Beginning
22 ବହୁ ଧନ ଅପେକ୍ଷା ସୁନାମ ଅର୍ଜ୍ଜନ କରିବା ଭଲ। ଖ୍ୟାତି ଅର୍ଜ୍ଜନ କରିବା ସୁନା, ରୂପା ଅର୍ଜ୍ଜନ କରିବାଠାରୁ ନିଶ୍ଚିତ ଉତ୍ତମ।
2 ଧନୀ ଓ ଗରିବ ସମସ୍ତେ ସମାନ। କାରଣ ସଦାପ୍ରଭୁ ସମସ୍ତଙ୍କର ସୃଷ୍ଟିକର୍ତ୍ତା।
3 ଚତୁର ଲୋକ ବିପଦ ଦେଖେ ଏବଂ ଏହାକୁ ଦୂର କରେ। ମାତ୍ର ଅବୋଧ ଲୋକମାନେ ବିପଦକୁ ଆବୋରି ନିଅନ୍ତି ଏବଂ କ୍ଷତିଗ୍ରସ୍ତ ହୁଅନ୍ତି।
4 ନମ୍ରତାର ଓ ସଦାପ୍ରଭୁଙ୍କ ବିଷୟକ ଭୟର ପୁରସ୍କାର ଧନ, ସମ୍ମାନ ଓ ଜୀବନ ଅଟେ।
5 କୁଟିଳ ଲୋକମାନଙ୍କ ପଥ କଣ୍ଟକାକୀର୍ଣ୍ଣ ଓ ଫାନ୍ଦପୂର୍ଣ୍ଣ। ଯେ ଆପଣା ପ୍ରାଣ ରକ୍ଷା କରେ, ସେମାନଙ୍କଠାରୁ ଦୂରରେ ରହିବ।
6 ନିଜର ଯୁବାବସ୍ଥାରେ ସଠିକ୍ ଜୀବନ ଧାରଣ କରିବା ପାଇଁ, ବାଳକକୁ ଶିକ୍ଷା ଦିଅ। ତେଣୁ ସେ ବୃଦ୍ଧ ହେଲେ ହେଁ ତହିଁରୁ ବିମୁଖ ହେବ ନାହିଁ।
7 ଧନବାନ ଦରିଦ୍ର ଉପରେ କର୍ତ୍ତୃତ୍ୱ କରେ, ପୁଣି ଋଣୀ ମହାଜନର ଦାସ ହୁଏ।
8 ଯେ ଅଧର୍ମ ବୀଜ ବୁଣେ, ସେ ବିପଦରୂପ ଶସ୍ୟ କାଟିବ ଏବଂ ତାହାର କୋପରୂପ ଦଣ୍ଡ ଲୁପ୍ତ ହେବ।
9 ଯାହାର ଦୟାଳୁ ଦୃଷ୍ଟି, ସେ ଆଶିଷ ପାଇବ, ଯେହେତୁ ସେ ଆପଣା ଆହାରରୁ ଦୀନହୀନକୁ ବିତରଣ କରେ।
10 ନିନ୍ଦକକୁ ବାହାର କରି ଦିଅ, ତହିଁରେ ବିବାଦ ଓ ଅପମାନ ବନ୍ଦ ହେବ।
11 ଯେଉଁ ଲୋକ ହୃଦୟରେ ପବିତ୍ର ତା'ର କଥା ଅନୁଗ୍ରହ ଯୁକ୍ତ, ସେ ରାଜାର ବନ୍ଧୁ ହୋଇ ପାରିବ।
12 ସଦାପ୍ରଭୁଙ୍କ ଚକ୍ଷୁ ଜ୍ଞାନପ୍ରାପ୍ତ ଲୋକକୁ ନଜର ରଖେ। ମାତ୍ର ବିଶ୍ୱାସଘାତକର ସେ ବିନାଶ କରନ୍ତି।
13 ଆଳସ୍ୟ ଲୋକ କହେ, “ବାହାରେ ସିଂହ ଅଛି। ମୁଁ ସଡ଼କରେ ହତ ହେବି।”
14 ପର ସ୍ତ୍ରୀର ମୁଖ ଗଭୀର ଗାତ ଅଟେ, ସଦାପ୍ରଭୁଙ୍କର ଘୃଣିତ ଲୋକ ତହିଁରେ ପଡ଼ିବ।
