Beginning
କୂଶଦେଶ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା
18 ନଦୀ ଆରପାରିସ୍ଥ କୂଶଦେଶ ପ୍ରତି ଦୃଷ୍ଟି ଦିଅ। ସେହି ଦେଶ ପୋକମାନଙ୍କର ପକ୍ଷର ଶବ୍ଦରେ ପରିପୂର୍ଣ୍ଣ। 2 ସେ ସମୁଦ୍ର ପଥରେ ନଳ ନିର୍ମିତ ନୌକାରେ ଦୂତମାନଙ୍କୁ ପ୍ରେରଣ କରିବେ,
କ୍ଷିପ୍ର ଗତିରେ ଗ୍ଭଲୁଥିବା ଦୂତମାନଙ୍କୁ, ଶକ୍ତିଶାଳୀ
ଓ ଦୀର୍ଘକାୟ ପାଖକୁ ଯାଅ, ସବୁଆଡ଼େ ଲୋକମାନେ ଶକ୍ତିଶାଳୀ
ଓ ଦୀର୍ଘକାୟ ଲୋକଙ୍କୁ ଭୟ କରନ୍ତି।
ସେମାନେ ଶକ୍ତିଶାଳୀ ଗୋଷ୍ଠୀ ଗଠନ କରନ୍ତି।
ସେମାନଙ୍କର ଦେଶ ନଦୀମାନଙ୍କ ଦ୍ୱାରା ବିଭକ୍ତି ହୋଇ ଆସିଅଛନ୍ତି।
3 ଲକ୍ଷ୍ୟ କର, ସେ ଗୋଷ୍ଠୀ ପ୍ରତି କିଛି ଅଘଟଣ ଘଟିବ।
ଜଗତର ସମସ୍ତ ନିବାସୀ ଦେଖିବେ ସେହି ଗୋଷ୍ଠୀ ବିନଷ୍ଟ ହେଉଛି।
ସମସ୍ତ ଲୋକ ସ୍ପଷ୍ଟ ଭାବରେ ଦେଖି ପାରିବେ ଯେପରି ପର୍ବତ ଉପରେ ଧ୍ୱଜା ଉଡ଼ି ସଙ୍କେତ ଦିଏ।
ସେହି ଦୀର୍ଘକାୟ ଲୋକମାନଙ୍କର ଅନିଷ୍ଟ ଘଟିବ, ଏହା ଜଗତବାସୀ ଗ୍ରହଣ କରିବେ।
ଯୁଦ୍ଧରେ ତୂରୀ ବାଜି ଘୋଷଣା କଲାପରି ସେମାନେ ସ୍ପଷ୍ଟ ଭାବରେ ଏହା ଶୁଣିବେ।
4 ସଦାପ୍ରଭୁ କହିଲେ, “ମୁଁ ମୋର ବାସ ସ୍ଥାନରେ ରହି ଶାନ୍ତ ଭାବରେ ଏହିସବୁ ଘଟିବାର ନିରୀକ୍ଷଣ କରିବି। 5 ଗ୍ରୀଷ୍ମକାଳୀନ ମଧ୍ୟାହ୍ନ ସମୟର ପ୍ରଚଣ୍ଡ ତା'ପରେ ଲୋକ ବିଶ୍ରାମ କରିବା ପରି, ଶସ୍ୟ ଛେଦନକାଳୀନ ଶିଶିର ଯୁକ୍ତ ମେଘପରି କ୍ଷାନ୍ତ ହୋଇ ନିରୀକ୍ଷଣ କରିବି। ତା'ପରେ ଭୟଙ୍କର ଘଟଣା ଘଟିବ। ଯଥା ସମୟରେ ଦ୍ରାକ୍ଷାଲତାରେ ଫୁଲ ଫୁଟିବ ଓ ନୂତନ ଦ୍ରାକ୍ଷାଲତା ଜନ୍ମିବ। ମାତ୍ର ଫଳ ଅମଳ ପୂର୍ବରୁ ଶତ୍ରୁମାନେ ଆସିବେ ଓ ଗଛଗୁଡ଼ିକୁ କାଟି ପକାଇବେ। ସେମାନେ ଶାଖାଗୁଡ଼ିକୁ କାଟି ଫିଙ୍ଗି ଦେବେ। 6 ସେହି ଦ୍ରାକ୍ଷାଗୁଡ଼ିକୁ ପର୍ବତର ପକ୍ଷୀଗଣ ଓ ବଣର ପଶୁଗଣ ଭକ୍ଷ୍ୟଣ କରିବେ। ଦୂରସ୍ଥ ପକ୍ଷୀଗଣ ସେହି ଦ୍ରାକ୍ଷାରେ ଗ୍ରୀଷ୍ମକାଳ କଟାଇବେ ଏବଂ ବନ୍ୟ ପଶୁଗଣ ସେହି ଦ୍ରାକ୍ଷା ଫଳରେ ଶୀତକାଳ କଟାଇବେ।”
7 ସେହି ସମୟରେ ଏକ ସ୍ୱତନ୍ତ୍ର ଉପହାର ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିକଟକୁ ଅଣା ହେବ। ସେହି ନୈବେଦ୍ୟ ସେହି ଦୀର୍ଘକାୟ ଓ ଶକ୍ତିଶାଳୀ ଲୋକମାନଙ୍କଠାରୁ ଆସିବ। ସବୁ ସ୍ଥାନରେ ଲୋକମାନେ ଏହି ଦୀର୍ଘକାୟ ଶକ୍ତିଶାଳୀ ଲୋକଙ୍କୁ ଭୟ କରିବେ। କାରଣ ସେମାନେ ଏକ ଶକ୍ତିଶାଳୀ ଗୋଷ୍ଠୀ। ସେ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ପରାଜିତ କରିବେ। ସେହି ଦେଶ ନଦନଦୀ ଦ୍ୱାରା ବିଭକ୍ତ ହୋଇଛି। ସେହି ନୈବେଦ୍ୟ ସିୟୋନ ପର୍ବତର ସଦାପ୍ରଭୁଙ୍କ ବାସ ସ୍ଥାନରୁ ଆସିବ।
ମିଶର ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା
