Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ହିତୋପଦେଶ 30-31

ଯାକିର ପୁତ୍ର ଆଗୁରର ଜ୍ଞାନପୂର୍ଣ୍ଣ ଉପଦେଶ

30 ଏଗୁଡ଼ିକ ହେଉଛି ଯାକିର ପୁତ୍ର ଆଗୁରର ଜ୍ଞାନପୂର୍ଣ୍ଣ କଥା। ଏହା ହେଉଛି ଇଥୀୟେଲ ଓ ଉକଲଙ୍କ ପାଇଁ ବାର୍ତ୍ତା।[a]

ମୁଁ ହେଉଛି ପୃଥିବୀର ସବୁଠାରୁ ନିର୍ବୋଧଲୋକ। ମୋ'ଠାରେ ମନୁଷ୍ୟର ବିବେଚନା ନାହିଁ। ମୁଁ ଜ୍ଞାନ ଶିକ୍ଷି ନାହିଁ, ପରମେଶ୍ୱରଙ୍କ ବିଷୟରେ ମଧ୍ୟ ମୋର ଜ୍ଞାନ ନାହିଁ। କିଏ କେବେ ସ୍ୱର୍ଗକୁ ଯାଇଛି ଏବଂ ତଳକୁ ଫେରି ଆସିଛି? କୌଣସି ଲୋକ ତା'ର ମୁଷ୍ଟିରେ ବାୟୁକୁ ଏକତ୍ର କରି ନାହିଁ। କୌଣସି ଲୋକ କପଡ଼ାରେ ସମସ୍ତ ଜଳକୁ ବାନ୍ଧି ନାହିଁ। କୌଣସି ଲୋକ ପୃଥିବୀର ସବୁ ସୀମା ନିରୂପଣ କରି ନାହିଁ। ଯଦି କୌଣସି ଲୋକ ଏହା କରିଛି, ସେ କିଏ? ତାଙ୍କର ପୁତ୍ରର ନାମ କ’ଣ?

ପରମେଶ୍ୱରଙ୍କର ପ୍ରତ୍ୟେକ ବାକ୍ୟ ପରୀକ୍ଷାସିଦ୍ଧ, ଯେଉଁମାନେ ତାଙ୍କଠାରେ ଆଶ୍ରୟ ନିଅନ୍ତି, ସେ ସେମାନଙ୍କର ଢାଲ ଅଟନ୍ତି। ତେଣୁ ପରମେଶ୍ୱରଙ୍କର ବାକ୍ୟକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କର ନାହିଁ। ଯଦି ତୁମ୍ଭେ ଏପରି କର, ସେ ତୁମ୍ଭକୁ ଶାସ୍ତି ଦେବେ, ଏବଂ ତୁମ୍ଭେ ମିଥ୍ୟା କହୁଛ ବୋଲି ପ୍ରମାଣିତ ହେବ।

ହେ ସଦାପ୍ରଭୁ, ମୋର ମଲା ପୂର୍ବରୁ ମୋତେ ଦୁଇଟି ବର ଦିଅ। ମୋତେ ସହାୟ ହୁଅ, ମୁଁ ଯେପରି ମିଥ୍ୟା ନ କହେ, ମୋତେ ଅତ୍ୟଧିକ ଧନୀ କି ଅତ୍ୟଧିକ ଗରିବ କର ନାହିଁ। ମୋର ପ୍ରତ୍ୟେକ ଦିନର ଆବଶ୍ୟକତା କେବଳ ପୂରଣ କର। ଯଦି ମୋର ଆବଶ୍ୟକତାଠାରୁ ଅଧିକ ଥାଏ, ତେବେ ମୁଁ ହୁଏତ ଚିନ୍ତା କରିପାରେ ଯେ, ମୁଁ ପରମେଶ୍ୱରଙ୍କୁ ଦରକାର କରେ ନାହିଁ। ଯଦି ମୁଁ ଗରିବ, ତେବେ ମୁଁ ଗ୍ଭେରି ହୁଏତ କରିବି ଓ ପରମେଶ୍ୱରଙ୍କ ନାମକୁ ଲଜ୍ଜା ଆଣିବି।

