Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 78-79

ଅଫସର ମସ୍କୀଲ୍।

78 ହେ ମୋହର ଲୋକମାନେ, ତୁମ୍ଭେ ମୋର ଉପଦେଶକୁ ଶୁଣ।
    ମୋହର ବାକ୍ୟକୁ କର୍ଣ୍ଣପାତ କର, ଯାହା ମୁଁ କହୁଅଛି।
ମୁଁ ତୁମ୍ଭମାନଙ୍କୁ ଗୋଟିଏ ଗପ କହିବି।
    ମୁଁ ତୁମ୍ଭମାନଙ୍କୁ ଅତୀତର ଗପ କହିବି, ଯାହାକି ବୁଝିବା ପାଇଁ କଷ୍ଟକର।
ଆମ୍ଭେ ଏହି ଗପ ଶୁଣିଅଛୁ ଏବଂ ଆମ୍ଭେ ସେମାନଙ୍କ ବିଷୟରେ ଭଲଭାବରେ ଜାଣିଛୁ।
    ଯାହା ଆମ୍ଭମାନଙ୍କର ପିତା ଆମ୍ଭମାନଙ୍କୁ କହିଥିଲେ।
ଆମ୍ଭେମାନେ ସେମାନଙ୍କ ବଂଶଧରମାନଙ୍କୁ ଏହା ଲୁଗ୍ଭଇବୁ ନାହିଁ।
    ସେମାନେ କାହିଁକି ସଦାପ୍ରଭୁଙ୍କୁ ପ୍ରଶଂସା କରିବା ଉଚିତ୍,
ଏହା ଆମ୍ଭେ ଆମ୍ଭର ଆସୁଥିବା ପିଢ଼ିକୁ କହିବୁ,
    ଆମ୍ଭେ ତାହାଙ୍କ ଶକ୍ତି ଏବଂ ଆଶ୍ଚର୍ଯ୍ୟତା ଯାହା ସେ କଲେ ସେସବୁ ବିଷୟରେ ସେମାନଙ୍କୁ କହିବୁ।
ସଦାପ୍ରଭୁ ଯାକୁବ ସହିତ ଏକ ଚୁକ୍ତି କଲେ।
    ପରମେଶ୍ୱର ଇସ୍ରାଏଲକୁ ବ୍ୟବସ୍ଥା ପ୍ରଦାନ କଲେ।
ପରମେଶ୍ୱର ଆମ୍ଭର ପୂର୍ବପୁରୁଷମାନଙ୍କୁ ଆଜ୍ଞା ଦେଲେ,
    ସେମାନଙ୍କର ଉତ୍ତରାଧିକାରୀମାନଙ୍କୁ ଏହି ଶିକ୍ଷା ଦେବା ସମ୍ବନ୍ଧେ।
ଏପରିକି ଯେଉଁ ପିଲାମାନେ ଜନ୍ମ ହେବେ, ସେମାନେ ସେମାନଙ୍କର ପିଲାମାନଙ୍କୁ ଜଣାଇବେ।
    ତା'ପରେ ସେମାନେ ଯେବେ ବଡ଼ ହେବେ ସେମାନଙ୍କର ପିଲାମାନଙ୍କୁ କହିବେ।
ତେଣୁ ସମସ୍ତ ଲୋକ ପରମେଶ୍ୱରଙ୍କର ଆଜ୍ଞା ମାନିବେ।
    ସେମାନେ କଦାପି ଭୁଲିବେ ନାହିଁ ଯେ ପରମେଶ୍ୱର କ’ଣ କରିଥିଲେ।
    ସେମାନେ ଯତ୍ନ ସହକାରେ ପରମେଶ୍ୱରଙ୍କ ଆଜ୍ଞାସବୁ ପାଳନ କରିବେ।
ଯଦି ଲୋକମାନେ ତାଙ୍କର ପିଲାମାନଙ୍କୁ ପରମେଶ୍ୱରଙ୍କର ଆଦେଶ ଶିକ୍ଷା ଦିଅନ୍ତି, ତେବେ ସେମାନଙ୍କର ସନ୍ତାନଗଣ ସେମାନଙ୍କର ପୂର୍ବପୁରୁଷଙ୍କ ପରି ହେବେ ନାହିଁ।
    ସେମାନଙ୍କ ପୂର୍ବପୁରୁଷଗଣ ପରମେଶ୍ୱରଙ୍କ ବିରୁଦ୍ଧରେ ଗଲେ।
ଏବଂ ସେମାନେ ତାଙ୍କ ଆଦେଶ ମାନିଲେ ନାହିଁ।
    ସେମାନଙ୍କର ହୃଦୟ ଦୃଢ଼ ପରମେଶ୍ୱରଙ୍କଠାରେ ସମର୍ପିତ ନ ଥିଲା।
    ସେମାନଙ୍କର ଆତ୍ମା ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନ ଥିଲା।