19 ମିଶର ବିଷୟକ ଶୋକ ବାର୍ତ୍ତା: ଦେଖ! ସଦାପ୍ରଭୁ ଦ୍ରୁତଗାମୀ ମେଘରେ ଆସୁଛନ୍ତି। ସେ ମିଶରରେ ପ୍ରବେଶ କରିବେ ଏବଂ ମିଶରର ସମସ୍ତ ପ୍ରତିମା ଭୟରେ ଥରିବେ। ମିଶର ସାହସୀ ଥିଲା, ମାତ୍ର ତା'ର ସେ ସାହସ ଉତ୍ତପ୍ତ ମହମ ପରି ତରଳି ଯିବ।
2 ପରମେଶ୍ୱର କୁହନ୍ତି, “ମିଶରୀୟମାନେ ଆପଣା ଆପଣା ବିରୁଦ୍ଧରେ ଯୁଦ୍ଧ କରିବେ, ମୁଁ ତା'ର କାରଣ ହେବି। ଲୋକେ ସେମାନଙ୍କ ଭାଇ ବିପକ୍ଷରେ ସଂଗ୍ରାମ କରିବେ। ପଡ଼ୋଶୀ ପଡ଼ୋଶୀ ମଧ୍ୟରେ ଯୁଦ୍ଧ ହେବ। ନଗର ନଗର ମଧ୍ୟରେ ଓ ରାଜ୍ୟ ରାଜ୍ୟ ମଧ୍ୟରେ ଲଢ଼ିବେ। 3 ମିଶରୀୟମାନେ ବିଭ୍ରାନ୍ତ ହେବେ। ସେମାନେ କ’ଣ କରିବେ ବୋଲି ପ୍ରତିମାମାନଙ୍କୁ ଓ ଗୁଣୀ ଜ୍ଞାନୀମାନଙ୍କୁ ପଗ୍ଭରିବେ। ଆଉ ମଧ୍ୟ ସେମାନେ ଯାକୁବର ଓ ଗୁଣିଆମାନଙ୍କର ପରାମର୍ଶ ନେବେ। ମାତ୍ର ସେମାନଙ୍କର ଉପଦେଶ ଅର୍ଥହୀନ ହେବ।” 4 ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, “ମୁଁ ମିଶରୀୟମାନଙ୍କୁ ଏକ ନିର୍ଦ୍ଦୟ ପ୍ରଭୁ ହସ୍ତରେ ସମର୍ପଣ କରିବି ଓ ଏକ ଦୂରନ୍ତ ରାଜା ସେମାନଙ୍କୁ ଶାସନ କରିବେ।”
5 ନୀଳନଦୀ ଶୁଷ୍କ ହେବ ଏବଂ ନଦୀଗୁଡ଼ିକ ଜଳଶୂନ୍ୟ ହେବ। 6 ସମସ୍ତ ନଦୀ ଦୁର୍ଗନ୍ଧ ହେବ। ମିଶରର ସମସ୍ତ ନାଳ ଶୁଷ୍କ ହୋଇ ଜଳଶୂନ୍ୟ ହେବ। ସମସ୍ତ ଜଳଜ ଉଦ୍ଭିଦ ଶୁଖି ମରିଯିବେ। 7 ନଦୀ ତୀରବର୍ତ୍ତୀ ଉଦ୍ଭିଦ ସବୁ ମରିଯିବେ ଓ ପବନରେ ଉଡ଼ି ଯିବେ। ଏପରିକି ନୀଳନଦୀ କୂଳରେ ଜନ୍ମିଥିବା ଗଛଗୁଡ଼ିକ ମରିଯିବେ।
8 “ଯେଉଁ କୈବର୍ତ୍ତମାନେ ବନଶୀ ସାହାଯ୍ୟରେ ନୀଳନଦୀରୁ ମାଛ ଧରୁଥିଲେ, ସେମାନେ ଦୁଃଖିତ ହେବେ ଓ କାନ୍ଦିବା ଆରମ୍ଭ କରିବେ। ଯେଉଁମାନେ ବନିଶୀ ପକାଇ ନୀଳନଦୀରୁ ମାଛ ଧରୁଥିଲେ, ବିଳାପ କରିବେ। ଯେଉଁମାନେ ପାଣିରେ ଜାଲ ପକାଉଥିଲେ ହତାଶ ହେବେ। ସେମାନଙ୍କର ଜୀବିକା ପାଇଁ ନୀଳନଦୀ ଉପରେ ନିର୍ଭର କରୁଥିଲେ। କିନ୍ତୁ ସେ ଶୁଖିଯିବ। 9 ଯେଉଁ ଲୋକମାନେ ଲୁଗା ବୁଣୁଥିଲେ ସେମାନେ ଅତ୍ୟନ୍ତ ଦୁଃଖିତ ହେବେ। କାରଣ ସେମାନେ ଯେଉଁ ଛଣପଟ ଶୁକ୍ଳବସ୍ତ୍ର ପାଇଁ ଦରକାର କରନ୍ତି, ନଦୀ ଶୁଖି ଯିବାରୁ ତାହା ଆଉ ଜନ୍ମିବ ନାହିଁ। 10 ଭଗ୍ନ ବୁଣାଳୀମାନେ ଏବଂ ଯେଉଁମାନେ ସବୁ ମଜୁରୀ ପାଇଁ କାମ କରୁଥିଲେ ଦୁଃଖୀ ହେବେ।
11 ସିୟୋନର ଅଧିପତିମାନେ ନିତାନ୍ତ ନିର୍ବୋଧ। “ଫାରୋର ଜ୍ଞାନୀ ଉପଦେଷ୍ଟାଗଣ” କୁପରାମର୍ଶ ଦିଅନ୍ତି। ସେହି ଅଧିପତିଗଣ ନିଜକୁ ଜ୍ଞାନୀ ଏବଂ ବିଦ୍ୱାନ ମନେ କରନ୍ତି। ସେମାନେ ପ୍ରାଚୀନ ବୈଭବଶାଳୀ ରାଜବଂଶର ଅଂଶ ଅଟନ୍ତି। ମାତ୍ର ପ୍ରକୃତରେ ସେମାନେ ଜ୍ଞାନୀ ନୁହନ୍ତି। 12 ହେ ମିଶର, ତୁମ୍ଭର ଜ୍ଞାନୀ ବ୍ୟକ୍ତିଗଣ କେଉଁଠାରେ? ସେହି ଜ୍ଞାନୀ ବ୍ୟକ୍ତିଗଣଙ୍କୁ ଜଣାନ୍ତୁ ସର୍ବଶକ୍ତିମାନ ସଦାପ୍ରଭୁ ମିଶର ବିଷୟରେ କି ମନ୍ତ୍ରଣା କରିଛନ୍ତି। ସେମାନଙ୍କୁ କ’ଣ ଘଟିବ କୁହନ୍ତୁ।
