Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 1-4

ଆମୋସଙ୍କର ପୁତ୍ର ଯିଶାଇୟଙ୍କର ଦର୍ଶନ, ପରମେଶ୍ୱର ଯିହୁଦା ଓ ଯିରୁଶାଲମର ଯାହାସବୁ ଘଟିଥିଲା ସେସବୁ ଯିଶାଇୟଙ୍କୁ ଦେଖାଇଲେ ଉଷିୟ, ଯୋଥମ୍, ଆହସ୍ ଓ ହିଜକିୟଙ୍କ ରାଜତ୍ୱ କାଳରେ ଯିହୁଦାରେ ଯାହାସବୁ ଘଟିଥିଲା ଯିଶାଇୟ ଦର୍ଶନ କଲେ।

ପରମେଶ୍ୱରଙ୍କର ତାଙ୍କ ସନ୍ତାନଗଣଙ୍କ ବିରୁଦ୍ଧରେ ଅଭିଯୋଗ

ହେ ସ୍ୱର୍ଗ, ହେ ପୃଥିବୀ, ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ! ସଦାପ୍ରଭୁ କହିଛନ୍ତି,

“ଆମ୍ଭେ ସନ୍ତାନଗଣଙ୍କୁ ପ୍ରତିପାଳନ ଓ ଭରଣପୋଷଣ କରିଅଛୁ,
    ମାତ୍ର ସେମାନେ ଆମ୍ଭର ବିରୁଦ୍ଧାଚରଣ କରିଛନ୍ତି।
ଗାଈ ତା'ର ମୁନିବକୁ ଜାଣେ,
    ଗଧ ନିଜର ମୁନିବର ସଂଗ୍ଭଳକଙ୍କୁ ଜାଣେ,
ମାତ୍ର ଇସ୍ରାଏଲ ଲୋକମାନେ ମୋତେ ଚିହ୍ନି ପାରିଲେ ନାହିଁ।
    ମୋର ଲୋକମାନେ ମୋତେ ବୁଝୁ ନାହାନ୍ତି।”

ଇସ୍ରାଏଲ ଗୋଷ୍ଠୀ ପାପରେ ପରିପୂର୍ଣ୍ଣ। ସେମାନେ ଅଧର୍ମ ଓ ପାପରେ ଭାରାକ୍ରାନ୍ତ। ସେମାନେ ଏକ ଭ୍ରଷ୍ଟାଗ୍ଭରୀ ବଂଶ ଦୁଷ୍କର୍ମକାରୀ ସନ୍ତାନଗଣ। ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଛନ୍ତି। ସେମାନେ ଇସ୍ରାଏଲର ପବିତ୍ର ପୁରୁଷଙ୍କୁ ଅବଜ୍ଞା କରିଛନ୍ତି। ସେମାନେ ତାଙ୍କୁ ଜଣେ ଅଜଣାବ୍ୟକ୍ତି ପରି ବ୍ୟବହାର କରିଛନ୍ତି ଓ ଛାଡ଼ି ଗ୍ଭଲିଯାଇଛନ୍ତି।

ପରମେଶ୍ୱର କୁହନ୍ତି, “ଆମ୍ଭେ କାହିଁକି ତୁମ୍ଭମାନଙ୍କ ପ୍ରତି ଶାସ୍ତି ବିଧାନ କରି ଗ୍ଭଲିବୁ। ତୁମ୍ଭମାନଙ୍କୁ ଦଣ୍ଡ ଦେଲୁ। ମାତ୍ର ତୁମ୍ଭମାନଙ୍କର କିଛି ପରିବର୍ତ୍ତନ ହେଲା ନାହିଁ। ତୁମ୍ଭେମାନେ ମୋ’ ବିରୁଦ୍ଧରେ ବିଦ୍ରୋହ କରି ଗ୍ଭଲିଛ। ବର୍ତ୍ତମାନ ସମସ୍ତ ମସ୍ତକ ଓ ସମସ୍ତ ହୃଦୟ ପୀଡ଼ିତ। ତୁମ୍ଭମାନଙ୍କର ଆପାଦମସ୍ତକ କ୍ଷତ ବିକ୍ଷତ ଓ ପୂଜ ଘା’ରେ ପରିପୂର୍ଣ୍ଣ। ତୁମ୍ଭେମାନେ ସେ କ୍ଷତର ଯତ୍ନ ନେଲ ନାହିଁ। ତୁମ୍ଭମାନଙ୍କର ସେହି କ୍ଷତଗୁଡ଼ିକ ପରିଷ୍କୃତ ହୋଇ ନାହିଁ କିମ୍ବା ଆବୃତ ହୋଇ ନାହିଁ।

“ତୁମ୍ଭମାନଙ୍କର ଦେଶ ଧ୍ୱଂସ ପ୍ରାପ୍ତ। ତୁମ୍ଭମାନଙ୍କର ନଗରଗୁଡ଼ିକ ଅଗ୍ନିରେ ଭସ୍ମିଭୂତ ହୋଇଅଛି। ତୁମ୍ଭମାନଙ୍କର ଦେଶ ଶତ୍ରୁମାନଙ୍କ ଦ୍ୱାରା ଅଧିକୃତ। ସୈନ୍ୟବାହିନୀ ଦ୍ୱାରା ଦେଶ ଧ୍ୱଂସ ହେଲାପରି ତୁମ୍ଭର ଦେଶ ଧ୍ୱଂସ ହୋଇଯାଇଛି।

ଯିରୁଶାଲମ ପ୍ରତି ଚେତାବନି

ସିୟୋନର କନ୍ୟା ପରିତ୍ୟକ୍ତ ଦ୍ରାକ୍ଷାକ୍ଷେତ୍ର‌ରେ ଗୋଟିଏ କୁଡ଼ିଆ ସଦୃଶ ଦେଖାଯାଉଛି। ଏକ ପରିତ୍ୟକ୍ତ କାକୁଡ଼ିକ୍ଷେତ୍ର ସଦୃଶ। ଆଉ ଏହା ଶତ୍ରୁମାନଙ୍କ ଦ୍ୱାରା ଅବରୋଧିତ ନଗର ସଦୃଶ ହୋଇଅଛି।’ ଏହା ସତ୍ୟ ଅଟେ। ମାତ୍ର ସଦାପ୍ରଭୁ ସର୍ବଶକ୍ତିମାନ ଅବଶିଷ୍ଟ ଅଳ୍ପ ଲୋକଙ୍କୁ ବଞ୍ଚିବାକୁ ଦେଲେ। ତା’ ନ ହୋଇଥିଲେ ଆମ୍ଭେମାନେ ସଦୋମ ଓ ହମୋରାର ପରି ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇଥା’ନ୍ତୁ।