ଇଫ୍ରୟିମର ଲୋକମାନେ ଅସ୍ତ୍ରଧାରଣ କରିଥିଲେ,
    ମାତ୍ର ସେମାନେ ଯୁଦ୍ଧ ହେବା ଦିନରେ ପଳାୟନ କଲେ।
10 ସେମାନେ ପରମେଶ୍ୱରଙ୍କ ସହିତ କରିଥିବା ଚୁକ୍ତି ପାଳନ କଲେ ନାହିଁ।
    ସେମାନେ ତାଙ୍କର ବ୍ୟବସ୍ଥା ମାନିବାକୁ ଅସ୍ୱୀକାର କଲେ।
11 ସେମାନେ ପରମେଶ୍ୱର କରିଥିବା ମହତ କାର୍ଯ୍ୟ ଭୁଲିଗଲେ।
    ପରମେଶ୍ୱର ସେମାନଙ୍କୁ ଦେଖାଇଥିବା ଆଶ୍ଚର୍ଯ୍ୟ କାର୍ଯ୍ୟମାନ ସେମାନେ ଭୁଲିଗଲେ।
12 ପରମେଶ୍ୱର ତାଙ୍କର ମହାନଶକ୍ତି ସିୟୋନ
    ଓ ମିଶରରେ ତାଙ୍କର ପୂର୍ବପୁରୁଷମାନଙ୍କୁ ଦେଖାଇଥିଲେ।
13 ପରମେଶ୍ୱର ଲୋହିତ ସମୁଦ୍ରକୁ ବିଦୀର୍ଣ୍ଣ କରି ଲୋକମାନଙ୍କୁ ପାର କରାଇଥିଲେ
    ଏବଂ ସେ ଦୁଇପାର୍ଶ୍ୱର ଜଳରାଶିକୁ କଠିନ କାନ୍ଥ ରୂପେ ବିଦ୍ୟମାନ କରାଇଲେ।
14 ପ୍ରତିଦିନ ଏବଂ ରାତ୍ରିରେ ପରମେଶ୍ୱର ମେଘଦ୍ୱାରା
    ଓ ଅଗ୍ନିତେଜ ଦ୍ୱାରା ସେମାନଙ୍କୁ ପଥ କଢ଼ାଇଲେ।
15 ସେ ମରୁଭୂମିରେ ଶୈଳଗୁଡ଼ିକୁ ବିଦୀର୍ଣ୍ଣ କଲେ
    ଏବଂ ସେ ଅଗାଧ ସ୍ଥଳରୁ, ଲୋକମାନଙ୍କୁ ଅଧିକରୁ ଅଧିକ ଜଳ ପ୍ରଦାନ କରାଇଲେ।
16 ପରମେଶ୍ୱର ଶୈଳରୁ ଝର ବାହାର କରାଇଲେ
    ଏବଂ ଏହାର ଜଳ ନଦୀପରି ବୋହିଲା।
17 ତଥାପି ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରି ଗ୍ଭଲିଲେ।
    ସେମାନେ ମରୁଭୂମିରେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ବିଦ୍ରୋହାଚରଣ କଲେ।
18 ଏହା ପରେ ସେହି ଲୋକମାନେ ପରମେଶ୍ୱରଙ୍କୁ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଲେ।
    ସେମାନେ ପରମେଶ୍ୱରଙ୍କୁ ଖାଦ୍ୟ ମାଗିଲେ,
    ଯାହା ସେମାନେ ଇଚ୍ଛା କରିଥିଲେ।
19 ସେମାନେ ପରମେଶ୍ୱରଙ୍କୁ ଅଭିଯୋଗ କଲେ ଏବଂ କହିଲେ,
    “କ’ଣ ପରମେଶ୍ୱର ମରୁଭୂମିରେ ଆମ୍ଭମାନଙ୍କୁ ଖାଦ୍ୟ ଦେଇ ପାରିବେ?
20 ଏହା ସତ୍ୟ ଯେ, ସେ ଶୈଳକୁ ଆଘାତ କରନ୍ତେ ଜଳ ନିର୍ଗତ ହେଲା,
    ସେ ମଧ୍ୟ କ’ଣ ଆମ୍ଭକୁ ରୋଟୀ ଦେଇ ପାରିବେ? ସେ କ’ଣ ତାଙ୍କର ଲୋକମାନଙ୍କ ପାଇଁ ମାଂସ ଦେଇ ପାରିବେ?”