13 ସିୟୋନର ଅଧିପତିମାନେ ନିର୍ବୋଧ ହୋଇ ଅଛନ୍ତି। ନୋଫର ଅଧିପତିମାନେ ଭ୍ରାନ୍ତ ଧାରଣା କରିଛନ୍ତି। ତେଣୁ ସେହି ଅଧିପତିଗଣ ମିଶରକୁ ବିପଥଗାମୀ କରାଇଛନ୍ତି। 14 ସଦାପ୍ରଭୁ ମିଶରୀୟମାନଙ୍କୁ ବିଭ୍ରାନ୍ତ କରାଇଛନ୍ତି। ସେମାନେ ନିଜେ ବାଉଳା ହୋଇଛନ୍ତି ଓ ମିଶରକୁ କୁପଥରେ ନେଇଛନ୍ତି। ସେହି ପ୍ରାଚୀନଗଣ ଯାହାସବୁ କରିଛନ୍ତି ସେ ସମସ୍ତ କୁକର୍ମ। ମାତାଲ ନିଜ ବାନ୍ତିରେ ଟଳଟଳ ହେଲାପରି ସେମାନେ ମିଶରକୁ ପ୍ରତ୍ୟେକ କାର୍ଯ୍ୟରେ ବିପଥଗାମୀ କରିଛନ୍ତି। 15 ଅଧିପତିମାନେ ମିଶର ପାଇଁ କିଛି କରି ପାରିବେ ନାହିଁ। ସେମାନେ, “ମସ୍ତକ କି ଲାଙ୍ଗୁଳ, ତଳବାହୁଙ୍ଗା କି ଜଳଜ ତୃଣ ଯାହା କରିପାରେ ସେମାନେ ତାହା କରି ପାରିବେ ନାହିଁ।”
16 ସେଦିନ ମିଶରୀୟଗଣ ସ୍ତ୍ରୀ ସଦୃଶ ହେବେ। ସେମାନେ ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଭୟ କରିବେ। ଯେତେବେଳେ ସଦାପ୍ରଭୁ ଦଣ୍ଡ ଦେବା ପାଇଁ ହସ୍ତ ଉତ୍ତୋଳନ କରିବେ, ସେତେବେଳେ ସେମାନେ ଭୟଭୀତ ହେବେ। 17 ମିଶର ପ୍ରତି ଯିହୁଦା ତ୍ରାସଜନକ ହେବ। ମିଶରର ଯେକୌଣସି ବ୍ୟକ୍ତି ଯିହୁଦାର ନାମ ଶୁଣିବ ଭୟରେ ଥରିବ। ଏସବୁ ଘଟିବାର କାରଣ ହେଉଛି ସର୍ବଶକ୍ତିମାନ ସଦାପ୍ରଭୁ ମିଶରରେ ଭୟଙ୍କର ଜିନିଷ ଘଟିବ ବୋଲି ମନ୍ତ୍ରଣା କରିଛନ୍ତି। 18 ସେ ସମୟରେ, ମିଶରର ପାଞ୍ଚୋଟି ନଗରରେ ଲୋକ କିଣାନୀୟ ଭାଷା କହିବେ, ସେମାନେ ସଦାପ୍ରଭୁ ସର୍ବଶକ୍ତିମାନଙ୍କୁ ଅନୁସରଣ କରିବେ ବୋଲି ଶପଥ ନେବେ। ସେହି ପାଞ୍ଚ ନଗରମାନଙ୍କ ମଧ୍ୟରୁ ଏକ ନଗର, “ଉତ୍ପାଟନ ନଗର” ନାମରେ ଖ୍ୟାତ ହେବ।
19 ସେହି ସମୟରେ ମିଶରର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କ ପାଇଁ ଏକ ଯଜ୍ଞବେଦି ହେବ ଏବଂ ତାହାର ସୀମା ନିକଟରେ ସଦାପ୍ରଭୁଙ୍କୁ ସମ୍ମାନ ଜଣାଇବା ପାଇଁ ଏକ ସ୍ତମ୍ଭ ରହିବ। 20 ସଦାପ୍ରଭୁ ସର୍ବଶକ୍ତିମୟ ମହାନ ବସ୍ତୁର ସୃଷ୍ଟିକର୍ତ୍ତା ବୋଲି ଏହା ତା'ର ସଙ୍କେତ ହେବ। ଯେକୌଣସି ସମୟରେ ଲୋକମାନେ ସଦାପ୍ରଭୁଙ୍କୁ ସାହାଯ୍ୟ ଭିକ୍ଷା କରିବେ, ସଦାପ୍ରଭୁ ସାହାଯ୍ୟ ପଠାଇବେ। ଲୋକମାନଙ୍କ ପ୍ରତିରକ୍ଷା ପାଇଁ ସଦାପ୍ରଭୁ ଜଣେ ବ୍ୟକ୍ତିକୁ ପ୍ରେରଣ କରିବେ। ସେହି ବ୍ୟକ୍ତିଟି ଦୁଷ୍କର୍ମ କରୁଥିବା ଲୋକମାନଙ୍କଠାରୁ ଅନ୍ୟମାନଙ୍କୁ ରକ୍ଷା କରିବ।
