶ ସମୂହକୁ ଧୂଳି ତୁଲ୍ୟ କରନ୍ତି
    ଓ ଧନୁ ସାହାଯ୍ୟରେ କୁଟାପରି ଉଡ଼ାଇ ଦିଅନ୍ତି।
ସେ ସେମାନଙ୍କ ପଶ୍ଚା‌‌‌ତ୍‌‌‌ଧାବନ କରେ ଓ ନିରାପଦରେ ଅଗ୍ରସର ହୁଏ।
    ସେ କେବେ ନ ଯାଇଥିବା ପଥରେ ବିଭିନ୍ନ ସ୍ଥାନକୁ ଯାଏ।
କିଏ ଆଦ୍ୟରୁ ପୁରୁଷକୁ ପୁରୁଷ ଧରି
    ଏକ କାର୍ଯ୍ୟ ସାଧନ କରିଅଛି?
ଆମ୍ଭେ ସଦାପ୍ରଭୁ,
    ଆଦି ଓ ଶେଷକାଳ ପର୍ଯ୍ୟନ୍ତ ସଙ୍ଗରେ ଥାଉ,
    ଆମ୍ଭେ ସେହି ଅଟୁ।
ଦ୍ୱୀପ ସମୂହ ଦେଖି ଭୟଭୀତ ହେଲେ,
    ପୃଥିବୀର ପ୍ରାନ୍ତ ସକଳ କମ୍ପିତ ହେଲେ,
    ସେମାନେ ନିକଟବର୍ତ୍ତୀ ହୋଇ ଆସିଲେ।’

“ସେମାନେ ପରସ୍ପରକୁ ସାହାଯ୍ୟ କଲେ ଓ ସାହସୀ ହେବାକୁ ପରସ୍ପରକୁ ଉତ୍ସାହିତ କଲେ। ଏହିପରି ସୂତ୍ରଧର ସ୍ୱର୍ଣ୍ଣକାରକୁ ସାହସ ଦେଲା ଓ ହାତୁଡ଼ିରେ ସମାନ କରିବା ଲୋକ ଯୋଡ଼ କର୍ମ ଉତ୍ତମ ହୋଇଛି ବୋଲି କହି ନେହାଇରେ ପିଟିବା ଲୋକକୁ ଆଶ୍ୱାସ ଦେଲା, ‘ପୁଣି ପ୍ରତିମାଟି ଯେପରି ଟଳମଳ ନ ହୁଏ,’ ଏଥିପାଇଁ ସେ କଣ୍ଟାରେ ତାହା ଦୃଢ଼ କଲା।”

ସଦାପ୍ରଭୁ ହିଁ ଆମ୍ଭମାନଙ୍କୁ ରକ୍ଷା କରିବେ

“ହେ ମୋର ଦାସ ଇସ୍ରାଏଲ,
    ମୋର ମନୋନୀତ ଯାକୁବ
    ଓ ମୋର ବନ୍ଧୁ ଅବ୍ରହାମଙ୍କର ପରିବାରବର୍ଗ।
ଆମ୍ଭେ ତୁମ୍ଭକୁ ଧରି ପୃଥିବୀର ପ୍ରାନ୍ତକୁ ଆଣିଅଛୁ
    ଓ ପୃଥିବୀର ସୀମାରୁ ତାହାଙ୍କୁ
‘ଆମ୍ଭର ଦାସ ବୋଲି ଆହ୍ୱାନ କରି କହିଅଛୁ।’
    ଆମ୍ଭେ ତୁମ୍ଭକୁ ଦୂରେଇ ନ ଦେଇ
    ମନୋନୀତ କରିଅଛୁ।
10 ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ।
    ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର।
ଆମ୍ଭେ ତୁମ୍ଭକୁ ସବଳ କରିବା, ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବା।
    ପୁଣି ଆମ୍ଭେ ଆପଣା ଧର୍ମସ୍ୱରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା।
11 ଦେଖ, କେତେକ ବ୍ୟକ୍ତି ତୁମ୍ଭ ଉପରେ କ୍ରୋଧ ହୋଇଛନ୍ତି।
    ମାତ୍ର ସେମାନେ ଲଜ୍ଜିତ ଓ ଅପମାନିତ ହେବେ।
ଯେଉଁମାନେ ତୁମ୍ଭ ସହିତ ବିରୋଧ କରନ୍ତି,
    ସେମାନେ ତୁଚ୍ଛ ବସ୍ତୁଭଳି ବିନଷ୍ଟ ହେବେ।
12 ଯେଉଁମାନେ ତୁମ୍ଭ ସହିତ ବିରୋଧ କରନ୍ତି,
    ତୁମ୍ଭେ ସେମାନଙ୍କର ଅନ୍ୱେଷଣ କରିବ।
ମାତ୍ର ସେମାନଙ୍କର ସନ୍ଧାନ ପାଇବ ନାହିଁ।
    ଯେଉଁମାନେ ତୁମ୍ଭ ସହିତ ଯୁଦ୍ଧ କରନ୍ତି ସେମାନେ ଅବସ୍ତୁ ତୁଲ୍ୟ ତୁଚ୍ଛ ହେବେ।
13 କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର,
    ତୁମ୍ଭର ଦକ୍ଷିଣ ହସ୍ତ ଧରି
କହିବା ‘ଭୟ କର ନାହିଁ।
    ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବା।’
14 ହେ କୀଟରୂପୀ ଯାକୁବ ଓ ହେ ଇସ୍ରାଏଲୀୟ ନରଗଣ,
    ଭୟ କର ନାହିଁ।
    ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବା”