15 ପିଲାର ମନରେ ଅଜ୍ଞାନତା ଥାଏ। ପୁଣି ଶାସନ ବାଡ଼ି ତାହା ବାହାର କରି ତାହାଠାରୁ ଦୂର କରିଦିଏ।
16 ଯେଉଁ ଲୋକ ଆପଣା ଧନ ବଢ଼ାଇବା ପାଇଁ ଦରିଦ୍ର ପ୍ରତି ଉପଦ୍ରବ କରେ, ପୁଣି ଯେ ଧନିକି ଦାନ କରେ, ତାହାକୁ କେବଳ ଅଭାବ ଘଟିବ।
ତିରିଶ୍ ଗୋଟି ଜ୍ଞାନ ଉପଦେଶ
17 ଆପଣା କର୍ଣ୍ଣ ଡେରି ଜ୍ଞାନବାନମାନଙ୍କ କଥା ଶୁଣ, ମୁଁ ଯାହା ଶିକ୍ଷା ଦିଏ ଆପଣା ମନ ଲଗାଅ। 18 ତୁମ୍ଭେ ଖୁସୀ ହେବ, ଯଦି ତୁମ୍ଭେ ସେମାନଙ୍କୁ ମନେ ରଖିବ ଏବଂ ଆବୃତ୍ତି କରିବ। 19 ମୁଁ ତୁମ୍ଭକୁ ବର୍ତ୍ତମାନ ସେହି ଶିକ୍ଷା ଦେବି। ତେଣୁ ସଦାପ୍ରଭୁଙ୍କଠାରେ ତୁମ୍ଭେ ବିଶ୍ୱାସ କରିବ। 20 ମୁଁ ତୁମ୍ଭମାନଙ୍କ ପାଇଁ ତିରିଶ୍ଟି ସତ୍ୟତାରୂପ ବାକ୍ୟ ଲେଖିଅଛି। ସେଗୁଡ଼ିକ ଜ୍ଞାନ ଗର୍ଭକପୂର୍ଣ୍ଣ ଉପଦେଶ ଅଟେ। 21 ଏହି ସତ୍ୟତା ରୂପକ ବାକ୍ୟ ତୁମ୍ଭକୁ ସତ୍ୟତା ଗୁରୁତ୍ୱପୂର୍ଣ୍ଣ କଥା ଶିକ୍ଷା ଦେବ। ଏହା ପରେ ତୁମ୍ଭେମାନେ ଉତ୍ତମ ଶିକ୍ଷା ଦେଇ ପାରିବ।
—1—
22 ଦରିଦ୍ର ଲୋକଠାରୁ ଗ୍ଭେରି କରିବା ଅତି ସହଜ କିନ୍ତୁ ଏପରି କର ନାହିଁ। ଏବଂ ସେହି ଦରିଦ୍ର ଲୋକମାନଙ୍କୁ ନ୍ୟାୟରୁ ବଞ୍ଚିତ କର ନାହିଁ। 23 ସଦାପ୍ରଭୁ ସେମାନଙ୍କ ପକ୍ଷରେ ପ୍ରତିବାଦ କରିବେ। ପୁଣି ଯେଉଁମାନେ ସେମାନଙ୍କ ଦ୍ରବ୍ୟ ଅପହରଣ କରିବେ, ସେ ସେମାନଙ୍କର ପ୍ରାଣ ଅପହରଣ କରିବେ।
—2—
24 ରାଗୀ ଲୋକ ସଙ୍ଗରେ ମିତ୍ରତା କର ନାହିଁ। ପୁଣି କ୍ରୋଧୀ ଲୋକ ସହିତ ଗମନ କର ନାହିଁ। 25 ଏପରି କଲେ ତୁମ୍ଭେ ତାହାର ବାଟ ଶିକ୍ଷାକରି ଆପଣା ପ୍ରାଣ ପାଇଁ ଫାନ୍ଦ ପ୍ରସ୍ତୁତ କରିବ।
—3—
26 ଅନ୍ୟମାନଙ୍କର ଋଣ ପାଇଁ ତୁମ୍ଭେ ଲଗା ହୁଅ ନାହିଁ। 27 ଯଦି ତୁମ୍ଭେ ଋଣ ନ ଦେଇ ପାରିବ, ତେବେ ତୁମ୍ଭେ ତୁମ୍ଭର ସମସ୍ତ ହରାଇବ। କାହିଁକି ତୁମ୍ଭେ ତୁମ୍ଭର ଶଯ୍ୟା ହରାଇବ?
