Beginning
4 ହେ ପୁତ୍ରଗଣ, ତୁମ୍ଭ ପିତାଙ୍କ ଉପଦେଶ ଶୁଣ। ବୁଝାମଣା ଲାଭ କରିବା ପାଇଁ ନିଜକୁ ଅଭିନିବେଶ କର। 2 କାରଣ ମୁଁ ତୁମ୍ଭକୁ ଉତ୍ତମ ଶିକ୍ଷା ଦେଉଅଛି। ତେଣୁ ମୋର ଆଦେଶ ପରିତ୍ୟାଗ କର ନାହିଁ।
3 ଏକଦା ମୁଁ ମଧ୍ୟ ମୋର ପିତାଙ୍କର ଗୋଟିଏ ପୁତ୍ର ଥିଲି। ମୁଁ ମୋ’ ମାଙ୍କର ସୁକୁମାର ଏବଂ ଏକ ମାତ୍ର ପୁତ୍ର ଥିଲି। 4 ମୋର ପିତା ମୋତେ ଏହି ଶିକ୍ଷାସବୁ ଶିଖାଇଥିଲେ। ସେ ମୋତେ କହିଲେ, “ମୋର କଥାସବୁ ମନେରଖ, ମୋର ଆଜ୍ଞା ମାନ ତୁମ୍ଭେ ବଞ୍ଚିବ। 5 ଜ୍ଞାନ ଅର୍ଜ୍ଜନ କର, ସୁବିବେଚନା ଲାଭ ତହିଁରେ କର। ତାହା ଭୁଲ ନାହିଁ, ମୋ’ ମୁଖରୁ ନିର୍ଗତ ବାକ୍ୟକୁ ବିମୁଖ କର ନାହିଁ। 6 ଜ୍ଞାନଠାରୁ ଦୂରେଇ ଯାଅ ନାହିଁ। ଜ୍ଞାନ ତୁମ୍ଭକୁ ସହାୟ ହେବ। ଜ୍ଞାନକୁ ଭଲ ପାଅ। ଜ୍ଞାନ ତୁମ୍ଭକୁ ନିରାପଦରେ ରଖିବ।
7 “ଜ୍ଞାନ ହେଉଛି ସର୍ବଶ୍ରେଷ୍ଠ ବିଷୟ, ଏଣୁ ଜ୍ଞାନ ଲାଭ କର। ତୁମ୍ଭର ସମସ୍ତ ଲାଭ ମଧ୍ୟରେ ସୁବିବେଚନା ଲାଭ କର। 8 ଜ୍ଞାନକୁ ସମ୍ମାନ କର, ଏବଂ ସେ ତୁମ୍ଭକୁ ପ୍ରତିଷ୍ଠିତ କରିବ। ତୁମ୍ଭେ ଯଦି ତାହାକୁ ଆଲିଙ୍ଗନ କର, ତେବେ ସେ ତୁମ୍ଭ ନିକଟକୁ ସମ୍ମାନ ଆଣିଦେବ। 9 ଜ୍ଞାନ ତୁମ୍ଭ ମସ୍ତକରେ ଅନୁଗ୍ରହରୂପକ ମୁକୁଟ ପିନ୍ଧାଇ ଦେବ। ସେ ତୁମ୍ଭକୁ ଶୋଭାର ମୁକୁଟ ଅର୍ପଣ କରିବ।”
10 ହେ ମୋର ପୁତ୍ର, ମୋର କଥା ଶୁଣ, ମୋର କଥାମାନ ଗ୍ରହଣ କର, ତହିଁରେ ତୁମ୍ଭେ ଦୀର୍ଘାୟୁ ହେବ। 11 ମୁଁ ତୁମ୍ଭକୁ ଜ୍ଞାନ ମାର୍ଗରେ ପରିଗ୍ଭଳିତ କରୁଛି। ମୁଁ ସାଧୁତାର ପଥରେ ତୁମ୍ଭକୁ କଢ଼ାଇ ଅଛି। 12 ତୁମ୍ଭେ ଗଲାବେଳେ ତୁମ୍ଭର ପାଦ ଫାନ୍ଦରେ ପଡ଼ିବ ନାହିଁ, ଦୌଡ଼ିବା ବେଳେ ତୁମ୍ଭେ ଝୁଣ୍ଟି ପଡ଼ିବ ନାହିଁ। 13 ଉପଦେଶମାନ ଦୃଢ଼ତାରେ ଗ୍ରହଣ କର। ତାହାକୁ ପରିତ୍ୟାଗ କର ନାହିଁ। ଏହା ଉପରେ ନଜର ରଖ, କାରଣ ତାହା ତୁମ୍ଭର ଜୀବନ।
