Beginning
ପ୍ରତିଜ୍ଞା କରିବା ସମୟରେ ସାବଧାନତା
5 ଯେତେବେଳେ ତୁମ୍ଭେମାନେ ପରମେଶ୍ୱରଙ୍କୁ ଉପାସନା କରିବାକୁ ଯାଅ, ବହୁତ ସାବଧାନ ହୁଅ। ମୂର୍ଖମାନଙ୍କ ପରି ବଳିଦେବା ଅପେକ୍ଷା ପରମେଶ୍ୱରଙ୍କୁ ମାନିବା ଅଧିକ ଉତ୍ତମ। ମୂର୍ଖମାନେ ଜାଣନ୍ତି ମଧ୍ୟ ନାହିଁ, ଯେତେବେଳେ ସେମାନେ ମନ୍ଦକର୍ମ କରନ୍ତି। 2 ପରମେଶ୍ୱରଙ୍କଠାରେ ପ୍ରତିଜ୍ଞା କରିବା ସମୟରେ ସାବଧାନ ହୁଅ। ପରମେଶ୍ୱରଙ୍କ ଆଗରେ କୌଣସି କଥା କହିବା ପାଇଁ ତୁମ୍ଭର ଚିତ୍ତ ଚଞ୍ଚଳ ନ ହେଉ। କାରଣ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି ଓ ତୁମ୍ଭେ ପୃଥିବୀରେ ଅଛ। ଏଣୁ ତୁମ୍ଭର କଥା ଅଳ୍ପ ହେଉ।
3 ବହୁତ ଦୁଃଖରୁ ଅନେକ ଦୁସ୍ୱପ୍ନ ଆସେ,
ଏବଂ ଜଣେ ମୂର୍ଖ ବହୁତ କହେ।
4 ତୁମ୍ଭେ ପରମେଶ୍ୱରଙ୍କଠାରେ ପ୍ରତିଜ୍ଞା କଲେ ତାହା ପରିଶୋଧ କରିବାକୁ ବିଳମ୍ବ କର ନାହିଁ। କାରଣ ମୂର୍ଖମାନଙ୍କଠାରେ ତାଙ୍କର ସନ୍ତୋଷ ନାହିଁ। ତୁମ୍ଭେ ଯାହା ପ୍ରତିଜ୍ଞା କର, ତାହା ପରିଶୋଧ କର। 5 ପ୍ରତିଜ୍ଞା କରି ପରିଶୋଧ ନ କରିବା ଅପେକ୍ଷା ତୁମ୍ଭେ ପ୍ରତିଜ୍ଞା ନ କରିବା ଭଲ। 6 ତୁମ୍ଭ ମୁଖକୁ ତୁମ୍ଭ ପାଇଁ ପାପର କାରଣ ହେବାକୁ ଦିଅ ନାହିଁ, କିଅବା ଏହା ଭୁଲ୍ ହେଲା ବୋଲି ଦୂତ ସାକ୍ଷାତରେ କୁହ ନାହିଁ। ପରମେଶ୍ୱର ତୁମ୍ଭ ଉପରେ କାହିଁକି କ୍ରୋଧ ହେବେ ଓ ତୁମ୍ଭର କଠିନ ପରିଶ୍ରମକୁ ବିନାଶ କରିବେ। 7 ଅନେକ ଫାମ୍ପା ସ୍ୱପ୍ନ ଏବଂ ଅନେକ ବାଗ୍ଭଳତା ଯୋଗୁଁ ଏସବୁ ଘଟେ। ମାତ୍ର ତୁମ୍ଭେ ପରମେଶ୍ୱରଙ୍କୁ ନିଶ୍ଚୟ ଭୟ କର।
ପ୍ରତ୍ୟେକ ଶାସନକର୍ତ୍ତାଙ୍କର ଏକ ଶାସକ ଥାଏ
8 କେତେକ ଦେଶରେ ଯଦି ତୁମ୍ଭେମାନେ ଦେଖ ଯେ, ଲୋକମାନେ ଅତ୍ୟାଗ୍ଭର କଲେ ଓ ନ୍ୟାୟ ବିଗ୍ଭରକୁ ଅସ୍ୱୀକାର କଲେ, ଏଥିରେ ଆଶ୍ଚର୍ଯ୍ୟ ହୁଅ ନାହିଁ! ଅଧିକାରୀଗଣ ଯେଉଁମାନେ ଲୋକମାନଙ୍କୁ ଅତ୍ୟାଗ୍ଭର କରନ୍ତି, ସେମାନଙ୍କ ଉପରେ ଅନ୍ୟ ଅଧିକାରୀଗଣ ଅଛନ୍ତି। ଉଭୟ ଅଧିକାରୀଙ୍କ ଉପରେ ଅନ୍ୟଜଣେ ଅଧିକାରୀ ଅଛନ୍ତି। 9 ଏହିସବୁ ପଛରେ ଭୂମିରୁ ପାଇଥିବା ଲାଭ ଅଛି। ଏପରିକି କ୍ଷେତ୍ର ଦ୍ୱାରା ରାଜା ମଧ୍ୟ ସେବିତ ହୁଅନ୍ତି।