10 ହେ ସଦୋମର ପ୍ରାଚୀନଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାର୍ତ୍ତା ଶୁଣ। ହେ ହମୋରାର ଲୋକମାନେ, ପରମେଶ୍ୱରଙ୍କ ଶିକ୍ଷାସମୂହ ପ୍ରତି ଧ୍ୟାନ ଦିଅ। 11 ପରମେଶ୍ୱର କୁହନ୍ତି, “ମୁଁ ତୁମ୍ଭମାନଙ୍କର ଏହି ବଳିଦାନସବୁ କାହିଁକି ଦରକାର କରେ? ମୁଁ ମେଷର ଓ ହୃଷ୍ଟପୁଷ୍ଟ ଗୋରୁଗାଈର ମେଦର ହୋମବଳି ପ୍ରତି ବିତୃଷ୍ଣା ହୋଇ ଯାଇଛି। ମୁଁ ଆଉ ଷଣ୍ଢ, ମେଷ ଓ ଛାଗମାନଙ୍କର ରକ୍ତ ଗ୍ଭହେଁ ନାହିଁ। 12 “ଯେତେବେଳେ ତୁମ୍ଭେମାନେ ମୋତେ ସାକ୍ଷାତ କରିବାକୁ ଆସିଛ ତୁମ୍ଭେମାନେ ମୋର ପ୍ରାଙ୍ଗଣରେ ସମସ୍ତ ଜିନିଷକୁ ପଦଦଳିତ କରିଛ। କିଏ ତୁମ୍ଭମାନଙ୍କୁ ଏହା କରିବାକୁ କହିଥିଲା?

13 “ତୁମ୍ଭେମାନେ ମୋତେ ଆଉ ଏହି ଅର୍ଥହୀନ ବଳିଦାନ ଉତ୍ସର୍ଗ ଆଣ ନାହିଁ। ତୁମ୍ଭର ଧୂପକୁ ମୁଁ ଘୃଣା କରେ। ତୁମ୍ଭର ଅମାବାସ୍ୟା, ସ୍ୱତନ୍ତ୍ର ପର୍ବ ଓ ବିଶ୍ରାମ ଦିନ ଉତ୍ସବକୁ ମୁଁ ସହି ପାରୁ ନାହିଁ। ତୁମ୍ଭେମାନେ ପବିତ୍ର ମହାସଭାରେ ଯେଉଁ ଅଧର୍ମ କରିଛ ମୁଁ ତାହା ସହିପାରୁ ନାହିଁ। 14 ଆମ୍ଭର ପ୍ରାଣ ତୁମ୍ଭମାନଙ୍କର ଅମାବାସ୍ୟା ଓ ନିରୂପିତ ପର୍ବମାନଙ୍କୁ ଘୃଣା କରେ। ସେହିସବୁ ଭାର ଆମ୍ଭ ପ୍ରତି କ୍ଳେଶଦାୟକ ଓ ଆମ୍ଭେ ସେ ଭାର ବହନ କରିବାକୁ କ୍ଳାନ୍ତ ହୋଇଅଛୁ।

15 “ତୁମ୍ଭେମାନେ ସବୁ ହସ୍ତ ପ୍ରସାରଣ କରି ମୋତେ ପ୍ରାର୍ଥନା କରିବ, ମାତ୍ର ମୁଁ ବିମୁଖ ହୋଇ ଚକ୍ଷୁ ଆଚ୍ଛାଦିତ କରିବି। ତୁମ୍ଭେମାନେ ସବୁ ଅନେକ ପ୍ରାର୍ଥନା କରିବ, ମାତ୍ର ମୁଁ ତାହା ଶୁଣିବି ନାହିଁ। କାରଣ ତୁମ୍ଭମାନଙ୍କର ହସ୍ତ ରକ୍ତରେ ପରିପୂର୍ଣ୍ଣ।

16 “ତୁମ୍ଭେମାନେ ନିଜକୁ ପ୍ରକ୍ଷାଳନ କର। ନିଜକୁ ପରିଷ୍କାର କର। ମନ୍ଦକାର୍ଯ୍ୟରୁ ନିବୃତ୍ତ ହୁଅ। ମୁଁ ତୁମ୍ଭମାନଙ୍କର ସେହି ମନ୍ଦ କର୍ମ ଦେଖିବାକୁ ଇଚ୍ଛା କରେ ନାହିଁ। କୁକର୍ମରୁ ନିବୃତ୍ତ ହୁଅ। 17 ସୁକର୍ମ କରିବାକୁ ଶିକ୍ଷା କର। ଅନ୍ୟମାନଙ୍କ ପ୍ରତି ନ୍ୟାୟ ଆଚରଣ କର। ଅନ୍ୟକୁ ଆଘାତ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦିଅ। ପିତୃମାତୃହୀନ ସନ୍ତାନମାନଙ୍କୁ ସାହାଯ୍ୟ କର। ବିଧବାମାନଙ୍କୁ ସାହାଯ୍ୟ କର।”

18 ସଦାପ୍ରଭୁ ପୁଣି କୁହନ୍ତି, “ଆସ, ମୋ’ ସହିତ ଆଳାପ କର। ତୁମ୍ଭମାନଙ୍କର ପାପ ସିନ୍ଦୁରବର୍ଣ୍ଣ ପରି ଲାଲ ହେଲେ ହେଁ ବରଫ ସଦୃଶ ଶୁଭ୍ର ହେବ। ଆଉ ତୁମ୍ଭମାନଙ୍କର ପାପ ଉଜ୍ଜ୍ୱଳ ଲୋହିତ ବର୍ଣ୍ଣ ପରି ହେଲେ ହେଁ ମେଷଲୋମ ସଦୃଶ ଶୁଭ୍ର ହେବ।