14 ମନ୍ଦ ଲୋକମାନଙ୍କର ପଥ ଅନୁସରଣ କର ନାହିଁ। ସେମାନଙ୍କ ପରି ବାସ କର ନାହିଁ। ସେମାନଙ୍କ ପରି ହେବାକୁ ଚେଷ୍ଟା କର ନାହିଁ। 15 ସେମାନଙ୍କ ପଥରୁ ଦୂରେଇ ରୁହ, ତହିଁର ନିକଟକୁ ଯାଅ ନାହିଁ। ତହିଁରୁ ବିମୁଖ ହୋଇ ଗ୍ଭଲିଯାଅ। 16 ମନ୍ଦ ଲୋକମାନେ ମନ୍ଦକାର୍ଯ୍ୟ ନ କଲା ପର୍ଯ୍ୟନ୍ତ ସେମାନଙ୍କୁ ନିଦ ହୁଏ ନାହିଁ। ଯଦି ସେମାନେ କାହାକୁ ଆଘାତ ନ କରନ୍ତି, ସେମାନେ ଶୟନ କରିବେ ନାହିଁ। 17 ମନ୍ଦ କି ଅସତ୍ୟ କାମ କରିବା ସେମାନଙ୍କର ଖାଦ୍ୟ ଓ ପାନୀୟ! ଏହା ବ୍ୟତୀତ ସେମାନେ ବଞ୍ଚିପାରିବେ ନାହିଁ।
18 ଧାର୍ମିକ ଲୋକମାନେ ପ୍ରଭାତର ସୂର୍ଯ୍ୟକିରଣ ପରି। ସୂର୍ଯ୍ୟୋଦୟ ପରେ ମଧ୍ୟାହ୍ନରେ ସୂର୍ଯ୍ୟ ଯେପରି ତେଜସ୍ୱୀ ହୋଇ ଉଠେ, 19 କୁକର୍ମ ଲୋକମାନଙ୍କ ପଥ ଅନ୍ଧକାରର ରାତ୍ରି ତୁଲ୍ୟ, ସେମାନେ କାହିଁରେ ଝୁଣ୍ଟି ପଡ଼ନ୍ତି, ତାହା ସେମାନେ ଜାଣନ୍ତି ନାହିଁ।
20 ହେ ମୋର ପୁତ୍ର, ତୁମ୍ଭେ ମୋର ବାକ୍ୟ ପ୍ରତି ଆକୃଷ୍ଟ ହୁଅ। ତୁମ୍ଭେ କର୍ଣ୍ଣ ଦେଇ ମୋ’ କଥା ଶୁଣ। 21 ମୋର ବାକ୍ୟ ପ୍ରତି ବିମୁଖ ହୁଅ ନାହିଁ। ମୋର ବାକ୍ୟସବୁ ସର୍ବଦା ସ୍ମରଣ କର। 22 ମୋର ବାକ୍ୟ ଯେଉଁମାନେ ଗ୍ରହଣ କରନ୍ତି, ସେମାନେ ଧନ୍ୟ। ସେମାନେ ସ୍ୱଚ୍ଛତା ଦ୍ୱାରା ଅଙ୍ଗକୁ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତି। 23 ତୁମ୍ଭର ହୃଦୟକୁ ଅତି ଯତ୍ନର ସହ ପରିଗ୍ଭଳିତ କର। ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମ ଲାଭ କରେ।
