Beginning
16 ମନୁଷ୍ୟ କଳ୍ପନା କରେ। କିନ୍ତୁ ନିର୍ଣ୍ଣୟ ସଦାପ୍ରଭୁଙ୍କ ପାଖରୁ ଆସେ।
2 ଜଣେ ଲୋକ ଭାବେ ସେ ଯାହା କହୁଛି, ତାହା ଠିକ୍। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କୁ ପରୀକ୍ଷା କରନ୍ତି।
3 ସଦାପ୍ରଭୁଙ୍କଠାରେ ତୁମ୍ଭର ସମସ୍ତ କାର୍ଯ୍ୟ ସମର୍ପଣ କର। ତେବେ ତୁମ୍ଭେ ସବୁ କାର୍ଯ୍ୟରେ ଜୟଯୁକ୍ତ ହେବ।
4 ସଦାପ୍ରଭୁ ପ୍ରତ୍ୟେକ ବିଷୟକୁ ତହିଁର ନିଜ ଉଦ୍ଦେଶ୍ୟ ସାଧନ ନିମନ୍ତେ କରିଅଛନ୍ତି। ସଦାପ୍ରଭୁଙ୍କ ବିଗ୍ଭରରେ ଦୁଷ୍ଟମାନେ ବିନାଶ ହେବେ।
5 ସଦାପ୍ରଭୁ ସେହିମାନଙ୍କୁ ଘୃଣା କରନ୍ତି, ଯେଉଁମାନେ ଭାବନ୍ତି ସେ ସମସ୍ତଙ୍କଠାରୁ ଶ୍ରେଷ୍ଠତର। ସଦାପ୍ରଭୁ ଏହିପରି ଗର୍ବୀ ଲୋକମାନଙ୍କୁ ନିଃସନ୍ଦେହରେ ଦଣ୍ଡିତ କରିବେ।
6 ଦୟା ଓ ସତ୍ୟତାରେ ପାପର ପ୍ରାୟଶ୍ଚିତ ହୁଏ। ସଦାପ୍ରଭୁ ବିଷୟକ ଭୟ ଦ୍ୱାରା ମନୁଷ୍ୟମାନେ କୁକ୍ରିୟା ତ୍ୟାଗ କରନ୍ତି।
7 ଯଦି ମଣିଷର ରୀତି କଥାଧାରା ସଦାପ୍ରଭୁଙ୍କୁ ତୁଷ୍ଟି କରେ, ସେ ତା'ର ଶତ୍ରୁମାନଙ୍କୁ ତାଙ୍କ ସହିତ ଶାନ୍ତିରେ ରହିବା ପାଇଁ ବାଧ୍ୟ କରନ୍ତି।
8 ଅନ୍ୟାୟରେ ପ୍ରଚୁର ରୋଜଗାର ଅପେକ୍ଷା, ଧାର୍ମିକତାରେ ଅଳ୍ପ ରୋଜଗାର ହିଁ ଭଲ ଅଟେ।
9 ମନୁଷ୍ୟର ମନ ଆପଣାର ପଥ ବିଷୟରେ କଳ୍ପନା କରେ, ମାତ୍ର ସଦାପ୍ରଭୁ ତାହାର ଗ୍ଭଲିବାକୁ ନିର୍ଦ୍ଦେଶ କରନ୍ତି।
10 ଯେତେବେଳେ ରାଜା ଯାହା କହନ୍ତି ତାହା ନିୟମ ହୋଇଯାଏ। ତେଣୁ ତା'ର ବିଗ୍ଭର ସ୍ୱଚ୍ଛ ହେବା ଉଚିତ୍।
11 ଓଜନ ଓ ଦଣ୍ଡି ସଦାପ୍ରଭୁଙ୍କର ଅଟେ, କିନ୍ତୁ ସଦାପ୍ରଭୁ ଯାହା ଓଜନ ପାଇଁ ବ୍ୟବହାର କରିବାକୁ ବଟଖରାସବୁ ତିଆରି କଲେ।
