Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 31-35

ଇସ୍ରାଏଲ ପରମେଶ୍ୱରଙ୍କ ଶକ୍ତି ଉପରେ ନିର୍ଭର କରିବା ଉଚିତ୍

31 ମିଶରକୁ ସାହାଯ୍ୟ ପାଇଁ ଯାଉଥିବା ଲୋକମାନଙ୍କୁ ଦେଖ। ସେମାନେ ଅଶ୍ୱମାନଙ୍କ ଉପରେ ନିର୍ଭର କରନ୍ତି। ସେମାନେ ଆଶା କରନ୍ତି ଅଶ୍ୱଗଣ ସେମାନଙ୍କୁ ରକ୍ଷା କରିବେ। ଆଉ ମଧ୍ୟ ସେମାନେ ଭାବନ୍ତି ଅତ୍ୟଧିକ ରଥ ଓ ବହୁ ବଳବାନ ଅଶ୍ୱାରୋହୀ ସୈନ୍ୟ ଥିବାରୁ ସେମାନେ ସୁରକ୍ଷିତ। ସେମାନେ ଇସ୍ରାଏଲର ପବିତ୍ରତା ପ୍ରତି ବିଶ୍ୱାସ ରଖନ୍ତି ନାହିଁ କିମ୍ବା ସଦାପ୍ରଭୁଙ୍କୁ ଅନ୍ୱେଷଣ କରନ୍ତି ନାହିଁ। ତେଣୁ ସେମାନେ ସନ୍ତାପର ପାତ୍ର। ମାତ୍ର ସଦାପ୍ରଭୁ ଜ୍ଞାନବାନ। ସେ ଅମଙ୍ଗଳ ଘଟାଇବେ। ସେ ନିଜର ବାକ୍ୟକୁ ଅନ୍ୟଥା କରିବେ ନାହିଁ। ସେ ମନ୍ଦାଗ୍ଭରୀମାନଙ୍କ ପ୍ରତିକୂଳରେ ଓ ଅଧର୍ମାଗ୍ଭରୀମାନଙ୍କ ସହାୟକଗଣଙ୍କ ବିରୁଦ୍ଧରେ ଉଠିବେ।

ମିଶରୀୟମାନେ ଶରୀରଧାରୀ ମାନବ କିନ୍ତୁ ପରମେଶ୍ୱର ନୁହନ୍ତି। ସେମାନଙ୍କର ଅଶ୍ୱଗଣ ମାଂସରୁ ଏବଂ ହାଡ଼ରୁ ତିଆରି ମାତ୍ର ଆତ୍ମା ନୁହନ୍ତି। ସଦାପ୍ରଭୁ ଯେତେବେଳେ ତାଙ୍କର ହସ୍ତ ପ୍ରସାରଣ କରିବେ, ସମର୍ଥକମାନେ ଝୁଣ୍ଟି ପଡ଼ିବେ। ସାହାଯ୍ୟ ପ୍ରାପ୍ତ ବ୍ୟକ୍ତିର ମଧ୍ୟ ପତନ ଘଟିବ। ଉଭୟ ଏକତ୍ର ଧ୍ୱଂସ ହେବେ।

ସଦାପ୍ରଭୁ ମୋତେ କହିଲେ, “ଯେତେବେଳେ ସିଂହ ଓ ଯୁବା ସିଂହ ଶିକାର ଧରେ ଓ ସେହି ମୃତ ପ୍ରାଣୀ ଉପରେ ସେତେବେଳେ ବହୁ ମେଷପାଳକ ତା’ ବିରୁଦ୍ଧରେ ଗର୍ଜନ କଲେ ହେଁ ସେ କେବେ ଭୟଭୀତ ହୁଏ ନାହିଁ।”

ସେହିପରି ସଦାପ୍ରଭୁ ସର୍ବଶକ୍ତିମାନ ସିୟୋନ ପର୍ବତରେ ଓ ତା'ର ଉପପର୍ବତରେ ଯୁଦ୍ଧ କରିବା ପାଇଁ ଓହ୍ଲାଇ ଆସିବେ। ଯେପରି ପକ୍ଷୀମାନେ ଉଡ଼ି ଉଡ଼ି ବସାକୁ ରକ୍ଷା କରନ୍ତି। ସେହିପରି ସର୍ବଶକ୍ତିମାନ ସଦାପ୍ରଭୁ ଯିରୁଶାଲମକୁ ରକ୍ଷା କରିବେ। ସେ ତାକୁ “ଉଦ୍ଧାର ଓ ନିସ୍ତାର” କରିବେ।

ହେ ଇସ୍ରାଏଲର ସନ୍ତାନଗଣ, ତୁମ୍ଭେମାନେ ଯେଉଁ ପରମେଶ୍ୱରଙ୍କର ବିରୁଦ୍ଧାଚରଣ କରି ତାଙ୍କ ପ୍ରତି ବିମୁଖ ହୋଇଅଛ, ତାଙ୍କ ନିକଟକୁ ଫେରି ଆସ। କାରଣ ତୁମ୍ଭେମାନେ ପ୍ରତ୍ୟେକ ସ୍ୱର୍ଣ୍ଣ ଓ ରୌପ୍ୟ ନିର୍ମିତ ପ୍ରତିମାଗୁଡ଼ିକୁ ପୂଜା କରି ପାପ କରିଛ। ତେଣୁ ସେଗୁଡ଼ିକୁ ତୁମ୍ଭେମାନେ ପକାଇ ଦେବ।

