Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 28-30

ଉତ୍ତର ଇସ୍ରାଏଲକୁ ସତର୍କ ବାଣୀ

28 ଶମରିୟାକୁ ଗ୍ଭହଁ!
    ଇଫ୍ରୟିମର ମତ୍ତ ଲୋକମାନେ ନିଜ ନଗରୀ ପାଇଁ ଗର୍ବିତ।
କାରଣ ପର୍ବତ ଉପରେ ଅବସ୍ଥିତ
    ଓ ଫଳଶାଳୀ ଉପତ୍ୟକା ବେଷ୍ଟିତ ସେହି ନଗରୀକୁ ଶମରିୟାମାନେ
“ରମଣୀୟ ପୁଷ୍କର ମୁକୁଟ” ସଦୃଶ,
    ମାତ୍ର ସେହି ଭୂଷଣ ସ୍ୱରୂପ ସୁନ୍ଦର ପୁଷ୍ପ ମ୍ଳାନ ହେବ।

ଦେଖ, ମୋର ପ୍ରଭୁଙ୍କର ଜଣେ ବଳବାନ୍ ଓ ସାହସୀ ଲୋକ ଅଛି।
    ସେ ଶିଳାଯୁକ୍ତ ଝଡ଼ ଓ ପ୍ରଳୟକାଳର ବର୍ଷା ବତାସ ପରି ଆସିବ,
ଦ୍ରୁତ ଧାବିତ ବନ୍ୟାଜଳ ସଦୃଶ ପ୍ରବାହିତ ହୋଇ
    ଶକ୍ତିଶାଳୀ ହସ୍ତରେ ତାକୁ ଭୂମିରେ ନିକ୍ଷେପ କରିବ।
ଇଫ୍ରୟିମର ମତ୍ତ ଲୋକମାନଙ୍କ “ଦର୍ପସ୍ୱରୂପ ମୁକୁଟ’
    ପଦ ତଳେ ଦଳିତ ହେବ।
ପର୍ବତ ଉପରିସ୍ଥ ଫଳଶାଳୀ ଉପତ୍ୟକା ବେଷ୍ଟିତ “ମୁକୁଟ ସଦୃଶ
    ସୁନ୍ଦର ଦେଶ ମ୍ଳାନ ପୁଷ୍ପ ପାଲଟିବ।’
ସେହି ନଗର ଗ୍ରୀଷ୍ମକାଳର ପ୍ରଥମ ପକ୍ୱ ଡିମ୍ବିରି ଫଳ ସଦୃଶ ହେବ।
    ଯେକେହି ତାକୁ ଦେଖିବ ଶୀଘ୍ର ତାକୁ ତୋଳିବ ଓ ଗ୍ରାସ କରିବ।

ସେଦିନ ସର୍ବଶକ୍ତିମାନ ସଦାପ୍ରଭୁ ଅବଶିଷ୍ଟାଂଶ ଲୋକମାନଙ୍କ ପାଇଁ “ବହୁତ ସୁନ୍ଦର ମୁକୁଟ” ସଦୃଶ ହେବେ। ତା'ପରେ ସଦାପ୍ରଭୁ ବିଗ୍ଭର ନିମନ୍ତେ ବିଗ୍ଭରକଙ୍କୁ ବିଗ୍ଭର ଜନିତ ଆତ୍ମା ଓ ଯେଉଁମାନେ ନଗରଦ୍ୱାରରେ ଯୁଦ୍ଧରେ ଫେରାଇ ଦିଅନ୍ତି ସେମାନଙ୍କ ପାଇଁ ବଳସ୍ୱରୂପ ହେବେ। ମାତ୍ର ବର୍ତ୍ତମାନ ସେହି ପ୍ରାଚୀନ ବ୍ୟକ୍ତିଗଣ ଦ୍ରାକ୍ଷାରସରେ ଭ୍ରାନ୍ତ ହୋଇଛନ୍ତି ଓ ସୁରାପାନରେ ବିପଥଗାମୀ ହୋଇଛନ୍ତି। ଯାଜକ ଓ ଭବିଷ୍ୟ‌ଦ୍‌ବକ୍ତା ସୁରାପାନ ଦ୍ୱାରା ବିଭ୍ରାନ୍ତ ହୋଇଛନ୍ତି। ଦ୍ରାକ୍ଷାରସ ସେମାନଙ୍କୁ ଗ୍ରାସ କରିଅଛି ଓ ସେମାନେ ସୁରାପାନ ଦ୍ୱାରା ବିପଥରେ ଯାଇଛନ୍ତି। ସେମାନେ ଦର୍ଶନରେ ଭ୍ରାନ୍ତ ହୁଅନ୍ତି ଓ ବିଗ୍ଭରରେ ଝୁଣ୍ଟି ପଡ଼ନ୍ତି। ସମସ୍ତ ମେଜ ବାନ୍ତିରେ ପରିପୂର୍ଣ୍ଣ। ସେଠାରେ ମଇଳା ପାଇଁ ଯଥେଷ୍ଟ କୋଠରୀ ନ ଥିଲା।

ପରମେଶ୍ୱର ତାଙ୍କ ଦାସମାନଙ୍କୁ ସାହାଯ୍ୟ କରିବାକୁ ଇଚ୍ଛା କରନ୍ତି

“ସଦାପ୍ରଭୁ ଜ୍ଞାନ ଶିକ୍ଷା ଦେବାକୁ ଇଚ୍ଛା କରନ୍ତି ଓ ତାଙ୍କ ସୁସମାଗ୍ଭର ବୁଝାଇବାକୁ ଇଚ୍ଛା କରୁଛନ୍ତି। ମାତ୍ର ଲୋକମାନେ ଦୁ‌ଗ୍‌ଧ ପୋଷ୍ୟ ଶିଶୁ ସଦୃଶ ବୁଝିବାକୁ ଅକ୍ଷମ। 10 ତେଣୁ ସଦାପ୍ରଭୁ ଶିଶୁମାନଙ୍କୁ ବୁଝାଇବା ଢଙ୍ଗରେ କୁହନ୍ତି, କାରଣ ଏ ତ:

“ବିଧି ଉପରେ ବିଧି, ବିଧି ଉପରେ ବିଧି,
ଧାଡ଼ି ଉପରେ ଧାଡ଼ି, ଧାଡ଼ି ଉପରେ ଧାଡ଼ି,
ଏଠି ଅଳ୍ପ ସେଠି ଅଳ୍ପ।”

