Beginning
ଜ୍ଞାନ ତୁମ୍ଭକୁ ଯୌନବିକାରରୁ ରକ୍ଷା କରିବ
7 ହେ ମୋର ପୁତ୍ର, ମୋର ବାକ୍ୟକୁ ମନେରଖ, ମୋର ଆଦେଶକୁ ଭୁଲ ନାହିଁ। 2 ମୋର ଆଜ୍ଞାସବୁ ପାଳନ କରି ବଞ୍ଚ। ମୋର ଶିକ୍ଷାକୁ ଜୀବନର ଶ୍ରେଷ୍ଠ ଜିନିଷ ଭାବେ ଗ୍ରହଣ କର। 3 ତାହାକୁ ଅଙ୍ଗୁଳିରେ ବାନ୍ଧି ରଖ, ନିଜ ହୃଦୟରେ ଲେଖି ରଖ। 4 ଜ୍ଞାନକୁ ତୁମ୍ଭର ଭଉଣୀପରି ଗ୍ରହଣ କର। ସୁବିବେଚନାକୁ ତୁମ୍ଭର ପରିବାରର ସଦସ୍ୟରୂପେ ଗ୍ରହଣ କର। 5 ତେବେ ତାହା ତୁମ୍ଭକୁ ଅନ୍ୟ ପର ସ୍ତ୍ରୀଠାରୁ ରକ୍ଷା କରିବ। ଏବଂ ବ୍ୟଭିଗ୍ଭରିଣୀ ସ୍ତ୍ରୀଙ୍କଠାରୁ ମଧ୍ୟ ରକ୍ଷା କରିବ।
6 ଦିନେ ମୁଁ ମୋର ଝରକା ଜାଲିପରଦା ଦେଇ ଗ୍ଭହୁଁଥିଲି। 7 ମୁଁ ଅଜ୍ଞାନ ଯୁବାମାନଙ୍କ ମଧ୍ୟରେ ଜଣେ ବୁଦ୍ଧିହୀନ ଯୁବକ ଦେଖିଲି। 8 ସେ ବ୍ୟଭିଗ୍ଭରିଣୀ ଗୃହ ନିକଟସ୍ଥ ଗଳି ଦେଇ, ଯିବା ବେଳେ ତା'ର ଗୃହକୁ ଥିବା ପଥରେ ଗ୍ଭଲିଲା। 9 ଏହା ଥିଲା ସୂର୍ଯ୍ୟାସ୍ତ ହେବା ସମୟର। ସନ୍ଧ୍ୟା ଆରମ୍ଭ ହେଉଥିଲା। 10 ସେହି ସ୍ତ୍ରୀ ତା'ର ଗୃହରୁ ବାହାରି ଆସିଲା, ତାକୁ ସାକ୍ଷାତ କରିବାକୁ। ସେ ବେଶ୍ୟାରୂପି ପୋଷାକ ପରିଧାନ କରିଥିଲା। ସେ ବହୁତ ହୃଦୟରେ ଚତୁରୀ ଥିଲା। 11 ସେ ବଡ଼ ତୁଣ୍ଡେଇ ଓ ଅବାଧ୍ୟା ଥିଲା। ତା'ର ପାଦ ଆଦୌ ଗୃହରେ ରହୁ ନ ଥିଲା। 12 ସେ କେତେବେଳେ ରାସ୍ତାର ଉପରେ ଥାଏ, କେତେବେଳେ ଛକରେ ଥାଏ। ସେ ପ୍ରତ୍ୟେକ କୋଣରେ ଛଳନାର ସହିତ ଅପେକ୍ଷା କରେ। 13 ସେହି ସ୍ତ୍ରୀ ଜଣକ ସେହି ଯୁବକକୁ ଧରିଲା ଓ ତାକୁ ଚୁମ୍ବନ କଲା। ଆଉ ନିର୍ଲଜ ମୁଖରେ କହିଲା, 14 ମଙ୍ଗଳାର୍ଥକ ବଳି ଅଛି। “ଆଜି ମୁଁ ମୋର ପ୍ରତିଜ୍ଞା ପୂର୍ଣ୍ଣ କରିଅଛି। 15 ଏଣୁ ମୁଁ ତୁମ୍ଭ ସହିତ ସାକ୍ଷାତ କରିବାକୁ ଆସିଲି। ତୁମ୍ଭକୁ ଦେଖି ଆସୁଥିଲି ଓ ବର୍ତ୍ତମାନ ମୁଁ ତୁମ୍ଭକୁ ପାଇଲି। 