ଏହା ସତ୍ୟ ସେଦିନ ଅଶୂର ‌‌ଖ‌ଡ଼୍‌ଗରେ ପତିତ ହେବ। ମାତ୍ର ତାହା ମନୁଷ୍ୟର ‌‌ଖ‌ଡ଼୍‌ଗ ନୁହେଁ। ଅଶୂର ସମ୍ପୂର୍ଣ୍ଣ ବିନଷ୍ଟ ହେବ ମାତ୍ର ତାହା ମନୁଷ୍ୟ ‌‌ଖ‌ଡ଼୍‌ଗରେ ନୁହେଁ। ପୁଣି ସେ ‌‌ଖ‌ଡ଼୍‌ଗରେ ସମ୍ମୁଖରୁ ପଳାୟନ କରିବ। ତା'ର ଯୁବକମାନେ କ୍ରୀତଦାସ ହେବେ। ଆଉ ତା'ର ଶୈଳ ଅନ୍ତର୍ହିତ ହେବ। ତା'ର ଅଧିପତିମାନେ ଧ୍ୱଜା ଛାଡ଼ି ପଳାୟନ କରିବେ।

ସଦାପ୍ରଭୁ ଏହିସବୁ କୁହନ୍ତି, “ତାଙ୍କର ଅଗ୍ନି ସିୟୋନରେ ଓ ଯଜ୍ଞବେଦି ଯିରୁଶାଲମରେ ଅଛି।”

ଅଧିପତିଗଣ ଉତ୍ତମ ଓ ନ୍ୟାୟପରାୟଣ ହେବା ଉଚିତ୍

32 ଦେଖ, ଜଣେ ରାଜା ଧର୍ମାନୁସାରେ ରାଜତ୍ୱ କରିବେ ଓ ଅଧିପତିଗଣ ନ୍ୟାୟରେ ଶାସନ କରିବେ। ଯଦି ଏହା ଘଟିବ, ତେବେ ସେହି ମାନବ ବତାସରୁ ଆଶ୍ରୟସ୍ଥାନ ଓ ଝଡ଼ ବର୍ଷାରୁ ଆଶ୍ରୟ, ଶୁଷ୍କ ଭୂମିରେ ଜଳସ୍ରୋତ ଓ ଉତ୍ତପ୍ତ ଭୂମିରେ ଶୀତଳ ଛାୟା ପ୍ରଦାୟକ ଶୈଳ ସଦୃଶ ହେବ। ପୁଣି ଦର୍ଶକମାନଙ୍କର ଚକ୍ଷୁ ମୁଦ୍ରିତ ହେବ ନାହିଁ ଓ ଶ୍ରୋତାମାନଙ୍କର କର୍ଣ୍ଣ ଅବଧାନ କରିବ। ଦ୍ୱନ୍ଦରେ ପଡ଼ିଥିବା ବ୍ୟକ୍ତି ଜ୍ଞାନ ଲାଭ କରିବେ। ନିର୍ବୀକମାନେ ସ୍ପଷ୍ଟ କଥା କହିବେ। ନିର୍ବୋଧମାନେ ମହାତ୍ମା ଓ ଖଳଲୋକ ଉଦାର ବୋଲି ପ୍ରସିଦ୍ଧ ହେବେ ନାହିଁ।

କାରଣ ଜଣେ ମୃତ ନିର୍ବୋଧ କଥା କହିବ ଓ ତାହାର ହୃଦୟରେ ଅଧର୍ମ କଥା କଳ୍ପନା କରିବ। ସେ ସର୍ବଦା ଭ୍ରାନ୍ତିମୂଳକ କାର୍ଯ୍ୟ କରିବ ସେ ସଦାପ୍ରଭୁଙ୍କ ପ୍ରତିକୂଳରେ ମନ୍ଦକଥା କହିବ। ସେ କ୍ଷୁଧିତକୁ ଖାଦ୍ୟ ଦେବ ନାହିଁ କି ତୃଷିତକୁ ଜଳଦାନ କରିବ ନାହିଁ। ଆଉ ମଧ୍ୟ ଖଳ ଲୋକର ଉପାୟ ସବୁ ମନ୍ଦ। ସେ ଦରିଦ୍ରଠାରୁ ସମସ୍ତ ଅପହରଣ କରିବାକୁ ଯୋଜନା କଲେ। ସେ ଦରିଦ୍ର ଲୋକମାନଙ୍କୁ ମିଥ୍ୟା ଅଭିଯୋଗ ସାହାଯ୍ୟରେ ଧ୍ୱଂସ କରିବାକୁ ଶପଥ ନିଏ, ଯଦିବା ସେତେବେଳେ ସେହି ଦରିଦ୍ର ଲୋକ ଯାହା କହେ, ତାହା ସଠିକ୍।

ମାତ୍ର ଜଣେ ମହାତ୍ମା ଉତ୍ତମ କଥା କଳ୍ପନା କରେ ଓ ସେହି ଉତ୍ତମ ଆଚରଣରେ ସେ ସ୍ଥିର ରହେ।

କଠୋର ସମୟ ଆସୁଛି

ହେ ସୁଖିନୀ ସ୍ତ୍ରୀଗଣ, ତୁମ୍ଭେମାନେ ମୋ’ କଥା ଶୁଣ। ହେ ବିଶ୍ୱସ୍ତା ନାରୀଗଣ, ମୋ’ ବାକ୍ୟରେ କର୍ଣ୍ଣପାତ କର। 10 ହେ ନିଶ୍ଚିତା ନାରୀଗଣ, ତୁମ୍ଭେମାନେ ବର୍ଷକ ପରେ ଉ‌‌ଦ୍‌‌ବିଗ୍ନା ହେବ। କାରଣ ଦ୍ରାକ୍ଷାଫଳର ଅଭାବ ହେବ, ଫଳ ଅମଳର ସମୟ ଆସିବ ନାହିଁ।