11 ସଦାପ୍ରଭୁ ଅ‌‌ଦ୍‌‌ଭୂତ ସ୍ୱରରେ ଓ ଅନ୍ୟ ଭାଷାରେ ଲୋକମାନଙ୍କୁ କଥା କହିବେ।

12 ଅତୀତରେ ପରମେଶ୍ୱର ସେମାନଙ୍କୁ କହିଥିଲେ “ଏଠାରେ ଏକ ବିଶ୍ରାମସ୍ଥଳ ଅଛି। ଏହି ଶାନ୍ତିମୟ ସ୍ଥାନରେ ଯେଉଁମାନେ ଆରାମ ଗ୍ଭହୁଁଛ ଆସି ଆରାମ କର।”

ମାତ୍ର ସେମାନେ ଶୁଣିବାକୁ ସମ୍ମତ ହେଲେ ନାହିଁ। 13 ତେଣୁ ପରମେଶ୍ୱରଙ୍କର ବାକ୍ୟ ବିଦେଶୀ ଭାଷାରେ କୁହାଯାଏ:

“ବିଧି ଉପରେ ବିଧି, ବିଧି ଉପରେ ବିଧି,
ଧାଡ଼ି ଉପରେ ଧାଡ଼ି; ଧାଡ଼ି ଉପରେ ଧାଡ଼ି,
ଏଠି ଅଳ୍ପ, ସେଠି ଅଳ୍ପ।”

କାରଣ ଲୋକମାନେ ଇଚ୍ଛାନୁସାରେ କାର୍ଯ୍ୟ କଲେ। ତେଣୁ ସେମାନେ ପଛକୁ ପଡ଼ି ଭଗ୍ନ ହେଲେ। ସେମାନେ ଫାନ୍ଦରେ ପଡ଼ିଲେ ଓ ଧୃତ ହେଲେ।

ପରମେଶ୍ୱରଙ୍କ ବିଗ୍ଭରରେ କେହି ଛାଡ଼ ପାଇବେ ନାହିଁ

14 ହେ ଯିରୁଶାଲମସ୍ଥ ଲୋକମାନଙ୍କର ଶାସନକାରୀ ନିନ୍ଦକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। 15 ତୁମ୍ଭେମାନେ କହିଅଛ, “ଆମ୍ଭେମାନେ ମୃତ୍ୟୁସହିତ ସନ୍ଧି କରିଅଛୁ ଓ ପାତାଳ ସହିତ ଚୁକ୍ତି କରିଅଛୁ। ତେଣୁ ଜଳ ପ୍ରଳୟରୂପୀ କୋରଡ଼ା ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ। କାରଣ ଆମ୍ଭେମାନେ ମିଥ୍ୟାର ଆଶ୍ରୟ ନେଇଅଛୁ ଓ ଅସତ୍ୟ ପଛରେ ନିଜକୁ ଲୁଗ୍ଭଇ ରଖିଅଛୁ।”

16 ସେଥିପାଇଁ ମୋର ପ୍ରଭୁ ସଦାପ୍ରଭୁ କୁହନ୍ତି, “ଦେଖ, ମୁଁ ସିୟୋନରେ ଏକ ଭିତ୍ତିମୂଳ ପ୍ରସ୍ତର ସ୍ଥାପନ କରୁଛି, ଏହା ଏକ ପରୀକ୍ଷାସିଦ୍ଧ ପ୍ରସ୍ତର ଓ ବହୁମୂଲ୍ୟବାନ କୋଣ ପ୍ରସ୍ତର। ଏହା ଉପରେ ସବୁକିଛି ଏହି ଗୁରୁତ୍ୱପୂର୍ଣ୍ଣ ପର୍ବତ ଉପରେ ନିର୍ମିତ ହେବ। ଯେକେହି ଏହି ପ୍ରସ୍ତର ଉପରେ ବିଶ୍ୱାସ ରଖେ ସେ ହତାଶ ହେବ ନାହିଁ।

17 “ଲୋକେ କାନ୍ଥର ସଳଖତା ଜାଣିବା ପାଇଁ ଯେପରି ଓଳମ୍ ବ୍ୟବହାର କରନ୍ତି, ମୁଁ ସେହିପରି ସତ୍ୟ ପ୍ରତିଷ୍ଠା ପାଇଁ ନ୍ୟାୟ ଓ ଧାର୍ମିକତାକୁ ପ୍ରୟୋଗ କରିବି।” ଆଉ ଶିଳାବୃଷ୍ଟି ମିଥ୍ୟାରୂପୀ ଆଶ୍ରୟକୁ ବିନାଶ କରିବ। ଏହା ଜଳରାଶି ତୁଲ୍ୟ ଲୁକାୟିତ ସ୍ଥଳକୁ ମଗ୍ନ କରିବ। 18 ମୃତ୍ୟୁ ସହିତ ତୁମ୍ଭମାନଙ୍କର ଚୁକ୍ତି ରହିତ ହେବ, ପାତାଳ ସହିତ ସନ୍ଧି କିଛି କାମ ଦେବ ନାହିଁ।

“କେତେକ ଲୋକ ତୁମ୍ଭମାନଙ୍କୁ ଶାସ୍ତି ଦେବାକୁ ଆସିବେ। ପ୍ରଳୟରୂପୀ ଜଳ କୋରଡ଼ା ସଦୃଶ ତୁମ୍ଭମାନଙ୍କୁ ପାଦରେ ଦଳି ଦେବେ। 19 ଏହା ବହୁ ସମୟ ଆସି ତୁମ୍ଭକୁ ନେବ। ଏହା ସକାଳେ, ମଧ୍ୟାହ୍ନ, ସନ୍ଧ୍ୟାବେଳେ ପ୍ରକାଶିତ ହେବ।

“ଆଉ ଯେତେବେଳେ ତୁମ୍ଭେ ବୁଝ, ତାହା ଅତି ଭୟଙ୍କର ହେବ। 20 ତୁମ୍ଭକୁ ଆବୃତ କରିବା ପାଇଁ ତୁମ୍ଭ ଶଯ୍ୟା ଛୋଟ ହେବ। କୌଣସି କମ୍ବଳ ତୁମ୍ଭକୁ ଆବୃତ କରି ପାରିବ ନାହିଁ।”

21 ସଦାପ୍ରଭୁ ପାରାସୀମ ପର୍ବତରେ ଉଠିଲାପରି ଉଠିବେ। ଗିବିୟୋନ ଉପତ୍ୟକାରେ ଯେପରି କ୍ରୋଧାନ୍ୱିତ ହୋଇଥିଲେ, ସେହିପରି କ୍ରୋଧ କରିବେ। ସେତେବେଳେ ସେ ଅ‌‌ଦ୍‌‌ଭୂତକାର୍ଯ୍ୟ ସାମ୍ପାଦନ କରିବେ। ପୁଣି ସେ ନିଜର କାର୍ଯ୍ୟ ତଥା ଅଲୌକିକ କାର୍ଯ୍ୟ ସମ୍ପନ୍ନ କରିବେ। 22 ବର୍ତ୍ତମାନ ଆଉ ତୁମ୍ଭେମାନେ ସିନ୍ଦୁକ ହୁଅ ନାହିଁ। ଯଦି ତୁମ୍ଭେ ତାହା କର, ତୁମ୍ଭ ଗ୍ଭରି ପାଖରେ ଥିବା ବନ୍ଧନ ରଜ୍ଜୁ ଦୃଢ଼ ହେବ।