21 ସେହି ଲୋକଙ୍କର କଥା ସଦାପ୍ରଭୁ ଶୁଣିଲେ,
    ପରମେଶ୍ୱର ଯାକୁବ ଉପରେ ବହୁତ କ୍ରୋଧ ହେଲେ
    ଓ ପରମେଶ୍ୱର ଇସ୍ରାଏଲ ବିରୁଦ୍ଧରେ ବହୁତ କ୍ରୋଧାନ୍ୱିତ ହେଲେ।
22 କାରଣ ଲୋକମାନେ ତାଙ୍କ ଉପରେ ଆଶ୍ରିତ ହେଲେ ନାହିଁ।
    ପରମେଶ୍ୱର ସେମାନଙ୍କୁ ରକ୍ଷା କରିବେ ବୋଲି ସେମାନେ ବିଶ୍ୱାସ କଲେ ନାହିଁ।
23 କିନ୍ତୁ ଏହା ପରେ ପରମେଶ୍ୱର ଉପରିସ୍ଥ ମେଘମାଳାକୁ ଉନ୍ମୋଚନ କଲେ
    ଓ ଆକାଶର ଦ୍ୱାର ଖୋଲିଲେ।
24 ଭୋଜନାର୍ଥେ ସେମାନଙ୍କ ଉପରେ ମାନ୍ନା ବର୍ଷା କରାଇଲେ
    ଏବଂ ସେ ସେମାନଙ୍କୁ ସ୍ୱର୍ଗର ଶସ୍ୟ ପ୍ରଦାନ କଲେ।
25 ଲୋକମାନେ ପରାକ୍ରମୀଗଣର ଆହାର ଭୋଜନ କଲେ।
    ପରମେଶ୍ୱର ସେମାନେ ଖାଇ ତୃପ୍ତି ହେବା ପର୍ଯ୍ୟନ୍ତ ସେହିସବୁ ପ୍ରକାର ଖାଦ୍ୟ ଯୋଗାଇଲେ।
26 ପରମେଶ୍ୱର ଆକାଶରେ ପୂର୍ବୀୟବାୟୁ ବୁହାଇଲେ
    ଓ ସେ ତାଙ୍କର ଶକ୍ତି ଦ୍ୱାରା ଦକ୍ଷିଣବାୟୁ ଆଣିଲେ।
27 ପରମେଶ୍ୱର ତାଙ୍କର ଲୋକମାନଙ୍କ ଉପରେ ସେମାନଙ୍କର ମାଂସ ପାଇଁ ପକ୍ଷୀଗଣ ବୃଷ୍ଟି କରାଇଲେ।
    ପକ୍ଷୀଗୁଡ଼ିକ ଧୂଳି ପରି ବହଳରେ ପଡ଼ିଲେ ଓ ସମୁଦ୍ରକୂଳର ବାଲୁକା ତୁଲ୍ୟ ବହୁତ ଥିଲେ।
28 ଏହି ପକ୍ଷୀମାନେ ସେମାନଙ୍କ ତମ୍ବୁର ଚତୁର୍ଦ୍ଦିଗରେ
    ଛାଉଣି ଭିତରେ ପଡ଼ିଲେ।
29 ସେମାନେ ତୃପ୍ତି ହେବା ପର୍ଯ୍ୟନ୍ତ ଖାଇଲେ।
    ସେମାନେ ଯାହା ଗ୍ଭହିଁଲେ, ପରମେଶ୍ୱର ସେମାନଙ୍କୁ ଦେଲେ।
30 ସେମାନେ ସେମାନଙ୍କର ପ୍ରାପ୍ତ ବସ୍ତ୍ରରେ ସନ୍ତୁଷ୍ଟ ହେଲେ ନାହିଁ।
    ତେଣୁ ସେମାନଙ୍କ ପାଟିରେ ଖାଦ୍ୟ ଅବିଚଳିତ ଥିଲା,
31 ପରମେଶ୍ୱର ସମସ୍ତ ଲୋକମାନଙ୍କ ଉପରେ ପ୍ରବଳ କ୍ରୋଧ ହେଲେ,
    ଏବଂ ସେମାନଙ୍କ ମଧ୍ୟରୁ ସବୁଠୁ ସ୍ୱାସ୍ଥ୍ୟବାନ ଲୋକଙ୍କୁ ହତ୍ୟା କଲେ।
    ସେ ଇସ୍ରାଏଲର ଉତ୍ତମ ଯୁବକମାନଙ୍କୁ ତଳକୁ ଖସାଇ ଆଣିଲେ।
32 କିନ୍ତୁ ଏହି ଲୋକମାନେ ପୁନ୍ନରାୟ ପାପ କଲେ!