21 ସେହି ଦିନ ମିଶରୀୟମାନେ ସଦାପ୍ରଭୁଙ୍କର ପ୍ରକୃତ ପରିଚୟ ପାଇବେ। ସେମାନେ ପରମେଶ୍ୱରଙ୍କୁ ପ୍ରେମ କରିବେ। ସେମାନେ ତାଙ୍କୁ ସେବା କରିବେ ଓ ତାଙ୍କ ଉଦ୍ଦେଶ୍ୟରେ ବଳିଦାନ ଦେବେ। ଆଉ ମଧ୍ୟ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶପଥ ନେବେ ଓ ସେ ଶପଥ ପାଳନ କରିବେ। 22 ସଦାପ୍ରଭୁ ମିଶରୀୟମାନଙ୍କୁ ଦଣ୍ଡ ଦେବେ। ଆଉ ମଧ୍ୟ ସେମାନଙ୍କୁ ସେ କ୍ଷମା ଦେବେ। ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟକୁ ଗ୍ଭଲି ଆସିବେ। ସଦାପ୍ରଭୁ ସେମାନଙ୍କର ପ୍ରାର୍ଥନା ଶୁଣିବେ ଓ ସେମାନଙ୍କୁ କ୍ଷମା ଦେବେ।
23 ସେହି ସମୟରେ ମିଶରରୁ ଅଶୂର ପର୍ଯ୍ୟନ୍ତ ଏକ ରାଜପଥ ନିର୍ମିତ ହେବ। ତା'ପରେ ଅଶୂରର ଲୋକମାନେ ମିଶରକୁ ଆସିବେ ଓ ମିଶରର ଲୋକମାନେ ଅଶୂରକୁ ଯିବେ। ମିଶରର ଲୋକମାନେ ଅଶୂରର ଲୋକମାନଙ୍କ ସହିତ ପୂଜା କରିବେ। 24 ସେ ସମୟରେ ଇସ୍ରାଏଲ, ଅଶୂର ଓ ମିଶର ଏକତ୍ରିତ ହେବେ ଓ ରାଜ୍ୟକୁ ନିୟନ୍ତ୍ରଣ କରିବେ। ଏମାନେ ପୃଥିବୀ ପାଇଁ ଆଶୀର୍ବାଦର ପାତ୍ର ହେବେ। 25 ସଦାପ୍ରଭୁ ସର୍ବଶକ୍ତିମାନ ଏ ଦେଶଗୁଡ଼ିକୁ ଆଶୀର୍ବାଦ କରିବେ। ସେ କହିବେ, “ହେ ମିଶରୀୟମାନେ, ତୁମ୍ଭେମାନେ ମୋର ଲୋକ। ଅଶୂର ମୁଁ ତୁମ୍ଭକୁ ତିଆରି କରିଛି। ତୁମ୍ଭେମାନେ ସମସ୍ତେ ଆଶୀର୍ବାଦର ପାତ୍ର।”
ଅଶୂର ମିଶର ଓ କୂଶକୁ ପରାସ୍ତ କରିବ
20 ଅଶୂରର ରାଜା ସର୍ଗୋନାଙ୍କ ପ୍ରେରିତ ତର୍ତ୍ତନ ଅସଦୋଦ ନଗର ବିପକ୍ଷରେ ଯୁଦ୍ଧ କଲେ। 2 ସେହି ସମୟରେ ସଦାପ୍ରଭୁ ଆମୋସଙ୍କ ପୁତ୍ର ଯିଶାଇୟଙ୍କ ଦ୍ୱାରା ଏହି କଥା କହିଲେ, “ଯାଅ, ତୁମ୍ଭ କଟିରୁ ଚଟବସ୍ତ୍ର କାଢ଼ ଓ ପାଦରୁ ପାଦୁକା କାଢ଼।” ଯିଶାଇୟ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ବିବସ୍ତ୍ର ଏବଂ ଶୂନ୍ୟପାଦ ହୋଇ ଭ୍ରମଣ କଲେ।
3 ତା'ପରେ ସଦାପ୍ରଭୁ କହିଲେ, “ଆମ୍ଭର ଦାସ ଯିଶାଇୟ ତିନି ବର୍ଷ ଧରି ବିବସ୍ତ୍ର ଓ ଶୂନ୍ୟପାଦ ହୋଇ ଭ୍ରମଣ କଲେ। ଏହା ମିଶର ଓ କୂଶ ପାଇଁ ଚିହ୍ନ ଓ ଅଦ୍ଭୂତ ଲକ୍ଷଣ ସ୍ୱରୂପ ଅଟେ। 4 ଅଶୂର ରାଜା ମିଶର ଓ କୂଶରୁ ପରାସ୍ତ କରିବ। ମିଶରୀୟମାନେ ଲଜ୍ଜିତ ହେବେ। କାରଣ ମିଶରୀୟ ଆବାଳବୃଦ୍ଧ ବନ୍ଦୀଙ୍କୁ ଓ କୂଶୀୟ ନିର୍ବାସିତ ଲୋକମାନଙ୍କୁ ବିବସ୍ତ୍ର ଓ ଶୂନ୍ୟପାଦ କରି ସେମାନେ ତାଙ୍କ ଦେଶରୁ ନେଇଯିବେ। 5 ଲୋକମାନେ କୂଶକୁ ସାହାଯ୍ୟ ପାଇଁ ଗ୍ଭହିଁବେ। ମାତ୍ର ସେମାନେ ନିରାଶ ହୋଇ ଭାଙ୍ଗି ପଡ଼ିବେ। ମିଶରର ଦର୍ପ ଚୂର୍ଣ୍ଣ ହେବା ଦେଖି ତା'ର ଲୋକମାନେ ଆଶ୍ଚର୍ଯ୍ୟ ଓ ଲଜ୍ଜିତ ହେବେ।”
6 ସେହି ସମୟରେ ସମୁଦ୍ର ନିଟକସ୍ଥ ନିବାସୀ କହିବେ, “ଆମ୍ଭେମାନେ ଏହି ଦେଶଗୁଡ଼ିକ ଉପରେ ସାହାଯ୍ୟ ପାଇଁ ଭରସା ରଖିଥିଲୁ। ଅଶୂର ରାଜା ନିକଟରୁ ରକ୍ଷା ପାଇବା ପାଇଁ ସେମାନଙ୍କ ନିକଟକୁ ଆମ୍ଭେମାନେ ବିଶ୍ୱାସ ଭୂମି ଭାବି ଧାଇଁ ଯାଇଥିଲୁ। ମାତ୍ର ସେହି ଦେଶଗୁଡ଼ିକ ଅଧିକୃତ ହେଲା, ତେବେ ଆମ୍ଭମାନଙ୍କୁ ଆଉ କିଏ ରକ୍ଷା କରିବ ଓ ଆମ୍ଭେମାନେ କିପରି ବଞ୍ଚିବୁ?”