12 କୁକର୍ମ କରିବା ରାଜାଙ୍କ ନିମନ୍ତେ ଘୃଣାର ବିଷୟ, ଯେହେତୁ ଧାର୍ମିକତାରେ ସିଂହାସନ ସ୍ଥିରୀକୃତ ହୁଏ।
13 ଧର୍ମଯୁକ୍ତ କଥା ରାଜାଙ୍କ ପାଇଁ ତୁଷ୍ଟିକର। ସେମାନେ ଯଥାର୍ଥ କରନ୍ତି ଯେଉଁମାନେ ପ୍ରେମ କରନ୍ତି।
14 ରାଜାଙ୍କର କ୍ରୋଧ ମୃତ୍ୟୁର ଦୂତପରି। ମାତ୍ର ଜ୍ଞାନୀଲୋକ ତାହା ଶାନ୍ତ କରେ।
15 ରାଜାର ପ୍ରସନ୍ନ ବଦନରେ ଜୀବନ ଥାଏ। ତାଙ୍କର ଅନୁଗ୍ରହ ଶେଷ ବର୍ଷାର ମେଘସ୍ୱରୂପ।
16 ସୁନା ଅପେକ୍ଷା ଜ୍ଞାନଲାଭ କରିବା ଉତ୍ତମ। ସୁବିବେଚନା ପାଇବା ରୂପାଠାରୁ ଅଧିକ ମୂଲ୍ୟବାନ।
17 ଧାର୍ମିକ ଲୋକମାନଙ୍କର ଚଳଣି ଅଧର୍ମର ବହୁତ ଦୂରରେ। ଯେଉଁ ଲୋକ ଆପଣା ପଥ ଜଗି ଗ୍ଭଲେ, ସେ ଆପଣା ପ୍ରାଣ ରକ୍ଷା କରେ।
18 ଅହଙ୍କାର ସର୍ବନାଶର ସମ୍ମୁଖରେ ଆସେ ଏବଂ ଅହଙ୍କାରୀ ପ୍ରକୃତି ପତନର ସମ୍ମୁଖରେ ଆସେ।
19 ଅହଙ୍କାରୀମାନଙ୍କ ସହିତ ଲୁଟିତ ଦ୍ରବ୍ୟ ଭାଗ କରିବା ଅପେକ୍ଷା ଦରିଦ୍ରତାର ସହିତ ନମ୍ର ହେବା ଭଲ।
20 ଯେଉଁ ଲୋକ ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କରେ, ସେ ସାଫଲ୍ୟ ଅର୍ଜ୍ଜନ କରେ। ପୁଣି ସେହି ଲୋକ ଧନ୍ୟ ଯେ ସଦାପ୍ରଭୁଙ୍କଠାରେ ନିର୍ଭର କରେ।
21 କିଏ ଜ୍ଞାନୀ ବା ବୁଦ୍ଧିମାନ, ଲୋକମାନେ ଜାଣି ପାରିବେ। ବାକ୍ୟର ମିଷ୍ଟତା ପାଣ୍ଡିତ୍ୟ ବଢ଼ାଏ।
22 ସଦ୍ବୁଦ୍ଧି ପାଇଥିବା ଲୋକ ଜୀବନର ଝର ସ୍ୱରୂପ ଅଟେ। ମାତ୍ର ଅଜ୍ଞାନତା ଅଜ୍ଞାନମାନଙ୍କର ଶାସ୍ତି।
23 ଜ୍ଞାନବାନର ହୃଦୟ ଆପଣା ମୁଖକୁ ଶିକ୍ଷା ଦିଏ। ପୁଣି ତା'ର ବାକ୍ୟ ପାଣ୍ଡିତ୍ୟ ବଢ଼ାଏ।