କାରଣ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ବାକ୍ୟ ଆମ୍ଭେ ଯାହା ଶୁଣିଛୁ ତାହା ଅନ୍ୟଥା ହେବ ନାହିଁ। ଯେହେତୁ ସେ ସମଗ୍ର ବିଗ୍ଭର ଶାସନକର୍ତ୍ତା, ତାଙ୍କର ବାକ୍ୟ ଓ କାର୍ଯ୍ୟ ନିଶ୍ଚିତରୂପେ କାର୍ଯ୍ୟକାରୀ ହେବ। ଆଉ ସେ ସମଗ୍ର ବିଶ୍ୱକୁ ନିଶ୍ଚିତ ଧ୍ୱଂସ କରିବେ।

ସଦାପ୍ରଭୁ ନ୍ୟାୟରେ ଦଣ୍ଡ ଦିଅନ୍ତି

23 ତୁମ୍ଭେମାନେ ମନୋଯୋଗ ସହକାରେ ଆମ୍ଭର ବାକ୍ୟ ପ୍ରତି ଧ୍ୟାନ ଦିଅ ଓ ଗ୍ରହଣ କର। 24 କୃଷକ କ’ଣ ବୀଜ ବପନ ପାଇଁ ସର୍ବଦା ଜମିକୁ କର୍ଷଣ କରେ? ସେ କ’ଣ ସର୍ବଦା ଭୂମିକୁ ଶିଆର କରି ଟେଳା ଭାଙ୍ଗେ? 25 କୃଷକ ଜମିକୁ ପ୍ରସ୍ତୁତ କରି ସମାନ କଲାପରେ ବିଭିନ୍ନ ପ୍ରକାର ବୀଜ ବିଭିନ୍ନ ଭାବରେ ବପନ କରେ। କଳାଜିରା ବିଞ୍ଚି ଦିଏ ଓ ଜିରା ବୁଣି ଦିଏ। ଧାଡ଼ି ଧାଡ଼ିକରି ଗହମ ଓ ନିରୂପିତ ସ୍ଥାନରେ ଯବ ଏବଂ କ୍ଷେତ୍ରର ସୀମାରେ ଜହ୍ନା ବୁଣିଥାଏ।

26 ଆମ୍ଭର ପ୍ରଭୁ ପରମେଶ୍ୱର ତୁମ୍ଭମାନଙ୍କୁ ଶିକ୍ଷା ଦେବାକୁ ଏପରି କରୁଛନ୍ତି। ସେ ଆମ୍ଭମାନଙ୍କୁ ଏହି ଦୃଷ୍ଟାନ୍ତ ଦେଖାଇ ଯଥାର୍ଥ ଭାବରେ ଲୋକମାନଙ୍କୁ ଶିକ୍ଷା ଦିଅନ୍ତି। 27 କୃଷକ କ’ଣ କଳାଜିରାକୁ କୌଣସି ତୀ‌କ୍ଷ୍‌ଣ ପତ୍ରରେ ପେଷେ? ସେ କ’ଣ ଜିରା ଅମଳ କରିବା ପାଇଁ ଶକଟ ଚକ୍ର ବୁଲାଏ? ସେ ଯଷ୍ଟି ବ୍ୟବହାର କରି ସେମାନଙ୍କୁ ଅମଳ କରେ। 28 ଜଣେ ସ୍ତ୍ରୀଲୋକ ପାଣି ଅଟା ସହିତ ମିଶାଏ ଏବଂ ରୋଟୀ କରିବା ପାଇଁ ହାତରେ ଦଳେ, ମାତ୍ର ସେ ତାହା ଚିରକାଳ କରେ ନାହିଁ। ସଦାପ୍ରଭୁ ତାଙ୍କ ଲୋକମାନଙ୍କୁ ସେହିପରି ଶିକ୍ଷା ଦିଅନ୍ତି। ସେ ଯଦିଓ ଶକଟଚକ୍ର ଘୁରାନ୍ତି, ସେ ତାଙ୍କର ଅଶ୍ୱଗଣକୁ ଚୂର୍ଣ୍ଣ କରନ୍ତି ନାହିଁ। 29 ସର୍ବଶକ୍ତିମାନ ସଦାପ୍ରଭୁଙ୍କଠାରୁ ଏହି ଶିକ୍ଷା ମିଳିଥାଏ। ସେ ଆଶ୍ଚର୍ଯ୍ୟ ଜନକ ମନ୍ତ୍ରଣା ଦିଅନ୍ତି ଓ ପ୍ରକୃତରେ ସେ ଜ୍ଞାନରେ ମହାନ।

ଯିରୁଶାଲମ ପାଇଁ ପରମେଶ୍ୱରଙ୍କ ପ୍ରେମ

29 ପରମେଶ୍ୱର କୁହନ୍ତି, “ହାୟ ଅରୀୟେଲ, ଅରୀୟେଲ, ଦାଉଦର ଛାଉଣି ନଗର। ବର୍ଷକୁ ବର୍ଷ ଯୋଗ କର। ପର୍ବଗୁଡ଼ିକ ପାଳି ଅନୁକ୍ରମେ ଆସୁ। ତେବେ ମୁଁ ଅରୀୟେଲକୁ ଦୁଃଖ ଦେବି। ନଗରଟି ଶୋକ ଓ ବିଳାପରେ ପୂର୍ଣ୍ଣ ହେବ। ମାତ୍ର ତାହା ଆମ୍ଭ ପ୍ରତି ଦାହସ୍ଥାନ ତୁଲ୍ୟ ହେବ।