ବାବିଲ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା
21 “ସାଗର ସମୀପସ୍ଥ ପ୍ରାନ୍ତର” ବିଷୟରେ ଶୋକବାର୍ତ୍ତା।
ତାହା ଦକ୍ଷିଣ ଦିଗରୁ ଏକ ଭୟଙ୍କର ଘୂର୍ଣ୍ଣିବାତ୍ୟା ତୁଲ୍ୟ ପ୍ରାନ୍ତରରୁ
ଏକ ଭୟଙ୍କର ଦେଶରୁ ଆସୁଅଛି।
2 ମୁଁ ଦେଖିଅଛି ଏକ ଭୟଙ୍କର ଦୁଃଖଦାୟକ ଘଟଣା ଘଟିବ।
ବିଶ୍ୱାସ ଘାତକ ତୁମ୍ଭମାନଙ୍କ ପ୍ରତି ବିଶ୍ୱାସଘାତକତା କରୁଅଛି
ଓ ଲୁଣ୍ଠନକାରୀ ଲୁଣ୍ଠନ କରୁଅଛି।
ହେ ଏଲମ୍! ଯାଅ ଯୁଦ୍ଧ କର।
ହେ ମାଦିୟେ, ତୁମ୍ଭ ସୈନ୍ୟବାହିନୀ ଦ୍ୱାରା ନଗରକୁ ଅବରୋଧ କର ଓ ପରାସ୍ତ କର।
ମୁଁ ସେହି ନଗରରୁ ଦୁଃଖ ଓ ହାହାକାର ଦୂର କରିଅଛି।
3 ସେହି ଭୟଙ୍କର ଦୃଶ୍ୟ ଦେଖି ମୋର ପେଟ ଯନ୍ତ୍ରଣାରେ ପରିପୂର୍ଣ୍ଣ ହୋଇଅଛି।
ସେହି ଯନ୍ତ୍ରଣା ପ୍ରସବକାଳୀନ ସ୍ତ୍ରୀଲୋକର ବେଦନା ତୁଲ୍ୟ ମୋତେ କଷ୍ଟ ଦେଉଛି।
ମୁଁ ସେ ସମସ୍ତ ଶୁଣି ଭୟଭୀତ ହୋଇ ପଡ଼ିଛି।
ମୁଁ ଏତେ ଭୀତ ଯେ ଭୟରେ ଥରୁଅଛି।
4 ମୋର ହୃଦୟ ଧକାଉଛି, ମହା ଭୟରେ ମୁଁ ଥରହର ହୋଇଅଛି।
ମୋର ଆନନ୍ଦ ରୂପକ ସାୟଂକାଳ ମହାରାତ୍ରିର ଭୟର କାରଣ ହୋଇଛି।
5 ଲୋକମାନେ ଭାବନ୍ତି ସବୁ ସୁନ୍ଦର।
ତେଣୁ ସେମାନେ, “ମେଜ ସଜାନ୍ତି,
ଭୋଜନ ଓ ପାନ କରନ୍ତି।
ସେହି ସମୟରେ ସୈନ୍ୟମାନେ କୁହନ୍ତି, ପ୍ରହରୀ ନିଯୁକ୍ତ କର,
ହେ ଅଧିପତିଗଣ ଉଠ,
ଢାଲ ତୈଳାନ୍ତ କର।”
6 ମୋର ପ୍ରଭୁ ମୋତେ କହିଲେ, “ଯାଅ ଏକ ଜଣ ପ୍ରହରୀ ନିଯୁକ୍ତ କର। ସେ ଯାହା ଦେଖିବ ତାହା ସେପରି ପ୍ରକାଶ କରିବ। 7 ସେ ଯେତେବେଳେ ଦୁଇଦଳ ଅଶ୍ୱାରୋହୀ ସୈନ୍ୟ ଦେଖିବ ଏକ ଦଳ ଗର୍ଦ୍ଦଭାରୋହୀ ସୈନ୍ୟ ଦେଖିବ କିମ୍ବା ଏକ ଦଳ ଓଟରୋହୀ ସୈନ୍ୟ ଦେଖିବ ସେତେବେଳେ ସେ ପ୍ରହରୀ ମନୋଯୋଗ ପୂର୍ବକ ଅତି ଯତ୍ନରେ କର୍ଣ୍ଣପାତ କରିବ।”
8 ତା'ପରେ ଦିନେ, ସେ ପ୍ରହରୀ କହିଲା,
“ହେ ମୋର ପ୍ରଭୁ, ପ୍ରତିଦିନ, ଦିନ ବେଳେ ମୁଁ ନିରନ୍ତର ଦୁର୍ଗରେ ଠିଆ ହୋଇ ଜଗି ରହିଥାଏ,
ଓ ପ୍ରତି ରାତିରେ ମୁଁ ଆପଣା ପହରା ସ୍ଥାନରେ ସତର୍କ ଦୃଷ୍ଟି ରଖିଥାଏ।
