Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ପରମଗୀତ 1-8

ଶଲୋମନଙ୍କର ପରମଗୀତର ଗୀତଗୁଡ଼ିକ।

ସ୍ତ୍ରୀ ପୁରୁଷକୁ ଭଲପାଏ

ମୋତେ ଚୁମ୍ବନ ଦିଅ।
    ତୁମ୍ଭ ପାଟିରେ ମୋତେ ଚୁମ୍ବନ ଦିଅ।
    ତୁମ୍ଭର ପ୍ରେମ ଦ୍ରାକ୍ଷାରସଠାରୁ ଉତ୍ତମ।
ତୁମ୍ଭ ସୁଗନ୍ଧି ତୈଳର ସୁବାସ ଉତ୍ତମ।
    ତୁମ୍ଭ ନାମ ଢଳା ସୁଗନ୍ଧି ତୈଳ ସ୍ୱରୂପ।
    ତେଣୁ କୁମାରୀଗଣ ତୁମ୍ଭକୁ ପ୍ରେମ କରନ୍ତି।
ମୋତେ ଏକା ତୁମ୍ଭ ପାଖକୁ ଟାଣିନିଅ।
    ଆସ ଆମ୍ଭେ ଏକତ୍ରିତ ହୋଇ ଦୌଡ଼ିବା।

ରାଜା ଆପଣା ଅନ୍ତଃପୁରକୁ ମୋତେ ଆଣିଅଛନ୍ତି।

ପୁରୁଷମାନଙ୍କ ପାଇଁ ଯିରୁଶାଲମର ସ୍ତ୍ରୀମାନେ

ଆମ୍ଭେମାନେ ତୁମ୍ଭଠାରେ ଆନନ୍ଦିତ ହେବା ଓ ଉଲ୍ଲାସ କରିବା।
    ଆମ୍ଭେମାନେ ଦ୍ରାକ୍ଷାରସ ଅପେକ୍ଷା ତୁମ୍ଭର ପ୍ରେମର ବିଷୟ ଅଧିକ କହିବୁ।
    ଏହା ଯଥାର୍ଥ ଯେ, ଲୋକେ ତୁମ୍ଭକୁ ପ୍ରେମ କରନ୍ତି।

ସେ (ସ୍ତ୍ରୀ) ସ୍ତ୍ରୀଲୋକମାନଙ୍କୁ କହିଲେ

ଆଗୋ ଯିରୁଶାଲମର କନ୍ୟାଗଣ,
    ମୁଁ କେଦାରର ତମ୍ବୁ ତୁଲ୍ୟ,
    ଶଲୋମନଙ୍କର ଯବନିକା ତୁଲ୍ୟ କୃଷ୍ଣବର୍ଣ୍ଣ, ତଥାପି ସୁନ୍ଦରୀ।

ମୋତେ ଦେଖ ନାହିଁ
    କାରଣ ସୂର୍ଯ୍ୟ ମୋତେ କଳା କରିଅଛି।
ମୋର ମାତାର ସନ୍ତାନଗଣ ମୋ’ ଉପରେ ରାଗିଥିଲେ।
    ସେମାନେ ମୋତେ ଦ୍ରାକ୍ଷାକ୍ଷେତ୍ର ସମୂହର ରକ୍ଷକ କଲେ।
    ମାତ୍ର ମୁଁ ମୋର ନିଜ ଦ୍ରାକ୍ଷାକ୍ଷେତ୍ରର ଯତ୍ନ ନେଇ ପାରିଲି ନାହିଁ।

ସେ (ସ୍ତ୍ରୀ) ତାହାଙ୍କୁ (ପୁ) କହେ

ହେ ମୋର ପ୍ରାଣର ପ୍ରିୟତମ,
    ତୁମ୍ଭେ କେଉଁଠାରେ ଆପଣା ଗୋରୁଗାଈ ଚରାଉ ଅଛ?
    ମଧ୍ୟାହ୍ନରେ କେଉଁଠାରେ ଶୟନ କରାଉ ଅଛ,
    ତାହା ମୋତେ ଜଣାଅ।
    ତୁମ୍ଭ ସାଙ୍ଗ ଗହଣରେ ମୁଁ କାହିଁକି ଜଣେ ଓଢ଼ଣା ଦେଉଥିବା ସ୍ତ୍ରୀଲୋକପରି ହେବି?

ସେ (ପୁ) ତାହାଙ୍କୁ (ସ୍ତ୍ରୀ) କହେ

ହେ ନାରୀ, ତୁମ୍ଭେ କେତେ ସୁନ୍ଦରୀ!
    ନିଶ୍ଚୟ ତୁମ୍ଭେ ଜାଣ କ’ଣ କରିବାକୁ ହେବ।
ମେଷମାନଙ୍କୁ ଅନୁସରଣ କର
    ଏବଂ ତୁମ ମେଷଗଣଙ୍କୁ ମେଷପାଳକ ତମ୍ବୁ ନିକଟରେ ଚରାଅ।

ଆଗୋ ମୋର ପ୍ରିୟେ ମୁଁ ଫାରୋର ରଥର ଅଶ୍ୱିନୀ ସଙ୍ଗେ
    ତୁମ୍ଭର ଉପମା ଦେଇଅଛି।
10 ତୁମ୍ଭର ଗାଲରେ ଗଣ୍ଡ ଯୁଗଳ,
    ତୁମ୍ଭ ଗଳା ଦେଶରେ ରତ୍ନହାରରେ ସୁଶୋଭିତ।
11 ମୁଁ ତୁମ୍ଭ ପାଇଁ ରୂପାଭୁଣ୍ଡି
    ଲଗା ସୁବର୍ଣ୍ଣ ପ୍ରସ୍ତୁତ କରିବି।

ସେ (ସ୍ତ୍ରୀ) କହିଲେ

12 ରାଜା ଭୋଜନାସନରେ ଉପବିଷ୍ଟ ଥିବା ବେଳେ
    ମୋ’ ଜଟାମାଂସୀର ସୁବାସ ବ୍ୟାପ୍ତ ହେଲା।
13 ମୋର ପ୍ରିୟତମ, ମୋ’ ବକ୍ଷସ୍ଥଳ ମଧ୍ୟରେ ଥିବା
    ଗନ୍ଧରସ ବୃକ୍ଷର ଥୋପା ତୁଲ୍ୟ ମୋ’ ପ୍ରତି ଅଟନ୍ତି।
14 ମୋ’ ପ୍ରିୟତମ, ମୋ’ ପ୍ରତି ଐନଗଦିର
    ଦ୍ରାକ୍ଷାକ୍ଷେତ୍ର‌ସ୍ଥ ହେନା ପୁଷ୍ପ ଗୁଚ୍ଛ ତୁଲ୍ୟ ଅଟନ୍ତି।

ସେ (ପୁ) କହିଲେ

15 ଆଗୋ ମୋର ପ୍ରିୟେ, ଦେଖ, ତୁମ୍ଭେ ସୁନ୍ଦରୀ।
    ଦେଖ, ତୁମ୍ଭେ ସୁନ୍ଦରୀ ଅଟ।
    ତୁମ୍ଭର ଆଖି କପୋତ ପରି ଅଟେ।

ସେ (ସ୍ତ୍ରୀ) କହିଲେ

16 ଦେଖ, ହେ ମୋର ପ୍ରିୟତମା, ତୁମ୍ଭେ ସୁନ୍ଦରୀ ଅଟ,
    ହଁ ତୁମ୍ଭେ ମନୋଲୋଭା
ଏବଂ ଆମ୍ଭମାନଙ୍କର ଶଯ୍ୟା ତାଜା ସବୁଜ ଘାସ ଅଟେ।
17     ଏରସ କାଠ ଆମ୍ଭମାନଙ୍କ ଗୃହର କଡ଼ି
    ଓ ଦେବଦାରୁ କାଠ ଆମ୍ଭମାନଙ୍କର ବର୍ଗା।
ମୁଁ ଶାରୋଣର ଗୋଲାପ
    ଏବଂ ଉପତ୍ୟକାର କଇଁ ଫୁଲ ଅଟେ।