11 ହେ ଶାନ୍ତିପ୍ରିୟ ନାରୀଗଣ, ତୁମ୍ଭେମାନେ କମ୍ପିତା ହେବ। ହେ ନିଶ୍ଚିତା ନାରୀଗଣ, ତୁମ୍ଭେମାନେ ଉ‌‌ଦ୍‌‌ବିଗ୍ନା ହେବ। ତୁମ୍ଭମାନଙ୍କର ବସ୍ତ୍ର କାଢ଼ି ବିବସ୍ତ୍ରା ହୁଅ ଓ କଟି ଦେଶରେ ଚଟ ବାନ୍ଧ। 12 ସେହି ମନୋରମ ଫଳ କ୍ଷେତ ଓ ଫଳବତୀ ଦ୍ରାକ୍ଷାଲତା ନିମନ୍ତେ ଦୁଃଖରେ ଛାତିକୁ ମାରି ହେବେ। ରୋଦନ କର କାରଣ ତୁମ୍ଭର କ୍ଷେତ ଶୂନ୍ୟ ଓ ଦ୍ରାକ୍ଷାଲତା ଫଳହୀନ। 13 ମୋର ଲୋକମାନଙ୍କ ଭୂମି କଣ୍ଟକ ଓ କାନକୋଳିକୁ ବୃକ୍ଷରେ ପୂର୍ଣ୍ଣ ହେବା ନିମନ୍ତେ ଓ ନଗରର ଆନନ୍ଦ ଉଲ୍ଲାସପୂର୍ଣ୍ଣ ଗୃହଗୁଡ଼ିକ ପାଇଁ ବିଳାପ କର।

14 ମୋର ଲୋକମାନେ ରାଜନଗରୀ ପରିତ୍ୟାଗ କରିବେ ଓ ଜନାକୀର୍ଣ୍ଣ ନଗର ଜନଶୂନ୍ୟ ହେବ। ଗିରି ଓ ପ୍ରହରୀ ଦୁର୍ଗ ଚିରକାଳ ଗୁହାମୟ, ବନ୍ଦ ଗର୍ଦ୍ଦଭମାନଙ୍କର ଉଲ୍ଲାସ ଭୂମି ଓ ପଶୁପଲର ଚରାସ୍ଥାନ ହେବ।

15 ଆତ୍ମା ଊର୍ଦ୍ଧ୍ୱରୁ ଆସିବା ପର୍ଯ୍ୟନ୍ତ ଏହିସବୁ ଗ୍ଭଲୁ ରହିବ। ବର୍ତ୍ତମାନ ଏହା ଧାର୍ମିକମାନଙ୍କ ଇଚ୍ଛା ପାଇଁ ମରୁଭୂମି ହୋଇଛି, ତା'ପରେ ମରୁଭୂମି ଠିକ୍ ବିଗ୍ଭରରେ ପାଇବେ ଏବଂ ଫଳ ବଗିଗ୍ଭ ଜଙ୍ଗଲରେ ପରିଣତ ହେବ। 16 ସେତେବେଳେ ପ୍ରାନ୍ତରରେ ନ୍ୟାୟ ବିଗ୍ଭର ବାସ କରିବ ଓ ଉର୍ବର କ୍ଷେତରେ ଧାର୍ମିକତା ବସତି ସ୍ଥାପନ କରିବ। 17 ପୁଣି ସେହି ଧାର୍ମିକତାର କାର୍ଯ୍ୟ ଶାନ୍ତିମୟ ହେବ ଓ ଧାର୍ମିକତାର ଫଳ ଚିରକାଳ ସୁସ୍ଥିରତା ଓ ନିର୍ଭୟତା ହେବ। 18 ମୋର ଲୋକମାନେ ଶାନ୍ତିମୟ ବସତି ସ୍ଥାନରେ, ନିରାପଦ ତମ୍ବୁରେ ଓ ସୁସ୍ଥିର ବିଶ୍ରାମ ସ୍ଥାନରେ ବାସ କରିବେ।

19 ମାତ୍ର ଏହି କାର୍ଯ୍ୟ ଘଟିବା ପୂର୍ବରୁ ଅରଣ୍ୟ ସମ୍ପୂର୍ଣ୍ଣ ନିପାତିତ ହେବ ଓ ନଗର ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇବ। 20 ତୁମ୍ଭମାନଙ୍କ ମଧ୍ୟରୁ କେତେକ ସଜଳ ସ୍ଥାନରେ ବୀଜ ବୁଣୁଛ ଓ ଗୋରୁ ଗର୍ଦ୍ଦଭମାନଙ୍କୁ ବାହାରେ ଚରିବାକୁ ଛାଡ଼ୁଛ, ସେଥିପାଇଁ ତୁମ୍ଭେମାନେ ଧନ୍ୟ।

33 ଦେଖ, ତୁମ୍ଭେମାନେ ଲୁଟିତ ନ ହୋଇ ମଧ୍ୟ ଅନ୍ୟମାନଙ୍କୁ ଲୁଟୁଅଛ। ଅନ୍ୟମାନେ ତୁମ୍ଭମାନଙ୍କ ପ୍ରତି ବିଶ୍ୱାସଘାତକତା ନ କଲେ ମଧ୍ୟ ତୁମ୍ଭେମାନେ ଅନ୍ୟମାନଙ୍କ ପ୍ରତି ବିଶ୍ୱାସଘାତକତା କରୁଅଛ। ତେଣୁ ତୁମ୍ଭେମାନେ ସନ୍ତାପର ପାତ୍ର। କାରଣ ତୁମ୍ଭେମାନେ ଲୁଟିବା ସମାପ୍ତ କଲାପରେ ଅନ୍ୟମାନେ ତୁମ୍ଭକୁ ଲୁଟିବେ। ପୁଣି ତୁମ୍ଭେମାନେ ବିଶ୍ୱାସଘାତକତା ସମାପ୍ତ କଲାପରେ ଅନ୍ୟମାନେ ତୁମ୍ଭ ପ୍ରତି ବିଶ୍ୱାସଘାତକତା କରିବେ।