16 ମୁଁ ସୃଜନୀ ଓ ମିସ୍ରୀୟ ସୂକ୍ଷ୍ମ ସୂତ୍ରର ଡୋରିଆ ବସ୍ତ୍ର ଆପଣା ପଲଙ୍କରେ ବିଛାଇ ଅଛି। 17 ଗନ୍ଧରସ ଓ ଅଗୁରୁ ଚିନିରେ, ମୋହର ଶଯ୍ୟା ସୁବାସିତ କରିଅଛି। 18 ଆସ ଆମ୍ଭେମାନେ ପ୍ରଭାତଯାଏ କାମରସରେ ମତ୍ତ ଓ ପ୍ରେମରେ ଭୋଳ ହେବା। 19 ମୋର ସ୍ୱାମୀ ଘରେ ନାହାନ୍ତି, ସେ ଦୂର ଯାତ୍ରା କରିଛନ୍ତି। 20 ସେ ତୋଡ଼ାଏ ଟଙ୍କା ସାଙ୍ଗରେ ନେଇ ଯାଇଛନ୍ତି। ସେ ପୂର୍ଣ୍ଣିମା ଦିନରେ ଫେରିବେ।”
21 ସେହି ସ୍ତ୍ରୀ ଜଣକ ଏପରି ମଧୁର ଭାଷା କହି ତାଙ୍କର ମନ ହରଣ କଲା। ତା'ର ଗ୍ଭଟୁ ବାକ୍ୟରେ ତାକୁ ଟାଣି ନେଲା। 22 ସେ ତା'ର ପଥ ଅନୁସରଣ କଲା, ଯେପରି ଗୋରୁ କଂସେଇଖାନାକୁ ଯାଏ। ସେ ଜଣେ ହରିଣ ପରି ଜାଲ ଭିତରକୁ ଗ୍ଭଲି ଯାଉଥିଲା। 23 ଯେମିତି ପକ୍ଷୀଟିଏ ଶିକାରୀ ତୀର ଦ୍ୱାରା, ତା'ର ଛାତିକୁ ଲକ୍ଷ୍ୟଭେଦ କରୁଛି, ତାହା ଜାଣିପାରି ନ ଥାଏ। ଠିକ୍ ସେହିପରି ସେ ଯୁବପୁରୁଷ ବିପଦରେ ଅଛି ବୋଲି ଜାଣି ନ ପାରି ସେ ସ୍ତ୍ରୀର ଜାଲ ଭିତରକୁ ଯାଉଅଛି।
24 ଏଣୁ ହେ ମୋର ପୁତ୍ରମାନେ, ମୋର କଥା ଶୁଣ। ମୋ’ କଥାରେ ମନୋନିବେଶ କର। 25 ତୁମ୍ଭର ହୃଦୟ ସେହି ବେଶ୍ୟାମାନଙ୍କର ପଛରେ ନ ରହୁ। ତୁମ୍ଭେ ତା'ର ପଥରେ ବିପଥଗାମୀ ହୁଅ ନାହିଁ। 26 ସେ ଅନେକଙ୍କୁ କ୍ଷତବିକ୍ଷତ କରିଅଛି। ସେ ମଧ୍ୟ ଅନେକଙ୍କୁ ହତ୍ୟା କରିଅଛି। 27 ତା'ର ଗୃହ ସିଧାସଳଖ କବରକୁ ଯିବା ପାଇଁ ବାଟ। ଯାହା ମୃତ୍ୟୁର ଆଳୟକୁ ଯାଏ।
ଜ୍ଞାନ ଓ ଉତ୍ତମ ସ୍ତ୍ରୀ
8 ଶୁଣ, ଜ୍ଞାନ ତାଙ୍କଠାରୁ
ଶୁଣିବାକୁ ଡାକୁଛନ୍ତି।
2 ମୋ’ ପଥ ପାର୍ଶ୍ୱସ୍ଥ ଉଚ୍ଚସ୍ଥାନରେ ଠିଆ ହୁଏ।
ସେ ପ୍ରତ୍ୟେକ ସଂଯୋଗ ରାସ୍ତାରେ ଠିଆ ହୁଏ।
3 ସେ ନଗରଦ୍ୱାର ନିକଟରେ
ଠିଆ ହୁଏ ଏବଂ ଡାକେ।
