Beginning
ଇସ୍ରାଏଲ ପରମେଶ୍ୱରଙ୍କ ସ୍ୱତନ୍ତ୍ର ବଗିଗ୍ଭ
5 ବର୍ତ୍ତମାନ ମୋର ପ୍ରିୟତମ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ସଙ୍ଗୀତ ଗାନ କରିବି। ଏହି ସଙ୍ଗୀତଟି ମୋର ପ୍ରିୟତମ ପ୍ରଭୁ ଓ ଇସ୍ରାଏଲର ଦ୍ରାକ୍ଷାକ୍ଷେତ୍ର ବିଷୟରେ ଅଟେ।
ମୋର ପ୍ରିୟତମ ପ୍ରଭୁଙ୍କର ଉର୍ବର
ପର୍ବତ ଉପରେ ଏକ ଦ୍ରାକ୍ଷାକ୍ଷେତ୍ର ଥିଲା।
2 ମୋର ପ୍ରିୟତମ କ୍ଷେତଟିକୁ ଖୋଳି ପଥର ପରିଷ୍କାର କଲେ।
ସେଥିରେ ଅତି ଉତ୍ତମ ଦ୍ରାକ୍ଷାଲତା ରୋପଣ କଲେ।
ସେ କ୍ଷେତର ମଧ୍ୟଭାଗରେ ଗୋଟିଏ ସୁନ୍ଦର
ଏବଂ ଉଚ୍ଚଗୃହ ନିର୍ମାଣ କଲେ ଏବଂ ସେ ଦ୍ରାକ୍ଷାକୁଣ୍ଡ ତିଆରି କଲେ।
ସେ ଭଲ ଅଙ୍ଗୁର ଧରିବା ପାଇଁ ଅପେକ୍ଷା କଲେ,
କିନ୍ତୁ ଉତ୍ତମ ପରିବର୍ତ୍ତେ ବନ୍ୟ ଦ୍ରାକ୍ଷାଫଳ ଫଳିଲା।
3 ତେଣୁ ପରମେଶ୍ୱର କହିଲେ, “ହେ ଯିରୁଶାଲମ ଓ ଯିହୁଦାର ଲୋକମାନେ ମୋର
ଓ ମୋର ଦ୍ରାକ୍ଷାକ୍ଷେତ ବିଷୟରେ ବିଗ୍ଭର କର।
4 ମୋର ଏହି ଦ୍ରାକ୍ଷାକ୍ଷେତ ପାଇଁ ମୁଁ ଅଧିକ କ’ଣ କରି ପାରିଥା’ନ୍ତି?
ଯାହା କରିବା କଥା ମୁଁ ସବୁ କରିଥିଲି।
ମୁଁ ଉତ୍ତମ ଦ୍ରାକ୍ଷାଫଳ ଫଳିବ ବୋଲି ଆଶା କରିଥିଲି,
ମାତ୍ର ସେଥିରେ ବନ୍ୟ ଦ୍ରାକ୍ଷାଫଳ ଫଳିଲା।
ଏହା କାହିଁକି ଘଟିଲା?
5 “ବର୍ତ୍ତମାନ ମୁଁ ମୋର ଦ୍ରାକ୍ଷାକ୍ଷେତ ପାଇଁ କ’ଣ କରିବି
ତାହା ତୁମ୍ଭମାନଙ୍କୁ କହିବି।
ଏହି କ୍ଷେତକୁ ରକ୍ଷା କରୁଥିବା କଣ୍ଟାବାଡ଼କୁ ମୁଁ କାଢ଼ିନେବି
ଏବଂ ତାକୁ ପୋଡ଼ି ଦେବି।
ସେହି ପଥର ପ୍ରାଚୀରକୁ ଭାଙ୍ଗିପକାଇବି
ଏବଂ ସେଗୁଡ଼ିକୁ ପଦଦଳିତ କରିବି।
6 ମୋର ସେହି ଦ୍ରାକ୍ଷାକ୍ଷେତକୁ ଉଜାଡ଼ି ନେବି।
କୌଣସି ବ୍ୟକ୍ତି ସେ ଗଛ ଗୁଡ଼ିକର ଯତ୍ନ ନେବ ନାହିଁ
କିମ୍ବା ସେହି କ୍ଷେତରେ କେହି କୋଡ଼ାକୋଡ଼ି କରିବେ ନାହିଁ।
ସେଠାରେ କଣ୍ଟା ଓ ଅନାବନା ଘାସ ଜନ୍ମିବ।
ସେହି କ୍ଷେତରେ ବର୍ଷାଜଳ ନ ପଡ଼ିବା ପାଇଁ ମୁଁ ମେଘକୁ ଆଦେଶ ଦେବି।”
7 ଇସ୍ରାଏଲର ଗୋଷ୍ଠୀ ସଦାପ୍ରଭୁ ସର୍ବଶକ୍ତିମୟଙ୍କର ଦ୍ରାକ୍ଷାକ୍ଷେତ ଓ ଯିହୁଦାର ଲୋକେ ତାଙ୍କର ପ୍ରିୟ ଦ୍ରାକ୍ଷାକ୍ଷେତ ଓ ଯିହୁଦାର ଲୋକେ ତାଙ୍କର ପ୍ରିୟ ଦ୍ରାକ୍ଷାଲତାର ଦ୍ରାକ୍ଷାଫଳ।
ସଦାପ୍ରଭୁ ସେଠାରେ ନ୍ୟାୟ ଆଶା କରୁଥିଲେ
ମାତ୍ର ସେଠାରେ କେବଳ ମୃତ୍ୟୁ ଥିଲା।
ସଦାପ୍ରଭୁ ସେଠାରେ ଧାର୍ମିକତା ଆଶା କରୁଥିଲେ ମାତ୍ର ସେଠାରେ କେବଳ ବିଳାପ ଥିଲା।
ସେଠାରେ ଲୋକମାନେ କେବଳ ସନ୍ତାପିତ ହେଉଥିଲେ।
8 ତୁମ୍ଭେ ସବୁ ଅତି ନିକଟତର ହୋଇ ବାସ କରିବ। ତୁମ୍ଭେମାନେ ଏପରି ଲଗାଲଗି ଘର କରିବ ଯେ, କୌଣସି ଟିକିଏ ହେଲେ ସ୍ଥାନ ଘର ଘର ମଧ୍ୟରେ ରହିବ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କୁ ଦଣ୍ଡ ଦେବେ ଯେପରିକି ତୁମ୍ଭେମାନେ ଏକାକୀ ବାସ କରିବ। ସମଗ୍ର ଦେଶରେ ତୁମେମାନେ କେବଳ ଏକମାତ୍ର ଗୋଷ୍ଠୀ ରହିବ। 9 ସର୍ବଶକ୍ତିମାନ ସଦାପ୍ରଭୁ ଏହା ମୋତେ କହିଲେ ଏବଂ ମୁଁ ଏହା ତାଙ୍କଠାରୁ ଶୁଣିଥିଲି, “ବର୍ତ୍ତମାନ ବହୁତ ଘର ଅଛି ମାତ୍ର ମୁଁ ପ୍ରତିଜ୍ଞା କରିଛି ସେ ସମସ୍ତ ଧ୍ୱଂସ ହେବ। ଯେଉଁ ସୁନ୍ଦର ଓ ବୃହତ୍ ଗୃହମାନ ଅଛି ସେ ସବୁ ନିବାସଶୂନ୍ୟ ହେବ। 10 ଦଶ ଏକର ପରିମିତ ଦ୍ରାକ୍ଷାକ୍ଷେତରୁ ମାତ୍ର ଏକ ମହଣ ଦ୍ରାକ୍ଷାରସ ଉତ୍ପନ୍ନ ହେବ ଏବଂ ଦଶ ମହଣ ବୀଜରୁ ମାତ୍ର ଏକ ମହଣ ଶସ୍ୟ ଉତ୍ପନ୍ନ ହେବ।”