ସେତେବେଳେ ଲୋକମାନେ କହିବେ, “ହେ ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି କୃପା କର।
    ଆମ୍ଭେମାନେ ତୁମ୍ଭର ଅନୁଗ୍ରହକୁ ଅପେକ୍ଷା କରିଛୁ।
ହେ ସଦାପ୍ରଭୁ, ପ୍ରତି ପ୍ରଭାତରେ ତୁମ୍ଭେ ଆମ୍ଭମାନଙ୍କର ବାହୁସ୍ୱରୂପ ହୁଅ।
    ସଙ୍କଟ ସମୟରେ ଆମ୍ଭମାନଙ୍କର ତ୍ରାଣକର୍ତ୍ତା ହୁଅ।
ତୁମ୍ଭର ଶକ୍ତିଶାଳୀ କୋଳାହଳରେ ଗୋଷ୍ଠୀଗଣ ପଳାୟନ କଲେ।
    ତୁମ୍ଭର ମହାନତା ଗୋଷ୍ଠୀଗୁଡ଼ିକୁ ଛିନ୍ନଭିନ୍ନ କଲା।’

ପତଙ୍ଗ ଖାଦ୍ୟ ସଂଗ୍ରହ କଲାପରି ତୁମ୍ଭମାନଙ୍କର ସମ୍ପତ୍ତି ଲୁଟିତ ସଂଗୃହୀତ ହେବ। ଯେପରି ପତଙ୍ଗମାନେ ଡିଆଁ ମାରନ୍ତି, ସେହିପରି ବହୁଲୋକ ତା’ ଉପରେ ଡିଆଁ ମାରିବେ।

ସଦାପ୍ରଭୁ ଉନ୍ନତ, କାରଣ ସେ ଊର୍ଦ୍ଧ୍ୱ ଲୋକରେ ବାସ କରନ୍ତି। ସେ ସିୟୋନକୁ ନ୍ୟାୟ ବିଗ୍ଭର ଓ ଧାର୍ମିକତାରେ ପୂର୍ଣ୍ଣ କରିଅଛନ୍ତି।

ହେ ଯିରୁଶାଲମ, ସେ ତୁମ୍ଭ ପାଇଁ ନିରାପଦ ଆଣିବେ। ସେ ତୁମ୍ଭକୁ ମୁକ୍ତି, ବୁଦ୍ଧି ଓ ଜ୍ଞାନରେ ଧନୀ କରିବେ। ସଞ୍ଚିତ ଧନ ସଦାପ୍ରଭୁଙ୍କ ଭୟର ବିଷୟକ, ତାହା ସେ ଦିଅନ୍ତି।

ମାତ୍ର ଶୁଣ, ସେମାନଙ୍କର ପରାକ୍ରମଶାଳୀମାନେ ବାହାରେ କ୍ରନ୍ଦନ କରୁଛନ୍ତି। ଶାନ୍ତିକାମୀ ଦୂତମାନେ ଅତିଶୟ ରୋଦନ କରୁଛନ୍ତି। ରାଜପଥ ଧ୍ୱଂସପ୍ରାପ୍ତ ହୋଇଛି। ସେଠାରେ କେହି ପଥିକ ଦେଖାଯିବେ ନାହିଁ। ସେମାନେ ଚୁକ୍ତି ଭଙ୍ଗ କରିଛନ୍ତି। ନଗର ସବୁକୁ ତୁଚ୍ଛ କରିଛନ୍ତି ଏବଂ କେହି ହେଲେ ସମ୍ମାନ ହୋଇ ନାହାନ୍ତି। ଦେଶ ଜଟିଳ ସମସ୍ୟା ଏବଂ ଅବସନ୍ନ ରୂପ ପରିଧାନ କରିଛି। ଲିବାନୋନ ଲଜ୍ଜିତ ଓ ଶୁଷ୍କ ଦେଖା ଯାଉଛି, ଶାରୋଣ ଅରଣ୍ୟ ତୁଲ୍ୟ ଦେଖା ଯାଉଛି। ବାଶନ୍ ଓ କର୍ମିଲର ପତ୍ର ଝାଡ଼ି ହୋଇଛି।

10 ସଦାପ୍ରଭୁ କୁହନ୍ତି, “ଆମ୍ଭେ ଏବେ ଉଠିବା, ଆମ୍ଭେ ଏବେ ଆପଣାକୁ ଉଠାଇବା, ଆମ୍ଭେ ଏବେ ଉନ୍ନତ ହେବା। 11 ତୁମ୍ଭେମାନେ ତୁଷ ସଦୃଶ ଗର୍ଭଧାରଣ କରି ନଡ଼ା ପ୍ରସବ କରିବ। ତୁମ୍ଭମାନଙ୍କର ଅଗ୍ନିସଦୃଶ ଆତ୍ମା ତୁମ୍ଭମାନଙ୍କୁ ଗ୍ରାସ କରିବ। 12 ପୁଣି ଲୋକମାନେ ଚୂନପରି ଭସ୍ମିଭୂତ ହେବେ ଓ ଅଗ୍ନିରେ ଇଟା ଓ କଣ୍ଟକପରି ଶୀଘ୍ର ଦ‌ଗ୍‌ଧିଭୂତ ହେବେ।