19 “ଯଦି ତୁମ୍ଭେମାନେ ମୋର ବାକ୍ୟ ପ୍ରତି ଧ୍ୟାନ ଦେବ ଓ ମୋର ଆଜ୍ଞାବହ ହେବ ତେବେ ତୁମ୍ଭେମାନେ ଦେଶରେ ଉତ୍ତମ ଫଳ ଭୋଗ କରିବ। 20 ଯଦି ତୁମ୍ଭେମାନେ ମୋର ବାକ୍ୟ ପ୍ରତି ଧ୍ୟାନ ନ ଦିଅ ଏବଂ ମୋର ବିରୁଦ୍ଧାଚରଣ କର, ତେବେ ତୁମ୍ଭର ଶତ୍ରୁ ତୁମ୍ଭକୁ ଧ୍ୱଂସ କରିବେ।”

ସଦାପ୍ରଭୁ ନିଜେ ଏହିସବୁ କହିଛନ୍ତି।

ଯିରୁଶାଲମ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନୁହେଁ

21 ପରମେଶ୍ୱର କୁହନ୍ତି, “ଯିରୁଶାଲମ ଏକ ନଗର ଯାହା ମୋ’ ପ୍ରତି ବିଶ୍ୱସ୍ତ ଥିଲା। କିଏ ଏହାକୁ ଏକ ବ୍ୟଭିଗ୍ଭରିଣୀରେ ପରିଣତ କଲା? ଯିରୁଶାଲମ ନ୍ୟାୟ ପୂର୍ଣ୍ଣ ହେବା ଉଚିତ୍। ଯିରୁଶାଲମର ଲୋକମାନେ ଯାହା ଠିକ୍ ତାହା କରିବା ଉଚିତ୍। ବର୍ତ୍ତମାନ ଏହା ତଣ୍ଟିକଟା ଓ ହତ୍ୟାକାରୀମାନଙ୍କର ବାସସ୍ଥାନରେ ପରିଣତ ହୋଇଛି।

22 “ଉତ୍ତମଗୁଣ ରୂପା ସଦୃଶ। ମାତ୍ର ତୁମ୍ଭର ରୂପା ଖାଦ ପାଲଟିଛି। ତୁମ୍ଭର ଦ୍ରାକ୍ଷାରସ ଜଳମିଶ୍ରିତ ହୋଇଅଛି। ଉତ୍ତମଗୁଣ ଦୁର୍ବଳ ହୋଇଛି। 23 ତୁମ୍ଭର ଶାସକଗଣ ବିଦ୍ରୋହୀ ହୋଇଛନ୍ତି ଓ ଗ୍ଭେରମାନଙ୍କର ବନ୍ଧୁ ହୋଇଛନ୍ତି। ତୁମ୍ଭର ସମସ୍ତ ଶାସକ ଲାଞ୍ଚକୁ ଭଲ ପାଆନ୍ତି। ଅନ୍ୟାୟ କାର୍ଯ୍ୟ ପାଇଁ ପାରିତୋଷିକ ଗ୍ରହଣ କରନ୍ତି। ଆଉ ସେହି ଶାସକମାନେ ଲୋକଙ୍କୁ ଠକିବାକୁ ଅର୍ଥ ନିଅନ୍ତି। ତୁମ୍ଭର ସେହି ଶାସକଗଣ ଅନାଥ ପିଲାମାନଙ୍କୁ ଓ ବିଧବାମାନଙ୍କୁ ସେମାନଙ୍କର ଦରକାର ବେଳେ ସାହାଯ୍ୟ କରନ୍ତି ନାହିଁ।’

24 ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଇସ୍ରାଏଲ ବଳଦାତା କୁହନ୍ତି, “ମୁଁ ମୋର ଶତ୍ରୁମାନଙ୍କୁ ଶାସ୍ତି ଦେବି, ତୁମ୍ଭେମାନେ ମୋତେ ଆହୁରି ଯାତନା ଦେବ ନାହିଁ। 25 ଲୋକମାନେ ରୂପାର ଖାଦ ଦୂର କରିବାକୁ ଏକ ପ୍ରକାର ଜିନିଷ ବ୍ୟବହାର କରନ୍ତି। ସେହିପରି ଭାବରେ ମୁଁ ତୁମ୍ଭମାନଙ୍କର ଅପବିତ୍ରତାକୁ ଦୂର କରିବି। ତୁମ୍ଭମାନଙ୍କ ଭିତରୁ ସମସ୍ତ ମନ୍ଦ ଜିନିଷ କାଢ଼ି ନେବି ଓ ତୁମ୍ଭମାନଙ୍କୁ ପବିତ୍ର କରିବି। 26 ଆଦ୍ୟ ସମୟ ପରି ମୁଁ ବିଗ୍ଭରକାରୀଗଣଙ୍କୁ ଫେରାଇ ଆଣିବି। ପୂର୍ବେ ପୂର୍ବର ତୁମ୍ଭମାନଙ୍କର ମନ୍ତ୍ରୀମାନଙ୍କ ପରି ପରାମର୍ଶଦାତାଙ୍କୁ ପୁନଃସ୍ଥାପନ କରିବି। ତା'ପରେ ତୁମ୍ଭେ ‘ଉତ୍ତମ ଓ ବିଶ୍ୱସ୍ତ ନଗରୀ ବୋଲି କଥିତ ହେବ।”’

27 ପରମେଶ୍ୱର ଉତ୍ତମ ଏବଂ ସେ ନ୍ୟାୟ ବିଗ୍ଭର କରନ୍ତି। ତେଣୁ ସେ ସିୟୋନକୁ ରକ୍ଷା କରିବେ ଏବଂ ଲୋକମାନେ ତାଙ୍କ ନିକଟକୁ ପ୍ରତ୍ୟାବର୍ତ୍ତନ କରିବେ। 28 ମାତ୍ର ସମସ୍ତ ଅଧର୍ମାଗ୍ଭରୀ ଓ ପାପୀଗଣ ବିନଷ୍ଟ ହେବେ। ଯେଉଁମାନେ ସଦାପ୍ରଭୁଙ୍କୁ ଅବଜ୍ଞା କରନ୍ତି ସେମାନେ ସଂହାରିତ ହେବେ।