ସଦାପ୍ରଭୁ କୁହନ୍ତି,

“ଓ ଇସ୍ରାଏଲର ଧର୍ମସ୍ୱରୂପ
    ତୁମ୍ଭର ମୁକ୍ତିଦାତା ଅଟନ୍ତି।
15 ଦେଖ, ମୁଁ ତୁମ୍ଭକୁ ତୀ‌କ୍ଷ୍‌ଣ ଛୁରିକା ବିଶିଷ୍ଟ ଏକ ନୂଆ ଶସ୍ୟ-ମର୍ଦ୍ଦନ ଯନ୍ତ୍ର ସ୍ୱରୂପ କରିବି,
    ତୁମ୍ଭେ କୃଷକ ଶସ୍ୟକୁ ମର୍ଦ୍ଦନ କଲାପରି ପର୍ବତଗୁଡ଼ିକୁ ମର୍ଦ୍ଦନ କରି ଚୂର୍ଣ୍ଣ କରିବ
    ଓ ଉପପର୍ବତଗୁଡ଼ିକୁ ଭୂଷି ତୁଲ୍ୟ କରିବ।
16 ତୁମ୍ଭେ ସେମାନଙ୍କୁ କୁଲାରେ ଉଡ଼ାଇଲେ ବାୟୁ ସେମାନଙ୍କୁ ଉଡ଼ାଇ ଦେବ
    ଓ ଘୂର୍ଣ୍ଣିବାୟୁ ସେମାନଙ୍କୁ ଛିନ୍ନଭିନ୍ନ କରି ପକାଇବ।
ପୁଣି ତୁମ୍ଭେ ସଦାପ୍ରଭୁଙ୍କଠାରେ ଉଲ୍ଲାସ କରିବ
    ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କଠାରେ ଗର୍ବ କରିବ।’

17 “ଦରିଦ୍ର ଓ ଦିନହୀନମାନେ ଜଳ ଅନ୍ୱେଷଣ କରନ୍ତି,
    ମାତ୍ର ସେମାନେ ଜଳ ପାଆନ୍ତି ନାହିଁ।
    ସେମାନଙ୍କର ଜିହ୍ୱା ତୃଷାରେ ଶୁଖିଯାଏ।
ଆମ୍ଭେ ସଦାପ୍ରଭୁ, ସେମାନଙ୍କୁ ଉତ୍ତର ଦେବା।
    ଆମ୍ଭେ ଇସ୍ରାଏଲର, ପରମେଶ୍ୱର ସେମାନଙ୍କୁ ତ୍ୟାଗ କରିବା ନାହିଁ।
18 ଆମ୍ଭେ ବୃକ୍ଷଶୂନ୍ୟ ଉଚ୍ଚଭୂମିରେ ନଦନଦୀ ସୃଷ୍ଟି କରିବା,
    ଉପତ୍ୟକାର ମଧ୍ୟ ଭାଗରେ ଝରଣାମାନ ଫିଟାଇବା,
ପ୍ରାନ୍ତରକୁ ଜଳାଶୟ ଓ ଶୁଷ୍କ ଭୂମିରେ
    ନିର୍ଝର ଜଳ ପ୍ରବାହିତ କରାଇବା।
19 ଆମ୍ଭେ ପ୍ରାନ୍ତରରେ ଏରସ, ବାବଲ, ମେହେନ୍ଦି, ତୈଳବୃକ୍ଷ ରୋପଣ କରିବା
    ଓ ମରୁଭୂମିରେ ଦେବଦାରୁ, ତିଧର, ତାଶୂର ବୃକ୍ଷ ଏକତ୍ର ଲଗାଇବା।
20 ଲୋକମାନେ ଏହା ଦେଖି ବୁଝିବେ ଓ ଜାଣିବେ
    ଏବଂ ବିବେଚନା କରିବେ ଯେ
ସଦାପ୍ରଭୁଙ୍କ ହସ୍ତ ଏହିକାର୍ଯ୍ୟ କରିଅଛି
    ଓ ଇସ୍ରାଏଲର ପରମେଶ୍ୱର ଧର୍ମସ୍ୱରୂପ ଏହା ସୃଷ୍ଟି କରିଅଛନ୍ତି।”