11 ତୁମ୍ଭେମାନେ ସୁରାପାନ କରିବାକୁ ଅତି ପ୍ରଭାତରେ ଉଠ, ବିଳମ୍ବ ରାତ୍ରି ପର୍ଯ୍ୟନ୍ତ ଉଜାଗର ରହି ସୁରାରେ ଉନ୍ମତ୍ତ ହୁଅ। 12 ତୁମ୍ଭେମାନେ ଭୋଜିର ଦ୍ରାକ୍ଷାରସ, ବୀଣା, ତବଲା ବଂଶୀ ଏବଂ ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ରଖିଥାଅ। ମାତ୍ର ସଦାପ୍ରଭୁଙ୍କର କାର୍ଯ୍ୟ ଲକ୍ଷ୍ୟ କର ନାହିଁ। ସଦାପ୍ରଭୁଙ୍କର ହସ୍ତ ବହୁ ଜିନିଷ ତିଆରି କରିଛି ମାତ୍ର ତୁମ୍ଭେମାନେ ତାହା ଲକ୍ଷ୍ୟ କର ନାହିଁ। ତେଣୁ ଏହା ତୁମ୍ଭମାନଙ୍କ ପାଇଁ ସନ୍ତାପର କାରଣ ହେବ।
13 ସଦାପ୍ରଭୁ କୁହନ୍ତି, “ମୋର ଲୋକମାନେ ନିର୍ବାସିତ ହୁଅନ୍ତି। କାରଣ ସେମାନେ ମୋତେ ଜାଣୁ ନାହାନ୍ତି। ଇସ୍ରାଏଲର କେତେକ ବ୍ୟକ୍ତି ବର୍ତ୍ତମାନ ସମ୍ଭ୍ରାନ୍ତ ବୋଲି ବିବେଚିତ ହୁଅନ୍ତି। ମାତ୍ର, ସେହି ସମ୍ଭ୍ରାନ୍ତ ବ୍ୟକ୍ତିମାନେ ଭୋକିଲା ଥିବେ ଏବଂ ଯେଉଁମାନେ ସାଧାରଣ ଜୀବନରେ ବସବାସ କରନ୍ତି, ଅତ୍ୟନ୍ତ ତୃଷାର୍ତ୍ତ ହେବେ। 14 ତା'ପରେ ସେମାନେ ମୃତ୍ୟୁବରଣ କରିବେ। ସିୟୋନ ମୃତ୍ୟୁର ସ୍ଥାନ ହେବ ଓ ସେ ଅଧିକରୁ ଅଧିକ ଲୋକ ଗିଳି ପକାଇବ। ସେହି ମୃତ୍ୟୁର ସ୍ଥାନ ତା'ର ଅପରିମିତ ମୁଖ ବିସ୍ତାର କରିବ, ମୂଲ୍ୟବାନ ଲୋକ, ସାଧାରଣ ଲୋକ ଏବଂ ଖୁସୀମିଜାସିଆଲୋକ ତା’ ଦ୍ୱାରା ଜାଲରେ ଧରା ପଡ଼ିବେ।”
15 ସେହି ଲୋକମାନେ ନମ୍ର ହେବେ। ସେହି ମହାନ ଲୋକମାନେ ସେମାନଙ୍କର ମଥାନତ କରିବେ ଓ ଭୂମିକୁ ମୁଖ କରିବେ। 16 ସଦାପ୍ରଭୁ ସର୍ବଶକ୍ତିମାନ ଉତ୍ତମ ବିଗ୍ଭର କରିବେ ଏବଂ ଲୋକମାନେ ସେ ମହାନ ବୋଲି ଜାଣିବେ। ପବିତ୍ର ପରମେଶ୍ୱର ଧାର୍ମିକତା ଆଣିବେ ଓ ଲୋକମାନେ ତାଙ୍କୁ ଭକ୍ତି କରିବେ। 17 ପରମେଶ୍ୱର ଇସ୍ରାଏଲର ଲୋକମାନଙ୍କୁ ତାଙ୍କ ଦେଶରୁ ବିତାଡ଼ିତ କରିବେ ଓ ଦେଶ ଜନଶୂନ୍ୟ ହେବ। ମେଷମାନେ ଇଚ୍ଛାନୁସାରେ ବିଚରଣ କରିବେ। ମେଷଶାବକମାନେ ଧନୀଲୋକଙ୍କର ଜମିରେ ବିଚରଣ କରିବେ।
18 ସେହି ଲୋକମାନଙ୍କୁ ଲକ୍ଷ୍ୟ କର। ଲୋକମାନେ ଶକଟ ରଜ୍ଜୁରେ ଟାଣିଲା ପରି ସେମାନେ ଅସାରତା ରୂପକ ରଜ୍ଜୁରେ ଅପରାଧ ଓ ପାପକୁ ପଛରୁ ଟାଣନ୍ତି। 19 ସେହି ଲୋକମାନେ କୁହନ୍ତି, “ଆମ୍ଭେମାନେ ଇଚ୍ଛା କରୁଛୁ ଯେ ପରମେଶ୍ୱର ତାଙ୍କର ଯୋଜନାମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରନ୍ତୁ। ତା'ପରେ ଆମ୍ଭେମାନେ କ’ଣ ଘଟିବ ଜାଣିବୁ। ଆମ୍ଭେମାନେ ଆଶା କରୁ ପରମେଶ୍ୱରଙ୍କ ଇଚ୍ଛା ତୁରନ୍ତ ଘଟୁ। ତାହାହେଲେ ତାଙ୍କର ଇଚ୍ଛା କ’ଣ ଆମ୍ଭେମାନେ ଜାଣି ପାରିବୁ।”