ସେ (ପୁ) କହିଲେ

ହେ ମୋର ପ୍ରିୟେ, କଣ୍ଟକ ମଧ୍ୟରେ ଶୋଶନ୍ ପୁଷ୍ପ
    ସେହିପରି ତୁମ୍ଭେ ଯୁବତୀଗଣ ମଧ୍ୟରେ ମୋର ପ୍ରିୟା।

ସେ (ସ୍ତ୍ରୀ) କହିଲେ

ଯେପରି ବନବୃକ୍ଷମାନଙ୍କ ମଧ୍ୟରେ ନାଗରଙ୍ଗ ବୃକ୍ଷ,
    ସେହିପରି ଯୁବାମାନଙ୍କ ମଧ୍ୟରେ ପ୍ରିୟତମ।

ସେ (ସ୍ତ୍ରୀ) ସ୍ତ୍ରୀଲୋକମାନଙ୍କୁ କହିଲେ

ମୁଁ ପରମ ଆନନ୍ଦରେ ତାହାଙ୍କ ଛାୟା ତଳେ ବସିଲି
    ଓ ତାହାଙ୍କ ଫଳ ମୋ’ ତୁଣ୍ଡକୁ ସ୍ୱାଦୁ ଲାଗିଲା।
ସେ ଆପଣା ଭୋଜନପାନର ଗୃହକୁ ମୋତେ ଆଣିଲେ।
    ମୋ’ ଉପରେ ପ୍ରେମ ହିଁ ତାଙ୍କର ପତାକା ହେଲା।
କି‌‌‌ସ୍‌‌‌ମିସ୍ ପିଠା ଦେଇ ମୋତେ ଶକ୍ତିଶାଳୀ କର
    ଓ ସେଓ ଦେଇ ମୋତେ ସତେଜ କରି ଦିଅ, କାରଣ ମୁଁ ପ୍ରେମ ସହିତ ପୀଡ଼ିତା।
ତାହାଙ୍କ ବାମହସ୍ତ ମୋ’ ମସ୍ତକ ତଳେ ଅଛି।
    ତାହାଙ୍କ ଦକ୍ଷିଣ ହସ୍ତ ମୋତେ ଆଲିଙ୍ଗନ କରେ।

ହେ ଯିରୁଶାଲମ ଚତୁର୍ପାର୍ଶ୍ୱର କ୍ଷେତ୍ରସବୁ,[a] କ୍ଷେତ୍ରସ୍ଥିତ ହରିଣୀ ଓ ମୃଗୀଗଣର ନାମରେ ମୋ'ଠାରେ ପ୍ରତିଜ୍ଞା କର।
    ଉଚିତ୍ ସମୟରେ ନ ହେବା ପର୍ଯ୍ୟନ୍ତ ପ୍ରେମକୁ ଜଗାଅ ନାହିଁ।

ସେ (ସ୍ତ୍ରୀ) ପୁନର୍ବାର କହିଲେ

ମୁଁ ମୋର ପ୍ରିୟତମାର ରବ ଶୁଣୁ ଅଛି।
    ଦେଖ ସେ ପର୍ବତଗଣ ଉପରେ ଲୁଚି ଉପପର୍ବତଗଣ ଉପରେ
    ଡେଇଁ ଡେଇଁ ଆସୁ ଅଛନ୍ତି।
ମୋହର ପ୍ରିୟତମ ଏକ ହରିଣ
    ଓ ଏକ ତରୁଣ ମୃଗତୁଲ୍ୟ।
ଦେଖ, ସେ ଝରକା ଦେଇ ଅନାଇ ଅଛନ୍ତି,
    ପ୍ରାଚୀର ପଛେ ଠିଆ ହୋଇଅଛନ୍ତି।
    ସେ ଜାଲି ପରଦା ବାଟେ ଆପଣାକୁ ଦେଖାଉ ଅଛନ୍ତି।
10 ମୋହର ପ୍ରିୟତମ କଥା କହିଲେ
    ଓ ସେ ମୋତେ କହିଲେ, “ହେ ମୋର ପ୍ରିୟେ, ମୋହର ସୁନ୍ଦରୀ, ଉଠ,
    ବାହାରି ଆସ।
11 କାରଣ ଦେଖ ଶୀତ ଗ୍ଭଲିଯାଇଛି
    ଓ ବୃଷ୍ଟି ବନ୍ଦ ହୋଇଯାଇଛି।
12 ଭୂମିରେ ପୁଷ୍ପଗୁଡ଼ିକ ପ୍ରସ୍ଫୁଟିତ ହୋଇଅଛି।
    ପକ୍ଷୀଗଣର ଗାୟନକାଳ ଉପସ୍ଥିତ ହୋଇଅଛି।
    ଆମ୍ଭମାନଙ୍କ ଦେଶରେ କପୋତର ଶବ୍ଦ ଶୁଣା ଯାଉଅଛି।
13 ପାଚିଲା ଡିମ୍ବିରି ଫଳସବୁ ଡିମ୍ବିରି ବୃକ୍ଷରେ ଅଙ୍କୁରିତ ହେଉଛି।
    ଦ୍ରାକ୍ଷାଲତା ପୁଷ୍ପିତ ହୋଇ ଏହାର ସୁବାସ ବିଚ୍ଛୁରିତ ହୋଇଯାଉଛି।
ହେ ମୋର ପ୍ରିୟେ, ମୋର ସୁନ୍ଦରୀ, ଉଠ
    ଏବଂ ବାହାରକୁ ଆସ।”

ସେ (ପୁ) କହିଲେ

14 ହେ ମୋର କପୋତି, ତୁମ୍ଭେ ଶୈଳର ଫାଟରେ ଗଡ଼ନ୍ତି ସ୍ଥାନର ଅନ୍ତରାଳରେ ଅଛ।
    ମୋତେ ତୁମ୍ଭ ରୂପ ଦେଖିବାକୁ ଦିଅ।
ମୋତେ ତୁମ୍ଭ ରବ ଶୁଣିବାକୁ ଦିଅ।
    କାରଣ ତୁମ୍ଭର ରବ ସୁମିଷ୍ଟ
    ଓ ତୁମ୍ଭର ରୂପ ମନୋହର।

ସେ (ସ୍ତ୍ରୀ) ସ୍ତ୍ରୀଲୋକମାନଙ୍କୁ କହିଲେ

15 ଆମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ନଷ୍ଟ କରୁଥିବା
    ଛୋଟ କୋକିଶିଆଳିଗୁଡ଼ିକୁ ଧର।
କାରଣ ଆମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର
    ପୁଷ୍ପିତ ହୋଇଅଛି।

16 ହେ ମୋର ପ୍ରିୟତମ, ତୁମ୍ଭେ ମୋର,
    ମୁଁ ତୁମ୍ଭର ଅଟେ।
ମୋର ପ୍ରିୟତମ, ସେ କଇଁଫୁଲମାନଙ୍କ ମଧ୍ୟରେ ଆପଣା ପଲ ଚରାଉଅଛନ୍ତି।
17     ହେ ମୋର ପ୍ରିୟତମ, ଯେତେବେଳେ ଦିନ ଆସେ
    ଓ ଛାଇ ତୁମ୍ଭଠାରୁ ଗଡ଼ିଯାଏ,
ଫେରି ଆସ,
    ବେଥର ପର୍ବତର ହରିଣ ଓ ମୃଗଶାବକ ତୁଲ୍ୟ ହୁଅ।

