Beginning
40 ସଦାପ୍ରଭୁ ଆୟୁବକୁ ଉତ୍ତର ଦେଇ କହିଲେ,
2 “ଆୟୁବ, ତୁମ୍ଭେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ସହିତ ଯୁକ୍ତି କରୁଛ।
ଆମ୍ଭେ ଭୁଲ୍ କରିଛୁ ବୋଲି ତୁମ୍ଭେ ବିଗ୍ଭର କରିଛ, କ’ଣ ସ୍ୱୀକାର କରିବ ଯେ ତୁମ୍ଭେ ଭୁଲ୍ କରିଛ ବୋଲି, ତୁମ୍ଭେ ମୋତେ ଉତ୍ତର ଦିଅ।”
3 ତା'ପରେ ଆୟୁବ ପରମେଶ୍ୱରଙ୍କୁ ଉତ୍ତର ଦେଇ କହିଲା,
4 “ମୁଁ ଅତି ନିକୃଷ୍ଟ କଥା କହିବାକୁ!
ମୁଁ ବା ତୁମ୍ଭକୁ କି ଉତ୍ତର ଦେବି?
ମୁଁ ତୁମ୍ଭକୁ ଉତ୍ତର ଦେଇ ପାରିବି ନାହିଁ।
ମୁଁ ମୋର ହାତଦ୍ୱାରା ମୋର ମୁହଁ ବନ୍ଦ କରିବି।
5 ମୁଁ କହିଛି କିନ୍ତୁ ଆଉ ଥରେ କହେ ନାହିଁ।
ମୁଁ ଦୁଇଥର କହିଛି କିନ୍ତୁ ତା'ଠାରୁ ଅଧିକ କିଛି କହି ପାରିବି ନାହିଁ।”
6 ତା'ପରେ ସଦାପ୍ରଭୁ ଆୟୁବକୁ ସେହି ଝଡ଼ ଭିତରୁ ଉତ୍ତର ଦେଲେ।
ସଦାପ୍ରଭୁ କହିଲେ,
7 “ଆୟୁବ, କଟିବନ୍ଧନ କରି ଜଣେ ମନୁଷ୍ୟ ପରି।
ଏବଂ ମୁଁ ଯାହା ପ୍ରଶ୍ନ କରିବି ତା'ର ଉତ୍ତର ଦେବାକୁ ପ୍ରସ୍ତୁତ ହୁଅ।
8 “ଆୟୁବ, ତୁମ୍ଭେ କ’ଣ ଭାବୁଛ ମୁଁ ନ୍ୟାୟୀ ନୁହେଁ?
ତୁମ୍ଭେ କହୁଛ ମୁଁ ଅପରାଧୀ ଭୁଲ୍ କାମ କରିଛି, ଯଦ୍ଦ୍ୱାରା ତୁମ୍ଭେ ନିରୀହ ପ୍ରମାଣିତ ହେବ।
9 ତୁମ୍ଭର ବାହୁ କ’ଣ ପରମେଶ୍ୱରଙ୍କ ବାହୁ ତୁଲ୍ୟ?
ତୁମ୍ଭର କ’ଣ ପରମେଶ୍ୱରଙ୍କ ଭଳି କଣ୍ଠସ୍ୱର ରହିଛି,
ଯାହାକି ଘଡ଼ଘଡ଼ି ପରି ଗର୍ଜନ କରିପାରେ?