29 ତୁମ୍ଭେମାନେ ପୂଜା କରିବାକୁ ବାଛିଥିବା ଅଲୋନଗଛ ଓ ସ୍ୱତନ୍ତ୍ର ବଗିଗ୍ଭ ପାଇଁ ଭବିଷ୍ୟତରେ ଲୋକମାନେ ଲଜ୍ଜିତ ହେବେ। 30 ଏହା ଘଟିବ କାରଣ ତୁମ୍ଭେମାନେ ଶୁଷ୍କ ପତ୍ର ବିଶିଷ୍ଟ ଅଲୋନଗଛ ଓ ନିର୍ଜନ ଉଦ୍ୟାନ ସଦୃଶ ହେବ। 31 ଶକ୍ତିଶାଳୀ ମାନବ ଶୁଷ୍କ କାଠି ସଦୃଶ ହେବେ ଏବଂ ସେମାନଙ୍କର କର୍ମ ଅଗ୍ନିକଣା ସଦୃଶ ହେବ। ସେହି ବଳବାନ୍ ଲୋକମାନେ ଓ ସେମାନଙ୍କର କର୍ମ ସବୁ ଅଗ୍ନିରେ ପୋଡ଼ି ଦେବେ। ସେହି ଅଗ୍ନିକୁ କେହି ନିର୍ବାପିତ କରି ପାରିବେ ନାହିଁ।

ଯିହୂଦା ଓ ଯିରୁଶାଲମ ପ୍ରତି ପରମେଶ୍ୱରଙ୍କର ବାର୍ତ୍ତା

ଆମୋସଙ୍କ ପୁତ୍ର ଯିଶାଇୟ ଯିହୁଦା ଓ ଯିରୁଶାଲମ ବିଷୟରେ ଯେଉଁ ଦର୍ଶନ ପାଇଥିଲେ ତାହାର ବୃତ୍ତାନ୍ତ।

ଶେଷ ଦିନରେ ଏହା ହିଁ ଘଟିବ।
    ସଦାପ୍ରଭୁଙ୍କର ମନ୍ଦିରର ପର୍ବତ ଉଚ୍ଚତମ ଶିଖରରେ ହେବ।
ଏହା ଅନ୍ୟ ସମସ୍ତ ପାହାଡ଼ଗୁଡ଼ିକ ମଧ୍ୟରେ ଉଚ୍ଚତର ହେବ।
    ସମସ୍ତ ଗୋଷ୍ଠୀର ଲୋକମାନେ ସ୍ରୋତ ସଦୃଶ ସେଠାକୁ ଧାବିତ ହେବେ।
ବହୁ ଲୋକ ସେଠାକୁ ଯିବେ।
    ସେମାନେ କହିବେ, “ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ପର୍ବତକୁ ଯିବା।
    ଯାକୁବଙ୍କ ପରମେଶ୍ୱରଙ୍କ ମନ୍ଦିରକୁ ଆମ୍ଭେମାନେ ଯିବା।
ସେତେବେଳେ ପରମେଶ୍ୱର ଆମ୍ଭମାନଙ୍କୁ ତାଙ୍କ ପଥ ବିଷୟରେ ଶିକ୍ଷା ଦେବେ।
    ଆମ୍ଭେମାନେ ତାହା ଅନୁସରଣ କରିବା।”

ପରମେଶ୍ୱରଙ୍କର ଶିକ୍ଷାସମୂହ-ସଦାପ୍ରଭୁଙ୍କ ବାର୍ତ୍ତା ଯିରୁଶାଲମରେ ସିୟୋନ ପର୍ବତରୁ
    ଆରମ୍ଭ ହୋଇ ସମଗ୍ର ବିଶ୍ୱରେ ପ୍ରସାରିତ ହେବ।
ତା'ପରେ ପରମେଶ୍ୱର ସମଗ୍ର ମାନବ ଗୋଷ୍ଠୀର ବିଗ୍ଭରକ ହେବେ।
    ଅନେକ ଗୋଷ୍ଠୀ ବିଷୟରେ ପରମେଶ୍ୱର ଶେଷ ନିଷ୍ପତ୍ତି ଦେବେ।
ସେହି ଲୋକମାନେ ଯୁଦ୍ଧ ପାଇଁ ସେମାନଙ୍କର ଅସ୍ତ୍ର ବ୍ୟବହାର କରିବେ ନାହିଁ।
    ସେମାନେ ‌‌ଖ‌ଡ଼୍‌ଗରେ ଲଙ୍ଗଳର ଲୁହା ତିଆରି କରିବେ,
    ବର୍ଚ୍ଛାରେ ଦାଆ ତିଆରି କରିବେ।
ସେମାନେ ଅନ୍ୟ ବିରୁଦ୍ଧରେ ଆଉ ଯୁଦ୍ଧ କରିବେ ନାହିଁ।
    ସେମାନେ କେବେ ଆଉ ଯୁଦ୍ଧ ପାଇଁ ତାଲିମ ନେବେ ନାହିଁ।

ହେ ଯାକୁବ ବଂଶ, ଆସ, ସଦାପ୍ରଭୁଙ୍କର ଆଜ୍ଞା ପାଳନ କର।

ମୁଁ ଏହା କହୁଛି, କାରଣ ତୁମ୍ଭେମାନେ ଯାକୁବ ବଂଶକୁ ପରିତ୍ୟାଗ କରିଛ। ତୁମ୍ଭେମାନେ ସେହି ଲୋକ ଯେଉଁମାନେ କି ପୂର୍ବଦେଶୀୟମାନଙ୍କ ଆଗ୍ଭରରେ ପରିପୂର୍ଣ୍ଣ। ତୁମ୍ଭେମାନେ ପଲେଷ୍ଟୀୟମାନଙ୍କ ପରି ଭବିଷ୍ୟ‌ଦ୍‌ବାଣୀ କହିବାକୁ ଚେଷ୍ଟା କରିବ। ତୁମ୍ଭର ଲୋକମାନେ ବିଦେଶୀୟମାନଙ୍କର ସେହି ଭ୍ରାନ୍ତ ଧାରଣାକୁ ସମ୍ପୂର୍ଣ୍ଣଭାବରେ ଗ୍ରହଣ କରି ନେଇଛନ୍ତି। ତୁମ୍ଭମାନଙ୍କର ଦେଶ ସୁନା ଓ ରୂପାରେ ପରିପୂର୍ଣ୍ଣ। ସେଠାରେ ଧନରତ୍ନର ସୀମା ନାହିଁ। ତୁମ୍ଭମାନଙ୍କର ଦେଶ ମଧ୍ୟ ଅଶ୍ୱରେ ପରିପୂର୍ଣ୍ଣ ଓ ସେଠାରେ ରଥର ସୀମା ନାହିଁ। ଆଉମଧ୍ୟ ତୁମ୍ଭମାନଙ୍କର ଦେଶ ଲୋକମାନଙ୍କ ଦ୍ୱାରା ପୂଜିତ ପ୍ରତିମାରେ ପରିପୂର୍ଣ୍ଣ। ସେହି ପ୍ରତିମାଗୁଡ଼ିକ ଲୋକମାନଙ୍କ ସ୍ୱହସ୍ତ ନିର୍ମିତ ଓ ସେମାନେ ସେଗୁଡ଼ିକୁ ପୂଜା କରୁଛନ୍ତି। ଲୋକମାନେ ମନ୍ଦରୁ ମନ୍ଦତର ହେଉଛନ୍ତି। ସେମାନେ ଅଧୋଗାମୀ ହୋଇଛନ୍ତି। ତେଣୁ ଏହା ନିଶ୍ଚିତ ଯେ, ପରମେଶ୍ୱର କେବେ ସେମାନଙ୍କୁ କ୍ଷମା କରିବେ ନାହିଁ।