9 ଆଉ ଦେଖ, ଏଠି ଏକଦଳ ଲୋକ
ଓ ଅଶ୍ୱାରୋହୀ ସୈନ୍ୟ ଆସୁଛନ୍ତି।”
ତା'ପରେ ଜଣେ ଦୂତ କହିଲା,
“ବାବିଲ ପରାସ୍ତ ହୋଇଛି
ଓ ବାବିଲର ପତନ ହୋଇଛି।
ତା'ର ପ୍ରତିମାଗୁଡ଼ିକ
ଭାଙ୍ଗି ଭୂମିସାତ୍ ହୋଇଛି।”
10 ଯିଶାଇୟ କହିଲେ, “ହେ ମୋର ଲୋକମାନେ, ମୁଁ ଇସ୍ରାଏଲ ପରମେଶ୍ୱର ସର୍ବଶକ୍ତିମାନ ସଦାପ୍ରଭୁଙ୍କଠାରୁ ଯାହାସବୁ ଶୁଣିଅଛି, ତାହା ତୁମ୍ଭମାନଙ୍କୁ ଜଣାଉଛି। ତୁମ୍ଭେମାନେ ଶସ୍ୟ ଖଳାରେ ଶସ୍ୟପରି ଦଳିଦେବ।”
11 ଦୁମା ବିଷୟରେ ଶୋକବାର୍ତ୍ତା।
ଜଣେ ସେୟୀରଠାରୁ ମୋତେ ଡାକି କହିଲେ,
“ହେ ପ୍ରହରୀ, ଆଉ ରାତ୍ରି କେତେ ରହିଲା?”
12 ପ୍ରହରୀ ଉତ୍ତର କଲା,
“ପ୍ରଭାତ ଆସୁଅଛି, ମାତ୍ର ତା'ପରେ ରାତ୍ରି ଆସିବ।
ଯଦି ତୁମ୍ଭମାନଙ୍କର କିଛି ପଗ୍ଭରିବାର ଅଛି,
ତେବେ ତୁମ୍ଭେମାନେ ଫେରି ଆସ ଓ ପଗ୍ଭର।”
ଆରବ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା
13 ଆରବ ବିଷୟକ ଦୁଃଖବାର୍ତ୍ତା।
ଦଦନୀୟ ବଣିକ ଦଳ ଆରବ ମରୂଭୂମିସ୍ଥ
ବନ ମଧ୍ୟରେ ରାତ୍ରି ଯାପନ କଲେ।
14 ସେମାନେ କେତେକ ତୃଷାର୍ତ୍ତ ପଥିକମାନଙ୍କୁ ଜଳ ଦେଲେ।
ଟେମା ଦେଶବାସୀ କେତେକ ପଳାତକ ପଥିକଙ୍କୁ ଖାଦ୍ୟ ଦେଲେ।
15 କାରଣ ସେମାନେ ଉନ୍ମୁକ୍ତ ତରବାରିରୁ,
ଗୁଣଦିଆ ଧନୁରୁ
ଓ କ୍ଳେଶଦାୟକ ଯୁଦ୍ଧରୁ
ରକ୍ଷା ପାଇବାକୁ ପଳାୟନ କଲେ।
16 ମୋର ପ୍ରଭୁ ସଦାପ୍ରଭୁ ମୋତେ ସେଗୁଡ଼ିକ ଘଟିବ ବୋଲି କହିଲେ। “ଏକ ବର୍ଷ ମଧ୍ୟରେ ବେତନ ଜୀବିର ବର୍ଷ ପ୍ରମାଣେ କେଦରର ସମସ୍ତ ଗୌରବ ଲୁପ୍ତ ହେବ। 17 ସେହି ସମୟରେ କେଦରର ବୀରଗଣ ମଧ୍ୟରୁ ଅଳ୍ପ କେତେକ ଧନୁର୍ଦ୍ଧର ରକ୍ଷା ପାଇବେ।” କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହା କହିଅଛନ୍ତି।
ଯିରୁଶାଲମ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା
22 ଦର୍ଶନ ଉପତ୍ୟକା ସମ୍ବନ୍ଧୀୟ ଏକ ଦୁଃଖବାର୍ତ୍ତା:
ତୁମ୍ଭମାନଙ୍କର କ’ଣ ହୋଇଛି?
ତୁମ୍ଭେମାନେ କାହିଁକି ଛାତ ଉପରକୁ ଯାଇଅଛ?