13 “ହେ ଦୂରବର୍ତ୍ତୀ ଲୋକଗଣ, ଦୟାକରି ତୁମ୍ଭ କାନ ଆଣି ମୋ’ କୃତ କର୍ମର କଥା ଶୁଣ ଏବଂ ମୋ’ ନିକଟବର୍ତ୍ତୀ ସମୂହ, ଏହାକୁ ମୋର ପରାକ୍ରମ ସ୍ୱୀକାର କର।”

14 ସିୟୋନର ପାପୀଗଣ ଭୟଭୀତ, ମନ୍ଦାଗ୍ଭରୀଗଣ ହଠାତ୍ କମ୍ପିତ ହେଉଛନ୍ତି। “ଆମ୍ଭମାନଙ୍କ ମଧ୍ୟରୁ କେହି ସର୍ବଗ୍ରାସୀ ଅଗ୍ନିରେ ବାସ କରି ପାରିବ? ପୁଣି କେହି କେବେ ଅନନ୍ତକାଳ ପର୍ଯ୍ୟନ୍ତ ଜ୍ୱଳନ୍ତ ଅଗ୍ନିରେ ବାସ କରି ପାରିବ?’’

15 ଯେଉଁ ଲୋକମାନେ ଧର୍ମ ପଥରେ ଗ୍ଭଲନ୍ତି ଓ ସରଳ କଥା କୁହନ୍ତି, ସେମାନେ ଉପଦ୍ରବକାଳ ଲାଭ ତୁଚ୍ଛ କରନ୍ତି। ଲାଞ୍ଚ ଧରିବା ବିଷୟରୁ ଆପଣା ହାତ ଝାଡ଼ି ଦିଅନ୍ତି। ରକ୍ତପାତ କଥା ଶ୍ରବଣରୁ ଆପଣା କର୍ଣ୍ଣ ରୋଧ କରନ୍ତି ଓ ଦୁଷ୍କର୍ମ ଦର୍ଶନରୁ ଚକ୍ଷୁ ମୁଦ୍ରିତ କରନ୍ତି। 16 ସେହି ଲୋକମାନେ ଉଚ୍ଚ ସ୍ଥାନରେ ବାସ କରିବେ। ସେମାନେ ଉଚ୍ଚ ଶୈଳ ନିର୍ମିତ ଦୁର୍ଗରେ ସୁରକ୍ଷିତ ହେବେ। ସେମାନଙ୍କର ଭକ୍ଷ୍ୟ ଓ ଜଳର ଅଭାବ ରହିବ ନାହିଁ।

17 ତୁମ୍ଭର ଚକ୍ଷୁ ରାଜାଙ୍କୁ ତାହାଙ୍କ ସୌନ୍ଦର୍ଯ୍ୟରେ ଦର୍ଶନ କରିବ। ଏକ ବହୁ ଦୂରବ୍ୟାପୀ ଦେଶକୁ ଦେଖିବ। 18 ତୁମ୍ଭର ହୃଦୟ ଭୟରେ ଥରିବେ। ତୁମ୍ଭେ ଭାବିବ, “ସେହି ଗଣନାକାରୀ କାହିଁ? ସେହି ଲୋକ କାହିଁ ଯିଏ ଓଜନ କରୁଥିଲା? ସେହି ଲୋକ କେଉଁଠାରେ ଯିଏ ଦୁର୍ଗ ଗଣନା କରୁଥିଲା? 19 ସେହି ଦୂରନ୍ତ ଜାତିଗଣ ଯେଉଁମାନଙ୍କର ଗଭୀର ଭାଷା ତୁମ୍ଭେ ଜାଣିପାରିଲ ନାହିଁ ଓ ଯେଉଁମାନଙ୍କର ବିଦେଶୀୟ ଭାଷାର ଗଭୀରତା ତୁମ୍ଭେ ବୁଝି ପାରିଲ ନାହିଁ, ସେହି ଗୋଷ୍ଠୀକୁ ଆଉ ଦେଖିବ ନାହିଁ।”