ସମ୍ପତ୍ତି ସୁଖ କିଣି ପାରିବ ନାହିଁ
10 ସମ୍ପତ୍ତି ସୁଖ କିଣିପାରେ ନାହିଁ। ଯେଉଁ ଲୋକ ଟଙ୍କାକୁ ଭଲପାଏ ସେ କେବେ ତା'ର ନିକଟରେ ଥିବା ଟଙ୍କାରେ ସନ୍ତୁଷ୍ଟ ହେବ ନାହିଁ। ଯେଉଁ ଲୋକ ସମ୍ପତ୍ତିକୁ ଭଲ ପାଏ। ସେ ଯେତେ ସମ୍ପତ୍ତିର ଅଧିକାରୀ ହେଲେ ମଧ୍ୟ ସେ ସନ୍ତୁଷ୍ଟ ହେବ ନାହିଁ, ଏହା ମଧ୍ୟ ଅସାର ଅଟେ।
11 ଜଣେ ବ୍ୟକ୍ତିର ଯେତେ ଅଧିକ ସମ୍ପତ୍ତି ଅଛି, ତାହାର ସେତେ “ବନ୍ଧୁ” ତା'ର ସମ୍ପତ୍ତି ଖର୍ଚ୍ଚ କରିବାକୁ ସାହାଯ୍ୟ କରନ୍ତି। ତେଣୁ ସେହି ଧନୀ ବ୍ୟକ୍ତିଟି ପ୍ରକୃତରେ କିଛି ଲାଭ ପାଏ ନାହିଁ। କେବଳ ସେ ନିଜ ସମ୍ପତ୍ତିକୁ ଦେଖେ।
12 ଶ୍ରମଜିବୀ ଲୋକେ ଅଳ୍ପ ବା ବହୁତ ଖାଇଲେ ହେଁ ତାହାର ନିଦ୍ରା ସୁଖକର ହୁଏ, ମାତ୍ର ଧନବାନର ପୂର୍ଣ୍ଣତା ତାହାକୁ ନିଦ୍ରା ଯିବାକୁ ଦେବ ନାହିଁ।
13 ମୁଁ ଏହା ଦେଖିଛି ଯେ ଏହା ଏକ ଅତ୍ୟନ୍ତ ଦୁଃଖର ବିଷୟ ଯାହା ଜୀବନରେ ଘଟିଛି। ମନୁଷ୍ୟମାନେ ସେମାନଙ୍କର ପାଇଁ ଅର୍ଥ ଜମା ରଖନ୍ତି। 14 ଦୁର୍ଘଟଣା ବଶତଃ ସେହିସବୁ ଧନ କ୍ଷୟ ପାଏ। ଯେତେବେଳେ ତା'ର ପୁତ୍ର ଜନ୍ମ ହୁଏ, ତାକୁ ଦେବା ପାଇଁ ତା'ର କିଛି ନ ଥାଏ।
15 ସେ ଆପଣା ମାତୃ ଗର୍ଭରୁ ଯେପରି ଆସିଥିଲା, ସେପରି ଉଲଗ୍ନ ହୋଇ ଫେରିଯିବ। ଆଉ ସେ ଆପଣା ପରିଶ୍ରମ ପାଇଁ ସ୍ୱହସ୍ତରେ ଯାହା ନେଇଯାଇ ପାରିବ ନାହିଁ, ଏପରି କିଛି ସଙ୍ଗେ ନେବ ନାହିଁ। 16 ତାହା ଅତ୍ୟନ୍ତ ଦୁଃଖ ଦାୟକ। ସେ ପୃଥିବୀରୁ ଫେରିବ ଠିକ୍ ଯେପରି ଆସିଥିଲା। “ଏବଂ ସେ କଠିନ ପରିଶ୍ରମ କରି ପବନକୁ ଧରିବା ପାଇଁ ଚେଷ୍ଟା କରି କ’ଣ ପାଇଛି?” 17 ସେ ବିଷାଦରେ ତା'ର ଜୀବନ କଟାଇ ଦିଏ। ପୁଣି ସେ ଅତିଶୟ ବିରକ୍ତ ହୁଏ। ଆଉ ପୀଡ଼ିତ ଓ କ୍ରୋଧିତ ହୁଏ।
ଜୀବନର କର୍ମରୁ ଆନନ୍ଦ କର