10 ଯଦି ତୁମ୍ଭେ ପରମେଶ୍ୱରଙ୍କ ପରି, ତା'ହେଲେ ତୁମ୍ଭେ ଗର୍ବ କରିପାର।
ଯଦି ତୁମ୍ଭେ ପରମେଶ୍ୱରଙ୍କ ସହ ସମକକ୍ଷ, ତା'ହେଲେ ତୁମ୍ଭେ ପରମେଶ୍ୱରଙ୍କ ପରି ମହିମା ଓ ସମ୍ମାନର ବସ୍ତ୍ର ପରିଧାନ କରିପାର।
11 ଯଦି ତୁମ୍ଭେ ପରମେଶ୍ୱରଙ୍କ ତୁଲ୍ୟ, ତା'ହେଲେ ତୁମ୍ଭେ ତୁମ୍ଭର କ୍ରୋଧ ପ୍ରକାଶ କରିପାର ଓ ଉଦ୍ଧତ ଲୋକମାନଙ୍କୁ ଦଣ୍ଡ ଦେଇପାର।
ସେହି ଗର୍ବୀ ଲୋକମାନଙ୍କୁ ନମ୍ର କରାଅ।
12 ହଁ ଆୟୁବ, ସେହି ଗର୍ବୀ ଲୋକମାନଙ୍କୁ ଦେଖ ଏବଂ ସେମାନଙ୍କୁ ନମ୍ର କର।
ଦୁଷ୍ଟମାନଙ୍କୁ ସେମାନେ ଛିଡ଼ା ହୋଇଥିବା ସ୍ଥାନରେ ହିଁ ଦଳି ଦିଅ।
13 ସବୁ ଗର୍ବୀ ଲୋକମାନଙ୍କୁ ମାଟିରେ ପୋତିଦିଅ।
ସେମାନଙ୍କର ଶରୀର ଗୁଡ଼ାଇ ଦିଅ ଏବଂ ସମୟ ଭିତରେ ରଖିଦିଅ।
14 ଆୟୁବ, ଯଦି ତୁମ୍ଭେ ଏସବୁ କରି ପାରିବ ତା'ହେଲେ ମୁଁ ତୁମ୍ଭକୁ ପ୍ରଶଂସା କରିବି
ଏବଂ ମୁଁ ସ୍ୱୀକାର କରେ ଯେ, ନିଜର ଦକ୍ଷିଣ ହସ୍ତ ଯୋଗୁଁ ତୁମ୍ଭେ ନିଜକୁ ରକ୍ଷା କରିବାକୁ ସମର୍ଥ।
15 “ଆୟୁବ, ତୁମ୍ଭେ ବହେମୋତକୁ ଦେଖ।
ମୁଁ ପରମେଶ୍ୱର, ସେହି ବହେମୋତକୁ ସୃଷ୍ଟି କରିଛି ଓ ତୁମ୍ଭକୁ ମଧ୍ୟ ମୁଁ ସୃଷ୍ଟି କରିଛି।
ବହେମୋତ ଗାଈପରି ଘାସ ଖାଏ।
16 ବହେମୋତର ଶରୀରରେ ଅତ୍ୟଧିକ ଶକ୍ତି ଅଛି।
ତା'ର ପାକସ୍ଥଳୀର ମାଂସପେଶୀ ଅତି ବଳିଷ୍ଠ।
17 ବହେମୋତର ଲାଞ୍ଜ ଏରସବୃକ୍ଷ ପରି ଶକ୍ତ।
ତା'ର ଗୋଡ଼ର ମାଂସପେଶୀ ଅତି ଶକ୍ତ।
18 ବହେମୋତର ହାଡ଼ସବୁ ତମ୍ବା ପରି ଅତି ଶକ୍ତ।
ତା'ର ଗୋଡ଼ ଲୁହାଖମ୍ବ ଭଳି ଶକ୍ତ।
19 ବହେମୋତ ପରମେଶ୍ୱରଙ୍କ ସୃଷ୍ଟିରେ ସର୍ବୋତ୍ତମ।
ଅନ୍ୟ କେହି ଯଦି ତାକୁ ସୃଷ୍ଟି କରିଛି ବୋଲି ଦାବୀ କରେ, ତାକୁ ତା'ର ଖଡ଼୍ଗ ବାହାର କରି ଏହି ଦାବିକୁ ପ୍ରତିରକ୍ଷା କରିବାକୁ ଦିଅ।