24 ତୁମ୍ଭର ମୁଖରୁ ଅସତ୍ୟ ବାକ୍ୟ ବାହାରି ନ ଆସୁ। ମିଥ୍ୟା କୁହ ନାହିଁ। 25 ଲକ୍ଷ୍ୟସ୍ଥଳ ପାଇଁ ତୁମ୍ଭର ଚକ୍ଷୁଦ୍ୱୟକୁ ଆଗକୁ ଦେଖିବା ପାଇଁ ରଖ, ସର୍ବଦା ସିଧା ଦେଖ। 26 ଧାର୍ମିକଠାରୁ ତୁମ୍ଭକୁ ଦୂରେଇ ନିଅ ନାହିଁ। ଜ୍ଞାନଠାରୁ ଦୂରେଇ ଯାଅ ନାହିଁ। 27 ସଳଖପଥ ପରିତ୍ୟାଗ କର ନାହିଁ, ଯେଉଁ ପଥ ଉତ୍ତମ ଏବଂ ଠିକ୍। କିନ୍ତୁ ସର୍ବଦା ଅଧର୍ମଠାରୁ ଦୂରରେ ରୁହ।
ବ୍ୟଭିଗ୍ଭର ନିବାରଣର ଜ୍ଞାନ
5 ହେ ମୋର ପୁତ୍ର, ମୋ’ ଜ୍ଞାନରେ ମନ ଦିଅ। ମୋର ବୁଦ୍ଧି ପାଇଁ କାନ ଡେର। 2 ତେବେ ତୁମ୍ଭେ ଚତୁର ହେବ ଓ ତୁମ୍ଭ ଓଷ୍ଠାଧର ଜ୍ଞାନ କଥା କହିବ। 3 ପର ସ୍ତ୍ରୀ ସୁନ୍ଦର ହୋଇପାରେ, ତା'ର ମୁଖରୁ ମଧୁର ବାକ୍ୟ ଶୁଣାଯାଏ। 4 କିନ୍ତୁ ଶେଷରେ ସେ ତିକ୍ତତା ଓ ଯନ୍ତ୍ରଣା ଆଣିବ। ଯନ୍ତ୍ରଣା ଯାହା ବିଷତୁଲ୍ୟ ଓ ତୀକ୍ଷ୍ଣ ଖଣ୍ଡାତୁଲ୍ୟ ଆଘାତ କରେ। 5 ସେ ହେଉଛି ମୃତ୍ୟୁର ପଥ, ସେ ତୁମ୍ଭକୁ ସିଧା କବର ପାଖକୁ ନେଇଯିବ। 6 ତା'ର ପଥ ଅନୁସରଣ କର ନାହିଁ। କାରଣ ସେ ଜାଣେ ନାହିଁ ଯେ ସେ ନିଜେ ପଥ ହରାଉଛି। ସାବଧାନ! ତୁମ୍ଭେ ଜୀବନର ପଥକୁ ଅନୁସରଣ କର।
7 ବର୍ତ୍ତମାନ ପୁତ୍ରମାନେ, ମୋର ବାକ୍ୟ ଶ୍ରବଣ କର। ମୋର ବାକ୍ୟ ପାଶୋର ନାହିଁ। 8 ସେହି ସ୍ତ୍ରୀଠାରୁ ତୁମ୍ଭେ ଦୂରେଇ ରୁହ। ଏପରିକି ତା'ର ଗୃହର ଦ୍ୱାର ନିକଟକୁ ମଧ୍ୟ ଯାଅ ନାହିଁ। 9 ଯଦି ତୁମ୍ଭେ ତାହା କର, ତେବେ ତୁମ୍ଭେ ପାଇବା ସମ୍ମାନ ଅନ୍ୟମାନେ ପାଇବେ। ଏବଂ ନିର୍ଦ୍ଦୟଲୋକମାନେ ସବୁକିଛି ନେଇଯିବେ, ଯାହା ତୁମ୍ଭେ ବର୍ଷ ସାରା କାର୍ଯ୍ୟ କରି ସଂଗ୍ରହ କରିଥିବ। 10 ଅପରିଚିତ ଲୋକମାନେ ତୁମ୍ଭ ବଳରେ ବଳୀୟାନ ହେବେ। ତୁମ୍ଭ ଶ୍ରମର ଫଳ ଅନ୍ୟମାନେ ଭୋଗ କରିବେ। 11 ଜୀବନର ଶେଷ ଭାଗରେ ତୁମ୍ଭର ମାଂସ ଓ ଶରୀର କ୍ଷୟ ପାଇବ। ତୁମ୍ଭେ ସେତେବେଳେ ବିଳାପ କରିବ। 