2 ହେ ଆନନ୍ଦ ଧ୍ୱନିପୂର୍ଣ୍ଣ,
କୋଳାହଳ ପୂର୍ଣ୍ଣ, ଉଲ୍ଲସିତ ନଗରୀ,
ତୁମ୍ଭର ଲୋକେ ଖଡ଼୍ଗରେ ନିହତ ହୋଇ ନାହାନ୍ତି
କିମ୍ବା ଯୁଦ୍ଧରେ ମରି ନାହାନ୍ତି।
3 ତୁମ୍ଭର ଶାସକକର୍ତ୍ତାଗଣ ଏକତ୍ର ଏକ ସମୟରେ ପଳାୟନ କଲେ।
ମାତ୍ର ସେମାନେ ଧନୁର୍ଦ୍ଧାରୀମାନଙ୍କ ଦ୍ୱାରା ବନ୍ଧା ହେଲେ।
ପୁଣି ସମସ୍ତ ପ୍ରାପ୍ତ ଲୋକେ ଏକତ୍ର ବନ୍ଧାଗଲେ।
ମାତ୍ର ସେମାନେ ଦୂରକୁ ପଳାୟନ କଲେ।
4 ତେଣୁ ମୁଁ କହୁଛି, “ମୋତେ ଗ୍ଭହଁ ନାହିଁ।
ମୋତେ କାନ୍ଦିବାକୁ ଦିଅ।
ମୋ’ ଗୋଷ୍ଠୀୟ କନ୍ୟାର ସର୍ବନାଶ ବିଷୟରେ
ମୋତେ ସାନ୍ତ୍ୱନା ଦେବାକୁ ଚେଷ୍ଟା କର ନାହିଁ।”
5 ସଦାପ୍ରଭୁ ଏକ ସ୍ୱତନ୍ତ୍ର ଦିନ ବାଛିଛନ୍ତି। ସେହି ଦିନ ସେଠାରେ ବିଦ୍ରୋହ ଓ ବ୍ୟାକୁଳତା ଦେଖା ଦେବ। ଦର୍ଶନ ଉପତ୍ୟକାରେ ଲୋକମାନେ ପରସ୍ପରକୁ ଦଳିବେ। ପ୍ରାଚୀରଗୁଡ଼ିକୁ ଭାଙ୍ଗି ପକାଇବେ। ସେହି ଲୋକମାନେ ଉପତ୍ୟକାରେ ନଗରର ଲୋକମାନଙ୍କ ପ୍ରତି ପର୍ବତ ଉପରେ ଆର୍ତ୍ତନାଦ କରିବେ। 6 ରଥାରୋହୀ ଓ ଅଶ୍ୱାରୋହୀ ସୈନ୍ୟମାନେ ତୁଣୀର ଧରି ଯୁଦ୍ଧକୁ ଗଲେ ଓ ତୀର ଢାଲ ଅନାବୃତ କଲେ। 7 ପୁଣି ତୁମ୍ଭମାନଙ୍କର ସେହି ବିଶେଷ ଉପତ୍ୟକାରେ ସୈନ୍ୟମାନେ ଭେଟିବେ। ସେହି ଉପତ୍ୟକା ରଥରେ ପରିପୂର୍ଣ୍ଣ ହେବ। ଅଶ୍ୱାରୋହୀମାନେ ନଗର ଦ୍ୱାରରେ ସଜ୍ଜିତ ହୋଇ ରହିବେ। 8 ସେହି ସମୟରେ ସେ ଯିହୁଦାର ଓଢ଼ଣା ଟାଣି ପକାଇଲେ ଓ ତୁମ୍ଭେ ବନଗୃହସ୍ଥ ଯୁଦ୍ଧାସ୍ତ୍ର ପ୍ରତି ଦୃଷ୍ଟି ଦେଲ।
9 ଦାଉଦ ନଗରର କାନ୍ଥଗୁଡ଼ିକ ଭାଙ୍ଗିବାକୁ ଆରମ୍ଭ କଲା ଓ ତୁମ୍ଭେମାନେ ସେହି ଭଗ୍ନସ୍ଥାନ ଗୁଡ଼ିକ ଦେଖିଲ। ତୁମ୍ଭେ ପୁଷ୍କରିଣୀର ଜଳସବୁ ଏକତ୍ର କରି ତଳକୁ ଆଣିଲ। 10 ତୁମ୍ଭେମାନେ ଯିରୁଶାଲମସ୍ଥ ଗୃହଗୁଡ଼ିକୁ ଗଣନା କଲ ଓ ପ୍ରାଚୀର ଦୃଢ଼ କରିବା ପାଇଁ ଗୃହସବୁ ଭାଙ୍ଗିଲ। 11 ଆଉ ମଧ୍ୟ ତୁମ୍ଭେମାନେ ପୁରାତନ ପୁଷ୍କରିଣୀର ଜଳ ସଂଗ୍ରହ ନିମିତ୍ତ ନଗରୀର ଦୁଇ ପ୍ରାଚୀରର ମଧ୍ୟବର୍ତ୍ତୀ ସ୍ଥାନରେ ବଡ଼ ଜଳାଶୟ ଖୋଳିଲ।
ତୁମ୍ଭେମାନେ ନିଜର ସୁରକ୍ଷା ପାଇଁ ଏ ସବୁ କଲ। ମାତ୍ର ଯେ ଏହାକୁ ସାଧନ କଲେ ସେ ସୃଷ୍ଟିକର୍ତ୍ତାଙ୍କୁ ତୁମ୍ଭେ ବିଶ୍ୱାସ କଲ ନାହିଁ। ଦୀର୍ଘକାଳ ଧରି ଯେ ଏହାକୁ ଗଢ଼ିଲେ, ତୁମ୍ଭେମାନେ ତାଙ୍କୁ ଆଦର କଲ ନାହିଁ। 12 ତେଣୁ ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଲୋକମାନଙ୍କୁ ରୋଦନ ଓ ବିଳାପ, ମସ୍ତକ ମୁଣ୍ଡନ ଓ କଟିଦେଶରେ ଚଟବସ୍ତ୍ର ପରିଧାନ କରିବାକୁ ଡାକି କହିଲେ। 13 ମାତ୍ର ଦେଖ! ଲୋକମାନେ ଆମୋଦପ୍ରମୋଦ କରୁଛନ୍ତି। ସେମାନେ କହୁଛନ୍ତି:
“ଗୋବଧ ଓ ମେଷମାନଙ୍କୁ କର୍ତ୍ତନ କର।
ମାଂସ ଭୋଜନ ଓ ଦ୍ରାକ୍ଷାରସ ପାନ କର।
ଆସ ଆମ୍ଭେମାନେ ଭୋଜନ ଓ ପାନ କରିବା
କାରଣ କାଲି ଆମ୍ଭେମାନେ ମରିବା।”