ସେ (ସ୍ତ୍ରୀ) କହିଲେ

ରାତ୍ରିରେ ବିଛଣାରେ
    ମୁଁ ମୋର ନର ମଣିଷକୁ ଖୋଜିଲି ଯାହାକୁ ମୁଁ ପ୍ରେମ କରେ।
ମୁଁ ତାହାଙ୍କୁ ଖୋଜିଲି।
    କିନ୍ତୁ ମୁଁ ତାଙ୍କୁ ପାଇଲି ନାହିଁ।
ମୁଁ କହିଲି, ମୁଁ ଏବେ ଉଠି
    ନଗର ଭ୍ରମଣ କରିବି।
ଯାହାଙ୍କୁ ମୋର ପ୍ରାଣ ପ୍ରେମ କରେ,
    ତାହାଙ୍କୁ ମୁଁ ଗଳିଗଳି ଛକଛକ ଖୋଜିବି।

ମୁଁ ତାହାଙ୍କୁ ଖୋଜିଲି
    ମାତ୍ର ପାଇଲି ନାହିଁ।
ନଗର ଭ୍ରମଣକାରୀ ପ୍ରହରୀମାନେ ମୋତେ ଦେଖିଲେ।
    ମୁଁ ସେମାନଙ୍କୁ ପଗ୍ଭରିଲି, “ଯାହାଙ୍କୁ ମୋର ପ୍ରାଣ ପ୍ରେମ କରେ, ତାହାଙ୍କୁ ତୁମ୍ଭେ ଦେଖିଛ କି?”

ସେମାନଙ୍କୁ ଛାଡ଼ିବାର ଅଳ୍ପକ୍ଷଣ ପରେ ଯାହାଙ୍କୁ ମୋର ପ୍ରାଣ ପ୍ରେମ କରେ,
    ତାହାଙ୍କୁ ମୁଁ ପାଇଲି।
ମୁଁ ତାହାଙ୍କୁ ମୋର ମାର ଗୃହର କୋଠରୀକୁ ନେଇଗଲି,
    ଯେଉଁଠାରେ ମୁଁ ଗର୍ଭରେ ସଞ୍ଚାରିତ ହୋଇଥିଲି,
    ମୁଁ ତାଙ୍କୁ ଧରି ରଖିଲି ଏବଂ ଯିବାକୁ ଦେଲି ନାହିଁ।

ସେ (ସ୍ତ୍ରୀ) ଲୋକମାନଙ୍କୁ କହିଲେ

ହେ ଯିରୁଶାଲମ ଚତୁର୍ପାର୍ଶ୍ୱର କ୍ଷେତ୍ରସବୁ,
    କ୍ଷେତ୍ରର ହରିଣ ଓ କୃଷ୍ଣସାର ମୃଗଗଣର ନାମରେ ପ୍ରତିଜ୍ଞା କର।
ଉଚିତ୍ ସମୟ ନ ହେବା ଯାଏ
    ତୁମ୍ଭେମାନେ ପ୍ରେମକୁ ଜାଗ୍ରତ କର ନାହିଁ।

ସେ (ପୁ) ଏବଂ ତାଙ୍କର ଅନୁଢ଼ା କନ୍ୟା

ସିଏ କିଏ ଅଟେ,
    ଯେଉଁ ସ୍ତ୍ରୀଲୋକ ଧୂମ୍ର ସ୍ତମ୍ଭ ତୁଲ୍ୟ ପ୍ରାନ୍ତରରୁ ଆସୁଅଛି?
ଗନ୍ଧରସ ଓ କୁନ୍ଦୁରୁରେ,
    ଗନ୍ଧବଣିକର ସର୍ବପ୍ରକାର ସୁଗନ୍ଧି ଚୂର୍ଣ୍ଣରେ ସୁବାସିତା ହୋଇ।

ଦେଖ, ତାହା ଶଲୋମନଙ୍କର ଘୋଡ଼ା ଗାଡ଼ି।
    ସେଠାରେ ଷାଠିଏ ଜଣ ଇସ୍ରାଏଲୀୟ ରଥକୁ ଘେରି ଅଛନ୍ତି।
ସେ ସମସ୍ତେ ‌‌ଖ‌ଡ଼୍‌ଗଧାରି ଓ ଯୁଦ୍ଧରେ ନିପୁଣ।
    ରାତ୍ରିକାଳରେ ଆଶଙ୍କା ହେତୁ।
    ପ୍ରତ୍ୟେକର କଟି ଦେଶରେ ସ୍ୱ ସ୍ୱ ‌‌ଖ‌ଡ଼୍‌ଗ ବନ୍ଧା ଥାଏ।

ଶଲୋମନ ରାଜା ଆପଣା ପାଇଁ ଲିବାନୋ‌ନ୍‌ର
    କାଠର ଏକ ପାଲିଙ୍କି ନିର୍ମାଣ କଲେ।
10 ସେ ତହିଁରେ ସ୍ତମ୍ଭସବୁ ରୂପାର,
    ତହିଁର ତଳଭାଗ ସୁବର୍ଣ୍ଣର ଓ ତହିଁର ଆସନ ବାଇଗଣି ରଙ୍ଗର
ଏବଂ ତହିଁର ଭିତର ପାଖଗୁଡ଼ିକ,
    ପ୍ରେମ ନିମନ୍ତେ ଯିରୁଶାଲମର ଚତୁର୍ପାର୍ଶ୍ୱର ଗ୍ରାମଗୁଡ଼ିକ ସାମଗ୍ରୀ ଦ୍ୱାରା ସଜ୍ଜିତ ହୋଇଥିଲା।

11 ଆଗୋ ସିୟୋନର କନ୍ୟାଗଣ,
    ତୁମ୍ଭେମାନେ ବାହାରେ ଯାଇ
ମୁକୁଟ ଭୂଷିତ ଶଲୋମନ ରାଜାଙ୍କୁ ଦେଖ।
    ତାହାଙ୍କ ବିବାହ ଦିନରେ ଓ ତାହାଙ୍କ ମନର ଆନନ୍ଦ ଦିନରେ
    ତାହାଙ୍କ ମାତା ତାହାଙ୍କୁ ସେହି ମୁକୁଟ ପିନ୍ଧାଇ ଅଛନ୍ତି