“ପୁଣି ମୁଁ ଚତୁର୍ଦ୍ଦିଗରେ ତୁମ୍ଭ ବିରୁଦ୍ଧରେ ଛାଉଣି ସ୍ଥାପନ କରିବି। ତୁମ୍ଭ ବିପକ୍ଷରେ ଗଡ଼ ସୃଷ୍ଟି କରିବି ଯେ କି ତୁମ୍ଭକୁ ବେଷ୍ଟନ କରିବ ଓ ତୁମ୍ଭ ପ୍ରତିକୂଳରେ ତାହା ତୁମ୍ଭକୁ ଅନୁରୋଧ କରିବ। ଏଥିରେ ତୁମ୍ଭେ ଅବନତ ହେବ ଓ ଭୂମିରୁ କଥା କହିବ। ଧୂଳି ଉପରୁ ତୁମ୍ଭର ସ୍ୱର କ୍ଷୀଣ ହେବ ଓ ତାହା ଭୂତର ସ୍ୱର ତୁଲ୍ୟ ହେବ। ତୁମ୍ଭର ସ୍ୱର ଧୂଳି ଉପରୁ ଫୁ‌ସ୍‌ଫୁସ୍ ଶବ୍ଦ ସ୍ୱରରେ କହିଲା ପରି ହେବ।”

ତୁମ୍ଭର ଶତ୍ରୁଗଣ ସୂକ୍ଷ୍ମଧୂଳି ସଦୃଶ ଅଗଣିତ ହେବେ। ନିଷ୍ଠୁର ଲୋକମାନଙ୍କର ଗହଳି ତୁଷ ତୁଲ୍ୟ ହେବ ଓ ଏସବୁ ନିମିଷକରେ ଘଟିବ। ସର୍ବଶକ୍ତିମାନ ସଦାପ୍ରଭୁ ଭୂମିକମ୍ପ, ଘଡ଼ଘଡ଼ି, ଭୟଙ୍କର ଗର୍ଜନ ଝଡ଼, ଘୂର୍ଣ୍ଣିବାୟୁ ଓ ଗ୍ରାସକାରୀ ଅଗ୍ନିଶିଖା ସହିତ ଆସିବେ ଏବଂ ତାକୁ ଧ୍ୱଂସ କରିବେ। ବହୁ ଜାତିଗଣ ଅରୀୟେଲ ବିପକ୍ଷରେ ଯୁଦ୍ଧ କରିବେ, ଏବଂ ତାହାର ସୁଦୃଢ଼ ଦୁର୍ଗ ଭିତରକୁ ପ୍ରବେଶ କରିବେ, ତାହା ରାତ୍ରିକାଳୀନ ସ୍ୱପ୍ନ ଓ ଦର୍ଶନ ତୁଲ୍ୟ ହେବ। ଯେପରି ସ୍ୱପ୍ନରେ କ୍ଷୁଧାର୍ତ୍ତ ଖାଏ ଏବଂ ତୃଷାର୍ତ୍ତ ପିଏ। କିନ୍ତୁ ବାସ୍ତବରେ ସେହି ସଂପୃକ୍ତ ଲୋକମାନେ କ୍ଷୁଧାର୍ତ୍ତ ଏବଂ ତୃଷାର୍ତ୍ତ ଥା’ନ୍ତି, ଠିକ୍ ସେହିପରି ସେହି ଜାତିଗଣ ସିୟୋନ ପାଇଁ ସେମାନଙ୍କର ଇଚ୍ଛା ଅନୁସାରେ କିଛି କରି ପାରିବେ ନାହିଁ। ସେହିପରି ସିୟୋନ ପର୍ବତର ବିପକ୍ଷରେ ଯୁଦ୍ଧ କରୁଥିବା ବହୁ ଗୋଷ୍ଠୀଗଣ ନିଜ ଇଚ୍ଛା ଅନୁସାରେ ପାଇବେ ନାହିଁ।

ତୁମ୍ଭେମାନେ ଅଜ୍ଞାତ ଓ ଚମତ୍କୃତ ହୁଅ।
    ତୁମ୍ଭକୁ ଦୃଷ୍ଟିହୀନ କର ଏବଂ ଅନ୍ଧ ହୁଅ।
    ଟଳଟଳ ହୁଅ, କିନ୍ତୁ ସୁରାପାନରେ ନୁହେଁ।
10 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଘୋର ନିଦ୍ରାଜନକ ଆତ୍ମା ଢାଳିଛନ୍ତି।
    ସେ ତୁମ୍ଭମାନଙ୍କର ଭବିଷ୍ୟ‌ଦ୍‌ବକ୍ତାଗଣଙ୍କ ସଦୃଶ ଚକ୍ଷୁ ମୁଦ୍ରିତ କରିବେ।
    ପୁଣି ଭବିଷ୍ୟ‌ଦ୍‌ବକ୍ତାଙ୍କ ପରି ତୁମ୍ଭମାନଙ୍କର ମସ୍ତକକୁ ଆଚ୍ଛାଦନ କରିବେ।

11 ସେସବୁ ଜିନିଷର ଦୃଶ୍ୟବଦ୍ଧ ପୁସ୍ତକ ପରି! ଯଦି ତୁମ୍ଭେ ତାକୁ କୌଣସି ଜଣକୁ ଦେବ ଯିଏ ପଢ଼ିପାରିବ ଏବଂ କହିବ, “ଏହାକୁ ପଢ଼। ସେ କହିବ, ମୁଁ କରି ନ ପାରେ, ଏହା ବନ୍ଦ ଅଛି।” 12 ଯଦି ତୁମ୍ଭେ କୌଣସି ଅଶିକ୍ଷିତ ଲୋକକୁ ପଢ଼ିବାକୁ ଦେବ, ସେମାନେ ମଧ୍ୟ ସାଧାରଣ ଭାବରେ କହିବେ, “ସେଗୁଡ଼ିକ ଅକ୍ଷରରେ ଛପା ହୋଇଛି। ମୁଁ ପଢ଼ିପାରିବି ନାହିଁ।”

13 ମୋର ପ୍ରଭୁ କୁହନ୍ତି, “ସେମାନଙ୍କର ମୁଖ ସହିତ ଏହି ଲୋକମାନେ ମୋ’ ପାଖକୁ ଆସନ୍ତି। ସେମାନେ ନିଜର ଓଷ୍ଠାଧରରେ ମୋର ସମ୍ମାନ କରନ୍ତି। ମାତ୍ର ପ୍ରକୃତରେ ସେମାନେ ମୋ'ଠାରୁ ବହୁତ ଦୂରେଇ ରହନ୍ତି। ମୋ’ ପ୍ରତି ସେମାନଙ୍କର ଭୟ ଓ ପ୍ରେମ ଅନ୍ୟ କିଛି ନୁହେଁ, କିନ୍ତୁ କେବଳ ମାନବିକ ଶିକ୍ଷା ଓ ବେଳେବେଳେ ଉପଦେଶ। 14 ତେଣୁ ଏହି ଲୋକମାନଙ୍କୁ ଚକିତ କରିବା ପାଇଁ ମୁଁ ଅ‌‌ଦ୍‌‌ଭୂତ ଓ ଆଶ୍ଚର୍ଯ୍ୟ କର୍ମମାନ କରି ଗ୍ଭଲିବି। ସେମାନଙ୍କର ଜ୍ଞାନୀ ଲୋକମାନଙ୍କର ଜ୍ଞାନ ବିନଷ୍ଟ ହେବ ଓ ସେମାନଙ୍କର ବିବେକୀ ଲୋକମାନେ ସେମାନଙ୍କର ବୁଦ୍ଧି ହରାଇବେ।”