12-13 ସେତେବେଳେ ତୁମ୍ଭେ କହିବ, “କାହିଁକି ମୁଁ ମୋର ପିତାଙ୍କ କଥା ଶୁଣିଲି ନାହିଁ। ମୁଁ କାହିଁକି ମୋର ଶିକ୍ଷକମାନଙ୍କର କଥା ଶୁଣିଲି ନାହିଁ, ମୁଁ ଶାସନାଧୀନ ହେବାକୁ ମନା କଲି, ମୁଁ ନିଜକୁ ସଂଶୋଧିତ କରିବା ପାଇଁ ମନା କଲି। 14 ଶୀଘ୍ର ମୁଁ ସବୁପ୍ରକାର ଅସୁବିଧା, ଅପମାନ, ଯନ୍ତ୍ରଣା ଜନସମାବେଶ ଆଗରେ ପଡ଼ିଲି।”
15 ତୁମ୍ଭ ନିଜ କୂଅରୁ ଜଳପାନ କର। ତୁମ୍ଭର ଶାରୀରିକ ସମ୍ପର୍କ ତୁମ୍ଭର ସ୍ତ୍ରୀ ସହିତ ରଖ। 16 ଯଦି ନାହିଁ, ତୁମ୍ଭର ଝରଣା ରାସ୍ତା ବାହାରକୁ ବହିଯିବ। ଅନ୍ୟମାନେ ତୁମ୍ଭର ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିବେ। 17 ତୁମ୍ଭର ଝରଣା ତୁମ୍ଭର ହେଉ, ଏବଂ ଅନ୍ୟମାନଙ୍କ ସହ ଭାଗ କର ନାହିଁ। 18 ତୁମ୍ଭର ନିର୍ଝର ଆଶୀର୍ବାଦରେ ପ୍ରାପ୍ତ ହେଉ। ତୁମ୍ଭେ ସେହି ସ୍ତ୍ରୀକୁ ଉପଭୋଗ କର ଯାହାକୁ ଯୌବନକାଳରେ ବିବାହ କରିଥିଲ। 19 ସେ ପ୍ରେମିକା ହରିଣୀ ଓ ରୂପବତୀ ବାଉଟି ପରି ତା'ର ବକ୍ଷ ସର୍ବଦା ତୁମ୍ଭକୁ ତୁଷ୍ଟ କରୁ। ଆଉ ତା'ର ପ୍ରେମରେ ତୁମ୍ଭେ ସର୍ବଦା ଆସକ୍ତ ହୁଅ। 20 ହେ ମୋ’ ପୁତ୍ର ପରକୀୟା ସ୍ତ୍ରୀଠାରେ ପାଗଳ ହୁଅ ନାହିଁ। ବ୍ୟଭିଗ୍ଭରିଣୀର ଘନିଷ୍ଟତାକୁ ଆଲିଙ୍ଗନ କର ନାହିଁ।
21 ସଦାପ୍ରଭୁ ମନୁଷ୍ୟର ସମସ୍ତ ଗତି ଦେଖନ୍ତି। ସଦାପ୍ରଭୁ ତୁମ୍ଭର ପ୍ରତ୍ୟେକ ପଥକୁ ସମାନ କରନ୍ତି। 22 ଦୁଷ୍ଟ ଲୋକର ନିଜ ଅପରାଧ ତାହାକୁ ଧରିବ। ସେ ତା'ର ନିଜ ପାପ ରୂପକ ଦୌଡ଼ିରେ ବନ୍ଧା ହେବ। 23 ସେ ତା'ର ନିର୍ବୋଧତା ଦ୍ୱାରା ବିପଥଗାମୀ ହେବ। ସେ ଶୃଙ୍ଖଳାର ଅଭାବ ଯୋଗୁଁ ମୃତ୍ୟୁବରଣ କରିବ।
ଋଣରେ ମଧ୍ୟସ୍ଥି ହୁଅ ନାହିଁ