ସେ (ପୁ) ତାଙ୍କୁ (ସ୍ତ୍ରୀ) କହିଲେ

ହେ ମୋର ପ୍ରିୟେ, ତୁମ୍ଭେ ସୁନ୍ଦରୀ ଓ
    ତୁମ୍ଭେ ଓଢ଼ଣା ତଳେ ସୁନ୍ଦରୀ ଦେଖାଯାଅ।
ତୁମ୍ଭ ନେତ୍ର କପୋତ ତୁଲ୍ୟ,
    ତୁମ୍ଭର କେଶ ଗିଲିୟଦ ପର୍ବତରୁ ଓହ୍ଲାଇ ଆସୁଥିବା ଛେଳିପଲ ତୁଲ୍ୟ।
ତୁମ୍ଭର ଦାନ୍ତଗୁଡ଼ିକ ନୂତନ ଲୋମକଟା,
    ସ୍ନାନରୁ ଉ‌‌‌ତ୍‌‌‌ଥିତ ମେଷୀ ପଲ ତୁଲ୍ୟ।
ସେଗୁଡ଼ିକୁ ଯଥାର୍ଥ ଭାବରେ ମାନିଛି
    ଏବଂ ସେଗୁଡ଼ିକ ମଧ୍ୟରୁ କେହି ହଜି ନାହାନ୍ତି।
ତୁମ୍ଭର ଓଷ୍ଠାଧର ଉଜ୍ଜ୍ୱଳ ଲୋହିତ ରଙ୍ଗର ଫିତା
    ଓ ତୁମ୍ଭର ପାଟି ସୁନ୍ଦର।
ଓଢ଼ଣା ତଳେ ତୁମ୍ଭ କପାଳ
    ଡାଳିମ୍ବ ଖଣ୍ଡ ତୁଲ୍ୟ।
ତୁମ୍ଭର ବେକ ସେହି ଦୁର୍ଗ ପରି
    ଯାହାକି ଦାଉଦଙ୍କର ଅସ୍ତ୍ରାଗାର ଧାରଣ କରିଥିଲା।
ସେହି ଦୁର୍ଗ ମଧ୍ୟରେ ଏକ ସହସ୍ର ଚର୍ମ ବୀରଗଣର
    ସକଳ ଢାଲ ଟଙ୍ଗା ଯାଇଥିଲା।
ତୁମ୍ଭର ସ୍ତନଯୁଗଳ ଶୋଶନ ପୁଷ୍ପ ବନରେ ଚରିବାର
    ଯାଆଁଳା ହରିଣ ଛୁଆ ତୁଲ୍ୟ।
ଦିବସ ନ ଆସିବା ପର୍ଯ୍ୟନ୍ତ
    ଓ ଛାୟା ବହି ନ ଯିବା ପର୍ଯ୍ୟନ୍ତ
ମୁଁ ଗନ୍ଧରସ ପର୍ବତ
    ଓ କୁନ୍ଦୁରୁ ଉପପର୍ବତକୁ ଯିବି।
ଆଗୋ ମୋର ପ୍ରିୟେ, ତୁମ୍ଭେ ମୁଣ୍ଡରୁ ପାଦ ଯାଏ ସୁନ୍ଦରୀ।
    ତୁମ୍ଭଠାରେ କୌଣସି ଖୁଣ ନାହିଁ।
ଆଗୋ ମୋର ପ୍ରିୟେ, ମୋ’ ସଙ୍ଗେ ଲିବାନୋ‌ନ୍‌ରୁ ଆସ।
    ଅମାନାର ଶୃଙ୍ଗରୁ,
ଶନୀର ଓ ହର୍ମୋଣରୁ
    ଏବଂ ସିଂହମାନଙ୍କ ଗୁମ୍ଫାରୁ
    ଓ ଚିତା ବାଘମାନଙ୍କ ବାସ ସ୍ଥାନରୁ।
ହେ ମୋର ଭଉଣୀ, ହେ ମୋର କନ୍ୟା,
    ତୁମ୍ଭେ ମୋର ହୃଦୟକୁ ତୁମ୍ଭର ଚକ୍ଷୁର ଗୋଟିଏ ଗ୍ଭହାଣିରେ
    ଏବଂ ଗୋଟିଏ ଅଳଙ୍କାର ହାରରେ ଗ୍ଭେରି କରିଅଛି।
10 ଆଗୋ ମୋର ଭଗିନୀ, ହେ ମୋର ପ୍ରିୟେ,
    ତୁମ୍ଭର ପ୍ରେମ କେମନ୍ତ ମନୋରମ।
ତୁମ୍ଭ ପ୍ରେମ ଦ୍ରାକ୍ଷାରସ ଅପେକ୍ଷା ଉତ୍ତମ।
    ପୁଣି ତୁମ୍ଭ ତୈଳର ସୁଗନ୍ଧ ସର୍ବପ୍ରକାର ସୁଗନ୍ଧି ଦ୍ରବ୍ୟ ଅପେକ୍ଷା ଉତ୍ତମ।
11 ଆଗୋ ମୋର ପ୍ରିୟେ, ମହୁଫେଣାରୁ ମହୁ ଝରିବା ପରି ତୁମ୍ଭ ଓଷ୍ଠାଧର ମହୁ ଝରେ।
    ଦୁ‌ଗ୍‌ଧମଧୁ ତୁମ୍ଭ ଜିହ୍ୱା ତଳେ ଥାଏ।
ତୁମ୍ଭ ବସ୍ତ୍ରର ସୁଗନ୍ଧି ଲିବାନୋ‌ନ୍‌ର ସୁଗନ୍ଧ ତୁଲ୍ୟ।
12 ମୋର ଭଗିନୀ, ମୋର ପ୍ରିୟେ,
    ଏକ ରୁଦ୍ଧ ଉଦ୍ୟାନ, ଏକ ରୁଦ୍ଧ ନିର୍ଝର, ଏକ ରୁଦ୍ଧ ଝରଣା।
13 ତୁମ୍ଭର ଗ୍ଭରାଗଛଗୁଡ଼ିକ ପ୍ରାଙ୍ଗଣରେ
    ବହୁମୂଲ୍ୟ ଡାଳିମ୍ବ ବୃକ୍ଷ ତୁଲ୍ୟ।
ସେଠାରେ ହେନା ଗ୍ଭରାଗଛ ଅଛି।
14     ସେଠାରେ ଜଟାମାଂସୀ ଓ କେଶର,
ବଚ ଓ ଡାଳଚିନି, ସର୍ବପ୍ରକାର କୁନ୍ଦୁରୁ ବୃକ୍ଷ ବିଶିଷ୍ଟ ଗନ୍ଧରସ
    ଓ ଅଗୁରୁ ସର୍ବପ୍ରକାର ପ୍ରଧାନ ସୁଗନ୍ଧି ବୃକ୍ଷ ଅଛି।
15 ତୁମ୍ଭେ ଉଦ୍ୟାନର ଏକ ଝରଣା,
    ଅମୃତ ଜଳର କୂପ
    ଓ ଲିବାନୋ‌ନ୍‌ରୁ ପ୍ରବାହିତ ସ୍ରୋତ ଅଟ।

ସେ (ସ୍ତ୍ରୀ) କହିଲେ

16 ହେ ଉତ୍ତରୀୟ ବାୟୁ, ଜାଗ।
    ଦକ୍ଷିଣ ବାୟୁ, ଆସ।
ମୋ’ ଉଦ୍ୟାନର ସୁଗନ୍ଧି ଯେପରି ଗ୍ଭରିଆଡ଼େ ବିଚ୍ଛୁରିତ ହେବ
    ଏବଂ ବାହାରକୁ ଆସିବ, ଏଥିପାଇଁ ତହିଁ ଉପରେ ପ୍ରବାହିତ ହୁଅ।
ମୋହର ପ୍ରିୟତମ, ଆପଣା ଉଦ୍ୟାନକୁ ଆସନ୍ତୁ
    ଓ ବହୁମୂଲ୍ୟ ଫଳସବୁ ଭୋଜନ କରନ୍ତୁ।

ସେ (ପୁ) କହିଲେ

ହେ ମୋର ଭଗିନୀ, ମୋହର ପ୍ରିୟେ, ମୁଁ ଆପଣା ଉଦ୍ୟାନକୁ ଆସିଅଛି।
    ମୁଁ ଆପଣା ଗନ୍ଧରସ ଓ ସୁଗନ୍ଧି ଦ୍ରବ୍ୟ ସଂଗ୍ରହ କରିଅଛି।
ମୁଁ ମହୁ ଫେଣାରୁ ମୋର ମହୁ ଭୋଜନ କରିଅଛି।
    ମୁଁ ଆପଣା ଦ୍ରାକ୍ଷାରସ ଓ ଦୁ‌ଗ୍‌ଧପାନ କରିଅଛି।
ଆସ ପରସ୍ପର ସହିତ ଆମୋଦ କରିବା।
    ଆସ ପ୍ରେମରେ ମତ୍ତ ହୋଇଯିବା।