14 ସଦାପ୍ରଭୁ ସର୍ବଶକ୍ତିମାନ ସ୍ୱୟଂ ମୋର କର୍ଣ୍ଣରେ ପ୍ରକାଶ କଲେ, “ତୁମ୍ଭମାନଙ୍କର ଅପରାଧ ମୃତ୍ୟୁ ପର୍ଯ୍ୟନ୍ତ କ୍ଷମା ପାଇବ ନାହିଁ।” ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ।
ଶୀବନ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା
15 ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ, “ତୁମ୍ଭେ ଗୃହର ଅଧ୍ୟକ୍ଷ ଶୀବନ ନିକଟକୁ ଯାଇ କୁହ, 16 “ତୁମ୍ଭେ ଏଠାରେ କ’ଣ କରୁଛ? ତୁମ୍ଭେ ତୁମ୍ଭର କାହା ପାଇଁ ଏଠାରେ ଏକ କବର ଖୋଳୁଛ?” ଯିଶାଇୟ କହିଲେ, “ସେହି ଲୋକକୁ ଦେଖ। ସେ ଉଚ୍ଚ ସ୍ଥାନରେ ଆପଣା ପାଇଁ କବର ଖୋଳି ଅଛି। ଶୈଳରେ ନିଜ ପାଇଁ ବାସସ୍ଥାନ ଖୋଦନ କରିଅଛି।
17-18 “ହେ ଶକ୍ତିଶାଳୀ ମାନବ, ସଦାପ୍ରଭୁ ତୁମ୍ଭକୁ ଦଳି ଦେବେ। ସେ ତୁମ୍ଭକୁ ଏକ ପେଣ୍ଡୁ ସଦୃଶ ଗଡ଼ାଇ ଗଡ଼ାଇ ନିଜର ବାହୁ ବଳରେ ଏକ ପ୍ରଶସ୍ତ ଦେଶକୁ ଫିଙ୍ଗି ଦେବେ ଯେଉଁଠାରେ ତୁମ୍ଭେ ମରିବ।
“ତୁମ୍ଭେ ସେଠାରେ ତୁମ୍ଭର ଗୌରବ ସ୍ୱରୂପ ରଥଗୁଡ଼ିକ ପାଇଁ ଗର୍ବ କରିବ, ମାତ୍ର ପ୍ରଭୁଙ୍କ ଗୃହରେ ଏହା ନିକୃଷ୍ଟ ବୋଲି ପ୍ରମାଣିତ ହେବ। 19 ପୁଣି ମୁଁ ତୁମ୍ଭକୁ ତୁମ୍ଭର ପଦରୁ ତଡ଼ି ଦେବି ଏବଂ ସେ ତୁମ୍ଭକୁ ତୁମ୍ଭ ସ୍ଥାନରୁ ଟାଣି ତଳକୁ ପକାଇବେ। 20 ଆଉ ସେଦିନ ଆମ୍ଭେ ଆପଣା ଦାସ ହିଲ୍କିୟର ପୁତ୍ର ଇଲିୟାକିମଙ୍କୁ ଡାକିବା। 21 ସେଦିନ ମୁଁ ତୁମ୍ଭର ପରିଧାନ ନେଇ ତାକୁ ପିନ୍ଧାଇବି। ମୁଁ ତୁମ୍ଭର କର୍ତ୍ତୃତ୍ୱାଧିକାର ତାକୁ ସମର୍ପଣ କରିବି। ତେଣୁ ସେ ଯିରୁଶାଲମ ନିବାସୀ ଓ ଯିହୁଦା ବଂଶର ପିତା ହେବ।
22 “ପୁଣି ମୁଁ ଦାଉଦ ବଂଶର ଗ୍ଭବି ତାହାର କାନ୍ଧରେ ରଖିବି। ସେ ଦ୍ୱାର ଖୋଲିଲେ କେହି ବନ୍ଦ କରି ପାରିବେ ନାହିଁ। ପୁଣି ସେ ବନ୍ଦ କଲେ କେହି ଖୋଲିବେ ନାହିଁ। ମୋର ସେହି ଦାସ ନିଜର ପିତୃବଂଶର ଗୌରବର ସିଂହାସନ ସ୍ୱରୂପ ହେବ। 23 ମୁଁ ତାକୁ ଖିଲ ସଦୃଶ ସୁଦୃଢ଼ ସ୍ଥାନରେ ବିଦ୍ଧ କରିବି। 24 ଲୋକମାନେ ତାହାର ପିତୃ ବଂଶର ସକଳ ଗୌରବ ଓ ପ୍ରଧାନ ଜିନିଷ ତାହା ଉପରେ ଟଙ୍ଗାଇବେ। ସମସ୍ତ ବୟସ୍କ ଓ ଛୋଟ ପିଲାମାନେ ତା'ଉପରେ ନିର୍ଭର କରିବେ। ସେହି ଲୋକମାନେ ପାନପାତ୍ର ଅବଧି କଳଶ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷୁଦ୍ର ପାତ୍ର ତାହା ଉପରେ ଟଙ୍ଗାଇବେ।”
25 “ସେଦିନ ସେହି ଖିଲ ଯେ କି ଏକ ସୁଦୃଢ଼ ସ୍ଥାନରେ ବିଦ୍ଧ ହୋଇଥିଲା ତାହା ଦୁର୍ବଳ ହୋଇଯିବ ଓ ଭାଙ୍ଗି ତଳେ ପଡ଼ିଯିବ। ସେହି ଖିଲ ପଡ଼ିବା ସଙ୍ଗେ ସଙ୍ଗେ ସେଥିରେ ଟଙ୍ଗା ଯାଇଥିବା ଜିନିଷଗୁଡ଼ିକ ତଳେ ପଡ଼ି ନଷ୍ଟ ହୋଇଯିବ। ତା'ପରେ ମୁଁ ଯାହା କହୁଛି ଏହା ଘଟିବ।” କାରଣ ସଦାପ୍ରଭୁ ଏହା କହି ଅଛନ୍ତି।
2010 by World Bible Translation Center