6 ହେ ମୋର ପୁତ୍ର, ଅନ୍ୟ ଲୋକର ଋଣରେ ତୁମ୍ଭେ ମଧ୍ୟସ୍ଥି ହୁଅ ନାହିଁ। ଅନ୍ୟର ଋଣ ପରିଶୋଧ କରିବା ପାଇଁ ପ୍ରତିଜ୍ଞା କର ନାହିଁ। ସେ ସାଙ୍ଗ ହେଉ କି ଜଣେ ଅଜଣା ଆଗନ୍ତୁକ ହେଉ? 2 ଯଦି ତୁମ୍ଭେ କର, ତେବେ ତୁମ୍ଭେ ଆପଣା ପ୍ରତିଜ୍ଞା ଦ୍ୱାରା ଫାନ୍ଦରେ ପଡ଼ିଅଛ ଓ ଆପଣା କଥା ପାଇଁ ଧରାଯାଇ ଅଛ। 3 ତୁମ୍ଭେ ଆପଣାକୁ ଏଥିରୁ ଉଦ୍ଧାର କର। ଯେହେତୁ ତୁମ୍ଭେ ଆପଣା ବନ୍ଧୁର ହସ୍ତଗତ ହୋଇଅଛ। ଯାଅ ଆପଣାକୁ ନମ୍ରକରି ତୁମ୍ଭ ପ୍ରତିବାସୀକି ବାରମ୍ବାର ବିନତି କର। ସେ ଋଣରୁ ତୁମ୍ଭକୁ ମୁକ୍ତ କରୁ। 4 ତୁମ୍ଭେ ବିଶ୍ରାମ କର ନାହିଁ କିମ୍ବା ନିଦ୍ରା ଯାଅ ନାହିଁ। 5 ଆପଣାକୁ ଉଦ୍ଧାର କର, ଯେପରି ହରିଣ ବ୍ୟାଧଠାରୁ ଦୌଡ଼ି ପଳାଏ ଓ ପକ୍ଷୀମାନେ ଫାସରୁ ଉଡ଼ିଯାଆନ୍ତି।
ଅଳସୁଆ ପଣିଆର ବିପଦଗୁଡ଼ିକ
6 ହେ ଅଳସୁଆଲୋକମାନେ! ତୁମ୍ଭେ ପିମ୍ପୁଡ଼ି ନିକଟକୁ ଯାଅ। ଦେଖ, ପିମ୍ପୁଡ଼ିମାନେ କିପରି କର୍ମ କରୁଛନ୍ତି। ସେମାନଙ୍କଠାରୁ ଶିଖ ଓ ସେମାନଙ୍କର ଉଦାହରଣରୂପେ କାର୍ଯ୍ୟ କର। 7 ପିମ୍ପୁଡ଼ିମାନଙ୍କର ନେତା କି ନିରୀକ୍ଷକ କିଅବା ଶାସକ କେହି ନ ଥା’ନ୍ତି। 8 ସେମାନେ ଗ୍ରୀଷ୍ମକାଳରେ ଖାଦ୍ୟକୁ ଏକତ୍ର କରନ୍ତି ଏବଂ ଶୀତକାଳରେ ପ୍ରଚୁର ପରିମାଣରେ ସେମାନେ ଖାଦ୍ୟ ସଂଗୃହୀତ କରିଥା’ନ୍ତି।
9 ହେ ଅଳସୁଆଲୋକମାନେ, କେତେକାଳ ପର୍ଯ୍ୟନ୍ତ ତୁମ୍ଭେମାନେ ସେଠାରେ ପଡ଼ି ରହିବ? ତୁମ୍ଭେ କେତେକାଳ ପର୍ଯ୍ୟନ୍ତ ତୁମ୍ଭର ନିଦ୍ରା ଭାଙ୍ଗି ଉଠିବ? 10 ଅଳସୁଆମାନେ କହନ୍ତି, “ଆଉ ଟିକିଏ ଶୋଇବି, ଆଉ ଟିକିଏ ଢୁଳାଏ। ଆଉ ଟିକିଏ ନିଦ୍ରା ଯିବା ପାଇଁ ଭିଡ଼ିମୋଡ଼ି ହୁଏ।” 11 କିନ୍ତୁ ସେ ଶୋଇ ରହେ ଓ ଆଉ ଶୋଇ ରହେ। ସେ ଦରିଦ୍ରରୁ ଦରିଦ୍ରତର ହୋଇଯାଏ। ଖୁବ୍ ଶୀଘ୍ର ତା'ର ଆଉ କିଛି ନ ଥାଏ। ଅଳସୁଆମୀ ଖଣ୍ଟ ପରି ତୁମ୍ଭର ସମସ୍ତ ଧନ ଏକାଥରେ ଛଡ଼ାଇ ନେବ।