10 ଦାସର ପ୍ରଭୁ ସମ୍ମୁଖରେ ତା'ର କୁତ୍ସାରଟନା କର ନାହିଁ। ଯଦି ତୁମ୍ଭେ ଏପରି କୁହ, ମୁନିବ ତୁମ୍ଭକୁ ବିଶ୍ୱାସ କରିବ ନାହିଁ। ତୁମ୍ଭକୁ ସେ ଅପରାଧୀ ବୋଲି ବିବେଚନା କରିବ।

11 କିଛି ଲୋକ ଅଛନ୍ତି ଯେଉଁମାନେ ତାଙ୍କର ପିତାଙ୍କ ବିରୁଦ୍ଧରେ କହନ୍ତି। ଏବଂ ସେମାନେ ସେମାନଙ୍କର ମାତାଙ୍କୁ ସମ୍ମାନ ଦେଖାଇ ନାହାନ୍ତି।

12 କେତେକ ଲୋକ ନିଜକୁ ବହୁତ ଭଲ ବୋଲି ଭାବନ୍ତି, କିନ୍ତୁ ବାସ୍ତବରେ ସେମାନେ ଅତ୍ୟନ୍ତ ଖରାପ ଲୋକ ଅଟନ୍ତି।

13 କେତେକ ଲୋକ ଅଛନ୍ତି, ଯେଉଁମାନେ ଭାବନ୍ତି ସେମାନେ ବହୁତ ଭଲ। ସେମାନେ ଭାବନ୍ତି ଅନ୍ୟମାନଙ୍କଠାରୁ ଯଥେଷ୍ଟ ଭଲ।

14 କେତେକ ଲୋକ ଅଛନ୍ତି, ସେମାନଙ୍କର ବାକ୍ୟ ଖଣ୍ଡାଧାରଠାରୁ ତୀ‌‌‌କ୍ଷ୍‌‌‌ଣ। ସେମାନଙ୍କର ଦାନ୍ତ ଛୁରୀପରି ଅଟେ। ସେମାନେ ଏହାକୁ ଦରିଦ୍ର ଲୋକମାନଙ୍କୁ ଗ୍ରାସ କରିବାକୁ ବ୍ୟବହାର କରନ୍ତି।

15 କେତେକ ଲୋକ ଅଛନ୍ତି ସେମାନେ ସବୁ ନେବାକୁ ଗ୍ଭହାନ୍ତି। ସେମାନେ ସର୍ବଦା କହନ୍ତି, “ମୋତେ ଦିଅ, ମୋତେ ଦିଅ।” ଏପରି ତିନୋଟି କଥାରେ ସେମାନେ ଆଦୌ ସନ୍ତୁଷ୍ଟ ନୁହନ୍ତି। ଏବଂ ଚତୁର୍ଥଟି କେବେହେଲେ କହେ ନାହିଁ, “ମୋର ପାଖରେ ଯଥେଷ୍ଟ ଅଛି।” 16 ମୃତ୍ୟୁର ସ୍ଥାନ, ବନ୍ଧ୍ୟା ସ୍ତ୍ରୀ, ଜଳରେ ଅତୃପ୍ତ ଭୂମି ଓ ଅଗ୍ନି ଯେଉଁମାନେ କହନ୍ତି ନାହିଁ, ଯଥେଷ୍ଟ ହେଲା।