20 ସେହି ଲୋକମାନେ ଭଲକୁ ମନ୍ଦ ଓ ମନ୍ଦକୁ ଭଲ କୁହନ୍ତି। ପୁଣି ସେମାନେ ଅନ୍ଧକାରକୁ ଆଲୋକ ଓ ଆଲୋକକୁ ଅନ୍ଧକାର ଚିନ୍ତା କରନ୍ତି ଓ ମଧୁରକୁ ତିକ୍ତ ଓ ତିକ୍ତକୁ ମଧୁର ମନେ କରନ୍ତି, ସେମାନେ ସନ୍ତାପର ପାତ୍ର। 21 ସେମାନେ ମଧ୍ୟ ନିଜକୁ ଭାବନ୍ତି ଯେ ସେମାନେ ଅତି କର୍ମଠ ଓ ବୁଦ୍ଧିମାନ। 22 ସେମାନେ ଦ୍ରାକ୍ଷାରସ ପାନ କରିବାରେ ପ୍ରସିଦ୍ଧ ଓ ମଦ୍ୟ ମିଶ୍ରିତ କରିବାରେ ଦକ୍ଷ। 23 ଦୋଷୀକୁ କ୍ଷମା କରିବାକୁ ତୁମ୍ଭେ ସେମାନଙ୍କୁ ଲାଞ୍ଚ ଦେଲେ ସେମାନେ ଲାଞ୍ଚ ନେବେ। ମାତ୍ର ସେମାନେ ଉତ୍ତମ ଲୋକଙ୍କୁ ନ୍ୟାୟ ବିଗ୍ଭର ଦିଅନ୍ତି ନାହିଁ। 24 ସେହି ଲୋକମାନଙ୍କ ପାଇଁ ମନ୍ଦଫଳ ଗଚ୍ଛିତ ରହିବ। ସେମାନଙ୍କର ପରବର୍ତ୍ତୀ ବଂଶଧର ସମ୍ପୂର୍ଣ୍ଣ ଭାବରେ ପୋଛି ହୋଇଯିବେ, ଯେପରି ନଡ଼ା ଓ ଶୁଷ୍କପତ୍ର ଅଗ୍ନିରେ ପୋଡ଼ି ଭସ୍ମ ହୋଇଯାଏ। ଯେପରି ବୃକ୍ଷର ମୂଳ ସଢ଼ିଯାଇ ଧୂଳି ହୋଇଯାଏ ଓ ପୁଷ୍ପ ଅଗ୍ନିରେ ଭସ୍ମୀଭୂତ ହୋଇ ତା'ର ପାଉଁଶ ପବନରେ ଉଡ଼ିଯାଏ ସେହିପରି ସେମାନଙ୍କର ବଂଶଧର ଧ୍ୱଂସ ପାଇଯିବେ।
କାରଣ ସେମାନେ ସର୍ବଶକ୍ତିମାନ ସଦାପ୍ରଭୁଙ୍କର ଶିକ୍ଷାସମୂହକୁ ଅବଜ୍ଞା କରିଛନ୍ତି ଓ ଇସ୍ରାଏଲର ପବିତ୍ର ପରମେଶ୍ୱରଙ୍କ ବାକ୍ୟକୁ ଅଗ୍ରାହ୍ୟ କରିଛନ୍ତି। 25 ତେଣୁ ସଦାପ୍ରଭୁ ସେମାନଙ୍କ ଉପରେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇଛନ୍ତି। ସେ ତାଙ୍କର ହସ୍ତ ଉତ୍ତୋଳନ କରି ସେମାନଙ୍କୁ ଦଣ୍ଡ ଦେବେ। ଏପରିକି ପର୍ବତଗଣ ଭୟଭୀତ ହେବେ ଓ ମୃତଶରୀର ଗୁଡ଼ିକ ଅଳିଆ ପରି ରାସ୍ତାକଡ଼ରେ ପଡ଼ିରହିବ। ଏପରିକି ପରମେଶ୍ୱରଙ୍କ କ୍ରୋଧ ହ୍ରାସ ପାଇବ ନାହିଁ ଓ ତାଙ୍କ ହସ୍ତ ସେମାନଙ୍କୁ ଦଣ୍ଡ ଦେବେ।
ପରମେଶ୍ୱର ଇସ୍ରାଏଲକୁ ଦଣ୍ଡଦେବାକୁ ସୈନ୍ୟବାହିନୀ ଆଣିବେ
26 ଦେଖ, ପରମେଶ୍ୱର ଦୂରଦେଶୀୟ ଗୋଷ୍ଠୀମାନଙ୍କ ପ୍ରତି ସଙ୍କେତ ଦେଉଛନ୍ତି। ସେ ତାଙ୍କର ଧ୍ୱଜା ଉତ୍ତୋଳନ କରି ସେମାନଙ୍କୁ ଡାକିବାକୁ ସିଟି ବଜାଉଛନ୍ତି।
ଦୂର ଦେଶରୁ ଶତ୍ରୁ ଆସୁଛନ୍ତି। ସେମାନେ ଏତେ ଦ୍ରୁତ ଗତିରେ ଆସୁଛନ୍ତି ଯେ, ଦେଶମଧ୍ୟରେ ଖୁବ୍ ଶୀଘ୍ର ପ୍ରବେଶ କରିବେ। 27 ସେହି ଶତ୍ରୁଗଣ କେବେ ଅବଶ ହେବେ ନାହିଁ କି ସେମାନଙ୍କର ପତନ ହେବ ନାହିଁ। ସେମାନେ କେବେ ଢୁଳାଇବେ ନାହିଁ କି ଶୋଇଯିବେ ନାହିଁ। ସେମାନଙ୍କର କଟିବନ୍ଧନ କେବେ ଫିଟିବ ନାହିଁ କି ପାଦୁକାର ବନ୍ଧନ ଛିଣ୍ଡିବ ନାହିଁ। 28 ସେହି ଶତ୍ରୁମାନଙ୍କର ଶରଗୁଡ଼ିକ ଅତି ତୀକ୍ଷ୍ଣ ଏବଂ ଧାରୁଆ ଓ ସେମାନଙ୍କର ଧନୁଗୁଡ଼ିକ ଗୁଣଯୁକ୍ତ। ସେମାନଙ୍କର ଅସ୍ତ୍ରଗୁଡ଼ିକର ଖୁରା ଚକମକି ପଥର ପରି ଶକ୍ତ ଓ ସେମାନଙ୍କର ରଥ ଚକର ଧୂଳିରୁ ବାଦଲ ଆକାଶରେ ସୃଷ୍ଟି ହୁଏ।
29 ସେହି ଶତ୍ରୁଗଣ ସିଂହପରି ଗର୍ଜନ କରୁଛନ୍ତି। ସେହି ଗର୍ଜନ ଯୁବା ସିଂହର ଗର୍ଜନ ସଦୃଶ। ସେମାନେ ଲୋକମାନଙ୍କ ପଛରେ ଅନୁଧାବନ କରନ୍ତି, ଯେପରି ସେମାନେ ସେମାନଙ୍କର ଲୁଣ୍ଠିତ ଦ୍ରବ୍ୟ ପଛରେ ଦୌଡ଼ନ୍ତି। ସେମାନେ ଲୁଣ୍ଠିତ ଦ୍ରବ୍ୟ ନେଇଯାଆନ୍ତି ଏବଂ ସେଠାରେ ତାଙ୍କୁ ସାହାଯ୍ୟ କରିବା ପାଇଁ କେହି ନାହାନ୍ତି। 30 ତେଣୁ “ସିଂହ” ଗର୍ଜନର ରବ, ସମୁଦ୍ର ଗର୍ଜନ ସଦୃଶ ସେମାନେ ଲୋକମାନଙ୍କ ଉପରେ ଗର୍ଜନ କରିବେ। ବନ୍ଦୀମାନେ ଯେତେବେଳେ ଗ୍ଭହିଁବେ ସେତେବେଳେ ସେମାନେ କେବଳ ଅନ୍ଧକାର ଦେଖିବେ। ସମସ୍ତ ଦୀପ୍ତି ଗ୍ଭଲିଯାଇ କେବଳ ଘନ ମେଘମାଳାରେ ଅନ୍ଧକାର ହୋଇଥିବେ।
ଯିଶାଇୟଙ୍କୁ ଭବିଷ୍ୟଦ୍ବକ୍ତା ହେବାକୁ ପରମେଶ୍ୱରଙ୍କ ଆହ୍ୱାନ