20 ବହେମୋତ ପାହାଡ଼ ଉପରେ ଜନ୍ମିଥିବା ଘାସ ଖାଏ।
ଯେଉଁଠାରେ ଜଙ୍ଗଲୀ ପ୍ରାଣୀମାନେ ଖେଳାବୁଲା କରନ୍ତି।
21 ବହେମୋତ ପଦ୍ମବନ ତଳେ ଶୟନ କରେ।
ବହେମୋତ ନଳବଣରେ ନିଜକୁ ଲୁଗ୍ଭଇ ରଖିପାରେ।
22 ପଦ୍ମପତ୍ର ସବୁ ତା'ର ଛାୟାରେ ବହେମୋତକୁ ଲୁଗ୍ଭଇ ରଖିପାରେ।
ସେ ନଦୀ କୂଳରେ ଜନ୍ମିଥିବା ବାଇଶ ବୃକ୍ଷ ତଳେ ବାସ କରେ।
23 ଯଦି ନଦୀରେ ବନ୍ୟା ଆସେ ବହେମୋତ ସେଠାରୁ ପଳାଇଯିବ ନାହିଁ।
ସେ ଭୟଭୀତ ହୁଏ ନାହିଁ।
ଯଦିଓ ଯର୍ଦ୍ଦନ ନଦୀର ପାଣି ତା’ ନାକ ପର୍ଯ୍ୟନ୍ତ ପହଞ୍ଚେ।
24 କେହି ବହେମୋତର ଆଖିକୁ ଅନ୍ଧ କରିପାରେ ନାହିଁ
ଏବଂ ଯନ୍ତାରେ ଧରିପାରେ ନାହିଁ।
41 “ଆୟୁବ ତୁମ୍ଭେ ବନଶୀ କଣ୍ଟାରେ ଲିବିୟାଥନକୁ ଧରି ପାରିବ କି?
ତୁମ୍ଭେ ତା'ର ଜିଭକୁ ରସିରେ ବାନ୍ଧିପାରିବ କି?
2 ତୁମ୍ଭେ ତା’ ନାକରେ ରସି ପୁରାଇ ପାରିବ କି?
ତା'ର ଦାନ୍ତ ମାଢ଼ିରେ ଅଙ୍କୁଶ ପୁରାଇ ପାରିବ କି?
3 ଲିବିୟାଥନ ତୁମ୍ଭକୁ ଭିକ୍ଷା କରିବ କି ତାକୁ ମୁକୁଳାଇବା ପାଇଁ?
ସେ ତୁମ୍ଭକୁ କୋମଳ ଶବ୍ଦରେ କଥା କହିବ କି?
4 ଲିବିୟାଥନ ତୁମ୍ଭ ସହିତ ଚୁକ୍ତି କରିବ କି?
ଏବଂ ତୁମ୍ଭ ସହିତ ଚିରଦିନ ରହିବାକୁ ପ୍ରତିଜ୍ଞା କରିବ କି?
5 ତୁମ୍ଭେ ଲିବିୟାଥନ ସହିତ ଖେଳିପାରିବ କି? ତୁମ୍ଭେ ପକ୍ଷୀ ସହିତ ଖେଳିଲା ଭଳି ତା’ ସହିତ ଖେଳି ପାରିବ କି?
ତୁମ୍ଭେ ତାକୁ ଏକ ରସିରେ ବାନ୍ଧି ତୁମ୍ଭର ଦାସୀକୁ ତା’ ସହିତ ଖେଳାଇ ପାରିବ କି?
6 କୈବର୍ତ୍ତ ତୁମ୍ଭଠାରୁ ତାକୁ କିଣିବାକୁ ଚେଷ୍ଟା କରିବ କି?
ସେମାନେ ତାକୁ ଖଣ୍ଡ ଖଣ୍ଡ କରି କାଟି ତାକୁ ବ୍ୟବସାୟୀମାନଙ୍କୁ ବିକିବେ କି?