24 ଦୟାପୂର୍ଣ୍ଣ କଥା ମହୁପରି ଅଟେ। ଏହାକୁ ଗ୍ରହଣ କରିବା ସହଜ ଏବଂ ସ୍ୱାସ୍ଥ୍ୟ ପାଇଁ ଉତ୍ତମ।
25 ମନୁଷ୍ୟର ଦୃଷ୍ଟିରେ ଯେଉଁ ପଥ ସରଳ ଦିଶେ କିନ୍ତୁ ତାହା ମୃତ୍ୟୁରେ ହିଁ ଶେଷ ହୁଏ।
26 ପରିଶ୍ରମକାତର କ୍ଷୁଧା ତାକୁ ପରିଶ୍ରମ କରିବାକୁ ବାଧ୍ୟ କରେ। ତା'ର ଭୋକିଲା ପାଟି କଠିନ ପରିଶ୍ରମ ପାଇଁ ଅଭିଯାନ କରନ୍ତି।
27 ପାପାଧାମ ଲୋକ ଅନିଷ୍ଟ କଳ୍ପନା କରେ। ଏବଂ ତାହାର ବାକ୍ୟଗୁଡ଼ିକ ଅଗ୍ନିପରି ଜଳେ।
28 କୁଟିଳ ମନୁଷ୍ୟ ବିବାଦ ବୁଣେ। କାନକୁହା ଲୋକମାନେ ବନ୍ଧୁତ୍ୱ ନଷ୍ଟ କରନ୍ତି।
29 ଅତ୍ୟାଗ୍ଭରୀ ଆପଣା ମିତ୍ରଗଣକୁ ଭୁଲିଯାଏ। ଏବଂ ପ୍ରତିବାସୀକୁ କୁପଥରେ କଢ଼ାଇ ନିଏ।
30 ଯେଉଁ ଲୋକ ଆପଣା ଆଖି ମିଞ୍ଜି ମିଞ୍ଜି କରେ, ସେ କୁଟିଳ ବିଷୟ କଳ୍ପନା କରେ, ଏବଂ ଯେ ଆପଣା ଓଷ୍ଠ ଜାବୁଡ଼ି ଧରେ, ମନ୍ଦକର୍ମ ସିଦ୍ଧ କରୁଥାଏ।
31 ପାଚିଲା କେଶ ଶୋଭାଜନକ ମୁକୁଟ। ତାହା ଧର୍ମ ପଥରେ ପ୍ରାପ୍ତ ହୁଏ।
32 ଯେ କ୍ରୋଧରେ ଧୀର, ସେ ବୀର ଅପେକ୍ଷା ଶ୍ରେଷ୍ଠ। ପୁଣି ଯେ ଆପଣା ଆତ୍ମା ଉପରେ କର୍ତ୍ତୃତ୍ୱ କରେ, ସେ ନଗର ବିଜୟୀଠାରୁ ଭଲ।
33 ନିଷ୍ପତ୍ତି ପାଇଁ ଗୁଲିବାଣ୍ଟ ପଡ଼େ, କିନ୍ତୁ ନିଷ୍ପତ୍ତି ସଦାପ୍ରଭୁଙ୍କଠାରୁ ଆସେ।
17 ବିବାଦଯୁକ୍ତ ଭୋଜିରେ ପୂର୍ଣ୍ଣ ଗୃହ ଅପେକ୍ଷା ଶାନ୍ତି ସହିତ ଖଣ୍ଡିଏ ଶୁଷ୍କ ଅନ୍ନ ଭଲ।
2 ଯେଉଁ ଦାସ ବୁଦ୍ଧି ପୂର୍ବକ ଚଳେ ସେ ଲଜ୍ଜାଜନକ ପୁତ୍ର ଉପରେ କର୍ତ୍ତୃତ୍ୱ କରେ। ପୁଣି ଭାଇମାନଙ୍କ ସଙ୍ଗରେ ସମ୍ପତ୍ତି ବାଣ୍ଟ ପାଏ।