ସ୍ତ୍ରୀଲୋକମାନେ ପ୍ରେମିକମାନଙ୍କୁ କହିଲେ

ହେ ବନ୍ଧୁଗଣ, ଭୋଜନ କର, ହେ ପ୍ରିୟତମଗଣ ପାନ କର।
    ହଁ, ଯଥେଷ୍ଟ ପ୍ରେମକୁ ପାନ କର।

ସେ (ସ୍ତ୍ରୀ) କହିଲେ

ମୁଁ ନିଦ୍ରିତା ଥିଲି,
    ମାତ୍ର ମୋର ହୃଦୟ ଜାଗ୍ରତ ଥିଲା।
ଏତ ମୋ’ ପ୍ରିୟତମଙ୍କ ରବ।
    ସେ ଦ୍ୱାରରେ ଆଘାତ କରି କହୁଛନ୍ତି,
    “ଆଗୋ ମୋର ଭଗିନୀ, ମୋର ପ୍ରିୟେ,
ମୋର କପୋତୀ, ମୋହର ଶୁଦ୍ଧମତି ମୋ’ ପାଇଁ ଦ୍ୱାର ଫିଟାଅ।
    କାରଣ ମୋର ମସ୍ତକ ଶିଶିରରେ ମୋହର କେଶ ରାତ୍ରିର ଜଳ ବିନ୍ଦୁରେ ପରିପୂର୍ଣ୍ଣ।”

“ମୁଁ ଆପଣା ବସ୍ତ୍ର କାଢ଼ି ପକାଇଛି।
    ମୁଁ ତାକୁ ଆଉ ପିନ୍ଧିବାକୁ ଗ୍ଭହୁଁ ନାହିଁ।
ମୁଁ ମୋର ପାଦ ଧୌତ କରିଅଛି,
    ମୁଁ ସେଗୁଡ଼ିକୁ ମଇଳା କରିବା ପାଇଁ ଗ୍ଭହୁଁ ନାହିଁ।”

ମୋ’ ପ୍ରିୟତମ ଦ୍ୱାରର ଛିଦ୍ରରେ ଆପଣା ହାତ ଥୋଇଲେ,
    ତହିଁରେ ମୋର ହୃଦୟ ତାହାଙ୍କ ପାଇଁ ଉଚ୍ଚାଟ ହେଲା।
ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇବାକୁ ଉଠିଲି,
    କିଳଣୀର ବେଣ୍ଟ ଉପରେ ମୋର ହସ୍ତରୁ ଗନ୍ଧରସ
ଓ ମୋ’ ଅଙ୍ଗୁଳିରୁ
    ଦ୍ରବ ଗନ୍ଧରସ କ୍ଷରିଲା।
ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇଲି।
    ମାତ୍ର ମୋହର ପ୍ରିୟତମ ସେ ସ୍ଥାନରୁ ଗ୍ଭଲି ଯାଇଥିଲେ।
ମୋର ଆତ୍ମା ମୋତେ ଛାଡ଼ିଗଲା,
    ଯେତେବେଳେ ସେ କହିଲେ।
ମୁଁ ତାହାଙ୍କୁ ଖୋଜିଲି ମାତ୍ର ପାଇଲି ନାହିଁ।
    ମୁଁ ତାହାଙ୍କୁ ଡାକିଲି, ମାତ୍ର ସେ ମୋତେ ଉତ୍ତର ଦେଲେ ନାହିଁ।
ନଗର ଭ୍ରମଣକାରୀ ପ୍ରହରୀମାନେ ମୋତେ ଦେଖିଲେ।
    ସେମାନେ ମୋତେ ପ୍ରହାର କଲେ।
ସେମାନେ ମୋତେ କ୍ଷତବିକ୍ଷତ କଲେ।
    ପ୍ରାଚୀର ରକ୍ଷକମାନେ ମୋ'ଠାରୁ ମୋହର ଆଚ୍ଛାଦନ ବସ୍ତ୍ର କାଢ଼ି ନେଇଗଲେ।

ଆଗୋ ଯିରୁଶାଲମର କନ୍ୟାଗଣ।
    ଯେବେ ତୁମ୍ଭେମାନେ ମୋ’ ପ୍ରିୟତମଙ୍କ ଦେଖା ପାଇବ, ତେବେ ମୁଁ ତୁମ୍ଭମାନଙ୍କୁ ଶପଥ ଦେଇ କହୁଅଛି, ମୁଁ ପ୍ରେମ ପତିତା ବୋଲି ତୁମ୍ଭେ ତାଙ୍କୁ କହିବ।

ଯିରୁଶାଲମର ସ୍ତ୍ରୀଲୋକମାନେ ତାଙ୍କୁ (ସ୍ତ୍ରୀ) ଉତ୍ତର କଲେ

ହେ ନାରୀଗଣ ମଧ୍ୟରେ ପରମ ସୁନ୍ଦରୀ।
    ତୁମ୍ଭର ପ୍ରେମିକ ଅନ୍ୟ ପ୍ରେମିକମାନଙ୍କ ଅପେକ୍ଷା
କିପରି ଭଲ ଅଟନ୍ତି?
    ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଏହି ଶପଥ କରାଉଅଛ?

ସେ (ସ୍ତ୍ରୀ) ଉତ୍ତର କଲେ ଯିରୁଶାଲମର ଲୋକମାନଙ୍କୁ

10 ମୋହର ପ୍ରିୟତମ ଶ୍ୱେତ ଓ ରକ୍ତବର୍ଣ୍ଣ,
    ଦଶ ସହସ୍ର ମଧ୍ୟରେ ପ୍ରଧାନ।
11 ତାଙ୍କର ମସ୍ତକ ଶୁଦ୍ଧ ସୁବର୍ଣ୍ଣ ତୁଲ୍ୟ।
    ତାଙ୍କର କେଶ କୁଞ୍ଚିତ ଓ ଡାମରା କୁଆପରି କୃଷ୍ଣବର୍ଣ୍ଣ।
12 ତାଙ୍କର ନେତ୍ର ଯୁଗଳ ନଦୀ ନିକଟରେ ଥିବା କପୋତମାନଙ୍କ ତୁଲ୍ୟ।
    ଦୁ‌ଗ୍‌ଧରେ ଧୌତ
    ଓ ଯଥା ସ୍ଥାନରେ ସ୍ଥାପିତ।
13 ତାଙ୍କର ଗଣ୍ଡଦେଶ ସୁଗନ୍ଧି ଲତାର କିଆରି ସ୍ୱରୂପ
    ସୁଗନ୍ଧି ତୃଣର ତଟ ସ୍ୱରୂପ।
ତାଙ୍କର ଓଷ୍ଠାଧର କଇଁଫୁଲ ତୁଲ୍ୟ
    ତହିଁରୁ ଦ୍ରବ ଗନ୍ଧରସ ଝରେ।
14 ତାହାଙ୍କ ହସ୍ତ ଦ୍ୱୟ ବୈଦୁର୍ଯ୍ୟମଣିରେ
    ଖଚିତ ସୁବର୍ଣ୍ଣ କଙ୍କଣ ତୁଲ୍ୟ।
ତାହାଙ୍କ ଶରୀର ନୀଳକାନ୍ତମଣି ମଣ୍ଡିତ
    ଗଜଦନ୍ତମୟ ଶିଳ୍ପ କର୍ମ ତୁଲ୍ୟ।
15 ତାଙ୍କର ଗୋଡ଼ ଦୁଇଟି ସୁବର୍ଣ୍ଣ ମୂଳଦୁଆରେ ସ୍ଥାପିତ
    ଦୁଇଟି ମାର୍ବଲର ସ୍ତମ୍ଭ ତୁଲ୍ୟ।
ତାଙ୍କର ଆକୃତି ଲିବାନୋନ୍
    ଏରସ ବୃକ୍ଷ ତୁଲ୍ୟ ଉତ୍କୃଷ୍ଟ।
16 ତାହାଙ୍କ ମୁଖ ଅତ୍ୟନ୍ତ ସୁମିଷ୍ଟ ହଁ ସେ ସର୍ବୋତୋଭାବେ ମନୋହର।
    ହେ ଯିରୁଶାଲମର କନ୍ୟାଗଣ,
ସେ ମୋହର ପ୍ରିୟତମ,
    ସେ ମୋହର ସହୋଦର।