15 ଯେଉଁମାନେ ସଦାପ୍ରଭୁଙ୍କଠାରେ ନିଜ ନିଜ ମନ୍ତ୍ରଣାକୁ ଲୁଗ୍ଭଇବାକୁ ଚେଷ୍ଟା କରନ୍ତି ସେମାନେ ଦୁଃଖ ପାଆନ୍ତି। ସେମାନେ ଅନ୍ଧକାରରେ ନିଜ ନିଜର କୁକର୍ମ କରନ୍ତି ଓ କୁହନ୍ତି, “କେହି ଆମ୍ଭମାନଙ୍କୁ ଦେଖୁ ନାହିଁ କି କେହି ଆମ୍ଭମାନଙ୍କୁ ଚିହ୍ନୁ ନାହିଁ।”

16 ତୁମ୍ଭେମାନେ ବିଷୟକୁ ଓଲଟାଇ ପକାଇବ। କୁମ୍ଭକାର କ’ଣ ମାଟିର ତୁଲ୍ୟ ହେବ? ନିର୍ମିତ ବସ୍ତୁ କ’ଣ ନିର୍ମାଣ କର୍ତ୍ତା ବିଷୟରେ କହିବ, “ଏ ବ୍ୟକ୍ତି ମୋତେ ନିର୍ମାଣ କରି ନାହିଁ।” ପୁଣି ଗଢ଼ାବସ୍ତୁ କ’ଣ ବ୍ୟକ୍ତି ବିଷୟରେ କହିବ, “ଏ ବ୍ୟକ୍ତିର ବୁଦ୍ଧି ନାହିଁ।”

ସୁସମୟ ଆସୁଛି

17 ଏହା ସତ୍ୟ ଯେ, ଅତି ଅଳ୍ପ ସମୟ ପରେ ଲିବାନୋନ ଫଳପୂର୍ଣ୍ଣ କ୍ଷେତ୍ରରେ ପରିଣତ ହେବ ଓ ଫଳବତୀ କ୍ଷେତ୍ର ଅରଣ୍ୟରେ ପରିଣତ ହେବ। 18 ପୁଣି ସେହି ଦିନରେ ବଧିର ପୁସ୍ତକର ବାକ୍ୟ ଶୁଣିବ ଓ ଅନ୍ଧକାର ଏବଂ କୁହୁଡ଼ି ମଧ୍ୟରେ ଅନ୍ଧ ଦେଖିବ। 19 ସଦାପ୍ରଭୁଙ୍କଠାରେ ଦରିଦ୍ର, ନମ୍ର ଲୋକମାନେ ଆନନ୍ଦ ବଢ଼ାଇବେ। ଲୋକମାନଙ୍କ ମଧ୍ୟରେ ଦରିଦ୍ରମାନେ ଇସ୍ରାଏଲର ଧର୍ମ ସ୍ୱରୂପଙ୍କଠାରେ ଉଲ୍ଲାସ କରିବେ।

20 ନିଷ୍ଠୁର ଲୋକ ଦଣ୍ଡ ଭୋଗିବେ। ନିନ୍ଦୁକମାନେ ଶାନ୍ତ ହୋଇଛନ୍ତି ଓ ଅଧର୍ମକାର୍ଯ୍ୟ କରୁଥିବା ବ୍ୟକ୍ତି ଧ୍ୱଂସ ହୋଇଛନ୍ତି। 21 ସେମାନେ କଥାରେ ଉତ୍ତମ ଲୋକଙ୍କୁ ଦୋଷୀ କରନ୍ତି। ନଗର ଦ୍ୱାରରେ ଦୋଷଯୁକ୍ତ କରିବାକୁ ଫାନ୍ଦ ବସାନ୍ତି ଓ ଅକାରଣରେ ଧାର୍ମିକ ପ୍ରତି ଅନ୍ୟାୟ କରନ୍ତି।

22 ତେଣୁ ଅବ୍ରହାମଙ୍କର ମୁକ୍ତିକର୍ତ୍ତା ସଦାପ୍ରଭୁ ଯାକୁବ ବଂଶ ବିଷୟରେ ଏହିପରି କୁହନ୍ତି, “ହେ ଯାକୁବ, ତୁମ୍ଭେ ଏବେ ଲଜ୍ଜିତ ହେବ ନାହିଁ କିମ୍ବା ତୁମ୍ଭର ମୁଖ ମଳିନ କରିବ ନାହିଁ। 23 ସେମାନେ ଯେତେବେଳେ ମୋର ହସ୍ତକୃତ କର୍ମ ସ୍ୱରୂପ ତାହାର ସନ୍ତାନଗଣଙ୍କୁ ନିଜ ମଧ୍ୟରେ ଦେଖିବେ ସେତେବେଳେ ସେମାନେ ମୋର ନାମକୁ ପବିତ୍ର ବୋଲି ମାନିବେ। ଆଉ ମଧ୍ୟ ଯାକୁବର ଧର୍ମସ୍ୱରୂପକୁ ପବିତ୍ର ବୋଲି ମାନିବେ ଓ ଇସ୍ରାଏଲର ପରମେଶ୍ୱରଙ୍କୁ ସମ୍ମାନ ଓ ଭକ୍ତି କରିବେ। 24 ବହୁ ମନ୍ଦ କର୍ମରେ ଳିପ୍ତ ଭ୍ରାନ୍ତମନାମାନେ ବୁଦ୍ଧିପ୍ରାପ୍ତ ହେବେ ଓ ଅଭିଯୋଗକାରୀ ତତ୍ତ୍ୱକଥା ଶିଖିବେ।”