—4—
28 ତୁମ୍ଭର ପିତୃ ଲୋକମାନେ ଯେଉଁ ପୁସ୍ତକ ପୁରାତନ ସୀମା ନିର୍ଦ୍ଧାରଣ କରିଛନ୍ତି, ତାହା ଘୁଞ୍ଚାଅ ନାହିଁ।
—5—
29 ଯଦି ଜଣେ ଲୋକ ତା'ର କାର୍ଯ୍ୟରେ ନିପୁଣ ଓ ତତ୍ପର। ତେବେ ସେ ରାଜାଙ୍କର ସେବା କରିବାକୁ ସକ୍ଷମ, ସେ କୌଣସି ନୀଚ ଲୋକର ସେବା କରିବ ନାହିଁ।
—6—
23 ଯେତେବେଳେ ତୁମ୍ଭେ ଶାସନକର୍ତ୍ତା ସହିତ ଭୋଜନରେ ବସ ସେତେବେଳେ ତୁମ୍ଭ ସମ୍ମୁଖରେ କିଏ ଅଛି, ତାହା ଯତ୍ନପୂର୍ବକ ବିବେଚନା କର। 2 ଯେବେ ତୁମ୍ଭେ ଭୋକିଲା ହୁଅ। ତୁମ୍ଭେ ଆପଣା ଗଳାରେ ଛୁରି ଆପେ ରଖ। 3 ତାହାର ସୁସ୍ୱାଦୁ ଖାଦ୍ୟକୁ ଲୋଭ କର ନାହିଁ। ଯେହେତୁ ତାହା ପ୍ରବଞ୍ଚନା ଜନକ ଖାଦ୍ୟ ଅଟେ।
—7—
4 ଧନୀ ହେବାକୁ ନିଜକୁ କ୍ଳାନ୍ତ କର ନାହିଁ। କେତେବେଳେ ବନ୍ଦ କରିବାକୁ ହୁଏ ଜାଣିବାକୁ ତହିଁର ଜ୍ଞାନ ରଖ। 5 ତୁମ୍ଭେ ଧନକୁ ଦେଖିବା ପୂର୍ବରୁ ସେ ପଳାଏ। କାରଣ ଧନ ଉଡ଼ୁଥିବା ଉତ୍କ୍ରୋଶପକ୍ଷୀ ପରି ଡେଣା ପାଏ ଏବଂ ଉଡ଼ିଯାଏ।
—8—
6 ଜଣେ ଲୋକ ସହିତ ଖାଦ୍ୟ ଖାଅ ନାହିଁ। ଯିଏ କୃପଣ ଏବଂ ତାହାର ସୁସ୍ୱାଦୁ ଖାଦ୍ୟ ଖାଇବାକୁ କାମନା କର ନାହିଁ। 7 ସେ ହେଉଛି ଏହିପରି ଲୋକ ଯେ କି ସର୍ବଦା ମୂଲ୍ୟ କଥା ଚିନ୍ତା କରେ। ସେ ଏପରି ତୁମ୍ଭକୁ କହିପାରେ, “ଖାଅ ପିଅ” କିନ୍ତୁ ତାହା ତା'ର ଅନ୍ତରର କଥା ନୁହେଁ। 8 ତୁମ୍ଭେ ଯେଉଁ ଗୁଣ୍ଡାଏ ଖାଦ୍ୟ ଖାଇଅଛ ତାହା ଉଦ୍ଗାର କରିବ ଏବଂ ତୁମ୍ଭର ତା’ ପ୍ରତି ପ୍ରଶଂସା ବେକାର ହୋଇଯିବ।
—9—
9 ମୂର୍ଖର କର୍ଣ୍ଣଗୋଚରରେ କଥା କୁହ ନାହିଁ। ଯେହେତୁ ସେ ତୁମ୍ଭ ବାକ୍ୟର ବିଜ୍ଞତା ତୁଚ୍ଛ କରିବ।
—10—