18 ମୁଁ ଦେଖିଛି ଯେ, ଏହି ସର୍ବୋତ୍ତମ ଜଣେ ବ୍ୟକ୍ତି ଏହା କରି ପାରିବ। ଏହି ପୃଥିବୀରେ ତା'ର ଅଳ୍ପ ଜୀବନ କାଳ ମଧ୍ୟରେ ଜଣେ ବ୍ୟକ୍ତି ଯାହା କାର୍ଯ୍ୟ କରେ, ସେ ଖାଇ ପିଇ ଉପଭୋଗ କରିବା ଉଚିତ୍। ପରମେଶ୍ୱର ତାହାଙ୍କୁ ଏହି ଅଳ୍ପକାଳ ଜୀବନ ଦେଇଛନ୍ତି ଏବଂ ତାହା ହିଁ ତା'ର ସବୁକିଛି।
19 ଆହୁରି ପରମେଶ୍ୱର କୌଣସି ବ୍ୟକ୍ତିକୁ ଧନସମ୍ପତ୍ତି ଦାନ କରି ତାହା ଭୋଗ କରିବାକୁ ଓ ଆପଣା ଅଂଶ ଗ୍ରହଣ କରିବାକୁ ଓ ଆପଣା ପରିଶ୍ରମରେ ଆନନ୍ଦ କରିବାକୁ କ୍ଷମତା ଦେଲେ। ଏହା ହିଁ ପରମେଶ୍ୱରଙ୍କର ଦାନ ଅଟେ। 20 ସତ୍ୟରେ, ଜଣେ ବ୍ୟକ୍ତି ତା'ର ଜୀବନ ବିଷୟରେ ବେଶୀ ଚିନ୍ତା କରେ ନାହିଁ, କାରଣ ପରମେଶ୍ୱର ତାକୁ ନିଜକୁ ଉପଭୋଗ କରିବାରେ ବ୍ୟସ୍ତ ରଖିଛନ୍ତି।
ସମ୍ପଦ କେବେ ସୁଖ ଆଣିପାରିବ ନାହିଁ
6 ମୁଁ ସୂର୍ଯ୍ୟ ତଳେ ଏକ ଦୁଃଖର ବିଷୟ ଦେଖିଅଛି ଏବଂ ଏହା ଲୋକମାନଙ୍କ ଉପରେ କଠିନ ଗ୍ଭପ ପକାଏ। 2 ପରମେଶ୍ୱର କେତେକଙ୍କୁ ଧନ, ସମ୍ପତ୍ତି ଓ ସମ୍ମାନ ଦିଅନ୍ତି, ସେହି ବ୍ୟକ୍ତି ଅନ୍ୟ କିଛି ଆଶା କରିବା ପାଇଁ ତା'ର କିଛି ଅଭାବ ନ ଥାଏ। କିନ୍ତୁ ପରମେଶ୍ୱର ସେହି ବ୍ୟକ୍ତିକୁ ଏସବୁ ଉପଭୋଗ କରିବା ପାଇଁ ଅନୁମତି ଦିଅନ୍ତି ନାହିଁ। ତା ବଦଳରେ ଅନ୍ୟ ଜଣେ ଏହା ଉପଭୋଗ କରେ। ଏହା ଅସାର ଅଟେ ଓ ଏକ ମନ୍ଦ ବ୍ୟାଧି ସ୍ୱରୂପ ଅଟେ।
3 ଜଣେ ଲୋକ ଏକ ଦୀର୍ଘ ଜୀବନଯାପନ କରେ ଏବଂ ସେ ଶହେ ସନ୍ତାନ ଜନ୍ମ ଦେଇପାରେ। କିନ୍ତୁ ଯଦି ସେ ସେମାନଙ୍କ ଉପରେ ସନ୍ତୁଷ୍ଟ ନ ହୁଏ ଏବଂ ଯଦି ମୃତ୍ୟୁ ପରେ ତାକୁ କେହି ସ୍ମରଣ ନ କରେ, ତାହାହେଲେ ସେହି ଲୋକ ଅପେକ୍ଷା ଜନ୍ମ ହେବା ସମୟରେ ମୃତ୍ୟୁବରଣ କରିଥିବା ସେହି ଶିଶୁଟି ଉତ୍ତମ ଅଟେ। 4 ସେହିପରି ଶିଶୁଟି ଘନ କୁହୁଡ଼ିରେ ଆଚ୍ଛାଦନ ହୋଇ ଆସେ ଏବଂ ଅନ୍ଧାରରେ ଏଇ ପୃଥିବୀରୁ ଗ୍ଭଲିଯାଏ, ଏବଂ ସେହି ଅନ୍ଧାର ଏହାର ନାମକୁ ମଧ୍ୟ ଲୁଗ୍ଭଇ ଦିଏ। 5 ସେ ସୂର୍ଯ୍ୟ ଦେଖି ନାହିଁ କି ସେ ବିଷୟରେ ଜାଣି ନାହିଁ। ସେ ଲୋକ ଅପେକ୍ଷା ବରଂ ଏ ଶିଶୁଟି ଅଧିକ ବିଶ୍ରାମ ପାଏ। 6 ପୁଣି ସେ ମନୁଷ୍ୟ କୌଣସି ମଙ୍ଗଳ ଭୋଗ ନ କରି 200 ବର୍ଷ ବଞ୍ଚିଲେ ହେଁ ସମସ୍ତେ କି ଏକ ସ୍ଥାନକୁ ନ ଯାଆନ୍ତି?