    ସେମାନେ ପରମେଶ୍ୱରଙ୍କ ଆଶ୍ଚର୍ଯ୍ୟ କାର୍ଯ୍ୟରେ ବିଶ୍ୱାସ କଲେ ନାହିଁ,
    ଯାହା ପରମେଶ୍ୱର କରିଥିଲେ।
33 ପରମେଶ୍ୱର ସେମାନଙ୍କର ଦିନଗୁଡ଼ିକୁ ନିଶ୍ୱାସ ପରି ଶୀଘ୍ର ସମାପ୍ତ କଲେ।
    ସେ ସେମାନଙ୍କର ବର୍ଷଗୁଡ଼ିକୁ ହଠାତ୍ ଦୁର୍ବିପାକରେ ସମାପ୍ତି କଲେ।
34 ଯେତେବେଳେ ପରମେଶ୍ୱର ସେମାନଙ୍କ ମଧ୍ୟରୁ କେତେକଙ୍କୁ ମାରିଲେ, ଅନ୍ୟମାନେ ପରମେଶ୍ୱରଙ୍କ ନିକଟକୁ ଫେରି ଆସିଲେ
    ଏବଂ ତାଙ୍କଠାରୁ ସାହାଯ୍ୟ ପାଇବା ପାଇଁ ଉତ୍କଣ୍ଠିତ ହେଲେ।
35 ସେମାନେ ମନେ କଲେ ଯେ, ପରମେଶ୍ୱର ସେମାନଙ୍କର ଶୈଳ ଥିଲେ
    ଏବଂ ସେହି ସର୍ବୋପରିସ୍ଥ ପରମେଶ୍ୱର ସେମାନଙ୍କୁ ରକ୍ଷା କଲେ।
36 କିନ୍ତୁ ସେମାନେ ନିଷ୍କପଟ ନ ଥିଲେ,
    ଏବଂ ସେମାନେ ତାଙ୍କୁ ମିଛ କହିଲେ।
37 ସେମାନଙ୍କର ହୃଦୟ ପରମେଶ୍ୱରଙ୍କ ପ୍ରତି ପ୍ରକୃତରେ ନ ଥିଲା।
    ସେମାନେ ତାଙ୍କ ନିୟମରେ ବିଶ୍ୱସ୍ତ ନ ଥିଲେ।
38 କିନ୍ତୁ ପରମେଶ୍ୱର ସ୍ନେହଶୀଳ ଥିଲେ
    ଓ ସେମାନଙ୍କର ପାପଗୁଡ଼ିକ କ୍ଷମା କଲେ, ସେମାନଙ୍କୁ ଧ୍ୱଂସ କଲେ ନାହିଁ।
ପରମେଶ୍ୱର ତାଙ୍କର କ୍ରୋଧକୁ ଅନେକ ଥର ସ୍ଥଗିତ ରଖିଲେ।
    ସେ ନିଜକୁ ବହୁତ କ୍ରୋଧ ହେବାରେ ନିୟନ୍ତ୍ରଣ କରି ନ ଥିଲେ।
39 ଆଉ ପରମେଶ୍ୱର ସ୍ମରଣ କଲେ ସେମାନେ ମନୁଷ୍ୟମାତ୍ର,
    ସେମାନେ ବାୟୁତୁଲ୍ୟ, ଯାହା ବହିଯାଏ ଏବଂ ଫେରି ଆସେ ନାହିଁ।
40 ସେହି ଲୋକମାନେ ମରୁଭୂମି ମଧ୍ୟରେ କେତେଥର ପରମେଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କଲେ।
    ସେମାନେ ତାଙ୍କୁ ଦୁଃଖିତ କଲେ।
41 ସେମାନେ ବାରମ୍ବାର ପରମେଶ୍ୱରଙ୍କୁ ପରୀକ୍ଷା କଲେ।
    ସେମାନେ ପ୍ରକୃତରେ ଇସ୍ରାଏଲର ପବିତ୍ର ସ୍ୱରୂପଙ୍କୁ ବିରକ୍ତ କଲେ।
42 ସେହି ଲୋକମାନେ ପରମେଶ୍ୱରଙ୍କର ଶକ୍ତିକୁ ଭୁଲିଗଲେ।
    ସେମାନେ ଭୁଲିଗଲେ ଯେ, ପରମେଶ୍ୱର ସେମାନଙ୍କୁ ସେମାନଙ୍କର ଶତ୍ରୁ କବଳରୁ କିପରି ରକ୍ଷା କରିଥିଲେ।
43 ସେମାନେ ମିଶରର ଆଶ୍ଚର୍ଯ୍ୟ କର୍ମ