6 ଯିହୁଦାର ରାଜା ଉଷିୟଙ୍କ ମୃତ୍ୟୁବର୍ଷରେ ମୁଁ ମୋର ପ୍ରଭୁଙ୍କୁ ଦର୍ଶନ କରିବାକୁ ସକ୍ଷମ ହେଲି। ସେ ଏକ ଉନ୍ନତ୍ତ ଓ ଚମତ୍କାର ସିଂହାସନ ଉପରେ ଉପବିଷ୍ଟ ହୋଇଥିଲେ। ତାଙ୍କର ରାଜ ପୋଷାକର ଅଞ୍ଚଳ ମନ୍ଦିରକୁ ବେଷ୍ଟନ କରିଥିଲା। 2 ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ସରାଫଗଣ ଛିଡ଼ା ହୋଇଥିଲେ। ପ୍ରତ୍ୟେକ ସରାଫଙ୍କର ଛଅଟି ପକ୍ଷ ଥିଲା। ସେହି ଦେବଦୂତଗଣ ସେମାନଙ୍କର ଦୁଇଟି ପକ୍ଷରେ ମୁଖକୁ ଆଚ୍ଛାଦନ କରିଥିଲେ। ସେମାନେ ମଧ୍ୟ ଦୁଇଟି ପକ୍ଷ ସାହାଯ୍ୟରେ ସେମାନଙ୍କର ପାଦକୁ ଆଚ୍ଛାଦନ କରିଥିଲେ, ଏବଂ ଉଡ଼ିବାରେ ଦୁଇଟି ପକ୍ଷ ବ୍ୟବହାର କରୁଥିଲେ। 3 ସେମାନେ ପରସ୍ପରକୁ ଡାକି କହୁଥିଲେ, “ସର୍ବଶକ୍ତିମାନ ସଦାପ୍ରଭୁ ଧର୍ମମୟ, ଧର୍ମମୟ, ଧର୍ମମୟ। ତାଙ୍କର ମହିମା ସମଗ୍ର ପୃଥିବୀରେ ବ୍ୟାପିଯାଇଛି।” ସେହି ଦେବଦୂତମାନଙ୍କର ସ୍ୱର ଅତି ଉଚ୍ଚ ଥିଲା। 4 ସେତେବେଳେ ଘୋଷଣାକାରୀଙ୍କ ଉଚ୍ଚରବରେ ଦ୍ୱାରବନ୍ଧ କମ୍ପିତ ହେଲା ଓ ପ୍ରଭୁଙ୍କ ମନ୍ଦିର ଧୂମରେ ପରିପୂର୍ଣ୍ଣ ହେଲା।
5 ସେତେବେଳେ ମୁଁ ଭୟଭୀତ ହୋଇ କହିଲି, “ହାୟ! ହାୟ! ମୁଁ ନଷ୍ଟ ହୋଇଗଲି। କାରଣ ମୁଁ ଏତେ ଅପବିତ୍ର ଯେ, ପରମେଶ୍ୱରଙ୍କ ନିକଟରେ କହିବାକୁ ଅଯୋଗ୍ୟ। ପୁଣି ଏପରି ଅଶୁଚି ଲୋକମାନଙ୍କ ମଧ୍ୟରେ ବାସ କରୁଛି ଯେ ମୁଁ ସଦାପ୍ରଭୁଙ୍କ ନିକଟରେ କହିବାକୁ ଅଯୋଗ୍ୟ। ତଥାପି ମୁଁ ସର୍ବଶକ୍ତିମାନ ସଦାପ୍ରଭୁ ରାଜାଙ୍କୁ ଦେଖୁଛି।”
6 ସେଠାରେ ଯଜ୍ଞବେଦି ଉପରେ ଜ୍ୱଳନ୍ତ ଅଗ୍ନି ଥିଲା। ସେହି ଦୂତଗଣଙ୍କ ମଧ୍ୟରୁ ଜଣେ ଚିମୁଟା ସାହାଯ୍ୟରେ ଗୋଟିଏ ଜ୍ୱଳନ୍ତ କୋଇଲା ଆଣିଲା ଓ ସେହି ଉତ୍ତପ୍ତ ଅଙ୍ଗାର ଧରି ମୋ’ ନିକଟକୁ ଉଡ଼ି ଏଆସିଲା। 7 ସେହି ସରାଫ ଦେବଦୂତ ସେହି ଉତ୍ତପ୍ତ ଅଙ୍ଗାର ସାହାଯ୍ୟରେ ମୋର ମୁଖକୁ ସ୍ପର୍ଶ କଲା। ତା'ପରେ ସେ କହିଲା, “ଦେଖ! ମୁଁ ଏହି ଜ୍ୱଳନ୍ତ ଅଙ୍ଗାରରେ ତୁମ୍ଭର ଓଷ୍ଠାଧରକୁ ସ୍ପର୍ଶ କଲି କାରଣ ଏହା ଦ୍ୱାରା ତୁମ୍ଭର ଅପରାଧ ଦୂରିଭୂତ ହେଲା ଓ ତୁମ୍ଭେ ପାପରୁ ମୁକ୍ତ ହେଲ।”
8 ତା'ପରେ ମୁଁ ସଦାପ୍ରଭୁଙ୍କର ସ୍ୱର ଶୁଣିଲି। ସେ କହିଲେ, “ମୁଁ କାହାକୁ ପଠାଇବି? କିଏ ଆମ୍ଭମାନଙ୍କ ପାଇଁ ଯିବ?”
ତେଣୁ ମୁଁ କହିଲି, “ମୁଁ ଏଠାରେ ଅଛି! ମୋତେ ପଠାଅ!”
9 ତା'ପରେ ସଦାପ୍ରଭୁ କହିଲେ, “ଯାଅ ଏବଂ ଏହି ବାର୍ତ୍ତା ଲୋକମାନଙ୍କୁ ଜଣାଅ, ‘ଯଦିଓ ତୁମ୍ଭେମାନେ ଶୁଣୁଛ, କିନ୍ତୁ ତୁମ୍ଭେମାନେ କିଛି ବୁଝୁ ନାହଁ। ଯଦିଓ ଦେଖୁଛ, କିଛି ଶିଖୁ ନାହଁ।’ 10 ସେମାନଙ୍କୁ ବିଭ୍ରାନ୍ତ କର। ସେମାନେ ଯାହା ଶୁଣୁଛନ୍ତି ଓ ଯାହା ଦେଖୁଛନ୍ତି ତାହା ଯେପରି ବୁଝିବାକୁ ସକ୍ଷମ ନ ହୁଅନ୍ତି ସେହିପରି ଭାବରେ ତାଙ୍କୁ ପ୍ରସ୍ତୁତ କରାଅ। ତୁମ୍ଭେ ଯଦି ଏହା ନ କର ସେମାନେ ଯାହା ଶୁଣୁଛନ୍ତି ଓ ଯାହା ଦେଖୁଛନ୍ତି ତାହା ପ୍ରକୃତରେ ବୁଝି ପାରିବେ। ଲୋକମାନେ ସେମାନଙ୍କର ସର୍ବାନ୍ତକରଣରେ ବୁଝିପାରିବେ। ଏହା କଲେ ସେମାନେ ମୋ’ ନିକଟକୁ ଫେରି ଆସିବେ ଓ ମୋ'ଠାରୁ ସୁସ୍ଥତା ପାଇବେ।”
11 ତା'ପରେ ମୁଁ ସଦାପ୍ରଭୁଙ୍କୁ ପ୍ରଶ୍ନ କଲି, “ପ୍ରଭୋ! ମୁଁ କେତେକାଳ ଏହା କରିବି?”