4 ଜ୍ଞାନୀ କହେ, “ହେ ମନୁଷ୍ୟଗଣ ମୁଁ ତୁମ୍ଭମାନଙ୍କୁ ଡାକୁଅଛି।
ମୁଁ ପ୍ରତ୍ୟେକ ଲୋକଙ୍କୁ ଡାକେ।
5 ଯଦି ତୁମ୍ଭମାନଙ୍କର ଅଭିଜ୍ଞତା ନାହିଁ, ତୁମ୍ଭେ ଜ୍ଞାନୀ ହୁଅ।
ହେ ନିର୍ବୋଧମାନେ, ତୁମ୍ଭେମାନେ ସୁବିବେଚନା କର।
6 ଶୁଣ, କାରଣ ମୁଁ ତୁମ୍ଭକୁ ଉତ୍କୃଷ୍ଟ ବିଷୟ କହିବି।
ଏବଂ ମୁଁ ତୁମ୍ଭମାନଙ୍କୁ ଉଚିତ୍ କଥା କହିବି।
ଯାହା ମୋ’ ପାଟିରୁ ବାହାରିବ।
7 ମୋର ବାକ୍ୟସବୁ ସତ୍ୟ ଅଟେ।
ମୁଁ ଦୁଷ୍ଟତା ଛଳନାକୁ ଘୃଣା କରେ।
8 ମୁଁ ଯାହା କହେ, ତାହା ସତ୍ୟ ଓ ଯଥାର୍ଥ।
ମୋର ବାକ୍ୟରେ ମିଥ୍ୟା କିମ୍ବା କୁଟିଳତା ନ ଥାଏ।
9 ଯେ ତାହା ସବୁ ବୁଝେ ସେସବୁ ତା’ ପାଇଁ ସ୍ପଷ୍ଟ।
ଯେଉଁ ବ୍ୟକ୍ତିର ଜ୍ଞାନ ଅଛି, ସେ ସବୁ ବୁଝେ।
10 ମୋର ଶିକ୍ଷା ଗ୍ରହଣ କର, ଏହା ରୂପାଠାରୁ ମୂଲ୍ୟବାନ୍।
ଏହା ମଧ୍ୟ ଗିନି ସୁନାଠାରୁ ମୂଲ୍ୟବାନ୍।
11 ଜ୍ଞାନ ମୁକ୍ତାଠାରୁ ମୂଲ୍ୟବାନ,
ତୁମ୍ଭେ ଯାହା ଆଶା କରୁଛ ତାହା ଏହାଠାରୁ ଅଧିକ ମୂଲ୍ୟବାନ।
ଜ୍ଞାନ କ’ଣ କରିପାରେ
12 “ମୁଁ ହେଉଛି ଜ୍ଞାନ, ମୁଁ ସାବଧାନତାର ସହିତ ବାସ କରିଛି।
ମୁଁ ଜ୍ଞାନ ଓ ଉତ୍ତମ ପରିଣାମ ସହିତ ପାଇଥାଏ।
13 ଯଦି କେହି ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ,
ତେବେ ସେ ଲୋକ କୁକର୍ମକୁ ଘୃଣା କରିବ।
ମୁଁ (ଜ୍ଞାନ) ଗର୍ବ, ଅହଙ୍କାର ଓ କୁପଥ ଏବଂ କୁଟିଳତାକୁ ଘୃଣା କରେ।
14 ମନ୍ତ୍ରଣା ଓ ତତ୍ତ୍ୱଜ୍ଞାନ ମୋ'ଠାରେ ଥାଏ।
ମୁଁ ହିଁ ‘ସୁବିବେଚନା’ ମୋ'ଠାରେ ବଳ ଅଛି।
15 ମୋ’ ମାଧ୍ୟମରେ ରାଜାମାନେ ରାଜତ୍ୱ କରନ୍ତି।
ଶାସନକର୍ତ୍ତାମାନେ ମୋ’ ଦ୍ୱାରା ଯଥାର୍ଥ ବିଗ୍ଭର କରନ୍ତି।
16 ମୋ’ ଦ୍ୱାରା ରାଜକୁମାରୀ ଏବଂ ଶ୍ରେଷ୍ଠଗଣ ଶାସନ କରନ୍ତି,
ଯେଉଁମାନେ ଲୋକଙ୍କୁ ନିଷ୍କପଟ ଭାବରେ ଶାସନ କରନ୍ତି।