    ଏବଂ ସିୟୋନ କ୍ଷେତ୍ରର ଆଶ୍ଚର୍ଯ୍ୟ କର୍ମମାନ ଭୁଲିଗଲେ।
44 ପରମେଶ୍ୱର ନଦୀର ଜଳକୁ ରକ୍ତ ସ୍ରୋତରେ ପରିଣତ କଲେ।
    ମିଶରୀୟମାନେ ପିଇବା ପାଇଁ ପାଣି ପାଇଲେ ନାହିଁ।
45 ପରମେଶ୍ୱର ସେମାନଙ୍କ ମଧ୍ୟରୁ ଦଂଶକ ଝିଙ୍କ ପଠାଇଲେ।
    ସେସବୁ ସେମାନଙ୍କୁ ଗ୍ରାସ କଲେ ଓ ସେମାନଙ୍କୁ ବିନାଶ କଲେ।
46 ପରମେଶ୍ୱର ସେମାନଙ୍କ ଫସଲକୁ କୀଟ ପଠାଇଲେ।
    ସେମାନଙ୍କର ପରିଶ୍ରମର ଫଳ ପଙ୍ଗପାଳମାନଙ୍କୁ ଦେଲେ।
47 ସେ ଶିଳାଦ୍ୱାରା ସେମାନଙ୍କ ଦ୍ରାକ୍ଷାଲତା
    ଓ ହିମଦ୍ୱାରା ସେମାନଙ୍କ ବୃକ୍ଷ ଧ୍ୱଂସ କଲେ।
48 ପରମେଶ୍ୱର କୁଆପଥର ଦ୍ୱାରା ସେମାନଙ୍କ ପଶୁଗଣଙ୍କୁ
    ଓ ସେମାନଙ୍କ ପଲଗଣଙ୍କୁ ପ୍ରଜ୍ୱଳିତ ବଜ୍ରାଘାତରେ ବଧ କଲେ।
49 ପରମେଶ୍ୱର ଆପଣା କ୍ରୋଧ ମିଶର ଉପରେ ଦେଖାଇଲେ।
    ସେମାନଙ୍କ ବିରୁଦ୍ଧରେ ଦୂତଦଳ ପଠାଇଲେ।
50 ପରମେଶ୍ୱର ନିଜ କ୍ରୋଧ ପାଇଁ ପଥ ପ୍ରସ୍ତୁତ କଲେ।
    ସେ ମୃତ୍ୟୁରୁ ସେମାନଙ୍କ ପ୍ରାଣ ରକ୍ଷା କଲେ ନାହିଁ।
    ମାତ୍ର ମହାମାରୀରେ ସେମାନଙ୍କ ଜୀବନକୁ ସମାପ୍ତ କଲେ।
51 ସେ ମିଶରରେ ସମସ୍ତ ପ୍ରଥମଜାତ ପୁତ୍ରମାନଙ୍କୁ ହତ୍ୟା କଲେ।
    ହାମର ପରିବାରରେ ପ୍ରଥମଜାତ ପୁତ୍ରଗଣ।
52 ସେ ମେଷପାଳକ ପରି ତାଙ୍କର ଲୋକମାନଙ୍କର ନେତୃତ୍ୱ ନେଲେ।
    ସେ ସେମାନଙ୍କୁ ମେଷତୁଲ୍ୟ ମରୁଭୂମି ମଧ୍ୟରେ ପଥ କଢ଼ାଇ ନେଲେ।
53 ପରମେଶ୍ୱର ନିଜ ଲୋକମାନଙ୍କୁ ନିରାପଦରେ ଚଲାଇଲେ।
    ତେଣୁ ସେମାନେ ଭୟଭୀତ ହେଲେ ନାହିଁ।
    କିନ୍ତୁ ଶତ୍ରୁମାନଙ୍କୁ ପରମେଶ୍ୱର ଲୋହିତ ସମୁଦ୍ରରେ ବୁଡ଼ାଇଲେ।
54 ପରମେଶ୍ୱର ସେମାନଙ୍କୁ ଆପଣା ପବିତ୍ର ଦେଶକୁ ଓ ପାର୍ବତ୍ୟ ଦେଶକୁ ଆଣିଲେ,
    ଯାହା ସେ ତାଙ୍କ ଶକ୍ତିବଳରେ ନେଇଥିଲେ।
55 ପରମେଶ୍ୱର ଅନ୍ୟ ଜାତିମାନଙ୍କୁ ସେହି ଭୂମିରୁ ବିତାଡ଼ିତ କଲେ।
    ପରମେଶ୍ୱର ସେହି ଭୂମିରୁ ପ୍ରତ୍ୟେକଙ୍କୁ ତାଙ୍କର ଅଂଶ ଦେଲେ।
    ସେ ଇସ୍ରାଏଲର ପରିବାରବର୍ଗକୁ ସେମାନଙ୍କ ତମ୍ବୁରେ ରହିବାକୁ ଦେଲେ।