10 ପୁରାତନ ଭୂମିର ଚିହ୍ନ ସୀମା ଘୁଞ୍ଚାଅ ନାହିଁ। ପିତୃମାତୃହୀନମାନଙ୍କର ଭୂମି ନିଅ ନାହିଁ। 11 କାରଣ ସେମାନଙ୍କ ମୁକ୍ତିକର୍ତ୍ତା ବଳବାନ୍। ସେ ତୁମ୍ଭ ସହିତ ସେମାନଙ୍କ ବିବାଦର ପ୍ରତିବାଦ କରିବେ।
—11—
12 ଉପଦେଶରେ ତୁମ୍ଭର ହୃଦୟ ଓ କର୍ଣ୍ଣ ଦ୍ୱାରା ଜ୍ଞାନର ବାକ୍ୟକୁ ଗ୍ରହଣ କର।
—12—
13 ପିଲାକୁ ଶାସ୍ତି ଦେବାକୁ ତୃଟି କର ନାହିଁ। ତୁମ୍ଭେ ତାହାକୁ ବାଡ଼ିରେ ବାଡ଼େଇଲେ ହେଁ ସେ ମରିବ ନାହିଁ। 14 ତୁମ୍ଭେ ତାକୁ ବାଡ଼ିରେ ମାରିବ ଓ ପାତାଳରୁ ତାହାର ପ୍ରାଣ ରକ୍ଷା କରିବ।
—13—
15 ହେ ମୋର ପୁତ୍ର, ତୁମ୍ଭର ମନ ଜ୍ଞାନୀ ହେଲେ, ବିଶେଷରେ ମୋର ମନ ହୃଷ୍ଟ ହେବ। 16 ତୁମ୍ଭେ ଯଥାର୍ଥ କଥା କହିଲେ ମୋର ହୃଦୟ ଆନନ୍ଦିତ ହେବ।
—14—
17 ପାପୀଗଣଙ୍କ ପ୍ରତି ଈର୍ଷାଳୁ ହୁଅ ନାହିଁ। ତୁମ୍ଭର ଜୀବନର ସମସ୍ତ ଦିନଗୁଡ଼ିକ ସଦାପ୍ରଭୁଙ୍କ ପ୍ରତି ସମ୍ମାନ ଓ ଭୟ କର। 18 ଯେହେତୁ ତୁମ୍ଭର ସର୍ବଦା ଭବିଷ୍ୟତ ଅଛି, ତୁମ୍ଭର ଭରସା ଉଚ୍ଛିନ୍ନ ହେବ ନାହିଁ।
—15—
19 ହେ ମୋର ପୁତ୍ର, ଶୁଣ, ଜ୍ଞାନୀ ହୁଅ। ପୁଣି ତୁମ୍ଭ ମନକୁ ସତ୍ୟପଥରେ କଢ଼ାଇ ନିଅ। 20 ସେହି ଜଣକ ପରି ହୁଅ ନାହିଁ, ଯିଏ ଦ୍ରାକ୍ଷାରସ ପାନ କରେ ଆସକ୍ତ ଓ ପେଟୁ ମାଂସ ଭକ୍ଷ୍ୟକ ଅଟେ। 21 ମାତାଲମାନେ ଓ ପେଟୁ ଦରିଦ୍ର ପୀଡ଼ିତ ହେବ। ପୁଣି ସେମାନଙ୍କୁ ଚିରା ବସ୍ତ୍ରରେ ଘୋଡ଼ାଇ ଦିଏ।
—16—
22 ତୁମ୍ଭର ଜନ୍ମଦାତା ପିତାର କଥା ଶୁଣ, ପିତାମାତା ବୃଦ୍ଧା ହେଲେ ତାହାକୁ ତୁଚ୍ଛ କର ନାହିଁ। 23 ସତ୍ୟତା କିଣ, ତାହା ବିକ୍ରି କର ନାହିଁ। ଜ୍ଞାନ, ଉପଦେଶ ଓ ସୁବିବେଚନା କ୍ରୟ କର। 24 ଧାର୍ମିକର ପିତା ଅତିଶୟ ଆନନ୍ଦ କରେ। ପୁଣି ଜ୍ଞାନୀ ସନ୍ତାନର ଜନ୍ମଦାତା ତାହା ହେତୁ ହୃଷ୍ଟ ହୁଏ। 25 ତୁମ୍ଭର ପିତା ଓ ତୁମ୍ଭର ମାତା ହୃଷ୍ଟ ହୁଅନ୍ତୁ। ତୁମ୍ଭର ମାତା ଆନନ୍ଦ କରୁ।