7 ମନୁଷ୍ୟ ତା'ର ନିଜ ପେଟ ପାଇଁ ପରିଶ୍ରମ କରେ। କିନ୍ତୁ ସେ ସେଥିରେ ସନ୍ତୁଷ୍ଟ ହୁଏ ନାହିଁ କାହିଁକି? 8 ଏହି ପ୍ରକାରର ଜଣେ ଜ୍ଞାନୀ ଜଣେ ମୂର୍ଖଠାରୁ କେଉଁ ଗୁଣରେ ଭଲ? ଜଣେ ଗରିବ ଲୋକ ଅନ୍ୟମାନଙ୍କୁ କିପରି ବ୍ୟବହାର କରିବାକୁ ହେବ, ତାହା ଯଦି ଜାଣେ, ଉତ୍ତମତା କ’ଣ? 9 ଏହା ନିତାନ୍ତ ଖୁସୀର କଥା ଯେ ତୁମ୍ଭର ଯାହା ଅଛି ଅଧିକ ଆଶା କରିବା ଅପେକ୍ଷା ସେଥିରେ ସନ୍ତୁଷ୍ଟ ହେବା ଭଲ। ଏହା ମଧ୍ୟ ଅସାର ଅଟେ। ଏହା ବାୟୁକୁ ଧରିବା ତୁଲ୍ୟ ହେବ।
10 ଯାହା ହେଉଛି ତାହା ଆଗରୁ ନିର୍ଦ୍ଧାରିତ ହୋଇଅଛି। ଏବଂ ଯେଉଁ ପଥରେ ମନୁଷ୍ୟ ସମାଜ ଗ୍ଭଲେ ତାହା ପରମେଶ୍ୱର ଜାଣନ୍ତି। ଆଉ ଯିଏ ସେମାନଙ୍କଠାରୁ ଶକ୍ତିଶାଳୀ ତାଙ୍କ ସହିତ ଯୁକ୍ତି କରି ସେମାନେ କେବେ ଜିତି ପାରିବେ ନାହିଁ। 11 ସେମାନେ ଯେତେ ଅଧିକ ଯୁକ୍ତି କରିବେ, ତାହା ସେତେ ଅନାବଶ୍ୟକ ଅଟେ। ଏହା ତାଙ୍କର କ’ଣ ଲାଭ ହେବ?
12 କିଏ ଜାଣେ ସେମାନଙ୍କ ଏହି କ୍ଷଣସ୍ଥାୟୀ ଜୀବନରେ, ମନୁଷ୍ୟ ଅଧିକ ଲାଭକରି କ’ଣ କରିପାରେ? କାରଣ ସେମାନଙ୍କର ଦିନଗୁଡ଼ିକ ଛାଇ ପରି ଗ୍ଭଲିଯିବ। କିଏ ଲୋକମାନଙ୍କୁ କହିପାରିବ, ସୂର୍ଯ୍ୟତଳେ ଭବିଷ୍ୟତରେ ଏଇ ପୃଥିବୀରେ କ’ଣ ହେବ?
ଉପଦେଶକର ଗୁଚ୍ଛ
7 ବହୁମୂଲ୍ୟ ତୈଳ ଅପେକ୍ଷା ଉତ୍ତମ ନାମ ଭଲ ଅଟେ।
ବ୍ୟକ୍ତିର ଜନ୍ମଦିନ ଅପେକ୍ଷା ମୃତ୍ୟୁର ଦିନ ଯଥେଷ୍ଟ ଭଲ ଅଟେ।
2 ଭୋଜିକୁ ଯିବା ଅପେକ୍ଷା ଶବଦାହକୁ ଯିବା ଭଲ।
କାରଣ ତାହା ସମୁଦାୟ ମନୁଷ୍ୟର ଶେଷଗତି ଅଟେ
ଓ ଜୀବିତ ଲୋକ ତହିଁରେ ମନୋଯୋଗ କରିବା ଉଚିତ୍।
3 ସୁଖଠାରୁ ଦୁଃଖ ଭଲ
କାରଣ ଏକ ଦୁଃଖ ଅନୁଭୂତି ମୂଲ୍ୟବାନ ଶିକ୍ଷା ଦିଏ।
4 ଜ୍ଞାନୀମାନଙ୍କ ହୃଦୟ ଚିତାଗ୍ନିରେ।
ମାତ୍ର ମୂର୍ଖମାନଙ୍କ ହୃଦୟ ଭୋଜିରେ ଥାଏ।
5 ଜଣେ ମୂର୍ଖର ଗୀତ ଶୁଣିବାଠାରୁ
ଜଣେ ଜ୍ଞାନୀ ଲୋକଙ୍କଠାରୁ ଭର୍ତ୍ସନା ଶୁଣିବା ଭଲ।
6 ହାଣ୍ଡିତଳେ କଣ୍ଟାର ଚଡ଼ଚଡ଼ ଶବ୍ଦ ଯେପରି
ମୂର୍ଖର ହାସ୍ୟ ସେହିପରି, ଏହା ମଧ୍ୟ ଅର୍ଥହୀନ।
7 ଅରାଜକତା ଜ୍ଞାନୀ ଲୋକମାନଙ୍କୁ ବୋକା କରିଦିଏ,
ଲାଞ୍ଚ ବିବେକ ନଷ୍ଟ କରେ।
8 ବିଷୟର ଆରମ୍ଭ ଅପେକ୍ଷା
ତହିଁର ସମାପ୍ତି ଭଲ।
ଗୋଟିଏ ଜରାଗ୍ରସ୍ତ ଆତ୍ମା
ଏକ ଗର୍ବୀ ଆତ୍ମାଠାରୁ ଭଲ।
9 ଶୀଘ୍ର କ୍ରୋଧିତ ହୁଅ ନାହିଁ।
କାରଣ ମୂର୍ଖମାନଙ୍କ ହୃଦୟରେ କ୍ରୋଧ ବାସ କରେ।
10 ପଗ୍ଭର ନାହିଁ, “କାହିଁକି ବର୍ତ୍ତମାନଠାରୁ ‘ଅତୀତ’ ଭଲ ଥିଲା?”