56 କିନ୍ତୁ ସେମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କୁ ପରୀକ୍ଷା କଲେ ଓ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ।
    ଏବଂ ସେମାନେ ପରମେଶ୍ୱରଙ୍କର ବାକ୍ୟ ପାଳନ କଲେ ନାହିଁ।
57 ପରମେଶ୍ୱରଙ୍କଠାରୁ ବିମୁଖ ହୋଇ ଇସ୍ରାଏଲର ଲୋକମାନେ ନିଜର ପୂର୍ବପୁରୁଷଙ୍କ ପରି ବିଶ୍ୱାସଘାତକତା କଲେ।
    ସେମାନେ ଗୋଟିଏ ବୁମେରାଂ[a] ତୁଲ୍ୟ ହେଲେ।
    ଯାହା ଫେରିଗଲା ଓ ଅନ୍ୟ ଦିଗରେ ଗ୍ଭଲିଗଲା।
58 କାରଣ ସେମାନେ ନିଜର ଉଚ୍ଚସ୍ଥଳୀ ଦ୍ୱାରା ପରମେଶ୍ୱରଙ୍କୁ ବିରକ୍ତ କଲେ।
    ଏବଂ ଆପଣାମାନଙ୍କ ଖୋଦିତ ପ୍ରତିମାଦ୍ୱାରା ସେମାନେ ପରମେଶ୍ୱରଙ୍କୁ ଈର୍ଷାନ୍ୱିତ କଲେ।
59 ପରମେଶ୍ୱର ଏହା ଶୁଣିଲେ ଓ କ୍ରୋଧ ହେଲେ।
    ଏବଂ ସେ ସମ୍ପୂର୍ଣ୍ଣଭାବେ ଇସ୍ରାଏଲବାସୀଙ୍କୁ ପ୍ରତ୍ୟାଖ୍ୟାନ କଲେ।
60 ପରମେଶ୍ୱର ଏପରିକି ଶୀଲୋସ୍ଥିତ ପବିତ୍ର ତମ୍ବୁ ତ୍ୟାଗ କଲେ।
    ସେହି ତମ୍ବୁରେ ପରମେଶ୍ୱର ମନୁଷ୍ୟମାନଙ୍କ ମଧ୍ୟରେ ରହୁଥିଲେ।
61 ସେ ତାଙ୍କର ଶକ୍ତିର ପ୍ରତୀକକୁ[b] କରାୟତ୍ତ କରିବା ପାଇଁ ଦେଲେ।
    ସେ ତାଙ୍କର “ଗୌରବର ପ୍ରତୀକକୁ” ଶତ୍ରୁମାନଙ୍କ ଦ୍ୱାରା ନେଇଗଲେ।
62 ପରମେଶ୍ୱର ସେମାନଙ୍କ ସହିତ ବହୁତ ନିରାଶ ଥିଲେ।
    ସେ ନିଜ ଲୋକମାନଙ୍କୁ ମଧ୍ୟ ଖ‌ଡ଼୍‌ଗରେ ସମର୍ପି ଦେଲେ।
63 ଯୁବକମାନେ ଅଗ୍ନିରେ ପୋଡ଼ି ମଲେ।
    ଏବଂ ସେମାନଙ୍କ କନ୍ୟାମାନଙ୍କର ବିବାହରେ ବିବାହ-ଗୀତ ଶୁଣାଗଲା ନାହିଁ।
64 ଯାଜକଗଣଙ୍କୁ ହତ୍ୟା କରାଗଲା।
    କିନ୍ତୁ ବିଧବାମାନେ ସେମାନଙ୍କ ପାଇଁ ବିଳାପ କରିବାକୁ ସୁଯୋଗ ପାଇଲେ ନାହିଁ।
65 ଶେଷରେ ପ୍ରଭୁ ନିଦ୍ରାରୁ ଜାଗ୍ରତ ଲୋକଙ୍କ ପରି
    ଓ ଅତ୍ୟଧିକ ମଦିରା ହେତୁ ହର୍ଷନାଦକାରୀ
    ବୀର ପରି ଉଠିଲେ।
66 ପୁଣି ପରମେଶ୍ୱର ତାଙ୍କର ବିରୋଧୀକାରୀଙ୍କୁ ବଳପୂର୍ବକ ତଡ଼ି ଦେଲେ।
    ପରମେଶ୍ୱର ତାଙ୍କର ଶତ୍ରୁଗଣଙ୍କୁ ପରାସ୍ତ କଲେ ଓ ଚିରକାଳ ପାଇଁ ଅପମାନିତ କଲେ।