7 ତୁମ୍ଭେ ତା'ର ଚମଡ଼ା ଓ ମୁଣ୍ଡକୁ ବର୍ଚ୍ଛା ମାରିପାରିବ କି?
8 “ଆୟୁବ, ତୁମ୍ଭେ ଯଦି ଥରେ ମାତ୍ର ଲିବିୟାଥନ ଉପରେ ହାତ ରଖ,
ତୁମ୍ଭେ କେବେ ଆଉଥରେ କରିବ ନାହିଁ! ଭାବ ସେ କି ପ୍ରକାର ଯୁଦ୍ଧ ହେବ।
9 ତୁମ୍ଭେ କ’ଣ ଭାବୁଛ ତୁମ୍ଭେ ତାକୁ ପରାସ୍ତ କରି ପାରିବ?
ଭୁଲି ଯାଅ! କୌଣସି ଭରସା ନାହିଁ!
ତା’ ପ୍ରତି ଅନାଇଲେ ତୁମ୍ଭେ ଭୟଭୀତ ହେବ।
10 କୌଣସି ମନୁଷ୍ୟ ଏତେ ସାହସୀ ନୁହେଁ ଯେ
ତାକୁ ଉଠାଇବ ଓ ରଗାଇବ।
“ଏବଂ କେଉଁ ମନୁଷ୍ୟ ତା’ ବିରୁଦ୍ଧରେ ଠିଆ ମଧ୍ୟ ହୋଇ ପାରିବ ନାହିଁ।
11 କୌଣସି ଜିନିଷ ପାଇଁ ମୁଁ କାହାର ଋଣୀ ନୁହେଁ,
ସ୍ୱର୍ଗରେ ଯାହାକିଛି ଅଛି, ସେ ସବୁ ମୋର ଅଧୀନ ଅଟେ।
12 “ମୁଁ ତୁମ୍ଭକୁ ଲିବିୟାଥନର ଗୋଡ଼,
ତା'ର ବଳ ଓ ମନୋହର ଆକାର ବିଷୟରେ କିଛି କହିବି।
13 କୌଣସି ବ୍ୟକ୍ତି ତା'ର ଚର୍ମକୁ କଣା କରି ପାରିବେ ନାହିଁ।
ତା'ର ଚର୍ମ ଯୁଦ୍ଧସଜ୍ଜା ସ୍ୱରୂପ।
14 କୌଣସି ବ୍ୟକ୍ତି ତା'ର ମାଢ଼ିକୁ ଖୋଲିବାକୁ ସକ୍ଷମ ହେବ ନାହିଁ।
ତା'ର ଦାନ୍ତ ଲୋକଙ୍କୁ ଭୟଭୀତ କରେ।
15 ତା'ର ପିଠି ଧାର ଧାର ଢାଲ ପରି,
ଯାହାକି ଦୃଢ଼ ଭାବରେ ସଂଯୁକ୍ତ ହୋଇଥାଏ।
16 ସେଗୁଡ଼ିକ ଏତେ ପାଖାପାଖି ଥାଏ
ତା’ ମଧ୍ୟରେ ପବନ ମଧ୍ୟ ପଶିପାରେ ନାହିଁ।
17 ସେଗୁଡ଼ିକ ଗୋଟିଏ ଅନ୍ୟ ସହିତ ସଂଯୁକ୍ତ ଅଛି।
ସେସବୁ ଏମିତି ଏକତ୍ର ଲାଗି ରହିଛି ଯେ ତାକୁ ଅଲଗା କରାଯାଇ ପାରିବ ନାହିଁ।
18 ଯେତେବେଳେ ସେ ଛିଙ୍କେ, ସେଥିରୁ ବିଜୁଳି ସଦୃଶ ଆଲୁଅ ବାହାରେ,
ତା'ର ଚକ୍ଷୁ ପ୍ରାତଃକାଳର ଆଲୁଅ ପରି ଝଟକେ।