3 ନିଆଁରେ ସୁନା ଓ ରୂପାର ବିଶୁଦ୍ଧତା ପରୀକ୍ଷା କରାଯାଏ। ମାତ୍ର ସଦାପ୍ରଭୁ ଅନ୍ତଃକରଣର ପରୀକ୍ଷା କରନ୍ତି।
4 କୁକ୍ରିୟାକାରୀ ଲୋକ ଦୁଷ୍ଟ କଥା ଶୁଣେ। ପୁଣି ମିଥ୍ୟାବାଦୀ ଅନ୍ୟ ଲୋକର ମିଥ୍ୟାରେ କର୍ଣ୍ଣପାତ କରେ।
5 ଯେଉଁ ଲୋକ ଦରିଦ୍ରକୁ ଉପହାସ କରେ, ସେ ଆପଣାର ସୃଷ୍ଟିକର୍ତ୍ତାଙ୍କୁ ଅପମାନ କରେ। ପୁଣି ଯେକେହି ଅନ୍ୟ ଲୋକର ବିପଦରେ ଆନନ୍ଦ କରେ, ସେ ଦଣ୍ଡ ପାଇବ।
6 ସନ୍ତାନଗଣର ସନ୍ତାନମାନେ ବୃଦ୍ଧ ଲୋକମାନଙ୍କର ମୁକୁଟ ସଦୃଶ। ପୁଣି ସନ୍ତାନମାନଙ୍କର ଗୌରବ ସେମାନଙ୍କ ପିତୃଗଣ।
7 ଜଣେ ନିର୍ବୋଧ ବେଶୀ କଥା କହିବା ଉଚିତ୍ ନୁହେଁ। ସେହିପରି ଜଣେ ଶାସକ ମିଛଗୁଡ଼ିକ କହିବା ଉଚିତ୍ ନୁହେଁ।
8 ଗୋଟିଏ ଉତ୍କୋଚ ଗୋଟିଏ ଯାଦୁ ପଥର ପରି, ଏହା ଜଣେ ଦେଇଥିବାର ଆଖିରେ ଅଟେ, ସେ ଯେଉଁ ଦିଗରେ ଘୂରେ, ସେ କୃପାଲାଭ କରେ।
9 ଯଦି ତୁମ୍ଭେ ଦୋଷୀକୁ କ୍ଷମା କର, ତେବେ ସେ ତୁମ୍ଭର ବନ୍ଧୁ ହେବ। ମାତ୍ର ତା'ର ଦୋଷକୁ ଯେବେ ତୁମ୍ଭେ ମନେ ପକାଇବ, ତେବେ ତୁମ୍ଭର ବନ୍ଧୁତ୍ୱ ନଷ୍ଟ ହେବ।
10 ମୂର୍ଖକୁ ଶହେ ମାଡ଼ ଅପେକ୍ଷା ବୁଦ୍ଧିମାନକୁ ପଦେ ଅନୁଯୋଗ ଅଧିକ କାଟେ।
11 ଦୁର୍ଜନ କେବଳ ବିଦ୍ରୋହ ଲୋଡ଼େ, ଏଣୁ ତାକୁ ଶାସ୍ତି ଦେବା ପାଇଁ ଜଣେ କଠୋର ହୃଦୟ ଦୂତକୁ ପଠାଯିବ।
12 ଛୁଆ ହରାଇଥିବା ଭଲ୍ଲୁକୀ ମନୁଷ୍ୟକୁ ପଛେ ଭେଟୁ ମାତ୍ର ନିଜ ଅଜ୍ଞାନତାରେ ମଗ୍ନ ମୂର୍ଖ ନ ଭେଟୁ।
13 ଯେଉଁ ଲୋକ ଭଲ ବଦଳରେ ମନ୍ଦ କରେ, ତାହାର ଗୃହକୁ ମନ୍ଦ କେବେ ଛାଡ଼ିବ ନାହିଁ।
14 ଗୋଟିଏ ଯୁକ୍ତିର ଆରମ୍ଭ ଗୋଟିଏ ବନ୍ଧରେ ଭାଙ୍ଗି ଗୋଟିଏ ଗାତ କଲାପରି। ତେଣୁ ବିବାଦ ହେବା ପୂର୍ବରୁ ଯୁକ୍ତି ବନ୍ଦ କର। ତେବେ ଅକ୍ତିଆର ବାହାର ହୋଇଯାଏ।