17 ଯେଉଁମାନେ ମୋତେ ପ୍ରେମ କରନ୍ତି, ମୁଁ ସେମାନଙ୍କୁ ପ୍ରେମ କରେ।
ଯେଉଁମାନେ ଚେଷ୍ଟା କରନ୍ତି, ମୋର ଅନ୍ୱେଷଣ କରନ୍ତି, ସେମାନେ ମୋତେ ପାଆନ୍ତି।
18 ମୋ’ ସହିତ ଧନସମ୍ପଦ ଓ ସମ୍ମାନ ଅଛି।
ମୁଁ ସତ୍ୟର ସମ୍ପତ୍ତି ଓ ଧାର୍ମିକତା ଦେଉଛି।
19 ମୋର ଫଳ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉତ୍ତମ ଅଟେ।
ମୋର ଆୟୁ ରୂପା ଅପେକ୍ଷା ଉତ୍ତମ ଅଟେ।
20 ମୁଁ ଧାର୍ମିକତାର ମାର୍ଗରେ,
ବିଗ୍ଭରର ପଥ ମଧ୍ୟରେ ଗମନ କରେ।
21 ଯେଉଁମାନେ ମୋତେ ପ୍ରେମ କରନ୍ତି, ସେମାନଙ୍କୁ ସବୁ ସମ୍ପତ୍ତିର ଅଧିକାରୀ କରେ।
ସେମାନଙ୍କ ଭଣ୍ଡାର ପୂର୍ଣ୍ଣ କରେ।
22 “ସଦାପ୍ରଭୁ ନିଜ ଗତିର ଆରମ୍ଭରେ,
ତାଙ୍କ କର୍ମ ସକଳର ପୂର୍ବରେ ମୋତେ ଅଧିକାର କରିଥିଲେ।
23 ଅନାଦିକାଳରୁ ଅବା ଆଦ୍ୟ କାଳାବଧି,
ଅବା ପୃଥିବୀର ମୂଳ ସ୍ଥାପନର ପୂର୍ବରୁ ମୁଁ ସ୍ଥାପିତ ଅଛି।
24 ଯେତେବେଳେ ଗଭୀର ସମୁଦ୍ର ନ ଥିଲା,
ଏବଂ ଯେତେବେଳେ ନିର୍ଝର ସକଳ ଜଳପୂର୍ଣ୍ଣ ନ ଥିବା ସମୟରେ ମୁଁ ଜନ୍ମ ହୋଇଥିଲି।
25 ପର୍ବତଗଣ ଓ ଉପପର୍ବତଗଣ ସ୍ଥାପିତ ହେବା ପୂର୍ବରୁ,
ମୁଁ ଜନ୍ମ ହୋଇଥିଲି।
26 ସେସମୟରେ ଭୂମି କି ପ୍ରାନ୍ତର,
କି ଜଗତସ୍ଥ ଧୂଳିର ଅଗ୍ରିମାଂଶ ସେ ସୃଷ୍ଟି କରି ନ ଥିଲେ।
27 ଯେଉଁ ସମୟରେ ସେ ସ୍ୱର୍ଗ ସ୍ଥାପନ କଲେ, ସମୁଦ୍ରର ସୀମା ସ୍ଥିର କଲେ।
ସେ ସମୟରେ ମୁଁ ସେଠାରେ ଥିଲି।
28 ସେ ମେଘକୁ ଆକାଶରେ ଝୁଲାଇଲେ,
ଯେତେବେଳେ ସେ ସମୁଦ୍ରର ଉତ୍ସକୁ ପୂର୍ଣ୍ଣ କଲେ।
29 ଯେଉଁ ସମୟରେ ସେ ସମୁଦ୍ରର ସୀମା ନିରୂପଣ କଲେ
ଜଳସମୁହ ଯେପରି ତାଙ୍କର ଆଜ୍ଞା ଲଙ୍ଘନ କରି ନ ପାରେ,
ଯେଉଁ ସମୟରେ ଜଗତର ମୂଳଦୁଆସବୁ ତିଆରି କଲେ।