67 କିନ୍ତୁ ସେ ଯୋଷେଫ ପରିବାରକୁ ଅଗ୍ରାହ୍ୟ କଲେ।
    ପରମେଶ୍ୱର ଇଫ୍ରୟିମ ଗୋଷ୍ଠୀକୁ ଗ୍ରହଣ କଲେ ନାହିଁ।
68 ନାଁ, ପରମେଶ୍ୱର ଯିହୁଦା ଗୋଷ୍ଠୀକୁ ମନୋନୀତ କଲେ
    ଓ ଆପଣାର ପ୍ରିୟ ସିୟୋନ ପର୍ବତକୁ ମନୋନୀତ କଲେ।
69 ପରମେଶ୍ୱର ଉଚ୍ଚତମ ସ୍ୱର୍ଗପରି ତାଙ୍କର ମନ୍ଦିର ନିର୍ମାଣ କଲେ।
    ଚିରସ୍ଥାୟୀ ପୃଥିବୀ ତୁଲ୍ୟ ସେ ତାଙ୍କର ପବିତ୍ର ମନ୍ଦିର ନିର୍ମାଣ କଲେ।
70 ପରମେଶ୍ୱର ଦାଉଦଙ୍କୁ ତାଙ୍କର ବିଶେଷ ଦାସରୂପେ ମନୋନୀତ କଲେ
    ଓ ମେଷ ଜଗିବା କାମରୁ ଆଣି ତାଙ୍କୁ ଗ୍ରହଣ କଲେ।
71 ସେ ଦାଉଦଙ୍କୁ ମେଷ ଓ ମେଷଶାବକ ଜଗିବା କାମରୁ ଆଣି,
    ତାଙ୍କୁ ଆପଣାର ଲୋକମାନଙ୍କୁ ଜଗିବାର ଦାୟିତ୍ୱ ଦେଲେ।
    କାରଣ ଇସ୍ରାଏଲୀୟ ଓ ଯାକୁବର ଲୋକମାନେ, ପରମେଶ୍ୱରଙ୍କର ସମ୍ପତ୍ତି ଥିଲେ।
72 ଏବଂ ପବିତ୍ର ହୃଦୟରେ ଦାଉଦ ସେହି ଇସ୍ରାଏଲବାସୀଙ୍କର ନେତୃତ୍ୱ ନେଲେ
    ଏବଂ ସେ ନିପୁଣ ସହକାରେ ତାଙ୍କୁ ଆଗେଇ ନେଲେ।

ଆସଫର ଗୀତ।

79 ହେ ପରମେଶ୍ୱର, ଅନ୍ୟ ଦେଶୀୟ ଲୋକମାନେ ତୁମ୍ଭର ଦେଶକୁ ଆକ୍ରମଣ କରିଛନ୍ତି।
    ସେମାନେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଛନ୍ତି।
    ସେମାନେ ଯିରୁଶାଲମକୁ ଧ୍ୱସ୍ତ ବିଧ୍ୱସ୍ତ କରିଛନ୍ତି।
ସେମାନେ ତୁମ୍ଭ ଦାସଗଣର ଶବ ଖାଦ୍ୟ ନିମନ୍ତେ ଖେଚର ପକ୍ଷୀଗଣଙ୍କୁ ଦେଇଛନ୍ତି।
    ତୁମ୍ଭର ସ‌ଦ୍‌ଭକ୍ତମାନଙ୍କ ମାଂସ ବନ୍ୟ ପଶୁଗଣଙ୍କୁ ଦେଇଛନ୍ତି।
ଶତ୍ରୁମାନେ ଯିରୁଶାଲମର ଚତୁର୍ଦ୍ଦିଗରେ ତୁମ୍ଭର ଲୋକମାନଙ୍କର ରକ୍ତକୁ ପାଣି ପରି ବୁହାଇଲେ।
    ସେମାନଙ୍କୁ କବର ଦେବା ପାଇଁ କାହାରିକୁ ରଖି ନ ଥିଲେ।
ଆମ୍ଭ ପଡ଼ୋଶୀ ଦେବଗଣ ଆମ୍ଭମାନଙ୍କୁ ଅପମାନିତ କଲେ।
    ଆମ୍ଭର ସବୁ ଚତୁର୍ପାର୍ଶ୍ୱରେ ଥିବା ଲୋକମାନେ ଆମ୍ଭମାନଙ୍କୁ ପରିହାସ କଲେ।
ହେ ପରମେଶ୍ୱର, ଏହା ଆଉ କେତେ ଦିନ ପର୍ଯ୍ୟନ୍ତ ଯିବ? ତୁମ୍ଭେ କ’ଣ ଚିରକାଳ ଆମ୍ଭମାନଙ୍କ ଉପରେ କ୍ରୋଧ କରିଥିବ?