17 ଯେଉଁ ବ୍ୟକ୍ତି ତା'ର ପିତାଙ୍କୁ ପରିହାସ କରେ ଓ ତା'ର ମାତାଙ୍କୁ ସମ୍ମାନ କରେ ନାହିଁ, ସେ ଦଣ୍ଡିତ ହେବ। ଏହିପରି ତା’ ପାଇ ହେବ। ତା'ର ଚକ୍ଷୁକୁ ଶାଗୁଣାମାନେ ତାଢ଼ି ପକାଇବେ, ଡାମରା କାଉମାନେ ସେଗୁଡ଼ିକୁ ଖାଇଯିବେ।

18 ତିନି କଥା ମୋତେ ରହସ୍ୟ ପରି ଲାଗେ। ପୁଣି ଗ୍ଭରି କଥା ମୁଁ ଜାଣେ ନାହିଁ। 19 ଆକାଶରେ ଉତ୍କ୍ରୋଶପକ୍ଷୀର ଗତି, ପ୍ରସ୍ତରରେ ସର୍ପର ଗତି, ସମୁଦ୍ର ମଧ୍ୟରେ ଜାହାଜର ଗତି, ଯୁବତୀଠାରେ ପୁରୁଷର ଗତି।

20 ସେହିପରି ବ୍ୟଭିଗ୍ଭରିଣୀ ସ୍ତ୍ରୀର ଗତି। ସେ ଖାଇ ମୁହଁ ପୋଛି ଦିଏ ଓ କହେ, “ମୁଁ କିଛି ଅଧର୍ମ କରି ନାହିଁ।”

21 ତିନି କଥାର ଭାରରେ ପୃଥିବୀ କମ୍ପିତ ହୁଏ। ପୁଣି ଗ୍ଭରି କଥାର ଭାରରେ ମଧ୍ୟ ତାହା ସେ ସହିପାରେ ନାହିଁ। 22 ଦାସର ଭାର ଯେତେବେଳେ ସେ ରାଜତ୍ୱ କରେ, ମୂର୍ଖର ଭାର ଯେତେବେଳେ ସେ ଆହାରରେ ପରିତୃପ୍ତ। 23 କେହି ଭଲ ପାଉ ନ ଥିବା ସ୍ତ୍ରୀଲୋକକୁ ଯାହାର ବିବାହ ହୋଇଯାଏ। ଏବଂ ଗ୍ଭକରାଣୀର ଭାର ଯେତେବେଳେ ସେ ତା'ର ମାଲିକାଣିର ସ୍ଥାନ ନିଏ।

24 ଗ୍ଭରି ପ୍ରାଣୀ ପୃଥିବୀରେ ସାନ, ମାତ୍ର ସେମାନେ ଅତିଶୟ ଜ୍ଞାନବାନ୍ ଅଟନ୍ତି।

25 ପିମ୍ପୁଡ଼ି ଜାତି ଦୁର୍ବଳ ଅଟନ୍ତି, ମାତ୍ର ଅତିଶୟ ଜ୍ଞାନବାନ, ସେମାନେ ଗ୍ରୀଷ୍ମ ସମୟରେ ସେମାନଙ୍କର ଖାଦ୍ୟ ସଞ୍ଚୟ କରି ରଖନ୍ତି।

26 ଶାଫନ୍ ଜନ୍ତୁଗଣ ଶକ୍ତିହୀନ ଜାତି, ମାତ୍ର ସେମାନେ ଶୈଳରେ ଆପଣାର ବସା ନିର୍ମାଣ କରନ୍ତି।

27 ପଙ୍ଗପାଳମାନଙ୍କର କୌଣସି ରାଜା ନାହିଁ, ତଥାପି ସେମାନେ ଦଳବଦ୍ଧ ହୋଇ ଗମନ କରନ୍ତି।

28 ଝିଟିପିଟି ହସ୍ତଦ୍ୱାରା ଧରେ, ତଥାପି ସେ ରାଜାର ଅଟ୍ଟାଳିକାରେ ଥାଏ।

29 ତିନିପ୍ରାଣୀ ଗୌରବଶାଳୀ ଅଟନ୍ତି, ଯେତେବେଳେ ସେମାନେ ସୈନିକ ରୀତିରେ ଅଗ୍ରସର ହୁଅନ୍ତି। ପୁଣି ଗ୍ଭରିପ୍ରାଣୀ ଗୌରବଶାଳୀ ଅଟନ୍ତି ଯେତେବେଳେ ସେମାନେ ଗ୍ଭଲନ୍ତି।