30 ସେହି ସମୟରେ ମୁଁ ତାଙ୍କ ନିକଟରେ କର୍ମକର୍ତ୍ତା ଥିଲି।
ମୁଁ ପ୍ରତିଦିନ ଆନନ୍ଦଦାୟୀ ହୋଇ ତାଙ୍କ ସମ୍ମୁଖରେ ସର୍ବଦା ଆନନ୍ଦ ପ୍ରଦାନ କରୁଥିଲି।
31 ସେ ସୃଷ୍ଟି କରିଥିବା ପୃଥିବୀରେ ମୁଁ ଉପଭୋଗ କଲି।
ମୋର ଆନନ୍ଦ ଲୋକମାନଙ୍କ ସହିତ ଥିଲା।
32 “ଏଥିପାଇଁ ହେ ମୋର ପୁତ୍ରମାନେ, ମୋର କଥା ଶୁଣ।
ଯଦି ତୁମ୍ଭେମାନେ ମୋର ପଥ ଧରିବ, ତୁମ୍ଭେ ଧନ୍ୟ ହେବ।
33 ମୋର ଉପଦେଶ ଶୁଣ ଓ ଜ୍ଞାନବାନ ହୁଅ।
ତାହାକୁ ଅଗ୍ରାହ୍ୟ କର ନାହିଁ।
34 ଯେକେହି ମୋର କଥା ଶୁଣେ, ସେ ଖୁସୀ ହେବ।
ସେ ମୋ’ ଦ୍ୱାର ନିକଟକୁ ସବୁଦିନ ଶୀଘ୍ର ଆସେ ଏବଂ ମୋର ଦ୍ୱାର ବାହାରେ ଅପେକ୍ଷା କରେ।
35 ଯେଉଁ ଲୋକ ମୋତେ ପାଏ, ସେ ଜୀବନ ପାଏ।
ସେ ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାପ୍ତ ହେବ।
36 କିନ୍ତୁ ଯେ ମୋର ବିରୁଦ୍ଧରେ ପାପ କରେ, ସେ ଆପଣା ପ୍ରାଣର କ୍ଷତି କରେ।
ଯେଉଁସବୁ ଲୋକ ମୋତେ ଘୃଣା କରନ୍ତି, ସେମାନେ ମୃତ୍ୟୁକୁ ଭୟ କରନ୍ତି।”
ଜ୍ଞାନୀ ଏବଂ ଦୁଷ୍ଟ
9 ଜ୍ଞାନ ତା'ର ଗୃହ ନିର୍ମାଣ କରିଅଛି। ସେ ତା'ର ସପ୍ତସ୍ତମ୍ଭ ନିର୍ମାଣ କରିଅଛି। 2 ଜ୍ଞାନ ମାଂସ ରାନ୍ଧିଅଛି ଏବଂ ଦ୍ରାକ୍ଷାରସ ପ୍ରସ୍ତୁତ କରିଅଛି। ସେ ଆପଣା ମେଜରେ ଖାଦ୍ୟ ସଜାଇ ଅଛି। 3 ସେ ଆପଣା ଦାସୀମାନଙ୍କୁ ପଠାଇ ଅଛି, ସେ ନଗରର ସର୍ବୋଚ୍ଚ ସ୍ଥାନରୁ ଡାକି କହେ, 4 “ଯେଉଁ ଲୋକର ଅଭିଜ୍ଞତା ନାହିଁ ମୋ’ ପାଖକୁ ଆସୁ।” ଯେଉଁମାନେ ନିର୍ବୋଧ, ସେ ତାହାଙ୍କୁ କହେ। 5 “ଆସ ମୋର ଖାଦ୍ୟକୁ ଭକ୍ଷ୍ୟଣ କର ଏବଂ ମୋରଦ୍ରାକ୍ଷାରସ ପାନ କର। 6 ଅବୋଧ ଲୋକମାନଙ୍କର ସାଙ୍ଗ ପରିତ୍ୟାଗ କରି ତୁମ୍ଭେ ଜୀବନ ରକ୍ଷା କର। ସୁବିବେଚନାର ପଥରେ ଗ୍ଭଲ।”