10 ଯାଅ, ମାଟିତଳେ ଓ ପର୍ବତର ପୃଷ୍ଠଭାଗରେ ନିଜକୁ ଲୁଗ୍ଭଅ! କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କର ସର୍ବଶକ୍ତିମାନ ଓ ଶକ୍ତି ନିକଟରେ ଭୟଭୀତ।

11 ଗର୍ବିତ ମାନବ ଅହଙ୍କାର କରିବ ନାହିଁ। ସେହି ଅହଙ୍କାରୀଗଣ ଲଜ୍ଜାରେ ଅବନତ ହେବେ। ମାତ୍ର ସେତେବେଳେ ସଦାପ୍ରଭୁ ସ୍ଥିର ଓ ଉନ୍ନତ ରହିବେ।

12 ସଦାପ୍ରଭୁଙ୍କର ଏକ ସ୍ଥିରକୃତ ଦିନ ଆସିବ। ସେହି ଦିନ ସଦାପ୍ରଭୁ ଅହଙ୍କାରୀ ଓ ଗର୍ବିତ ଲୋକଙ୍କୁ ଦଣ୍ଡ ଦେବେ। ସେତେବେଳେ ସେହି ଗର୍ବିତ ଲୋକମାନେ ନିଜକୁ ବଡ଼ ମନେ କରିବେ ନାହିଁ। 13 ସେହି ଅହଙ୍କାର ଲୋକମାନେ ଲିବାନୋନ ଓ ବାଶନର ଦେବଦାରୁ ଓ ଅଲୋନଗଛ ପରି ଉଚ୍ଚ ଓ ମହାନ ହେବେ। ମାତ୍ର ସଦାପ୍ରଭୁ ସେମାନଙ୍କୁ ଦଣ୍ଡ ଦେବେ। 14 ସେହି ଅହଙ୍କାରୀ ମାନବ ପର୍ବତ ଓ ପାହାଡ଼ ସଦୃଶ ଉନ୍ନତ ଓ ଉଚ୍ଚ ହେବେ। 15 ଆଉମଧ୍ୟ ସେହି ଗର୍ବିତ ଲୋକମାନେ ଉଚ୍ଚ ସ୍ତମ୍ଭ ଓ ଶକ୍ତ କାନ୍ଥ ସଦୃଶ ହେବେ। ମାତ୍ର ପରମେଶ୍ୱର ସେମାନଙ୍କୁ ଶାସ୍ତି ଦେବେ। 16 ପୁଣି ସେହି ଅହଙ୍କାରୀଗଣ ତର୍ଶୀଶର ବିଭିନ୍ନ ପଦାର୍ଥରେ ପରିପୂର୍ଣ୍ଣ ଜାହାଜ ସଦୃଶ ମହାନ ହେବେ। ମାତ୍ର ପରମେଶ୍ୱର ସେମାନଙ୍କୁ ଦଣ୍ଡ ଦେବେ।

17 ସେତେବେଳେ ଲୋକମାନେ ଗର୍ବିତ ହେବାରୁ ନିବୃତ୍ତ ହେବେ। ସେହି ଗର୍ବିତ ମାନବ ନମ୍ର ହେବେ ଏବଂ କେବଳ ସେହି ଦିନରେ ସଦାପ୍ରଭୁ ଉଚ୍ଚରେ ରହିବେ। 18 ପୁଣି ସମସ୍ତ ପ୍ରତିମା ଲୁପ୍ତ ହେବେ। 19 ସେତେବେଳେ ଲୋକମାନେ ସଦାପ୍ରଭୁ ଓ ତାଙ୍କର ମହାନଶକ୍ତି ଦେଖି ଭୟଭୀତ ହେବେ। ସଦାପ୍ରଭୁ ପୃଥିବୀକୁ ଏପରି କମ୍ପିତ କରିବେ ଯେ, ଲୋକମାନେ ଭୟଭୀତ ହୋଇ ପର୍ବତ ଗୁମ୍ଫାରେ ଓ ପୃଥିବୀର ଗର୍ତ୍ତରେ ଲୁଚିବେ।

20 ସେତେବେଳେ ଲୋକମାନେ ସେମାନଙ୍କ ଦ୍ୱାରା ନିର୍ମାଣ କରିଥିବା ଓ ପୂଜା କରୁଥିବା ସୁନା ଓ ରୂପାର ପ୍ରତିମାଗୁଡ଼ିକୁ ଫିଙ୍ଗି ଦେବେ। ସେମାନେ ସେହି ପ୍ରତିମାଗୁଡ଼ିକୁ ମୂଷିକ ଓ ବାଦୁଡ଼ିମାନଙ୍କର ଗହ୍ୱର ଭିତରରେ ଫିଙ୍ଗି ଦେବେ। 21 ସଦାପ୍ରଭୁ ପୃଥିବୀରେ ଏପରି ଭାବରେ କମ୍ପନ ସୃଷ୍ଟି କରିବେ ଯେ ଲୋକମାନେ ସଦାପ୍ରଭୁଙ୍କ ଐଶ୍ୱର୍ଯ୍ୟ ପୂର୍ବକ ମହିମାକୁ ଭୟଭୀତ ହୋଇ ଗୁମ୍ଫାରେ ସେମାନଙ୍କୁ ଲୁଗ୍ଭଇ ରଖିବେ।