ପାପାଧମ ବ୍ୟକ୍ତି
12 ପାପାଧମ ବ୍ୟକ୍ତି, ଅପରାଧୀ ମନୁଷ୍ୟ ସର୍ବଦା ମିଥ୍ୟା କଥା କହନ୍ତି। 13 ସେ ଆଖିରେ ଠାରେ, ସେ ଗୋଡ଼ରେ ଓ ଅଙ୍ଗୁଳି ଦ୍ୱାରା ସଙ୍କେତ କରେ। 14 ତା'ର ହୃଦୟରେ କୁଟିଳତା ଥାଏ। ସେ ସର୍ବଦା ଅନିଷ୍ଟ ଯୋଜନା କରେ। ସେ ଯୁକ୍ତିତର୍କ ଓ କଳି ଆରମ୍ଭ କରେ। 15 କିନ୍ତୁ ତା'ର ବିପଦ ଶୀଘ୍ର ଉପସ୍ଥିତ ହେବ। ସେ ଆକସ୍ମିକ ଶୀଘ୍ର ବିନାଶ ହେବ। ଏବଂ ତାଙ୍କୁ କିଛି ଉପାୟ ମିଳିବ ନାହିଁ।
ସାତୋଟି କଥା ସଦାପ୍ରଭୁ ସର୍ବଦା ଘୃଣା କରନ୍ତି
16 ସଦାପ୍ରଭୁ ଏହି ଛଅ ଗୋଟି ବିଷୟକୁ ଘୃଣା କରନ୍ତି।
ସପ୍ତବସ୍ତୁ ମଧ୍ୟ ତାଙ୍କର ଘୃଣାଯୋଗ୍ୟ।
17 ଅହଙ୍କାର ଦୃଷ୍ଟି, ମିଥ୍ୟାବାଦୀ ଜିହ୍ୱା,
ନିର୍ଦ୍ଦୋଷର ରକ୍ତପାତକାରୀ ହସ୍ତ।
18 ହୃଦୟ କୁକର୍ମ କରିବା ପାଇଁ ଯୋଜନା କରେ,
କୁକର୍ମ କରିବାକୁ ବେଗଗାମୀ ଚରଣ।
19 ମିଥ୍ୟା ସାକ୍ଷୀ,
ଯେ ମିଥ୍ୟା କହି ଭାଇମାନଙ୍କ ମଧ୍ୟରେ କଳିର ବୀଜ ବୁଣେ।
20 ହେ ମୋର ପୁତ୍ର, ଆପଣା ପିତାର ଆଜ୍ଞା ପାଳନ କର। ଏବଂ ମାତାର ଉପଦେଶ ଭୁଲ ନାହିଁ। 21 ସେମାନଙ୍କର ଆଜ୍ଞାସବୁ ଏବଂ ଶିକ୍ଷାଗୁଡ଼ିକ ସର୍ବଦା ମନେରଖ। ତାହାକୁ ତୁମ୍ଭ ହୃଦୟରେ ବାନ୍ଧି ରଖ ଏବଂ ତାହାକୁ ତୁମ୍ଭର ଗଳାର ଫୁଲହାର ପରି ବାନ୍ଧ। 22 ଯେତେବେଳେ ତୁମ୍ଭେ ଗ୍ଭଲିବ, ସେମାନଙ୍କର ଶିକ୍ଷାଗୁଡ଼ିକ ତୁମ୍ଭକୁ ପଥ ଦେଖାଇବେ। ଯେତେବେଳେ ତୁମ୍ଭେ ଶୟନ କରିବାକୁ ଯିବ ସେମାନେ ତୁମ୍ଭର ପ୍ରହରୀ ହେବେ। ଯେତେବେଳେ ତୁମ୍ଭେ ଜାଗ୍ରତ ହେବ, ସେମାନେ ତୁମ୍ଭ ସହ ଆଳାପ କରିବେ।