ଯିରୁଶାଲମର ସ୍ତ୍ରୀଲୋକମାନେ ତାଙ୍କୁ (ସ୍ତ୍ରୀ) କହନ୍ତି

ଆଗୋ ନାରୀଗଣ ମଧ୍ୟରେ ପରମ ସୁନ୍ଦରୀ।
    ତୁମ୍ଭର ପ୍ରିୟତମ କୁଆଡ଼େ ଯାଇଛନ୍ତି।
ତୁମ୍ଭ ସଙ୍ଗେ ଆମ୍ଭେମାନେ ଯେମନ୍ତ ଖୋଜି ପାରିବା
    ଏଥିପାଇଁ ତୁମ୍ଭ ପ୍ରିୟତମ କେଉଁ ଆଡ଼କୁ ଯାଇଛନ୍ତି କୁହ।

ସେ (ସ୍ତ୍ରୀ) ଉତ୍ତର କଲେ ଯିରୁଶାଲମର ସ୍ତ୍ରୀଲୋକମାନଙ୍କୁ

ମୋହର ପ୍ରିୟତମ ଆପଣା ଉଦ୍ୟାନକୁ
    ସୁଗନ୍ଧି ଲତାର କିଆରିକୁ,
ଉଦ୍ୟାନରେ ତାଙ୍କର ପଲ ଚରାଇବାକୁ
    ଓ କଇଁଫୁଲ ସଂଗ୍ରହ କରିବାକୁ ଯାଇଛନ୍ତି।
ମୁଁ ଆପଣା ପ୍ରିୟତମଙ୍କର ଓ ମୋ’ ପ୍ରିୟତମ ମୋହର।
    ସେ ଶୋଶନ୍ ପୁଷ୍ପ ବନରେ ଆପଣା ପଲ ଚରାନ୍ତି।

ସେ (ପୁ) ତାଙ୍କୁ (ସ୍ତ୍ରୀ) କହିଲେ

ଆଗୋ ମୋର ପ୍ରିୟେ, ତୁମ୍ଭେ ତିର୍ସାପରି ସୁନ୍ଦରୀ।
    ଯିରୁଶାଲମ ପରି ଶୋଭାବତୀ,
    ଧ୍ୱଜାଧାରି ସୈନ୍ୟପରି ଭୟଙ୍କରୀ।
ତୁମ୍ଭେ ମୋ’ ଆଡ଼ୁ ଆପଣା ଆଖି ଫେରାଅ,
    କାରଣ ତଦ୍ଦ୍ୱାରା ମୁଁ ପରାସ୍ତ ହୋଇଅଛି।
ତୁମ୍ଭର କେଶ ଗିଲିୟଦର ଚଟାଣରୁ ତଳକୁ ଆସୁଥିବା
    ଏକ ଛେଳିପଲ ତୁଲ୍ୟ।
ତୁମ୍ଭର ଦାନ୍ତ ପଂକ୍ତି ସ୍ଥାନରୁ ‌‌ଉ‌‌ତ୍‌‌ଥିତ‌ା
    ମେଷୀପଲ ତୁଲ୍ୟ।
ସେମାନଙ୍କ ପ୍ରତ୍ୟେକର ଯାଆଁଳା ଛୁଆ ଅଛି,
    ଆଉ ସେମାନଙ୍କ ମଧ୍ୟରୁ କାହାରି ଛୁଆ ମରି ନାହିଁ।
ଓଢ଼ଣା ତଳେ ତୁମ୍ଭର ଦୁଇଟି କର୍ଣ୍ଣ ମୂଳ
    ଡାଳିମ୍ବ ତୁଲ୍ୟ ଦୁଇଟି ଫାଳ।

ଷାଠିଏ ରାଣୀ
    ଓ ଅଶୀ ଉପପତ୍ନୀ
    ଓ ଅସଂଖ୍ୟ ଯୁବତୀ ଅଛନ୍ତି।
ମାତ୍ର ମୋ’ କପୋତୀ, ମୋର ନିପୁଣାଟି ଅଦ୍ୱିତୀୟା।
    ସେ ଆପଣା ମାତାର ଏକମାତ୍ର।
ସେ ଜଣଙ୍କର ପ୍ରିୟ ଯିଏ ତାକୁ ଗର୍ଭଧାରଣ କଲେ।
    କନ୍ୟାମାନେ ତାହାକୁ ଦେଖି
ଧନ୍ୟା ବୋଲି କହିଲେ।
    ହଁ, ରାଣୀ ଓ ଉପପତ୍ନୀଗଣ ତାହାକୁ ପ୍ରଶଂସା କଲେ।

ସ୍ତ୍ରୀଲୋକମାନେ ତାଙ୍କୁ (ସ୍ତ୍ରୀ) ପ୍ରଶଂସା କଲେ

10 ଏହି ଯେ ଅରୁଣ ତୁଲ୍ୟ ଉଦୀୟମନା,
    ଚନ୍ଦ୍ରମା ତୁଲ୍ୟ ସୁନ୍ଦରୀ,
ସୂର୍ଯ୍ୟ ତୁଲ୍ୟ ବିଶୁଦ୍ଧତା,
    ଧ୍ୱଜା ବିଶିଷ୍ଟ ସୈନ୍ୟତୁଲ୍ୟ ଭୟଙ୍କର, ସେ କିଏ?

ସେ (ସ୍ତ୍ରୀ) କହିଲେ

11 ମୁଁ ଡିମ୍ବିରି ବୃକ୍ଷ କାଟିବାକୁ ସଦ୍ୟ
    ଗ୍ଭରାଗଛ ଗୁଡ଼ିକ ଦେଖିବା ପାଇଁ ଗଲି।
ଦ୍ରାକ୍ଷାଲତା ପଲ୍ଲବିତ ହୋଇଅଛି କି ନାହିଁ
    ଓ ଡାଳିମ୍ବ କଢ଼ ଧରିଛି କି ନାହିଁ ମୁଁ ଦେଖିବାକୁ ଗଲି।
12 ମୁଁ ଅନୁଭବ କଲା ପୂର୍ବରୁ
    ମୁଁ ମୋ’ ନିଜକୁ ଏକ ରଥରେ ରାଜପୁତ୍ରଙ୍କର ପାଖରେ ପାଇଲି।

ଯିରୁଶାଲମର ସ୍ତ୍ରୀଲୋକମାନେ ତାଙ୍କୁ (ସ୍ତ୍ରୀ) ଡାକିଲେ

13 ହେ ଶୂଲେମିୟେର ନାରୀ, ଫେରି ଆସ,
    ଫେରି ଆସ ଆମ୍ଭେମାନେ ତୁମ୍ଭକୁ ଦେଖିବା ପାଇଁ ଗ୍ଭହୁଁଛୁ।

ଯେତେବେଳେ ସେ ମହନୟିମ ନୃତ୍ୟ କରୁଛି,
    କାହିଁକି ତୁମ୍ଭେମାନେ ଶୂଲେମିୟା ନାରୀକୁ ଅନାଇବ?