ପରମେଶ୍ୱର ଯିରୁଶାଲମକୁ ସୁରକ୍ଷା ଦେବେ

20 ଆମ୍ଭମାନଙ୍କ ପବିତ୍ର ଧର୍ମସ୍ଥାନ ସିୟୋନ ନଗର ପ୍ରତି ଦୃଷ୍ଟି କର; ଶାନ୍ତିମୟ ବସତିସ୍ଥାନ ଯିରୁଶାଲମ ପ୍ରତି ଲକ୍ଷ୍ୟ କର, ତାହା ଅଟଳ ତମ୍ବୁ ସ୍ୱରୂପ ଓ ତାହାର କିଳାଗୁଡ଼ିକ ଏତେ ସୁଦୃଢ଼ ତାହା ଉପୁଡ଼ିବ ନାହିଁ କିମ୍ବା ଦଉଡ଼ି ଗୁଡ଼ିକ ଛିଣ୍ଡିବ ନାହିଁ। 21-23 କାହିଁକି ଏସବୁ ହେବ? କାରଣ ପ୍ରବଳ ଶକ୍ତିମାନ ସଦାପ୍ରଭୁ ଆମ୍ଭମାନଙ୍କର ସହାୟକ ହେବେ। ସେ ସ୍ଥାନ ପ୍ରଶସ୍ତ ନଦନଦୀ ଓ ସ୍ରୋତ ସମୂହର ସ୍ଥାନ ହେବ। କିନ୍ତୁ ସେହି ନଦୀମାନଙ୍କରେ ଆହୁଲା ଯୁକ୍ତ କୌଣସି ନୌକା ଗତି କରିବ ନାହିଁ କି ଭୟଙ୍କର ଜାହାଜ ତାହାକୁ ଅତିକ୍ରମ କରିବ ନାହିଁ। ତୁମ୍ଭେମାନେ ସେହି ପୋତର ରଜ୍ଜୁ ଛାଡ଼ି ଦେବ। ତୁମ୍ଭେମାନେ ଜାହାଜର ମାସ୍ତୁଲକୁ ଶକ୍ତ କରିବ ନାହିଁ। ତୁମ୍ଭେମାନେ ତୁମ୍ଭର ଜାହାଜକୁ ଖୋଲିବାକୁ କ୍ଷମ ହେବ ନାହିଁ। କାରଣ ସଦାପ୍ରଭୁ ଆମ୍ଭମାନଙ୍କର ବିଗ୍ଭରକର୍ତ୍ତା, ସଦାପ୍ରଭୁ ଆମ୍ଭମାନଙ୍କର ବ୍ୟବସ୍ଥାପକ, ସଦାପ୍ରଭୁ ଆମ୍ଭମାନଙ୍କର ରାଜା, ସେ ଆମ୍ଭମାନଙ୍କୁ ପରିତ୍ରାଣ କରିବେ। ତେଣୁ ସଦାପ୍ରଭୁ ଆମ୍ଭମାନଙ୍କୁ ବିପୁଳ ସମ୍ପଦ ଦେବେ। ଏପରିକି ଛୋଟ ଲୋକ ମଧ୍ୟ ଲୁଟିତ ସମ୍ପଦ ପାଇବ। 24 “ମୁଁ ପୀଡ଼ିତ” ବୋଲି ସେଠାକାର ନିବାସୀ କହିବ ନାହିଁ। ସେଠାକାର ନିବାସୀମାନଙ୍କର ପାପ କ୍ଷମା କରାଯିବ।

ପରମେଶ୍ୱର ତାଙ୍କର ଶତ୍ରୁକୁ ଦଣ୍ଡ ଦେବେ

34 ହେ ସମସ୍ତ ଦେଶୀୟଗଣ, ନିକଟକୁ ଆସି ଶ୍ରବଣ କର। ହେ ଗୋଷ୍ଠୀସମୂହ, ତୁମ୍ଭେମାନେ ଧ୍ୟାନର ସହିତ ଶୁଣ। ପୃଥିବୀ ଓ ତଦୁପରି ସମସ୍ତ ଶ୍ରବଣ କରନ୍ତୁ, ଜଗତ ଓ ସେଥିରୁ ସୃଷ୍ଟି ସମସ୍ତ ପଦାର୍ଥ ଶ୍ରବଣ କରୁ। କାରଣ ସଦାପ୍ରଭୁ ଦେଶୀୟ ସମସ୍ତଙ୍କ ବିପକ୍ଷରେ ଓ ସମସ୍ତ ସୈନ୍ୟସାମନ୍ତଙ୍କ ପ୍ରତିକୂଳରେ ତାଙ୍କର ପ୍ରଚଣ୍ଡ କ୍ରୋଧ ପ୍ରକାଶ କରିଛନ୍ତି। ସଦାପ୍ରଭୁ ସେମାନଙ୍କୁ ବିନାଶ କରିବେ ଓ ସେ ମଧ୍ୟ ସେ ସମସ୍ତଙ୍କର ବିନାଶର କାରଣ ହେବେ। ସେହି ନିହତ ଲୋକମାନେ ବାହାରେ ନିକ୍ଷିପ୍ତ ହେବେ। ସେମାନଙ୍କ ଶବ ଦୁର୍ଗନ୍ଧ ଦେବ ଓ ସେମାନଙ୍କର ରକ୍ତ ପର୍ବତଗୁଡ଼ିକରେ ବୋହି ଯିବ। ପୁଣି ଆକାଶ ମଣ୍ଡଳର ସମସ୍ତ ସୈନ୍ୟ କ୍ଷୟପ୍ରାପ୍ତ ହେବେ ଏବଂ ମୋଡ଼ା କାଗଜ ଭଳି ସେ ଗୁଡ଼ାଇ ହୋଇଥିବେ। ଦ୍ରାକ୍ଷାଲତାର ଓ ଡିମ୍ବିରି ବୃକ୍ଷର ଜୀର୍ଣ୍ଣପତ୍ର ସଦୃଶ ସମସ୍ତ ସୈନ୍ୟ ବିହୀନ ହେବେ ଏବଂ ପଡ଼ିଯିବେ। ସଦାପ୍ରଭୁ କୁହନ୍ତି, “ଏହା ଘଟିବ ଯେତେବେଳେ ଆମ୍ଭର ‌‌ଖ‌ଡ଼୍‌ଗ ପରିତୃପ୍ତ ରୂପେ ପାନ କରିଛି।”