ସଦାପ୍ରଭୁ ମିଥ୍ୟା ଦେବତାଗଣଙ୍କୁ ଆହ୍ୱାନ କରନ୍ତି

21 ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ନିଜ ନିଜ ବିବାଦ ଉପସ୍ଥିତ କର; ଯାକୁବର ରାଜା କୁହନ୍ତି, ତୁମ୍ଭେମାନେ ନିଜର ଦୃଢ଼ ପ୍ରମାଣ ଉପସ୍ଥାପନ କର। 22 ତୁମ୍ଭର ପ୍ରତିମାଗଣ ଆସନ୍ତୁ ଓ ଯାହା ଯାହା ଘଟୁଅଛି, ଆମ୍ଭ ନିକଟରେ ପ୍ରକାଶ କରନ୍ତୁ।” ଆଦ୍ୟରେ କ’ଣ ଘଟିଥିଲା ଓ ଭବିଷ୍ୟତରେ କ’ଣ ଘଟିବ, ଆମ୍ଭକୁ କୁହ। ତାହାହେଲେ ଶେଷଫଳ କ’ଣ ହେବ ଆମ୍ଭେ ବିବେଚନା କରିବା। 23 “ଏହା ପରେ କ’ଣ ଘଟିବ ତୁମ୍ଭେମାନେ ପ୍ରକାଶ କର। ତାହାହେଲେ ଆମ୍ଭେ ଜାଣିବୁ ତୁମ୍ଭେମାନେ ପ୍ରକୃତରେ ଦେବତାଗଣ। କେଉଁଠି ଯଦି ଆମ୍ଭେମାନେ ପ୍ରକୃତରେ ଭୟ କିମ୍ବା ଭୟଭୀତ ହେବା ଯେବେ ତୁମ୍ଭେ ଉତ୍ତମ କିମ୍ବା ମନ୍ଦ ବିଷୟ ଆମ୍ଭକୁ କହିବ।

24 “ଦେଖ, ତୁମ୍ଭେମାନେ ଭଣ୍ଡ ଦେବତା ଓ ତୁମ୍ଭେମାନେ କୌଣସି କାର୍ଯ୍ୟର ନୁହଁ। ଯେଉଁମାନେ ତୁମ୍ଭମାନଙ୍କୁ ପୂଜା କରନ୍ତି ସେମାନେ ଘୃଣାର ପାତ୍ର।”

ସଦାପ୍ରଭୁ ପ୍ରମାଣ କରନ୍ତି ଯେ, ସେ ଏକମାତ୍ର ପରମେଶ୍ୱର

25 “ଆମ୍ଭେ ଉତ୍ତର ଦିଗରୁ ଜଣକୁ ଉତ୍ପନ୍ନ କରିଅଛୁ ଓ ସେ ଉପସ୍ଥିତ।
    ସେ ପୂର୍ବ ଦିଗରୁ ଆମ୍ଭର ଆହ୍ୱାନ କରେ।
ସେ ଗାନ୍ଥନୀର ମସଲା ଓ କୁମ୍ଭକର ପାତ୍ର ନିର୍ମାଣ ପାଇଁ
    ବ୍ୟବହୃତ ମର୍ଦ୍ଦିତ ମୃତ୍ତିକା ପରି ପ୍ରତ୍ୟେକ ଶାସକକୁ ଦଳିତ କରିବ।

26 “କିଏ ଆଦ୍ୟରୁ ଏହା ପ୍ରକାଶ କରିଅଛି?
    ତାହାହେଲେ ଆମ୍ଭେମାନେ ପରମେଶ୍ୱର ବୋଲି ଜାଣିବା।
ତୁମ୍ଭମାନଙ୍କ ମଧ୍ୟରୁ କେହି ଜଣେ ପ୍ରକାଶ କରିଅଛି କି?
    ଆମ୍ଭେ ତୁମ୍ଭକୁ ଧାର୍ମିକ ବୋଲି କହିବୁ।
ନା, ପ୍ରକାଶକାରୀ କେହି ନାହିଁ କି ଦେଖାଇବା ଲୋକ କେହି ନାହିଁ।
    ତୁମ୍ଭମାନଙ୍କ କଥା ଶୁଣିବା ଲୋକ ମଧ୍ୟ କେହି ନାହିଁ।
27 ଆମ୍ଭେ ସଦାପ୍ରଭୁ ଏବଂ ପ୍ରଥମେ ସିୟୋନକୁ କହିବା,
    ‘ସେମାନଙ୍କୁ ଦେଖ।
    ଏବଂ ପୁଣି ଯିରୁଶାଲମକୁ ସୁସମାଗ୍ଭର ଦେଇ ଆମ୍ଭେ ଜଣେ ଦୂତ ପଠାଇବା।’”

28 ଆମ୍ଭେ ଅନାଇଲା ବେଳେ କେହି ନାହିଁ।
    ପୁଣି ପ୍ରଶ୍ନ କଲାବେଳେ ସେମାନଙ୍କ ମଧ୍ୟରେ
    କେହି ଜଣେ ମନ୍ତ୍ରଣା ଦାତା ସୁଦ୍ଧା ଉତ୍ତର ଦେବାକୁ ନାହିଁ।
29 ସେମାନେ ସମସ୍ତେ ଅସାର ଓ ସେମାନଙ୍କର କର୍ମସବୁ ତୁଚ୍ଛ।
    ସେମାନେ ଛାଞ୍ଚରେ ଢଳା ବାୟୁଶୂନ୍ୟ ପ୍ରତିମାଗଣ ମାତ୍ର।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center