19 ତା'ର ମୁଖରୁ ଜ୍ୱଳନ୍ତ ଅଗ୍ନିକଣାର ମଶାଲ ବିଦ୍ୟୁତ୍ ପରିବାହକ ଦ୍ୱାରା
ଉତ୍ପନ୍ନ ଆଲୋକରେ ଝଲକ ନିଃସୃତ ହୁଏ।
20 ତା'ର ନାକରୁ ଧୂଆଁ ବାହାରେ
ସତେ ଯେମିତି ରନ୍ଧା ହାଣ୍ଡିରୁ ଜଳନ୍ତା କୁଟା ବାମ୍ଫ ବାହାରେ।
21 ତା'ର ନିଶ୍ୱାସ ଅଙ୍ଗାରକୁ ଜଳାଇ ପାରେ।
ତା’ ମୁଖରୁ ଅଗ୍ନିଶିଖା ନିର୍ଗତ ହୁଏ।
22 ତା'ର ବେକ ବହୁତ ଶକ୍ତିଶାଳୀ।
ଲୋକେ ତାକୁ ଦେଖିବା ମାତ୍ରେ ତା’ ନିକଟରୁ ଦୌଡ଼ି ପଳାଇଯା’ନ୍ତି।
23 ତା'ର ଚମଡ଼ାର କୌଣସି ସ୍ଥାନ ଦୁର୍ବଳ ନୁହେଁ,
ଏହା ଲୁହାଭଳି ଶକ୍ତ।
24 ତା'ର ହୃତପିଣ୍ଡ ପଥର ସଦୃଶ।
ଏହା ପେଷଣଶାଳାର ତଳ ପଥର ସଦୃଶ।
25 ସେ ଯେତେବେଳେ ଉଠେ, ବଳବାନ ଲୋକମାନେ ମଧ୍ୟ ଭୟଭୀତ ହୋଇଯା’ନ୍ତି।
ସେ ଯେତେବେଳେ ଲାଞ୍ଜ ବୁଲାଏ ସେମାନେ ଦୌଡ଼ି ପଳାନ୍ତି।
26 ଖଣ୍ଡା, ବର୍ଚ୍ଛା, ଏବଂ ଶୂଳ ଲିବିୟାଥନକୁ ବାଜେ, କିନ୍ତୁ କେବଳ ସେସବୁ ଡେଇଁ ପଡ଼ି ଫେରି ଆସେ।
ସେହି ଅସ୍ତ୍ର ତାହାକୁ ଟିକେ ବି ଆଘାତ କରେ ନାହିଁ।
27 ସେ ଲୁହାକୁ କୁଟା ସଦୃଶ ଭାଙ୍ଗି ପକାଏ।
ଏହା ତମ୍ବାକୁ ପଗ୍ଭକାଠ ପରି ଭାଙ୍ଗି ପକାଏ।
28 ତୀର ତାହାକୁ ଦଉଡ଼ାଇ ପାରେ ନାହିଁ।
ପଥର ଡେଇଁ ପଡ଼ି କୁଟା ପରି ଫେରି ଆସେ।
29 ଯେତେବେଳେ ଗୋଟିଏ କାଠଗଡ଼ ତାକୁ ଆଘାତ କରେ, ସେ ଅନୁଭବ କରେ ଯେପରି ଏକ କୁଟା ତା’ ଦେହରେ ଲାଗିଲା।
ସେ ଅଟ୍ଟହାସ୍ୟ କରେ ଯେତେବେଳେ ଲୋକ ତାକୁ ବର୍ଚ୍ଛା ଫିଙ୍ଗନ୍ତି।
30 ତା'ର ତଳ ପେଟର ଚମଡ଼ା ଶକ୍ତ ଭଙ୍ଗା ଖପରା ସଦୃଶ।
ସେ କାଦୁଅରେ ଘୋଷାରି ହୋଇ ଗଲାବେଳେ ବେଙ୍ଗଳାରେ ବାଡ଼େଇବା ପରି ଚିହ୍ନ ଛାଡ଼ିଯାଏ।