ଦେଖ, ବିଗ୍ଭର ସାଧନ ନିମନ୍ତେ ତାହା ଇଦୋମର ଓ ଆମ୍ଭର ଅଭିଶପ୍ତ ଲୋକମାନଙ୍କ ଉପରେ ପଡ଼ିବ। ସଦାପ୍ରଭୁଙ୍କ ‌‌ଖ‌ଡ଼୍‌ଗ ରକ୍ତରେ ପରିତୃପ୍ତ ଓ ମେଦରେ ଓ ଛାଗଗଣର ଗୁରୁଦାର ମେଦରେ ପୁଷ୍ଟ। କାରଣ ବସ୍ତ୍ରରେ ସଦାପ୍ରଭୁଙ୍କର ଏକ ଯଜ୍ଞ ଓ ଇଦୋମ ଦେଶରେ ଏକ ମହା ହତ୍ୟାକାଣ୍ଡ ହେବ। ତେଣୁ ମେଷ, ବନ୍ୟ ଗୋରୁ, ବୃଷଭ ଏବଂ ଯୁବା ବୃଷଭ ଆସିବେ। ସେମାନଙ୍କ ରକ୍ତରେ ପରିପୂର୍ଣ୍ଣ ହେବ ଓ ସେମାନଙ୍କ ଚର୍ବ୍ବୀରେ ଭୂମି ଆଚ୍ଛାଦିତ ହେବ।

କାରଣ ଏହା ସଦାପ୍ରଭୁଙ୍କର ପ୍ରତିଶୋଧର ଦିନ। ଏହା ସିୟୋନର ଦିବା ସମ୍ବନ୍ଧୀୟ ପ୍ରତିଫଳର ବର୍ଷ। ଆଉ ମଧ୍ୟ ତହିଁର ସ୍ରୋତସବୁ ଝୁଣାରେ ଓ ତହିଁର ଧୂଳି ଗନ୍ଧକରେ ପରିଣତ ହେବ। ସେହି ଭୂମି ପ୍ରଜ୍ୱଳିତ ଝୁଣା ହେବ। 10 ସେହି ଅଗ୍ନି ଦିବାରାତ୍ରି ପ୍ରଜ୍ୱଳିତ ହେବ ଓ ତାହା କେବେ ନିର୍ବାପିତ ହେବ ନାହିଁ। ସେଥିରୁ ଚିରକାଳ ଧୂମ ନିର୍ଗତ ହେବ। ପୁରୁଷାନୁକ୍ରମେ ତାହା ମରୁଭୂମି ହୋଇ ରହିବ। ଅନନ୍ତକାଳ ପର୍ଯ୍ୟନ୍ତ ତାହା ମଧ୍ୟଦେଇ କେହି ଗମନ କରିବେ ନାହିଁ। 11 ପାଣି ଭେଳା ଓ ଝିଙ୍କ ତାହା ଅଧିକାର କରିବେ। ଆଉ ପେଗ୍ଭ ଓ ଡାମରା କାଉର ତାହା ମଧ୍ୟରେ ବାସ କରିବେ। ପୁଣି ସେ ସ୍ଥାନ “ଶୂନ୍ୟ ମରୁଭୂମି” ବୋଲି ଡକା ହେବ। 12 ସେମାନେ ତହିଁର କୁଳୀନମାନଙ୍କୁ ରାଜତ୍ୱ କରିବାକୁ ଡାକିବେ। ମାତ୍ର କେହି ସେଠାରେ ନ ଥିବେ ଓ ତହିଁର ଅଧିପତି ସମସ୍ତେ ଲୁପ୍ତ ହେବେ।

13 ସେଠାରେ ଥିବା ଅଟ୍ଟାଳିକାଗୁଡ଼ିକ କଣ୍ଟକ ଦ୍ୱାରା ଓ ଦୁର୍ଗଗୁଡ଼ିକ ବିଛୁଆତି ଓ କଣ୍ଟକଲତା ଦ୍ୱାରା ଆଚ୍ଛାଦିତ ହେବ। ତାହା ଶୃଗାଳମାନଙ୍କର ବାସସ୍ଥାନ ଓ ଓଟପକ୍ଷୀମାନଙ୍କର ଚରାସ୍ଥାନ ହେବ। 14 ସେଠାରେ ବନ୍ୟପଶୁଗଣ ଗଧିଆମାନଙ୍କ ସହିତ ମିଶି ବାସ କରିବେ। ବନ୍ୟଛାଗ ତା'ର ସାଥୀମାନଙ୍କୁ ଡାକିବ ଓ ନିଶାଚରମାନେ ସେଠାରେ ବାସ କରିବେ ଓ ବିଶ୍ରାମ ସ୍ଥାନ ଲାଭ କରିବେ। 15 ପେଗ୍ଭଗଣ ସେଠାରେ ବାସ କରିବେ ଏବଂ ପରିବାରକୁ ବୃଦ୍ଧି କରିବେ। ଚିଲମାନେ ନିଜର ସଙ୍ଗିନୀ ସହିତ ମିଳିତ ହେବେ।

16 ତୁମ୍ଭେମାନେ ସଦାପ୍ରଭୁଙ୍କ ପୁସ୍ତକରୁ ଅନୁସନ୍ଧାନ କରି ପାଠ କର। ସେଥିରେ ଲିଖିତ ଅଛି ସେମାନଙ୍କ ମଧ୍ୟରୁ କେହି ଅନୁପସ୍ଥିତ ରହିବେ ନାହିଁ। କେହି ନିଜର ସଙ୍ଗିନୀକୁ ଛାଡ଼ିବ ନାହିଁ। କାରଣ ମୋର ମୁଖଦ୍ୱାରା ଏହି ଆଜ୍ଞା କରିଛନ୍ତି ଓ ତାଙ୍କର ଆତ୍ମା ସେମାନଙ୍କୁ ସଂଗ୍ରହ କରିଛି। 17 ପରମେଶ୍ୱର ପୁଣି ସେମାନଙ୍କର ନିମନ୍ତେ ଗୁଲିବାଣ୍ଟ କରିଛନ୍ତି ଓ ତାଙ୍କର ହସ୍ତ ପରିମାପକ ରଜ୍ଜୁଦ୍ୱାରା ତାହା ବିଭାଗ କରି ସେମାନଙ୍କୁ ଦେଇଅଛି। ସେମାନେ ତାହା ଚିରକାଳ ଅଧିକାର କରିବେ, ସେମାନେ ପୁରୁଷାନୁକ୍ରମେ ତହିଁ ମଧ୍ୟରେ ବାସ କରିବେ।