ସେ (ପୁ) ତାଙ୍କର (ସ୍ତ୍ରୀ) ସୌନ୍ଦର୍ଯ୍ୟ ପ୍ରଶଂସା କଲେ

ଆଗୋ ରାଜକନ୍ୟା, ପାଦୁକାରେ ତୁମ୍ଭ ଚରଣ କେତେ ସୁନ୍ଦର।
    ତୁମ୍ଭର କଟିମଣ୍ଡଳ ନିପୁଣ ଶିଳ୍ପକର ହସ୍ତରେ ନିର୍ମିତ ରତ୍ନହାର ସ୍ୱରୂପ।
ତୁମ୍ଭର ନାଭିଦେଶ ମିଶ୍ରିତ ଦ୍ରାକ୍ଷାରସ ଅଭାବ ନ ଥିବା
    ବର୍ତ୍ତୁଳ ପାତ୍ର ତୁଲ୍ୟ।
ତୁମ୍ଭର ଉଦର ଶୋଶନ୍ ପୁଷ୍ପ ମଣ୍ଡିତ
    ଗହମ ରାଶି ତୁଲ୍ୟ।
ତୁମ୍ଭର ସ୍ତନ ଯୁଗଳ ହରିଣର
    ଯାଆଁଳା ଛୁଆ ପରି।
ତୁମ୍ଭର ଗଳଦେଶ ଗଳଦନ୍ତମୟ ଦୁର୍ଗ ସଦୃଶ।
ତୁମ୍ଭ ନେତ୍ର ଯୁଗଳ ବେଥ୍-ରବ୍ବୀମ ନଗର ଦ୍ୱାର ନିକଟସ୍ଥ
    ହି‌‌‌ଶ୍‌‌‌ବୋନ୍ ସେରାବର ସଦୃଶ।
ତୁମ୍ଭ ନାସିକା ଦମ୍ମେଶକ ସମ୍ମୁଖସ୍ଥ
    ଲିବାନୋ‌ନ୍‌ର ଦୁର୍ଗ ତୁଲ୍ୟ।
ତୁମ୍ଭ ମସ୍ତକ କର୍ମିଲ ପର୍ବତ ତୁଲ୍ୟ।
    ପୁଣି ତୁମ୍ଭ ମସ୍ତକର କେଶ
ବାଇଗଣିଆ ରଙ୍ଗ ତୁଲ୍ୟ।
    ତହିଁର ବେଣୀ ପାଶରେ ରାଜା ବନ୍ଦୀରୂପେ ଧୃତ ଅଟନ୍ତି।
ଆଗୋ ପ୍ରିୟେ, ତୁଷ୍ଟି ଜନ୍ମାଇବା ନିମନ୍ତେ
    ତୁମ୍ଭେ କେମନ୍ତ ସୁନ୍ଦରୀ ଓ ମାନୋହାରିଣୀ।
ତୁମ୍ଭ ଶରୀରର ଦୀର୍ଘତା ଖଜୁରୀ ବୃକ୍ଷ ତୁଲ୍ୟ
    ଓ ତୁମ୍ଭ ସ୍ତନ ମେଞ୍ଚାଏ ଫଳ ତୁଲ୍ୟ।
ମୁଁ କହିଲି, ମୁଁ ଖଜୁରି ଗଛ ଚଢ଼ିବି।
    ମୁଁ ତହିଁର ବାହୁଙ୍ଗା ଧରିବି।

ତୁମ୍ଭର ସ୍ତନ ତୁଲ୍ୟ ହେଉ।
    ପୁଣି ତୁମ୍ଭ ନିଶ୍ୱାସର ଆଘ୍ରାଣ ନାଗରଙ୍ଗ ଫଳର ବାସନା ତୁଲ୍ୟ ହେଉ।
ତୁମ୍ଭର ଚୁମ୍ବନ ସର୍ବୋତ୍ତମ, ଦ୍ରାକ୍ଷାରସ ତୁଲ୍ୟ,
    ସେହି ଦ୍ରାକ୍ଷାରସ ମୋ’ ପ୍ରିୟତମାଙ୍କ ଗଳ ଦେଶରେ ଧୀର ଭାବରେ ଗଳିଯାଏ
    ଏବଂ ମୋର ଓଷ୍ଠ ଓ ଦାନ୍ତ ଦେଇ ଧୀରେ ଧୀରେ ବହିଯାଏ।

ସେ (ସ୍ତ୍ରୀ) ତାଙ୍କୁ (ପୁ) କହିଲେ

10 ମୁଁ ଆପଣା ପ୍ରିୟତମଙ୍କର
    ଓ ତାଙ୍କର ବାସନା ମୋ’ ପ୍ରତି ଅଛି।
11 ଆସ, ମୋର ପ୍ରିୟତମ,
    ଆମ୍ଭେମାନେ କ୍ଷେତ୍ରକୁ ଯିବା।
    ଆସ ହେନା ଗ୍ଭରାଗଛ ଗହଣରେ ରାତିଟି କଟେଇଦେବା।
12 ଆମ୍ଭେମାନେ ଅତି ପ୍ରଭାତରେ ଦ୍ରାକ୍ଷାକ୍ଷେତ୍ରକୁ ଯାଉ।
    ଦ୍ରାକ୍ଷାଲତା ପଲ୍ଲବିତ ଓ ତହିଁର ପୁଷ୍ପ ପ୍ରସ୍ଫୁଟିତ
ଓ ଡାଳିମ୍ବ ପୁଷ୍ପିତ ହୋଇଅଛି କି ନାହିଁ,
    ତାହା ଆମ୍ଭେମାନେ ଦେଖିବା।
    ସେଠାରେ ମୁଁ ତୁମ୍ଭଙ୍କୁ ଆପଣା ପ୍ରେମ ପ୍ରଦାନ କରିବି।

13 ଦୂଦା ଫୁଲ ସୁବାସ ହେଉଅଛି।
    ଆମ୍ଭମାନଙ୍କ ଦ୍ୱାର ନିକଟରେ ସର୍ବପ୍ରକାର ବହୁମୂଲ୍ୟ
ତଟକା ଫଳ ଓ ଶୁଖିଲା ଫଳ ଅଛି।
    ହେ ମୋର ପ୍ରିୟତମ, ଏସବୁ ମୁଁ ତୁମ୍ଭ ପାଇଁ ରଖିଅଛି।
ଯଦି ତୁମ୍ଭେ ଏକ ପିଲା ହୋଇଥା’ନ୍ତ, ମୋର ଛୋଟ ଭାଇପରି ଯେ କି ମୋ’ ମା’ର କ୍ଷୀର ଖାଉଛି
    ଏବଂ ଯଦି ମୁଁ ତୁମ୍ଭକୁ ବାହାରେ ଦେଖେ
ଏବଂ ମୁଁ ତୁମ୍ଭକୁ ଚୁମ୍ବନ ଦିଏ
    କେହି ମୋତେ ଖରାପ ଭାବିବେ ନାହିଁ।
ମୁଁ ତୁମ୍ଭକୁ ପଥ କଢ଼ାଇ ଆପଣା ମାତାଙ୍କ ଗୃହକୁ ନେଇଯା’ନ୍ତି।
    ସେ ମୋତେ ଶିକ୍ଷା ଦିଅନ୍ତେ।
ମୁଁ ତୁମ୍ଭକୁ ସୁଗନ୍ଧି ମିଶ୍ରିତ ଦ୍ରାକ୍ଷାରସ,
    ମୋହର ଡାଳିମ୍ବ ରସ ପାନ କରାନ୍ତି।