ସଦାପ୍ରଭୁ ଉତ୍ତର ଦେଲେ, “ଦେଶଗୁଡ଼ିକ ଧ୍ୱଂସ ପାଇବା ପର୍ଯ୍ୟନ୍ତ ଓ ଲୋକମାନେ ସମ୍ପୂର୍ଣ୍ଣ ଲୋପ ହେବା ପର୍ଯ୍ୟନ୍ତ ଏହା କର। ଯେପର୍ଯ୍ୟନ୍ତ ଗୋଟିଏ ହେଲେ ଲୋକ ଗୃହରେ ନ ଥିବା ପର୍ଯ୍ୟନ୍ତ ଓ ଦେଶ ସମ୍ପୂର୍ଣ୍ଣ ଜନଶୂନ୍ୟ ହେବା ପର୍ଯ୍ୟନ୍ତ ଏହା କରି ଗ୍ଭଲ।”
12 ସଦାପ୍ରଭୁ ସବୁଲୋକଙ୍କୁ ଦୂରକୁ ତଡ଼ି ଦେବେ। ଦେଶରେ ବିସ୍ତୃତ ଅଞ୍ଚଳ ଜନଶୂନ୍ୟ ହେବ। 13 ମାତ୍ର ଏକ ଦଶମାଂଶ ଲୋକ ରହିବାକୁ ଅନୁମତି ପାଇବେ। ଏହି ଦଶମାଂସ ଲୋକ ସଦାପ୍ରଭୁଙ୍କ ନିକଟକୁ ଫେରି ଆସିବେ ଓ ଅନ୍ୟମାନେ ଧ୍ୱଂସ ପାଇବେ। ଏମାନେ ଅଲୋନଗଛ ସଦୃଶ ହେବେ। ଅଲୋନ ଗଛ ହଣା ହେଲା ପରେ ତା'ର ଗଣ୍ଡି ଯେପରି ସୁଦୃଢ଼ ରହେ, କର୍ତ୍ତିତ ବୃକ୍ଷର ଅବଶିଷ୍ଟାଂଶ ପବିତ୍ର ବୀଜ।
ଅରାମର ଦୁଃଖ
7 ଯୋଥମଙ୍କ ପୁତ୍ର ଆହସ, ଉଷିୟଙ୍କ ପୁତ୍ର ଯୋଥମ୍, ଅରାମର ରାଜା ରତ୍ସୀନ ଓ ପେକହ ଇସ୍ରାଏଲର ରାଜା ରମଲିୟଙ୍କର ପୁତ୍ର ଥିଲେ। ଯିହୁଦାରେ ଆହସ ରାଜତ୍ୱ କରୁଥିବା ସମୟରେ ରତ୍ସୀନ ଓ ପେକହ ତାଙ୍କ ସହିତ ସଂଗ୍ରାମ କରିବାକୁ ଯିରୁଶାଲମକୁ ଯାଇଥିଲେ। ମାତ୍ର ସେମାନେ ସେହି ନଗରୀକୁ ପରାସ୍ତ କରି ପାରିଲେ ନାହିଁ।
2 ଅନନ୍ତର ଦାଉଦ ବଂଶକୁ ଏକ ବାର୍ତ୍ତା ପଠାଗଲା। ସେହି ବାର୍ତ୍ତାଟି ହେଲା, “ଅରାମ ଓ ଇସ୍ରାଏଲ ସୈନ୍ୟମାନେ ଏକତ୍ରିତ ହୋଇଛନ୍ତି ଏବଂ ସେମାନେ ଏକତ୍ର ଶିବିର ସ୍ଥାପନ କରିଛନ୍ତି।” ଯେତେବେଳେ ରାଜା ଆହସ ଏହି କଥା ଶୁଣିଲେ ସେ ଏବଂ ତାଙ୍କର ଲୋକମାନେ ଭୟଭୀତ ହୋଇପଡ଼ିଲେ। ପବନରେ ବୃକ୍ଷଗୁଡ଼ିକ ଦୋହଲିଲା ପରି ସେମାନେ ଭୟରେ କମ୍ପିତ ହେଲେ।
3 ତା'ପରେ ସଦାପ୍ରଭୁ ଯିଶାଇୟଙ୍କୁ କହିଲେ, “ତୁମ୍ଭେ ଓ ତୁମ୍ଭର ପୁତ୍ର ଶାର-ଯାଶୂବ ଯିବ ଓ ଆହସଙ୍କ ସହିତ ଆଲୋଚନା କରିବ। ରଜକ କ୍ଷେତ୍ରର ରାଜପଥସ୍ଥ ଉପର ପୁଷ୍କରିଣୀରେ ନାଳ ମୁଣ୍ଡରେ ଆହସଙ୍କୁ ଭେଟିବ।
4 “ଆହସଙ୍କୁ କୁହ, ‘ସାବଧାନ ଓ ସୁସ୍ଥିର ହୁଅ। ଭୟଭୀତ ହୁଅ ନାହିଁ। ସେହି ଦୁଇବ୍ୟକ୍ତି ରତ୍ସୀନ ଓ ରମଲିୟର ପୁତ୍ରକୁ ଭୟ କର ନାହିଁ। ସେ ଦୁଇଜଣ ଦୁଇଟି ନିଆଁଖୁଣ୍ଟା ସଦୃଶ। ଅତୀତରେ ସେମାନେ ଜ୍ୱଳନ୍ତ ଅଗ୍ନି ସଦୃଶ ଥିଲେ। ମାତ୍ର ବର୍ତ୍ତମାନ ସେମାନେ କେବଳ ଧୂମ ସଦୃଶ। ରତ୍ସୀନ, ଅରାମ ଓ ରମଲିୟର ପୁତ୍ରର କ୍ରୋଧକୁ ଭୟ କର ନାହିଁ। 5 ଅରାମ, ଇଫ୍ରୟିମ ଏବଂ ରମଲିୟଙ୍କର ପୁତ୍ର ଏକତ୍ର ହୋଇ ତୁମ୍ଭ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। ସେମାନେ କହିଲେ, 6 “ଆମ୍ଭେମାନେ ଯାଇ ଯିହୁଦା ବିରୁଦ୍ଧରେ ଲଢ଼ିବା। ଆମ୍ଭମାନଙ୍କ ପାଇଁ ଯିହୁଦାକୁ ଭାଗ ଭାଗ କରିବା। ଆମ୍ଭେମାନେ ଟାବେଲର ପୁତ୍ରକୁ ଯିହୁଦାର ନୂଆ ରାଜାରୂପେ ସ୍ଥାପନ କରିବା।”’”
7 ମୋର ପ୍ରଭୁ ସଦାପ୍ରଭୁ କୁହନ୍ତି, “ତାଙ୍କର କୁମନ୍ତ୍ରଣା ସଫଳ ହେବ ନାହିଁ। କାରଣ ଏହା ଆଦୌ ଘଟିବ ନାହିଁ। 8 ଯେତେବେଳେ ରତ୍ସୀନ ଦମ୍ମେଶକର ରାଜା ହେବେ ଏହା ଘଟିବ ନାହିଁ। କାରଣ ପଞ୍ଚଷଠି ବର୍ଷ ମଧ୍ୟରେ ଇଫ୍ରୟିମ ଇସ୍ରାଏଲ ଏପରି ଖଣ୍ଡ ବିଖଣ୍ଡିତ ହେବ ଯେ ତାହା ଏକ ଗୋଷ୍ଠୀ ହୋଇ ରହିବ ନାହିଁ। 9 ଶମରିୟା ଯେତେବେଳେ ଇଫ୍ରୟିମର ରାଜଧାନୀ ଓ ରମଲିୟର ପୁତ୍ର ଶମରିୟାର ରାଜା ସେତେବେଳେ ସେମାନଙ୍କର କୁମନ୍ତ୍ରଣା ସଫଳ ହେବ ନାହିଁ। ତୁମ୍ଭେ ଯଦି ଦୃଢ଼ ଭାବରେ ରହିପାରିବ ନାହିଁ, ତୁମ୍ଭେ ଅଗ୍ରସର ହୋଇ ପାରିବ ନାହିଁ।”