22 ତୁମ୍ଭେମାନେ ପ୍ରାଣବାୟୁଧାରୀ ମନୁଷ୍ୟ ଉପରେ ବିଶ୍ୱାସ ରଖିବ ନାହିଁ। ମନୁଷ୍ୟମାତ୍ରେ ମୃତ୍ୟୁ ସୁନିଶ୍ଚିତ। ଏମାନେ ଯେ ଈଶ୍ୱରଙ୍କ ପରି ବଳବାନ୍ ଏହା ତୁମ୍ଭେମାନେ ଚିନ୍ତା କରିବା ଉଚିତ୍ ନୁହେଁ।

ଦେଖ, ମୁଁ ତୁମ୍ଭମାନଙ୍କୁ କହୁଅଛି। ପ୍ରଭୁ, ସର୍ବଶକ୍ତିମାନ ସଦାପ୍ରଭୁ ଯିହୁଦା ଓ ଯିରୁଶାଲମ ଯାହା ଉପରେ ନିର୍ଭର କରନ୍ତି ସେ ସମସ୍ତ ଜିନିଷ କାଢ଼ିନେବେ। ପରମେଶ୍ୱର ସମସ୍ତ ଅନ୍ନ ଓ ଜଳ ଦୂରେଇ ନେବେ। ଆଉମଧ୍ୟ ପରମେଶ୍ୱର ସମସ୍ତ ଯୋଦ୍ଧା ଓ ବୀର, ବିଗ୍ଭରକର୍ତ୍ତା ଓ ଭବିଷ୍ୟ‌ଦ୍‌ବକ୍ତା, ମନ୍ତ୍ରଦ୍ରଷ୍ଟା ଓ ପ୍ରାଚୀନବର୍ଗଙ୍କୁ ଦୂରେଇ ନେବେ। ପରମେଶ୍ୱର ପଞ୍ଚାଶତପତି ଓ ସମ୍ଭ୍ରାନ୍ତ ତଥା ମନ୍ତ୍ରୀ ଓ ନିପୁଣ ଶିଳ୍ପକର ଏବଂ ଜ୍ଞାନୀ ଓ ଭବିଷ୍ୟତ ମନ୍ତ୍ରଦ୍ରଷ୍ଟାମାନଙ୍କୁ ମଧ୍ୟ ଦୂରେଇ ନେବେ।

ପରମେଶ୍ୱର କୁହନ୍ତି, “ସେମାନଙ୍କ ଉପରେ ଶାସନ କରିବା ପାଇଁ ମୁଁ ଯୁବା ପିଲାମାନଙ୍କୁ ବନ୍ଦୋବସ୍ତ କରିବି ଓ ଶିଶୁମାନେ ସେମାନଙ୍କୁ ପରିଗ୍ଭଳନା କରିବେ। ଜଣେ ଅନ୍ୟ ଜଣଙ୍କ ଦ୍ୱାରା ଓ ପ୍ରତ୍ୟେକ ବ୍ୟକ୍ତି ଅନ୍ୟ ପ୍ରତିବାସୀ ଦ୍ୱାରା ଆପଣା ପ୍ରତିବାସୀ ଦୁଃଖ କରିବେ। ବଳିଷ୍ଠ ବ୍ୟକ୍ତି, ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଯତ୍ନ ନେବେ ନାହିଁ। ସାଧାରଣ ବ୍ୟକ୍ତି ମହତ ଲୋକମାନଙ୍କୁ ସମ୍ମାନ ଜଣାଇବେ ନାହିଁ।”

ସେତେବେଳେ କେହିଜଣେ ନିଜ ପରିବାର ମଧ୍ୟରୁ ଜଣକୁ ଧରି କହିବେ, “ହେ ଭାଇ, ତୁମ୍ଭର ବସ୍ତ୍ର ଅଛି, ତେଣୁ ତୁମ୍ଭେ ଆମ୍ଭର ଶାସନକର୍ତ୍ତା ହେବ। ତୁମ୍ଭେ ଏହି ନିପାତିତ ରାଜ୍ୟର ଅଧିପତି ହେବ।”

ମାତ୍ର ସେହି ଭାଇଟି ଉଚ୍ଚସ୍ୱରରେ କହିବ, “ମୁଁ ତୁମ୍ଭମାନଙ୍କୁ ସାହାଯ୍ୟ କରି ପାରିବି ନାହିଁ। ମୋର ଗୃହରେ ପ୍ରଚୁର ଖାଦ୍ୟ ଓ ବସ୍ତ୍ର ନାହିଁ। ମୋତେ ତୁମ୍ଭେମାନେ ତୁମ୍ଭର ଶାସନକର୍ତ୍ତା କର ନାହିଁ।”

ଏପରି ଘଟିବାର କାରଣ ଯିରୁଶାଲମ ବିପଥଗାମୀ ହୋଇ ବିନଷ୍ଟ ହୋଇଛି। ଯିହୁଦା ପରମେଶ୍ୱରଙ୍କୁ ଅବଜ୍ଞାକରି ନିପାତିତ ହୋଇଛି। ସେମାନଙ୍କର ବାକ୍ୟ ଓ କାର୍ଯ୍ୟ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରୁଛି। ସେମାନେ ସଦାପ୍ରଭୁଙ୍କ ମହିମାରେ ଉପହାସ କରୁଛନ୍ତି।

ସେମାନଙ୍କର ମୁଖମଣ୍ଡଳରୁ କୁକର୍ମ କରି ଦୋଷୀ ହେବାର ପରିଚୟ ମିଳେ। ଆଉମଧ୍ୟ ସେମାନେ ସେମାନଙ୍କର ପାପ ଲାଗି ଗର୍ବିତ। ସଦୋମର ଲୋକମାନଙ୍କ ପରି ସେମାନେ ସେମାନଙ୍କର ପାପକୁ ଗୋପନ ରଖନ୍ତି। ଏହା ସେମାନଙ୍କ ପାଇଁ କୁଫଳ ହେବ କାରଣ ସେମାନେ ନିଜେ ନିଜର ଅନିଷ୍ଟ କରିବାକୁ ଯାଆନ୍ତି।