31 ଲେବିୟାଥନ ପାଣିକୁ ଘାଣ୍ଟେ ହାଣ୍ଡି ଜଳ ଫୁଟିବା ପରି।
ସେ ଫୋଟକା ତିଆରି କରେ, ଯେପରି ଗୋଟିଏ ହାଣ୍ଡିରେ ତେଲ ଫୁଟେ।
32 ଲେବିୟାଥନ ଯେତେବେଳେ ତହିଁରେ ତା’ ପଛେ ପଛେ ପଥ ଛାଡ଼ିଯାଏ।
ସେ ପାଣିକୁ ଘାଣ୍ଟି ପକାଏ ଏବଂ ତା’ ପଛ ଆଡ଼େ ଧଳାଫେଣ ଛାଡ଼ିଯାଏ।
33 ପୃଥିବୀରେ ଲିବିୟାଥନ ପରି ଆଉ ଦ୍ୱିତୀୟ ଜୀବ ନାହିଁ।
ସେ ଏଭଳି ଏକ ପ୍ରାଣୀ, ଯେକି କାହାରିକୁ ଭୟ କରେ ନାହିଁ।
34 ଲେବିୟାଥନ ସବୁଠାରୁ ଗର୍ବୀ ପଶୁକୁ ବି ନୀଚ୍ଚ ଭାବରେ ଦେଖେ।
ସେସବୁ ବଣୁଆ ଜନ୍ତୁମାନଙ୍କ ଉପରେ ରାଜା ଅଟେ ଓ ମୁଁ ସେହି ଲେବିୟାଥନକୁ ସୃଷ୍ଟି କରିଛି।”
ଆୟୁବ ସଦାପ୍ରଭୁଙ୍କୁ ଉତ୍ତର ଦେଲା
42 ତା'ପରେ ଆୟୁବ ସଦାପ୍ରଭୁଙ୍କୁ ଉତ୍ତର ଦେଇ କହିଲା,
2 “ହେ ସଦାପ୍ରଭୁ, ମୁଁ ଜାଣେ ଆପଣ ସବୁକିଛି କରି ପାରନ୍ତି।
ତୁମ୍ଭେ ଯାହା କର ବା କରିବାକୁ ଗ୍ଭହଁ, କେହି ତୁମ୍ଭକୁ ସେ କାମରୁ ନିବୃତ୍ତ କରାଇ ପାରିବେ ନାହିଁ।
3 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପଗ୍ଭରିଲ, ‘କିଏ ଏହି ଜ୍ଞାନହୀନ ମଣିଷ, ଯିଏ ନିର୍ବୋଧ ଭଳି କଥା କହୁଛି?’
ହେ ସଦାପ୍ରଭୁ, ମୁଁ ସେହି ବିଷୟରେ କହିଥିଲି, ଯାହା ମୁଁ ବୁଝି ନ ଥିଲି।
ମୁଁ ସେହିସବୁ କଥା କହିଥିଲି ଯାହା ଏତେ ଆଶ୍ଚର୍ଯ୍ୟଜନକ ଯେ ତାହା ମୋ’ ବୁଝିବା ଶକ୍ତିର ବାହାରେ।
4 “ହେ ସଦାପ୍ରଭୁ, ତୁମ୍ଭେ ମୋତେ କହିଲ, ‘ଶୁଣ ଆୟୁବ, ଆମ୍ଭେ ତୁମ୍ଭକୁ କହିବା।
ଆମ୍ଭେ ତୁମ୍ଭକୁ ପ୍ରଶ୍ନ ପଗ୍ଭରିବା ଓ ତୁମ୍ଭେ ତା'ର ଉତ୍ତର ଦେବ।’