30 ସମସ୍ତ ପଶୁମାନଙ୍କ ମଧ୍ୟରେ ସବୁଠୁ ଶକ୍ତିଶାଳୀ ସିଂହ, କାହାକୁ କେବେ ଭୟ କରେ ନାହିଁ।

31 ଯୁଦ୍ଧାଶ୍ୱ, ଛାଗ ଓ ରାଜା ଯାହା ବିରୁଦ୍ଧରେ କେହି ଉଠେ ନାହିଁ।

32 ଯଦି ତୁମ୍ଭେ ଆପଣାକୁ ଉଚ୍ଚ କରିବାରେ ମୂଢ଼ର କର୍ମ କରିଥାଅ, କିମ୍ବା ଯଦି କୁକଳ୍ପନା କରୁଥାଅ, ତେବେ ଆପଣା ମୁଖରେ ହାତ ଦିଅ।

33 କାରଣ ଯେପରି ଦୁ‌ଗ୍‌ଧମନ୍ଥନରୁ ଲହୁଣୀ ବାହାରେ ଓ ନାସିକା ମନ୍ଥନରେ ରକ୍ତ ବାହାରେ, ଠିକ୍ ସେହିପରି କ୍ରୋଧ ମନ୍ଥନରେ ବିବାଦ ବାହାରେ।

ରାଜା ଲମୂୟେଲଙ୍କର ଜ୍ଞାନପୂର୍ଣ୍ଣ ବାକ୍ୟ

31 ଏହା ହେଉଛି ରାଜା ଲମୂୟେଲଙ୍କର ଉପଦେଶ ପୂର୍ଣ୍ଣ ବାକ୍ୟ। ଯାହାକି ସେ ତାଙ୍କର ମାତାଙ୍କଠାରୁ ସେ ଶିକ୍ଷା ଗ୍ରହଣ କରିଥିଲେ।

ତୁମ୍ଭେ ହେଉଛ ମୋର ପୁତ୍ର, ମୁଁ ଯାହାକୁ ଭଲପାଏ, ତୁମ୍ଭେ ହେଉଛ ସେହି ପୁତ୍ର ଯାହାକୁ ପାଇବା ପାଇଁ ମୁଁ ପ୍ରାର୍ଥନା କରିଥିଲି। ତୁମ୍ଭେ ସ୍ତ୍ରୀଲୋକଙ୍କୁ ଆପଣାର ବଳ ଦିଅ ନାହିଁ। ସେମାନେ ରାଜାମାନଙ୍କୁ ଧ୍ୱଂସ କଲେ। ହେ ଲମୂୟେଲ, ରାଜାମାନଙ୍କର ଦ୍ରାକ୍ଷାରସ ପାନ କରିବା ଉଚିତ୍ ନୁହେଁ। ଦ୍ରାକ୍ଷାରସ ପାନ କରିବା ଶାସକମାନଙ୍କ ପାଇଁ ଏହା ଉଚିତ୍ ନୁହେଁ। ଯଦି ସେମାନେ ପାନ କରନ୍ତି, ସେମାନେ ସବୁ ନିୟମ ଭୁଲି ଯାଆନ୍ତି ଏବଂ ଗରିବ ଲୋକମାନଙ୍କ ବିପକ୍ଷରେ ନ୍ୟାୟ କରନ୍ତି। ମୃତକଳ୍ପ ଲୋକକୁ ଦ୍ରାକ୍ଷାରସ ଦିଅ ଓ ତିକ୍ତମନା ଲୋକକୁ ଦ୍ରାକ୍ଷାରସ ଦିଅ। ସେ ଲୋକ ପାନକରି ଆପଣା ଦରିଦ୍ରତା ପାଶୋରନ୍ତୁ ଏବଂ ଆପଣା କ୍ଳେଶ ଭୁଲି ଯାଆନ୍ତୁ।