10 ଉତ୍ତମ ଲୋକମାନଙ୍କୁ କୁହ, ସେମାନେ ଉତ୍ତମଫଳ ଭୋଗ କରିବେ। ସେମାନେ ସେମାନଙ୍କର ସୁକର୍ମ ଯୋଗୁଁ ପୁରସ୍କୃତ ହେବେ। 11 ମାତ୍ର ଦୁରାଗ୍ଭରୀମାନଙ୍କ ପାଇଁ ଏହା ଅତି ମନ୍ଦଫଳ ହେବ। ସେମାନଙ୍କୁ ବହୁକଷ୍ଟ ଆସିବ। ସେମାନେ ସେମାନଙ୍କର କୁକର୍ମ ଯୋଗୁଁ ଦଣ୍ଡିତ ହେବେ। 12 ବାଳକମାନେ ମୋର ଲୋକମାନଙ୍କୁ ପରାଜିତ କରିବେ ଓ ସ୍ତ୍ରୀମାନେ ମୋର ଲୋକମାନଙ୍କୁ ଶାସନ କରିବେ।

ହେ ମୋର ଲୋକମାନେ, ତୁମ୍ଭମାନଙ୍କର ପଥପ୍ରଦର୍ଶକ ତୁମ୍ଭମାନଙ୍କୁ ବିପଥଗାମୀ କରୁଛନ୍ତି। ସେମାନେ ତୁମ୍ଭମାନଙ୍କୁ ନ୍ୟାୟପଥରୁ ଦୂରେଇ ନିଅନ୍ତି।

ଆପଣାର ଲୋକମାନଙ୍କ ସମ୍ବନ୍ଧରେ ପରମେଶ୍ୱରଙ୍କ ନିଷ୍ପତ୍ତି

13 ସଦାପ୍ରଭୁ ଲୋକମାନଙ୍କର ବିଗ୍ଭର ପାଇଁ ଠିଆ ହେଉଛନ୍ତି। ସେ ଜାଗି ଉଠିବେ ଓ ତାଙ୍କର ଲୋକମାନଙ୍କ ବିଗ୍ଭର କରିବେ। 14 ସଦାପ୍ରଭୁ ପ୍ରାଚୀନ ଓ ଅଧିପତିମାନେ କରିଥିବା କର୍ମ ପାଇଁ ସେମାନଙ୍କ ବିରୁଦ୍ଧରେ ବିଗ୍ଭର ଦେବେ।

ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ଯିହୁଦାର ଦ୍ରାକ୍ଷାକ୍ଷେତ୍ରକୁ ଭସ୍ମ କରି ଦେଇଛ। ଦରିଦ୍ରମାନଙ୍କର ଧନକୁ ଲୁଣ୍ଠନ କରିଛ ଏବଂ ସେହି ଧନ ଏବେ ମଧ୍ୟ ତୁମ୍ଭମାନଙ୍କ ଗୃହରେ ଅଛି। 15 ତୁମ୍ଭେମାନେ କେଉଁ ଅଧିକାରରେ ମୋର ଲୋକମାନଙ୍କୁ ଅତ୍ୟାଗ୍ଭର କଲ? କେଉଁ ଅଧିକାରରେ ଦରିଦ୍ରମାନଙ୍କର ମୁଖକୁ ଘଷି ମଳିନ କଲ?” ମୋର ପ୍ରଭୁ, ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।

16 ସଦାପ୍ରଭୁ ପୁଣି କୁହନ୍ତି, “ସିୟୋନର ନାରୀମାନେ ଅତି ଅହଙ୍କାରିଣୀ ହୁଅନ୍ତି। ସେମାନେ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠା ବୋଲି ଦେଖାଇ ହୋଇ ମଥା ଉନ୍ନତ୍ତ କରି ବୁଲନ୍ତି। ସେମାନେ କଟାକ୍ଷପାତ କରି ଚଞ୍ଚଳ ଗତିରେ ଗ୍ଭଲିବାବେଳେ ସେମାନଙ୍କର ପାଦର ନୂପୁର ରୁଣୁଝୁଣୁ ହୁଏ।”

17 ମୋର ପ୍ରଭୁ ସେହି ସିୟୋନ କନ୍ୟାମାନଙ୍କର ମସ୍ତକରେ ଘାଆ କରିବେ। ସଦାପ୍ରଭୁ ସେହି ସ୍ତ୍ରୀଲୋକମାନଙ୍କର ମସ୍ତକର କେଶ ରାଶିକୁ ଉତ୍ପାଟନ କରିବେ। 18 ସେହି ସମୟରେ, ସଦାପ୍ରଭୁ ସେହି ସ୍ତ୍ରୀଲୋକମାନେ ଗର୍ବ କରୁଥିବା ଜିନିଷଗୁଡ଼ିକୁ ସେମାନଙ୍କଠାରୁ କାଢ଼ିନେବେ। ସେ ସେମାନଙ୍କ ପାଦରୁ ନୂପୁର ଏବଂ ସେମାନଙ୍କ ବେକରୁ ଚନ୍ଦ୍ରାହାର କାଢ଼ିନେବେ।’ 19 ଆଉ ମଧ୍ୟ କର୍ଣ୍ଣକୁଣ୍ଡଳ, ଚୁଡ଼ି ଓ ଘୁମଟା କାଢ଼ିନେବେ। 20 ଶିରୋଭୂଷଣ ଓ ପାଦର ବଳା, କଟିବନ୍ଧନୀ, ଅତରଦାନୀ ଓ କବଚ 21 ମୁଦି ଓ ନୋଥ, 22 ଉତ୍ସବ କାଳୀନ ବସ୍ତ୍ର, ଆବରଣୀୟ ବସ୍ତ୍ର, ସାଲ ଓ ଟଙ୍କା ଥଳି 23 ଦର୍ପଣ ଓ ସୂକ୍ଷ୍ମବସ୍ତ୍ର ଓ ଶିରୋବନ୍ଧନୀ ଓ ଓଢ଼ଣି କାଢ଼ି ପକାଇବେ।