15 ଯେ ଦୁଷ୍ଟକୁ ନିର୍ଦ୍ଦୋଷ କରେ ଓ ଯେ ଧାର୍ମିକକୁ ଦୋଷୀ କରେ, ସେ ଦୁହେଁ ସଦାପ୍ରଭୁଙ୍କଠାରେ ସମାନ ଭାବେ ଘୃଣିତ।
16 ଜ୍ଞାନ କ୍ରୟ କରିବା ନିମନ୍ତେ ମୂର୍ଖ ହାତରେ ଧନ ଥିଲେ ତାହା ମୂଲ୍ୟହୀନ ଅଟେ। କାରଣ ମୂର୍ଖ ଲୋକ ଧନ ବଦଳରେ ଜ୍ଞାନ କ୍ରୟ କରିପାରେ ନାହିଁ।
17 ବନ୍ଧୁ ସର୍ବଦା ପ୍ରେମ କରେ। ଏବଂ ଭାଇ ଦୁର୍ଦ୍ଦଶା ସମୟରେ ସର୍ବଦା ଥାଏ।
18 ନିର୍ବୋଧଲୋକ ହାତ ଦେଇ ଆପଣା ପ୍ରତିବାସୀ ସାକ୍ଷାତରେ ଲଗା ହୁଏ।
19 ଯେ ବିବାଦ ଭଲପାଏ, ସେ ଅପରାଧ ହିଁ ଭଲପାଏ। ପୁଣି ଯେକେହି ଆପଣା ଦ୍ୱାର ଉଚ୍ଚ କରେ, ସେ ବିନାଶ ଖୋଜେ।
20 ଯାହାର ହୃଦୟ କୁଟିଳ, ସେ ମଙ୍ଗଳ ପାଏ ନାହିଁ। ଯାହାର ବାକ୍ୟ ଖରାପ ସେ ବିପଦରେ ପଡ଼େ।
21 ମୂର୍ଖର ଜନ୍ମଦାତା ଆପଣାର ଶୋକ ସଞ୍ଚୟ କରେ, ଏବଂ ମୂଢ଼ର ପିତା ଆନନ୍ଦ ପାଇବ ନାହିଁ।
22 ଆନନ୍ଦିତ ହୃଦୟ ଉତ୍ତମ ଔଷଧ। ମାତ୍ର ଭଗ୍ନ ଆତ୍ମା ଅସ୍ଥିସବୁକୁ ଶୁଷ୍କ କରେ।
23 ଦୁଷ୍ଟ ଲୋକ ନ୍ୟାୟରୁ ବଞ୍ଚିବାକୁ ଲୁଚେଇ କରି ଉତ୍କୋଚ ନିଏ।
24 ବୁଦ୍ଧିମାନର ସମ୍ମୁଖରେ ଜ୍ଞାନ ଥାଏ। ମାତ୍ର ମୂର୍ଖର ଦୃଷ୍ଟି ପୃଥିବୀର ପ୍ରାନ୍ତରେ ଥାଏ।
25 ମୂର୍ଖ ପୁତ୍ର ଆପଣା ପିତାର ଶୋକ ଓ ସେ ଆପଣା ଜନନୀକୁ ଦୁଃଖ ଆଣିବାର କାରଣ ହୁଏ।
26 ଜଣେ ସାଧାରଣ ଲୋକଙ୍କୁ ଶାସ୍ତି ଦେବା କିମ୍ବା କୌଣସି ପଥ ପ୍ରଦର୍ଶକୀକୁ ତାଙ୍କ ସଚ୍ଚୋଟତା ପାଇଁ ଦଣ୍ଡଦେବା ଯଥାର୍ଥ ନୁହେଁ।
27 ଯେ ଅଳ୍ପ କଥା କହେ, ତାହାର ଜ୍ଞାନ ଥାଏ। ଯାହାର ଶାନ୍ତ ଆତ୍ମା ସେ ବୁଦ୍ଧିମାନ।