ଇସ୍ରାଏଲ ପରମେଶ୍ୱରଙ୍କୁ ବିଶ୍ୱାସ କରିବା ଉଚିତ୍ ମାତ୍ର ମିଶରକୁ ନୁହେଁ

30 ସଦାପ୍ରଭୁ କହିଲେ, “ଏହି ବିଦ୍ରୋହୀ ସନ୍ତାନଗଣଙ୍କୁ ଦେଖ। ସେମାନେ ମନ୍ତ୍ରଣା କରନ୍ତି ମାତ୍ର ସାହାଯ୍ୟ ଗ୍ଭହାନ୍ତି ନାହିଁ। ସେମାନେ ପାପ ଉପରେ ପାପ କରି ଗ୍ଭଲନ୍ତି ମାତ୍ର ମୋର ଆତ୍ମା ଦ୍ୱାରା ନୁହେଁ। ତେଣୁ ସେମାନେ ସନ୍ତାପର ପାତ୍ର। ଏହି ସନ୍ତାନଗଣ ମୋତେ ନ ପଗ୍ଭରି ଫାରୋଙ୍କ ବଳରେ ବଳୀୟାନ ହେବାକୁ ଓ ମିଶରରେ ଆଶ୍ରୟ ନେବାକୁ ମିଶର ଯାତ୍ରା କରନ୍ତି।

“ମାତ୍ର ଫାରୋର ବଳ ତୁମ୍ଭମାନଙ୍କୁ ସୁରକ୍ଷା ଦେଇ ପାରିବ ନାହିଁ କି ମିଶର ତୁମ୍ଭମାନଙ୍କୁ ଆଶ୍ରୟ ଦେଇ ପାରିବ ନାହିଁ। କାରଣ ତୁମ୍ଭମାନଙ୍କର ଅଧିପତିଗଣ ସୋୟନରେ ଅଛନ୍ତି ଓ ତୁମ୍ଭର ରାଜଦୂତଗଣ ହାନେଷକୁ ଆସିଛନ୍ତି। ସେମାନେ ହତାଶ ହେବେ କାରଣ ଯେଉଁ ବ୍ୟକ୍ତିମାନଙ୍କ ଉପରେ ସେମାନେ ସାହାଯ୍ୟ ପାଇଁ ବିଶ୍ୱାସ କରିବେ, ସେମାନେ ସାହାଯ୍ୟ କରିବେ ନାହିଁ। ସେମାନେ ଲଜ୍ଜା ଏବଂ କଳଙ୍କ ପାଇବେ।”

ଯିହୁଦା ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା

ଦକ୍ଷିଣର ପଶୁଗଣଙ୍କ ପ୍ରତି ଦୁଃଖ ବାର୍ତ୍ତା:

ଯିହୁଦାର ଦକ୍ଷିଣ ପ୍ରାନ୍ତ ଅତି ଭୟଙ୍କର ସ୍ଥାନ। ସେ ସ୍ଥାନ ସିଂହ, ସିଂହୀ, କାଳସର୍ପ ଓ ଉ‌ଡ୍‌ଡୀୟମାନ ଅଗ୍ନିମୟ ସର୍ପରେ ପରିପୂର୍ଣ୍ଣ। ସେହି ସଙ୍କଟମୟ ଓ ଯନ୍ତ୍ରଣାମୟ ଗୋଷ୍ଠୀ ଉପକାର କରିବ ନାହିଁ। ମାତ୍ର ଏପରି ଏକ ଗୋଷ୍ଠୀ ନିକଟକୁ ସେମାନେ ଯୁବା ଗର୍ଦ୍ଦଭଗଣଙ୍କ ସ୍କନ୍ଧରେ ନିଜ ନିଜର ଧନ ଓ ଓଟମାନଙ୍କ ପିଠି ଉପରେ ନିଜ ନିଜର ସମ୍ପତ୍ତି ବହନ କରି ନିଅନ୍ତି। ସେହି ମିଶର ବୃଥା ଓ ମିଥ୍ୟାରେ ସାହାଯ୍ୟ କରେ। ତେଣୁ ମୁଁ ତାକୁ “ନିଷ୍କର୍ମା ରାହାବ” ବୋଲି ନାମକରଣ କରିଛି।

ଏବେ ଯାଅ, ସେମାନଙ୍କ ସାକ୍ଷାତରେ ଏକ ଫଳକରେ ତାହା ଲେଖ। ଏକ ପୁସ୍ତକରେ ତାହା ଲିପିବଦ୍ଧ କର ଯେପରି କି ତାହା ଆସନ୍ତାକାଲି ଓ ଅନନ୍ତକାଳ ପର୍ଯ୍ୟନ୍ତ ରହିବ।

ସେମାନେ ବିଦ୍ରୋହୀ ଗୋଷ୍ଠୀ, ମିଥ୍ୟାବାଦୀ ସନ୍ତାନ। ସେମାନେ ସଦାପ୍ରଭୁଙ୍କ ଶିକ୍ଷାସମୂହକୁ ଶୁଣିବାକୁ ଅସମ୍ମତ। 10 ସେମାନେ ଦର୍ଶକମାନଙ୍କୁ କୁହନ୍ତି, “ତୁମ୍ଭେମାନେ ଦର୍ଶନ କର ନାହିଁ ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ କୁହନ୍ତି ତୁମ୍ଭେମାନେ ଆମ୍ଭମାନଙ୍କ ନିକଟରେ ବିଶ୍ୱାସ ବାକ୍ୟ ପ୍ରଗ୍ଭର କର ନାହିଁ। ଆମ୍ଭମାନଙ୍କୁ କୋମଳ କଥା କୁହ ଓ ଭ୍ରାନ୍ତିଜନକ ବାକ୍ୟ ପ୍ରଗ୍ଭର କର। 11 ତୁମ୍ଭେମାନେ ପଥରୁ ବାହାରି ଯାଅ, ବାଟ ଛାଡ଼ିଦିଅ। ଇସ୍ରାଏଲର ଧର୍ମସ୍ୱରୂପଙ୍କୁ ଆମ୍ଭମାନଙ୍କ ସମ୍ମୁଖରୁ ଦୂର କରାଅ।”

ଯିହୁଦାର ସାହାଯ୍ୟ କେବଳ ପରମେଶ୍ୱରଙ୍କଠାରୁ ଆସେ

12 ଇସ୍ରାଏଲର ଧର୍ମସ୍ୱରୂପ ଏହି କଥା କୁହନ୍ତି, “ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟକୁ ତୁଚ୍ଛ କରୁଛ। ପୁଣି ଉପଦ୍ରବ ଓ କୁଟିଳତାରେ ବିଶ୍ୱାସ କରି ତହିଁ ଉପରେ ନିର୍ଭର କରୁଛ। 13 ସେହି ପାପ ପତନ ହେବ, ଠିକ୍ ଯେପରି ଉଚ୍ଚ କାନ୍ଥରେ ଫାଟ ଦେଇ ପାଣି ପ୍ରବେଶ କରିବ ଏବଂ ଶୀଘ୍ର ପତନ ଘଟିବ। 14 ତୁମ୍ଭେମାନେ ଗୋଟିଏ ମାଟିର ପାତ୍ର ପରି ଭାଙ୍ଗି ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯିବ। ତାହା ଏପରି ଅଦରକାରୀ ହେବ ଯେ ସେଥିରୁ ଖଣ୍ଡେ ହେଲେ ଖପରା ମିଳିବ ନାହିଁ ଯେଉଁଥିରେ ଚୁଲ୍ଲୀରୁ ନିଆଁ ଆଣି ହେବ ନାହିଁ କି କୁଣ୍ଡରୁ ପାଣି ନେଇ ହେବ ନାହିଁ।”