ଯଦି ତୁମ୍ଭେ ଜ୍ଞାନୀ ହୋଇଥିବ
ଏହା ପଗ୍ଭରିବ ନାହିଁ।
11 ଜ୍ଞାନ ଉତ୍ତମ ଅଟେ, ଯଦି ଏହା ବଂଶାନୁଗତ ଭାବରେ ଆସିଥାଏ, ଏହା ଜୀବନଧାରଣରେ ଲାଭ ଦେଇଥାଏ। 12 କାରଣ ଧନ ଯେପରି ଆଶ୍ରୟ ସ୍ୱରୂପ, ଜ୍ଞାନ ହିଁ ସେହିପରି ଆଶ୍ରୟ ସ୍ୱରୂପ ଅଟେ। ଜ୍ଞାନ ଥିବାର ଲାଭ ଏହି ଯେ, ଯେଉଁମାନଙ୍କର ଜ୍ଞାନ ଅଛି ସେମାନଙ୍କର ଜୀବନକୁ ଏହା ସୁରକ୍ଷା କରେ।
13 ପରମେଶ୍ୱରଙ୍କ କାର୍ଯ୍ୟକୁ ଅନୁଧ୍ୟାନ କର। କାରଣ ସେ ଯାହା ବକ୍ର କରନ୍ତି, ତାକୁ କେହି ଠିକ୍ କରି ପାରିବ ନାହିଁ। 14 ଖୁସୀ ହୁଅ ଯେତେବେଳେ ତୁମ୍ଭ ପାଖରେ ସମ୍ପତ୍ତି ଅଛି, କିନ୍ତୁ ଯେତେବେଳେ ତୁମ୍ଭେ ଦୁଃଖ ଅନୁଧ୍ୟାନ କର ପରମେଶ୍ୱର ଆମ୍ଭକୁ ଭଲ ସହିତ ଖରାପ ସମୟ ଦେଇଛନ୍ତି। ଯାହା ଫଳରେ କୌଣସି ଲୋକ ଭବିଷ୍ୟତରେ କ’ଣ ଘଟିବ ତାହା ଜାଣି ପାରିବ।
ଲୋକମାନେ ପ୍ରକୃତରେ ଧାର୍ମିକ ହୋଇ ପାରିବେ ନାହିଁ
15 ମୋର ଅର୍ଥହୀନ ଜୀବନ କାଳ ମଧ୍ୟରେ, ମୁଁ ଏହିସବୁ ଜିନିଷ ଦେଖିଅଛି। କେତେବେଳେ ଜଣେ ଧାର୍ମିକ ଲୋକ ଆପଣା ଧାର୍ମିକତା ସତ୍ତ୍ୱେ ବି ବିନଷ୍ଟ ହୁଏ, ଯେଉଁଠିକି ଏକ ପୁଣି ଦୁଷ୍ଟ ଲୋକ ତା'ର ଦୁଷ୍ଟାମୀ ସତ୍ତ୍ୱେ ଦୀର୍ଘଜୀବୀ ହୁଏ। 16 ତୁମ୍ଭେମାନେ ନିଜକୁ ଅତି ଧାର୍ମିକ ବୋଲି ଦେଖାଅ ନାହିଁ। କିଅବା ଆପଣାକୁ ଅତି ଜ୍ଞାନୀ ବୋଲି ଦେଖାଇ ହୁଅ ନାହିଁ। କାହିଁକି ଏଥିରେ ତୁମ୍ଭେ ନିଜକୁ ବିନାଶ କରିବ? 17 ତୁମ୍ଭେ ଅତି ଦୁଷ୍ଟ କିଅବା ନିର୍ବୋଧ ହୁଅ ନାହିଁ। ଆପଣା କାଳ ପୁରିବା ପୂର୍ବରୁ କାହିଁକି ମରିବ?