ଇମ୍ମାନୁୟେଲ-ପରମେଶ୍ୱର ଆମ୍ଭମାନଙ୍କ ସହିତ ଅଛନ୍ତି
10 ତା'ପରେ ସଦାପ୍ରଭୁ ଆହସଙ୍କୁ କହି ଗ୍ଭଲିଲେ। 11 ସେ କହିଲେ, “ଏ ଗୁଡ଼ିକ ସତ୍ୟ ବୋଲି ତୁମ୍ଭେ ନିଜକୁ ପ୍ରମାଣ କରିବାକୁ ଏକ ଚିହ୍ନ ମାଗ। ସେହି ଚିହ୍ନ ଅଧୋଲୋକରୁ ହେଉ କିମ୍ବା ଉର୍ଦ୍ଧଲୋକରୁ ହେଉ ସଦାପ୍ରଭୁଙ୍କୁ ସେହି ଚିହ୍ନ ମାଗ।”
12 ମାତ୍ର ଆହସ କହିଲେ, “ମୁଁ ପ୍ରମାଣ ସ୍ୱରୂପ ଚିହ୍ନ ମାଗିବି ନାହିଁ। କାରଣ ମୁଁ ସଦାପ୍ରଭୁଙ୍କୁ ପରୀକ୍ଷା କରିବାକୁ ଗ୍ଭହେଁ ନାହିଁ।”
13 ତା'ପରେ ଯିଶାଇୟ କହିଲେ, “ହେ ଦାଉଦଙ୍କର ବଂଶ! ସାବଧାନ ହୋଇ ଶୁଣ। ତୁମ୍ଭେମାନେ ତୁଚ୍ଛମାନବର ଧୈର୍ଯ୍ୟକୁ ପରୀକ୍ଷା କରିଛ ବୋଲି ମୋର ପ୍ରଭୁ ପରମେଶ୍ୱରଙ୍କ ଧୈର୍ଯ୍ୟକୁ ପରୀକ୍ଷା କରି ପାରିବ ନାହିଁ। 14 ମାତ୍ର ମୋର ପ୍ରଭୁ ପରମେଶ୍ୱର ଏକ ଚିହ୍ନ ଦେଖାଇବେ।
ଦେଖ, ଏକ ଯୁବତୀ ଗର୍ଭବତୀ ହୋଇ
ଏକ ପୁତ୍ର ସନ୍ତାନ ଜନ୍ମ ଦେବ।
ତା'ର ନାମ ସେ ଇମ୍ମାନୁୟେଲ ଦେବ।
15 ଇମ୍ମାନୁୟେଲ ଲହୁଣୀ ଓ ମହୁ ଖାଇବ।
ତେଣୁ ସେ ଭଲକୁ ଗ୍ରହଣ କରିବା ଓ ମନ୍ଦକୁ ତ୍ୟାଗ କରିବା ଜାଣିବ।
16 ବାଳକଟି ଭଲକୁ ଗ୍ରହଣ କରିବା ଓ ମନ୍ଦକୁ ଅଗ୍ରାହ୍ୟ କରିବା ଜାଣିବା ପୂର୍ବରୁ ତୁମ୍ଭେମାନେ ଇଫ୍ରୟିମକୁ
ଓ ଅରାମକୁ ତ୍ୟାଗ କରିବ। କାରଣ “ତୁମ୍ଭେମାନେ ସେହି ଦୁଇ ରାଜାଙ୍କୁ ଘୃଣା କରିଅଛ।
17 ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କୁ ଭୟ କରିବ। “କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ଏକ ଦୁଃଖ ସମୟ ଆଣିବେ। ସେହି ଦୁଃସମୟ ତୁମ୍ଭ ଲୋକମାନଙ୍କ ପାଇଁ ଆସିବ ଓ ତୁମ୍ଭ ପିତୃବଂଶ ପାଇଁ ଆସିବ। ପରମେଶ୍ୱର କ’ଣ କରିବେ? ସେ ଅଶୂରର ରାଜାଙ୍କୁ ତୁମ୍ଭ ବିରୁଦ୍ଧରେ ଲଢ଼ିବାକୁ ଆଣିବେ।
18 “ସେହି ସମୟରେ ସଦାପ୍ରଭୁ ‘ମକ୍ଷିକା’କୁ ଆହ୍ୱାନ ଦେବେ। ସେହି ମକ୍ଷିକା ମିଶରର ନଦୀ ନିକଟରେ ଅଛି। ବର୍ତ୍ତମାନ ‘ମଧୁମକ୍ଷିକା’ ଅଶୂର ଦେଶରେ ଅଛନ୍ତି ଏହି ଶତ୍ରୁଗଣ ତୁମ୍ଭ ରାଜ୍ୟକୁ ଆସିବେ। 19 ସେହି ଶତ୍ରୁଗଣ ଗହ୍ୱରମାନଙ୍କର, ପର୍ବତର ଗୁମ୍ଫାମାନଙ୍କରେ କଣ୍ଟାବୁଦାମାନଙ୍କରେ ଓ ଚରାଭୂମିମାନଙ୍କରେ ବାସ କରିବେ। 20 ସଦାପ୍ରଭୁ ଯିହୁଦାକୁ ଦଣ୍ଡ ଦେବାକୁ ଅଶୂରକୁ ବ୍ୟବହାର କରିବେ। ଅଶୂର ଭଡ଼ାଟିଆ ଏବଂ କ୍ଷୁର ସଦୃଶ ବ୍ୟବହୃତ ହେବ। ଯିହୁଦାର ମସ୍ତକ ଓ ପଦକୁ କ୍ଷୌର ସଦାପ୍ରଭୁଙ୍କ ଦ୍ୱାରା ହେବ। ସଦାପ୍ରଭୁ ଯିହୁଦାର ଦାଢ଼ି କ୍ଷୌର କରିବେ।
21 “ସେହି ସମୟରେ କେହି ଜଣେ ବ୍ୟକ୍ତି ଗୋଟିଏ ଗାଈ ଓ ଦୁଇ ଗୋଟି ମେଷ ପାଳିବେ। 22 ସେହି ଗାଈର ପ୍ରଚୁର ଦୁଗ୍ଧରେ ସେ ଦଧି ଖାଇବେ ଓ ସେ ଦେଶର ପ୍ରତ୍ୟେକ ଲୋକ ଦଧି ଓ ମଧୁ ଭକ୍ଷ୍ୟଣ କରିବେ। 23 ସେହି ଭୂମିରେ କ୍ଷେତମାନଙ୍କରେ ଏକ ହଜାର ଦ୍ରାକ୍ଷାଲତା ହେବ। ପ୍ରତ୍ୟେକ ଦ୍ରାକ୍ଷାଲତାର ମୂଲ୍ୟ 1,000 ରୌପ୍ୟ ମୁଦ୍ରା ହେବ। ମାତ୍ର ସେହି କ୍ଷେତ ଅନାବନା ଘାସ ଓ କଣ୍ଟକ ପୂର୍ଣ୍ଣ ହେବ। 24 ସେହି ଭୂମି ବଣ ହୋଇଯିବ ଏବଂ ତାହା କେବଳ ଶିକାର ଯୋଗ୍ୟ ହେବ। 25 ଦିନ ଥିଲା ଲୋକମାନେ ସେଠାରେ କାର୍ଯ୍ୟରତ ରହୁଥିଲେ ଓ ପାହାଡ଼ ଉପରେ ଖାଦ୍ୟ ଉତ୍ପାଦନ କରୁଥିଲେ। ମାତ୍ର ସେଦିନ ଲୋକମାନେ ଆଉ ସେଠାକୁ ଯିବେ ନାହିଁ। ସେହି ସ୍ଥାନ ଅନାବନା ଘାସ ଓ କଣ୍ଟକରେ ପୂର୍ଣ୍ଣ ହେବ। କେବଳ ମେଣ୍ଢା ଓ ଗୋରୁପଲମାନଙ୍କର ସେ ଚରାଭୂଇଁ ହେବ।”