ତୁମ୍ଭର ପାଟି ଫିଟାଅ ଓ ସେମାନଙ୍କ ପାଇଁ କୁହ, ଯେଉଁମାନେ ସେମାନଙ୍କ ପାଇଁ କହିପାରିବେ ନାହିଁ, କଷ୍ଟରେ ଥିବା ଲୋକମାନଙ୍କର ଅଧିକାର ପାଇଁ କୁହ। ମୁଖ ଫିଟାଇ ଯଥାର୍ଥ ବିଗ୍ଭର କର। ଦୁଃଖୀ ଓ ଦରିଦ୍ରମାନଙ୍କର ସୁବିଗ୍ଭର କର।

ଉପଯୁକ୍ତ ସ୍ତ୍ରୀ

10 ଏହା ଅତ୍ୟନ୍ତ କଷ୍ଟ “ଏକ ଗୁଣବତୀ ସ୍ତ୍ରୀ ପାଇବା”
    ତା'ର ମୂଲ୍ୟ ମୁକ୍ତାଠାରୁ ଅଧିକ ମୂଲ୍ୟବାନ ଅଟେ।
11 ତା'ର ସ୍ୱାମୀର ହୃଦୟ ତା'ଠାରେ ନିର୍ଭର କରେ।
    ସେ କଦାପି ଦରିଦ୍ର ହେବ ନାହିଁ।
12 ସେ ଜୀବନସାରା ସ୍ୱାମୀର ମଙ୍ଗଳ କରେ।
    ସେ ତାଙ୍କୁ କେବେ ଅସୁବିଧାରେ ପକାଏ ନାହିଁ।
13 ସେ ମେଷଲୋମ ମସିନା ଖୋଜି
    ସନ୍ତୋଷରେ ଆପଣା ହସ୍ତରେ କର୍ମ କରେ।
14 ସେ ବାଣିଜ୍ୟ ଜାହାଜ ପରି,
    ଦୂରରୁ ଆପଣା ଆହାର ଆଣେ।
15 ସେ ରାତ୍ରି ଥାଉଥାଉ ଉଠେ,
    ଆପଣା ପରିଜନକଙ୍କୁ ଖାଦ୍ୟ ଓ ଦାସୀଗଣଙ୍କୁ ନିରୂପିତ କର୍ମ ଦିଏ।
16 ସେ କ୍ଷେତ୍ରର ବିଷୟ ବୁଝି ତାହା କିଣେ।
    ସେ ଆପଣା ହସ୍ତର ଫଳ ଦେଇ ଦ୍ରାକ୍ଷାକ୍ଷେତ୍ର ରୋପଣ କରେ।
17 ସେ ଜଣେ ବଳବାନ୍ କାର୍ଯ୍ୟକାରୀ ସ୍ତ୍ରୀ
    ସେ ସବୁ ସମୟ କଠିନ ପରିଶ୍ରମ କରେ।
18 ଆପଣା ବ୍ୟାପାର ଯେ ଲାଭଜନକ, ଏହା ସେ ବୁଝେ।
    ପୁଣି ରାତ୍ରିକାଳରେ ତାହାର ପ୍ରଦୀପ ଲିଭିଯାଏ ନାହିଁ।
19 ସେ ନୋଟିକି ହାତ ବଢ଼ାଏ,
    ପୁଣି ତା'ର ହସ୍ତ ତାହା ପାଇଁ ବସ୍ତ୍ର ବୁଣେ।
20 ସେ ଦୁଃଖୀ ଲୋକମାନଙ୍କ ପ୍ରତି ମୁକ୍ତହସ୍ତା ହୁଏ
    ଓ ଦରିଦ୍ରମାନଙ୍କ ପ୍ରତି ଦୟା ଦେଖାଏ।
21 ସେ କେବେହେଲେ ନିଜର ପରିବାର ବିଷୟରେ ଶୀତ ଋତୁରେ ଦୁଃଖିନୀ ହୁଏ ନାହିଁ।