23 ତୁମ୍ଭ ପିତାମାତାଙ୍କର ଶିକ୍ଷା ଆଲୋକ ବର୍ତ୍ତୀକା ପରି ତୁମ୍ଭକୁ ସର୍ବଦା ସତ୍ ପଥରେ ଚଲାଇ ନେବ। ତାହା ତୁମ୍ଭକୁ ତାଲିମ ପ୍ରାପ୍ତ କରିବ ଓ ଜୀବନ ପଥରେ ଚଲାଇ ନେବ। 24 ସେମାନଙ୍କର ଶିକ୍ଷା ତୁମ୍ଭକୁ ଅନ୍ୟ ପୁରୁଷର ସ୍ତ୍ରୀଠାରୁ ଓ ଗଣିକାର ଗ୍ଭଟୁବାକ୍ୟଠାରୁ ଦୂରେଇ ରଖୁ। 25 ତୁମ୍ଭ ହୃଦୟରେ ସେହି ସୁନ୍ଦର ସ୍ତ୍ରୀର ସୌନ୍ଦର୍ଯ୍ୟକୁ ଲୋଭ କର ନାହିଁ। ତା'ର ଚକ୍ଷୁ ତୁମ୍ଭକୁ ପ୍ରତାରିତ ନ କରୁ। 26 ବ୍ୟଭିଗ୍ଭରିଣୀକୁ ପାଉଁରୋଟୀର ଦାମ ଦେବାକୁ ପଡ଼ିବ, ଅନ୍ୟ ଜଣଙ୍କ ସ୍ତ୍ରୀ ପାଇଁ ତୁମ୍ଭ ଜୀବନର ଦାମ ଦେବାକୁ ପଡ଼ିବ। 27 ଯଦି କେହି ଲୋକ ତା'ର ବକ୍ଷ ଦେଶରେ ନିଆଁ ରଖିବ, ତେବେ ତାହା ପୋଡ଼ି ଯିବ। 28 ଯଦି କେହି ଲୋକ ଜ୍ୱଳନ୍ତା ଅଙ୍ଗାର ଉପରେ ଗ୍ଭଲେ, ତେବେ ତା'ର ପାଦ ପୋଡ଼ିଯିବ। 29 ଏହା ଠିକ୍ ସେହିପରି ହେବ, ଯଦି ତୁମ୍ଭେ ପର ସ୍ତ୍ରୀ ସହିତ ଶୟନ କରିବ। ଯେକେହି ଏହା ଇଚ୍ଛା କରେ ଦଣ୍ଡିତରୁ ପଳାଇ ଯାଇପାରିବ ନାହିଁ।
30 ଭୋକିଲା ଯୋଗୁଁ ଯଦି ଗ୍ଭେରି କରେ। ତେବେ ଲୋକେ ତାକୁ ଘୃଣା କରିବେ। 31 ମାତ୍ର ଯଦି ଧରାପଡ଼େ, ତେବେ ତାକୁ ସାତଗୁଣ ଫେରାଇବାକୁ ପଡ଼େ। ଆପଣା ଗୃହର ସର୍ବସ୍ୱ ତାକୁ ଦେବାକୁ ହେବ। 32 ଜଣେ ବ୍ୟଭିଗ୍ଭରୀ ଲୋକ ନିର୍ବୋଧ ଅଟେ। ସେ ତା'ର ନିଜର ବିନାଶ ଆଣିବ। 33 ଲୋକମାନେ ଏଥିପାଇଁ ନିଜର ସମସ୍ତ ସମ୍ମାନ ହରନ୍ତି। ତା'ର କଳଙ୍କ ମାର୍ଜିତ ହେବ ନାହିଁ। 34 ସେହି ସ୍ତ୍ରୀର ସ୍ୱାମୀ ନିତାନ୍ତ ଈର୍ଷାପରାୟଣ ହେବ। ତା'ର ସ୍ୱାମୀ ନିତାନ୍ତ କ୍ରୋଧତ ହେବ। ପ୍ରତିହିଂସା କରିବା ବେଳେ ସେ କିଛି ମାନିବ ନାହିଁ। 35 ଯେକୌଣସି ମୂଲ୍ୟ ତା'ର କ୍ରୋଧକୁ ଶାନ୍ତ କରି ପାରିବ ନାହିଁ। ଯେତେ ଅର୍ଥ ଦେଲେ ବି ତା'ର କ୍ରୋଧ ଶାନ୍ତ ହେବ ନାହିଁ।
2010 by World Bible Translation Center