15 ମୋର ପ୍ରଭୁ ସଦାପ୍ରଭୁ ଇସ୍ରାଏଲର ଧର୍ମସ୍ୱରୂପ କୁହନ୍ତି, “ତୁମ୍ଭେମାନେ ଯଦି ମୋ’ ନିକଟକୁ ଫେରି ଆସିବ ତେବେ ତୁମ୍ଭେମାନେ ପରିତ୍ରାଣ ପାଇବ। ସୁସ୍ଥିର, ଶାନ୍ତ ହେଲେ ଓ ବିଶ୍ୱାସ ରଖିଲେ ବନ୍ଦ ହେବ।”

ମାତ୍ର ତୁମ୍ଭେମାନେ ଅସମ୍ମତ ହେଲ। 16 ତୁମ୍ଭେମାନେ କୁହ, “ନା, ଆମ୍ଭେମାନେ ଅଶ୍ୱରେ ପଳାଇବୁ।” ମାତ୍ର ଶତ୍ରୁମାନେ ତୁମ୍ଭ ପଶ୍ଚା‌‌‌ତ୍‌‌‌ଧାବନ କରିବେ। ତୁମ୍ଭେମାନେ ଦ୍ରୁତଗାମୀ ବାହନରେ ଗଲେ ମଧ୍ୟ ଅନୁଧାବନକାରୀ ଆହୁରି ଦ୍ରୁତଗାମୀ ହେବେ। 17 ଜଣେ ବ୍ୟକ୍ତିର ଧମକରେ ତୁମ୍ଭର ସହସ୍ର ଲୋକ ପଳାୟନ କରିବେ। ପାଞ୍ଚ ଜଣଙ୍କ ଧମକରେ ତୁମ୍ଭେମାନେ ସମସ୍ତେ ପଳାୟନ କରିବ। କେବଳ ତୁମ୍ଭେମାନେ ପର୍ବତର ଶୃଙ୍ଗରେ ଏକ ଚିହ୍ନ ସ୍ୱରୂପ ଓ ଉପପର୍ବତରେ ପତାକାର ଦଣ୍ଡସ୍ୱରୂପ ହୋଇ ଅବଶିଷ୍ଟ ରହିବ।

ପରମେଶ୍ୱର ତାଙ୍କର ସନ୍ତାନଙ୍କୁ ସାହାଯ୍ୟ କରିବେ

18 ସେଥି ସକାଶେ ସଦାପ୍ରଭୁ ତୁମ୍ଭମାନଙ୍କୁ ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ। ସେ ମଧ୍ୟ ତୁମ୍ଭମାନଙ୍କୁ ଦୟା କରିବାକୁ ଉନ୍ନତ ହେବେ। କାରଣ ସଦାପ୍ରଭୁ ନ୍ୟାୟ ବିଗ୍ଭରକାରୀ ପରମେଶ୍ୱର ଅଟନ୍ତି। ଯେଉଁମାନେ ତାଙ୍କୁ ଅପେକ୍ଷା କରନ୍ତି ସେ ସମସ୍ତେ ଧନ୍ୟ।

19 ସଦାପ୍ରଭୁଙ୍କର ସନ୍ତାନଗଣ ଯିରୁଶାଲମର ସିୟୋନ ପର୍ବତରେ ବାସ କରିବେ। ତୁମ୍ଭେମାନେ ଆଉ କ୍ରନ୍ଦନ କରିବ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ରୋଦନ ଶୁଣିବେ ଓ ତୁମ୍ଭମାନଙ୍କୁ ଅନୁଗ୍ରହ କରିବେ। ସେ ଶୁଣିବା ମାତ୍ରେ ତୁମ୍ଭମାନଙ୍କୁ ସାହାଯ୍ୟ କରିବେ।

ପରମେଶ୍ୱର ତାଙ୍କର ସନ୍ତାନଙ୍କୁ ସାହାଯ୍ୟ କରିବେ

20 ମୋର ପ୍ରଭୁ ପରମେଶ୍ୱର ଯଦିଓ ତୁମ୍ଭମାନଙ୍କୁ ଦୁଃଖରୂପକ ଖାଦ୍ୟ ଓ କ୍ଳେଶରୂପକ ଜଳ ଦେଇଥିଲେ ତଥାପି ସେ ତୁମ୍ଭମାନଙ୍କର ଶିକ୍ଷକ। ସେ ଆଉ ତୁମ୍ଭମାନଙ୍କ ନିକଟରେ ଲୁଚି ରହିବେ ନାହିଁ। ତୁମ୍ଭେମାନେ ତୁମ୍ଭର ଖାଲି ଚକ୍ଷୁରେ ତାଙ୍କର ଦର୍ଶନ ପାଇବ। 21 ପୁଣି ତୁମ୍ଭେମାନେ ଯଦି ଭୁଲ୍ କର କିମ୍ବା ଭୁଲ୍ ବାଟରେ ଯାଅ, ଦକ୍ଷିଣକୁ କିମ୍ବା ବାମରେ ଗଲାବେଳେ ପଛରୁ ଏକ ସ୍ୱର ଶୁଣିବ, “ଏ ହେଉଛି ପଥ, ଏହି ପଥରେ ଗମନ କର।”

22 ତୁମ୍ଭମାନଙ୍କର ରୌପ୍ୟ ଓ ସୁବର୍ଣ୍ଣ ଆଚ୍ଛାଦିତ ପ୍ରତିମାଗୁଡ଼ିକ ତୁମ୍ଭମାନଙ୍କୁ ପାପାଶକ୍ତି ବା ଅଶୁଚି କରିଦେଇଛନ୍ତି। ମାତ୍ର ତୁମ୍ଭେମାନେ ସେହି ମିଥ୍ୟା ପ୍ରଭୁଙ୍କୁ ଆଉ ସେବା କରିବ ନାହିଁ। ଆଉ ତୁମ୍ଭେମାନେ ସେଗୁଡ଼ିକୁ ଅଶୁଚି ବସ୍ତୁ ତୁଲ୍ୟ ଫିଙ୍ଗି ଦେବ ଏବଂ କହିବ “ଏଠାରୁ ବାହାରି ଯାଅ।”