18 ହସ୍ତ କାଢ଼ି ନ ନେଇ ତାକୁ ଧରି ରଖିବାରେ ତୁମ୍ଭର ମଙ୍ଗଳ। କାରଣ ଯେ ପରମେଶ୍ୱରଙ୍କୁ ସମ୍ମାନ କରେ, ସେ ଉଭୟ କରେ। 19 ନଗରରେ ଥିବା ଦଶ ଜଣ ଶାସନକର୍ତ୍ତା ଅପେକ୍ଷା ଜ୍ଞାନ, ଜ୍ଞାନୀ ବ୍ୟକ୍ତିକୁ ଅଧିକ ଶକ୍ତି ଦିଏ। 20 ଯିଏ ପାପ ନ କରି କେବଳ ସତ୍କର୍ମ କରିଛି, ଏପରି ଜଣେ ଧାର୍ମିକ ପୃଥିବୀରେ ନିଶ୍ଚୟ ନାହିଁ।
21 ଯାହା ତୁମ୍ଭଙ୍କୁ କୁହାଯାଇଛି, ସମସ୍ତ କଥାରେ ମନୋଯୋଗ ଦିଅ ନାହିଁ, ନ ହେଲେ ତୁମ୍ଭର ଦାସ ତୁମ୍ଭକୁ ଅଭିଶାପ ଦେବାର ତୁମ୍ଭେ ଶୁଣିବ। 22 କାରଣ ତୁମ୍ଭେ ଜାଣ ଯେ, ତୁମ୍ଭେ ମଧ୍ୟ ଅନ୍ୟମାନଙ୍କୁ ସେପରି ବାରମ୍ବାର ଅଭିଶାପ ଦେଇଅଛ।
23 ମୁଁ ଜ୍ଞାନଦ୍ୱାରା ଏସବୁ ପରୀକ୍ଷା କଲି ଏବଂ ମୁଁ କହିଲି, “ମୁଁ ଜ୍ଞାନୀ ହେବାକୁ ଗ୍ଭହେଁ। ମାତ୍ର ଜ୍ଞାନ ମୋର ଗନ୍ତବ୍ୟଠାରୁ ବହୁତ ଦୂରରେ ଅଛି।” 24 ସବୁକିଛି ଆମ୍ଭର ବୁଝାମଣାର ବାହାରେ, ଏସବୁ କିଏ ବୁଝିପାରିବ? 25 ମୋ’ ହୃଦୟରେ ମୁଁ ଜାଣିବାକୁ, ପରୀକ୍ଷା କରିବାକୁ ଏବଂ ଜ୍ଞାନର ପଶ୍ଚାତ୍ଧାବନ କରିବାକୁ ଏବଂ ଏହାର ଉତ୍ତର ପାଇବାକୁ ମୁଁ ଗ୍ଭହିଁଲି।
ମୁଁ ମଧ୍ୟ ଦୁଷ୍ଟତା ଓ ବୋକାମୀକୁ ଓ ମୂର୍ଖର ପାଗଳାମିକୁ ଜାଣିବା ପାଇଁ ଗ୍ଭହିଁଲି। 26 ଏବଂ ମୁଁ ଦେଖିଲି, ମୂର୍ଖ ସ୍ତ୍ରୀ (ନାରୀ) ମୃତ୍ୟୁ ଅପେକ୍ଷା ତିକ୍ତ ଅଟେ। ସେ ଏକ ଶିକାରୀ ଜାଲ ପରି ଏବଂ ତା'ର ହୃଦୟ ଏକ ଯନ୍ତାପରି। ତା'ର ହସ୍ତଦ୍ୱୟ ଶୃଙ୍ଖଳ ଅଟେ। ଯେକେହି ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରେ, ସେ ତାହାଠାରୁ ରକ୍ଷା ପାଇବ। ମାତ୍ର ପାପୀ ତାହାଦ୍ୱାରା ଧରାଯିବ।
27 ଉପଦେଶକ କହିଲେ, “ଦେଖ, ଉତ୍ତର ପାଇବାକୁ ଗୋଟିଏ ସହିତ ଆଉ ଗୋଟିଏ ଯୋଗ କରି, ଏହା ମୁଁ ପାଇଲି। 28 ମୁଁ ବାରମ୍ବାର ଖୋଜିଲି ଏବଂ ମୁଁ ପାଇଲି ନାହିଁ। ହଜାରରେ ଗୋଟିଏ ପୁରୁଷ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରୁଥିବାର ମୁଁ ପାଇଲି କିନ୍ତୁ ସେମାନଙ୍କ ମଧ୍ୟରେ, ମୁଁ ଏକ ସ୍ତ୍ରୀ ପାଇଲି ନାହିଁ।
29 “ମୁଁ ଯାହା ପାଇଛି ତାକୁ ଥରେ ମାତ୍ର ଦେଖ। ପରମେଶ୍ୱର ମାନବ ସମାଜକୁ ସରଳ କରି ତିଆରି କଲେ। କିନ୍ତୁ ସେମାନେ ସର୍ବଦା ନୂତନ ଯୋଜନା ଉଦ୍ଭାବନ କରିଛନ୍ତି।”