5 ହେ ସଦାପ୍ରଭୁ, ଅତୀତରେ ମୁଁ ତୁମ୍ଭ ବିଷୟରେ ଶୁଣିଥିଲି।
କିନ୍ତୁ ଆଜି ମୁଁ ସ୍ୱଚକ୍ଷୁରେ ତୁମ୍ଭକୁ ଦେଖିଲି।
6 ହେ ସଦାପ୍ରଭୁ, ମୁଁ ଫେରେଇ ନେଉଛି ଯାହା ମୁଁ କହିଥିଲି।
ହେ ସଦାପ୍ରଭୁ, ମୁଁ ବଡ଼ ଖେଦିତ
ଯେପରି ମୁଁ ଧୂଳି ଓ ପାଉଁଶ ଉପରେ ବସିଛି।
ମୁଁ ମୋର ମନ ପରିବର୍ତ୍ତନ କରିଛି।”
ସଦାପ୍ରଭୁ ଆୟୁବକୁ ତା'ର ସମ୍ପତ୍ତି ଫେରାଇ ଦେଲେ
7 ସଦାପ୍ରଭୁ ଆୟୁବ ସହିତ କଥା ଶେଷ କଲା ପରେ ସେ ତୈମନୀୟ ଇଲୀଫସ୍ ସହିତ କଥା ହେଲେ। ସଦାପ୍ରଭୁ ଇଲିଫସ୍କୁ କହିଲେ, “ଆମ୍ଭେ ତୁମ୍ଭ ଉପରେ ଓ ତୁମ୍ଭର ଦୁଇ ବନ୍ଧୁଙ୍କ ଉପରେ କ୍ରୋଧିତ। କାରଣ ତୁମ୍ଭେ ଆମ୍ଭ ବିଷୟରେ ଉଚିତ୍ କଥା କହି ନାହଁ। କିନ୍ତୁ ଆୟୁବ ଆମ୍ଭର ଆଶ୍ରିତ। ଆୟୁବ ଆମ୍ଭ ବିଷୟରେ ଉଚିତ୍ କଥା କହିଛି। 8 ତେଣୁ ବର୍ତ୍ତମାନ ଇଲୀଫସ୍ ସାତୋଟି ଷଣ୍ଢ ଓ ସାତୋଟି ମେଣ୍ଢା ନେଇ ମୋ’ ଭୃତ୍ୟ ଆୟୁବ ପାଖକୁ ଯାଅ। ତାହା ବଧ କରି ନିଜ ପାଇଁ ହୋମବଳି ପରି ଉତ୍ସର୍ଗ କର। ଆମ୍ଭ ଦାସ ଆୟୁବ ତୁମ୍ଭ ପାଇଁ ପ୍ରାର୍ଥନା କରିବ ଏବଂ ଆମ୍ଭେ ପ୍ରାର୍ଥନାର ଉତ୍ତର ଦେବା। ତା'ପରେ ଆମ୍ଭେ ତୁମ୍ଭକୁ ଦଣ୍ଡ ଦେବା ନାହିଁ, ଯାହାର ତୁମ୍ଭେ ହକଦାର। ତୁମ୍ଭେ ଦଣ୍ଡ ପାଇବା ଉଚିତ୍, କାରଣ ତୁମ୍ଭେ ଅତି ନିର୍ବୋଧ। ତୁମ୍ଭେ ଆମ୍ଭ ବିଷୟରେ ଉଚିତ୍ କଥା କହି ନାହଁ। କିନ୍ତୁ ଆମ୍ଭର ଭୃତ୍ୟ ଆୟୁବ ଆମ୍ଭ ବିଷୟରେ ଉଚିତ୍ କଥା କହିଛି।”
9 ତେଣୁ ତୈମନୀୟ ଇଲୀଫସ୍, ଶୂହୀୟ ବିଲଦଦ୍ ଓ ନାମାଥୀୟ ସୋଫର ସଦାପ୍ରଭୁଙ୍କୁ ମାନିଲେ। ତା'ପରେ ସଦାପ୍ରଭୁ ଆୟୁବର ପ୍ରାର୍ଥନାର ଉତ୍ତର ଦେଲେ।