23 ସେହି ସମୟରେ ସଦାପ୍ରଭୁ ତୁମ୍ଭ ଭୂମିରେ ବୀଜ ବୁଣିବା ପାଇଁ ବୃଷ୍ଟି ଦେବେ। ତୁମ୍ଭେମାନେ ଶସ୍ୟ ବୁଣିବ ଓ ଭୂମିରେ ପ୍ରଚୁର ଖାଦ୍ୟ ଉତ୍ପନ୍ନ ହେବ। ତୁମ୍ଭମାନଙ୍କର ପଶୁପଲ ପାଇଁ ବିସ୍ତୃତ ଗ୍ଭରଣଭୂମି ହେବ। 24 ତୁମ୍ଭମାନଙ୍କର ଗ୍ଭଷ କରୁଥିବା ବଳଦ ଓ ଗର୍ଦ୍ଦଭମାନେ ଗ୍ଭଲୁଣି ଓ କୁଲାରେ ପରିଷ୍କୃତ ସୁମିଶ୍ରିତ ଖାଦ୍ୟ ଖାଇବେ। 25 ଯେଉଁଦିନ ଗଣହତ୍ୟା ହେବ ଓ ଦୁର୍ଗସବୁ ପତିତ ହେବ। ସେହି ଦିନ ଉଚ୍ଚ ପର୍ବତ ଓ ପାହାଡ଼ମାନଙ୍କରେ ଝରଣା ଓ ଜଳସ୍ରୋତ ପ୍ରବାହିତ ହେବ।

26 ଯେଉଁ ଦିନ ସଦାପ୍ରଭୁ ଆପଣା ଲୋକମାନଙ୍କର କ୍ଷତ ସ୍ଥାନରେ ପଟି ବାନ୍ଧିବେ ଓ ପ୍ରହାର ଜନିତ ଆଘାତରୁ ସୁସ୍ଥ କରିବେ। ସେହି ଦିନ ଚନ୍ଦ୍ରର ଦୀପ୍ତି ସୂର୍ଯ୍ୟର ଦୀପ୍ତିପରି ଉଜ୍ଜ୍ୱଳ ହେବ। ପୁଣି ସୂର୍ଯ୍ୟର ଦୀପ୍ତି ସାତ ଦିନର ଦୀପ୍ତିତୁଲ୍ୟ ସାତଗୁଣ ଉଜ୍ଜ୍ୱଳ ଦେଖାଯିବ।

27 ଦେଖ! ସଦାପ୍ରଭୁଙ୍କର ନାମ କ୍ରୋଧରେ ପ୍ରଜ୍ୱଳିତ ଓ ନିବିଡ଼ ଧୂମରାଶି ହୋଇ ଦୂରରୁ ଆସୁଅଛି। ତାଙ୍କର ଓଷ୍ଠାଧର କ୍ରୋଧରେ ପରିପୂର୍ଣ୍ଣ ଓ ତାଙ୍କର ଜିହ୍ୱା ସର୍ବଗ୍ରାସକ ଅଗ୍ନି ତୁଲ୍ୟ। 28 ସଦାପ୍ରଭୁଙ୍କର ଆତ୍ମା ନଦୀର ପ୍ଳାବିତ ସ୍ରୋତ ତୁଲ୍ୟ ସର୍ବଦେଶୀୟ ଲୋକମାନଙ୍କୁ ‘ଅସାରତା ରୂପକ ଗ୍ଭଲୁଣୀରେ’ ଚଲାଇବା ନିମନ୍ତେ ତାହା କଣ୍ଠ ପର୍ଯ୍ୟନ୍ତ ଉଠୁଅଛି। ଆଉ ସେହି ଗୋଷ୍ଠୀ ସମୂହର ମୁଖରେ ଭ୍ରାନ୍ତିଜନକ ଲଗାମ ଦିଆଯିବ।

29 ସେହି ସମୟରେ ପବିତ୍ର ଉତ୍ସବ ପାଳନ ରାତ୍ରିପରି ତୁମ୍ଭେମାନେ ଆନନ୍ଦରେ ଗାନ କରିବ। ପୁଣି ସଦାପ୍ରଭୁଙ୍କ ପର୍ବତକୁ ଇସ୍ରାଏଲର ଶୈଳ ନିକଟକୁ ଯିବା ପାଇଁ ବଂଶୀ ବଜାଇ ଗମନ କରନ୍ତି, ସେହିପରି ତୁମ୍ଭମାନଙ୍କର ଚିତ୍ତ ଆନନ୍ଦିତ ହେବ।

30 ପୁଣି ସଦାପ୍ରଭୁ ତାଙ୍କ କ୍ରୋଧର ପ୍ରଚଣ୍ଡତା ଉଚ୍ଚସ୍ୱରରେ ଶୁଣାଇବେ ଓ ତାଙ୍କର ଶକ୍ତିଶାଳୀ ହସ୍ତ କ୍ରୋଧରେ ଅବରୋହଣ କରିବ। ତାହା ଅଗ୍ନିତୁଲ୍ୟ ସମସ୍ତ ଜିନିଷ ଭସ୍ମ କରି ଦେବ। ପୁଣି ସଦାପ୍ରଭୁଙ୍କର କ୍ରୋଧ ଝଡ଼, ତୋଫାନ ଓ ଶିଳାବୃଷ୍ଟି ତୁଲ୍ୟ ହେବ। 31 ସଦାପ୍ରଭୁଙ୍କ ରବ ଶୁଣି ଅଶୂର ଭୟଭୀତ ହେବ। ସେ ତାକୁ ଏକ ଦଣ୍ଡରେ ଆଘାତ କରିବେ। 32 ସଦାପ୍ରଭୁ ଅଶୂରକୁ ତବଲା ଓ ବୀଣାରେ ଆଘାତ କଲାପରି ପିଟିବେ। ତାଙ୍କର ମହାଶକ୍ତିରେ ସେ ଅଶୂରର ପତନ ଘଟାଇବେ।

33 ତୋଫତ୍ ବହୁକାଳରୁ ନିର୍ମିତ ହୋଇଅଛି। ତାହା ରାଜା ନିର୍ମିତ ପ୍ରସ୍ତୁତ ହୋଇଛି। ସେ ତାହାକୁ ଅତି ଗଭୀର ଓ ପ୍ରଶସ୍ତ କରିଛନ୍ତି। ସେଥିରେ ସ୍ତୁପ ଅଗ୍ନି ଓ ପ୍ରଚୁର କାଠ ଅଛି। ପୁଣି ସଦାପ୍ରଭୁଙ୍କର ଆତ୍ମା ଗନ୍ଧକ ସ୍ରୋତପରି ପ୍ରଜ୍ୱଳିତ ହୋଇ ପୋଡ଼ି ପକାଏ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center