ଅଶୂର ଶୀଘ୍ର ଆସିବେ
8 ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଏକ ବୃହତ ଫଳକ ନେଇ ଏକ ସ୍ୱତନ୍ତ୍ର ଲେଖନୀ ସାହାଯ୍ୟରେ ତା'ଉପରେ ଏହି କଥାସବୁ ଲେଖ। ତାହା ହେଉଛି, ‘ମହେର-ଶାଲଲ-ହାଶ୍-ବସ୍।’ ଏହାର ଅର୍ଥ ହେଉଛି, ‘ଖୁବ୍ ଶୀଘ୍ର ଲୁଣ୍ଠନ ଓ ଗ୍ଭେରି ହେବ।’”
2 ବିଶ୍ୱସ୍ତ ସାକ୍ଷୀ ହେବାକୁ ମୁଁ କେତେକ ଲୋକ ସଂଗ୍ରହ କଲି। ସେହି ବିଶ୍ୱସ୍ତ ସାକ୍ଷୀ ହେବେ ଉରିୟ ଯାଜକ ଓ ଯିବୋରିଖିୟର ପୁତ୍ର ସଖରିଅ। ଏହି ଲୋକମାନେ ସେହି ବାକ୍ୟ ଲେଖିବାକୁ ଲକ୍ଷ୍ୟ କଲେ। 3 ତା'ପରେ ମୁଁ ଭବିଷ୍ୟଦ୍ବକ୍ତ୍ରୀଙ୍କ ନିକଟକୁ ଗଲି। ସେ ଗର୍ଭବତୀ ଥିଲେ ଓ ଏକ ପୁତ୍ର ପ୍ରସବ କଲେ। ତା'ପରେ ସଦାପ୍ରଭୁ ମୋତେ କହିଲେ, “ତାହାର ନାମ ମହେର-ଶାଲଲ-ହାଶ୍-ବସ୍ ରଖ।” 4 ଏ ନାମ କାହିଁକି ରଖାଯିବ। କାରଣ ବାଳକଟି “ପିତାମାତା” ଡାକିବା ପାଇଁ ଜ୍ଞାନ ପାଇବା ପୂର୍ବରୁ ପରମେଶ୍ୱର ସମସ୍ତ ଧନ ସମ୍ପଦ ଦମ୍ମେଶକରୁ ଓ ଶମରିୟାରୁ ନେଇଯାଇଥିବେ ଏବଂ ସେ ସମସ୍ତ ଧନକୁ ଅଶୂର ରାଜାଙ୍କୁ ଦେଇ ଦେବେ।’
5 ପୁନର୍ବାର ସଦାପ୍ରଭୁ ମୋତେ କହିଲେ। 6 ମୋର ପ୍ରଭୁ କହିଲେ, “ଏହି ଲୋକମାନେ ଶୀଲୋହର ଧୀରସ୍ରୋତକୁ ଅଗ୍ରାହ୍ୟ କରି ରତ୍ସୀନ୍ ଓ ରମଲିୟର ପୁତ୍ର, ପେକହ ସହିତ ଆନନ୍ଦ କରୁଛନ୍ତି।” 7 ମାତ୍ର ମୁଁ ସଦାପ୍ରଭୁ ଅଶୂର ରାଜା ଓ ତାହାର ସମସ୍ତ ଶକ୍ତିକୁ ତୁମ୍ଭ ବିରୁଦ୍ଧରେ ଆଣିବି। ସେମାନେ ଫରାତ୍ ନଦୀର ଶକ୍ତିଶାଳୀ ବନ୍ୟାର ସ୍ରୋତ ପରି ପ୍ରବଳ ପରାକ୍ରମୀ ହୋଇ ଆସିବେ। ବନ୍ୟାଜଳ କୂଳ ଲଙ୍ଘନ କଲାପରି ସେମାନେ ସମସ୍ତଙ୍କ ଉପରେ ପ୍ରଭାବ ବିସ୍ତାର କରିବେ। 8 ସେହି ଜଳରାଶି ଯିହୁଦା ପର୍ଯ୍ୟନ୍ତ ମାଡ଼ିଯିବ ଓ ଯିହୁଦାର କଣ୍ଠ ପର୍ଯ୍ୟନ୍ତ ବ୍ୟାପିବ। ପରିଶେଷରେ ତାକୁ ବୁଡ଼ାଇ ଦେବ।
“ହେ ଇମ୍ମାନୁୟେଲ, ଏହି ବନ୍ୟାଦ୍ୱାରା ତୁମ୍ଭର ସମସ୍ତ ଦେଶ ଜଳମଗ୍ନ ହେବ।”
9 ହେ ଗୋଷ୍ଠୀସମୂହ, ତୁମ୍ଭେମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ,
ମାତ୍ର ତୁମ୍ଭେମାନେ ପରାସ୍ତ ହେବ।
ହେ ଦୂର ଦେଶୀୟ ଲୋକମାନେ, ତୁମ୍ଭେମାନେ ଧ୍ୟାନପୂର୍ବକ ଶୁଣ।
ତୁମ୍ଭେମାନେ ଯୁଦ୍ଧପାଇଁ ପ୍ରସ୍ତୁତ ହେଲେବି
ତୁମ୍ଭେମାନେ ପରାଜିତ ହେବ।
10 ତୁମ୍ଭେମାନେ ଯୁଦ୍ଧ ପାଇଁ ଯେତେ ମନ୍ତ୍ରଣା କଲେ
ମଧ୍ୟ ତୁମ୍ଭମାନଙ୍କର ମନ୍ତ୍ରଣା ସଫଳ ହେବ ନାହିଁ।
ତୁମ୍ଭର ସୈନ୍ୟମାନଙ୍କ ପ୍ରତି ଆଦେଶ ନିଷ୍ଫଳ ହେବ।
କାହିଁକି ଏହା ଘଟିବ।
କାରଣ ପରମେଶ୍ୱର ଆମ୍ଭମାନଙ୍କ ସହିତ ଅଛନ୍ତି।
ଯିଶାଇୟଙ୍କ ପ୍ରତି ସତର୍କ ବାଣୀ
11 ସଦାପ୍ରଭୁ ତାଙ୍କର ମହାନ ଶକ୍ତି ବଳରେ ମୋତେ କହିଲେ। ଅନ୍ୟ ଗୋଷ୍ଠୀର ଲୋକଙ୍କପରି ନ ହେବାକୁ ସେ ମୋତେ ସତର୍କ କରି କହିଲେ। 12 “ପ୍ରତ୍ୟେକ ଲୋକ କହୁଛନ୍ତି ଯେ ଅନ୍ୟ ଲୋକମାନେ ତାଙ୍କ ବିରୁଦ୍ଧରେ ମନ୍ତ୍ରଣା କରୁଛନ୍ତି। ତୁମ୍ଭେ ସେ ସବୁକୁ ବିଶ୍ୱାସ କର ନାହିଁ। ଅନ୍ୟ ଲୋକମାନେ ଭୟଭୀତ ହେଲାପରି ତୁମ୍ଭେ ଭୟଭୀତ ହୁଅ ନାହିଁ। ସେ ସବୁକୁ ତୁମ୍ଭେ ଆଦୌ ଭୟ କର ନାହିଁ।”