28 ଅଜ୍ଞାନୀମାନେ ଚୁପ୍ ରହିଲେ ଜ୍ଞାନବାନ ଗଣିତ ହୁଏ। ପୁଣି ସେ ଆପଣା କଥା ବନ୍ଦ କଲେ ବୁଦ୍ଧିମାନ ଗଣିତ ହୁଏ।
18 ଯେ ଆପଣାକୁ ପୃଥକ କରେ, ସେ ଆପଣା ଇଷ୍ଟ ଚେଷ୍ଟା କରେ ଓ ସର୍ବପ୍ରକାର ତତ୍ତ୍ୱଜ୍ଞାନ ପ୍ରତ୍ୟାଖାନ କରେ।
2 ମୂର୍ଖ ଲୋକ ଅନ୍ୟଠାରୁ ଶିକ୍ଷା ପାଇଁ ଭଲ ପାଏ ନାହିଁ। କେବଳ ଆପଣା ମନର କଥା ପ୍ରକାଶ କରିବାରେ ସନ୍ତୋଷ ପାଏ।
3 ଦୁଷ୍ଟ ଆସିଲେ ଅବଜ୍ଞା ଆସେ। ପୁଣି ଅପମାନ ସଙ୍ଗେ ଦୁର୍ନାମ ଆସେ।
4 ମନୁଷ୍ୟର ମୁଖର ବାକ୍ୟ ଗଭୀର ଜଳତୁଲ୍ୟ। ପୁଣି ଜ୍ଞାନରେ ଉତ୍ପତ୍ତି ସ୍ଥାନ ଜଳସ୍ରୋତ ସଦୃଶ।
5 ଦୁଷ୍ଟର କଥାକୁ ଅପେକ୍ଷା କରିବା ଅବା ବିଗ୍ଭରରେ ଧାର୍ମିକ ପ୍ରତି ଅନ୍ୟାୟ କରିବା ଭଲ ନୁହେଁ।
6 ମୂର୍ଖର କଥା ବିବାଦରେ ପ୍ରବର୍ତ୍ତେ। ପୁଣି ତା'ର କଥା ମାଡ଼ ଖାଇବାକୁ ଡାକେ।
7 ମୂର୍ଖର କଥା ତା'ର ବିନାଶର କାରଣ। ପୁଣି ତା'ର ବାକ୍ୟ ପ୍ରାଣର ଫାନ୍ଦ ସ୍ୱରୂପ।
8 ନିନ୍ଦାର ବାକ୍ୟଗୁଡ଼ିକ, ସୁଷମ ଖାଦ୍ୟ ପରି ଅଟେ, ଯାହା ପାକସ୍ଥଳି ତଳକୁ ଯାଏ।
9 ଆପଣା କାର୍ଯ୍ୟରେ ଯେ ଅଳସ, ସେ ବିନାଶକର ଭାଇ।
10 ସଦାପ୍ରଭୁଙ୍କର ନାମ ଦୃଢ଼ଗଡ଼ ସଦୃଶ। ଧାର୍ମିକ ଲୋକମାନେ ସେଠାକୁ ଯାଇ ରକ୍ଷା ପାଆନ୍ତି।
11 ଧନବାନର ଧନ ତାହାର ଦୃଢ଼ ନଗର। ପୁଣି ତାହାର ଜ୍ଞାତରେ ଏହା ଉଚ୍ଚ ପ୍ରାଚୀର ସ୍ୱରୂପ, ଯେକେହି ହେଲେ ଚଢ଼ି ପାରିବେ ନାହିଁ।
12 ଗର୍ବିତ ମନୁଷ୍ୟର ମନ ବିନାଶ ସମ୍ମୁଖରେ ଥାଏ। ପୁଣି ନମ୍ରତା ସମ୍ଭ୍ରମର ସମ୍ମୁଖବର୍ତ୍ତୀ।
13 ଯେ ଶୁଣିବା ପୂର୍ବରୁ ଉତ୍ତର କରେ, ଗୋଟିଏ ଅଜ୍ଞାନତା ପରି ସିଏ ବିବେଚନା ହୁଏ ଓ ଲଜ୍ଜିତର କାରଣ ହୁଏ।