    ତୁମ୍ଭର ଅନ୍ତର କ’ଣ ଅଗ୍ନିଜ୍ୱାଳା ପରି ସର୍ବଦା ଜଳିବ?
ଯେଉଁ ଜାତିମାନେ ତୁମ୍ଭକୁ ସ୍ୱୀକାର କରୁ ନାହାନ୍ତି, ଯେଉଁ ରାଜ୍ୟ ସମୂହ ତୁମ୍ଭର ଉପାସନା କରନ୍ତି ନାହିଁ,
    ତୁମ୍ଭର କ୍ରୋଧ ସେମାନଙ୍କ ଉପରେ ଢାଳି ଦିଅ।
ସେମାନେ ଯାକୁବଙ୍କ ପରିବାରକୁ ଧ୍ୱଂସ କରିଅଛନ୍ତି।
    ଓ ସେମାନେ ତା'ର ଗୃହଭୂମିକୁ ଧ୍ୱଂସ କରିଅଛନ୍ତି।
ଦୟାକରି ଆମ୍ଭମାନଙ୍କର ଅତୀତର ପାପ ପାଇଁ ଆମ୍ଭମାନଙ୍କୁ ଦଣ୍ଡ ଦିଅ ନାହିଁ।
    ଶୀଘ୍ର ଆମ୍ଭମାନଙ୍କ ପ୍ରତି ଦୟା ଦେଖାଅ!
    ଆମ୍ଭେମାନେ ଆଜି କ୍ଷୀଣ ହୋଇଅଛୁ।
ହେ ଆମ୍ଭମାନଙ୍କର ପରିତ୍ରାଣର ପରମେଶ୍ୱର,
    ତୁମ୍ଭ ନାମର ଗୌରବ ସକାଶେ ଆମ୍ଭମାନଙ୍କର ସାହାଯ୍ୟ କର
ଏବଂ ଆପଣା ନାମରେ ଆମ୍ଭମାନଙ୍କୁ ରକ୍ଷା କର
    ଏବଂ ପାପସବୁ କ୍ଷମା କର।
10 ଅନ୍ୟ ଦେଶୀୟ ଲୋକମାନଙ୍କୁ କହିବାକୁ ଦିଅ ନାହିଁ।
    “ସେମାନଙ୍କର ପରମେଶ୍ୱର କାହାନ୍ତି?”
ହେ ପରମେଶ୍ୱର, ସେହି ଲୋକମାନଙ୍କୁ ଦଣ୍ଡ ଦିଅ ଯାହା ଫଳରେ କି ଆମ୍ଭେମାନେ ମଧ୍ୟ ତାହା ଦେଖି ପାରିବୁ।
    ତୁମ୍ଭର ସେବକମାନଙ୍କୁ ହତ୍ୟା କରିଥିବାରୁ ସେମାନଙ୍କୁ ଦଣ୍ଡ ଦିଅ।
11 ଦୟାକରି ବନ୍ଦୀମାନଙ୍କର ଆର୍ତ୍ତନାଦ ଶୁଣ।
    ହେ ପରମେଶ୍ୱର, ତୁମ୍ଭର ମହାଶକ୍ତି ପ୍ରୟୋଗ କରି ମରଣାର୍ଥେ ଲୋକମାନଙ୍କୁ ରକ୍ଷା କର।
12 ହେ ପରମେଶ୍ୱର,
    ଆମ୍ଭମାନଙ୍କ ପ୍ରତିବାସୀଗଣ ତୁମ୍ଭଙ୍କୁ ଯେଉଁ ନିନ୍ଦା କରିଛନ୍ତି,
    ସେମାନଙ୍କୁ ସାତଗୁଣ ପ୍ରତିଫଳ ଦଣ୍ଡ ଦିଅ।
13 ତା'ହେଲେ ଆମ୍ଭେ ତୁମ୍ଭର ଲୋକ, ତୁମ୍ଭର ମେଷପଲ
    ସର୍ବଦା ତୁମ୍ଭକୁ ଧନ୍ୟବାଦ ଦେବୁ।
    ପିଢ଼ି ପରେ ପିଢ଼ି, ତୁମ୍ଭେ ଯାହା କରିଛ, ସେଥିପାଇଁ ଆମ୍ଭେ ତୁମ୍ଭକୁ ପ୍ରଶଂସା କରିବୁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center