—17—
26 ହେ ମୋର ପୁତ୍ର, ତୁମ୍ଭର ହୃଦୟ ମୋତେ ଦିଅ। ତୁମ୍ଭର ଚକ୍ଷୁ ମୋ’ ପଥରେ ତୁଷ୍ଟ ହେଉ। 27 ବେଶ୍ୟା ହେଉଛି ଗଭୀର ଖାତ ତୁଲ୍ୟ। ଜଣେ ବ୍ୟଭିଗ୍ଭରୀଣି ଏକ ସଂକୀର୍ଣ୍ଣ କୂପ ତୁଲ୍ୟ ଅଟେ। 28 ଜଣେ ଖରାପ ସ୍ତ୍ରୀଲୋକ ଗ୍ଭେର ପରି ଆକସ୍ମିକ ଆକ୍ରମଣ କରେ, ସେ ମନୁଷ୍ୟମାନଙ୍କ ମଧ୍ୟରେ ଅବିଶ୍ୱାସୀମାନଙ୍କର ସଂଖ୍ୟା ବଢ଼ାଏ।
—18—
29-30 ଯେଉଁମାନେ ଅତ୍ୟନ୍ତ ମଦ୍ୟପ ଏବଂ ସବୁ ସମୟ ମଦ୍ୟ ପାନରେ ଉପଯୋଗ କରନ୍ତି, ଏହା ଲୋକମାନଙ୍କ ପାଇଁ ବହୁ କ୍ଷତିକାରକ। ସେହିମାନଙ୍କର ବହୁତ ଝଗଡ଼ା ଓ ଯୁକ୍ତି ହୁଏ। ତାହାର ଆଖି ରକ୍ତବର୍ଣ୍ଣ ଦେଖାଯାଏ। ସେ ନିଜେ ନିଜେ ତା'ର କ୍ଷତବିକ୍ଷତ କରେ। ଏଥିରୁ କ୍ଷାନ୍ତ ହୁଅ।
31 ଦ୍ରାକ୍ଷାରସ ରଙ୍ଗୀନ୍ ହେଲେ, ତାହା ପାତ୍ରରେ ଚକମକ ଦେଖାଯାଏ ଓ ସହଜରେ ଗଳାଧଃକରଣ ହେଲେ ମଧ୍ୟ ତୁମ୍ଭେ ତାକୁ ଅନାଅ ନାହିଁ। 32 ଶେଷରେ ତାହା ସର୍ପପରି କାମୁଡ଼େ ଓ କାଳସର୍ପ ପରି ଦଂଶନ କରେ।
33 ତୁମ୍ଭର ଚକ୍ଷୁ ବିପରୀତ ବିଷୟ ଦେଖିବ, ତୁମ୍ଭର ମନ ଏବଂ ଭାଷଣ ଦ୍ୱନ୍ଦପୂର୍ଣ୍ଣ ହେବ। 34 ତୁମ୍ଭେ ସମୁଦ୍ର ମଧ୍ୟରେ ଶୟନକାରୀ ଅବା ଜାହାଜର ମାସ୍ତୁଲ ଉପରେ ଶୟନକାରୀ ଲୋକତୁଲ୍ୟ ହେବ। 35 ତୁମ୍ଭେ କହିବ, “ସେମାନେ ମୋତେ ମାରିଲେ, ମାତ୍ର ମୋର କ୍ଷତି ହୋଇ ନାହିଁ। ସେମାନେ ମୋତେ ପ୍ରହାର କଲେ ମାତ୍ର ମୁଁ କିଛି ଜାଣି ନାହିଁ। ମୁଁ ବର୍ତ୍ତମାନ ଉଠି ପାରିବି ନାହିଁ। ମୁଁ ଆଉ ପିଇବା ପାଇଁ ଗ୍ଭହେଁ।”
2010 by World Bible Translation Center