7 ଜଣେ ଯିଏ ଗୋଟିଏ ମନୁଷ୍ୟକୁ ଭର୍ତ୍ସନା କରେ, ଯିଏ ଅନ୍ୟମାନଙ୍କୁ ଅପମାନିତ କରେ, ସେ ନିଜେ ଅପମାନ ପାଇବ। ଯେ ଦୁଷ୍ଟକୁ ଗାଳି ଦିଏ, ସେ ନିଜେ କଳଙ୍କ ପାଏ। 8 ନିନ୍ଦକକୁ ଅନୁଯୋଗ କର ନାହିଁ, କଲେ ସେ ତୁମ୍ଭକୁ ଘୃଣା କରିବ। ଜ୍ଞାନୀକୁ ଅନୁଯୋଗ କର, ତହିଁରେ ସେ ତୁମ୍ଭକୁ ପ୍ରେମ କରିବ। 9 ଯଦି ଜ୍ଞାନୀକୁ ଉପଦେଶ ଦେବ ସେ ଆହୁରି ଜ୍ଞାନବାନ ହେବ। ଯଦି ତୁମ୍ଭେ ଜଣେ ଧାର୍ମିକ ବ୍ୟକ୍ତିକୁ ଶିକ୍ଷା ଦେବ, ତା'ର ପାଣ୍ଡିତ୍ୟ ବୃଦ୍ଧି ପାଇବ।
10 ସଦାପ୍ରଭୁ ବିଷୟକ ଭୟ ଜ୍ଞାନର ଆରମ୍ଭ ଏବଂ ପବିତ୍ର ସ୍ୱରୂପଙ୍କ ବିଷୟକ ଜ୍ଞାନର ସୁବିବେଚନା ଅଟେ। 11 କାରଣ ମୋ’ ଦ୍ୱାରା ତୁମ୍ଭର ଜୀବନ ବୃଦ୍ଧି ପାଇବ। ତୁମ୍ଭେ ଦୀର୍ଘଜୀବୀ ହେବ। 12 ଯଦି ତୁମ୍ଭେ ଜ୍ଞାନୀ ଅଟ, ତେବେ ନିଜକୁ ନିଜେ ତୁମ୍ଭେ ଲାଭବାନ ହେବ। ଯଦି ତୁମ୍ଭେ ଜଣେ ନିନ୍ଦାକାରୀ, ତୁମ୍ଭେ ନିଜେ ଦୁଃଖ ଭୋଗିବ।
13 ଅଜ୍ଞାନ କଳିହୁଡ଼ି ସ୍ତ୍ରୀ ଉଚ୍ଚସ୍ୱରରେ ନିର୍ବୋଧ ବିଷୟରେ କହେ। ସେ କିଛି ବୁଝିପାରେ ନାହିଁ। 14 ସେ ଆପଣା ଗୃହଦ୍ୱାର ନିକଟରେ ଓ ନଗରରେ ଉଚ୍ଚ ସ୍ଥାନରେ ଆସନ ପାରି ବସିବ। 15 ଯେତେବେଳେ ଲୋକମାନେ ନିଜ ନିଜ ପଥରେ ସଳଖ କରିଯା’ନ୍ତି, ସେହି ପଥିକମାନଙ୍କୁ ଡାକି କହେ, 16 “ଯେ ଅବୋଧ ସେ ଏଠାକୁ ଆସୁ,” ସେ ମୂର୍ଖ ଲୋକକୁ ଏହି କଥା କହେ। 17 କିନ୍ତୁ ସେ କହେ, “ଯଦି ତୁମ୍ଭେ ଜଳ ଗ୍ଭେରି କର ତାହା ତୁମ୍ଭ ନିଜ ଜଳଠାରୁ ମଧୁର। ଯଦି ତୁମ୍ଭେ ରୋଟୀ ଗ୍ଭେରି କର, ତାହା ତୁମ୍ଭ ନିଜ ଦ୍ୱାରା ପ୍ରସ୍ତୁତ ରୋଟୀଠାରୁ ସ୍ୱାଦିଷ୍ଟ।” 18 ସେହି ମୂର୍ଖ ଲୋକମାନେ ଜାଣନ୍ତି ନାହିଁ ଯେ ମୃତ ପ୍ରେତାତ୍ମା ତା'ର ଗୃହରେ ଅଛି ବୋଲି, ଏବଂ ତା'ର ନିମନ୍ତ୍ରିତଗଣ ପାତାଳର ଗଭୀର ସ୍ଥାନରେ ଅଛନ୍ତି ବୋଲି।
2010 by World Bible Translation Center