10 ଆୟୁବ ତା'ର ବନ୍ଧୁମାନଙ୍କ ପାଇଁ ପ୍ରାର୍ଥନା କଲା। ତା'ପରେ ସଦାପ୍ରଭୁ ଆୟୁବକୁ ପୁଣି ସୌଭାଗ୍ୟ ଆଣି ଦେଲେ। ଆୟୁବର ପୂର୍ବରୁ ଯାହା ଥିଲା ତା'ର ଦୁଇଗୁଣ ସେ ଦେଲେ। 11 ତା'ପରେ ଆୟୁବର ଭାଇମାନେ, ଭଉଣୀମାନେ, ଯେଉଁ ଲୋକମାନେ ଆୟୁବକୁ ଜାଣିଥିଲେ, ସମସ୍ତେ ତା’ ଘରକୁ ଆସିଲେ। ସେମାନେ ସମସ୍ତେ ଆୟୁବର ଘରେ ଏକ ବଡ଼ ଭୋଜିରେ ଯୋଗ ଦେଲେ। ସେମାନେ ଆୟୁବକୁ ସାନ୍ତ୍ୱନା ଦେଲେ। ସେମାନେ ଦୁଃଖ ପ୍ରକାଶ କଲେ, କାରଣ ପରମେଶ୍ୱର ଆୟୁବ ପାଇଁ ବହୁତ କଷ୍ଟ ଦେଲେ। ପ୍ରତ୍ୟେକ ବ୍ୟକ୍ତି ଆୟୁବକୁ ଖଣ୍ଡେ ରୂପା ଓ ଗୋଟିଏ ସୁନାମୁଦି ପ୍ରଦାନ କଲେ।
12 ସଦାପ୍ରଭୁ ଆୟୁବକୁ ଅଧିକ ଆଶୀର୍ବାଦ କଲେ, ତାହାଠାରୁ ମଧ୍ୟ ଅଧିକ ଯାହା ତା'ର ପ୍ରଥମ ଥିଲା। ଆୟୁବ 14,000 ମେଣ୍ଢା, 6,000 ଓଟ, 1,000 ହଳ ବଳଦ, 1,000 ମାଈ ଗଧ ପାଇଲେ। 13 ଆୟୁବ ସାତୋଟି ପୁତ୍ର ଓ ତିନୋଟି ଝିଅ ଲାଭ କଲା। 14 ଆୟୁବ ତା'ର ପ୍ରଥମ ଝିଅର ନାମ ଯିନୀମା, ଦ୍ୱିତୀୟ ଝିଅର ନାମ କତ୍ସୀୟା ଓ ତୃତୀୟ ଝିଅର ନାମ କେରଣହାପ୍ପୁକ୍ ରଖିଲା। 15 ଆୟୁବର ଝିଅମାନେ ସେ ଦେଶର ସବୁଠାରୁ ସୁନ୍ଦରୀ ଥିଲେ ଏବଂ ତାଙ୍କର ପିତା ସେମାନଙ୍କୁ ଅଂଶ ଦେଲେ ତାଙ୍କ ଭାଇମାନଙ୍କ ସହିତ।
16 ଏହା ପରେ ଆୟୁବ 140 ବର୍ଷ ଅଧିକା ବଞ୍ଚିଲା। ସେ ନିଜର ପିଲାମାନଙ୍କର, ନାତିନାତୁଣୀମାନଙ୍କର ଗ୍ଭରିପୁରୁଷ ପର୍ଯ୍ୟନ୍ତ ଦେଖିଲା। 17 ଏବଂ ଆୟୁବ ଦୀର୍ଘ ଓ ପୂର୍ଣ୍ଣ ଜୀବନ ବିତାଇବା ପରେ ବୃଦ୍ଧାବସ୍ଥାରେ ମୃତ୍ୟୁବରଣ କଲା।
2010 by World Bible Translation Center