13 ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ତୁମ୍ଭେ କେବଳ ଭୟ କର। ତାଙ୍କୁ ହିଁ କେବଳ ଭକ୍ତି କରିବ। ସେହି ହେଉଛନ୍ତି ଏକମାତ୍ର ଯାହାଙ୍କୁ ତୁମ୍ଭେ ଭୟ କର। 14 ଯଦି ତୁମ୍ଭେ ସଦାପ୍ରଭୁଙ୍କୁ ସମ୍ମାନ ଏବଂ ଭକ୍ତି କରିବ ଏବଂ ପବିତ୍ରରେ ତାଙ୍କୁ ଗ୍ରହଣ କର, ତେବେ ସେ ତୁମ୍ଭର ଏକମାତ୍ର ଆଶ୍ରୟ ସ୍ଥାନ ହେବେ। କିନ୍ତୁ ତୁମ୍ଭେ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶକ ନୁହଁ। ତେଣୁ ସେ ପଥର ସଦୃଶ ଯାହା ଜଣେ ଝୁଣ୍ଟିପଡ଼େ, ଯିରୁଶାଲମ ଲୋକମାନଙ୍କ ପାଇଁ ଗୋଟିଏ ଯନ୍ତା ଓ ଫାଶ। 15 ଅନେକ ଲୋକ ଏହି ପଥରଦ୍ୱାରା ପତିତ ହେବେ। ସେମାନେ ପତିତ ହୋଇ ଭଗ୍ନ ହେବେ ଏବଂ ଫାଶରେ ପଡ଼ି ବାନ୍ଧି ହୋଇଯିବେ।
16 ଯିଶାଇୟ କହିଲେ, “ତୁମ୍ଭେ ଏକ ଚୁକ୍ତିକର ଓ ଏହାକୁ ମୁଦ୍ରିତ କର। ମୋର ଶିକ୍ଷାଗୁଡ଼ିକୁ ଭବିଷ୍ୟତ ପାଇଁ ରକ୍ଷାକର। ମୋର ଶିଷ୍ୟମାନଙ୍କ ପାଇଁ ଏହା କର।”
17 ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଅପେକ୍ଷା କରିବି।
ଯେତେବେଳେ ଯାକୁବ ପରିବାରରୁ ସେ ଆପଣାର ମୁଖ ଲୁଗ୍ଭନ୍ତି।
ମୁଁ ସଦାପ୍ରଭୁଙ୍କ ଉପରେ ଆଶା ରଖିବି, ମୁଁ ଏଥିପାଇଁ ଅପେକ୍ଷା କରିବି।
18 “ଇସ୍ରାଏଲର ଲୋକମାନଙ୍କ ପାଇଁ ମୁଁ ଓ ମୋର ପିଲାମାନେ ସଙ୍କେତ ଓ ପ୍ରମାଣ। କାରଣ ସିୟୋନ ପର୍ବତ ଉପରେ ବାସ କରୁଥିବା ସଦାପ୍ରଭୁ ସର୍ବଶକ୍ତିମାନଙ୍କ ଦ୍ୱାରା ଆମ୍ଭେମାନେ ପ୍ରେରିତ ହୋଇଅଛୁ।’
19 କେତେକ ଲୋକ କୁହନ୍ତି, “ଭବିଷ୍ୟଦ୍ବକ୍ତା ଓ ଗୁଣିଆମାନଙ୍କୁ କ’ଣ କରିବାକୁ ହେବ ପଗ୍ଭର। ଏହି ଆଗତ ଭବିଷ୍ୟତ କହୁଥିବା ବ୍ୟକ୍ତି ଓ ଗୁଣିଆଗଣ ପକ୍ଷୀ ପରି ଗୁଣୁଗୁଣୁ ହୋଇ ମନ୍ତ୍ର କୁହନ୍ତି, ଫଳରେ ଲୋକମାନେ ଭାବନ୍ତି ସେମାନେ ବହୁ ଗୋପନୀୟ ମୃତ ଓ ଜୀବିତମାନଙ୍କ ବିଷୟରେ ଜାଣନ୍ତି।” ମାତ୍ର ମୁଁ ତୁମ୍ଭକୁ କହୁଛି ଯେ “ଲୋକମାନେ ସେମାନଙ୍କର ପରମେଶ୍ୱରଙ୍କୁ ସାହାଯ୍ୟ ଭିକ୍ଷା କରିବା ଉଚିତ୍। ସେହି ଆଗତ ଭବିଷ୍ୟତ କହୁଥିବା ବ୍ୟକ୍ତି ଓ ଗୁଣିଆଗଣ ମୃତ ବ୍ୟକ୍ତିଙ୍କ ବିଷୟରେ ପଗ୍ଭରନ୍ତି। ସେମାନେ କ’ଣ ଜୀବିତମାନଙ୍କ ବିଷୟରେ ମୃତମାନଙ୍କଠାରୁ ଜାଣି ପାରିବେ?” 20 ତୁମ୍ଭେମାନେ ଚୁକ୍ତି ଅନୁସାରେ ପ୍ରଭୁଙ୍କ ଶିକ୍ଷାସମୂହକୁ ଅନୁସରଣ କର। ତୁମ୍ଭେମାନେ ଯଦି ସେ ଆଦେଶକୁ ଅନୁସରଣ ନ କରିବ ତେବେ ତୁମ୍ଭେମାନେ ଭୁଲ୍ ପଥରେ ଯିବ। ସେହି ଭୁଲ ଆଦେଶ ଆଗତ ଭବିଷ୍ୟତ କହୁଥିବା ବ୍ୟକ୍ତି ଗୁଣିଆମାନଙ୍କଠାରୁ ଆସିଛି। ସେ ଆଦେଶ ନିରର୍ଥକ। ତୁମ୍ଭେମାନେ ତାହା ଅନୁସରଣ କଲେ କିଛି ଲାଭ ତୁମ୍ଭମାନଙ୍କର ହେବ ନାହିଁ। 21 ତୁମ୍ଭେମାନେ ଯଦି ସେହି ଭୁଲ ଆଦେଶ ପାଳନ କରିବ ତେବେ ଦେଶରେ କଷ୍ଟ ଓ ଅନାହାର ଦେଖାଦେବ। ସେତେବେଳେ ସେମାନେ ବିରକ୍ତ ହେବେ ଏବଂ ସେମାନଙ୍କର ଶାସକ ଓ ପରମେଶ୍ୱରଙ୍କ ବିରୁଦ୍ଧରେ କହିବେ। ତା'ପରେ ସେମାନେ ପରମେଶ୍ୱରଙ୍କଠାରୁ ସାହାଯ୍ୟ ପାଇଁ ଊର୍ଦ୍ଧ୍ୱକୁ ଗ୍ଭହିଁବେ। 22 ଯଦି ସେମାନେ ତାଙ୍କର ଦେଶର ଗ୍ଭରିଆଡ଼କୁ ଦୃଷ୍ଟିପାତ କରିବେ ତେବେ ସେମାନେ କେବଳ ଦୁଃଖ ଓ ଯାତନାରୂପକ ଅନ୍ଧକାର ଦେଖିବେ ଓ ସେହି ଦୁଃଖରୂପକ ଅନ୍ଧକାର ଦେଖି ଦେଶ ପରିତ୍ୟାଗ କରିବାକୁ ବାଧ୍ୟ ହେବେ। ପୁଣି ସେହି ଅନ୍ଧକାରରେ ଆବଦ୍ଧ ହୋଇଥିବା ବ୍ୟକ୍ତି ନିଜକୁ ସେଥିରୁ ଉଦ୍ଧାର କରି ପାରିବେ ନାହିଁ।
2010 by World Bible Translation Center