ପରମେଶ୍ୱର ତାଙ୍କର ସନ୍ତାନଗଣଙ୍କୁ ସୁଖ ପ୍ରଦାନ କରନ୍ତି

35 ଶୁଷ୍କ ମରୁଭୂମି ଆନନ୍ଦିତ ହେବ। ପୁଣି ମରୁଭୂମି ଉଲ୍ଲାସିତ ହୋଇ ପୁଷ୍ପତୁଲ୍ୟ ପ୍ରଫୁଲିତ ହେବ। ତା'ର ଅପାର ଆନନ୍ଦ ଉଲ୍ଲାସ ନୃତ୍ୟ ଓ ଗାନ ମାଧ୍ୟମରେ ପ୍ରଦର୍ଶନ କରିବ। ଲିବାନୋ‌ନ୍‌ର ପରାକ୍ରମ, କର୍ମିଲ ଓ ଶାରୋଣର ଶୋଭା ସେ ପ୍ରାପ୍ତ ହେବ। ଏସବୁ ଘଟିବ, କାରଣ ସେମାନେ ସଦାପ୍ରଭୁଙ୍କର ମହିମା ଏବଂ ସେମାନେ ପରମେଶ୍ୱରଙ୍କ ଶୋଭା ଦେଖିବେ।

ତୁମ୍ଭେମାନେ ଦୁର୍ବଳ ହାତକୁ ସବଳ କର ଓ କମିତ ଆଣ୍ଠୁକୁ ସୁସ୍ଥିର କର। ଭୀତଗ୍ରସ୍ତ ଲୋକମାନଙ୍କୁ ଅଭୟ ଦେଇ କୁହ, “ସାହସୀ ହୁଅ, ଭୟ କର ନାହିଁ।” ଦେଖ, ତୁମ୍ଭର ପରମେଶ୍ୱର ବିପକ୍ଷମାନଙ୍କ ଉପରେ ପ୍ରତିଶୋଧ ନେବାକୁ ଆସିବେ। ସଦାପ୍ରଭୁ ପ୍ରତିଫଳ ସହିତ ଆସି ତୁମ୍ଭମାନଙ୍କୁ ପରିତ୍ରାଣ କରିବେ। ସେତେବେଳେ ଅନ୍ଧମାନେ ଚକ୍ଷୁଷ୍ମାନ ହୋଇ ଦେଖି ପାରିବେ ଓ ବଧିରମାନେ ମୁକ୍ତ କର୍ଣ୍ଣରେ ଶ୍ରବଣ କରିବେ। ଖଞ୍ଜଲୋକ ହରିଣ ତୁଲ୍ୟ ଡିଆଁ ମାରିବ ଓ ମୂକ ଆନନ୍ଦରେ ଗାନ କରିବ। କାରଣ ପ୍ରାନ୍ତରରେ ଜଳ ଓ ମରୁଭୂମିରେ ଝରଣାର ସ୍ରୋତ ବାହାରିବ। ମରିଚିକା ଜଳାଶୟ ହେବ। ଶୁଷ୍କ ମରୁଭୂମି ନିର୍ଝରମୟ ହେବ। ଶୃଗାଳମାନଙ୍କ ବାସ ସ୍ଥାନରେ ନଳ ଓ ତଣ୍ଡିବଣ ଜନ୍ମିବ।

ପୁଣି ସେତେବେଳେ ସେଠାରେ ରାଜଦଣ୍ଡ ଓ ପଥ ହେବ ଯାହାକି “ପବିତ୍ରତାର ପଥ” ବୋଲି ବିଖ୍ୟାତ ହେବ। ତାହା ଉପରେ କେବଳ ଧାର୍ମିକମାନେ ଗମନ କରିବେ। କୌଣସି ଅଶୁଚି, ମନ୍ଦାଗ୍ଭରୀ ଓ ଅଜ୍ଞାନୀମାନେ ସେ ପଥରେ ଯିବେ ନାହିଁ। ସେ ପଥରେ କୌଣସି ବିପଦ ନ ଥିବ। ସିଂହ କିମ୍ବା ହିଂସ୍ରକ ଜନ୍ତୁ ଆଘାତ ଦେବାକୁ ସେଠାରେ ନ ଥିବେ। ସେମାନେ ସେଠାରେ ଦେଖାଯିବେ ନାହିଁ। କେବଳ ମୁକ୍ତିପ୍ରାପ୍ତ ଲୋକମାନେ ତା'ଉପରେ ବିଚରଣ କରିବେ।

10 ପୁଣି ପରମେଶ୍ୱରଙ୍କ ନିସ୍ତାରିତ ଲୋକମାନେ ଫେରି ଆସିବେ। ସେମାନେ ଆନନ୍ଦରେ ଗାନ କରି କରି ସିୟୋନରେ ଉପସ୍ଥିତ ହେବେ। ଚିରନ୍ତନ ଆନନ୍ଦ ସେମାନଙ୍କର ମସ୍ତକର ଭୂଷଣ ହେବ। ସେମାନେ ସମ୍ପୂର୍ଣ୍ଣ ଆନନ୍ଦ ଓ ଆହ୍ଲାଦ ଲାଭ କରିବେ। ପୁଣି ଶୋକ ଓ ଆର୍ତ୍ତସ୍ୱର ଦୂରକୁ ପଳାଇଯିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center