24 ସେହି ସ୍ତ୍ରୀଲୋକମାନଙ୍କର ସୁଗନ୍ଧ ଦ୍ରବ୍ୟ ବଦଳରେ ଦୁର୍ଗନ୍ଧ ଓ କ୍ଲେଦରେ, କଟିବସ୍ତ୍ର ରଜ୍ଜୁରେ ସୁନ୍ଦର ମଥା ବିନା କେଶରେ ଉତ୍ସବକାଳୀନ ପୋଷାକ ଲୋତକ ପୂର୍ଣ୍ଣ ଏବଂ ଦୁଃଖ ବସ୍ତ୍ରରେ ସେମାନଙ୍କ ସୌନ୍ଦର୍ଯ୍ୟ ମୁଖମଣ୍ଡଳ କ୍ଷତ ଚିହ୍ନ ଏବଂ ଅସୁନ୍ଦର ଦାଗ ବହନ କରିବ।

25 ସେହି ସମୟରେ ତୁମ୍ଭର ପୁରୁଷଗଣ ‌‌ଖ‌ଡ଼୍‌ଗ ଘାତରେ ଓ ଯୋଦ୍ଧାଗଣ ଯୁଦ୍ଧରେ ନିହତ ହେବେ। 26 ସିୟୋନ ନଗରରେ ଦ୍ୱାରଦେଶ ଶୋକ ଓ ବିଳାପରେ ମୁଖରିତ ହେବ। ଯିରୁଶାଲମ ଗ୍ଭେରଦ୍ୱାରା ଲୁଣ୍ଠିତା ନାରୀ ସଦୃଶ ଶୂନ୍ୟ ହୋଇ ପଡ଼ି ରହିବ। ସେ ଭୂମି ଉପରେ ବସି କେବଳ ବିଳାପ କରିବ।

ସେହି ସମୟରେ ସାତ ଜଣ ସ୍ତ୍ରୀ ଏକ ପୁରୁଷକୁ ଧରି କହିବେ, “ଆମ୍ଭେମାନେ ଆମ୍ଭ ନିଜର ଅନ୍ନ ଭୋଜନ କରିବୁ ଓ ନିଜର ବସ୍ତ୍ର ପରିଧାନ କରିବୁ। ତୁମ୍ଭେ ଯଦି ଆମ୍ଭମାନଙ୍କୁ ବିବାହ କରିବ ତାହାହେଲେ ଆମ୍ଭେମାନେ ଆମ୍ଭମାନଙ୍କର ସମସ୍ତ କାର୍ଯ୍ୟ କରିବୁ। ଆମ୍ଭମାନଙ୍କୁ କେବଳ ତୁମ୍ଭର ନାମରେ ଖ୍ୟାତ କର ଓ ଆମ୍ଭମାନଙ୍କର ଲଜ୍ଜା ଅପମାନକୁ ଦୂର କର।”

ସେହି ସମୟରେ, ସଦାପ୍ରଭୁଙ୍କ ଶାଖା (ଯିହୁଦା) ଅତି ମନୋରମ ଆକର୍ଷଣୀୟ ଓ ମହାନ ହେବ। ଇସ୍ରାଏଲର ପରିବେଷ୍ଟନୀୟର ଉପଯୋଗୀ ସେମାନଙ୍କ ଦେଶର ଉତ୍ତମ ଫଳ ଯୋଗୁଁ ଗୌରବାନ୍ୱିତ ହେବେ। ସେହି ସମୟରେ ସିୟୋନ ଓ ଯିରୁଶାଲମର ଅବଶିଷ୍ଟ ସମସ୍ତ ଲୋକ ସ୍ୱତନ୍ତ୍ର ଓ ପବିତ୍ର ଲୋକ ବୋଲି କଥିତ ହେବେ। ଏହା ସେହି ଲୋକମାନଙ୍କ ପ୍ରତି ଘଟିବ ଯେଉଁମାନେ ଏକ ସ୍ୱତନ୍ତ୍ର ତାଲିକାରେ ଥିବେ ଓ ସେହି ତାଲିକାଭୁକ୍ତ ଲୋକେ କେବଳ ବଞ୍ଚି ରହିବେ।

ସଦାପ୍ରଭୁ ସିୟୋନର ନାରୀମାନଙ୍କର ମଇଳାକୁ ଧୌତ କରିବେ। ସେ ଯିରୁଶାଲମର ସମସ୍ତ ରକ୍ତକୁ ଧୋଇ ଦେବେ। ପରମେଶ୍ୱର ତାଙ୍କର ନ୍ୟାୟ ଆତ୍ମାକୁ ପ୍ରୟୋଗ କରିବେ। ଆଉ ମଧ୍ୟ ସେ ତାଙ୍କର ଜ୍ୱଳନ୍ତ ଆତ୍ମାକୁ ବ୍ୟବହାର କରିବେ। ସେତେବେଳେ ପରମେଶ୍ୱର ତାଙ୍କର ଲୋକମାନଙ୍କ ସହିତ ଅଛନ୍ତି ବୋଲି ପ୍ରମାଣ କରିବେ। ଦିବସରେ ପରମେଶ୍ୱର ଧୂମର ମେଘ ସୃଷ୍ଟି କରିବେ ଓ ରାତ୍ରିରେ ଜ୍ୱଳନ୍ତ ଅଗ୍ନିଶିଖା ସୃଷ୍ଟି କରିବେ। ଆଉ ଏହା ପ୍ରମାଣିତ ହେବ ଯେ ସିୟୋନର ସମସ୍ତ ପର୍ବତ ଓ ସମସ୍ତ ଆବାସ ଉପର ଆକାଶ ଏହି ଧୂମ ରୂପକ ମେଘରେ ଆଚ୍ଛାଦିତ ହେବ। ପ୍ରତ୍ୟେକ ଲୋକର ସୁରକ୍ଷା ପାଇଁ ଚନ୍ଦ୍ରାତାପ ବିସ୍ତୃତ ହେବ। ଏହି ଆଚ୍ଛାଦନ ଏକ ନିରାପଦ ସ୍ଥାନ ହେବ। ଏହା ଦିବସରେ ସୂର୍ଯ୍ୟ ତାପରୁ ସୁରକ୍ଷା ଦେବ ଓ ସମସ୍ତ ବନ୍ୟା, ଝଡ଼ ଓ ବର୍ଷାରୁ ଏହି ଛାୟା ରକ୍ଷା କରିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center