ଜ୍ଞାନ ଓ କ୍ଷମତା
8 ଜ୍ଞାନବାନ୍ କଥାକୁ ଯେପରି ବୁଝେ ଓ ବ୍ୟାଖ୍ୟା କରେ ତାଙ୍କ ପରି ଆଉ କେହି କରି ପାରିବେ ନାହିଁ। ତା'ର ଜ୍ଞାନ ତାହାକୁ ଖୁସୀ କରାଏ ଏବଂ ଏହା ଦୁଃଖିତ ମୁଖକୁ ଖୁସୀ କରାଏ।
2 ମୁଁ ତୁମ୍ଭକୁ ପରାମର୍ଶ ଦେଉଛି ତୁମ୍ଭେ ସର୍ବଦା ରାଜାଆଜ୍ଞା ପାଳନ କର। ତୁମ୍ଭେ ଏପରି କର କାରଣ ତୁମ୍ଭେ ପରମେଶ୍ୱରଙ୍କଠାରେ ତାହା କରିବାକୁ ପ୍ରତିଜ୍ଞା କରିଅଛ। 3 ଭୟ କର ନାହିଁ, ତାଙ୍କର ଉପସ୍ଥିତିରେ ବାହାରି ଯାଅ, ବିଳମ୍ବ କର ନାହିଁ ଯେତେବେଳେ ବାଣିଜ୍ୟ ମନ୍ଦ ଅଟେ। ମନେରଖ ରାଜା ଯାହା ଗ୍ଭହିଁବେ ତାଙ୍କ ଇଚ୍ଛାରେ କରିବେ। 4 ରାଜାଙ୍କର ଆଦେଶ ଦେବା ପାଇଁ କ୍ଷମତା ଅଛି। କ’ଣ କରିବାକୁ ହେବ, ତାଙ୍କୁ କେହି କହିପାରିବେ ନାହିଁ। 5 ଯେଉଁ ବ୍ୟକ୍ତି ଆଦେଶକୁ ମାନେ କୌଣସି ବିପଦକୁ ଜାଣିବ ନାହିଁ। ଜଣେ ଜ୍ଞାନୀଲୋକ ସମୟ ଏବଂ କ’ଣ ଠିକ୍ ତା'ର ଉପାୟ ଜାଣେ।
6 ସମସ୍ତ ବିଷୟରେ ଉପଯୁକ୍ତ ସମୟ ଏବଂ ଠିକ୍ ରାସ୍ତା ଅଛି। କିନ୍ତୁ ଲୋକମାନେ ପ୍ରାୟ ଅନେକ କଷ୍ଟ ପାଆନ୍ତି। 7 ଏବଂ ସେ ଜାଣେ ନାହିଁ କ’ଣ ଘଟିବାକୁ ଯାଉଛି। କାରଣ କେହି କହି ପାରିବେ ନାହିଁ ଭବିଷ୍ୟତରେ କ’ଣ ହେବ।
8 କୌଣସି ଲୋକର କ୍ଷମତା ନାହିଁ ଯେ, ଆତ୍ମାକୁ ଯିବା ସମୟରେ ଅଟକାଇ ପାରିବ। କେହି ମୃତ୍ୟୁକୁ ଅଟକାଇ ପାରିବ ନାହିଁ। ଯୁଦ୍ଧ ସମୟରେ ଜଣେ ସୈନିକ ତା'ର ମନଇଚ୍ଛା କୌଣସି ସ୍ଥାନକୁ ଯାଇପାରିବ ନାହିଁ। ଠିକ୍ ସେହିପରି ଯଦି ଜଣେ ମନୁଷ୍ୟ କୁକର୍ମ କରେ, ସେହି କୁକର୍ମରୁ ସେ ରକ୍ଷା ପାଇବ ନାହିଁ।
9 ମୁଁ ଏହିସବୁ ଦେଖିଛି ଯାହା ସୂର୍ଯ୍ୟ ତଳେ କରାଯାଏ, ଏବଂ ମୁଁ ଏ ବିଷୟରେ ଗଭୀର ଭାବରେ ଚିନ୍ତା କରିଛି। କେବେ କେବେ ଏକ ମନୁଷ୍ୟର ଅନ୍ୟ ଉପରେ ତାହାର କ୍ଷତି କରିବା ନିମନ୍ତେ କ୍ଷମତା ଥାଏ।
10 ତା'ପରେ ମୁଁ ଦେଖିଲି ଦୁଷ୍ଟ ଲୋକମାନଙ୍କୁ ଆଡ଼ମ୍ବରପୂର୍ଣ୍ଣ ଅନ୍ତିମ ସଂସ୍କାର ଦିଆଗଲା। ସେମାନଙ୍କୁ ପବିତ୍ର ସ୍ଥାନକୁ ନିଆଗଲା ଓ ସଂସ୍କାର କରାଗଲା। ଏବଂ ଯେଉଁମାନେ ଏହା କଲେ ସହରରେ ପ୍ରଂଶସିତ ହୋଇଥିଲେ। ଏହା ମଧ୍ୟ ଅର୍ଥହୀନ।
ନ୍ୟାୟ ପୁରସ୍କାର ଓ ଦଣ୍ଡ