ସେ (ସ୍ତ୍ରୀ) ସ୍ତ୍ରୀଲୋକମାନଙ୍କୁ କହିଲେ

ତାହାଙ୍କ ବାମ ହସ୍ତ ମୋ’ ମସ୍ତକ ତଳେ ରହିବ
    ଓ ତାହାଙ୍କ ଦକ୍ଷିଣ ହସ୍ତ ମୋତେ ଆଲିଙ୍ଗନ କରିବ।

ହେ ଯିରୁଶାଲମର ଚତୁର୍ପାର୍ଶ୍ୱର କ୍ଷେତ୍ରସବୁ,[b] ମୋ’ ନିକଟରେ ଶପଥ କର ଯେ,
    ଉଚିତ୍ ସମୟ ନ ହେବା ପର୍ଯ୍ୟନ୍ତ
    ତୁମ୍ଭେମାନେ ପ୍ରେମକୁ ଜାଗ୍ରତ କର ନାହିଁ।

ଯିରୁଶାଲମର ସ୍ତ୍ରୀଲୋକମାନେ କହିଲେ

ଆପଣାର ପ୍ରେମିକର ଉପରେ ଆଉଜି ପଡ଼ି
    ପ୍ରାନ୍ତରରୁ ଯିଏ ଆସୁଅଛି ସେ କିଏ?

ସେ (ସ୍ତ୍ରୀ) ତାଙ୍କୁ (ପୁ) କହିଲେ

ନାରଙ୍ଗ ବୃକ୍ଷତଳେ ମୁଁ ତୁମ୍ଭକୁ ଜଗାଇଲି।
    ସେଠାରେ ତୁମ୍ଭ ମାତା ତୁମ୍ଭ ପାଇଁ ପ୍ରସବ ବେଦନାଗ୍ରସ୍ତା ହେଲେ।
    ସେଠାରେ ସେ ପ୍ରସବ ବେଦନା ଗ୍ରସ୍ତା ହୋଇ ତୁମ୍ଭକୁ ପ୍ରସବ କଲେ।
ତୁମ୍ଭେ ମୋତେ ମୋହର ତୁଲ୍ୟ ଆପଣା ହୃଦୟରେ,
    ବାହୁଟି ତୁଲ୍ୟ ଆପଣା ବାହୁରେ ଧାରଣ କର।
କାରଣ ପ୍ରେମ ମୃତ୍ୟୁ ପରି ଶକ୍ତିଶାଳୀ ଅଟେ।
    ହୃଦୟର ଦହନ କବର ପରି ଦୃଢ଼ ଅଟେ।
ଏହାର ଶିଖା ଏକ ଜଳନ୍ତା ନିଆଁ ପରି
    ଏବଂ ଏହା ଏକ ବିରାଟ ନିଆଁରେ ପରିଣତ ହୋଇପାରେ।
ଅପାର ଜଳରାଶି ପ୍ରେମକୁ ନିର୍ବାଣ କରି ନ ପାରେ।
    କିଅବା ବନ୍ୟା ତାହା ବୁଡ଼ାଇ ନ ପାରେ।
ଯେବେ କେହି ଆପଣାର ସର୍ବସ୍ୱ ବଦଳରେ ପ୍ରେମ କିଣିବା ପାଇଁ ଚେଷ୍ଟା କରେ,
    ତେବେ ସେ ଲୋକ ସମସ୍ତଙ୍କ ଦ୍ୱାରା ତୁଚ୍ଛୀକୃତ ହେବ।

ତାଙ୍କର (ସ୍ତ୍ରୀ) ଭାଇମାନଙ୍କ କଥା

ଆମ୍ଭମାନଙ୍କର ଗୋଟିଏ ସାନ ଭଉଣୀ ଅଛି।
    ଏପର୍ଯ୍ୟନ୍ତ ତା'ର ସ୍ତନ ବୃଦ୍ଧି ହୋଇ ନାହିଁ।
ଯଦି ଜଣେ ଲୋକ ଆସେ ଏବଂ ତାକୁ ବିବାହ କରିବାକୁ ପଗ୍ଭରେ,
    ତେବେ ଆମ୍ଭେମାନେ କ’ଣ କରିବା?

ଯେବେ ସେ ପ୍ରାଚୀର ସ୍ୱରୂପା ହୁଏ।
    ତେବେ ଆମ୍ଭେମାନେ ତାକୁ ରୂପା ଗହଣାରେ ଢାଙ୍କି ଦେବୁ।
ଯଦି ସେ ଏକ ଦ୍ୱାର ପରି ହୁଏ,
    ତେବେ ଆମ୍ଭେମାନେ ତାକୁ ଏରସ ପଟାରେ ଆବରଣ କରିଦେବୁ।

ସେ (ସ୍ତ୍ରୀ) ତା'ର ଭାଇମାନଙ୍କୁ ଉତ୍ତର ଦେଲେ

10 ମୁଁ ପ୍ରାଚୀର ସ୍ୱରୂପା
    ଓ ମୋହର ସ୍ତନ ତହିଁରେ ଦୁର୍ଗସ୍ୱରୂପ।
    ସେହି ସମୟରେ ସେ ମୋତେ ଜଣକ ପରି ବିବେଚନା କଲା, ଯିଏ ତୃପ୍ତି ଆଣେ।

ସେ (ପୁ) କହିଲେ

11 ବାଲ୍-ହାମୋନରେ ଶଲୋମନଙ୍କର ଏକ ଦ୍ରାକ୍ଷାକ୍ଷେତ୍ର ଥିଲା।
    ସେ ଦ୍ରାକ୍ଷାକ୍ଷେତ୍ରଟିକୁ ରକ୍ଷକମାନଙ୍କ ହାତରେ ନ୍ୟସ୍ତ କଲେ।
ପ୍ରତ୍ୟେକ ରକ୍ଷକକୁ ତହିଁର ଫଳ ପାଇଁ
    1,000 ରୂପାମୁଦ୍ରା ଦେବାକୁ ପଡ଼ିଲା।

12 ମୋହର ଦ୍ରାକ୍ଷାକ୍ଷେତ୍ର ମୋର ନିଜର।
    ହେ ଶଲୋମନ, ସେହି ସହସ୍ର ମୁଦ୍ରା ତୁମ୍ଭେ ପାଇବ
    ଓ ତହିଁର ଫଳ ରକ୍ଷକମାନେ ଦୁଇଶହ ରୌପ୍ୟ ମୁଦ୍ରା ପାଇବେ।

ସେ (ପୁ) ତାଙ୍କୁ (ସ୍ତ୍ରୀ) କହିଲେ

13 ହେ ଉପବନ ବାସିନୀ,
    ମିତ୍ରଗଣ ତୁମ୍ଭର କଥା ଶୁଣନ୍ତି।
    ତୁମ୍ଭ ସ୍ୱର ମୋତେ ମଧ୍ୟ ଶୁଣିବାକୁ ଦିଅ।

ସେ (ସ୍ତ୍ରୀ) ତାଙ୍କୁ (ପୁ) କହିଲେ

14 ହେ ମୋର ପ୍ରିୟତମ, ଚଞ୍ଚଳ ହୁଅ।
    ସୁଗନ୍ଧିମୟ ପର୍ବତଶ୍ରେଣୀ ଉପରେ ତୁମ୍ଭେ ମୃଗ ବା ହରିଣ ଶାବକ ତୁଲ୍ୟ ହୁଅ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center