14 ଯେତେବେଳେ ଜଣେ ମନୁଷ୍ୟ ଅସୁସ୍ଥ ହୁଏ ତା'ର ଆତ୍ମା ତା'ର ଅସୁସ୍ଥତାକୁ ସହିପାରେ, କିନ୍ତୁ କେହି ହେଲେ ଗୋଟିଏ ରୋଗଗ୍ରସ୍ତ ଆତ୍ମାକୁ ସହିପାରେ ନାହିଁ।
15 ବୁଦ୍ଧିମାନର ମନ ଜ୍ଞାନ ଉପାର୍ଜନ କରେ। ପୁଣି ଜ୍ଞାନୀର କର୍ଣ୍ଣ ଜ୍ଞାନ ଶୁଣିବାକୁ ଆଗ୍ରହ ପ୍ରକାଶ କରେ।
16 ମନୁଷ୍ୟର ଭେଟୀ ତାକୁ ପ୍ରବେଶ ଦିଏ। ପ୍ରଭାବଶାଳୀ ଲୋକମାନଙ୍କର ଉପସ୍ଥିତ ଭିତରକୁ।
17 ଯେଉଁ ଲୋକ ପ୍ରଥମେ ଆପଣା ଘଟଣା ଉପସ୍ଥାପନା କରେ ଓ ବିବାଦ ଜଣାଏ, ସେ ଧାର୍ମିକ। ଯେପର୍ଯ୍ୟନ୍ତ ସେ ଅନ୍ୟ ଲୋକ ଦ୍ୱାରା ପରୀକ୍ଷା ହୋଇ ନାହିଁ।
18 ଗୁଲିବାଣ୍ଟ ବିରୋଧ ମେଣ୍ଟାଇ ଦିଏ ଓ ବଳବାନମାନଙ୍କୁ ପୃଥକ କରେ।
19 ବିରକ୍ତ ଭାଇ ଦୃଢ଼ ନଗର ଅପେକ୍ଷା କଷ୍ଟକର। ଏରୂପ ବିବାଦ ଗଡ଼ର ଅର୍ଗଳ ସ୍ୱରୂପ।
20 ମନୁଷ୍ୟର ଉଦର ତା'ର ମୁଖ ଫଳରେ ପୂର୍ଣ୍ଣ ହୁଏ। କିନ୍ତୁ ସେ ଆପଣା ଓଷ୍ଠର କଥାରେ ତୃପ୍ତ ହୁଏ।
21 ମରଣ ଓ ଜୀବନ ଜିହ୍ୱାର ଅଧୀନ। ଯେଉଁମାନେ କଥା କହିବାକୁ ଭଲ ଜାଣନ୍ତି, ଏହାର ଫଳ ଭୋଗିବେ।
22 ଯେଉଁ ଲୋକ ଭାର୍ଯ୍ୟା ପାଏ, ସେ ଉତ୍ତମ ବସ୍ତୁ ପାଏ ଓ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଏ।
23 ଦରିଦ୍ର ଲୋକ ବିନୟ କରେ। ମାତ୍ର ଧନବାନ କଠିନ ଉତ୍ତର ଦିଏ।
24 ଯେ ଅନେକ ମିତ୍ର କରେ, ସେମାନେ ତାଙ୍କର ବିନାଶର କାରଣ ହୋଇପାରନ୍ତି। ମାତ୍ର ଜଣେ ପ୍ରେମକାରୀ ଅଛନ୍ତି ଯେ ଭାଇ ଅପେକ୍ଷା ଅଧିକ ଘନିଷ୍ଟ ହୋଇ ରହନ୍ତି।
2010 by World Bible Translation Center