11 ବେଳେ ବେଳେ ଲୋକମାନେ ତାଙ୍କର କୁକର୍ମ ପାଇଁ ହଠାତ୍ ଦଣ୍ଡିତ ହୁଅନ୍ତି ନାହିଁ। ସେମାନଙ୍କର ଦଣ୍ଡ ବିଳମ୍ବରେ ପ୍ରାପ୍ତ ହୁଏ। ଏହା ଅନ୍ୟମାନଙ୍କୁ କୁକର୍ମ କରିବାକୁ ଉତ୍ସାହିତ କରାଏ।
12 ଯଦିଓ ପାପୀ ଶତବାର ଦୁଷ୍କର୍ମ କରେ, ସେ ଦୀର୍ଘଦିନ ବଞ୍ଚେ। ତଥାପି ମୁଁ ନିଶ୍ଚୟ ସେମାନଙ୍କୁ ଜାଣେ ଯେଉଁମାନେ ପରମେଶ୍ୱରଙ୍କୁ ସମ୍ମାନ କରନ୍ତି। ନିଶ୍ଚିତରେ ସେମାନେ ଉନ୍ନତି କରିବେ। 13 ମାତ୍ର ଦୁଷ୍ଟର ମଙ୍ଗଳ ହେବ ନାହିଁ। କିଅବା ସେ ଆପଣା ଛାୟା ସ୍ୱରୂପ ପରମାୟୁ ବୃଦ୍ଧି କରି ପାରିବ ନାହିଁ। କାରଣ ସେ ପରମେଶ୍ୱରଙ୍କୁ ଭୀତ କରେ ନାହିଁ।
14 ପୃଥିବୀରେ ଏହି ଗୋଟିଏ ଅସାରତା ସାଧିତ ହୁଏ। କେବେ କେବେ ଧାର୍ମିକମାନଙ୍କୁ ଏପରି ବ୍ୟବହାର କରାଯାଏ, ସତେ ଯେପରି ସେମାନେ ଦୁଷ୍ଟ ଭାବରେ କାର୍ଯ୍ୟ କରିଛନ୍ତି। ସମୟ ସମୟରେ ଦୁଷ୍ଟ ଲୋକମାନଙ୍କୁ ଏମିତି ବ୍ୟବହାର କରାଯାଏ, ସତେ ଯେପରି ସେମାନେ ନ୍ୟାୟଚିତ କାର୍ଯ୍ୟ କରିଛନ୍ତି। ତା'ପରେ ମୁଁ କହିଲି, ଏହା ଅସାର ଅଟେ। 15 ତେଣୁ ମୁଁ ନିଷ୍ପତ୍ତି କଲି, ଜୀବନକୁ ଉପଭୋଗ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ। କାରଣ ଭୋଜନପାନ ଓ ଆନନ୍ଦ କରିବା ଅପେକ୍ଷା ସୂର୍ଯ୍ୟତଳେ ମନୁଷ୍ୟ ପ୍ରତି ଆଉ କୌଣସି ଉତ୍ତମ ବିଷୟ ନାହିଁ। କାରଣ ସେମାନଙ୍କ ଜୀବନକାଳ ମଧ୍ୟରେ ଯେଉଁମାନେ କଠିନ ପରିଶ୍ରମ କରନ୍ତି, ତାହା ହେଉଛି ଗୋଟିଏ ଜିନିଷ ଯାହାକି ସେମାନଙ୍କୁ ସାହାଯ୍ୟ କରେ।
ପରମେଶ୍ୱର କ’ଣ ସବୁ କରୁଛନ୍ତି ଆମେ ବୁଝିପାରିବା ନାହିଁ
16 ଯେତେବେଳେ ମୁଁ ଜ୍ଞାନର ତତ୍ତ୍ୱ ଜାଣିବାକୁ ଓ ପୃଥିବୀରେ ଘଟୁଥିବା କାର୍ଯ୍ୟ ଦେଖିବାକୁ ମନୋଯୋଗ କଲି। ଏଇ ଦିନରେ ମୁଁ ନ ଶୋଇ ଦିନରାତି କାମ କଲି। 17 ସେତେବେଳେ ମୁଁ ପରମେଶ୍ୱରଙ୍କର ସକଳ କାର୍ଯ୍ୟ ବିଷୟ ଦେଖିଲି, ମୁଁ ଦେଖିଲି ଯେ, ମନୁଷ୍ୟ ସୂର୍ଯ୍ୟ ତଳେ ଯାହା ଘଟେ ବୁଝିପାରେ ନାହିଁ। କାରଣ ସେ ଏହା ବୁଝିବା ପାଇଁ ଯେତେ କଠିନ କାର୍ଯ୍ୟ କଲେ ମଧ୍ୟ ସେ ତାହା ବୁଝିବାକୁ ସକ୍ଷମ ହେବ ନାହିଁ। ଏବଂ ଯଦି ଜଣେ ଜ୍ଞାନୀ ଲୋକ, ସେ ବୁଝିଛି ବୋଲି କହେ, ପ୍ରକୃତରେ ସେ ବୁଝି ନ ଥାଏ।
2010 by World Bible Translation Center