    ଯେତେବେଳେ ବରଫପାତ ହୁଏ କାରଣ ତାହାର ସମସ୍ତ ପରିବାର ଗରମ ବସ୍ତ୍ର ପିନ୍ଧନ୍ତି।
22 ସେ ଆପଣା ନିମନ୍ତେ ଚିତ୍ରବିଚିତ୍ର ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କରେ।
    ସେ ଶୁଭ୍ର କ୍ଷୌମବସ୍ତ୍ର ପିନ୍ଧେ।
23 ଲୋକମାନେ ତା'ର ସ୍ୱାମୀକୁ ସମ୍ମାନ କରନ୍ତି।
    ସେ ଦେଶର ଜଣେ ମୁଖିଆ ଅଟେ।
24 ସେ ଜଣେ ଉତ୍ତମ ବ୍ୟବସାୟୀ ସ୍ତ୍ରୀ ଅଟେ।
    ସେ ଲୁଗା ଓ ବେ‌‌ଲ୍‌‌ଟ ପ୍ରସ୍ତୁତ କରେ ଓ ତାକୁ ବ୍ୟବସାୟୀମାନଙ୍କୁ ବିକେ।
25 ସେ ପ୍ରଶଂସାରେ ଯୋଗ୍ୟା, ଲୋକମାନେ ତାଙ୍କୁ ସମ୍ମାନ କରନ୍ତି।
    ସେ ନୀର୍ଭିକ ଭାବେ ତା'ର ଭବିଷ୍ୟତ ଦେଖି ପାରେ।
26 ସେ ଜ୍ଞାନପୂର୍ଣ୍ଣ କଥା କହେ।
    ସେ ଲୋକମାନଙ୍କୁ ଦୟା ଓ କରୁଣା ଶିକ୍ଷା ଦିଏ।
27 ସେ କେବେ ଅଳସୁଆ ହୁଏ ନାହିଁ।
    ସେ ତା'ର ଗୃହର ପ୍ରତ୍ୟେକ ଦ୍ରବ୍ୟର ଯତ୍ନ ନିଏ।
28 ତା'ର ସନ୍ତାନମାନେ ତାକୁ ଧନ୍ୟ ବୋଲି କହନ୍ତି।
    ତା'ର ସ୍ୱାମୀ ତା'ର ପ୍ରଶଂସା କରେ।
29 “ବହୁତ ଭଲ ସ୍ତ୍ରୀଲୋକ ଅଛନ୍ତି।
    କିନ୍ତୁ ତୁମ୍ଭେ ସବୁଠାରୁ ଉତ୍ତମ।”
30 ଲାବଣ୍ୟ ପ୍ରବଞ୍ଚନା ଜନକ ଓ ସୌନ୍ଦର୍ଯ୍ୟ ଅସାର,
    ମାତ୍ର ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କୁ ଭୟ କରେ, ସେ ପ୍ରଶଂସିତା ହେବ।
31 ସେ ପାଇବାର ଉପଯୁକ୍ତ ପୁରସ୍କାର ତାକୁ ଦିଅ।
    ତାକୁ ତା’ ନିଜର କର୍ମ କରିବାକୁ ଛାଡ଼ିଦିଅ।
    ସେ ଯାହା କରିଯାଇଛି ଲୋକମାନଙ୍କ ନଗର ଦ୍ୱାରରେ ତାହାର ପ୍ରଶଂସା ଆଣିଦିଏ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center